“Entire nation is grieving the loss of lives after the tragedy in Morbi”
“Today, Banaskanta is writing its own chapter in the history of development”
“Every work that enhances the pride of the nation and Gujarat, is the commitment of the double engine government”

ନମସ୍କାର,

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଆଜି ହେଉଛି ସର୍ଦ୍ଦାର ସାହେବଙ୍କର ଜନ୍ମ ଜୟନ୍ତୀ । ମୁଁ କହିବି ସର୍ଦ୍ଦାର ପଟେଲ, ଆପଣ ସମସ୍ତେ ଦୁଇଥର କହିବେ ଅମର ରହେ- ଅମର ରହେ । ବନାସକାଣ୍ଠାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଗୁଜରାଟ ଶୋକରେ ବୁଡ଼ି ରହିଛି । ଦେଶବାସୀ ମଧ୍ୟ ଖୁବ ଦୁଃଖୀ ହୋଇଛନ୍ତି। ମୋର୍ବିରେ ଗତକାଲି ସନ୍ଧ୍ୟାରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଛି। ଆମର ଅନେକ ସ୍ୱଜନମାନେ ଆଉ ଛୋଟ ପିଲାମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି। ଦୁଃଖର ଏହି ମୁହୂର୍ତରେ ପୀଡ଼ିତ ପରିବାରମାନଙ୍କ ସହିତ ଆମର ସମ୍ବେଦନା ରହିଛି । ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ସରକାରଙ୍କ ସମସ୍ତ ସାଥୀଗଣ ସମ୍ପୂର୍ଣ୍ଣ ଶକ୍ତିର ସହିତ ଯଥା ସମ୍ଭବ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କାଲି ରାତିରେ କେବଡିଆରୁ ସିଧା ମୋର୍ବିରେ ପହଂଚିଥିଲେ ଆଉ ମୋର୍ବିରେ ସେ ଉଦ୍ଧାର କାର୍ଯ୍ୟର ସଂଚାଳନାକୁ ସମ୍ଭାଳି ନେଲେ। ମୁଁ ମଧ୍ୟ ସାରା ରାତି ଆଉ ଆଜି ସକାଳେ ସେମାନଙ୍କ ସହିତ ଯୋଗାଯୋଗରେ ରହିଛି। ସେଠାରେ ମଧ୍ୟ ନିରନ୍ତର ଭିନ୍ନ- ଭିନ୍ନ ବିଭାଗ, ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଏଭଳି ଭୟଙ୍କର ବିପଦରେ ଲୋକମାନଙ୍କର ଚିନ୍ତାକୁ କିପରି କମ୍ କରିହେବ, ସେହି କାର୍ଯ୍ୟରେ ଲାଗିଛନ୍ତି। କାଲି ମୋର୍ବିରେ ଏନଡିଆରଏଫ ଦଳ ପହଂଚିିଗଲା ସେନା ଏବଂ ବାୟୁସେନାର ଯବାନ ମଧ୍ୟ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ଲାଗି ପଡିଛନ୍ତି। ଆଉ ବନାସକାଣ୍ଠାର ଧରଣୀ, ମାଆ ଅମ୍ବେଙ୍କ ମାଟିରୁ ଲୋକମାନଙ୍କୁ ପୁଣି ଥରେ ବିଶ୍ୱାସ ଦେବାକୁ ଚାହୁଁଛି ଏବଂ ଆଶ୍ୱାସନା ଦେଇ କହୁଛି ଯେ, ଏହି କଠିନ ପରିସ୍ଥିତିରେ ସରକାରଙ୍କ ତରଫରୁ କୌଣସି ଅବହେଳା କରାଯିବ ନାହିଁ।

କାଲି ମୋର୍ବିର ଏହି ଘଟଣା ଭୟଙ୍କର ଯନ୍ତ୍ରଣାଦାୟକ ଥିଲା, ମନ ବହୁତ ବ୍ୟଥାରେ ଭରି ଯାଇଥିଲା। ମୁଁ ଦ୍ୱନ୍ଦରେ ଥିଲି ଯେ ଏହି ସମସ୍ତ ହେଉଛି ବିକାଶ ମୂଳକ କାର୍ଯ୍ୟ ଏବଂ ବନାସକାଣ୍ଠାରେ ପାଣିର ଗୁରୁତ୍ୱ କ’ଣ ରହିଛି। ଏହା ମୁଁ ଜାଣିଛି ଯେ, ଏଠାରେ କାର୍ଯ୍ୟକ୍ରମ କରିବି ନା କରିବି ନାହିଁ। କିନ୍ତୁ ଆପଣମାନଙ୍କ ପ୍ରତି ମୋର ଭଲପାଇବା ଏବଂ ଆପଣମାନଙ୍କର ମୋ ପ୍ରତି ଭଲ ପାଇବା ଏବଂ କର୍ତବ୍ୟରେ ବାନ୍ଧି ହୋଇଥିବା ମୋର ସଂସ୍କାର ଏହି କାରଣରୁ ମନକୁ ଦୃଢ କରି ଆପଣମାନଙ୍କ ଗହଣକୁ ଆସିଛି। ବନାସକାଣ୍ଠା ଏବଂ ସମ୍ପୂର୍ଣ୍ଣ ଉତର ଗୁଜରାଟ ଏଥିପାଇଁ ଜଳ ଏବଂ କେବଳ ଗୋଟିଏ କାର୍ଯ୍ୟକ୍ରମରେ ହିଁ ଆଠ ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକ। ଏହି ପ୍ରକଳ୍ପଗୁଡିକ ଦ୍ୱାରା ଆମର ଏହି ବନାସକାଣ୍ଠା, ପାଟନ ଜିଲ୍ଲା, ମେହସାଣା ପ୍ରାୟ ଛଅଟି ଜିଲ୍ଲାର ଏକ ହଜାରରୁ ଅଧିକ ଗାଁ ଏବଂ ଦୁଇ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା ପ୍ରାପ୍ତ ହେବାକୁ ଯାଉଛି। ଆମର ଗୁଜରାଟର ଲୋକମାନେ ସମସ୍ୟା ସହିତ ହିଁ ବଡ଼ ହୋଇଛନ୍ତି। ଦଶ ବର୍ଷ ମଧ୍ୟରୁ ସାତ ବର୍ଷ ଆମେ ମରୁଡ଼ି ଭୋଗିଛୁ ଆଉ ଭୟଙ୍କର ଭୂକମ୍ପକୁ ମଧ୍ୟ ଅଙ୍ଗେ ନିଭେଇଛୁ, କିନ୍ତୁ ଏହି ଗୁଜରାଟର ଲୋକମାନଙ୍କର, କର୍ତବ୍ୟନିଷ୍ଠ ଜନତାଙ୍କର ସ୍ୱଭାବ ଯେଉଁ କାରଣରୁ ସେମାନଙ୍କ ପାଖରେ ଯାହା ମଧ୍ୟ ସଂସାଧନ ଉପଲବ୍ଧ ଥିବ, ତାହାକୁ ନେଇ ସେମାନେ ସବୁବେଳେ ଅସୁବିଧାର ମୁକାବିଲା କରିଛନ୍ତି। କେବେ ହେଲେ ମଧ୍ୟ ଶାନ୍ତିରେ ବସି ଯାଇ ନାହାଁନ୍ତି। ଅକ୍ଳାନ୍ତ ପରିଶ୍ରମ କଲେ ଆଉ ପରିଣାମ ପ୍ରାପ୍ତ କରିବାର ସମସ୍ତ ପ୍ରୟାସ କଲେ ଆଉ ଆମର ଏଠାରେ ବନାସକାଣ୍ଠା ତ ହେଉଛି ଏହାର ଜୀବନ୍ତ ସାକ୍ଷୀ। 20-25 ବର୍ଷ ପୂର୍ବର କଥା ଯଦି ଆମେ କହିବା, ତେବେ ଆମର ଏଠାରେ ବନାସକାଣ୍ଠା ଆଉ ସମଗ୍ର ଅଂଚଳରେ ଯେଉଁ ପରିସ୍ଥିତି ରହିଥିଲା, ତାହା ତୁଳନାରେ ଆଜି ଏଠାରେ ଯେଉଁ ବିକାଶ ହୋଇଛି, ଏ ଯେଉଁ ପରିବର୍ତନ ହୋଇଛି ତାହା ସ୍ପଷ୍ଟ ଭାବେ ଦେଖା ଯାଉଛି ଆଉ ପୂର୍ବର ଦିନଗୁଡ଼ିକୁ ମଧ୍ୟ ଆମେ କେବେ ହେଲେ ଭୁଲି ପାରିବୁ ନାହିଁ, ଆଉ ଆମେ ଏକା ସହିତ ମିଳିମିଶି ପରିଶ୍ରମ କରିବୁ ତେବେ ନିର୍ଣ୍ଣାୟକ ଏବଂ ସ୍ପଷ୍ଟ ପରିଣାମ ମିଳିଥାଏ, ଏହାକୁ ଆମେ ଭୁଲି ପାରିବୁ ନାହିଁ।

ଗୋଟିଏ ପଟେ କଚ୍ଛର ମରୁଭୂମି, ଅନ୍ୟପଟେ ଆମର ଏଠାରେ ଫେବୃୟାରୀ ମାସ ଶେଷ ହେବା ବେଳକୁ ଧୂଳି ଉଡିବା ଆରମ୍ଭ ହୋଇ ଯାଇଥାଏ। ବର୍ଷାକୁ ଅପେକ୍ଷା କରି ଥାଉ ଆଉ ହେଉଥିବା ଗରମ ଖୁବ ଅସହ୍ୟ ହୋଇଥାଏ । ବିଜୁଳି, ପାଣି କେଉଁ ପ୍ରକାରର ସମସ୍ୟା ସବୁ ରହିଥିଲା, ଆଉ ଯଦି ଅଳ୍ପ- ବହୁତ ବର୍ଷା ଆସିଯାଏ, ତେବେ ମାସେ- ଦୁଇ ମାସ କାମ ଚଳି ଯାଇଥାଏ। ଏହି ଉତର ଗୁଜରାଟର ହଜାର- ହଜାର ଗାଁରେ ଯଦି ପାଣି ମଧ୍ୟ ମିଳି ଯାଏ, ତେବେ ତାହା ଫ୍ଲୋରାଇଡ଼ ମିଶ୍ରିତ ମିଳିଥାଏ, ଆଉ ଯଦି ସେହି ପାଣି ପିଇଥାଉ, ତେବେ କ’ଣ ହୋଇଥାଏ, ତାହା ଆପଣମାନେ ଜାଣିଛନ୍ତି, ଆମର ଉତର ଗୁଜରାଟରେ ଆପଣମାନେ ଦେଖିବେ, ସମସ୍ତଙ୍କର ଦାନ୍ତ ହଳଦିଆ ହୋଇ ଯାଇଥାଏ । ଜନ୍ମରୁ ହିଁ ଏଭଳି ଲାଗିଥାଏ ଯେପରି ଏହାର ଦାନ୍ତ ହଳଦିଆ ହୋଇ ଯାଇଛି। ହାଡ଼ ଦୁର୍ବଳ ହୋଇ ଯାଇଛି। ଯୁବାବସ୍ଥାରେ ବାର୍ଦ୍ଧକ୍ୟ ଦେଖା ଦେଇଛି, ଏଭଳି ଲାଗେ। ଏହି ସମସ୍ୟା, ପାଣି ମଧ୍ୟ ଏହିଭଳି ଆଉ ଏହି ପାଣିର ସମସ୍ୟା କୃଷିର ଜୀବନକୁ ମଧ୍ୟ ସମସ୍ୟାମୟ କରି ଦେଇଥିଲା। ଏଠାରେ ଯଦି କେହି ଜମି ବିକ୍ରି କରିବା ପାଇଁ ବାହାରନ୍ତି, ତେବେ କିଣିଲାବାଲା କେହି ମିଳୁ ନ ଥିଲେ, ଏଭଳି ଦିନ ଥିଲା ଆଉ ଆମେ ତଳେ ବୋର ୱେଲମାନ ତିଆରି କରି କରି ପାଣି ବାହାର କରିବା ପାଇଁ ପ୍ରୟାସ ଜାରି ରଖୁଥିଲୁ। ବିଜୁଳି ପାଇଁ ଅପେକ୍ଷା କରୁଥିଲୁ ଆଉ ଆନ୍ଦୋଳନ କରୁଥିଲୁ ଆଉ ମୋଦୀଙ୍କର କୁଶପୁତଳିକା ଦହନ କରୁଥିଲୁ। ଏହି ସବୁ ଆମେ କଲୁ କାରଣ ଲୋକମାନେ ପୁରାତନ ସମୟରେ ଆଶା ହିଁ ଛାଡ଼ି ଦେଇଥିଲେ, କିନ୍ତୁ ସାଥୀଗଣ, ଯେତେବେଳେ ଆପଣମାନଙ୍କର ସେବକ ହୋଇ ଆପଣଙ୍କର ସାଥୀ ହୋଇ ଆପଣଙ୍କର ଅସୁବିଧାକୁ ବୁଝି ଭଲ ଉଦ୍ଦେଶ୍ୟ ନେଇ ସମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କଲୁ, ସେତେବେଳେ କଠିନରୁ କଠିନ ଲକ୍ଷ୍ୟକୁ ମଧ୍ୟ ଆମେ ପ୍ରାପ୍ତ କରି ପାରିଛୁ। 20 ବର୍ଷ ପୂର୍ବେ ମୋତେ ମୁଖ୍ୟମନ୍ତ୍ରୀ ହିସାବରେ କାର୍ଯ୍ୟ କରିବା ପାଇଁ ଆପଣମାନେ ସମସ୍ତେ ଦାୟିତ୍ୱ ଦେଇଥିଲେ ଆଉ ସେତେବେଳେ ଆମେ ସମସ୍ୟାର ମୂଳକୁ ଧରିନେଲୁ ଆଉ ଜଳ ସଂରକ୍ଷଣ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କଲୁ। ଅନ୍ୟ ପକ୍ଷରେ ଯଦି ଆମେ ମାଟିତଳୁ ପାଣି ବାହାର କରି ଚାଲିବା ଆଉ ବୋରୱେଲର ଗଭୀରତା ବଢ଼ି ଚାଲିବ ହିଁ, କିନ୍ତୁ ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ପାଣି ଉପରେ ଲଗାଇ ଦେଲି। ବର୍ଷା ପାଣି ସମୁଦ୍ରକୁ ଚାଲି ନ ଯାଉ, ଏଥିପାଇଁ ଚେକ୍ ଡ୍ୟାମ ମାଧ୍ୟମରେ ପୋଖରୀର ଗଭୀରତାକୁ ବଢ଼ାଇଲୁ, ଆମର ସୁଜଳାମ୍ ସୁଫଳାମ୍ ଯୋଜନା।

ମୋତେ ସ୍ମରଣ ରହିଛି ଯେ ଯେତେବେଳେ ଆମର ଏହି ସୁଜଳାମ୍ ସୁଫଳାମ୍ ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ କଂଗ୍ରେସର ନେତା ମୋତେ କହୁଥିଲେ ସାହାବ ଆମେ କେବେ ହେଲେ ମଧ୍ୟ ଚିନ୍ତା କରି ନ ଥିଲୁ ଯେ ଆମ ଜୀବନକାଳ ମଧ୍ୟରେ ଆମର ଏଠାରେ ଏଭଳି ଭାବେ ପାଣି ଆସି ପାରିବ ଆଉ ଆମେ ଦୁଇ ଥର ଉତ୍ପାଦନ କରି ନେଇ ପାରିବୁ ଏଭଳି ଭଲ ଦିନ ଆମ ଜୀବନରେ ଆସିବ। ଏଭଳି ବିଶ୍ୱାସ ଆମର ନ ଥିଲା। କଂଗ୍ରେସର ନେତା ମୋତେ ଏଭଳି କହୁଥିଲେ। ଆମେ ବାସମୋ ଯୋଜନା  ଆରମ୍ଭ କଲୁ, ଗାଁ- ଗାଁରେ ଜଳ ସମିତି ମାନ ଗଠନ କଲୁ ଆଉ ସେଥିରେ ମଧ୍ୟ ମୁଁ ମହିଳା ମାନଙ୍କୁ କାର୍ଯ୍ୟଭାର ଦେଲି ଆଉ ଏହି ସବୁ ପ୍ରୟାସ ଗୁଡ଼ିକ କାରଣରୁ ପରିଣାମ ଏହା ଆସିଲା ଯେ ବନାସକାଣ୍ଠା ହେଉ କିମ୍ବା ଆମର ସମ୍ପୂର୍ଣ୍ଣ ଉତର ଗୁଜରାଟ ହେଉ ଅବା କଚ୍ଛ, ଯେଉଁମାନଙ୍କ ପାଇଁ ଆମେ ବ୍ୟାକୁଳ ହେଉଥିଲେ, ସେମାନେ ପାଣିର ଏକ ଏକ ବୁନ୍ଦା ପାଇଁ ହେଉଥିବା ବ୍ୟାକୁଳ ପରିସ୍ଥିତିରୁ ବାହାରକୁ ବାହାରିଲେ ଆଉ ବୁନ୍ଦା ଜଳସେଚନ ଯୋଜନା ଦ୍ୱାରା ପ୍ରତ୍ୟେକ ବୁନ୍ଦାର ଉପଯୋଗ କଲେ, ବୁନ୍ଦାଏ ଜଳ ଅଧିକ ଫସଲ (ପର ଡ୍ରପ ମୋର କ୍ରପ), ଏହି ମନ୍ତ୍ରକୁ ଧ୍ୟାନରେ ରଖି କୃଷି, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଚମତ୍କାର କରି ଦେଇଛନ୍ତି। ଗୋଟିଏ ପଟେ ଆମର ବନାସ ଦେବୀ ଆଉ ଅନ୍ୟ ପଟେ 100 ମେଗାୱାଟର ସର୍ବ ବୃହତ ସୌର ଶକ୍ତି ପ୍ରକଳ୍ପ (ଅଲଟ୍ରା ମେଗା ସୋଲାର ପାୱାର ପ୍ଲାଂଟ)। ଆପଣ ଦେଖନ୍ତୁ ଅନ୍ୟ ପଟେ ପାଇପ୍ ମାଧ୍ୟମରେ ଜଳ ଏବେ ଋଷିକେଶ ଭାଇ କହୁଥିଲେ ଯେ ପିଇବା ପାଣି ପ୍ରତ୍ୟେକ ଘରେ ପହଂଚୁ, ରୋଗ ବେମାରୀରୁ ରକ୍ଷା ପାଇବା ପାଇଁ, ହାଡ ଜନିତ ରୋଗରୁ ରକ୍ଷା ପାଇବା କାର୍ଯ୍ୟ ଆମେ କରି ପାରିଛୁ ଆଉ ଏହି ସବୁ କାର୍ଯ୍ୟ ମୁଁ ବନାସକାଣ୍ଠା ମୋତେ ଯେଉଁ ସାହାଯ୍ୟ ଏବଂ ସହଯୋଗ ଦେଇଛି, ଆଜି ଏହି ଅବସରରେ ମୁଁ ବନାସକାଣ୍ଠାକୁ ମଥାନତ କରି ବନ୍ଦନା କରିବାକୁ ଚାହୁଁଛି।

ଏଠାରେ ଯେଉଁ ବୟସ୍କ ଲୋକମାନେ ଉପସ୍ଥିତ ଅଛନ୍ତି, ସେମାନେ ଭଲ ଭାବେ ଜାଣିଥିବେ, ଯେତେବେଳେ ମୁଁ 17-18 ବର୍ଷ ପୂର୍ବରୁ, ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ଏଠାକାର ବରିଷ୍ଠ ଲୋକମାନଙ୍କ ସହିତ ବସୁଥିଲି ଆଉ ପାଣି ସଂପର୍କରେ ଚର୍ଚ୍ଚା କରୁଥିଲି। ଆଉ ସେମାନଙ୍କୁ କହୁଥିଲି ଯେ ଏହି ସବୁ କ୍ଷେତ ପୋଖରୀ ଭଳି ପାଣିରେ ଭର୍ତି ହୋଇ ଯାଉଛି, ଏହିସବୁ ବନ୍ଦ କରନ୍ତୁ, ତାହା ବଦଳରେ ବୁନ୍ଦା ଜଳସେଚନ ଯୋଜନା ଆପଣାନ୍ତୁ। ସେତେବେଳେ ସେହି ଲୋକମାନେ ମୋ କଥା ଶୁଣି ଚିନ୍ତା କରୁଥିଲେ ଯେ ୟାଙ୍କୁ ଭଲା ଚାଷ ବିଷୟରେ କ’ଣ ଜଣାଅଛି। ଏହି ଚା’ବିକାଳୀଙ୍କୁ ଚାଷ ବିଷୟରେ କ’ଣ ଅବା ଜଣାଥିବ, ଏଭଳି କହୁଥିଲେ, କିନ୍ତୁ ମୁଁ ସେମାନଙ୍କ ପଛରେ ପଡ଼ିଗଲି ଆଉ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ପଛରେ ଲାଗି ପଡ଼ିଲି ଆଉ ମୋ ପାଇଁ ଏହା ହେଉଛି ସନ୍ତୋଷର ବିଷୟ ଯେ ବୟସ୍କ ଲୋକମାନେ ମୋ କଥାକୁ ମାନିଲେ ଆଉ ଆଜି ବନାସକାଣ୍ଠାରେ ବୁନ୍ଦା ଅର୍ଥାତ ବୁନ୍ଦା ସିଂଚନ, ସୂକ୍ଷ୍ମ ସିଂଚନ ବାବଦରେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଛି ଆଉ ଏପରି କାର୍ଯ୍ୟ କରି ଜଣାଇଛି ଯେ ସମଗ୍ର ଦେଶ ଆକର୍ଷିତ ହୋଇଛି। ସତ୍ୟର ମାର୍ଗ ହେଉଛି କେତେ ବିଶାଳ, ଏହା ହେଉଛି ତାହାର ଉଦାହରଣ। ଆମର ଏହିସବୁ ପ୍ରୟାସ ଗୁଡ଼ିକୁ ବିଶ୍ୱର କେତେକ ସଂସ୍ଥାଗୁଡ଼ିକ ମଧ୍ୟ ପୁରସ୍କୃତ କରିଛନ୍ତି। ଆଉ ଆଜି ଦେଖନ୍ତୁ ଏହି ଅଂଚଳ ବିକାଶର ନୂତନ କାହାଣୀ ଲେଖୁଛି। ଆଜି ବନାସକାଣ୍ଠାର ଚାରି ଲକ୍ଷ ହେକ୍ଟର ଜମିରେ ବୁନ୍ଦା ଜଳସେଚନ ଯୋଜନା ଉପରେ କାର୍ଯ୍ୟ କରାଯାଉଛି ଆଉ ସେହି କାରଣରୁ ଆମର ଏଠାରେ ଜଳ ସ୍ତର ଆହୁରି ତଳକୁ ଯିବା ଠାରୁ ରକ୍ଷା ପାଇ ଯାଇଛି ଆଉ ଆମେ ଆମର ଜୀବନ ବଂଚାଇଛେ, ଏଭଳି ନୁହେଁ, ଯେଉଁ ପିଲାମାନେ ଭବିଷ୍ୟତରେ ଜନ୍ମ ନେବେ, ସେମାନଙ୍କର ଜୀବନ ବଂଚାଇବାର ପୂଣ୍ୟ କାର୍ଯ୍ୟ ମଧ୍ୟ କରିଛେ ଆଉ ଏଥିପାଇଁ ମୋର ବନାସକାଣ୍ଠା ହେଉ, ପାଟନ ହେଉ, କିମ୍ବା ମେହେସାଣା ହେଉ, ସେ ସମସ୍ତଙ୍କୁ ସହଜ ଭାବେ ପ୍ରଣାମ କରିବା ପାଇଁ ମୋର ମନ ହେଉଛି। ଆଉ ଆପଣମାନେ ସମସ୍ତେ ଏହି ସମସ୍ତ କାର୍ଯ୍ୟ କରି ସେହି ସମୟରେ ଯିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ ଆଉ ଯିଏ ଏବେ ମଧ୍ୟ ରାଜସ୍ଥାନର ସିଏମ ଅଛନ୍ତି ଆଉ ଯିଏ ଏବେ କିଛି ସମୟ ପୂର୍ବରୁ ଆପଣଙ୍କ ପାଖକୁ ଆସି ଅନୁରୋଧ କରୁଥିଲେ, ସେ ମୋତେ ଲିଖିତ ଭାବେ ପତ୍ର ଦେଇ ଏହି ସୁଜଳାମ ସୁଫଳାମର ବିରୋଧ କରିଥିଲେ, ସେତେବେଳେ ମୁଁ ସେମାନଙ୍କୁ କହିଥିଲି ବନାସକାଣ୍ଠା ପାଣି ଜନିତ ସମସ୍ୟାର ଅସୁବିଧା ମଧ୍ୟରେ ଅଛି ମୋର ଭାଇ। ଆପଣମାନଙ୍କୁ ମୋ ବିରୋଧରେ ଯାହା କରିବାର ଅଛି, ତାହା କରନ୍ତୁ, ମୁଁ ତ’ ସୁଜଳାମ୍ ସୁଫଳାମ୍ ଯୋଜନା  ହିଁ  ଲାଗୁକରି ରହିବି, ଆଉ ମୁଁ ତାହା ହିଁ କଲି। 19-20 ବର୍ଷରେ ସୁଜଳାମ୍ ସୁଫଳାମ୍ ଯୋଜନା ପଛରେ ଶହ- ଶହ କି.ମି ରିଚାର୍ଜ କରିବା ପାଇଁ ନିର୍ମାଣ ହେଲା ଏବଂ ଜମିରେ ଜଳସ୍ତର ଉପରକୁ ଆସିଲା ଆଉ ଜଳ ମଧ୍ୟ ସଂଚୟ କରିବାର ଥିଲା, ଏଥିପାଇଁ ପାଇପ୍ ଲାଇନର ବ୍ୟବହାର କରାଗଲା। ଜଳାଶୟ ଗୁଡିକୁ ଭରିବା ପାଇଁ ପାଇପରେ ପାଣି ନେଇ ଯାଉଥିଲେ। ଆଉ ଏବେ ତ’ ଏଭଳି ଦୁଇଟି ପାଇପ୍ ଲାଇନ ନିର୍ମାଣ ହେବ, ଏହା ଦ୍ୱାରା 1000ରୁ ଅଧିକ ଗାଁର ଜଳାଶୟକୁ ଭରି ଦିଆଯିବ। ଆମର ମୁକ୍ତେଶ୍ୱର ଡ୍ୟାମ, କଡମାୱା ଜଳାଶୟ ଉଭୟକୁ ପାଇପ୍ ଲାଇନ ସହିତ ଯୋଡି ପାଣି ଭରିଦିଆଯିବ, ମୋର ଭାଇମାନେ । ଯେଉଁଠାରେ ଉଚ୍ଚ ସ୍ଥାନ ସବୁ ଅଛି, ସେଠାରେ ମଧ୍ୟ ଜଳର ଆବଶ୍ୟକତା ଅଛି, ତେଣୁ ଆମେ ବିଦ୍ୟୁତ ଶକ୍ତି ଚାଳିତ ବଡ଼ ବଡ଼ ପମ୍ପ ଲଗାଇ ପାଣି ସେଠାକୁ ଉଠାଇ ନେବୁ ଏବଂ ପରେ ସେଠାରେ ସମସ୍ତଙ୍କୁ ବିତରଣ କରିବୁ ଭାଇମାନେ। ଏହା ଆମର କାଂଗ୍ରିଜ, ଦିଓଧର ତହସିଲ, ସୋମନଙ୍କର ସମସ୍ୟାଗୁଡିକୁ ମଧ୍ୟ ଆମେ ଅସୁବିଧାରୁ ବାହାରକୁ ବାହାର କରିବୁ। ଆମର ୱାଉ, ସୁମିଶ୍ରୀ ଗାଁ ଏବଂ ତହସିଲ ଏହି ସମସ୍ତ ଗାଁ ଉଚ୍ଚରେ ଅବସ୍ଥିତ, କେନାଲ ନେଟୱର୍କ ସେଠାରେ ପହଂଚାଇବା ହେଉଛି ବହୁତ କଷ୍ଟକର। ଏବେ ସୁଇ ଗାଁର ସମସ୍ୟା ମଧ୍ୟ ଦୂର ହେବ ଏବଂ ମାତା ନର୍ମଦାଙ୍କ ପାଣି ମୁଖ୍ୟ କେନାଲ ଏବଂ ଶାଖା କେନାଲ ନେଟୱର୍କର ମଧ୍ୟ ନିର୍ମାଣ ହେବ, ଏଥିଯୋଗୁଁ  ଗାଁ, ସୁଇ ଗାଁ ତହସିଲ ସହିତ ଡଜନ- ଡଜନ ଗାଁ ପାଣିରେ ଭରପୁର ହେବାକୁ ଯାଉଛି। ଆମର କଥରା, ଦନ୍ତେୱାଡା ପାଇପ୍ ଲାଇନ, ପାଟନ ଏବଂ ବନାସକାଣ୍ଠାର ଛଅ ତହସିଲ ସେମାନଙ୍କୁ ମଧ୍ୟ ଅଧିକ ଲାଭ ହେବ, ମୋର ଭାଇମାନେ।

ଆଗାମୀ ସମୟରେ ମୁକ୍ତେଶ୍ୱର ଡ୍ୟାମ ଏବଂ କଡ଼ମାୱା ଜଳାଶୟ ସେଠାକୁ ମାଆ ନର୍ମଦାଙ୍କ ପାଣି ଆସିବାକୁ ଯାଉଛି। ସେଥିଯୋଗୁଁ ବନାସକାଣ୍ଠା, ବଡ଼ଗାମ୍, ଖେରାଲୁ, ପାଟନ, ସିଦ୍ଧପୁର, ମେହସାଣା ଏହି ସମସ୍ତ ଅଂଚଳରେ ପାଣି ସମସ୍ୟା କମ୍ କରିବାରେ ବହୁତ ସହାୟତା ମିଳିବାରେ ଲାଗିବ। ଆମେ ଗୁଜରାଟର ଲୋକ ଜାଣିଛୁ ପାଣିର ମହତ୍ୱ କ’ଣ। ଆମ ଗୁଜରାଟ ଏବଂ ରାଜସ୍ଥାନର ଲୋକ ଜାଣଛନ୍ତି। ଆମର ଏଠାରେ କେହି ପାଣି ପିଆଉଛନ୍ତି, ତେବେ ତାକୁ ମଧ୍ୟ ପୁଣ୍ୟ ଭାବେ ବିବେଚନା କରାଯାଏ। ଯଦି କେହି ପାଣି ପିଇବାର ବ୍ୟବସ୍ଥା କରିଥାଏ, ତେବେ ସମଗ୍ର ଗାଁ ତାକୁ ସେବାକାରୀ ବୋଲି କହିଥାନ୍ତି। ଯଦି କୌଣସି ଗାଁର ପ୍ରବେଶ ପଥରେ କେହି ଗଛ ତଳେ ମାଠିଆରେ ପାଣି ରଖିଥାଏ ଆଉ ଯଦି କେହି ପ୍ରତିଦିନ ମାଠିଆରେ ପାଣି ରଖିଥାଏ, ତେବେ ଗାଁ ବାଲା ଗର୍ବର ସହିତ ତାଙ୍କୁ କହି ଥାଆନ୍ତି ସେ ହେଉଛନ୍ତି ଜଣେ ସେବାକାରୀ, ସେ ଲୋକମାନଙ୍କୁ ପାଣି ପିଇବାକୁ ଦେଉଛନ୍ତି। ଆମେ ସମସ୍ତେ ତ ରୁଦ୍ରଧାମର କଥା ଶୁଣିଛନ୍ତି ଆଉ ପାଣିର କଥା ଆସିଛି, ସେତେବେଳେ ତାହାର ଚର୍ଚ୍ଚା ହୋଇଥାଏ। ଆଜ୍ଞା ଆଉ ଦୂରକୁ ଯିବାର ଆବଶ୍ୟକତା ନାହିଁ। ଆମର ଲାଖା ବନଜାରା ତାଙ୍କୁ କେହି ଭୁଲି ପାରିବେ ଆଉ ସେହି କାରଣରୁ ଆଜି ଯେଉଁଠାରେ ଜଳ ସମ୍ବନ୍ଧୀୟ କାର୍ଯ୍ୟ ହୋଇଛି, ସେଠାରେ କେହି ନା କେହି ଲାଖା ବନଜାରାଙ୍କ ଚେହେରା ଦେଖିଛନ୍ତି ଆଉ ନା ହିଁ ଗାଁ ବିଷୟରେ ଜଣାଅଛି। ଲାଖା ବନଜାରାଙ୍କ କେବଳ ନାମ ହିଁ ଶୁଣିଛୁ, ପୁଣି ମଧ୍ୟ ପାଣି ପାଇଁ ଏକ ଛୋଟ ଜଳାଶୟ ଖୋଳିଛନ୍ତି, ତେଣୁ ଶହ- ଶହ ବର୍ଷ ପରେ ମଧ୍ୟ ଲୋକ ଲାଖା ବନଜାରାଙ୍କୁ ଭୁଲିବାକୁ ପ୍ରସ୍ତୁତ ନୁହେଁ। ଯିଏ ପାଣି ଦେଇଥାଏ, ତାହାର ସେହି ଭାବକୁ ପୂଣ୍ୟ ଦୃଷ୍ଟିରେ ଦେଖା ଯାଇଥାଏ। ଆଉ ମୋତେ ଲାଗୁଛି ଯେ ଏହି ଲାଖା ବନଜାରା ଯଦି ଆଜି ନିର୍ବାଚନରେ ଠିଆ ହୋଇଯିବେ, ବିଶ୍ୱର କୌଣସି ଶକ୍ତି ତାଙ୍କୁ ହରାଇ ପାରିବେ ନାହିଁ। ପାଣିର ଏହା ହେଉଛି ଶକ୍ତି, ଯିଏ ପାଣି ଆଣିଥାଏ, ସେ ଅମୃତ ଆଣିଥାଏ। ଯିଏ ଅମୃତ ଆଣିଥାଏ, ସେ ସମଗ୍ର ସମାଜକୁ ଅଜୟ କରି ଦେଇଥାଏ। ଆଉ ପାଣିର, ଜଳଶକ୍ତିର ଆଶୀର୍ବାଦ କାମରେ ଆସିଥାଏ।

ଭାଇ  ଭଉଣୀମାନେ,

ପାଣିକୁ ନେଇ ଆଜି କୃଷି ଠାରୁ ଆରମ୍ଭ କରି ପଶୁପାଳନ ସମସ୍ତ କ୍ଷେତ୍ରରେ ସମ୍ଭାବନା ବୃଦ୍ଧି ପାଇଛି। ଫଳ, ପନିପରିବା ତାହା ସହିତ ଜଡ଼ିତ ଖାଦ୍ୟ ପ୍ରକ୍ରିୟାକରଣ ଏହା ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। କିଛି ସମୟ ପୂର୍ବରୁ ମୁଁ ଆପଣମାନଙ୍କର ବନାସ ଡାଏରୀକୁ ଯାଇଥିଲି। ସେଠାରେ ଆଳୁ ପ୍ରକ୍ରିୟାକରଣର ଏକ ବହୁତ ବଡ଼ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ଭାରତ ସରକାର ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁତ ସହାୟତା କରୁଛନ୍ତି। ସଖୀ ମଣ୍ଡଳ, କୃଷକ ଉଦ୍ୟୋଗ ସଂଘ ଏବଂ ସେଥିରେ ମଧ୍ୟ ଯେଉଁ ଲୋକମାନେ ଏହି ମୂଲ୍ୟବର୍ଦ୍ଧନରେ ଆସୁଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣରେ ଆସୁଛନ୍ତି, ସେମାନଙ୍କୁ ଆମେ ସହାୟତା କରୁଛୁ । ସେ ଶୀତଳଭଣ୍ଡାର ନିର୍ମାଣ କରିବା ହେଉ ଅବା ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଂଟ ପ୍ରତିଷ୍ଠା କରିବା ହେଉ, ଭାରତ ସରକାର ଛୋଟ- ଛୋଟ ସଂଗଠନକୁ ମଧ୍ୟ ସହାୟତା କରି ମୋର କୃଷକମାନଙ୍କ ଶକ୍ତି ବୃଦ୍ଧି କରିବାର କାର୍ଯ୍ୟ କରୁଛନ୍ତି। ଆଜି ଯେଉଁଭଳି ଭାବେ ଡାଏରୀ ମାଧ୍ୟମରେ ଯେପରି ଛୋଟ- ଛୋଟ ପଶୁପାଳକଙ୍କ ଭାଗିଦାରୀ ବୃଦ୍ଧି ପାଉଛି, ସେହିପରି ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକମାନଙ୍କ ଶକ୍ତି ବୃଦ୍ଧି କରିବା ପାଇଁ ମଧ୍ୟ ଆମେ ସହାୟତା କରୁଛୁ । ଡାଳିମ୍ବ, ଆପଣମାନେ ଦେଖନ୍ତୁ, ଏହାର ଜୁସର ଫ୍ୟାକ୍ଟ୍ରି ଏବଂ ସେଥିରେ ମଧ୍ୟ କୃଷକଙ୍କ ଭାଗିଦାରୀ ରହିଥାଏ । ସଖୀ ମଣ୍ଡଳ କାମ କରୁଛନ୍ତି, ତେବେ ସେମାନଙ୍କୁ ମଧ୍ୟ ଲାଭ ମିଳିଥାଏ। ଫଳ, ପନିପରିବା, ଆଚାର, ବଡ଼ି, ଚଟଣୀ ଅନେକ ପ୍ରକାରର ଉତ୍ପାଦନ ଘରେ ଘରେ ପ୍ରସ୍ତୁତ ହେବାରେ ଲାଗିଛି, ଆଉ ସେଥିରେ ଲେବଲ ଲଗାଇ ବଜାରରେ ବିକ୍ରି ହେବାରେ ଲାଗିଛି। ଏକ ଉଦ୍ୟୋଗ ଭାବେ ବିକଶିତ ହେଉ, ଏଥିପାଇଁ ସରକାର ଗାଁ- ଗାଁରେ ଭଉଣୀମାନଙ୍କର ମଣ୍ଡଳୀଗୁଡ଼ିକୁ ଯେଉଁ ଋଣ ମିଳୁଛି, ତାହାର ସୀମାକୁ ଦୁଇଗୁଣା କରି ଦେଇଛନ୍ତି। ମୋର ଏହି ଭଉଣୀମାନେ କାର୍ଯ୍ୟ କରିବେ ଆଉ ସେମାନଙ୍କ ହାତକୁ ଅର୍ଥ ଆସିବ ତେବେ ସେମାନେ ଦୁଇ ଗୁଣ କାର୍ଯ୍ୟ କରିବେ। କେବଳ ଏତିକି ହିଁ ନୁହେଁ, ଆମର ଆଦିବାସୀ ଅଂଚଳ, ଜନଜାତି କ୍ଷେତ୍ର ସେଠାରେ ମଧ୍ୟ ଆମେ ବନ ଧନ କେନ୍ଦ୍ର ଖୋଲିଛୁ ଯାହା ବଣରେ ଉତ୍ପାଦିତ ହେଉଛି ଆଉ ସେହି ଧନ ଏବଂ ସେଥିରେ ମଧ୍ୟ ଭଉଣୀମାନଙ୍କୁ କାର୍ଯ୍ୟରେ ଲଗାଇ ଯେଉଁ ବନ୍ୟ ଉତ୍ପାଦ ମିଳୁଛି, ସେମାନଙ୍କୁ ଭଲରୁ ଭଲ ମୂଲ୍ୟ ମିଳୁ, ସେ ଆୟୂର୍ବେଦ ଦୋକାନ ଅବା ବଜାରକୁ ଯାଉଛି, ତାହାଦ୍ୱାରା ସେମାନଙ୍କୁ ଲାଭ ହେଉଛି, ଏଭଳି କାର୍ଯ୍ୟ କରିଛୁ। ମୋତେ ଅନେକ କୃଷକ ଭାଇମାନେ ସେମାନଙ୍କର ଲାଭ ବିଷୟରେ ପତ୍ର ଲେଖିଛନ୍ତି। ମୋର ମନେଅଛି ଯେ ପିଏମ କିଷାନ ସମ୍ମାନ ନିଧି ଆଉ ଆମର ଉତର ଗୁଜରାଟରେ କୃଷକର ଅର୍ଥ ହେଉଛି ଯେ ଦୁଇ ମାଣ ଅବା ଅଢ଼େଇ ମାଣ ଜମି ଥାଏ, ଅର୍ଥାତ କ୍ଷୁଦ୍ର ଚାଷୀ ହୋଇ ଥାଆନ୍ତୁ ଆଉ ସେମାନେ ବ୍ୟାଙ୍କରୁ ଋଣ ମଧ୍ୟ ନେଇ ନ ଥାନ୍ତୁ, ସେମାନଙ୍କୁ ପିଏମ କିଷାନ ସମ୍ମାନ ନିଧିରେ ବର୍ଷକୁ ତିନି ଥର 2-2 ହଜାର ଟଙ୍କା ମିଳିଥାଏ, ସେତେବେଳେ ସେମାନଙ୍କୁ ଚାଷବାସ କାର୍ଯ୍ୟ କରିବାରେ ବହୁତ ବଡ଼ ଗତି ମିଳିଥାଏ। ଏହି କାର୍ଯ୍ୟରେ ଏକ ଟଙ୍କା ମଧ୍ୟ ଦୁର୍ନିତୀ ହୋଇ ନଥାଏ ଆଉ ଏହି କାର୍ଯ୍ୟରେ ଦିଲ୍ଲୀରୁ ବଟନ ଚିପି ଦେବା ତେବେ ଆପଣମାନଙ୍କ ଖାତାକୁ ଅର୍ଥ ଆସି ଯାଉଛି। ଏବେ ଆମେ ଏକ ବଡ଼ କାର୍ଯ୍ୟ ହାତକୁ ନେଇଛୁ, ତାହା ମଧ୍ୟ ଆମ କୃଷକ ଭାଇମାନଙ୍କ ପାଇଁ। ସାର କିଣିବାରେ ଆମ କୃଷକମାନଙ୍କୁ ଲାଭ ମିଳୁ, ସେହି ଦିଗରେ ଆମେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ ଆଉ ଏବେ ୟୁରିଆ ଅବା ଅନ୍ୟ ସାର ଭିନ୍ନ ଭିନ୍ନ ନାମ ବଦଳରେ ଆଉ ଦର କମ୍ ବେଶୀ ଯୋଗୁଁ ଆମ କୃଷକମାନଙ୍କୁ ବହୁତ ଅସୁବିଧା ହେଉଥିଲା, କିନ୍ତୁ ଏବେ ତାହାକୁ ଦୂର କରି ଦିଆ ଯାଇଛି । ଏବେ କେବଳ ଗୋଟିଏ ନାମରେ ହିଁ ସାର ମିଳିବ। ଆଉ ତାହାର ନାମ ଭାରତ ରଖା ଯାଇଛି। ଭାରତ ନାମରେ ସାର ଅର୍ଥାତ ସମସ୍ତ ପ୍ରକାରର ବେଇମାନୀ ଏବଂ ଠକାମୀ ବନ୍ଦ। ବିଦେଶରୁ ମଧ୍ୟ ସରକାର ଯେଉଁ ୟୁରିଆ ଆମଦାନୀ କରୁଛନ୍ତି, ସେଥିରେ ମଧ୍ୟ ଏକ ବସ୍ତା ୟୁରିଆର ଦର 2 ହଜାର ଟଙ୍କାରୁ ଅଧିକ ଆସୁଛି। କରୋନା ଏବଂ ଯୁଦ୍ଧ ଯୋଗୁଁ 2 ହଜାର ଟଙ୍କାରେ ଯେଉଁ ବସ୍ତା ବାହାରୁ ଅଣା ଯାଉଛି, ସେଥିପାଇଁ ମୋର କୃଷକ ଭାଇମାନଙ୍କୁ ସମସ୍ୟା ନ ହେଉ, ଏଥିପାଇଁ 260 ଟଙ୍କାରେ ଦେଉଛୁ । ବସ୍ତା ପିଛା 2 ହଜାର ଟଙ୍କାରେ ଆଣି 260 ଟଙ୍କାରେ ଦେଉଛୁ, କାରଣ ମୋ କୃଷକମାନଙ୍କର ଫସଲ ଖରାପ ହୋଇ ନ ଯାଉ, ଆମକୁ ସେହି ଚିନ୍ତା ରହିଛି।

ମୋତେ ଏହା ଦେଖି ଆନନ୍ଦ ଲାଗୁଛି ଯେ, ଆଜି ବନାସ ଡାଏରୀ ଗୁଜରାଟ ହିଁ ନୁହେଁ, ଉତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ନିଜର ବ୍ୟାପକତାକୁ ବଢ଼ାଇ ପାରିଛି । ଆଜି ବନାସ ଡାଏରୀ ପଶୁଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛି। ଦୁଗ୍ଧ ବ୍ୟତୀତ ବିଭିନ୍ନ ପ୍ରକାରର ଦୁଗ୍ଧ ଜାତ ଦ୍ରବ୍ୟ ପ୍ରସ୍ତୁତ ହେଉଛି, ସେଥିପାଇଁ ମଧ୍ୟ ବଜାର ପ୍ରସ୍ତୁତ କରିଛି। ଆମ ସରକାର ଡାଏରୀ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ, ପଶୁପାଳନକୁ ସୁଦୃଢ଼ କରିବା ପାଇଁ, ଅନେକ କାର୍ଯ୍ୟ କରୁଛନ୍ତି। ପଶୁମାନଙ୍କର ସମ୍ମାନ ହେଉ ଆଉ ସାରା ଜୀବନ ସେମାନଙ୍କୁ ପାଳିବା ହେଉ, ସେଥିପାଇଁ ମଧ୍ୟ ଆମେ ନିରନ୍ତର, ତାଙ୍କ କଥା ଚିନ୍ତା କରୁଛୁ। କିନ୍ତୁ ଏବେ କେବଳ ପଶୁମାନଙ୍କ ଦୁଗ୍ଧ ଦ୍ୱାରା ଆୟ ହେଉ, ଏଭଳି ନୁହେଁ, ସେମାନଙ୍କ ଗୋବରରୁ ମଧ୍ୟ ଆୟ ହେଉ, କ୍ଷୀର ଦେଉଥିବା ପଶୁମାନଙ୍କୁ ଆପଣଙ୍କୁ ଛାଡ଼ିବାକୁ ନ ପଡ଼ୁ, ଏଥିପାଇଁ ଭାରତ ସରକାର ଏବେ ଗୋବର୍ଦ୍ଧନ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଆମର ଏଠାରେ ରାଜ୍ୟପାଳ ସାହେବ ଏଥିପାଇଁ ଜସଚେତନତା ସୃଷ୍ଟି କରିଛନ୍ତି ଆଉ ଆମ କୃଷକ ଭାଇମାନେ ଆମର ଏଠାରେ ପ୍ରାକୃତିକ କୃଷିକୁ ଆହୁରି ଆଗକୁ ନେଇ ଚାଲିଛନ୍ତି। ୟୁରିଆ ଏବଂ ରାସାୟନିକ ମୁକ୍ତ ଚାଷ ଏବଂ ସେହି କାରଣରୁ ଆମର ପଶୁ ଏବଂ ସେମାନଙ୍କ ଗୋବର ଉପଯୋଗ ହେବାରେ ଲାଗିଛି। ଆମର ଏଠାରେ ବନାସକାଣ୍ଠାରେ ଗୋବର ଏବଂ ଅଳିଆରୁ ଜୈବ ଗ୍ୟାସ, ଜୈବ ସିଏନଜି ତାହାର ବଡ଼ ଯୋଜନାମାନ ଉପରେ କାର୍ଯ୍ୟ କରିଛନ୍ତି ଆଉ ଏବେ ଏଥିରେ ଗାଡ଼ି ମଧ୍ୟ ଚାଲୁଛି। ବିଜୁଳି ମଧ୍ୟ ଉତ୍ପାଦିତ ହେଉଛି ଓ ବିଦେଶୀ ମୁଦ୍ରା ସଂଚୟ ହେଉ, ସେହି ଦିଗରେ ହଜାର- ହଜାର ପ୍ଲାଂଟ ପ୍ରତିଷ୍ଠା ହେଉଛି । ଆମର ଡାଏରୀ, ଆମର ଗୋବର, ସେଥିରୁ ଗ୍ୟାସ, ଏହି ସମସ୍ତ କଥା ଆର୍ଥିକ ବିକାଶ ଏବଂ ସାଧାରଣ ଜନତାଙ୍କ ଉନ୍ନତି ପାଇଁ ଉପଯୋଗ କରାଯାଉଛି। କେବଳ ଏତିକି ହିଁ ନୁହେଁ, ଜୈବିକ ଉର୍ବରକ ଏହି କୃଷକ ମାନଙ୍କୁ କିପରି ମିଳିବ, କାରଣ ଏବେ କୃଷକମାନେ ମଧ୍ୟ ଧରଣୀମାତାକୁ ରାସାୟନିକ ପକାଇ ଧରଣୀ ମାତାକୁ ନଷ୍ଟ କରିବାକୁ ଚାହୁଁ ନାହାଁନ୍ତି। ମୋର ଏହି କୃଷକ ଭାଇମାନେ ମଧ୍ୟ ଧରଣୀ ମାତାର ଚିନ୍ତା କରିବାରେ ଲାଗିଛନ୍ତି। ସେମାନେ ଚିନ୍ତା କରୁଛନ୍ତି ଯେ ଯଦିଓ କମ୍ ଉତ୍ପାଦନ ହେଉ, ଏହି ରାସାୟନିକ ମୋ ଧରଣୀ ମାତାଙ୍କୁ ପିଇବାକୁ ଦେବି ନାହିଁ। ଏଥିପାଇଁ ତାକୁ ସାତ୍ୱିକ ସାର ମିଳିବା ଜରୁରୀ, ଏଥିପାଇଁ ଗୋବର୍ଦ୍ଧନ ଦ୍ୱାରା ଗୋବର କାରଖାନା ଜରିଆରେ ସେମାନଙ୍କୁ ଜୈବିକ ଉର୍ବରକ ସେମାନଙ୍କ ଚାଷ ଜମିରେ ମିଳୁ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ।

ଭାଇ  ଭଉଣୀମାନେ,

ଦଶକ- ଦଶକ ଧରି ଦୁର୍ଦ୍ଦଶାର ସ୍ଥିତିରେ ରହିଥିବା ଆମର ଏହି କ୍ଷେତ୍ର ଆଜି ଦେଶର ସୁରକ୍ଷା କବଚ ପାଲଟୁଛି । ଏବେ ଦେଖନ୍ତୁ ଆପଣମାନଙ୍କ ସହିତ ମୋତେ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଦିଶାରେ ଏକ କାର୍ଯ୍ୟକ୍ରମ କରିବାର ସୁଯୋଗ ମିଳିଥିଲା। ଦିଶାରେ ବାୟୁସେନାର ଏକ ବହୁତ ବଡ଼ କେନ୍ଦ୍ର ରହିଛି । ତାହାର ଶିଳାନ୍ୟାସ ହୋଇ ଯାଇଛି, ହଜାର- ହଜାର କୋଟି ଟଙ୍କାର ନିବେଶ ଆସିବାକୁ ଯାଉଛି । ଆଉ ଏହି ସମଗ୍ର ଅଂଚଳ ସୁରକ୍ଷାର ବହୁତ ବଡ଼ କେନ୍ଦ୍ର ପାଲଟିବ, ସେହି ଦୃଷ୍ଟିରୁ ବହୁତ ନୂତନ ରୋଜଗାରର ବିକାଶ ହେବ। ଆପଣମାନେ ଦେଖନ୍ତୁ, ନଡ଼ାବେଟରୁ ସୀମା ଦର୍ଶନର କାର୍ଯ୍ୟ କରାଗଲା ଆଉ ସମଗ୍ର ହିନ୍ଦୁସ୍ତାନକୁ ଏଭଳି ଲାଗିଲା ଯେ ସୀମାର କୌଣସି ମଧ୍ୟ ଗାଁର କିପରି ବିକାଶ କରାଯାଇ ଥାଏ ଯଦି ତାହାର ଉଦାହରଣ ଦେଖିବାର ଅଛି, ତେବେ ସେ ନଡ଼ାବେଟକୁ ଆସି ଦେଖି ପାରିବେ । ଆମେ ଦୂର ଦୂରାନ୍ତର ଗାଁରେ ଏନସିସି, ସୀମାବର୍ତି ଗାଁରେ ଭାଇବ୍ରେଂଟ ଭିଲେଜ ଯୋଜନା କାର୍ଯ୍ୟକାରୀ କରୁଛୁ । ସୀମାବର୍ତି ଗାଁ ପାଇଁ ଭାରତ ସରକାର ବିଶେଷ ବଜେଟ ବ୍ୟବସ୍ଥା କରୁଛନ୍ତି।

ଭାଇ  ଭଉଣୀମାନେ,

ଡବଲ ଇଂଜିନର ସରକାର ଏହି ସମସ୍ତ  ସୀମାନ୍ତବର୍ତି ଗାଁ ରହିଛି ଯାହାର ବିକାଶ ପାଇଁ ବିଶେଷ ଧ୍ୟାନ ଦେବାର କାର୍ଯ୍ୟ କରୁଛନ୍ତି ଆଉ ଏଥିପାଇଁ ଭାଇବ୍ରେଂଟ ବର୍ଡ଼ର ଭିଲେଜ ଆପଣମାନଙ୍କ ପାଇଁ ଆମେ ବଜେଟରେ ଘୋଷଣା କରିଛୁ ଆଉ ଏହି ଯୋଜନା ସହିତ ଗାଁ ଗୁଡ଼ିକୁ ଯୋଡ଼ା ଯାଉଛି। ବନାସକାଣ୍ଠାର ପାଖାପାଖି ସମସ୍ତ ଅଂଚଳକୁ ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଭ ମିଳିବ। ମୋତେ ଆଉ ଏକ କଥା କହିବାର ଅଛି, ଆପଣ ସମସ୍ତଙ୍କୁ ଜଣାଥିବ ଯେ କିଛି ଦିନ ପୂର୍ବରୁ ମୁଁ ଭୂଜ ଆସିଥିଲି। ଭୂଜରେ ଆମେ ଭୂକମ୍ପ ସମୟରେ ଯେଉଁ ଲୋକମାନଙ୍କର ମୃତ୍ୟୁ ଘଟିଥିଲା, ସେମାନଙ୍କ ସ୍ମୃତିରେ କଚ୍ଛର ଭୂଜିୟା ଡ଼ୁଙ୍ଗୁରୀରେ ସ୍ମୃତି ବନ ନିର୍ମାଣ କରିଛୁ। ସମଗ୍ର ଗୁଜରାଟରେ 13 ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଥିରେ ବନାସକାଣ୍ଠା ଏବଂ ପାଟନର ଲୋକ ମଧ୍ୟ ଥିଲେ। ସେମାନଙ୍କର ନାମ ମଧ୍ୟ ସେଠାରେ ଲେଖା ଯାଇଛି । ସେହି ମସସ୍ତଙ୍କର ନାମରେ ସେଠାରେ ଗୋଟିଏ ଗୋଟିଏ ଗଛ ଲଗା ଯାଇଛି, ଆଉ ସାରା ବିଶ୍ୱର ଲୋକ ସେଠାକୁ ଦେଖିବାକୁ ଆସନ୍ତୁ, ତେଣୁ  ସେଠାରେ ଏକ ସ୍ମାରକ ପ୍ରତିଷ୍ଠା କରାଯାଇଛି । ମୋର ବନାସକାଣ୍ଠା ଏବଂ ପାଟନ ଜିଲ୍ଲାର ଲୋକଙ୍କୁ ଅନୁରୋଧ ଯେ ଯେଉଁ ଲୋକମାନେ ନିଜ ପରିଜନଙ୍କୁ ହରାଇଛନ୍ତି, ଆପଣ ଥରେ ସେଠାକୁ ସେହି ଲୋକମାନଙ୍କୁ ନେଇକରି ଯାଆନ୍ତୁ। ବନାସ ଡାଏରୀ ଏହି କାର୍ଯ୍ୟ ଭଲ ଭାବରେ କରି ପାରିବ ଆଉ ଆପଣ ସେଠାରେ ନିଜ ହାତରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଆତ୍ମସନ୍ତୋଷ ଲାଭ କରି ପାରିବେ ଯେ ସରକାର ସେମାନଙ୍କୁ ଭୁଲି ଯାଇ ନାହାଁନ୍ତି । 20 ବର୍ଷ ପରେ ମଧ୍ୟ ସେମାନଙ୍କୁ ମନେ ରଖିବାର କାର୍ଯ୍ୟ କରିଛନ୍ତି। ଏହିଭଳି ଅନେକ କାର୍ଯ୍ୟ ରାଷ୍ଟ୍ରର ଗୌରବ ବୃଦ୍ଧି କରୁଛି, ସାଧାରଣ ଜନତାର ବିଶ୍ୱାସ ବୃଦ୍ଧି ପାଉ, ସେମାନଙ୍କ ପାଇଁ ଡବଲ ଇଂଜିନ ସରକାର କାର୍ଯ୍ୟ କରୁଛନ୍ତି।

ଆମର ଏକ ମାତ୍ର ସ୍ଳୋଗାନ ହେଉଛି ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ। ଗରିବ ହୁଅନ୍ତୁ, ପୀଡ଼ିତ ହୁଅନ୍ତୁ, ଦଳିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ଅବା ପୁଣି ଆଦିବାସୀ ହୁଅନ୍ତୁ, ସମସ୍ତଙ୍କର ବିକାଶ ପାଇଁ ଆମକୁ କାର୍ଯ୍ୟ କରିବାର ଅଛି। ଗୁଜରାଟ ଆରମ୍ଭରୁ ହିଁ ଏହି ଗୋଟିଏ ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି। ଭାରତର ବିକାଶ ପାଇଁ ଗୁଜରାଟର ବିକାଶ। ଭାରତକୁ ବିକଶିତ କରିବା ପାଇଁ ଗୁଜରାଟକୁ ମଧ୍ୟ ବିକଶିତ କରିବାକୁ ହେବ। ବିକଶିତ ରାଜ୍ୟ ହୋଇ ଆମକୁ ଆଗକୁ ବଢ଼ିବାକୁ ହେବ। ଏହି କାର୍ଯ୍ୟ ଆମେ କରୁଛୁ। ଆପଣମାନେ ଦେଖିଥିବେ, ଯେ ଗତକାଲି ବଡୋଦରାରେ ଆମେ ବିମାନ ନିର୍ମାଣର ଶୁଭାରମ୍ଭ କରିଛୁ। ଗୋଟିଏ ସମୟ ଥିଲା, ଯେତେବେଳେ ସାଇକେଲଟିଏ ମଧ୍ୟ ନିର୍ମାଣ ହେଉ ନ ଥିଲା। ଆଜି ବିମାନ ନିର୍ମାଣ ହେବ, ଏହା ଖୁସିର କଥା ନା ନୁହେଁ। ଗୌରବ ଅନୁଭବ ହେଉଛି ନା ନାହିଁ। ଆପଣଙ୍କ ପିଲାମାନଙ୍କୁ ଲାଭ ମିଳିବ ନା ନାହିଁ, ଏଭଳି ଲାଗୁଛି ନା ଲାଗୁନାହିଁ। ଆଉ ଏଥିପାଇଁ ଏହି ବିକାଶର ଯାତ୍ରାକୁ ଅଟକିବାକୁ ଦିଅନ୍ତୁ ନାହିଁ ଆଉ କିଛି ଲୋକଙ୍କୁ ଏଭଳି ସମସ୍ୟା ହୋଇଥାଏ, ମୁଁ ସମସ୍ତ ଖବରକାଗଜ ତ ଦେଖିନାହିଁ କିନ୍ତୁ ଆଜି ଦୁଇଟି ଖବରକାଗଜ ଦେଖିଛି, ସେହି ଦୁଇ ଖବରକାଗଜରେ କଂଗ୍ରେସର ବିଜ୍ଞାପନ ଅଛି, ଏବେ ଆପଣମାନେ ବିଚାର କରନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ହେଉ, ଆଉ ଖବରକାଗଜରେ କଂଗ୍ରେସର ବିଜ୍ଞାପନ କିନ୍ତୁ ସେଥିରେ ସର୍ଦ୍ଦାର ସାହେବଙ୍କ ବିଷୟରେ ସେମାନେ ‘ସ' ପର୍ଯ୍ୟନ୍ତ ଲେଖି ନାହାଁନ୍ତି। ଏହା ଆପଣମାନଙ୍କୁ ସର୍ଦ୍ଦାର ସାହେବ, ଯେ କି ନେହେରୁ ସାହେବଙ୍କ ସରକାରରେ ଗୃହ ମନ୍ତ୍ରୀ ଥିଲେ, ଭାରତର ଏତେ ବଡ଼ ନେତା ଥିଲେ, କଂଗ୍ରେସର ଏତେ ବଡ଼ ନେତା ଥିଲେ, ତାଙ୍କ ଜୟନ୍ତୀରେ ଆପଣ ଗୁଜରାଟରେ ବିଜ୍ଞାପନ ହେଉଛନ୍ତି, ସେଥିରେ ସର୍ଦ୍ଦାର ସାହେବଙ୍କର କୌଣସି ଛବି ନାହିଁ, କୌଣସି ନାମ ନାହିଁ, କେବଳ ଉପର ଠାଉରିଆ ଭାବେ କହୁଛନ୍ତି ଯେ ଆମେ ସମସ୍ତଙ୍କୁ ଯୋଡ଼ିବୁ। ପ୍ରଥମେ ଜଣେ ସର୍ଦ୍ଦାର ସାହେବଙ୍କୁ ତ ଯୋଡ଼ନ୍ତୁ, ଏତେ ବଡ଼ ଅପମାନ। କଂଗ୍ରେସକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଠାରୁ କ’ଣ ଅସୁବିଧା ହେଉଥିଲା। ଗୁଜରାଟ ସର୍ଦ୍ଦାର ସାହେବଙ୍କ ପ୍ରତି ଅପମାନକୁ କେବେ ସହ୍ୟ କରିବ ନାହିଁ ବନ୍ଧୁ, କିନ୍ତୁ ସେମାନଙ୍କୁ କୌଣସି ଖାତିର ନାହିଁ। କେତେ ଦ୍ୱେଷ ଭରି ରହିଛି, ଯେ ସେମାନେ ଏଭଳି କାମ କରୁଛନ୍ତି।

ଭାଇ  ଭଉଣୀମାନେ,

ଆମକୁ ଗୁଜରାଟକୁ ଆଗକୁ ବଢ଼ାଇବାର ଅଛି, ସର୍ଦ୍ଦାର ସାହେବଙ୍କ ମାର୍ଗ ଏବଂ ଆଶୀର୍ବାଦ ସହିତ ଆଗକୁ ବଢ଼ିବାର ଅଛି ଆଉ ଗୁଜରାଟ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଆଗକୁ ବଢ଼ୁ ଆଉ ମୋର ଆଗାମୀ ପିଢ଼ୀ ମଧ୍ୟ ସୁଦୃଢ଼ ହୁଅନ୍ତୁ ଏଭଳି ସମୟ ସୃଷ୍ଟି କରିବାର ଅଛି, ସେଥିପାଇଁ ଆମକୁ କାର୍ଯ୍ୟ କରିବାର ଅଛି।

ମୋ ସହିତ କୁହନ୍ତୁ-

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ବହୁତବହୁତ କୃତଜ୍ଞତା

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt appoints R Balasubramaniam, Joram Aniya as full-time members of NITI Aayog

Media Coverage

Govt appoints R Balasubramaniam, Joram Aniya as full-time members of NITI Aayog
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog
May 02, 2026

Prime Minister Shri Narendra Modi has congratulated Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog.

The Prime Minister noted that their rich experience and deep understanding of various issues will greatly strengthen policymaking. Shri Modi expressed confidence that their contributions will help drive innovation and growth across sectors. He also wished them a very productive and impactful tenure ahead.

The Prime Minister posted on X:

"Congratulations to Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog. Their rich experience and deep understanding of various issues will greatly strengthen policy making. I am confident their contributions will help drive innovation and growth across sectors. Wishing them a very productive and impactful tenure ahead."