ଭାରତୀୟ ନୌସେନାରେ ସ୍ୱଦେଶୀ ବୈଷୟିକ ଜ୍ଞାନ ଉପଯୋଗ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ “‘SPRINT” ଆହ୍ୱାନ
“ଏକ ବିଂଶ ଶତାବ୍ଦୀ ଭାରତ ପାଇଁ ଭାରତୀୟ ପ୍ରତିରକ୍ଷା ବଳ ନିମନ୍ତେ ଆତ୍ମନିର୍ଭର ଲକ୍ଷ୍ୟ ହାସଲ ଖୁବ୍ ଗୁରୁତ୍ୱପୂର୍ଣ୍ଣ”
“ନବୋନ୍ମେଷ ସମାଲୋଚନାର ଶରବ୍ୟ ହେଲେ ମଧ୍ୟ ଏହାର ସ୍ୱଦେଶୀ ପ୍ରସ୍ତୁତ ହେବାଦରକାର, ଆମଦାନୀ ସାମଗ୍ରୀ ନବୋନ୍ମେଷର ଉତ୍ସ ହୋଇ ପାରିବ ନାହିଁ”
“ପ୍ରଥମ ସ୍ୱଦେଶୀ ପରିବହନକାରୀ ଏୟାରକ୍ରାଫ୍ଟର ସାମିଲ ହେବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ”
“ଜାତୀୟ ସୁରକ୍ଷା ପ୍ରତି ବିପଦ ମଧ୍ୟ ଅଧିକରୁ ଅôଧକ ହେଉଥିବାବେଳେ ଯୁଦ୍ଧ ବିଗ୍ରହ ପଦ୍ଧତି ମଧ୍ୟ ପରିବମର୍ତ୍ତିତ ହେବାରେ ଲାଗିଛି”
“ବୈଶ୍ୱିକ ମଞ୍ଚରେ ଭାରତ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଥିବାବେଳେ ଦୁସପ୍ରଚାର, ଅପପ୍ରଚାର ଓ ମିଥ୍ୟା ପ୍ରକାଶନ ଜରିଆରେ ଦେଶକୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି”
“ଦେଶର ସ୍ୱାର୍ଥକୁ ଦେଶ ଭିତରେ ବା ବାହାର କ୍ଷତି ପହଞ୍ଚାଉଥିବା ଶକ୍ତିମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ”
“ସମଗ୍ର ସରକାର ଯେପରି ଆତ୍ମ ନିର୍ଭର ଭାରତ ପାଇଁ ଉଦ୍ୟମରତ ସେହିପରି ସମଗ୍ର ଦେଶ ଦେଶର ପ୍ରତିରକ୍ଷା ପାଇଁ ଉଦ୍ୟମରତ ହେବା ହେଉଛି ବର୍ତ୍ତମାନର ଆବଶ୍ୟକତା”

 ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ମୋର ସାଥୀ ଶ୍ରୀ ରାଜନାଥ ସିଂହ ଜୀ, ଶ୍ରୀ ଅଜୟ ଭଟ୍ଟ ଜୀ, ଚିଫ୍ ଅଫ୍ ନାଭାଲ ଷ୍ଟାଫ, ଭାଇସ୍ ଚିଫ୍ ଅଫ୍ ନାଭାଲ ଷ୍ଟାଫ୍, ଡିଫେନ୍ସ ସେକ୍ରେଟାରୀ, ଏସଆଇଡିଏମର ପ୍ରେସିଡେଣ୍ଟ, ଉଦ୍ୟୋଗ ଏବଂ ଶିକ୍ଷା ସହ ଜଡ଼ିତ ସମସ୍ତ ସାଥୀ, ଅନ୍ୟ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।

ଭାରତୀୟ ସୈନ୍ୟବାହିନୀରେ ଆତ୍ମନିର୍ଭରତାର ଲକ୍ଷ୍ୟ, ଏକବିଂଶ ଶତାବ୍ଦୀର ଭାରତ ପାଇଁ ବହୁତ ଜରୁରୀ ଅଟେ, ବହୁତ ଅନିବାର୍ଯ୍ୟ ଅଟେ । ଆତ୍ମନିର୍ଭର ନୌସେନା ପାଇଁ ପ୍ରଥମେ ସ୍ୱାବଲମ୍ବନ ଆଲୋଚନାଚକ୍ରର ଆୟୋଜନ ହେବା, ମୁଁ ବୁଝିପାରୁଛି ଯେ ଏହା ନିଜେ ଗୋଟିଏ ବହୁତ ବଡ଼ ମହତ୍ୱପୂର୍ଣ୍ଣ କଥା ଅଟେ ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ଏବଂ ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସାଥୀମାନେ,

ସୈନ୍ୟ ପ୍ରସ୍ତୁତିରେ ଏବଂ ବିଶେଷ କରି ନେଭିରେ ସଂଯୁକ୍ତ ଅଭ୍ୟାସ, ଏହାର ଏକ ବହୁତ ବଡ଼ ଭୂମିକା ରହିଥାଏ । ଏହି ଆଲୋଚନାଚକ୍ର ମଧ୍ୟ ଏକ ପ୍ରକାରର ସଂଯୁକ୍ତ ଅଭ୍ୟାସ ଅଟେ, ଆତ୍ମନିର୍ଭରତା ପାଇଁ ଏହି ସଂଯୁକ୍ତ ଅଭ୍ୟାସରେ ନେଭି, ଉଦ୍ୟୋଗ, ଏମଏସଏମଇ, ଶିକ୍ଷାକ୍ଷେତ୍ର, ଅର୍ଥାତ ବିଶ୍ୱର ଲୋକମାନେ ଏବଂ ସରକାରଙ୍କ ପ୍ରତିନିଧି, ପ୍ରତ୍ୟେକ ଷ୍ଟେକ ହୋଲ୍ଡର ଆଜି ଏକାଠି ମିଶି ଗୋଟିଏ ଲକ୍ଷ୍ୟକୁ ନେଇ ଚିନ୍ତା କରୁଛି । ଜଏଣ୍ଟ ଏକ୍ସରସାଇଜର ଲକ୍ଷ୍ୟ ହେଉଛି ଯେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳୁ, ଜଣେ ଅନ୍ୟଜଣଙ୍କୁ ବୁଝିପାରୁ, ଭଲ ଅଭ୍ୟାସକୁ ଗ୍ରହଣ କରାଯାଇପାରୁ । ଏମିତି ଭାବରେ ଦେଖିବାକୁ ଗଲେ ଏଇ ଜଏଣ୍ଟ ଏକ୍ସରସାଇଜର ଲକ୍ଷ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆମେ ମିଳିମିଶି ଆଗାମୀ ବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନେଭି ପାଇଁ ୭୫ ଦେଶଜ ଟେକ୍ନୋଲୋଜୀ ନିର୍ମାଣ କରିବୁ, ଏହି ସଂକଳ୍ପ ହିଁ ନିଜ ନିଜ ଭିତରେ ଏକ ବହୁତ ବଡ଼ ଶକ୍ତି ଅଟେ ଏବଂ ଆପଣଙ୍କର ଉଦେଶ୍ୟ ଅଟେ, ଆପଣଙ୍କ ଅନୁଭବ, ଆପଣଙ୍କ ଜ୍ଞାନ ଏହାକୁ ନିଶ୍ଚିତ ଭାବରେ ସିଦ୍ଧି କରିବ । ଆଜି ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷର ପର୍ବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏଭଳି ଲକ୍ଷ୍ୟର ପ୍ରାପ୍ତି, ଆତ୍ମନିର୍ଭରତାରେ ଆମର ଲକ୍ଷ୍ୟଗୁଡ଼ିକୁ ଆହୁରି ଗତି ମିଳିବ । ସେମିତି ମୁଁ ଏହା ମଧ୍ୟ କହିବି ଯେ ୭୫ ଦେଶଜ ଟେକ୍ନୋଲୋଜୀର ନିର୍ମାଣ ଏକ ପ୍ରକାରରେ ପ୍ରଥମ ପଦକ୍ଷେପ ଅଟେ । ଆମକୁ ଏହାର ସଂଖ୍ୟାକୁ କ୍ରମାଗତ ଭାବରେ ବଢ଼ାଇବା ପାଇଁ କାର୍ଯ୍ୟ କରିବାକୁ ହେବ । ଆପଣଙ୍କ ଲକ୍ଷ୍ୟ ଏହା ହେବା ଦରକାର ଯେ ଭାରତ ଯେତେବେଳେ ସ୍ୱାଧୀନତାର ୧ଠଠ ବର୍ଷର ପର୍ବ ପାଳନ କରିବ, ସେଇ ସମୟରେ ଆମର ନୌସେନା ଏକ ଅଦ୍ଭୁତପୂର୍ବ ଶିଖରରେ ପହଂଚିଥିବ ।

ସାଥୀମାନେ,

ଆମର ସମୁଦ୍ର, ଆମର ତଟୀୟ ଜଳ ସୀମାରେ, ଆମର ଆର୍ଥିକ ଆତ୍ମନିର୍ଭରଶୀଳତାର ବହୁତ ବଡ଼ ସଂରକ୍ଷକ ମଧ୍ୟ ଆଉ ଏକ ପ୍ରକାରରେ ସଂବର୍ଦ୍ଧକ ମଧ୍ୟ ଅଟେ । ଏଥିପାଇଁ ଭାରତୀୟ ନୌସେନାର ଭୂମିକା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ଏଥିପାଇଁ ନୌସେନା ସହିତ ଦେଶରେ ବଢ଼ୁଥିବା ଆବଶ୍ୟକତା ପାଇଁ ମଧ୍ୟ ନୌସେନାର ସ୍ୱାବଲମ୍ବୀ ହେବା ବହୁତ ଆବଶ୍ୟକ ଅଟେ । ମୋତେ ବିଶ୍ୱାସ ଅଛି, ଏହି ଆଲୋଚନାଚକ୍ର ଏବଂ ଏଥିରୁ ବାହାରିଥିବା ଅମୃତ, ଆମର ସେନାମାନଙ୍କୁ ସ୍ୱାବଲମ୍ବୀ ହେବାରେ ବହୁତ ସାହାଯ୍ୟ କରିବ ।

ସାଥୀମାନେ,

ଆଜି ଯେତେବେଳେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭବିଷ୍ୟତର ଚର୍ଚ୍ଚା କରୁଛ ସେତେବେଳେ ଏହା ମଧ୍ୟ ଆବଶ୍ୟକ ଅଟେ ଯେ ଗତ ୧ଠ ବର୍ଷରେ ଯାହା ହୋଇଥିଲା, ସେଥିରୁ ଆମେ ଶିକ୍ଷା ମଧ୍ୟ ପାଇଲୁ । ଏହାଠାରୁ ଆମେ ଭବିଷ୍ୟତ ରାସ୍ତା ତିଆରି କରିବାକୁ ସାହାଯ୍ୟ ମିଳିବ । ଆଜି ଯେତେବେଳେ ଆମେ ପଛକୁ ଚାହିଁ ଦେଖୁଛୁ ସେତେବେଳେ ଆମକୁ ଆମର ସମୃଦ୍ଧ ଐତିହ୍ୟ ଦର୍ଶନ ମିଳିଥାଏ । ଭାରତର ସମୃଦ୍ଧ ଟ୍ରେଡ ରୁଟ, ଏହି ଐତିହ୍ୟର ଅଂଶ ରହିଛି । ଆମ ପୂର୍ବ ପୁରୁଷମାନେ ସମୁଦ୍ର ପଥରେ ନିଜର ଆଧିପତ୍ୟ ରହିଥିଲା ସେଥିପାଇଁ ସେମାନେ ସ୍ଥିର କରିପାରିବେ,  କାରଣ ତାଙ୍କୁ ପବନର ଦିଗ ସମ୍ପର୍କରେ, ଅନ୍ତରୀକ୍ଷ ବିଜ୍ଞାନ ସମ୍ପର୍କରେ ବହୁତ ଭଲ ଜ୍ଞାନ ଥିଲା । କେଉଁ ଋତୁରେ ପବନର ଦିଗ କ’ଣ ହେବ, କିଭଳି ପବନର ଦିଗ ସହିତ ଆଗକୁ ଯାଇ ଆମ ଲକ୍ଷ୍ୟସ୍ଥଳରେ ପହଂଚାଇବା, ଏହାର ଜ୍ଞାନ ଆମର ପୂର୍ବ ପୁରୁଷମାନଙ୍କର ବହୁତ ବଡ଼ ଶକ୍ତି ଥିଲା । ଦେଶରେ ଏହି ଜ୍ଞାନ ମଧ୍ୟ ବହୁତ କମ ଲୋକମାନଙ୍କ ପାଖରେ ଅଛି ଯେ ଭାରତର ପ୍ରତିରକ୍ଷା କ୍ଷେତ୍ର, ସ୍ୱାଧୀନତା ପୂର୍ବରୁ ମଧ୍ୟ ବହୁତ ମଜବୁତ ରହୁଥିଲା । ସ୍ୱାଧୀନତା ସମୟରେ ଦେଶରେ ୧୮ ଅସ୍ତ୍ରଶସ୍ତ୍ର କାରଖାନା ଥିଲା, ଯେଉଁଠି ଅର୍ଟଲରୀ ଗନ୍ସ ସମେତ ବହୁ ପ୍ରକାରର ସୈନିକ ସାଜ ସରଞ୍ଜାମ ଆମ ଦେଶରେ ତିଆରି ହେଉଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ରକ୍ଷା ଉପକରଣର ଆମେ ଏକ ପ୍ରମୁଖ ରପ୍ତାନିକାରୀ ଥିଲୁ । ଆମର  ହେଭିତ୍ୟଜର ତୋପଗୁଡ଼ିକ, ଇଶାପୁର ରାଇଫଲ ଫ୍ୟାକ୍ଟ୍ରିରେ ତିଆରି ମେଶିନ ଗନଗୁଡ଼ିକୁ ସେହି ସମୟରେ ଶ୍ରେଷ୍ଠ ମନାଯାଉଥିଲା । ଆମେ ବହୁତ ବଡ଼ ସଂଖ୍ୟାରେ ରପ୍ତାନୀ କରୁଥିଲୁ । କିନ୍ତୁ ପୁଣି ଏପରି କ’ଣ ହେଲା ଯେ ଗୋଟିଏ ସମୟରେ ଆମେ ଏହି କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ ଆମଦାନୀକାରୀ ହୋଇଗଲୁ? ଆହୁରି ଟିକିଏ ଯଦି ଆମେ ଏହାକୁ ରଖିବା ଯେ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ବହୁତ ବିନାଶ କରିଛି । ଅନେକ ପ୍ରକାରର ସଙ୍କଟରେ ବିଶ୍ୱର ବଡ଼ ବଡ଼ ଦେଶ ଫସିଯାଇଥିଲେ କିନ୍ତୁ ସଙ୍କଟକୁ ମଧ୍ୟ ପରିବର୍ତ୍ତନ କରିବାକୁ ମଧ୍ୟ ସେମାନେ ପ୍ରୟାସ କଲେ । ଏବଂ ସେମାନେ ଆୟୁଧର ନିର୍ମାଣ ଭିତରେ ଏବଂ ଦୁନିଆର ବଡ଼ ବଜାରକୁ ଅକ୍ତିଆରକ ରିବା ଦିଗରେ ପ୍ରତିଦ୍ୱନ୍ଦ୍ୱିତାରୁ ସେହି ରାସ୍ତା ବାହାର କଲେ ଏବଂ ନିଜେ ଏକ ବହୁତ ବଡ଼ ନିର୍ମାଣକର୍ତ୍ତା ଏବଂ ବହୁତ ବଡ଼ ଉତ୍ପାଦନକାରୀ ହୋଇଗଲେ ପ୍ରତିରକ୍ଷା ଦୁନିଆରେ, ଅର୍ଥାତ ଯୁଦ୍ଧକୁ ସାମ୍ନା କଲେ କିନ୍ତୁ ସେଥିରୁ ସେମାନେ ଏହି ରାସ୍ତା ମଧ୍ୟ ଖୋଜିଲେ । ଆମେ ମଧ୍ୟ କରୋନା କାଳରେ ଏତେ ବଡ଼ ସଙ୍କଟ ଆସିଲା, ଆମେ ବହୁତ ପୁରାପୁରୀ ବହୁତ ତଳକୁ ଖସି ଯାଇଥିଲୁ । ସମସ୍ତ ବ୍ୟବସ୍ଥାମାନ ନଥିଲା, ପିପିଇ କିଟ୍ ଆମ ପାଖରେ ନ ଥିଲା । ଭାକ୍ସିନ ବିଷୟରେ ଆମେ କଳ୍ପନା କରିପାରୁ ନ ଥିଲୁ । କିନ୍ତୁ ଯେମିତି ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଦୁନିଆର ସେହି ଦିଗରେ ବହୁତ ବଡ଼ ଶସ୍ତ୍ର ଶକ୍ତି ହେବା ଦିଗରେ ସେମାନେ ବାଟ ଖୋଜିନେଲେ, ଭାରତ ଏହି କରୋନା ଅବଧିରେ ଏପରି ବୁଦ୍ଧିମତାର ବୈଜ୍ଞାନିକ ଧାରାରେ ଭ୍ୟାକ୍ସିନ ଖୋଜିବାରେ ହେଉ, ବାକି ଉପକରଣ ବନାଇବାରେ ହେଉ, ପ୍ରତ୍ୟେକ ଜିନିଷ ବିଷୟରେ ପୂର୍ବେ କେବେ ହୋଇ ନ ଥିଲା, ସେ ସମସ୍ତ କାର୍ଯ୍ୟ କରିଲେ । ମୁଁ ଉଦାହରଣ ଏଥିପାଇଁ ହେଉଛି ଯେ ଆମ ନିକଟରେ ସାମର୍ଥ୍ୟ ଅଛି, ଆମ ନିକଟରେ ଟାଲେଣ୍ଟ ନାହିଁ, ଏମିତି ନୁହେଁ ମହାଶୟ ଏବଂ ଏହା ମଧ୍ୟ ବୁଦ୍ଧିମାନୀ ଅଟେ ନା ନାହିଁ ଯେ ଦୁନିଆରେ ଦଶ ଜଣ ଲୋକଙ୍କ ପାଖରେ ଯେଉଁ ପ୍ରକାରର ଭରଣ କରିବାର ଅଛି ସେଇ ଭରଣକୁ ନେଇ ମୁଁ ମୋର ଯବାନମାନଙ୍କୁ ପ୍ରତିଯୋଗିତା କ୍ଷେତ୍ରକୁ ନେଇ ଆସିବି। ହୋଇପାରେ ଯେ ତାଙ୍କର ଟାଲେଣ୍ଟ ଭଲ ହେବ, ଟ୍ରେନିଂ ଭଲ ହେବ, ତାହାହେଲେ ତାହାକୁ ଅଧିକ ଭଲ ଭାବରେ ଉପଯୋଗ କରି ବାହାରିଯିବ । କିନ୍ତୁ ମୁଁ କେତେଦିନ ପର୍ଯ୍ୟନ୍ତ ଦାୟିତ୍ୱ ନେଉଥିବି, ଯେଉଁ ହତିଆର ତାଙ୍କ ସହିତ ଅଛି, ସେହିଭଳି ହତିଆରକୁ ନେଇ ମୋର  ନୌଯବାନ କାହିଁକି ଯିବେ? ତାଙ୍କ ପାଖରେ ତାହା ଥିବ, ଯାହା ସେ ଚିନ୍ତା ମଧ୍ୟ କରି ନ ଥିବ, ତାହା ବୁଝ ତାହା ପୂର୍ବରୁ ତାହାର ଶେଷ ହୋଇଯିବ । ଏହି ଚିନ୍ତାଧାରା, ଏହି ମାନସିକତା କେବଳ ସୈନିକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ନୁହେଁ, ଏହି ମାନସିକତା ତାଙ୍କ ହାତରେ କେଉଁ ହତିଆର ଅଛି, ତାହା ଉପରେ ମଧ୍ୟ ନିର୍ଭର କରିଥାଏ ଏବଂ ଏଥିପାଇଁ ଆତ୍ମନିର୍ଭର ଭାରତ, ଏହା କେବଳ ଏକ ଆର୍ଥିକ ଗତିବିଧି ନୁହେଁ ସାଥୀମାନଙ୍କ ପାଇଁ ଆମକୁ ସମ୍ପୂର୍ଣ୍ଣ ଭାବରେ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ସାଥୀମାନେ,

ସ୍ୱାଧୀନତା ପରେ ଦେଢ଼ ଦଶନ୍ଧିରେ ଆମେ ନୂତନ ଫ୍ୟାକ୍ଟ୍ରିମାନ ତିଆରି କରିନାହୁଁ, ପୁରୁଣା ଫ୍ୟାକ୍ଟ୍ରିଗୁଡ଼ିକ ମଧ୍ୟ ନିଜସ୍ୱ କ୍ଷମତାକୁ ହରାଇବାରେ ଲାଗିଲା । ୧୯୬୨ର ଯୁଦ୍ଧ ପରେ ବାଧ୍ୟହୋଇ ନୀତିରେ କିଛି ପରିବର୍ତ୍ତନ ହେଲା ଏବଂ ନିଜର ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ବଢ଼ାଇବାରେ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ଏଥିରେ ମଧ୍ୟ ଅନୁଧ୍ୟାନ, ନବାଚାର ଏବଂ ଉନ୍ନତିକର ଉପରେ ଗୁରୁତ୍ୱ ଦିଆଗଲା ନାହିଁ, ଦୁନିଆ ସେହି ସମୟରେ ନୂତନ ଟେକ୍ନୋଲୋଜୀ, ନୂତନ ନବାଚାର ପାଇଁ ଘରୋଇ କ୍ଷେତ୍ର ଉପରେ ଭରସା କରୁଥିଲେ, କିନ୍ତୁ ଦୁର୍ଭାଗ୍ୟ ଯେ ରକ୍ଷା କ୍ଷେତ୍ରକୁ ଏକ ସୀମିତ ସରକାରୀ ସଂସାଧନ, ସରକାରୀ ଚିନ୍ତାଡ଼ାରା ମଧ୍ୟରେ ହିଁ ରଖାଗଲା । ମୁଁ ଗୁଜରାଟରୁ ଆସୁଛି, ଅହମ୍ମଦାବାଦ ମୋର ବହୁଦିନ ପର୍ଯ୍ୟନ୍ତ କର୍ମକ୍ଷେତ୍ର ଥିଲା । କେଉଁ ଜମାନାରେ ଆପଣମାନଙ୍କ ମଧ୍ୟରୁ କେହି ଏମିତି ଥିବେ ଯିଏ କି ଗୁଜରାଟର ସମୁଦ୍ରୀ ତଟରେ କାମ କରିଥିଲେ । ବଡ଼ ବଡ଼ ଚିମିନିୟାଁ ଏବଂ ମିଲର ଉଦ୍ୟୋଗ ଏବଂ ଏହି ମୈନଚେଷ୍ଟର ଅଫ ଇଣ୍ଡିଆ ଏହି ପ୍ରକାରର ତାହାର ପରିଚୟ, କପଡ଼ାର ଏକ କ୍ଷେତ୍ରରେ ବହୁତ ବଡ଼ ନାମ ଥିଲା । ଅହମ୍ମଦାବାଦର କ’ଣ ହେଲା? ନବାଚାର ହେଲା ନାହିଁ, ଟେକ୍ନୋଲୋଜୀ ଅପଗ୍ରେଡେସନ ହେଲା ନାହିଁ, ଟେକ୍ନୋଲୋଜୀ ଟ୍ରାନ୍ସଫର ହେଲା ନାହିଁ, ଏତେ ଉଚ୍ଚ ଉଚ୍ଚ ଚିମନିୟାଁ ମାଟିରେ ମିଶିଗଲା ସାଥୀମାନେ, ମୋ ଆଖି ଆଗରେ ମୁଁ ଦେଖିଛି ଏହା ଗୋଟିଏ ସ୍ଥାନରେ ହୋଇଥାଏ ଯାହାକି ଅନ୍ୟ ଜାଗାରେ ହେବ ନାହିଁ, ଏମିତି ନୁହେଁ । ଏବଂ ଏଥିପାଇଁ ନବାଚାର ନିରନ୍ତର ଭାବେ ଆବଶ୍ୟକ ପଡ଼ିଥାଏ ଏବଂ ତାହା ମଧ୍ୟ ଇଣ୍ଡିଜିନିୟସ ମଧ୍ୟ ନବାଚାର ହୋଇପାରିବ । ବିକ୍ରି ହେଉଥିବା ମାଲରୁ କୌଣସି ନବାଚାର ହୋଇପାରିବ ନାହିଁ, ଆମର ଯୁବଗୋଷ୍ଠୀମାନଙ୍କ ପାଇଁ ବିଦେଶରେ ଅବସର ତ ରହିଛି, କିନ୍ତୁ ଦେଶରେ ସେହି ସମୟରେ ଅବସର ବହୁତ ସୀମିତ ଥିଲା । ଫଳାଫଳ ଏହା ହେଲା ଯେ କେବେ ଦୁନିଆର ଅଗ୍ରଣୀ ସୈନ୍ୟ ଶକ୍ତି ଥିଲା ଭାରତୀୟ ସେନାକୁ ରାଇଫଲ ଭଳି ସାମାନ୍ୟ ଅସ୍ତ୍ର ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା, ଏବଂ ପୁଣି ଆଦତ ମଧ୍ୟ ହୋଇଗଲା, ଗୋଟିଏ ଥର ଯଦି ଗୋଟିଏ ମୋବାଇଲ ଫୋନର ଆଦତ ହୋଇଯାଏ ତେବେ ପୁଣି କିଏ କେତେ ମଧ୍ୟ କହୁ ଯେ ହିନ୍ଦୁସ୍ଥାନ ଭଲ, କିନ୍ତୁ ମନ କହୁଥାଏ ନାହିଁ ସେଇଟା ଠିକ ରହିବ, ଏବେ ଆଦତ ହୋଇଗଲାଣି ସେହି ଆଦତକୁ ବାହାର କରିବା ପାଇଁ ଏକ ପ୍ରକାରରେ ଏକ ମନୋବୈଜ୍ଞାନିକ ସେମିନାର ମଧ୍ୟ କରିବାକୁ ହେବ । ସବୁ ଅସୁବିଧା ମନୋବିଜ୍ଞାନ ଅଟେ ମହାଶୟ, ପୁଣିଥରେ ମନୋବୈଜ୍ଞାନିକ ଲୋକମାନଙ୍କୁ ଡାକି ସେମିନାର କରନ୍ତୁ ଯେ ଭାରତୀୟ ଜିନିଷଗୁଡ଼ିକର ମୋହ କିପରି ପାଇପାରିବ । ଯେଭଳି ନିଶାସେବନକାରୀକୁ ନିଶାକୁ ଛଡ଼ାଇବା ପାଇଁ ଟ୍ରେନିଂ କରିଥାନ୍ତି, ସେହିପରି ଏହା ପାଇଁ ମଧ୍ୟ ଆମର ଏଠାରେ ଟ୍ରେନିଂ ଜରୁରୀ ଅଟେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ଥିବ ତେବେ ନିଜ ହାତରେ ଯେଉଁ ହତିଆର ଅଛି, ତାହାର ସାମର୍ଥ୍ୟକୁ ଆମେ ବଢ଼ାଇପାରିବା, ଏବଂ ଆମର ହତିଆର ସେହି ସାମର୍ଥ୍ୟ ସୃଷ୍ଟି କରିପାରିବ ସାଥୀମାନେ,

ସାଥୀମାନେ,

ସମସ୍ୟା ଏହା ମଧ୍ୟ ଥିଲା ଯେ ସେହି ସମୟରେ ପ୍ରତିରକ୍ଷା ସହିତ ଜଡ଼ିତ ଅଧିକ ସୌଦାବାଜୀ କରିବାରେ ବ୍ୟସ୍ତ ରହିଲେ। ସମର୍ଥନ ରହିଲା ଯେ, ତା’ର ନେବି ଯଦି, ତେବେ ଏହି ସମର୍ଥନ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଲା, ତାଙ୍କ ପାଇଁ ଏହି ସମର୍ଥନ ଆସୁଥିଲା ଏବଂ ପୁଣି ରାଜନୈତିକ ବ୍ୟକ୍ତିମାନଙ୍କୁ ଗାଳିଦେବା ବହୁତ ସରଳ କଥା ହୋଇଗଲା ଆମ ଦେଶରେ । ତା’ପରେ ପୁଣି ଦୁଇ ଦୁଇ, ଚାରି ଚାରି ବର୍ଷ ସେହି ଜିନିଷକୁ ବ୍ୟବହାର କରାଗଲା, ଏହାର ଫଳାଫଳ ଏହା ହେଲା ଯେ ସୈନବାହିନୀକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଉପକରଣ ପାଇଁ ଦଶନ୍ଧି ଧରି ଅପେକ୍ଷା କରିବାକୁ ପଡୁଥିଲା ।

ସାଥୀମାନେ,

ପ୍ରତିରକ୍ଷା ସହିତ ଜଡ଼ିତ ପ୍ରତ୍ୟେକ ଛୋଟ ଛୋଟ ଆବଶ୍ୟକତା ପାଇଁ ବିଦେଶ ଉପରେ ନିର୍ଭର କରିବା ଆମର ଦେଶର ସ୍ୱାଭିମାନ, ଆମର ଆର୍ଥିକ କ୍ଷତି ସହିତ ରଣନୀତି କ୍ଷେତ୍ରରେ ମଧ୍ୟ ବହୁତ ଅଧିକ ଗମ୍ଭୀର ଅସୁବିଧା ରହିଛି । ଏହି ସ୍ଥିତିରୁ ଦେଶକୁ ଦେଶକୁ ବାହାର କରିବା ପାଇଁ ୨ଠ୧୪ ପରେ ଆମେ ମିଶନ ମୋଡରେ କାମ ଆରମ୍ଭ କଲୁ । ଗତ ଦଶବର୍ଷର ଆପ୍ରୋଚ ଦ୍ୱାରା ଶିଖିବାକୁ ଯାଇ ଆଜି ଆମେ ସବକା ପ୍ରୟାସ, ସେହି ଶକ୍ତି ଦ୍ୱାରା ନୂତନ ପ୍ରତିରକ୍ଷା ଇକୋ ସିଷ୍ଟମର ବିକାଶ କରୁଛୁ । ଆଜି ପ୍ରତିରକ୍ଷା ଆର୍ ଆଣ୍ଡ୍ ଡିକୁ ଘରୋଇ କ୍ଷେତ୍ର, ଶିକ୍ଷାକ୍ଷେତ୍ର, ଏମଏସଏମଇ ଏବଂ ଷ୍ଟାଟଅପ୍ସ ପାଇଁ ଉନ୍ମୁକ୍ତ କରାଯାଇଛି । ଆମର ଘରୋଇ କ୍ଷେତ୍ର ପ୍ରତିରକ୍ଷା କମ୍ପାନିଗୁଡ଼ିକୁ ଆମେ ଅଲଗା ଅଲଗା କ୍ଷେତ୍ରରେ ସଂଗଠିତ କରି ତାହାକୁ ନୂଆ ଶକ୍ତି ଦେଇଛୁ । ଆଜି ଆମେ ଏହା ସୁନିଶ୍ଚିତ କରିଛୁ ଯେ ଆଇଆଇଟି ଭଳି ଆମ ପ୍ରିମିୟର ଇନଷ୍ଟିଚିଉସନ ମଧ୍ୟ ଆମେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ନବାଚାର ସହିତ କିପରି ଯୋଡ଼ିବୁ । ଆମର ଏଠାରେ ସମସ୍ୟା ହେଉଛି ଏହା ଯେ ଆମର ଟେକ୍ନିକାଲ ୟୁନିଭର୍ସିଟି କିମ୍ବା ଟେକ୍ନିକାଲ କଲେଜଗୁଡ଼ିକ କିମ୍ବା ଇଞ୍ଜିନିୟରିଂର କ୍ଷେତ୍ର, ସେଠାରେ ପ୍ରତିରକ୍ଷାର ଯନ୍ତ୍ରାଂଶ ସହିତ ଜଡ଼ିତ ଥିବା କୋର୍ସ ମଧ୍ୟ ପଢ଼ାଯାଏ ନାହିଁ । ମାଗିଦେଲୁ, ସେ ବାହାରୁ ମିଳିଯିବ । ଏଠାରେ କେଉଁଠି ପଢ଼ିବାର ଆବଶ୍ୟକତା ଅଛି । ଅର୍ଥାତ ଗୋଟିଏ ଚକ୍ରରେ ହିଁ ପରିବର୍ତ୍ତନ ହୋଇ ଯାଇଥିଲା ମହାଶୟ । ଏଥିରେ ଆମେ ଲଗାତାର ପରିବର୍ତ୍ତନ ଆଣିବାରେ ଚେଷ୍ଟା କରିଛୁ । ଡିଆରଡିଓ ଏବଂ ଇସ୍ରୋର କଟିଂ ଏଜ ଟେଷ୍ଟିଂ ସୁବିଧାଗୁଡ଼ିକରୁ ଆମର ଯୁବଗୋଷ୍ଠୀଙ୍କୁ ଷ୍ଟାର୍ଟଅପ୍ସକୁ ଅଧିକରୁ ଅଧିକ ଶକ୍ତି ମିଳୁ, ଏହି ପ୍ରୟାସ କରାଯାଉଛି । ମିସାଇଲ ସିଷ୍ଟମ, ସବମେରାଇନ୍ସ, ତେଜସ ଫାଇଟର ଜେଟଟ ଭଳି ଅନେକ ସାଜ ସରଞ୍ଜାମ ଯାହା ନିଜସ୍ୱ ଲକ୍ଷ୍ୟସ୍ଥଳରୁ ବହୁ ବର୍ଷ ପଛରେ ଚାଲୁଥିଲା, ତାହାକୁ ଗତି ଦେବାରେ ଆମେ ଭୂମିଗତ କକ୍ଷକୁ ଦୂର କଲୁ । ମୋତେ ଖୁସି ଲାଗୁଛି ଯେ ଦେଶର ପୂର୍ବେ ସ୍ୱଦେଶ ନିର୍ମିତ ଏୟାରକ୍ରାଫ୍ଟ କୋରିଅରର କମିସିନିଓରିଟୀ ଅପେକ୍ଷା ମଧ୍ୟ ବହୁତ ଶୀଘ୍ର ସମାପ୍ତ ହେବ । ନାଭାଲ ଇନୋଭେସନ ଏଣ୍ଡ ଇଣ୍ଡିଜେନିସସେସନ ଅର୍ଗାନାଇଜେସନ ହେଉ, ଅଇଡେକ୍ସ ହେଉ, କିମ୍ବା ପୁଣି ଟିଡିଏସି ହେଉ, ଏହି ସମସ୍ତ ଆତ୍ମନିର୍ଭରତାର ଏଭଳି ବିରାଟ ସଂକଳ୍ପକୁ ଗତି ଦେବ ।

ସାଥୀମାନେ,

ଗତ ୮ ବର୍ଷରେ ଆମେ କେବଳ ଡିଫେନ୍ସର ବଜେଟର ବଢଦ୍ଧି କରିନାହୁ, ଏହି ବଜେଟ ଦେଶରେ ହିଁ ଡିଫେନ୍ସ ମାନୁଫାକଚରିଂ ଇକୋ ସିଷ୍ଟମର ବିକାଶରେ ମଧ୍ୟ କାମରେ ଆସିଛି, ଏହା ମଧ୍ୟ ସୁନିଶ୍ଚିତ କରିଛି । ରକ୍ଷା ଉପକରଣଗୁଡ଼ିକୁ କିଣିବା ପାଇଁ ପ୍ରସ୍ତୁତ ବଜେଟର ବହୁତ ବଡ଼ ଅଂଶ ଆଜି ଭାରତୀୟ କମ୍ପାନୀମାନଙ୍କ ନିକଟରୁ କିଣିବାରେ ଲାଗିପଡ଼ିଛି । ଆଉ ଏକ କଥା ଆମେ ଯଦି ମାନିକି ଚାଲିବା, ଆପଣମାନେ ସମସ୍ତେ ପରିବାରଜନ ଥିବା ଲୋକମାନେ ଅଛନ୍ତି, ପରିବାରର ଦୁନିଆ ଆପଣ ଭଲ ଭାବେ ବୁଝିଛନ୍ତି, ଜାଣିଛନ୍ତି, ଆପଣ ଆପଣଙ୍କ ଛୁଆକୁ ଘରେ ଯଦି ମାନ ସମ୍ମାନ, ଭଲପାଇବା ଦେବେ ଏବଂ ଯଦି ଆପଣଙ୍କ ଘର ପାଖରେ ଥିବା ଲୋକମାନେ ଆପଣଙ୍କ ଛୁଆକୁ ଭଲପାଇବେ ତା’ହେଲେ ହେବ କି? ଆପଣ ତାକୁ ସବୁଦିନ ଅଯୋଗ୍ୟ କହୁଥିବେ ଏବଂ ଆପଣ ଚାହିଁବେ ଯେ ପଡ଼ୋଶୀ ତାକୁ ଭଲ କହୁ, କେମିତି ହେବ? ତାହାର ସମ୍ମାନ ଆମେ କରିବା ନାହିଁ ଏବଂ ଆମେ ଚାହିଁବା ଯେ ଦୁନିଆ ଆମର ଅସ୍ତ୍ରଶସ୍ତ୍ରର ସମ୍ମାନ କରୁ ତେବେ ଏହା ସମ୍ଭବପର ନୁହେଁ, ଆରମ୍ଭ ଆମ ନିଜ ଠାରୁ ହିଁ କରାଯାଇଥାଏ । ଏବଂ ବ୍ରହ୍ମୋସ ଏହାର ଉଦାହରଣ ଅଟେ, ଯେତେବେଳେ ଭାରତରେ ବ୍ରହ୍ମୋସକୁ ଆପଣାଗଲା, ଦୁନିଆ ବ୍ରହ୍ମୋସକୁ ଆପଣାଇବାକୁ ଆଜି ବିରୋଧ କରିବା ପାଇଁ ଛିଡ଼ା ହୋଇଗଲେ ସାଥୀମାନେ । ଆମକୁ ଆମର ପ୍ରତ୍ୟେକ ନିର୍ମିତ ଜିନିଷ ପ୍ରତି ଆମକୁ ଗର୍ବ ହେବା ଦରକାର । ଏବଂ ମୁଁ ଭାରତର ସୈନିକମାନଙ୍କୁ ଶୁଭେଚ୍ଛା ଦେବି ଯେ ସେମାନେ ୩ଠଠରୁ ଅଧିକ ଅସ୍ତ୍ରଶସ୍ତ୍ର, ଉପକରଣର ସୂଚୀ ତିଆରି କରିଛନ୍ତି, ଯାହା ମେଡ୍ ଇନ୍ ଇଣ୍ଡିଆ ହିଁ ହେବ ଏବଂ ତାହାର ଉପଯୋଗ ଆମର ସୈନିକମାନେ କରିବେ, ସେହି ଜିନିଷଗୁଡ଼ିକୁ ଆମେ ବାହାରୁ ନେବୁନାହିଁ । ମୁଁ ଏହି ନିଷ୍ପତ୍ତି ପାଇଁ ତିନୋଟିଯାକ ସେନାଙ୍କୁ ସମସ୍ତ ସାଥୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏଭଳି ପ୍ରୟାସଗୁଡ଼ିକର ପରିଣାମ ଏବେ ଦେଖିବାକୁ ମିଳୁଛି । ଗତ ୪/୫ ବର୍ଷରେ ଆମର ଡିଫେନ୍ସ ଆମଦାନୀ ପ୍ରାୟତଃ ୨୧ ପ୍ରତିଶତ କମ୍ ହୋଇଛି । ଏତେ କମ୍ ସମୟରେ ଆଉ ଏହା ନୁହେଁ ଯେ ଆମେ ପଇସା ବଂଚାଇବା ପାଇଁ କାମ କରିଛୁ, ଆମେ ଆମର ଏଠାରେ ତାହାର ବିକଳ୍ପ ଦେଇଛୁ । ଆଜି ଆମେ ସବୁଠାରୁ ବଡ଼ ଡିଫେନ୍ସ ଆମଦାନୀକାରୀ ପରିବର୍ତ୍ତେ ଏକ ବଡ଼ ରପ୍ତାନିକାରୀ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢୁଛୁ, ଏହା ଠିକ୍ ଅଛି ଯେ ଆପଲ ଅନ୍ୟ କାହା ସହିତ ତୁଳନା କରାଯାଇ ପାରିବ ନାହିଁ କିନ୍ତୁ ଭାରତ ମନର କଥା ମୁଁ କହିବାକୁ ଚାହୁଁଛି । ଏହି କରୋନା କାଳରେ ମୁଁ ଏମିତି ବିଷୟ ଉପରେ କହିଥିଲି, ବଡ଼ ସହଜ - ସରଳ ବିଷୟ ଥିଲା ଯେ କରୋନା କାଳରେ ସେହି ସଙ୍କଟରେ ମୁଁ ଦେଶ ଉପରେ କୌଣସି ବଡ଼ ବୋଝ ହେଉ, ଏହି କଥା ମୁଁ କରିବାକୁ ଚାହୁଁ ନ ଥିଲି । ବର୍ତ୍ତମାନ ଏଥିପାଇଁ ମୁଁ କହିଲି ଯେ ଭାଇ, ଆମେ ବାହାରୁ ଖେଳନା କ’ଣ ପାଇଁ ନେଉଛନ୍ତି? ଛୋଟ ବିଷୟ ଥିଲା, ବାହାରୁ ଖେଳନା କାହିଁକି ଆଣିଥାଉ? ଆମର ଖେଳନାକୁ ପାଖକୁ ଆମେ କାହିଁକି ଯିବା ନାହିଁ? ଆମେ ଆମର ଖେଳନାକୁ ଦୁନିଆରେ କାହିଁକି ବିକ୍ରି କରିପାରିବା ନାହିଁ? ଆମ ଖେଳନା ପଛରେ, ଖେଳନା ତିଆରି କରିଥିବା ଲୋକଙ୍କ ପଛରେ ଆମର ସାଂସ୍କୃତିକ ପରମ୍ପରାର ଏକକ ଭାବନା ପଡ଼ିରହିଛି, ସେଥିରୁ ସେହି ଖେଳନା ତିଆରି ହୋଇଥାଏ । ଗୋଟିଏ ଟ୍ରେନିଂ ହୋଇଥାଏ, ଛୋଟିଆ କଥା ଥିଲା, ଗୋଟିଏ ଦୁଇଟି ସେମିନାର କଲି, ଗୋଟିଏ ଦୁଇଟି ଭର୍ଚୁଆଲ କନଫରେନ୍ସ କଲି, ଟିକିଏ ତାଙ୍କୁ ଉତ୍ସାହିତ କଲି । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏତେ କମ ସମୟରେ ମହାଶୟ, ଏ ମୋର ଦେଶର ଶକ୍ତିକୁ ଦେଖନ୍ତୁ, ମୋର ଦେଶର ସ୍ୱାଭିମାନକୁ ଦେଖନ୍ତୁ, ମୋର ସାମାନ୍ୟ ନାଗରିକଙ୍କର ମନର ଇଚ୍ଛାକୁ ଦେଖନ୍ତୁ ସାହେବ, ପିଲାମାନେ ଅନ୍ୟକୁ ଫୋନ କରି କହୁଥିଲେ ଯେ ତୁମ ଘରେ ବିଦେଶୀ ଖେଳନା ତ ନାହିଁ ନା? କରୋନା ମଧ୍ୟରେ ସମସ୍ୟା ଆସିଲା, ସେଥିରୁ ତାହା ଭିତରେ ଏହି ଭାବନା ସୃଷ୍ଟି ହୋଇଥିଲା । ଗୋଟିଏ ପିଲା ଅନ୍ୟ ପିଲାଙ୍କୁ ଫୋନ୍ କରି କହୁଥିଲା ଯେ ତୋର ଘରେ ବିଦେଶୀ ଖେଳନା ରଖୁନାହୁଁ ତ? ଏବଂ ପରିଣାମ ଏହା ଆସିଲା ଯେ ମୋର ଦେଶରେ ଦୁଇ ବର୍ଷ ମଧ୍ୟରେ ଖେଳନା ଆସିବାରେ ୭ଠ ପ୍ରତିଶତ କମ୍ ହୋଇଗଲା । ଏହି ସମାଜ କ’ଣ, ସ୍ୱଭାବର ଶକ୍ତି ଦେଖନ୍ତୁ ଏବଂ ଏହି ଦେଶର ଆମର ଖେଳନା ତିଆରି କରୁଥିବା ଲୋକଙ୍କର ଶକ୍ତି ଦେଖନ୍ତୁ ୭ଠ ପ୍ରତିଶତ ଆମର ରପ୍ତାନୀ ବଢ଼ିଗଲା ଖେଳନାର ଅର୍ଥାତ୍ ୧୧୪ ପ୍ରତିଶତର ତଫାତ ଆସିଲା । ମୋର କହିବାର ଅର୍ଥ ହେଲା, ମୁଁ ଜାଣିଛି ଖେଳନାର ତୁଳନା ଆପଣଙ୍କ ନିକଟରେ ଯେଉଁ ଖେଳନା ଅଛି, ତାଙ୍କ ସହିତ ହୋଇପାରିବ ନାହିଁ । ଏଥିପାଇଁ ମୁଁ କହିଲି ଯେ ଆପଲ ଏବଂ ଅନ୍ୟକୁ ତୁଳନା କରାଯାଇପାରିବ ନାହିଁ। ମୁଁ ତୁଳନା କରୁଛି ଭାରତର ସାଧାରଣ ମଣିଷମାନଙ୍କର ମନର ଶକ୍ତି ଏବଂ ସେହି ଶକ୍ତି ଖେଳନାବାଲାଙ୍କର କାମରେ ଆସିପାରୁଛି । ଏହି ଭରସା ମୋର ଦେଶବାସୀଙ୍କ ଉପରେ ଆମକୁ ରହିବା ଦରକାର । ଗତ ୮ ବର୍ଷରେ ଆମର ଡିଫେନ୍ସ ଏକ୍ସପୋର୍ଟ ୭ ଗୁଣା ବୃଦ୍ଧି ଘଟିଛି । ବର୍ତ୍ତମାନ କିଛି ସମୟ ପୂର୍ବରୁ ପ୍ରତ୍ୟେକ ଦେଶବାସୀ ଗର୍ବର ସହିତ ଆତ୍ମହରା ହୋଇ ଉଠିଲେ, ଯେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ଗତ ବର୍ଷ ଆମର ୧୩ ହଜାର କୋଟି ଟଙ୍କାର ଡିଫେନ୍ସ ରପ୍ତାନି କରିଛି। ଏବଂ ଏଥିରେ ମଧ୍ୟ ୭ଠ ପ୍ରତିଶତ ଭାଗିଦାରୀ ଆମର ଘରୋଇ କ୍ଷେତ୍ରର ରହିଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀରେ ସେନାର ଆଧୁନିକତା, ରକ୍ଷାର ସାମଗ୍ରୀ ଉପକରଣରେ ଆତ୍ମନିର୍ଭରଶୀଳତା ସହିତ ଆଉ ଏକ କଥା ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ଆପଣ ମଧ୍ୟ ଜାଣନ୍ତି ଯେ ବର୍ତ୍ତମାନ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ମଧ୍ୟ ବ୍ୟାପକ ହୋଇଯାଇଛି ଏବଂ ଯୁଦ୍ଧର ଢଙ୍ଗ ମଧ୍ୟ ବଦଳିଯାଇଛି । ପ୍ରଥମେ ଆମେ କେବଳ ଭୂମି, ସମୁଦ୍ର ପଥ ଏବଂ ଆକାଶ ପର୍ଯ୍ୟନ୍ତ ଆମର ଡିଫେନ୍ସ କଳ୍ପନା କରୁଥିଲେ । ଏବେ ଏହା ମଧ୍ୟରେ ସ୍ପେସ ଅର୍ଥାତ ଅନ୍ତରୀକ୍ଷ ଆଡ଼କୁ ଗତି କରୁଛି, ସାଇବର ସ୍ପେସ ଆଡ଼କୁ ବଢୁଛି, ଆର୍ଥିକ ଏବଂ ସାମାଜିକ ସ୍ପେସ ଆଡ଼କୁ ଗତି କରୁଛି । ଆଜି ପ୍ରତ୍ୟେକ ପ୍ରକାରର ବ୍ୟବସ୍ଥାକୁ ଅସ୍ତ୍ରଶସ୍ତ୍ରରେ ସଂଯୋଗ କରାଯାଉଛି । ଯଦି କ୍ୱଚିତ ଭୂମି ଥିବ, ତାହାକୁ ଅସ୍ତ୍ରଶସ୍ତ୍ରରେ ସଂଯୋଗ କର, କ୍ରୁଡ ଅଏଲକୁ ଅସ୍ତ୍ରଶସ୍ତ୍ରରେ ସଂଯୋଗ କର । ଅର୍ଥାତ ପୁରା ବିଶ୍ୱକୁ ଦେଖିବାର ଢାଞ୍ଚା ଏବଂ ଶୈଳୀ ବଦଳୁଛି । ବର୍ତ୍ତମାନ ସାମ୍ନା ସାମ୍ନି ଲଢ଼େଇ ଅଧିକ, ଲଢ଼ାଇ ଅଦୃଶ୍ୟ ଭାବେ ହେଉଛି, ଅଧିକ ଘାତକ ହେଉଛି । ଏବେ ଆମେ ଆମର ରକ୍ଷାର ନୀତି ଏବଂ ରଣନୀତି କେବଳ ନିଜର ଅତୀତକୁ ଧ୍ୟାନରେ ରଖି କରିପାରିବୁ ନାହିଁ । ବର୍ତ୍ତମାନ ଆମକୁ ଭବିଷ୍ୟତ ଆହ୍ୱାନକୁ ଅନୁମାନ କରି ଯାଇ ଆଗକୁ ପାଦ ବଢ଼ାଇବାକୁ ହେବ । ଆମର ଆଖପାଖରେ କ’ଣ ହେଉଛି, କ’ଣ ପରିବର୍ତ୍ତନ ଆସୁଛି, ଭବିଷ୍ୟତ ଆମ ପାଇଁ କ’ଣ ହେବାକୁ ଯାଉଛି, ସେହି ଅନୁସାରେ ଆମକୁ ନିଜକୁ ବଦଳିବାକୁ ହେବ । ଏବଂ ସେଥିରେ ସ୍ୱାବଲମ୍ବନରେ ଆପଣଙ୍କ ଲକ୍ଷ୍ୟ ମଧ୍ୟ ଦେଶକୁ ବହୁତ ବଡ଼ ସାହାଯ୍ୟ ମିଳିପାରିବ ।

ସାଥୀମାନେ,

ଦେଶର ସୁରକ୍ଷା ପାଇଁ ଆମକୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବାକୁ ହେବ । ଆମକୁ ଭାରତର ଆତ୍ମବିଶ୍ୱାସକୁ ଆମର ଆତ୍ମନିର୍ଭରଶୀଳତାକୁ ଆହ୍ୱାନ ଦେଉଥିବା ଶକ୍ତି ବିରୋଧରେ ମଧ୍ୟ ଯୁଦ୍ଧ ଆହୁରି ଶକ୍ତିଶାଳୀ କରିବାକୁ ହେବ । ଯେମିତି-ଯେମିତି ଭାରତ ଗ୍ଲୋବାଲ କ୍ଷେତ୍ରରେ ନିଜକୁ ସ୍ଥାପିତ କରୁଛି, ସେହିଭଳି ଭାବରେ ମିଥ୍ୟା ଖବର, ଦୁଷ୍ପ୍ରଚାର, ଅପପ୍ରଚାର ମାଧ୍ୟମରେ କ୍ରମାଗତ ଭାବରେ ଆକ୍ରମଣ ହେଉଛି । ଖବରକୁ ମଧ୍ୟ ଅସ୍ତ୍ର କରି ଦିଆଯାଇଛି, ନିଜ ଉପରେ ଭରସା ରଖି ଭାରତ ହିତରେ ହାନି ପହଞ୍ଚାଉଥିବା ଶକ୍ତି ସେ ଦେଶରେ ଥାଉ କିମ୍ବା ବିଦେଶରେ, ତାହାର ପ୍ରତ୍ୟେକ ଚେଷ୍ଟାକୁ ବିଫଳ କରିବାକୁ ହେବ । ରାଷ୍ଟ୍ରଭାଷା ଏବେ କେବଳ ସୀମା ମଧ୍ୟରେ ସୀମିତ ନାହିଁ, ବରଂ ବହୁତ ବ୍ୟାପକ ହୋଇଛି । ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କୁ ଜାଗ୍ରତ ରହିବାକୁ ହେବ, ଏତିକି କେବଳ ଆବଶ୍ୟକ ଅଛି, ସ୍ୱୟଂ ରାଷ୍ଟ୍ରେ ଜାଗୃୟାମ, ଏହି ଘୋଷଣା ଆମର ପ୍ରତ୍ୟେକଙ୍କ ନିକଟରେ ପହଞ୍ଚୁ, ଏହା ମଧ୍ୟ ଆବଶ୍ୟକ ଅଟେ । ଯେମିତି ଆତ୍ମନିର୍ଭର ଭାରତ ପାଇଁ ଆମେ ହୋଲ ଅଫ ଦ ଗଭର୍ଣ୍ଣମେଣ୍ଟ ଆପ୍ରୋଚ ସହିତ ଆମେ ଆଗକୁ ବଢ଼ୁଛୁ, ସେହିଭଳି ରାଷ୍ଟ୍ରର ରକ୍ଷା ପାଇଁ ମଧ୍ୟ ହୋଲ ଅଫ ଦି ନେସନ ଆପ୍ରୋଚ ସମୟର ଆବଶ୍ୟକତା ଅଟେ । ଭାରତର କୋଟି କୋଟି ଜନତାଙ୍କର ଏହି ସାମୁହିକ ରାଷ୍ଟ୍ର ଚେତନା ହିଁ ସୁରକ୍ଷା ଏବଂ ସମୃଦ୍ଧିର ସଶକ୍ତ ଆଧାର ଅଟେ । ପୁଣିଥରେ ଆପଣଙ୍କର ଏହି ପଦକ୍ଷେପ ପାଇଁ, ଏମାନେ ସମସ୍ତଙ୍କୁ ଏକତ୍ରିତ କରି ଆଗକୁ ବଢ଼ିବାର ପ୍ରୟାସ ପାଇଁ ମୁଁ ରକ୍ଷା ମନ୍ତ୍ରଣାଳୟକୁ, ଆମର ଡିଫେନ୍ସ ବାହିନୀକୁ, ତାଙ୍କର ନେତୃତ୍ୱକୁ ମୁଁ ହୃଦୟରୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ମୋତେ ଭଲ ଲାଗିଲା ଆଜି ଯେ ଯେତେବେଳେ ମୁଁ କିଛି ଷ୍ଟଲସରେ ଯାଇ ଆପଣଙ୍କର ସମସ୍ତ ନୂତନତ୍ୱକୁ ଦେଖୁଥିଲି, ସେତେବେଳେ ଯେଉଁ ନେଭି ସହିତ ଜଡ଼ିତ ସାଥୀ ଅଛନ୍ତି, ସେମାନେ ମଧ୍ୟ ନିଜର ଅନୁଭବ, ନିଜର ଶକ୍ତି, ନିଜର ସମୟ ଏହି ନବାଚାର କାର୍ଯ୍ୟରେ ଲଗାଇ ଥାଆନ୍ତି ଯାହାକି ନେଭି ଆମର ମଜବୁତ ହେଉ, ଆମର ଡିଫେନ୍ସ ବାହିନୀ ମଜବୁତ ହେଉ । ମୁଁ ବୁଝିପାରୁଛି ଏହା ଏକ ବଡ଼ ଉତ୍ତମ ପ୍ରୟାସ ଅଟେ । ଏଥିପାଇଁ ମଧ୍ୟ ଯେଉଁ ଲୋକମାନେ ଅବସର ନେବା ପରେ ମଧ୍ୟ ଏହାକୁ ମିଶନ ମୋଡରେ କାମ ନେଇଛନ୍ତି, ମୁଁ ବିଶେଷ ଭାବେ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଏବଂ ଏମାନେ ସମସ୍ତଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା ଚାଲିଛି, ଏଥିପାଇଁ ମଧ୍ୟ ଆପଣ ସମସ୍ତେ ମଧ୍ୟ ଅଭିନନ୍ଦନର ଅଧିକାରୀ ଅଟନ୍ତି, ବହୁତ ବହୁତ ଧନ୍ୟବାଦ! ବହୁତ ବହୁତ ଶୁଭକାମନା

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Total Urea stocks currently at 61.14 LMT, up from 55.22 LMT in March 2025

Media Coverage

Total Urea stocks currently at 61.14 LMT, up from 55.22 LMT in March 2025
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review the situation and mitigating measures in the context of ongoing West Asia Conflict
March 22, 2026
Short, Medium and Long term measures to ensure continued availability of essential needs discussed in detail
Alternate sources of fertilizers for farmers were also discussed to ensure continued availability in the future
Several measures discussed to diversify sources of imports required by chemicals, pharmaceuticals, petrochemicals and other industrial sectors
New export destinations to promote Indian goods to be developed in near future
PM instructs that all arms of government should work together to ensure least inconvenience to citizens
PM directs that a group of Ministers and Secretaries be created to work dedicatedly in a whole of government approach
PM instructs for sectoral groups to work in consultation with all stakeholders
PM asks for proper coordination with state governments to ensure no black-marketing and hoarding of important commodities

Prime Minister Shri Narendra Modi chaired a meeting of the Cabinet Committee on Security to review the situation and ongoing and proposed mitigating measures in the context of ongoing West Asia Conflict.

The Cabinet Secretary gave a detailed presentation on the global situation and mitigating measures taken so far and being planned by all concerned Ministries/Departments of Government of India. The expected impact and measures taken to address it across sectors like agriculture, fertilisers, food security, petroleum, power, MSMEs, exporters, shipping, trade, finance, supply chains and all affected sectors were discussed. The overall macro-economic scenario in the country and further measures to be taken were also discussed.

The ongoing conflict in West Asia will have significant short, medium and long term impact on the global economy and its effect on India were assessed and counter-measures, both immediate and long-term, were discussed.

Detailed assessment of availability for critical needs of the common man, including food, energy and fuel security was made. Short term, Medium term and Long term measures to ensure continued availability of essential needs were discussed in detail.

The impact on farmers and their requirement for fertiliser for the Kharif season was assessed. The measures taken in the last few years to maintain adequate stocks of fertilizers will ensure timely availability and food security. Alternate sources of fertilizers were also discussed to ensure continued availability in the future.

It was also determined that adequate supply of coal stocks at all power plants will ensure no shortage of electricity in India.

Several measures were discussed to diversify sources of imports required by chemicals, pharmaceuticals, petrochemicals and other industrial sectors. Similarly new export destinations to promote Indian goods will be developed in the near future.

Several measures proposed by different ministries will be prepared and implemented in the coming days after consultation with all stakeholders.

PM directed that a group of ministers and secretaries be created to work dedicatedly in a whole of government approach. PM also instructed for sectoral groups to work in consultation with all stakeholders.

PM said that the conflict is an evolving situation and the entire world is affected in some form. In such a situation, all efforts must be made to safeguard the citizens from the impact of this conflict. PM instructed that all arms of government should work together to ensure least inconvenience to the citizens. PM also asked for proper coordination with state governments to ensure no black-marketing and hoarding of important commodities.