“ଉଚ୍ଚ ଅଭିବୃଦ୍ଧି ହାର ବଳବତ୍ତର ରଖିବା ପାଇଁ ସରକାର ବଜେଟ୍‌ରେ ଅନେକ ପଦକ୍ଷେପ ନେଇଛନ୍ତି”
“ଏମଏସ୍‌ଏମ୍‌ଇକୁ ମଜବୁତ କରିବା ପାଇଁ ଆମେ ଅନେକ ନୂତନ ଯୋଜନା କରିବା ସହ ଅଧିକ ମୌଳିକ ସଂସ୍କାର ମଧ୍ୟ ଆଣିଛୁ । ଏହି ସଂସ୍କାରର ସଫଳତା ଅର୍ଥ ବ୍ୟବସ୍ଥା ସୁଦୃୃଢ ହେବା ଉପରେ ନିର୍ଭରଶୀଳ”
“ଆମର ଆର୍ଥିକ କ୍ଷେତ୍ର ସୃଜନାତ୍ମକ ଅର୍ଥ ଲଗାଣ ଓ ନିରନ୍ତର ବିପଦ ଆପଦ ପରିଚାଳନା ଓ ଭବିଷ୍ୟତ ଚିନ୍ତାଧାରା ଓ ପଦକ୍ଷେପକୁ ନେଇ ଚାଲିବ”
“ଭାରତର ଆକାଂକ୍ଷା ପ୍ରାକୃତିକ ଓ ଜୈବିକ କୃଷି ସହ ସଂଶ୍ଳିଷ୍ଟ”
“ପରିବେଶକୁ ସୁହାଇବା ଭଳି ପ୍ରକଳ୍ପ ତ୍ୱରାନ୍ୱିତ କରିବା ଆବଶ୍ୟକ । ନିରନ୍ତର ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥଲଗାଣ ତ୍ୱରାନ୍ୱିତ କରିବା ହେଉଛି ଆଜିର ଆବଶ୍ୟକତା”

ନମସ୍କାର !

ମନ୍ତ୍ରିମଣ୍ଡଳର ମୋର ସମସ୍ତ ସାଥୀ, ଅର୍ଥ ଏବଂ ଅର୍ଥନୀତି ସହିତ ଜଡ଼ିତ ସମସ୍ତ ବିଶେଷଜ୍ଞ, ଅଂଶୀଦାର, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ!

ସର୍ବପ୍ରଥମେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ଏବଂ ଏହା ମଧ୍ୟ ଗର୍ବର ବିଷୟ ଯେ ଯେତେବେଳେ ଆଜି ଆମେ ବଜେଟର ପ୍ରସଙ୍ଗରେ ଆଲୋଚନା କରୁଛନ୍ତି, ସେତେବେଳେ ଭାରତ ପରି ଏକ ବିଶାଳ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା ଅଟନ୍ତି, ଯିଏ ଏଥର ଦେଶରେ ଏକ ବଡ଼ ପ୍ରଗତିଶୀଳ ବଜେଟ ଆଣିଛନ୍ତି ।

ସାଥୀମାନେ,

୧ଠଠ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀ ମଧ୍ୟରେ, ଭାରତର ଅର୍ଥ ବ୍ୟବସ୍ଥାରେ ପୁଣି ଥରେ ପ୍ରଗତି ହେବାରେ ଲାଗିଛି । ଏହା ଆମର ଅର୍ଥନୈତିକ ନିଷ୍ପତ୍ତି ଏବଂ ଆମର ଦୃଢ଼ ଅର୍ଥ ବ୍ୟବସ୍ଥା ମୁଳଦୂଆର ପ୍ରତିବିମ୍ବ ଅଟେ। ଚଳିତ ଥର ବଜେଟରେ ସରକାର ଦ୍ରୁତ ଅଭିବୃଦ୍ଧିର ଏହି ପ୍ରଗତିକୁ ଜାରି ରଖିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ବିଦେଶୀ ପୁଞ୍ଜି ପ୍ରବାହକୁ ପ୍ରୋତ୍ସାହିତ କରି, ଭିତ୍ତିଭୂମି ବିନିଯୋଗ ଉପରେ ଟିକସ ହ୍ରାସ କରି, ଏନଆଇଆଇଏସ, ଗିଫ୍ଟ ସିଟି ଏବଂ ନୂତନ ଡିଏସ୍ଆଇ ପରି ଅନୁଷ୍ଠାନ ସୃଷ୍ଟି କରି, ଆମେ ଆର୍ଥିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରୁଛୁ । ଆର୍ଥିକ କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜୀର ବ୍ୟାପକ ଉପଯୋଗକୁ ନେଇ ଦେଶର ପ୍ରତିବଦ୍ଧତା ବର୍ତ୍ତମାନ ପରବର୍ତ୍ତୀ ସ୍ତରରେ ପହଞ୍ଚôଛି । ୭୫ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାକିଂ ୟୁନିଟକୁ ହେଉ, କିମ୍ବା ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସିଏସ), ଏହା ଆମର ଦୃଷ୍ଟିକୁ ପ୍ରତିଫଳିତ କରୁଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ହେଲେ ଆମକୁ ସମସ୍ତ ପ୍ରାଥମିକତା କ୍ଷେତ୍ରରେ ଫିନାନ୍ସିଆଲ ଭିଏବୁଲ ମଡେଲଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଆଜି ଦେଶର ଯେଉଁ ଆକାଂକ୍ଷା ରହିଛି, ଦେଶ ଯେଉଁ ଆକାଂକ୍ଷାଗୁଡ଼ିକୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି, ଦେଶର ଯେଉଁ ପ୍ରାଥମିକତା ଅଛି, ସେଥିରେ ଆମ ପାଇଁ, ଆର୍ଥିକ ପ୍ରତିଷ୍ଠାନର ଭାଗିଦାରୀ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଦେଶ ଆତ୍ମନିର୍ଭର ଭାରତ ଅଭିଯାନ ଚଳାଉଛି। ଯଦି ଆମ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ, ତେବେ ଏହା ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକର ଅର୍ଥର ବିଭିନ୍ନ ମଡେଲ ତିଆରି କରାଯାଇପାରିବ କି? ସେହି ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାର ଏକ ଉଦାହରଣ ହେଉଛି ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ । ଏହା ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକର ସଫଳତାରେ ଆପଣଙ୍କର ପ୍ରମୁଖ ଭୂମିକା ରହିଛି । ଦେଶର ସନ୍ତୁଳିତ ବିକାଶ ଦିଗରେ ଭାରତ ସରକାରଙ୍କ ଯୋଜନା, ଯେମିତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଦେଶରେ ୧ଠଠରୁ ଅଧିକ ଜିଲ୍ଲା ଚୟନ କରାଯାଇଛି, ଯାହା ରାଜ୍ୟର ହାରାହାରିରୁ ପଛରେ ମଧ୍ୟ ରହିଛି । ତେଣୁ ଆମେ ଏହି ଆର୍ଥିକ ସଂସ୍ଥାଗୁଡ଼ିକୁ ଯଦି ସେଠାରେ କୌଣସି ପ୍ରକଳ୍ପ ଅଛି ତେବେ ସେମାନଙ୍କୁ ପ୍ରାଥମିକତା ଦେଇ କହି  ପାରିବା ଯେ ଏଗୁଡ଼ିକ ଆମର ଆକାଂକ୍ଷୀ ଜିଲ୍ଲା ଅଟନ୍ତି ଯିଏ ବର୍ତ୍ତମାନ ପଛରେ ଅଛନ୍ତି । ସେମାନଙ୍କୁ ଆଗକୁ ଆଣିବା ପାଇଁ ଆପଣ କହିପାରିବେ । ସେହିଭଳି ଭାବରେ ଆମର ଦେଶ, ଯଦି ଆମେ ପଶ୍ଚିମ ଭାରତକୁ ଦେଖିବା, ଅନେକ ଅର୍ଥନୈତିକ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ପୂର୍ବ ଭାରତ ହେଉଛି, ଯେଉଁଠାରେ ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦ ରହିଛି, କିନ୍ତୁ ଅର୍ଥନୈତିକ ବିକାଶ ଦୃଷ୍ଟିକୋଣରୁ ସେଠାରେ ସ୍ଥିତିରେ ବହୁତ ଉନ୍ନତି ଆସିପାରିବ, ଭିତ୍ତିଭୂମିରେ ବହୁତ ଉନ୍ନତି ଆସିପାରିବ । ଆମେ ପୂର୍ବ ଭାରତର ବିକାଶ ପାଇଁ ସେହିଭଳି ଭାବରେ ସମଗ୍ର ଉତ୍ତର-ପୂର୍ବ, ଏହାର ବିକାଶ, ଏଗୁଡ଼ିକ ଏପରି ଜିନିଷ ଯାହାକୁ ଯଦି ଆମେ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବା ତେବେ ତାହା ଆମ ପାଇଁ ପ୍ରାଥମିକତାର ବିଷୟ ହେଉଛି । ଏହି କ୍ଷେତ୍ରରେ ଆପଣଙ୍କର ସହଭାଗିତା ବୃଦ୍ଧି କରିବା ଏବଂ ସେ ଦିଗରେ ଚିନ୍ତା କରିବା ମଧ୍ୟ ଆବଶ୍ୟକ ଅଟେ । ଆଜି ଭାରତର ଆକାଂକ୍ଷା ଆମର ଏମଏସଏମଇର ଶକ୍ତି ସହିତ ଜଡ଼ିତ । ଏମଏସଏମଇକୁ ମଜବୁତ କରିବାକୁ ଆମେ ଅନେକ ମୌଳିକ ସଂସ୍କାର ଆଣିଛୁ ଏବଂ ନୂତନ ଯୋଜନାମାନ ପ୍ରସ୍ତୁତ କରିଛୁ । ଏହି ସଂସ୍କାରଗୁଡ଼ିକର ସଫଳତା, ସେମାନଙ୍କର ଆର୍ଥିକ କ୍ଷେତ୍ରକୁ ସହାୟତା କରିବା ଉପରେ ନିର୍ଭରଶୀଳ ଅଟନ୍ତି ।

ସାଥୀମାନେ,

ଉଦ୍ୟୋଗ ୪.ଠ ସେ ପର୍ଯ୍ୟନ୍ତ ଆମେ ଚାହୁଁଥିବା ସେହି ଫଳାଫଳ ଆସିବାକୁ ସମୟ ଚାଲି ଯାଇପାରେ କିନ୍ତୁ ତାହାକୁ ବଞ୍ଚାଇବା ପାଇଁ ଆମକୁ କ’ଣ କରିବାକୁ ହେବ? ଯଦି ଆମେ ଚାହିଁବୁ ବିଶ୍ୱର ଉଦ୍ୟୋଗ ୪.ଠ ବିଷୟରେ କଥାବାର୍ତ୍ତା ହେବାକୁ ତେବେ ଆମକୁ ଏହାର ଯେଉଁ ମୁଖ୍ୟ ସ୍ତମ୍ଭଗୁଡ଼ିକ ହେଉଛି ଫିନଟେକ, ଏଗ୍ରିଟେକ, ମେଡିଟେକ୍ । ଏହା ଅନୁଯାୟୀ ଦକ୍ଷତା ବିକାଶ ହେବା ଉଚିତ । ଅର୍ଥାତ ଆମକୁ ୪.ଠ ଦକ୍ଷତା ବିକାଶ ଆବଶ୍ୟକ ଅଟେ । ଯେମିତି ଏହି ମୁଖ୍ୟ ସ୍ତମ୍ଭ ଅଛି ସେହି ସ୍ତମ୍ଭଗୁଡ଼ିକୁ ମଧ୍ୟ ୪.ଠ ଆଲୋକରେ ଆମେ ବିକାଶ କରିବା ପାଇଁ ଆର୍ଥିକ ପ୍ରତିଷ୍ଠାନକୁ ପ୍ରାଥମିକତା ଦେଇପାରିବା । ଏହିପରି ଅନେକ କ୍ଷେତ୍ରକୁ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସାହାଯ୍ୟ, ଭାରତକୁ ଉଦ୍ୟୋଗ ୪.ଠରେ ନୂତନ ଶିଖରକୁ ନେଇଯିବ ।

ସାଥୀମାନେ,

ଆପଣମାନେ ଦେଖିଥିବେ ଯେ ଯେତେବେଳେ ଜଣେ ଖେଳାଳି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥାଏ ସେତେବେଳେ ଦେଶର ନାମ କିପରି ବିଶ୍ୱରେ ଆଲୋକିତ ହୋଇଥାଏ । ତାକୁ ନେଇ ଦେଶରେ ମଧ୍ୟ କେତେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ଜଣେ ବ୍ୟକ୍ତି ପଦକ ଆଣିଥାଏ କିନ୍ତୁ ସମଗ୍ର ପରିବେଶ ବଦଳି ଯାଇଥାଏ । ଆମେ କ’ଣ ଦେଶର ଏଭଳି ଅନୁଭୂତିରୁ ଚିନ୍ତା କରିପାରିବୁ ନାହିଁ ଯେ ଆମେ ୮ କିମ୍ବା ୧ଠଟି ସେକ୍ଟରକୁ ଚିହ୍ନଟ କରିପାରିବା ଏବଂ ଆମେ ଏଥିରେ ଶକ୍ତି ଲଗାଇବା ଉଚିତ ଏବଂ ସେହି କ୍ଷେତ୍ରଗୁଡ଼ିକରେ ଭାରତ ପ୍ରଥମ ୩ ସ୍ଥାନରେ ରହିପାରିବ କି? ଘରୋଇ କ୍ଷେତ୍ରର ଭାଗିଦାରୀରେ ଏହା ହୋଇପାରିବ । ବର୍ତ୍ତମାନ ଯେମିତି ଭାରତରେ ଯେଉଁଭଳି, କ’ଣ ଏପରି ନିର୍ମାଣକାରୀ କମ୍ପାନୀ ହୋଇପାରିବ ନାହିଁ ଯାହାର ନାମ ଦୁନିଆରେ ଟପ-୩ରେ ଅଛି । ସେହିଭଳି ଆମେ ଆମର ଷ୍ଟାର୍ଟ-ଅପ୍ସ ନମ୍ବର ଅଫ ଷ୍ଟାର୍ଟ-ଅପର ଦିଗରେ ଆମେ ଆଗକୁ ବଢୁଛୁ କିନ୍ତୁ ସେମାନଙ୍କର ଯେଉଁ ଉତ୍ପାଦକ ରହିଛି, ତାହାର ଯେଉଁ ଗୁଣବତ୍ତା ରହିଛି, ତାହାର ଯେଉଁ ସ୍ୱତନ୍ତ୍ରତା ରହିଛି, ସେମାନଙ୍କର ଯେଉଁ ଟେକ୍ନୋଲୋଜିକାଲ ଆଧାର ଅଛି, କ’ଣ ଆମର ଷ୍ଟାର୍ଟ-ଅପ୍ସ ବ୍ୟକ୍ତିଗତ ଷ୍ଟାର୍ଟ-ଅପ୍ସ ଟପ-୩ ମଧ୍ୟରେ ଆମେ ଏକ ସ୍ଥାନ ତିଆରି କରିପାରିବା କି? ବର୍ତ୍ତମାନ ଆମେ ଡ୍ରୋନ ସେକ୍ଟର ଖୋଲିଛୁ, ସ୍ପେଶ ସେକ୍ଟର ମଧ୍ୟ ଖୋଲାଯାଇଛି, ଜିଓ-ସ୍ପେଶାଲ ସେକ୍ଟରକୁ ଉନ୍ମୁକ୍ତ କରାଯାଇଛି । ଏଗୁଡ଼ିକ କ୍ଷେତ୍ରରେ ବହୁତ ବଡ଼ ନୀତିଗତ ନିଷ୍ପତ୍ତି ନିଆଯାଇଛି ଯାହା ଏକ ପ୍ରକାରର ପରିବର୍ତ୍ତନକାରୀ ଖେଳ ଅଟେ । ସ୍ପେଶ ସେକ୍ଟରକୁ ଭାରତର ନୂତନ ପିଢ଼ିର ଲୋକ ଆସୁଛନ୍ତି କି, ଏଥିରେ କ’ଣ ଆମେ ଦୁନିଆର ଟପ-୩ ମଧ୍ୟରେ ସ୍ଥାନ ପାଇବାକୁ ସ୍ୱପ୍ନ ଦେଖିପାରିବା ନାହିଁ? ଆମର ସମସ୍ତ ଅନୁଷ୍ଠାନ ଏଥିପାଇଁ କ’ଣ ସାହାଯ୍ୟ କରିପାରିବେ ନାହିଁ? କିନ୍ତୁ ଏହିସବୁ ସେବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ କମ୍ପାନିଗୁଡ଼ିକ, ଉଦ୍ୟୋଗଗୁଡ଼ିକ ଏହି କ୍ଷେତ୍ରରେ ଆଗରେ ଅଛନ୍ତି, ସେମାନଙ୍କୁ ଆମର ଆର୍ଥିକ କ୍ଷେତ୍ରରେ ସକ୍ରିୟ, ପୂର୍ଣ୍ଣ ସମର୍ଥନ ପାଇବା ଉଚିତ । ଆମ ପାଖରେ ମଧ୍ୟ ଅଭିଜ୍ଞତା ରହିବା ଉଚିତ ଯେ ଏହି ପ୍ରକାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆର୍ଥିକ ସଂସ୍ଥାଗୁଡ଼ିକ ନିକଟରେ କିପରି କ୍ଷମତା ତିଆରି କରିହେବ? ନ ହେଲେ ଆଗକୁ ଜଣାପଡ଼ିବ ନାହିଁ ଯେ ସେ ନେଇ ଆସିଛି, ସେଇଟା ଜଣା ନାହିଁ, ଆମେ ଯାହା ପୂର୍ବରୁ କରୁଥିଲୁ, ସେଥିରେ ତ କୌଣସି ମେଳ ମଧ୍ୟ ବସୁ ହିଁ ନାହିଁ । ଆମର କମ୍ପାନିଗୁଡ଼ିକ, ଆମର ଷ୍ଟାର୍ଟ-ଅପ୍ସର ବିସ୍ତାର ସେତେବେଳେ ହେବ ଉଦ୍ୟୋଗୀତା ପଦକ୍ଷେପକୁ ଆମେ ବଢ଼ାଇବା, ନବାଚାର ଉପରେ ଜୋର ଦେବା, ନୂତନ ଟେକ୍ନୋଲୋଜି- ନୂଆ ବଜାରର ଅନ୍ୱେଷଣ କରିବା, ନୂତନ ବାଣିଜ୍ୟ ବିଚାର ଉପରେ କାର୍ଯ୍ୟ କରିବା ।  ଆହୁରି ଏତେ କିଛି କରିବା ପାଇଁ ଯିଏ ସେମାନଙ୍କୁ ଫାଇନାନ୍ସ କରିଥାନ୍ତି, ସେଥିରେ ମଧ୍ୟ ଏହି ଭବିଷ୍ୟତର ଧାରଣା ପ୍ରତି ଏକ ଗଭୀର ବୁଝାମଣା ହେବା ଜରୁରୀ ଅଟେ । ଆମର ଅର୍ଥ କ୍ଷେତ୍ରକୁ ମଧ୍ୟ ନୂତନ ଭବିଷ୍ୟତାତ୍ମକ ଧାରଣା ଏବଂ ପଦକ୍ଷେପର ଅଭିନବ ଅର୍ଥ ପ୍ରଦାନ ଏବଂ ସ୍ଥାୟୀ ବିପଦ ପରିଚାଳନା ଉପରେ ଆମକୁ ବିଚାର କରିବାକୁ ହେବ ।

ସାଥୀମାନେ,

ଏହା ଆପଣ ସମସ୍ତେ ଭଲ ଭାବରେ ଜାଣନ୍ତି ଯେ, ଆଜି ଦେଶର ପ୍ରାଥମିକତା ଭାରତର ଆବଶ୍ୟକତାରେ ଆତ୍ମନିର୍ଭରତା ଏବଂ ତା’ ସହିତ ରପ୍ତାନିରେ ମଧ୍ୟ ଆମେ କିପରି ଅଧିକରୁ ଅଧିକ କେମିତି ବଢ଼ିବୁ ଏହା ମଧ୍ୟ ଏକ ଚିନ୍ତାର ବିଷୟ ଅଟେ । ବିଶେଷଜ୍ଞମାନଙ୍କର ଆର୍ଥିକ ଆବଶ୍ୟକତା ମଧ୍ୟ ଭିନ୍ନ ହୋଇଥାଏ । ଏହି ଆବଶ୍ୟକତା ଅନୁଯାୟୀ ଆପଣ କ’ଣ ନିଜର ଉତ୍ପାଦ ଏବଂ ସେବାକୁ ଉନ୍ନତ କରିପାରିବେ, ଯାହକି ବିତରକଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଆପଣ ଏଗୁଡ଼ିକୁ ପ୍ରାଥମିକତା ଯଦି ଦେବେ ସେମାନଙ୍କର ଶକ୍ତି ବଢ଼ିବ ଏବଂ ଯେତେବେଳେ ସେମାନଙ୍କର ଶକ୍ତି ବଢ଼ିବ ସେତେବେଳେ ଦେଶର ରପ୍ତାନି ମଧ୍ୟ ବଢ଼ିବ । ବର୍ତ୍ତମାନ ଯେମିତି ଏହି ସମୟରେ ବିଶ୍ୱରେ ଭାରତରେ ଗହମ ପ୍ରତି ଆକର୍ଷଣ ବଢ଼ିବାର ଖବର ଆମର ହସ୍ତଗତ ହେଉଛି, ତେବେ ଗହମର ଯେଉଁ ରପ୍ତାନି ହେବ, ଆମର କ’ଣ ଆର୍ଥିକ ଅନୁଷ୍ଠାନମାନଙ୍କର ମଧ୍ୟ ସେହି ଦିଗରେ ଧ୍ୟାନ ଆସିବ କି? ଆମର ଆମଦାନୀ- ରପ୍ତାନି କରୁଥିବା ବିଭାଗର ସେପଟେ ଧ୍ୟାନ ଅଛି କି? ଆମର ଯେଉଁ ଜାହାଜ ଶିଳ୍ପ ଅଛି ତାଙ୍କ ମଧ୍ୟରେ ତାହାର ପ୍ରାଥମିକତାକୁ ନେଇ ଚିନ୍ତା ଅଛି କି? ଅର୍ଥାତ ଏକ ପ୍ରକାରରେ ଦେଖିବାକୁ ଗଲେ ଏହା ଏକ ପ୍ରକାରର ବିସ୍ତୃତ ପ୍ରୟାସ । ଏହା ଆପଣମାନେ ଜାଣନ୍ତୁ ଯେ ବିଶ୍ୱରେ ଗହମ କ୍ଷେତ୍ରରେ ଆମର ସୁଯୋଗ ଆସିଛି । ତେବେ ସମୟ ପୂର୍ବରୁ ତାହାର ଉତ୍ତମ ଗୁଣବତ୍ତା, ଉତ୍ତମ ସେବା ସହିତ ଆମେ ସୁଯୋଗ ଦେଉଛୁ, ଯାହାକି ଧୀରେ ଧୀରେ ତାହାର ସ୍ଥାୟୀତ୍ୱ ଆସିଯିବ ।

ସାଥୀମାନେ,

ଭାରତର ଅର୍ଥ ବ୍ୟବସ୍ଥାର ବଡ଼ ଆଧାର ଏଥିପାଇଁ ମୁଁ କହୁଛି ଯେ ଗ୍ରାମୀଣ ଅର୍ଥନୀତିକୁ ଆମେ ଅସ୍ୱୀକାର କରିପାରିବୁ ନାହିଁ, ମନା କରିପାରିବୁ ନାହିଁ ଏବଂ ଗ୍ରାମୀଣ ଅର୍ଥନୀତି ଏତେ ବଡ଼ ବ୍ୟାପକ ଭିତ୍ତିଭୂମି ଯେ ଯାହା ଟିକେ ଟିକେ କରି ଯେତେବେଳେ ଏହାର ଆମେ ସଂକଳନ କରୁ ତାହା ବହୁତ ବଡ଼ ହୋଇଯାଏ । ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ଆବଶ୍ୟକ ରହିଛି । କିନ୍ତୁ ତାହାର ଫଳାଫଳ ବହୁତ ବଡ଼ ହୋଇଥାଏ । ଯେଭଳି ସ୍ୱୟଂସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା, ଆମେ କ’ଣ ସକ୍ରିୟ ହୋଇ ସ୍ୱୟଂସହାୟକ ଗୋଷ୍ଠୀ ହେଉ, ଅର୍ଥ ହେଉ, ପ୍ରଯୁକ୍ତିବିଦ୍ୟା ହେଉ, ମାର୍କେଟିଂ ହେଉ, ଏକ ବଡ଼ ବ୍ୟାପକ ସହାୟତା କରିପାରିବା, ବର୍ତ୍ତମାନ ଯେପରି କିଷାନ କ୍ରେଡିଟ କାର୍ଡର କାର୍ଯ୍ୟ ଭଳି ମିଶନ ମୋଡରେ କ’ଣ ପ୍ରତ୍ୟେକ କୃଷକଙ୍କୁ କିପରି କିଷାନ କ୍ରେଡିଟ କାର୍ଡ ମିଳିପାରିବ, ମତ୍ସ୍ୟଜୀବୀମାନେ କିପରି କାର୍ଡ ପାଇବେ, ପଶୁପାଳକମାନଙ୍କୁ କିପରି କାର୍ଡ ମିଳିବ ତାହା ଉପରେ ଆମର ଆଗ୍ରହ ରହିଛି କି? ଆଜି ଦେଶରେ ହଜାର ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଉଛି ଏବଂ ବଡ଼ ବଡ଼ ପଦକ୍ଷେପ ମଧ୍ୟ ନିଆଯାଉଛି । କେତେକ ରାଜ୍ୟରେ ମଧ୍ୟ ଭଲ ଫଳାଫଳ ଦୃଶ୍ୟମାନ ହେଉଛି । ଆମେ ସେହି ଦିଗରେ କାମ କରିଛୁ କି... ବର୍ତ୍ତମାନ ଯେପରି କୃଷି କ୍ଷେତ୍ରରେ, ପୂର୍ବରୁ ମହୁ ଚାଷ ପ୍ରତି ଧ୍ୟାନ ଦିଆଯାଉ ନ ଥିଲା, ବର୍ତ୍ତମାନ ଆମର ମହୁ ଚାଷ ଉପରେ ବହୁତ ଭଲ କାମ ହେଉଛି । କିନ୍ତୁ ବର୍ତ୍ତମାନ ତାହା ବିଶ୍ୱ ବଜାରରେ ମାର୍କେଟିଂ, ସେଥିପାଇଁ ତାହାର ବ୍ରାଣ୍ଡିଂ, ତାହାକୁ ଆର୍ଥିକ ସାହାଯ୍ୟ- ଏହିସବୁ ଜିନିଷ ଉପରେ ଆମେ କ’ଣ କାର୍ଯ୍ୟ କରିପାରିବା? ସେହିଭଳି ଆଜି ଦେଶର ଲକ୍ଷ ଲକ୍ଷ ଗାଁରେ ସାଧାରଣ ସେବା କେନ୍ଦ୍ର ନିର୍ମାଣ କରାଯାଉଛି । ତାହାକୁ ଯଦି ଆପଣ ଆପଣଙ୍କର ନୀତିର ପ୍ରାଥମିକତା ମଧ୍ୟରେ ରଖିବେ ତେବେ ଦେଶର ଗ୍ରାମୀଣ ଅର୍ଥନୀତିକୁ ବହୁତ ଶକ୍ତି ମିଳିବ । କୌଣସି ପ୍ରକାରରେ ସେବା କେନ୍ଦ୍ର ଏହାର ସବୁଠାରୁ ବଡ଼ ଲାଭ ହେଉଛି ଗାଁରେ ରେଳ ସଂରକ୍ଷଣ କରିବା, ଯେପରି ଗାଁରୁ ସହରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଯାଆନ୍ତି, ସେବା କେନ୍ଦ୍ର ପରିଦର୍ଶନ କରନ୍ତି, ତାଙ୍କର ସଂରକ୍ଷଣ ପାଇଁ କାର୍ଯ୍ୟ କରାଇ ଦେଇଥାନ୍ତି । ଆପଣ ଜାଣନ୍ତି ଯେ ଆଜି ଆମେ ଅପ୍ଟିକାଲ ଫାଇବର ନେଟୱାର୍କ ସ୍ଥାପନ କରି ପ୍ରତ୍ୟେକ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଉଛୁ । ସରକାର ଏକ ଉପାୟରେ ଡିଜିଟାଲ ରାଜପଥ ନିର୍ମାଣ କରିଛନ୍ତି । ଏବଂ ମୁଁ ସରଳ ଭାଷାରେ କହିବି ଯେ ମୁଁ ଡିଜିଟାଲ ରୋଡ ଏଥିପାଇଁ କହିବି- କାରଣ ମୋତେ ଗାଁକୁ ଡିଜିଟାଲ ଦିଗରେ ନେବାକୁ ପଡ଼ିବ ଏବଂ ସେଥିପାଇଁ ଡିଜିଟାଲ ରାସ୍ତା ନିର୍ମାଣ କରାଯାଉଛି । ଆମେ ବଡ଼ ବଡ଼ ଡିଜିଟାଲ ରାଜପଥ ବିଷୟରେ କଥାବାର୍ତ୍ତା କରୁଛୁ, ଆମକୁ ତଳକୁ ଯିବାକୁ ପଡ଼ିବ, ଗାଁରେ ପହଂଚିବାକୁ ପଡ଼ିବ, ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ହେବ ଏବଂ ସେଥିପାଇଁ ଡିଜିଟାଲ ସଡ଼କ ପଥ, ଆମେ ଏହି ଅଭିଯାନକୁ ବଦଳାଇ ଦେଇପାରିବା । ଆମେ ଆର୍ଥିକ ସମାବେଶକୁ ବିଭିନ୍ନ ଉତ୍ପାଦକୁ ଆମେ ଗାଁ ଗାଁ ପର୍ଯ୍ୟନ୍ତ ନେଇପାରିବା କି? ସେହିଭଳି ଭାବରେ କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଜଡ଼ିତ ହୋଇ ରହିଛି । ଗୋଦାମ ଘର, କୃଷି ସାମଗ୍ରୀ ମଧ୍ୟ ରହିଛି । ପ୍ରାକୃତିକ ଚାଷ ଠାରୁ ଆରମ୍ଭ କରି ଜୈବିକ ଚାଷ ସହିତ ଭାରତର ଆକାଂକ୍ଷାଗୁଡ଼ିକ ଯୋଡ଼ି ହୋଇ ରହିଛି । ଯଦି କେହି ସେମାନଙ୍କ ମଧ୍ୟରେ ନୂତନ କାର୍ଯ୍ୟ କରିବାକୁ ଆଗକୁ ଆସୁଛନ୍ତି ତେବେ ଆମର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ତାଙ୍କୁ କିପରି ସାହାଯ୍ୟ କରିପାରିବେ ସେ ବିଷୟରେ ଚିନ୍ତା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସାଥୀମାନେ,

ଆଜିକାଲି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ସରକାର ବହୁ ବିନିଯୋଗ କରୁଛନ୍ତି । ଆମର ଏଠାରେ ଡାକ୍ତରୀ ଶିକ୍ଷା ସହିତ ଜଡ଼ିତ ଆହ୍ୱାନଗୁଡ଼ିକୁ ଦୂର କରିବାକୁ, ଏଠାରେ ଅଧିକରୁ ଅଧିକ ଚିକିତ୍ସା ପ୍ରତିଷ୍ଠାନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଆମର ଯେଉଁ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଅଛି, ଯେଉଁ ବ୍ୟାଙ୍କଗୁଡ଼ିକ ଅଛି, ସେମାନେ ମଧ୍ୟ ସେମାନଙ୍କର ବ୍ୟବସାୟ ଯୋଜନାରେ ଏହି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଇପାରିବେ କି?

ସାଥୀମାନେ,

ଆଜିର ଦିନରେ ଗ୍ଲୋବାଲ ୱାର୍ମିଂ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଯାଇଛି ଏବଂ ୨ଠ୭ଠ ସୁଦ୍ଧା ଭାରତ ନେଟ- ଜିରୋର ଲକ୍ଷ୍ୟ ସ୍ଥିର କରିଛି । ଦେଶରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇସାରିଛି । ଏହି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପରିବେଶ ଅନୁକୂଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ସବୁଜ ଅର୍ଥ ପ୍ରଦାନ ଏବଂ ନୂତନ ଦିଗଗୁଡ଼ିକର ଅଧ୍ୟୟନ ଏବଂ କାର୍ଯ୍ୟକାରିତା ହେଉଛି ଆଜିର ସମୟର ଆବଶ୍ୟକତା । ଯେପରି ସୌର ଶକ୍ତି କ୍ଷେତ୍ରରେ ଭାରତ ବହୁତ କିଛି କରିଛି, ଭାରତ ଏଠାରେ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂତି ସୃଷ୍ଟି କରୁଛି । ଆମେ ଦେଶରେ ଯେଉଁ ହାଉସିଂ ସେକ୍ଟରର ସିକ୍ସ ଲାଇଟ ହାଉସ ପ୍ରୋଜେକ୍ଟ କାର୍ଯ୍ୟକାରୀ କରୁଛୁ ସେଥିରେ ମଧ୍ୟ ଆମେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମିକୁ ପ୍ରାଥମିକତା ଦେଉଛୁ । ଏହି କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟଗୁଡ଼ିକ ପାଇଁ ଆପଣଙ୍କର ସମର୍ଥନ, ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲାଇଟ ହାଉସ ପ୍ରୋଜେକ୍ଟ ମଡେଲ ଆକାରରେ ଅଛି କିନ୍ତୁ ଏହି ପ୍ରକାରର ଅଞ୍ଚଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆର୍ଥିକ ସହାୟତା ପାଇପାରିବେ, ତେଣୁ ଏହି ମଡେଲକୁ ନକଲ କରି ଛୋଟ ଛୋଟ ସହରକୁ ନେଇଯିବେ । ତେଣୁ ଆମର ଟେକ୍ନୋଲୋଜୀ ଅତି ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିବ । କାର୍ଯ୍ୟର ଗତି ବଢ଼ିବ ଏବଂ ମୁଁ ଭାବୁଛି ଏହି ପ୍ରକାରର ସମର୍ଥନ ବହୁତ ମାନ୍ୟତା ଦେଇଥାଏ ।

ସାଥୀମାନେ,

ମୋତେ ବିଶ୍ୱାସ ଅଛି ଯେ ଆପଣମାନେ ସମସ୍ତେ ଏହି ବିଷୟଗୁଡ଼ିକ ଉପରେ ଗମ୍ଭୀରତାର ସହ ଆଲୋଚନା କରିବେ ଏବଂ ଏହି ୱେବିନାରରୁ ଆମକୁ କାର୍ଯ୍ୟକ୍ଷମ ସମାଧାନ ସ୍ଥିର କରିବାକୁ ପଡ଼ିବ, ଧାରଣା ନୁହେଁ, ବହୁତ ବଡ଼ ବଡ଼ ଦୃଷ୍ଟି ଏବଂ ୨ଠ୨୩ର ବଜେଟ ବିଷୟରେ ଆଜି ଆମକୁ ତିଆରି କରିବାକୁ ହେବ ନାହିଁ । ଆଜି ମୋତେ ମାର୍ଚ୍ଚ ୨ଠ୨୨-୨ଠ୨୩ ମାସ ପାଇଁ ବଜେଟ କିପରି କାର୍ଯ୍ୟକାରୀ କରିବି, ଶୀଘ୍ର କିପରି କାର୍ଯ୍ୟକାରୀ କରିବି, ଫଳାଫଳ କିପରି ପାଇବି ଏବଂ ସରକାର ଆପଣଙ୍କର ଯେଉଁ ଦୈନନ୍ଦୀନର ଅଭିଜ୍ଞତା ଅଛି ତାହା ମଧ୍ୟରୁ ଲାଭ ପାଇପାରିବେ, ଯାହାଦ୍ୱାରା ଆମେ ଫାଇଲରେ ଫୁଲଷ୍ଟପ, କମାରେ ଏପଟ ସେପଟ ନ ହୋଇ ଯାଉ । ଯେଉଁ କାରଣରୁ ଛଅ ଛଅ ମାସ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ଝୁଲି ରହିବ । ଏହା ଆମେ କରିବା ପୂର୍ବରୁ ଆଲୋଚନା କରିବା, ତେବେ ଏହା ଲାଭଦାୟକ ହେବ । ଆମେ ଏକ ନୂତନ ପଦକ୍ଷେପ ନେଇଛୁ ଏବଂ ଯାହାକୁ ମୁଁ ସମସ୍ତଙ୍କ ଉଦ୍ୟମ ବୋଲି କହୁଛି । ଏହା ସମସ୍ତଙ୍କର ପ୍ରୟାସର ଏକ ଉଦାହରଣ ଅଟେ ଯେ ଭାରତରେ ବଜେଟ ଆସିବା ପୂର୍ବରୁ ଆପଣ ସମସ୍ତଙ୍କ ସହ ଆଲୋଚନା କରିବା, ବଜେଟ ପ୍ରସ୍ତୁତ ହେବା ପରେ ଆଲୋଚନା, ସେହି ଆଲୋଚନା, କାର୍ଯ୍ୟକାରିତା ପାଇଁ ଆଲୋଚନା, ଏହା ନିଜେ ହିଁ ନିଜେ ଗଣତନ୍ତ୍ରର ଏକ ଚମକ୍ରାର ପରୀକ୍ଷଣ ଅଟେ । ଆର୍ଥିକ ଦୁନିଆରେ ଏହି ପ୍ରକାରର ଗଣତାନ୍ତ୍ରିକ ପ୍ରୟାସ ସମସ୍ତ ହିତାଧିକାରୀଙ୍କ ସହ ମିଶି କାର୍ଯ୍ୟ କରିବା । ବଜେଟର ବୈଶିଷ୍ଟ୍ୟ ଯାହା ବି ହେଉ, ଶକ୍ତି ଯାହା ହେଉ ନା କାହିଁକି ଏହାକୁ ଉଚ୍ଚ ପ୍ରଶଂସା କରାଯାଇଛି । କିନ୍ତୁ ମୁଁ ପ୍ରଶଂସା କରି ବନ୍ଦ ହୋଇ ରହିଯିବି ନାହିଁ । ଏଥର ବଜେଟର ଚତୁଃପାଶ୍ୱର୍ରେ ପ୍ରଶଂସା କରାଯାଇଛି । କିନ୍ତୁ ମୋତେ ତାହାକୁ ଅଟକାଇବାକୁ ହେବ ନାହିଁ । ମୋତେ ଆପଣମାନଙ୍କର ସାହାଯ୍ୟ ଆବଶ୍ୟକ । ମୋତେ ଆପଣମାନଙ୍କର ସକ୍ରିୟ ଭୂମିକା ଆବଶ୍ୟକ । ମୁଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ କହିବି ଯେ ଏଥିପାଇଁ ସେମାନଙ୍କର ନୀତିଗତ ଜିନିଷଗୁଡ଼ିକୁ ସ୍ଥିର କରିବାକୁ ପଡ଼ିବ, ନିର୍ଣ୍ଣୟ ନେବାକୁ ପଡ଼ିବ, ନୀତି ପ୍ରସ୍ତୁତ କରିବାକୁ ପଡ଼ିବ, ତାହା ଏପ୍ରିଲ ୧ ପୂର୍ବରୁ କରାଯାଇ ପାରିବ କି? ଆପଣ ଯେତେଶୀଘ୍ର ବଜାରକୁ ଆସିବେ, ଆପଣଙ୍କ ରାଜ୍ୟକୁ ଅଧିକ ଲୋକ ଆସିବେ, ତେବେ ଯାଇ ଆପଣଙ୍କ ରାଜ୍ୟ ଉପକୃତ ହେବ । ରାଜ୍ୟମାନଙ୍କ ମଧ୍ୟରେ ଏକ ବଡ଼ ପ୍ରତିଦ୍ୱନ୍ଦ୍ୱିତା ହେବା ଉଚିତ ଯେ ଏହି କେଉଁ ରାଜ୍ୟ ଏପରି ପ୍ରଗତିଶୀଳ ନୀତି ନେଇ ଆସୁଛି, ଯାହାଦ୍ୱାରା ସମସ୍ତ ଆର୍ଥିକ ପ୍ରତିଷ୍ଠାନରେ ନିବେଶ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଉଛନ୍ତି । ଆମେ ଏକ ବଡ଼ ପ୍ରଗତିଶୀଳ ଇକୋ-ସିଷ୍ଟମ ବିକାଶ କରିବୁ । କିଛି ନୂଆ ଚେଷ୍ଟା କରିବା ପାଇଁ ଆମେ ପ୍ରଥମେ ପଦକ୍ଷେପ ନେବୁ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ଅନୁଭବୀ ଅଟନ୍ତି । ଆପଣ ଦୈନନ୍ଦୀନ ସମସ୍ୟାର ସମାଧାନ ବିଷୟରେ ଜାଣିଛନ୍ତି । ସେହି ସମାଧାନ ପାଇଁ ଆମେ ଆପଣଙ୍କ ସହିତ ବସିଛୁ । ସେଥିପାଇଁ ମୁଁ ଚାହୁଁଛି ଯେ ଏହି ବଜେଟର ଆଲୋଚନାରେ ଅଧିକ ପୋଷ୍ଟ ବଜେଟର ଆଲୋଚନା ଅଧିକ ହେଉଛି ଏବଂ କାର୍ଯ୍ୟାନ୍ୱୟନ ପାଇଁ ବିଶେଷ ଭାବେ ଆଲୋଚନା ହେଉଛି । ତେଣୁ କାର୍ଯ୍ୟାନ୍ୱୟନ ପାଇଁ ଆପଣଙ୍କ ଠାରୁ ପରାମର୍ଶ ଆବଶ୍ୟକ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣଙ୍କର ଯୋଗଦାନ ବହୁତ ଲାଭଦାୟକ ହେବ । ବହୁତ ବହୁତ ଧନ୍ୟବାଦ!

ବହୁତ ବହୁତ ଶୁଭକାମନା!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Big tax relief for disabled employees: Travel deduction raised under draft tax rules 2026

Media Coverage

Big tax relief for disabled employees: Travel deduction raised under draft tax rules 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Highlights qualities of Intellect and AI for Public Good sharing a Sanskrit Subhashitam
February 17, 2026

Prime Minister Shri Narendra Modi today underscored the importance of intelligence, reasoning, and decision-making in making science and technology truly useful for society. Underlining the India AI Impact Summit, the Prime Minister emphasized that the core objective of the Summit is to explore how Artificial Intelligence can be harnessed for the welfare of all citizens.

Quoting from ancient wisdom on X, the Prime Minister reflected on the timeless qualities of intellect:

“बुद्धिमत्ता, तर्कशीलता और निर्णय-क्षमता विज्ञान और टेक्नोलॉजी को जन-जन के लिए उपयोगी बनाती हैं। India AI Impact Summit का उद्देश्य भी यही है कि कैसे एआई का इस्तेमाल सर्वजन के हित में हो।

शुश्रूषा श्रवणं चैव ग्रहणं धारणां तथा।

ऊहापोहोऽर्थविज्ञानं तत्त्वज्ञानं च धीगुणाः॥”

 बुद्धिमत्ता, तर्कशीलता और निर्णय-क्षमता विज्ञान और टेक्नोलॉजी को जन-जन के लिए उपयोगी बनाती हैं। India AI Impact Summit का उद्देश्य भी यही है कि कैसे एआई का इस्तेमाल सर्वजन के हित में हो।

शुश्रूषा श्रवणं चैव ग्रहणं धारणां तथा।

ऊहापोहोऽर्थविज्ञानं तत्त्वज्ञानं च धीगुणाः॥ pic.twitter.com/qytLZxv1uh