ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତ ଯାତ୍ରାରେ ଖବରକାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଯେଉଁ ଦେଶର ନାଗରିକମାନେ ନିଜ ସାମର୍ଥ୍ୟ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସଫଳତାର ନୂଆ ଶିଖର ହାସଲ କରିବା ଆରମ୍ଭ କରିଦିଅନ୍ତି। ଆଜି ଭାରତରେ ମଧ୍ୟ ଏହା ଘଟୁଛି।
ଆଇଏନ୍ଏସ୍ କେବଳ ଭାରତର ଯାତ୍ରାର ଉତ୍ଥାନ-ପତନର ସାକ୍ଷୀ ହୋଇନାହିଁ ବରଂ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇଛି
ଏକ ଦେଶର ବିଶ୍ୱସ୍ତରୀୟ ଭାବମୂର୍ତ୍ତି ଏହାର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଥାଏ। ଭାରତୀୟ ପ୍ରକାଶନଗୁଡ଼ିକ ସେମାନଙ୍କର ବିଶ୍ୱସ୍ତରୀୟ ଉପସ୍ଥିତି ବୃଦ୍ଧି କରିବା ଉଚିତ।

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀମାନ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ଏକନାଥ ସିନ୍ଦେଜୀ, ଉପ ମୁଖ୍ୟମନ୍ତ୍ରୀ ଭାଇ ଦେବେନ୍ଦ୍ର ଫଡ଼ନଭୀସଜୀ, ଅଜିତ ଦାଦା ପାୱାରଜୀ, ଇଣ୍ଡିଆନ୍ ନ୍ୟୁଜ୍‌ପେପର ସୋସାଇଟିର ସଭାପତି ଭାଇ ରାକେଶ ଶର୍ମାଜୀ, ସମସ୍ତ ବରିଷ୍ଠ ମହାନୁଭବଗଣ, ଭଦ୍ରମହିଳା ଓ ସଜ୍ଜନମଣ୍ଡଳୀ!

ସର୍ବ ପ୍ରଥମେ ମୁଁ ଇଣ୍ଡିଆନ୍ ନ୍ୟୁଜ୍‌ପେପର ସୋସାଇଟିର ସମସ୍ତ ସଦସ୍ୟମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆଜି ଆପଣମାନଙ୍କୁ ସମସ୍ତଙ୍କୁ ମୁମ୍ବାଇରେ ଏକ ବିଶାଳ ଏବଂ ଆଧୁନିକ ଭବନ ପ୍ରାପ୍ତ ହୋଇଛି । ମୁଁ ଆଶା କରୁଛି ଯେ ଏହି ନୂତନ ଭବନ ଆପଣମାନଙ୍କ କାମକାର୍ଯ୍ୟକୁ ବିସ୍ତାରିତ କରିବାରେ ସହାୟକ ହେବ । ଆପଣମାନଙ୍କର ଇଜ୍ ଅଫ୍ ୱାର୍କିଂ ବଢ଼ିବ । ଏହା ଫଳରେ ଆମର ଲୋକତନ୍ତ୍ରକୁ ବଳ ପ୍ରାପ୍ତ ହେବ । ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି ତ ସ୍ୱାଧୀନତା ପୂର୍ବରୁ ଏହାର ଅସ୍ତିତ୍ୱ ଜାହିର କରିଥିବା ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ଏବଂ ସେଥିପାଇଁ ଆପଣମାନେ ସଭିଏଁ ଦେଶର ଏହି ଯାତ୍ରାର ପ୍ରତ୍ୟେକ ଉତ୍ତରଣ- ଅବରୋହଣକୁ ଅତି ନିକଟରୁ ଲକ୍ଷ୍ୟ କରିଛନ୍ତି । ସେହି ସମୟ ସହିତ ଆପଣମାନେ ଜୀବନ ବଞ୍ôଚଛନ୍ତି ଏବଂ ଆଜିର ଜନସାଧାରଣଙ୍କୁ ମଧ୍ୟ ଏକଥା ସୂଚୀତ କରିଛନ୍ତି । ସେଥିପାଇଁ ଏକ ସଂଗଠନ ଭାବରେ ଆପଣମାନଙ୍କ କାମ ଯେତିକି ପ୍ରଭାବୀ ହେବ, ଦେଶକୁ ଏହାର ସେତିକି ସୁଫଳ ପ୍ରାପ୍ତ ହେବ ।

ସାଥୀଗଣ,

ଗଣମାଧ୍ୟମ କେବଳ ଦେଶର ପରିସ୍ଥିତିର ମୁକଦର୍ଶନ ହୋଇ ନଥାଏ । ଗଣମାଧ୍ୟମର ଆପଣମାନେ ସଭିଏଁ, ପରିସ୍ଥିତିକୁ ପରିବର୍ତ୍ତନ କରିବାରେ, ଦେଶକୁ ଦିଗ ପ୍ରଦର୍ଶନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି । ଆଜି ଭାରତ ଏପରି ଏକ କାଳଖଣ୍ଡରେ ଆସି ପହଞ୍ôଚଛି, ଯେତେବେଳେ ଏହାର ଆଗାମୀ ୨୫ ବର୍ଷର ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣର୍ । ଏହି ୨୫ ବର୍ଷ ମଧ୍ୟରେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ, ଏଥିପାଇଁ ପତ୍ରପତ୍ରିକାମାନଙ୍କର ଭୂମିକା ମଧ୍ୟ ସେତିକି ମହାନ୍ ହେବ । ଗଣମାଧ୍ୟମ ଦେଶବାସୀଙ୍କୁ ସଜାଗ କରିଥାଏ । ଗଣମାଧ୍ୟମ ନାଗରିକମାନଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ଚେତାଇ ଦେଇଆସୁଛି । ଏବଂ ଏହି ଗଣମାଧ୍ୟମ ଯାହା ଦେଶର ଲୋକମାନଙ୍କୁ ଏକଥା ମଧ୍ୟ ଆଶ୍ୱାସନା ଦେଉଛି ଯେ ଏହାର କେତେ ସାମର୍ଥ୍ୟ ରହିଛି । ଆପଣମାନେ ଏକଥା ଦେଖୁଛନ୍ତି, ଯେଉଁ ଦେଶର ନାଗରିକମାନଙ୍କର ନିଜର ସାମର୍ଥ୍ୟକୁ ନେଇ ଆତ୍ମବିଶ୍ୱାସ ଆସିଯାଏ ସେମାନେ ସଫଳତାର ନୂତନ ଶୀର୍ଷ ପ୍ରାପ୍ତ କରିବା ଆରମ୍ଭ କରିଥାନ୍ତି । ଭାରତରେ ମଧ୍ୟ ଆଜି ଏହା ଘଟିଚାଲିଛି । ମୁଁ ଏହାର ଗୋଟିଏ ଛୋଟିଆ ଉଦାହରଣ ଆପଣମାନଙ୍କୁ ଦେବାକୁ ଚାହୁଁଛି । ଏପରି ଏକ ସମୟ ଥିଲା, ଯେତେବେଳେ କିଛି ନେତା ଖୋଲାଖୋଲି ଭାବରେ କହୁଥିଲେ ଡିଜିଟାଲ କାରବାର ଭାରତର ଲୋକମାନଙ୍କ ସାମର୍ଥ୍ୟର ବାହାର କଥା । ସେପରି ଲୋକ ଚିନ୍ତା କରୁଥିଲେ ଯେ ଆଧୁନିକ ପ୍ରଯୁକ୍ତି ଭଳି କଥା ଏ ଦେଶରେ ଚାଲିପାରିବ ନାହିଁ । କିନ୍ତୁ ଭାରତର ଜନସାଧାରଣ ଚିନ୍ତାଶୀଳ ଭାବରେ ସେମାନଙ୍କର ସାମର୍ଥ୍ୟ ସମଗ୍ର ବିଶ୍ୱକୁ ପ୍ରଦର୍ଶନ କରୁଛନ୍ତି । ଆଜି ଭାରତ ଡ଼ିଜିଟାଲ କାରବାର କ୍ଷେତ୍ରରେ ବିଶ୍ୱରେ ବଡ଼ ବଡ଼ ରେକର୍ଡ ହାସଲ କରିଚାଲିଛି । ଆଜି ଭାରତ ୟୁପିଆଇ କାରଣୁୁ ଆଧୁନିକ ଡିଜିଟାଲ ଜନ ସଂସାଧନ କାରଣରୁ ଲୋକମାନଙ୍କ ଇଜ୍ ଅଫ୍ ଲିଭିଂ ବୃଦ୍ଧି ପାଇଚାଲିଛି । ଲୋକମାନଙ୍କ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ ପର୍ଯ୍ୟନ୍ତ ପଇସା ପଠାଇବା ସହଜସାଧ୍ୟ ହୋଇପାରିଛି । ଆଜି ବିଶ୍ୱବ୍ୟାପୀ ଆମର ଯେଉଁ ଦେଶବାସୀ ବସବାସ କରୁଛନ୍ତି, ବିଶେଷ କରି ଉପସାଗରୀୟ ଦେଶମାନଙ୍କରେ, ସେମାନେ ସବୁଠାରୁ ଅଧିକ ରିମିଟାନ୍ସ ପଠାଉଛନତି ଏବଂ ଏଥିପାଇଁ ପୂର୍ବରୁ ସେମାନେ ଯେତିକି ଟଙ୍କା ଖର୍ଚ୍ଚ କରୁଥିଲେ, ତାହା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ଏବଂ ଏହା ପଛରେ ଥିବା ଏକମାତ୍ର କାରଣ ହେଉଛି ଡିଜିଟାଲ ବିପ୍ଳବ । ବିଶ୍ୱର ବଡ଼ ବଡ଼ ଦେଶ ଆମଠାରୁ ପ୍ରଯୁକ୍ତି ଏବଂ ଆମର ପ୍ରବର୍ତ୍ତନ ପଦ୍ଧତିର ମଡେଲକୁ ଜାଣିବାକୁ ବୁଝିବାକୁ ପ୍ରୟାସ କରୁଛନ୍ତି । ଏଭଳି ଏବଂ ଏତେ ବଡ଼ ସଫଳତାର କାରଣ କେବଳ ସରକାରଙ୍କର ନୁହେଁ, ଏହା କଦାପି ନୁହେଁ । ଏହି ସଫଳତାରେ ଆପଣମାନଙ୍କର ସମସ୍ତଙ୍କର, ଗଣମାଧ୍ୟମର ଲୋକମାନଙ୍କର ମଧ୍ୟ ଏଥିରେ ସହଭାଗୀତା ରହିଛି ଏବଂ ସେଥିପାଇଁ ଆପଣମାନେ ସଭିଏଁ ଅଭିନନ୍ଦନର ପାତ୍ର ।

 

ସାଥୀଗଣ,

ଗଣମାଧ୍ୟମର ସାଧରଣ ଭୂମିକା ହେଉଛି, ଆଲୋଚନା ସୃଷ୍ଟି କରିବା, ଗମ୍ଭୀର ପ୍ରସଙ୍ଗ ଉପରେ ଚର୍ଚ୍ଚାକୁ ସାମର୍ଥ୍ୟ ପ୍ରଦାନ କରିବା । କିନ୍ତୁ, ଗଣମାଧ୍ୟମର ଆଲୋଚନାର ଦିଗ ବି ଅନେକ ସମୟରେ ନୀତିର ଦିଗ ଉପରେ ନିର୍ଭରଶୀଳ ହୋଇଥାଏ । ଆପଣମାନେ ସଭିଏଁ ଜାଣନ୍ତି, ସରକାରଙ୍କର ସକଳ କାର୍ଯ୍ୟର ସୁଫଳ ଅଛି, କୁଫଳ ବି ଅଛି । କିନ୍ତୁ ଭୋଟର ଗୁଣ-ଭାଗ ମଧ୍ୟ ଏଥିରେ ରହିଛି । ଆମେ ଆସିବା ପରେ ଏଭଳି ଚିନ୍ତାଧାରାକୁ ବଦଳାଇଦେଲୁ । ଆପଣମାନଙ୍କର ସ୍ମରଣ ଥିବ, ଆମ ଦେଶରେ ଦଶନ୍ଧି ଦଶନ୍ଧି ପୂର୍ବରୁ ବ୍ୟାଙ୍କ୍‌ଗୁଡ଼ିକର ରାଷ୍ଟ୍ରୀୟକରଣ କରାଯାଇଥିଲା । କିନ୍ତୁ ଏହା ପର ସତ୍ୟ ଏହା ଥିଲା ଯେ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ୪୦-୫୦ କୋଟି ଗରିବ ଲୋକ ବସବାସ କରୁଥିଲେ ଯେଉଁମାନଙ୍କର କୌଣସି ବ୍ୟାଙ୍କ୍ ଜମାଖାତା ନଥିଲା । ଏବେ ଯେତେବେଳେ ରାଷ୍ଟ୍ରୀୟକରଣ ହେଲା ସେତେବେଳେ ଯାହା କୁହାଯାଉଥିଲା ଏବଂ ୨୦୧୪ରେ ଯାହା ଦେଖାଗଲା,ଅର୍ଥାତ୍‌, ଦେଶର ଅର୍ଦ୍ଧେକ ଲୋକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବାହାରେ ଅଛନ୍ତି । ଏହା କେବେ ଦେଶରେ ଏକ ପ୍ରସଙ୍ଗ ଭାବେ ଆଲୋଚିତ ହୋଇଥିଲା? କିନ୍ତୁ ଆମେ ଜନଧନ ଯୋଜନାକୁ ଏକ ଆନ୍ଦୋଳନ ଭାବରେ ଗ୍ରହଣ କଲୁ । ଆମେ ପାଖାପାଖି ୫୦ କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ିଲୁ । ଡିଜିଟାଲ ଇଣ୍ଡିଆ ଏବଂ ଭ୍ରଷ୍ଟାଚାର ବିରୋଧୀ ପ୍ରଚେଷ୍ଟାରେ ଏହି କାମ ଆମର ସବୁଠାରୁ ବଡ଼ ମାଧ୍ୟମ ହେଲା । ଏହିଭଳି ଭାବରେ, ସ୍ୱଚ୍ଛତା ଅଭିଯାନ, ଷ୍ଟାର୍ଟ ଅପ୍ ଅଭିଯାନ, ଷ୍ଟାଣ୍ଡ୍ ଅପ୍ ଅଭିଯାନ ଭଳି ଅଭିଯାନଗୁଡ଼କୁ ଯଦି ଆମେ ଦେଖିବା! ଏସବୁ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ କୌଣସି ସ୍ଥାନରେ ଫିଟ୍ ହେଉନଥିଲା । କିନ୍ତୁ, ପରିବର୍ତ୍ତନଶୀଳ ଭାରତରେ, ଦେଶର ଗଣମାଧ୍ୟମ ଏହାକୁ ଦେଶର ଜାତୀୟ ଆଲୋଚନାର ଅଂଶବିଶେଷରେ ପରିଣତ କରିଥିଲା । ଯେଉଁ ଷ୍ଟାର୍ଟ ଅପ୍ ଶବ୍ଦ ୨୦୧୪ ମସିହା ପୂର୍ବରୁ ଅଧିକତର ଲୋକ ଜାଣି ସୁଦ୍ଧା ନଥିଲେ, ଗଣମାଧ୍ୟମରେ ହୋଇଥିବା ଆଲୋଚନା ହିଁ ତାହାକୁ ଘରେ ଘରେ ପହଞ୍ଚାଇଥିଲା ।

ସାଥୀଗଣ,

ଆପଣମାନେ ଗଣମାଧ୍ୟମର ବଡ଼ ବଡ଼ ବ୍ୟକ୍ତିତ୍ୱ, ଅନୁଭବୀ ମଧ୍ୟ । ଆପଣମାନଙ୍କ ନିର୍ଣ୍ଣୟ ଦେଶର ଗଣମାଧ୍ୟମକୁ ମଧ୍ୟ ଦିଶା ନିର୍ଦ୍ଦେଶ କରିଆସୁଛି । ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ମୋର ଆପଣମାନଙ୍କୁ କିଛି ନିବେଦନ କରିବାର ଅଛି ।

ସାଥୀଗଣ,

ସରକାର ଯଦି କୌଣସି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ତେବେ ଏହା ଜରୁରି ନୁହେଁ ଯେ ତାହା କେବଳ ସରକାରୀ କାର୍ଯ୍ୟକ୍ରମ । ସରକାର ଯେକୌଣସି ଚିନ୍ତାଧାରା ଉପରେ ଗୁରୁତ୍ୱ ଆରୋପ କରନ୍ତି ତାହା ଜରୁରି ନୁହେଁ ଯେ ତାହା କେବଳ ସରକାରଙ୍କ ବିଚାର । ଯେମିତିକି ଦେଶରେ ଅମୃତ ମହୋତ୍ସବ ପାଳନ କରାଗଲା, ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଚାଲିଲା, ସରକାର ଏହାର ଶୁଭାରମ୍ଭ ଅବଶ୍ୟ କରିଥିଲେ, କିନ୍ତୁ ପୂରା ଦେଶ ଏହାକୁ ଆପଣାଇଥିଲା ଏବଂ ଆଗକୁ ଆଗେଇ ନେଇଥିଲା । ଏହିଭଳି ଭାବରେ, ଆଜି ଦେଶ ପରିବେଶ ଉପରେ ଏତେ ପ୍ରାଧାନ୍ୟ ଦେଉଛି । ଏହା ରାଜନୀତି ଠାରୁ ହଟି ମାନବ ସମାଜର ଭବିଷ୍ୟତ ସହିତ ଜଡ଼ିତ ଏକ ପ୍ରସଙ୍ଗ । ଯେମିତିକି, ଏବେ ‘ଗୋଟିଏ ଚାରା, ମା’ନାମରେ’, ଏହି ଅଭିଯାନ ଆରମ୍ଭ କରାଯାଇଛି । ଭାରତରେ ଏହି ଅଭିଯାନ ସମ୍ପର୍କରେ ସାରା ବିଶ୍ୱରେ ଆଲୋଚନା ହେଉଛି । ମୁଁ ଏବେ ଯେତେବେଳେ ଜି-୭ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲି, ଯେତେବେଳେ ମୁଁ ଏହି ପ୍ରସଙ୍ଗକୁ ସମସ୍ତଙ୍କ ସମ୍ମୁଖରେ ରଖିଥିଲି ସେତେବେଳେ ସମସ୍ତଙ୍କ ମନରେ ଉତ୍ସୁକତା ଥିବାର ମୁଁ ଲକ୍ଷ୍ୟ କରିଥିଲି । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ମା’ପ୍ରତି ଏକ ବିଶେଷ ଶ୍ରଦ୍ଧା ରହିଥାଏ । ତାଙ୍କୁ ଲାଗେ ଯେ ଏହା ଅବଶ୍ୟ ସଫଳ ହେବ । ଏକଥା ସଭିଏଁ କହୁଛନ୍ତି । ଯଦି ଦେଶର ଅଧିକରୁ ଅଧିକ ଗଣମାଧ୍ୟମ ସଂସ୍ଥା ଏହା ସହିତ ସଂଶ୍ଳିଷ୍ଟ ହେବେ, ତେବେ ଆଗାମୀ ପିଢ଼ିଙ୍କ ପାଇଁ ଏହା ବହୁତ ବଡ଼ କାମ ହେବ । ମୋର ଆପଣମାନଙ୍କୁ ନିବେଦନ, ଏହିଭଳି ପ୍ରତ୍ୟେକ ପ୍ରୟାସକୁ ଆପଣମାନେ ଦେଶର ଉପକ୍ରମ ବୋଲି ହେତୁକରି ଏହାକୁ ଆଗକୁ ବଢ଼ାନ୍ତୁ । ଏହା କେବଳ ସରକାରଙ୍କର କାର୍ଯ୍ୟକ୍ରମ ନୁହେଁ, ଏହା ଦେଶର କାର୍ଯ୍ୟକ୍ରମ । ଚଳିତ ବର୍ଷ ଆମେ ସମ୍ବିଧାନର ୭୫ତମ ବର୍ଷ ପୂର୍ତ୍ତି ମନାଉଛୁ । ସମ୍ବିଧାନ ପ୍ରତି ଦେଶର ନାଗରିକମାନଙ୍କର କର୍ତ୍ତବ୍ୟବୋଧ ବଢ଼ୁ, ସେଥିପ୍ରତି ସେମାନଙ୍କ ମନରେ ଜାଗରୁକତା ବୃଦ୍ଧି ପାଉ, ଏଥରେ ଆପଣମାନେ ସମସ୍ତେ ବହୁତ ବଡ଼ ଭୂମିକା ନିର୍ବାହ କରିପାରିବେ ।

 

ସାଥୀଗଣ,

ଆଉ ଗୋଟିଏ ପ୍ରସଙ୍ଗ ଯାହା ପର୍ଯ୍ୟଟନ ସହିତ ଜଡ଼ିତ । ପର୍ଯ୍ୟଟନ କେବଳ ସରକାରଙ୍କ ନୀତି ଦ୍ୱାରା ଆଗକୁ ବଢ଼ି ପାରିବନାହିଁ । ଯେତେବେଳେ ଆମେ ସମସ୍ତେ ମିଳିମିଶି ଦେଶର ବ୍ରାଣ୍ଡିଂ ଏବଂ ମାର୍କେଟିଂ କରିବା, ସେତେବେଳେ ଦେଶର ସମ୍ମାନ ବୃଦ୍ଧି ପାଇବା ସହିତ ଦେଶର ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇପାରିବ । ଦେଶରେ ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବା ସକାଶେ ଆପଣମାନେ ନିିଜ ନିଜ ଉପାୟମାନ ବାହାର କରିପାରିବେ । ଏବେ ଯେମିତି ଭାବନ୍ତୁ, ମହାରାଷ୍ଟର ସମସ୍ତ ସମ୍ବାଦପତ୍ର ମିଳିମିଶି ଏକଥା ସ୍ଥିର କରିବେ ଯେ ଭାଇ, ଆମେ ସେପ୍ଟେମ୍ବର ମାସରେ ବଙ୍ଗଳାର ପର୍ଯ୍ୟଟନକୁ ନିଜ ଆଡ଼ୁ ପ୍ରମୋଟ କରିବା । ଯେତେବେଳେ ବହାରାଷ୍ଟ୍ରର ଲୋକ ଚାରିଆଡ଼ୁଯେତେବେଳେ ବଙ୍ଗଳା- ବଙ୍ଗଳା ଦେଖିବେ ଏବଂ ମନରେ ଭାବିବେ ଯେ ଏବର୍ଷ ଆମେ ବଙ୍ଗ ପ୍ରଦେଶ ବୁଲି ଯିବା, ସେତେବେଳେ ବଙ୍ଗଳାର ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇବ । ଭାବନ୍ତୁ ଆପଣ ତିନି ମାସ ପରେ ସ୍ଥିର କରିବେ ଯେ ତାମିଲନାଡ଼ୁର ପ୍ରତ୍ୟେକ ବସ୍ତୁ ଉପର ଆମେ ସଭିଏଁ ମିଳିମିଶି ଫୋକସ୍ କରିବା । ଆପଣମାନେ ଦେଖିବେ, ମହାରାଷ୍ଟ୍ରର ଲୋକମାନେ ପର୍ଯ୍ୟଟନ ସମ୍ପର୍କରେ ଅଧିକ ଆଗ୍ରହୀ ହୋଇପଡ଼ିବେ ଏବଂ ତାମିଲନାଡ଼ୁ ବୁଲି ଯିବାକୁ ଆଗ୍ରହୀ ହେବେ । ଦେଶର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ବଢ଼ାଇବା ଦିଗରେ କିଛି ଉପାୟ ରହିଛି ଏବଂ ଯେତେବେଳେ ଆପଣମାନେ ତାହା କରିବେ, ସେତେବେଳେ ସେହିସବୁ ରାଜ୍ୟରେ ମହାରାଷ୍ଟ୍ର ପ୍ରତି ମଧ୍ୟ ଅଭିଯାନ ଆରମ୍ଭ ହେବ, ଆକର୍ଷଣ ବଢ଼ିବ । ଯେତେବେଳେ ରାଜ୍ୟ ରାଜ୍ୟ ମଧ୍ୟରେ ପରସ୍ପର ପ୍ରତି ଆକର୍ଷଣ ବୃଦ୍ଧି ପାଇବ, ଜିଜ୍ଞାସା ବଢ଼ିବ ଏବଂ ସର୍ବୋପରି ଏହାର ଫାଇଦା ଯେଉଁସବୁ ରାଜ୍ୟମାନଙ୍କ ପ୍ରତି ଆପଣମାନେ ଏଭଳି ପ୍ରୟାସ କରୁଛନ୍ତି ତାହାକୁ ମିଳିବ ଅନ୍ୟ କିଛି ଅତିରିକ୍ତ ପ୍ରୟାସରେ ତାହା ସାକାର ହୋଇପାରିବ ।

ସାଥୀଗଣ,

ଆପଣମାନଙ୍କୁ ସମସ୍ତଙ୍କୁ ନିଜର ବୈଶ୍ୱିକ ଉପସ୍ଥିତିକୁ ବୃଦ୍ଧି କରିବା ନେଇ ମୋର ମଧ୍ୟ ଏକ ନିବେଦନ ଅଛି । ଆମମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ଯେ ଦୁନିଆରେ ଆମେ କେବଳ ଏକୁଟିଆ ବସବାସ କରୁନାହୁଁ । ଗଣମାଧ୍ୟମ ଦୃଷ୍ଟିରୁ ଆମେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ରାଷ୍ଟ୍ର । ଏତେ ବଡ଼ ଦେଶ, ଏତେ ବିଶାଳ ସାମର୍ଥ୍ୟ ଏବଂ ସମ୍ଭାବନା ଏବଂ ଖୁବ୍ କମ୍ ସମୟ ଭିତରେ ଆମେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଦେଖିବାକୁ ଯାଉଛୁ । ଯଦି ଭାରତର ସଫଳତା, ବିଶ୍ୱର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ଆପଣମାନେ ଖୁବ୍ ନିଷ୍ଠାର ସହିତ ପାଳନ କରିବେ ତେବେ ତାହା ସହଜସାଧ୍ୟ ହୋଇପାରିବ । ଆପଣମାନେ ଜାଣନ୍ତି ଯେ ବିଦେଶରେ ରାଷ୍ଟ୍ରର ଛବି ପ୍ରଭାବ ସିଧାସଳଖ ଭାବରେ ଏହାର ଅର୍ଥନୀତି ଏବଂ ବିକାଶ ଉପରେ ପଡ଼ିଥାଏ । ଆଜି ଆପଣମାନେ ଦେଖୁନ୍ତୁ, ବିଦେଶରେ ଭାରତୀୟ ମୂଳ ଅଧିବାସୀ ଲୋକମାନଙ୍କ ମର୍ଯ୍ୟାଦା ବଢ଼ିଛି, ବିଶ୍ୱସନୀୟତା ବଢ଼ିଛି, ସମ୍ମାନ ବଢ଼ିଛି । କାରଣ, ବିଶ୍ୱରେ ଭାରତର ସଫଳତା ବଢ଼ିଛି । ଭାରତ ମଧ୍ୟ ବୈଶ୍ୱିକ ପ୍ରଗତିରେ ଅଧିକ ଯୋଗଦାନ କରିପାରିଛି । ଆମର ଗଣମାଧ୍ୟମ ଏହି ଦୃଷ୍ଟିକୋଣରୁ ଯେତିକି ଅଧିକ କାମ କରିବ, ଦେଶକୁ ସେତିକି ଫାଇଦା ହେବ ଏବଂ ସେଥିପାଇଁ ମୁଁ ଚାହେଁ ଯେ ଯେତେସବୁ ଜାତିସଂଘ ସ୍ୱୀକୃତ ଭାଷା ରହିଛି, ସେଥିରେ ମଧ୍ୟ ଆପଣ ନିଜର ପବ୍ଲିକେଶନ୍ସର ବିସ୍ତାର କରନ୍ତୁ । ଆପଣଙ୍କ ମାଇକ୍ରୋସାଇଟ୍ସ, ସୋସିଆଲ ମିଡିଆ ଆକାଉଣ୍ଟସ୍ ଏହିସବୁ ଭାଷାରେ ମଧ୍ୟ ହୋଇପାରିବ ଏବଂ ଆଜିକାଲି ତ କୃତ୍ରିମ ପ୍ରଜ୍ଞାର ଯୁବ । ଏହିସବୁ କାମ ଆପଣମାନଙ୍କ ଲାଗି ଖୁବ୍ ସହଜ ।

 

ସାଥୀଗଣ,

 ମୁଁ ଆପଣମାନଙ୍କୁ ଏତେ ସବୁ ପରାମର୍ଶ ଦେଇସାରିଛି । ମୁଁ ଜାଣେ, ଆପଣମାନଙ୍କ ସମ୍ବାଦପତ୍ରରେ, ପତ୍ରପତ୍ରିକାମାନଙ୍କରେ, ବହୁତ ଲିମିଟେଡ୍ ସ୍ଥାନ ଥାଏ । କିନ୍ତୁ, ଆଜିକାଲି ପ୍ରତ୍ୟେକ ସମ୍ବାଦପତ୍ରର ଗୋଟିଏ ଗୋଟିଏ ଡିଜିଟାଲ ପବ୍ଲିକେଶନ ମଧ୍ୟ ଉପଲବ୍ଧ ରହିଛି । ସେଥିରେ ନା ସ୍ପେସ୍‌ର ସଂକଟ ନା ବିତରଣର କୌଣସି ସମସ୍ୟା । ମୋର ବିଶ୍ୱାସ, ଆପଣମାନେ ସମସ୍ତେ ଏହି ପରାମର୍ଶ ଉପରେ ବିଚାର କରିବେ । ନୂଆ ନୂଆ ପରୀକ୍ଷା ନୀରିଡ଼ା କରିବେ, ଏବଂ ଲୋକତନ୍ତ୍ରକୀ ମଜଭୁତ ବନେଇବେ । ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନଙ୍କ ନିମନ୍ତେ ଗୋଟିଏ ଦୁଇ ପୃଷ୍ଠିଆ ହେଉ ପଛେ, ବିଶ୍ୱର ମିଳିତ ଜାତିସଂଘର ଅନ୍ୟୂନ କିଛି ଭାଷାରେ ରହିଥାଉ ପଛେ, ବିଶ୍ୱର ଅଧିକତର ବର୍ଗ ଏହାକୁ ଦେଖି ଥାଆନ୍ତି, ପଢ଼ିଥାଆନ୍ତି.. . ଦୂତାବାସଗୁଡ଼ିକ ତାହା ଉପରେ ନଜର ପକାଇଥାନ୍ତି ଏବଂ ଭାରତର ଏଭଳି କଥା ପହଞ୍ଚାଇବାର ସବୁଠାରୁ ବଳିଷ୍ଠ ମାଧ୍ୟମ ହେଲା ଏହି ଡିଜିଟାଲ ସଂସ୍କରଣ । ଆପଣମାନେ ଯେତିକି ସଶକ୍ତ ହୋଇ କାମ କରିବେ, ଦେଶ ସେତିକି ଆଗକୁ ବଢ଼ିବ । ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ! ଏବଂ ଆପଣମାନଙ୍କୁ ଭେଟିବାର ମଧ୍ୟ ମୋତେ ଏହା ଗୋଟିଏ ଅବସର ପ୍ରଦାନ କରିଛି । ମୋର ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା! ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Patent application filings in India rise 30.2% to 143,000 in 2025-26: Goyal

Media Coverage

Patent application filings in India rise 30.2% to 143,000 in 2025-26: Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the martyrs of Jallianwala Bagh
April 13, 2026
PM shares a Sanskrit Subhashitam on nurturing benevolent forces

The Prime Minister Shri Narendra Modi, today paid his heartfelt homage to the brave martyrs of Jallianwala Bagh. Shri Modi remarked that their sacrifice stands as a powerful reminder of the indomitable spirit of our people.

The Prime Minister also shared a Sanskrit Subhashitam today highlighting the call for industrious people to nurture benevolent forces within society that make the nation prosperous, aware, and self-reliant, while firmly resisting destructive forces that create division, injustice, and discontent.

The Prime Minister wrote on X:

"On this day, we pay our heartfelt homage to the brave martyrs of Jallianwala Bagh. Their sacrifice stands as a powerful reminder of the indomitable spirit of our people. The courage and determination they displayed continue to inspire generations to uphold the values of liberty, justice and dignity.”

“ ਅੱਜ ਦੇ ਦਿਨ, ਅਸੀਂ ਜੱਲ੍ਹਿਆਂਵਾਲਾ ਬਾਗ਼ ਦੇ ਸੂਰਬੀਰ ਸ਼ਹੀਦਾਂ ਨੂੰ ਦਿਲੋਂ ਸ਼ਰਧਾਂਜਲੀ ਭੇਟ ਕਰਦੇ ਹਾਂ। ਉਨ੍ਹਾਂ ਦੀ ਕੁਰਬਾਨੀ ਸਾਡੇ ਲੋਕਾਂ ਦੇ ਕਦੇ ਨਾ ਝੁਕਣ ਵਾਲੇ ਜਜ਼ਬੇ ਦੀ ਮਜ਼ਬੂਤ ਯਾਦ ਦਿਵਾਉਂਦੀ ਹੈ। ਉਨ੍ਹਾਂ ਵੱਲੋਂ ਵਿਖਾਇਆ ਗਿਆ ਹੌਸਲਾ ਅਤੇ ਪੱਕਾ ਇਰਾਦਾ, ਆਉਣ ਵਾਲੀਆਂ ਪੀੜ੍ਹੀਆਂ ਨੂੰ ਆਜ਼ਾਦੀ, ਇਨਸਾਫ਼ ਅਤੇ ਮਾਣ-ਸਨਮਾਨ ਦੀਆਂ ਕਦਰਾਂ-ਕੀਮਤਾਂ ਉੱਤੇ ਪਹਿਰਾ ਦੇਣ ਲਈ ਲਗਾਤਾਰ ਪ੍ਰੇਰਿਤ ਕਰਦਾ ਆ ਰਿਹਾ ਹੈ।”

“जलियांवाला बाग नरसंहार के सभी अमर बलिदानियों को मेरी आदरपूर्ण श्रद्धांजलि। विदेशी हुकूमत की बर्बरता के खिलाफ उनके अदम्य साहस और स्वाभिमान की गाथा देश की हर पीढ़ी को प्रेरित करती रहेगी।

इन्द्रं वर्धन्तो अप्तुरः कृण्वन्तो विश्वमार्यम्।
अपघ्नन्तो अराव्णः॥"

O industrious people! Nurture those benevolent forces within your society that make the nation prosperous, aware and self-reliant. At the same time, firmly resist the destructive forces that create division, injustice and discontent in society.