Climate change must be fought not in silos but in an integrated, comprehensive and holistic way: PM
India has adopted low-carbon and climate-resilient development practices: PM Modi
Smoke free kitchens have been provided to over 80 million households through our Ujjwala Scheme: PM Modi

ମହାମହିମଗଣ,

ଆଜି ଆମେ ଆମ ନାଗରିକ ଓ ଅର୍ଥନିତୀକୁ ବୈଶ୍ଵିକ ମହାମାରୀରୁ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରୁଛେ । ଜଳବାୟୁ ପରିବର୍ତ୍ତନ ନେଇ ଧ୍ୟାନଦେବା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ନେଇ ଏକାକୀ ନୁହେଁ ବରଂ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । ପରିବେଶ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନେଇ ଆମର ପାରମ୍ପରିକ ବିଚାରଧାରାର ଅନୁସରଣ ତଥା ମୋ ସରକାରର ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ଭାରତ ବର୍ଷ ଅଙ୍ଗାରକାମ୍ଳ ହ୍ରାସ ଓ ପରିବେଶକୁ ସୁହାଇବା ଭଳି ବିକାଶମୁଖୀ ପଦକ୍ଷେପମାନ ନେଇଛି ।

ମୁଁ ଆପଣମାନଙ୍କୁ ଏକ ଖୁସିର ବିଷୟ ପ୍ରକଟ କରୁଛି ଯେ, ଭାରତ ପ୍ୟାରିସ ରାଜିନାମା ଲକ୍ଷ୍ୟ ପୂରଣ କରିବା ସହ ସେଥିରେ ଆହୁରି ଅଗ୍ରଗତି କରୁଛି । ଦେଶ ଅନେକ କ୍ଷେତ୍ରରେ ସମୁଚିତ ପଦକ୍ଷେପମାନ ନେଉଛି । ଆମେ ଏଲଇଡି ଲାଇଟ ବ୍ୟବହାର କରୁଛୁ । ଏହାଫଳରେ ବାର୍ଷିକ 38 ମିଲିୟନ ଟନ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ରୋକାଯାଇପାରିଛି । ଉଜ୍ଜ୍ଵଳା ଯୋଜନା ଅଧୀନରେ 80 ନିୟୁତ ରୋଷେଇ ଘରକୁ ଧୂଆଁମୁକ୍ତ କରାଯାଇପାରିଛି । ବିଶ୍ଵରେ ଏହା ସର୍ବବୃହତ ସ୍ଵଚ୍ଛ ଇନ୍ଧନ ଯୋଗାଣ କହିଲେ ଅତ୍ୟୁକ୍ତି ହେବନାହିଁ ।

ପ୍ଲାଷ୍ଟିକର ବହୁଳ ବ୍ୟବହାର ରୋକିବାକୁ ଉଦ୍ୟମ ହେଉଛି । ଆମର ଜଙ୍ଗଲ ପରିସୀମା ସମ୍ପ୍ରସାରିତ ହେଉଛି । ସିଂହ ଓ ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 2030 ସୁଦ୍ଧା ଆମେ 26 ନିୟୁତ ଅନାବାଦୀ ଜମିକୁ ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏକ ଚକ୍ରିୟ ଅର୍ଥନୀତି ବା ସର୍କୁଲାର ଇକୋନୋମିକୁ ପ୍ରୋତ୍ସାହିତ କରୁଛୁ । ଭାରତ ପରବର୍ତ୍ତୀ ପିଢି ପାଇଁ ଭିତ୍ତିଭୂମି ଯଥା ମେଟ୍ରୋ ନେଟୱାର୍କ, ଜଳପଥ ଓ ଏହିପରି ବହୁତ କିଛି ପ୍ରସ୍ତୁତ କରୁଛି । ସୁବିଧା ଓ ଦକ୍ଷତା ଦୃଷ୍ଟିରୁ ଏହା ଏକ ସ୍ଵଚ୍ଛ ପରିବେଶ ରକ୍ଷାରେ ସହାୟକ ହେବ ।  ଧାର୍ଯ୍ୟ ସମୟ 2022 ପୂର୍ବରୁ ଆମେ 175 ଗିଗାୱାଟ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିବୁ । 2030 ସୁଦ୍ଧା ଆମେ 450 ଗିଗାୱାଟ ସୌରଶକ୍ତି ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପ ନେଉଛୁ ।

ମହାମହିମଗଣ,

ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ (ଆଇଏସଏ)ବିଶ୍ଵର ବୃହତମ ଆନ୍ତର୍ଜାତିକ ସଂଗଠନ ହେବାକୁ ଯାଉଛି । ଏଥିରେ 88 ଜଣ ସଭ୍ୟ ଅଛନ୍ତି । ଏଥିରେ ଅଂଶୀଦାର ମାନେ ହଜାର ହଜାର କୋଟି ଡଲାର ବିକଳ୍ପ ଶକ୍ତିର ଗବେଷଣା ଓ ବିକାଶ ପାଇଁ ଖର୍ଚ୍ଚ କରିବାକୁ ଥିବାରୁ ଆଇଏସଏ ବିଶ୍ୱରୁ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେବ । ବିପର୍ଯ୍ୟୟ ପ୍ରତିରୋଧକ୍ଷମ ଭିତ୍ତିଭୂମି ବିକାଶ ପାଇଁ ଘୋଷିତ (ସିଡିଆରଆଇ)ହୋଇଥିବା ଗ୍ରୁପ ଓ ବିଭିନ୍ନ ଦେଶର ମିଶ୍ରଣ, ଏହାର ଅନ୍ୟ ଏକ ଉଦାହରଣ । ଏହି ଗ୍ରୁପରେ 9ଟି ଜି-20 ଦେଶ ଓ 4ଟି ଆନ୍ତର୍ଜାତିକ ସଂଗଠନ ସମେତ ମୋଟ 18ଟି ଦେଶ ଯୋଗଦେଇଛନ୍ତି । ସିଡିଆରଆଇ ବିପର୍ଯ୍ୟୟ ପ୍ରତିରୋଧକ୍ଷମ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ଲାଗିପଡିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭିତ୍ତିଭୂମିର କ୍ଷୟକ୍ଷତି ପ୍ରତି ଯେତିକି ଧ୍ୟାନ ଦିଆଯିବା କଥା ସେତିକି ଦିଆଯାଇ ନାହିଁ । ଗରିବ ଦେଶଗୁଡିକ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ସେଦୃଷ୍ଟିରୁ ଏକ ସମ୍ମିଳିତ ଉଦ୍ୟମ ଖୁବ ଗୁରୁତ୍ୱପୂର୍ଣ୍ଣ ।

ମହାମହିମଗଣ,

ନୂତନ ଓ ଦୀର୍ଘସ୍ଥାୟୀ ବୈଷୟିକ ଜ୍ଞାନର ଉଦ୍ଭାବନା ଓ ଗବେଷଣା ଲାଗି ବର୍ତ୍ତମାନ ପ୍ରକୃଷ୍ଟ ସମୟ ଉପନୀତ । ସହଯୋଗ ଓ ସହମତି ଭିତ୍ତିରେ ଆମେ ଏହା କରିବା ଆବଶ୍ୟକ । ବିକାଶମୁଖୀ ବିଶ୍ଵରେ ପ୍ରଯୁକ୍ତି ଓ ଆର୍ଥିକ ବ୍ୟବସ୍ଥା ସୁଦୃଢ ଥିଲେ ସମଗ୍ର ବିଶ୍ଵ ଦ୍ରୁତ ଅଗ୍ରଗତି କରିପାରିବ ।

ମହାମହିମଗଣ,

ମାନବିକତା ସମୃଦ୍ଧ ହେବାକୁ ହେଲେ ପ୍ରତ୍ୟେକ  ମଣିଷ ସମୃଦ୍ଧ ହେବା ଦରକାର । ଶ୍ରମିକକୁ କେବଳ ଏକ ଉତ୍ପାଦନର ମାଧ୍ୟମ ବୋଲି ନ ଭାବି ପ୍ରତ୍ୟେକ ଶ୍ରମଜୀବୀର ମର୍ଯ୍ୟାଦା ପ୍ରତି ନିଶ୍ଚିତ ଭାବେ ଗୁରୁତ୍ଵାରୋପ କରାଯିବା ଦରକାର । ବିଶ୍ଵକୁ ରକ୍ଷା କରିବା ପାଇଁ ଏହା ଏକ ସର୍ବଶ୍ରେଷ୍ଠ ଗ୍ୟାରେଣ୍ଟି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi