“ Path of duty and responsibility has led me to be here but my heart is with the victims of the Morbi mishap”
“Entire country is drawing inspiration from the resolute determination of Sardar Patel”
“Sardar Patel’s Jayanti and Ekta Diwas are not merely dates on the calendar for us, they are grand celebrations of India’s cultural strength”
“Slave mentality, selfishness, appeasement, nepotism, greed and corruption can divide and weaken the country”
“We have to counter the poison of divisiveness with the Amrit of Unity”
“Government schemes are reaching every part of India while connecting the last person without discrimination”
“The smaller the gap between the infrastructure, the stronger the unity”
“A museum will be built in Ekta Nagar dedicated to the sacrifice of the royal families who sacrificed their rights for the unity of the country”

ଦେଶର ବିଭିନ୍ନ କୋଣ ଅନୁକୋଣରୁ କେଭାଡିଆର ଏକତା ନଗରକୁ ଆସିଥିବା ପୋଲିସ ଫୋର୍ସର ସହକର୍ମୀ, ଏନସିସିର ଯୁବଗୋଷ୍ଠୀ, କଳା ସହିତ ଜଡ଼ିତ ସମସ୍ତ କଳାକାର, ଦେଶର ବିଭିନ୍ନ ଭାଗରେ ଏକତା ଦୌଡ଼ରେ ରନ ଫର ୟୁନିଟିରେ ସାମିଲ ହୋଇଥିବା ନାଗରିକ ଭାଇ ଭଉଣୀମାନେ, ଦେଶର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମସ୍ତ ଦେଶବାସୀମାନେ ।

ମୁଁ ଏକତା ନଗରରେ ଅଛି ପରନ୍ତୁ ମୋର ମନ ମୋରବୀର ପୀଡ଼ିତମାନଙ୍କ ସହିତ ଯୋଡ଼ି ହୋଇଛି । ମୁଁ ମୋ ଜୀବନରେ କ୍ୱଚିତ ଏପରି ଯନ୍ତ୍ରଣା ଅନୁଭବ କରିଛି । ଗୋଟିଏ ପାଶ୍ୱର୍ରେ ଯନ୍ତ୍ରଣା ଭୋଗୁଥିବା ପୀଡ଼ିତ ହୃଦୟ ଏବଂ ଅନ୍ୟ ପାଶ୍ୱର୍ରେ କର୍ମ ଏବଂ କର୍ତ୍ତବ୍ୟର ପଥ ରହିଛି । ଏହି କର୍ତ୍ତବ୍ୟ ପଥରେ ଦାୟିତ୍ୱକୁ ଗ୍ରହଣ କରିବାକୁ ମୁଁ ଆପଣମାନଙ୍କ ମଧ୍ୟରେ ଅଛି । କିନ୍ତୁ କରୁଣାର ପରିପୂର୍ଣ୍ଣ ମୋ ମନ ସେହି ପୀଡ଼ିତ ପରିବାରଙ୍କ ମଧ୍ୟରେ ଅଛି ।

ଏହି ଦୁର୍ଘଟଣାରେ ଯେଉଁ ଲୋକମାନେ ନିଜ ଜୀବନ ହରାଇବାକୁ ପଡ଼ିଛି, ମୁଁ ସେମାନଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି । ଦୁଃଖର ଏହି ମୁହୂର୍ତ୍ତରେ, ସରକାର ସବୁ ପ୍ରକାରର ପୀଡ଼ିତ ପରିବାରଙ୍କ ସହିତ ଅଛନ୍ତି । ଗୁଜରାଟ ସରକାର ସମ୍ପୂର୍ଣ୍ଣ ଶକ୍ତିର ସହିତ, କାଲି ସନ୍ଧ୍ୟାରୁ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଦଳକୁ ନିୟୋଜିତ କାଯାଇଛି । ସେନା ଏବଂ ବାୟୁସେନା ମଧ୍ୟ ସାହାଯ୍ୟ କରିବାରେ ଲାଗି ପଡ଼ିଛନ୍ତି। ଯେଉଁ ଲୋକମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି, ସେଠାରେ ମଧ୍ୟ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି । ଲୋକମାନଙ୍କୁ ଅସୁବିଧା କମରୁ ଅତି କମ ହେଉ, ଏହାକୁ ପ୍ରାଥମିକତା ଦିଆଯାଉଛି । ଦୁର୍ଘଟଣାର ଖବର ମିଳିବା ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ରାତିରେ ହିଁ ମୋରବୀ ପହଂଚି ଯାଇଥିଲେ । କାଲିଠାରୁ ସେ ସାହିତ୍ୟ ଏବଂ ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ସମ୍ଭାଳିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦୁର୍ଘଟଣାର ଯାଞ୍ଚ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରିଛନ୍ତି । ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି କମ ହେବନାହିଁ । ଆଜି ରାଷ୍ଟ୍ରୀୟ ଏକତା ଦିବସର ଅବସରରେ ମଧ୍ୟ ଆମେ ଏକତ୍ରିତ ହୋଇ ଏହି ଅସୁବିଧା ସମୟକୁ ସାମ୍ନା କରିବା, କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଛି । କଠିନରୁ କଠିନ ପରିସ୍ଥିତିରେ ସର୍ଦ୍ଦାର ପଟେଲଙ୍କ ଧୈର୍ଯ୍ୟ, ତାଙ୍କର ତତ୍ପରତାରୁ ଶିକ୍ଷା ମିଳିଥାଏ ଯେ ଆମେ କାମ କରିଚାଲିଥିବା ଆଗକୁ ମଧ୍ୟ ଜାରି ରଖିବା ।

ସାଥୀମାନେ,

ବର୍ଷ ୨୦୨୨ରେ ରାଷ୍ଟ୍ରୀୟ ଏକତା ଦିବସର ବହୁତ ବିଶେଷ ଅବସର ଭାବରେ ମୁଁ ଏହାକୁ ଦେଖୁଛି । ଏହା ଦେହି ବର୍ଷ ଅଟେ ଯେତେବେଳେ ଆମେ ଆମର ସ୍ୱାଧୀନତାର ୭୫ ବଷ ପୂରଣ କରିଛୁ । ଆମେ ନୂତନ ସଂକଳ୍ପ ସହିତ ଆଗକୁ ବଢୁଛୁ । ଆଜି ଏକତା ନଗରୀରେ ଯେଉଁ ପରେଡ ଅନୁଷ୍ଠିତ ହୋଇଛି, ଆମକୁ ଏହି କଥାର ଅନୁଭବ ମଧ୍ୟ କରାଉଛି ଯେ ଯେତେବେଳେ ସମସ୍ତେ ଏକା ସହିତ ଚାଲିଥାନ୍ତି, ଏକା ସହିତ ଆଗକୁ ବଢ଼ିଥାନ୍ତି, ତେବେ ଅସମ୍ଭବକୁ ସମ୍ଭବ କରାଯାଇପାରିବ । ଆଜି ଏଠାରେ ସମଗ୍ର ଦେଶରୁ ଆସିଥିବା କିଛି କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶଣ କରିବାର ଥିଲା । ଭାରତର ବିବିଧ ନୃତ୍ୟ ମଧ୍ୟ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଗତକାଲିର ଘଟଣା ଏତେ ଦୁଃଖଦ ଥିଲା ଯେ ଆଜିର ଏହି କାର୍ଯ୍ୟକ୍ରମରୁ ମୁଁ ଏହି କାର୍ଯ୍ୟକ୍ରମକୁ ହଜାଇ ଦେଲି । ମୁଁ ସେହି ସମସ୍ତ କଳାକାରଙ୍କୁ ସେମାନେ ଏଠାକୁ ଆସିବା, ସେମାନେ ଯେଉଁ ଗତ ଦିନମାନଙ୍କରେ ପରିଶ୍ରମ କରିଛନ୍ତି କିନ୍ତୁ ତାଙ୍କୁ ଆଜି ଏଠାରେ ସୁଯୋଗ ମିଳିଲା ନାହିଁ, ମୁଁ ସେମାନଙ୍କର ଦୁଃଖକୁ ବୁଝିପାରୁଛି କିନ୍ତୁ କିଛି ପରିସ୍ଥିତି ଏପରି ଅଛି ।

ସାଥୀମାନେ,

ଏହି ଏକତା, ଏହି ଅନୁଶାସନ, ପରିବାର, ସମାଜ, ଗାଁ, ରାଜ୍ୟ ଏବଂ ଦେଶ, ପ୍ରତ୍ୟେକ ସ୍ତରରେ ଆବଶ୍ୟକ ଅଟେ । ଏବଂ ଏହାର ଦର୍ଶନ ଆଜି ଆମେ ଦେଶର କୋଣ ଅନୁକୋଣରେ ମଧ୍ୟ ଦେଖୁଛୁ । ଆଜି ସମଗ୍ର ଦେଶରେ ୭୫ ହଜାର ଏକତା ଦୌଡ଼ ରନ ଫର ୟୁନିଟି ଅନୁଷ୍ଠିତ ହେଉଛି, ଲକ୍ଷ ଲକ୍ଷ ଲୋକ ଯୋଡ଼ି ହେଉଛନ୍ତି । ଦେଶର ପ୍ରତ୍ୟେକଟି ଲୋକ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ସଂକଳ୍ପଗୁଡ଼ିକରୁ ପ୍ରେରଣ ନେଉଛନ୍ତି । ଆଜି ଦେଶର ପ୍ରତ୍ୟେକ ଲୋକ ଅମୃତ କାଳର ‘ପଞ୍ଚପ୍ରାଣ’କୁ ଜାଗ୍ରତ କରିବାରେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ ସଂକଳ୍ପ ନେଉଛନ୍ତି ।

ସାଥୀମାନେ,

ରାଷ୍ଟ୍ରୀୟ ଏକତା ଦିବସ, ଏହି ଅବସର କେଭାଡ଼ିଆ ଏକତା ନଗରର ଭୂମି ଏବଂ ଷ୍ଟାଚୁ ଅଫ ୟୁନିଟି, ଆମକୁ ନିରନ୍ତର ଭାବେ ଏହା ଅନୁଭବ କରାଉଛି ଯେ ସ୍ୱାଧୀନତା ସମୟରେ ଯଦି ଭାରତରେ ସର୍ଦ୍ଦାର ପଟେଲଙ୍କ ଭଳି ନେତୃତ୍ୱ ନ ଥାନ୍ତା, ତେବେ କ’ଣ ହୋଇଥାନ୍ତା? କ’ଣ ହୋଇଥାନ୍ତା ଯଦି ପାଞ୍ଚ ହଜାର ପାଞ୍ଚ ଶହରୁ ଅଧିକ ରାଜ୍ୟ ଏକତ୍ରିତ ହୋଇପାରି ନ ଥାନ୍ତା? କ’ଣ ହୋଇଥାନ୍ତା ଯଦି ଆମର ଅଧିକତର ରାଜା-ରାଜୁଡ଼ାମାନେ ତ୍ୟାଗର ପରାକାଷ୍ଠା ଦେଖାଇ ନ ଥାନ୍ତି, ମା’ ଭାରତୀଙ୍କ ଠାରେ ଆସ୍ଥା ଦେଖାଇ ନ ଥାନ୍ତେ? ଆଜି ଆମେ ଯେଉଁ ଭାରତ ଦେଖୁଛୁ? ଆମେ ତାହାର କଳ୍ପନା ମଧ୍ୟ କରିପାରି ନ ଥାନ୍ତୁ । ଏହି କଠିନ କାର୍ଯ୍ୟ, ଏହି ଅସମ୍ଭବ କାର୍ଯ୍ୟ, କେବଳ ଏବଂ କେବଳ ସର୍ଦ୍ଦାର ପଟେଲ ହିଁ ସିଦ୍ଧ କରିଥିଲେ ।

ସାଥୀମାନେ,

ସର୍ଦ୍ଦାର ସାହେବଙ୍କର ଜନ୍ମ ଜୟନ୍ତୀ ଏବଂ ‘ରାଷ୍ଟ୍ରୀୟ ଏକତା ଦିବସ’ ଏହା ଆମ ପାଇଁ କେବଳ ତାରିଖ ନୁହେଁ, ଏହା ଭାରତର ସାଂସ୍କୃତିକ ସାମର୍ଥ୍ୟର ଏକ ମହାପାର୍ବ ମଧ୍ୟ ଅଛି । ଭାରତ ପାଇଁ ଏକତା କେବେ ମଧ୍ୟ ଅସମର୍ଥତାପୂର୍ଣ୍ଣ ସ୍ଥିତି ନ ଥିଲା । ଭାରତ ପାଇଁ ଏକତା ସଦାସର୍ବଦା ବିଶେଷତା ରହିଛି । ଏକତା ଆମର ବୈଶିଷ୍ଟ୍ୟତା ରହିଛି । ଏକତାର ଭାବନା ଭାରତର ମଣିଷମାନଙ୍କ ଠାରେ, ଆମର ହୃଦୟରେ ଯେତେ ପରିମାଣରେ ପୂର୍ଣ୍ଣ ହୋଇଯାଇଛି, ଆମକୁ ଆମର ଏହି ସ୍ୱତନ୍ତ୍ରତାକୁ ପ୍ରାୟ ଅନୁଭବ କରିପାରୁ ନଥାଉ, ବେଳେବେଳେ ଦୃଷ୍ଟିର ଆଢୁଆଳରେ ରହିଯାଇଥାଏ । କିନ୍ତୁ ଆପଣ ଦେଖନ୍ତୁ, ଯେତେବେଳେ ମଧ୍ୟ ଦେଶରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ, ସେତେବେଳେ ପୂରା ଦେଶ ଏକା ସହିତ ଠିଆ ହୋଇଥାଏ । ବିପର୍ଯ୍ୟୟ ଉତ୍ତରରେ ହେଉ ଅବା ଦକ୍ଷିଣରେ, ପୂର୍ବରେ ହେଉ କିମ୍ବା ପଶ୍ଚିମ ଭାଗରେ, ଏହା କୌଣସି କାରଣ ରଖିନଥାଏ । ପୁରା ଭାରତବର୍ଷ ଏକତ୍ରିତ ହୋଇ ସେବା, ସହଯୋଗ ଏବଂ ସମ୍ଭାବନା ସହିତ ଠିଆ ହୋଇ ଯାଇଥାଏ । ଗତକାଲିର ଦେଖନ୍ତୁ ମୋରବୀରେ ଦୁର୍ଘଟଣା ହେଲା, ତା’ପରେ ପ୍ରତ୍ୟେକ ଦେଶବାସୀ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି, ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥାନରେ, ଚିକିତ୍ସାଳୟରେ, ଯଥା ସମ୍ଭବ ସାହାଯ୍ୟ ପାଇଁ ନିଜେ ଆଗକୁ ଆସୁଛନ୍ତି । ଏହା ହିଁ ଏକତାର ଶକ୍ତି । କରୋନାର ଏତେ ବଡ଼ ଉଦାହରଣ ମଧ୍ୟ ଆମ ସମ୍ମୁଖରେ ଅଛି । ତାଳି-ଥାଳିର ଭାବନାତ୍ମକ ଏକତା ଠାରୁ ରାସନ, ଔଷଧ ଏବଂ ଭାକସିନର ସହଯୋଗ ପର୍ଯ୍ୟନ୍ତ, ଦେଶ ଗୋଟିଏ ପରିବାର ଭଳି ଆଗକୁ ବଢ଼ିଲା । ସୀମାରେ କିମ୍ବା ସୀମା ସେପାରିରେ, ଯେତେବେଳେ ଭାରତର ସେନା ନିଜର ସୌର୍ଯ୍ୟ ଦେଖାଇଥାଏ, ସେତେବେଳେ ପୁରା ଦେଶର ଗୋଟିଏ ଭାବନା ରହିଥାଏ, ଗୋଟିଏ ପ୍ରକାରର ଆବେଗ ହୋଇଥାଏ । ଯେତେବେଳେ ଅଲିମ୍ପିକ୍ସରେେ ଭାରତର ଯୁବଗୋଷ୍ଠୀ ତ୍ରିରଙ୍ଗାର ଗୌରବକୁ ବଢ଼ାଇଥାଏ, ପୁରା ଦେଶରେ ଗୋଟିଏ ଭଳି ଉତ୍ସବ ମନାଯାଇଥାଏ । ଯେତେବେଳେ ଦେଶ କ୍ରିକେଟର ମ୍ୟାଚ ଜିତିଥାଏ, ସେତେବେଳେ ଦେଶରେ ଗୋଟିଏ ଭଳି ଉଦ୍ମାଦନା ସୃଷ୍ଟି ହୋଇଥାଏ । ଆମର ଉତ୍ସବର ସାଂସ୍କୃତିକ ଢାଞ୍ଚା ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ, କିନ୍ତୁ ଭାବନା ଗୋଟିଏ ଭଳି ହିଁ ହୋଇଥାଏ । ଦେଶର ଏହି ଏକତା, ଏହି ଏକତ୍ରିକରଣ, ଜଣେ ଅନ୍ୟଜଣଙ୍କ ପାଇଁ ଏହି ଆପଣାପଣ ଏହା କହିଥାଏ ଯେ ଏକ ରାଷ୍ଟ୍ର ଭାବରେ ଭାରତର ଭିତ୍ତିଭୂମି କେତେ ଗଭୀର ରହିଛି ।

ସାଥୀମାନେ,

ଭାରତର ଏହି ଏକତା ଆମର ଶତ୍ରୁମାନଙ୍କୁ ମଧ୍ୟ ଖଟକା ଲାଗିଥାଏ । ଆଜିଠାରୁ ନୁହେଁ ବରଂ ତାହା ଶହ ଶହ ବର୍ଷ ପୂର୍ବରୁ ଦାସତ୍ୱର ଦୀର୍ଘ ସମୟ ଅବଧିରେ ମଧ୍ୟ ଭାରତର ଏକତା ଆମର ଶତ୍ରୁଙ୍କୁ କଣ୍ଟା ପରି ଲାଗିଥାଏ । ଏଥିପାଇଁ ମଧ୍ୟ ଦାତସ୍ୱର ଶହ ଶହ ବର୍ଷରେ ଆମର ଦେଶକୁ ଯେତେ ବିଦେଶୀ ଆକ୍ରମଣକାରୀ ଆସିଲେ, ସେମାନେ ଭାରତରେ ବିଭେଦତା ସୃଷ୍ଟି କରିବା ପାଇଁ ସବୁ ପ୍ରକାରରେ ଚେଷ୍ଟା କଲେ । ସେମାନେ ଭାରତକୁ ଖଣ୍ଡ ବିଖଣ୍ଡଇତ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କଲେ । ତା’ପରେ ମଧ୍ୟ ଆମେ ତାଙ୍କୁ ମୁକାବିଲା କରିପାରିଲୁ, କାରଣ ଏକତାର ଅମୃଥ ଆମ ଭିତରେ ଜୀବନ୍ତ ଥିଲା, ଜୀବନ୍ତ ଧାରା ଭାବରେ ପ୍ରବାହିତ ହେଉଥିଲା । କିନ୍ତୁ, ସେହି ଅବଧି ଲମ୍ବା ଥିଲା । ଯେଉଁ ବିଶ ସେହି ସମୟରେ ମିଶାଗଲା, ତାହାର କ୍ଷତି ଦେଶକୁ ରୋକିବାକୁ ମଧ୍ୟ ପଡୁଛି । ସେଥିପାଇଁ ଆମେ ଭାଗ ହେବା ମଧ୍ୟ ଦେଖିଛୁ ଏବଂ ଭାରତର ଶତ୍ରୁଙ୍କୁ ତାହାର ଫାଇଦା ଉଠାଇବାର ମଧ୍ୟ ଦେଖିଛୁ । ଏଥିପାଇଁ ଆମକୁ ଆଜି ବହୁତ ସାବଧାନ ମଦ୍ୟ ସହିବାକୁ ହେବ! ଅତୀତ ଭଳି, ଭାରତର ଉକ୍ରର୍ଷ ଏବଂ ଉତଥାନ ଦ୍ୱାରା ଅସୁବିଧା ହେବାକୁ ଥିବା ଶକ୍ତି ଆଜି ମଧ୍ୟ ଉପସ୍ଥିତ ଅଛି । ତାହା ଆଜି ମଧ୍ୟ ଆମକୁ ଭାଙ୍ଗିବାକୁ, ଆମକୁ ବାଣ୍ଟିବାରେ ସବୁ ଚେଷ୍ଟା କରୁଛନ୍ତି । ଆମକୁ ଜାତି ନାମରେ ଲଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ନକାରାତ୍ମକ କଥା କୁହାଯାଉଛି । ଅଞ୍ଚଳ ନାମରେ ଆମକୁ ବାଣ୍ଟିବାକୁ ଚେଷ୍ଟା କରାଯାଉଛି, କେତେବେଳେ ଗୋଟିଏ ଭାରତୀୟ ଭାଷାକୁ ଅନ୍ୟ ଭାରତୀୟ ଭାଷାର ଶତ୍ରୁ କରିବା ପାଇଁ ଅଭିଯାନ ଚଳାଯାଉଛି ଯାହା ଫଳରେ ଦେଶର ଲୋକମାନେ ଯୋଡ଼ି ହୁଅନ୍ତୁ ନାହିଁ, ବରଂ ଜଣେ ଅନ୍ୟଜଣଙ୍କ ଠାରୁ ଦୂର ହେଉ ।

ଭାଇ ଏବଂ ଭଉଣୀମାନେ,

ଆଉ ଗୋଟିଏ କଥା ଆମ ପାଇଁ ଧ୍ୟାନରେ ରଖିବା ଆବଶ୍ୟକ ଅଟେ । ଏହା ଜରୁରୀ ନୁହେଁ ଯେ ଦେଶକୁ କମଜୋର କରୁଥିବା ଶକ୍ତି ସବୁଦିନ ଆମର ଖୋଲା ଶତ୍ରୁ ରୂପରେ ଆସିବା ଜରୁରୀ ନୁହେଁ । ଅନେକ ଥର ଏହି ଶକ୍ତି ଦାସତ୍ୱ ମାନସିକତା ରୂପରେ ଆମ ଭିତରେ ରହିଥାଏ । ବେଳେବଳେ ଏହି ଶକ୍ତି ଆମର ବ୍ୟକ୍ତିଗତ ସ୍ୱାର୍ଥକୁ ଭାଙ୍ଗି ଦେଇଥାଏ। ଅନେକଥର ଏହା ଆପତ୍ତିଜନକ ରୂପରେ, କେତେବେଳେ ପରିବାବାଦ ରୂପରେ, କେତେବେଳେ ଲୋଭା ଏବଂ ଭ୍ରଷ୍ଟାଚାର ରୂପରେ କବାଟ ପର୍ଯ୍ୟନ୍ତ ବାଡ଼େଇ ଥାଏ, ଯିଏ ଦେଶକୁ ବିଭାଜନ ଏବଂ କମଜୋର କରି ଦେଇଥାଏ। କିନ୍ତୁ, ଆମକୁ ତାଙ୍କୁ ଜବାବ ଦେବାକୁ ହେବ - ଭାରତ ମା’ର ଗୋଟିଏ ସନ୍ତାନ ଭାବରେ ଆମକୁ ଜବାବ ଦେବାକୁ ହେବ । ଜଣେ ଭାରତୀର ଭାବରେ । ଆମକୁ ଏକଜୁଟ ରଖିବାକୁ ହେବ, ଏକାଠି ରହିବାକୁ ହେବ । ବିଭେଦତାର ଜବାବ ଆମକୁ ଏକତାର ଅମୃତରୁ ଦେବାକୁ ହେବ । ଏହା ନୂତନ ଭାରତର ଶକ୍ତି ଅଟେ ।

ସାଥୀମାନେ,

ଆଜି ରାଷ୍ଟ୍ରୀୟ ଏକତା ଦିବସରେ, ମୁଁ ସର୍ଦ୍ଦାର ସାହେବଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ଦାୟିତ୍ୱକୁ ପୁଣିଥରେ ଦୋହରାଇବି । ସେ ଆମକୁ ଏହି ଦାୟିତ୍ୱ ମଧ୍ୟ ଦେଇଥିଲେ ଯେ ଆମେ ଦେଶର ଏକତାକୁ ମଜବୁତ କରିବା, ଏକ ରାଷ୍ଟ୍ର ଭାବରେ ଦେଶକୁ ମଜବୁତ କରିବା, ଏହି ଏକତା ସେତେବେଳେ ମଜବୁତ ହେବ, ଯେତେବେଳେ ପ୍ରତ୍ୟେକ ନାଗରିକ ଗୋଟିଏ ଭଳି କର୍ତ୍ତବ୍ୟବୋଧକୁ ଦାୟିତ୍ୱର ସହ ସମ୍ଭାଳିବେ । ଆଜି ଦେଶବାସୀ କର୍ତ୍ତବ୍ୟବୋଧରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ, ଏହି ମନ୍ତ୍ରକୁ ନେଇ ବିକାଶ ମାର୍ଗରେ ଆଗକୁ ବଢୁଛି । ଆଜି ଦେଶରେ ପ୍ରତ୍ୟେକ ବିକାଶରେ, ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ବର୍ଗ ପାଇଁ ଏବଂ ପ୍ରତ୍ୟେକ ବ୍ୟକ୍ତି ପାଇଁ ବିନା ଭେଦଭାବରେେ ଗୋଟିଏ ଭାବେ ନୀତିମାନ ପହଂଚୁଛି । ଆଜି ଯଦି ଗୁଜରାଟର ସୁରତ ଠାରେ ସାଧାରଣ ମଣିଷଙ୍କୁ ମାଗଣାରେ ଭାକସିନ ଲଗାଯାଇଛି, ତେବେ ଅରୁଣାଚଳର ସିୟାଙ୍ଗ ଠାରେ ମଦ୍ୟ ସେତିକି ହିଁ ସୁବିଧାରେ ମାଗଣାରେ ଭାକସିନ ଉପଲବ୍ଧ ଅଛି, ଆଜି ଯଦି ଏମ୍ସ ଗୋରଖପୁରରେ, ବିଳାସପୁର, ଦରଭଙ୍ଗା ଏବଂ ଗୌହାଟୀ ଏବଂ ରାଜକୋଟ ସମେତ ଦେଶର ଅନ୍ୟ ସହଜରେ ମଧ୍ୟ ଅଛି । ଆଜି ଆଉ ଏକ ତାମିଲନାଡୁରେ ଡିଫେନ୍ସ କରିଡ଼ର ନିର୍ମାଣ ହେଉଛି । ଉତ୍ତର ପ୍ରଦେଶରେ ମଧ୍ୟ ଡିଫେନ୍ସ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆଜି ନର୍ଥ ଇଷ୍ଟରେ କେମିତି ରୋଷଇ ହେଉଛି କିମ୍ବା ତାମିଲନାଡୁରେ କେମିତି ‘ସମୟଲ -ଅରଇ’ରେ ଖାଦ୍ୟ ପ୍ରସ୍ତୁତ ହେଉଛି, ଭାଷା ପଛେ ଅଲଗା ହେଉ, ଭୋଜନ ପଛେ ଅଲଗା ହେଉ କିନ୍ତୁ ମା’ ଭଉଣୀମାନଙ୍କୁ ଧୂଅାଁରୁ ମୁକ୍ତି ଦେବା ପାଇଁ ଉଜ୍ୱଳା ସିଲିଣ୍ଡର ପ୍ରତ୍ୟେକ ସ୍ଥାନରେ ଅଛି । ଆମର ଯେଉଁ ନୀତିମାନ ଅଛି, ସମସ୍ତଙ୍କ ନିୟତ ଏକ ହୋଇ ରହିଛି, ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ନିକଟକୁ ପହଂଚିବାକୁ ହେବ, ତାଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ଯୋଡ଼ିବାକୁ ହେବ ।

ସାଥୀମାନେ,

ଆମ ଦେଶର କୋଟି କୋଟି ଲୋକମାନେ ଦଶକ ପର୍ଯ୍ୟନ୍ତ ନିଜର ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଛୁ । ପାରମ୍ପରିକ ସୁବିଧାଗୁଡ଼ିକ ମଧ୍ୟରେ ଖାଇ, ଯେତିକି କମ୍ ହେବ, ସେତକ ଏକତା ମଧ୍ୟ ମଜବୁତ ହେବ । ଏଥିପାଇଁ ଆଜି ଦେଶରେ ସାଚୁରେଶନର ସିଦ୍ଧାନ୍ତ ଉପରେ କାର୍ଯ୍ୟ ହେଉଛି । ଲକ୍ଷ୍ୟ ଏହା ଯେ ପ୍ରତ୍ୟେକ ଯୋଜନାର ଲାଭ, ପ୍ରତ୍ୟେକ ଲାଭାର୍ଥୀଙ୍କ ନିକଟରେ ପହଂଚିବ । ଏଥିପାଇଁ ଆଜି ସମସ୍ତଙ୍କ ପାଇଁ ବାସଗୃହ, ସମସ୍ତଙ୍କ ପାଇଁ ଡିଜିଟାଲ ସଂଯୋଗୀକରଣ, ସମସ୍ତଙ୍କ ପାଇଁ ସ୍ୱଚ୍ଛ ରାନ୍ଧଣା, ସମସ୍ତଙ୍କ ପାଇଁ ବିଜୁଳି, ଏମିତି ଅନେକ ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ଆଜି ଶତ ପ୍ରତିଶତ ନାଗରିକମାନଙ୍କ ନିକଟରେ ପଂଚିବାରେ ଏହି ମିଶନ କେବଳ ଗୋଟିଏ ଭଳି ସୁବିଧାଗୁଡ଼ିକର ହିଁ ମିଶନ ନୁହେଁ । ଏହି ମିଶନ ଏକତାର ଲକ୍ଷ୍ୟ, ଏକତାର ବିକାଶ ଏବଂ ଏକତାର ପ୍ରୟାସକୁ ମିଶନ ଅଟେ । ଆଜି ଜୀବନରେ ମୌଳିକ ଆବଶ୍ୟକତା ପାଇଁ ଶତ ପ୍ରତିଶତ କଭରେଜ ଦେଶ ଏବଂ ସ୍ୱାଧୀନତାରେ ସାଧାରଣ ଲୋକମାନଙ୍କ ପାଇଁ ବିଶ୍ୱାସର ମାଧ୍ୟମ ହୋଇଯାଇଛି । ଏହା ସାଧାରଣ ମଣିଷର ଆତ୍ମବିଶ୍ୱାସର ମାଧ୍ୟମ ହୋଇଛି । ଏହା ସର୍ଦ୍ଦାର ପଟେଲଙ୍କର ଭାରତର ଦୃଷ୍ଟିକୋଣ ଅଟେ- ଯେଉଁଥିରେ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ସମାନ ସୁଯୋଗ ହେବ, ସମାନତାର ଭାବନା ହେବ । ଆଜି ଦେଶ ସେହି ଦୃଷ୍ଟିକୋଣକୁ ସାକାର ହେବାର ଦେଶ ଦେଖୁଛି ।

ସାଥୀମାନେ,

ଆମର ଏଠାରେ କୁହାମଧ୍ୟ ଯାଉଛି ଯେ-

ଐକ୍ୟଂ ବଲଂ ସମାଜସ୍ୟ ସଦଭାୱେ ସ ଦୁର୍ବଳଃ ।

ତସ୍ମାତି ଐକ୍ୟଂ ପ୍ରଶଂସନ୍ତି ଦୃଢ଼ଂ ରାଷ୍ଟ୍ର ହିତୋଷିଣଃ । ।

ଅର୍ଥାତ,  କୌଣସି ସମାଜର ଶକ୍ତି ମଧ୍ୟ ତାହାର ଏକତା ହୋଇଥାଏ । ଏଥିପାଇଁ, ମଜବୁତ ରାଷ୍ଟ୍ରର ହିତୈଷୀ ଏକତାର ଏହି ଭାବନାର ପ୍ରଶଂସା କରିଥାନ୍ତି, ସେଥିପାଇଁ ପ୍ରୟାସ କରିଥାନ୍ତି । ଏଥିପାଇଁ ଦେଶର ଏକତା ଏବଂ ଏକତା ଆମେ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ । ଏହା ଏକତା ନଗର, ଭାରତର ଏକ ଏମିତି ମଡେଲ ଶହର ବିକଶିତ ହେଉଛି । ଯାହା ଦେଶ ନୁହେଁ ବରଂ ପୁରା ଦୁନିଆରେ ଅଦ୍ଭୁତପୂର୍ବ ହେବ । ଲୋକମାନଙ୍କର ଏକତାରୁ ଜନଭାଗିଦାରୀରେ ଶକ୍ତିରୁ ବିକଶିତ ହେବା ଏକତା ନଗର, ଆଜି ଭବ୍ୟ ମଧ୍ୟ ହେଉଛି ଏବଂ ଦିବ୍ୟ ମଧ୍ୟ ହେଉଛି । ଷ୍ଟାଚୁ ଅଫ ୟୁନିଟି ଭାବରେ ଦୁନିଆରେ ସବୁଠାରୁ ବିଶାଳ ପ୍ରତିମାର ପ୍ରେରଣା ଆମ ମଧ୍ୟରେ ରହିଛି । ଭବିଷ୍ୟତରେ, ଏକତା ନଗର, ଭାରତର ଏକ ଏମିତି ସହର ହେବାକୁ ଯାଉଛି ଯାହା ଅଦ୍ଭୁତପୂର୍ବ ମଧ୍ୟ ହେବ ଏବଂ ଅବିଶ୍ୱସନୀୟ ମଧ୍ୟ ହେବ । ଯେତେବେଳେ ଦେଶରେ ପର୍ଯ୍ୟାବରଣର ରାକ୍ଷା ପାଇଁ କୌଣସି ମଡେଲଏ ସହରର କଥା ହେବ, ଏକତା ନଗରର ନାମ ଆସିବ । ଯେତେବେଳେ ଦେଶରେ ବିଜୁଳି ପହଂଚାଇବାରେ ଏଲଇଡି ପ୍ରକାଶିତ କୌଣସି ମଡେଲ ସହରର କଥା ହେବ । ସବୁଠାରୁ ପ୍ରଥମେ ଏକତା ନଗରର ନାମ ଆସିବ । ଯେତେବେଳେ ଦେଶରେ ସୋଲାର ପାୱାରରେ ଚାଲୁଥିବା ସଫା ଟ୍ରାନ୍ସପୋର୍ଟ ସିଷ୍ଟମର କଥା ଆସିବ, ସେତେବେଳେ ସବୁଠାରୁ ପ୍ରଥମେ ଏକତା ନଗରର ନାମ ଆସିବ । ଯେତେବେଳେ ଦେଶରେ ପଶୁ-ପକ୍ଷୀମାନଙ୍କର ସଂରକ୍ଷଣର କଥା ହେବ, ବିଭିନ୍ନ ପ୍ରଜାତିର ଜୀବଜନ୍ତୁମାନଙ୍କର ସଂରକ୍ଷଣର କଥା ହେବ । ସେତେବେଳେ ସବୁଠାରୁ ପ୍ରଥମେ ଏକତା ନଗରର ନାମ ଆସିବ । କାଲି ମୋତେ ଏଠିକାର ମିୟାବାକୀ ଫରେଷ୍ଟ ଏବଂ ମେଜ ଗାର୍ଡେନର ଲୋକାର୍ପଣ କରିବାର ଅବସର ମିଳିଲା । ଏଠିକାର ଏକତାର ମାଁଲ, ଏକତାର ନର୍ସରୀ, ବିବିଧତାରେ ଏକତାକୁ ପ୍ରଦର୍ଶିତ କରିବାବାଲା ବିଶ୍ୱ ଏକନମ୍ବର, ଏକତା ଫେରୀ, ଏକତା ରେଲୱେ ଷ୍ଟେସନ, ଏହି ସମସ୍ତ ଉପକ୍ରମ, ରାଷ୍ଟ୍ରୀୟ ଏକତାକୁ ମଜବୁତ କରିବାକୁ ପ୍ରେରଣା ଦେଇଥାଏ । ଏବଂ ଏବେ ମଧ୍ୟ ଯେତେବେଳେ ଆମେ ସର୍ଦ୍ଦାର ସାହେବଙ୍କୁ ଶୁଣୁଥିଲୁ । ସେ ଯେଉଁ ଭାବନାକୁ ବ୍ୟକ୍ତ କରିଥିଲେ, ସେହି ଭାବନାକୁ ସେଥିରେ ପ୍ରତିବିମ୍ବରେ ଆମେ କରୁଛୁ । ସ୍ୱାଧୀନତା ପରେ ଦେଶର ଏକତାରେ ସର୍ଦ୍ଦାର ସାହେବ ଯେଉଁ ଭୂମିକା ନିର୍ବାହ କରିଥିଲେ, ସେଥିରେ ବହୁତ ବଡ଼ ସହଯୋଗ ଦେଶକୁ ରାଜା-ରାଜୁଡ଼ାମାନେ ମଧ୍ୟ କରିଥିଲେ, ଯେଉଁ ରାଜ ପରିବାରଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ସତ୍ତା ସମ୍ଭାଳିଥିଲେ, ଦେଶର ଏକତା ପାଇଁ ଏକ ନୂଆ ବ୍ୟବସ୍ଥାରେ ସେ ନିଜ ଅଧିକାରର କର୍ତ୍ତବ୍ୟ ଭାବରେ ସମର୍ପିତ କରିଥିଲେ । ତାଙ୍କର ସେହି ଯୋଗଦାନ ସ୍ୱାଧୀନତା ପରେ ଦଶକ ପର୍ଯ୍ୟନ୍ତ ଉପେକ୍ଷା ହୋଇଛି । ଏବେ ଏକତା ନଗରରେ ସେହି ରାଜ ପରିବାରଗୁଡ଼ିକର, ସେହି ରାଜ ବ୍ୟବସ୍ଥାଗୁଡ଼ିକର ତ୍ୟାଗକୁ ସମର୍ପିତ ଏକ ମିଉଜିୟମ ତିଆରି ହେବ । ଏହା ଦେଶର ଏକତା ପାଇଁ ତ୍ୟାଗର ପରମ୍ପରାକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଂଚାଇବ, ଏବଂ ମୁଁ ଗୁଜରାଟ ସରକାରଙ୍କ ଠାରେ ମଧ୍ୟ କୃତଜ୍ଞ ଅଟେ ଯେ ସେ ଏହି ଦିଗରେ ବହୁତ ଗ୍ରାଉଣ୍ଡ ୱାର୍କ ପୂରା କରିଛନ୍ତି, ମୋତେ ବିଶ୍ୱାସ ଅଛି, ସର୍ଦ୍ଦାର ସାହେବଙ୍କ ପ୍ରେରଣା ରାଷ୍ଟ୍ରୀୟ ଏକତାକୁ ମଜବୁତ କରିବା ପାଇଁ ନିରନ୍ତର ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବ । ଆମେ ସମସ୍ତ ମିଳିମିଶି ସଶକ୍ତ ଭାରତର ସ୍ୱପ୍ନକୁ ପୂରା କରିବା । ଏହି ବିଶ୍ୱାସର ସହିତ, ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ମୁଁ ଯେତେବେଳେ କହିବି ସର୍ଦ୍ଦାର ପଟେଲ ଆପଣ ଦୁଇଥର କହିବେ ଅମର ରହେ, ଅମର ରହେ ।

ସର୍ଦ୍ଦାର ପଟେଲ - ଅମର ରହେ, ଅମର ରହେ

ସର୍ଦ୍ଦାର ପଟେଲ - ଅମର ରହେ, ଅମର ରହେ

ସର୍ଦ୍ଦାର ପଟେଲ - ଅମର ରହେ, ଅମର ରହେ

ଭାରତ ମାତା କୀ - ଜୟ

ଭାରତ ମାତା କୀ - ଜୟ

ଭାରତ ମାତା କୀ - ଜୟ

ବହୁତ ବହୁତ ଧନ୍ୟବାଦ!

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
PM Modi Crosses 100 Million Followers On X, Becomes Most Followed World Leader

Media Coverage

PM Modi Crosses 100 Million Followers On X, Becomes Most Followed World Leader
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 15, 2024
July 15, 2024

From Job Creation to Faster Connectivity through Infrastructure PM Modi sets the tone towards Viksit Bharat