ଆଜି ହେଉଛି ଆସାମ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳ ପାଇଁ ଏକବିଂଶ ଶତାବ୍ଦୀର ଏକ ନୂଆ ଆରମ୍ଭ, ନୂତନ ସୂର୍ଯ୍ୟ ଉଦୟ : ବୋଡୋ ରାଜିନାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀ
ସମସ୍ତ ଅଂଶୀଦାରଙ୍କ ସହ ବିଚାରବିମର୍ଶ ଓ ଆଲୋଚନା କରାଯାଇ ସହାନୁଭୂତି ସହିତ ସମାଧାନ ଖୋଜାଯାଇପାରିଛି : ବୋଡୋ ରାଜିନାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସତ୍ତାରେ ଆସିବା ପରେ ,ତ୍ରିପୁରା ,ମିଜୋରାମ ,ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶର ଅଧିକାଂଶ କ୍ଷେତ୍ରକୁ ଏଏଫଏସପିଏରୁ ମୁକ୍ତ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ମାତା କି ଜୟ…

ଭାରତ ମାତା କି ଜୟ…

ଭାରତ ମାତା କି ଜୟ…

ମଞ୍ଚରେ ଉପସ୍ଥିତ ଆସାମର ରାଜ୍ୟପାଳ, ସଂସଦରେ ମୋର ସାଥୀ, ବିଭିନ୍ନ ବୋର୍ଡ ଓ ସଂଗଠନ ସହିତ ଜଡ଼ିତ ନେତାଗଣ, ଏଠାରେ ଉପସ୍ଥିତ ବିଭିନ୍ନ ଗୋଷ୍ଠୀର ସାଥୀଗଣ, ଏଠାକୁ ଆସିଥିବା ସମ୍ମାନନୀୟ ମହାନୁଭବ ଓ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବା ମୋ ପ୍ରିୟ ଭାଇ ଓ ଭଉଣୀମାନେ ।

ମୁଁ ବହୁବାର ଆସାମ ଆସିଛି । ଏଠାକୁ ମଧ୍ୟ ଆସିଛି । ଏହି ଅଞ୍ଚଳକୁ ମୋର ଯିବାଆସିବା ଅନେକ ବର୍ଷ ହେଲା ଲାଗି ରହିଛି, କିଛି ଦଶକ ହେବ । ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ବାରମ୍ବାର ଆପଣମାନଙ୍କୁ ଦେଖା କରିବା ପାଇଁ ଆସୁଛି । ହେଲେ ଆଜି ଯେଉଁ ଉତ୍ସାହ, ଯେଉଁ ଉଦ୍ଦୀପନା ଆପଣମାନଙ୍କ ମୁହଁରେ ଦେଖୁଛି, ତାହା ଏଠାକାର ‘ଓରୋନାଇ’ ଓ ‘ଡୋଖୋନା’ର ରଙ୍ଗାରଙ୍ଗ ପରିବେଶ ଠାରୁ ଅଧିକ ସନ୍ତୋଷ ପ୍ରଦାନ କରିବା ଭଳି ।

ସାଧାରଣ ଜୀବନରେ, ରାଜନୈତିକ ଜୀବନରେ ବହୁତ ରାଲି ଦେଖିଛି, ବହୁତ ରାଲିକୁ ସମ୍ବୋଧିତ କରିଛି ହେଲେ ଜୀବନରେ କେବେ ବି ଏପରି ବିଶାଳ ଜନସମୁଦ୍ର ଦେଖିବାର ସୌଭାଗ୍ୟ ମିଳି ନଥିଲା । ଯେଉଁମାନେ ରାଜନୀତିକ ଜୀବନର ପଣ୍ଡିତ, ସେମାନେ ନିଶ୍ଚିତ ଭାବେ ଏହି ବିଷୟରେ କେବେ ନା କେବେ କହିବେ ଯେ ସ୍ୱାଧୀନତା ପରେ ହିନ୍ଦୁସ୍ତାନର ସବୁଠାରୁ ବଡ଼ କୌଣସି ରାଜନୈତିକ ସମାବେଶ ହୋଇଛି ସେହି ଶକ୍ତି ଆପଣମାନେ ଉପସ୍ଥାପିତ କରିଛନ୍ତି, ଏହା ଆପଣମାନଙ୍କ ପାଇଁ ହୋଇଛି । ମୁଁ ହେଲିକପ୍ଟରରୁ ଦେଖୁଥିଲି, ଯେଉଁ ଆଡ଼କୁ ଚାହିଁବ ଖାଲି ଜନ ସମାଗମ । ମୁଁ ତ ଦେଖୁଥିଲି ସେହି ବ୍ରିଜ ଉପରେ ଏତେ ଲୋକ ଠିଆ ହୋଇଛନ୍ତି ତାହା ଭାଙ୍ଗି ପଡ଼ିବନି ତ । ମୁଁ ଦୁଃଖିତ ଏତେ ଲୋକ ଠିଆ ହୋଇଛନ୍ତି  ।

ଭାଇ ଓ ଭଉଣୀମାନେ ଆପଣମାନେ ଏତେ ବିଶାଳ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଏତେ ବଡ଼ ସଂଖ୍ୟାରେ ଏଠାକାର ମା-ଭଉଣୀମାନେ ଆଶୀର୍ବାଦ ଦେବାକୁ ଆସିଥିବା ଦେଖି ମୋ ବିଶ୍ୱାସ ଆହୁରି ବଢ଼ିଯାଇଛି । କେବେ କେବେ ଲୋକେ ଠେଙ୍ଗାମାଡ଼ କଥା କହନ୍ତି ହେଲେ ଯେଉଁ ମୋଦୀକୁ ଏତେ ବିଶାଳ ସଂଖ୍ୟାରେ ମା-ଭଉଣୀଙ୍କ ସୁରକ୍ଷା କବଚ ମିଳିଛି ତା ଉପରେ ଯେତେ ଠେଙ୍ଗା ପାହାର ହେଲେ ବି କିଛି ହେବ ନାହିଁ । ମୁଁ ଆପଣ ସମସ୍ତଙ୍କୁ ନମସ୍କାର କରୁଛି । ମା-ଭଉଣୀ, ମୋ ଭାଇ-ଭଉଣୀ, ମୋ ଯୁବପିଢ଼ି ମୁଁ ଆଜି ଆପଣମାନଙ୍କୁ ଆପଣାଇ ନେବାକୁ ଆସିଛି, ଆସାମର ମୋର ପ୍ରିୟ ଭାଇ-ଭଉଣୀମାନଙ୍କୁ ଏକ ନୂଆ ବିଶ୍ୱାସ ଦେବାକୁ ଆସିଛି । ଗତକାଲି ସାରା ଦେଶ ଦେଖିଲା କେଉଁ ପ୍ରକାରରେ ଗାଁ ଗାଁରୁ ମୋଟର ସାଇକେଲ ରାଲି ବାହାରିଲା, ସଂପୂର୍ଣ୍ଣ ରାଜ୍ୟ ଦୀପ ଜଳାଇ ଦୀପାବଳି ମନାଇଲା । ବୋଧହୁଏ ଦୀପାବଳି ବେଳେ ବି ଏତେ ଦୀପ ଜଳୁଥିବ କି ଜଳୁନଥିବ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ କାଲି ଦେଖୁଥିଲି ସୋସିଆଲ ମିଡିଆରେ ମଧ୍ୟ ଚାରି ଆଡ଼େ ଆପଣମାନେ ଯେଉଁ ଦୀପ ଜଳାଇଲେ ତାର ଦୃଶ୍ୟ, ଟିଭିରେ, ସୋସିଆଲ ମିଡିଆରେ ସବୁଆଡେ ଦୃଷ୍ଟିଗୋଚର ହେଉଥିଲା । ସମଗ୍ର ଭାରତ ଆପଣମାନଙ୍କ ଚର୍ଚ୍ଚା କରୁଥିଲା । ଭାଇ ଓ ଭଉଣୀମାନେ, ଏହି କେତେ ହଜାର, ଲକ୍ଷ ଦୀପ ଜଳାଇବା ଘଟଣା ନୁହେଁ ବରଂ ଦେଶର ଏହି ମହତ୍ୱପୂର୍ଣ୍ଣ ଭୂ-ଭାଗରେ ଏକ ନୂଆ ଚମକ, ନୂଆ ରୋଶନୀ, ନୂଆ ପ୍ରକାଶ ଆରମ୍ଭ ହୋଇଛି ।

ଭାଇଭଉଣୀମାନେ, ଆଜିର ଦିନରେ ସେହି ହଜାର ହଜାର ଶହୀଦଙ୍କୁ ମନେ ପକାଇବା, ଯେଉଁମାନେ ଦେଶ ପାଇଁ ନିଜ କର୍ତ୍ତବ୍ୟ ପଥରେ ଜୀବନ ବଳିଦାନ କରିଛନ୍ତି । ଆଜି ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଜୀ, ରୂପନାଥ ବ୍ରହ୍ମାଜୀଙ୍କ ଭଳି ଏଠାକାର ସକ୍ଷମ ନେତୃତ୍ୱଙ୍କ ଯୋଗଦାନକୁ ମନେ ପକାଇବା, ସେମାନଙ୍କୁ ପ୍ରଣାମ ଜଣାଇବା । ଏହି ଚୁକ୍ତିନାମା ପାଇଁ ସକାରାତ୍ମକ ଭୂମିକା ତୁଲାଇଥିବା ଅଖିଳ ବୋଡୋ ଛାତ୍ର ସଂଗଠନ (ABSU), ଜାତୀୟ ଗଣତାନ୍ତ୍ରିକ ବୋଡୋଲାଣ୍ଡ ଫ୍ରଣ୍ଟ (NDFB)  ସହ ଜଡ଼ିତ ସମସ୍ତ ଯୁବ ସାଥୀ, BTCର ମୁଖ୍ୟ ଶ୍ରୀ ହଗ୍ରମା ମାହିଲାରେ ଓ ଆସାମ ସରକାରଙ୍କ ପ୍ରତିବଦ୍ଧତା ଆପଣମାନେ କେବଳ ମୋ ତରଫରୁ ଅଭିନନ୍ଦନର ଅଧିକାରୀ ନୁହନ୍ତି ବରଂ ସାରା ଭାରତ ତରଫରୁ ଅଭିନନ୍ଦନର ଅଧିକାରୀ । ଆଜି 130 କୋଟି ଭାରତୀୟ ଆପଣଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଆପଣଙ୍କୁ ଅଭିନନ୍ଦନ ଜଣାଉଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛନ୍ତି ।

ବନ୍ଧୁଗଣ, ଆଜି ଆପଣ ସମସ୍ତ ବୋଡେ ସାଥୀମାନଙ୍କର ଏହି ପୂରା ଅଞ୍ଚଳ, ସମସ୍ତ ସମାଜ ଓ ଏଠାକାର ଗୁରୁ, ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକଙ୍କ ପ୍ରୟାସକୁ celebrate କରିବାର ଏହା ଅବସର । ଗୌରବଗାନ କରିବାର ଅବସର । ଆପଣମାନଙ୍କ ସହଯୋଗରୁ ହିଁ ସ୍ଥାୟୀ ଶାନ୍ତି, ସ୍ଥାୟୀ ଶାନ୍ତିର ରାସ୍ତା ବାହାରି ପାରିଛି । ଆଜି ଆସାମ ସହ ପୂରା ଉତ୍ତରପୂର୍ବାଞ୍ଚଳ ପାଇଁ 21ତମ ଶତାବ୍ଦୀର ନୂତନ ଆରମ୍ଭ, ଏକ ନୂଆ ସକାଳର, ଏକ ନୂଆ ପ୍ରେରଣାକୁ ସ୍ୱାଗତ କରିବାର ଅବସର । ଆଜି ସଂକଳ୍ପ ନେବା କି ବିକାଶ ଓ ବିଶ୍ୱାସର ମୁଖ୍ୟଧାରାକୁ ମଜବୁତ କରିବା । ହିଂସାର ଅନ୍ଧକାରକୁ ଏହି ଭୂମିକୁ ଫେରିବାକୁ ଦେବା ନାହିଁ । ଏବେ ଏହି ଭୂମିରେ କୌଣସି ମା’ର ପୁଅ, କୌଣସି ମା’ର ଝିଅ, କୌଣସି ଭଉଣୀର ଭାଇ, କୌଣସି ଭାଇର ଭଉଣୀର ରକ୍ତପାତ ହେବ ନାହିଁ, ହିଂସା ହେବ ନାହିଁ । ଆଜି ମୋତେ ସେହି ମା’ମାନେ ମଧ୍ୟ ଆଶୀର୍ବାଦ ଦେଉଛନ୍ତି । ସେହି ଭଉଣୀମାନେ ମଧ୍ୟ ଆଶୀର୍ବାଦ ଦେଉଛନ୍ତି ଯେଉଁମାନଙ୍କ ପୁଅ ଜଙ୍ଗଲରେ କାନ୍ଧରେ ବନ୍ଧୁକ ପକାଇ ଘୂରି ବୁଲୁଥିଲା । ମୃତ୍ୟୁର ଛାୟାରେ ବଞ୍ଚୁଥିଲା । ଆଜି ସେ ନିଜ ମା’ କୋଳରେ ମୁଣ୍ଡ ରଖି ଶାନ୍ତିରେ ଶୋଇ ପାରୁଛି । ମୋତେ ସେହି ମା’ଙ୍କ ଆଶୀର୍ବାଦ ମିଳୁଛି, ସେହି ଭଉଣୀଙ୍କ ଆଶୀର୍ବାଦ ମିଳୁଛି । କଳ୍ପନା କରନ୍ତୁ ଏତେ ଦଶନ୍ଧି ଧରି ଦିନରାତି ଗୁଳି ଫୁଟୁଥିଲା । ଆଜି ସେହି ଜୀବନରୁ ମୁକ୍ତିର ରାସ୍ତା ଖୋଲି ଯାଇଛି । ମୁଁ ନୂତନ ଭାରତର ନୂଆ ସଂକଳ୍ପରେ ଆପଣ ସମସ୍ତଙ୍କୁ, ଶାନ୍ତିପ୍ରିୟ ଆସାମକୁ, ଶାନ୍ତି ପ୍ରିୟ ଉତ୍ତରପୂର୍ବାଞ୍ଚଳକୁ ହୃଦୟର ଗଭୀରତାରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ଓ ବିକାଶର ନୂଆ ଅଧ୍ୟାୟ ଯୋଡ଼ି ହେବା ବେଶ ଐତିହାସିକ । ଏହି ସମୟରେ ଓ ଏହା ଖୁବ ସୁଖଦ ସଂଯୋଗ ଯେ, ଦେଶ ମହାତ୍ମା ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ବର୍ଷ ପାଳନ କରୁଥିବା ବେଳେ ଏହି ଐତିହାସିକ ଘଟଣାର ପ୍ରାସଙ୍ଗିକତା ଆହୁରି ବଢ଼ିଯାଉଛି । ଆଉ ଏହା କେବଳ ଭାରତ ନୁହେଁ ବିଶ୍ୱ ପାଇଁ ହିଂସାର ରାସ୍ତା ତ୍ୟାଗ କରି ଅହିଂସାର ରାସ୍ତା ବାଛିବା ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଛି । ମହାତ୍ମା ଗାନ୍ଧୀ କହୁଥିଲେ ଅହିଂସା ମାର୍ଗରେ ଚାଲି ଆମେ ଯାହା ବି ହାସଲ କରୁ ତାକୁ ସମସ୍ତେ ସ୍ୱୀକାର କରନ୍ତି । ଏବେ ଆସାମରେ ଅନେକ ସାଥୀ ଶାନ୍ତି ଓ ଅହିଂସାର ମାର୍ଗକୁ ସ୍ୱୀକାର କରିବା ସହ ଲୋକତନ୍ତ୍ରକୁ ସ୍ୱୀକାର କରିଛନ୍ତି, ଭାରତର ସମ୍ବିଧାନକୁ ନୟନର ମଣି କରିଛନ୍ତି ।

ବନ୍ଧୁଗଣ, ମୋତେ କୁହାଯାଇଛି ଯେ, କୋକ୍ରାଝରରେ ଏହି ଐତିହାସିକ ଶାନ୍ତି ଚୁକ୍ତିନାମାକୁ ସେଲିବ୍ରେଟ କରିବା ପାଇଁ ଆଜି ଆମେ ଏକାଠି ହୋଇଥିବା ବେଳେ ସେପଟେ ଗୋଳାଘାଟରେ ଶ୍ରୀମନ୍ତ ଶଙ୍କରଦେବ ସଂଘର ବାର୍ଷିକ ସମ୍ମିଳନୀ ମଧ୍ୟ ଚାଲିଛି ।

ମୋଇ ମୋହାପୁରୁଷ ଶ୍ରୀମନ୍ତୋ ହୋକର ଦେବୋଲୋଇ ଗୋଭିର ପ୍ରୋନିପାତ ଜାସିସୁ ।

ମୋଇ ଲୋଗୋତ ଅଧିବେଖୋନ ଖୋନରୁ ହୋଫୋଲତା କାମନା କୋରିଲୋଁ ।

(ମୁଁ ମହାପୁରୁଷ ଶଙ୍କରଦେବ ଜୀଙ୍କୁ ପ୍ରଣାମ ଜଣାଉଛି । ମୁଁ ଅଧିବେଶନର ସଫଳତା କାମନା କରୁଛି)

ଭାଇ ଓ ଭଉଣୀମାନେ ଶ୍ରୀମନ୍ତ ଶଙ୍କରଦେବ ଜୀ ଆସାମର ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହିତ ସଂପୂର୍ଣ୍ଣ ଭାରତକୁ, ସଂପୂର୍ଣ୍ଣ ବିଶ୍ୱକୁ ଆଦର୍ଶ ଜୀବନ ଜୀଇଁବାର ମାର୍ଗ ଦେଖାଇଛନ୍ତି ।

ଶଙ୍କରଦେବ ଜୀ ହିଁ ଥିଲେ, ଯିଏ ଆସାମ ସହିତ ସାରା ବିଶ୍ୱକୁ କହିଥିଲେ-

ସତ୍ୟ ଶୌଚ ଅହିଂସା ଶିଖିବେ ସମଦମ ।

ସୁଖ ଦୁଃଖ ଶୀତ ଉଷ୍ଣ ଆତ ହେବ ସମ ।

ଏହାର ଅର୍ଥ ସତ୍ୟ, ଶୌଚ, ଅହିଂସା, ଶମ, ଦମ ଆଦି ଶିକ୍ଷା ହାସଲ କର । ସୁଖ, ଦୁଃଖ, ଗରମ, ଶୀତ ସହିବା ପାଇଁ ନିଜକୁ ପ୍ରସ୍ତୁତ କର । ତାଙ୍କର ଏହି ବିଚାରରେ ବ୍ୟକ୍ତିର ନିଜର ବିକାଶ ସହିତ ସମାଜ ବିକାଶର ବାର୍ତ୍ତା ମଧ୍ୟ ନିହିତ ରହିଛି ।

ଆଜି ଅନେକ ଦଶନ୍ଧି ପରେ ଏହି ସଂପୂର୍ଣ୍ଣ ଅଞ୍ଚଳରେ ବ୍ୟକ୍ତିର ବିକାଶ, ସମାଜର ବିକାଶ ପାଇଁ ମାର୍ଗ ସଶକ୍ତ ହୋଇଛି ।

ଭାଇ ଓ ଭଉଣୀମାନେ, ମୁଁ ବୋଡୋ ଲ୍ୟାଣ୍ଡ ମୁଭମେଣ୍ଟର ଅଂଶୀଦାର ଥିବା ସବୁ ଲୋକଙ୍କୁ ରାଷ୍ଟ୍ରର ମୁଖ୍ୟଧାରାରେ ସାମିଲ ହୋଇଥିବାରୁ ବହୁତ ବହୁତ ସ୍ୱାଗତ କରୁଛି । ପାଞ୍ଚ ଦଶକ ପରେ ସଂପୂର୍ଣ୍ଣ ସୌହାର୍ଦ୍ଦ୍ୟର ସହ ବୋଡୋ ଲ୍ୟାଣ୍ଡ ମୁଭମେଣ୍ଟ ସହିତ ଜଡ଼ିତ ପ୍ରତ୍ୟେକ ସାଥୀଙ୍କ ଆଶା ଓ ଆକାଂକ୍ଷାକୁ ସମ୍ମାନ ମିଳିଛି । ସମସ୍ତ ପକ୍ଷ ଏକାଠି ହୋଇ ସ୍ଥାୟୀ ଶାନ୍ତି ପାଇଁ ସମୃଦ୍ଧି ଓ ବିକାଶ ପାଇଁ ହିଂସାର ଘଟଣାବଳୀ ସମାପ୍ତ କରିଛନ୍ତି । ମୁଁ ଦେଶକୁ ସୂଚନା ଦେବାକୁ ଚାହୁଁଛି କାରଣ ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମଗ୍ର ଭାରତ ଏହି ଅବସରକୁ ଦେଖୁଛି । ସମସ୍ତ ଟିଭି ଚ୍ୟାନେଲ ଆଜି ନିଜ କ୍ୟାମେରା ମୁହଁ ଆପଣଙ୍କ ଆଡ଼କୁ କରିଛନ୍ତି । କାରଣ ଆପଣମାନେ ଏକ ନୂଆ ଇତିହାସ ରଚିଛନ୍ତି । ଭାରତରେ ଏକ ନୂଆ ବିଶ୍ୱାସ ସୃଷ୍ଟି ହୋଇଛି । ଶାନ୍ତିର ରାସ୍ତାକୁ ଆପଣମାନେ ଶକ୍ତି ପ୍ରଦାନ କରିଛନ୍ତି ।

ଭାଇ ଓ ଭଉଣୀମାନେ, ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି ଯେ, ଏବେ ଏହି ଆନ୍ଦୋଳନ ସହିତ ଜଡ଼ିତ ପ୍ରତ୍ୟେକ ଦାବି ସମାପ୍ତ ହୋଇଗଲା । ଏବେ ସେସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । 1993ରେ ଯେଉଁ ରାଜିନାମା ହୋଇଥିଲା, 2003ରେ ଯେଉଁ ରାଜିନାମା ହୋଇଥିଲା, ତା ପରେ ଶାନ୍ତି ସଂପୂର୍ଣ୍ଣ ରୂପେ ସ୍ଥାପିତ ହୋଇ ପାରିନଥିଲା । ଏବେ କେନ୍ଦ୍ର ସରକାର, ଆସାମ ସରକାର ଓ ବୋଡ଼ୋ ଆନ୍ଦୋଳନ ସହିତ ଜଡିଚ ସଂଗଠନଗୁଡ଼ିକ ଯେଉଁ ଐତିହାସିକ ଚୁକ୍ତିନାମାରେ ସହମତ ହୋଇଛନ୍ତି, ଯେଉଁଥିରେ ସାଇନ କରିଛନ୍ତି, ତା ପରେ ଆଉ କୌଣସି ଦାବି ନାହିଁ ଓ ଏବେ ବିକାଶ ହିଁ ପ୍ରଥମ ଓ ଶେଷ ପ୍ରାଥମିକତା ।

ବନ୍ଧୁଗଣ, ମୋ ଉପରେ ଭରସା କରିବାରେ ଆପଣମାନଙ୍କ ଦୁଃଖକଷ୍ଟ, ଆଶାଆକାଂକ୍ଷା ଆପଣଙ୍କ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ମୋ ଦ୍ୱାରା ଯାହା ହୋଇପାରିବ ତାହା କରିବାରେ ମୁଁ କେବେ ବି ପଛଘୁଞ୍ଚା ଦେବି ନାହିଁ । କାରଣ ମୁଁ ଜାଣିଛି ବନ୍ଧୁକ ଛାଡ଼ି, ବୋମା ଓ ପିସ୍ତଲର ରାସ୍ତା ତ୍ୟାଗ କରି ଯେତେବେଳେ ଆପଣ ଫେରି ଆସିଛନ୍ତି, କିପରି ପରିସ୍ଥିତିରେ ଆପଣମାନେ ଆସିଥିବେ ମୁଁ ଜାଣିଛି । ଅନୁମାନ କରି ପାରୁଛି ଓ ସେଥିପାଇଁ ଏହି ଶାନ୍ତି ରାସ୍ତାରେ ଗୋଟିଏ କଣ୍ଟା ବି ଯଦି ଆପଣଙ୍କ ଦେହରେ ନଫୁଟେ ତା’ର ଚିନ୍ତା ମୁଁ କରିବି । କାରଣ ଏହି ଶାନ୍ତିର ରାସ୍ତା ପ୍ରେମ, ଆଦରର ରାସ୍ତା, ଏହା ଅହିଂସାର ରାସ୍ତା । ଆପଣ ଦେଖିବେ ସଂପୂର୍ଣ୍ଣ ଆସାମ ଆପଣଙ୍କ ହୃଦୟ ଜିତି ନେବ । ସାରା ଭାରତ ଆପଣଙ୍କ ହୃଦୟକୁ ଜିତି ନେବ । କାରଣ ଆପଣମାନେ ଠିକ୍ ରାସ୍ତା ବାଛିଛନ୍ତି ।

ବନ୍ଧୁଗଣ, ଏହି ଚୁକ୍ତିନାମାର ଲାଭ ବୋଡୋ ଜନଜାତିର ବନ୍ଧୁମାନଙ୍କ ସହିତ ଅନ୍ୟ ସମାଜର ଲୋକମାନେ ମଧ୍ୟ ପାଇପାରିବେ । କାହିଁକି ନା ଏହି ରାଜିନାମା ଅନୁଯାୟୀ ବୋଡୋ କ୍ଷେତ୍ରୀୟ ପରିଷଦ ଅଧିକାର ପରିସୀମା ବଢ଼ାଇ ଦିଆଯାଇଛି, ଅଧିକ ସଶକ୍ତ କରାଯାଇଛି । ଏହି ରାଜିନାମାରେ ସମସ୍ତେ ବିଜେତା ହୋଇଛନ୍ତି ଓ ସବୁଠାରୁ ବଡ଼ କଥା ବେଲା ଶାନ୍ତିର ବିଜୟ ହୋଇଛି, ମାନବତାର ବିଜୟ ହୋଇଛି । ଏବେ ଆପଣ ଠିଆ ହୋଇ ତାଳି ବଜାଇ ମୋତେ ସମ୍ମାନ ଜଣାଇଲେ, ମୁଁ ଚାହୁଁଛି ଆପଣମାନେ ପୁଣି ଥରେ ଠିଆ ହୋଇ ତାଳି ବଜାନ୍ତୁ, ମୋ ପାଇଁ ନୁହେଁ, ଶାନ୍ତି ପାଇଁ, ଶାନ୍ତି ପାଇଁ ମୁଁ ଆପଣମାନଙ୍କ ପ୍ରତି କୃତଜ୍ଞ ।

ଚୁକ୍ତିନାମା ଅନୁଯାୟୀ BTADରେ ଆସୁଥିବା କ୍ଷେତ୍ରର ସୀମା ନିର୍ଦ୍ଧାରଣ କରିବା ପାଇଁ କମିଶନ ମଧ୍ୟ ଗଠନ ହେବ । ଏହି କ୍ଷେତ୍ରକୁ 1500 କୋଟି ଟଙ୍କାର ସ୍ଵତନ୍ତ୍ର ବିକାଶ ଅନୁଦାନ ମିଳିବ, ଯାହାର ଅଧିକ ଲାଭ କୋକ୍ରାଝର, ଚିରାଙ୍ଗ, ବକ୍ସା ଓ ଉଦାଲଗୁଡ଼ି ଭଳି ଜିଲ୍ଲାକୁ ମିଳିବ । ଏହାର ଅର୍ଥ ବୋଡୋ ଜନଜାତିଙ୍କ ପ୍ରତ୍ୟେକ ଅଧିକାରର, ବୋଡୋ ସଂସ୍କୃତିର ବିକାଶ ସୁନିଶ୍ଚିତ ହେବ, ସଂରକ୍ଷଣ ସୁନିଶ୍ଚିତ ହେବ । ଏହି ରାଜିନାମା ପରେ ଏହି କ୍ଷେତ୍ରରେ ରାଜନୈତିକ, ଆର୍ଥିକ, ଶୈକ୍ଷିକ ସମସ୍ତ ପ୍ରକାରର ପ୍ରଗତି ହେବ ।

ମୋ ଭାଇ ଓ ଭଉଣୀମାନେ, ଆସାମ ଚୁକ୍ତିନାମାର ଧାରା 6କୁ ଶୀଘ୍ର ଲାଗୁ କରିବା ପାଇଁ ଏବେ ସରକାର ପ୍ରୟାସ କରୁଛନ୍ତି । ମୁଁ ଆସାମର ଲୋକଙ୍କୁ ଆଶ୍ୱସ୍ତ କରୁଛି ଯେ ଏହି ମାମଲା ସହିତ ଜଡ଼ିତ କମିଟିର ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ଆହୁରି ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ ନେବେ । ଆମେ ଲଟକାଇ ରଖିବା ବା ଭ୍ରମିତ କରିବା ଲୋକ ନୁହେଁ । ଦାୟିତ୍ୱସମ୍ପନ୍ନ ହେବା ଆମ ସ୍ୱଭାବ । ଏଥିପାଇଁ ଅନେକ ବର୍ଷ ଧରି ଆସାମର ଯେଉଁ କଥା ବିଳମ୍ବିତ ହେଉଥିଲା, ଅଟକି ରହିଥିଲା, ଭ୍ରମିତ କରା ଯାଉଥିଲା ତାହା ଆମେ ସଂପୂର୍ଣ୍ଣ କରି ଦେଖାଇବୁ ।

ସାଥିଗଣ, ଆଜି ଯେତେବେଳେ ବୋଡୋ କ୍ଷେତ୍ରରେ ନୂଆ ଆଶା, ନୂଆ ସ୍ୱପ୍ନ ଓ ନୂଆ ଆତ୍ମବିଶ୍ୱାସର ସଞ୍ଚାର ହୋଇଛି, ଆପଣମାନଙ୍କ ଦାୟିତ୍ୱ ଆହୁରି ବଢ଼ିଯାଇଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଡୋ କ୍ଷେତ୍ରୀୟ ପରିଷଦ ଏବେ ଏଠାକାର ସମସ୍ତ ସମାଜକୁ ସାଥିରେ ନେଇ, କୌଣସି ଭେଦଭାବ ନରଖି, ସମସ୍ତଙ୍କୁ ସାଥିରେ ନେଇ ବିକାଶର ଏକ ନୂଆ ମଡେଲ ବିକଶିତ କରିବ । ମୁଁ ଏହା ଜାଣି ଖୁସି ଯେ, ଆସାମ ସରକାର ବୋଡୋ ଭାଷା ଓ ସଂସ୍କୃତିକୁ ନେଇ କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ବଡ଼ ଯୋଜନା ବନାଇଛନ୍ତି । ମୁଁ ରାଜ୍ୟ ସରକାରଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବୋଡୋ କ୍ଷେତ୍ରୀୟ ପରିଷଦ, ଆସାମ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ସବକା ସାଥ, ସବକା ବିକାଶ ଓ ସମସ୍ତଙ୍କ ବିଶ୍ୱାସକୁ ନୂଆ ଦିଶା ପ୍ରଦାନ କରିବ । ଭାଇଭଉଣୀମାନେ ଏହାଦ୍ୱାରା ଆସାମ ମଧ୍ୟ ସଶକ୍ତ ହେବ ଓ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ଆହୁରି ମଜବୁତ ହେବ ।

ବନ୍ଧୁଗଣ, ଏକବିଂଶ ଶତାବ୍ଦୀର ଭାରତ ଏବେ ଦୃଢ଼ ସଂକଳ୍ପ କରିସାରିଛି ଯେ ଏବେ ଆମେ ଅତୀତ ସମସ୍ୟାରେ ଛନ୍ଦି ହୋଇ ରହିବା ନାହିଁ । ଆଜି ଦେଶ ଜଟିଳ ସମସ୍ୟାର ସମାଧାନ ଚାହୁଁଛି । ଦେଶ ଆଗରେ ଅନେକ ଆହ୍ୱାନ ରହିଛି ଯାହାକୁ କେତେବେଳେ ରାଜନୈତିକ ଉଦ୍ଦେଶ୍ୟରେ ତ କେତେବେଳେ ସାମାଜିକ ଉଦ୍ଦେଶ୍ୟରେ ଏଡ଼ାଇ ଦିଆଯାଇ ଆସୁଛି । ଏହି ଆହ୍ୱାନଗୁଡ଼ିକ ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରେ ହିଂସା, ଅସ୍ଥିରତା, ଅବିଶ୍ୱାସ ବଢ଼ାଉଛନ୍ତି ।

ଦଶନ୍ଧି ଦଶନ୍ଧି ଧରି ଦେଶରେ ଏମିତି ଚାଲି ଆସୁଥିଲା । ଉତ୍ତରପୂର୍ବାଞ୍ଚଳ ବିଷୟରେ ତ କେହି ହାତ ଲଗାଇବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଆନ୍ଦୋଳନ ହେଉଛି, ହେବାକୁ ଦିଅ, ବନ୍ଦ ହେଉଛି, ହେବାକୁ ଦିଅ, ହିଂସା ହେଉଛି, କୌଣସି ପ୍ରକାରେ ନିୟନ୍ତ୍ରଣ କର, କେବଳ ଏହି ଦୃଷ୍ଟିଭଙ୍ଗୀ ଉତ୍ତରପୂର୍ବାଞ୍ଚଳ ପ୍ରତି ଥିଲା । ମୁଁ ଭାବୁଛି ଏହି ଦୃଷ୍ଟିଭଙ୍ଗୀ ଯୋଗୁଁ ଉତ୍ତର ପୂର୍ବର ଆମର କିଛି ଭାଇଭଉଣୀଙ୍କୁ ଏତେ ଦୂରେଇ ଦେଇଥିଲା ଯେ ସେମାନେ ସମ୍ବିଧାନ ଓ ଲୋକତନ୍ତ୍ର ଉପରୁ ବିଶ୍ୱାସ ହରାଇବାରେ ଲାଗିଥିଲେ । ବିଗତ ଦଶନ୍ଧିରେ ଉତ୍ତରପୂର୍ବାଞ୍ଚଳରେ ହଜାର ହଜାର ନିର୍ଦ୍ଦୋଷଙ୍କ ମୃତ୍ୟୁ ହୋଇଛି, ହଜାର ହଜାର ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି, ଲକ୍ଷ ଲକ୍ଷ ଘର ହରାଇଥିଲେ, ଲକ୍ଷ ଲକ୍ଷ ଜାଣି ପାରିଲେ ନାହିଁ ବିକାଶର ମାନେ କଣ । ଏହି ସତ୍ୟତାକୁ ପୂର୍ବ ସରକାର ମଧ୍ୟ ଜାଣିଥିଲେ, ବୁଝାଉଥିଲେ, ସ୍ୱୀକାର ମଧ୍ୟ କରୁଥିଲେ ହେଲେ ଏହି ସ୍ଥିତି କେମିତି ବଦଳିବ ସେ ସମ୍ପର୍କରେ ବେଶି ପରିଶ୍ରମ କେବେ ବି ହୋଇନଥିଲା । ଏତେ ବଡ଼ ଝାମେଲାରେ କିଏ ପଶିବ, ଯେମିତି ଚାଲୁଛି ଚାଲୁ ଏହା ଭାବି ସେମାନେ ରହି ଯାଉଥିଲେ ।

ଭାଇ ଓ ଭଉଣୀମାନେ ଯେତେବେଳେ ରାଷ୍ଟ୍ରହିତ ସବୁଠାରୁ ଉପରେ ସେତେବେଳେ ପରିସ୍ଥିତିକୁ ଏପରି ଛାଡ଼ି ଦିଆଯାଇ ପାରିନଥାନ୍ତା  । ଉତ୍ତରପୂର୍ବାଞ୍ଚଳର ସଂପୂର୍ଣ୍ଣ ବିଷୟ ସମ୍ବେଦନଶୀଳ ଥିଲା ଏଥିପାଇଁ ଆମେ ନୂଆ ଦୃଷ୍ଟିଭଙ୍ଗୀ ସହ କାମ କରିବା ଆରମ୍ଭ କରିଥିଲୁ । ଆମେ ଉତ୍ତରପୂର୍ବାଞ୍ଚଳର ଅଲଗା ଅଲଗା କ୍ଷେତ୍ରର ଭାବନାତ୍ମକ ଦିଗରୁ ବୁଝିଥିଲୁ, ସେମାନଙ୍କ ଆଶାକୁ ବୁଝିଥିଲୁ । ଏଠାରେ ରହୁଥିବା ଲୋକଙ୍କୁ ଆପଣାପଣ ସହ ନିଜର ଭାବି ଆଲୋଚନା କଲୁ । ଆମେ ବିଶ୍ୱାସ ଉପୁଜାଇଲୁ । ସେମାନଙ୍କୁ ପର ଭାବିଲୁ ନାହିଁ, ଆପଣଙ୍କୁ ପର ଭାବିଲୁ ନାହିଁ କି ଆପଣଙ୍କ ନେତାଙ୍କୁ ପର ଭାବିଲୁ ନାହିଁ, ନିଜର ଭାବିଲୁ । ଆଜି ଏହାର ଫଳ ହେଲା ଯେଉଁ ଉତ୍ତରପୂର୍ବାଞ୍ଚଳରେ ପ୍ରତି ବର୍ଷ ହାରାହାରି ଏକ ହଜାରରୁ ଅଧିକ ଲୋକ ଉଗ୍ରବାଦ ଯୋଗୁଁ ପ୍ରାଣ ହରାଉଥିଲେ, ଏବେ ଏଠାରେ ଚାରି ଆଡେ ପ୍ରାୟ ଶାନ୍ତି ଓ ଉଗ୍ରବାଦ ସମାପ୍ତ ହେବାକୁ ଯାଉଛି ।

ଯେଉଁ ଉତ୍ତରପୂର୍ବାଞ୍ଚଳରେ ପ୍ରାୟ ସବୁ କ୍ଷେତ୍ରରେ ସେନାବାହିନୀ ସ୍ଵତନ୍ତ୍ର କ୍ଷମତା ଆଇନ ଜାରି ହୋଇଥିଲା, ଏବେ ଆମେ ଆସିବା ପରେ ତ୍ରିପୁରା, ମିଜୋରମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳ AFSPA ମୁକ୍ତ ହୋଇଛି । ଯେଉଁ ଉତ୍ତରପୂର୍ବାଞ୍ଚଳରେ ଉଦ୍ୟୋଗୀମାନେ ନିବେଶ ପାଇଁ ରାଜି ହେଉନଥିଲେ, ନିବେଶ ପାଇଁ ରାଜି ହେଉନଥିଲେ ଏବେ ଏଠାରେ ନିବେଶ ଆରମ୍ଭ ହୋଇଛି, ନୂଆ ଉଦ୍ୟୋଗ ଆରମ୍ଭ ହୋଇଛି ।

ଯେଉଁ ଉତ୍ତରପୂର୍ବାଞ୍ଚଳରେ ନିଜ ନିଜ ହୋମଲ୍ୟାଣ୍ଡକୁ ନେଇ ସଂଘର୍ଷ ହେଉଥିଲା, ଏବେ ଏଠାରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନା ମଜବୁତ ହୋଇଛି । ଯେଉଁ ଉତ୍ତରପୂର୍ବାଞ୍ଚଳରେ ହିଂସା ଯେଗୁଁ ହଜାର ହଜାର ଲୋକ ନିଜ ଦେଶରେ ହିଁ ଶରଣାର୍ଥୀ ପାଲଟିଥିଲେ, ଏବେ ଏଠାରେ ସେହି ଲୋକମାନଙ୍କୁ ସଂପୂର୍ଣ୍ଣ ସମ୍ମାନ ଓ ମର୍ଯ୍ୟାଦା ସହ ବସବାସ କରିବାକୁ ନୂଆ ସୁବିଧା ପ୍ରଦାନ କରାଯାଉଛି । ଯେଉଁ ଉତ୍ତରପୂର୍ବାଞ୍ଚଳ ଦେଶର ବାକି ଅଞ୍ଚଳର ଲୋକ ଆସିବାକୁ ଡରୁଥିଲେ, ଏବେ ଏହାକୁ ନିଜର ପରବର୍ତ୍ତୀ ପର୍ଯ୍ୟଟନ ଲକ୍ଷସ୍ଥଳି ଭାବେ ଚୟନ କରୁଛନ୍ତି ।

ବନ୍ଧୁଗଣ, ଏହି ପରିବର୍ତ୍ତନ କେମିତି ଆସିଲା ? କଣ ଗୋଟିଏ ଦିନରେ ଆସିଲା ? ଆଜ୍ଞା ନା । ଏହା ପାଞ୍ଚ ବର୍ଷର କଠିନ ପରିଶ୍ରମର ଫଳ । ପ୍ରଥମେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଗ୍ରହିତା ଭାବେ ଦେଖାଯାଉଥିଲା, ଆଜି ସେମାନଙ୍କୁ ବିକାଶର ଗ୍ରୋଥ୍ ଇଂଜିନ ଭାବେ ଦେଖାଯାଉଛି । ପୂର୍ବରୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଦିଲ୍ଲୀଠାରୁ ବହୁତ ଦୂର ବୋଲି ଭାବୁଥିଲେ । ଆଜି ଦିଲ୍ଲୀ ଆପଣଙ୍କ ଦ୍ୱାରଦେଶକୁ ଆସି ଆପଣଙ୍କ ସୁଖଦୁଃଖରେ ଭାଗୀଦାର ହେଉଛି । ଆଉ ମୋତେ ଦେଖନ୍ତୁ.. ବୋଡୋ ସାଥୀମାନଙ୍କ ସହ, ଆସାମର ଲୋକଙ୍କ ସହ କଥାବାର୍ତ୍ତା ହେବାର ଥିଲା ହେଲେ ମୁଁ ଦିଲ୍ଲୀରେ ବସି ସନ୍ଦେଶ ପଠାଇଲି ନାହିଁ ବରଂ ଆପଣମାନଙ୍କ ନିକଟକୁ ଆସି ଆଖିରେ ଆଖି ମିଳାଇ, ଆପଣଙ୍କ ଆଶୀର୍ବାଦ ନେଇ ଆପଣଙ୍କ ସହିତ ମିଶୁଛି । ନିଜ ସରକାରର ମନ୍ତ୍ରୀମାନଙ୍କ ପାଇଁ ବିଧିବଦ୍ଧ ରୋଷ୍ଟର ପ୍ରସ୍ତୁତ କରି ଏହା ସୁନିଶ୍ଚିତ କରିଛି ଯେ, ପ୍ରତି 10-15 ଦିନରେ କେନ୍ଦ୍ର ସରକାରଙ୍କ କେହି ନା କେହି ମନ୍ତ୍ରୀ ନିଶ୍ଚିତ ଉତ୍ତରପୂର୍ବାଞ୍ଚଳ ଆସିବେ । ରାତିରେ ରହିବେ, ଲୋକଙ୍କ ସହ ମିଶିବେ, ସମସ୍ୟାଗୁଡ଼ିକର ସମାଧାନ କରିବେ । ଆମ ସାଥୀମାନେ ପ୍ରୟାସ କରିଥିଲେ କି ସେମାନେ ଅଧିକ ସମୟ ଏଠାରେ ବିତାଇବେ, ଅଧିକ ଲୋକଙ୍କ ସହ ମିଶିବେ, ସେମାନଙ୍କ ସମସ୍ୟା ବୁଝିବେ, ସମାଧାନ କରିବେ । ମୁଁ ଓ ମୋ ସରକାର ନିରନ୍ତର ଆପଣମାନଙ୍କ ନିକଟକୁ ଆସି, ଆପଣଙ୍କ ସମସ୍ୟାକୁ ବୁଝୁଛୁ, ସିଧାସଳଖ ଆପଣଙ୍କଠାରୁ ମତାମତ ନେଇ କେନ୍ଦ୍ର ସରକାରଙ୍କ ଜରୁରି ନୀତି ପ୍ରସ୍ତୁତ କରୁଛୁ ।

ବନ୍ଧୁଗଣ, ତ୍ରୟୋଦଶ ଅର୍ଥ କମିଶନ ବେଳେ ଉତ୍ତରପୂର୍ବାଞ୍ଚଳର 8ଟି ରାଜ୍ୟକୁ ମିଶାଇ 90 ହଜାର କୋଟି ଟଙ୍କାରୁ କମ୍ ମିଳୁଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନରେ ଆମେ ଆସିବା ପରେ ଏହାକୁ ବଢ଼ାଇ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା । ତୁଳନା କରନ୍ତୁ କେଉଁଠି 90 ହଜାର ଓ କେଉଁଠି 3 ଲକ୍ଷ କୋଟି ଟଙ୍କା ।

ବିଗତ ତିନି ଚାରି ବର୍ଷ ହେଲା ଉତ୍ତରପୂର୍ବାଞ୍ଚଳରେ 3 ହଜାର କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ ହୋଇଛି । ନୂଆ ଜାତୀୟ ରାଜପଥ ସ୍ୱୀକୃତ ହୋଇଛି । ଉତ୍ତରପୂର୍ବାଞ୍ଚଳରେ ପୂରା ରେଳ ନେଟୱର୍କକୁ ବ୍ରଡଗଜରେ ବଦଳାଯାଇଛି । ପୂର୍ବୋତ୍ତରରେ ନୂଆ ଏୟାରପୋର୍ଟ ନିର୍ମାଣ ଓ ପୁରୁଣା ଏୟାରପୋର୍ଟର ଆଧୁନିକୀକରଣ କାମ ଜୋରସୋରରେ ଚାଲିଛି ।

ଉତ୍ତରପୂର୍ବାଞ୍ଚଳରେ ଏତେ ନଦୀ ଅଛି, ବ୍ୟାପକ ଜଳ ସମ୍ବଳ ଅଛି, ହେଲେ 2014 ଯାଏଁ ଏଠାରେ କେବଳ ଗୋଟିଏ ୱାଟର ୱେ ଥିଲା.. ଗୋଟିଏ । ଜଳ ଭରି ରହୁଥିବା 365 ଦିନ ପ୍ରବାହିତ ହେଉଥିବା ନଦୀଗୁଡ଼ିକୁ କେହି ଦେଖୁନଥିଲେ । ଏବେ ଏଠାରେ 12ରୁ ଅଧିକ ୱାଟର ୱେ କାମ ଚାଲିଛି । ପୂର୍ବୋତ୍ତରର ଯୁବକଯୁବତୀ ପାଇଁ ଶିକ୍ଷା, ଦକ୍ଷତା ବିକାଶ ଓ କ୍ରିଡା ସଂସ୍ଥାନକୁ ମଜବୁତ କରିବାକୁ ମଧ୍ୟ ଧ୍ୟାନ ଦିଆଯାଉଛି । ଏହାବ୍ୟତୀତ ଉତ୍ତରପୂର୍ବାଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀ ଓ ବେଙ୍ଗାଲୁରୁରେ ନୂଆ ହଷ୍ଟେଲ ନିର୍ମାଣ କାମ ମଧ୍ୟ ହୋଇଛି ।

ବନ୍ଧୁଗଣ, ରେଳ ଷ୍ଟେସନ ହେଉ, ନୂଆ ରେଳବାଇ ରୁଟ ହେଉ, ନୂଆ ଏୟାରପୋର୍ଟ ହେଉ, ନୂଆ ୱାଟର ୱେ ହେଉ ଅବା ଇଣ୍ଟରନେଟ ସଂଯୋଗ ହେଉ ଆଜି ଏତେ କାମ ଉତ୍ତରପୂର୍ବାଞ୍ଚଳରେ ହେଉଛି  । ଏହାପୂର୍ବରୁ କେବେ ହୋଇନଥିଲା । ଆମେ ଦଶନ୍ଧି ପୁରୁଣା ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ସହିତ ନୂଆ ପ୍ରକଳ୍ପକୁ ମଧ୍ୟ ଜଲଦି ସାରିବାକୁ ପ୍ରୟାସ ହେଉଛି । ଶୀଘ୍ର ସରିବାକୁ ଯାଉଥିବା ଏହି ପ୍ରୋଜେକ୍ଟଗୁଡିକ ଉତ୍ତରପୂର୍ବାଞ୍ଚଳରେ କନେକ୍ଟିଭିଟି ସୁଧାରିବ, ଟୁରିଜିମ୍ ସେକ୍ଟରକୁ ମଜବୁତ କରିବ ଓ ରୋଜଗାରର ଲକ୍ଷ ଲକ୍ଷ ସୁଯୋଗ ସୃଷ୍ଟି କରିବ । ଗତ ମାସରେ ଉତ୍ତରପୂର୍ବାଞ୍ଚଳର ଆଠଟି ରାଜ୍ୟରେ ଚାଲୁଥିବା ଗ୍ରୀଡ୍ ପ୍ରକଳ୍ପ ପାଇଁ ପ୍ରାୟ 9 ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି ।

ବନ୍ଧୁଗଣ, ଭିତ୍ତିଭୂମି କେବଳ ସିମେଣ୍ଟ ଓ କଂକ୍ରିଟର ଜଙ୍ଗଲ ନୁହେଁ । ଏହାର ମାନବୀୟ ଦିଗ ରହିଛି ଓ ଏଥିରେ ଲୋକେ ଅନୁଭବ କରନ୍ତି ଯେ, ସେମାନଙ୍କ ଚିନ୍ତା କେହି କରୁଛି । ଯେତେବେଳେ ବୋଗିବିଲ ପୋଲ ଭଳି ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିବା ପ୍ରକଳ୍ପ ସଂପୂର୍ଣ୍ଣ ହେବାରୁ ଲକ୍ଷ ଲକ୍ଷ ଲୋକଙ୍କୁ କନେକ୍ଟିଭିଟି ମିଳିପାରିଛି, ସେତେବେଳେ ସେମାନଙ୍କ ଭରସା ସରକାରଙ୍କ ଉପରେ ବଢ଼ିଛି । ବିଶ୍ୱାସ ବଢ଼େ, ଏହି କାରଣରୁ ଚାରିଆଡ଼େ ହେଉଥିବା ବିକାଶମୂଳକ କାମ ବିଭିନ୍ନତାକୁ ଏକତାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ, ଯେତେବେଳେ ଏକତା ଥାଏ ପ୍ରଗତି ସମସ୍ତଙ୍କ ପାଖରେ ସମାନ ଭାବରେ ପହଁଚିଥାଏ, ଲୋକେ ଏକାଠି କାମ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଯେଉଁଠି ଲୋକେ ଏକାଠି କାମ କରିବାକୁ ପ୍ରସ୍ତୁତ ହୁଅନ୍ତି ସେଠାରେ ବଡ଼ ବଡ଼ ସମସ୍ୟା ସମାଧାନ ହୋଇଯାଏ ।

ବନ୍ଧୁଗଣ, ଏହିପରି ଏକ ପ୍ରସଙ୍ଗ ହେଲା ବ୍ରୁ-ରିୟାଙ୍ଗ ଜନଜାତଙ୍କ ପୁନର୍ବାସର । କିଛି ଦିନ ପୂର୍ବରୁ ତ୍ରିପୁରା ଓ ମିଜୋରମ ମଧ୍ୟରେ ଅଟକି ରହିବାକୁ ବାଧ୍ୟ ବ୍ରୁ-ରିୟାଙ୍ଗ ଜନଜାତିଙ୍କ ପୁନର୍ବାସ ପାଇଁ ଐତିହାସିକ ବୁଝାମଣା ହୋଇଛି । ପ୍ରାୟ ଅଢ଼େଇ ଦଶନ୍ଧି ପରେ ହୋଇଥିବା ଏହି ରାଜିନାମା ଦ୍ୱାରା ହଜାର ହଜାର ପରିବାରକୁ ସ୍ଥାୟୀ ଘର, ସ୍ଥାୟୀ ଠିକଣା ମିଳିପାରିଛି । ବ୍ରୁରିୟାଙ୍ଗ ଜନଜାତି ସମାଜର ଏହି ସାଥୀମାନଙ୍କୁ ଠିକଣା ଭାବେ ପୁନର୍ବାସ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ବିଶେଷ ପ୍ୟାକେଜ ଦିଆଯିବ । 

ବନ୍ଧୁଗଣ, ଆଜି ଦେଶରେ ଆମ ସରକାରର ନିଷ୍ଠାପୂର୍ଣ୍ଣ ଉଦ୍ୟମ ଦ୍ୱାରା ହିଁ ଏହି ଭାବନା ବିକଶିତ ହୋଇଛି ଯେ, ସମସ୍ତଙ୍କୁ ଏକାଠି ନେଇ ଚାଲିଲେ ହିଁ ଦେଶର ହିତ ହୋଇପାରିବ । କିଛି ଦିନ ପୂର୍ବରୁ ଗୁଆହାଟୀରେ 8ଟି ଅଲଗା ଅଲଗା ଗୋଷ୍ଠୀର ପ୍ରାୟ ସାଢ଼େ ଛଅ ଶହ କ୍ୟାଡର ହିଂସାର ମାର୍ଗ ଛାଡି ଶାନ୍ତିର ରାସ୍ତା ବାଛିଚନ୍ତି । ଏହି କ୍ୟାଡରମାନେ ଆଧୁନିକ ଅସ୍ତ୍ରଶସ୍ତ୍ର, ବିପୁଳ ମାତ୍ରାରେ ବିସ୍ଫୋରକ ଓ ଗୁଳିଗୋଳା ସହିତ ଆତ୍ମସମର୍ପଣ କରିଛନ୍ତି । ଅହିଂସା ପ୍ରତି ସମର୍ପିତ ହେଲେ । ଏବେ ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଥଇଥାନ କରାଯାଉଛି ।

ବନ୍ଧୁଗଣ, ଗତବର୍ଷ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ ତ୍ରିପୁରା ଓ ସରକାରଙ୍କ ମଧ୍ୟରେ ଏକ ରାଜିନାମା ହୋଇଛି ଆଉ ମୁଁ ଭାବୁଛି ଏହି ରାଜିନାମା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । NLFT ଉପରେ 1997ରୁ ପ୍ରତିବନ୍ଧକ ଜାରି ହୋଇଥିଲା । ଅନେକ ବର୍ଷ ହେଲା ସଙ୍ଗଠନଟି ହିଂସାର ମାର୍ଗ ଆପଣାଇ ଥିଲା । ଆମ ସରକାର 2015ରେ NLFT ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲା । ସେମାନଙ୍କ ବିଶ୍ୱାସକୁ ନେବାକୁ ପ୍ରୟାସ କରିଥିଲା । ମଝିରେ କିଛି ଲୋକଙ୍କୁ ରଖି ସାହାଯ୍ୟ ନିଆଗଲା । ଏହାର କିଛି ଦିନ ପରେ ହିଁ ଯେଉଁମାନେ ବୋମା ବନ୍ଧୁକ, ପିସ୍ତଲରେ ବିଶ୍ୱାସ ରଖୁଥିଲେ.. ତ୍ୟାଗ କରିଥିଲେ ଓ ହିଂସା ବନ୍ଦ କରି ଦେଇଥିଲେ । ନିରନ୍ତର ଉଦ୍ୟମ ପରେ ଗତ ବର୍ଷ 10 ଅଗଷ୍ଟରେ ହୋଇଥିବା ରାଜିନାମା ପରେ ଏହି ସଂଗଠନ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବା ଓ ଭାରତର ସମ୍ବିଧାନକୁ ପାଳନ କରିବାକୁ ରାଜି ହେଲେ, ମୁଖ୍ୟଧାରାକୁ ଆସିଥିଲେ । ଏହି ରାଜିନାମା ପରେ NLFTର ଅନେକ କ୍ୟାଡର ଆତ୍ମସମର୍ପଣ କରିଥିଲେ ।

ଭାଇ ଓ ଭଉଣୀମାନେ ଭୋଟ ପାଇଁ, ରାଜନୈତିକ ହିତ ପାଇଁ ପ୍ରସଙ୍ଗକୁ, ସମସ୍ୟାକୁ ସମାଧାନ ନକରିବା ଓ ସେଗୁଡ଼ିକୁ ଟାଳି ଦେବାର ଏକ ବଡ଼ କ୍ଷତି ଆସାମ ଓ ଉତ୍ତରପୂର୍ବାଞ୍ଚଳର ହୋଇଛି, ଦେଶର ହୋଇଛି ।

ବନ୍ଧୁଗଣ, ବାଧା ସୃଷ୍ଟି କରିବା, ପ୍ରତିରୋଧ କରି ସମସ୍ୟା ସୃଷ୍ଟି କରିବାର ରାଜନୀତି ମାଧ୍ୟମରେ ଦେଶ ବିରୋଧରେ କାମ କରିବା ପାଇଁ ମାନସିକତା ସୃଷ୍ଟି କରାଯାଏ । ଯେଉଁ ବିଚାର, ପ୍ରବୃତ୍ତି, ଯେଉଁ ରାଜନୀତି ଏଭଳି ମାନସିକତାକୁ ପ୍ରୋତ୍ସାହିତ କରେ, ଏଭଳି ଲୋକ ଭାରତକୁ ଜାଣନ୍ତି ନାହିଁ କି ଆସାମକୁ ବୁଝନ୍ତି ନାହିଁ । ଆସାମ ସହ ଭାରତର ସମ୍ପର୍କ ହୃଦୟର, ଆତ୍ମାର । ଆସାମ ଶ୍ରୀମନ୍ତ ଶଙ୍କରଦେବ ଜୀଙ୍କ ସଂସ୍କାରରେ ବଞ୍ଚିଥାଏ । ଶ୍ରୀମନ୍ତ ଶଙ୍କରଦେବ ଜୀ କହନ୍ତି-

କୋଟିକୋଟି ଜନ୍ମାନ୍ତରେ ଜାହାର- କୋଟିକୋଟି ଜନ୍ମାନ୍ତରେ ଜାହାର 

ଆସେ ମହା ପୂଣ୍ୟ ରାଶିସି ସି କଦାଚିତ ମନୁଷ୍ୟ ହୋବୟଭାରତ ବରିଷେ ଆସି ।

ଅର୍ଥାତ ଯେଉଁ ବ୍ୟକ୍ତି ଅନେକ ଜନ୍ମ ଧରି ନିରନ୍ତର ପୂଣ୍ୟ ଅର୍ଜନ କରିଛି, ସେହି ବ୍ୟକ୍ତି ଏହି ଭାରତ ଦେଶରେ ଜନ୍ମ ନେଇଥାଏ । ଏହି ଭାବନା ଆସାମର କୋଣକୋଣରେ, ଆସାମର ପ୍ରତିଲୋକଙ୍କ ଠାରେ ରହିଛି । ଏହି ଭାବନା ଦ୍ୱାରା ଭାରତର ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଭାରତର ନବନିର୍ମାଣରେ ଆସାମ ନିଜ ସ୍ୱେଦ, ରକ୍ତ ବିନ୍ଦୁ ବୁହାଇଛି । ଏହି ଭୂମି ସ୍ୱାଧୀନତା ପାଇଁ ତପସ୍ୟା କରୁଥିବା ଲୋକଙ୍କ ଭୂମି । ମୁଁ ଆଜି ଆସାମର ପ୍ରତି ସାଥୀଙ୍କୁ ଏହା ଆଶ୍ୱସ୍ତ କରିବାକୁ ଆସିଛି କି ଆସାମ ବିରୋଧୀ, ଦେଶ ବିରୋଧୀ ସମସ୍ତ ମାନସିକତା, ଏହାର ସମର୍ଥକଙ୍କୁ ଦେଶ ବରଦାସ୍ତ କରିବ ନାହିଁ କି କ୍ଷମା କରିବ ନାହିଁ ।

ବନ୍ଧୁଗଣ ଏସବୁ ଶକ୍ତିଗୁଡ଼ିକ ନିଜର ସମସ୍ତ ବଳପ୍ରୟୋଗ କରି ଆସାମ ଓ ଉତ୍ତରପୂର୍ବାଞ୍ଚଳରେ ଅପପ୍ରଚାର କରୁଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏଠାକୁ ଅନ୍ୟ ସ୍ଥାନରୁ ଲୋକ ଆସିବେ, ବାହାରୁ ଲୋକ ଆସି ଏଠାରେ ରହିଯିବେ । ମୁଁ ଆସାମର ଲୋକମାନଙ୍କୁ ଆଶ୍ୱସ୍ତ କରୁଛି ଯେ, ଏଭଳି କିଛି ବି ହେବ ନାହିଁ ।

ଭାଇ ଓ ଭଉଣୀମାନେ, ମୁଁ ଆସାମରେ ଅନେକ ଦିନ ଧରି ଏଠାକାର ଲୋକଙ୍କ ମଧ୍ୟରେ ସାଧାରଣ ଭାଜପା କର୍ମକର୍ତ୍ତା ଭାବେ କାମ କରିଥିଲି । ଛୋଟ ଛୋଟ ଅଞ୍ଚଳକୁ ଗସ୍ତ କରୁଥିଲି ଓ ନିଜ ପ୍ରବାସ ସମୟରେ ଯେତେବେଳେ ନିଜ ସାଥୀମାନଙ୍କ ସହ ବସୁଥିଲି କିମ୍ବା ଚାଲି ଚାଲି ଯାଉଥିଲି ସେତେବେଳେ ଭାରତରତ୍ନ ଭୂପେନ ହଜାରିକାଙ୍କ ଲୋକପ୍ରିୟ ଗୀତର ପଂକ୍ତିଗୁଡ଼ିକୁ ଶୁଣାଉଥିଲି । ଆଉ ଭୂପେନ ହଜାରିକାଙ୍କ ପ୍ରତି ମୋର ବିଶେଷ ଆକର୍ଷଣ ଥିଲା । ତାର କାରଣ ଥିଲା ମୋର ଜନ୍ମ ଗୁଜରାଟରେ ହୋଇଛି । ଆଉ ଭାରତରତ୍ନ ଭୂପେନ ହଜାରିକା ଗୁଜରାଟର ଜ୍ୱାଇଁ । ଏଥିପାଇଁ ଆମେ ଗର୍ବ କରୁ । ଆଉ ତାଙ୍କ ପୁଅ, ସେମାନଙ୍କ ପିଲାମାନେ ଆଜି ବି ଗୁଜରାଟୀ କୁହନ୍ତି ଓ ସେଥିପାଇଁ ଗର୍ବ ହୁଏ । ଯେତେବେଳେ ମୁଁ ଶୁଣେ…

ଗୋଟଇ ଜୀବୋନ ବିସାରିଲେଓ, ଅଲେଖ ଦିବଖ ରାତି,

ଅହମ ଦେହର ଦରେ ନେପାଉଁ, ଇମାନ ରହାଲ ମାଟି ।

ଆସାମ ଭଳି ପ୍ରଦେଶ, ଆସାମ ଭଳି ଭୂମି, ଏଠାକାର ଲୋକଙ୍କ ଭଳି ଆପଣାପଣ ମିଳିବା ସତରେ ବଡ଼ ଭାଗ୍ୟର କଥା । ମୁଁ ଜାଣିଛି ଯେ, ଏଠାରେ ଭିନ୍ନ ଭିନ୍ନ ସମାଜର ଲୋକ, ସଂସ୍କୃତି, ଭାଷା, ଖାଦ୍ୟପେୟ କେତେ ସମୃଦ୍ଧ । ଆପଣଙ୍କ ଆକାଂକ୍ଷା, ଆପଣଙ୍କ ସୁଖଦୁଃଖ ସବୁ ବିଷୟରେ ମୁଁ ଜାଣିଛି । ଯେଉଁ ପ୍ରକାରେ ଆପଣମାନେ ନିଜର ସବୁ ଭ୍ରମ ଛାଡ଼ି, ସବୁ ଦାବି ଛାଡ଼ି, ବୋଡୋ ସମାଜ ସହ ଜଡିତ ସାଥୀ ଏକାଠି ଆସିଛନ୍ତି, ମୋର ଆଶା ରହିଛି ଅନ୍ୟ ଲୋକେ ବି ଶୀଘ୍ର ସମସ୍ତ ଭ୍ରମରୁ ବାହାରି ଆସିବେ ।

ବନ୍ଧୁଗଣ, ଗତ ପାଞ୍ଚ ବର୍ଷରେ ଭାରତର ଇତିହାସ ଓ ବର୍ତ୍ତମାନରେ ଆସାମର ଯୋଗଦାନକୁ ସମଗ୍ର ଦେଶରେ ପହଞ୍ଚାଇବାର କାମ ହୋଇଛି । ପ୍ରଥମ ଥର ରାଷ୍ଟ୍ରୀୟ ମିଡିଆରେ ଆସାମ ସହିତ ସମଗ୍ର ଉତ୍ତରପୂର୍ବାଞ୍ଚଳର କଳାସଂସ୍କୃତି, ଏଠାକାର ଯୁବପ୍ରତିଭା, ଏଠାକାର କ୍ରିଡା ସଂସ୍କୃତିକୁ ସାରା ଦେଶ ଓ ବିଶ୍ୱରେ ପ୍ରୋତ୍ସାହିତ କରିଛି । ଆପଣଙ୍କ ସ୍ନେହ, ଆପଣଙ୍କ ଆଶୀର୍ବାଦ ମୋତେ ନିରନ୍ତର ଆପଣମାନଙ୍କ ହିତରେ କାମ କରିବାକୁ ପ୍ରେରିତ କରିବ ।ଏହି ଆଶୀର୍ବାଦ କେବେ ବି ବୃଥା ଯିବ ନାହିଁ କାରଣ ଆପଣମାନଙ୍କ ଆଶୀର୍ବାଦର ବହୁତ ଶକ୍ତି ରହିଛି । ଆପଣ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ ରଖନ୍ତୁ, ନିଜର ଏହି ସାଥୀ ଉପରେ ବିଶ୍ୱାସ ରଖନ୍ତୁ ଓ ମା’ କାମାକ୍ଷାଙ୍କ କରୁଣା ଉପରେ ବିଶ୍ୱାସ ରଖନ୍ତୁ । ମା’ କାମାକ୍ଷାଙ୍କ ଆସ୍ଥା ଓ ଆଶୀର୍ବାଦ ଆମକୁ ବିକାଶର ନୂତନ ଉଚ୍ଚତାକୁ ନେଇଯିବ ।

ବନ୍ଧୁଗଣ, ଗୀତାରେ ଭଗବାନ କୃଷ୍ଣ, ପାଣ୍ଡବମାନଙ୍କୁ କହିଥିଲେ, ବହୁତ ମହତ୍ୱପୂର୍ଣ୍ଣ କଥା ଓ ଆଉ ତାହା ଯୁଦ୍ଧ ଭୂମିରେ କହିଥିଲେ, ହାତରେ ଶସ୍ତ୍ର ଥିଲା, ଶସ୍ତ୍ର ଓ ଅସ୍ତ୍ର ପ୍ରୟୋଗ ହେଉଥିଲା । ସେହି ଯୁଦ୍ଧ ଭୂମିରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ,

ନିର୍ବୈର ସର୍ବଭୂତେଷୁ ୟହ ଓ ମାମେତି ପାଣ୍ଡବ । ।

ଏହାର ଅର୍ଥ କୌଣସି ପ୍ରାଣୀ ସହ ଶତ୍ରୁତା ରଖୁନଥିବା ବ୍ୟକ୍ତି ହିଁ ମୋର ।

ଭାବନ୍ତୁ, ମହାଭାରତର ଏହି ଐତିହାସିକ ଯୁଦ୍ଧରେ ଶ୍ରୀ ଭଗବାନ କୃଷ୍ଣଙ୍କ ଏହି ସନ୍ଦେଶ ଥିଲା- କାହା ସହିତ ଶତ୍ରୁତା କର ନାହିଁ ।

ଦେଶରେ ଶତ୍ରୁତା ମନୋଭାବ ଥିବା ବ୍ୟକ୍ତିଙ୍କୁ ମୁଁ ଏହା ହିଁ କହିବି କି ଶତ୍ରୁତା ଛାଡନ୍ତୁ ।

ଆପଣ ବିକାଶର ମୁଖ୍ୟଧାରାକୁ ଆସନ୍ତୁ, ସମସ୍ତଙ୍କ ସାଥିରେ ସମସ୍ତଙ୍କ ବିକାଶ କରନ୍ତୁ । ହିଂସା ଦ୍ୱାରା କେବେ କିଛି ମିଳି ପାରିନାହିଁ ନା ଆଗକୁ କିଛି ମିଳିବାର ସମ୍ଭାବନା ଅଛି ।

ବନ୍ଧୁଗଣ, ପୁଣିଥରେ ବୋଡୋ ସାଥୀମାନଙ୍କୁ, ଆସାମ ଓ ଉତ୍ତରପୂର୍ବାଞ୍ଚଳକୁ ଆଜି ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଶୁଭକାମନା ସହିକ ଆଉ ଥରେ ଏହି ବିଶାଳ ଜନସମୁଦ୍ର, ଏହି ଦୃଶ୍ୟ ଜୀବନରେ ମୁଁ ଜାଣିନାହିଁ ଦେଖିବାକୁ ମିଳିବ କି ମିଳିବ ନାହିଁ, ଏହା ସମ୍ଭବ ନୁହେଁ ବୋଲି ଲାଗୁଛି । ବୋଧହୁଏ ଭାରତର କୌଣସି ରାଜନେତାଙ୍କୁ ଏଭଳି ଆଶୀର୍ବାଦ ପାଇବାର ସୌଭାଗ୍ୟ ପୂର୍ବରୁ ମିଳିନଥିବ କି ଭବିଷ୍ୟତରେ ମିଳିବ ତାହା ମୁଁ କହି ପାରିବି ନାହିଁ । ମୁଁ ନିଜକୁ ବହୁତ ଭାଗ୍ୟବାନ ବୋଲି ବିଚାର କରୁଛି । ଆପଣମାନେ ଏତେ ଭଲ ପାଇବା ଏତେ ଆଶୀର୍ବାଦ ଢାଳି ଦେଇଛନ୍ତି ।

ଏହି ଆଶୀର୍ବାଦ ହିଁ ମୋର ପ୍ରେରଣା । ଏହା ମୋତେ ଦେଶ ପାଇଁ ଆପଣଙ୍କ ପାଇଁ ଦିନରାତି କିଛି ନା କିଛି କରିବାର ଶକ୍ତି ପ୍ରଦାନ କରୁଛି । ମୁଁ ଆପଣମାନଙ୍କୁ ଯେତେ କୃତଜ୍ଞତା ଦେବି, ଯେତେ ଅଭିନନ୍ଦନ ଜଣାଇବି ତାହା କମ୍ ହେବ । ଆଉ ପୁଣି ଥରେ ଅହିଂସାର ରାସ୍ତା ବାଛି, ଅସ୍ତ୍ରଶସ୍ତ୍ର ଛାଡ଼ିଥିବା ଯେଉଁ ଯୁବକମାନେ ଆଗେଇ ଆସିଛନ୍ତି ଆପଣମାନେ ବିଶ୍ୱାସ କରନ୍ତୁ ଆପଣଙ୍କ ନୂଆ ଜୀବନର ଆରମ୍ଭ ହୋଇ ସାରିଛି । ସମଗ୍ର ଦେଶର ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । 130 କୋଟି ଦେଶବାସୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ଆଉ ମୁଁ ଉତ୍ତରପୂର୍ବାଞ୍ଚଳରେ, ନକ୍ସଲ ଅଞ୍ଚଳରେ, ଜମ୍ମୁ କଶ୍ମୀରରେ ଏବେ ବି ଯେଉଁମାନଙ୍କର ବନ୍ଧୁକ ଉପରେ ବିଶ୍ୱାସ ରହିଛି, ସେମାନଙ୍କୁ କହୁଛି ବୋଡୋ ଯୁବପିଢ଼ିଙ୍କ ଠାରୁ କିଛି ଶିଖନ୍ତୁ । ବୋଡୋ ଯୁବପିଢ଼ିଙ୍କ ଠାରୁ ପ୍ରେରଣା ନେଇ ଫେରି ଆସନ୍ତୁ, ମୁଖ୍ୟଧାରାକୁ ଫେରି ଆସନ୍ତୁ, ଜୀବନ ଜୀଇଁ ଜୀବନକୁ ଉପଭୋଗ କରନ୍ତୁ ଏପରି ଅନୁରୋଧ କରି ମୁଁ ପୁଣି ଥରେ ଏହି ଭୂମିକୁ ପ୍ରଣାମ କରି, ଏହି ଭୂମିର ମହାପୁରୁଷଙ୍କୁ ପ୍ରଣାମ କରି ଆପଣମାନଙ୍କ ବନ୍ଦନା କରି ମୋ ଭାଷଣ ସମାପ୍ତ କରୁଛି । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

ଭାରତ ମାତା କି ଜୟ…

ଜୋରରେ କୁହନ୍ତୁ, 130 କୋଟି ଦେଶବାସୀଙ୍କ ହୃଦୟକୁ ଛୁଇଁଲା ଭଳି ସ୍ୱରରେ କୁହନ୍ତୁ…

ଭାରତ ମାତା କି ଜୟ…

ଭାରତ ମାତା କି ଜୟ…

ଭାରତ ମାତା କି ଜୟ…

ଭାରତ ମାତା କି ଜୟ…

ମହାତ୍ମା ଗାନ୍ଧୀ ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ ଅମର ରହେ, ଅମର ରହେ

ମହାତ୍ମା ଗାନ୍ଧୀ  ଅମର ରହେ, ଅମର ରହେ

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”