“ବିପଦ ସମୟରେ କିଭଳି ପରିବର୍ତ୍ତନ ହୋଇପାରେ ତାହା ଭାରତ ବିଶ୍ୱକୁ ଦେଖାଇଛି” “୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସଙ୍କଟ ସମୟରେ ଭାରତ ଦ୍ୱାରା ପ୍ରଦର୍ଶିତ
କ୍ଷମତାକୁ ଅଧ୍ୟୟନ କରି ୧୦୦ ବର୍ଷ ପରେ ମାନବିକତା ନିଜ ପାଇଁ ଗର୍ବିତ ହେବ”
“ଆମେ ୨୦୧୪ ପରେ ଶାସନର ପ୍ରତ୍ୟେକ ଉପାଦାନକୁ ପୁନଃ କଳ୍ପନା, ପୁନଃ ଉଦ୍ଭାବନ କରିବାକୁ ନିଷ୍ପତ୍ତି ନେଇଛୁ”
“ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ସରକାର କିପରି କଲ୍ୟାଣକାରୀ ବିତରଣରେ ଉନ୍ନତି କରିପାରିବେ ତାହା ଆମେ ପୁନ ସଜ୍ଞ କଳ୍ପନା କରିଛୁ”
“ଗରିବ ଲୋକଙ୍କୁ ସଶକ୍ତ କରିବା ଏବଂ ପୂର୍ଣ୍ଣ ସମ୍ଭାବନା ଥିବା ଦେଶର ଦ୍ରୁତ ଅଭିବୃଦ୍ଧି ଦିଗରେ ସେମାନଙ୍କୁ ସହଯୋଗ କରିବାକୁ ସରକାରଙ୍କ ଧ୍ୟାନ ଥିଲା”
“ଆମ ସରକାର ଏପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ବିଭିନ୍ନ ଯୋଜନାରେ ୨୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି”
“ଆମେ ଶୂନ୍ୟରେ ଭିତ୍ତିଭୂମି ଦେଖିବାର ଅଭ୍ୟାସ ବନ୍ଦ କରିଛୁ ଏବଂ ଭିତ୍ତିଭୂମି ର୍ନିମାଣକୁ ଏକ ବୃହତ ରଣନୀତି ଭାବରେ ପୁନଃ ଚିତ୍ରିତ କରିଛୁ”
“ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୩.୫ ଲକ୍ଷ କିଲୋମିଟର ଗ୍ରାମାଞ୍ଚଳ ରାସ୍ତା ଏବଂ ୮୦ ହଜାର କିଲୋମିଟର ଜାତୀୟ ରାଜପଥ ର୍ନିମାଣ କରାଯାଇଛି”
“ମେଟ୍ରୋ ରେଳ ଲାଇନ୍‍ ଦୃଷ୍ଟିରୁ ଆଜି ଭାରତ ୫ ନମ୍ବରରେ ଅଛି ଏବଂ ଖୁବ୍ ଶୀଘ୍ର ଭାରତ ୩ ନମ୍ବର ହେବ”
“ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ କେବଳ ଭିତ୍ତିଭୂମି ର୍ନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇକୋନୋମିକ୍ ଟାଇମ୍ସ ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସଙ୍କଟ ସମୟରେ ଭାରତ ଦ୍ୱାରା ପ୍ରଦର୍ଶିତ କ୍ଷମତାକୁ ଅଧ୍ୟୟନ କରି ମାନବିକତା ମଧ୍ୟ ନିଜ ପାଇଁ ଗର୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶର ନାଗରିକଙ୍କ ସହ ସରକାରଙ୍କର କି ପ୍ରକାର ସମ୍ପର୍କ ରହିବା ଉଚିତ ତାହା ଆମେ ପୁନର୍ବାର ଅନୁଧ୍ୟାନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କିନ୍ତୁ ଆଜି ଏହା ମଧ୍ୟ ଗରିବ ଲୋକଙ୍କ ନିକଟରେ ପହଞ୍ଚୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ୪୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ନେବାପାଇଁ ୨୦୧୪ ପରେ ୧୦ କୋଟି ଶୌଚାଳୟ ର୍ନିମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇକୋନୋମିକ୍ ଟାଇମ୍ସ ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଟାଇମ୍ସ ଗ୍ରୁପର ଶ୍ରୀ ସମୀର ଜୈନ ମହାଶୟ, ଶ୍ରୀ ବିନୀତ ଜୈନ ମହାଶୟ, ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀକୁ ଆସିଥିବା ସମସ୍ତ ମହାନୁଭବ, ଉଦ୍ୟୋଗ ଜଗତର ସାଥୀ, ସିଇଓମାନେ, ଶିକ୍ଷାବିତ୍‌,  ମିଡିଆ ଜଗତର ବନ୍ଧୁ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ମୁଁ ମୋ କଥା ଉପରକୁ ଆସିବା ପୂର୍ବରୁ ଶିବ ଶକ୍ତି ଏବଂ ଲକ୍ଷ୍ମୀ ଉପାସନା ଆଡକୁ ଟିକେ, ଆପଣମାନେ ପ୍ରସ୍ତାବ ଦେଇଥିଲେ ଆୟକର ଟିକସ ବୃଦ୍ଧି କରିବା ପାଇଁ, ଜଣା ନାହିଁ ପରେ ଏହି ଲୋକମାନେ କଣ କରିବେ, କିନ୍ତୁ ଆପଣମାନଙ୍କ ସୂଚନା ପାଇଁ ଚଳିତ ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ଏବଂ ବିଶେଷ କରି ଯଦି ମହିଳାମାନେ ବ୍ୟାଙ୍କରେ ଜମା କରିବେ ଆଉ ଦୁଇ ବର୍ଷ ସମୟ ସ୍ଥିର କରନ୍ତି, ତେବେ ସେମାନଙ୍କୁ ଏକ ସୁନିଶ୍ଚିତ ସ୍ୱତନ୍ତ୍ର ପ୍ରକାରର ସୁଧ ଦିଆଯିବ ଆଉ ମୁଁ ବୁଝାଉଛି ଯେ, ଆପଣମାନେ ଯାହା କହୁଛନ୍ତି ତାହା ଏକ ଭଲ ପଦକ୍ଷେପ ଆଉ ବୋଧହୁଏ ଏହା ଆପଣମାନଙ୍କୁ ପସନ୍ଦ ଆସିବ। ଏବେ ଏହା ହେଉଛି ଆପଣମାନଙ୍କର ସଂପାଦକୀୟ ବିଭାଗର କାର୍ଯ୍ୟ, ସେମାନେ ସମସ୍ତ ବିଷୟ ଖୋଜି କେବେ ଉଚିତ ଲାଗିବ ତେବେ, ଏହାକୁ ସ୍ଥାନ ଦେବେ। ଦେଶ ଏବଂ ସାରା ବିଶ୍ୱରୁ ଆସିଥିବା, ବ୍ୟବସାୟ ନେତୃତ୍ୱଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି ।

ଏହା ପୂର୍ବରୁ ମୋତେ, 6 ମାର୍ଚ୍ଚ, 2020ରେ ଇଟି ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀରେ ସାମିଲ ହେବାର ସୁଯୋଗ ମିଳିଥିଲା । ଏପରି ଦେଖିବାକୁ ଗଲେ ତିନି ବର୍ଷର ସମୟ ବହୁତ ଦୀର୍ଘ ନୁହେଁ, କିନ୍ତୁ ଯଦି ଏହି ତିନି ବର୍ଷର ସ୍ୱତନ୍ତ୍ର ସମୟକୁ  ଦେଖିବା, ତେବେ ଲାଗୁଛି ସମଗ୍ର ବିଶ୍ୱ ଏକ ବହୁତ ଦୀର୍ଘ ସମୟ ଅତିକ୍ରମ କରିଛି । ଯେତେବେଳେ ଆମେ ଗତ ଥର ଏକାଠି ହୋଇଥିଲେ, ସେତେବେଳେ ମାସ୍କ, ଦୈନନ୍ଦିନ ଜୀବନର ଏକ ଅଂଶ ନ ଥିଲା । ଲୋକ ଚିନ୍ତା କରୁଥିଲେ ଯେ ଟିକା ତ କେବଳ ପିଲାଙ୍କ ପାଇଁ ଜରୁରୀ ଅବା ପୁଣି କୌଣସି ଗୁରୁତର ରୋଗରେ ପଡିଥିବା ରୋଗୀଙ୍କ ପାଇଁ ହେଉଛି ଜରୁରୀ । ଅନେକ ଲୋକ ସେତେବେଳେ ଖରା ଛୁଟିରେ ବୁଲିବାକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । କେତେ ଲୋକ ହୋଟେଲ ବୁକ୍ କରିଥିଲେ । କିନ୍ତୁ 2020ର ସେହି ଇଟି ସମ୍ମିଳନୀର ଠିକ୍ ପାଂଚ ଦିନ ପରେ ଡବ୍ଲ୍ୟୁଏଚଓ ‘ହୁ’ କୋଭିଡ଼କୁ ମହାମାରୀ ଘୋଷଣା କରି ଦେଲେ । ଆଉ ପୁଣି ଆମେ ଦେଖିଲୁ ଯେ କିଛି ହିଁ ସମୟ ମଧ୍ୟରେ ସମଗ୍ର ବିଶ୍ୱ ହିଁ ବଦଳି ଗଲା । ଏହି ତିନି ବର୍ଷରେ ସମଗ୍ର ବିଶ୍ୱ ବଦଳି ଯାଇଛି, ବୈଶ୍ୱିକ ବ୍ୟବସ୍ଥାମାନ ବଦଳି ଯାଇଛି ଆଉ ଭାରତ ମଧ୍ୟ ବଦଳି ଯାଇଛି । ବିଗତ କିଛି ସମୟରେ ଆମେ ସମସ୍ତେ ଆଂଟି- ଫ୍ରାଜାଇଲର ଉତ୍ସାହଜନକ ଧାରଣା ଉପରେ ଅନେକଗୁଡ଼ିଏ ଚର୍ଚ୍ଚା ଶୁଣିଛେ । ଆପଣ ସମସ୍ତେ ବ୍ୟବସାୟ ଜଗତର ହେଉଛନ୍ତି ବୈଶ୍ୱିକ ନେତୃତ୍ୱ । ଆପଣମାନେ ଆଂଟି- ଫ୍ରାଜାଇଲର ଅର୍ଥ ଏବଂ ତାହାର ଭାବନାକୁ ଭଲ ଭାବେ ବୁଝୁଛନ୍ତି । ଏଭଳି ଏକ ବ୍ୟବସ୍ଥା ଯାହା ନା କେବଳ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବ, ବରଂ ସେହିସବୁ ପରିସ୍ଥିତିଗୁଡ଼ିକର ହିଁ ଉପଯୋଗ କରି ଆହୁରି ଅଧିକ ସୁଦୃଢ଼ ହୋଇଯିବ, ବିକଶିତ ହୋଇଯିବ ।

ମୁଁ ଯେତେବେଳେ ଆଂଟି- ଫ୍ରାଜାଇଲର ଧାରଣା ବିଷୟରେ ଶୁଣିଲି, ତେବେ ସର୍ବ ପ୍ରଥମେ ମୋ ମନରେ 140କୋଟି ଭାରତୀୟଙ୍କ ସାମୁହିକ ସଂକଳ୍ପ ଶକ୍ତିର ଛବି ନାଚି ଉଠିଲା । ବିଗତ 3 ବର୍ଷରେ ଯେତେବେଳେ ବିଶ୍ୱ, କେବେ କରୋନା, କେବେ ଯୁଦ୍ଧ, କେବେ ପ୍ରାକୃତିକ ବିପର୍ଯ୍ୟୟର ଆହ୍ୱାନ ମଧ୍ୟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ଏବଂ ଭାରତର ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କଲେ । ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ଆଂଟି- ଫ୍ରାଜାଇଲ ହେବାର ପ୍ରକୃତ ଅର୍ଥ କ’ଣ ହୋଇଥାଏ । ଆପଣ ଚିନ୍ତା କରନ୍ତୁ, କେବେ ପ୍ରଥମେ ଫ୍ରାଜାଇଲ ଫାଇଭ ହେବାର ପ୍ରକୃତ ଅର୍ଥ କ’ଣ ହୋଇଥାଏ, ସେତେବେଳେ ଏବେ ଭାରତର ପରିଚୟ ଆଂଟି- ଫ୍ରାଜାଇଲକୁ ନେଇ ହେବାରେ ଲାଗିଛି । ଭାରତ ସାରା ବିଶ୍ୱକୁ ସମ୍ପୁର୍ଣ୍ଣ ବିଶ୍ୱାସର ସହିତ ଦେଖାଇ ଦେଇଛି ଯେ ବିପଦକୁ କିଭଳି ସୁଯୋଗରେ ବଦଳାଇ ଦିଆ ଯାଇପାରେ ।

100 ବର୍ଷରେ ଆସିଥିବା ଏହି ସବୁଠାରୁ ବଡ଼ ସଙ୍କଟ ସମୟ, ଭାରତ ଯେଭଳି ଭାବରେ ନିଜର ସାମର୍ଥ୍ୟ ଦେଖାଇଲା, ତାହାର ଅଧ୍ୟୟନ କରି 100 ବର୍ଷ ପରେ ମାନବ ଜାତି ମଧ୍ୟ ନିଜ ଉପରେ ଗର୍ବ କରିବ । ଆଜି ଏହି ସାମର୍ଥ୍ୟ ଉପରେ ବିଶ୍ୱାସ କରି ଭାରତ ଏକବିଂଶ ଶତାବ୍ଦୀର ତୃତୀୟ ଦଶକର ମୂଳଦୁଆ ପ୍ରସ୍ତୁତ କରିଛି, ବର୍ଷ 2023ରେ ପ୍ରବେଶ କରିଛି । ଭାରତର ଏହି ସାମର୍ଥ୍ୟର ସ୍ୱର ଆଜି ଇଟି ବୈଶ୍ୱିକ ସମ୍ମିଳନୀରେ ମଧ୍ୟ ଶୁଣିବାକୁ ମିଳୁଛି ।

ବନ୍ଧୁଗଣ,

ଆପଣମାନେ ଚଳିତ ବର୍ଷର ଇଟି ବୈଶ୍ୱିକ ବ୍ୟବସାୟିକ ସମ୍ମିଳନୀର ଥିମ୍ ‘ବ୍ୟବସାୟର ପୁନଃ କଳ୍ପନା, ବିଶ୍ୱର ପୁନଃ ଚିତ୍ରଣ’(‘ରିଇମାଜିନ ବିଜନେସ୍‌, ରିଇମାଜିନ୍ ଦ ୱାର୍ଲ୍ଡ’) ଏହି ଥିମ୍ ଆପଣମାନେ ରଖିଛନ୍ତି । ଏମିତିରେ ମୋତେ ଜଣାନାହିଁ ଯେ ପୁନଃ କଳ୍ପନା ବା ପୁନଃ ଚିତ୍ରଣ ଭଳି ଥିମ୍ କେବଳ ଅନ୍ୟମାନଙ୍କ ପାଇଁ ଅବା ପୁଣି ମୋର ମତାମତ ବ୍ୟକ୍ତ କରୁଥିବା ଲୋକଙ୍କ ପାଇଁ ମଧ୍ୟ ସେମାନେ ମଧ୍ୟ କ’ଣ ଲାଗୁ କରିବେ? ଆମର ଏଠାରେ ତ’ ଅଧିକାଂଶ ମତାମତ ବ୍ୟକ୍ତ କରୁଥିବା ଲୋକ ପ୍ରତି ଛଅ ମାସରେ ଗୋଟିଏ ହିଁ ଉତ୍ପାଦକୁ ପୁନଃ-ପ୍ରଚଳନ, ପୁଣି-ଆଉଥରେ ପୁନଃ ପ୍ରଚଳନ ଲାଗି  ସେଥିରେ ବ୍ୟସ୍ତ ରହିଥାଆନ୍ତି । ଆଉ ଏହି ପୁନଃ ପ୍ରଚଳନରେ ମଧ୍ୟ ସେମାନେ ପୁନଃ କଳ୍ପନା ବା ପୁନଃ ଚିତ୍ରଣ କରି ନ ଥାଆନ୍ତି । ଛାଡ଼ନ୍ତୁ, ବହୁତ ବୁଦ୍ଧିମାନ ଲୋକ ଏଠାରେ ବସିଛନ୍ତି, ଯାହା ମଧ୍ୟ ହେଉ, କିନ୍ତୁ ଏହା ଆଜିକାର ସମୟର ହେଉଛି ବହୁତ ପ୍ରାସଙ୍ଗିକ ଥିମ୍। କାରଣ ଯେତେବେଳ ଦେଶ ଆମକୁ ସେବା କରିବାର ସୁଯୋଗ ଦେଲା, ସେତେବେଳେ ଆମେ ପ୍ରଥମେ ଏହି କାର୍ଯ୍ୟ କଲୁ, ଆରେ ଭାଇ, ପୁନଃ କଳ୍ପନା ବା ପୁନଃ ଚିତ୍ରଣ କର । 2014 ରେ ଏହି ସ୍ଥିତି ଥିଲା ଯେ ଲକ୍ଷ- ଲକ୍ଷ, କୋଟି-କୋଟିର ଭ୍ରଷ୍ଟାଚାର ଯୋଗୁଁ ଦେଶର ଭବିଷ୍ୟତକୁ ନେଇ ବାଜି ଲାଗିଥିଲା । ଭ୍ରଷ୍ଟାଚାର ଯୋଗୁଁ ଗରିବ, ନିଜ ଅଧୀକାରର ଜିନିଷ ପାଇଁ ମଧ୍ୟ ବ୍ୟାକୁଳ ହେଉଥିଲା। ଯୁବକମାନଙ୍କର ଆକାଂକ୍ଷା, ପରିବାରବାଦ ଏବଂ ଭାଇ- ପୁତୁରାବାଦର ବଳି ଚଢ଼ି ଯାଉଥିଲା। ନୀତିଗୁଡ଼ିକରେ ସ୍ଥାଣୁତା ଯୋଗୁଁ ଭିତିଭୂମି ପ୍ରକଳ୍ପ ଗୁଡ଼ିକ ବର୍ଷ ବର୍ଷ ଧରି ବିଳମ୍ବ ହେଉଥିଲା। ଏହି ଚିନ୍ତାଧାରା ଏବଂ ଅଭିବ୍ୟକ୍ତି ଯୋଗୁଁ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିବା କଷ୍ଟକର ଥିଲା। ଏଥିପାଇଁ ଆମେ ସ୍ଥିର କଲୁ ଯେ ପ୍ରଶାସନର ପ୍ରତ୍ୟେକ ଏକକ ଉପାଦାନକୁ ପୁନଃ ଚିତ୍ରଣ କରିବା, ପୁନଃ-ଆବିଷ୍କାର କରିବା। ସରକାର, ଗରିବମାନଙ୍କୁ ସଶକ୍ତ କରିବା ପାଇଁ କଲ୍ୟାଣକର ଯୋଜନାର କାର୍ଯ୍ୟକାରିତାରେ କିପରି ସୁଧାର ଆସିବ, ଆମେ ତାହା ପୁନଃ ଚିତ୍ରଣ କଲୁ । ସରକାର ଅଧିକ ଦକ୍ଷତାର ସହିତ କିଭଳି ଭିତିଭୂମି ନିର୍ମାଣ କରି ପାରିବେ, ଆମେ ପୁନଃ ଚିତ୍ରଣ କଲୁ । ସରକାରଙ୍କର ଦେଶର ନାଗରିକମାନଙ୍କ ସହିତ କିଭଳି ସମ୍ପର୍କ ରହିବ, ଆମେ ଏହା ପୁନଃ ଚିତ୍ରଣ କଲୁ । ମୁଁ ଆପଣମାନଙ୍କୁ କଲ୍ୟାଣକର ଯୋଜନା ସହିତ କିପରି ଯୋଡ଼ିବୁ ତାହାର ପୁନଃ କଳ୍ପନା ବା ପୁନଃ ଚିତ୍ରଣ ଉପରେ ବିସ୍ତୃତ ଭାବରେ କହିବାକୁ ଚାହୁଁଛି ।

ଗରିବମାନଙ୍କ ପାଖରେ ମଧ୍ୟ ବ୍ୟାଙ୍କ ଆକାଂଉଟ ରହୁ, ଗରିବଙ୍କୁ ମଧ୍ୟ ବ୍ୟାଙ୍କରୁ ଋଣ ମିଳୁ, ଗରିବଙ୍କୁ ନିଜର ଘର ଏବଂ ସମ୍ପତି ଉପରେ ଅଧିକାର ମିଳୁ, ସେମାନଙ୍କୁ ଶୌଚାଳୟ, ବିଜୁଳି ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ କିମ୍ବା ଦ୍ରୁତ ଇଂଟରନେଟ୍ ଯୋଗଯୋଗ ମିଳୁ, ଏଗୁଡ଼ିକର ଆବଶ୍ୟକତା ରହିଥିବା କଥା ପୂର୍ବରୁ ଏତେ ପରିମାଣରେ ବୁଝା ଯାଉ ନ ଥିଲା । ଏହି ଚିନ୍ତାଧାରାକୁ ବଦଳାଇବା, ପୁନଃ ଚିତ୍ରଣ କରାଯିବାର ବହୁତ ଆବଶ୍ୟକ ଥିଲା । କିଛି ଲୋକ ଗରିବୀ ହଟାଓ କଥା ଯଦିଓ କହୁଥିଲେ, କିନ୍ତୁ ବାସ୍ତବରେ ଏହା ସତ୍ୟ ଥିଲା ଯେ ପ୍ରଥମେ ଗରିବମାନଙ୍କୁ ଦେଶ ଉପରେ ବୋଝ ବୋଲି ବିବେଚନା କରାଯାଉଥିଲା । ସେଥିପାଇଁ ସେମାନଙ୍କୁ ନିଜ ପରିସ୍ଥିତି ଉପରେ ଛାଡି ଦିଆଯାଇଥିଲା । ଯେତେବେଳେ କି ଆମର ଦୃଷ୍ଟି ଗରିବଙ୍କୁ ସଶକ୍ତ କରିବା ଉପରେ ଅଛି, ଫଳରେ ଦେଶର ଦ୍ରୁତ ବିକାଶରେ ନିଜର ସମ୍ପୁର୍ଣ୍ଣ ସାମର୍ଥ୍ୟ ସହିତ ସେମାନେ ଯୋଗଦାନ କରି ପାରିବେ । ନଗଦ ସୁବିଧା ହସ୍ତାନ୍ତରର ଉଦାହରଣ ଆପଣମାନଙ୍କୁ ଭଲ ଭାବରେ ଦୃଷ୍ଟିଗୋଚର ହେଉଥିବ । ଆପଣମାନେ ଜାଣିଛନ୍ତି ଯେ ଏଠାରେ ଆମର ସରକାରୀ ଯୋଜନା ଗୁଡ଼ିକରେ ଦୁର୍ନିତୀ, ବାଟମାରଣା ଏବଂ ମଧ୍ୟସ୍ଥି ଏହି ସମସ୍ତ କଥା ସାଧାରଣ ଭାବରେ ପ୍ରଚଳିତ ହେଉଥିଲା । ଆଉ ସମାଜ ମଧ୍ୟ ଏହାକୁ ସ୍ୱାଭାବିକ ଭାବେ ସ୍ୱୀକାର କରି ନେଇଥିଲା । ସରକାରମାନଙ୍କର ବଜେଟ, ସରକାରଙ୍କର ବ୍ୟୟ ବଢ଼ି ଚାଲିଲା, କିନ୍ତୁ ଦାରିଦ୍ର‌୍ୟ ମଧ୍ୟ ବଢ଼ି ଚାଲିଲା । ଆଜିଠାରୁ ଚାରି ଦଶକ ପୂର୍ବେ ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମହାଶୟ କହିଥିଲେ ଯେ, ଜନ କଲ୍ୟାଣ ପାଇଁ ଦିଲ୍ଲୀରୁ ଏକ ଟଙ୍କା ପଠାଯାଉଛି, ତେବେ ହିତାଧିକାରୀଙ୍କ ପାଖରେ ପହଂଚୁ- ପହଂଚୁ ତାହା 15 ପଇସା ହୋଇ ଯାଉଛି । କେଉଁ ପଞ୍ଝା ଘୋଷାରୁ ଥିଲା ମୋତେ ଜଣା ନାହିଁ । ଆମ ସରକାର ଏ ପର୍ଯ୍ୟନ୍ତ ଭିନ୍ନ- ଭିନ୍ନ ଯୋଜନା ଅଧୀନରେ ଡିବିଟି କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ 28 ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରି ସାରିଛନ୍ତି । ଏବେ ଆପଣ ଚିନ୍ତା କରନ୍ତୁ ରାଜୀବ ଗାନ୍ଧୀ ମହାଶୟ ଯାହା କହିଥିଲେ, ସେହି କଥାକୁ ଯଦି ମୁଁ ଆଜିର କଥା ସହିତ ଯୋଡ଼ିବି, ତେବେ 1 ଟଙ୍କାରେ 15 ପଇସା ପହଂଚିବା କଥା ଧରିବି, ତେବେ 85 ପ୍ରତିଶତ ଅର୍ଥାତ 24 ଲକ୍ଷ କୋଟି ଟଙ୍କା ଅନ୍ୟ କାହାର ପକେଟକୁ ଚାଲି ଯାଇ ଥାଆନ୍ତା, କେହି ଲୁଟି ନେଇ ଥାଆନ୍ତା, ରଫାଦଫା ହୋଇ ଯାଇଥାଆନ୍ତା । କେବଳ 4 ଲକ୍ଷ କୋଟି ଟଙ୍କା ଗରିବଙ୍କ ପାଖରେ ପହଂଚି ଥାଆନ୍ତା, କିନ୍ତୁ ମୁଁ ପୁନଃ କଳ୍ପନା ବା ପୁନଃ ଚିତ୍ରଣ କଲି, ଡିବିଟି ବ୍ୟବସ୍ଥାକୁ ପ୍ରାଥମିକତା ଦେଲି, ଆଜି ଏକ ଟଙ୍କା ଦିଲ୍ଲୀରୁ ଯାଉଛି, ତେବେ 100 ରୁ 100 ପଇସା ସେମାନଙ୍କ ପାଖରେ ପହଂଚୁଛି । ଏହା ହେଉଛି ପୁନଃ କଳ୍ପନା ବା ପୁନଃ ଚିତ୍ରଣ ।

ସାଥୀଗଣ,

କେବେ ନେହେରୁ ମହାଶୟ କହିଥିଲେ ଯେ ଯେଉଁ ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଶୌଚାଳୟର ସୁବିଧା ଥିବ, ସେହି ଦିନ ଆମେ ଜାଣି ପାରିବା ଯେ ଦେଶ ବିକାଶର ଏକ ନୂତନ ଶୀଖରରେ ଅଛି । ମୁଁ ସେହି ପଣ୍ଡିତ ନେହେରୁ ମହାଶୟଙ୍କ କଥା କହୁଛି । କେତେ ବର୍ଷ ପୂର୍ବର କଥା ହୋଇଥିବ, ଆପଣମାନେ ଅନୁମାନ କରି ପାରିବେ, ଅର୍ଥାତ ନେହେରୁ ମହାଶୟଙ୍କୁ ମଧ୍ୟ ସମସ୍ୟା ବିଷୟରେ ଜଣାଥିଲା, କିନ୍ତୁ ସମାଧାନର ତତ୍ପରତା ଦୃଷ୍ଟିକୁ ଆସିଲା ନାହିଁ ଆଉ ଏହି କାରଣରୁ ଦେଶର ବହୁତ ବଡ଼ ଅଂଶ ଦୀର୍ଘ ସମୟ ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଂଚିତ ରହିଲେ । 2014ରେ ଯେତେବେଳେ ଆମକୁ ସେବା କରିବାର ସୁଯୋଗ ମିଳିଲା, ସେତେବେଳେ ଦେଶର ଗ୍ରାମାଂଚଳରେ ପରିମଳର ବ୍ୟାପକତା 40 ପ୍ରତିଶତରୁ ମଧ୍ୟ କମ୍ ଥିଲା। ଆମେ ଏତେ କମ୍ ସମୟରେ 10କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କଲୁ, ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲୁ । ଆଜି ଦେଶର ଗ୍ରାମାଂଚଳରେ ପରିମଳର ବ୍ୟାପକତା 100 ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି ।

ମୁଁ ଆପଣମାନଙ୍କୁ ଆକାଂକ୍ଷିତ ଜିଲ୍ଲାଗୁଡ଼ିକର ମଧ୍ୟ ଉଦାହରଣ ଦେବାକୁ ଚାହୁଁଛି । ପୁନଃ କଳ୍ପନା ବା ପୁନଃ ଚିତ୍ରଣ ଭଳି ବିଷୟ ଆପଣମାନେ ଯାହା ରଖିଛନ୍ତି, ତେବେ ମୁଁ ସେହି ପରିସରକୁ ଯାଇ ନିଜକୁ ନିଜେ ରଖିବାକୁ ଚାହୁଁଛି । ପରିସ୍ଥିତି ଏଭଳି ଥିଲା ଯେ ବର୍ଷ 2014ରେ ଦେଶରେ 100ରୁ ଅଧିକ ଏଭଳି ଜିଲ୍ଲା ଥିଲା, ଯାହାକୁ ବହୁତ ପଛୁଆ ଅଂଚଳ ଭାବେ ବିବେଚନା କରାଯାଉଥିଲା । ଏହି ଜିଲ୍ଲାଗୁଡ଼ିକର ପରିଚୟ ଥିଲା- ଗରିବୀ, ପଛୁଆ, ନା ସଡ଼କ, ନା ପାଣି, ନା ସ୍କୁଲ, ନା ବିଜୁଳି, ନା ହସ୍ପାତାଳ, ନା ଶିକ୍ଷା, ନା ରୋଜଗାର। ଆଉ ଏଥିରେ ଆମ ଦେଶର ଅଧିକାଂଶ ଆଦିବାସୀ ଭାଇ ଭଉଣୀମାନେ ଏହି ଅଂଚଳରେ ବସବାସ କରୁଥିଲେ। ଆମେ ପଛୁଆ ଅଂଚଳ ଏଭଳି ପରିକଳ୍ପନାକୁ ପୁନଃ ଚିତ୍ରଣ କଲୁ ଆଉ ଏହିସବୁ ଜିଲ୍ଲାଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲା ଭାବରେ ଘୋଷଣା କଲୁ। ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ ଅଫିସରମାନଙ୍କୁ ଦଣ୍ଡ ଦିଆଯିବା ପାଇଁ ନିଯୁକ୍ତି କରି ପଠା ଯାଉଥିଲା । ଆଜି ସେଠାରେ ଶ୍ରେଷ୍ଠ ଏବଂ ଯୁବ ଅଫିସରମାନଙ୍କୁ ମୁତୟନ କରାଯାଉଛି ।

ଆଜି କେନ୍ଦ୍ର ସରକାର, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ, ରାଜ୍ୟ ସରକାରମାନେ, ଜିଲ୍ଲା ପ୍ରଶାସନ ସମସ୍ତେ ମିଳିମିଶି ଏହି ଜିଲ୍ଲା ଗୁଡିକରେ ଆମୁଳଚୂଳ ପରିବର୍ତନ ପାଇଁ ସମ୍ପୂର୍ଣ୍ଣ ପରିଶ୍ରମ ସହିତ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଆମକୁ ଭଲ ପରିଣାମ ମଧ୍ୟ ମିଳିବାରେ ଲାଗିଛି ଆଉ ଏହାର ମଧ୍ୟ ରିୟଲ ଟାଇମ୍ ନିରୀକ୍ଷଣ କରାଯାଉଛି, ଟେକ୍ନୋଲୋଜିର ଭରପୁର ଉପଯୋଗ କରାଯାଉଛି । ଏବେ ଯେପରି ୟୁପିର ଆକାଂକ୍ଷିତ ଜିଲ୍ଲା ଫତେହପୁରରେ ଆନୁଷ୍ଠାନିକ ପ୍ରସବ ହାର 47 ପ୍ରତିଶତରୁ ବୃଦ୍ଧି ପାଇ 91 ପ୍ରତିଶତ ହୋଇଯାଇଛି ଆଉ ସେଥିପାଇଁ ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ବହୁତ ହ୍ରାସ ପାଇଛି । ମଧ୍ୟ ପ୍ରଦେଶର ଏକ ଆକାଂକ୍ଷିତ ଜିଲ୍ଲା ବଡ଼ୱାନୀ ସେଠାରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ପିଲାଙ୍କ ସଂଖ୍ୟା 40 ପ୍ରତିଶତରୁ ବୃଦ୍ଧି ପାଇ ଏବେ 90 ପ୍ରତିଶତ ହୋଇଯାଇଛି, ପିଲାମାନଙ୍କ ଜୀବନର ଚିନ୍ତା କରାଯାଇଛି । ମହାରାଷ୍ଟ୍ରର ଏକ ଆକାଂକ୍ଷିତ ଜିଲ୍ଲା ୱାସିମରେ, ଟିବି ଚିକିତ୍ସାର ସଫଳତା ହାର 40 ପ୍ରତିଶତ ଥିଲା, ଏବେ ତାହା ବୃଦ୍ଧି ପାଇ ପାଖାପାଖି 90 ପ୍ରତିଶତ ହୋଇଯାଇଛି । କର୍ଣ୍ଣାଟକର ଏକ ଆକାଂକ୍ଷିତ ଜିଲ୍ଲା ୟାଦଗିରରେ ଏବେ ବ୍ରଡବ୍ୟାଣ୍ଡ ସଂଯୋଗ ସହତି ଯୋଡି ହୋଇଥିବା ପଂଚାୟତର ସଂଖ୍ୟା 20 ପ୍ରତିଶତରୁ ବୃଦ୍ଧି ପାଇ 80 ପ୍ରତିଶତରେ ପହଂଚି ଯାଇଛି । ଏଭଳି ଅନେକ ମାନଦଣ୍ଡ ଅଛି, ଯାହାଦ୍ୱାରା  ଯେ କୌଣସି ସମୟରେ ଯାହାକୁ ପଛୁଆ ଜିଲ୍ଲା କହି ଅଛୁଆଁ କରି ଦିଆଯାଇଥିଲା, ଏଭଳି ଆକାଂକ୍ଷିତ ଜିଲ୍ଲାର ବ୍ୟାପକତା ସାରା ଦେଶର ବ୍ୟାପକତାଠାରୁ ମଧ୍ୟ ଉନ୍ନତ ହେଉଛି । ଏହା ହେଉଛି ପୁନଃ କଳ୍ପନା ବା ପୁନଃ ଚିତ୍ରଣ ।

ମୁଁ ଆପଣମାନଙ୍କୁ ସ୍ୱଚ୍ଛ ଜଳ ଯୋଗାଣର ମଧ୍ୟ ଉଦାହରଣ ଦେବି । ସ୍ୱାଧୀନତାର 7 ଦଶକ ପରେ ମଧ୍ୟ ଆମ ଦେଶରେ କେବଳ 30 ମିଲିୟନ ଅର୍ଥାତ 3 କୋଟି ଗ୍ରାମୀଣ ପରିବାର ପାଖରେ ହିଁ ପାଇପ ଯୋଗେ ଜଳ ଯୋଗାଣ ବା ଟ୍ୟାପ୍ ବ୍ୟବସ୍ଥା ଥିଲା । 160 ମିଲିୟନ ଗ୍ରାମୀଣ ପରିବାର ଅର୍ଥାତ 16 କୋଟି ପରିବାର ଏଥିରୁ ବଂଚିତ ଥିଲେ । ଆମେ ବଡ଼- ବଡ଼ କଥା ବଦଳରେ, 80 ମିଲିୟନ ଅର୍ଥାତ 8 କୋଟି ନୂତନ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ବା ଟ୍ୟାପ୍ ସଂଯୋଗ କେବଳ ସାଢେ 3 ବର୍ଷରେ ଦେଇ ଦେଇଛୁ । ଏହା ହେଉଛି ପୁନଃ କଳ୍ପନା ବା ପୁନଃ ଚିତ୍ରଣର ଚମତ୍କାରିତା ।

ବନ୍ଧୁଗଣ,

ଏହି ସମ୍ମିଳନୀରେ ସାମିଲ ହୋଇଥିବା ବିଶେଷଜ୍ଞମାନେ ମଧ୍ୟ ଏହି କଥାକୁ ସ୍ୱୀକାର କରିବେ ଯେ, ଭାରତର ଦ୍ରୁତ ଅଭିବୃଦ୍ଧି ପାଇଁ ଉନ୍ନତ ଭିତିଭୂମିର ଆବଶ୍ୟକତା ରହିଛି । କିନ୍ତୁ ଦେଶରେ ପୂର୍ବରୁ ସ୍ଥିତି କ’ଣ ଥିଲା? ଆଉ  ଯେଉଁ  ସ୍ଥିତି ଥିଲା, ତାହା କ’ଣ ଥିଲା? ଏପରି କି ଇଟିରେ ତ ବଡ଼- ବଡ଼ ସଂପାଦକୀୟ ଏହା ଉପରେ ପ୍ରକାଶିତ ହୋଇଛି, ଲୋକମାନେ ନିଜର ମତାମତ ଦେଇଛନ୍ତି । ଆଉ ସେଥିରେ ଯେଉଁ କଥା ପ୍ରମୁଖତାର ସହ ରହି ଆସିଛି, ତାହା ହେଉଛି ଯେ ଆମର ଏଠାରେ ଭିତିଭୂମି ସହିତ ଜଡିତ ନିଷ୍ପତିକୁ କମ୍ ଦେଖା ଯାଇଥାଏ ଆଉ ରାଜନୈତିକ ମହତ୍ୱକାଂକ୍ଷାକୁ ପ୍ରାଥମିକତା ଦିଆଯାଉଥିଲା। ଏହାର ଯାହା ପରିଣାମ ବାହାରିଲା, ସମଗ୍ର ଦେଶ ତାହାର ଭୁକ୍ତଭୋଗୀ ହୋଇଛି । ଯଦି କେଉଁଠାରେ ସଡ଼କ ମଧ୍ୟ ନିର୍ମାଣ କରାଯାଉଛି ତେବେ ପୂର୍ବରୁ ଦେଖା ଯାଉଥିଲା ଯେ ସଡ଼କ ନିର୍ମାଣ ହେବା ପରେ ଭୋଟ ମିଳିବ କି ନାହିଁ । ଟ୍ରେନ କେଉଁଠାରେ ରହିବ, କେଉଁଠାରେ ଚାଲିବ, ଏହା ମଧ୍ୟ ରାଜନୈତିକ ଲାଭ-କ୍ଷତି ଦେଖିକରି ସ୍ଥିର କରାଯାଉଥିଲା। ଅର୍ଥାତ ଭିତିଭୂମିର ଶକ୍ତିକୁ ପୂର୍ବରୁ କେବେ ହେଲେ ମଧ୍ୟ ବୁଝିବାକୁ ଚେଷ୍ଟା ହିଁ କରାଯାଇ ନ ଥିଲା। ଆମ ପାଖରେ ଆଉ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଲାଗିବ, କେବେ ହେଲେ ଇଟି ବାଲାମାନେ ଲେଖି ନ ଥିବେ, ହେଉଛି ଦୁର୍ଭାଗ୍ୟ ଆଜ୍ଞା, ଆମର ଏଠାରେ ନଦୀବନ୍ଧମାନ ନିର୍ମାଣ କରାଯାଉଥିଲା, କିନ୍ତୁ କେନାଲଗୁଡ଼ିକର ନେଟୱର୍କ ପ୍ରସ୍ତୁତ କରାଯାଉ ନ ଥିଲା । ଆପଣମାନେ ଚିନ୍ତା କରି ପାରିବେ ଯେ 6 ମହଲା ବିଶିଷ୍ଟ ଘର ତିଆରି ହେବ, ଆଉ ଲିଫ୍ଟ ମଧ୍ୟ ନ ଥିବ, ସିଡ଼ି ମଧ୍ୟ ନ ଥିବ, ଏଭଳି ଚିନ୍ତା କରି ପାରିବେ କି ଆପଣ । ନଦୀବନ୍ଧ ନିର୍ମାଣ ହେବ ଆଉ କେନାଲ ନ ଥିବ, କିନ୍ତୁ ବୋଧହୁଏ ସେହି ସମୟରେ ଇଟି ଏହାକୁ ଦେଖିବା ଉଚିତ ମନେ କଲା ନାହିଁ ।

ଆମ ପାଖରେ ଖଣିଗୁଡ଼ିକ ଥିଲା, କିନ୍ତୁ ଖଣିଜ ସମ୍ପଦ ପରିବହନ କରିବା ପାଇଁ ଯୋଗାଯୋଗ ବ୍ୟବସ୍ଥାର ଅଭାବ ଥିଲା । ଆମ ପାଖରେ ବନ୍ଦର ଥିଲା, କିନ୍ତୁ ରେଳ ଓ ସଡ଼କ ଯୋଗାଯୋଗର ସମସ୍ୟା, ଭରପୂର ମାତ୍ରାରେ ନ ଥିଲା । ଆମ ପାଖରେ ଶକ୍ତି ପ୍ଲାଂଟ୍ସ ଥିଲା, କିନ୍ତୁ ପରିବହନ ଲାଇନ୍ ବ୍ୟାପକ ମାତ୍ରାରେ ନ ଥିଲା, ଯାହା ଥିଲା, ତାହା ମଧ୍ୟ ଖରାପ ସ୍ଥିତିରେ ଥିଲା ।

ସାଥୀଗଣ,

ଆମେ ଭିତିଭୂମିର ସ୍ଥାଣୁ ଅବସ୍ଥାକୁ ଦେଖିବାର ଅଭ୍ୟାସକୁ ବନ୍ଦ କରି ଦେଲୁ, ଆଉ ଭିତିଭୂମି ନିର୍ମାଣକୁ ଏକ ବୃହତ ରଣନୀତି ଭାବେ ପୁନଃ କଳ୍ପନା କଲୁ । ଭାରତରେ ଆଜି ପ୍ରତିଦିନ 38 କିଲୋମିଟର ଗତିରେ ରାଜପଥ ନିର୍ମାଣ ହେଉଛି ଆଉ ଦୈନିକ 5 କିଲୋମିଟରରୁ ଅଧିକ ରେଳ ଲାଇନ୍ ବିଛା ଯାଉଛି । ଆମର ବନ୍ଦର କ୍ଷମତା ଆଗାମୀ 2 ବର୍ଷରେ 3000 ଏମଟିପିଏ ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି । 2014 ତୁଳନାରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା 74ରୁ ବୃଦ୍ଧି ପାଇ 147 ହୋଇ ଯାଇଛି । ଏହି 9 ବର୍ଷରେ ପାଖାପାଖି ସାଢ଼େ 3 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇଛି । ପ୍ରାୟ 80 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି, ଏହି ସମସ୍ତ ୯ ବର୍ଷର ହିସାବ ମୁଁ ଆପଣମାନଙ୍କୁ ଦେଉଛି । ଏହା ମନେ ପକାଇବାକୁ ପଡ଼ୁଛି, କାରଣ ଏହାକୁ ଏଠାରେ ବ୍ଲାକ୍ ଆଉଟ୍ କରିବା ପାଇଁ ବହୁତ ଲୋକ ବସିଛନ୍ତି । ଏହି 9 ବର୍ଷରେ 3 କୋଟି ଗରିବ ପରିବାରଙ୍କୁ ପକ୍କା ଘର ନିର୍ମାଣ କରି ଦିଆ ଯାଇଛି ଆଉ ଏହି ତିନି କୋଟିର ପରିସଂଖ୍ୟାନ ଏତେ ବଡ଼ ଯେ ବିଶ୍ୱରେ କେତେଗୁଡ଼ିଏ ଦେଶର ଜନସଂଖ୍ୟା ମଧ୍ୟ ଏତିକି ନୁହେଁ, ଯେତେ ଘର ନିର୍ମାଣ କରି ଆମେ 9 ବର୍ଷ ମଧ୍ୟରେ ଭାରତର ଗରିବମାନଙ୍କୁ ଦେଇଛୁ ।

ସାଥୀଗଣ,

ଭାରତରେ ପ୍ରଥମ ଥର ପାଇଁ ମେଟ୍ରୋ କୋଲକାତାରେ 1984ରେ ଆରମ୍ଭ ହୋଇଥିଲା । ଅର୍ଥାତ ଆମ ପାଖକୁ ଟେକ୍ନୋଲୋଜି ଆସି ଯାଇଥିଲା, ପାରଦର୍ଶିତା ଆସି ଯାଇଥିଲା, କିନ୍ତୁ ପୁଣି କ’ଣ ହେଲା? ଦେଶର ଅଧିକାଂଶ ସହର ମେଟ୍ରୋ ସୁବିଧାରୁ ବଂଚିତ ହୋଇ ରହିଲେ । 2014 ପର୍ଯ୍ୟନ୍ତ ଅର୍ଥାତ ଆପଣମାନେ ମୋତେ ସେବା କରିବାର ସୁଯୋଗ ଦେଲେ ଏହା ପୂର୍ବରୁ 2014 ପର୍ଯ୍ୟନ୍ତ ପ୍ରତି ମାସରେ ଅଧ କିଲୋମିଟର ପାଖାପାଖି ନୂତନ ମେଟ୍ରୋ ଲାଇନ ତିଆରି ହେଉଥିଲା। 2014  ପରେ ମେଟ୍ରୋ ନେଟୱର୍କ ବିଛାଇବାର ହାର ପ୍ରତି ମାସରେ ପ୍ରାୟ 6 କିଲୋମିଟର ପର୍ଯ୍ୟନ୍ତ ହୋଇ ଯାଇଛି । ଏବେ ଭାରତରେ ମେଟ୍ରୋ ରେଳପଥର ଦୀର୍ଘତା କ୍ଷେତ୍ରରେ ବିଶ୍ୱରେ ପଂଚମ ସ୍ଥାନରେ ପହଂଚି ସାରିଛି । ଆଗାମୀ କିଛି ମାସ ମଧ୍ୟରେ ହିଁ ଆମେ ବିଶ୍ୱରେ ତୃତୀୟ ସ୍ଥାନରେ ପହଂଚିବାକୁ ଯାଉଛୁ ।

ବନ୍ଧୁଗଣ,

ଆଜି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ, ଭିତିଭୂମିର ନିର୍ମାଣକୁ ତ’ ଗତି ଦେଉଛି, ଆଉ ଯେଭଳି ବିନୀତ ମହାଶୟ କହିଲେ, ଗତି ଏବଂ ଶକ୍ତି ଉଭୟକୁ ଆମେ ଯୋଡ଼ିଛୁ । ଅର୍ଥାତ ଏହି ସମ୍ପୁର୍ଣ୍ଣ ପରିକଳ୍ପନା କିଭଳି ଗତି ଦେଉଛି ଆଉ ତାହାର ପରିଣାମ କ’ଣ ହେଉଛି ଏହସବୁ ରେଳ-ସଡ଼କ ପର୍ଯ୍ୟନ୍ତ ସୀମିତ ନାହିଁ । ଯେତେବେଳେ ଆମେ ଗତି ଶକ୍ତି ବିଷୟରେ ଚିନ୍ତା କରୁଛେ, ସେତେବେଳେ ଏହି ଅଂଚଳ ବିକାଶ ମଧ୍ୟ ସେହି ପରିକଳ୍ପନା ଅନୁସାରେ ହେଉଛି ଆଉ ସେଠାକାର ଲୋକଙ୍କୁ ବିକାଶ ଭଳି ଏକ ତ୍ରିବେଣୀ ବ୍ୟବସ୍ଥା ଏହା ସହିତ ଯୋଡ଼ା ଯାଇଛି । ଗତି ଶକ୍ତି ପ୍ଲାଟଫର୍ମରେ ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ ଟେକ୍ନୋଲୋଜିରେ ରୁଚି ରଖୁଥିବେ, ସେମାନଙ୍କ ପାଇଁ ବୋଧହୁଏ ଏହି ସୂଚନା ବହୁତ ଉତ୍ସାହଜନକ ହେବ । ଆଜି ଗତି ଶକ୍ତିର ଆମର ଯେଉଁ ପ୍ଲାଟଫର୍ମ ଅଛି, ଭିତିଭୂମିର ମ୍ୟାପିଙ୍ଗ ପାଇଁ 1600ରୁ ଅଧିକ ଡାଟା ଲେୟାର ଅଛି । ଆଉ କେହି ମଧ୍ୟ ପ୍ରସ୍ତାବ କୃତ୍ରିମ ବୌଦ୍ଧିକତା (ଏଆଇ)ର ସହାୟତାରେ 1600 ଲେୟାର୍ସ ଇ ଅତିକ୍ରମ କରି ନିର୍ଣ୍ଣୟ ନେଇଥାଏ । ଆମର ଏକ୍ସପ୍ରେସୱେ ଗୁଡ଼ିକ ହେଉ, ଅବା ପୁଣି ଅନ୍ୟ ଭିତିଭୂମି, ଆଜି ସର୍ବନିମ୍ନ ଏବଂ ସବୁଠାରୁ ପ୍ରଭାବୀ ପଥ ସ୍ଥିର କରିବା ପାଇଁ ଏହାକୁ ଏଆଇ ସହିତ ମଧ୍ୟ ଯୋଡ଼ା ଯାଇଛି । ପିଏମ ଗତି ଶକ୍ତି ଦ୍ୱାରା ଅଂଚଳ ଏବଂ ଲୋକଙ୍କ ବିକାଶ କିଭଳି ହୋଇଥାଏ, ଏହାର ଏକ ଉଦାହରଣ ମୁଁ ଆପଣମାନଙ୍କୁ ଦେଉଛି । ଏହାଦ୍ୱାରା ଆମେ କୌଣସି ଏକ ଅଂଚଳର ଜନସଂଖ୍ୟା ସାନ୍ଧ୍ରତା ଏବଂ ବିଦ୍ୟାଳୟଗୁଡ଼ିକର ଉପଲବ୍ଧତାକୁ ମ୍ୟାପିଙ୍ଗ କରି ପାରିବା, 1600 ମାନଦଣ୍ଡର ଆଧାରରେ । ଆଉ କେବଳ ଚାହିଦା ଅବା ରାଜନୈତିକ ବିଚାର ଆଧାରରେ ସ୍କୁଲ ଅନୁମୋଦନ କରିବା ବଦଳରେ, ଆମେ ଯେଉଁଠାରେ ଆବଶ୍ୟକତା ଅଛି, ସେଠାରେ ସ୍କୁଲ ନିର୍ମାଣ କରି ପାରିବା । ଅର୍ଥାତ ଏହି ଗତି ଶକ୍ତି ପ୍ଲାଟଫର୍ମ ଅର୍ଥାତ ମୋବାଇଲ ଟାୱାର କେଉଁଠାରେ ନିର୍ମାଣ କଲେ ଉପଯୋଗୀ ହେବ, ତାହା ମଧ୍ୟ ସ୍ଥିର କରି ପାରିବା । ଏହା ନିଜକୁ ନିଜ ମଧ୍ୟରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ।

ସାଥୀଗଣ,

ଆମେ ଭିତିଭୂମିକୁ କିଭଳି ପୁନଃ କଳ୍ପନା ବା ଚିତ୍ରଣ କରୁଛେ, ଏହାର ଆଉ ଏକ ଉଦାହରଣ ହେଉଛି ଆମର ବିମାନ ଚଳାଚଳ କ୍ଷେତ୍ର । ଏଠାରେ ଉପସ୍ଥିତ ବହୁତ କମ୍ ଲୋକଙ୍କୁ ଏହା ଜଣାଥିବ ଯେ ଆମର ଏଠାରେ ବର୍ଷ ବର୍ଷ ଧରି ଆକାଶ ପଥର ବହୁତ ବଡ଼ ବ୍ୟବଧାନ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇ ରହିଥିଲା । ଏହି କାରଣରୁ ଉଡ଼ାଜାହାଜକୁ ଭାରତରେ ଯେ କୌଣସି ସ୍ଥାନକୁ ଯିବା ଆସିବା କରିବା ପାଇଁ ଅଧିକ ସମୟ ଲାଗୁଥିଲା । କାରଣ ତାହା ଯଦି ଆମର ପ୍ରତିରକ୍ଷାର ଆକାଶପଥ ରହିଛି ତେବେ ସେମାନେ ସେଠାକୁ ଯାଇ ପାରିବେ ନାହିଁ, ଆପଣଙ୍କୁ ବୁଲି ଯିବାକୁ ପଡ଼ୁଥିଲା । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଆମେ ସେନା ବାହିନୀ ସହିତ କଥା ହେଲୁ, ଆଜି 128 ଆକାଶପଥକୁ ବେସାମରିକ ବିମାନ ଚଳାଚଳ ପାଇଁ ମଧ୍ୟ ଖୋଲି ଦିଆଯାଇ ସାରିଛି । ଏହି କାରଣରୁ ବିମାନର ଗତିପଥ ଛୋଟ ହୋଇଗଲା, ଯାହାଦ୍ୱାରା ସମୟ ମଧ୍ୟ ବଂଚୁଛି ଏବଂ ଇନ୍ଧନ ମଧ୍ୟ ସଂଚୟ ହେଉଛି, ଉଭୟର ସଂଚୟ ପାଇଁ ସହାୟତା ମିଳୁଛି । ଆଉ ମୁଁ ଆପଣମାନଙ୍କୁ ଅନ୍ୟ ଏକ ପରିସଂଖ୍ୟାନ ଦେବି । ଏହି ଗୋଟିଏ ନିଷ୍ପତି ଦ୍ୱାରା ହିଁ ପ୍ରାୟ 1 ଲକ୍ଷ ଟନ୍ ଅଙ୍ଗାରକାମ୍ଳ (CO2) ଉତ୍ସର୍ଜନ ମଧ୍ୟ ହ୍ରାସ ପାଇଛି । ଏହା ହିଁ ହେଉଛି ପୁନଃ ଚିତ୍ରଣର ଶକ୍ତି ।

ସାଥୀଗଣ,

ଆଜି ଭାରତରେ ଭୌତିକ ଏବଂ ସାମାଜିକ ଭିତିଭୂମି ବିକାଶର ଏକ ନୂଆ ମଡେଲ ସମଗ୍ର ଦେଶ ସାମ୍ନାରେ ରଖାଯାଇଛି । ଏହାର ସଂଯୁକ୍ତ ଉଦାହରଣ ହେଉଛି ଆମର ଡିଜିଟାଲ ଭିତିଭୂମି । ବିଗତ 9 ବର୍ଷରେ ଆମେ ଦେଶରେ 6 ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇଛୁ । ବିଗତ 9 ବର୍ଷରେ ଦେଶରେ ମୋବାଇଲ ବିନିର୍ମାଣ ୟୁନିଟ ଅନେକ ଗୁଣ ବୃଦ୍ଧି ପାଇଛି। ବିଗତ 9 ବର୍ଷରେ ଦେଶରେ ଇଂଟରନେଟ ଡାଟାର ଦର 25 ଗୁଣ କମ୍ ହୋଇଛି । ବିଶ୍ୱର ସବୁଠାରୁ ଶସ୍ତା ଏବଂ ଏହାର ପରିଣାମ କ’ଣ ହୋଇଛି? ବର୍ଷ 2012ରେ ମୋ ଆସିବା ପୂର୍ବରୁ ବୈଶ୍ୱିକ ମୋବାଇଲ ଡାଟା ଟ୍ରାଫିକରେ ଭାରତର ଯୋଗଦାନ କେବଳ 2 ପ୍ରତିଶତ ହିଁ ଥିଲା । ଯେତେବେଳେ କି ପଶ୍ଚିମ ବଜାରର ଯୋଗଦାନ ସେତେବେଳେ 75 ପ୍ରତିଶତ ଥିଲା । 2022ରେ ଭାରତ ପାଖରେ ବୈଶ୍ୱିକ ମୋବାଇଲ ଡାଟା ଟ୍ରାଫିକର 21% ଅଂଶ ଥିଲା । ଯେତେବେଳେ କି ଉତର ଆମେରିକା ଏବଂ ୟୁରୋପ ପାଖରେ ବୈଶ୍ୱିକ ମୋବାଇଲ ଡାଟା ଟ୍ରାଫିକର ଏକ ଚତୁର୍ଥାଂଶ ହିଁ ରହି ଯାଇଛି । ଆଜି ବିଶ୍ୱରେ 40 ପ୍ରତିଶତ ରିୟଲ ଟାଇମ୍ ଡିଜିଟାଲ ଦେୟ ଭାରତରେ ହେଉଛି । ଏହା ସେହି ଦେଶର ଲୋକମାନଙ୍କୁ, ସେହି ଦେଶ ପାଇଁ ହେଉଛି ଏକ ଉପଯୁକ୍ତ ଉତର, ଯେଉଁମାନେ ଚିନ୍ତା କରୁଥିଲେ ଯେ ଭାରତର ଗରିବମାନେ କିଭଳି ଡିଜିଟାଲ କାରବାର କରି ପାରିବେ । ମୋତେ ଏବେ କେହି ଜଣେ ଏକ ଭିଡିଓ ପଠାଇଥିଲେ ଯେ ବିବାହରେ କେହି ଢ଼ୋଲ ବଜାଉ ଥିଲା ଆଉ ତା’ଉପରେ କ୍ୟୁଆର କୋଡ୍ ଲାଗିଥିଲା । ଆଉ ସେ ବର ଆଡକୁ ଫୋନ ବୁଲାଇ କ୍ୟୁଆର କୋଡ ସହାୟତାରେ ବର ତାକୁ ଅର୍ଥ ପ୍ରଦାନ କରୁଥିଲା ପୁନଃ ଚିତ୍ରଣର ଏହି ସମୟରେ ଭାରତ ସେହି ଲୋକଙ୍କର ଚିନ୍ତାଧାରାକୁ ରଦ୍ଦ କରି ଦେଇଛି । ଏହି ଲୋକ ସଂସଦରେ, ଏହି ଲୋକମାନେ  କହୁଥିଲେ, ଗରିବ ଏହାକୁ କିପରି  କରିବ, ମୋ ଦେଶର ଗରିବର ଶକ୍ତିର ମଧ୍ୟ ସେମାନଙ୍କୁ ଅନୁମାନ ନ ଥିଲା । ମୋର କିନ୍ତୁ ଅନୁମାନ ଥିଲା ।

ବନ୍ଧୁଗଣ,

ଆମ ଦେଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯେଉଁ ସରକାର ଥିଲେ ଅବା ଯେଉଁମାନେ ସରକାର ଚଳାଉଥିଲେ, ସେମାନଙ୍କୁ ସର୍ବେସର୍ବା ସଂସ୍କୃତି ବହୁତ ପସନ୍ଦ ଆସୁଥିଲା । ଆପଣମାନେ ଏହାକୁ ପରିବାରବାଦ ଏବଂ ଭାଇ- ପୁତୁରାବାଦ ସହିତ ଆଦୌ ଦ୍ୱନ୍ଦ୍ୱ କରିବେ ନାହିଁ । ଏହା ଏକ ଭିନ୍ନ ଧରଣର ମନୋଭାବ ଥିଲା । ଏଥିରେ ସରକାର,ନିଜ ଦେଶର ନାଗରିକମାନଙ୍କୁ ମାଷ୍ଟର ଭଳି ବ୍ୟବହାର କରୁଥିଲେ । ସ୍ଥିତି ଏଭଳି ଥିଲା ନାଗରିକ ଯାହା କିଛି ମଧ୍ୟ କରନ୍ତୁ, ସେମାନଙ୍କୁ ସରକାରଙ୍କର ଅନୁମତି ନେବାକୁ ପଡ଼ୁଥିଲା । ଏହି କାରଣରୁ, ପୂର୍ବର ସମୟ, ସରକାର ଏବଂ ନାଗରିକଙ୍କ ମଧ୍ୟରେ ପାରସ୍ପରିକ ଅବିଶ୍ୱାସ ଏବଂ ସନ୍ଦେହର ପରିବେଶ ସୃଷ୍ଟି ହୋଇ ରହୁଥିଲା । ଏଠାରେ ଯେଉଁ ବରିଷ୍ଠ ସାମ୍ବାଦିକମାନେ ବସିଛନ୍ତି, ସେମାନଙ୍କୁ ମୁଁ ଏକ କଥା ସ୍ମରଣ କରାଇ ଦେବାକୁ ଚାହୁଁଛି । ଆପଣମାନଙ୍କର ମନେଥିବ ଯେ ଏକ ସମୟରେ ଟିଭି ଏବଂ ରେଡିଓ ପାଇଁ ମଧ୍ୟ ଲାଇସେନ୍ସ ନେବାକୁ ପଡ଼ୁଥିଲା । କେବଳ ଏତିକି ହିଁ ନୁହେଁ, ଏହାକୁ ଡ୍ରାଇଭିଙ୍ଗ ଲାଇସେନ୍ସ ଭଳି ମଧ୍ୟ ବାରମ୍ବାର ନବୀକରଣ କରିବାକୁ ପଡ଼ୁଥିଲା । ଆଉ ଏହା କୌଣସି ଗୋଟିଏ କ୍ଷେତ୍ରରେ ନୁହେଁ, ବରଂ ପାଖାପାଖି ସବୁ କ୍ଷେତ୍ରରେ ଥିଲା । ସେତେବେଳେ ବ୍ୟବସାୟ କରିବା କେତେ କଷ୍ଟକର ଥିଲା, ଲୋକଙ୍କୁ ସେତେବେଳେ କିଭଳି ଠିକା ମିଳୁଥିଲା, ଏହା ଆପଣମାନେ ଭଲ ଭାବେ ଜାଣନ୍ତି । 90ରୁ ଅଧିକ ବାଧ୍ୟବାଧକତା କାରଣରୁ କିଛି ପୁରୁଣା ତ୍ରୁଟିକୁ ସୁଧାରିବା ପାଇଁ ପ୍ରୟାସ କରାଯାଇଛି ଆଉ ସେଥିରେ ସଂସ୍କାରର ନାମ ଦିଆଗଲା, କିନ୍ତୁ ଏହି ସର୍ବେସର୍ବା ଭଳି ପୁରୁଣା ମାନସିକତା ସମ୍ପୁର୍ଣ୍ଣ ଭାବେ ଯାଇ ନାହିଁ । 2014 ପରେ ଆମେ ଏହି ସରକାର ପ୍ରଥମ ମାନସିକତାକୁ ସର୍ବ ସାଧାରଣ ପ୍ରଥମେ ଅଭିବ୍ୟକ୍ତି ଆଡ଼କୁ ପୁନଃ ଚିତ୍ରଣ କଲୁ । ଆମେ ନାଗରିକମାନଙ୍କ ଉପରେ ବିଶ୍ୱାସର ନୀତି ଆଧାରରେ କାର୍ଯ୍ୟ କଲୁ । ସ୍ୱ-ପ୍ରମାଣନ ହେଉ ଅବା ନିମ୍ନ ପଦବୀରେ ସାକ୍ଷାତକାରକୁ ଶେଷ କରିବା କଥା ହେଉ, ଯୋଗ୍ୟତା ଭିତିରେ କମ୍ପ୍ୟୁଟର ସ୍ଥିର କରୁଛି, ତାଙ୍କୁ ଚାକିରୀ ମିଳି ଯାଉଛି। ଛୋଟ- ଛୋଟ ଅର୍ଥନୈତିକ ଅପରାଧକୁ ଅଣ-ଅପରାଧିକରଣ କରିବା ହେଉ କିମ୍ବା ଜନ ବିଶ୍ୱାସ ବିଲ୍ ହେଉ, ଗ୍ୟାରେଂଟି ମୁକ୍ତ ମୁଦ୍ରା ଋଣ ହେଉ ଅବା ପୁଣି ଏମଏସଏମଇ ପାଇଁ ସରକାର ନିଜେ ଗ୍ୟାରେଂଟର ହୁଅନ୍ତୁ, ଏହିଭଳି ପ୍ରତ୍ୟେକ କାର୍ଯ୍ୟକ୍ରମ ପ୍ରତ୍ୟେକ ନୀତିରେ ଲୋକମାନଙ୍କୁ ବିଶ୍ୱାସକୁ ନେବା ହିଁ ହେଉଛି ଆମର ମନ୍ତ୍ର । ଏବେ ଟିକସ ସଂଗ୍ରହର ଉଦାହରଣ ମଧ୍ୟ ଆମ ସାମ୍ନାରେ ଅଛି ।

2013-14ରେ ଦେଶରେ ମୋଟ ଟିକସ ରାଜସ୍ୱ, ପ୍ରାୟ 11 ଲକ୍ଷ କୋଟି ଟଙ୍କା ଥିଲା । ଯେତେବେଳେ କି 203-24ରେ ଏହା 33 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାର ଆକଳନ କରାଯାଇଛି । ଅର୍ଥାତ 9 ବର୍ଷରେ ମୋଟ ଟିକସ ରାଜସ୍ୱରେ 3 ଗୁଣ ବୃଦ୍ଧି ହୋଇଛି । ଆଉ ଏହା ସେତେବେଳେ ହେଲା, ଯେତେବେଳେ ଆମେ ଟିକସ ହାର ହ୍ରାସ କଲୁ । ସମୀର ମହାଶୟଙ୍କ ପରାମର୍ଶକୁ ତ’ଏବେ ଆମେ ବାଛି ନାହୁଁ । ଆମେ ଏବେ ହ୍ରାସ କରିଛୁ । ଏହାର ଉତରରେ ମୁଁ ଚାହିଁବି ଆପଣମାନେ ଯେଉଁ ଦୁନିଆ ସହିତ ଜଡ଼ିତ ଅଛନ୍ତି ତା’ସହିତ ସିଧା ସମ୍ବନ୍ଧ ଅଛି । ଆମକୁ ତିନୋଟି କଥା ଉପରେ ଦୃଷ୍ଟି ଦେବାକୁ ହେବ । ପ୍ରଥମ କଥା ଏହା ଯେ ଟିକସ ଦାତାଙ୍କ ସଂଖ୍ୟା ବୃଦ୍ଧି କରିବାର ଅଛି, ଏବେ ମୋତେ କୁହନ୍ତୁ ଯେ ଟିକସ ଦାତାଙ୍କର ସଂଖ୍ୟା ବଢ଼ିଛି ତେବେ ତାହାର ଶ୍ରେୟ ଆପଣ କାହାକୁ ଦେବେ, ବହୁତ ସ୍ୱାଭାବିକ କଥା ଯେ ଏହାର ଶ୍ରେୟ ସରକାରଙ୍କ ଖାତାକୁ ଯାଇଥାଏ । ଅବା ପୁଣି ଏହା କୁହାଯାଇ ପାରେ ଯେ ଯଦି ଏବେ ଲୋକ ଅଧିକ ସଚ୍ଚୋଟତାର ସହିତ ଟିକସ ପ୍ରଦାନ କରୁଛନ୍ତି, ତେବେ ତାହାର ଶ୍ରେୟ ମଧ୍ୟ ସରକାରଙ୍କ ନିକଟକୁ ଯାଉଛି । ତେବେ ତଳ ସ୍ତରରେ ଏହା ରହିଛି ଯେ ଯଦି ଟିକସ ଦାତାଙ୍କୁ ଲାଗୁଛି ଯେ ତାଙ୍କ ଦ୍ୱାରା ଦିଆ ଯାଇଥିବା ଟିକସର ଏକ ଏକ ଅଣା ଜନହିତରେ, ଦେଶ ହିତରେ, ଜନ କଲ୍ୟାଣରେ, ଦେଶର କଲ୍ୟାଣରେ ହିଁ ଉପଯୋଗ ହେବ, ତେବେ ସେମାନେ ସଚ୍ଚୋଟତାର ସହ ଟିକସ ଦେବାକୁ ଆଗକୁ ଆସିବେ । ସେମାନଙ୍କୁ ପ୍ରୋରଣା ମିଳୁଛି । ଆଉ ଏହାକୁ ଆଜି ଦେଶ ଦେଖୁଛି । ଆଉ ଏଥିପାଇଁ ମୁଁ ଟିକସ ଦାତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ଯେ ସରକାରଙ୍କ ସଚ୍ଚୋଟତା ଉପରେ ଭରସା କରି ସେମାନେ ସରକାରଙ୍କୁ ଟିକସ ଦେବା ପାଇଁ ଆଗକୁ ଆସୁଛନ୍ତି। ସିଧା କଥା ହେଉଛି ଲୋକ ଆପଣଙ୍କ ଉପରେ ସେତେବେଳେ ବିଶ୍ୱାସ କରି ଥାଆନ୍ତି, ଯେତେବେଳେ ଆପଣ ତାଙ୍କ ଉପରେ ବିଶ୍ୱାସ କରନ୍ତି । ଭାରତର ଟିକସ ବ୍ୟବସ୍ଥାରେ ଆଜି ଯେଉଁ ପରିବର୍ତନ ଆସିଛି, ତାହା ଏହି କାରଣରୁ ଆସିଛି । ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ଆମେ ପ୍ରକ୍ରିୟାକୁ ସରଳୀକରଣ କରି ବିଶ୍ୱାସ ଆଧାରରେ ହିଁ ପ୍ରୟାସ କରିଛୁ । ଆମେ ମୁଖ ବିହୀନ ମୂଲ୍ୟାଙ୍କନ ନେଇ କରି ଆସିଛୁ । ମୁଁ ଆପଣମାନଙ୍କୁ ଆଉ ଏକ ପରିସଂଖ୍ୟାନ ଦେଉଛି । ଆୟକର ବିଭାଗ ଚଳିତ ବର୍ଷ ସାଢ଼େ 6 କୋଟିରୁ ଅଧିକ ରିଟର୍ଣ୍ଣ ପ୍ରକ୍ରିୟାର ସମାଧାନ କରିଛି । ଏଥିରେ ପାଖାପାଖି 3 କୋଟି ରିଟର୍ଣ୍ଣ ଚବିଶ ଘଂଟା ମଧ୍ୟରେ ସମାଧାନ ହୋଇଛି । ବାକି ଯେଉଁ ରିଟର୍ଣ୍ଣ ଥିଲା, ତାହା ମଧ୍ୟ ମାତ୍ର କିଛି ଦିନ ମଧ୍ୟରେ ହିଁ ସମାଧାନ ହୋଇଛି, ଏବଂ ଅର୍ଥ ମଧ୍ୟ ଫେରସ୍ତ ଦିଆଯାଇଛି । ଯେତେବେଳେ କି ଏହି କାର୍ଯ୍ୟ ପାଇଁ ପୂର୍ବରୁ ହାରାହାରି 90 ଦିନ ଲାଗି ଯାଉଥିଲା । ଆଉ ଲୋକଙ୍କ ଅର୍ଥ 90 ଦିନ ପର୍ଯ୍ୟନ୍ତ ପଡ଼ି ରହୁଥିଲା । ଆଜି ତାହା ମାତ୍ର କେଇ ଘଂଟା ମଧ୍ୟରେ କରାଯାଉଛି । କିଛି ବର୍ଷ ପୂର୍ବରୁ ଏହା ଅକଳ୍ପନୀୟ ଥିଲା । କିନ୍ତୁ ଏହାକୁ ମଧ୍ୟ ପୁନଃ ଚିତ୍ରଣ ଶକ୍ତି ମାଧ୍ୟମରେ ସତରେ ପ୍ରମାଣିତ କରି ଦେଖାଇଛୁ ।

ସାଥୀଗଣ,

ଆଜି ଭାରତର ସମୃଦ୍ଧିରେ ବିଶ୍ୱର ସମୃଦ୍ଧି ନିର୍ଭର କରୁଛି, ଭାରତର ବିକାଶରେ ବିଶ୍ୱର ବିକାଶ ନିହିତ ରହିଛି । ଭାରତ G-20ର ଯେଉଁ ଥିମ୍ ସ୍ଥିର କରିଛି ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ, ବିଶ୍ୱର ଅନେକ ଆହ୍ୱାନର ସମାଧାନ ଏହି ମନ୍ତ୍ରରେ ରହିଛି । ଦ୍ୱିପାକ୍ଷିକ ସଂକଳ୍ପରେ ସମସ୍ତଙ୍କର ହିତର ରକ୍ଷା ଦ୍ୱାରା ହିଁ ବିଶ୍ୱ ଅଧିକ ଉନ୍ନତ ହୋଇ ପାରିବ । ଏହି ଦଶକ ଏବଂ ଆଗାମୀ 25 ବର୍ଷ ଭାରତକୁ ନେଇ ଭାରତ ଉପରେ ଅଦ୍ଭୂତପୂର୍ବ ବିଶ୍ୱାସ ରହିଛି । ସମସ୍ତଙ୍କର ପ୍ରୟାସରେ ହିଁ ଭାରତ ନିଜର ଲକ୍ଷ୍ୟକୁ ଦ୍ରୁତ ଗତିରେ ପ୍ରାପ୍ତ କରିବ । ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରିବି ଯେ ଭାରତର ବିକାଶ ଯାତ୍ରାରେ ଅଧିକରୁ ଅଧିକ ସାମିଲ ହୁଅନ୍ତୁ । ଆଉ ଯେତେବେଳେ ଆପଣ ଭାରତର ବିକାଶ ଯାତ୍ରା ସହିତ ଯୋଡ଼ି ହୋଇ ଥାଆନ୍ତି, ସେତେବେଳେ ଭାରତ ଆପଣଙ୍କ ବିକାଶର ଗ୍ୟାରେଂଟି ଦେଇଥାଏ, ଏହା ହେଉଛି ଭାରତର ସାମର୍ଥ୍ୟ । ମୁଁ ଇଟି ନିକଟରେ କୃତଜ୍ଞ ଯେ ମୋ ଭଳି ଜଣେ ବ୍ୟକ୍ତିଙ୍କୁ ଏଠାକୁ ଡାକିଲେ, ସମ୍ବାଦପତ୍ରରେ ସ୍ଥାନ ନ ମିଳୁ କିନ୍ତୁ ଏଠାରେ ତ’ କେବେ କେବେ ମିଳି ଯାଉଛି । ଆଉ ମୁଁ ଚିନ୍ତା କରୁଥିଲି ଯେ ବିନୀତ ମହାଶୟ ଏବଂ ସମୀର ମହାଶୟ କହିବେ ସେତେବେଳେ ପୁନଃ କଳ୍ପନା ବା ପୁନଃ ଚିତ୍ରଣର ସମ୍ବନ୍ଧରେ କହିବେ । କିନ୍ତୁ ସେମାନେ ସେହି ବିଷୟକୁ ହିଁ ଛୁଇଁଲେ ନାହିଁ । ସେଥିପାଇଁ ବୋଧହୁଏ ତାଙ୍କ ସମ୍ପାଦକୀୟ ବୋର୍ଡ ପଛରେ ସ୍ଥିର କରୁଥିବ ଆଉ ମାଲିକଙ୍କୁ ଜଣାଉ ନ ଥିବେ । କାରଣ ମାଲିକ ଆମକୁ କହି ଥାଆନ୍ତି ଯେ ଯାହାକିଛି ଛପା ଯାଉଛି ସେ ସମ୍ପର୍କରେ ଆମର ଜ୍ଞାନ ନାହିଁ । ଯାହା କରୁଛନ୍ତି ସେମାନେ କରୁଛନ୍ତି । ତେବେ ବୋଧହୁଏ ଏଭଳି ହିଁ ହେଉଥିବ । ଛାଡ଼ନ୍ତୁ, ଏହି ଖଟାମିଠା କଥା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
PM addresses an energy-packed public rally in Jalandhar, Punjab
July 17, 2026
The party ruling Punjab neither has honest intent nor clean governance: PM Modi's sharp criticism
Punjab’s farmers, youth and entrepreneurs can make the state one of India's strongest growth engines. For that, Punjab needs a double-engine BJP government: PM’s promise
Punjab's youth have extraordinary talent. From the sports goods capital of Jalandhar, I want to tell every young person that this is the time to seize new opportunities: PM
BJP-governed states are delivering faster development, better welfare and stronger support for farmers and employees: PM notes in Punjab

PM Modi addressed a massive public rally in Jalandhar, Punjab, where he highlighted the transformation of India's railway infrastructure, outlined the BJP's vision for a Viksit Punjab and called for a double-engine government to unlock the state's full potential. He also spoke about the growing opportunities for Punjab's youth through India's emerging sports economy.

The PM said Indian Railways, which serves millions of poor and middle-class families every day, had long suffered neglect under previous governments. He noted that while earlier governments limited themselves to announcing new trains, the BJP government has focused on modernising railway infrastructure across the country. He said the newly inaugurated Jalandhar Cantt station, alongside other stations, reflects the vision of a Viksit Bharat while also celebrating Punjab's cultural heritage. He added that these stations are becoming centres of commerce by creating opportunities for local artisans, Vishwakarma beneficiaries and women SHGs. He also recalled that the BJP government renamed Adampur Airport after Shri Guru Ravidass Maharaj Ji and Chandigarh International Airport after Shaheed Bhagat Singh, honouring India's great icons.

PM Modi strongly criticised the Punjab government over law and order, corruption and misgovernance. He said rising gang wars, extortion, attacks on police stations and the growing drug menace have put Punjab's future at risk. He alleged that corruption and criminal cases involving leaders of the ruling party have eroded public trust, while funds provided by the Centre for roads, irrigation, markets and welfare have not been utilised effectively. He further stated that central schemes were being rebranded instead of being implemented honestly, adding that even the Ayushman Bharat scheme had been subjected to political branding.

Calling for a double-engine government in Punjab, the PM said the state has immense potential through its farmers, youth and entrepreneurs. Drawing comparisons with BJP-governed states, he said double-engine governments have accelerated development, strengthened welfare delivery and ensured better support for farmers and employees. He alleged that promises made to women in Punjab remain unfulfilled, while Congress and other regional parties remain occupied with internal politics instead of serving the people. He said only the BJP can bring lasting development, attract fresh investment, generate employment and make Punjab a stronger and more self-reliant state.

Addressing the youth, he noted Jalandhar's globally recognised sports manufacturing ecosystem and said it is at the heart of India's emerging sports economy. He said initiatives such as ‘Khelo India’ are creating new opportunities across sports manufacturing, coaching, sports science, sports medicine, universities, centres of excellence and sports startups. Referring to his recent visits to Australia and New Zealand, he said several agreements had been signed to strengthen India's sports ecosystem and encouraged Punjab's youth to seize these opportunities and make the country proud on the global stage.