“ସ୍ୱାଧୀନତା ପରେ ଆଙ୍ଗଲୋ -ଆବୋର ଯୁଦ୍ଧ ହେଉ କିମ୍ବା ସୀମାର ସୁରକ୍ଷା ହେଉ, ଅରୁଣାଚଳବାସୀଙ୍କ ବୀରତ୍ୱର କାହାଣୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅମୂଲ୍ୟ ଐତିହ୍ୟ ଅଟେ
“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଧାରା ଅରୁଣାଚଳ ପ୍ରଦେଶ ପାଇଁ ଏକ ଉତ୍ତମ ଭବିଷ୍ୟତ ନିଶ୍ଚିତ କରିବ
“ପୂର୍ବ ଭାରତ, ବିଶେଷ ଭାବରେ ଉତ୍ତର-ପୂର୍ବ ଭାରତ ଏକବିଂଶ ଶତାବ୍ଦୀରେ ଭାରତର ବିକାଶର ଇଞ୍ଜିନ ହେବ”
“ଆମେ ଅରୁଣାଚଳକୁ ପୂର୍ବ ଏସିଆର ଏକ ପ୍ରମୁଖ ମୁଖଶାଳା କରିବା ପାଇଁ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରୁଛୁ । ଅରୁଣାଚଳର ରଣନୀତିକ ଭୂମିକାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଧୁନିକ ଭିତ୍ତିଭୂମି ର୍ନିମାଣ କରାଯାଉଛି “

ଅରୁଣାଚଳପ୍ରଦେଶର ମୋର ଭାଇ ଓ ଭଉଣୀମାନେ !

ଜୟ ହିନ୍ଦ୍‌! 

ଆପଣ ସମସ୍ତଙ୍କୁ ଅରୁଣାଚଳ ପ୍ରଦେଶର ୩୬ତମ ରାଜ୍ୟ ସ୍ଥାପନା ଦିବସର ଅନେକ ଅନେକ ଶୁଭେଚ୍ଛା । ୫୦ବର୍ଷ ପୂର୍ବେ ନେଫାକୁ ଅରୁଣାଚଳ ପ୍ରଦେଶ ରୂପରେ ନୂଆ ନାମ, ନୂଆ ପରିଚୟ ମିଳିଥିଲା । ଉଦୀୟମାନ ସୂର୍ଯ୍ୟର ଏହି ପରିଚୟକୁ, ଏହି ନୂଆ ଶକ୍ତିକୁ ଏହି ୫୦ବର୍ଷରେ ଆପଣ ସମସ୍ତ ପରିଶ୍ରମୀ, ରାଷ୍ଟ୍ରଭକ୍ତ, ଭାଇଭଉଣୀମାନେ ନିରନ୍ତରଭାବେ ସଶକ୍ତ କରିଛନ୍ତି । ଅରୁଣାଚଳର ଏହି ଭବ୍ୟତାକୁ ଦେଖି ପାଞ୍ଚ ଦଶକ ପୂବେ ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଜୀ(ଅରୁଣାଚଳ ହମରା) ନାମରେ ଗୋଟିଏ ଗୀତ ଲେଖିଥିଲେ । ମୁଁ ଜାଣିଛି ଏହି ଗୀତ ପ୍ରତ୍ୟେକ ଅରୁଣାଚଳବାସୀଙ୍କର ବେଶ୍ ପସନ୍ଦର ଅଟେ, କୌଣସି ସମାରୋହ ଏହି ଗୀତ ବିନା ସମ୍ପୂର୍ଣ୍ଣ ହୁଏ ନାହିଁ । ଏଥିପାଇଁ ମୁଁ ମଧ୍ୟ ଆପଣଙ୍କ ସହିତ କଥା ହେବା ବେଳେ ଏହି ଗୀତର କିଛି ପଦ ନିଶ୍ଚୟ ଗାଇବାକୁ ଚାହୁଁଛି ।

ଅରୁଣ କିରଣ ଶିଶ ଭୂଷଣ,

ଅରୁଣ କିରଣ ଶିଶ ଭୂଷଣ,

କଣ୍ଠ ହିମ କି ଧାରା, 

ପ୍ରଭାତ ସୁରଜ ଚୁମ୍ବିତ ଦେଶ,

ଅରୁଣାଚଳ ହମାରା, 

ଅରୁଣାଚଳ ହମାରା

ଭାରତ ମା କା ରାଜଦୁଲାରା

ଅରୁଣାଚଳ ହମାରା !

ବନ୍ଧୁଗଣ, 

ରାଷ୍ଟ୍ରଭକ୍ତି ଏବଂ ସାମାଜିକ ସୌହାର୍ଦ୍ଦ୍ୟର ଯେଉଁ ଭାବନାକୁ ଅରୁଣାଚଳ ପ୍ରଦେଶ ନୂତନ ଶିଖର ଦେଇଛି, ନିଜର ସାଂସ୍କୃତିକ ଐତିହ୍ୟକୁ ଯେଉଁ ଭାବରେ ଆପଣମାନେ ଗୁନି୍ଥଛନ୍ତି-ସଜାଇଛନ୍ତି, ପରମ୍ପରା ଏବଂ ପ୍ରଗତିକୁ ଯେଉଁଭଳି ଆପଣମାନେ ସାଥିରେ ଧରି ବାଟ ଚାଲୁଛନ୍ତି ତାହା ସମଗ୍ର ଦେଶ ପାଇଁ ପ୍ରେରଣା ଅଟେ । 

ବନ୍ଧୁଗଣ, 

ଆଜାଦି କା ଅମ୍ରିତ ମହୋତ୍ସବ କାଳରେ ଦେଶ, ଅରୁଣାଚଳ ପ୍ରଦେଶର ସେହିସବୁ ଶହୀଦମାନଙ୍କୁ ମଧ୍ୟ ମନେ ପକାଉଛି, ଯେଉଁମାନେ ନିଜକୁ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ । ଆଙ୍ଗ୍‌ଲ-ଆବର ଯୁଦ୍ଧ ହେଉ ଅବା ପୁଣି ସ୍ୱାଧୀନତା ପରେ ସୀମାର ସୁରକ୍ଷା, ଅରୁଣାଚଳବାସୀଙ୍କ ବୀରତ୍ୱର ଗାଥା ପ୍ରତ୍ୟେକ ଭାରତବାସୀ ପାଇଁ ଅମୂଲ୍ୟ ଐତିହ୍ୟ ଅଟେ । ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣମାନଙ୍କ ଗ୍ରହଣକୁ ଆସିବାର ସୁଯୋଗ ମିଳିଛି । ମୋତେ ଏକଥା ପାଇଁ ମଧ୍ୟ ବହୁ ଖୁସି ଯେ ଆମ ମୁଖ୍ୟମନ୍ତ୍ରୀ ଏବଂ ଯୁବା ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଜୀଙ୍କ ନେତୃତ୍ୱ ଉପରେ ଯେଉଁ ଆକାଂକ୍ଷା ସହିତ ଆପଣମାନେ ଭରସା ରଖିଥିଲେ, ତାହା ଉପରେ ସରକାର ସଫଳଭାବେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଆପଣମାନଙ୍କ ବିଶ୍ୱାସ ଡବଲ ଇଞ୍ଜିନର ସରକାରଙ୍କୁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରୋତ୍ସାହିତ କରୁଛି । ଆହୁରି ଅଧିକ ପ୍ରୟାସ କରିବା ପାଇଁ ଶକ୍ତି ପ୍ରଦାନ କରୁଛି । ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସର ଏହି ମାର୍ଗ ଅରୁଣାଚଳ ପ୍ରଦେଶର ସୁନ୍ଦର ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଯାଉଛି । 

ବନ୍ଧୁଗଣ, 

ମୋର ଏହି ଦୃଢ ବିଶ୍ୱାସ ରହିଛି ଯେ, ପୂର୍ବ ଭାରତ ଏବଂ ବିଶେଷକରି ପୂର୍ବୋତ୍ତର ଭାରତ ଏକବିଂଶ ଶତାଦ୍ଦୀରେ ଦେଶର ବିକାଶର ଇଞ୍ଜିନରେ ପରିଣତ ହେବ । ଏହି ଭାବନା ସହିତ ଅରୁଣାଚଳ ପ୍ରଦେଶର ବିକାଶକୁ ଗତି ଦେବା ପାଇଁ ଗତ ସାତବର୍ଷ ମଧ୍ୟରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଯୋଗାଯୋଗ ଏବଂ ଶକ୍ତି ଶହ ଜଡିତ ଭିତ୍ତିଭୂମି ଉପରେ ବ୍ୟାପକ କାର୍ଯ୍ୟ, ଆଜି ଅରୁଣାଚଳରେ ଜୀବନ ଏବଂ ବ୍ୟବସାୟ-କାରବାରକୁ ସହଜ କରୁଛି । ଇଟାନଗର ସମେତ ଉତ୍ତରପୂର୍ବର ସବୁ ରାଜଧାନୀକୁ ରେଳପଥ ସହ ସଂଯୋଗ କରିବା ଆମର ପ୍ରାଥମିକତା ହୋଇ ରହିଛି । ଆମେ ଅରୁଣାଚଳକୁ ପୂର୍ବ ଏସିଆର ଏକ ପ୍ରମୁଖ ପ୍ରବେଶ ପଥରେ ପରିଣତ କରିବାରେ ଆମେ ସମସ୍ତ ଶକ୍ତି ଲଗାଇ ଦେଇଛୁ । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଅରୁଣାଚଳର ଭୂମିକାକୁ ଦେଖି ଆଧୁନିକ ଭିତ୍ତିଭୂମିର ନିର୍ମାଣ କରାଯାଉଛି ।

ବନ୍ଧୁଗଣ,

ଆମେ ଅରୁଣାଚଳରେ ପ୍ରଗତି, ପ୍ରକୃତି, ପରିବେଶ ଏବଂ ସଂସ୍କୃତିର ସମନ୍ୱୟ ରଖି ନିରନ୍ତର ଅଗ୍ରସର ହେଉଛୁ । ଆପଣ ସମସ୍ତଙ୍କ ପ୍ରୟାସ ଯୋଗୁଁ ଏହି ଅଞ୍ଚଳ ଆଜି ଦେଶର ସବୁଠାରୁ ପ୍ରମୁଖ ଜୈବ ବିବିଧତା କ୍ଷେତ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛି । ମୋତେ ସେତେବେଳ ବହୁତ ଆନନ୍ଦ ମିଳିଥାଏ ଯେତେବେଳେ ପ୍ରେମା ଖାଣ୍ଡୁଜୀ ନିରନ୍ତରଭାବେ ଅରୁଣାଚଳର ବିକାଶ ନିମନ୍ତେ ପ୍ରୟାସ କରୁଥିବାର ମୁଁ ଦେଖେ । ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳବିକାଶ, ମହିଳା ସଶକ୍ତିକରଣ, ସ୍ୱୟଂ ସହାୟକ ଗୋଷ୍ଠୀ ଏଭଳି ପ୍ରତ୍ୟେକ ବିଷୟ ଉପରେ ସେ ସକ୍ରିୟ ରହିଥାନ୍ତି । ଦେଶର ଆଇନମନ୍ତ୍ରୀ ଶ୍ରୀମାନ କିରଣ ରିଜ୍ଜିଜୁ ଜୀ, ତାଙ୍କ ସହିତ ମୋର ଯେତେବେଳେ କଥାବାର୍ତ୍ତା ହୁଏ, ସେତେବେଳେ ତାଙ୍କ ପାଖରେ ଅରୁଣାଚଳକୁ ଆଗକୁ ବଢାଇବା ନିମନ୍ତେ ନୂଆ ନୂଆ ଚିନ୍ତାଧାରା ରହିଥାଏ, ଅନେକ ପରାମର୍ଶ ମଧ୍ୟ ମିଳିଥାଏ । ପ୍ରତ୍ୟେକଥର କିଛି ନା କିଛି ନୂଆ କରିବାର ସ୍ପୃହା ମନରେ ଥାଏ । 

ବନ୍ଧୁଗଣ, 

ଅରୁଣାଚଳକୁ ପ୍ରକୃତି ନିଜ ଭଣ୍ଡାରରୁ ଅନେକ କିଛି ଦେଇଛି । ଆପଣମାନେ ପ୍ରକୃତିକୁ ଜୀବନର ଅଙ୍ଗ କରିଦେଇଛନ୍ତି । ଅରୁଣାଚଳର ଏହି ପର୍ଯ୍ୟଟନ ସାମର୍ଥ୍ୟକୁ ସାରା ବିଶ୍ୱରେ ପହଞ୍ଚାଇବା ନିମନ୍ତେ ଆମେ ପ୍ରୟାସରତ ଅଛୁ । ଆଜିର ଏହି ଅବସରରେ ମୁଁ ଆପଣମାନଙ୍କୁ ପୁଣି ଥରେ ଆଶ୍ୱସ୍ତ କରିବି ଯେ ଡବଲ ଇଞ୍ଜିନର ସରକାର ଅରୁଣାଚଳ ପ୍ରଦେଶର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବେ । ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ଥାପନା ଦିବସର ଏବଂ ଅରୁଣାଚଳ ପ୍ରଦେଶ ନାମକରଣର ୫୦ବର୍ଷ ପୂର୍ତ୍ତି ନିମନ୍ତେ ଅନେକ ଅନେକ ଶୁଭେଚ୍ଛା । 

ଅଶେଷ ଅଶେଷ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on auspicious thoughts guiding the path of progress
March 13, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on auspicious thoughts guiding the path of progress:

“आ नो भद्राः क्रतवो यन्तु विश्वतोऽदब्धासो अपरीतास उद्भिदः।

देवा नो यथा सदमिद् वृधे असन्नप्रायुवो रक्षितारो दिवे दिवे॥”

The Subhashitam conveys that, may auspicious and inspiring thoughts come to us from all directions – thoughts that grant us enthusiasm, energy, and the strength to move forward. May those thoughts be steadfast, unconquerable, and capable of opening the path to progress. May the divine powers infuse our lives each day with growth, advancement, and renewed zeal and inspire us to keep moving ahead while protecting us day after day.

The Prime Minister wrote on X;

“आ नो भद्राः क्रतवो यन्तु विश्वतोऽदब्धासो अपरीतास उद्भिदः।

देवा नो यथा सदमिद् वृधे असन्नप्रायुवो रक्षितारो दिवे दिवे॥”