ସୁଲାତାନପୁର ଜିଲ୍ଲାରେ ଏକ୍ସପ୍ରେସ୍‍ୱେରେ ନିର୍ମିତ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରିପ୍‍ରେଏୟାର ସୋକୁ କଲେ ପ୍ରଦର୍ଶନ
‘ଏହି ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶରେ ଗ୍ରହଣ କରାଯାଇଥିବା ପ୍ରତିବଦ୍ଧତାର ପ୍ରମାଣ ତଥା ଉତ୍ତର ପ୍ରଦେଶର ଗୌରତ ତଥା ବିସ୍ମୟ’
ଆଜି ପଶ୍ଚିମ ଉତ୍ତର ପ୍ରଦେଶର ଚାହିଦା ସହିତ ପୂର୍ବାଞ୍ଚଳର ଚାହିଦାକୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଉଛି ।”
“ଚଳିତ ଦଶନ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସମୃଦ୍ଧ ଉତ୍ତର ପ୍ରଦେଶ ଗଠନ ନିମନ୍ତେ ଭିତ୍ତିଭୂମିର ନିର୍ମାଣ କରାଯାଉଛି ।”
“ଡବଲ ଇଞ୍ଜିନ୍‍ ସରକାର” ଉତ୍ତର ପ୍ରଦେଶର ବିକାଶ ନିମନ୍ତେ ସଂପୂର୍ଣ୍ଣ ସଂକଳ୍ପବଦ୍ଧ ।’

ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଯେଉଁ ଧରିତ୍ରୀରେ ହନୁମାନ ଜୀ, କାଳନେମିକୁ ବଧ କରିଥିଲେ, ସେହି ଧରିତ୍ରୀର ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ୧୮୫୭ ମସିହାର ଯୁଦ୍ଧରେ ଏଠିକାର ଲୋକମାନେ ଇଂରେଜମାନଙ୍କୁ ଉଚିତ ଶିକ୍ଷା ଦେଇଥିଲେ । ଏହି ଧରିତ୍ରୀର ପ୍ରତ୍ୟେକ କଣିକାର ସ୍ୱତନ୍ତ୍ରତା ସଂଗ୍ରାମର ବାସ୍ନା ରହିଛି, କୋଇଲିପୁରର ଯୁଦ୍ଧ, ଆମେ କ’ଣ ଭୁଲିପାରିବା? ଆଜି ଏହି ପବିତ୍ର ମାଟିକୁ, ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ରୂପକ ଉପହାର ମିଳିଛି । ଯାହାକି ଆପଣମାନେ ସମସ୍ତେ ବହୁତ ଦିନରୁ ଅପେକ୍ଷା କରିଥିଲେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକମନା । ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, ଉତ୍ତର ପ୍ରଦେଶର ଉତ୍ସାହୀ, ତେଜସ୍ୱୀ ଏବଂ କର୍ମଯାଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ୟୁପିର ଭାଜପା ଅଧ୍ୟକ୍ଷ ଶ୍ରୀ ଖତଂତ୍ର ଦେବ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀ ଧର୍ମବୀର ପ୍ରଜାପତି ଜୀ, ସଂସଦରେ ଥିବା ମୋର ସାଥି ଭଉଣୀ ମେନକା ଗାନ୍ଧି ଜୀ, ଅନ୍ୟ ଜନ-ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ସମଗ୍ର ବିଶ୍ୱରେ ଯେଉଁମାନଙ୍କୁ ମଧ୍ୟ ୟୁପିର ସାମର୍ଥ୍ୟ ଉପରେ ୟୁପିର ଜନସାଧାରଣଙ୍କ ସାମର୍ଥ୍ୟ ଉପରେ ଯଦି ଟିକିଏ ମଧ୍ୟ ସଂଦେହ ରହିଛି, ସେମାନେ ଆଜି ଏଠି ସୁଲତାନପୁର ଆସି ୟୁପିର ସାମର୍ଥ୍ୟକୁ ଦେଖିପାରିବେ । ତିନି ଚାରିବର୍ଷ ପୂର୍ବେ ଯେଉଁଠି କେବଳ ଜାଗା ଥିଲା, ଏବେ ସେହି ବାଟଦେଇ ଅତ୍ୟାଧୁନିକ ଏକ୍ସପ୍ରେସ ୱେ ବାଟଦେଇ ଯାଉଛି । ତିନିବର୍ଷ ପୂର୍ବରୁ ମୁଁ ଯେତେବେଳେ ପୂର୍ବାଞ୍ଚଳ ଏକ୍ସେପ୍ରେସ ୱେର ଶିଳାନ୍ୟାସ କରିଥିଲି, ମୁଁ ଭାବିନଥିଲି ଯେ ସେହି ଏକ୍ସପ୍ରେସ ୱେରେ ମିମାନରୁ ମୁଁ ନିଜେ ଓହ୍ଲାଇବି । ଏହି ଏକ୍ସପ୍ରେସ ୱେ, ଉତ୍ତର ପ୍ରଦେଶକୁ କ୍ଷୀପ୍ର ଗତିରେ ଉନ୍ନତ ଭବିଷ୍ୟତ ଆଡ଼କୁ ନେଇଯିବ । ଏହି ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ବିକାଶର ଏକ୍ସପ୍ରେସ ୱେ । ଏହି ଏକ୍ସପ୍ରେସ ୱେ ନୂତନ ଉତ୍ତର ପ୍ରଦେଶ ନିର୍ମାଣର ଏକ୍ସପ୍ରେସ ୱେ । ଏହି ଏକ୍ସପ୍ରେସ ୱେ ୟୁପିର ମଜବୁତ ହେଉଥିବା ଅର୍ଥ ବ୍ୟବସ୍ଥାର ଏକ୍ସପ୍ରେସ ୱେ । ଏହି ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶର ଆଧୁନିକ ସୁବିଧାଗୁଡ଼ିକର ପ୍ରତିବିମ୍ବ ଅଟେ । ଏହି ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶର ଦୃଢ଼ ଇଛାଶକ୍ତିର ପବିତ୍ର ପରିପ୍ରକାଶ । ଏହି ଏକ୍ସପ୍ରେସ ୱେ, ୟୁପିରେ ସଂକଳ୍ପରୁ ସିଦ୍ଧିର ଜୀବନ୍ତ ପ୍ରମାଣ । ଏହା ଉତ୍ତର ପ୍ରଦେଶର ଗର୍ବ, ଏହା ଉତ୍ତର ପ୍ରଦେଶର ଉପଲବ୍ଧି । 

 

ମୁଁ ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉତ୍ତର ପ୍ରଦେଶର ଜନସାଧାଣଙ୍କୁ ସମର୍ପିତ କରି ନିଜକୁ ଧନ୍ୟ ମନେକରୁଛି । ବନ୍ଧୁଗଣ, ଦେଶର ସମ୍ପୂର୍ଣ୍ଣ ବିକାଶ ପାଇଁ ଦେଶର ସନ୍ତୁଳିତ ବିକାଶ ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । କେତେକ ଅଞ୍ଚଳ ବିକାଶ ଦୌଡ଼ରେ ଆଗେଇ ଯାଉଛନ୍ତି ତ ଅନ୍ୟ କେତେକ ଅଞ୍ଚଳ କେତେ ଦଶନ୍ଧି ପଛରେ ରହିଯାଉଛନ୍ତି, ଏଭଳି ଅସମାନତା କୌଣସି ବି ଦେଶ ପାଇଁ ଉଚିତ ନୁହେଁ । ଭାରତର ଯେଉଁ ପୂର୍ବାଞ୍ଚଳ ରହିଛି, ସେହି ପୂର୍ବ ଭାରତ ଉତ୍ତର ପୂର୍ବାଞ୍ଚଳର ରାଜ୍ୟ ବିକାଶର ପର୍ଯ୍ୟାପ୍ତ ସମ୍ଭାବନା ଥିବା ସତ୍ତ୍ୱେ ସେହି କ୍ଷେତ୍ରଗୁଡ଼ିକୁ ଦେଶରେ ହେଉଥିବା ବିକାଶର ସେତିକି ଲାଭ ମିଳିନାହିଁ, ଯେତିକି ମିଳିବା ଉଚିତ ଥିଲା । ଉତ୍ତର ପ୍ରଦେଶରେ ମଧ୍ୟ ଯେଉଁଭଳି ରାଜନୀତି ହେଉଥିଲା, ଯେଉଁଭଳି ଭାବେ ଦୀର୍ଘ ସମୟ ଧରି ସରକାର ଚାଲୁଥିଲା ୟୁପିର ସମ୍ପୂର୍ଣ୍ଣ ବିକାଶ, ୟୁପିର ସର୍ବାଙ୍ଗୀନ ବିକାଶ ଉପରେ ଧ୍ୟାନ ହିଁ ଦେଲେ ନାହିଁ । ୟୁପିର ଏହି କ୍ଷେତ୍ରକୁ ମାଫିଆମାନଙ୍କ କବଳକୁ ଏବଂ ଏଠିକାର ନାଗରିକମାନଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦିଆଯାଇଥିଲା । ମୁଁ ଆନନ୍ଦ ଯେ ଆଜି ଏହି କ୍ଷେତ୍ର ବିକାଶର ଏକ ନୂତନ ଅଧ୍ୟାୟ ଲେଖୁଛି । ମୁଁ ୟୁପିର ଉତ୍ସାହୀ, କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ତାଙ୍କ ଦଳ ଏବଂ ୟୁପି ଜନସାଧାରଣଙ୍କୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ପାଇଁ ଅନେକ ଶୁଭେଚ୍ଛା ଦେଉଛି । ଆମର ଯେଉଁ ଚାଷୀ ଭାଇ-ଭଉଣୀଙ୍କ ଜମି ଏଥିରେ ଲଗାଯାଇଛି, ଯେଉଁ ଶ୍ରମିକମାନଙ୍କର ଶ୍ୱେଦ ଏଥିରେ ବହିଛି, ଯେଉଁ ଇଞ୍ଜିନିୟରମାନଙ୍କ କୌଶଳ ଏଥିରେ ଉପଯୋଗ ହୋଇଛି, ସେମାନଙ୍କୁ ମଧ୍ୟ ମୁଁ ଅନେକ ଶୁଭେଚ୍ଛା ଜଣାଉଛି । ଭାଇ ଓ ଭଉଣୀମାନେ, ଦେଶର ସମୃଦ୍ଧ ଯେତେ ଜରୁରୀ, ଦେଶର ସୁରକ୍ଷା ମଧ୍ୟ ସେତିକି ଜରୁରୀ, ଏଠି କିଛି ସମୟ ଭିତରେ ଆମେ ଦେଖିବା ଯେ କେମିତି ଜରୁରୀକାଳୀନ ପରିସ୍ଥିତିରେ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଆମ ବାୟୁସେନା ପାଇଁ ଆହୁରି ଏକ ଶକ୍ତି ହୋଇଯାଇଛି । ଆଉ କିଛି ସମୟ ମଧ୍ୟରେ ଆମର ଯୁଦ୍ଧ ବିମାନ ଏଠାରେ ଅବତରଣ କରିବେ, ଏହି ବିମାନଗୁଡ଼ିକର ଗର୍ଜନ, ସେହି ଲୋକମାନଙ୍କୁ ମଧ୍ୟ ଶୁଭିବ, ଯେଉଁମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିକୁ ଦଶନ୍ଧି ଦଶନ୍ଧି ଧରି ଅବହେଳା କରିଥିଲେ । ବନ୍ଧୁଗଣ, ଉତ୍ତର ପ୍ରଦେଶର ଉର୍ବର ମାଟି, ଏଠିକାର ଲୋକଙ୍କ ପରିଶ୍ରମ, ସେମାନଙ୍କ କୌଶଳ, ଅଭୂତପୂର୍ବ ଅଟେ ଏବଂ ମୁଁ ଏହା ବହିରୁ ପଢ଼ି କହୁନାହିଁ । ୟୁପିର ସାଂସଦ ଭାବରେ ଏଠିକାର ଲୋକଙ୍କ ସହିତ ମୋର ଯେଉଁ ସମ୍ପର୍କ ରହିଛି, ସେଥିରେ ମୁଁ ଯାହା ଦେଖିଛି, ଯାହା ପାଇଛି, ତାହା ହିଁ କହୁଛି । ଏଠିକାର ଏତେବଡ଼ ଅଞ୍ଚଳକୁ ଗଙ୍ଗା ଏବଂ ଅନ୍ୟ ନଦୀଗୁଡ଼ିକର ଆଶୀର୍ବାଦ ମିଳିଛି । କିନ୍ତୁ ଏଠାରେ ୭-୮ ବର୍ଷ ପୂର୍ବେ ଯେଉଁ ସ୍ଥିତି ଥିଲା ତାହା ଦେଖି ମୁଁ ବିବ୍ରତ ହେଉଥିଲି ଯେ ୟୁପିର କତିପୟ ବ୍ୟକ୍ତି ଏମିତି କେଉଁ ଅପରାଧର ଦଣ୍ଡ ଦେଉଛନ୍ତି । ସେଥିପାଇଁ ୨ଠ୧୪ରେ ଯେତେବେଳେ ଆପଣମାନେ, ୟୁପି ଏବଂ ଦେଶ ମୋତେ ଏହି ମହାନ ଭାରତ ମାଟିର ସେବା କରିବା ପାଇଁ ସୁଯୋଗ ଦେଲେ ସେତେବେଳେ ମୁଁ ୟୁପିର ସାଂସଦ ଭାବରେ ପ୍ରଧାନସେବକ ଭାବରେ ମୋର କର୍ତ୍ତବ୍ୟ ଥିଲା ଯେ ମୁଁ ସେ ସବୁକୁ ସୂକ୍ଷ୍ମ ଭାବରେ ଜାଣିବା ପାଇଁ କାର୍ଯ୍ୟ ଆରମ୍ଭ କରିବି । ୟୁପି ପାଇଁ ମୁଁ ଅନେକ ପଦକ୍ଷେପ ଆରମ୍ଭ କରାଇଛି । ଗରିବଙ୍କୁ ପକ୍କା ଘର ମିଳୁ, ସେମାନଙ୍କ ଘରେ ଶୌଚାଳୟ ହେଉ, ଶୌଚ ପାଇଁ ମହିଳାମାନଙ୍କୁ ବାହାରକୁ ଯିବାକୁ ନ’ପଡ଼ୁ, ସମସ୍ତଙ୍କ ଘରେ ବିଜୁଳି ଆସୁ ଏଭଳି ଅନେକ କାମ ଥିଲା । ଯାହା ଏଠିକା ପାଇଁ ଜରୁରୀ ଥିଲା । କିନ୍ତୁ ମୋତେ ଦୁଃଖ ଲାଗିଲା ଯେ ସେତେବେଳେ ୟୁପିରେ ଯେଉଁ ସରକାର ଥିଲା ସେମାନେ ମୋତେ ସହଯୋଗ କଲେ ନାହିଁ । କେବଳ ସେତିକି ନୁହେଁ, ସାର୍ବଜନୀନ ଭାବରେ ସେମାନଙ୍କୁ ମୋ ପାଖରେ ଠିଆ ହେବାକୁ ମଧ୍ୟ ଡର ଲାଗୁଥିଲା । କାଳେ ସେମାନଙ୍କ ଉପରେ ଭୋଟ ବ୍ୟାଙ୍କ ଅଶାନ୍ତି ହେବ । ମୁଁ ଯେତେବେଳେ ସାଂସଦ ଭାବେ ଆସୁଥିଲି । ସେତେବେଳେ ବିମାନ ବନ୍ଦରରେ ମୋତେ ସ୍ୱାଗତ କରି କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଉଥିଲେ । ସେମାନଙ୍କୁ ଏତେ ଲାଜ ଲାଗୁଥିଲା କାରଣ କାମର ହିସାବ ଦେବାପାଇଁ ସେମାନଙ୍କ ପାଖରେ କିଛି ନ ଥିଲା । ମୁଁ ଜାଣିଥିଲି ଯେଉଁଭଳି ଭାବରେ ତତ୍କାଳୀନ ସରକାର ଯୋଗୀଜୀଙ୍କ ପୂର୍ବର ସରକାର ୟୁପିର ଜନସାଧାରଣଙ୍କ ସହିତ ଅନ୍ୟାୟ କରିଥିଲେ, ଯେଉଁଭଳି ଭାବେ ସେହି ସରକାରମାନେ ବିକାଶରେ ଭେଦଭାବ କରିଥିଲେ, ଯେଉଁଭଳି ଭାବେ କେବଳ ନିଜ ପରିବାରର ମଙ୍ଗଳ ସାଧନା କଲେ । ଏଭଳି କରୁଥିବା ଲୋକମାନଙ୍କୁ ୟୁପିର ଜନସାଧାରଣ, ୟୁପିର ବିକାଶର ରାସ୍ତାରୁ ସେମାନଙ୍କୁ ହଟାଇଦେବେ ଏବଂ ୨ଠ୧୭ରେ ଆପଣମାନେ ତାହା ହିଁ କଲେ । ଆପଣମାନେ ବହୁମତ ଦେଇ ଯୋଗୀଜୀ ଏବଂ ମୋତେ ଉଭୟଙ୍କୁ ଆପଣମାନଙ୍କ ସେବା କରିବା ପାଇଁ ଅବସର ଦେଲେ । ଏବଂ ଆଜି ୟୁପିରେ ହେଉଥିବା ବିକାଶ କାର୍ଯ୍ୟକୁ ଦେଖି ମୁଁ କହିପାରିବି ଯେ ଏହି କ୍ଷେତ୍ରର, ୟୁପିର ଭାଗ୍ୟ ପରିବର୍ତ୍ତନ ହେବା ଆରମ୍ଭ ହୋଇସାରିଛି ଏବଂ କ୍ଷୀପ୍ରଗତିରେ ଆଗକୁ ଆହୁରି ପରିବର୍ତ୍ତନ ହେବ । ୟୁପିରେ କେତେ ବିଜୁଳିକାଟ ହେଉଥିଲା । ସେ କଥା ଭୁଲି ପାରିବ । କିଏ ଭୁଲି ପାରିବ ୟୁପିରେ ଆଇନକାନୁନ ବ୍ୟବସ୍ଥା କିଭଳି ଥିଲା । କିଏ ଭୁଲିପାରିବ ୟୁପିରେ ଚିକିତ୍ସା ସୁବିଧାର ସ୍ଥିତି କ’ଣ ଥିଲା । ୟୁପିରେ ତ ପରିସ୍ଥିତି ଏମିତି କରିଦିଆଯାଇଥିଲା ଯେ, ଏଠାକାର ସଡ଼କଗୁଡ଼ିକରେ ଯାତାୟତ ଅପେକ୍ଷା ଲୁଟତରାଜ ଅଧିକ ହେଉଥିଲା । ବର୍ତ୍ତମାନ ଲୁଟେରାମାନେ ଜେଲରେ ଅଛନ୍ତି । ଗାଁ ଗାଁରେ ନୂଆ ରାସ୍ତା ହେଉଛି, ନୂଆ ସଡ଼କ ତିଆରି ହେଉଛି । ଗତ ସାଢ଼େ ୪ ବର୍ଷରେ ୟୁପିରେ ପୂର୍ବାଞ୍ଚଳ ହେଉ ପଶ୍ଚିମାଞ୍ଚଳ, ହଜାର ହଜାର ଗାଁଗୁଡ଼ିକୁ ନୂଆ ସଡ଼କ ମାଧ୍ୟମରେ ଯୋଡ଼ାଯାଇଛି । ହଜାର ହଜାର କିଲୋମିଟର ସଡ଼କ ନିର୍ମାଣ ହୋଇଛି । ବର୍ତ୍ତମାନ ଆପଣ ସମସ୍ତଙ୍କ ସହଯୋଗରେ ୟୁପି ସରକାରଙ୍କ ସକ୍ରିୟ ଭାଗିଦାରୀରେ ୟୁପିର ବିକାଶର ସ୍ୱପ୍ନ ସାକାର ହେବା ଦେଖାଗଲାଣି । ଆଜି ୟୁପିରେ ନୂତନ ମେଡିକାଲ କଲେଜ ତିଆରି ହେଉଛି, ଏମ୍ସ ତିଆରି ହେଉଛି । ଆଧୁନିକ ଶିକ୍ଷାନୁଷ୍ଠାନ ନିର୍ମାଣ ହେଉଛି । କିଛି ସପ୍ତାହ ପୂର୍ବରୁ ହିଁ କୁସିନଗର ଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ଲୋକାର୍ପଣ କରିଥିଲେ ଏବଂ ଆଜି ଆପଣମାନଙ୍କୁ ପୂର୍ବାଞ୍ଚ ଏକ୍ସପ୍ରେସ ୱେ ସମର୍ପିତ କରିବାର ସୌଭାଗ୍ୟ ମିଳିଛି । ଭାଇ ଓ ଭଉଣୀମାନେ, ଏହି ଏକ୍ସପ୍ରେସ ୱେର ଲାଭ ଗରିବମାନଙ୍କୁ, ମଧ୍ୟମବର୍ଗ ଲୋକଙ୍କୁ ଚାଷୀ ଓ ବେପାରୀମାନଙ୍କୁ ମଧ୍ୟ ହେବ । ଏହାର ଲାଭ ଶ୍ରମିକମାନଙ୍କୁ ମଧ୍ୟ ହେବ ଏବଂ ଉଦ୍ୟୋଗୀମାନଙ୍କୁ ବି ହେବ ଅର୍ଥାତ ଦଳିତ, ବଂଚିତ, ଅନଗ୍ରସର, ଚାଷୀ, ଯୁବଗୋଷ୍ଠୀ, ମଧ୍ୟମବର୍ଗ ବ୍ୟକ୍ତି ସମସ୍ତଙ୍କୁ ଏହାର ଲାଭ ମିଳିବ । ନିର୍ମାଣ ସମୟରେ ମଧ୍ୟ ଏହାଦ୍ୱାରା ହଜାର ହଜାର ସାଥୀମାନେ ରୋଜଗାର ପାଇଛନ୍ତି ଏବଂ ବର୍ତ୍ତମାନ ଏହା ଆରମ୍ଭ ହେବା ପରେ ମଧ୍ୟ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସାଥୀମାନେ, ଏହା ବି ସତ ଯେ ୟୁପି ଭଳି ଏକ ବିଶାଳ ପ୍ରଦେଶରେ ଗୋଟିଏ ସହର ଠାରୁ ଅନ୍ୟ ସହର ଦୂରତା ଯଥେଷ୍ଟ ଅଧିକ ଥିଲା । ବିଭିନ୍ନ ଅଞ୍ଚଳକୁ କୌଣସି କାମ ପାଇଁ ଯେତେବେଳେ କିମ୍ବା ଜ୍ଞାତି କୁଟୁମ୍ବଙ୍କ ପାଇଁ ଯେତେବେଳେ ଲୋକମାନେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାଉଥିଲେ ସେତେବେଳେ ଭଲ ଯୋଗାଯୋଗ ବ୍ୟବସ୍ଥା ନ ଥିବା କାରଣରୁ ହଇରାଣ ହେଉଥିଲେ । ପୂର୍ବାଞ୍ଚଳର ଲୋକଙ୍କ ପାଇଁ ଲକ୍ଷ୍ନୌ ପହଞ୍ଚôବା ମଧ୍ୟ ମହାଭାରତ ଯୁଦ୍ଧରେ ବିଜୟୀ ହେବା ଭଳି ଲାଗୁଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ବିକାଶ କେବଳ ସେମାନଙ୍କ ପରିବାର, ଘର ପର୍ଯ୍ୟନ୍ତ ହିଁ ସୀମିତ ଥିଲା କିନ୍ତୁ ଆଜି ପଶ୍ଚିମାଞ୍ଚଳ ଏବଂ ପୂର୍ବାଞ୍ଚଳ ଉଭୟ ଉଭୟଙ୍କ ପ୍ରତି ସମାନ ପ୍ରାଥମିକତା ଦିଆଯାଉଛି । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଆଜି ୟୁପିର ସେହି ବ୍ୟବଧାନକୁ ସମାପ୍ତ କରୁଛି, ୟୁପିକୁ ଯୋଡୁଛି । 

ଏହି ଏକ୍ସପ୍ରେସ ୱେ ନିର୍ମାଣ ହେବା ଫଳରେ ଅବାଧ, ପୂର୍ବାଞ୍ଚଳ ସମେତ ବିହାରବାସୀଙ୍କୁ ମଧ୍ୟ ଲାଭ ହେବ। ଦିଲ୍ଲୀରୁ ବିହାର ଯିବା ଆସିବା କରିବା ମଧ୍ୟ ଆହୁରି ସରଳ ହେବ । ଏବଂ ମୁଁ ଆପଣଙ୍କ ଦୃଷ୍ଟି ଅନ୍ୟ ଏକ ବିଷୟ ପ୍ରତି ଆକର୍ଷିତ କରିବାକୁ ଚାହୁଁଛି । ୩୪ଠ କିଲୋମିଟର ବିଶିଷ୍ଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ବିଶେଷତ୍ୱ କେବଳ ଏତିକି ନୁହେଁ ଯେ ଏହା ଲକ୍ଷ୍ନୌ, ବାରବାଙ୍କି, ଆମେଠି, ସୁଲତାନପୁର, ଅଯୋଧ୍ୟା, ଆମ୍ବେଡକର ନଗର, ମଉ, ଆଜମଗଡ଼ ଏବଂ ଗାଜପୁରକୁ ସଂଯୋଗ କରୁଛି । ଏହାର ବିଶେଷତ୍ୱ ଏହା ଯେ ଏହି ଏକ୍ସପ୍ରେସ ୱେ ଲକ୍ଷ୍ନୌ ସହିତ ସେହି ସବୁ ସହରଗୁଡ଼ିକୁ ସଂଯୋଗ କରିବ ଯେଉଁଠାରେ ଅସୀମ ଆକାଂକ୍ଷା ରହିଛି, ଯେଉଁଠାରେ ବିକାଶର ଏକ ବଡ଼ ସମ୍ଭାବନା ରହିଛି । ଏଥିପାଇଁ ଆଜି ଯୋଗୀଜୀଙ୍କ ନେତୃତ୍ୱରେ ୟୁପି ସରକାର ଯଦିଓ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ତଥାପି ଭବିଷ୍ୟତରେ ଏହି ଏକ୍ସପ୍ରେସ ୱେ ଲକ୍ଷ ଲକ୍ଷ ଏବଂ କୋଟି କୋଟି ଟଙ୍କା ମୂଲ୍ୟର ଉଦ୍ୟୋଗଗୁଡ଼ିକୁ ଏଠାକୁ ଆଣିବାର ମାଧ୍ୟମ ହେବ । ମୁଁ ଜାଣିନି ଯେ ଏଠାରେ ଗଣମାଧ୍ୟମର ଯେଉଁ ବନ୍ଧୁମାନେ ଅଛନ୍ତି ସେମାନେ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି ନା ନାହିଁ ଯେ ଆଜି ୟୁପିରେ ନୂତନ ଏକ୍ସପ୍ରେସ ୱେ ଉପରେ ଯେଉଁ କାମ ହେଉଛି ତାହା କେଉଁ ପ୍ରକାରର ସହରଗୁଡ଼ିକର ସଂଯୋଗୀକରଣ କରିବାକୁ ଯାଉଛି । ପ୍ରାୟ ୩ଠଠ କିଲୋମିଟର ଦୌର୍ଘ୍ୟବିଶିଷ୍ଟ ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ କେଉଁ ସହରକୁ ସଂଯୋଗ କରିବ? ଚିତ୍ରକୁଟ, ବାନ୍ଦା ହମିରପୁର, ମୋହବା, ଜାଲୋନ, ଔରେଆ ଏବଂ ଇଟବା । ୯ଠ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ କେଉଁ କେଉଁ ସହରକୁ ଯୋଡ଼ିବ । ଗୋରଖପୁର ଆମେଡକର ନଗର, ସନ୍ଥ କବୀର ନଗର ଏବଂ ଆଜମଗଡ଼ । ପ୍ରାୟ ୬ଠଠ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଗଙ୍ଗା ଏକ୍ସପ୍ରେସ ୱେ କେଉଁ କେଉଁ ସହରକୁ ଯୋଡ଼ିବ । ମିରଟ, ହାପୁଡ, ବୁଲନ୍ଦ ସହର, ଆମରୋହା, ସମ୍ଭଲ, ବାଦୟୋଁ, ସାହାଁଯାହାପୁର, ହରଦୋଇ, ଉନ୍ନାଉ, ରାୟବରେଲି, ପ୍ରତାପଗଡ଼ ଏବଂ ପ୍ରୟାଗରାଜ । ଏବଂ ଏହା ମଧ୍ୟ ଭାବନ୍ତୁ ଯେ ଏତେଗୁଡ଼ିଏ ଛୋଟ ଛୋଟ ସହରଗୁଡ଼ିକ ମଧ୍ୟରୁ ଆପଣ କୁହନ୍ତୁ କେତୋଟି ସହରକୁ ବଡ଼ ବଡ଼ ମେଟ୍ରୋ ସହର ବୋଲି ଆମେ ଭାବୁଛୁ? ଏଗୁଡ଼ିକ ମଧ୍ୟରୁ କେତୋଟି ସହର ରାଜ୍ୟର ଅନ୍ୟ ସହର ଅପେକ୍ଷା ଭଲ ଭାବରେ ସଂଯୋଗୀକୃତ ଅଟନ୍ତି? ୟୁପିର ଜନସାଧାରଣ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଜାଣନ୍ତି ଏବଂ ବୁଝନ୍ତି । ଏ ପ୍ରକାରର କାର୍ଯ୍ୟ ୟୁପିରେ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ହେଉଛି । ପ୍ରଥମଥର ପାଇଁ ୟୁପିର ଆକାଂକ୍ଷାଗୁଡ଼ିକର ପ୍ରତୀକ ଏହି ସହରଗୁଡ଼ିକ ପାଇଁ ଆଧୁନିକ ସଂଯୋଗୀକରଣ ଉପରେ ଏତେ ପ୍ରାଥମିକତା ଦିଆଯାଇଛି ଏବଂ ଭାଇ ଓ ଭଉଣୀମାନେ ଆପଣମାନେ ଏହା ମଧ୍ୟ ଜାଣନ୍ତି ଯେ, ଯେଉଁଥି ଉତ୍ତମ ସଡ଼କ ଯୋଗାଯୋଗ ଥାଏ, ଉତ୍ତର ହାଇୱେ ଥାଏ ସେଠାରେ ବିକାଶର ଗତି ବଢ଼ିଯାଏ, ନିଯୁକ୍ତି ସୁଯୋଗ ସୃଷ୍ଟିରେ କ୍ଷୀପ୍ରତା ଆସେ । ଉତ୍ତର ପ୍ରଦେଶର ଉଦ୍ୟୋଗିକ ବିକାଶ ପାଇଁ ଉନ୍ନତ ଯୋଗାଯୋଗ ଜରୁରୀ । ଉତ୍ତର ପ୍ରଦେଶର କୋଣଅନୁକୋଣକୁ ସଂଯୋଗ କରିବା ଜରୁରୀ । କୌଣସି ଭେଦଭାବ, କୌଣସି ପରିବାରବାଦ, କୌଣସି ଜାତିବାଦ, କୌଣସି କ୍ଷେତ୍ରବାଦ ବିନା ହିଁ ‘ସବକା ସାଥ ସବକା ବିକାଶ’ ଏହି ମନ୍ତ୍ରକୁ ନେଇ କାର୍ଯ୍ୟରେ ଯୋଡ଼ି ଯାଇଛନ୍ତି । ୟୁପିରେ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିଆଲ କରିଡରର କାମ ମଧ୍ୟ ଆରମ୍ଭ ହେଉଛି । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଆଖପାଖରେ ଖୁବଶୀଘ୍ର ନୂଆ ନୂଆ ଉଦ୍ୟୋଗ ପ୍ରତିଷ୍ଠା ହେବ । ଏଥିପାଇଁ ୨୧ଟି ଜାଗାକୁ ଚିହ୍ନଟ କରାଯାଇଛି । ଆଗାମୀ ଦିନଗୁଡ଼ିକରେ ଏହି ଏକ୍ସପ୍ରେସ ୱେର ପାଶ୍ୱର୍ରେ ଯେଉଁ ଯେଉଁ ସହରଗୁଡ଼ିକ ରହିଛି, ସେହି ସହରଗୁଡ଼ିକର ଖାଦ୍ୟ ପ୍ରକ୍ରିୟାକରଣ, ଦୁଗ୍ଧରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ, ଶୀତଳ ଭଣ୍ଡାର, ଅନ୍ୟାନ୍ୟ ଭଣ୍ଡା ସହିତ ଜଡ଼ିତ ବିଭିନ୍ନ ଗତିବିଧି ଖୁବଶୀଘ୍ର ବଢ଼ିବ । ଫଳ, ପନିପରିବା, ପଶୁପାଳନ ଏବଂ କୃଷି ସମ୍ପର୍କିତ ଉତ୍ପାଦ ହେଉ କିମ୍ବା ଔଷଧ, ଇଲେକ୍ଟ୍ରିକାଲ, ବସ୍ତ୍ର, ହସ୍ତତନ୍ତ, ଆସବାବପତ୍ର, ଧାତୁ ଏବଂ ପେଟ୍ରୋକେମିକାଲ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ଉଦ୍ୟୋଗର ଏସବୁଗୁଡ଼ିକ ପାଇଁ ମଧ୍ୟ ଏହି ନୂଆ ଏକ୍ସପ୍ରେସ ୱେ ନୂତନ ଶକ୍ତିର ସଂଚାର କରିବ । ନୂୂତନ ଆକର୍ଷଣର କେନ୍ଦ୍ର ଭାବେ ଉଭା ହେବ । ଏହି ଉଦ୍ୟୋଗଗୁଡ଼ିକ ପାଇଁ ଆବଶ୍ୟକ ମାନବସମ୍ବଳର ପ୍ରସ୍ତୁତ ମଧ୍ୟ କରଯାଉଛି । ଏହି ସହରଗୁଡ଼ିକରେ ଆଇଟିଆଇ, ଅନ୍ୟାନ୍ୟ ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭେଷଜ ପ୍ରତିଷ୍ଠାନ ଏଭଳି ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ରତିଷ୍ଠା କରାଯିବ । ଅର୍ଥାତ କୃଷି ହେଉ କିମ୍ବା ଉଦ୍ୟୋଗ ୟୁପିର ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ଅନେକ ବିକଳ୍ପ ଆଗାମୀ ଦିନଗୁଡ଼ିକରେ ସୃଷ୍ଟି ହେବ । ୟୁପିରେ ତିଆରି ହେଉଥିବା ପ୍ରତିରକ୍ଷା କରିଡର ମଧ୍ୟ ନିଯୁକ୍ତିର ନୂତନ ଅବସର ଆଣିବ । ମୋର ବିଶ୍ୱାସ ଯେ ୟୁପିରେ ହେଉଥିବା ଭିତ୍ତିଭୂମିର ଏହି କାମ ଆଗାମୀ ସମୟରେ ଏଠିକାର ଅର୍ଥ ବ୍ୟବସ୍ଥାକୁ ଆହୁରି ଉଚ୍ଚକୁ ନେଇଯିବ । ଭାଇ ଓ ଭଉଣୀମାନେ, ଜଣେ ବ୍ୟକ୍ତି ଯେତେବେଳେ ଗୃହ ନିର୍ମାଣ କରେ ସେତେବେଳେ ପ୍ରଥମେ ସଡ଼କ କଥା ଚିନ୍ତା କରେ, ମାଟିର ପରୀକ୍ଷା କରେ, ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଚିନ୍ତା କରେ । କିନ୍ତୁ ୟୁପିରେ ଆମେ ଦେଖିଛୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ସରକାରଗୁଡ଼ିକ ଥିଲେ ଯେଉଁମାନେ ଯୋଗାଯୋଗ କଥା ଚିନ୍ତା ନ କରି ଉଦ୍ୟୋଗୀକରଣକୁ ନେଇ ବଡ଼ ବଡ଼ ଭାଷଣ ଦେଇଥିଲେ, ସ୍ୱପ୍ନ ଦେଖାଇଥିଲେ । ଫଳସ୍ୱରୂପ ଆବଶ୍ୟକ ସୁବିଧାଗୁଡ଼ିକର ଅଭାବ ଯୋଗୁଁ ଏଠାରେ ପ୍ରତିଷ୍ଠା କରାଯାଇଥିବା ଅନେକ କଳକାରଖାନାରେ ତାଲା ପଡ଼ିଗଲା । ଏଭଳି ପରସ୍ଥିତିରେ ଆଉ ଏକ ଦୁର୍ଭାଗ୍ୟର କଥା ହେଉଛି ଦିଲ୍ଲୀ ଏବଂ ଲକ୍ଷ୍ନୌ ଉଭୟ ସ୍ଥାନରେ କେବଳ ପରିବାରବାଦର ହିଁ ଚାପ ରହିଥିଲା । ବର୍ଷ ବର୍ଷ ଧରି ଏହି ପରିବାରବାଦ ଯୋଗୁଁ ଉତ୍ତର ପ୍ରଦେଶର ଆଶା ଓ ଆକାଂକ୍ଷାକୁ ଦଳି ଚକଟି ଦିଆଗଲା; ବରବାଦ କରି ଦିଆଗଲା । ଭାଇ ଓ ଭଉଣୀମାନେ, ସୁଲତାନପୁରର ସୁପୁତ୍ର ଶ୍ରୀପତି ମିଶ୍ରଙ୍କ ସହିତ ବି ତ ଏମିତି କିଛି ଘଟିଥିଲା, ଯାହାଙ୍କର ମାଟି ସହିତ ଜଡ଼ିତ ଅନୁଭୂତି ଏବଂ କ୍ରିୟାଶୀଳତା ହିଁ ନିଜସ୍ୱ ପୁଞ୍ଜି ଥିଲା । ପରିବାରବାଦ ଯୋଗୁଁ ତାଙ୍କୁ ଅପମାନ କରାଯାଇଥିଲା । ଏଭଳି କର୍ମଯୋଗୀଙ୍କର ଅପମାନକୁ ଉତ୍ତର ପ୍ରଦେଶର ଜନସାଧାରଣ କେବେ ମଧ୍ୟ ଭୁଲିବେ ନାହିଁ । ଆଜି ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନବିଶିଷ୍ଟ ଏହି ସରକାର ସାମାନ୍ୟ ଜନସାଧାରଣଙ୍କୁ ହିଁ ନିଜର ପରିବାର ଭାବି କାର୍ଯ୍ୟ କରିଚାଲିଛି । ଏଠାରେ ଥିବା କଳକାରଖାନା ସେଗୁଡ଼ିକୁ ଉନ୍ନତ ଭାବରେ ପରିଚାଳନା କରିବା ସହିତ ନୂତନ ନିବେଶ, ନୂତନ କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ପରିବେଶ ନିର୍ମାଣ କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ୟୁପିରେ ଆଜି କେବଳ ପାଞ୍ଚ ବର୍ଷର ଯୋଜନା ହିଁ ତିଆରି ହେଉନାହିଁ ବରଂ ଚଳିତ ଦଶକର ଆବଶ୍ୟକତାକୁ ଧ୍ୟାନରେ ରଖି ବୈଭବଶାଳୀ ଉତ୍ତର ପ୍ରଦେଶର ନିର୍ମାଣ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ମଧ୍ୟରେ ସମର୍ପିତ ମାଲ ପରିବହନ କରିଡର ଦ୍ୱାରା ପୂର୍ବର ସମୁଦ୍ରତଟ ଏବଂ ପଶ୍ଚିମର ସମୁଦ୍ରତଟକୁ ଯୋଡ଼ିବାର ସଦ୍ଦିଚ୍ଛା ଏହା ପଛରେ ରହିଛି । ମାଲ ଗାଡ଼ି ପାଇଁ ନିର୍ମିତ ଏହି ବିଶେଷ ପଥରେ ୟୁପିର କୃଷକ ନିଜ ଉତ୍ପାଦ ଏବଂ ବିଭିନ୍ନ କଳକାରଖାନାରେ ତିଆରି ହେଉଥିବା ସାମଗ୍ରୀ ସମଗ୍ର ବିଶ୍ୱର ବଜାର ପର୍ଯ୍ୟନ୍ତ ପହଞ୍ଚôବାରେ ସମର୍ଥ ହେବ । ଏହାର ଲାଭ କୃଷକ, ଆମ ବେପାରୀ, ଆମ ବ୍ୟବସାୟୀ ଏଭଳି ପ୍ରତ୍ୟେକ ଛୋଟ ବଡ଼ ସାଥୀମାନଙ୍କୁ ହେବ । ଭାଇ ଓ ଭଉଣୀମାନେ, ଆଜି ଏହି କାର୍ଯ୍ୟକ୍ରମରେ ମୁଁ ୟୁପିର ଜନସାଧାରଣଙ୍କର ପ୍ରଶଂସା କରୁଛି, ଯେଉଁମାନେ କରୋନା ଟିକାକରଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ୟୁପିରେ ୧୪ କୋଟି କରୋନା ଟିକା ନେଇ ନିଜ ରାଜ୍ୟକୁ କେବଳ ଦେଶ ଭିତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏଠିକାର ଜନସାଧାରଣ ଏକ ଅଗ୍ରଣୀ ଭୂମିକାରେ ଠିଆ କରିଛନ୍ତି । ସମଗ୍ର ବିଶ୍ୱରେ ଅନେକ ଦେଶ ଏପରି ଅଛନ୍ତି ଯାହାର ସର୍ବମୋଟ ଜନସଂଖ୍ୟା ମଧ୍ୟ ଏତିକି ନୁହଁ । ସାଥୀମାନେ, ମୁଁ ଉତ୍ତର ପ୍ରଦେଶର ଜନସାଧାରଣଙ୍କୁ ଏହି କଥା ପାଇଁ ମଧ୍ୟ ପ୍ରଶଂସା କରିବାକୁ ଚାହଁବି ଯେ ସେମାନେ ଭାରତରେ ନିର୍ମିତ ହୋଇଥିବା ଟିକା ବିପକ୍ଷରେ କୌଣସି ବି ରାଜନୈତିକ ଅପପ୍ରଚାରକୁ ପ୍ରଶୟ ଦେଇନାହାନ୍ତି । ଏଠିକାର ଜନସାଧାରଣ ନିଜ ସ୍ୱାସ୍ଥ୍ୟ ପାଇଁ ଏବଂ ନିଜ ଜୀବନ ସହିତ ଖେଳ ଖେଳିବା ପାଇଁ ଉଦିଷ୍ଟ ଏଭଳି ଚକ୍ରାନ୍ତକୁ ୟୁପିର ଲୋକମାନେ ପରାଭୂତ କରିଛନ୍ତି । ଆଉ ମୁଁ ଏହା ମଧ୍ୟ କହିବି ଯେ ୟୁପିର ଜନସାଧାରଣ ଏଭଳି ଚକ୍ରାନ୍ତକାରୀଙ୍କୁ ଭବିଷ୍ୟତରେ ମଧ୍ୟ ପରାଭୂତ କରିବା ଜାରି ରଖିବେ । ଭାଇ ଓ ଭଉଣୀମାନେ, ୟୁପିର ସାମଗ୍ରିକ ବିକାଶ ପାଇଁ ଆମ ସରକାର ଅହୋରାତ୍ର ପରିଶ୍ରମ କରୁଛନ୍ତି । ସଂଯୋଗୀକରଣ ସହିତ ୟୁପିରେ ମୌଳିକ ସୁବିଧାଗୁଡ଼ିକୁ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟ ଦିଆଯାଉଛି । ଏହାର ସବୁଠାରୁ ଅଧିକ ଲାଭ ଆମ ଭଉଣୀମାନଙ୍କୁ ହୋଇଛି । ନାରୀ ଶକ୍ତିକୁ ହୋଇଛି । ଗରିବ ଭଉଣୀମାନଙ୍କୁ ଯେତେବେଳେ ସେମାନଙ୍କର ନିଜସ୍ୱ ପକ୍କା ଘର ମିଳୁଛି, ନିଜ ନାମରେ ମିଳୁଛି, ସେ କ୍ଷେତ୍ରରେ ସେମାନଙ୍କୁ ସେମାନଙ୍କର ଏକ ପରିଚୟ ସୃଷ୍ଟି ହେଉଛି ଏବଂ ଏହା ସହିତ ବର୍ଷା ଏବଂ ଖରା ଏବଂ ଶୀତ ଏଭଳି ବିଭିନ୍ନ ଅସୁବିଧାରୁ ମଧ୍ୟ ମୁକ୍ତି ମିଳୁଛି । ବିଜୁଳି ଏବଂ ଗ୍ୟାସ କନେକ୍ସନ ଅଭାବରେ ମଧ୍ୟ ସବୁଠାରୁ ଅଧିକ ଅସୁବିଧା ମାଆ-ଭଉଣୀମାନଙ୍କୁ ହେଉଥିଲା । ସୌଭାଗ୍ୟ ଏବଂ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମିଳୁଥିବା ନିଶୁଳ୍କ ବିଜୁଳି ଏବଂ ଗ୍ୟାସ କନେକ୍ସନ ଦ୍ୱାରା ଏହି ଅସୁବିଧା ମଧ୍ୟ ଦୂର ହୋଇଗଲା । ଶୌଚାଳୟ ଅଭାବ ଯୋଗୁଁ ଉଭୟ ଘର ଏବଂ ବିଦ୍ୟାଳୟରେ ସବୁଠାରୁ ଅଧିକ ଅସୁବିଧା ଆମ ଭଉଣୀମାନଙ୍କୁ, ଆମ ଝିଅମାନଙ୍କୁ ହେଉଥିଲା । ବର୍ତ୍ତମାନ ‘ଇଜ୍ଜତ ଘର’ ନିର୍ମାଣ ହେବା ଦ୍ୱାରା ଘର ବି ସୁବିଧା ହେଲା ଏବଂ ଆମ କନ୍ୟାମାନଙ୍କୁ ମଧ୍ୟ ସ୍କୁଲ ଯିବାରେ କୌଣସି କୁଣ୍ଠା ରହିଲା ନାହିଁ । ପିଇବା ପାଇଁ ପାଣି ଯୋଗାଡ଼ କରିବାକୁ ଯାଇ ଆମ ମାଆ-ଭଉଣୀମାନେ ପିଢ଼ି ପରେ ପିଢ଼ି ବିଭିନ୍ନ ଦୁଃଖ କଷ୍ଟର ସମ୍ମୁଖୀନ ହୋଇଛନ୍ତି । ଏବେ ଯାଇ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ହୋଇପାରୁଛି । ପାଇପ ମାଧ୍ୟମରେ ପାନୀୟଜଳ ପହଂଚିପାରୁଛି । କେବଳ ଦୁଇ ବର୍ଷରେ ହିଁ ୟୁପି ସରକାର ପାଖାପାଖି ୩ଠ ଲକ୍ଷ ଗ୍ରାମୀଣ ପରିବାରଙ୍କୁ ‘ନଲ ସେ ଜଲ’ ବା ନଳ ମାଧ୍ୟମରେ ଜଳ ଯୋଗାଣ କରିଛନ୍ତି ଏବଂ ଏହି ବର୍ଷ ଲକ୍ଷ ଲକ୍ଷ ଆମର ଭଉଣୀମାନଙ୍କୁ ନିଜ ଘରେ ହିଁ ବିଷୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଡବଲ ଇଞ୍ଜିନର ଆମ ସରକାର ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଭାଇ ଓ ଭଉଣୀମାନେ, ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଅଭାବ ଯୋଗୁଁ ଯଦି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଠାରୁ ଅଧିକ ଅସୁବିଧା ହେଉଥିଲା, ତେବେ ସେ ଗୋଷ୍ଠୀ ହେଉଛନ୍ତି ଆମର ମାଆ ଓ ଭଉଣୀମାନେ । ପିଲା ଠାରୁ ଆରମ୍ଭ କରି ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟର ଚିନ୍ତା ସେ ସମ୍ପର୍କିତ ଖର୍ଚ୍ଚର ଚିନ୍ତା ଏଭଳି ରହୁଥିଲା ଯେ ସେମାନେ ନିଜର ସ୍ୱାସ୍ଥ୍ୟ କଥା ବା ନିଜର ଚିକିତ୍ସା କଥା ମଧ୍ୟ ଲୁଚାଇ ରଖୁଥିଲେ । କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା, ନୂତନ ଚିକିତ୍ସାଳୟ, ଭେଷଜ ମହାବିଦ୍ୟାଳୟ ଭଳି ବିଭିନ୍ନ ସୁବିଧାଗୁଡ଼ିକ ଯୋଗୁଁ ଆମ ଭଉଣୀ ଏବଂ ଝିଅମାନଙ୍କୁ ଅନେକ ସୁବିଧା ହେଉଛି । ସାଥୀମାନେ, ଡବଲ ଇଞ୍ଜିନର ସରକାର ଦ୍ୱାରା ଯେତେବେଳେ ଡବଲ ଲାଭ ମିଳୁଛି, ସେତେବେଳେ ମୁଁ ଦେଖୁଛି ଯେ ଏଭଳି କେତେକ ଲୋକ ଅଛନ୍ତି ସେମାନେ ବିଭିନ୍ନ ପ୍ରକାର ପ୍ରଳାପ କରୁଛନ୍ତି । ସେମାନଙ୍କର ବିଚଳିତ ହେବା ସ୍ୱାଭାବିକ ମଧ୍ୟ, ଯେଉଁମାନେ ନିଜ ସମୟରେ ଅସଫଳ ରହିଥିଲେ ସେମାନେ ଯୋଗୀଜୀଙ୍କ ସଫଳତାକୁ ଦେଖି ପାରୁନାହାନ୍ତି । ଯେଉଁମାନେ ସଫଳତାକୁ ଦେଖି ପାରୁନାହାନ୍ତି ସେମାନେ ସେହି ସଫଳତାକୁ ହଜମ କରିବେ କେମିତି? ଭାଇ ଓ ଭଉଣୀମାନେ, ଏମାନଙ୍କ ଦ୍ୱାରା କରାଯାଉଥିବା ହୋ ହାଲ୍ଲାର ବହୁତ ଦୂରରେ ସେବା ଭାବରେ ରାଷ୍ଟ୍ର ନିର୍ମାଣରେ ଜୁଟି ରହିବା ହେଉଛି ଆମର କର୍ମ । ଏହା ହିଁ ହେଉଛି ଆମର କର୍ମରୂପକ ଗଙ୍ଗା ଏବଂ ଆମେ ଏହି କର୍ମଗଙ୍ଗା ମାଧ୍ୟମରେ ସୁଜଲମଂ ସୁଫଳମଂର ବାତାବରଣ ନିର୍ମାଣ କରିବା ପାଇଁ ଲାଗି ରହିବୁ । ମୋର ବିଶ୍ୱାସ ଯେ ଆପଣଙ୍କ ପ୍ରେମ, ଆପଣଙ୍କର ଆଶୀର୍ବାଦ ଆମମାନଙ୍କୁ ଏମିତି ହିଁ ମିଳୁଥିବ । ପୁଣି ଥରେ ଆପଣ ସମସ୍ତଙ୍କୁ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଅନେକ ଅନେକ ଶୁଭେଚ୍ଛା । ମୋ ସହିତ କୁହନ୍ତୁ, ସମ୍ପୂର୍ଣ୍ଣ ଶକ୍ତି ସହିତ କୁହନ୍ତୁ, ଭାରତ ମାତା କି ଜୟ । ବହୁତ ବହୁତ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics exports surge 11-fold to Rs 4.24 lakh crore, women's workforce nears 30%

Media Coverage

India's electronics exports surge 11-fold to Rs 4.24 lakh crore, women's workforce nears 30%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.