ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଏବଂ ଖୁବ୍ ଶୀଘ୍ର ବିଶ୍ୱରେ ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
ଭାରତ ନିଜର ଶକ୍ତି ଓ ସହନକ୍ଷମତା ସହିତ ସମଗ୍ର ବିଶ୍ୱ ପାଇଁ ଏକ ଆଶାର କିରଣ ପାଲଟିଛି: ପ୍ରଧାନମନ୍ତ୍ରୀ
ଆମ ସରକାର ଭାରତର ମହାକାଶ କ୍ଷେତ୍ରରେ ନୂତନ ଶକ୍ତି ସଂଞ୍ଚାର କରାଉଛନ୍ତି: ପ୍ରଧାନମନ୍ତ୍ରୀ
ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ
ଆମ ପାଇଁ, ସଂସ୍କାର ବାଧ୍ୟତାମୂଳକ ନୁହେଁ କିମ୍ବା ସଙ୍କଟ ଦ୍ୱାରା ପରିଚାଳିତ ନୁହେଁ, ବରଂ ପ୍ରତିବଦ୍ଧତା ଏବଂ ଦୃଢ଼ ବିଶ୍ୱାସର ବିଷୟ: ପ୍ରଧାନମନ୍ତ୍ରୀ
ଯାହା ହାସଲ ହୋଇଛି ସେଥିରେ ସନ୍ତୁଷ୍ଟ ହେବା ମୋର ସ୍ୱଭାବ ନୁହେଁ; ଏହି ମନୋଭାବ ଆମର ସଂସ୍କାର ପ୍ରକ୍ରିୟାକୁ ବି ଆଗେଇ ନିଏ: ପ୍ରଧାନମନ୍ତ୍ରୀ
ଜିଏସଟିରେ ଏକ ପ୍ରମୁଖ ସଂସ୍କାର କରାଯାଉଛି, ଯାହା ଏହି ଦୀପାବଳି ସୁଦ୍ଧା ସମାପ୍ତ ହେବ, ଯାହା ଜିଏସଟିକୁ ସରଳ କରିବ ଏବଂ ମୂଲ୍ୟ ହ୍ରାସ କରିବ: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଭାରତ ହେଉଛି ଏକ ବିକଶିତ ଭାରତର ମୂଳଦୁଆ: ପ୍ରଧାନମନ୍ତ୍ରୀ
'One Nation, ଛାତ୍ରମାନଙ୍କ ପାଇଁ 'ଏକ ରାଷ୍ଟ୍ର, ଏକ ସବସ୍କ୍ରିପସନ୍' ବିଶ୍ୱସ୍ତରୀୟ ଗବେଷଣା ପତ୍ରିକାଗୁଡ଼ିକୁ ପ୍ରାପ୍ତ କରିବା ସହଜ କରିଛି: ପ୍ରଧାନମନ୍ତ୍ରୀ
ସଂସ୍କାର, କାର୍ଯ୍ୟଦକ୍ଷତା, ରୂପାନ୍ତର ମନ୍ତ୍ର ଦ୍ୱାରା ପରିଚାଳିତ, ଭାରତ ଆଜି ବିଶ୍ୱକୁ ବିକାଶର ମନ୍ଥର ଅଭିବୃଦ୍ଧିରୁ ଉଦ୍ଧାର କରିବାର ସ୍ଥିତିରେ ଅଛି: ପ୍ରଧାନମନ୍ତ୍ରୀ
ଭାରତ ସମୟର ଗତିକୁ ବଦଳାଇବାର ଶକ୍ତି ରଖୁଛି: ପ୍ରଧାନମନ୍ତ୍ରୀ

ନମସ୍କାର!

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ବନ୍ଧୁଗଣ,

ଏଠାରେ ବୈଶ୍ୱିକ ପରିସ୍ଥିତିର ଜିଓ-ଇକୋମିକ୍ ଉପରେ ବହୁତ ବିସ୍ତାରରେ ଚର୍ଚ୍ଚା ହୋଇଛି, ଏବଂ ଆମେ ବୈଶ୍ୱିକ ସ୍ତରରେ ଦେଖିବା ତ, ଭାରତର ଅର୍ଥନୀତିି କେତେ ମଜବୁତ ହୃଦୟଙ୍ଗମ କରିହେବ । ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି । ଆମେ ଶୀଘ୍ର ବିଶ୍ୱର ତୃତୀୟ ସବବୃହତ ଅର୍ଥନୀତି  ହେବାକୁ ଯାଉଛୁ । ବିଶେଷଜ୍ଞ କହୁଛନ୍ତି କି, ବିଶ୍ୱର ଅଭିବୃଦ୍ଧିରେ ବହୁତ ଶୀଘ୍ର ଭାରତର ଅବଦାନ ୨୦ ପ୍ରତିଶତ ହୋଇଯିବ । ଏହି ଅଭିବୃଦ୍ଧି, ଏହି ସ୍ଥିରତା, ଯାହା ଆମେ ଭାରତର ଅର୍ଥନୀତିରେ ଦେଖିବାକୁ ପାଉଛୁ, ଏହା ପଛରେ ବିଗତ ଏକ ଦଶନ୍ଧିରେ ଭାରତରେ ଆସିଥିବା ମାର୍କେ-ଇକୋନୋମି ସ୍ଥିରତା ରହିଛି । ଆଜି ଆମର ରାଜକୋଷୀୟ ଘାଟା ହ୍ରାସ ପାଇ ୪.୪ ପ୍ରତିଶତ ପର୍ଯ୍ୟନ୍ତ ରହିବା ଅନୁମାନ କରାଯାଏ । ଏହା ,ପରି ସମୟରେ ହେଉଛି, ଯେତେବେଳେ ଆମେ କୋଭିଡ ଭଳି ବଡ଼ ସଂକଟର ସମ୍ମୁଖିନ ହୋଇ ଆସିଛୁ । ଆଜି ଆମର କମ୍ପାନି ଗୁଡ଼ିକ କ୍ୟାପିଟାଲ ମାର୍କେଟରୁ ରେକର୍ଡ ପାଣ୍ଠି ସଂଗ୍ରହ କରୁଛନ୍ତି । ଆଜି ଆମର ବ୍ୟାଙ୍କ ଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ମଜବୁତ । ମୁଦ୍ରାସ୍ଫୀତି ବହୁତ କମ୍, ସୁଧହାର କମ୍ । ଆଜି ଆମର କରେଣ୍ଟ ଆକାଉଣ୍ଟ ଡେଫିସିଟ କଣ୍ଟ୍ରୋଲରେ ଅଛି । ଫୋରେକ୍ସ ରିଜର୍ଭ ମଧ୍ୟ ବହୁତ ମଜବୁତ୍ । ଏତିକି ନୁହେଁ, ପ୍ରତ୍ୟେକ ମାସରେ ଲକ୍ଷାଧିକ ଘରୋଇ ନିବେଶକ ଏସଆଇପି ଜରିଆରେ ହଜାର ହଜାର କୋଟି ଟଙ୍କା ମାର୍କେଟରେ ଲଗାଉଛନ୍ତି ।

 

ବନ୍ଧୁଗଣ,

ଆପଣମାନେ ଜାଣନ୍ତି, ଯେତେବେଳେ ଅର୍ଥନୀତିରେ ମୌଳିକ ଭିତ୍ତିଭୂମି ମଜବୁତ୍, ସେତେବେଳେ ଏହାର ପରବର୍ତ୍ତୀ ଢାଞ୍ଚା ମଜବୁତ ହୁଏ ଏବଂ ଏହାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ମୁଁ ଅଗଷ୍ଟ ୧୫ରେ ଏ ସମ୍ପର୍କରେ ବିସ୍ତାର ଭାବେ ଚର୍ଚ୍ଚା କରିଥିଲି । ମୁଁ ସେସବୁ କଥା ଦୋହରାଇବି ନାହିଁ, କିନ୍ତୁ ଅଗଷ୍ଟ ୧୫ ପାଖାପାଖି ଏବଂ ଏହାର ଏକ ସପ୍ତାହ ପରେ ଯାହା ହୋଇଛି, ଯାହାକି ଭାରତର ଅଭିବୃଦ୍ଧି କାହାଣୀର ଗରୁତ୍ୱପୂର୍ଣ୍ଣ ଉଦାହରଣ ।

ବନ୍ଧୁଗଣ,

ଏବେ ସଦ୍ୟ ତଥ୍ୟ ଆସିଛି କି, କେବଳ ଜୁନ୍ ମାସରେ, ଅର୍ଥାତ ଗୋଟିଏ ମାସର କଥା କହୁଛି, କେବଳ ଜୁନ୍ ମାସରେ ଇପିଏଫଓ ଡାଟାରେ ୨୨ ଲକ୍ଷ ନିଯୁକ୍ତି ଯୋଡ଼ିହୋଇଛି, ଏବଂ ଏହି ସଂଖ୍ୟା ଏ ପର୍ଯ୍ୟନ୍ତ କୌଣସି ମାସରେ ସର୍ବାଧିକ । ଭାରତର ଖୁଚୁରା ମୁଦ୍ରାସ୍ଫୀତି ୨୦୧୭ ମସିହା ପରେ ସବୁଠାରୁ କମ୍ ସ୍ତରରେ ରହିଛି । ଆମର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତର ପାଖାପାଖି ରହିଛି । ୨୦୧୪ରେ ଆମର ସୋଲାର ପିଭି ମଡୁ୍ୟଲ ମ୍ୟାନୁଫାକଚରିଙ୍ଗ କାପାସିଟି ପ୍ରାୟ ଅଢ଼େଇ ଗିଗାୱାଟ ଥିଲା, ତାଜା ତଥ୍ୟ ଅନୁସାରେ ଆଜି ଏହି କାପାସିଟି ୧୦୦ ଗିଗାୱାଟର ଐତିହାସିକ ସ୍ତର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଦିଲ୍ଲୀର ଆମର ବିମାନବନ୍ଦର ମଧ୍ୟ ଗ୍ଲୋବାଲ ଏୟରପୋର୍ଟସର ଏଲିଟ ହଣ୍ଡ୍ରେଡ-ମିଲିଅନ-ପ୍ଲସ କ୍ଳବରେ ପହଞ୍ଚିଯାଇଛି । ଆଜି ଏହି ବିମାନବନ୍ଦରର ବାର୍ଷିକ ଯାତ୍ରୀଧାରଣ କ୍ଷମତା ୧୦୦ ମିଲିଅନ ପ୍ଲସ ହୋଇଛି । ବିଶ୍ୱର ମାତ୍ର ୬ଟି ବିମାନବନ୍ଦର ଏହି ସ୍ୱତନ୍ତ୍ର ଶ୍ରେଣୀରେ ଅଛନ୍ତି ।

ବନ୍ଧୁଗଣ,

ବିଗତ ଦିନରେ ଆଉ ଏକ ଖବର ଚର୍ଚ୍ଚାରେ ରହିଛି । ଏସ ଆଣ୍ଡ ପି ଗ୍ଲୋବାଲ ରେଟିଙ୍ଗସ ଭାରତର କ୍ରେଡିଟ ରେଟିଙ୍ଗ ଅପଡେଟ କରିଛି । ଦୁଇ ଦଶନ୍ଧି ପରେ ଏହା ପ୍ରଥମ ଥର ହୋଇଛି । ଅର୍ଥାତ ଭାରତ ନିଜର ସ୍ଥିରତା ଓ ଦକ୍ଷତା ଯୋଗୁ ଅନ୍ୟମାନଙ୍କ ଭରସାର କେନ୍ଦ୍ର ପାଲଟିଛି ।

ବନ୍ଧୁଗଣ,

ସାଧାରଣ ଲୋକକଥାରେ ଆମ ଗୋଟିଏ କଥା ବାରମ୍ବାର ଶୁଣିଥାଉ, କେତେବେଳେ ଆମେ କହୁଛୁ, କେତେବେଳେ ଆମେ ଶୁଣୁଛୁ, କିନ୍ତୁ କୁହାଯାଉଛି - ମିସିଙ୍ଗ ଦ ବସ୍ । ଅର୍ଥାତ କୌଣସି ମୁହୂର୍ତ୍ତ ଆସିବ, ସେ ଚାଲିଯିବ । ଆମ ଦେଶର ପୂର୍ବର ସରକାରମାନେ ଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଏପରି ଅନେକ ବସ୍ ଛାଡ଼ି ଦେଇଛନ୍ତି ।   ମୁଁ ଆଜି କାହା ଉପରେ ଆଲୋଚନା ଉଦେ୍ଦଶ୍ୟରେ ଏଠାକୁ ଆସିନାହିଁ, କିନ୍ତୁ ଲୋକତନ୍ତ୍ରରେ ଅନେକ ବାର ତୁଳନାତ୍ମକ ଆଲୋଚନା କଲେ ସ୍ଥିତି ଅଧକ ସ୍ପଷ୍ଟ ହୋଇଥାଏ ।

ବନ୍ଧୁଗଣ,

ପୂର୍ବର ସରକାରମାନେ ଦେଶକୁ ଭୋଟ ବ୍ୟାଙ୍କ ରାଜନୀତିରେ ଛନ୍ଦି ରଖିଥିଲେ, ସେମାନଙ୍କର ଚିନ୍ତାଧାରା ନିର୍ବାଚନ ପର ପର୍ଯ୍ୟନ୍ତ ନଥିଲା । ସେମାନେ ଭାବୁଥିଲେ କଟିଙ୍ଗ ଏଜ ଟେକ୍ନୋଲୋଜି ବନାଇବାର ଦାୟିତ୍ୱ କେବଳ ବିକଶିତ ଦେଶ ଗୁଡ଼ିକର କାମ । ଆମର କେବେ ଆବଶ୍ୟକ ପଡ଼ିବ ତ ସେଠାରୁ ଆମଦାନୀ କରି ଆଣିବା । ଏହା ହିଁ କାରଣ ଥିଲା, ଯେଉଁଥି ପାଇଁ ଆମ ଦେଶକୁ ବିଶ୍ୱର ବହୁ ଦେଶଠାରୁ ପଛରେ ରହିବାକୁ ପଡ଼ିଛି, ଆମେ ବସ୍ ମିସ କରିଚାଲିଛୁ । ମୁଁ କିଛି ଉଦାହରଣ ଦେଉଛି, ଯେପରିକି ଆମର ଦୂରସଞ୍ଚାର କ୍ଷେତ୍ର । ଯେତେବେଳେ ଦୁନିଆରେ ଇଣ୍ଟରନେଟ ଆରମ୍ଭ ହେଲା, ସେତେବେଳର ସରକାର ଦ୍ୱନ୍ଦ୍ୱରେ ଥିଲେ ।  ପୁଣି ଟୁ-ଜିର ଯୁଗ ଆସିଲା, କ’ଣ କ’ଣ ହେଲା ଏହା ଆମେ ସମସ୍ତେ ଦେଖିଛନ୍ତି । ଆମେ ସେହି ବସ୍ ମିସ୍ କରିଦେଲେ । ଆମେ ଟୁ-ଜି, ଥ୍ରୀଜି, ଫୋର-ଜି ପାଇଁ ବିଦେଶ ଉପରେ ନିର୍ଭର କରିଚାଲିଲୁ । କେତେ ଦିନ ପର୍ଯ୍ୟନ୍ତ ଏହା ଚାଲିଥାନ୍ତା । ଏଥିପାଇଁ ୨୦୧୪ ପରେ ଭାରତ ନିଜର ଆଭିମୁଖ୍ୟ ବଦଳାଇଲା, ଭାରତର ନିଷ୍ପତ୍ତି କରିଲା ଆମେ କୌଣସି ବସ୍ ଛାଡ଼ିବୁ ନାହିଁ, ବରଂ ଡ୍ରାଇଭର ସିଟରେ ବସି ଆଗେଇବୁ । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ୫-ଜି ଷ୍ଟେକ ଦେଶ ଭାବେ ବିକାଶିତ କରିଲୁ । ଆମେ ମେଡ ଇନ ଇଣ୍ଡିଆ ୫-ଜି ବନାଇଛୁ, ଆଉ ଦ୍ରୁତ ଗତିରେ ଦେଶବ୍ୟାପୀ ତାହାକୁ ପହଞ୍ଚାଇଛୁ । ଏବେ ଆମେ ମେଡ ଇନ ଇଣ୍ଡିଆ ୬-ଜି ଉପରେ ଦ୍ରୁତଗତିରେ କାମ କରିଚାଲିଛୁ ।   

 

ଏବଂ ବନ୍ଧୁଗଣ,

ଆମେ ସମସ୍ତେ ଜାଣନ୍ତି, ଭାରତରେ ସେମି କଣ୍ଡକ୍ଟର ନିର୍ମାଣ ୫୦-୬୦ ବର୍ଷ ପୂର୍ବେ ହୋଇପାରିଥାଆନ୍ତା । କିନ୍ତୁ ଭାରତ ସେହି ବସ୍ ମଧ୍ୟ ମିସ୍ କରିଦେଇଛି, ଏବଂ ପରବର୍ତ୍ତୀ ଅନେକ ବର୍ଷ ଧରି ଏହା ହୋଇଚାଲିଥିଲା । ଆଜି ଆମେ ସ୍ଥିତି ବଦଳାଇଛୁ । ଭାରତରେ ସେମିକଣ୍ଡକ୍ଟର ସହ ଜଡ଼ିତ କାରଖାନା ପ୍ରତିଷ୍ଠା ଆରମ୍ଭ ହୋଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ମେଡ୍ ଇନ ଇଣ୍ଡିଆ ଚିପ୍ ବଜାରକୁ ଆସିଯିବ ।

ବନ୍ଧୁଗଣ,

ଆଜି ମଧ୍ୟ ଜାତୀୟ ମହାକାଶ ଦିବସ, ମୁଁ ଆପଣ ସମସ୍ତଙ୍କୁ ଜାତୀୟ ମହାକାଶ ଦିବସର ଶୁଭକାମନା ଜଣାଉଛି ଏବଂ ଏଥିସହ ଏହି କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରିବି । ୨୦୧୪ ପୂର୍ବରୁ ସ୍ପେସ୍ ମିଶନ ମଧ୍ୟ ସୀମିତ ଥିଲା, ଏବଂ ଏହାର ପରିସର ମଧ୍ୟ ସୀମିତ ଥିଲା । ଆଜି ଏକବିଂଶ ଶତାବ୍ଦୀରେ ଯେତେେବେଳ ପ୍ରତ୍ୟେକ ବଡ଼ ଦେଶ ଅନ୍ତରୀକ୍ଷରେ ସମ୍ଭାବନାର ଅନ୍ୱେଷଣ କରୁଛି, ଭାରତ ବା କିପରି ପଛରେ ରହିବ? ଏଥିପାଇଁ ଆମେ ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ସଂସ୍କାର କଲୁ ଏବଂ ଏହାକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଲୁ । ମୁଁ ଆପଣଙ୍କୁ ଏକ ହିସାବ ଦେଉଛି । ୧୯୭୯ରୁ ୨୦୧୪ ମଧ୍ୟରେ ଭାରତରେ ମୋଟ ୪୨ଟି ମିସନ ହୋଇଥିଲା, ଅର୍ଥାତ୍ ୩୫ ବର୍ଷରେ ୪୨ ମିସନ, ଆପଣମାନେ ଏହା ଜାଣି ଖୁସି ହେବେ ବିଗତ ୧୧ ବର୍ଷରେ ୬୦ରୁ ଅଧିକ ମିସନ ସମ୍ପୂର୍ଣ୍ଣ ହୋଇପାରିଛି । ଆଗାମୀ ଦିନରେ ଅନେକ ମିସନ ଲାଇନରେ ରହିଛି ଚଳିତ ବର୍ଷ ଆମେ ସ୍ପେସ୍ ଡକିଙ୍ଗ ର ସାମର୍ଥ୍ୟ ବି ହାସଲ କରିଛୁ । ଏହାର ଆମର ଭବିଷ୍ୟତର ମିସନ ପାଇଁ ବହୁତ ବଡ଼ ସଫଳତା । ଏବେ ଭାରତ ଗଗନଯାନ ମିସନରେ ନିଜର ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇବା ଉଦ୍ୟମରେ ରହିଛି । ଏବଂ ଏଥିରେ ଆମକୁ ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ଅନୁଭବରୁ ବି ବହୁତ ସହାୟତା ମିଳିପାରିବ ।

ବନ୍ଧୁଗଣ,

ଅନ୍ତରୀକ୍ଷ କ୍ଷେତ୍ରରେ ନୂତନ ଉର୍ଜା ଭରିବାକୁ ଏହାକୁ ସମସ୍ତ ବନ୍ଧନରୁ ମୁକ୍ତ କରିବା ଜରୁରୀ ଥିଲା । ତେଣୁ ଆମେ ପ୍ରଥମ ଥର ଘରୋଇ ଭାଗିଦାରିତା ପାଇଁ ସ୍ପଷ୍ଟ ନିୟମ ପ୍ରସ୍ତୁତ କଲୁ, ପ୍ରଥମର ସ୍ପେକ୍ଟ୍ରମ ଆବଣ୍ଟନ ସ୍ୱଚ୍ଛ ରହିଲା, ପ୍ରଥମ ଥର ବିଦେଶୀ ନିବେଶରେ ଉଦାରୀକରଣ କରାଗଲା, ଏବଂ ଚଳିତ ବର୍ଷ ବଜେଟରେ ଆମେ ସ୍ପେସ୍ ଷ୍ଟାର୍ଟଅପ ପାଇଁ ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ଫଣ୍ଡ ମଧ୍ୟ ଦେଇଛୁ ।

ବନ୍ଧୁଗଣ,

ଆଜି ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଏହି ସଂସ୍କାରର ସଫଳତା ଦେଖୁଛି । ୨୦୧୪ ମସିହାରେ ଭାରତରେ ମାତ୍ର ଗୋଟିଏ ସ୍ପେସ୍ ଷ୍ଟାର୍ଟଅପ ଥିଲା, ଆଜି ୩ଶହରୁ ଅଧିକ ରହିଛି । ଆଉ ,ସହି ସମୟ ମଧ୍ୟ ଦୂର ନାହିଁ କି ଯେତେବେଳେ ଅନ୍ତରୀକ୍ଷରେ ଆମର ସ୍ପେସ୍ ଷ୍ଟେସନ ରହିବ ।

 

ବନ୍ଧୁଗଣ,

ଆମେ କିସ୍ତି ଜରିଆରେ ପରିବର୍ତ୍ତନ ପାଇଁ ନୁହେଁ ବରଂ ଏକାଥରକେ ଲମ୍ଫ ଦୃଷ୍ଟିକୋଣରେ ଆଗକୁ ବଢ଼ୁଛୁ । ଏବଂ ସଂସ୍କାର ଆମ ପାଇଁ ବାଧ୍ୟବାଧକତା ନଥିଲା, ସମସ୍ୟା ବହୁଳ ନଥିଲା, ଏହା ଆମର ପ୍ରତିବଦ୍ଧତା, ଆମର ସିଦ୍ଧାନ୍ତ । ଆମେ ସାମଗ୍ରିକ ଭାବେ କୌଣସି ଏକ କ୍ଷେତ୍ରର ଗଭୀର ସମୀକ୍ଷା କରିଥାଉ ଏବଂ ଗୋଟିଏ ପରେ ଗୋଟିଏ ସଂସ୍କାର ସେହି କ୍ଷେତ୍ରରେ ଲାଗୁ କରିଥାଉ ।

ବନ୍ଧୁଗଣ,

କିଛି ଦିନ ତଳେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଏହି ମୌସୁମୀ ଅଧିବେଶନରେ ଆପଣମାନେ ସଂସ୍କାରର ନିରନ୍ତରତା ଦେଖିବାକୁ ପାଇବେ । ବିପକ୍ଷଙ୍କ ଦ୍ୱାରା ଅନେକ ବିଘ୍ନ ସୃଷ୍ଟି ସତ୍ତ୍ୱେ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ ସଂସ୍କାରରେ ଲାଗିଛୁ । ଚଳିତ ମୌସୁମୀ ଅଧିବେଶନରେ ଜନ ବିଶ୍ୱାସ ୨.୦ ଥିଲା, ଏହା ବିଶ୍ୱାସ ଆଧାରିତ ପ୍ରଶାସନ ଏବଂ ଜନଅନୁକୂଳ ପ୍ରଶାସନ ସହ ଜଡ଼ିତ ବହୁତ ବଡ଼ ସଂସ୍କାର । ଜନବିଶ୍ୱାସର ପ୍ରଥମ ସଂସ୍କରଣରେ ଆମେ ପ୍ରାୟ ଦୁଇ ଶହ ଛୋଟ ଅପରାଧକୁ ଅପରାଧ ଶ୍ରେଣୀରୁ ବାଦ୍ ଦେଇଥିଲୁ । ଏବେ ଆମେ ଏହି ଆଇନର ଦ୍ୱିତୀୟ ସଂସ୍କରଣରେ ୩ଶହରୁ ଅଧିକ ଛୋଟ ଅପରାଧକୁ ଅପରାଧ ଶ୍ରେଣୀରୁ ବାଦ୍ ଦେଇଛୁ । ଏହି ଅଧିବେଶନରେ ଆୟକର ଆଇନରେ ବି ସଂସ୍କାର ଅଣାଯାଇଛି । ୬୦ ବର୍ଷ ଧରି ଚାଲି ଆସିଥିବା ଏହି ଆଇନକୁ ଆହୁରି ସରଳ କରାଯାଇଛି । ଏବଂ ଏଥିରେ ମଧ୍ୟ ଏକ ବିଶେଷ କଥା ରହିଛି, ପ୍ରଥମେ ଏହି ଆଇନର ଭାଷା ଏପରି ଥିଲା ଯେ କେବଳ ଓକିଲ କିମ୍ବା ସିଏ ଠିକ୍ ସେ ବୁଝିପାରୁଥିଲେ । କିନ୍ତୁ ଏବେ ଆୟକର ବିଲକୁ ଦେଶର ସାଧାରଣ କରଦାତାଙ୍କ ଭାଷାରେ ପ୍ରସ୍ତୁତ କରାଯାଇଛି । ଏହା ଦର୍ଶାଉଛି କି ନାଗରିକମାନଙ୍କ ହିତକୁ ନେଇ ଆମ ସରକାର କେତେ ସମ୍ବେଦନଶୀଳ ।

ବନ୍ଧୁଗଣ,

ଚଳିତ ମୌସୁମୀ ଅଧିବେଶନରେ ଖଣି ସମ୍ପର୍କିତ ଆଇନରେ ମଧ୍ୟ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି । ଜାହାଜ ଚଳାଚଳ ଏବଂ ବନ୍ଦର ଆଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ଆଇନ ମଧ୍ୟ ଇଂରେଜ ଅମଳରୁ ସେହିପରି ଚାଲି ଆସିଥିଲା । ଏବେ ଯେଉଁ ସୁଧାର ହୋଇଛି, ଭାରତର ନୀଳ ଅର୍ଥନୀତିକୁ, ବନ୍ଦର ଭତ୍ତିକ ବିକାଶକୁ ଗୁରୁତ୍ୱ ଦେବ । ଏହିଭଳି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନୂତନ ସଂସ୍କାର କରାଯାଇଛି । ଆମେ ଭାରତକୁ ବଡ଼ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଛୁ । କ୍ରୀଡ଼ା ଅର୍ଥନୀତିର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ପ୍ରସ୍ତୁତ କରୁଛୁ ଏଥିପାଇଁ ସରକାର ନୂଆ କ୍ରୀଡ଼ା ନୀତି-ଖେଲୋ ଭାରତ ନୀତି ଆଣିଛି ।

ବନ୍ଧୁଗଣ,

ଯେଉଁ ଲକ୍ଷ୍ୟ ହାସଲ ହୋଇଗଲା, ଏଥିରେ ସନ୍ତୁଷ୍ଟ ହୋଇଯିବି, ଏତିକି କରି ବହୁତ ହୋଇଗଲା, ମୋଦୀ ଆରାମ କରିନେବ! ଏହା ମୋ ସ୍ୱଭାବ ନୁହେଁ । ସଂସ୍କାରକୁ ନେଇ ମଧ୍ୟ ଏହାର ମୋର ଚିନ୍ତାଧାରା । ଆମେ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାରେ ଲାଗିଛୁ, ଆମକୁ ଆହୁରି ଆଗକୁ ବଢ଼ିବାକୁ ପଡ଼ିବ । ଆଗକୁ ସଂସ୍କାରକୁ ନେଇ ଏକ ବଡ଼ ଭଣ୍ଡାର ନେଇ ଆସିବୁ । ଏଥିପାଇଁ ଆମେ ଅନେକ ମୋର୍ଚ୍ଚାରେ କାମ କରୁଛୁ । ଆମେ ଅନେକ ବେକାର ଆଇନକୁ ଶେଷ କରୁଛୁ । ନିୟମ ଏବଂ ପ୍ରକ୍ରିୟାକୁ ସରଳ କରୁଛୁ ପ୍ରକ୍ରିୟା ଏବଂ ଅନୁମୋଦନ ପ୍ରକ୍ରିୟାକୁ ଡିଜିଟାଲ କରୁଛୁ । ଅନେକ ପ୍ରାବଧାନକୁ ଅପରାଧୀକରଣରୁ ମୁକ୍ତ କରୁଛୁ । ଏହି କ୍ରମରେ ଜିଏସଟିରେ ମଧ୍ୟ ବହୁତ ବଡ଼ ସଂସ୍କାର କରାଯାଉଛି । ଚଳିତ ଦୀପାବଳି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇଯିବ । ଏହାଦ୍ୱାରା ଜିଏସଟି ଆହୁରି ସରଳ ହେବ ଏବଂ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ହ୍ରାସ ପାଇବ ।

 

ବନ୍ଧୁଗଣ,

ପରବର୍ତ୍ତୀ ପିଢ଼ି ସଂସ୍କାର ପାଇଁ ଏହି ଆର୍ସନଲରୁ ଭାରତରେ ନିର୍ମାଣ କ୍ଷେତ୍ର ବଢ଼ିବ, ମାର୍କେଟିଙ୍ଗ ର ଚାହିଦା ବଢ଼ିବ, ଉଦ୍ୟୋଗକୁ ନୂଆ ଉର୍ଜା ମିଳିବ, ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ଇଜ ଅଫ ଲିଭିଙ୍ଗ ଏବଂ ଇଜ ଅଫ ଡୁଇଙ୍ଗ ଉଭୟ କ୍ଷେତ୍ରର ବିକାଶ ହେବ ।

ବନ୍ଧୁଗଣ,

ଆଜି ଭାରତ ୨୦୪୭ ମସିହା ସୁଦ୍ଧା ବିକଶିତ ହେବା ପାଇଁ ପୂରା ଶକ୍ତିରେ ଏକଜୁଟ ହୋଇଛି ଏବଂ ବିକଶିତ ଭାରତର ଆଧାର ଆତ୍ମନିର୍ଭର ଭାରତ । ଆତ୍ମନିର୍ଭର ଭାରତକୁ ମଧ୍ୟ ଆମେ ତିନୋଟି ପାରାମିଟର୍ସରେ ଦେଖିବା ଜରୁରି । ଏହି ପାରାମିଟର ହେଲା- ସ୍ପିଡ, ସ୍କେଲ ଏବଂ ସ୍କୋପ୍ । ଆପଣମାନେ ବୈଶ୍ୱିକ ମହାମାରୀ ସମୟରେ ଭାରତର ସ୍ପିଡ ବା ଗତି ଦେଖିଛନ୍ତି, ସ୍କେଲ ମଧ୍ୟ ଦେଖିଛନ୍ତି ଏବଂ ସ୍କୋପକୁ ଅନୁଭବ କରିଛନ୍ତି । ଆପଣମାନଙ୍କର ମନେ ଥିବ, ସେ ସମୟରେ କିପରି ଅଚାନକ ଅନେକ ଗୁଡ଼ିଏ ଜିନିଷର ଆବଶ୍ୟକତା ଏକାଥରକେ ପଡ଼ିଥିଲା ଏବଂ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ମଧ୍ୟ ଏକ ପ୍ରକାର ଠପ ହୋଇଯାଇଥିଲା । ତେଣୁ ଆମେ ଦେଶରେ ଜରୁରୀ ସାମଗ୍ରୀ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଲୁ । ଦେଖୁ ଦେଖୁ ଆମେ, ବହୁତ ପରିମାଣର ଟେଷ୍ଟିଙ୍ଗ କିଟସ ପ୍ରସ୍ତୁତ କଲୁ, ଭେଣ୍ଟିଲେଭଟର୍ସ ତିଆରି କଲୁ । ଦେଶବ୍ୟାପୀ ହସପିଟାଲ ଗୁଡ଼ିକରେ ଅକ୍ସିଜେନ ପ୍ଲାଣ୍ଟ ବସାଇଲୁ । ଏହି ସମସ୍ତ କାମରେ ଭାରତର ସ୍ପିଡ ସ୍ପଷ୍ଟ ଦେଖିବାକୁ ମିଳିଲା । ଆମେ ଦେଶର କୋଣ ଅନୁକୋଣକୁ ଯାଇ ଆମ ଦେଶବାସୀଙ୍କୁ ୨୨୦ କୋଟିରୁ ଅଧିକ ମେଡ ଇନ ଇଣ୍ଡିଆ ଟିକା ଲଗାଇଲୁ, ତାହା ପୁଣି ସମ୍ପୂର୍ଣ୍ଣ ମାଗଣା । ଏଥିରେ ଭାରତର ସ୍କେଲ ଦେଖାଗଲା । କୋଟି କୋଟି ଲୋକଙ୍କୁ ଦ୍ରୁତଗତିରେ ଟିକାକରଣ କରିବାକୁ କୋୱିନ ଭଳି ପ୍ଲାଟଫର୍ମ ତିଆରି କଲୁ । ଏଥିରେ ଭାରତର ସ୍କୋପ ନଜରକୁ ଆସୁଛି । ଏହା ଦୁନିଆର ସବୁଠାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା, ଯାହାଦ୍ୱାରା ରେକର୍ଡ ସମୟରେ ଆମେ ଟିକାକରଣ ଶେଷ କରିପାରିଥିଲୁ ।

ବନ୍ଧୁଗଣ,

ଏମିତି ବି ଶକ୍ତି ବା ଉର୍ଜା କ୍ଷେତ୍ରରେ ସମଗ୍ର ବିଶ୍ୱ ଭାରତର ସ୍ପିଡ, ସ୍କେଲ ଓ ସ୍କୋପ ଦେଖୁଛି । ଆମେ ନିଷ୍ପତ୍ତି ନେଇଥିଲୁ କି ୨୦୩୦ ମସିହା ପର୍ଯ୍ୟନ୍ତ ଆମେ ମୋଟ ପାୱାର କାପାସିଟିର ୫୦ ପ୍ରତିଶତ ଅଣ-ଫସିଲ ଜାଳେଣିରୁ ସୃଷ୍ଟି କରିବୁ,ଏହା ୨୦୩୦ର ଲକ୍ଷ୍ୟ ଥିଲା । ଏହି ଟାର୍ଗେଟ ଆମେ ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ରେ ହାସଲ କରିନେଇଛୁ ।

ବନ୍ଧୁଗଣ,

ପୂର୍ବରୁ ଦେଶରେ ଯେଉଁ ନୀତି ଥିଲା, ସେଥିରେ ଆମଦାନୀକୁ ବହୁତ ଗୁରୁତ୍ୱ ମିଳୁଥିଲା । ଲୋକମାନଙ୍କୁ ନିଜର ଫାଇଦା ଥିଲା, ନିଜର ଖେଳ ଥିଲା । କିନ୍ତୁ ଆଜି ଭାରତ ଆତ୍ମନିର୍ଭର ହୋଇ ରପ୍ତାନିରେ ବି ନୂଆ ରେକର୍ଡ କରୁଛି । ବିଗତ ଏକ ବର୍ଷରେ ଆମେ ୪ ଲକ୍ଷ କୋଟି ଟଙ୍କାର କୃଷି ସାମଗ୍ରର ରପ୍ତାନି କରିଛୁ । ବିଗତ ଏକ ବର୍ଷରେ ସମଗ୍ର ବିଶ୍ୱରେ ୮ ଶହ କୋଟି ଟିକା ପ୍ରସ୍ତୁତ ହୋଇଛି । ଏଥିରୁ ୪ଶହ କୋଟି ଭାରତରେ ନିର୍ମାଣ ହୋଇଛି । ସ୍ୱାଧୀନତାର ଛଅ ଦଶନ୍ଧି ମଧ୍ୟରେ ଆମର ଇଲେକ୍ଟ୍ରୋନିକ୍ସ ରପ୍ତାନି ୩୫ହଜାର କୋଟି ଟଙ୍କା ପାଖଆଖରେ ପହଞ୍ଚି ପାରିଥିଲା । ଆଜି ଏହା ପ୍ରାୟ ସାଢ଼େ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରିଛି ।

ବନ୍ଧୁଗଣ,

୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରାୟ ୫୦ହଜାର କୋଟି ଟଙ୍କାର ଅଟୋମୋବାଇଲ ରପ୍ତାନି କରୁଥିଲା ଆଜି ଭାରତ ଗୋଟିଏ ବର୍ଷରେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ଅଟୋମୋବାଇଲ ରପ୍ତାନି କରୁଛି । ଆଜି ଆମେ ମେଟ୍ରୋ କୋଜ୍, ରେଳ କୋଚ ଠାରୁ ଆରମ୍ଭ କରି ରେଳ ଲୋକୋମୋଟିଭ ପର୍ଯ୍ୟନ୍ତ ରପ୍ତାନି କରୁଛୁ । ଏମିତି ବି ଆପଣଙ୍କ ପାଖକୁ ଆସିଥିବାରୁ, ଭାରତର ଆଉ ଏକ ସଫଳତା ମନେ ପକାଇଦେଉଛି, ଭାରତ ଏବେ ବିଶ୍ୱର ୧୦୦ ଦେଶକୁ ଇଲେକ୍ଟ୍ରିକ ଭେଇକିଲ ରପ୍ତାନି କରିବାକୁ ଯାଉଛି । ଦୁଇ ଦିନ ପରେ ୨୬ ଅଗଷ୍ଟକୁ ଏ ସମ୍ପର୍କିତ ଏକ ବହୁତ ବଡ଼ କାର୍ଯ୍ୟକ୍ରମ ହେବାକୁ ଯାଉଛି ।

 

ବନ୍ଧୁଗଣ,

ଆପଣମାନେ ସମସ୍ତେ ଜାଣନ୍ତି, ଦେଶର ପ୍ରଗତିର ବହୁତ ବଡ଼ ଆଧାର ରିସର୍ଚ୍ଚ ମଧ୍ୟ । ଆମଦାନୀ ରିସର୍ଚ୍ଚରେ ପେଟ ତ ପୋଷିହେବ, କିନ୍ତୁ ଯାହା ଆମ ସଂକଳ୍ପ, ତାହା ସିଦ୍ଧ ହୋଇପାରିବ ନାହିଁ । ଏଥିପାଇଁ ରିସର୍ଚ୍ଚ କ୍ଷେତ୍ରରେ ଆମକୁ ଜରୁରୀ ଭଳି ଚିନ୍ତାଧାରାର ଆବଶ୍ୟକତା ଅଛି । ଆମେ ରିସର୍ଚ୍ଚକୁ ପ୍ରୋତ୍ସାହିତ କରିବା ପାଇଁ ତ୍ୱରାନ୍ୱିତ ଭାବେ ଅନେକ ପଦକ୍ଷେପ ନେଇଛୁ ଏଥିପାଇଁ ଯେଉଁ ଜରୁରୀ ନୀତି ଓ ପ୍ଲାଟଫର୍ମ ଆବଶ୍ୟକ, ତାହା ଉପରେ ଆମେ କ୍ରମାଗତ ଭାବେ କାମ କରୁଛୁ । ଆଜି ରିସର୍ଚ୍ଚ ଏବଂ ବିକାଶରେ ହେଉଥିବା ଖର୍ଚ୍ଚ ୨୦୧୪ ମସିହା ତୁଳନାରେ ଦୁଇଗୁଣାରୁ ଅଧିକ ହୋଇଯାଇଛି । ୨୦୧୪ ମସିହା ତୁଳନାରେ ଫାଇଲ ହେଉଥିବା ପାଟେଣ୍ଟର ସଂଖ୍ୟା ୧୭ ଗୁଣା ଅଧିକ ହୋଇପାରିଛି । ଆମେ ପ୍ରାୟ ୬ ହଜାର ହାୟର ଏଜୁକେସନାଲ ଇନଷ୍ଟିଚୁ୍ୟଟସରେ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଲ୍ ସ୍ଥାପନ କରିଛୁ । ‘ୱାନ ନେସନ, ୱାନ ସବସ୍କ୍ରିପ୍ସନ’ ସହ ମଧ୍ୟ ଆପଣମାନେ ପରିଚିତ । ଏହା ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ରିସର୍ଚ୍ଚ ଜର୍ଣ୍ଣାଲ ନିକଟରେ ପହଞ୍ଚିବା ସହଜ କରିପାରିଛି । ଆମେ ୫୦ ହଜାର କୋଟି ଟଙ୍କା ସହାୟତାରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରିଛୁ । ଏକ ଲକ୍ଷ କୋଟି ଟଙ୍କାର ରିସର୍ଚ୍ଚ ଡେଭଲପମେଣ୍ଟ ଆଣ୍ଡ ଇନୋଭେସନ ସ୍କିମକୁ ବି ମଂଜୁରୀ ଦେଇଛୁ । ଲକ୍ଷ୍ୟ ଏହା ଯେ, ଘରୋଇ କ୍ଷେତ୍ର ବିଶେଷ କରି ସନରାଇଜ ଏବଂ ରଣନୀତିକ କ୍ଷେତ୍ର ଗୁଡ଼ିକରେ ନୂତନ ରିସର୍ଚ୍ଚକୁ ସହାୟତା ମିଳୁ ।

ବନ୍ଧୁଗଣ,

ଏହି ଅଧିବେଶନରେ ଉଦ୍ୟୋଗ ଜଗତର ମହାରଥୀମାନେ ମଧ୍ୟ ଅଛନ୍ତି । ଆଜି ସମୟର ଆବଶ୍ୟକତା ଏହା ଯେ, ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ର ଆଗକୁ ଆସନ୍ତୁ । ବିଶେଷ କରି କ୍ଲିନ ଏନର୍ଜି, କ୍ୱାଣ୍ଟମ ଟେକ୍ନୋଲୋଜି, ବ୍ୟାଟେରୀ ଷ୍ଟୋରେଜ, ଆଡଭାନ୍ସଡ ମ୍ୟାଟେରିଆଲ୍ସ ଏବଂ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ରିସର୍ଚ୍ଚରେ ନିଜ କାମ ଏବଂ ନିବେଶ ଆହୁରି ବଢ଼ାନ୍ତୁ । ଏହାଦ୍ୱାରା ବିକଶିତ ଭାରତ ସଂକଳ୍ପକୁ ନୂଆ ଉର୍ଜା ମିଳିପାରିବ ।

ବନ୍ଧୁଗଣ,

ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ (ସଂସ୍କାର, ପ୍ରଦର୍ଶନ ଏବଂ ରୁପାନ୍ତରଣ) ମନ୍ତ୍ରରେ ଚାଲୁଥିବା ଭାରତ ଆଜି ଏଭଳି ଏକ ସ୍ଥିତିରେ ଅଛି, ଯିଏକି ସମଗ୍ର ବିଶ୍ୱକୁ ଧିମା ଗତିରୁ ବାହାର କରିପାରିବ । ଆମେ ସ୍ଥିର ପାଣିରେ କୂଳରେ ବସି କଙ୍କଡ଼ା ମାରି ଖୁସି ମନାଇବା ଲୋକ ନୁହେଁ, ଆମେ ବହୁତ ଦ୍ରୁତ ଗତିକୁ ମୋଡ଼ ଦେଇପାରିବା ଲୋକ, ଯେପରିକି ମୁଁ ଲାଲକିଲ୍ଲାରେ କହିଥିଲି, ଭାରତ...ସମୟକୁ ବି ମୋଡ଼ି ଦେବାର ସାମର୍ଥ୍ୟ ରଖି ଚାଲୁଛି ।

ବନ୍ଧୁଗଣ,

ଥରେ ଆପଣ ସମସ୍ତଙ୍କ ସହ ମିଶିବାର ସୁଯୋଗ ମିଳିଲା,ଏଥିଲାଗି ମୁଁ ଇକୋନୋମିକ ଟାଇମ୍ସକୁ କୃତଜ୍ଞତା ଜଣାଉଛି । ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଶୁଭକାମନା ଦେଉଛି !

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.