Launch of IN-SPACe is a ‘watch this space’ moment for the Indian space industry
“IN-SPACe is for space, IN-SPACe is for pace, IN-SPACe is for ace”
“The private sector will not just remain a vendor but will play the role of a big winner in the space sector”
“When the strength of government space institutions and the passion of India’s private sector will meet, not even the sky will be the limit”
“Today we can not put the condition of only the government route for carrying out their plans before our youth”
“Our space mission transcends all the differences and becomes the mission of all the people of the country”
“ISRO deserves kudos for bringing momentous transformation”
“India’s space programme has been the biggest identity of Aatmnirbhar Bharat Abhiyan”
“India needs to increase its share in the global space industry and the private sector will play a big role in that”
“India is working on a New Indian Space Policy and the policy for ease of doing business in space sector”
“Gujarat is fast becoming a centre of big institutions of national and international level”

ନମସ୍କାର! କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଏବଂ ଏହି କ୍ଷେତ୍ରର ସାଂସଦ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଗୁଜରାଟର ଲୋକପ୍ରିୟ ଏବଂ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଜୀ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଜୀ, ସଂସଦରେ ମୋର ସାଥୀ ଶ୍ରୀ ସି. ଆର୍. ପାଟିଲ, ଇନ୍-ସ୍ପେଶର ଚେୟାରମ୍ୟାନ୍ ପବନ ଗୋଏଙ୍କା ଜୀ, ସ୍ପେସ ବିଭାଗର ସଚିବ ଶ୍ରୀ ଏସ. ସୋମନାଥ ଜୀ। ଭାରତର ସ୍ପେସ୍ ଉଦ୍ୟୋଗର ସମସ୍ତ ପ୍ରତିନିଧି, ଅନ୍ୟ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ।

ଆଜି ଏକବିଂଶ ଶତାବ୍ଦୀରେ ଆଧୁନିକ ଭାରତର ବିକାଶ ଯାତ୍ରାରେ ଏକ ସୁନ୍ଦର ଅଧ୍ୟାୟ ଯୋଡ଼ି ହୋଇଛି।  ଇଣ୍ଡିଆନ ନ୍ୟାସନାଲ ସ୍ପେସ୍ ପ୍ରମୋସନ ଅନ୍ ଅଥୋରାଇଜେସନ ସେଣ୍ଟର ଅର୍ଥାତ ଇନସ୍ପେସ୍ର ଡାଇରେକ୍ଟରଙ୍କ ପାଇଁ ସମସ୍ତ ଦେଶବାସୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ଆଜିକାଲି ମୁଁ ଦେଖୁଛି ଯେ ସୋସିଆଲ ମିଡିଆରେ ଯୁବଗୋଷ୍ଠୀଙ୍କୁ କିଛି ରୋମାଞ୍ଚକ କିମ୍ବା ଆନନ୍ଦଦାୟକ ପୋଷ୍ଟ କରିବାକୁ ଥାଏ, ତେବେ ତାହା ପୂର୍ବରୁ ସେମାନେ ଚେତାବନୀ ଦେଇଥାନ୍ତି ଏବଂ ଏହି ଚେତାବନୀରେ ସୂଚନା ଦେଇଥାନ୍ତି- “ଏହି ସ୍ପେସ୍ ଦେଖନ୍ତୁ” ଭାରତର ଏହି ସ୍ପେସ ଉଦ୍ୟୋଗ ପାଇଁ, ଇନ-ସ୍ପେସ୍ର ଲଞ୍ଚ ହେବା, “ଏହି ସ୍ପେସ୍ ଦେଖନ୍ତୁ” ମୁହୂର୍ତ୍ତ ଭଳି ହିଁ ଅଟେ। ଇନ-ସ୍ପେସ୍, ଭାରତର ଯୁବଗୋଷ୍ଠୀଙ୍କୁ, ଭାରତର ଭଲ ବୈଜ୍ଞାନିକ ମାନସିକତାକୁ ନିଜର ଟ୍ୟାଲେଣ୍ଟ ଦେଖାଇବାର ଏକ ଅଦ୍ଭୁତପୂର୍ବ ଅବସର ଅଟେ। ସେ ସରକାରଙ୍କ କାମ କରିଥାଆନ୍ତୁ କିମ୍ବା ପ୍ରାଇଭେଟ ସେକ୍ଟରରେ, ଇନ-ସ୍ପେସ୍ ସମସ୍ତଙ୍କ ପାଇଁ ଉତ୍ତମ ଅବସର ନେଇ ଆସିଛି। ଇନ-ସ୍ପେସରେ ଭାରତର ସ୍ପେସ ଉଦ୍ୟୋଗରେ କ୍ରାନ୍ତି ଆଣିବାରେ ବହୁତ କ୍ଷମତା ଅଛି ଏବଂ ଏଥପାଇଁ ମୁଁ ଆଜି ନିଶ୍ଚିତ ଭାବରେ ଏହି କଥା କହିବି ଯେ “ଏହି ସ୍ପେସ୍ ଦେଖନ୍ତୁ” ଇନ-ସ୍ପେସ୍  ଫର ସ୍ପେସ୍, ଇନ-ସ୍ପେସ୍  ଫର ସ୍ପେସ୍, ଇନ-ସ୍ପେସ୍  ଫର ସ୍ପେସ୍, ଇନ-ସ୍ପେସ୍  ଫର ସ୍ପେସ୍ ।

ସାଥୀମାନେ,

ଦଶନ୍ଧି ଧରି ଭାରତରେ ସ୍ପେସ୍ କ୍ଷେତ୍ର ସହିତ ଜଡ଼ିତ ଘରୋଇ ଉଦ୍ୟୋଗକୁ କେବଳ ବିକ୍ରେତା ଭାବରେ ଦେଖାଯାଇଛି। ସରକାର ସମସ୍ତ ସ୍ପେସ୍ ମିସନ ଏବଂ ପ୍ରକଳ୍ପ ଉପରେ କାମ କରୁଥଲେ। ଆମର ଘରୋଇ କ୍ଷେତ୍ରରେ ଥିବା ଲୋକମାନଙ୍କ ଠାରୁ ଆବଶ୍ୟକତା ହିସାବରେ ଅଳ୍ପ କିଛି ଅଂଶ ଏବଂ ଯନ୍ତ୍ରାଂଶକୁ ନେଇ ଯାଉଥଲେ। ଘରୋଇ କ୍ଷେତ୍ରକୁ କେବଳ ବିକ୍ରେତା କରିଦେବା ଫଳରେ ତାଙ୍କ ସମ୍ମୁଖରେ ଆଗକୁ ବଢ଼ିବାର ରାସ୍ତା ସବୁବେଳେ ଅବରୋଧ ହୋଇ ଯାଇଥାଏ, ଗୋଟିଏ କାନ୍ଥ ଠିଆ ହୋଇଥାଏ, ଏହା ସରକାରୀ ବ୍ୟବସ୍ଥାରେ ନାହିଁ, ସେ କୌଣସି ବୈଜ୍ଞାନିକ ହେଉ କିମ୍ବା କୌଣସି ଯୁବକ, ସେହି ସ୍ପେସ୍ କ୍ଷେତ୍ରରେ ସେ ଯୋଡ଼ିଥିବା ନିଜସ୍ବ ବିଚାର ଉପରେ ସେ କାମ କରିପାରି ନ ଥାଏ। ଏବଂ ତଏହି ସବୁଥରେ କ୍ଷତି କାହାର ହେଉଥଲା? କ୍ଷତି ଦେଶର ହେଉଥିଲା ଏବଂ ଏହି କଥାର ସାକ୍ଷୀ ଏହା ଯେ ଶେଷରେ ବଡ଼ ବିଚାର ହିଁ ବିଜେତା କରିଥାଏ, ସ୍ପେସ୍ କ୍ଷେତ୍ରରେ ସୁଧାର ଆଣି, ତାହାକୁ ସବୁ ବିଦେଶୀମାନଙ୍କ ଠାରୁ ମୁକ୍ତି କରି ଇନ-ସ୍ପେସର ମାଧ୍ୟମରେ ଘରୋଇ ଉଦ୍ୟୋଗଙ୍କୁ ମଧ୍ୟ ସହଯୋଗ କରି ଦେଶ ଆଜି ବିଜୟୀ ହେବା ପାଇଁ ଅଭିଯାନ ଆରମ୍ଭ କରୁଛି। ଆଜି ଘରୋଇ କ୍ଷେତ୍ର କେବଳ ବିକ୍ରେତା ଭାବରେ ରହିବ ନାହିଁ ବରଂ ସ୍ପେସ୍ କ୍ଷେତ୍ରରେ ବଡ଼ ବିଜେତାର ଭୂମିକା ନିର୍ବାହ କରିବ। ଭାରତର ସରକାରୀ ସ୍ପେସ୍ ସଂସ୍ଥାନଗୁଡ଼ିକର ସାମର୍ଥ୍ୟ ଏବଂ ଭାରତର ଘରୋଇ କ୍ଷେତ୍ର ଯେତେବେଳେ ପୂର୍ଣ୍ଣ ଭାବେ ଏକ ସାଥେ ଯୋଡ଼ି ହେବ ସେତେବେଳେ ସେଥିପାଇଁ ଆକାଶ ମଧ୍ୟ ଛୋଟ ପଡ଼ିବ। “ଏଭ୍ରି ସ୍କାଏ ଇଜ୍ ନଟ୍ ଦ ଲିମିଟ?”! ଯେପରି ଭାରତରେ ଆଇଟି କ୍ଷେତ୍ରରେ ସାମର୍ଥ୍ୟ ଆଜି ବିଶ୍ବ ଦେଖୁଛି, ସେହିଭଳି ଆଗାମୀ ଦିନରେ ଭାରତର ସ୍ପେସ୍ କ୍ଷେତ୍ରରେ ଶକ୍ତି ନୂତନ ଶିଖରରେ ହେବ, ଇନ-ସ୍ପେସ, ସ୍ପେସ ଉଦ୍ୟୋଗ, ଷ୍ଟାର୍ଟଅପ୍ସ ଏବଂ ଇସ୍ରୋ ମଧ୍ୟରେ ଟ୍ରାନ୍ସଫର ଅଫ୍ ଟେକ୍ନୋଲୋଜୀକୁ ମଧ୍ୟ ସୁବିଧା କରାଇବାର କାର୍ଯ୍ୟ କରିବ। ଘରୋଇ କ୍ଷେତ୍ର, ଇସ୍ରୋର ରିସୋର୍ସକୁ ବ୍ୟବହାର ମଧ୍ୟ କରିପାରିବ, ଇସ୍ରୋ ସହିତ ମିଶି କାମ କରିପାରିବ, ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି।

ସାଥୀମାନେ,

ସ୍ପେସ୍ ସେକ୍ଟରରେ ଏହି ସୁଧାର କରିବା ସମୟରେ, ମୋର ମନରେ ସବୁବେଳେ ଭାରତର ଯୁବଗୋଷ୍ଠୀଙ୍କର ଅସୀମ ସାମର୍ଥ୍ୟ ରହିଛି ଏବଂ ବର୍ତ୍ତମାନ ଯେଉଁ ଷ୍ଟାର୍ଟଅପ୍ସରେ ଯାଇ ମୁଁ ଆସିଛି, ବହୁତ ଛୋଟ ବୟସର ଯୁବକ ଏବଂ ବହୁତ ଦୃଢ଼ ସାହସିକତାର ସହିତ ପାଦ ଆଗକୁ ବଢ଼ାଉଛନ୍ତି, ତାଙ୍କୁ ଦେଖି, ତାଙ୍କ ଠାରୁ ଶୁଣି ମୋର ମନ ବହୁତ ପ୍ରସନ୍ନ ହୋଇଗଲା। ମୁଁ ଏହି ସମସ୍ତ ଯୁବକମାନଙ୍କୁ ଶୁଭେଚ୍ଛା ଜଣାଉଛି। ସ୍ପେସ୍ କ୍ଷେତ୍ରରେ ପ୍ରଥମେ ଯେଉଁ ବ୍ୟବସ୍ଥା ଥଲା ସେଥରେ ଭାରତର ଯୁବକମାନଙ୍କୁ ସେତିକି ସୁଯୋଗ ମିଳୁ ନ ଥିଲା।  ଦେଶର ଯୁବକମାନେ, ନିଜ ସହିତ ନବାଚାର, ଶକ୍ତି ଏବଂ ଉତ୍ସାହର ଅନ୍ବେଷଣକୁ ନେଇ ଆସୁଛନ୍ତି, ତାଙ୍କର ଦାୟିତ୍ବ ନେବାର କ୍ଷମତା ମଧ୍ୟ ବହୁତ ରହିଛି। ଏହା କୌଣସି ମଧ୍ୟ ଦେଶର ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଯଦି କୌଣସି ଯୁବକ କୌଣସି ଭବ୍ୟ ଏବଂ ବିଜ୍ଞାନ ଭବନ ତିଆରି କରିବାକୁ ଚାହିଁବେ ତେବେ ଆମେ ତାଙ୍କୁ କହିପାରିବୁ ଯେ ଏହା କେବଳ ପିଡବ୍ଲୁଡିରୁ ତିଆରି କର। ଯଦି କୌଣସି ଯୁବକ କିଛି ଅଭିବନ କରିବାକୁ ଚାହିଁବେ ତେବେ ତାହାକୁ କ’ଣ ଆମେ କହିପାରିବା ଯେ ଏହି କାମ କେବଳ ସରକାରଙ୍କ ସୁବିଧାରୁ ହିଁ ହେବ। ଏହା ଶୁଣିବାକୁ ବଡ଼ ଆଶ୍ଚର୍ଯ୍ୟ ଲାଗିଥାଏ କିନ୍ତୁ ଆମ ଦେଶରେ ଅଲଗା ଅଲଗା କ୍ଷେତ୍ରରେ ଏଭଳି ପରିସ୍ଥିତି ଥିଲା। ଏହା ଦେଶର ଦୁର୍ଭାଗ୍ୟ ଥିଲା ଯେ ସମୟ ସହିତ ନିୟମ ଏବଂ କଟକଣା ଏହା ମଧ୍ୟରେ ଯେଉଁ ଅନ୍ତର ରହିବା କଥା, ତାହାକୁ ଭୁଲିଗଲେ। ଆଜି ଯେତେବେଳେ ଭାରତର ଯୁବଗୋଷ୍ଠୀ, ରାଷ୍ଟ୍ର ନିର୍ମାଣରେ ଅଧକରୁ ଅଧକ ଭାଗିଦାର ହେବାକୁ ଚାଚୁଁଛନ୍ତି ସେତେବେଳେ ଆମେ ତାଙ୍କ ସମ୍ମୁଖରେ ଏହା ସର୍ତ୍ତ ରଖିବା ଉଚିତ ନୁହେଁ ଯେ ଯାହା କରିବାକୁ ହେବ, ସରକାରୀ ସର୍ତ୍ତାବଳୀରେ ହିଁ କର। ଏଭଳି ର୍ସ୍ତରୁ ସମୟ ଚାଲିଗଲା। ଆମର ସରକାର ଭାରତ ଯୁବଗୋଷ୍ଠୀଙ୍କ ସମ୍ମୁଖରେ ପ୍ରତ୍ୟେକ ଅବରୋଧକୁ ହଟାଉଛନ୍ତି, କ୍ରମାଗତ ଭାବେ ସୁଧାର ଆଣୁଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ଖୋଲିଦେବା, ଆଧୁନିକ ଡ୍ରୋନ ପଲିସି ତିଆରି କରିବା ହେଉ, ଜିଓ ସ୍ପାଟିଆଲ ଡାଟା ଗାଇଡଲାଇନ୍ସ କରିବା ହେଉ, ଟେଲିକମ ଆଇଟି ସେକ୍ଟରରେ ଓ୍ବାର୍କ ଫ୍ରମ ଏନି ହୋୟାର ସୁଗମତା ହେବାରେ ହେଉ, ସରକାର ପ୍ରତ୍ୟେକ ଦିଗରେ କାର୍ଯ୍ୟ କରୁଛନ୍ତି। ଆମର ଚେଷ୍ଟା ରହିଛି ଯେ ଆମେ ଭାରତର ଘରୋଇ କ୍ଷେତ୍ର ପାଇଁ ଅଧକରୁ ଅଧକ ବ୍ୟାପାର କ୍ଷେତ୍ରରେ ସୁଗମତାର ପରିବେଶ ପ୍ରସ୍ତୁତ କରିବା, ଯାହାଦ୍ବାରା ଦେଶର ଘରୋଇ କ୍ଷେତ୍ର, ଦେଶବାସୀଙ୍କର ଜୀବନଶୈଳୀରେ ସୁଗମତାରେ ସେତିକି ସାହାଯ୍ୟ କରିବା।

ସାଥୀମାନେ,

ଏଠାକୁ ଆସିବା ପୂର୍ବରୁ ବର୍ତ୍ତମାନ ମୁଁ ଇନ-ସ୍ପେସର ଟେକ୍ନିକାଲ ଲ୍ୟାବ ଏବଂ କ୍ଲିନ ରୁମ୍ ମଧ୍ୟ ଦେଖିଥଲି। ଏଠାରେ ସାଟେଲାଇଟର ଡିଜାଇନ, ଫେବ୍ରିକେସନ, ଆସେମ୍ଲି, ଇଣ୍ଟିଗ୍ରେସନ ଏବଂ ଟେଷ୍ଟିଂ ପାଇଁ ଆଧୁନିକ ଉପକରଣ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ। ଏଠାରେ ଆହୁରି ମଧ୍ୟ କେତେ ଆଧୁନିକ ସୁବିଧାମାନ ଏବଂ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରାଯିବ ଯାହା ସ୍ପେସ୍ ଉଦ୍ୟୋଗ ସାମର୍ଥ୍ୟ ବଢ଼ାଇବାରେ ସାହାଯ୍ୟ କରିବ। ଆଜି ମୋତେ ପ୍ରଦର୍ଶନୀ କ୍ଷେତ୍ରକୁ ମଧ୍ୟ ଦେଖିବାର, ସ୍ପେସ୍ ଉଦ୍ୟୋଗ ଏବଂ ସ୍ପେସ୍ ଷ୍ଟାର୍ଟଅପ୍ସ ଲୋକମାନଙ୍କ ସହ କଥାବାର୍ତ୍ତା ହେବାର ମଧ୍ୟ ସୁଯୋଗ ମିଳିବ। ମୋର ମନେ ଅଛି ଯେତେବେଳେ ଆମେ ସ୍ପେସ କ୍ଷେତ୍ରରେ ସୁଧାର କରିଥିଲୁ ସେତେବେଳେ କିଛି ଲୋକ ଆଶଙ୍କା ପ୍ରକାଶ କରୁଥିଲେ ଯେ ସ୍ପେସ ଉଦ୍ୟୋଗରେ କେଉଁ ପ୍ରାଇଭେଟ ପ୍ଲେୟର ଆସିବ? କିନ୍ତୁ ଆଜି ସ୍ପେସ କ୍ଷେତ୍ରରେ ଆସିଥିବା 60ରୁ ଅଧିକ ଭାରତୀୟ ପ୍ରାଇଭେଟ କମ୍ପାନିଗୁଡ଼ିକ, ଆଜି ବି ସେଥିରେ ଆଗକୁ ବଢୁଛି ଏବଂ ତାହାକୁ ଦେଖି ମୋତେ ଆଜି ଆହୁରି ଖୁସି ଲାଗିଲା, ମୋତେ ଗର୍ବ ଲାଗୁଛି ଯେ ଆମର ପ୍ରାଇଭେଟ ଇଣ୍ଡଷ୍ଟ୍ରିର ସାଥିମାନେ ଲଞ୍ଚ ଭାଇକେଲ୍, ସାଟେଲାଇଟ, ଗ୍ରାଉଣ୍ଡ ସେଗମେଣ୍ଟ ଏବଂ ସ୍ପେସ ଆପ୍ଲିକେସନ କ୍ଷେତ୍ରରେ ବହୁତ ଶୀଘ୍ର କାମ ଆରମ୍ଭ କରିଦେଇଛନ୍ତି। ପିଏସଏଲଭି ରକେଟର ନିର୍ମାଣ ପାଇଁ ମଧ୍ୟ ଭାରତର ପ୍ରାଇଭେଟ ପ୍ଲେୟର୍ସ ଆଗକୁ ଆସିଛନ୍ତି। ଏତିକି ନୁହେଁ, କେତେକ ପ୍ରାଇଭେଟ କମ୍ପାନିଗୁଡ଼ିକ ସେମାନେ ନିଜର ରକେଟର ଡିଜାଇନ ମଧ୍ୟ ତିଆରି କରିସାରିଛନ୍ତି। ଏହା ଭାରତର ସ୍ପେସ ସେକ୍ଟରର ଅସୀମିତ ସମ୍ଭାବନାର ଏକ ଝଲକ ମାତ୍ର ଅଟେ। ଏଥିପାଇଁ ମୁଁ ଆମର ବୈଜ୍ଞାନିକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଏହି ପୂର୍ଣ୍ଣା ମାତ୍ରାରେ ଯେଉଁ ନୂତନ ଦିଗ ଆସିଛି, ଏକ ନୂତନ ଶିଖରକୁ ଯିବାର ରାସ୍ତା ବାଛିଛୁ ସେଥିପାଇଁ ଯଦି ମୋତେ କାହାକୁ ବେଶୀ ଅଧିକ ଶୁଭେଚ୍ଛା ଦେବି, କାହାକୁ ଅଧିକ ଧନ୍ୟବାଦ ଦେବି ସେ ହେଉଛନ୍ତି ମୋର ଇସ୍ରୋର ଲୋକମାନଙ୍କୁ ଧନ୍ୟବାଦ ଦେବି। ଆମର ଇସ୍ରୋର ପୂର୍ବତନ ସଚିବ ଏଠାରେ ବସିଛନ୍ତି, ଯିଏ ଏହି ସାତ ବର୍ଷକୁ ଲିଡ୍ କରିଥିଲେ ଏବଂ ବର୍ତ୍ତମାନ ଆମର ସୋମନାଥ ଜୀ ଏହାକୁ ଆଗକୁ ବଢାଉଛନ୍ତି ଏବଂ ଏଥିପାଇଁ ମୁଁ ଏହାର ପୁରା ଶ୍ରେୟ ମୋରେ ଏହି ଇସ୍ରୋର ସାଥୀମାନଙ୍କୁ ଦେଉଛି। ଏହି ବୈଜ୍ଞାନିକମାନଙ୍କୁ ଦେଉଛି। ଏହା ଛୋଟ ନିର୍ଣ୍ଣୟ ନୁହେଁ ସାଙ୍ଗମାନେ ଏବଂ ଏହା ଷ୍ଟାର୍ଟଅପ୍ସବାଲାଙ୍କୁ ଜଣାଅଛି ଯେ ଏତେ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ପାଇଁ ସେ ହିନ୍ଦୁସ୍ଥାନକୁ ଆହୁରି ବିଶ୍ବକୁ ବହୁତ କିଛି ଦେବା ପାଇଁ ଦୃଢ଼ ସଂକଳ୍ପ ରଖିଛନ୍ତି ଏବଂ ଏଥିପାଇଁ ଏହାର ପୁରା ଶ୍ରେୟ ଇସ୍ରୋକୁ ଯାଉଛି। ସେମାନେ ଏହି କାମରେ ଆଗକୁ ବଢ଼ି ପାଦ ପକାଇଛନ୍ତି, ଜିନିଷଗୁଡ଼ିକୁ ଶୀଘ୍ର ଆଗକୁ ବଢ଼ାଇବାରେ ସେମାନେ ଚେଷ୍ଟା କରିଛନ୍ତି ଏବଂ ଯେଉଁଠି ନିଜର ମାଲିକାନା ଥିଲା, ସେ କହୁଥିଲେ ନାଁ ଆସନ୍ତୁ, ମୋର ଦେଶର ଯୁବକମାନେ, ଏହା ଆପଣଙ୍କର ଅଟେ, ଆପଣ ଆଗକୁ ବଢ଼ନ୍ତୁ। ଏହି ନିଜେ ବହୁତ ବଡ଼ କ୍ରାନ୍ତିକାରୀ ନିର୍ଣ୍ଣୟ ଅଟେ।

ସାଥୀମାନେ,

ଏହି ସମୟରେ ଆମେ ଆମର ସ୍ବାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଛୁ। ସ୍ବାଧୀନ ଭାରତରେ ଆମର ଯେଉଁ ସଫଳତାମାନ କୋଟି କୋଟି ଦେଶବାସୀଙ୍କୁ ପ୍ରେରଣା ଦେଉଛି, ତାଙ୍କୁ ଆତ୍ମବିଶ୍ବାସ ଦେଇଛି, ସେଥିରେ ଆମର ସ୍ପେସ୍ ଉପଲବ୍ଧିର ବିଶେଷ ଯୋଗଦାନ ଅଛି। ଇସ୍ରୋ ଯେତେବେଳେ କୌଣସି ରକେଟ ଲଞ୍ଚ କରିଥାଏ, କୌଣସି ଅଭିଯାନ ଅନ୍ତରୀକ୍ଷରେ ପଠାଇଥାଏ, ସେତେବେଳେ ପୁରା ଦେଶ ତାହା ସହିତ ଯୋଡ଼ି ହୋଇ ଯାଇଥାଏ, ଗର୍ବ ଅନୁଭବ ହୋଇଥାଏ। ଦେଶ ସେଥିପାଇଁ ପ୍ରାର୍ଥନାମାନ କରିଥାଏ ଏବଂ ଯେତେବେଳେ ସେ ସଫଳ ହୋଇଥାଏ ସେତେବେଳେ ପ୍ରତ୍ୟେକ ଦେଶବାସୀ ଆନନ୍ଦ, ଉଲ୍ଲାସ ଏବଂ ଗର୍ବରେ ତାହାର ଅଭିବ୍ୟକ୍ତି କରିଥାଏ ଏବଂ ସେହି ସଫଳତାକୁ ହିନ୍ଦୁସ୍ଥାନର ପ୍ରତ୍ୟେକ ନାଗରିକ ନିଜର ସଫଳତା ବୋଲି ମାନିଥାଏ। ଏବଂ ଯଦି କୌଣସି କିଛି ଅସୁବିଧା ହୋଇଥାଏ, କିଛି ଅକଳ୍ପନୀୟ ହୋଇଥାଏ, ତେବେ ମଧ୍ୟ ଦେଶ ନିଜର ବୈଜ୍ଞାନିକମାନଙ୍କ ସହିତ ଛିଡ଼ା ହୋଇ ତାଙ୍କର ସାହସ ବମାଇଥାଏ, କୌଣସି ବୈଜ୍ଞାନିକ ହୁଅନ୍ତୁ ବା ଚାଷୀ- ମୂଲିଆ ହୁଅନ୍ତୁ, ବିଜ୍ଞାନର କୌଶଳକୁ ବୁଝୁଥିବେ କିମ୍ବା ନ ବୁଝୁଥାଉ, ଏଥିରୁ ସବୁଠୁ ଉର୍ଦ୍ଧ୍ବରେ ଆମର ସ୍ପେସ ମିଶନ ଦେଶର ଜନଗଣଙ୍କ ମନରେ ମିଶନ ହୋଇ ଯାଇଥାଏ। ମିଶନ ଚନ୍ଦ୍ରଯାନ ସମୟରେ ଆମେ ଭାରତର ଏହି ଭାବନାତ୍ମକ ଏକତ୍ରିକରଣକୁ ଦେଖିଥିଲୁ। ଭାରତର ଅନ୍ତରୀକ୍ଷ ଅଭିଯାନ ଗୋଟିଏ ଭାବରେ ‘ଆତ୍ମନିର୍ଭର ଭାରତ’ର ସବୁଠାରୁ ବଡ଼ ପରିଚୟ ରହିଛି। ବର୍ତ୍ତମାନ ଯେତେବେଳେ ଏହି ଅଭିଯାନକୁ, ଭାରତର ପ୍ରାଇଭେଟ ସେକ୍ଟରକୁ ଶକ୍ତି ମିଳିବ, ସେତେବେଳେ ତାହାର ଶକ୍ତି କେତେ ଅଧିକ ବଢ଼ିଯିବ, ଆପଣମାନେ ଏହାକୁ ଅନୁମାନ କରିପାରୁଥିବେ।

ସାଥୀମାନେ,

ଏକଂବିଶ ଶତାବ୍ଦୀର ଏହି ସମୟରେ ଆପଣଙ୍କର – ଆମର ଜୀବନରେ ପ୍ରତ୍ୟେକ ଦିନ ସ୍ପେସ ଟେକ୍ନୋଲୋଜୀର ଭୂମିକା ବଢ଼ିବାରେ ଲାଗିଛି। ଯେତେ ଅଧକା ଭୂମିକା, ଯେତେ ଅଧିକ ଆବେଦନ, ସେତେ ଅଧିକ ସମ୍ଭାବନା। ଏକ ବିଂଶ ଶତାବ୍ଦୀରେ ସ୍ପେସ୍- ଟେକ ଏକ ବଡ଼ କ୍ରାନ୍ତିର ଆଧାର ହେବାକୁ ଯାଉଛି। ସ୍ପେସ୍-ଟେକ୍ ବର୍ତ୍ତମାନ କେବଳ ଦୂର ସ୍ପେସର ନୁହେଁ, ବରଂ ଆମର ବ୍ୟକ୍ତିଗତ ସ୍ପେସର ଟେକନେଲୋଜୀ ହେବାକୁ ଯାଉଛି। ସାମାନ୍ୟ ମାନବ ଜୀବନରେ ସ୍ପେସ ଟେକ୍ନୋଲୋଜୀ  ସାମିଲ ଅଛି। ସେ ଦିଗକୁ ପ୍ରାୟ ଧ୍ୟାନ ଦିଆଯାଏ ନାହିଁ। ଆମେ ଟିଭି ଖୋଲିଲେ, ଏତେଗୁଡ଼ିଏ ଚ୍ୟାନେଲ ଆମକୁ ଉପଲବ୍ଧ ହୋଇଥାଏ, କିନ୍ତୁ ବହୁତ କମ ଲୋକମାନଙ୍କୁ ଜଣାଯାଏ ଯେ ଏହା ସାଟେଲାଇଟ ସାହାଯ୍ୟରେ ହେଉଛି। କେଉଁଠିକୁ ଯିବା ଆସିବା ହେଉ, ଏହା ଦେଖିବାକୁ ହେବ ଯେ ଟ୍ରାଫିକ ଅଛି ନା ନାହିଁ। ସଂକୀର୍ଣ୍ଣ ରାସ୍ତା କେଉଁଟା ଅଛି, ଏହାସବୁ କାହା ସାହାଯ୍ୟରେ ହେଉଛି? ସାଟେଲାଇଟ ସାହାଯ୍ୟରେ ହେଉଛି। ସହରୀ ଯୋଜନାରେ ଏତେ କାମ ଅଛି କେଉଁଠି ରାସ୍ତା ତିଆରି ହେଉଛି, କେଉଁଠି ବ୍ରିଜ ତିଆରି କରାଯାଉଛି, କେଉଁଠି ସ୍କୁଲ, କେଉଁଠି ହସ୍ପିଟାଲ ତିଆରି ହେଉଛି, କେଉଁଠି ଗ୍ରାଉଣ୍ଡ ଓ୍ବାଟର ଟେବଲ ଚେକ୍ କରିବାକୁ ହେବ, ଇମ୍ଫ୍ରା ପ୍ରୋଜେକ୍ଟର ମନିଟରିଂ କରିବାକୁ ହେବ, ଏହି ସମସ୍ତ କାମ ସାଟେଲାଇଟ ସାହାଯ୍ୟରେ ହୋଇପାରୁଛି। ଆମର ଯେଉଁ କୋଷ୍ଟାଲ ଏରିଆ ଅଛି, ତାହାର ପ୍ଲାନିଂ ପାଇଁ, ତାହାର ଉନ୍ନତିକରଣରେ ମଧ୍ୟ ସ୍ପେସ୍ ଟେକ୍ନୋଲୋଜୀର ବଡ଼ ଭୂମିକା ରହିଛି। ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସାଟେଲାଇଟ ଜରିଆରେ ଫିସିଂ ଏବଂ ସାମୁଦ୍ରିକ ଝଡ଼ର ସୂଚନା ପୂର୍ବରୁ ମିଳି ଯାଇଥାଏ। ଆଜି ବର୍ଷାର ଯେଉଁ ଅନୁମାନ ଆସୁଛି ଏବଂ ପାଖାପାଖି ସଠିକ ବାହାରୁଛି। ସେହିଭଳି ଭାବରେ ଯେତେବେଳେ ସାଇକ୍ଲୋନ ଆସିଥାଏ, ପ୍ରକୃତ ତାହାର ଫଲ୍ ପଏଣ୍ଟ କ’ଣ ହେବ, କେଉଁ ଦିଗକୁ ଯିବ, କେତେ ଘଣ୍ଟା, କେତେ ମିନିଟରେ ସେ ଫଲ୍ କରିବ, ସେ ସମସ୍ତ କାର୍ଯ୍ୟ ସାଟେଲାଇଟ ସାହାଯ୍ୟରେ ମିଳୁଛି। ଏତିକି ନୁହେଁ, ଏଗ୍ରିକଲ୍ଚର କ୍ଷେତ୍ରରେ ସେ ଫସଲ ବୀମା ଯୋଜନା ହେଉ, ମୂର୍ତ୍ତିକା ସ୍ବାସ୍ଥ୍ୟ କାର୍ଡସର ଅଭିଯାନ ହେଉ, ସବୁଥିରେ ସ୍ପେସ ଟେକ୍ନୋଲୋଜୀର ବ୍ୟବହାର ହେଉଛି। ସ୍ପେସ ଟେକ୍ନୋଲୋଜୀ ବିନା ଆମେ ଆଜିର ଆଧୁନିକ ଏବିଏସନ ସେକ୍ନଟରର କଳ୍ପନା ମଧ୍ୟ କରିପାରିବୁ ନାହିଁ। ଏହା ସବୁ ସାଧାରଣ ମାନବ ଜୀବନ ସହିତ ଜଡ଼ିତ ବିଷୟ ଅଟେ। ଭବିଷ୍ୟତରେ ଆହୁରି ଆପଣଙ୍କୁ ଜଣାପଡ଼ିବ ଏଥର ବଜେଟରେ ଅଟେ ଟିଭି ମାଧ୍ୟମରେ ପିଲାମାନଙ୍କୁ ଟିଉସନ ଦେବା, ପଢ଼ାଇବାର ଏକ ବଡ଼ ଅଭିଯାନ କରିବାର ଯୋଜନା ବଜେଟରେ କହିଥଲୁ। ଏତିକି ନୁହେଁ, ଯେଉଁମାନେ କମ୍ପିଟେଟିଭ ପରୀକ୍ଷାରେ ଯାଉଛନ୍ତି ଏବଂ ଯେଉଁ ପିଲାମାନେ ଗାଁ ଛାଡ଼ି ବଡ଼ ସହରରେ ବହୁତ ମହଙ୍ଗା ଫିସ୍ ଦେଇ ଟିଉସନ ନେବାକୁ ପଡୁଛି, ତାହାକୁ ମଧ୍ୟ ସାଟେଲାଇଟ ମାଧ୍ୟମରେ ତାଙ୍କ ଘର ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ସିଲାବସ ପ୍ରସ୍ତୁତ କରିଥିଲୁ ଯାହା ଫଳରେ ପିଲାମାନଙ୍କୁ ସେମାନଙ୍କର ଅଧିକ ଖର୍ଚ୍ଚ କରିବାକୁ ନ ପଡୁ ଏବଂ ଗରିବରୁ ଅତି ଗରିବ ପିଲାମାନେ ମଧ୍ୟ ଭଲରୁ ଭଲ ଟିଉସନ ସାଟେଲାଇଟ ମାଧ୍ୟମରେ ନିଜ ଟିଭି ପରଦାରେ, ନିଜ ଲାପଟପ ସ୍କ୍ରିନରେ, ନିଜ ମୋବାଇଲରେ ଅତି ସହଜରେ ପାଇପାରିବେ, ସେହି ଦିଗରେ ଆମେ ଯାଉଛୁ।

ସାଥୀମାନେ,

ଭବିଷ୍ୟତରେ ଏହିଭଳି ଅନେକ କ୍ଷେତ୍ରରେ ସ୍ପେସ-ଟେକ୍ର ବ୍ୟବହାର ଅଧିକରୁ ଅଧିକ ବଢ଼ିବାକୁ ଯାଉଛି। ଆମେ କିଭଳି ସ୍ପେସ୍ ଟେକ୍ନୋଲୋଜୀକୁ ସାଧାରଣ ମଣିଷମାନଙ୍କ ପାଇଁ ଅଧିକରୁ ଅଧିକ ସୁଲଭ କରିପାରିବୁ, କିଭଳି ସ୍ପେସ ଟେକ ଛାଡ଼ିବାର ସହଜତାକୁ ବଢ଼ାଇବାର ମଧ୍ୟ ହେବ। ଏବଂ କିଭଳି ଆମେ ଏହି ଟେକ୍ନୋଲୋଜୀର ବ୍ୟବହାର ଦେଶର ବିକାଶ ଏବଂ ସାମର୍ଥ୍ୟ ପାଇଁ କରିପାରିବୁ, ଏହି ଦିଗରେ ଇନ-ସ୍ପେସ୍ ଏବଂ ପ୍ରାଇଭେଟ ପ୍ଲେୟର୍ସକୁ ଲଗାତାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଜିଓ ସ୍ପାର୍ଟିଆଲ ମ୍ୟାପିଂରୁ ମଧ୍ୟ ଯୋଡ଼ି ହୋଇଥିବା ଅନେକ ସମ୍ଭାବନା ଆମ ନିକଟରେ ଆଜି ସରକାରୀ ସାଟେଲାଇଟସର ବଡ଼ ଡେଟା ଉପଲବ୍ଧ ଅଛି। ବର୍ତ୍ତମାନ ଆଗାମୀ ସମୟରେ ପ୍ରାଇଭେଟ ସେକ୍ଟର ନିକଟରେ ମଧ୍ୟ ନିଜର ବହୁତ ଡେଟା ଥିବ। ଡେଟାର ଏହି ପୁଞ୍ଜି ଆପଣଙ୍କୁ ଦୁନିଆରେ ଆପଣଙ୍କୁ ବହୁତ ବଡ଼ ଶକ୍ତି ଦେବ। ବର୍ତ୍ତମାନ ସମୟରେ ଦୁନିଆରେ ସ୍ପେସ୍ ଇଣ୍ଡଷ୍ଟ୍ରିର ସାଇଜ ପାଖାପାଖି ୪୦୦ ବିଲିୟନ ଡଲାରର ଅଛି। ୨୦୪୦ ପର୍ଯ୍ୟନ୍ତ ଏହାର ଏକ ଟ୍ରିଲିୟନ ଡଲାରର ଶିଳ୍ପ ନିର୍ମିତ ହେବାର ସମ୍ଭାବନା ପଡ଼ି ରହିଛି। ଆଜି ଆମ ପାଖରେ ପ୍ରତିଭା ମଧ୍ୟ ଅଛି, ଅଭିଜ୍ଞତା ମଧ୍ୟ ଅଛି, କିନ୍ତୁ ଆଜି ଏହି ଇଣ୍ଡଷ୍ଟ୍ରିରେ ଆମର ଯୋଗଦେବା କେବଳ ଜନଭାଗିଦାରୀ ଅର୍ଥାତ ପ୍ରାଇଭେଟ ପାର୍ଟନରସିପ କେବଳ ୨ ପ୍ରତିଶତ ଅଛି। ଆମକୁ ଗ୍ଲୋବାଲ ସ୍ପେସ ଇଣ୍ଡଷ୍ଟ୍ରିରେ ଆମର ସେୟାର ବଢ଼ାଇବାକୁ ହେବ ଏବଂ ଏଥିରେ ଆମର ଘରୋଇ କ୍ଷେତ୍ରର ବଡ଼ ଭୂମିକା ରହିଛି। ମୁଁ ଆଗାମୀ ସମୟରେ ସ୍ପେସ ଟୁରିଜିମ ଏବଂ ସ୍ପେସ ଡିପ୍ଲୋମାସୀର କ୍ଷେତ୍ରରେ ମଧ୍ୟ ଭାରତର ମଜବୁତ ଭୂମିକା ଦେଖୁଛି। ଭାରତର ସ୍ପେସ କମ୍ପାନିଗୁଡ଼ିକ ଗ୍ଳୋବାଲ ହେଉ, ଆମ ନିକଟରେ ଗ୍ଲୋବାଲ ସ୍ପେସ କମ୍ପାନି ହେଉ, ଏହା ପୁରା ଦେଶ ପାଇଁ ଗୌରବର କଥା ଅଟେ।

ସାଥୀମାନେ,

ଆମ ଦେଶରେ ଅନନ୍ତ ସମ୍ଭାବନା ଅଛି, କିନ୍ତୁ ଅନନ୍ତ ସମ୍ଭାବନାଗୁଡ଼ିକ କେବେ ମଧ୍ୟ ସୀମିତ ପ୍ରୟାସ ଦ୍ବାରା ସାକାର ହୋଇ ନ ଥାଏ, ମୁଁ ଆପଣଙ୍କୁ ଆଶ୍ବସ୍ତ କରୁଛି ଯେ, ଦେଶର ସୈନିକମାନଙ୍କୁ ଆଶ୍ବସ୍ତ କରୁଛି, ବୈଜ୍ଞାନିକ ସ୍ବଭାବ ଥିବା, ବିପଦ ଗ୍ରହଣ କରିବାର କ୍ଷମତା ଥିବା ଯୁବକମାନଙ୍କୁ ଆଶ୍ବସ୍ତ କରିବାକୁ ଚାହିଁବି ଯେ ସ୍ପେସ କ୍ଷେତ୍ରରେ ସୁଧାରର ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଅନବରତ ଜାରି ରହିବ। ପ୍ରାଇଭେଟ ସେକ୍ଟରର ଆବଶ୍ୟକତାଗୁଡ଼ିକୁ ଧ୍ୟାନ ଦିଆଯାଉ, ବୁଝିବା ପାଇଁ ପ୍ରୟସା କରାଯାଉ, ବ୍ୟାପାରର ସମ୍ଭାବନାଗୁଡ଼ିକୁ ଆକଳନ କରାଯାଉ, ଏଥିପାଇଁ ଏକ ମଜବୁତ କ୍ରିୟା ବିଧି ତିଆରି କରାଯାଇଛି। ଇନ-ସ୍ପେସ୍ ଏହି ଦିଗରେ ପ୍ରାଇଭେଟ୍ ସେକ୍ଟରର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ସିଙ୍ଗଲ ଓ୍ବିଣ୍ଡୋ ଇଣ୍ଡିପେଣ୍ଡେଣ୍ଟ ନୋଲାଲ ଏଜେନ୍ସି ଭାବରେ କାମ କରିବ। ସରକାରୀ କମ୍ପାନିଗୁଡ଼ିକ, ସ୍ପେସ ଇଣ୍ଡଷ୍ଟ୍ରି, ଷ୍ଟାର୍ଟଅପ୍ସ ଏବଂ ପ୍ରତିଷ୍ଠାନ ମଧ୍ୟରେ ସାମଞ୍ଜସ୍ୟ ସହିତ ଆଗକୁ ବଢ଼ିବା ପାଇଁ ଭାରତ, ନୂଆ ଭାରତୀୟ ଅନ୍ତରୀକ୍ଷ ଜିଓ ଉପରେ ମଧ୍ୟ କାର୍ଯ୍ୟ କରୁଛି। ଆମେ ସ୍ପେସ କ୍ଷେତ୍ରରେ ବ୍ୟବସାୟ କରିବାର ସହଜତାକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ଶୀଘ୍ର ଏକ ପଲିସୀ ନେଇ ଆସିବାକୁ ଯାଉଛୁ।

ସାଥୀମାନେ,

ମାନବତାର ଭବିଷ୍ୟ, ତାହାର ବିକାଶ, ଆଗାମୀ ଦିନରେ ଏମିତି ଦୁଇଟି କ୍ଷେତ୍ର ଅଛି ଯେଉଁଠାରେ ସବୁଠୁ ଅଧିକ ପ୍ରଭାବୀ ହେବାକୁ ଯାଉଛି, ଆମେ ଯେତେ ଶୀଘ୍ର ତାହାର ଅନ୍ବେଷଣ କରିବୁ, ଦୁନିଆର ଏହି ପ୍ରତିଦ୍ବନ୍ଦ୍ବିତାରେ ଆମେ ବିନା ବିଳମ୍ବରେ ଯେତେ ଆଗକୁ ବଢ଼ିବୁ, ଆମେ ପରିସ୍ଥିତିକୁ ମଧ୍ୟ ଲିଡ୍ କରିପାରିବୁ। ନିୟନ୍ତ୍ରଣ ମଧ୍ୟ କରିପାରିବୁ ଏବଂ ସେ ଦୁଇଟି କ୍ଷେତ୍ର ହେଉଛି- ପ୍ରଥମଟି ସ୍ପେସ, ଦ୍ବିତୀୟଟି ହେଉଛି ସମୁଦ୍ର। ଏହା ବହୁତ ବଡ଼ ଶକ୍ତି ହେବାକୁ ଯାଉଛି ଏବଂ ଆଜି ଆମେ ନିତିମାନଙ୍କ ଦ୍ବାରା ସେହି ସବୁକୁ ଆଡ୍ରେସ କରିବାର ପ୍ରୟାସ କରୁଛୁ ଏବଂ ଦେଶର ଯୁବଗୋଷ୍ଟୀଙ୍କୁ ଏହା ସହିତ ଯୋଡ଼ି ହେବାକୁ ପ୍ରୋତ୍ସାହିତ କରୁଛୁ। ସ୍ପେସ ପାଇଁ ଆମର ଯୁବକମାନଙ୍କ ମଧ୍ୟରେ, ବିଶେଷ କରି ଛାତ୍ରମାନଙ୍କ ମଧ୍ୟରେ ଯେଉଁ ଜିଜ୍ଞାସା ରହିଛି ତାହା ଭାରତର ସ୍ପେସ ଉଦ୍ୟୋଗର ବିକାଶ ପାଇଁ ବଡ଼ ଶକ୍ତି ଅଟେ। ଏଥିପାଇଁ ଆମର ପ୍ରୟାସ ଏହା ହେଉଛି ଯେ ଦେଶରେ ହୋଇଥବା ହଜାର ହଜାର ଅଟଳ ଟିକରିଂଗ୍ ଲୋନ୍ସରେ ଛାତ୍ରମାନଙ୍କୁ ସ୍ପେସ ସହିତ ଜଡ଼ିତ ବିଷୟ ଉପରେ ନିରନ୍ତର ପରିଚିତ କରାଯାଉ, ସେମାନଙ୍କୁ ଅପଡେଟ୍ ରଖାଯାଉ। ମୁଁ ଦେଶର ସ୍କୁଲଗୁଡ଼ିକୁ ଏବଂ କଲେଜଗୁଡ଼ିକୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ନିଜର ବିଦ୍ୟାର୍ଥୀମାନଙ୍କୁ ସ୍ପେସ ସହିତ ଜଡ଼ିତ ଭାରତୀୟ ସଂସ୍ଥାଗୁଡ଼ିକ ଏବଂ କମ୍ପାନିଗୁଡ଼ିକ ବିଷୟରେ କୁହନ୍ତୁ। ତାଙ୍କର ଲ୍ୟାବ୍ସକୁ ପରିଦର୍ଶନ କରାନ୍ତୁ। ଏହି କ୍ଷେତ୍ରରେ ଯେପରି ଭାବରେ କ୍ରମାଗତ ଭାବେ ଭାରତୀୟ ପ୍ରାଇଭେଟ କମ୍ପାନିଗୁଡ଼ିକର ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି, ସେଥିରୁ ମଧ୍ୟ ସେମାନଙ୍କୁ ସାହାଯ୍ୟ ମିଳିବ। ଆପଣଙ୍କୁ ମନେ ଥିବ ଯେ ଭାରତରେ ପ୍ରଥମେ, ମୋତେ ଜଣା ନାହିଁ ଯେ ଏଭଳି କାହିଁକି ଥିଲା, କିନ୍ତୁ ଥିଲା, ମୋତେ ଏହି ଦାୟିତ୍ବ ମିଳିଲା ତାହାର ପୂର୍ବର ସ୍ଥିତି ଏହା ଥିଲା ଯେ ଯେତେବେଳେ ସାଟେଲାଇଟ ଲଞ୍ଚ ହେଉଥିଲା ସେତେବେଳେ ସେହି ପୁରା କ୍ଷେତ୍ରରେ କାହାକୁ ମଧ୍ୟ ପ୍ରବେଶ କରିବାକୁ ଦିଆଯାଉ ନ ଥିଲା। ଏବଂ ଆମ ଭଳି ଯେଉଁ ନେତାମାନେ ଥିଲେ ତାଙ୍କୁ ଭିଆଇପି ଭଳି ସେଠାରେ ୧୨-୧୫ ଜଣ ଲୋକମାନଙ୍କୁ ନିମନ୍ତ୍ରଣ କରି ଦେଖାଯାଉଥିଲା ଯେ ସାଟେଲାଇଟ ଲଞ୍ଚ ହେଉଛି ଏବଂ ଆମେ ମଧ୍ୟ ବହୁତ ଉତ୍ସାହର ସହିତ ଦେଖୁଥିଲୁ। କିନ୍ତୁ ମୋର ଭାବନା ଅଲଗା ଅଟେ, ମୋର କାମ କରିବାର କୌଶଳ ମଧ୍ୟ ଅଲଗା ଅଟେ। ତେବେ ମୁଁ ପ୍ରଥମ ଥର ସେଠାକୁ ପ୍ରଧାନମନ୍ତ୍ରୀ ଭାବରେ ଯାଇଥିଲି ସେଠାରେ ଆମେ ଏକ ନିର୍ଣ୍ଣୟ କରିଥିଲୁ, ଆମେ ଦେଖିଲୁ ଯେ ଦେଶର ଛାତ୍ରମାନଙ୍କ ଠାରେ ଇଚ୍ଛାଶକ୍ତି ରହିଛି, ଜିଜ୍ଞାସା ରହିଛି ଏବଂ ସେହି କଥାକୁ ଧ୍ୟାନ ରଖି ଯେଉଁଠାରୁ ଆମେ ସାଟେଲାଇଟ ଲଞ୍ଚ ହୋଇଥାଏ ସେହି ଶ୍ରୀହରିକୋଟାରେ ଆମେ ଏକ ବହୁତ ବଡ଼ ଲଞ୍ଚ ଦେଖିବାର, ଯେତେବେଳେ ସାଟେଲାଇଟ ଯାଇଥାଏ ତାହାକୁ ଦେଖିବା ପାଇଁ ଭିଉ ଗ୍ୟାଲେରୀର ନିର୍ମାଣ କଲୁ ଏବଂ କୌଣସି ମଧ୍ୟ ନାଗରିକ କୌଣସି ସ୍କୁଲର ବିଦ୍ୟାର୍ଥୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଦେଖିପାରିବ ଏବଂ ବସିବାର ବ୍ୟବସ୍ଥା ମଧ୍ୟ ଛୋଟ ନ ଥିଲା। ୧୦ ହଜାର ଲୋକ ବସିଲେ ଏହି ସାଟେଲାଇଟ ଲଞ୍ଚକୁ ଦେଖିପାରିବେ, ଏହାର ପ୍ରବନ୍ଧ ରଖାଯାଇଛି, ଜିନିଷ ଛୋଟ ଲାଗୁଛି କିନ୍ତୁ ଭାରତର ଜୀବନ ଉପରେ ଏହାର ବହୁତ ବଡ଼ ପ୍ରଭାବ ପଡୁଛି।

ସାଥୀମାନେ,

ଇନ-ସ୍ପେସ୍ ମୁଖ୍ୟାଳୟର ଲୋକାର୍ପଣ ଆଜି ହେଉଛି, ଗୋଟିଏ ପ୍ରକାରରେ ଗତିବିଧିର କେନ୍ଦ୍ର ହେବାରେ ଲାଗିଛି। ମୋତେ ଏହି କଥା ପାଇଁ ମଧ୍ୟ ଖୁସି ଲାଗୁଛି ଯେ ଗୁଜରାଟ ଅଲଗା ଅଲଗା କ୍ଷେତ୍ରରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ଼ ସଂସ୍ଥାନଗୁଡ଼ିକର ସେଣ୍ଟର ହେବାରେ ଲାଗିଛି। ମୁଁ ଭୂପେନ୍ଦ୍ର ଭାଇ ଏବଂ ତାଙ୍କର ପୁରା ଟିମକୁ, ଗୁଜରାଟ ସରକାରଙ୍କ ଆମର ସମସ୍ତ ସାଥୀମାନଙ୍କୁ ତାଙ୍କର ଏହି ପଦକ୍ଷେପ ପାଇଁ ପ୍ରୋଆକ୍ଟିଭ ପ୍ରତ୍ୟେକ ନିତିମାନଙ୍କୁ ସହଯୋଗ କରିବା ଯୋଗୁ ମୁଁ ହୃଦୟରୁ ତାଙ୍କୁ କୃତଜ୍ଞତା ଜଣାଉଛି, ଅଭିନନ୍ଦନ ଜଣାଉଛି। ଏବଂ ଆପଣମାନଙ୍କୁ ଜଣାଅଛି ଯେ ଏବେ କିଛି ସପ୍ତାହ ପୂର୍ବରୁ ଜାମନଗର ଠାରେ ‘ହୁ’ର ପାରମ୍ପରିକ ଔଷଧ ପାଇଁ ଗ୍ଲୋବାଲ ସେଣ୍ଟରର କାମ ଆରମ୍ଭ ହୋଇଛି, ରାଷ୍ଟ୍ରୀୟ ରକ୍ଷା ୟୁନିଭର୍ସିଟି ହେଉ, ନ୍ୟାସନାଲ ଲ’ ୟୁନିଭର୍ସିଟି ହେଉ, ପଣ୍ଡିତ ଦୀନଦୟାଲ ଏନର୍ଜି ୟୁନିଭର୍ସିଟି ହେଉ, ନ୍ୟାସନାଲ ଫରେନସିକ ସାଇନ୍ସ ୟୁନିଭର୍ସିଟି ହେଉ, ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ହେଉ, ଚିଲଡ୍ରେନ୍ସ ୟୁନିଭର୍ସିଟି ହେଉ, କେତେଗୁଡ଼ିଏ ନ୍ୟାସନାଲ ଇଣ୍ଡଷ୍ଟ୍ରି ଏହାର ଆଖପାଖରେ ରହିଛି। ଭାସ୍କରାଚାର୍ଯ୍ୟ ଇନଷ୍ଟିଚୁଟ୍ ଫର ସ୍ପେସ୍ ଆପ୍ଲିକେସନସ ଆଣ୍ଡ ଜିଓଇନଫରମେଟିକ୍ସ- ଅର୍ଥାତ ବିଆଇଏସଏଜି ଏହାର ସ୍ଥାପନା ଦେଶର ଅନ୍ୟ ରାଜ୍ୟର ମଧ୍ୟ ପ୍ରେରଣା ହୋଇଛି। ଏହି ବଡ଼ ସଂସ୍ଥାଗୁଡ଼ିକ ମଧ୍ୟରେ ବର୍ତ୍ତମାନ ଇନ-ସ୍ପେସ୍ ମଧ୍ୟ ଏହି ସ୍ଥାନର ପରିଚୟ ବଢ଼ାଇବ। ମୋର ଦେଶର ଯୁବକମାନଙ୍କୁ, ବିଶେଷକରି ଗୁଜରାଟ ଯୁବଗୋଷ୍ଠୀଙ୍କୁ ଅନୁରୋଧ କରିବି ଯେ ସେମାନେ ଏହି ସବୁଠାରୁ ଭଲ ଭାରତୀୟ ସଂସ୍ଥାଗୁଡ଼ିକର ଲାଭ ଉଠାନ୍ତୁ। ମୋତେ ପୂର୍ଣ୍ଣ ଭରସା ଅଛି, ଆପଣଙ୍କର ସକ୍ରିୟ ଭୂମିକା ଦ୍ବାରା ସ୍ପେସ୍ ସେକ୍ଟରରେ ନୂତନ ଶିଖରକୁ ହାସଲ କରିବ, ଏବଂ ଆଜିର ଏହି ଶୁଭ ଅବସରରେ ମୁଁ ବିଶେଷକରି ଯେଉଁ ପ୍ରାଇଭେଟ କ୍ଟେର ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଯେଉଁ ଯୁବକମାନେ ନୂଆ ସାହସ, ନୂଆ ସଂକଳ୍ପ ସହିତ ଆଗକୁ ଆସିଛନ୍ତି, ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛି ଏବଂ ବହୁତ ବହୁତ ଶୁଭକାମନା ଦେଉଛି। ମୁଁ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ମଧ୍ୟ ଏବଂ ଇସ୍ରୋର ପୁରା ଟିମକୁ ମଧ୍ୟ ଅନେକ ଅନେକ ଶୁଭକାମନା ଦେଉଛି, ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏବଂ ମୋତେ ବିଶ୍ବାସ ଅଛି ଗୋଏଙ୍କା ପ୍ରାଇଭେଟ ସେକ୍ଟରରେ ବହୁତ ସଫଳ ବ୍ୟକ୍ତିତ୍ବ ରହିଛନ୍ତି, ତାଙ୍କ ନେତୃତ୍ବରେ ଇନ-ସ୍ପେସ୍ ପ୍ରକୃତ ଅର୍ଥରେ ଯେଉଁ ସ୍ବପ୍ନ ଆମର ଅଛି ସେହି ସ୍ବପ୍ନକୁ ପୁରା କରିବାର ସାମର୍ଥ୍ୟକୁ ନେଇ ଆଗକୁ ବଢ଼ିବା, ଏହି ଅପେକ୍ଷା ସହିତ ଅନେକ ଅନେକ ଶୁଭକାମନା ସହିତ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”