୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ପ୍ରାୟ ୧୯୫୦ କୋଟି ଟଙ୍କା ମୂଲ୍ୟର ପିଏମ୍‌ଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ) ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଉଦ୍‌ଘାଟନ କରିଛନ୍ତି
ପ୍ରାୟ ୧୯,୦୦୦ ଟି ଘରର ଗୃହ ପ୍ରବେଶରେ ଭାଗୀଦାର ହୋଇଛନ୍ତି ଏବଂ ହିତାଧିକାରୀ ମାନଙ୍କୁ ଘର ଚାବି ହସ୍ତାନ୍ତର କରିଛନ୍ତି
“ପିଏମ - ଆବାସ ଯୋଜନା ଗୃହ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ଏହା ବିଶେଷ କରି ଗରିବ ଏବଂ ମଧ୍ୟବିତ୍ତଶ୍ରେଣୀର ଲୋକ ମାନଙ୍କୁ ଉପକୃତ କରିଛି ”
ଗୁଜରାଟର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାର ଦୁଇ ଗୁଣା ଦ୍ରୁତ ଗତିର ସହିତ କାମ କରୁଛି ”
“ଆମ ପାଇଁ ଦେଶର ବିକାଶ ଏକ ବିଶ୍ୱାସ ଏବଂ ପ୍ରତିବଦ୍ଧତା”
“ଧର୍ମନିରପେକ୍ଷତାର ପ୍ରକୃତ ଅର୍ଥ ହେଉଛି ଯେତେବେଳେ କୌଣସି ସମସ୍ତଙ୍କ ମଧ୍ୟରେ କୌଣସି ଭେଦଭାବ ରହିବ ନାହିଁ ”
ଦାରିଦ୍ର‌୍ୟ ବିରୋଧରେ ମୁକାବିଲା ପାଇଁ ଆମେ ଗୃହକୁ ଏକ ଶକ୍ତିଶାଳୀ ଭିତ୍ତଭୂମିରେ ପରିଣତ କରିଛୁ, ଗରିବଙ୍କ ସଶକ୍ତିକରଣ ଏବଂ ସମ୍ମାନର ସାଧନ ଭାବେ ପ୍ରସ୍ତୁତ କରିଛୁ”
“ପିଏମ୍‌ଏୱାଇ ଘରଗୁଡ଼ିକ ଅନେକ ଯୋଜନାର ପ୍ୟାକେଜ୍‌”
“ଆଜି ଆମେ ସହରୀ ଯୋଜନାରେ ଜୀବନର ସହଜତା ଏବଂ ଜୀବନର ଗୁଣବତ୍ତା ଉପରେ ସମାନ ଗୁରୁତ୍ୱ ଦେଉଛୁ”

ଗୁଜରାଟର ମୁଖ୍ୟମନ୍ତ୍ରୀ ଶୀମାନ ଭୂପେନ୍ଦ୍ର ଭାଇ ପଟେଲ, ସି.ଆର ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ପିଏମ ଆବାସ ଯୋଜନାର ସମସ୍ତ ହିତାଧିକାରୀ ପରିବାର, ଅନ୍ୟ ସମସ୍ତ ମହାନୁଭବ ଏବଂ ଗୁଜରାଟର ମୋର ପ୍ରିୟ ଭାଇ ଓ ଭଉଣୀମାନେ, 

ଆଜି ଗୁଜରାଟର ମୋର ଯେଉଁ ଭାଇ- ଭଉଣୀମାନଙ୍କର ଗୃହ ପ୍ରବେଶ ହୋଇଛି, ସେମାନଙ୍କ ସହିତ ହିଁ ମୁଁ ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ଟିମକୁ ମଧ୍ୟ ବହୁତ ଶୁଭେଚ୍ଛା ଜଣାଉଛି । ଏବେ ମୋତେ ଗାଁ ଏବଂ ସହରଗୁଡ଼ିକ ସହିତ ଜଡ଼ିତ ହଜାର- ହଜାର କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୁଯୋଗ ମିଳିଛି । ଏଥିରେ ଗରୀବଙ୍କ ପାଇଁ ଘର ଅଛି, ପାନୀୟ ଜଳ ପ୍ରକଳ୍ପ ଅଛି, ସହର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡ଼ିକ ଅଛି, ଉଦ୍ୟୋଗ ବିକାଶ ସହିତ ଜଡ଼ିତ କିଛି ପ୍ରକଳ୍ପ ଅଛି। ମୁଁ ସମସ୍ତ ହିତାଧିକାରୀଙ୍କୁ, ବିଶେଷ କରି ସେହି ଭଉଣୀମାନଙ୍କୁ, ଯେଉଁମାନଙ୍କୁ ଆଜି ନିଜର ପକ୍କା ଘର ମିଳିଛି, ମୁଁ ସମସ୍ତଙ୍କୁ ପୁଣିଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଭାଜପା ପାଇଁ ଦେଶର ବିକାଶ, ଏହା ହେଉଛି ଏକ ସଂକଳ୍ପ, ହେଉଛି ଏକ ପ୍ରତିବଦ୍ଧତା । ଆମ ପାଇଁ ରାଷ୍ଟ୍ରନିର୍ମାଣ ହେଉଛି ଏକ ନିରନ୍ତର ଚାଲୁଥିବା ମହାଯଜ୍ଞ । ଏବେ ଗୁଜରାଟରେ ପୁଣିଥରେ ବିଜେପି ସରକାର ଗଠନ ହେବାର ମାତ୍ର କିଛି ମାସ ହୋଇଛି, କିନ୍ତୁ ବିକାଶର ଯେଉଁ ଗତି ରହିଛି, ତାକୁ ଦେଖି ମୋତେ ବହୁତ ଆନନ୍ଦ ଲାଗୁଛି, ସୁଖଦ ଅନୁଭୂତି ମିଳୁଛି। ନିକଟରେ ଗରିବ କଲ୍ୟାଣ ପାଇଁ ସମର୍ପିତ ଗୁଜରାଟର 3 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପିତ କରାଯାଇଥିଲା। ବଞ୍ଚିତଙ୍କୁ ପ୍ରାଥମିକତା ଦେଇ ଅନେକ ନିଷ୍ପତି ଏକ ପ୍ରକାରରେ ଗୁଜରାଟ ନେତୃତ୍ୱ ନେଇଛି । ବିଗତ କିଛି ମାସ ମଧ୍ୟରେ ଗୁଜରାଟରେ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଆୟୂଷ୍ମାନ କାର୍ଡ ଦିଆ ଯାଇଛି। ଗୁଜରାଟର ପ୍ରାୟ 2 ଲକ୍ଷ ଗର୍ଭବତୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ସହାୟତା ମିଳିଛି। ଏହି ସମୟରେ ଗୁଜରାଟରେ 4ଟି ନୂତନ ମେଡିକାଲ କଲେଜ ଖୋଲିଛି । ନୂତନ ସରକାର ଗଠନ ହେବା ପରେ ଗୁଜରାଟରେ ଆଧୁନିକ ଭିତିଭୂମି ପାଇଁ ହଜାର- ହଜାର କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଗୁଜରାଟର ହଜାର- ହଜାର ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଏହା ଦର୍ଶାଉଛି ଯେ ଗୁଜରାଟର ଡବଲ ଇଂଜିନ ସରାକାର, ଡବଲ ଗତିରେ କାର୍ଯ୍ୟ କରୁଛି।

ସାଥୀଗଣ,

ବିଗତ 9 ବର୍ଷରେ ସମଗ୍ର ଦେଶରେ ଯେଉଁ ଅଦ୍ଭୂତପୂର୍ବ ପରିବର୍ତନ ହୋଇଛି, ତାହା ଆଜି ପ୍ରତ୍ୟେକ ଦେଶବାସୀ ଅନୁଭବ କରୁଛନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ ଜୀବନର ମୌଳିକ ସୁବିଧା ଗୁଡ଼ିକ ପାଇଁ ମଧ୍ୟ ଦେଶର ଲୋକଙ୍କୁ ବ୍ୟାକୁଳତାର ଅନୁଭବ କରାଗଲା। ବର୍ଷ- ବର୍ଷର ପ୍ରତୀକ୍ଷା ପରେ ଲୋକମାନେ ଏହି ଅଭାବକୁ ହିଁ ନିଜର ଭାଗ୍ୟ ଭାବେ ଧରି ନେଇଥିଲେ। ସମସ୍ତେ ଏଭଳି ଧରି ନେଇଥିଲେ ଯେ ଏବେ ଏହା ନିଜ ଭାଗ୍ୟରେ ରହିଛି, ଜୀବନ ବିତାଇବାକୁ ପଡ଼ିବ, ଏବେ ପିଲାମାନେ ବଡ଼ ହେଲା ପରେ ଯଦି କରିବା ପାଇଁ ପଡ଼ିବ ତେବେ କରିବେ, ଏଭଳି ନିରାଶା, ଅଧିକାଂଶ ଲୋକମାନେ ଧରି ନେଇଥିଲେ ଯେ ଯେଉଁ ନୁଆଁଣିଆ ଚାଳଘରରେ ଜନ୍ମ ନେଇଛନ୍ତି, ସେମାନଙ୍କର ଆଗାମୀ ପିଢ଼ୀ ମଧ୍ୟ ଏହି ନୁଆଁଣିଆ- ଝୋପଡିରେ ହିଁ ନିଜ ଜୀବନ ଅତିବାହିତ କରିବେ। ଏହି ନିରାଶା ଭିତରୁ ଦେଶ ଏବେ ବାହାରକୁ ବାହାରିବାରେ ଲାଗିଛି। ଆଜି ଆମ ସରକାର ପ୍ରତ୍ୟେକ ଅଭାବକୁ ଦୂର କରି, ପ୍ରତ୍ୟେକ ଗରିବଙ୍କ ପାଖରେ ନିଜେ ପହଞ୍ଚିବାର କାର୍ଯ୍ୟ କରୁଛନ୍ତି । ଆମେ ଯୋଜନାଗୁଡ଼ିକୁ ଶତ ପ୍ରତିଶତ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛୁ । ଅର୍ଥାତ ଯେଉଁ ଯୋଜନାର ଯେତେ ହିତାଧିକାରୀ ଅଛନ୍ତି, ସେମାନଙ୍କ ପାଖକୁ ସରକାର ସ୍ୱୟଂ ଯାଉଛନ୍ତି । ସରକାର ଅଭିବ୍ୟକ୍ତି ବଡ଼ ବ୍ୟାପକ ସ୍ତରରେ ଭ୍ରଷ୍ଟାଚାର ସମାପ୍ତ କରିଛନ୍ତି, ଭେଦଭାବ ସମାପ୍ତ କରିଛନ୍ତି । ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆମ ସରକାର ନା ଧର୍ମ ଦେଖୁଛନ୍ତି ଆଉ ନା ହିଁ ଜାତି ଦେଖୁଛନ୍ତି, ଆଉ ଯେତେବେଳେ ଆପଣମାନେ କୌଣସି ଗାଁରେ 50 ଲୋକଙ୍କୁ ଭେଟିବାକୁ ସ୍ଥିର କରୁଛନ୍ତି ଆଉ 50 ଲୋକ ମିଳି ଯାଉଛନ୍ତି, କୌଣସି ପନ୍ଥର ହୁଅନ୍ତୁ, କୌଣସି ଜାତିର ହୁଅନ୍ତୁ, ତାଙ୍କର ପରିଚୟ ଥାଉ ଅବା ନ ଥାଉ, କିଛି ମଧ୍ୟ ହେଉ, କିନ୍ତୁ ଗୋଟିଏ ଥର ସମସ୍ତଙ୍କୁ ମିଳୁଛି । ମୁଁ ବୁଝୁଛି ଯେଉଁଠାରେ କୌଣସି ଭେଦଭାବ ରହି ନ ଥାଏ, ସେହିଠାରେ ହିଁ ତ ପ୍ରକୃତ ଧର୍ମନିରପେକ୍ଷତା ମଧ୍ୟ ରହିଥାଏ। ଯେଉଁ ଲୋକମାନେ ସାମାଜିକ ନ୍ୟାୟର କଥା କହୁଛନ୍ତି, ଯେତେବେଳେ ଆପଣ ସମସ୍ତଙ୍କର ସୁଖ ନିମନ୍ତେ କାର୍ଯ୍ୟ କରନ୍ତି, ସମସ୍ତଙ୍କର ସୁବିଧା ନିମନ୍ତେ କାର୍ଯ୍ୟ କରନ୍ତି, ସମସ୍ତଙ୍କୁ ତାଙ୍କର ଅଧିକାର ପହଞ୍ଚାଇବା ନିମନ୍ତେ ଶତ- ପ୍ରତିଶତ କାର୍ଯ୍ୟ କରନ୍ତି, ତେବେ ମୁଁ ଭାବୁଛି ଯେ ଏହାଠାରୁ ବଳି ଆଉ କୌଣସି ସାମାଜିକ ନ୍ୟାୟ ହୋଇ ନ ପାରେ, ଏହାଠାରୁ ବଳି ଆଉ କୌଣସି ସୋସିଆଲ ଜଷ୍ଟିସ୍ ହୋଇ ନ ପାରେ, ଯେଉଁ ପଥରେ ଆମେ ଚାଲୁଛୁ । ଆଉ ଆମେ ସମସ୍ତେ ଜାଣିଛୁ ଯେ ଯେତେବେଳେ ଗରୀବକୁ ନିଜର ଜୀବନର ମୌଳିକ ଆବଶ୍ୟକତାଗୁଡ଼ିକର, ତାହାର ଚିନ୍ତା କମ୍ ହୋଇ ଯାଇଥାଏ, ସେତେବେଳେ ତାହାର ଆତ୍ମବିଶ୍ୱାସ ବଢ଼ି ଯାଇଥାଏ।

କିଛି ସମୟ ପୂର୍ବରୁ ପ୍ରାୟ 40 ହଜାର, 38 ହଜାର ସେହିଭଳି ଗରିବ ପରିବାରଙ୍କୁ ନିଜର ପକ୍କା ଘର ମିଳିଛି । ଏଗୁଡ଼ିକ ମଧ୍ୟରୁ ମଧ୍ୟ ପ୍ରାୟ 32 ହଜାର ଘର ବିଗତ ଶହେ ପଚିଶ ଦିନ ମଧ୍ୟରେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଛି । ଏମାନଙ୍କ ମଧ୍ୟରୁ ଅନେକ ହିତାଧିକାରୀଙ୍କ ସହିତ ମଧ୍ୟ ମୋତେ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଲା । ଆଉ ସେମାନଙ୍କର କଥା ଶୁଣି ଆପଣମାନଙ୍କୁ ମଧ୍ୟ ଲାଗିଥିବ ଯେ ସେହି ଘରଗୁଡ଼ିକ କାରଣରୁ ସେମାନଙ୍କର ଆତ୍ମବିଶ୍ୱାସ କେତେ ପରିମାଣରେ ରହିଥିଲା ଆଉ ଯେତେବେଳେ ଗୋଟିଏ- ଗୋଟିଏ ପରିବାରଠାରେ ସେତେ ପରିମାଣରେ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି ତେବେ ତାହା ସମାଜ ନିମନ୍ତେ କେତେ ବଡ଼ ଶକ୍ତି ହୋଇ ଯାଇ ପାରିବ। ଗରିବଙ୍କ ମନରେ ଯେଉଁ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ ଆଉ ତାକୁ ଲାଗିଥାଏ ଯେ ହଁ, ଏହା ହେଉଛି ମୋ ଅଧିକାରର ଆଉ ଏହି ସମାଜ ମୋ ସହିତ ରହିଛି ଏହା ବହୁତ ବଡ଼ ଶକ୍ତି ହୋଇ ଯାଇଥାଏ।

ସାଥୀଗଣ,

ପୁରୁଣା ନୀତିକୁ ନେଇ ଚାଲି, ଫେଲ ମାରି ଯାଇଥିବା ନୀତିକୁ ନେଇ ଚାଲି, ନା ଦେଶର ଭାଗ୍ୟ ବଦଳି ଯାଇ ପାରିବ ଆଉ ନା ହିଁ ଦେଶ ସଫଳ ହୋଇ ପାରିବ। ପୂର୍ବର ସରକାରଗୁଡ଼ିକ କେଉଁ ଦୃଷ୍ଟିଭଙ୍ଗୀ ସହିତ କାର୍ଯ୍ୟ କରୁଥିଲେ, ଆଜି ଆମେ କିଭଳି ଚିନ୍ତାଧାରା ସହିତ କାର୍ଯ୍ୟ କରୁଛୁ, ଏହାକୁ ବୁଝିବା ହେଉଛି ଖୁବ୍ ଜରୁରୀ। ଗରିବଙ୍କ ପାଇଁ ଆବାସ ଦେବାର ଯୋଜନା ମାନ ଦୀର୍ଘ ସମୟ ଧରି ଆମ ଦେଶରେ ଚାଲି ଆସୁଥିଲା । କିନ୍ତୁ 10-12 ବର୍ଷ ପୂର୍ବର ପରିସଂଖ୍ୟାନ କହୁଥିଲେ ଯେ ଆମ ଗାଁର ପ୍ରାୟ 75 ପ୍ରତିଶତ ପରିବାର ଏଭଳି ରହିଥିଲେ, ଯାହାଙ୍କ ଘରେ ପକ୍କା ଶୌଚାଳୟ ନ ଥିଲା। ଗରିବଙ୍କ ପାଇଁ ଘର ପାଇଁ ଯେଉଁ ଯୋଜନାଗୁଡ଼ିକ ପୂର୍ବରୁ ଚାଲୁ ରହିଥିଲା, ସେଥିରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆ ଯାଉ ନ ଥିଲା। ଘର କେବଳ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଛାତ ହୋଇ ନ ଥାଏ, କେବଳ ମାତ୍ର ସ୍ଥାନ ହୋଇ ନ ଥାଏ। ଘର ଆସ୍ଥାର ଏକ ସ୍ଥଳ ହୋଇଥାଏ, ଯେଉଁଠାରେ ସ୍ୱପ୍ନ ସବୁ ଆକାର ନେଇଥାଏ, ଯେଉଁଠାରେ ପରିବାରର ବର୍ତ୍ତମାନ ଏବଂ ଭବିଷ୍ୟତ ସ୍ଥିର ହୋଇଥାଏ। ତେଣୁ, 2014 ପରେ ଆମେ ଗରିବଙ୍କ ଘରକୁ କେବଳ ଏକ ପକ୍କା ଛାତ ମଧ୍ୟରେ ସୀମିତ ରଖିଲୁ ନାହିଁ । ବରଂ ଆମେ ଘରକୁ ଗରିବୀ ସହିତ ଲଢ଼େଇ କରିବାର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିଲୁ, ଗରିବଙ୍କ ସଶକ୍ତୀକରଣର, ତାଙ୍କର ଗରିମାର ମାଧ୍ୟମ କଲୁ । ଆଜି ସରକାରଙ୍କ ବଦଳରେ ହିତାଧିକାରୀ ନିଜେ ସ୍ଥିର କରୁଛନ୍ତି ଯେ ପିଏମ ଆବାସ ଯୋଜନା ମାଧ୍ୟମରେ ତାଙ୍କର ଘର କିଭଳି ତିଆରି ହେବ । ଏହା ଦିଲ୍ଲୀରୁ ସ୍ଥିର ହେଉ ନାହିଁ, ଗାନ୍ଧିନଗରରୁ ସ୍ଥିର କରାଯାଉ ନାହିଁ, ନିଜେ ସ୍ଥିର କରୁଛନ୍ତି । ସରକାର ସିଧାସଳଖ ତାଙ୍କ ବ୍ୟାଙ୍କ ଖତାରେ ପଇସା ଜମା କରି ଦେଉଛନ୍ତି । ଘର ତିଆରି ହେଉଛି, ଏହା ପ୍ରମାଣିତ କରିବା ପାଇଁ ଆମେ ଭିନ୍ନ- ଭିନ୍ନ ସ୍ତରରେ ଘରର ଜିୟୋ ଟ୍ୟାଗିଙ୍ଗ କରୁଛୁ । ଆପଣମାନେ ମଧ୍ୟ ଜାଣନ୍ତି ଯେ ପୂର୍ବରୁ ଏହିଭଳି ହେଉ ନ ଥିଲା । ହିତାଧିକାରୀଙ୍କ ପାଖରେ ହିଁ ପହଞ୍ଚିବା ପୂର୍ବରୁ ଘରର ଅର୍ଥ ଭ୍ରଷ୍ଟାଚାର ନିକଟରେ ବଳି ପଡ଼ି ଯାଉଥିଲା। ଯେଉଁ ଘର ତିଆରି ହେଉଥିଲା, ସେଗୁଡ଼ିକ ରହିବା ଉପଯୋଗୀ ମଧ୍ୟ ହେଉ ନ ଥିଲା।

ଭାଇ ଓ ଭଉଣୀମାନେ,

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଉଥିବା ଘର ଆଜି କେବଳ ଏକ ଯୋଜନା ମଧ୍ୟରେ ସୀମିତ ନାହିଁ, ଏହା ହେଉଛି କେତେଗୁଡ଼ିଏ ଯୋଜନା ଗୁଡ଼ିକର ପ୍ୟାକେଜ। ଏହିଥିରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନିର୍ମାଣ କରାଯାଇଥିବା ଶୌଚାଳୟ ରହିଛି। ଏହିଥିରେ ସୌଭାଗ୍ୟ ଯୋଜନା ମାଧ୍ୟମରେ ବିଜୁଳି ସଂଯୋଗ ମିଳୁଛି । ଏଥିରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଏଲପିଜି ଗ୍ୟାସ ସଂଯୋଗ ମିଳୁଛି । ଏଥିରେ ଜଳ ଜୀବନ ଅଭିଯାନ ମାଧ୍ୟମରେ ପାଇପ୍ ମାଧ୍ୟମରେ ଜଳ ମିଳୁଛି । ପୂର୍ବରୁ ଏହିସବୁ ସୁବିଧା ଗୁଡ଼ିକୁ ପାଇବା ପାଇଁ ମଧ୍ୟ ଗରିବମାନଙ୍କୁ ବର୍ଷ- ବର୍ଷ ଧରି ସରକାରୀ କାର୍ଯ୍ୟାଳୟ ଆଗରେ ଚକ୍କର ଲଗାଇବାକୁ ପଡ଼ୁଥିଲା। ଆଉ ଆଜି ଗରିବଙ୍କୁ ଏହି ସବୁ ସୁବିଧାଗୁଡ଼ିକ ସହିତ ହିଁ ମାଗଣା ରାସନ ଏବଂ ମାଗଣା ଚିକିତ୍ସାର ସୁବିଧା ମଧ୍ୟ ମିଳୁଛି। ଆପଣମାନେ କଳ୍ପନା କରି ପାରୁଥିବେ, ଗରିବଙ୍କୁ କେତେ ବଡ଼ ସୁରକ୍ଷା କବଚ ମିଳି ଯାଇଛି।

ସାଥୀଗଣ,

ପିଏମ ଆବାସ ଯୋଜନା, ଗରିବଙ୍କ ସହିତ ହିଁ ମହିଳା ସଶକ୍ତୀକରଣରେ ବହୁତ ବଡ଼ ଶକ୍ତି ପ୍ରଦାନ କରୁଛି । ଗତ 9 ବର୍ଷ ମଧ୍ୟରେ ପ୍ରାୟତଃ 4 କୋଟି ପକ୍କା ଘର ଗରିବ ପରିବାରଙ୍କୁ ମିଳି ସାରିଛି। ଏହିସବୁ ଘର ମଧ୍ୟରୁ ପ୍ରାୟତଃ 70 ପ୍ରତିଶତ ଘର ମହିଳା ହିତାଧିକାରୀଙ୍କ ନାମରେ ମଧ୍ୟ ରହିଛି। ଏହି କୋଟି- କୋଟି ଭଉଣୀମାନେ ହେଉଛନ୍ତି ସେହିମାନେ ଯେଉଁମାନଙ୍କ ନାମରେ ପ୍ରଥମ ଥର ପାଇଁ କୌଣସି ସଂପତ୍ତି ପଞ୍ଜିକୃତ ହୋଇଛି । ଆପଣମାନେ ଏଠାରେ ଆମ ଦେଶରେ ଗୁଜରାଟରେ ମଧ୍ୟ ଜଣାଅଛି, ଯେ ଘର ରହିବ ତ ପୁରୁଷଙ୍କ ନାମରେ, ଗାଡି ରହିବ ତ ପୁରୁଷଙ୍କ ନାମରେ, ଚାଷଜମି ରହିବ ତ ପୁରୁଷଙ୍କ ନାମରେ, ସ୍କୁଟର ମଧ୍ୟ ରହିବ ତ ପୁରୁଷଙ୍କ ନାମରେ, ଆଉ ସ୍ୱାମୀଙ୍କ ନାମରେ ରହିବ, ସ୍ୱାମୀ ଯଦି ରହି ନ ଥିବେ, ତେବେ ତାଙ୍କ ପୁଅ ନାମରେ ହୋଇ ଯାଇଥାଏ, ମାଆଙ୍କ ନାମରେ ମହିଳାଙ୍କ ନାମରେ କିଛି ରହି ନ ଥାଏ। ମୋଦୀ ଏହି ସ୍ଥିତିକୁ ବଦଳାଇ ଦେଇଛନ୍ତି, ଆଉ ଏବେ ମାଆ- ଭଉଣୀଙ୍କ ନାମରେ ସରକାରୀ ଯୋଜନାର ଯେଉଁ ଲାଭ ହୋଇଥାଏ, ସେଥିରେ ମାଆଙ୍କ ନାମକୁ ଯୋଡ଼ିବାକୁ ପଡ଼ୁଛି, କିମ୍ବା ଏବେ ମାଆଙ୍କୁ ହିଁ ଅଧିକାର ପ୍ରଦାନ କରାଯାଉଛି । ପିଏମ ଆବାସ ଯୋଜନା ସାହାଯ୍ୟରେ ନିର୍ମାଣ କରାଯାଇଥିବା ପ୍ରତ୍ୟେକ ଘରର ମୂଲ୍ୟ ଏବେ ପାଞ୍ଚ- ପଚାଶ ହଜାର ଟଙ୍କାରେ ଏବେ ଘର ନିର୍ମାଣ ହେଉ ନାହିଁ ଦେଢ଼ ଲକ୍ଷ, ଲକ୍ଷେ ପଞ୍ଚସ୍ତରୀ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଏହାର ଅର୍ଥ ଏହା ହେଲା ଯେ ଏମାନେ ସମସ୍ତେ ଯେଉଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିବାକୁ ଯାଇଛନ୍ତି ନା ସେମାନଙ୍କ ଘରର ମୂଲ୍ୟ ହେଉଛି ଲକ୍ଷ- ଲକ୍ଷରେ ଆଉ ଲକ୍ଷ- ଲକ୍ଷ ମୂଲ୍ୟର ଘରର ମାଲିକ ହୋଇଗଲେ ଏହାର ଅର୍ଥ ଏହା ହେଲା ଯେ କୋଟି- କୋଟି ମହିଳାମାନେ ଲକ୍ଷପତି ହୋଇ ଯାଇଛନ୍ତି, ଆଉ ଏଥିପାଇଁ ଏହା ମୋର ଲକ୍ଷପତି ବଡ଼ ଭଉଣୀ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରୁ ମୋତେ ଆଶୀର୍ବାଦ ଦେଉଛନ୍ତି, ଫଳରେ ମୁଁ ସେମାନଙ୍କ ପାଇଁ ଅଧିକ କାର୍ଯ୍ୟ କରି ପାରିବି।

ସାଥୀଗଣ,

ଦେଶରେ ବୃଦ୍ଧି ପାଉଥିବା ସହରୀକରଣକୁ ଦୃଷ୍ଟିରେ ରଖି, ବିଜେପି ସରକାର, ଭବିଷ୍ୟତର ଆହ୍ୱାନଗୁଡ଼ିକୁ ଧ୍ୟାନରେ ରଖି ମଧ୍ୟ କାର୍ଯ୍ୟ କରୁଛନ୍ତି । ଆମେ ରାଜକୋଟରେ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରି ଏକ ହଜାରରୁ ଅଧିକ ଘର ନିର୍ମାଣ କରିଛୁ । ଏହିସବୁ ଘର କମ୍ ମୂଲ୍ୟରେ, ବହୁତ କମ୍ ସମୟ ମଧ୍ୟରେ ନିର୍ମାଣ ହୋଇ ପାରିଛି ଆଉ ସେତେ ଅଧିକ ପରିମାଣରେ ସୁରକ୍ଷିତ ମଧ୍ୟ ରହିଛି। ଲାଇଟ୍ ହାଉସ୍ ପ୍ରକଳ୍ପ ମାଧ୍ୟମରେ ଆମେ ଦେଶର 6ଟି ସହରରେ ଏହି ପ୍ରୟୋଗ କରିଛୁ । ଏହିଭଳି ଟେକ୍ନୋଲୋଜି ଦ୍ୱାରା ଆଗାମୀ ସମୟରେ ଆହୁରି ଅଧିକ ଶସ୍ତା ଏବଂ ଆଧୁନିକ ଘର ଗରିବଙ୍କୁ ମିଳିବାକୁ ଯାଉଛି।

ସାଥୀଗଣ,

ଆମ ସରକାର ଘର ସହିତ ଜଡ଼ିତ ଆଉ ଏକ ଆହ୍ୱାନକୁ ଦୂର କରିଛନ୍ତି । ପୂର୍ବରୁ ରିୟଲ ଇଷ୍ଟେଟ କ୍ଷେତ୍ରରେ ମନ ଇଚ୍ଛା କାରବାର ଚାଲୁଥିଲା, ଧୋକାବାଜିର ଅଭିଯୋଗ ମାନ ଆସୁଥିଲା। ମଧ୍ୟମ ବର୍ଗର ପରିବାର ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ କୌଣସି ଆଇନ କାନୁନ ବ୍ୟବସ୍ଥା ନ ଥିଲା। ଆଉ ଏ ଯେଉଁ ବଡ଼- ବଡ଼ ବିଲଡର ଯୋଜନାମାନ ନେଇ ଆସୁଥିଲେ, ଏତେ ସୁନ୍ଦର ଫଟୋ ରହୁଥିଲା, ଘରେ ମଧ୍ୟ ସ୍ଥିର କରନ୍ତି ଯେ ଏହି ଘରକୁ ନେବା । ଆଉ ଯେତେବେଳେ ଦେଉଥିଲେ, ସେତେବେଳେ ଆଉ କିଛି ଦେଉଥିଲେ। ଗୋଟିଏ ଲେଖା ହେଉଥିଲା, ଅନ୍ୟଟିକୁ ଦେଉଥିଲେ। ଆମେ ଏକ ରେରା ଆଇନ ତିଆରି କଲୁ । ଏହାଦ୍ୱାରା ମଧ୍ୟବିତ ପରିବାରଙ୍କୁ ଆଇନଗତ ସୁରକ୍ଷା ମିଳିଛି। ଆଉ ପଇସା ଦେବା ସମୟରେ ଯେଉଁ ଡିଜାଇନ୍ ଦେଖାଇଥିଲେ, ଏବେ ତାହାକୁ ନିର୍ମାଣ କରୁଥିବା ଲୋକଙ୍କୁ ଠିକ ସେହିପରି ଘର ତିଆରି କରି ଦେବା ବାଧ୍ୟତାମୂଳକ ହୋଇ ଯାଇଛି, ନଚେତ ଜେଲ ଯିବାର ବ୍ୟବସ୍ଥା ମଧ୍ୟ ରହୁଛି । କେବଳ ଏତିକି ନୁହେଁ, ଆମେ ମଧ୍ୟବିତ୍ତ ପରିବାରକୁ ମଧ୍ୟ ଘର ନିର୍ମାଣ କରିବା ପାଇଁ ପ୍ରଥମ ଥର ପାଇଁ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମଧ୍ୟବିତ ବର୍ଗଙ୍କୁ ବ୍ୟାଙ୍କ ଋଣ ସହିତ ସୁଧର ସାହାଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି।

ଗୁଜରାଟ ମଧ୍ୟ ଏଥିରେ ବହୁତ ଭଲ କାର୍ଯ୍ୟ କରିଛି ଏହି କ୍ଷେତ୍ରରେ । ଗୁଜରାଟରେ ମଧ୍ୟବିତ୍ତର ଏଭଳି 5 ଲକ୍ଷ ପରିବାରଙ୍କୁ 11 ହଜାର କୋଟି ଟଙ୍କାର ସାହାଯ୍ୟ ଦେଇ, ସରକାର ସେମାନଙ୍କ ଜୀବନର ସ୍ୱପ୍ନକୁ ପୂରଣ କରିଛନ୍ତି।

ସାଥୀଗଣ,

ଆଜି ଆମେ ସମସ୍ତେ ମିଳିମିଶି ସ୍ବାଧୀନତାର ଅମୃତ କାଳରେ ବିକଶିତ ଭାରତର ନିର୍ମାଣ ପାଇଁ ପ୍ରୟାସ କରୁଛନ୍ତି। ଏହି 25 ବର୍ଷରେ ଆମ ସହର ବିଶେଷ ରୂପେ ଟାୟାର-2, ଟାୟାର-1 ସହରର ଅର୍ଥବ୍ୟବସ୍ଥାକୁ ଗତି ଦେବ। ଗୁଜରାଟରେ ମଧ୍ୟ ଏଭଳି ଅନେକ ସହର ରହିଛି । ଏହିସବୁ ସହରଗୁଡ଼ିକର ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ଭବିଷ୍ୟତର ଆହ୍ୱାନ ହିସାବରେ ପ୍ରସ୍ତୁତ କରାଯାଉଛି। ଦେଶର 500 ସହରରେ ମୌଳିକ ସୁବିଧାଗୁଡ଼ିକୁ ଅମୃତ ମିଶନ ମାଧ୍ୟମରେ ସୁଧାରିବା କାର୍ଯ୍ୟ କରାଯାଉଛି। ଦେଶର 100 ସହରରେ ଯେଉଁ ସ୍ମାର୍ଟ ସୁବିଧାମାନ ବିକଶିତ କରାଯାଉଛି, ତାହା ମଧ୍ୟ ସେହିଗୁଡ଼ିକୁ ଆଧୁନିକ କରୁଛନ୍ତି।

ସାଥୀଗଣ,

ଆଜି ଆମେ ଅର୍ବାନ ପ୍ଲାନିଂ ବା ସହରୀକରଣର ଯୋଜନାରେ ସହଜରେ ସହାବସ୍ଥାନ ଏବଂ ଗୁଣାତ୍ମକ ଜୀବନ, ଦୁଇଟି ଯାକ ଉପରେ ସମାନ ଗୁରୁତ୍ୱ ପ୍ରଦାନ କରୁଛୁ । ଆମର ଏହା ଚେଷ୍ଟା ରହୁଛି ଯେ ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବହୁତ ଅଧିକ ସମୟ ଖର୍ଚ୍ଚ କରିବାକୁ ନ ପଡ଼ୁ। ଆଜି ଦେଶରେ ଏହି ଚିନ୍ତାଧାରା ସହିତ ମେଟ୍ରୋ ନେଟୱର୍କର ବିସ୍ତାର କରାଯାଉଛି। ବର୍ଷ 2014 ପର୍ଯ୍ୟନ୍ତ ଦେଶରେ ଅଢ଼େଇ ଶହ କିଲୋମିଟରରୁ ମଧ୍ୟ କମ୍ ମେଟ୍ରୋ ନେଟୱର୍କ ଥିଲା। ଅର୍ଥାତ 40 ବର୍ଷରେ 250 କିଲୋମିଟର ମେଟ୍ରୋ ରୁଟ୍ ମଧ୍ୟ ନିର୍ମାଣ କରାଯାଇ ପାରି ନ ଥିଲା । ଯେତେବେଳେ କି ବିଗତ 9 ବର୍ଷରେ 600 କିଲୋମିଟର ନୂତନ ମେଟ୍ରୋ ରୁଟ୍ ନିର୍ମାଣ କରାଯାଇଛି, ସେଗୁଡ଼ିକରେ ମେଟ୍ରୋ ଚାଲିବା ଆରମ୍ଭ ହୋଇ ସାରିଛି।

ଆଜି ଦେଶରେ 20 ସହରରେ ମେଟ୍ରୋ ଚାଲୁଛି । ଆଜି ଆପଣ ଦେଖନ୍ତୁ, ଅହମ୍ମଦାବାଦ ଭଳି ସହରଗୁଡ଼ିକରେ ମେଟ୍ରୋ ଆସିବା ଦ୍ୱାରା ସାଧାରଣ ବରିବହନ କେତେ ସୁଲଭ ହୋଇ ଯାଇଛି। ଯେତେବେଳେ ସହରଗୁଡ଼ିକର ଆଖପାଖର ଅଞ୍ଚଳଗୁଡ଼ିକ ଆଧୁନିକ ଏବଂ ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା ସହିତ ଯୋଡ଼ି ହେବ ସେତେବେଳେ ତାହା ଫଳରେ ମୁଖ୍ୟ ସହର ଉପରେ ଚାପ କମ୍ ହୋଇଯିବ । ଅହମ୍ମଦାବାଦ- ଗାନ୍ଧିନଗର ଭଳି ଦ୍ୱୈତ ସହର, ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଟ୍ରେନଗୁଡ଼ିକ ସହିତ ମଧ୍ୟ ଯୋଡ଼ା ଯାଉଛି । ଏହିଭଳି ଭାବେ ଗୁଜରାଟର ଅନେକ ସହରଗୁଡ଼ିକରେ ବିଜୁଳୀଚାଳିତ ବସ୍ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯାଉଛି।

ସାଥୀଗଣ,

ଗରିବ ହୁଅନ୍ତୁ ଅବା ମଧ୍ୟବିତ, ଆମ ସହରଗୁଡ଼ିକରେ ଜୀବନର ଗୁଣାତ୍ମକ ମାନ ସେତେବେଳେ ଯାଇ ସମ୍ଭବ ହୋଇ ପାରିବ ଯେତେବେଳେ ଆମକୁ ସଫା- ସୁତୁରା ବାତାବରଣ ମିଳିବ, ଶୁଦ୍ଧ ପବନ ମିଳିବ। ଏଥିପାଇଁ ଦେଶରେ ମିଶନ ମୋଡ଼ରେ କାର୍ଯ୍ୟ ଚାଲୁ ରହିଛି। ଆମ ଦେଶରେ ପ୍ରତ୍ୟେକ ଦିନ ହଜାର- ହଜାର ଟନ୍ ପୌରାଞ୍ଚଳ ଆବର୍ଜନା ସୃଷ୍ଟି ହେଉଛି । ପୂର୍ବରୁ ଏହାକୁ ନେଇ ଦେଶରେ କୌଣସି ଗମ୍ଭୀରତା ନ ଥିଲା। ବିଗତ ବର୍ଷମାନଙ୍କରେ ଆମେ ଆବର୍ଜନା ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଇଛୁ । 2014 ରେ ଯେଉଁଠାରେ ଦେଶରେ କେବଳ 14-15 ପ୍ରତିଶତ ଆବର୍ଜନା ପ୍ରକ୍ରିୟାକରଣ ହେଉଥିଲା, ସେହିଠାରେ ଆଜି 75 ପ୍ରତିଶତ ଆବର୍ଜନା ପ୍ରକ୍ରିୟାକରଣ ହେଉଛି । ଯଦି ଏହା ପୂର୍ବରୁ ହୋଇ ଯାଇ ଥାଆନ୍ତା, ତେବେ ଆମ ସହର ଗୁଡ଼ିକରେ ଆଜି ଆବର୍ଜନାର ପାହାଡ଼ ଠିଆ ହୋଇ ନ ଥାଆନ୍ତା। ଏବେ କେନ୍ଦ୍ର ସରକାର, ଏଭଳି ଆବର୍ଜନାର ପାହାଡ଼କୁ ସମାପ୍ତ କରିବା ପାଇଁ ମଧ୍ୟ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଗୁଜରାଟ ଦେଶର ଜଳ ପରିଚାଳନା ଏବଂ ଜଳ ଯୋଗାଣ ଗ୍ରୀଡ଼କୁ ବହୁତ ଉନ୍ନତ ମଡେଲ ପ୍ରଦାନ କରିଛି। ଯେତେବେଳେ କେହି 3 ହଜାର କିଲୋମିଟର ଦୀର୍ଘ ମୁଖ୍ୟ ପାଇପ୍ ଲାଇନ୍ ଏବଂ ପଞ୍ଚସ୍ତରୀ ହଜାର କିଲୋମିଟରରୁ ଅଧିକ ବିତରଣ ଲାଇନ ବିଷୟରେ ଶୁଣିଥାଆନ୍ତି, ତେବେ ତାଙ୍କୁ ଏତେ ଶୀଘ୍ର ବିଶ୍ୱାସ ହିଁ ହୋଇ ନ ଥାଏ ଯେ ଏତେ ବଡ଼ କାର୍ଯ୍ୟ। ଏହା ଦ୍ୱାରା ପ୍ରାୟ 15 ହଜାର ଗାଁ ଏବଂ ଅଢ଼େଇ ଶହ ସହରୀ କ୍ଷେତ୍ରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଛନ୍ତି । ଏଭଳି ସୁବିଧାଗୁଡ଼ିକ ଦ୍ୱାରା ଗୁଜରାଟରେ ଗରିବ ହୁଅନ୍ତୁ ଅବା ମଧ୍ୟମବର୍ଗ, ସମସ୍ତଙ୍କର ଜୀବନ ସହଜ ହୋଇ ପାରିଛି। ଗୁଜରାଟର ଜନତା ଯେଉଁଭଳି ଭାବେ ଅମୃତ ସରୋବରଗୁଡ଼ିକର ନିର୍ମାଣରେ ମଧ୍ୟ ନିଜର ଭାଗିଦାରୀ ସୁନିଶ୍ଚିତ କରିଛନ୍ତି, ତାହା ମଧ୍ୟ ହେଉଛି ବହୁତ ପ୍ରଶଂସନୀୟ କାର୍ଯ୍ୟ।

ସାଥୀଗଣ,

ବିକାଶର ଏହି ଗତିକୁ ଆମେ ନିରନ୍ତର ଭାବେ ବଜାୟ ରଖିବାକୁ ହେବ । ସମସ୍ତଙ୍କର ପ୍ରୟାସ ଫଳରେ ଅମୃତ କାଳର ଆମର ସଂକଳ୍ପକୁ ସିଦ୍ଧି ମିଳି ପାରିବ। ଶେଷରେ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ବିକାଶ କାର୍ଯ୍ୟଗୁଡ଼ିକ ପାଇଁ ପୁଣିଥରେ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଯେଉଁ ପରିବାରଗୁଡ଼ିକର ନିଜର ସ୍ୱପ୍ନ ସିଦ୍ଧି ହୋଇଛି, ଘର ମିଳିଛି, ଏବେ ସେମାନେ ନୂତନ ସଂକଳ୍ପ ନେଇ ପରିବାରକୁ ଆଗକୁ ବଢ଼ାଇବାର ସାମର୍ଥ୍ୟ ଯୋଗାଡ଼ କରନ୍ତୁ। ବିକାଶର ସମ୍ଭାବନାମାନ ଅପରମ୍ପାର ରହିଛି, ଆପଣମାନେ ସମସ୍ତେ ମଧ୍ୟ ହେଉଛନ୍ତି ତାହାର ହକଦାର୍ ଆଉ ଆମର ମଧ୍ୟ ପ୍ରୟାସ ରହିଛି, ଆସନ୍ତୁ ମିଳିମିଶି ଭାରତକୁ ଆହୁରି ଦ୍ରୁତ ଗତି ପ୍ରଦାନ କରିବା। ଗୁଜରାଟକୁ ଆହୁରି ସମୃଦ୍ଧି ଆଡ଼କୁ ନେଇଯିବା। ଏହି ଭାବନା ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
French drugmaker Servier bets big on India as key global export hub

Media Coverage

French drugmaker Servier bets big on India as key global export hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a shooting incident in Canada
February 11, 2026

The Prime Minister, Shri Narendra Modi, extended his heartfelt condolences to the families who have lost their loved ones in a shooting incident in Canada. Shri Modi also wished a speedy recovery to the injured. "India stands in solidarity with the people of Canada in this moment of profound grief", Shri Modi stated.

Shri Modi posted on X:

"Deeply shocked by the horrendous shooting in Canada. I extend my heartfelt condolences to the families who have lost their loved ones and wish a speedy recovery to the injured. India stands in solidarity with the people of Canada in this moment of profound grief."

@MarkJCarney