Baba Saheb Ambedkar had a universal vision: PM Modi
Baba Saheb Ambedkar gave a strong foundation to independent India so the nation could move forward while strengthening its democratic heritage: PM
We have to give opportunities to the youth according to their potential. Our efforts towards this is the only tribute to Baba Saheb Ambedkar: PM

ନମସ୍କାର,

ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଶିକ୍ଷାମନ୍ତ୍ରୀ ଶ୍ରୀ ଭୂପେନ ସିଂହ ମହାଶୟ, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି ସିଂହ ମହାଶୟ, ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମି ଉପାଧ୍ୟାୟ ମହାଶୟ, ଭାରତୀୟ ବିଶ୍ବବଦ୍ୟାଳୟ ମହାସଂଘ(ଏଆଇୟୁ)ର ସଭାପତି ପ୍ରଫେସର ତେଜପ୍ରତାପ ମହାଶୟ, ସମସ୍ତ ଉପସ୍ଥିତ ମହାନୁଭବ ଏବଂ ସାଥୀଗଣ!

ଆଜି ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ତେବେ ସେହି ସମୟରେ ବାବା ସାହେବ ଆମ୍ବେଦକର ମହାଶୟଙ୍କ ଜନ୍ମଜୟନ୍ତିର ଅବସର, ଆମକୁ ସେହି ମହାନ ଯଜ୍ଞ ସହିତ ମଧ୍ୟ ଯୋଡ଼ୁଛି ଆଉ ଭବିଷ୍ୟତର ପ୍ରେରଣା ସହିତ ମଧ୍ୟ ଯୋଡ଼ୁଛି। ମୁଁ କୃତଜ୍ଞ ରାଷ୍ଟ୍ର ତରଫରୁ, ସମସ୍ତ ଦେଶବାସୀଙ୍କ ତରଫରୁ, ବାବା ସାହେବଙ୍କୁ ସମ୍ମାନପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି।

ସାଥୀଗଣ,

ସ୍ୱାଧୀନତାର ଲଢ଼େଇରେ ଆମର ଲକ୍ଷ-ଲକ୍ଷ କୋଟି-କୋଟି ସ୍ୱାଧୀନତା ସଂଗ୍ରାମୀମାନେ ସମରସ-ସମାବେଶୀ ଭାରତର ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନଗୁଡ଼ିକୁ ପୂରଣ କରିବାର ଶୁଭାରମ୍ଭ ବାବା ସାହେବ ଦେଶକୁ ସମ୍ବିଧାନ ଦେଇ କରିଥିଲେ । ଆଜି ସେହି ସମ୍ବିଧାନକୁ ନେଇ ଅଗ୍ରସର ହୋଇ ଭାରତ ଏକ ନୂତନ ଭବିଷ୍ୟତ ଗଢ଼ିଚାଲିଛି, ସଫଳତାର ନୂତନ ସୋପାନ ହାସଲ କରୁଛି।

ସାଥୀଗଣ,

ଆଜି ଏହି ପବିତ୍ର ଦିନ, ଭାରତୀୟ ବିଶ୍ବବଦ୍ୟାଳୟ ମହାସଂଘର କୁଳପତିମାନଙ୍କର ୯୫ତମ ବୈଠକ ମଧ୍ୟ ହେଉଛି । ବାବା ସାହେବ ଆମ୍ବେଦକର ମୁକ୍ତବିଶ୍ୱବିଦ୍ୟାଳୟରେ ‘ବାବା ସାହେବ ସମରସତା ଚେୟାର’ ସ୍ଥାପନର ଘୋଷଣା ମଧ୍ୟ ହୋଇଛି । ଏବେ, ବାବା ସାହେବଙ୍କ ଜୀବନ ଉପରେ, ତାଙ୍କର ବିଚାର ଏବଂ ଆଦର୍ଶକୁ ନେଇ ଭାଇ ଶ୍ରୀ କିଶୋର ମକୱାନା ମହାଶୟଙ୍କର 4ଟି ପୁସ୍ତକ ଲୋକାର୍ପଣ ମଧ୍ୟ ହୋଇଛି । ମୁଁ ଏହି ସବୁ ପ୍ରୟାସ ସହିତ ଜଡ଼ିତ ସମସ୍ତ ମହାନୁଭବଙ୍କୁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଭାରତ ବିଶ୍ବରେ ମଦର ଅଫ୍‍ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ରୂପେ ଜଣାଶୁଣା। ଗଣତନ୍ତ୍ର ହେଉଛି ଆମର ସଭ୍ୟତା, ଆମର ନୀତି-ନିୟମର, ଗୋଟିଏ ପ୍ରକାରରେ ଆମର ଜୀବନ ପଦ୍ଧତିର ଏକ ସାଧାରଣ ଅଂଶ ହୋଇ ରହିଛି । ସ୍ୱାଧୀନତା ପରର ଭାରତ ନିଜର ସେହି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରି ଆଗକୁ ବଢୁ, ବାବା ସାହେବ ଏହାର ସୁଦୃଢ଼ ଆଧାର ଦେଶକୁ ଦେଇଛନ୍ତି । ଆମେ ଯେତେବେଳେ ବାବା ସାହେବଙ୍କ ବିଷୟରେ ପଢୁଛୁ, ବୁଝୁଛୁ, ତେବେ ଆମକୁ ଏହା ଅନୁଭବ ହୋଇଥାଏ ଯେ ସେ ଜଣେ ସର୍ବଭାରତୀୟ ଦର୍ଶନର ବ୍ୟକ୍ତି ଥିଲେ।

ଶ୍ରୀ କିଶୋର ମକୱାନା ମହାଶୟଙ୍କ ପୁସ୍ତକରେ ବାବା ସାହେବଙ୍କର ଏହି ଦର୍ଶନର ସ୍ପଷ୍ଟ ପ୍ରମାଣ ମିଳିଥାଏ । ତାଙ୍କର ଏକ ପୁସ୍ତକ ବାବା ସାହେବଙ୍କ ‘ଜୀବନ ଦର୍ଶନ’ ସହିତ ପରିଚିତ କରାଇଥାଏଦ୍ୱିତୀୟ ପୁସ୍ତକଟି ତାଙ୍କର ବ୍ୟକ୍ତି ଦର୍ଶନ ଉପରେ କେନ୍ଦ୍ରିଭୂତ । ଏହିଭଳି ଭାବେ, ତୃତୀୟ ପୁସ୍ତକରେ ବାବା ସାହେବଙ୍କ ‘ରାଷ୍ଟ୍ର ଦର୍ଶନ’ ଆମ ସମ୍ମୁଖକୁ ଆଣିଥାଏ, ଆଉ ଚତୁର୍ଥ ପୁସ୍ତକ ତାଙ୍କର ‘ଆୟାମ ଦର୍ଶନ’କୁ ଦେଶବାସୀଙ୍କ ପର୍ଯ୍ୟନ୍ତ ନେଇ ଆସିବ। ଏହି ଚାରୋଟି ଦର୍ଶନ ନିଜକୁ ନିଜ ମଧ୍ୟରେ କୌଣସି ଆଧୁନିକ ଶାସ୍ତ୍ରଠାରୁ କମ୍‍ ନୁହେଁ।

ମୁଁ ଚାହିଁବି ଯେ ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ, କଲେଜମାନଙ୍କରେ ଆମର ନୂତନ ପିଢ଼ୀ, ଅଧିକରୁ ଅଧିକ ଏହି ପୁସ୍ତକଗୁଡ଼ିକୁ ଆଉ ଏହି ପ୍ରକାରର ଅନ୍ୟସବୁ ପୁସ୍ତକଗୁଡ଼ିକୁ ମଧ୍ୟ ପଢନ୍ତୁ। ସମରସ ସମାଜର କଥା ହେଉ, ଦଳିତ-ବଞ୍ଚିତ ସମାଜର ଅଧିକାରର ଚିନ୍ତା ହେଉ, ମହିଳାଙ୍କ ଉତଥାନ ଏବଂ ଯୋଗଦାନର ପ୍ରଶ୍ନ ହେଉ, ଶିକ୍ଷା ଉପରେ ଆଉ ବିଶେଷ କରି ଉଚ୍ଚଶିକ୍ଷା ଉପରେ ବାବା ସାହେବଙ୍କ ଦର୍ଶନ ହେଉ, ଏ ସମସ୍ତ ସୋପାନ ଗୁଡ଼ିକ ସହିତ ଦେଶର ଯୁବକଙ୍କୁ ବାବା ସାହେବଙ୍କୁ ଜାଣିବାକୁ, ବୁଝିବାକୁ ସୁଯୋଗ ମିଳିବ।

ସାଥୀଗଣ,

ଡକ୍ଟର ଆମ୍ବେଦକର କହୁଥିଲେ-ମୋର ତିନୋଟି ଉପାସ୍ୟ ଦେବତା ଅଛନ୍ତି। ଜ୍ଞାନସ୍ୱାଭିମାନ ଏବଂ ଶୀଲ। ଅର୍ଥାତ, ଜ୍ଞାନସ୍ୱାଭିମାନଏବଂ ନମ୍ରତା। ଯେତେବେଳେ ଜ୍ଞାନ ଆସିଥାଏ, ସେତେବେଳେ ହିଁ ସ୍ୱାଭିମାନ ବଢିଥାଏ। ସ୍ୱାଭିମାନ ଦ୍ୱାରା ବ୍ୟକ୍ତି ନିଜର ଅଧିକାର, ନିଜର ରାଇଟସ୍‍ ପାଇଁ ସଜାଗ ହୋଇଥାଏ । ଆଉ ସମାନ ଅଧିକାର ଦ୍ୱାରା ହିଁ ସମାଜରେ ସମରସତା ଆସିଥାଏ, ଆଉ ଦେଶ ପ୍ରଗତି କରିଥାଏ।

ଆମେ ସମସ୍ତେ ବାବା ସାହେବଙ୍କ ଜୀବନ ସଂଘର୍ଷ ସହିତ ପରିଚିତ । ଏତେ ସବୁ ସଂଘର୍ଷ ପରେ ମଧ୍ୟ ବାବା ସାହେବ ଯେଉଁ ଶୀଖରରେ ପହଁଚିଲେ, ତାହା ହେଉଛି ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ବାବା ସାହେବ ଆମ୍ବେଦକର ଆମକୁ ଯେଉଁ ମାର୍ଗ ଦେଖାଇ ଯାଇଛନ୍ତି, ତାହା ଉପରେ ଦେଶ କିପରି ନିରନ୍ତର ଚାଲିବ, ଏହାର ଦାୟିତ୍ୱ ଆମର ଶିକ୍ଷା ବ୍ୟବସ୍ଥା ଉପରେଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ସବୁବେଳେ ରହି ଆସିଛି । ଆଉ ଯେତେବେଳେ ପ୍ରଶ୍ନ ଏକ ରାଷ୍ଟ୍ର ଭାବେ ପାରସ୍ପରିକ ଲକ୍ଷ୍ୟ ହାସଲ କରିବାର କଥା ହେବ, ପାରସ୍ପରିକ ପ୍ରୟାସ ଗୁଡ଼ିକର ହେବ, ତେବେ ସାମୁହିକ ପ୍ରୟାସ ହିଁ ସିଦ୍ଧିର ମାଧ୍ୟମ ହୋଇଥାଏ।

ତେଣୁ, ମୁଁ ଭାବୁଛି, ଏଥିରେ ଭାରତୀୟ ବିଶ୍ବବଦ୍ୟାଳୟ ମହାସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥାଏ। ଏଆଇୟୁ ପାଖରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମହାଶୟ, ଡକ୍ଟର ଶ୍ୟାମା ପ୍ରସାଦ ମୁଖର୍ଜୀ, ଶ୍ରୀମତୀ ହଂସା ମେହେଟ୍ଟା, ଜାକିର ହୁସେନଙ୍କ ଭଳି ବିଦ୍ୱାନ ମାନଙ୍କର ପରମ୍ପରା ମଧ୍ୟ ରହିଛି।

ଡକ୍ଟର ରାଧାକ୍ରିଷ୍ଣନ ମହାଶୟ କହୁଥିଲେ-ଶିକ୍ଷାର ଶେଷ ଉତ୍ପାଦ ନିଶ୍ଚିତ ଭାବେ ମୁକ୍ତ ସୃଜନାତ୍ମକ ବ୍ୟକ୍ତି ହେବା ଦରକାରଯିଏକି ଐତିହାସିକ ପରିସ୍ଥିତି ଏବଂ ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢ଼େଇ କରି ପାରୁଥିବ।

ତାତ୍ପର୍ଯ୍ୟ ହେଉଛି ଏହା ଯେ ଶିକ୍ଷା ହେଉଛି ତାହା, ଯାହା ବ୍ୟକ୍ତିକୁ ମୁକ୍ତ କରିବ, ସେ ମୁକ୍ତ ଭାବେ ଚିନ୍ତା କରି ପାରିବ, ନୂତନ ଚିନ୍ତାଧାରାର ସହିତ ନିର୍ମାଣ କରିବ। ସେ ମାନୁଥିଲେ ଯେ ଆମକୁ ଆମର ଶିକ୍ଷା ପରିଚାଳନା, ସମଗ୍ର ବିଶ୍ୱକୁ ଏକ ଏକକ ଭାବେ ଗ୍ରହଶ କରି ନେଇ ବିକଶିତ କରିବା ଆବଶ୍ୟକ। କିନ୍ତୁ ଏହା ସହିତ ସେ ଶିକ୍ଷା ସମ୍ପର୍କରେ ଇଣ୍ଡିଆନ କ୍ୟାରେକ୍ଟର ଉପରେ, ଭାରତୀୟ ଚରିତ୍ର ଉପରେ ମଧ୍ୟ ସେତିକି ହିଁ ଗୁରୁତ୍ୱ ପ୍ରଦାନ କରୁଥିଲେ । ଆଜିକାର ବିଶ୍ୱସ୍ତରୀୟ ପରିଦୃଶ୍ୟରେ ଏହି କଥା ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

ଏବେ ଏଠାରେ ନୂତନ ‘ରାଷ୍ଟ୍ରୀୟ ଶିକ୍ଷାନୀତି’ ଆଉ ତାହାର କାର୍ଯ୍ୟକାରିତା ଯୋଜନା ଉପରେ ସ୍ୱତନ୍ତ୍ର ସଂସ୍କରଣ ଗୁଡ଼ିକୁ ପ୍ରକାଶିତ କରାଗଲା। ଏହି ସଂସ୍କରଣ ଗୁଡ଼ିକ ହେଉଛି ଏହି କଥାର ପୁଙ୍ଖାନୁପୁଙ୍ଖ ତଥ୍ୟ ଯେ କିଭଳି ଜାତୀୟ ଶିକ୍ଷା ନୀତି ହେଉଛି ଏକ ଭବିଷ୍ୟତବାଦୀ ନୀତି, ହେଉଛି ବିଶ୍ୱସ୍ତରୀୟ ମାନଦଣ୍ଡର ନୀତି । ଆପଣ ସମସ୍ତେ ବିଦ୍ୱାନଗଣ, ଜାତୀୟ ଶିକ୍ଷା ନୀତିର ଟିକିନିଖି ତଥ୍ୟ ସମ୍ପର୍କରେ ପରିଚିତ। ଡ. ରାଧାକୃଷ୍ଣନ ମହାଶୟ ଶିକ୍ଷାର ଯେଉଁ ଉଦ୍ଦେଶ୍ୟର କଥା କହିଥିଲେ, ତାହା ଏହି ନୀତିର ମୂଳରେ ଦେଖାଯାଉଛି।

ମୋତେ ଅବଗତ କରାଯାଇଛି କି ଏଥର ଆପଣ ସମ୍ମିଳନୀର ବାର୍ତ୍ତା ମଧ୍ୟ ଏହା ରଖିଛନ୍ତି- ‘ଭାରତରେ ଉଚ୍ଚଶିକ୍ଷା ରୂପାନ୍ତର କରିବା ପାଇଁ ଜାତୀୟ ଶିକ୍ଷାନୀତି-2020 କାର୍ଯ୍ୟକାରୀ କରିବା’ ('Implementing National Educational Policy-2020 to Transform Higher Education in India') ଏଥିପାଇଁ ଆପଣମାନେ ସମସ୍ତେ ହେଉଛନ୍ତି ପ୍ରଶଂସାର ପାତ୍ର।

ମୁଁ ଏନଇପିକୁ ନେଇ କ୍ରମାଗତ ଭାବେ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଚାଲିଛି। ଜାତୀୟ ଶିକ୍ଷା ନୀତି ହେଉଛି ଯେତିକି ବାସ୍ତବ, ସେତିକି ହିଁ ବାସ୍ତବ ହେଉଛି ତାହାକୁ କାର୍ଯ୍ୟକାରୀ କରିବା।

ସାଥୀଗଣ,

ଆପଣମାନେ ନିଜର ସଂପୂର୍ଣ୍ଣ ଜୀବନ ଶିକ୍ଷାକୁ ହିଁ ସମର୍ପିତ କରିଛନ୍ତି । ଆପଣ ସମସ୍ତେ ଭଲ ଭାବେ ଏହା ଜାଣନ୍ତି ଯେ ପ୍ରତ୍ୟେକ ଛାତ୍ରଙ୍କର ନିଜସ୍ୱ ଏକ ସାମର୍ଥ୍ୟ ରହିଛି, କ୍ଷମତା ରହିଥାଏ। ଏହି କ୍ଷମତା ଆଧାରରେ ଛାତ୍ର ଏବଂ ଶିକ୍ଷକଙ୍କ ସମ୍ମୁଖରେ ତିନୋଟି ପ୍ରଶ୍ନ ମଧ୍ୟ ରହିଥାଏ।

ପ୍ରଥମ- ସେ କ’ଣ କରି ପାରିବେ?

ଦ୍ୱିତୀୟ- ଯଦି ତାଙ୍କୁ ଶିଖାଯିବ, ତେବେ ସେ କ’ଣ କରି ପାରିବେ?

ଆଉ ତୃତୀୟ- ସେ କ’ଣ କରିବାକୁ ଚାହାଁନ୍ତି?

ଜଣେ ଛାତ୍ର କ’ଣ କରି ପାରିବ, ଏହା ହେଉଛି ତାହାର ଅନ୍ତର୍ନିହିତ ଶକ୍ତି। କିନ୍ତୁ ଯଦି ଆମେ ତାଙ୍କର ଅନ୍ତର୍ନିହିତ ଶକ୍ତି ସହିତ ଆନୁଷ୍ଠାନିକ ବଳ ପ୍ରଦାନ କରିଦେବା, ତେବେ ଏହାଦ୍ୱାରା ତାଙ୍କର ବିକାଶ ବ୍ୟାପକ ହୋଇ ଯାଇଥାଏ। ଏହି ମିଶ୍ରଣ ଦ୍ୱାରା ଆମର ଯୁବକ ତାହା କରି ପାରିବେ, ଯାହା ସେ କରିବାକୁ ଚାହାଁନ୍ତି । ତେଣୁ, ଆଜି ଦେଶର ବିଶେଷ ଗୁରୁତ୍ୱ କୌଶଳ ବିକାଶକୁ ନେଇ ରହିଛି। ଆଜି ଯେପରି-ଯେପରି ଭାବେ ଦେଶ ଆତ୍ମନିର୍ଭର ଭାରତ’ ଭିଯାନକୁ ନେଇ ଆଗକୁ ବଢ଼ି଼ୁଛି, କୁଶଳୀ ଯୁବକଙ୍କ ଭୂମିକା ଏବଂ ଚାହିଦା ମଧ୍ୟ ବଢି ଚାଲିଛି।

ସାଥୀଗଣ,

ଡ. ଶ୍ୟାମା ପ୍ରସାଦ ମୁଖର୍ଜୀ କୌଶଳ ବା ଦକ୍ଷତାର ଏହି ଶକ୍ତିକୁ ନିରୀକ୍ଷଣ କରି, ଦଶକ-ଦଶକ ପୂର୍ବେ ଶିକ୍ଷଣ ସଂସ୍ଥାନ ଏବଂ ଉଦ୍ୟୋଗଗୁଡ଼ିକର ସହଯୋଗ ଉପରେ ବହୁତ ଗୁରୁତ୍ୱ ଦେଇଥିଲେ । ଆଜି ଦେଶ ପାଖରେ ଆହୁରି ଅଧିକ ଅସୀମ ସୁଯୋଗ ରହିଛି, ଆହୁରି ମଧ୍ୟ ଆଧୁନିକ ଯୁଗର ନୂଆ-ନୂଆ ଉଦ୍ୟୋଗ ରହିଛି । କୃତ୍ରିମ ବୁଦ୍ଧିମତା, ଜିନିଷର ଇଂଟରନେଟ ଏବଂ ବଡ଼ ଡାଟାରୁ ନେଇ 3-ଡି ପ୍ରିଣ୍ଟିଂ, ଭର୍ଚୁଆଲ ରିଆଲିଟି, ରୋବଟିକ୍ସ, ମୋବାଇଲ ଟେକ୍ନୋଲୋଜି, ଜିଓ-ଇନଫର୍ମାଟିକ୍ସ ଏବଂ ସ୍ମାର୍ଟ ସ୍ୱାସ୍ଥ୍ୟ ସୁରକ୍ଷାରୁ ସୈନ୍ୟବାହିନୀ କ୍ଷେତ୍ର ପର୍ଯ୍ୟନ୍ତ, ଆଜି ଦୁନିଆରେ ଭାରତକୁ ଭବିଷ୍ୟତର କେନ୍ଦ୍ର ଭାବେ ଦେଖାଯାଉଛି। ଏହିସବୁ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଦେଶ କ୍ରମାଗତ ଭାବେ ବଡ଼-ବଡ଼ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି।

ଦେଶର ତିନୋଟି ବଡ଼ ସହରରେ ଭାରତୀୟ ଦକ୍ଷତା ପ୍ରତିଷ୍ଠାନର ସ୍ଥାପନ କରାଯାଇଛି । କିଛି ମାସ ପୂର୍ବେ ଡିସେମ୍ବରରେ ହିଁ ଭାରତୀୟ ଦକ୍ଷତା ପ୍ରତିଷ୍ଠାନର ପ୍ରଥମ ବ୍ୟାଚ ମୁମ୍ବଇରେ ଆରମ୍ଭ ହୋଇ ଯାଇଛି । ନୈସ୍କୋମ ସାଥୀରେ ମଧ୍ୟ 2018ରେ ଫ୍ୟୁଚର ସ୍କିଲ ଇନିସିଏଟିଭ ଆରମ୍ଭ କରାଯାଇଛି। ଏହି ଇନିସିଏଟିଭ 10 ଉଦୀୟମାନ ଟୋକ୍ନୋଲୋଜିରେ ଦେଢ଼ଶହରୁ ଅଧିକ କୌଶଳ ସେଟ୍‍ର ଟ୍ରେନିଂ ଦେଇଥାଏ।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ, ଏନଇଟିଏଫର ମଧ୍ୟ ବ୍ୟବସ୍ଥା ରହିଛି। ଯାହା ଶିକ୍ଷାରେ ଅଧିକରୁ ଅଧିକ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥାଏ। ଆମେ ଏହା ଚାହୁଁଛୁ ଯେ ସମଗ୍ର ବିଶ୍ୱବିଦ୍ୟାଳୟଗୁଡ଼ିକ ବହୁ-ଶୃଙ୍ଖଳିତ ହେଉ । ଆମେ ଛାତ୍ରମାନଙ୍କୁ ନୂତନତା ପ୍ରଦାନ କରିବାକୁ ଚାହୁଁଛୁ । ଯେପରି ସହଜ ପ୍ରବେଶ-ପ୍ରସ୍ଥାନ ଏବଂ ଆକାଡେମିକ ବ୍ୟାଙ୍କ ଅଫ୍‍ କ୍ରେଡିଟ୍ କରି ସହଜ ଭାବେ କେଉଁଠାରେ ମଧ୍ୟ ପାଠ୍ୟକ୍ରମ ଶେଷ କରି ପାରିବେ । ଏ ସମସ୍ତ ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ଦେଶର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ସହିତ ମିଳିମିଶି, ଜଣେ ଅନ୍ୟ ଜଣଙ୍କ ସହିତ ତାଳମେଳ ରକ୍ଷାକରି କାମ କରିବାକୁ ହେବ। ଏହା ଉପରେ ଆପଣ ସମସ୍ତ କୁଳପତିମାନଙ୍କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ।

ଦେଶରେ ଯେଉଁ ନୂଆ-ନୂଆ ସମ୍ଭାବନା ସବୁ ରହିଛି, ଯେଉଁ କ୍ଷେତ୍ରମାନଙ୍କରେ ଆମେ ସମ୍ଭାବନା ସୃଷ୍ଟି କରି ପାରିବା, ସେଗୁଡ଼ିକ ପାଇଁ ଏକ ବଡ଼ କୌଶଳ ସେତୁ ଆମର ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରସ୍ତୁତ ହେବ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଏହି ଦିଗରେ ଆହୁରି ଦ୍ରୁତ ଗତିରେ କାର୍ଯ୍ୟ ହେଉ, ଏକ ସ୍ଥିରୀକୃତ ସମୟ ମଧ୍ୟରେ ସେହି କାର୍ଯ୍ୟକୁ ଶେଷ କରାଯାଉ।

ସାଥୀଗଣ,

ବାବା ସାହେବ ଆମ୍ବେଦକରଙ୍କ ପଦଚିହ୍ନରେ ଚାଲି ଦେଶ ଦ୍ରୁତ ଗତିରେ ଗରିବ, ଦଳିତ, ପୀଡ଼ିତ, ଶୋଷିତ, ବଞ୍ଚିତ, ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି। ବାବା ସାହେବ ସମାନ ସୁଯୋଗର କଥା କହୁଥିଲେ, ସମାନ ଅଧିକାରର କଥା କହୁଥିଲେ। ଆଜି ଦେଶ ଜନ-ଧନ ଖାତା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଆର୍ଥିକ ସମାବେଶ କରୁଛି। ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର ମାଧ୍ୟମରେ ଗରିବଙ୍କ ଟଙ୍କା ସିଧାସଳଖ ଭାବେ ତାଙ୍କ ଖାତାରେ ପହଞ୍ଚିପାରୁଛି । ଡିଜିଟାଲ ଅର୍ଥ ବ୍ୟବସ୍ଥା ପାଇଁ ଯେଉଁ ଭୀମ ୟୁପିଆଇର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା, ଆଜି ତାହା ଗରିବଙ୍କର ଏକ ବହୁତ ବଡ଼ ଶକ୍ତି ହୋଇ ଯାଇଛି । ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ଗରିବଙ୍କ ଟଙ୍କା ସିଧାସଳଖ ଭାବେ ତାଙ୍କ ଖାତାରେ ପହଞ୍ଚିପାରୁଛି । ଆଜି ପ୍ରତ୍ୟେକ ଗରିବଙ୍କୁ, ଘର ମିଳୁଛି, ମାଗଣା ବିଜୁଳି ସଂଯୋଗ ମିଳୁଛି । ସେହିଭଳି ଭାବେ ଜଳ ଜୀବନ ମିଶନ ମାଧ୍ୟମରେ ଗାଁରେ ମଧ୍ୟ ସ୍ବଚ୍ଛ ପାଣି ପହଞ୍ଚାଇବା ପାଇଁ ଏକ ମିଶନ ମୋଡରେ କାର୍ଯ୍ୟ ହେଉଛି।

କରୋନାର ସଙ୍କଟ ଆସିଲା ତେବେ ମଧ୍ୟ ଦେଶ ଗରିବ, ଶ୍ରମିକଙ୍କ ପାଇଁ ସର୍ବପ୍ରଥମେ ଠିଆ ହେଲା। ଦୁନିଆର ସବୁଠାରୁ ବଡ଼ ଟୀକାକରଣ ଅଭିଯାନରେ ମଧ୍ୟ ଗରିବ, ଧନୀ ଆଧାରରେ କୌଣସି ଭେଦଭାବ ହୋଇ ନାହିଁ, କୌଣସି ପାତର-ଅନ୍ତର କରାଯାଇ ନାହିଁ! ଏହା ହିଁ ତ ହେଉଛି ବାବା ସାହେବଙ୍କ ମାର୍ଗ, ଏହା ହିଁ ତ ହେଉଛି ତାଙ୍କର ଆଦର୍ଶ।

ସାଥୀଗଣ,

ବାବା ସାହେବ ସବୁବେଳେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଥିଲେ ଆଉ ଏହି ଦିଗରେ ସେ ଏକ ପ୍ରୟାସ କରିଛନ୍ତି । ତାଙ୍କର ଏହି ଆଦର୍ଶରେ ଚାଲି ଦେଶ ଆଜି ନିଜ ଝିଅମାନଙ୍କୁ ନୂଆ-ନୂଆ ସୁଯୋଗ ପ୍ରଦାନ କରୁଛି। ଘର ଏବଂ ବିଦ୍ୟାଳୟରେ ଶୌଚାଳୟ ଠାରୁ ନେଇ ସେନାରେ ଯୁଦ୍ଧ କ୍ଷେତ୍ରରେ ଭୂମିକା ପର୍ଯ୍ୟନ୍ତ, ଦେଶର ପ୍ରତ୍ୟେକ ନୀତିର କେନ୍ଦ୍ରରେ ଆଜି ମହିଳାମାନେ ଅଛନ୍ତି।

ଏହିଭଳି ଭାବେ ବାବା ସାହେବଙ୍କ ଜୀବନ ସନ୍ଦେଶକୁ ଜନ-ଜନ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ମଧ୍ୟ ଆଜି ଦେଶ କାର୍ଯ୍ୟ କରୁଛି। ବାବା ସାହେବଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକୁ ପଞ୍ଚତୀର୍ଥ ରୂପରେ ବିକଶିତ କରାଯାଉଛି।

କିଛି ବର୍ଷ ପୂର୍ବେ ମୋତେ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ଆଜି ଏହି କେନ୍ଦ୍ର ସାମାଜିକ ଏବଂ ଆର୍ଥିକ ବିଷୟଗୁଡ଼ିକ ଉପରେ, ବାବା ସାହେବଙ୍କ ଜୀବନ ଉପରେ ଗବେଷଣାର ଏକ କେନ୍ଦ୍ର ରୂପେ ବିକଶିତ ହେଉଛି।

ସାଥୀଗଣ,

ଆଜି ଆମେ ସ୍ୱାଧୀନତାର 75 ବର୍ଷର ପାଖାପାଖି ଆସିଛୁ, ଆଉ ଆଗାମୀ 25 ବର୍ଷ ପାଇଁ ଲକ୍ଷ୍ୟ ଆମ ସାମ୍ନାରେ ରହିଛି । ଦେଶର ଏହି ଭବିଷ୍ୟତ, ଭବିଷ୍ୟତର ଏହି ଲକ୍ଷ୍ୟ ଏବଂ ସଫଳତା ଆମ ଯୁବକଙ୍କ ସହିତ ଯୋଡ଼ି ହୋଇ ରହିଛି। ଆମର ଯୁବକମାନେ ହିଁ ଏହି ସଂକଳ୍ପକୁ ପୂରଣ କରିବେ। ଆମକୁ ଦେଶର ଯୁବକମାନଙ୍କୁ ମଧ୍ୟ ତାଙ୍କର ସାମର୍ଥ୍ୟ ଅନୁସାରେ ସୁଯୋଗ ଦେବାକୁ ହେବ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମ ସମସ୍ତଙ୍କର ଏହି ସାମୁହିକ ସଂକଳ୍ପ, ଆମର ଶିକ୍ଷା ଜଗତର ଏହି ଜାଗ୍ରତ ପ୍ରୟାସ ନୂତନ ଭାରତର ଏହି ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବ।

ଆମର ଏହି ପ୍ରୟାସ, ଏହି ପରିଶ୍ରମ ହିଁ ବାବା ସାହେବଙ୍କ ଚରଣରେ ହେବ ଆମର ଶ୍ରଦ୍ଧାଞ୍ଜଳି।

ଏହି ସବୁ ଶୁଭକାମନା ସହିତ, ମୁଁ ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି, ନବରାତ୍ରି ପାଇଁ ଶୁଭକାମନା ଜଣାଉଛି। ଆଜି ବାବା ସାହେବଙ୍କ ଜନ୍ମ ଜୟନ୍ତିରେ ବିଶେଷ ରୂପେ ଶୁଭକାମନା ଜଣାଉଛି।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
PM to inaugurate India AI Impact Expo 2026 on 16th February
February 15, 2026
India AI Impact Expo 2026 will be held alongside India AI Impact Summit and serve as national demonstration of AI in action
Expo to host over 300 curated exhibition pavilions and live demonstrations, structured across three thematic chakras - People, Planet and Progress
Expo to feature over 600 high-potential startups and 13 country pavilions showcasing international collaboration in AI ecosystem
Expo to bring together global technology firms, startups, academia and research institutions, central & state governments and international partners

Prime Minister Shri Narendra Modi will inaugurate India AI Impact Expo 2026 on 16th February, 2026 at 5 PM at Bharat Mandapam, New Delhi.

The India AI Impact Expo 2026 will be held from 16th to 20th February 2026, alongside the India AI Impact Summit, at Bharat Mandapam. The Expo will serve as a national demonstration of AI in action, where policy meets practice, innovation meets scale, and technology meets the everyday citizen.

Spread across 10 arenas covering more than 70,000 square metres, the Expo will bring together global technology firms, startups, academia and research institutions, Union Ministries, State Governments, and international partners. The Expo will also feature 13 country pavilions, showcasing international collaboration in the AI ecosystem. These include pavilions from Australia, Japan, Russia, United Kingdom, France, Germany, Italy, Netherlands, Switzerland, Serbia, Estonia, Tajikistan and Africa.

The Expo will host over 300 curated exhibition pavilions and live demonstrations, structured across three thematic chakras - People, Planet and Progress. In addition, the Expo will feature over 600 high-potential startups, many of them building globally relevant and population-scale solutions. These startups will demonstrate working solutions that are already deployed in real-world settings.

The India AI Impact Expo 2026 is expected to witness participation of over 2.5 lakh visitors, including international delegates. The event aims to foster new partnerships and create business opportunities within the global AI ecosystem.

Over 500 sessions will be organised, featuring more than 3250 visionary speakers and panel members. These sessions will focus on acknowledging the transformative impact of AI across sectors and deliberating on future actions to ensure that AI benefits every global citizen.