PM urges IIT Guwahati to establish a Center for disaster management and risk reduction
NEP 2020 will establish India as a major global education destination: PM

ନମସ୍କାର!

ଏହି କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଥିବା ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ମହାଶୟ, କ୍ୟାବିନେଟରେ ମୋର ସହଯୋଗୀ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଡ. ରାଜୀବ ମୋଦୀ ମହାଶୟ, ସିନେଟର ସଦସ୍ୟଗଣ, ଏହି ସମାବର୍ତ୍ତନ ସମାରୋହକୁ ଆମନ୍ତ୍ରିତ ଅତିଥିଗଣ, ଅଧ୍ୟାପକ ଗଣ, କର୍ମଚାରୀଗଣ ଏବଂ ମୋର ପ୍ରିୟ ଛାତ୍ରମାନେ ।

ମୁଁ ଆଜି ଖୁସି ଯେ ମୁଁ ଆଇଆଇଟି ଗୌହାଟୀର ଏହି ଦ୍ୱାବିଂଶ ସମାବର୍ତ୍ତନ ସମାରୋହରେ ଆପଣମାନଙ୍କ ସହିତ ସାମିଲ ହୋଉଛି । ଏମିତିରେ ସମାବର୍ତ୍ତନ ସମାରୋହ କୌଣସି ଛାତ୍ରଙ୍କ ଜୀବନର ଏକ ସ୍ୱତନ୍ତ୍ର ଦିନ ହୋଇଥାଏ, କିନ୍ତୁ ଏଥର ଯେଉଁ ଛାତ୍ରମାନେ ସମାବର୍ତ୍ତନ ସମାରୋହର ଏକ ଅଂଶବିଶେଷ ଭାବେ ଯୋଗଦାନ କରୁଛନ୍ତି, ସେମାନଙ୍କ ପାଇଁ ଏହା ହେଉଛି ଏକ ଭିନ୍ନ ପ୍ରକାରର ଅଭିଜ୍ଞତା । ମହାମାରୀର ଏହି ସମୟ ମଧ୍ୟରେ ସମାବର୍ତ୍ତନ ସମାରୋହର କଳାକୌଶଳରେ ମଧ୍ୟ ଖୁବ ପରିବର୍ତ୍ତନ ଆସିଛି, ସାଧାରଣ ପରିସ୍ଥିତି ହୋଇଥାଆନ୍ତା ତେବେ ମୁଁ ମଧ୍ୟ ଆଜି ଆପଣମାନଙ୍କ ସହିତ ଥାଆନ୍ତି । କିନ୍ତୁ ପୁଣି ମଧ୍ୟ, ଏହି ଦିନ, ଏହି କ୍ଷଣ ହେଉଛି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ, ସେତିକି ହିଁ ମୂଲ୍ୟବାନ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ମୋର ସମସ୍ତ ଯୁବକ ସାଥୀମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କର ଭବିଷ୍ୟତର ଚେଷ୍ଟା ପାଇଁ ଅନେକ-ଅନେକ ଶୁଭକାମନା ଜଣାଉଛି ।

ସାଥୀଗଣ, ଆମର ଏଠାରେ କୁହାଯାଇଛି – ଜ୍ଞାନମ୍, ବିଜ୍ଞାନ ସହିତମ୍ ଯତ୍ ଜ୍ଞାତ୍ୱା ମୋକ୍ଷସେ ଅଶୁଭାତ । ଅର୍ଥାତ, ବିଜ୍ଞାନ ସହିତ ଜ୍ଞାନ ହିଁ ସମସ୍ତ ସମସ୍ୟାଗୁଡ଼ିକରୁ, ଦୁଃଖରୁ ମୁକ୍ତି ଦେବାର ହେଉଛି ଏକ ସାଧନ । ଏହି ଭାବନା, ସେବା ପାଇଁ କିଛି ନୂତନ କରିବାର ଏହି ଉର୍ଜ୍ଜା, ଏହା ହିଁ ଆମ ଦେଶକୁ ହଜାର-ହଜାର ବର୍ଷର ଏହି ଯାତ୍ରାରେ ମଧ୍ୟ ଜୀବିତ ରଖିଛି, ଜୀବନ୍ତ ରଖିଛି । ଆମକୁ ଗର୍ବ ଅନୁଭବ ହେଉଛି ଯେ ଆମର ଏହି ଚିନ୍ତାଧାରାକୁ, ଆଇଆଇଟିଜ୍ ଭଳି ଆମର ସଂସ୍ଥାନ ଆଜି ଆଗକୁ ବଢ଼ାଉଛନ୍ତି । ଆପଣମାନେ ସମସ୍ତେ ମଧ୍ୟ ଆଜି ଅନୁଭବ କରୁଥିବେ, ଆପଣମାନେ ଯେତେବେଳେ ଏଠାକୁ ଆସିଥିଲେ, ସେବେଠାରୁ ଆପଣଙ୍କ ଭିତରେ କେତେ ପରିବର୍ତ୍ତନ ଆସିସାରିଛି, ଆପଣଙ୍କର ଚିନ୍ତାଧାରାର ପ୍ରକ୍ରିୟା କେତେ ପରିମାଣରେ ସଂପ୍ରସାରିତ ହୋଇ ଯାଇଛି । ଆଇଆଇଟି  ଗୌହାଟୀରୁ ଆପଣମାନେ ଯେତେବେଳେ ଆପଣଙ୍କ ଯାତ୍ରା ଆରମ୍ଭ କରିଥିଲେ, ସେବେଠାରୁ ନେଇ ଏ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଭିତରେ ଏକ ନୂତନ ବ୍ୟକ୍ତିତ୍ୱର ପ୍ରତିଛବି ଦେଖୁଥିବେ । ଏହା ହେଉଛି ଏହି ଅନୁଷ୍ଠାନର, ଆପଣଙ୍କର ପ୍ରାଧ୍ୟାପକଙ୍କର ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର ।

ସାଥୀଗଣ, ଏହା ମୋର ହେଉଛି ସ୍ପଷ୍ଟ ମତ ଯେ, ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ – ଏକ ଜାତିର ଭବିଷ୍ୟତ ହେଉଛି ଏହାର ଯୁବକମାନେ ଯାହା ଆଜି ଚିନ୍ତା କରୁଛନ୍ତି । ଆପଶଣମାନଙ୍କର ସ୍ୱପ୍ନ ଭାରତର ବାସ୍ତବତାକୁ ଏକ ସ୍ୱରୂପ ଦେବାକୁ ଯାଉଛି । ତେଣୁ, ବର୍ତ୍ତମାନର ସମୟ ହେଉଛି ସମୟ ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାର, ଏହି ସମୟ ହେଉଛି ଏବେଠାରୁ ଭବିଷ୍ୟତ ପାଇଁ ଫିଟ୍ ହେବାର । ଆଜି ଯେପରି ଅର୍ଥନୀତି ଏବଂ ସମାଜରେ ଯେଉଁଭଳି ଭାବେ ପରିବର୍ତ୍ତନ ଆସୁଛି, ଆଧୁନିକତା ଆସୁଛି, ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦୃଶ୍ୟପଟ୍ଟକୁ ମଧ୍ୟ ବହୁତ ଗୁଡ଼ିଏ ଆବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି । ମୁଁ ଖୁସି ଯେ ଆଇଆଇଟି ଗୌହାଟୀ ପୂର୍ବରୁ ହିଁ ଏହି ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ମୋତେ ଅବଗତ କରାଯାଇଛି କି ଆଇଆଇଟି ଗୌହାଟୀ ହେଉଛି ଏପରି ପ୍ରଥମ ଆଇଆଇଟି ଯିଏକି ଇ-ମୋବିଲିଟ ଉପରେ ଦୁଇ ବର୍ଷର ଗବେଷଣା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି । ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଆଇଆଇଟି ଗୌହାଟୀ ବି-ଟେକ୍ ସ୍ତରର ସମସ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଏବଂ ଇଂଜିନିୟରିଂକୁ ମଧ୍ୟ ସମନ୍ୱୟ କରିମାର ମଧ୍ୟ ନେତୃତ୍ୱ କରୁଛି । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଏହି ଆନ୍ତଃ-ଶୃଙ୍ଖଳିତ କାର୍ଯ୍ୟକ୍ରମ ଆମର ଶିକ୍ଷାକୁ ସର୍ବାଙ୍ଗ ସଂପୂର୍ଣ୍ଣ ଏବଂ ଭବିଷ୍ୟତ ଉପଯୋଗୀ କରି ଗଢି ତୋଳିବ । ଆଉ ଯେତେବେଳେ ଏହି ପ୍ରକାରର ଭବିଷ୍ୟତ ଉପଯୋଗୀ ଅଭିବ୍ୟକ୍ତ ସହିତ କୌଣସି ସଂସ୍ଥାନ ଆଗକୁ ବଢ଼େ ତେବେ ତାହାର ଫଳାଫଳ ବର୍ତ୍ତମାନରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଆଇଆଇଟି ଗୌହାଟୀ ଏହି ମହାମାରୀ ପରିସ୍ଥିତି ମଧ୍ୟରେ କୋଭିଡ-19 ସଂପର୍କିତ କିଟ୍, ଯେପରିକି ଭାଇରାଲ ଟ୍ରାନ୍ସପୋର୍ଟ ମେଡିଆ, ଭାଇରାଲ ଆରଏନଏ ଏକ୍ସଟ୍ରାସନ କିଟ୍ ଏବଂ ଆରଟିପିସିଆର କିଟ୍ ବିକଶିତ କରି ଏହା ପ୍ରମାଣ କରିଛି । ସେହିପରି ମୁଁ ଏହା ମଧ୍ୟ ଭଲଭାବେ ଅନୁଭବ କରିଛି ଯେ, ଏହି ମହାମାରୀ ସମୟରେ ଶିକ୍ଷାବର୍ଷକୁ ପରିଚାଳିତ କରିବା, ନିଜ ଗବେଷଣା କାର୍ଯ୍ୟକୁ ଜାରି ରଖିବା, ଆପଣଙ୍କ ପାଇଁ ଏହା ସବୁ କେତେ ଦୂର ଜଟିଳ ରହିଛି । କିନ୍ତୁ ପୁଣି ମଧ୍ୟ ଆପଣମାନେ ଏହି ସଫଳତା ପାଇଛନ୍ତି । ଆପଣଙ୍କ ଏହି ପ୍ରଚେଷ୍ଟା ପାଇଁ ଦେଶକୁ ଆତ୍ମନିର୍ଭର କରିବା ଦିଗରେ ମୁଁ ଆପଣଙ୍କର ଏହି ଯୋଗଦାନ ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଆତ୍ମନିର୍ଭର ଭାରତ ପାଇଁ, ଆମର ଶିକ୍ଷାବ୍ୟବସ୍ଥାର କେତେ ବଡ଼ ମହତ୍ୱ ରହିଛି, ଏହା ଆପଣ ସମସ୍ତେ ଭଲ ଭାବେ ଜାଣିଛନ୍ତି । ବିଗତ ଦିନରେ ଆପଣ ଜାତୀୟ ଶିକ୍ଷାନୀତି ବିଷୟରେ ବହୁତ କିଛି ପଢ଼ିଥିବେ, ବହୁତ କିଛି ଆଲୋଚନା କରିଥିବେ, ଜାତୀୟ ଶିକ୍ଷାନୀତି ଆମର ଏକବିଂଶ ଶତାବ୍ଦୀରେ ଆପଣଙ୍କ ଭଳି ଯୁବକମାନଙ୍କ ପାଇଁ ହିଁ ହୋଇଛି । ଏହି ଯୁବକମାନେ ଯେଉଁମାନେ ବିଶ୍ୱର ନେତୃତ୍ୱ ନେବେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତକୁ ବିଶ୍ୱଗୁରୁ ରୂପେ ପରିଣତ କରିବେ । କେବଳ ଏତିକି ହିଁ ନୁହେଁ, ଏହି ଶିକ୍ଷାନୀତିରେ ସମସ୍ତ ଏହିଭଳି କଥା ରହିଛି, ଯାହା ଆପଣମାନଙ୍କ ଭଳି ଛାତ୍ରମାନଙ୍କୁ କୋଡିଏଟି ତାଲିକାର ସବୁଠାରୁ ଶୀର୍ଷରେ ରଖିଥିଲା ।

ସାଥୀଗଣ, ମୋର ବିଶ୍ୱାସ ରହିଛି ଯେ ନିଜ ଶିକ୍ଷାର ଯାତ୍ରାରେ ଆପଣ ଏହା ଅନୁଭବ କରିଛନ୍ତି କି ଶିକ୍ଷା ଏବଂ ପରୀକ୍ଷା ଆମ ଛାତ୍ରମାନଙ୍କ ପାଇଁ ବୋଝ ନ ପାଲଟୁ, ଛାତ୍ରମାନଙ୍କୁ ନିଜର ମନ ପସନ୍ଦ ବିଷୟ ବଢ଼ିବା ପାଇଁ ଅଧିକ ସ୍ୱାଧୀନତା ମିଳୁ । ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତିକୁ ବହୁମୁଖୀ ବିଭାଗୀକରଣ କରାଯାଇଛି । ବିଷୟବସ୍ତୁରେ ନମନୀୟତା ରଖାଯାଇଛି, ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନର ସୁଯୋଗ ଦିଆଯାଇଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶର ଶିକ୍ଷାନୀତି, ଶିକ୍ଷାକୁ ଟେକ୍ନୋଲୋଜି ସହିତ ଯୋଡ଼ିବ, ଟେକ୍ନୋଲୋଜିକୁ ଆମର ଛାତ୍ରମାନଙ୍କର ଚିନ୍ତାଧାରାର ଅତ୍ୟାବଶ୍ୟକ ଅଂଶ ଭାବେ ଗଢ଼ି ତୋଳିବ । ଅର୍ଥାତ ଛାତ୍ରଛାତ୍ରୀମାନେ ଟେକ୍ନୋଲୋଜି ବିଷୟରେ ମଧ୍ୟ ପଢ଼ିବେ, ଏବଂ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ପଢ଼ିବେ । ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ହେଉ, ଅନ୍ ଲାଇନ୍ ଶିକ୍ଷାଦାନ ବଢ଼ୁ, ରାଷ୍ଟ୍ରୀୟ ଶିକ୍ଷାନୀତିରେ ଏଥିପାଇଁ ପଥ ଉନ୍ମୁକ୍ତ କରାଯାଇଛି ।

ଶିକ୍ଷାଦାନ ଏବଂ ଶିକ୍ଷଣରୁ ନେଇ ପ୍ରଶାସନ ଏବଂ ଆକଳନ ପର୍ଯ୍ୟନ୍ତ ଟେକ୍ନୋଲୋଜିର ଭୂମିକା ରହୁ, ଏଥିପାଇଁ ଜାତୀୟ ଶିକ୍ଷା ଟେକ୍ନୋଲୋଜି ଫୋରମ ମଧ୍ୟ ପ୍ରତିଷ୍ଠା କରାଯାଉଛି । ଆମେ ଏଭଳି ଏକ ଇକୋ-ସିଷ୍ଟମ ସହ ଆଗକୁ ବଢ଼ୁଛେ, ଯେଉଁଠାରେ ଆମର ଯୁବକମାନେ ଟେକ୍ନୋଲୋଜି ମାଧ୍ୟମରେ ଶିଖିବେ ମଧ୍ୟ ଏବଂ ଶିଖାଇବା ପାଇଁ ନୂତନ ଟେକ୍ନୋଲୋଜି ନବସୃଜନ ମଧ୍ୟ କରିବେ । ଆଇଆଇଟିର ସାଥୀମାନଙ୍କ ପାଇଁ ତ ଏଥିରେ ଅସୀମିତ ସମ୍ଭାବନା ରହିଛି । ନୂତନ ସଫ୍ଟଓୟାର, ନୂତନ ଯନ୍ତ୍ରପାତି ଏବଂ ଗ୍ୟାଜେଟ୍ସ, ଯାହାକି ଶିକ୍ଷାଦାନର ମାର୍ଗକୁ ବୈପ୍ଳବିକ ରୂପ ଦେବ, ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ଚିନ୍ତା କରିବାକୁ ହେବ । ଏହା ଆପଣ ସମସ୍ତଙ୍କ ପାଇଁ ହେଉଛି ଏକ ସୁଯୋଗ, ଆପଣ ନିଜର ଶ୍ରେଷ୍ଠତ୍ୱକୁ ପରିପ୍ରକାଶ କରନ୍ତୁ, ବ୍ୟବହାର କରନ୍ତୁ ।

ସାଥୀଗଣ, ଦେଶରେ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଏନଇପିରେ ଏକ ଜାତୀୟ ଗବେଷଣା ଫାଉଣ୍ଡେସନ୍ ଅର୍ଥାତ ଏନଆରଏଫର ପ୍ରସ୍ତାବ ମଧ୍ୟ ରଖାଯାଇଛି । ଏନଆରଏଫ୍ ଗବେଷଣା ପାଣ୍ଠିକୁ ନେଇ ସମସ୍ତ ପାଣ୍ଠି ଯୋଗାଣକାରୀ ସଂସ୍ଥାମାନଙ୍କ ସହିତ ସମନ୍ୱୟ ରକ୍ଷା କରିବ ଏବଂ ସମସ୍ତ ଶୃଙ୍ଖଳାରେ, ସେ ବିଜ୍ଞାନ ହେଉ ଅବା ହ୍ୟୁମାନିଟିଜ୍, ସବୁକିଛି ପାଇଁ ସେ ପାଣ୍ଠି ଯୋଗାଇବ । ଗବେଷଣା ପାଇଁ ଯେଉଁ କ୍ଷମତା ରହିବ, ଯେଉଁଥିରେ ପ୍ରାକ୍ଟିକାଲ ଉପଯୋଗର ସୁଯୋଗ ରହିବ, ତାକୁ ଚିହ୍ନଟ କରାଯିବ ଏବଂ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ସରକାରୀ ସଂସ୍ଥା ଏବଂ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ଏବଂ ସଂଯୋଗ ବ୍ୟବସ୍ଥା ସ୍ଥାପନ କରାଯିବ । ମୁଁ ଖୁସି ଯେ ଆଜି ଏହି ସମାବର୍ତ୍ତନ ଉତ୍ସବରେ ଆମର ପ୍ରାୟ ୩୦୦ ଯୁବ ସାଥୀମାନଙ୍କୁ ପିଏଚଡି ସମ୍ମାନ ଦିଆଯାଉଛି, ଆଉ ଏହା ହେଉଛି ଏକ ବହୁତ ସକରାତ୍ମକ ଧାରା । ମୋର ବିଶ୍ୱାସ ଯେ ଆପଣ ସମସ୍ତେ ଏଠାରେ ଅଟକି ଯିବେ ନାହିଁ, ବରଂ ଗବେଷଣା ଆପଣଙ୍କ ପାଇଁ ଏକ ଅଭ୍ୟାସ ପାଲଟିଯିବ । ଆପଣଙ୍କ ଚିନ୍ତାଧାରା ପ୍ରକ୍ରିୟାର ଏକ ଅଂଶ ପାଲଟିଯିବ ।

ସାଥୀଗଣ, ଆମେ ସମସ୍ତେ ଜାଣିଛେ ଯେ, ଜ୍ଞାନ ପାଇଁ କୌଣସି ସୀମା ନଥାଏ  । ଜାତୀୟ ଶିକ୍ଷାନୀତି ଦେଶର ଶିକ୍ଷା କ୍ଷେତ୍ରକୁ ଉନ୍ମୁକ୍ତ କରିବାର କଥା କହୁଛି । ଉଦେ୍ଦଶ୍ୟ ଏହା ରହିଛି ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ମଧ୍ୟ ଦେଶରେ ଖୋଲୁ ଏବଂ ସାରା ବିଶ୍ୱର ଗ୍ଲୋବାଲ ଏକ୍ସପୋଜର ଆମର ଛାତ୍ରଛାତ୍ରୀମାନଙ୍କୁ ଏହିଠାରେ ମିଳୁ । ସେହିପରି ଭାରତ ଏବଂ ବିଶ୍ୱ ପ୍ରତିଷ୍ଠାନ ମଧ୍ୟରେ ଗବେଷଣା ସମନ୍ୱୟ ଏବଂ ଛାତ୍ର ଆଦାନ ପ୍ରଦାନ କାର୍ଯ୍ୟକ୍ରମକୁ ମଧ୍ୟ ପୋ୍ରତ୍ସାହନ କରାଯିବ । ବିଦେଶ ବିଶ୍ୱବିଦ୍ୟାଳୟରେ ଆମର ଛାତ୍ରମାନେ ଯେଉଁ କୃତିତ୍ୱ ଅର୍ଜନ କରିବେ, ସେମାନେ ମଧ୍ୟ ଏବେ ଦେଶର ପ୍ରତିଷ୍ଠାନରେ ଗଣାଯାଇ ପାରିବେ । କେବଳ ଏତିକି ହିଁ ନୁହେଁ, ଜାତୀୟ ଶିକ୍ଷାନୀତି ଭାରତକୁ ବିଶ୍ୱ ଶିକ୍ଷା ଲକ୍ଷ୍ୟସ୍ଥଳରେ ମଧ୍ୟ ପ୍ରତିଷ୍ଠିତ କରିବ । ଆମର ଉଚ୍ଚ ପ୍ରଦର୍ଶନ କରୁଥିବା ପ୍ରତିଷ୍ଠାନକୁ ବିଦେଶରେ ମଧ୍ୟ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ପୋ୍ରତ୍ସାହିତ କରାଯିବ । ଆଇଆଇଟି ଗୌହାଟୀର ପରିସୀମାକୁ ସମ୍ପ୍ରସାରିତ କରାଯିବାର ଏହି ଦୃଷ୍ଟିଭଙ୍ଗୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାର ଅଛି । ପୂର୍ବୋତ୍ତରର ଏହି କ୍ଷେତ୍ର, ଭାରତର ଆକ୍ଟ-ଇଷ୍ଟ ନୀତିର କେନ୍ଦ୍ର ମଧ୍ୟ ହେବ ।

ଏହି କ୍ଷେତ୍ର, ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସମ୍ପର୍କ ଏବଂ ସମ୍ବନ୍ଧର ପ୍ରବେଶପଥ ମଧ୍ୟ ହେବ । ଏହି ଦେଶରେ ଭାରତର ସମ୍ବନ୍ଧର ମୁଖ୍ୟ ଆଧାର, ସଂସ୍କୃତି, ବାଣିଜ୍ୟ, ଯୋଗାଯୋଗ ଏବଂ କ୍ଷମତା ରହିଛି । ଏବେ ଶିକ୍ଷା ଆମର ନିଯୁକ୍ତିର ଏକ ଏବଂ ନୂତନ ମାଧ୍ୟମ ପାଲଟିବାକୁ ଯାଉଛି । ଆଇଆଇଟି ଗୌହାଟୀ ଏହାର ବହୁତ ବଡ଼ କେନ୍ଦ୍ର ପାଲଟିବ । ଏହାଦ୍ୱାରା ଉତ୍ତର-ପୂର୍ବକୁ ଏକ ନୂତନ ପରିଚୟ ମଧ୍ୟ ମିଳିବ, ଆଉ ଏଠାରେ ନୂତନ ଅବସର ମଧ୍ୟ ସୃଷ୍ଟିହେବ । ଆଜି ପୂର୍ବୋତ୍ତରର ବିକାଶକୁ ଗତି ଦେବା ପାଇଁ ଏଠାରେ ରେଳପଥ, ରାଜପଥ, ଆକାଶ ପଥ ଏବଂ ଜଳପଥର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏଥିରେ ସମଗ୍ର ପୂର୍ବୋତ୍ତର ପାଇଁ ନୂଆ-ନୂଆ ସୁଯୋଗ ସୃଷ୍ଟି ହେଉଛି । ଆଇଆଇଟି ଗୌହାଟୀର ଏହି ବିକାଶର କାର୍ଯ୍ୟରେ ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।

ସାଥୀଗଣ, ଆଜି ଏହି ସମାବର୍ତ୍ତନ ପରେ ବହୁତ ଛାତ୍ରଛାତ୍ରୀ ଏଠାରେ ରହିବେ, ବହୁତ ଏଠାରୁ ମଧ୍ୟ ଚାଲିଯିବେ । ଆଇଆଇଟି ଗୌହାଟୀର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ମୋତେ ଶୁଣୁଛନ୍ତି, ଦେଖୁଛନ୍ତି । ଆଜିର ଏହି ସ୍ୱତନ୍ତ୍ର ଦିନରେ ଆପଣମାନଙ୍କୁ କିଛି ଅନୁରୋଧ ମଧ୍ୟ କରିବି, କିଛି ମତାମତ ମଧ୍ୟ ଦେବି । ସାଥୀଗଣ, ଆପଣଙ୍କ ଜୀବନରେ ଏହି ଅଂଚଳର ଯୋଗଦାନ ମଧ୍ୟ ରହିଛି । ଆଉ ଆପଣମାନେ ଏହି ଅଂଚଳକୁ ଦେଖିଛନ୍ତି, ବୁଝିଛନ୍ତି ଏବଂ ଅନୁଭବ ମଧ୍ୟ କରିଛନ୍ତି । ଏହି ଅଂଚଳରେ ଯେଉଁ ଆହ୍ୱାନ ସବୁ ରହିଛି, ଏହି ଅଂଚଳରେ ଯେଉଁ ସମ୍ଭାବନା ସବୁ ଅଛି, ସେଥିରେ ଆପଣଙ୍କର ଗବେଷଣା କିପରି ଯୋଡ଼ି ହୋଇ ପାରିବ, ଏହା ଆପଣ ଚିନ୍ତା କରିବା ଆବଶ୍ୟକ । ଉଦାହରଣ ଭାବେ ସୌରଶକ୍ତି, ପବନ ଶକ୍ତି, ବାୟୋ ମାସ ଏବଂ ଜଳବିଦ୍ୟୁତ ଶକ୍ତିରେ ମଧ୍ୟ ଏଠାରେ ଅପାର ସମ୍ଭାବନା ଅଛି । ଏଠାରେ ଧାନ, ଚା’, ବାଉଁଶ ଭଳି ସମ୍ପଦ ଅଛି, ଯାହା ହେଉଛି ପର୍ଯ୍ୟଟନ ଉଦ୍ୟୋଗ । ସେଥିରେ ଆମେ କୌଣସି ନବସୃଜନ, ପ୍ରୋତ୍ସାହିତ କରି ପାରିବା କି?

ସାଥୀଗଣ, ଏଠାରେ ଜୈବ-ବିବିଧତା ମଧ୍ୟ ଅଛି, ଏବଂ ଅପାର ପାରମ୍ପରିକ ଜ୍ଞାନ ଏବଂ କଳା ମଧ୍ୟ ଅଛି! ଏହି ପାରମ୍ପରିକ କଳାର, ଜ୍ଞାନର, ଆଉ ଏପରିକି ବିଜ୍ଞାନ ଓ ବୈଷୟିକଜ୍ଞାନର ପରିପ୍ରସାର ମଧ୍ୟ ପରମ୍ପରା ସହିତ ହୋଇ ଆସୁଛି । ଗୋଟିଏ ପିଢ଼ୀ ଏହି ଜ୍ଞାନ ଦ୍ୱିତୀୟ ପିଢ଼ୀକୁ ଦେଲା, ଏହାଦ୍ୱାରା ଆଗାମୀ ପିଢ଼ୀକୁ ମିଳିଲା, ଆଉ ଏହି ପରମ୍ପରା ଚାଲି ଆସିଛି । କ’ଣ ଆମେ ଏହାକୁ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ି ପାରିବା? କ’ଣ ଆମେ ଏହି ଫ୍ୟୁଜନରେ ନୂତନ ଟେକ୍ନୋଲୋଜି ପ୍ରତିଷ୍ଠା କରି ପାରିବା? ମୁଁ ସ୍ୱୀକାର କରିବି ଯେ ଆମେ ଏକ ଆଧୁନିକ ଏବଂ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ ସାଂସ୍କୃତିକ ଜ୍ଞାନ, ଦକ୍ଷତା ଏବଂ ବିକାଶକୁ ଏକ ବୃହତ ବୃତିଗତ ବିକାଶ କାର୍ଯ୍ୟକ୍ରମରେ ପ୍ରସ୍ତୁତ କରି ପାରିବା । ମୋର ପରାମର୍ଶ ହେଉଛି କି ଆଇଆଇଟି ଗୌହାଟୀ ଏଥିରେ ଏକ ମୁଖ୍ୟ ଭୂମିକା ତୁଲାଉ, ଏବଂ ଏକ ଭାରତୀୟ ଜ୍ଞାନକେନ୍ଦ୍ର ବ୍ୟବସ୍ଥାର ସ୍ଥାପନା କରୁ । ଏହାଦ୍ୱାରା ଆମେ ପୂର୍ବୋତ୍ତରକୁ, ଦେଶ ଏବଂ ଦୁନିଆକୁ ଏଭଳି ବହୁତ କିଛି ଦେଇ ପାରିବା, ଯାହା ଅନନ୍ୟ ଭାବେ ପରିଗଣିତ ହେବ ।

ସାଥୀଗଣ, ଆସାମ ଏବଂ ପୂର୍ବୋତ୍ତର ଦେଶର ହେଉଛି ଏଭଳି ଅଂଚଳ ଯାହା ଅପାର ସମ୍ଭାବନାରେ ଭରି ରହିଛି । କିନ୍ତୁ ଏହି ଅଂଚଳକୁ ବନ୍ୟା, ଭୂକମ୍ପ ଏବଂ ଭୂସ୍ଖଳନ ଏବଂ ଆହୁରି ଅନେକ ଉଦ୍ୟୋଗ ଜନିତ ବିପର୍ଯ୍ୟୟ ଭଳି ବିପଦ ମଧ୍ୟ ଘେରି ରହିଛି । ଏହି ବିପର୍ଯ୍ୟୟର ମୁକାବିଲା ଦିଗରେ ଏହି ରାଜ୍ୟଗୁଡ଼ିକର ଶକ୍ତି ଏବଂ ପ୍ରୟାସ ବ୍ୟୟ ହେଉଛି । ଏହି ସମସ୍ୟାଗୁଡ଼ିକୁ ପ୍ରଭାବଶାଳୀ ଢ଼ଂଗରେ ମୁକାବିଲା କରାଯାଉ, ଏଥିପାଇଁ ଅତି ଉଚ୍ଚ ସମ୍ପନ୍ନ ବୈଷୟିକ ସହାୟତା ଏବଂ ହସ୍ତକ୍ଷେପର ଆବଶ୍ୟକତା ରହିଛି । ମୁଁ ଆଇଆଇଟି ଗୌହାଟୀକୁ ମଧ୍ୟ ଏହି ଅନୁରୋଧ କରିବି କି ଆପଣ ଏକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାର ମୁକାବିଲା ହ୍ରାସ କେନ୍ଦ୍ର ମଧ୍ୟ ସ୍ଥାପନ କରନ୍ତୁ । ଏହି କେନ୍ଦ୍ର ଏହି ଅଂଚଳର ବିପର୍ଯ୍ୟୟର ମୁକାବିଲା ପାଇଁ ବିଶେଷଜ୍ଞ ମଧ୍ୟ ଯୋଗାଇ ଦେବ ଏବଂ ବିପର୍ଯ୍ୟୟକୁ ସୁଯୋଗରେ ମଧ୍ୟ ପରିବର୍ତ୍ତିତ କରିବ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆଇଆଇଟି ଗୌହାଟୀ ଏବଂ ଆପଣ ସମସ୍ତ ଆଇଆଇଟି ଛାତ୍ର ଆଗକୁ ବଢ଼ିବେ, ତେବେ ଏହି ସଂକଳ୍ପ ନିଶ୍ଚୟ ସିଦ୍ଧ ହେବ । ସାଥୀଗଣ, ସ୍ଥାନୀୟ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହିତ ହିଁ ଆମକୁ ନିଜ ଦୃଷ୍ଟି ବିଶ୍ୱ ଟେକ୍ନୋଲୋଜିର ବୃହତ କାନଭାସ୍ ଉପରେ ମଧ୍ୟ ରଖିବାକୁ ପଡ଼ିବ, କ’ଣ ଆମେ ନିଜର ଗବେଷଣା ଏବଂ ଟେକ୍ନୋଲୋଜିରେ ଆବଶ୍ୟକ କ୍ଷେତ୍ରକୁ ଖୋଜି ବାହାର କରିପାରିବା? ଏଭଳି ଅଂଚଳ, ଏଭଳି ବିଷୟ ଯାହା ଉପରେ ଦେଶକୁ ଆହୁରି ଅଧିକ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି, ଆମେ ତାହାକୁ ଚିହ୍ନଟ ଏବଂ ଅଗ୍ରାଧିକାର ଦେଇ ପାରିବା କି?

ସାଥୀଗଣ, ଆପଣ ଯେତେବେଳେ ବିଶ୍ୱର କେଉଁଠାକୁ ମଧ୍ୟ ଯିବେ, ତେବେ ଆପଣ ନିଜକୁ ନିଜେ ଗର୍ବ ଅନୁଭବ କରି ଜଣେ ଆଇଆଇଟିଆନ ଭାବେ କହିବେ । କିନ୍ତୁ ମୋର ଆପଣମାନଙ୍କଠାରୁ ଆଶା ରହିବ ଯେ ଆପଣଙ୍କର ସଫଳତା, ଆପଣଙ୍କର ଗବେଷଣାର ଯୋଗଦାନ ଏଭଳି ହେଉ କି ଆଇଆଇଟି ଗୌହାଟୀ ଆହୁରି ଗର୍ବର ସହିତ କହିବ କି ଆପଣ ହେଉଛନ୍ତି ତାହାର ଛାତ୍ର । ମୋର ସଂପୂର୍ଣ୍ଣ ଭରସା ରହିଛି ଯେ ଆପଣ ଆଇଆଇଟି ଗୌହାଟୀକୁ ନିଜ ବୃତିର ଏହି ସୁଯୋଗ, ଏହି ଗୁରୁଦକ୍ଷିଣା ଅବଶ୍ୟ ଦେବେ । ସମଗ୍ର ଦେଶ, 130 କୋଟି ଦେଶବାସୀ ଆପଣଙ୍କ ଉପରେ ଭରସା କରୁଛନ୍ତି । ଆପଣ ଏହିଭଳି ଭାବେ କ୍ରମାଗତ ଭାବେ ସଫଳ ହୁଅନ୍ତୁ । ଆତ୍ମନିର୍ଭର ଭାରତର ସଫଳତାର ସାରଥୀ ପାଲଟନ୍ତୁ, ଅନେକ-ଅନେକ ନୂତନ ଶୀଖରକୁ ଆପଣ ପ୍ରାପ୍ତ କରି ଚାଲନ୍ତୁ । ଜୀବନରେ ଯେଉଁ ସ୍ୱପ୍ନ ସଂଯୋଜନା କରିଛନ୍ତି ସେ ସବୁ ସଂକଳ୍ପ ହେଉ, ଯେଉଁ ସଂକଳ୍ପ ହେବ ସେଥିରେ ପରିଶ୍ରମର ପରାକାଷ୍ଠା ରହୁ ଆଉ ନିତ୍ୟ ନୂତନ ସିଦ୍ଧିଗୁଡ଼ିକୁ ଉପରକୁ ଚଢ଼ି ଚାଲନ୍ତୁ । ଏହିଭଳି ଅନେକ ଶୁଭକାମନା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ, ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ପାଇଁ, ଏଇକ କରୋନାର ଏହି ସମୟରେ ଯାହା ସବୁଠାରୁ ଜରୁରୀ ମଧ୍ୟ ହେଉଛି, ଆପଣ ମଧ୍ୟ ତାହାର ଚିନ୍ତା କରିବେ, ନିଜ ପରିବାରର ଚିନ୍ତା କରିବେ, ଆପଣ ଆଖପାଖର ଲୋକଙ୍କର ଚିନ୍ତା କରିବେ, ନିଜ ପରିବାରର ଚିନ୍ତା କରିବେ, ନିଜକୁ ମଧ୍ୟ ସମ୍ଭାଳିବେ, ପରିବାରକୁ ମଧ୍ୟ ସମ୍ଭାଳିବେ, ଆଖପାଖର ବନ୍ଧୁ-ସାଥୀଙ୍କୁ ମଧ୍ୟ ସମ୍ଭାଳିବେ । ସମସ୍ତଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରନ୍ତୁ, ନିଜେ ମଧ୍ୟ ସୁସ୍ଥ ରୁହନ୍ତୁ ।

ଏହି ଏକ ଭାବନା ସହିତ ଆପଣ ସମସ୍ତଙ୍କୁ ଅନେକ-ଅନେକ ଶୁଭକାମନା ।

ବହୁତ-ବହୁତ ଧନ୍ୟବାଦ,

ସମସ୍ତଙ୍କୁ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"