“ଦୂର ସଞ୍ଚାର କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ଆତ୍ମନିର୍ଭରଶୀଳତା ଦିଗରେ ସ୍ୱଦେଶୀ ୫ ଜି ବେଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”
“ଏକବିଂଶ ଶତାବ୍ଦୀର ଭାରତରେ ସଂଚାର ହିଁ ପ୍ରଗତିର ନିର୍ଣ୍ଣାୟକ ହେବ”
“ଦେଶର ପ୍ରଶାସନିକ କ୍ଷେତ୍ରରେ ୫ଜି ପ୍ରଯୁକ୍ତି ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଜୀବନମାନ ଓ ବ୍ୟବସାୟିକ ସୁଗମତା ପାଇଁ ମଧ୍ୟ ସହାୟକ ହେବ”
“୨ ଜି ଯୁଗର ଦୁର୍ନୀତି, ହତାଶା ଓ ନୀତିଗତ ସ୍ଥାଣୁତାରୁ ମୁକ୍ତ ହୋଇ ଦେଶ ୩ଜିରୁ ୪ଜି ଓ ବର୍ତ୍ତମାନ ୫ଜି ଓ ୬ଜି ଅଭିମୁଖେ ଦୃତଗତିରେ ଆଗେଇ ଚାଲିଛି”
“ଗତ ଆଠ ବର୍ଷରେ ଦୂରସଞ୍ଚାର କ୍ଷେତ୍ରରେ ନୂତନ ଶକ୍ତି ସଞ୍ଚାର ହୋଇଛି”
“ମୋବାଇଲ ନିର୍ମାଣ ୟୁନିଟ ଦୁଇରୁ ୨୦୦ରୁ ଅଧିକକୁ ବୃଦ୍ଧି ପାଇବା ଯୋଗୁଁ ନିତ୍ୟାନ୍ତ ଗରୀବ ପରିବାର ନିକଟରେ ମଧ୍ୟ ଏହା ପହଞ୍ଚି ପାରିଛି”
“ଆଜି ପ୍ରତ୍ୟେକ ବ୍ୟକ୍ତି ସମ୍ମିଳିତ ନିୟନ୍ତ୍ରଣର ଆବଶ୍ୟକତାକୁ ଉପଲବ୍ଧ କରିପାରୁଛି । ସେ ଦୃଷ୍ଟିରୁ ପ୍ରତ୍ୟେକ ନିୟନ୍ତ୍ରକ ଏକାଠି ହୋଇ ଏକ ସାଧାରଣ ପ୍ଲାଟଫର୍ମ ଜରିଆରେ ଉନ୍ନତ ଯୋଗାଯୋଗ ପାଇଁ ସମାଧାନ ପନ୍ଥା ବାହାର କରିବା ଦରକାର”

ନମସ୍କାର, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ଦେବୁ ସିଂହ ଚୌହାନ ଜୀ, ଡକ୍ଟର ଏଲ ମୁରଗନ ଜୀ, ଟେଲିକମ ଏବଂ ପ୍ରସାରଣ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ନେତା, ମହିଳାମାନେ ଏବଂ ଭଦ୍ର ଲୋକମାନେ!

ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ- ଟ୍ରାଇ ସହ ଜଡ଼ିତ ସମସ୍ତ ସହଯୋଗୀଙ୍କୁ ଏହି ସିଲଭର ଜୟନ୍ତୀ ଅବସରରେ ଅନେକ ଅନେକ ଅଭିନନ୍ଦନ । ଏହା ଏକ ଖୁସିର କଥା ଯେ ଆଜି ଆପଣଙ୍କ ସଂଗଠନ ୨୫ ବର୍ଷ ପୂରଣ କରିଛି, ତା’ ପରେ ଦେଶ ସ୍ୱାଧୀନତାର ଅମୃତ କାଳରେ ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ ଉପରେ କାର୍ଯ୍ୟ କରୁଛି ଏବଂ ନୂତନ ଲକ୍ଷ୍ୟ ସ୍ଥିର କରୁଛି । କିଛି ସମୟ ପୂର୍ବରୁ ମୋତେ ମୋର ଦେଶର ନିଜର, ନିଜ ଦ୍ୱାରା ନିର୍ମିତ ୫-ଜି ଟେଷ୍ଟ-ବେଡ ଦେଶ ପାଇଁ ଉତ୍ସର୍ଗ କରିବାର ସୁଯୋଗ ପାଇଛି । ଏହି ଟେଲିକମ କ୍ଷେତ୍ରରେ ଜଟିଳ ଏବଂ ଆଧୁନିକ ଜ୍ଞାନକୌଶଳର ଆତ୍ମନିର୍ଭରତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରୋଜେକ୍ଟ ସହିତ ଜଡ଼ିତ ସମସ୍ତ ସହକର୍ମୀମାନଙ୍କୁ ଆମର ଆଇଆଇଟିଏସକୁ ମୁଁ ଅଭିନନ୍ଦନ ଜଣାଉଛି । ତା’ ସହିତ ଦେଶର ୫-ଜି ଟେକ୍ନୋଲୋଜୀ ନିର୍ମାଣ ପାଇଁ ଏହି ପରୀକ୍ଷଣ ସୁବିଧାକୁ ବ୍ୟବହାର କରିବାକୁ ଯୁବ ସହକର୍ମୀ, ଅନୁସନ୍ଧାନକାରୀ ଏବଂ କମ୍ପାନୀଗୁଡ଼ିକୁ ମୁଁ ନିମନ୍ତ୍ରଣ କରୁଛି । ବିଶେଷ ଭାବରେ ଆମର ଷ୍ଟାର୍ଟଅପ ପାଇଁ ସେମାନଙ୍କର ଉତ୍ପାଦ ପରୀକ୍ଷା କରିବାକୁ ଏହା ଏକ ଉତ୍ତମ ଅବସର ଅଟେ । କେବଳ ଏତିକି ନୁହେଁ, ଦେଶର ନିଜସ୍ୱ ୫-ଜି ଆଇର ମାନ୍ୟତା ଯାହା ଦେଶରେ ନିଜର ୫-ଜି ରୂପରେ ତିଆରି ହୋଇଛି, ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଅଟେ । ଏହା ଦେଶର ଗାଁରେ ୫-ଜି ଟେକ୍ନୋଲୋଜୀ ପହଂଚାଇବାରେ ଏବଂ ସେହି କାମରେ ଏକ ବଡ଼ ଭୂମିକା ଗ୍ରହଣ କରିବ ।

ସାଥୀମାନେ,

ଏକବିଂଶ ଶତାବ୍ଦୀରେ ଭାରତରେ ସଂଯୋଗୀକରଣ ଦେଶରେ ପ୍ରଗତିର ପଥ ନିର୍ଣ୍ଣୟ କରିବ । ସେଥିପାଇଁ ପ୍ରତ୍ୟେକ ସ୍ତରରେ ସଂଯୋଗୀକରଣକୁ ଆଧୁନିକୀକରଣ କରିବାକୁ ପଡ଼ିବ ଏବଂ ସେହି ଆଧାରରେ କାର୍ଯ୍ୟ କରିବେ । ଆଧୁନିକ ଟେକ୍ନୋଲୋଜୀର ନିର୍ମାଣ, ଆଧୁନିକ ଟେକ୍ନୋଲୋଜୀର ବ୍ୟବହାର ବ୍ୟବହାର କରି ୫-ଜି ଟେକ୍ନୋଲୋଜୀ ମଧ୍ୟ ଦେଶର ଶାସନରେ ଜୀବନରେ ସୁଗମତା, ବ୍ୟବସାୟରେ ସହଜତା ଏହିଭଳି ଅନେକ ବିଷୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହାଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଏବଂ ଲଜିଷ୍ଟିକ ପ୍ରତ୍ୟେକ କ୍ଷେତ୍ରକୁ ଶକ୍ତି ମିଳିବ । ଏହା ଦ୍ୱାରା ସୁବିଧା ମଧ୍ୟ ବୃଦ୍ଧି ହେବ ଏବଂ ନୂତନ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ । ଆକଳନ କରାଯାଇଛି ଯେ ଆସନ୍ତା ଦେଢ଼ ଦଶନ୍ଧି ମଧ୍ୟରେ ୫-ଜି ଭାରତର ଅର୍ଥନୀତିରେ ୪୫ଠ ବିଲିଅନ ଡଲାରର ଅବଦାନ ଦେବାକୁ ଯାଉଛି । ଅର୍ଥାତ, ଏହା କେବଳ ଇଣ୍ଟରନେଟର ଗତି ନୁହେଁ, ପ୍ରଗତି ଏବଂ ରୋଜଗାରର ଗତି ମଧ୍ୟ ବୃଦ୍ଧି କରିବାକୁ ଯାଉଛି । ସେଥିପାଇଁ ୫-ଜି ଦ୍ରୁତ ଗତିରେ ରୋଲ ଆଉଟ ହେଉ, ଏଥିପାଇଁ ଉଭୟ ସରକାର ଏବଂ ଶିଳ୍ପରୁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ଏହି ଦଶନ୍ଧିର ଶେଷ ସୁଦ୍ଧା ଆମେ ସିଦ୍ଧି ସେବା ମଧ୍ୟ ଆରମ୍ଭ କରିପାରିବା । ଏଥିପାଇଁ ଆମର ଟ୍ୟାକ୍ସ ଫୋର୍ସ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିସାରିଛି । 

ସାଥୀମାନେ,

ଏହା ଆମର ପ୍ରୟାସ ଯେ ଟେଲିକମ ସେକ୍ଟରରେ ଏବଂ ୫-ଜି ଟେକ୍ନୋଲୋଜୀରେ ଆମର ଷ୍ଟାର୍ଟ ଅପ ଦ୍ରୁତ ଗତିରେ ପ୍ରସ୍ତୁତ ହେଉ, ବିଶ୍ୱ ଚାମ୍ପିଅନ ହେଉ, ଆମେ ଏକାଧିକ ସେକ୍ଟର ଗୁଡ଼ିକରେ ଆମେ ଦୁନିଆର ସବୁଠୁ ବଡ଼ ଡିଜାଇନ ପାୱାର ହାଉସ ହେଉ । ଟେଲିକମ ଯନ୍ତ୍ରପାତି ବଜାରରେ ଭାରତର ଡିଜାଇନ ଚାମ୍ପିଅନ୍ସ ମାନଙ୍କର ଶକ୍ତି ଆମେ ସମସ୍ତେ ଜାଣୁ । ବର୍ତ୍ତମାନ ଏଥିପାଇଁ ଆରଆଣ୍ଡଡି ଭିତ୍ତିଭୂମି ଏବଂ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟାଗୁଡ଼ିକୁ ସହଜ କରିବା ଉପରେ ଆମର ବିଶେଷ ଧ୍ୟାନ ଅଛି । ଏବଂ ଏଥିରେ ଆପଣ ସମସ୍ତଙ୍କର ଏକ ବଡ଼ ଭୂମିକା ଅଛି ।

ସାଥୀମାନେ,

ଆତ୍ମନିର୍ଭରତା ଏବଂ ସୁସ୍ଥ ପ୍ରତିଯୋଗିତା ଆମ ସମାଜରେ ଅର୍ଥ ବ୍ୟବସ୍ଥାରେ ଗୁଣବତ୍ତାର ପ୍ରଭାବ ସୃଷ୍ଟି କରିଥାଏ । ତାହାର ଏକ ଉତ୍ତମ ଉଦାହରଣ ଆମେ ସମସ୍ତେ ଗର୍ବର ସହିତ କହିପାରିବା ଆମର ଟେଲିକମ କ୍ଷେତ୍ର ଅଟେ । ଆମେ ଯଦି ଟିକିଏ ପୁରୁଣାକୁ ଦେଖିବା ତେବେ ୨-ଜିର ଯୁଗ, ୨-ଜିର ଯୁଗ ଅର୍ଥାତ ନିରାଶା, ହତାଶା, ଦୁର୍ନୀତି, ନୀତି, ପକ୍ଷାଘାତ ଏବଂ ଆଜି ସେହି କାଳରୁ ବାହାରି ଦେଶ ଦ୍ରୁତ ଗତିରୁ ୩-ଜିରୁ ୪-ଜି ଏବଂ ବର୍ତ୍ତମାନ ୫-ଜି ଏବଂ ୬-ଜି ଆଡ଼କୁ ଶୀଘ୍ରତାର ସହ ପାଦ ବଢ଼ାଇଛି । ଏହି ପରିବର୍ତ୍ତନ ଅତ୍ୟନ୍ତ ସୁରୁଖୁରୁରେ ହେବା ସହ ଅନେକ ସ୍ୱଚ୍ଛତାର ସହିତ ହେଉଛି ଏବଂ ଏଥିବରେ ଟ୍ରାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହା ରିଟ୍ରୋସ୍ପେକ୍ଟିଭ୍ ଟିକସ ଭଳି ସମସ୍ୟା ହେଉ କିମ୍ବା ଏଜିଆର ଭଳି ବିଷୟ ଯେତେବେଳେ ଶିଳ୍ପ ସମ୍ମୁଖରେ ଚାଲେଞ୍ଜ ଆସିଥାଏ ଆମେ ସମାନ ବେଗରେ ପ୍ରତିକ୍ରିୟା କରିବାକୁ ଚେଷ୍ଟା କରିଥାଏ ଏବଂ ଆବଶ୍ୟକ ସ୍ଥଳେ ଆମେ ମଧ୍ୟ ସଂସ୍କାର ଆଣିଥାଉ । ଏହିପରି ପ୍ରୟାସ ଦ୍ୱାରା ଏକ ନୂତନ ବିଶ୍ୱାସ ସୃଷ୍ଟି ହେଲା । ଏହାର ଫଳ ସ୍ୱରୂପ, ୨ଠ୧୪ ପୂର୍ବରୁ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଯେତିକି ଏଫଡିଆଇ ଟେଲିକମ ସେକ୍ଟରକୁ ଆସିଥିଲେ ତାହା ଠାରୁ ଦେଢ଼ ଗୁଣରୁ ଅଧିକ ସମୟ ଏହି ୮ ବର୍ଷ ମଧ୍ୟରେ ଆସିଛି । ଭାରତର ସମ୍ଭାବନା ଉପରେ ନିବେଶକଙ୍କ ଏହି ଭାବନାକୁ ଦୃଢ଼ କରିବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି ।

ସାଥୀମାନେ,

ବିଗତ ବର୍ଷଗୁଡ଼ିକରେ ଯେପରି ଭାବରେ ସରକାର ନୂତନ ଚିନ୍ତାଧାରା ଏବଂ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି ତାହା ଆପଣ ସମସ୍ତେ ଭଲ ଭାବେ ପରିଚିତ ଅଟନ୍ତି । ବର୍ତ୍ତମାନ ଦେଶ ସିଲୋସ ଚିନ୍ତାଧାରାକୁ ଅତିକ୍ରମ କରି ସମଗ୍ର ସରକାରୀ ଆଭିମୁଖ୍ୟ ସହିତ ଆଗକୁ ବଢ଼ୁଛି । ଆଜି ଆମେ ଦେଶରେ ଟେଲି-ଡେନସିଟି ଏବଂ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦୃଷ୍ଟିରୁ ଆଜି ଆମେ ଦୁନିଆରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛୁ । ସେଥିରେ ଟେଲିକମ ସହିତ ଅନେକ କ୍ଷେତ୍ର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସବୁଠାରୁ ବଡ଼ ଭୂମିକା ଇଣ୍ଟରନେଟରେ ରହିଛି । ଯେତେବେଳେ ଆମେ ୨ଠ୧୪ରେ ଆସିଥିଲୁ ଆମେ ସବକା ସାଥ, ସବକା ବିକାଶ ଏବଂ ଟେକ୍ନୋଲୋଜୀର ବ୍ୟାପକ ବ୍ୟବହାରକୁ ଆମର ପ୍ରାଥମିକତା ଦେଇଥିଲୁ । ଏଥିପାଇଁ ସବୁଠାରୁ ଅଧିକ ଜରୁରୀ ଥିଲା ଯେ ଦେଶର କୋଟି କୋଟି ଲୋକ ଏକାଠି ହୁଅନ୍ତୁ, ସରକାରଙ୍କ ସହ ଯୋଡ଼ି ମଧ୍ୟ ହୁଅନ୍ତୁ, ସରକାରଙ୍କ ସମସ୍ତ ୟୁନିଟ, କେନ୍ଦ୍ର ହେଉ, ରାଜ୍ୟ ହେଉ, ସ୍ଥାନୀୟ ସ୍ୱରାଜ ସଂସ୍ଥା ହେଉ, ଏହା ମଧ୍ୟ ଏକ ପ୍ରକାରରେ ଜୈବିକ ଏକକ ହୋଇ ଆଗକୁ ବଢ଼ନ୍ତୁ । ଅତି କମରେ ଅତି ସହଜରେ ଯୋଗ ଦିଅନ୍ତୁ, ଦୁର୍ନୀତି ବିନା ସରକାରୀ ସେବା ଲାଭ କରନ୍ତୁ । ସେଥିପାଇଁ ଆମେ ଜନ ଧନ, ଆଧାର, ମୋବାଇଲର ଟ୍ରିନିଟୀକୁ ପ୍ରତ୍ୟକ୍ଷ ଶାସନର ମାଧ୍ୟମ କରିବାକୁ ନିଷ୍ପତ୍ତି ନେଇଛୁ । ମୋବାଇଲ ଗରିବରୁ ଅତି ଗରିବ ଲୋକଙ୍କ ପାଖରେ କିପରି ଉପଲବ୍ଧ କରାଇ ପାରିବୁ ସେ ଦିଗରେ ଆମେ ଗୁରୁତ୍ୱ ଦେଉଛୁ । ସେଥିପାଇଁ ଆମ ଦେଶରେ କିଭଳି ଭାବରେ ମୋବାଇଲ ଉତ୍ପାଦନ ଉପରେ ଧ୍ୟାନ ଦେଇଛୁ । ଫଳାଫଳ ଏହା ହେଲା ଯେ ମୋବାଇଲ ଉତ୍ପାଦନ ୟୁନିଟଗୁଡ଼ିକ ୨ରୁ ୨ଠଠକୁ ବୃଦ୍ଧି ପାଇଲା । ଆଜି ଭାରତ ହେଉଛି ବିଶ୍ୱର ସର୍ବବୃହତ ମୋବାଇଲ ଫୋନ ଉତ୍ପାଦକ ଏବଂ ଯେଉଁଠାରେ ଆମେ ଆମର ଆବଶ୍ୟକତା ପାଇଁ ଫୋନ ଆମଦାନୀ କରୁଥିଲୁ ଆଜି ଆମେ ମୋବାଇଲ ଫୋନ ରପ୍ତାନି ପାଇଁ ନୂତନ ରେକର୍ଡ ହାସଲ କରୁଛୁ ।

ସାଥୀମାନେ,

ମୋବାଇଲ ସଂଯୋଗ ବୃଦ୍ଧି ପାଇଁ ଏହା ଆବଶ୍ୟକ ଥିଲା ଯେ କଲ ଏବଂ ଡାଟା ମହଙ୍ଗା ନ ହେଉ । ସେଥିପାଇଁ ଆମେ ଟେଲିକମ ବଜାରରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଥିଲୁ । ଏହାର ଫଳ ସ୍ୱରୂପ ଆଜି ଆମେ ଦୁନିଆର ସବୁଠାରୁ ଶସ୍ତା ଡାଟା ପ୍ରଦାନକାରୀ ମଧ୍ୟରୁ ଅନ୍ୟତମ । ଆଜି ଭାରତ ଦେଶର ପ୍ରତ୍ୟେକ ଗାଁକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରିବାରେ ବ୍ୟସ୍ତ ଅଛି । ଆପଣ ଏହା ମଧ୍ୟ ଜାଣନ୍ତୁ ଯେ ୨ଠ୧୪ ପୂର୍ବରୁ ଭାରତରେ ୧ଠଠ ଗ୍ରାମ ପଞ୍ଚାୟତ ମଧ୍ୟ ଅପ୍ଟିକାଲ ଫାଇବର ସଂଯୋଗ ସହିତ ସଂଯୁକ୍ତ ନ ଥିଲା । ଆଜି ଆମେ ପ୍ରାୟ ଅଢ଼େଇ ଲକ୍ଷ ଗ୍ରାମ ପଞ୍ଚାୟତ ସହିତ ବ୍ରଡବ୍ୟାଣ୍ଡ ସଂଯୋଗ କରିପାରିଛୁ । କିଛି ସମୟ ପୂର୍ବରୁ ଦେଶରେ ନକ୍ସଲ ପ୍ରଭାବିତ ଅଞ୍ଚଳର ଅନେକ ଆଦିବାସୀ ଜିଲ୍ଲାକୁ ୪-ଜି ସଂଯୋଗ ଯୋଗାଇବା ପାଇଁ ସରକାର ଏକ ବଡ଼ ଯୋଜନା ଅନୁମୋଦନ କରିଛନ୍ତି । ଏହା ୫-ଜି ଏବଂ ୬-ଜି ଟେକ୍ନୋଲୋଜୀ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ମୋବାଇଲ ଓ ଇଣ୍ଟରନେଟ ପରିସରକୁ ମଧ୍ୟ ଏହା ଦ୍ୱାରା ବିସ୍ତୃତ କରିହେବ ।

ସାଥୀମାନେ,

ଫୋନ ଏବଂ ଇଣ୍ଟରନେଟ ଅଧିକରୁ ଅଧିକ ଭାରତୀୟଙ୍କୁ ସଂଯୁକ୍ତ କରିବାରେ ଭାରତ ଏକ ବଡ଼ ସମ୍ଭାବନାକୁ ଖୋଲି ଦେଇଛି । ଏହା ଦେଶର ଏକ ଶକ୍ତିଶାଳୀ ଡିଜିଟାଲ ଭିତ୍ତିଭୂମି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି । ଏହା ଦେଶରେ ସେବା ପାଇଁ ଏକ ବହୁତ ବଡ଼ ଚାହିଦା ସୃଷ୍ଟି କରୁଛି । ଦେଶର କୋଣ ଅନୁକୋଣରେ ନିର୍ମିତ ହୋଇଥିବା ୪ ଲକ୍ଷ ସାଧାରଣ ସେବା କେନ୍ଦ୍ର ଏହାର ଏକ ବଡ଼ ଉଦାହରଣ । ଆଜି ଏହି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଶହ ଶହ ସରକାରୀ ସେବା ଗାଁର ଲୋକଙ୍କ ନିକଟରେ ପହଂଚୁଛି । ଏହି ସାଧାରଣ ସେବା କେନ୍ଦ୍ରଗୁଡ଼ିକ ମଧ୍ୟ ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଛି । ମୁଁ କିଛିଦିନ ପୂର୍ବରୁ ଗୁଜରାଟର ଏକ କାର୍ଯ୍ୟକ୍ରମକୁ ଯାଇଥିଲି । ଡାହୋଡ ଜିଲ୍ଲାର ଏକ ଜନଜାତି କ୍ଷେତ୍ର ଅଛି ଯାହାକି ଏକ ଆଦିବାସୀ ଅଞ୍ଚଳ ଅଟେ । ସେଠାରେ ଏକ ଭିନ୍ନକ୍ଷମ ଦମ୍ପତିଙ୍କୁ ଭେଟିଥିଲି । ସେମାନେ ଏକ ସାଧାରଣ ସେବା କେନ୍ଦ୍ର ପରିଚାଳନା କରୁଛନ୍ତି । ସେମାନେ କହିଥିଲେ ଯେ ମୁଁ ଭିନ୍ନକ୍ଷମ ଥିଲି, ମାତ୍ର ମୁଁ ଏହି ସାମାନ୍ୟ ସାହାଯ୍ୟ ପାଇଲି ଏବଂ ମୁଁ ଆରମ୍ଭ କଲି ଏବଂ ଆଜି ସେ ଏହି ଆଦିବାସୀ ଅଂଚଳରୁ ବହୁ ଦୂର ଗ୍ରାମରେ କମନ ସର୍ଭିସ ସେଣ୍ଟରରୁ ୨୮-୩ଠ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହାର ଅର୍ଥ ହେଉଛି ଆଦିବାସୀ ଅଞ୍ଚଳର ନାଗରିକମାନେ ମଧ୍ୟ ଜାଣନ୍ତି ଯେ ଏହି ସେବାଗୁଡ଼ିକ କ’ଣ, ଏହି ସେବାଗୁଡ଼କି କିପରି ନିଆଯାଏ, ଏହି ସେବା କେତେ ଅର୍ଥପୂର୍ଣ୍ଣ ଏବଂ ଭିନ୍ନକ୍ଷମ ଦମ୍ପତି ମଧ୍ୟ ସେଠାରେ ଥିବା ଏକ ଛୋଟ ଗାଁର ଲୋକଙ୍କୁ ସେବା ମଧ୍ୟ କରୁଛନ୍ତି, ରୋଜଗାର ମଧ୍ୟ କରୁଛନ୍ତି । ଏହି ଡିଜିଟାଲ ଟେକ୍ନୋଲୋଜୀରୁ କିପରି ପରିବର୍ତ୍ତନ ଆସିପାରୁଛି ।

 

ସାଥୀମାନେ,

ଆମ ସରକାର କ୍ରମାଗତ ଭାବରେ ଟେକ୍ନୋଲୋଜୀର ନବୀକରଣ କରିବା ସହିତ ଦେଶର ବିତରଣ ବ୍ୟବସ୍ଥାରେ ନିରନ୍ତର ଉନ୍ନତି କରୁଛନ୍ତି । ଏହା ଉଭୟ ସେବା ଏବଂ ଉତ୍ପାଦନରେ ଦେଶରେ ଷ୍ଟାର୍ଟ ଅପ ଇକୋ ସିଷ୍ଟମକୁ ପ୍ରେରଣା ଦେଇଛି । ଏହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ ଇକୋ ସିଷ୍ଟମ କରିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ।

ସାଥୀମାନେ,

ଏହି ସରକାରଙ୍କ ପୂରା ଦୃଷ୍ଟିକୋଣ ହେଉଛି ଯେ, ଆମର ଟ୍ରାଇ ଭଳି ସମସ୍ତ ନିୟନ୍ତ୍ରକମାନଙ୍କ ପାଇଁ ମଧ୍ୟ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ । ଆଜି ନିୟମାବଳୀ କେବଳ ଗୋଟିଏ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ । ଟେକ୍ନୋଲୋଜୀ ବିଭିନ୍ନ କ୍ଷେତ୍ରକୁ ଆନ୍ତଃ-ସଂଯୋଗ କରୁଛି । ସେଥିପାଇଁ ଆଜି ସମସ୍ତେ ସ୍ୱାଭାବିକ ଭାବରେ ସହଯୋଗୀ ନିୟାମକର ଆବଶ୍ୟକତା ଅନୁଭବ କରୁଛନ୍ତି । ଏଥିପାଇଁ ଜରୁରୀ ଅଟେ ଯେ ସମସ୍ତ ରେଗୁଲେଟରସମାନେ ଆଗକୁ ଆସନ୍ତୁ, ସାଧାରଣ ପ୍ଲାଟଫର୍ମ ତିଆରି ହେଉ ଏବଂ ଉନ୍ନତ ସମନ୍ୱୟ ସହିତ ସମାଧାନ ବାହାର କରନ୍ତୁ । ମୋତେ ବିଶ୍ୱାସ ଅଛି ଯେ ଏହି ସମ୍ମିଳନୀରୁ ଏକ ଗୁରୁତ୍ୱପୂର୍ଣ୍ଣ ସମାଧାନ ବାହାରି ପାରିବ । ଆପଣଙ୍କୁ ଦେଶର ଟେଲିକମ ଗ୍ରାହକଙ୍କ ସ୍ୱାର୍ଥରକ୍ଷା କରିବାକୁ ଏବଂ ସୁରକ୍ଷା ଦେବାକୁ ହେବ ଏବଂ ବିଶ୍ୱର ସବୁଠାରୁ ଲାଭଜନକ ଟେଲିକମ ବଜାରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଟ୍ରାଇଭର ସିଲଭର ଜୁବଲି ସମ୍ମିଳନୀ ଆମର ସ୍ୱାଧୀନତାର ଅମୃତ କାଳକୁ ଅଭିବୃଦ୍ଧିରେ ଉତ୍ସାହ ଦେଇପାରିବ, ଶକ୍ତି ପ୍ରଦାନ କରିବ, ନୂତନ ବିଶ୍ୱାସ ସୃଷ୍ଟି କରିବ, ଏକ ନୂତନ ଲମ୍ଫ ପ୍ରଦାନ କରି ସମସ୍ତଙ୍କୁ ସ୍ୱପ୍ନ ଦେଖାଇ ପାରିବ ଏବଂ ଏହାକୁ ସଫଳ କରିବାକୁ ସଂକଳ୍ପ କରିବା । ଏହି କାମନା ସହିତ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.