“Credit of India being one of the oldest living civilizations in the world goes to the saint tradition and sages of India”
“Sant Tukaram’s Abhangs are giving us energy as we move keeping in sync with our cultural values”
“Spirit of Sabka Saath, Sabka Vikas. Sabka Vishwas and Sabka Prayas is inspired by our great saint traditions”
“Welfare of Dalit, deprived, backwards, tribals, workers are the first priority of the country today”
“Today when modern technology and infrastructure are becoming synonymous with India's development, we are making sure that both development and heritage move forward together”

ଶ୍ରୀ ବିଠଲାୟ ନମ

ନମୋ ସଦଗୁରୁ, ତୁକୟା ଜ୍ଞାନଦୀପା । ନମୋ ସଦଗୁରୁ, ସଚ୍ଚିଦାନନ୍ଦ ରୁପା । । ନମୋ ସଦଗୁରୁ, ଭକ୍ତ-କଲ୍ୟାଣ ମୂର୍ତ୍ତି । ନମୋ ସଦଗୁରୁ ଭାସ୍କରା ପୂର୍ଣ୍ଣ କୀର୍ତ୍ତି । । ମସ୍ତକ ହେ ପାୟାୱାରୀ । ୟା ୱାର୍କରୀ ସନ୍ତାଚ୍ୟା । । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ବିରୋଧୀ ଦଳ ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ ଜୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ଜୀ, ୱାର୍କରୀ ସନ୍ଥ ଶ୍ରୀ ମୁରଲୀ ବାବା କୁରେକର ଜୀ, ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ସଂସ୍ଥାନର ଅଧ୍ୟକ୍ଷ ନୀତିନ ମୋରେ ଜୀ, ଆଧ୍ୟାତ୍ମିକ ଅଘାଡ଼ିର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ତୁଷାର ଭୋସଲେ ଜୀ, ଏଠାରେ ଉପସ୍ଥିତ ସନ୍ଥ ଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।

ଭଗବାନ ବିଠଲ ଏବଂ ସମସ୍ତ ୱାର୍କରୀ ସନ୍ଥଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ! ଆମର ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟ ଜନ୍ମରେ ସବୁଠାରୁ ଦୁର୍ଲ୍ଲଭ ହେଉଛି ସନ୍ଥଙ୍କର ସତସଙ୍ଗ ହେବା । ଯଦି ସାଧୁମାନଙ୍କର କୃପା ଅନୁଭବ ହୋଇଯିବ ତେବେ ଈଶ୍ୱରଙ୍କ ଅନୁଭୂତି ସ୍ୱୟଂ ଭାବରେ ହୋଇ ଯାଇଥାଏ । ଆଜି ଦେହୁର ପ୍ରବିତ୍ର ଏହି ପୃଷ୍ଠଭୂମିକୁ ଆସିବାର ସୌଭାଗ୍ୟ ମିଳିଛି ଏବଂ ମୁଁ ମଧ୍ୟ ଏଠାରେ ସମାନ ଅନୁଭବ କରୁଛି । ଦେହୁ, ସନ୍ଥ ଶିରୋମଣି ଜଗଦଗୁରୁ ତୁକାରାମ ଜୀଙ୍କର ଜନ୍ମସ୍ଥାନ ମଧ୍ୟ ଅଟେ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ । ଧନ୍ୟ ଏହି ଦେହୁ ଗାଁ ଯାହାକି ପୂଣ୍ୟଭୂମିର ସ୍ଥାନ । ଏଠାରେ ନାଂଦେ ଦେବ ପାଣ୍ଡୁରଙ୍ଗ ଅଛନ୍ତି । ସେହି କ୍ଷେତ୍ରର ଲୋକମାନେ ଧନ୍ୟ, ସେମାନେ ଭାଗବ୍ୟନ । ଉଚ୍ଚସ୍ୱରରେ ପଢ଼ନ୍ତୁ, ଉଚ୍ଚସ୍ୱରରେ କୁହୁନ୍ତ । ଦେହୁରେ ଭଗବାନ ପାଣ୍ଡୁରଙ୍ଗଙ୍କର ନିତ୍ୟ ନିବାସ ମଧ୍ୟ ଅଛି, ଏବଂ ଏଠାରେ ଥିବା ପ୍ରତ୍ୟେକ ଲୋକ ନିଜଜେ ମଧ୍ୟ ଭକ୍ତି ଭାବରେ ଓତୋପ୍ରୋତ ଭାବରେ ସନ୍ଥ ସ୍ୱରୂପ ହିଁ ଅଟନ୍ତି । ଏହି ଅର୍ଥରେ ମୁଁ ଦେହୁର ସମସ୍ତ ନାଗରିକମାନଙ୍କୁ, ମୋର ମା’ଏବଂ ଭଉଣୀମାନଙ୍କୁ ଆଦରପୂର୍ବକ ନମସ୍କାର କରୁଛି। ବର୍ତ୍ତମାନ କିଛିମାସ ପୂର୍ବେ ମୋତେ ପାଲଖି ମାର୍ଗରେ ଦୁଇଟି ଜାତୀୟ ରାଜପଥକୁ ଚାରି ଲେନ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମିଳିଥିଲା । ଶ୍ରୀ ସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲଖେ ମାର୍ଗର ନିର୍ମାଣ ପାଞ୍ଚଟି ପର୍ଯ୍ୟାୟରେ ହେବ ଏବଂ ସନ୍ଥ ତୁକାରାମ ମହାରାଜ ପାଲଖେ ମାର୍ଗର ନିର୍ମାଣ ତିନିଟି ପର୍ଯ୍ୟାୟରେ ଶେଷ କରାଯିବ । ଏହି ସମସ୍ତ ପର୍ଯ୍ୟାୟରେ ୩୫ଠ କିଲୋମିଟରରୁ ଅଧିକ ରାଜପଥ ନିର୍ମାଣ ହେବ ଏବଂ ଏହା ଉପରେ ୧୧ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରାଯିବ । ଏହି ପ୍ରୟାସଗୁଡ଼ିକ ଦ୍ୱାରା ଏହି ଅଞ୍ଚଳର ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇ ପାରିବ । ଆଜି ମୋର ସୌଭାଗ୍ୟ ଯୋଗୁ ଏହି ପବିତ୍ର ଶିଳା ମନ୍ଦିରର ଲୋକାର୍ପଣ ପାଇଁ ମୋତେ ଦେହୁକୁ ଆସିବାର ସୌଭାଗ୍ୟ ମିଳିଲା । ଯେଉଁ ଶିଳା ଉପରେ ସନ୍ଥ ତୁକାରାମ ଜୀ ନିଜେ ୧୩ ଦିନ ପର୍ଯ୍ୟନ୍ତ ତପସ୍ୟା କରିଥିଲେ, ସେହି ଶିଳା ଯାହା ସନ୍ଥ ତୁକାରାମ ଜୀଙ୍କର ଜ୍ଞାନ ଏବଂ ବୈରାଗ୍ୟର ସାକ୍ଷୀ ହୋଇଛି, ମୁଁ ମାନୁଛି ଯେ, ଏହା କେବଳ ଶିଳା ନୁହେଁ, ଏହା ଭକ୍ତି ଏବଂ ଜ୍ଞାନର ଆଧାର ଶିଳାର ସ୍ୱରୂପ ଅଟେ । ଦେହୁର ପଥର ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ, ବରଂ ଭାରତର ସାଂସ୍କୃତିକ ଭବିଷ୍ୟତକୁ ମଧ୍ୟ ସୁଦୃଢ଼ କରିଥାଏ । ଏହି ପବିତ୍ର ସ୍ଥାନର ପୁନଃ ନିର୍ମାଣ କରିବା ପାଇଁ ମୁଁ ମନ୍ଦିର ସ୍ଥାପନ କରିବା ପାଇଁ ସମସ୍ତ ଭକ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜଣାଉଛି । ଜଗଦଗୁରୁ ସନ୍ଥ ତୁକାରାମ ଜୀଙ୍କର ଗାଥାକୁ ଯିଏ ସମ୍ବର୍ଦ୍ଧନ କରିଥିଲେ ସାନ୍ତା ଜୀ ମହାରାଜ ଜଗନାଡ଼େ ଜୀ ତାଙ୍କର ସ୍ଥାନ ମଧ୍ୟ ନିକଟରେ ଅଛି । ମୁଁ ସେମାନଙ୍କୁ ମଧ୍ୟ ନମସ୍କାର କରୁଛି ।

 

 

 

ସାଥୀମାନେ,

ଏହି ସମୟରେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆମେ ଗର୍ବିତ ଯେ ଆମେ ଦୁନିଆର ପ୍ରାଚୀନତମ ଜୀବନ୍ତ ସଭ୍ୟତା ମଧ୍ୟରେ ଅନ୍ୟତମ । ଏହାର ଶ୍ରେୟ ଯଦି କାହାକୁ ଯାଉଛି ତାହା କେବଳ ଭାରତର ସନ୍ଥ ପରମ୍ପରାକୁ, ଭାରତର ଋଷି ମୁନିମାନଙ୍କୁ । ଭାରତ ସଶକ୍ତ ଅଟେ କାରଣ ଭାରତ ସାଧୁସନ୍ଥଙ୍କର ଭୂମି ଅଟେ । ପ୍ରତ୍ୟେକ ଯୁଗରେ ଆମର ଏଠାରେ ଦେଶ ଏବଂ ସମାଜକୁ ଦିଗଦର୍ଶନ ଦେବା ପାଇଁ କିଛି ମହାନ ଆତ୍ମା ଅବତରଣ କରିଛନ୍ତି । ଆଜି ଦେଶ ସନ୍ଥ କବୀର ଦାସଙ୍କ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ସନ୍ଥ ଜ୍ଞାନେଶ୍ୱର ମହାରାଜ, ସନ୍ଥ ନିବୃତ୍ତିନାଥ ମହାରାଜ, ସନ୍ଥ ସୋପାଙ୍ଗ ଦେବ ଏବଂ ଭଉଣୀ ଆଦି-ଶକ୍ତି ମୁକ୍ତାବାଈଙ୍କ ଭଳି ସାଧୁମାନଙ୍କର ସମାଧିର ୭୨୫ତମ ବର୍ଷ ମଧ୍ୟ ଅଟେ । ଏହିପରି ମହାନ ବ୍ୟକ୍ତିତ୍ୱମାନେ ଆମର ଶାସ୍ୱତକୁ ସୁରକ୍ଷିତ ରଖି ଭାରତକୁ ଗତିଶୀଳ କରିଛନ୍ତି । ସନ୍ଥ ତୁକାରାମ ଜୀଙ୍କୁ ବାହିଣାବାଈଙ୍କ ଦ୍ୱାରା ସାଧୁସନ୍ଥଙ୍କ ମନ୍ଦିରର କଳସ କୁହାଯାଏ । ସେ ବହୁତ କଷ୍ଟରେ ଏବଂ ଅସୁବିଧାରେ ତାଙ୍କର ପୂର୍ଣ୍ଣ ଜୀବନ ବିତାଇଥିଲେ । ତାଙ୍କ ସମୟରେ ସେ ଦୁର୍ଭିକ୍ଷ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ସଂସାରରେ ସେ ଭୋକ ଦେଖିଛନ୍ତି, ଅନାହାର ଦେଖିଛନ୍ତି । ଦୁଃଖ ଏବଂ ଯନ୍ତ୍ରଣାର ଏପରି ଚକ୍ରରେ, ଯେତେବେଳେ ଲୋକମାନେ ଆଶା ଛାଡ଼ି ଦିଅନ୍ତି ସେତେବେଳେ ସନ୍ଥ ତୁକାରାମ ଜୀ କେବଳ ସମାଜ ପାଇଁ ନୁହେଁ, ବରଂ ଭବିଷ୍ୟତ ପାଇଁ ମଧ୍ୟ ଆଶାର କିରଣ ଭାବରେ ଉଭା ହୋଇଥିଲେ! ସେ ନିଜ ପରିବାରର ସମ୍ପତ୍ତିକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ । ଏହି ଶିଳା ତାଙ୍କର ସେହି ବଳିଦାନ ଏବଂ ତ୍ୟାଗର ସାକ୍ଷୀ ଅଟେ ।

 

 

ସାଥୀମାନେ,

ସନ୍ଥ ତୁକାରାମ ଜୀଙ୍କ ଦୟା, କରୁଣା ଏବଂ ସେବାର ଭାବନା ତାଙ୍କ ‘ଅଭଙ୍ଗୋ’ ଆକାରରେ ଆଜି ମଧ୍ୟ ଆମ ପାଖରେ ରହିଛି । ଏହି ‘ଅଭଙ୍ଗୋ’ ଆମର ପିଢ଼ିକୁ ପ୍ରେରଣା ଦେଇଛି । ଯାହା ଭାଙ୍ଗି ନାହିଁ ସେ ସମୟ ସହିତ ଶାସ୍ୱତ ଏବଂ ପ୍ରାସଙ୍ଗିକ ରହିଥାଏ, ତାହା ‘ଅଭଙ୍ଗୋ’ ଅଟେ । ଆଜି ବି ଯେତେବେଳେ ଦେଶ ଏହାର ସାଂସ୍କୃତିକ ମୂଲ୍ୟବୋଧ ଆଧାରରେ ଆଗକୁ ବଢ଼ୁଛି ସେତେବେଳେ ସନ୍ଥ ତୁକାରାମ ଜୀଙ୍କ ‘ଅଭଙ୍ଗୋ’ ଆମକୁ ଶକ୍ତି ପ୍ରଦାନ କରୁଛି ଏବଂ ଆମକୁ ପଥ ଦେଖାଉଛି । ସନ୍ଥ ନାମ ଦେବ, ସନ୍ଥ ଏକନାଥ, ସନ୍ଥ ସାବତା ମହାରାଜ, ସନ୍ଥ ନରହରି ମହାରାଜ, ସନ୍ଥ ସେନା ମହାରାଜ, ସନ୍ଥ ଗୋରୋବା-କାକା, ସନ୍ଥ ଚୋଖାମେଲା ଏମାନଙ୍କର ପ୍ରାଚୀନ ‘ଅଭଙ୍ଗୋ’ଗୁଡ଼ିକ ଆମକୁ ପ୍ରତିଦିନ ନୂଆ ପ୍ରେରଣା ଦେଇଥାଏ । ଆଜି ଏଠାରେ ସନ୍ଥ ଚୋଖାମେଲା ଏବଂ ତାଙ୍କ ପରିବାରଙ୍କ ଦ୍ୱାରା ରଚିତ ‘ଅଭଙ୍ଗୋ’ ଗାଥର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଛି । ଏହି ଅର୍ଥପୂର୍ଣ୍ଣ ‘ଅଭଙ୍ଗୋ’ ଗାଥାରେ ସାଧୁ ପରିବାରର ୫ଠଠରୁ ଅଧିକ ଅଭଙ୍ଗୋ ରଚନାଗୁଡ଼ିକ ସହଜ ଭାଷାରେ ଅର୍ଥ ସହିତ କୁହାଯାଇଛି ।

ଭାଇ ଓ ଭଉଣୀମାନେ,

ସନ୍ଥ ତୁକାରାମ ଜୀ କହୁଥିଲେ- ଉଁଚ ନୀଚ କାହୀ ନେଣେ ଭଗବଂତ । । ଅର୍ଥାତ, ସମାଜରେ ଉଚ୍ଚ ନୀଚର ଭେଦଭାବ, ମଣିଷ ମଣିଷ ମଧ୍ୟରେ ପାର୍ଥକ୍ୟ କରିବା ଏକ ବଡ଼ ପାପ ଅଟେ । ତାଙ୍କର ଏହି ଉପଦେଶ ଯେତିକି ଜରୁରୀ ଭଗବତ ପ୍ରାପ୍ତ କରିବା, ତାଙ୍କର ସେତିକି ମହତ୍ତ୍ୱପୂର୍ଣ୍ଣ ରାଷ୍ଟ୍ରଭକ୍ତି ପାଇଁ ମଧ୍ୟ ଅଟେ, ସମାଜ ଭକ୍ତି ପାଇଁ ମଧ୍ୟ ଅଟେ । ଏହି ବାର୍ତ୍ତା ସହିତ ଆମର ୱାର୍କରୀ ଭାଇ ଓ ଭଉଣୀମାନେ ପ୍ରତିବର୍ଷ ପଂଢ଼ରପୁରର ଯାତ୍ରା କରନ୍ତି । ସେଥିପାଇଁ ଆଜି ଦେଶ ସବକା ସାଥ, ସବକା ବିକାଶ, ସବକା ପ୍ରୟାସର ମନ୍ତ୍ରରେ ଚାଲିଛି । ଭେଦଭାବ ନ କରି ସରକାରଙ୍କ ପ୍ରତ୍ୟେକ ଯୋଜନାର ଲାଭ ସମସ୍ତଙ୍କୁ ମିଳିପାରୁଛି । ଆନେ୍ଦାଳନର ଭାବନାକୁ ସଶକ୍ତ କରିବା ସହ ଦେଶ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ଉଦ୍ୟମ କରୁଛି । ଆମର ଭଉଣୀମାନେ, ପୁରୁଷମାନଙ୍କ ସହିତ ସମାନ ଶକ୍ତିର ସହିତ ଗତି କରୁଛନ୍ତି ।

ପଂଢ଼ରୀ, ସୁଯୋଗର ଏବଂ ସମାନତାର ପ୍ରତୀକ ରହିଅଛି ।

ସାଥୀମାନେ,

ସନ୍ଥ ତୁକାରାମ ବି କହୁଥିଲେ- ଜେ କା ରଂଜଲେ ଗଂଜଲେ, ତ୍ୟାଂସୀ ମହ୍ଣେ ଜୋ ଆପୁଲେ । ତୋଚି ସାଧୁ ଓଲଖାୱା, ଦେବ ତେଥେ-ଜାଣୱା । । ଅର୍ଥାତ ସମାଜର ଅନ୍ତିମ ପଂକ୍ତିରେ ବସିଥିବା ବ୍ୟକ୍ତିଙ୍କୁ ଆପଣାଇବା, ତାଙ୍କର କଲ୍ୟାଣ କରିବା, ଏହି ସବୁ ସନ୍ଥଙ୍କର ଲକ୍ଷଣ ଅଟେ । ଏହା ଆଜି ଦେଶ ପାଇଁ ଅନ୍ତ୍ୟୋଦୟର ସଂକଳ୍ପ ଅଟେ । ଯେଭଳି ଯାହାକୁ ନେଇ ଦେଶ ଆଗକୁ ବଢୁଛି । ଦଳିତ, ବଂଚିତ, ପଛୁଆବର୍ଗ, ଆଦିବାସୀ, ଗରିବ, ମଜଦୁର ଏମାନଙ୍କ କଲ୍ୟାଣ ଆଜି ଦେଶର ପ୍ରଥମ ପ୍ରାଥମିକତା ଅଟେ ।

ଭାଇ ଏବଂ ଭଉଣୀମାନେ,

ସାଧୁମାନେ ନିଜେ ଏପରି ଏକ ଶକ୍ତି ହୋଇଥାନ୍ତି, ଯାହା ଭିନ୍ନ ଭିନ୍ନ ସ୍ଥିତି - ପରିସ୍ଥିତିଗୁଡ଼ିକ ମଧ୍ୟରେ ସମାଜକୁ ଗତି ଦେବାରେ ସମ୍ମୁଖକୁ ଆସିଥାନ୍ତି । ଆପଣ ଦେଖନ୍ତୁ, ଛତ୍ରପତି ଶିବାଜୀ ମହାରାଜଙ୍କ ଭଳି ରାଷ୍ଟ୍ର ନାୟକଙ୍କ ଜୀବନରେ ମଧ୍ୟ ତୁକାରାମ ଜୀଙ୍କ ଭଳି ସନ୍ଥଙ୍କର ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାଧୀନତାର ସଂଗ୍ରାମରେ ବୀର ସାବରକର ଜୀଙ୍କୁ ଯେତେବେଳେ ଦଣ୍ଡ ମିଳିଥିଲା, ସେତେବେଳେ ଜେଲରେ ସେ ହାତକଡ଼ିରେ ଥିବାବେଳେ ଚିପଲି ଭଳି ବଜାଇବା ସମୟରେ ତୁକାରାମ ଜୀଙ୍କ ‘ଅଭଙ୍ଗୋ’ ଗୀତ ଗାଉଥିଲେ । ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ପାଇଁ, ସମସ୍ତଙ୍କ ପାଇଁ, ସନ୍ଥ ତୁକାରାମ ଜୀଙ୍କ ପାଇଁ ଏବଂ ଶକ୍ତି ସେତିକି ପ୍ରେରଣାଦାୟକ ରହିଆସିଛି । ସାଧୁମାନଙ୍କର ଏମିତି ମହିମା ରହିଛି, ଯେଉଁଥିପାଇଁ ଏହାକୁ ‘ନେତି-ନେତି’ କୁହାଯାଇଛି ।

ସାଥୀମାନେ,

ତୁକାରାମ ଜୀଙ୍କର ଏହି ପଥର ମନ୍ଦିରରେ ପ୍ରଣାମ କରିବା ପରେ ବର୍ତ୍ତମାନ ଆଷାଢ଼ରେ ପଂଢ଼ରପୁର ଜୀଙ୍କ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସେ ମହାରାଷ୍ଟ୍ରର ପଂଢ଼ରପୁର ଯାତ୍ରା ହେଉ କିମ୍ବା ଓଡ଼ିଶାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରା, ମଥୁରାରେ ବ୍ରିଜର ପରିକ୍ରମା କିମ୍ବା କାଶୀରେ ପଞ୍ଚକାଶୀ ପରିକ୍ରମା ହେଉ! ସେ ଚାରିଧାମ ଯାତ୍ରା ହେଉ କିମ୍ବା ଅମରନାଥ ଯାତ୍ରା ହେଉ, ଏହି ଯାତ୍ରାଗୁଡ଼ିକ ଆମର ସାମାଜିକ ଏବଂ ଆଧ୍ୟାତ୍ମିକ ଗତିଶୀଳତା ପାଇଁ ଶକ୍ତିର ଉତ୍ସ ହୋଇଥାଏ । ଏହି ଯାତ୍ରାଗୁଡ଼ିକ ମାଧ୍ୟମରେ ଆମର ସାଧୁମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଜୀବନ୍ତ ରଖିଛନ୍ତି । ବିବିଧତା ସତ୍ତ୍ୱେ ମଧ୍ୟ, ଭାରତ ହଜାର ହଜାର ବର୍ଷ ଧରି ଏକ ରାଷ୍ଟ୍ର ଭାବରେ ଜାଗ୍ରତ ରହିଛି, କାରଣ ଏଭଳି ଯାତ୍ରା ଆମର ବିବିଧତାକୁ ଯୋଡ଼ିପାରିଛି ।

ଭାଇ ଏବଂ ଭଉଣୀମାନେ,

ଆମର ଜାତୀୟ ଏକତାକୁ ମଜବୁତ କରିବା ପାଇଁ ଆଜି ଆମର ପ୍ରାଚୀନ ପରିଚୟ ଏବଂ ପରମ୍ପରାକୁ ଜୀବନ୍ତ ରଖିବା ଆମର ଦାୟିତ୍ୱ ଅଟେ । ସେଥିପାଇଁ ଆଜି ଯେତେବେଳେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ଭାରତର ବିକାଶ ସହିତ ସମକକ୍ଷ ହେବାକୁ ଯାଉଛି, ସେତେବେଳେ ଆମେ ନିଶ୍ଚିତ କରୁଛୁ ଯେ ଉଭୟ ବିକାଶ ଏବଂ ଐତିହ୍ୟ ଏକତ୍ରିତ ହୋଇ ଆଗକୁ ବଢ଼ନ୍ତୁ । ଆଜି ପଂଢ଼ରପୁର ପାଲକୀ ମାର୍ଗକୁ ଆଧୁନିକୀକରଣ କରାଯାଉଛି ଏବଂ ଚାରିଧାମ ଯାତ୍ରା ପାଇଁ ନୂତନ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି । ଆଜି ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି, କାଶୀ ବିଶ୍ୱନାଥ ଧାମ କମ୍ଲେକ୍ସ ମଧ୍ୟ ଏହାର ନୂତନ ରୂପରେ ଉପସ୍ଥିତ ଅଛି ଏବଂ ସୋମନାଥ ଜୀଙ୍କ ଠାରେ ବିକାଶର ମହାନ କାର୍ଯ୍ୟ କରାଯାଉଛି । ସାରା ଦେଶରେ ପ୍ରସାଦ ଯୋଜନା ଅଧିନରେ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନ ସ୍ଥାନଗୁଡ଼ିକର ବିକାଶ କରାଯାଉଛି । ମହର୍ଷି ବାଲ୍ମିକୀ ରାମାୟଣରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକ ସମ୍ପର୍କରେ ଯେମିତି କହିଛନ୍ତି ସେହିଭଳି ଭାବରେ ରାମାୟଣ ସର୍କିଟ ଆକାରରେ ତାହାର ମଧ୍ୟ ବିକାଶ କରାଯାଉଛି । ଏହି ଆଠ ବର୍ଷରେ ବାବା ସାହେବ ଆମ୍ବେଦକରଙ୍କ ମଧ୍ୟ ୫ଟି ତୀର୍ଥଯାତ୍ରା ମଧ୍ୟ ବିକଶିତ ହୋଇଛି । ସେ ମହୁରେ ବାବା ସାହେବଙ୍କ ଜନ୍ମ ସ୍ଥାନର ବିକାଶ ହେଉ, ସେ ଲଣ୍ଡନରେ ଯେଉଁଠି ରହି ଅଧ୍ୟୟନ କରୁଥିଲେ ସେହି ଘରକୁ ଏକ ସ୍ମାରକୀରେ ପରିଣତ କରିବା ହେଉ, ମୁମ୍ବାଇର ଚୈତନ୍ୟ ଭୂମିର କାର୍ଯ୍ୟ ହେଉ, ନାଗପୁରରେ ଦୀକ୍ଷାଭୂମିକୁ ଏକ ଆନ୍ତର୍ଜାତିକ ସ୍ତରରେ ବିକାଶ କରିବାର କାର୍ଯ୍ୟ ହେଉ, ଦିଲ୍ଲୀର ମହାପରିନିର୍ବାଣ ସ୍ଥଳରେ ଏକ ସ୍ମାରକୀ ନିର୍ମାଣ ହେଉ, ଏହି ପଞ୍ଚତୀର୍ଥ ନୂତନ ପିଢ଼ିକୁ ବାବା ସାହେବଙ୍କ ସ୍ମୃତି ସହିତ ନିରନ୍ତର ଭାବେ ପରିଚିତ କରାଉଛି ।

ସାଥୀମାନେ,

ସନ୍ଥ ତୁକାରାମ ଜୀ କହୁଥିଲେ- ଅସାଧ୍ୟ ତେ ସାଧ୍ୟ କରିତା ସାୟାସ । କାରଣ ଅଭ୍ୟାସ, ତୁକା ମ୍ହଣେ । । ଅର୍ଥାତ, ଯଦି ସମସ୍ତଙ୍କର ପ୍ରୟାସ ସଠିକ ଦିଗରେ କରାଯାଏ ତେବେ ଅସମ୍ଭବକୁ ମଧ୍ୟ ହାସଲ କରିବା ସମ୍ଭବ ହୋଇ ପାରିଥାଏ । ସ୍ୱାଧୀନତାର ୭୫ତମ ବର୍ଷରେ ଆଜି ଦେଶ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିବାକୁ ନିଷ୍ପତ୍ତି ନେଇଛି । ଦେଶର ଗରିବଙ୍କ ପାଇଁ ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କୁ ବିଦୁତ, ଜଳ, ଘର ଏବଂ ଚିକିତ୍ସା ଭଳି ଜୀବନର ମୌଳିକ ଆବଶ୍ୟକତା ସହିତ ସଂଯୋଗ କରି ଆମକୁ ଶତ ପ୍ରତିଶତ ଲୋକଙ୍କ ପାଖରେ ପହଂଚାଇବାକୁ ପଡ଼ିବ । ସେହିଭଳି ଭାବରେ ଦେଶ ପରିବେଶ, ଜଳ ସଂରକ୍ଷଣ ଏବଂ ନଦୀ ସଂରକ୍ଷଣ ଭଳି ଅଭିଯାନ ଆରମ୍ଭ କରିଛି । ଏକ ସୁସ୍ଥ ଏବଂ ସୁସ୍ଥ ଭାରତ ପାଇଁ ଆମେ ପ୍ରତିଶ୍ରୁତି ନେଇଛୁ । ଆମକୁ ଏହି ସଂକଳ୍ପଗୁଡ଼ିକୁ ମଧ୍ୟ ଶତ ପ୍ରତିଶତ ପୂରଣ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତଙ୍କର ପ୍ରୟାସ, ସମସ୍ତଙ୍କର ଭାଗିଦାରିତାର ମଧ୍ୟ ଆବଶ୍ୟକତା ରହିଛି । ଆମେ ସମସ୍ତେ ଦେଶ ପାଇଁ ସେବା କରିବାର ଏହି ଦାୟିତ୍ୱଗୁଡ଼ିକୁ ଆମର ଆଧ୍ୟାତ୍ମିକ ସଂକଳ୍ପଗୁଡ଼ିକର ଏକ ଅଂଶ କରିବା, ତେବେ ଯାଇ ଦେଶ ସେତିକି ପରିମାଣରେ ଲାଭବାନ ହେବ । ଆମେ ପ୍ଲାଷ୍ଟିକମୁକ୍ତ ପାଇଁ ଏକ ସଂକଳ୍ପ ନେବା, ଆମ ନିକଟରେ ଥିବା ହ୍ରଦ, ପୋଖରୀକୁ ସଫା ରଖିବା ପାଇଁ ପ୍ରତିଶ୍ରୁତି ନେବା, ତେବେ ପରିବେଶର ସୁରକ୍ଷା ହୋଇପାରିବ । ଅମୃତ ମହୋତ୍ସବରେ ଦେଶ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଏହି ଅମୃତ ସରୋବରକୁ ଆପଣ ସମସ୍ତ ସାଧୁମାନଙ୍କର ଆଶୀର୍ବାଦ ମିଳିଗଲେ, ତାହାର ନିର୍ମାଣରେ ଆପଣଙ୍କର ସହଯୋଗ ମିଳିଲେ ତେବେ ଯାଇ ଏହି କାର୍ଯ୍ୟର ଗତି ଆହୁରି ବୃଦ୍ଧି ପାଇବ । ବର୍ତ୍ତମାନ ଦେଶ ପ୍ରାକୃତିକ ଚାଷକୁ ଏକ ଅଭିଯାନ ଭାବରେ ଆଗକୁ ନେଉଛି । ଏହି ପ୍ରୟାସ ୱାର୍କରୀ ସାଧୁମାନଙ୍କ ଆଦର୍ଶ ସହିତ ଜଡ଼ିତ । ପ୍ରତ୍ୟେକ ଚାଷକୁ ଆମେ କିପରି ପ୍ରାକୃତିକ ଚାଷ ପର୍ଯ୍ୟନ୍ତ ନେଇପାରିବା ସେଥିପାଇଁ ଆମକୁ ଏକାଠି କାମ କରିବାକୁ ପଡ଼ିବ । ଆଗାମୀ କିଛିଦିନ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ଆସିବାକୁ ଯାଉଛି । ଆଜି, ଯୋଗ ଜଗତରେ ଉତ୍ସାହ ବଢୁଛି, ତାହା କେବଳ ଆମର ସାଧୁ ସନ୍ଥମାନଙ୍କର ଉପହାର । ମୋତେ ବିଶ୍ୱାସ ଅଛି ଯେ ଆପଣ ସମସ୍ତେ ଯୋଗ ଦିବସକୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରିବେ ଏବଂ ଦେଶ ପ୍ରତି ଏହି କର୍ତ୍ତବ୍ୟ ପାଳନ କରିବା ସହିତ ଆପଣ ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବେ । ଏହି ଭାବନା ସହିତ, ମୁଁ ମୋର କଥାକୁ ବିରାମ ଦେଉଛି ଏବଂ ମୋତେ ଆଜି ଯେଉଁ ସୁଯୋଗ ଦେଇଥିଲେ, ଯେଉଁ ସମ୍ମାନ ଦେଲେ ସେଥିପାଇଁ ଆପଣ ସମସ୍ତଙ୍କ ନିକଟରେ ମୁଁ ମୁଣ୍ଡ ନୁଅାଁଇ ଅଭିନନ୍ଦନ ଜଣାଉଛି, ଧନ୍ୟବାଦ କରୁଛି ।

ଜୟ-ଜୟ ରାମକୃଷ୍ଣ ହରି । ଜୟ-ଜୟ ରାମକୃଷ୍ଣ ହରି । ହର ହର ମହାଦେବ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales grew 28% in July on better monsoon, rural demand

Media Coverage

Tractor sales grew 28% in July on better monsoon, rural demand
NM on the go

Nm on the go

Always be the first to hear from the PM. Get the App Now!
...
You have not just increased the number of medals, you have prepared an entire generation: PM Modi to CWG Champions
August 10, 2026

प्रधानमंत्री – मेरे यहां, मुझे यहां लगभग 12-13 साल हो गए इसी मकान में, अगर मैंने regularly और हर बार किसी को रिसिव किया है, किसी को मैं मिला हूं, तो खिलाड़ी हैं। पिछले 10-12 साल हो गए, आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाईयां पार करने की परंपरा के कारण, जो काम शायद हम स्कूलों में जाकर कहें कि नहीं नहीं भई खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको inspire करता है।

प्रधानमंत्री – तुमने मुझे वादा किया था पिछली बार कि तुम्हारी दोनों बेटियां खिलाड़ी बन जाएंगी?

खिलाड़ी - हाँ जी अभी वे उमर की छोटी हैं, अगले कॉमनवेल्थ में एक घर में तीन मेडल लाकर दिखाएंगी।

प्रधानमंत्री – पक्का।

खिलाड़ी – हाँ जी।

खिलाड़ी – जब मैं दौड़ रहा था, जब मेरा इवेंट था 29 को, तो उस दिन गुरुपूर्णिमा थी, तो उस दिन मेरे गुरू को मैंने एक गिफ्ट दे दिया।

प्रधानमंत्री – बड़ी शान बढ़ाई आपने। इतनी आंसू टपक रहे थे, मुझे लगता है कि आंसू के हर बूंद से जैसे गोल्ड मेडल टपक रहा है।

खिलाड़ी – मैं बहुत ज्यादा खुशी थी, इमोशनल भी थे उसी दिन, खुशी ज्यादा था और मैं इसलिए रोई थी कि मेरा पेरिस आलंपिक में मेरा 1 Kg में मेडल रह गई थी और एक प्लेयर्स की लाइफ में क्या क्या हमको फेस करना पड़ता है। तो ये 4 साल के अंदर में कितना क्या क्या कुछ मैंने फेस किया था, हर टाइम injury ही चल रहे थे और family problem, वो सब हो रहा था। तो बहुत मुश्किल से मैं ये 4 साल फेस किया था। तो वो सब जब पोडियम में जब मैं खड़ी थी सर और हमारी जो फ्लैग ऊपर जाते हैं और हमारे नेशनल एंथम जब बजते हैं तो सर हम रुक नहीं सकते सर, अपना आप आंसू निकलते हैं।

प्रधानमंत्री – बहुत बहुत बढ़िया

प्रधानमंत्री – आपके इस अचीवमेंट को सिर्फ आपका अचीवमेंट मानता हूं, ऐसा नहीं है, ये आपका विजय आने वाली पीढ़ियों के लिए बहुत बड़ी प्रेरणा बन जाता है।

खिलाड़ी – सब डर रहे थे हमसे कि इंडिया के साथ फाइट आ गई, अब तो हम पहली फाइट ही हार जायेंगे, हमारा मेडल भी नहीं आयेगा।

प्रधानमंत्री – यानी मान के चलते हैं।

खिलाड़ी – हाँ सर।

प्रधानमंत्री – क्या हुआ, वो restaurant वालों से झगड़ा कर रही थी?

खिलाड़ी – हम लोगों का जो इतना अच्छा परफॉर्मेंस था, लास्ट डे था और सब जीत के गए थे और पूरा इंडिया के लोग थे। तो थोड़ा सा मुझे बुरा लग रहा। तो मैंने उनको अच्छे से बोला रिक्वेस्ट किया था सर, फिर उन्होंने मान भी लिया, अभी चेंज भी हो गया सर।

प्रधानमंत्री – इस विजय की परिस्थिति खुशी, आनंद, अपने साथियों के साथ और गेम पूरे हो चुके हैं। तो हसी मजाक मस्ती का मूड ऐसे समय उस मैप पर नजर जाना और उसको रजिस्टर करना और तुरंत सिर्फ मेडल लेते समय देश खड़ा हो जाता है ऐसा नहीं, भीतर से देश का भाव मैं सच बताता हूँ ये वीडियो सामान्य नहीं है आपका, लंबे समय तक लोगों को याद रहेगा। ये बॉक्सिंग वालों से भी दुनिया के खिलाड़ी अब डरने लगे हैं।

खिलाड़ी – जरूर सर, पुरे सभी डरे हुए थे। एक के बाद एक गोल्ड मेडल गोल्ड मेडल आ रहे थे और मतलब पूरा लास्ट में ऐसे धमाका जैसा हो गया बिल्कुल। जिस तरीके से हम लोगों को सपोर्ट मिल रहा है, हमें बैक टू बैक कंपटीशन मिल रहा है वो एक बहुत बड़ी बात है और हमारे जितने भी यंग एथलीट है वो लोग सभी जैसे खेलो इंडिया स्कीम से आए हुए हैं और ये एक बहुत बड़ा changes ला रहा है पूरे स्पोर्ट्स में ही।

प्रधानमंत्री – अगर आप लोग खेलो इंडिया की प्रतिष्ठा बढ़ाते हैं और प्रतिष्ठा सिर्फ वहां जाकर के रिबिन काटने से नहीं होगी। आप वैसे ही खेलेंगे जैसे एक छोटा विद्यार्थी, एक छोटा नौजवान, छोटा खिलाड़ी खेलता है। यह बहुत बड़ा कंट्रीब्यूशन करेगा। क्योंकि अभी तो हमें बहुत आगे जाना है, बहुत मेडल लाना है। कारगिल विजय दिवस पर किसकी विजय हुई थी?

खिलाड़ी – उस दिन कारगिल डे था वैसे और जिस दिन मैंने पाकिस्तान के साथ फाइट किया था सर, वो उसी दिन का था। तो मैं एक इंडियन आर्मी से हूं, तो मैंने उस दिन मैं पहले से बहुत वो था कि सर पाकिस्तान को हराना है। तो मैंने वो पाकिस्तान एक तरफ मैंने 5-0 से हराया, तो मैंने हमारा इंडियन आर्मी का कारगिल हीरोज़ को मैंने डेडिकेट किया किया था सर।

प्रधानमंत्री – आपको यह याद रहना और आप स्वयं फौज से हैं तो, मैं जरूर मानता हूं कि देश के वीर जवानों को आपने जो भाव प्रकट किया ना कि, मैं कारगिल के विजेताओं को मेरा मेडल समर्पित करता हूं। उसने उस विजय पर चार चांद लगा दिए और जिसको पराजित करना था उसी को किया आपने।

खिलाड़ी – वो पाकिस्तान की बात चल रही है, मुझे किस्सा याद आ गया सर। 2015 वर्ल्ड मिलिट्री गेम थे और मेरी पाकिस्तान के साथ पहली फाइट आ गई थी और वर्ल्ड मिलिट्री गेम थे तो मिलिट्री वाले के फोन आए कि भई पाकिस्तान से नहीं हारना है। तो फिर मैं फर्स्ट राउंड 4-1 से जीत गया। सेकंड राउंड 3-2 से जीत गया, पर दोनों के सर लग गए आपस में, तो दोनों के लग गए कट और फाइट तो मैं जीत गया।

प्रधानमंत्री – हाँ

खिलाड़ी – उसके बाद फिर दोनों चले गए हॉस्पिटल में टांके लगवाने के लिए। फिर 2014 में आप फर्स्ट टाइम प्रधानमंत्री जी बने थे और जो हमारे साथ आर्मी का कोच गया हुआ था उसका नाम नरेंद्र राणा था और फिर वो कई देर तक सोच के मेरे को बोला कि भाईजान एक बात बोलूं, मैं हां बोलो, बोला भाईजान आपका नाम नरेंद्र है। आपके कोच का नाम नरेंद्र है, आपके प्रधानमंत्री का नाम नरेंद्र है, तो मुझे नरेंद्र नाम से नफरत हो गई है।

प्रधानमंत्री – सिर्फ आपने मेडल की संख्या बढ़ाई ऐसा नहीं है। आपने एक पीढ़ी को तैयार किया।

खिलाड़ी – मेरे मन में भी धक-धक धक-धक हो रहा है सर।

प्रधानमंत्री – आप चिंता मत कीजिए।

खिलाड़ी – पर..

प्रधानमंत्री – आप चाहें तो आपको बोलने में भी मेडल मिलने वाला है।

खिलाड़ी – मेरे फ्रेंड सर्कल में किसी ने बोला था कि मैं उनको कुछ बोलती थी भई तुम्हारे अच्छे के लिए तुम करो। तो अक्सर मुझे वो बोलते थे कि तू के मोदी ते मिल रही है?

प्रधानमंत्री – हाँ

खिलाड़ी – हरियाणवी में बोल देते हैं सर कि क्या तू मोदी से मिली हुई है, कि तेरी बात माने। तो आज मैं आपसे मिली हूं सर। मैं उनको बोल पाऊंगी कि हां मैं मोदी जी से मिली हूं।

खिलाड़ी – कॉमनवेंल्थ गेम्स में मैंने सिल्वर मेडल जीता, फिर मैंने क्रेडिट साहब को दिया, सपना तो था एक बार मेडल जीत के लेके आने के लिए, बट ट्रेनिंग का सेंटर नहीं था, मैंने SAI आने के बाद मैं बहुत ट्रेनिंग करके मेडल जीत पा रहा, इसलिए बहुत खुशी से मैंने सर को क्रेडिट दिया था क्योंकि बहुत इंप्रूव हुआ।

प्रधानमंत्री – मेरे लिए बहुत बड़ा सम्मान का विषय है, मेहनत आपने की और मुझे याद किया, मैं आपका बहुत आभारी हूं दोस्त।

प्रधानमंत्री – वाराणसी में खेल तुम प्रैक्टिस कर रही थी ना?

खिलाड़ी – जी सर।

प्रधानमंत्री – कैसा बना है स्टेडियम?

खिलाड़ी – सर अच्छा बना है, वहां पर मैं 10-12 दिन के लिए ट्रेनिंग करने गई थी, क्योंकि मैं मंदिर गई थी तो वहां पर ही ट्रेनिंग करके आई थी। और मैं वहां पे मतलब सेटल भी होना चाहती हूं क्योंकि मुझे काशी विश्वनाथ बहुत अच्छा लगता है सर।

प्रधानमंत्री – भोपाल में ट्रेनिंग कर रही थी ना?

खिलाड़ी – जी सर।

प्रधानमंत्री – तो उज्जैन जाते थे कि नहीं?

खिलाड़ी – जी सर उज्जैन भी गई थी सर।

प्रधानमंत्री – अच्छा महाकाल के पास भी गई।

खिलाड़ी – जी सर।

प्रधानमंत्री – काशी विश्वनाथ के पास हो आई एक बार।

खिलाड़ी – जी सर।

प्रधानमंत्री – सावन महीना तो अभी है।

खिलाड़ी – वहां घर जाके फिर उसके बाद जाऊंगी सर।

प्रधानमंत्री – ठीक है।

खिलाड़ी – साई ने भी सर बहुत सपोर्ट किया है मुझे। इसके कारण ही मैं यहां तक पहुंची हूं सर। और मैं खेलो इंडिया स्कीम में भी थी 2018 में जो फर्स्ट खेलो इंडिया हुआ था, उसमें मेरा सिल्वर मेडल था, वहां पे भी मैंने आपको देखा था ओपनिंग सेरेमनी में, तो उसमें मेरा मेडल था, तो मेरे को स्कीम भी मिल गया और मैं यहां तक पहुंची हूं सर।

प्रधानमंत्री – स्पोर्ट्स व्यवस्था एक बात है, लेकिन देश मेडल तब प्राप्त करता है जब देश में स्पोर्ट्स कल्चर बनता है। दोस्तों आपने बहुत बड़ा काम किया है। देश का नाम रोशन किया है। आपको मैं बहुत बधाई देता हूं और आप विश्वास कीजिए आगे भी आप विजयी होंगे और फिर से एक बार यहीं पर हम मिलेंगे। बहुत-बहुत धन्यवाद। बहुत-बहुत शुभकामनाएं।

प्रधानमंत्री – ये लगातार तीसरी बार देश को मेडल दिलवाया है।

खिलाड़ी – थैंक यू सर।

प्रधानमंत्री – बहुत आशीर्वाद बेटा।

खिलाड़ी – और थैंक यू सो मच मैं सर के हाथ से लड्डू खा रही मेरा कल बर्थडे था तो आज सर के हाथ से…

प्रधानमंत्री – बहुत बधाई वाह।

प्रधानमंत्री – मुस्कुराओ यार ।

प्रधानमंत्री – जो खेलेगा वो खिलेगा।