“Like Ease of Doing Business and Ease of Living, Ease of Justice is equally important in Amrit Yatra of the country”
“In the last eight years, work has been done at a fast pace to strengthen the judicial infrastructure of the country”
“Our judicial system is committed to the ancient Indian values of justice and is also ready to match the realities of the 21st century”

କାର୍ଯ୍ୟକ୍ରମରେ ଉପସ୍ଥିତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଏନ. ଭି. ରମ୍ମନା ଜୀ, ଜଷ୍ଟିସ ଶ୍ରୀ ୟୁ ୟୁ ଳଳିତ ଜୀ, ଜଷ୍ଟିସ ଶ୍ରୀ ଡି. ୱାଇ ଚନ୍ଦ୍ରଚୂଡ଼ ଜୀ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଏବଂ ଦେଶର ଆଇନ ମନ୍ତ୍ରୀ ଶ୍ରୀ କିରଣ ରିଜିଜ୍ଜୁ ଜୀ, ସୁପ୍ରିମକୋର୍ଟର ସମ୍ମାନୀୟ ବିଚାରପତିଗଣ, ଆମର ସାଥୀ ରାଜ୍ୟମନ୍ତ୍ରୀ ଶ୍ରୀମାନ ଏସ. ପି. ବଘେଲ ଜୀ, ଉଚ୍ଚ ନ୍ୟାୟାଳୟର ସମ୍ମାନନୀୟ ବିଚାରପତିଗଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷ ବୃନ୍ଦ, ସମସ୍ତ ସମ୍ମାନନୀୟ ଅତିଥିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

ଭାରତର ନ୍ୟାୟ ବ୍ୟବସ୍ଥାର ନେତୃତ୍ୱ କରୁଛି ଆପଣ ସମସ୍ତଙ୍କ ମଧ୍ୟକୁ ଆସିବା ଏକ ସୁଖଦ ଅନୁଭବ ହୋଇଥାଏ, କିନ୍ତୁ କହିବା ଟିକିଏ କଠିନ ହୋଇଥାଏ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ତ୍ତୃପକ୍ଷବୃନ୍ଦଙ୍କର ଏହା ଏକ ପ୍ରକାର ପ୍ରଥମ ଜାତୀୟ ଅଧିବେଶନ ଏବଂ ମୁଁ ମାନୁଛି ଯେ ଏହା ଏକ ଭଲ ଶୁଭାରମ୍ଭ ଅଟେ । ଅର୍ଥାତ ଏହା ଆଗକୁ ମଧ୍ୟ ଚାଲିବ । ଆପଣମାନେ ଏହିଭଳି ଆୟୋଜନ କରିଥିବା ପାଇଁ ଯେଉଁ ସମୟ ବାଛିଛନ୍ତି, ଏହି ସମୟ ମଧ୍ୟ ସଠିକ ମଧ୍ୟ ଅଛି ଏବଂ ଐତିହାସିକ ଦୃଷ୍ଟିକୋଣରୁ ଏହା ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ ।

ଆଜିଠାରୁ କିଛିଦିନ ପରେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷ ପୁରଣ କରିବାକୁ ଯାଉଛି । ଏହି ସମୟ ଆମର ସ୍ୱାଧୀନତାର ଅମୃତ କାଳର ସମୟ ଅଟେ । ଏହି ସମୟ ସେହି ସଂକଳ୍ପର ଅଟେ ଯାହା ଆଗାମୀ ୨୫ ବର୍ଷରେ ଦେଶକୁ ନୂତନ ଶିଖରକୁ ନେଇଯିବ । ଦେଶର ଏହି ଅମୃତ ଯାତ୍ରାରେ ବାଣିଜ୍ୟରେ ସୁଗମତା ଏବଂ ଜୀଇଁବାରେ ସୁଗମତା ଭଳି ନ୍ୟାୟରେ ସୁଗମତା ମଧ୍ୟ ସେତିକି ଜରୁରୀ ଅଟେ । ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ସମସ୍ତ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏଥିରେ ବହୁତ ବଡ଼ ଭୂମିକା ନିର୍ବାହ କରିପାରିବେ । ମୁଁ ଏହି ଆୟୋଜନ ପାଇଁ ବିଶେଷ ଭାବରେ ଳଳିତ ଜୀଙ୍କୁ ଏବଂ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ମଧ୍ୟ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି ।

ସାଥୀମାନେ,

ଆମର ଏଠାରେ ନ୍ୟାୟର ସଂକଳ୍ପନାରେ କୁହାଯାଇଛି-

ଅଂଗେନ ଗାତ୍ରଂ ନୟନେନ ବକ୍ରତଂ, ନ୍ୟାୟେନ ରାଜ୍ୟଂ ଲବଣେନ ଭୋଜ୍ୟମ ।

ଅର୍ଥାତ୍ ଯେମିତି ବିଭିନ୍ନ ଅଙ୍ଗରୁ ଶରୀରର, ଆଖିରୁ ମୁହଁର ଏବଂ ଲୁଣରୁ ଖାଦ୍ୟର ସାର୍ଥକତା ପୁରା ହୋଇଥାଏ ସେହିପରି ଦେଶ ପାଇଁ ନ୍ୟାୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ଆପଣମାନେ ସମସ୍ତେ ଏଠାରେ ସମ୍ବିଧାନର ବିଶେଷଜ୍ଞ ଏବଂ ଜଣାଶୁଣା ଅଟନ୍ତି । ଆମର ସମ୍ବିଧାନର ଧାରା ୩୯(କ), ଯାହାକି ରାଜ୍ୟ ନୀତିର ନିର୍ଦେଶନାମା ଅନ୍ତର୍ଗତ ଆସିଥାଏ, ସେ ଆଇନର ସହାୟତାକୁ ବହୁତ ପ୍ରାଥମିକତା ଦେଇଛନ୍ତି । ଏହାର ମହତ୍ୱ ଆମ ଦେଶରେ ଲୋକମାନଙ୍କ୍ ଭରସାରେ ଦେଖିପାରିବେ ।

ଆମର ଏଠାରେ ସାମାନ୍ୟର ସାମାନ୍ୟ ମଣିଷଙ୍କୁ ଏହି ବିଶ୍ୱାସ ହୋଇଥାଏ ଯେ ଯଦି କେହି ଶୁଣିବେ ନାହିଁ, ତେବେ ଅଦାଲତର କବାଟ ଖୋଲା ଅଛି । ନ୍ୟାୟର ଏହି ଭରସା ପ୍ରତ୍ୟେକ ଦେଶବାସୀଙ୍କୁ ଏହି ଅନୁଭବ ଦେଇଥାଏ ଯେ ଦେଶର ବ୍ୟବସ୍ଥାଗୁଡ଼ିକ ତାହାର ଅଧିକାରକୁ ରକ୍ଷା କରୁଛି । ଏହି ଭାବନା ସହିତ ଦେଶ ଜାତୀୟ ଆଇନ ସେବା ପ୍ରାଧିକରଣ, ଏହାର ସ୍ଥାପନା ମଧ୍ୟ କରିଥିଲେ ଯାହାକି ଅତି ଦୁର୍ବଳ ବ୍ୟକ୍ତିମାନଙ୍କୁ ମଧ୍ୟ ନ୍ୟାୟିକ ଅଧିକାର ମିଳୁ । ବିଶେଷ ଭାବରେ, ଆମର ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ, ଆମର ଆଇନ ସହାୟତା ବ୍ୟବସ୍ଥାର ନିର୍ମାଣ ଖଣ୍ଡ ଭଳି ଅଟେ ।

ସାଥୀମାନେ,

ଆପଣମାନେ ସମସ୍ତେ ଜାଣନ୍ତି ଯେ କୌଣସି ମଧ୍ୟ ସମାଜ ପାଇଁ ଜରୁରୀ ଅଟେ, ସେତିକି ଜରୁରୀ ଅଦାଲତି ବିବରଣୀ ମଧ୍ୟ ଅଟେ । ଏଥିରେ ଏକ ପ୍ରମୁଖ ଯୋଗଦାନ ଅଦାଲତି ପରମ୍ପରାଗତ ଢାଞ୍ଚାର ମଧ୍ୟ ହୋଇଥାଏ । ଗତ ଆଠ ବର୍ଷରେ ଦେଶର ଅଦାଲତି ପରମ୍ପରାଗତ ଢାଞ୍ଚାକୁ ମଜୁବତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି । ଅଦାଲତି ପରମ୍ପରାଗତ ଢାଞ୍ଚାକୁ ଆଧୁନିକୀକରଣ କରିବା ପାଇଁ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଦେଶରେ କୋର୍ଟ ହଲର ସଂଖ୍ୟା ମଧ୍ୟ ବଢ଼ିଛି । ଅଦାଲତୀ ପରମ୍ପରାଗତ ଢାଞ୍ଚାର ନିର୍ମାଣରେ ଏହି ଗତି ଅଦାଲତୀ ବିତରଣକୁ ମଧ୍ୟ ତ୍ୱରାନିତ କରିବ ।

ସାଥୀମାନେ,

ବିଶ୍ୱ ଏକ ଅଭୂତପୂର୍ବ ଡିଜିଟାଲ କ୍ରାନ୍ତିର ସାକ୍ଷ୍ୟ ବହନ କରୁଛି ଏବଂ ଭାରତ ଏହି କ୍ରାନ୍ତିର ପ୍ରମୁଖ ନେ୍ଦ୍ର ହୋଇ ଦଣ୍ଡାୟମାନ ହୋଇଛି । କିଛି ବର୍ଷ ପୂର୍ବରୁ ଦେଶ ଯେତେବେଳେ ଭିମ୍ - ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟସର ଆରମ୍ଭ କରୁଥିଲା, ସେତେବେଳେ କିଛି ଲୋକଙ୍କୁ ଲାଗୁଥିଲା ଯେ ଏହା ଛୋଟ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ ରହିବ। କିନ୍ତୁ ଆଜି ଆମେ ଗାଁ ଗାଁରେ ଡିଜିଟାଲ ପେମେଣ୍ଟ ହେବାର ଦେଖିବାକୁ ମିଳୁଛି । ଆଜି ବିଶ୍ୱରେ ଯେତେଗୁଡ଼ିଏ ରିୟର ଟାଇମ ଡିଜିଟାଲ ପେମେଣ୍ଟସ ହେଉଛି, ସେଥିରେ ବିଶ୍ୱରେ ସେଥିରୁ ୪ଠ ପ୍ରତିଶତ ଏକୁଟିଆ ଭାରତରେ ହିଁ ହୋଇଛି। ରାସ୍ତା କଡ଼ରେ ଏବଂ ଠେଲା ବିକାଳିମାନଙ୍କ ଠାରୁ ଆରମ୍ଭ କରି, ଗାଁର ଗରିବ ପର୍ଯ୍ୟନ୍ତ, ଡିଜିଟାଲ ପେମେଣ୍ଟସ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସହଜ ଦିନଚର୍ଯ୍ୟାର ଅଂଶ ହୋଇପାରିଛି । ଯେତେବେଳେ ଦେଶରେ ନବୀକରଣ ଏବଂ ଆପଣାଇବାର ସ୍ୱାଭାବିକ କ୍ଷମତା ଥିବ, ତେବେ ଅଦାଲତୀ ବିତରଣରେ ଟେକ୍ନୋଲୋଜୀର ବ୍ୟବହାର ପାଇଁ ଏହାଠାରୁ ଉତ୍ତମ ସମୟ ହୋଇପାରିବ ନାହିଁ ।

ମୋତେ ଖୁସି ଲାଗୁଛି ଯେ, ସୁପ୍ରିମକୋର୍ଟର ନିଦର୍ଶନରେ ଦେଶର ନ୍ୟାୟ ବ୍ୟବସ୍ଥା ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି । ୧- କୋର୍ସ ମିଶନ ମାଧ୍ୟମରେ ଭର୍ଚୁଆଲ କୋର୍ଟସ ଆରମ୍ଭ କରାଯାଉଛି । ଟ୍ରାଫିକ ଉଲ୍ଲଂଘନ ଭଳି ଅପରାଧଗୁଡ଼ିକ ପାଇଁ ଚବିଶ ଘଣ୍ଟା ଚାଲିପାରୁଥିବା କୋର୍ଟ ମଧ୍ୟ କାର୍ଯ୍ୟ ଆରମ୍ଭ କରିଦେଇଛି । ଲୋକମାନଙ୍କ ସୁବିଧା ପାଇଁ କୋର୍ଟରେ ଭିଡିଓ କନଫରେନସିଂ ଇନଫ୍ରାଷ୍ଟ୍ରକଚରର ବିସ୍ତାର ମଧ୍ୟ କରାଯାଉଛି ।

ମୋତେ କୁହାଯାଇଛି ଯେ, ଦେଶରେ ଡିଷ୍ଟ୍ରିକ୍ଟ କୋର୍ଟସରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ କେସଗୁଡ଼ିକର ଶୁଣାଣି ଭିଡିଓ କନଫରେନସିଂ ମାଧ୍ୟମରେ କରାଯାଇଛି । ପାଖାପାଖି ୬ଠ ଲକ୍ଷ କେସ ଉଚ୍ଚ ନ୍ୟାୟାଳୟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଶୁଣାଯାଇଛି । କରୋନା ସମୟରେ ଆମେ ଯେପରି ବିକଳ୍ପ ଭାବରେ ଏହାକୁ ଗ୍ରହଣ କଲୁ, ତାହା ଏବେ ବ୍ୟବସ୍ଥାର ଏକ ଅଂଶ ହୋଇଯାଇଛି ।

ଏହା ଏକ ପ୍ରମାଣ ଅଟେ ଯେ ଆମର ନ୍ୟାୟ ବ୍ୟବସ୍ଥା, ନ୍ୟାୟର ପ୍ରାଚୀନ ଭାରତୀୟ ମୂଲ୍ୟ ପାଇଁ ମଧ୍ୟ ପ୍ରତିବଦ୍ଧ ଅଟେ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବିକତା ସହିତ ମିଶାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ । ଏହାର ଶ୍ରେୟ ଆପଣ ସମସ୍ତ ମହାନୁଭବକୁ ଯାଉଛି । ମୁଁ ଆପଣ ସମସ୍ତଙ୍କର ଏହି ପ୍ରୟାସ ପାଇଁ ପ୍ରଶଂସା କରୁଛି ।

ସାଥୀମାନେ,

ସାଧାରଣ ମଣିଷ ପର୍ଯ୍ୟନ୍ତ ନ୍ୟାୟ ପହଂଚାଇବା ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ସମସ୍ତ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଟେକ୍ନୋଲୋଜୀର ଏହି ଶକ୍ତିକୁ ଅଧିକରୁ ଅଧିକ ପ୍ରୟୋଗ କରିବାକୁ ହେବ । ଜଣେ ସାଧାରଣ ନାଗରିକ ସମ୍ବିଧାନରେ ନିଜର ଅଧିକାର ସହିତ ପରିଚିତ ଅଟେ, ନିଜର କର୍ତ୍ତବ୍ୟ ସହିତ ପରିଚିତ ଅଟେ, ତାହାକୁ ନିଜର ସମ୍ବିଧାନ ଏବଂ ସାମ୍ବିଧାନିକ ସଂରଚନାର ମଧ୍ୟ ସୂଚନା ଥିବ, ଏଥିରେ ଟେକ୍ନୋଲୋଜୀ ଏକ ବଡ଼ ଭୂମିକା ନିର୍ବାହ କରିପାରିବ ।

ଗତବର୍ଷ ଆଦରଣୀୟ ରାଷ୍ଟ୍ରପତି ଜୀ ଲିଗାଲ ଲିଟେରାସି ଏବଂ ସଚେତନତା ପାଇଁ ପ୍ୟାନ ଇଣ୍ଡିଆ ଆଡଭଟରିଚ କ୍ୟାମ୍ପେନ ଲଞ୍ଚ କରିଥିଲେ । ଏଥିରେ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ବହୁତ ବଡ଼ ଭୂମିକା ନିର୍ବାହ କରିଥିଲା । ଏହା ପୂର୍ବରୁ ୨ଠ୧୭ରେ ପ୍ରୋ ବୋନୋ ଲିଗାଲ ସର୍ଭିସ ପ୍ରୋଗ୍ରାମ ମଧ୍ୟ ଲଞ୍ଚ କରାଯାଇଥିଲା । ଏଥିରେ ମୋବାଇଲ ଏବଂ ୱେବ ଆପ ମାଧ୍ୟମରେ ଲିଗାଲ ସର୍ଭିସେସଗୁଡ଼ିକୁ ସାଧାରଣ ଲୋକଙ୍କ୍ ପାଇଁ ସମ୍ପ୍ରସାରଣ କରାଯାଇଥିଲା । ଏଭଳି ପ୍ରକାରର ପ୍ରୟାସରେ ବର୍ତ୍ତମାନ ଏହି କର୍ତ୍ତୃପକ୍ଷଙ୍କ ଏକ ପଦକ୍ଷେପ ଏବଂ ଆଗକୁ ଯାଇ ପରବର୍ତ୍ତୀ ପିଢ଼ିର ଜ୍ଞାନକୌଶଳର ବ୍ୟବହାର କରିବ ତେବେ ଜନତାଙ୍କର ଆହୁରି ହିତ ସାଧନ ହେବ ।

ସାଥୀମାନେ,

ସ୍ୱାଧୀନତାର ୭୫ ବର୍ଷର ଏହି ସମୟ ଆମ ପାଇଁ କର୍ତ୍ତବ୍ୟ କରିବାର ସମୟ ଅଟେ, ଆମେ ଏମିତି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେବ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଉପେକ୍ଷିତ ଅବସ୍ଥାରେ ରହିଆସିଛି । ଦେଶରେ ଅଣ୍ଟର ଟ୍ରାଏଲ କଏଦୀମାନଙ୍କ ସହିତ ଜଡ଼ିତ ମାନବୀୟ ବିଷୟ ଉପରେ ସୁପ୍ରିମକୋର୍ଟ ଦ୍ୱାରା ପୂର୍ବରୁ ମଧ୍ୟ ବହୁବାର ସମ୍ବେଦନଶୀଳତା ପ୍ରଦର୍ଶନ କରାଯାଇଛି । ଏମିତି ଅନେକ କଏଦୀ ଅଛନ୍ତି, ଯେଉଁମାନେ ଆଇନ ସହାୟତାର ଅପେକ୍ଷାରେ ବହୁବର୍ଷ ଧରି ଜେଲରେ ବନ୍ଦୀ ରହିଛନ୍ତି । ଆମର ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏହି କଏଦୀମାନଙ୍କୁ ସହାୟତା ଦେବାକୁ ଦାୟିତ୍ୱ ନେଇପାରିବେ । ଆଜି ଏଠାକୁ ସମଗ୍ର ଦେଶରୁ ଜିଲ୍ଲା ବିଚାରପତିମାନେ ଆସିଛନ୍ତି । ମୋର ତାଙ୍କୁ ଅନୁରୋଧ ଯେ ଜିଲ୍ଲାସ୍ତରୀୟ ଅଣ୍ଟର ଟ୍ରାଏଲ ସମୀକ୍ଷା କମିଟିର ଅଧ୍ୟକ୍ଷ ହୋଇଥିବା ଯୋଗୁ ଅଣ୍ଡର ଟ୍ରାଏଲ କଏଦୀମାନଙ୍କୁ ଛାଡ଼ିବାରେ ଶୀଘ୍ର ବ୍ୟବସ୍ଥା କରନ୍ତୁ ।

ସେମିତି ମୋତେ କୁହାଯାଇଛି ଯେ ଏନଏଏଲଏସଏ (ନାଲସା) ଏହି ଦିଗରେ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛି । ମୁଁ ଏଥିପାଇଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି; ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ଏବଂ ଅପେକ୍ଷା କରୁଛି ଯେ, ଆପଣ ଲିଗାଲ ଏଡ୍ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିପାରିବେ । ମୁଁ ବାର୍ କାଉନସିଲକୁ ମଧ୍ୟ ଅନୁରୋଧ କରିବି ଯେ ଅଧିକରୁ ଅଧିକ ଆଇନଜୀବୀମାନଙ୍କୁ ଯୋଡ଼ିବା ପାଇଁ ପ୍ରେରିତ କରନ୍ତୁ ।

ସାଥୀମାନେ,

ମୋର ଆଶା ଅଛି, ଆମ ସମସ୍ତଙ୍କର ପ୍ରୟାସ ଏହି ଅମୃତ କାଳରେ ଦେଶର ସଂକଳ୍ପକୁ ନୂତନ ଦିଗ ଦେବ । ଏହି ବିଶ୍ୱାସ ସହିତ ମୋତେ ଆପଣଙ୍କ ମଧ୍ୟରେ ଆସିବାର ସୁଯୋଗ ମିଳିଲା । ଏଥିପାଇଁ ମଧ୍ୟ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏବଂ ମୋତେ ବିଶ୍ୱାସ ଅଛି ଯେ ଦୁଇ ଦିନର ଏହି ଆପଣଙ୍କର ମନ୍ଥନ ଯେଉଁ ଅପେକ୍ଷାଗୁଡ଼ିକୁ ଏବଂ ଆଶାଗୁଡ଼ିକ ସହିତ ଏତେ ବଡ଼ ସମାରୋହ ଅନୁଷ୍ଠିତ ହେଉଛି, ସେତିକି ବଡ଼ ଫଳାଫଳ ଆଣିବ ।

ଏହି ଅପେକ୍ଷା ସହିତ ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.