“ମୁମ୍ବାଇ ସମାଚାର ହେଉଛି ଭାରତର ଦର୍ଶନ ଏବଂ ଅଭିବ୍ୟକ୍ତି”
“ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତର ନବନିର୍ମାଣ ପର୍ଯ୍ୟନ୍ତ ପାର୍ସୀ ଭଉଣୀ ଏବଂ ଭାଇମାନଙ୍କ ଅବଦାନ ବହୁତ ଅଧିକ”
“ଗଣମାଧ୍ୟମର ଯେତିକି ସମାଲୋଚନା କରିବାର ଅଧିକାର ଅଛି, ସମାନ ଭାବେ ସକାରାତ୍ମକ ଖବର ସାମ୍ନାକୁ ଆଣିବା ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ”
ମହାମାରୀର ମୁକାବିଲା ପାଇଁ ଭାରତୀୟ ଗଣମାଧ୍ୟମର ସକରାତ୍ମକ ଅବଦାନ ଭାରତକୁ ବହୁତ ସହାୟତା କରିଛି”

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ ଜୀ, ମହାରାଷ୍ଟ୍ରର ପ୍ରତିପକ୍ଷ ନେତା ଶ୍ରୀ ଦେବେନ୍ଦ୍ର ଫର୍ଣ୍ଣଡବିସ୍ ଜୀ, ମୁମ୍ବାଇ ସମଚାରର ପରିଚାଳନା ନିର୍ଦ୍ଦେଶକ ଏଚ୍ ଏନ୍ କାମା ଜୀ, ଶ୍ରୀ ମେହରବାନ କାମା ଜୀ, ସମ୍ପାଦକ ଭାଇ ନିଲେଶ ଦେବ ଜୀ, ଖବରକାଗଜ ସହିତ ସଂମ୍ପୃକ୍ତ ସମସ୍ତ ବନ୍ଧୁଗଣ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତି ମାନେ!

ପ୍ରଥମେ ନିଲେଶ ଭାଇ ଯାହା କହିଛନ୍ତି ତାହାକୁ ମୁଁ ବିରୋଧ କରୁଛି, ସେ କହିଲେ ଯେ, ଭାରତ ଭାଗ୍ୟ ବିଧାତା, କିନ୍ତୁ ଭାରତ ଭାଗ୍ୟ ବିଧାତା ହେଉଛନ୍ତି ଜନତା ଜନାର୍ଦ୍ଦନ, ଏ ଦେଶର ୧୩୦ କୋଟି ଦେଶବାସୀ ଅଟନ୍ତି, ମୁଁ କେବଳ ସେବକ ମାତ୍ର ।

ମୋ ମନରେ ବିଚାର ଆସୁଛି ଯେ, ଆଜି ମୁଁ ଯଦି ଏଠାକୁ ଆସି ନଥାନ୍ତି, ତେବେ ବହୁତ କିଛି ହରେଇ ଦେଇଥାନ୍ତି । କାରଣ ଯଦି ଏଠାରୁ ଦେଖିବାକୁ ଆରମ୍ଭ କରୁଛି, ତେବେ ପ୍ରାୟ ସମସ୍ତ ଜଣାଶୁଣା ଚେହେରା ମୋତେ ଦେଖା ଯାଉଛି । ଏତେ ସବୁ ଲୋକ ମାନଙ୍କର ଦର୍ଶନ କରିବାର ସୁଯୋଗ ମିଳିବା ଠାରୁ ବିଶେଷ ଆନନ୍ଦର ଅବସର ଆଉ କ’ଣ ହୋଇ ପାରିବ ।  ସେଠାରୁ ଅନେକ ହାତ ଉପରକୁ କରି ମୋତେ ଅଭିବାଦନ ଜଣାଉଛନ୍ତି ।

ମୁମ୍ବାଇ ସମାଚାରର ସମସ୍ତ ପାଠକ ବୃନ୍ଦ, ସାମ୍ବାଦିକ ଗଣ ଏବଂ କର୍ମଚାରୀ ମାନଙ୍କୁ ମୁଁ ଏହି ଐତିହାସିକ ଖବରକାଗଜର ଦୁଇ ଶହ ବର୍ଷ ପୂରଣ ଅବସରରେ ହାର୍ଦ୍ଦିକ ଶୁଭ କାମନା ଜଣାଉଛି!! ଏହି ଦୁଇ ଶତାବ୍ଦୀ ମଧ୍ୟରେ ମୁମ୍ବାଇ ସମାଚାର ଅନେକ ପିଢ଼ିର ଲୋକ ମାନଙ୍କୁ, ଅନେକ ସରକାରଙ୍କୁ ସ୍ୱର ଦେଇଛି । ମୁମ୍ବାଇ ସମାଚାର ମଧ୍ୟ ସ୍ୱାଧୀନତାର ଆନ୍ଦୋଳନକୁ ସ୍ୱର ଦେଇଛି ଏବଂ ପୁଣି ସ୍ୱାଧୀନ ଭାରତର ୭୫ ବର୍ଷର ଖବରକୁ ମଧ୍ୟ ସମସ୍ତ ବର୍ଗର ପାଠକ ମାନଙ୍କ ନିକଟରେ ପହଂଚାଇଛି ।  ଭାଷାର ମାଧ୍ୟମ ଯଦିଓ ଗୁଜରାଟୀ ରହି ଆସିଛି, କିନ୍ତୁ ପ୍ରସଙ୍ଗ ଜାତୀୟ ସ୍ତରର ରହିଛି । ବିଦେଶୀ ମାନଙ୍କର ପ୍ରଭାବରେ ଯେତେବେଳେ ଏହି ସହର ବମ୍ବେ ହୋଇ ଥିଲା, ବମ୍ବେଇ ହୋଇ ଥିଲା, ସେତେବେଳେ ମଧ୍ୟ ଏହି ଖବରକାଗଜ ନିଜର ଆଂଚଳିକ ସଂଯୋଗକୁ ଭାଙ୍ଗି ନ ଥିଲା । ଏହା ସେତେବେଳେ ମଧ୍ୟ ମୁମ୍ବାଇର ସାଧାରଣ ଲୋକ ମାନଙ୍କର ଖବରକାଗଜ ଥିଲା, ଏବଂ ଆଜି ମଧ୍ୟ ଏହା ମୁମ୍ବାଇବାସୀଙ୍କର ଖବରକାଗଜ ଅଟେ – ମୁମ୍ବାଇ ସମାଚାର! ମୁମ୍ବାଇ ସମାଚାରର ପ୍ରଥମ ସମ୍ପାଦକ, ମହେରଜୀ ଭାଇଙ୍କର ଲେଖା ସେହି ସମୟରେ ମଧ୍ୟ ବହୁତ ଉତ୍ସାହର ସହିତ ପଢ଼ା ଯାଉଥିଲା । ଏହି ଖବରକାଗଜରେ ଛପା ହୋଇଥିବା ଖବର ଗୁଡିକ ସର୍ବଦା ପ୍ରାମାଣିକତା ସନ୍ଦେହର ଉପରେ ରହି ଆସିଛି । ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲ୍ ମଧ୍ୟ ସର୍ବଦା ମୁମ୍ବାଇ ସମାଚାରର ଉଦାହରଣ ଦେଉଥିଲେ । ଆଜି ଏଠାରେ ଯେଉଁ ପୋଷ୍ଟାଲ୍ (ଡାକ ବିଭାଗୀୟ) ଷ୍ଟାମ୍ପ୍ ଉନ୍ମୋଚନ ହୋଇଛି, ଯେଉଁ ପୁସ୍ତକର ପ୍ରଚ୍ଛଦ ଉନ୍ମୋଚନ ହୋଇଛି, ଯେଉଁ ଡକ୍ୟୁମେଂଟାରି (ବୃତ ଚିତ୍ର) ପ୍ରଦର୍ଶନ କରା ଯାଇଛି, ତାହା ମାଧ୍ୟମରେ ଆପଣ ମାନଙ୍କର ଏହି ଅଦ୍ଭୁତ ଯାତ୍ରା ଦେଶ ଏବଂ ସାରା ବିଶ୍ୱରେ ପହଂଚିବାକୁ ଯାଉଛି ।

ସାଥୀଗଣ,

ଆଜିର ସମୟରେ ଯେତେବେଳେ ଆମେ ସମସ୍ତେ ଏହା ଶୁଣୁଛେ ଯେ, କୌଣସି ଖବରକାଗଜ ୨୦୦ ବର୍ଷ ଧରି ପ୍ରକାଶିତ ହୋଇ ଚାଲିଛି, ସେତେବେଳେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ଆପଣ ଦେଖନ୍ତୁ, ଯେତେବେଳେ ଏହି ଖବରକାଗଜ ଆରମ୍ଭ ହୋଇଥିଲା, ସେତେବେଳେ ରେଡିଓର ଆବିଷ୍କାର ହୋଇ ନ ଥିଲା, ଟେଲିଭିଜନ୍‌ର ପ୍ରଶ୍ନ ଉଠୁ ନାହିଁ । ଗତ ୨ ବର୍ଷ ମଧ୍ୟରେ ଆମେ ସମସ୍ତେ ଅନେକ ଥର ୧୦୦ ବର୍ଷ ତଳେ ବ୍ୟାପି ଥିବା ସ୍ପାନିସ୍ ଫ୍ଲୁ ସମ୍ପର୍କରେ ଆଲୋଚନା କରିଛନ୍ତି । କିନ୍ତୁ ଏହି ଖବରକାଗଜ ସେହି ବିଶ୍ୱ ସ୍ତରୀୟ ମହାମାରୀର ୧୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଦ୍ରୁତ ଗତିରେ ପରିବର୍ତିତ ହେଉଥିବା ସମୟରେ ଯେତେବେଳେ ଏମିତି ତଥ୍ୟ ଆଗକୁ ଆସିଥାଏ, ସେତେବେଳେ ଆଜି ମୁମ୍ବାଇ ସମାଚାରର ୨୦୦ ବର୍ଷ ପୂରଣ ହେବାର ମହତ୍ୱ ଆହୁରି ଭଲ ଭାବରେ ବୁଝି ହୋଇଥାଏ ।  ଆହୁରି ଏହା ମଧ୍ୟ ବହୁତ ଖୁସିର କଥା ଯେ, ମୁମ୍ବାଇ ସମାଚାରର ୨୦୦ ବର୍ଷ ଏବଂ ଭାରତର ସ୍ୱାଧୀନତାର ୭୫ ବର୍ଷର ସଂଯୋଗ ଚଳିତ ବର୍ଷ ସୃଷ୍ଟି ହୋଇଛି । ଏଥି ପାଇଁ ଆଜିର ଏହି ଅବସରରେ ଆମେ କେବଳ ଭାରତର ସାମ୍ବାଦିକତାର ଉଚ୍ଚ ମାନଦଣ୍ଡ ଗୁଡିକୁ, ରାଷ୍ଟ୍ର ଭକ୍ତି ସହିତ ଯୋଡି ହୋଇ ରହିଥିବା ସାମ୍ବାଦିକତାର ଉତ୍ସବକୁ ପାଳନ କରୁ ନାହେଁ, ପ୍ରକାରାନ୍ତରେ ଏହି ଆୟୋଜନ ମଧ୍ୟ ଆଜାଦୀ (ସ୍ୱାଧୀନତା)ର ଅମୃତ ମହୋତ୍ସବର ମଧ୍ୟ ଶୋଭା ବର୍ଦ୍ଧନ କରୁଛି ।  ଯେଉଁ ସଂସ୍କାର ସମୂହ, ଯେଉଁ ସଙ୍କଳ୍ପ ଗୁଡିକୁ ନେଇ ଆପଣ ଆଗକୁ ବଢ଼ୁଛନ୍ତି, ମୋର ଅତୁଟ ବିଶ୍ୱାସ ରହିଛି ଯେ, ଦେଶକୁ ସଚେତନ କରିବା ନିମନ୍ତେ ଆପଣଙ୍କର ଏହି ମହାଯଜ୍ଞ, ବିନା ବୌଣସି ବାଧାରେ ଏହି ଭଳି ଭାବେ ଆଗକୁ ଜାରି ରହିବ ।

ସାଥୀଗଣ,

ମୁମ୍ବାଇ ସମାଚାର କେବଳ ଏକ ଖବରର ମାଧ୍ୟମ ନୁହେଁ, ଏହା ଏକ ଐତିହ୍ୟ/ ଅମାନତ ଅଟେ । ମୁମ୍ବାଇ ସମାଚାର ଭାରତର ଦର୍ଶନ ଅଟେ, ଭାରତର ଅଭିବ୍ୟକ୍ତି ଅଟେ । ଭାରତ କିଭଳି ଅନେକ ଝଡଝଞ୍ଜା ଆସିବା ସତ୍ୱେ, ଅଟଳ ରହିଛି, ତାହାର ଝଲକ ଆମକୁ ମୁମ୍ବାଇ ସମାଚାରରେ ମଧ୍ୟ ଦେଖିବାକୁ ମିଳିଥାଏ । ସମୟ – କାଳ ପରିସ୍ଥିତିର ସମସ୍ତ ପ୍ରକାରର ପରିବର୍ତନ ସହିତ ଭାରତ ନିଜକୁ ପରିବର୍ତିତ କରିଛି, କିନ୍ତୁ ନିଜର ମୂଲ୍ୟବୋଧ ସିଦ୍ଧାନ୍ତ ଗୁଡିକୁ ଆହୁରି ସୁଦୃଢ଼ କରିଛି । ମୁମ୍ବାଇ ସମାଚାର ମଧ୍ୟ ସମସ୍ତ ପ୍ରକାରର ନୂତନ ପରିବର୍ତନକୁ ନିଜ ଭିତରେ ଧାରଣ କରିଛି । ସପ୍ତାହରେ ଥରେ, ସପ୍ତାହରେ ଦୁଇ ଥର, ପୁଣି ଦୈନିକ ଏବଂ ଏବେ ପୁଣି ଡିଜିଟାଲ୍‌, ସମସ୍ତ ପ୍ରକାରର ପରିବର୍ତିତ ପରିସ୍ଥତିରେ, ନିଜର ମୂଲ୍ୟବୋଧ ଉପରେ ଗର୍ବ କରି, କିଭଳି ପରିବର୍ତନ ଗୁଡିକୁ ଅଙ୍ଗୀକାରବଦ୍ଧ କରା ଯାଇ ପାରିବ, ମୁମ୍ବାଇ ସମାଚାର ଖବରକାଗଜ ହେଉଛି ତାହାର ଏକ ପ୍ରମାଣ ।

ସାଥୀଗଣ,

ମୁମ୍ବାଇ ସମାଚାର ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ ଅନ୍ଧକାର ଘନେଇବାରେ ଲାଗିଥିଲା । ଏହି ସମୟରେ ଗୁଜରାଟୀ ଭଳି ଭାରତୀୟ ଭାଷାରେ ଖବରକାଗଜ ପ୍ରକାଶ କରିବା ଏତେ ସହଜ ମଧ୍ୟ ନ ଥିଲା । ମୁମ୍ବାଇ ସମାଚାର ସେହି ସମୟରେ ଭାଷା ସାମ୍ବାଦିକତାକୁ ବ୍ୟାପକ କରି ପାରିଥିଲା । ଏହାର ସଫଳତା ଏହି ସବୁକୁ ମାଧ୍ୟମ କରିଥିଲା । ଲୋକମାନ୍ୟ ତିଳକ ଜୀ କେଶରୀ ଏବଂ ମରାଠା ସାପ୍ତାହିକୀ ଖବରକାଗଜ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିଥିଲେ । ସୁବ୍ରମଣ୍ୟମ୍ ଭାରତୀଙ୍କର କବିତା ଗୁଚ୍ଛ, ତାଙ୍କର ଲେଖା ଗୁଡିକ ବିଦେଶୀ ମାନଙ୍କର କ୍ଷମତା ଉପରେ ଶକ୍ତ ପ୍ରହାର କରିଥିଲା ।

ସାଥୀଗଣ,

ଗୁଜରାଟୀ ସାମ୍ବାଦିକତା ମଧ୍ୟ ସ୍ୱାଧୀନତା ଆନ୍ଦୋଳନର ବହୁତ ପ୍ରଭାବଶାଳୀ ମାଧ୍ୟମ ହୋଇ ଯାଇଥିଲା । ଫର୍ଦ୍ଦୁନ୍‌ଜୀ ଗୁଜରାଟୀ ସାମ୍ବାଦିକତାର ଏକ ସଶକ୍ତ ଭିତିଭୂମି ତିଆରି କରିଥିଲେ । ମାହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ତାଙ୍କର ପ୍ରଥମ ଖବରକାଗଜ ଇଣ୍ଡିଆନ୍ ଓପିନିୟନ୍ ଆରମ୍ଭ କରିଥିଲେ, ଯାହାର ସମ୍ପାଦକ ଜୁନାଗଡର ପ୍ରସିଦ୍ଧ ବ୍ୟକ୍ତିତ୍ୱ ମନସୁଖ ଲାଲ୍ ନାଜର ଥିଲେ । ଏହା ପରେ ପୂଜ୍ୟ ବାପୁ ପ୍ରଥମ ଥର ପାଇଁ ସମ୍ପାଦକ ରୂପରେ ଗୁଜରାଟୀ ଖବରକାଗଜ ନବଜୀବନର ଦାୟିତ୍ୱ ସମ୍ଭାଳି ଥିଲେ, ଯାହାକୁ ଇନ୍ଦୁଲାଲ୍ ୟାଗ୍ନିକ୍ ଜୀ ତାଙ୍କୁ ପ୍ରଦାନ କରିଥିଲେ । ଏକ ସମୟରେ, ଏ. ଡି. ଗୋରୱାଲାଙ୍କର ଓପିନିୟନ୍ ଦିଲ୍ଲୀରେ କ୍ଷମତାର ଗଳିରେ ବହୁତ ଲୋକପ୍ରିୟ ଥିଲା । ଜରୁରୀ କାଳୀନ ପରିସ୍ଥିତି ସମୟରେ ସେନ୍‌ସରସିପ୍ (କଟକଣା) ଚାଲିଥିବା ଯୋଗୁଁ  ଯେଉଁ ପ୍ରତିବନ୍ଧ ଲାଗିଥିଲା, ସେହି ସମୟରେ ଏହାର ସାଇକ୍ଲୋଷ୍ଟାଇଲ୍ ପ୍ରକାଶିତ ହେଉଥିଲା ।  ସ୍ୱାଧୀନତାର ଆନ୍ଦୋଳନ ହେଉ କିମ୍ବା ପୁନଶ୍ଚ ଲୋକତନ୍ତ୍ରର ପୁର୍ନସ୍ଥାପନା, ସର୍ବଦା ସାମ୍ବାଦିକତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି । ଏଥିରେ ଗୁଜରାଟୀ ସାମ୍ବାଦିକତାର ଭୂମିକା ଉଚ୍ଚକୋଟୀର ଅଟେ ।

ସାଥୀଗଣ

ସ୍ୱାଧୀନତାର ଅମୃତ କାଳରେ ମଧ୍ୟ ଭାରତୀୟ ଭାଷା ଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବାର ଅଛି । ଯେଉଁ ଭାଷାକୁ ନେଇ ଆମେ ବଂଚିଛେ, ଯେଉଁ ଭାଷା ସମ୍ପର୍କରେ ଆମେ ଚିନ୍ତା କରୁଛେ, ଏବେ ତାହା ମାଧ୍ୟମରେ ଆମେ ଦେଶର ସୃଜନଶୀଳତାକୁ ଆହୁରି ଉଜ୍ଜ୍ୱଳ କରିବାକୁ ଚାହୁଁଛେ । ଏହି ଚିନ୍ତାଧାରା ସହିତ ନୂତନ ଶିକ୍ଷା ନୀତିରେ ଡାକ୍ତରୀ ପାଠ ପଢ଼ା ହେଉ, ବିଜ୍ଞାନ ଏବଂ ବୈଷୟିକ ଶିକ୍ଷାର ପାଠ୍ୟକ୍ରମ ହେଉ, ସେସବୁକୁ ସ୍ଥାନୀୟ ଭାଷାରେ ପ୍ରସ୍ତୁତ କରିବା ପାଇଁ ବିକଳ୍ପ ଦିଆ ଯାଇଛି । ଏହି ଚିନ୍ତାଧାରା ସହିତ ଭାରତୀୟ ଭାଷା ଗୁଡିକ ମାଧ୍ୟମରେ ବିଶ୍ୱର ଶ୍ରେଷ୍ଠ ବିଷୟ ବସ୍ତୁର ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରା ଯାଉଛି ।

ସାଥୀଗଣ,

ଭାଷା ସାମ୍ବାଦିକତା ଭାରତୀୟ ଭାଷା ଗୁଡିକର ସାହିତ୍ୟ ସ୍ୱାଧୀନତାର ଆନ୍ଦୋଳନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସାଧାରଣ ଲୋକ ମାନଙ୍କ ନିକଟରେ ନିଜର କଥାକୁ ପହଂଚାଇବା ନିମନ୍ତେ ବାପୁ ମଧ୍ୟ ସାମ୍ବାଦିକତାର ପ୍ରମୁଖ ସ୍ତମ୍ଭ ତିଆରି କରିଛନ୍ତି । ନେତାଜୀ ସୁବାଷ ଚନ୍ଦ୍ର ବୋଷ ରେଡିଓକୁ ତାଙ୍କର ମାଧ୍ୟମ ରୂପରେ ବ୍ୟବହାର କରିଥିଲେ ।

ସାଥୀଗଣ,

ଆଜି ମୁଁ ଏହାର ଅନ୍ୟ ଏକ ଦିଗ ବିଷୟରେ ଆପଣ ମାନଙ୍କ ସହିତ କଥା ହେବାକୁ ଚାହିଁବି । ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ, ଏହି ଖବରକାଗଜକୁ ଫର୍ଦ୍ଦୁନ୍‌ଜୀ ମୁର୍ଜାବେନ୍ ଆରମ୍ଭ କରିଥିଲେ ଏବଂ ଯେତେବେଳେ ଏହା ଉପରକୁ ବିପଦ ମାଡି ଆସିଥିଲା, ସେତେବେଳେ ଏହାର ଦାୟିତ୍ୱକୁ ଏହି କାମା ପରିବାର ସମ୍ଭାଳି ଥିଲେ । ଏହି ପରିବାର ସେହି ଖବରକାଗଜକୁ ଏକ ନୂତନ ଶିଖରରେ ପହଂଚାଇ ଥିଲେ । ଯେଉଁ ଲକ୍ଷ୍ୟ ନେଇ ଏହି ଖବରକାଗଜକୁ ଆରମ୍ଭ କରା ଯାଇଥିଲା, ଏହି ପରିବାର ସେହି ଲକ୍ଷ୍ୟ ଗୁଡିକୁ ସୁଦୃଢ଼ କରିଥିଲେ ।

ସାଥୀଗଣ,

ଭାରତର  ହଜାର ହଜାର ବର୍ଷର ଇତିହାସ ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ । ଏହି ସ୍ଥାନକୁ ଯିଏ ବି ଆସିଛନ୍ତି, ଛୋଟ ହୁଅନ୍ତୁ ବା ବଡ, ଦୁର୍ବଳ ହୁଅନ୍ତୁ ଅଥବା ସବଳ ସମସ୍ତଙ୍କୁ ମା ଭାରତୀ ନିଜର କୋଳରେ ଲାଳନ ପାଳନର ସମ୍ପୂର୍ଣ୍ଣ ଅବସର ଦେଇଛନ୍ତି ଏବଂ ଏହି କ୍ଷେତ୍ରରେ ପାର୍ସୀ ସମୁଦାୟ ଠାରୁ ଅଧିକ ଭଲ ଉଦାହରଣ ଆଉ କିଛି ହୋଇ ପାରିବ ନାହିଁ । ଯିଏ ବି ଭାରତ ଆସିଥିଲେ, ସେମାନେ ଆଜି ନିଜର ଦେଶକୁ ସମସ୍ତ କ୍ଷେତ୍ରରେ ସଶକ୍ତ କରୁଛନ୍ତି । ସ୍ୱାଧୀନତାର ଆନ୍ଦୋଳନ ଠାରୁ ଆରମ୍ଭ କରି ଭାରତର ନବନିର୍ମାଣ ପର୍ଯ୍ୟନ୍ତ ପାର୍ସୀ ଭାଇ – ଭଉଣୀ ମାନଙ୍କର ଯୋଗଦାନ ବହୁତ ଅଧିକ ପରିମାଣର ରହିଛି । ସଂଖ୍ୟାରେ ହିସାବ କରାଗଲେ ଦେଶର ସମସ୍ତ ସମୁଦାୟ ମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ ସମୁଦାୟ, ଏକ ପ୍ରକାରର ଦେଖିବାକୁ ଗଲେ ଏହା ଅଣୁ – ସଂଖ୍ୟାଲଘୁ ସମ୍ପ୍ରଦାୟ (ମାଇକ୍ରୋ – ମାଇନରିଟି) ଅଟେ, କିନ୍ତୁ ସାମର୍ଥ୍ୟ ଏବଂ ସେବା ଦୃଷ୍ଟିକୋଣରୁ ବହୁତ ବଡ ଅଟେ ।  ଭାରତୀୟ ଉଦ୍ୟୋଗ, ରାଜନୀତି, ସମାଜ ସେବା, ନ୍ୟାୟପାଳିକା, ଖେଳ ଏବଂ ସାମ୍ବାଦିକତା ଏମିତିକି ସେନାର ସମସ୍ତ କ୍ଷେତ୍ରରେ ପାର୍ସୀ ସମୁଦାୟର ଏକ ଛାପ ଦେଖିବାକୁ ମିଳି ଥାଏ । ସାଥୀଗଣ, ଭାରତର ଏହା ପରମ୍ପରା ଅଟେ, ଏହା ଭାରତର ମୂଲ୍ୟବୋଧ ଅଟେ, ଯାହା ଆମକୁ ଶ୍ରେଷ୍ଠ କରିଥାଏ । 

ସାଥୀଗଣ,

ଲୋକତନ୍ତ୍ରରେ ଜନ ପ୍ରତିନିଧି ହୁଅନ୍ତୁ, ରାଜନୈତିକ ଦଳ ହୁଅନ୍ତୁ, ସଂସଦ ହୋଇଥାନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ସମସ୍ତ ବିଭାଗର ନିଜ - ନିଜ ଭୂମିକା ରହିଛି, ନିଜର ସ୍ୱତନ୍ତ୍ର କାର୍ଯ୍ୟ ରହିଛି । ଏହି ଭୂମିକାକୁ ସଦାସର୍ବଦା ନିର୍ବାହ କରିବା ଆବଶ୍ୟକ ଅଟେ । ଗୁଜରାଟୀରେ ଏକ ଲୋକ କଥା ରହିଛି – ଜେନୁ କାମ ତେନୁ ଥାୟ; ବିଜା କରେ ତୋ ଗୋତା ଖାୟ । ଅର୍ଥାତ୍ ଯାହାର ଯେଉଁ କାମ, ତାହା କରିବା ଉଚିତ୍ । ରାଜନୀତି ହେଉ, ଗଣମାଧ୍ୟମ ହେଉ କିମ୍ବା ଅନ୍ୟ କୌଣସି ଅଲଗା କ୍ଷେତ୍ର, ସମସ୍ତଙ୍କ ପାଇଁ ଏହି ଲୋକ କଥା ପ୍ରାସଙ୍ଗିକ ଅଟେ । ଖବରକାଗଜ ଗୁଡିକର କାମ, ଗଣମାଧ୍ୟର କାର୍ଯ୍ୟ ହେଉଛି ଖବରକୁ ଲୋକ ମାନଙ୍କ ପାଖରେ ପହଂଚାଇବା, ଲୋକ ମାନଙ୍କୁ ଶିକ୍ଷା ପ୍ରଦାନ କରିବା, ସମାଜ ଏବଂ ସରକାରଙ୍କର କିଛି ଦୋଷ ଦୁର୍ବଳତା ଥିଲେ ତାହାକୁ ଲୋକ ଲୋଚନକୁ ଆଣିବା ଇତ୍ୟାଦି । ସମାଲୋଚନା କରିବା ପାଇଁ ଗଣମାଧ୍ୟମର ଯେତିକି ଅଧିକାର ରହିଛି, ସକାରାତ୍ମକ ଖବର ଗୁଡିକୁ ସମସ୍ତଙ୍କ ନଜରକୁ ଆଣିବା ପାଇଁ ସେତିକି ଗୁରୁ ଦାୟିତ୍ୱ ମଧ୍ୟ ଏହାର ରହିଛି । ଗତ ବର୍ଷ ମାନଙ୍କରେ ଗଣମାଧ୍ୟମର ଏକ ବଡ ବର୍ଗ ରାଷ୍ଟ୍ରର କଲ୍ୟାଣ ସହିତ ସଂଶ୍ଲିଷ୍ଟ ଅଭିଯାନ ଗୁଡିକୁ ବହୁତ ଭଲରେ ଗ୍ରହଣ କରିଛନ୍ତି, ଯାହାର ସକାରାତ୍ମକ ପ୍ରଭାବ ଆଜି  ସାରା ଦେଶ ଅନୁଭବ କରି ପାରୁଛି । ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଯଦି ଦେଶର ଗ୍ରାମର ଲୋକ ମାନଙ୍କର ଏବଂ ଗରିବ ଲୋକ ମାନଙ୍କର ଜୀବନ, ସ୍ୱାସ୍ଥ୍ୟ ଉନ୍ନତ ହେବାରେ ଲାଗିଛି, ତେବେ ସେଥିରେ କିଛି ଗଣମାଧ୍ୟମର ବ୍ୟକ୍ତି ବିଶେଷ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି, ସେମାନେ ଖୁବ୍ ପ୍ରଶଂସନୀୟ ଭୂମିକା ନିର୍ବାହ କରିଛନ୍ତି । ଆଜି ଭାରତ ଡିଜିଟାଲ୍ ଦେୟ ମାମଲାରେ ବିଶ୍ୱରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି, ଜନ ଶିକ୍ଷା ନିମନ୍ତେ ଯେଉଁ ଅଭିଯାନକୁ ଗଣମାଧ୍ୟମ ଚାଲୁ ରଖିଥିଲା, ସେଥିରୁ ଦେଶକୁ ବେଶ୍ ସହାୟତା ମିଳିଛି । ଆପଣ ମାନଙ୍କୁ ଏହା ଜାଣି ଖୁସି ଲାଗିବ ଯେ, ବିଶ୍ୱର ସମୁଦାୟ ଡିଜିଟାଲ୍ ଦେଣନେଣର ୪୦% ହିନ୍ଦୁସ୍ତାନ କରିଥାଏ । ବିଗତ ୨ ବର୍ଷରେ କରୋନା ମହାମାରୀ ସମୟରେ ଯେଉଁ ଭଳି ଭାବରେ ଆମର ସାମ୍ବାଦିକ ବନ୍ଧୁମାନେ ଦେଶର କଲ୍ୟାଣ କ୍ଷେତ୍ରରେ କର୍ମଯୋଗୀ ମାନଙ୍କ ଭଳି କାର୍ଯ୍ୟ କରିଛନ୍ତି, ତାହାକୁ ମଧ୍ୟ ସଦାସର୍ବଦା ମନେ ପକାଯିବ । ଭାରତର ଗଣମାଧ୍ୟମର ସକାରାତ୍ମକ ଯୋଗଦାନ ଦ୍ୱାରା ଭାରତକୁ ୧୦୦ ବର୍ଷ ଭିତରେ ସବୁଠାରୁ ବଡ ବିପଦର ମୁକାବିଲା କରିବା ନିମନ୍ତେ ବହୁତ ସାହାଯ୍ୟ ସହଯୋଗ ମିଳିଥିଲା । ମୋର ବିଶ୍ୱାସ ରହିଛି, ସ୍ୱାଧୀନତାର ଅମୃତ କାଳରେ ଦେଶର ଗଣମାଧ୍ୟମ ଗୁଡିକ ନିଜର ସକାରାତ୍ମକ ଭୂମିକାକୁ ଆହୁରି ଅଧିକ ପରିମାଣରେ ବ୍ୟାପକ କରିବେ ।   ଏହି ଦେଶ ବିତର୍କ ଏବଂ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ୁଥିବା ସମୃଦ୍ଧ ପରିପାଟୀ ସମ୍ପନ୍ନ ଦେଶ ଅଟେ । ହଜାର ହଜାର ବର୍ଷ ହେଲା ଆମେ ସୁସ୍ଥ ତର୍କ, ସୁସ୍ଥ ଆଲୋଚନା, ଉଚିତ୍ ଯୁକ୍ତିକୁ ସାମାଜିକ ବ୍ୟବସ୍ଥାର ଅଂଶ କରି ଆସିଛେ । ଆମେମାନେ ବହୁତ କଠିନ ସାମାଜିକ ପ୍ରସଙ୍ଗଗୁଡିକ ଉପରେ ଖୋଲାଖୋଲି ଭାବରେ ସୁସ୍ଥ ଚର୍ଚ୍ଚା କରିଛେ । ଏହା ଭାରତର ପରିପାଟୀ ହୋଇ ରହି ଆସିଛି, ଯାହାକୁ ଆମକୁ ଆହୁରି ସଶକ୍ତ କରିବାର ଅଛି ।

ସାଥୀଗଣ,

ଆଜି ମୁଁ ମୁମ୍ବାଇ ସମାଚାରର ପରିଚାଳକ ମାନଙ୍କୁ, ସାମ୍ବାଦିକ ମାନଙ୍କୁ ବିଶେଷ ରୂପରେ ସେମାନଙ୍କୁ କିଛି ଅନୁରୋଧ କରିବାକୁ ଚାହୁଁଛି । ଆପଣ ମାନଙ୍କ ନିକଟରେ ୨୦୦ ବର୍ଷର ଯେଉଁ ସଂଗ୍ରହାଳୟ ରହିଛି, ଯେଉଁଥିରେ ଭାରତ ଇତିହାସର ଅନେକ ମୋଡ ସମ୍ପର୍କରେ ଉଲ୍ଲେଖ ହୋଇ ରହିଛି, ତାହାକୁ ସାରା ଦେଶ ତଥା ବିଶ୍ୱ ଆଗରେ ଉପସ୍ଥାପନ କରିବା ବହୁତ ଜରୁରୀ ଅଟେ । ମୋର ଏହା ପରାମର୍ଶ ଅଟେ ଯେ, ମୁମ୍ବାଇ ସମାଚାର ନିଜର ଏହି ସାମ୍ବାଦିକତାର ସମ୍ପତିକୁ ଭିନ୍ନ ଭିନ୍ନ ଭାଷାରେ, ବହୁ ରୂପରେ, ନିଶ୍ଚିତ ରୂପରେ ଦେଶରେ ସମସ୍ତଙ୍କ ନଜରକୁ ଆଣିବାକୁ ପ୍ରୟାସ କରୁ । ଆପଣ ମାନେ ମହାତ୍ମା ଗାନ୍ଧୀଙ୍କ ଉପରେ ଯେଉଁ ଖବର ଲେଖିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଯେଉଁ ଲେଖା ଲେଖିଛନ୍ତି, ଭାରତର ଅର୍ଥ ବ୍ୟବସ୍ଥାର ଉତ୍‌ଥାନ - ପତନକୁ ଅତି ସୂକ୍ଷ୍ମ ଭାବରେ ବୁଝିଛନ୍ତି – ବୁଝାଇଛନ୍ତି, ତାହା ସବୁ କେବଳ କିଛି ରିପୋର୍ଟ/ ଖବର ନୁହେଁ । ଏହା ହେଉଛି ସେହି ସବୁ ମୂହୁର୍ତ, ଯାହା ଦେଶର ଭାଗ୍ୟକୁ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏଥିପାଇଁ ଆଗାମୀ ପିଢ଼ି ମାନଙ୍କୁ ପ୍ରେରିତ କରିବା ନିମନ୍ତେ ବହୁ୍‌ତ ବଡ ମାଧ୍ୟମ, ବହୁତ ବଡ ସମ୍ପତି କାମା ସାହେବ ଆପଣଙ୍କ ନିକଟରେ ରହିଛି ଏବଂ ଦେଶ ଏହାକୁ ଦେଖିବା ପାଇଁ ଅପେକ୍ଷା କରିଛି ।  ଭବିଷ୍ୟତରେ ସାମ୍ବାଦିକତା ନିମନ୍ତେ ମଧ୍ୟ ଏକ ବଡ ଶିକ୍ଷା ଆପଣଙ୍କର ଇତିହାସ ଭିତରେ ଛପି ରହିଛି । ଏହି ଦିଗରେ ଆପଣ ମାନେ ନିଶ୍ଚିତ ରୂପରେ ପ୍ରୟାସ କରନ୍ତୁ ଏବଂ ଆଜି ୨୦୦ ବର୍ଷରେ, ମୁଁ ମଧ୍ୟ ପୂର୍ବରୁ କହିଛି ଯେ ଏହି ଯାତ୍ରା କେତେ ଉତ୍‌ଥାନ - ପତନକୁ ଦେଖିଥିବ ଏବଂ ୨୦୦ ବର୍ଷ ପର୍ଯ୍ୟନ୍ତ ନିୟମିତ ରୂପରେ ଚାଲିବା, ଏହା ମଧ୍ୟ ନିଜ ଭିତରେ ଏକ ବଡ ଶକ୍ତି ଅଟେ । ଏହି ମହତ୍ୱପୂର୍ଣ୍ଣ ଅବସରରେ ଆପଣ ସମସ୍ତେ ମୋତେ ନିମନ୍ତ୍ରଣ କରିଛନ୍ତି, ଆପଣ ସମସ୍ତଙ୍କ ନିକଟକୁ ଆସିବାର ସୁଯୋଗ ମୋତେ ମିଳିଲା, ଏତେ ପରିମାଣର ଲୋକ ମାନଙ୍କୁ ଦେଖିବାକୁ ସୁଯୋଗ ପ୍ରାପ୍ତ ହେଲା ଏବଂ ମୁଁ ମଧ୍ୟ ଥରେ ଏଠାକୁ ମୁମ୍ବାଇକୁ କୌଣସି ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲି, ବୋଧ ହୁଏ ଆମର ସୂରଜ ଭାଇ ଦୟାଲ୍ ମୋତେ ଡାକିଥିଲେ । ସେହି ଦିନ ମୁଁ କହିଥିଲି ଯେ, ମୁମ୍ବାଇ ଏବଂ ମହାରାଷ୍ଟ୍ର ହେଉଛି ଗୁଜରାଟର ଭାଷାର ମାମୁଁ ଘର ଅଟେ । ପୁଣି ଥରେ ଆପଣ ସମସ୍ତଙ୍କୁ ମୁମ୍ବାଇ ସମାଚାରର ୨୦୦ ବର୍ଷ ପୂରଣ ହେବା ନିମନ୍ତେ ବହୁତ – ବହୁତ ଶୁଭ କାମନା ଜଣାଉଛି । କାମା ପରିବାର ନିଜ ଦେଶର ବହୁତ ସେବା କରିଛନ୍ତି, ସମ୍ପୂର୍ଣ୍ଣ ପରିବାର ହେଉଛନ୍ତି ଶୁଭେଚ୍ଛାର ପାତ୍ର ଏବଂ ମୁଁ ମୁମ୍ବାଇ ସମାଚାରର ସମସ୍ତ ପାଠକ ମାନଙ୍କୁ, ବାଚକ ମାନଙ୍କୁ ମଧ୍ୟ ହୃଦୟର ସହିତ ବହୁତ – ବହୁତ ଶୁଭେଚ୍ଛା ପ୍ରଦାନ କରୁଛି । କାମା ସାହେବ ଯାହା କହିଛନ୍ତି, ତାହା କେଳବ ଶବ୍ଦ ନଥିଲା, ୨୦୦ ବର୍ଷ ପର୍ଯ୍ୟନ୍ତ , ପିଢ଼ି ପରେ ପିଢ଼ି ଘରେ ଯଦି ଗୋଟିଏ ଖବରକାଗଜ ନିୟମିତ ରୂପରେ ପଢ଼ା ଯାଉଛି, ଦେଖା ଯାଉଛି, ଶୁଣା ଯାଉଛି, ତାହା ନିଜ ଭିତରେ ନିଜେ ଖବରକାଗଜର ବହୁତ ଶକ୍ତିର ପରିଚାୟକ ହୋଇଥାଏ । ଏବଂ ଏହି ଶକ୍ତି ପ୍ରଦାନ କରିଥିବା ଲୋକମାନେ ହେଉଛନ୍ତି ଆପଣ ସମସ୍ତେ ଏବଂ ଏଥିପାଇଁ ମୁଁ ଗୁଜରାଟୀ ମାନଙ୍କୁ ମଧ୍ୟ ଏହି ସାମର୍ଥ୍ୟ ପାଇଁ ଶୁଭେଚ୍ଛା ଦେବାକୁ ଚାହିଁବି ।  ମୁଁ ନାମ ନେବାକୁ ଚାହୁଁ ନାହିଁ, ଆଜି ବି ଏମିତି ଏକ ଦେଶ ଅଛି, ଯେଉଁଠାରେ ଏକ ସହରରେ, ମୁଁ ବିଦେଶ ସମ୍ପର୍କରେ କହୁଛି, ସବୁଠାରୁ ଅଧିକ ବିକ୍ରି ହେଉଥିବା ଖବରକାଗଜ ହେଉଛି ଗୁଜରାଟୀ । ଏହାର ଅର୍ଥ ହେଉଛି ଗୁଜରାଟୀ ଲୋକମାନେ ବୋଧ ହୁଏ ଖୁବ୍ ଶୀଘ୍ର ବୁଝି ଯାଉଛନ୍ତି, କେଉଁ ଜିନିଷରେ କେଉଁଠାରେ ଶକ୍ତି ରହିଛି । ଚାଲନ୍ତୁ, ହସ – ଖୁସିର ଏହି ସନ୍ଧ୍ୟାରେ ପୁଣି ଥରେ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
British Couple Praises 'Excellent' Indian Railways After Travelling With 2-Month-Old Baby

Media Coverage

British Couple Praises 'Excellent' Indian Railways After Travelling With 2-Month-Old Baby
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Ali Falih Kadhim al-Zaidi on assuming office as Prime Minister of Iraq
May 16, 2026

The Prime Minister, Shri Narendra Modi, congratulated Falih Kadhim al-Zaidi on assuming office as Prime Minister of Iraq. Shri Modi remarked that India highly values its longstanding and friendly ties with Iraq and remains firmly committed to further strengthening our bilateral ties in all areas.

Shri Modi posted on X:

“Heartiest congratulations to Ali Falih Kadhim al-Zaidi on assuming office as Prime Minister of Iraq.

India highly values its longstanding and friendly ties with Iraq and remains firmly committed to further strengthening our bilateral ties in all areas.

I extend my best wishes to him and look forward to working together for the shared progress and prosperity of our two nations.”