ଅମୃତସର - ଜାମନଗର ଆର୍ଥିକ କରିଡରର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗକୁ ଉତ୍ସର୍ଗ କରିଛନ୍ତି
ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି
ବିକାନୀରରୁ ଭିୱାଡି ଟ୍ରାନ୍ସମିସନ ଲାଇନକୁ ଉତ୍ସର୍ଗ କରିଛନ୍ତି
ବିକାନୀର ଠାରେ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲକୁ ଉତ୍ସର୍ଗ କରିଛନ୍ତି
ବିକାନୀର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
୪୩ କିଲୋମିଟର ଲମ୍ବା ଚୁରୁ - ରତନଗଡ ବିଭାଗ ରେଳ ଲାଇନ୍‌କୁ ଦ୍ୱିଗୁଣିତ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଜାତୀୟ ରାଜପଥ କ୍ଷେତ୍ରରେ ରାଜସ୍ଥାନ ଦ୍ୱିଶତକ ହାସଲ କରିଛି” “ରାଜସ୍ଥାନ ହେଉଛି ଅପାର ସମ୍ଭାବନା ଏବଂ ସମ୍ଭାବ୍ୟତାର କେନ୍ଦ୍ରସ୍ଥଳୀ”
“ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ ସମଗ୍ର ପଶ୍ଚିମ ଭାରତରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଜବୁତ କରିବ”
“ଆମେ ସୀମାନ୍ତ ଗ୍ରାମ ଗୁଡ଼ିକୁ ଦେଶର ‘ପ୍ରଥମ ଗ୍ରାମ’ ବୋଲି ଘୋଷଣା କରିଛୁ”
ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ - ରତନଗଡ ବିଭାଗ ରେଳ ଲାଇନ୍‌କୁ ଦ୍ୱିଗୁଣିତ କରିବା ଭଳି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆଜି ରାଜସ୍ଥାନର ବିକାନୀର ଠାରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ଅମୃତସର - ଜାମନଗର ଆର୍ôଥକ କରିଡରର ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗ, ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟ, ପାଖାପାଖି ୧,୩୪୦ କୋଟି ଟଙ୍କା ମୂଲ୍ୟରେ ପାୱାର ଗ୍ରୀଡ୍ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ୍ ଲାଇନ୍ ଏବଂ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଡାକ୍ତରଖ।।ନା । ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ - ରତନଗଡ ବିଭାଗ ରେଳ ଲାଇନ୍‌କୁ ଦ୍ୱିଗୁଣିତ କରିବା ଭଳି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ମଞ୍ଚ ଉପରେ ଉପସ୍ଥିତ ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କଲରାଜ ମିଶ୍ର ମହୋଦୟ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ମହାଶୟ, ଅର୍ଜୁନ ମେଘୱାଲ ମହାଶୟ, ଗଜେନ୍ଦ୍ର ଶେଖାୱତ ମହାଶୟ, କୈଲାଶ ଚୌଧରୀ ମହାଶୟ, ସଂସଦରେ ମୋର ସାଥୀଗଣ, ବିଧାୟକ-ଗଣ, ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

 

ବୀରଙ୍କ ମାଟି ରାଜସ୍ଥାନକୁ ମୋର କୋଟି- କୋଟି ପ୍ରଣାମ! ଏହି ମାଟି ବାରମ୍ବାର ଯେଉଁମାନେ ବିକାଶ ପାଇଁ ସମର୍ପିତ ଲୋକ ଅଛନ୍ତି ସେମାନଙ୍କର ପ୍ରତୀକ୍ଷା କରିଥାଏ, ଆମନ୍ତ୍ରଣ ମଧ୍ୟ ପଠାଇଥାଏ । ଆଉ ମୁଁ ଦେଶ ତରଫରୁ ବିକାଶର ନୂଆ- ନୂଆ ଉପହାର, ଏହି ବୀର ମାଟିକୁ ତାହାର ଚରଣରେ ସମର୍ପିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି । ଆଜି ଏଠାରେ ବିକାନେର ଏବଂ ରାଜସ୍ଥାନ ପାଇଁ 24 ହଜାର କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପ ଗୁଡିକର ଲୋକାର୍ପଣ ହୋଇଛି । ରାଜସ୍ଥାନକୁ ମାତ୍ର କିଛି ମାସ ମଧ୍ୟରେ ହିଁ ଦୁଇ- ଦୁଇଟି ଆଧୁନିକ ଛଅ ଧାଡିଆ(ସିକ୍ସ ଲେନ) ଏକ୍ସପ୍ରେସ ମିଳିଛି । ଫେବୃୟାରୀ ମାସରେ ମୁଁ ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସ କରିଡରର ଦିଲ୍ଲୀ- ଦୌସା- ଲାଲସୋଟ ସେକ୍ସନର ଲୋକାର୍ପଣ କରିଥିଲି । ଆଉ ଆଜି, ଏଠାରେ ଅମୃତସର- ଜାମନଗର ଏକ୍ସପ୍ରେସ-ୱେର 500 କିଲୋମିଟର ସେକ୍ସନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାର ସୌଭାଗ୍ୟ ମିଳିଛି । ଅର୍ଥାତ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରାଜସ୍ଥାନ ଏକ୍ସପ୍ରେସ ବାବଦରେ ଦୁଇ ଶତକ ମାରି ଦେଇଛି ।

 

ସାଥୀଗଣ,

ଆଜି ନବୀକରଣୀୟ ଶକ୍ତି କ୍ଷେତ୍ରରେ ରାଜସ୍ଥାନକୁ ଆଗକୁ ନେଇଯିବା ପାଇଁ ସବୁଜ ଶକ୍ତି କରିଡରର ମଧ୍ୟ ଲୋକାର୍ପଣ ହୋଇଛି । ବିକାନେରରେ ଇଏସଆଇସି ହାସ୍ପାତାଳର କାର୍ଯ୍ୟ ମଧ୍ୟ ସଂମ୍ପୂର୍ଣ୍ଣ ହୋଇଯାଇଛି । ମୁଁ ଏହି ସମସ୍ତ ବିକାଶ କାର୍ଯ୍ୟ ପାଇଁ ବିକାନେର ଏବଂ ରାଜସ୍ଥାନର ଲୋକଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଯେ କୌଣସି ରାଜ୍ୟ ବିକାଶର ଦୌଡରେ ସେତେବେଳେ ଆଗକୁ ଚାଲି ଯାଇଥାଏ, ଯେତେବେଳେ ତାହାର ସାମର୍ଥ୍ୟର, ତାହାର ସମ୍ଭାବନାର ସଠିକ ଆକଳନ କରାଯାଏ । ରାଜସ୍ଥାନରେ ତ’ ଅପାର ସାମର୍ଥ୍ୟ ଏବଂ ସମ୍ଭାବନାର କେନ୍ଦ୍ର ରହିଛି । ରାଜସ୍ଥାନରେ ବିକାଶକୁ ଦ୍ରୁତ ଗତି ଦେବାର ଶକ୍ତି ଅଛି, ଏଥିପାଇଁ ଆମେ ଏଠାରେ ରେକର୍ଡ ପରିମାଣରେ ନିବେଶ କରୁଛୁ । ରାଜସ୍ଥାନରେ ଶିଳ୍ପ ବିକାଶର ଅପାର ସମ୍ଭାବନାମାନ ରହିଛି, ଏଥିପାଇଁ ଆମେ ଏଠାରେ ଯୋଗାଯୋଗକୁ, ଭିତିଭୁମିକୁ ହାଇଟେକର ରୂପ ଦେଉଛୁ । ଦ୍ରୁତ ଗତିର ଏକ୍ସପ୍ରେସ-ୱେ ଏବଂ ରେଳପଥ ସହିତ ସମଗ୍ର ରାଜସ୍ଥାନରେ ପର୍ଯ୍ୟଟନ ସହିତ ଜଡିତ ସୁଯୋଗର ମଧ୍ୟ ସଂପ୍ରସାରଣ ହେବ । ଏହାର ସବୁଠାରୁ ବଡ଼ ଲାଭ ଏଠାକାର ଯୁବକମାନଙ୍କୁ ମିଳିବ, ରାଜସ୍ଥାନର ପୁଅ- ଝିଅମାନଙ୍କୁ ମିଳିବ ।

ସାଥୀଗଣ,

ଆଜି ଯେଉଁ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ-ୱେର ଲୋକାର୍ପଣ ହେଲା, ଏହି କରିଡର ରାଜସ୍ଥାନକୁ ହରିୟାଣା, ପଞ୍ଜାବ, ଗୁଜରାଟ ଏବଂ ଜମ୍ମୁ- କଶ୍ମୀର ସହିତ ଯୋଡିବ । ଜାମନଗର ଏବଂ କାଣ୍ଡଲା ଭଳି ବଡ଼ ବାଣିଜ୍ୟିକ ସାମୁଦ୍ରିକ ବନ୍ଦର ମଧ୍ୟ ଏହା ଦ୍ୱାରା ରାଜସ୍ଥାନ ଏବଂ ବିକାନେର ସହିତ ସିଧାସଳଖ ଯୋଡି ହୋଇ ଯିବ । ଗୋଟିଏ ପଟେ ଯେତେବେଳେ ବିକାନେର ସହିତ ଅମୃତସର ଏବଂ ଯୋଧପୁରର ଦୂରତା ହ୍ରାସ ପାଇବ ସେତେବେଳେ ଅନ୍ୟପକ୍ଷରେ ଯୋଧପୁରରରୁ ଜାଲୌର ଓ ଗୁଜରାଟର ଦୂରତା ମଧ୍ୟ କମ୍ ହୋଇଯିବ । ଏହାର ଲାଭ ଏହି ସମଗ୍ର ଅଂଚଳର କୃଷକ ଏବଂ ବ୍ୟବସାୟୀମାନଙ୍କୁ ବ୍ୟାପକ ସ୍ତରରେ ମିଳିବ । ଅର୍ଥାତ ଅନ୍ୟ ପକ୍ଷରେ ଏହି ଏକ୍ସପ୍ରେସ-ୱେ ସମଗ୍ର ପଶ୍ଚିମ ଭାରତକୁ ତାହର ଔଦ୍ୟୋଗିକ କାର୍ଯ୍ୟକଳାପକୁ ନୂତନ ଶକ୍ତି ଦେବ । ବିଶେଷକରି, ଦେଶର ତୈଳ କ୍ଷେତ୍ର ବିଶୋଧନାଗାର ଗୁଡିକ ଏହା ସହିତ ଯୋଡି ହେବେ, ଯୋଗାଣ ଶୃଙ୍ଖଳ ସୁଦୃଢ ହେବ, ଏବଂ ଦେଶକୁ ଏକ ଆର୍ଥିକ ଗତି ମିଳିବ ।

 

ସାଥୀଗଣ,

ଆଜି ଯେତେବେଳେ ବିକାନେର ରତନଗଡ଼ ରେଳ ଲାଇନର ଦୋହରୀକରଣର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆମେ ରାଜସ୍ଥାନରେ ରେଳବାଇର ବିକାଶକୁ ମଧ୍ୟ ନିଜର ପ୍ରାଥମିକତାରେ ରଖିଛୁ । 2004ରୁ 20014 ମଧ୍ୟରେ ରାଜସ୍ଥାନକୁ ରେଳବାଇ ପାଇଁ ପ୍ରତ୍ୟେକ ବର୍ଷ ହାରାହାରି ଏକ ହଜାର କୋଟି ଟଙ୍କାରୁ ମଧ୍ୟ କମ୍ ମିଳୁଥିଲା । ଯେତେବେଳେ କି ଆମ ସରକାର ରାଜସ୍ଥାନରେ ରେଳବାଇର ବିକାଶ ପାଇଁ ପ୍ରତ୍ୟେକ ବର୍ଷ ହାରାହାରି ପାଖାପାଖି 10 ହଜାର କୋଟି ଟଙ୍କା ଦେଇଛନ୍ତି । ଆଜି ଏଠାରେ ଦ୍ରୁତ ଗତିରେ ନୂତନ ରେଳ ଲାଇନଗୁଡିକ ବିଛା ଯାଉଛି, ଦ୍ରୁତ ଗତିରେ ରେଳ ଟ୍ରାକର ବିଦ୍ୟୁତୀକରଣ ହେଉଛି ।

ସାଥୀଗଣ,

ଭିତିଭୁମିର ଏହି ବିକାଶର ସବୁଠାରୁ ଅଧିକ ଲାଭ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏବଂ କୁଟୀର ଶିଳ୍ପକୁ ମିଳିଥାଏ । ବିକାନେର ତ’ ଆଚାର, ପାମ୍ପଡ, ନମକିନ୍‌, ଏବଂ ଏଭଳି ସମସ୍ତ ଉତ୍ପାଦଗୁଡିକ ପାଇଁ ହେଉଛି ସାରା ଦେଶରେ ପ୍ରସିଦ୍ଧ । ଯୋଗାଯୋଗ ଆହୁରି ଭଲ ହେବ, ତେବେ ଯାଇଁ ଏଠାକାର କୁଟୀର ଶିଳ୍ପ କମ୍ ଖର୍ଚ୍ଚରେ ନିଜର ସାମଗ୍ରୀ ଦେଶର କୋଣ- ଅନୁକୋଣ ପର୍ଯ୍ୟନ୍ତ ପହଂଚାଇ ପାରିବେ । ଦେଶବାସୀଙ୍କୁ ମଧ୍ୟ ବିକାନେରର ସ୍ୱାଦିଷ୍ଟ ଉତ୍ପାଦର ଆନନ୍ଦ ଅଧିକ ସହଜରେ ମିଳି ପାରିବ ।

 

ସାଥୀଗଣ,

ବିଗତ 9 ବର୍ଷରେ ଆମେ ରାଜସ୍ଥାନର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରିଛୁ । ଯେଉଁ ସୀମାନ୍ତ ଅଞ୍ଚଳ ଦଶକ ଦଶକ ଧରି ବିକାଶରୁ ବଂଚିତ ରହିଥିଲା, ତହାର ବିକାଶ ପାଇଁ ଆମେ ଜୀବନ୍ତ ବା ଭାଇବ୍ରେଂଟ ଗ୍ରାମ ଯୋଜନା ଆରମ୍ଭ କରିଛୁ । ଆମେ ସୀମାନ୍ତ ଗ୍ରାମଗୁଡିକୁ ଦେଶର ପ୍ରଥମ ଗ୍ରାମ ଭାବେ ଘୋଷଣା କରିଛୁ । ଏହାଦ୍ୱାରା ଏଇ ଅଞ୍ଚଳରେ ବିକାଶ ହେଉଛି, ଦେଶର ଲୋକମାନଙ୍କୁ ମଧ୍ୟ ସୀମାନ୍ତ ଅଞ୍ଚଳକୁ ଯିବାପାଇଁ ଆଗ୍ରହ ବୃଦ୍ଧି ପାଉଛି । ଏହାଦ୍ୱାରା ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ମଧ୍ୟ ବିକାଶର ନୂତନ ଉର୍ଜ୍ଜା ପହଂଚିଛି ।

ସାଥୀଗଣ,

ଆମର ରାଜସ୍ଥାନକୁ ସାଲାସର ବାଲାଜୀ ଏବଂ କରଣୀ ମାତା ଏତେ କିଛି ଦେଇଛନ୍ତି । ଏଥିପାଇଁ ତ’ ବିକାଶ କ୍ଷେତ୍ରରେ ମଧ୍ୟ ସବୁଠାରୁ ଉପରେ ରହିବା ଆବଶ୍ୟକ । ଆଜି ଭାରତ ସରକାର ଏହି ଭାବନା ସହିତ କ୍ରମାଗତ ଭାବେ ବିକାଶର କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି, ସମ୍ପୁର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି । ମୋର ବିଶ୍ୱାସ ଯେ, ଆମେ ସମସ୍ତେ ଏକାଠି ମିଳିମିଶି ରାଜସ୍ଥାନର ବିକାଶକୁ ଆହୁରି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢାଇବା । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି । ବହୁତ- ବହୁତ ଧନ୍ୟବାଦ !        

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits Pahadpur village in Odisha with President of India, Smt. Droupadi Murmu on her birthday
June 20, 2026

The Prime Minister, Shri Narendra Modi, said that he was honoured to be in Pahadpur village in Odisha with President of India, Smt. Droupadi Murmu on her birthday.

The Prime Minister noted that Pahadpur is the President’s village and said that the work done by her is truly inspiring.

Shri Modi prayed for the President’s long and healthy life.

The Prime Minister wrote on X;

“Honoured to be in Pahadpur village, Odisha with Rashtrapati Ji and that too on her birthday. This is her village and the work that she has done is truly inspiring.

Praying for her long and healthy life.

@rashtrapatibhvn”