Foundation stone of Bengaluru Suburban Rail project, redevelopment of Bengaluru Cantt. and Yesvantpur Junction railway station, two sections of Bengaluru Ring Road project, multiple road upgradation projects and Multimodal Logistics Park at Bengaluru laid
PM dedicates to the Nation India’s first Air Conditioned Railway Station, 100 percent electrification of the Konkan railway line and other railway projects
“Bengaluru is the city of dreams for lakhs of youth of the country, the city is a reflection of the spirit of Ek Bharat Shrestha Bharat”
“‘Double-engine’ government is working on every possible means to enhance the ease of life of the people of Bengaluru”
“In the last 8 years the government has worked on complete transformation of rail connectivity”
“I will work hard to fulfil the dreams of the people of Bengaluru in the next 40 months which have been pending for the last 40 years”
“Indian Railways is getting faster, cleaner, modern, safe and citizen-friendly”
“Indian Railways is now trying to provide those facilities and the ambience which was once found only in airports and air travel”
“Bengaluru has shown what Indian youth can do if the government provides facilities and minimizes interference in the lives of citizens”
“I believe whether the undertaking is government or private, both are the assets of the country, so the level playing field should be given to everyone equally”

କରୁନାଡ଼ ଜନତେଗେ, ନନ୍ନ ପ୍ରିତୀୟ, ନମସ୍କାରଗଡ଼ୁ, ବେଙ୍ଗାଲୁରିନଅ ମହା ଜନତେଗେ, ବିଶେଷବାଦ ନମସ୍କାରଗଡ଼ୁ, କର୍ଣ୍ଣାଟକ ରାଜ୍ୟଦ ପାଲିଗେ, ହିନ୍ଦୁ ମହତ୍ୱଦ ଦିନବାଗିଦେ। ରାଜ୍ୟଦଲ୍ଲୀ, ହଲବାରୁ ମୂଲଭୂତ ସଉକର୍ଯ୍ୟ, କଲ୍ପିସୁବ ଯୋଜନେଗଡ଼ନ୍ନୁ, ଜାରି- ଗୋଡ଼ିସଲୁ, ନନଗେ ବହଡ଼, ସନ୍ତୋଷ- ବାଗୁତିଦେ। କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚନ୍ଦ ଜୀ ଗହଲୋତ, କର୍ଣ୍ଣାଟକର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ପ୍ରହଲ୍ଲାଦ ଯୋଶୀ ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ବେଙ୍ଗଲୁରୁର ମୋର ସମସ୍ତ ଭଉଣୀ- ଭାଇମାନଙ୍କୁ ନମସ୍କାର।

ଡବଲ ଇଂଜିନ ସରକାର କର୍ଣ୍ଣାଟକର ଦ୍ରୁତ ବିକାଶର ଯେଉଁ ବିଶ୍ୱାସ ଆପଣମାନଙ୍କୁ ଦେଇଛନ୍ତି, ଆଜି ଆଉଥରେ ପୁଣି ଆମେ ସମସ୍ତେ ସେହି ବିଶ୍ୱାସର ସାକ୍ଷୀ ପାଲଟୁଛେ। ଆଜି 27ହଜାର କୋଟିରୁ ମଧ୍ୟ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହେଉଛି। ଏହି ପ୍ରକଳ୍ପ ଉଚ୍ଚ ଶିକ୍ଷା, ଗବେଷଣା, କୌଶଳ ବିକାଶ, ସ୍ୱାସ୍ଥ୍ୟ, ଯୋଗାଯୋଗ ଏଭଳି ବହୁ ଲକ୍ଷ୍ୟ ସହିତ ଆପଣଙ୍କ ସେବା ପାଇଁ ପ୍ରସ୍ତୁତ ହେଉଛି। ଅର୍ଥାତ ଏହି ପ୍ରକଳ୍ପ ସହଜରେ ସହାବସ୍ଥାନ ଏବଂ ବ୍ୟବସାୟ ସୁଗମତା, ଦୁଇଟି ଯାକକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି।

ଭାଇ ଓ ଭଉଣୀମାନେ,

ଏଠାକୁ ଆସିବା ପୂର୍ବରୁ ମୁଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏବଂ ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସ ବିଶ୍ୱବିଦ୍ୟାଳୟରେ ଶିକ୍ଷା, ଗବେଷଣା ଏବଂ ନବସୃଜନକୁ ଖୁବ ଭଲ ଭାବେ ବୁଝିବା ପାଇଁ ସେମାନଙ୍କର ଉତ୍ସାହକୁ ଅନୁଭବ କରିବା ପାଇଁ ମୁଁ ଆଜି ସେମାନଙ୍କ ଗହଣରେ ଅଛି ଆଉ ନୂତନ ଉର୍ଜ୍ଜା ନେଇକରି ବାହାରିଛି। ଏହିସବୁ କାର୍ଯ୍ୟକ୍ରମ ସହିତ ଜଡ଼ିତ ଦେଶର ଘରୋଇ କ୍ଷେତ୍ରଗୁଡ଼ିକୁ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରଶଂସା କରୁଛି। ଏବେ  ଏଠାରେ ଯୋଗାଯୋଗ ସହିତ ଜଡ଼ିତ ଉତ୍ସବକୁ ଆପଣମାନଙ୍କ ସହିତ ଆପଣମାନଙ୍କ ଗହଣକୁ ଆସି ଆଉ ଯେଉଁ ଉତ୍ସାହ ଏବଂ ଉଦ୍ଦିପନାର ସହିତ ଆପଣମାନେ ଭରି ରହିଛନ୍ତି, ମୁଁ ମଧ୍ୟ ଆପଣମାନଙ୍କ ସହିତ ଏହାକୁ ପାଳନ କରୁଛି, ଆଉ ଆପଣମାନେ ସମସ୍ତେ ଜାଣନ୍ତି ଏହା ହେଉଛି ବେଙ୍ଗାଲୁରୁରେ ମୋର ଶେଷ କାର୍ଯ୍ୟକ୍ରମ ଆଉ ଏହାପରେ ମହୀଶୂର ଯାଉଛି। ସେଠାରେ ମଧ୍ୟ କର୍ଣ୍ଣାଟକର ଏହି ବିକାଶ ଯାତ୍ରାକୁ ଗତି ଦେବାର ଅଭିଯାନ ଜାରି ରହିବ। କିଛି ସମୟ ପୂର୍ବରୁ କର୍ଣ୍ଣାଟକରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ 7ଟି ରେଳବାଇ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। କୋଙ୍କଣ ରେଲୱେର ଶତ- ପ୍ରତିଶତ ବଦ୍ୟୁତକରଣ ଭଳି ଗୁରୁତ୍ୱପୂର୍ଣ୍ଣ ସୋପାନର ଆମେ ସାକ୍ଷୀ ପାଲଟିଛେ। ଏ ସମସ୍ତ ପ୍ରକଳ୍ପ କର୍ଣ୍ଣାଟକର ଯୁବକମାନଙ୍କୁ, ଏଠାକାର ମଧ୍ୟମବର୍ଗଙ୍କୁ, ଆମର କୃଷକ ଭାଇ- ଭଉଣୀମାନଙ୍କୁ, ଆମର ଶ୍ରମିକ ଭାଇ- ଭଉଣୀମାନଙ୍କୁ, ଆମର ଉଦ୍ୟମୀମାନଙ୍କୁ ନୂତନ ସୁବିଧା ପ୍ରଦାନ କରିବ, ନୂତନ ସୁଯୋଗ ପ୍ରଦାନ କରିବ। ସମଗ୍ର କର୍ଣ୍ଣାଟକକୁ ଏହି ସମସ୍ତ ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ବହୁତ- ବହୁତ ଶୁଭେଚ୍ଛା। ବହୁତ- ବହୁତ ଶୁଭକାମନା।

ସାଥୀଗଣ,

ବେଙ୍ଗାଲୁରୁ, ଦେଶର ଲକ୍ଷ- ଲକ୍ଷ ଯୁବକମାନଙ୍କ ପାଇଁ ସ୍ୱପ୍ନର ସହର ହୋଇ ଯାଇଛି। ବେଙ୍ଗାଲୁରୁ, ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାର ହେଉଛି ପ୍ରତିବିମ୍ବ। ବେଙ୍ଗାଲୁରୁର ବିକାଶ, ହେଉଛି ଲକ୍ଷ- ଲକ୍ଷ ସ୍ୱପ୍ନର ବିକାଶ, ଆଉ ଏଥିପାଇଁ ବିଗତ 8 ବର୍ଷ କେନ୍ଦ୍ର ସରକାରଙ୍କର ଏହା ନିରନ୍ତର ଭାବେ ପ୍ରୟାସ ରହି ଆସିଛି ଯେ, ବେଙ୍ଗାଲୁରୁର ସାମର୍ଥ୍ୟକୁ ଆହୁରି ବୃଦ୍ଧି କରାଯାଉ। ବେଙ୍ଗାଲୁରୁରେ ନିଜର ସ୍ୱପ୍ନକୁ ସାକାର କରିବାରେ ଲାଗି ପଡ଼ିଥିବା ପ୍ରତ୍ୟେକ ସାଥୀଙ୍କର ଜୀବନ ସହଜ ହେଉ, ଯାତ୍ରା କରିବାର ସମୟ କମ୍ ହେଉ, ଆରାମଦାୟକ ହେଉ, ଲଜିଷ୍ଟିକ ଖର୍ଚ୍ଚ ମଧ୍ୟ କମ୍ ହେଉ, ଏଥିପାଇଁ ଡବଲ ଇଂଜିନର ସରକାର ନିରନ୍ତର କାର୍ଯ୍ୟ କରିଛନ୍ତି। ଏହି ପ୍ରତିବଦ୍ଧତା ଆଜି ମଧ୍ୟ ଆମକୁ ଏଠାରେ ଦେଖିବାକୁ ମିଳୁଛି।

ସାଥୀଗଣ,

ବେଙ୍ଗାଲୁରୁକୁ ଟ୍ରାଫିକ ଜାମ୍ ଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ରେଳ, ସଡ଼କ, ମେଟ୍ରୋ, ଅଣ୍ଡର ପାସ୍, ଫ୍ଲାଇ-ଓଭର, ପ୍ରତ୍ୟେକ ସମ୍ଭବ ହୋଇପାରୁଥିବା ମାଧ୍ୟମ ଉପରେ ଡବଲ ଇଂଜିନ ସରକାର କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର ଯେଉଁ ସହରତଳୀ ଅଂଚଳ ରହିଛି, ସେଗୁଡ଼ିକୁ ମଧ୍ୟ ଉନ୍ନତ ଯୋଗାଯୋଗ ସହିତ ଯୋଡ଼ିବା ପାଇଁ ଆମ ସରକାର ପ୍ରତିବଦ୍ଧ। ମୋତେ ଅବଗତ କରାଯାଇଛି ଯେ ବେଙ୍ଗାଲୁରୁର ଆଖପାଖର ଅଂଚଳଗୁଡ଼ିକୁ ରେଳ ଦ୍ୱାରା ସଂଯୋଗ କରିବା ପାଇଁ 80 ଦଶକରୁ ହିଁ ଚର୍ଚ୍ଚା ଚାଲି ଆସୁଛି। ଚର୍ଚ୍ଚାରେ ଚାଳିଶ ବର୍ଷ, କୁହନ୍ତୁ କ’ଣ ଅବସ୍ଥା ରହିଛି। ଚାଳିଶ ବର୍ଷ ଚର୍ଚ୍ଚାରେ ଗଲା। ମୁଁ କେର୍ଣ୍ଣାଟକର ଭାଇ ଭଉଣୀମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଛି ଯେ ଏହି କଥା ଗୁଡ଼ିକ ସାକାର କରିବା ପାଇଁ ମୁଁ ଚାଳିଶ ମାସ ପରିଶ୍ରମ କରି ଆପଣମାନଙ୍କ ସ୍ୱପ୍ନଗୁଡ଼ିକୁ ପୂରଣ କରିବି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, 16 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଗୁଡିକ ଫାଇଲମାନଙ୍କରେ ନିଜର ସ୍ଥିତି ପାଇଁ ଲଢ଼େଇ କରୁଥିଲା। ମୁଁ ଖୁସି ଯେ ଡବଲ ଇଂଜିନଙ୍କ ସରକାର, କର୍ଣ୍ଣାଟକର ଜନତାଙ୍କର, ବେଙ୍ଗାଲୁରୁର ଜନତାଙ୍କର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିବା ପାଇଁ ମନ-ପ୍ରାଣ ଦେଇ ଚେଷ୍ଟାରେ ଲାଗି ପଡ଼ିଛନ୍ତି। ବେଙ୍ଗାଲୁରୁ ସବ୍- ଅର୍ବାନ ରେଲୱେ ଠାରୁ ବେଙ୍ଗାଲୁରୁର ଦକ୍ଷତା ବିସ୍ତାର କରିବାରେ ବହୁତ ସାହାଯ୍ୟ ମିଳିବ। ଏହି ପ୍ରକଳ୍ପ ବେଙ୍ଗାଲୁରୁ ସହରରେ ହିଁ ରହିବା ପାଇଁ ବାଧ୍ୟବାଧକତାକୁ କମ୍ କରିବ। ଆଉ ମୁଁ କହିବାକୁ ଚାହୁଁଛି ସାଥୀଗଣ, ୪୦ ବର୍ଷ ପୂର୍ବରୁ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିଲେ। ଯେଉଁ କାଯ୍ୟ 40 ବର୍ଷ ପୂର୍ବରୁ ସରିଯିବାର ଆବଶ୍ୟକତା ଥିଲା, ଆଜି 40 ବର୍ଷ ପରେ ମୋତେ ସେହି କାର୍ଯ୍ୟ କରିବା ପାଇଁ, ମୋ ଭାଗ୍ୟରେ ଆସିଛି। ଯଦି 40 ବର୍ଷ ପୂର୍ବରୁ ଏହି କାର୍ଯ୍ୟ ଶେଷ ହୋଇ ଯାଇ ଥାଆନ୍ତା, ତେବେ ବେଙ୍ଗାଲୁରୁ ଉପରେ ଚାପ ବୃଦ୍ଧି ପାଇ ନ ଥାଆନ୍ତା। ବେଙ୍ଗାଲୁରୁ ଆହୁରି ଶକ୍ତିଶାଳୀ ହୋଇ ପ୍ରସ୍ଫୁଟିତ ହୋଇ ଥାଆନ୍ତା। କିନ୍ତୁ 40 ବର୍ଷ, ଏହା କିଛି କମ୍ ସମୟ ନୁହେଁ। କିନ୍ତୁ ସାଥୀଗଣ ଆପଣମାନେ ମୋତେ ସୁଯୋଗ ଦେଇଛନ୍ତି। ଏବେ ମୁଁ ସମୟ ନଷ୍ଟ କରିବାକୁ ଚାହୁଁ ନାହିଁ। ପ୍ରତିଟି କ୍ଷଣକୁ ଆପଣମାନଙ୍କର ସେବାରେ ସମର୍ପିତ କରି ଦେବାକୁ ଚାହୁଁଛି।

ସାଥୀଗଣ,

ଆଖପାଖର ସାଟେଲାଇଟ ଟାଉନସିପ୍ ବା ସହାରୀକରଣ, ସବ୍- ଅର୍ବାନ ଏବଂ ଗ୍ରାମୀଣ ଅଂଚଳ ଯେତେବେଳେ ରେଳ ଆଧାରିତ ଦ୍ରୁତ ଟ୍ରାଞ୍ଜିଟ ବ୍ୟବସ୍ଥା ସହିତ ଯୋଡ଼ି ହୋଇଯିବେ ତେବେ ଏହାର ଏକ ବହୁଗୁଣିତ ପ୍ରଭାବ ହେବାକୁ ଯାଉଛି। ସବ୍- ଅର୍ବାନ ରେଲୱେ ଭଳି ବେଙ୍ଗାଲୁରୁ ରିଙ୍ଗ ରୋଡ଼ ମଧ୍ୟ ସହରର ଭିଡ଼କୁ କମ୍ କରିବ। ଏହି 6ଟି ଜାତୀୟ ରାଜପଥ ଏବଂ 8ଟି ରାଜ୍ୟ ରାଜପଥକୁ ଯୋଡ଼ିବ। ଅର୍ଥାତ କର୍ଣ୍ଣାଟକର ଅନ୍ୟ ଅଂଚଳକୁ ଯାଉଥିବା ଗାଡ଼ିଗୁଡ଼ିକର ବହୁତ ବଡ଼ ମାତ୍ରାକୁ ବେଙ୍ଗାଲୁରୁ ସହରରେ ପଶିବାର ଆବଶ୍ୟକତା ହିଁ ପଡ଼ିବ ନାହିଁ। ଆପଣମାନେ ମଧ୍ୟ ଜାଣନ୍ତି ଯେ ନୀଲମଙ୍ଗଲାରୁ ତୁମକୁରୁ ମଧ୍ୟରେ ଏ ଯେଉଁ ଜାତୀୟ ରାଜପଥ ରହିଛି, ଏହାର ଆଖପାଖରେ ଅଧିକାଂଶ ଶିଳ୍ପ ରହିଛି। ଟ୍ରାଫିକର ଏକ ବହୁତ ବଡ଼ ସ୍ରୋତ ଏହି ରାସ୍ତାରେ ଯାଇଥାଏ। ଏହି ରାସ୍ତାର ଛଅ ଲେନ୍ ଏବଂ ତୁମକୁରୁ ବାୟପାସ୍ ରୁ ଏହି ସମଗ୍ର ଅଂଚଳରେ ଯାତ୍ରା ଏବଂ ପରିବହନ ସହଜ ହେବ, ଅର୍ଥନୈତିକ କ୍ରିୟାକଳାପକୁ ଶକ୍ତି ମିଳିବ। ଧର୍ମସ୍ଥଳା ମନ୍ଦିର, ସୂର୍ଯ୍ୟ ମନ୍ଦିର ଏବଂ ଯୋଗ ଫଲ୍ସ ଭଳି ଆସ୍ଥା ଏବଂ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକର ସଂଯୋଗକୁ ଉନ୍ନତ କରିବା ପାଇଁ ଯେଉଁ କାର୍ଯ୍ୟ ହେଉଛି, ତାହା ମଧ୍ୟ ପର୍ଯ୍ୟଟନ ପାଇଁ ନୂତନ ସୁଯୋଗ ହୋଇ ଆସିବାକୁ ଯାଉଛି। ଏହି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ଭାଇ ଓ ଭଉଣୀମାନେ,

ବିଗତ 8 ବର୍ଷରେ ଆମେ ରେଳ ସଂଯୋଗର ସମ୍ପୂର୍ଣ୍ଣ ରୂପାନ୍ତରଣ ଉପରେ କାର୍ଯ୍ୟ କରିଛୁ। ଆଜି ରେଳରେ ଯାତ୍ରା କରିବାର ଅନୁଭବ 8 ବର୍ଷ ପୂର୍ବର ଅନୁଭବ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଭାରତୀୟ ରେଳ ଏବେ ଦ୍ରୁତ ଗତିରେ ଗତି ମଧ୍ୟ କରୁଛି, ସ୍ୱଚ୍ଛ ମଧ୍ୟ ହେଉଛି, ଆଧୁନିକ ମଧ୍ୟ ହେଉଛି, ସୁରକ୍ଷିତ ମଧ୍ୟ ହେଉଛି ଆଉ ନାଗରିକ ସୁଲଭ ମଧ୍ୟ ହେଉଛି। ଆମେ ଦେଶର ସେହି ଅଂଚଳଗୁଡ଼ିକରେ ମଧ୍ୟ ରେଳ ପହଂଚାଇଛୁ, ଯେଉଁଠାରେ ଏହା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା। କର୍ଣ୍ଣାଟକରେ ମଧ୍ୟ ବିଗତ ବର୍ଷ ମାନଙ୍କରେ 12 ଶହ କିଲୋମିଟରରୁ ଅଧିକ ରେଳ ଲାଇନ ନୂତନ ଭାବେ ନିର୍ମାଣ କରାଯାଇଛି ଅବା ପ୍ରସସ୍ତିକରଣ କରାଯାଇଛି। ଭାରତୀୟ ରେଳ ଏବେ ସେହି ସୁବିଧାଗୁଡିକ, ସେହି ବାତାବରଣ ଗୁଡିକ ମଧ୍ୟ ଦେବାକୁ ପ୍ରୟାସ କରୁଛି ଯାହା କେବେ ବିମାନବନ୍ଦର ଏବଂ ବିମାନ ଯାତ୍ରାରେ ମିଳୁଥିଲା। ଭାରତରତ୍ନ ସାର ଏମ୍.ବିଶ୍ୱେଶ୍ୱରେୟା,  ତାଙ୍କ ନାମରେ ବେଙ୍ଗାଲୁରୁରେ ନିର୍ମିତ ଆଧୁନିକ ରେଳ ଷ୍ଟେସନ ମଧ୍ୟ ହେଉଛି ପ୍ରତ୍ୟକ୍ଷ ପ୍ରମାଣ। ମୋତେ ଅବଗତ କରାଯାଇଛି ଯେ ଆଜି ବେଙ୍ଗାଲୁରୁରେ ଲୋକମାନେ ଏହି ଷ୍ଟେସନ ଦେଇ ଯାଉଛନ୍ତି, ଯେପରି କୌଣସି ପର୍ଯ୍ୟଟନ ସ୍ଥଳକୁ ଯାଇ କୌଣସି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖୁଛନ୍ତି। ସେମାନଙ୍କୁ ଦେଶ ବଦଳୁଥିବା ସେହି ରେଳ ଷ୍ଟେସନର ନିର୍ମାଣରୁ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି, ଆଉ ଲୋକମାନେ ମୋତେ କହୁଥିଲେ ଯେ ଯୁବପିଢ଼ୀ ସେଲ୍ଫି ନେବା ପାଇଁ ଏଠାକୁ ଆସି ଧାଡ଼ି ଲଗାଉଛନ୍ତି। ଏହା ହେଉଛି କର୍ଣ୍ଣାଟକର ପ୍ରଥମ ଏବଂ ଦେଶର ତୃତୀୟ ଏଭଳି ଆଧୁନିକ ରେଳ ଷ୍ଟେସନ। ଏଥିରେ ଆଧୁନିକ ସୁବିଧାଗୁଡ଼ିକ ରହିଛି, ବେଙ୍ଗାଲୁରୁ ପାଇଁ ଅଧିକ ଟ୍ରେନର ରାସ୍ତା ମଧ୍ୟ ଖୋଲିଛି। ବେଙ୍ଗାଲୁରୁ କ୍ୟାଂଟନମେଂଟ ଏବଂ ଯଶୱନ୍ତପୁର ଜଙ୍କସନକୁ ମଧ୍ୟ ଆଧୁନିକ କରିବାର କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଆମେ କେବଳ ରେଳ, ସଡ଼କ, ବନ୍ଦର, ବିମାନବନ୍ଦର ପର୍ଯ୍ୟନ୍ତ ସୀମିତ ରହି ପାରିବା ନାହିଁ, ବରଂ ପରିବହନର ଏହି ଦିଗ ଏକ ଅନ୍ୟ ଯୋଗାଯୋଗ ବ୍ୟବସ୍ଥା ସହ ଯୋଡ଼ି ହେଉଛି, ଗୋଟିଏ ଅନ୍ୟକୁ ସହାୟତା ମଧ୍ୟ କରୁଛି, ଏଭଳି ମଲ୍ଟି ମୋଡଲ ଯୋଗାଯୋଗ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି। ଏହି ମଲ୍ଟି ମୋଡଲ ଯୋଗାଯୋଗକୁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଦ୍ୱାରା ସହାୟତା ମିଳୁଛି। ବେଙ୍ଗାଲୁରୁ ପାଖରେ ନିର୍ମାଣ ହେଉଥିବା ମଲ୍ଟି ମୋଡଲ ଲଜିଷ୍ଟିକ ପାର୍କ ହେଉଛି ଏହି ଦୃଷ୍ଟିକୋଣର ଅଂଶ। ଏହି ପାର୍କ ବନ୍ଦର, ବିମାନବନ୍ଦର, ରେଳବାଇ ଏବଂ ସଡ଼କର ସୁବିଧା ଗୁଡ଼ିକ ସହିତ ସଂଯୋଗ ହେବ ଫଳରେ ଶେଷ ମାଇଲ ପର୍ଯ୍ୟନ୍ତ ଯୋଗାଣ ଉନ୍ନତ ଭାବେ ହେଉ ଏବଂ ପରିବହନର ଖର୍ଚ୍ଚ କମ୍ ହେଉ। ଗତିଶକ୍ତିର ସ୍ପିରିଟ୍ ରେ ନିର୍ମାଣ ହେଉଥିବା ଏଭଳି ପ୍ରକଳ୍ପ ହଜାର- ହଜାର ଯୁବକମାନଙ୍କୁ ମଧ୍ୟ ରୋଜଗାର ଦେବ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ମଧ୍ୟ ସିଦ୍ଧି କରିବା ପାଇଁ ଗତି ପ୍ରଦାନ କରିବ।

ଭାଇ ଓ ଭଉଣୀମାନେ,

ବେଙ୍ଗାଲୁରୁର ସଫଳତାର କାହାଣୀ ଏକବିଂଶ ଶତାବ୍ଦୀର ଭାରତକୁ ଆତ୍ମନିର୍ଭର ଭାରତ ହେବାରେ ପ୍ରେରିତ କରୁଛି। ଏହି ସହର ଦେଖାଇ ଦେଇଛି ଯେ ଉଦ୍ୟମିତାକୁ, ନବସୃଜନକୁ, ଘରୋଇ କ୍ଷେତ୍ରକୁ ଦେଶର ଯୁବକମାନଙ୍କୁ, ପ୍ରକୃତ ସାମର୍ଥ୍ୟ ଦେଖାଇବାର ଅବସର ଦେବା ଦ୍ୱାରା କେତେ ବଡ଼ ପ୍ରଭାବ ସୃଷ୍ଟି ହୋଇଥାଏ। କରୋନା ସମୟରେ ବେଙ୍ଗାଲୁରୁରେ ବସିଥିବା ଆମର ଯୁବକମାନେ ସାରା ବିଶ୍ୱକୁ ନିୟନ୍ତ୍ରଣ କରିବାରେ ସହାୟତା କରିଛନ୍ତି। ବେଙ୍ଗାଲୁରୁ ଦେଖାଇଦେଇଛି ଯେ ସରକାର ଯଦି ସୁବିଧାଗୁଡ଼ିକ ଦିଅନ୍ତି ଆଉ ନାଗରିକମାନଙ୍କ ଜୀବନରେ ଅତି କମ୍ ହସ୍ତକ୍ଷେପ କରନ୍ତି, ତେବେ ଭାରତର ଯୁବକମାନେ କ’ଣ କିଛି କରି ପାରନ୍ତି। ଦେଶକୁ କେଉଁଠାରୁ ନେଇ କେଉଁଠି ପହଂଚାଇ ପାରନ୍ତି। ବେଙ୍ଗାଲୁରୁ ହେଉଛି ଦେଶର ଯୁବକମାନଙ୍କର ସ୍ୱପ୍ନର ସହର ଆଉ ଏହା ପଛରେ ରହିଛି ଉଦ୍ୟମଶୀଳତା, ରହିଛି ନବସୃଜନ, ଆଉ ଘରୋଇ କ୍ଷେତ୍ର ସହିତ ସରକାରୀ କ୍ଷେତ୍ରର ସଠିକ୍ ଉପଯୋଗିତା। ବେଙ୍ଗାଲୁରୁ ସେହି ଲୋକମାନଙ୍କର ନିଜର ଚିନ୍ତାଧାରାକୁ ବଦଳାଇବାର ଶିକ୍ଷା ମଧ୍ୟ ଦେଇଛି ଯେଉଁମାନେ କେବେ ମଧ୍ୟ ଭାରତର ଘରୋଇ କ୍ଷେତ୍ରକୁ, ଘରୋଇ ଉଦ୍ୟୋଗକୁ ଖରାପ ଶବ୍ଦରେ ତାହାକୁ ସମ୍ବୋଧିତ କରି ଥାଆନ୍ତି। ଦେଶର ଶକ୍ତିକୁ, କୋଟି- କୋଟି ଲୋକଙ୍କ ସାମର୍ଥ୍ୟକୁ ଏହି ସାମନ୍ତବାଦୀ ଚିନ୍ତାଧାରାରେ ଲୋକ ଦେଖୁଥିଲେ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ ସମ୍ପଦ ସୃଷ୍ଟିକାରୀ, ନିଯୁକ୍ତି ସୃଷ୍ଟିକାରୀଙ୍କ ହେଉ, ନବ ସୃଜନକାରୀଙ୍କର ହେଉ। ଏହା ମଧ୍ୟ ହେଉଛି ବିଶ୍ୱର ସବୁଠାରୁ ଅଧିକ ଯୁବକ ଥିବା ଦେଶ ଭାବେ ଭାରତର ପ୍ରକୃତ ଶକ୍ତି, ଏହା ମଧ୍ୟ ହେଉଛି ଆମର ସମ୍ପଦ। ଏହି ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ପ୍ରୟାସ ବିଗତ 8 ବର୍ଷ ମଧ୍ୟରେ ହୋଇଛି, ତାହାର ଚର୍ଚ୍ଚା ମଧ୍ୟ ହେଉଛି, କିନ୍ତୁ ବହୁତ ସୀମିତ ପରିସର ମଧ୍ୟରେ ହେଉଛି। କିନ୍ତୁ ବେଙ୍ଗାଲୁରୁ ଯିଏ ଏହି ପରମ୍ପରାକୁ ନେଇ ବଂଚୁଛି, ସେଠାକୁ ଯେବେ ମୁଁ ଆସୁଛି ତେବେ ଏହାର ବିସ୍ତୃତ ଚର୍ଚ୍ଚା କରିବାକୁ ମୁଁ ନିଜର ଦାୟିତ୍ୱ ବୋଲି ଭାବୁଛି।

ଭାଇ ଓ ଭଉଣୀମାନେ,

ଭାରତରେ କୃଷି ପରେ ସବୁଠାରୁ ବଡ଼ ଯଦି ନିଯୁକ୍ତି କ୍ଷେତ୍ର କିଛି ଅଛି ତାହା ହେଉଛି ଆମର ଏମଏସଏମଇ କ୍ଷେତ୍ର, ଯାହା ଦେଶର ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ସହରର ଅର୍ଥନୀତିକୁ ବହୁତ ବଡ ଶକ୍ତି ପ୍ରଦାନ କରୁଛି। ଏମଏସଏମଇର ଏହି କ୍ଷେତ୍ର ସହିତ ଦେଶର କୋଟି- କୋଟି ଲୋକ ଯୋଡ଼ି ହୋଇଛନ୍ତି। କିନ୍ତୁ ଆମର ଏଠାରେ ଏମଏସଏମଇର ପରିଭାଷା ଏପରି ରଖା ଯାଇଥିଲା ଯେ ଯଦି ସେ ନିଜର ସମ୍ପ୍ରସାରଣ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ କ୍ଷତି ହୋଇଥାଏ। ଏଥିପାଇଁ ସେ ନିଜର ପ୍ରକଳ୍ପକୁ ବଡ଼ କରିବା ବଦଳରେ, ଅନ୍ୟ ଛୋଟ ଉପକ୍ରମ ଆଡ଼କୁ ନେଇ ଯାଉଥିଲେ। ଆମେ ଏହି ପରିଭାଷାକୁ ହିଁ ବଦଳାଇ ଦେଲୁ, ଫଳରେ ଏମଏସଏମଇ ଅଭିବୃଦ୍ଧି ଆଡ଼କୁ ବଢ଼ୁ, ଅଧିକ ନିଯୁକ୍ତି ବଢ଼ାଉ। ଛୋଟ- ଛୋଟ ସରକାରୀ ପ୍ରକଳ୍ପରେ ମଧ୍ୟ ଗ୍ଲୋବାଲ ଟେଣ୍ଡର ହେବା ଦ୍ୱାରା ଆମର ଏମଏସଏମଇଗୁଡ଼ିକର ସୁଯୋଗ ବହୁତ ସୀମିତ ହୋଇ ଯାଉଥିଲା। ଆମେ 200 କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟାରେ ବିଦେଶୀ ଶାଖାଗୁଡ଼ିକର ଅଂଶଗ୍ରହଣକୁ ସମାପ୍ତ କରି ଦେଲୁ। ଏହା ହିଁ ତ ହେଉଛି ଆତ୍ମନିର୍ଭର ଭାରତ ପ୍ରତି ଆମର ଆତ୍ମବିଶ୍ୱାସ। କେନ୍ଦ୍ର ସରକାରଙ୍କର ସମସ୍ତ ବିଭାଗ ପାଇଁ 25 ପ୍ରତିଶତ କ୍ରୟ ଏମଏସଏମଇଗୁଡ଼ିକ ମାଧ୍ୟମରେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ, ସରକାରଙ୍କର ଇ-ମାର୍କେଟ ପ୍ଲେସ୍ ରୂପେ ଏମଏସଏମଇ ପାଇଁ ଦେଶର ପ୍ରତ୍ୟେକ ସରକାରୀ ବିଭାଗ ସରକାରୀ କମ୍ପାନୀ, ମନ୍ତ୍ରଣାଳୟ ସହିତ ସିଧାସଳଖ ବ୍ୟବସାୟ କରିବାର ସହଜ ମାଧ୍ୟମ ଦିଆଯାଇଛି। ଜେମ୍ (ଜିଇଏମ)ରେ ଆଜି 45 ଲକ୍ଷରୁ ଅଧିକ ବିକ୍ରେତା ନିଜର ଉତ୍ପାଦ ଏବଂ ନିଜର ସେବା ଉପଳବ୍ଧ କରାଉଛନ୍ତି।

ଭାଇ ଓ ଭଉଣୀମାନେ,

ଭାରତର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ଉପରେ ମଧ୍ୟ ଆଜିକାଲି ଅନେକ ଆଲୋଚନା ହେଉଛି, ବାଙ୍ଗାଲୋର ହେଉଛି ଯାହାର ଏକ ବଡ଼ କେନ୍ଦ୍ର । ବିଗତ 8 ବର୍ଷ ମଧ୍ୟରେ ଦେଶ କେତେ ବଡ଼ କାର୍ଯ୍ୟ କରିଛି, ଏହା ସେତେବେଳେ ବୁଝା ପଡିବ ଯେତେବେଳେ ଆମେ ଅତୀତର ଦଶନ୍ଧିକୁ ଦେଖିବା । ଗତ ଦଶନ୍ଧି ମଧ୍ୟରେ ଦେଶରେ କେତେଟି ବିଲିୟନ ଡଲାର କମ୍ପାନୀ ପ୍ରତିଷ୍ଠା ହୋଇଛି, ତାହା ଆପଣ ନିଜ ଆଙ୍ଗୁଠିରେ ଗଣି କରିପାରିବେ । କିନ୍ତୁ ଗତ 8 ବର୍ଷ ମଧ୍ୟରେ 100 ବିଲିୟନ ଡଲାରରୁ ଅଧିକ କମ୍ପାନୀ ଦେଶରେ ପ୍ରତିଷ୍ଠା ହୋଇଛି, ଯେଉଁଥିରେ ପ୍ରତି ମାସରେ ନୂତନ କମ୍ପାନୀ ଯୋଡି ହେଉଛନ୍ତି।8 ବର୍ଷରେ ନିର୍ମିତ ଏହି ୟୁନିକର୍ନଗୁଡିକର ମୂଲ୍ୟ ଆଜି ପ୍ରାୟ 150 ବିଲିୟନ ଡଲାର ଅର୍ଥାତ୍ ପ୍ରାୟ 12 ଲକ୍ଷ କୋଟି ଟଙ୍କା। ଦେଶରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ କିପରି ବୃଦ୍ଧି ପାଉଛି ତାହା କହିବାକୁ ମୁଁ ଆପଣଙ୍କୁ ଆଉ ଏକ ପରିସଂଖ୍ୟାନ ଦେଉଛି । 2014 ପରେ ପ୍ରଥମ 10,000 ଷ୍ଟାର୍ଟ ଅପରେ ପହଞ୍ଚିବା ପାଇଁ ଆମକୁ ପ୍ରାୟ 800 ଦିନ ସମୟ ଲାଗିଲା। ଆପଣମାନେ ମୋତେ ଦିଲ୍ଲୀରେ ସେବା କରିବା ପାଇଁ ବସାଇଲେ, ମୁଁ ସେହି ବିଷୟରେ କହୁଛି, ତାହା ପରର କଥା କହୁଛି । କିନ୍ତୁ ନିକଟରେ ଯେଉଁ 10,000 ଷ୍ଟାର୍ଟ-ଅପ୍ ଏହି ଇକୋସିଷ୍ଟମସହିତ ଯୋଡି ହେଲେ, ସେମାନେ 200 ଦିନରୁ କମ୍ ସମୟ ମଧ୍ୟରେ ଯୋଡି ଦେଇଛନ୍ତି | ସେଥିପାଇଁ ଗତ 8 ବର୍ଷ ମଧ୍ୟରେ ଆମେ କିଛି ଶହ ଷ୍ଟାର୍ଟ ଅପ୍ ରୁ ବଢି ଆଜି 70 ହଜାରର ସୋପାନକୁ ଅତିକ୍ରମ କରି ପାଇଛୁ।

ଭାଇ ଓ ଭଉଣୀମାନେ,

ଷ୍ଟାର୍ଟ ଅପ୍ ଏବଂ ନବସୃଜନର ରାସ୍ତା ଆରାମଦାୟକ ଓ ସୁବିଧାଜନକ ନୁହେଁ । ଆଉ ଗତ 8 ବର୍ଷ ମଧ୍ୟରେ ଦେଶକୁ ଏହି ରାସ୍ତାରେ ଅଗ୍ରଗତି କରିବାର ପଥ ମଧ୍ୟ ସହଜ ନଥିଲା।  ଅନେକ ନିଷ୍ପତ୍ତି, ଅନେକ ସଂସ୍କାର ଏହି ମୁହୂର୍ତ୍ତରେ ଅପ୍ରୀତିକର ବା ତିକ୍ତ ମନେହୁଏ, କିନ୍ତୁ ସମୟ ସହିତ ସେହି ସଂସ୍କାରଗୁଡ଼ିକର ଲାଭ ଆଜି ଦେଶ ଅନୁଭବ କରୁଛି।  କେବଳ ସଂସ୍କାରର ପଥ ହିଁ ଆମକୁ ନୂତନ ଲକ୍ଷ୍ୟ, ନୂତନ ସଂକଳ୍ପ ଆଡକୁ ନେଇଯାଏ। ଆମେ ମହାକାଶ ଏବଂ ପ୍ରତିରକ୍ଷା ଭଳି ପ୍ରତ୍ୟେକ କ୍ଷେତ୍ରକୁ ଆମେ ଯୁବକମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛୁ, ଯେଉଁଥିରେ ଦଶକ ଦଶକ ଧରି କେବଳ ସରକାରଙ୍କ ଏକଚାଟିଆ ଅଧୀକାର ଥିଲା। ଆଜି ଆମେ ଡ୍ରୋନ୍ ଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଯୁବକମାନଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଉତ୍ସାହିତ କରୁଛୁ।ଏଠାରେ ଦେଶର ଗର୍ବ ହେଉଛି ଇସ୍ରୋ, ଡିଆଡିଓର ଏକ ଆଧୁନିକ ଭିତ୍ତିଭୂମି ରହିଛି। ଆଜି ଆମେ ଦେଶର ଯୁବକମାନଙ୍କୁ କହୁଛୁ ଯେ ସରକାର ଏ ଯେଉଁ ବିଶ୍ୱ ସ୍ତରୀୟ ସୁବିଧା ଗୁଡ଼ିକ ଆପଣଙ୍କ ସୃଷ୍ଟି କରିଛନ୍ତି, ଏଥିରେ ଆପଣମାନଙ୍କ ଦୃଷ୍ଟିକୋଣକୁ ଏବଂ ଆପଣଙ୍କ ଧାରଣାକୁ ପରୀକ୍ଷା କରନ୍ତୁ । କେନ୍ଦ୍ର ସରକାର ଯୁବକମାନଙ୍କୁ ପ୍ରତ୍ୟେକ ଆବଶ୍ୟକୀୟ ପ୍ଲାଟଫର୍ମ ଦେଉଛନ୍ତି ଯେଉଁଥିରେ ଦେଶର ଯୁବକମାନେ କଠିନ ପରିଶ୍ରମ କରୁଛନ୍ତି । ଯେଉଁ ସରକାରୀ କମ୍ପାନୀ ଗୁଡିକ ଅଛନ୍ତି ସେମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେମାନେ ଦେଶର ଯୁବକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପାନୀଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ । କେବଳ ସେତେବେଳେ ଯାଇ ଆମେ ବିଶ୍ବ  ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବା । ମୁଁ ସ୍ପଷ୍ଟ ଭାବରେ ବିଶ୍ବାସ  କରେ ଯେ, କାର୍ଯ୍ୟଟି ସରକାରୀ ହେଉ କିମ୍ବା ବେସରକାରୀ, ଉଭୟ ହେଉଛନ୍ତି ଦେଶର ସମ୍ପତ୍ତି, ତେଣୁ ପ୍ରତ୍ୟେକ ସ୍ତରରେ ଖେଳିବାର ଅଧିକାର ସମସ୍ତଙ୍କୁ ସମାନ ଭାବରେ ଦିଆଯିବା ଉଚିତ୍। ଏହା ହିଁ ହେଉଛି ସମସ୍ତଙ୍କର ପ୍ରୟାସ । ସମସ୍ତଙ୍କ ପ୍ରୟାସର ଏହି ମନ୍ତ୍ର ହେଉଛି ସ୍ୱାଧୀନତାର ଅମୃତକାଳ ଅର୍ଥାତ ଆଗାମୀ 25 ବର୍ଷରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଶକ୍ତି। ମୁଁ ପୁଣି ଥରେ, ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ସମସ୍ତ କର୍ଣ୍ଣାଟକବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ବାସବରାଜ ମହାଶୟଙ୍କ ନେତୃତ୍ୱରେ ଆମର କର୍ଣ୍ଣାଟକ ଆହୁରି ଦ୍ରୁତ ଗତିରେ ଆଗକୁ ବଢୁ, ଏଥିପାଇଁ ଭାରତ ସରକାର କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢିବା ପାଇଁ ଆପଣଙ୍କ ସହ ଛିଡା ହୋଇଛନ୍ତି । ଅନେକ- ଅନେକ ଶୁଭେଚ୍ଛା ସହିତ ଆପଣ ସମସ୍ତଙ୍କୁ ଅନେକ- ଅନେକ ଧନ୍ୟବାଦ, ନମସ୍କାର । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
PM to release the Autobiography of Former President Shri Ram Nath Kovind on 12 August
August 11, 2026
Title of the Autobiography: “Triumph of the Indian Republic: My Life, My Struggles”

Prime Minister Shri Narendra Modi will release the autobiography of former President of India, Shri Ram Nath Kovind, titled “Triumph of the Indian Republic: My Life, My Struggles”, on 12 August, 2026, at 9:30 AM at Vigyan Bhavan, New Delhi. Prime Minister will also address the gathering on the occasion.

The release of the autobiography by the Prime Minister will mark a significant occasion celebrating the life and contributions of one of India’s most distinguished public figures. The autobiography offers a deeply personal account of Shri Ram Nath Kovind’s remarkable life journey, tracing his experiences, struggles and achievements from his early years to his distinguished public life and eventual service as the 14th President of India. The book provides insights into the values, experiences and circumstances that shaped his journey and public service.