In the Information era, first-mover does not matter, the best-mover does : PM
It is time for tech-solutions that are Designed in India but Deployed for the World :PM

ନମସ୍ତେ,

ମୋ କ୍ୟାବିନେଟ ସହକର୍ମୀ ଶ୍ରୀ ରବିଶଙ୍କର ପ୍ରସାଦ ଜୀ, କର୍ଣ୍ଣାକଟ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ଜୀ ଏବଂ ପ୍ରଯୁକ୍ତି ଜଗତର ମୋ ପ୍ରିୟ ବନ୍ଧୁଗଣ । ଏକଥା ସତ୍ୟ ଯେ, ପ୍ରଯୁକ୍ତି ବିଦ୍ୟା ଏହି ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ଆୟୋଜନ କରିବାରେ ବିଶେଷ ସହାୟକ ହୋଇଛି ।

ବନ୍ଧୁଗଣ, ଆମେ ଡିଜିଟାଲ ମିଶନ କାର୍ଯ୍ୟକ୍ରମ 5 ବର୍ଷ ପୂର୍ବରୁ ଆରମ୍ଭ କରିଥିଲୁ । ମୁଁ ଏବେ ଖୁସିର ସହିତ କହିବାକୁ ଚାହୁଁଛି ଯେ, ଡିଜିଟାଲ ଇଣ୍ଡିଆ ଆଜି ଆଉ ସରକାରଙ୍କ ଏକ  ନିୟମିତ କାର୍ଯ୍ୟକ୍ରମ ହୋଇ ରହିନାହିଁ । ଏହା ଏବେ ଜୀବନର ଏକ ଅଂଶରେ ପରିଣତ ହୋଇଛି । ବିଶେଷ କରି ଏହା ଗରିବ ଏବଂ ଯେଉଁମାନେ ସରକାରରେ ଅଛନ୍ତି, ସେମାନଙ୍କ ପାଇଁ ସବୁଠାରୁ ଅଧିକ ଆବଶ୍ୟକ । ଡିଜିଟାଲ ଇଣ୍ଡିଆର ପ୍ରଭାବ ଯୋଗୁ ଆଜି ଦେଶର ବିକାଶ ଧାରାରେ ଏକ ମାନବିକ ଦିଗ ଉନ୍ମୋଚିତ ହୋଇଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମର ନାଗରିକମାନଙ୍କ ଜୀବନରେ ବଡ ଧରଣର ପରିବର୍ତ୍ତନ ଆସିଛି । ତାର ସୁଫଳ ଆଜି ସମସ୍ତେ ଦେଖିପାରୁଛନ୍ତି ।

ଆମ ସରକାର ଡିଜିଟାଲ ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ଏକ ବଜାର ସୃଷ୍ଟି କରିପାରିଛନ୍ତି ଏବଂ ପ୍ରଯୁକ୍ତି ବିଦ୍ୟା ଆମ ବିଭିନ୍ନ ଯୋଜନାର ମୁଖ୍ୟ ଅଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି । ଆମେ ପ୍ରଯୁକ୍ତି ବିଦ୍ୟା ବଳରେ ମାନବିକ ମହତ୍ୱକୁ ବଢ଼ାଇପାରିଛୁ । ଗୋଟିଏ କ୍ଲିକରେ ଲକ୍ଷ ଲକ୍ଷ ଚାଷୀ ଆର୍ଥିକ ସହାୟତା ପାଇପାରୁଛନ୍ତି । କୋଭିଡ-19 ଲକଡାଉନ ପରିସ୍ଥିତି ଯେତେବେଳେ ଚରମସୀମାରେ ପହଞ୍ଚିଥିଲା କେବଳ ପ୍ରଯୁକ୍ତି ବିଦ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଉପଯୁକ୍ତ ଓ ତ୍ୱରିତ ସହାୟତା ପାଇପାରିଥିଲେ । ଏହି ସହାୟତାର କୌଣସି ତୁଳନା ନାହିଁ । ଆଜି ଭାରତ ଯଦି ବିଶ୍ୱର ଏକ ବୃହତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରୁଛି ଏଥିରେ ବୈଷୟିକ ଜ୍ଞାନର ଏକ ବିରାଟ ଭୂମିକା ରହିଛି । ବାସ୍ତବିକ ଏହି ଯୋଜନା ଗରିବ ମାନଙ୍କୁ ବହୁ ସୁବିଧା ଯୋଗାଇଛି । ବର୍ତ୍ତମାନ ଦେଶର ଯେ କୌଣସି ସ୍ଥାନରେ ସେମାନଙ୍କୁ ଗୁଣାତ୍ମକ ଓ କମ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା ପାଇବା ପାଇଁ ବିଶେଷ ଚିନ୍ତିତ ହେବାକୁ ପଡୁନାହିଁ ।

ଆମ ସରକାର ଜନସାଧାରଣଙ୍କୁ ଦକ୍ଷ ଓ ଉତ୍ତମ ସେବା ଯୋଗାଇ ଦେବାପାଇଁ ତଥ୍ୟ ବିଶ୍ଳେଷଣର କ୍ଷମତାକୁ ଉପଯୋଗ କରୁଛି । 25 ବର୍ଷ ତଳେ ଦେଶକୁ ଇଣ୍ଟରନେଟ ଆସିଥିଲା । ଏକ ରିପୋର୍ଟ ଅନୁସାରେ ଇଣ୍ଟରନେଟ ସଂଯୋଗ ଆଜି ଦେଶରେ ପ୍ରାୟ 75 କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ମାତ୍ର ଆପଣ ଜାଣିଛନ୍ତି କି ଏହାର ଅଧା ସଂଯୋଗ ମାତ୍ର ଗତ 4 ବର୍ଷ ମଧ୍ୟରେ ହୋଇଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମର ବିଭିନ୍ନ ଯୋଜନା ଗୁଡିକ ଆଉ ଫାଇଲ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ ଏହା ଲୋକଙ୍କ ପାଖରେ ଖୁବ ଶୀଘ୍ର ପହଞ୍ଚିପାରିଛି । ଆଜି ଆମେ ଯେତେବେଳେ ଲୋକଙ୍କୁ ସେମାନଙ୍କର ନିଜ ଘର ତିଆରି କରିବାରେ ସାହାଯ୍ୟ କରୁଛୁ ସେଥିରେ ଅସ୍ୱାଭାବିକ ଭାବେ ସ୍ୱଚ୍ଛତା ଓ କମ ସମୟର ଉପଯୋଗ ପ୍ରଯୁକ୍ତି ବିଦ୍ୟା ଯୋଗୁ ସମ୍ଭବ ହୋଇଛି । ଆଜି ଯେତେବେଳେ ଆମେ ପ୍ରତ୍ୟେକ ଘରକୁ ବିଜୁଳୀ ଯୋଗାଇବାରେ ସମର୍ଥ ହୋଇଛୁ, ବୈଷୟିକ ଜ୍ଞାନ ସେଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆମେ ଆଜି ସମସ୍ତ ଟୋଲବୁଥକୁ ଏହି ପ୍ରଯୁକ୍ତି ବିଦ୍ୟା ବଳରେ ଅଧିକ କ୍ରିୟାଶୀଳ କରିପାରିଛୁ । ଏହି ବୈଷୟିକ ଜ୍ଞାନ ଆଜି ଆମକୁ ଭରସା ଦେଇଛି ଯେ ଆମର ଏହି ବିଶାଳ ଜନସଂଖ୍ୟାକୁ ଆମେ କୋଭିଡ ଟୀକା ମଧ୍ୟ ଯୋଗାଇପାରିବୁ ।

ବନ୍ଧୁଗଣ, ଯେତେବେଳେ ପ୍ରଯୁକ୍ତି ବିଷୟ ମନକୁ ଆସେ ସେତେବେଳେ ଏହାର ଶିକ୍ଷା ଓ ଅଭିବୃଦ୍ଧି ନେଇ ପ୍ରଶ୍ନ ଉଠିଥାଏ । ଏହି ସତ୍ୟକୁ ଅନୁସରଣ କରି ଦେଶରେ ଏବେ ଅନେକ ପ୍ରଯୁକ୍ତି ଏନ୍ତୁଡିଶାଳ ଗଢ଼ି ଉଠିଛି । ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଦେଶରେ ହାକାଥନର ବିକାଶ ଏକ ସଂସ୍କୃତିରେ ପରିଣତ ହୋଇଛି । ସେମାନଙ୍କ ମଧ୍ୟରୁ କେତେଗୁଡିକରେ ମୁଁ ଯୋଗ ଦେବାର ସୁଯୋଗ ମଧ୍ୟ ପାଇଛି । ଆମର ଦେଶ ଓ ସମଗ୍ର ପୃଥିବୀ ଆବଶ୍ୟକ କରୁଥିବା ସମସ୍ୟାର ସମାଧାନ ନିମନ୍ତେ ଆମ ଯୁବପିଢ଼ି ଆଗେଇ ଆସିଛନ୍ତି । ସିଙ୍ଗାପୁର ଓ ଅନ୍ୟାନ୍ୟ ଏସୀୟ ଦେଶମାନଙ୍କ ସହାୟତାରେ ଏହି ହାକାଥନ ମାନ ପ୍ରତିଷ୍ଠା କରାଯାଇଛି । ଭାରତ ସରକାର ଆମର ମଜବୁତ ଷ୍ଟାର୍ଟଅପ ଗୋଷ୍ଠୀ ପାଇଁ ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କୌଶଳ ଓ ସଫଳତାରେ ଏଗୁଡ଼ିକ ବିଶ୍ୱ ପ୍ରସିଦ୍ଧି ଲାଭ କରିପାରିଛି ।

ବନ୍ଧୁଗଣ,  ଆମେ ମାନେ ଶୁଣିଛେ ଯେ, ବିଭିନ୍ନ ଆହ୍ୱାନ ମୂଳକ ଓ ପ୍ରତିକୂଳ ପରିସ୍ଥିତିରେ ହିଁ ସବୁଠାରୁ ଶ୍ରେଷ୍ଠ ଲୋକ ବାହାରନ୍ତି ସମ୍ଭବତଃ ଅଧିକାଂଶ ଭାରତୀୟ ବୈଷୟିକବିତ ମାନଙ୍କ ପାଇଁ ଏହି ଯୁକ୍ତି ପ୍ରଯୁଜ୍ୟ । ଯେତେବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ସମୟସୀମା ନିର୍ଦ୍ଧାରିତ ହୋଇଥାଏ, ସେତେବେଳେ ସମସ୍ତଙ୍କର ଅଜାଣତରେ ମଧ୍ୟ ଅନେକ ସାହାଯ୍ୟ କରିବାକୁ ବାହାରି ଆସିଥାନ୍ତି । ବୈଶ୍ୱିକ ଲକଡାଉନ ଯାତ୍ରା କଟକଣା ଯୋଗୁ ଅନେକ ଲୋକ ନିଜ କାମ କରୁଥିବା ସ୍ଥାନ ଛାଡି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏତିକି ବେଳେ ଆମର ପ୍ରଯୁକ୍ତି କ୍ଷେତ୍ର ଯେଉଁ ଭୂମିକା ନେଇଛି ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ । ସମୟର ଚକକୁ ଗତିଶୀଳ ରଖିବା ପାଇଁ ଆମର ପ୍ରଯୁକ୍ତି କ୍ଷେତ୍ର ସମାଧାନର ସୂତ୍ର ବାହାର କରିଛନ୍ତି । ବୈଷୟିକ ଶିଳ୍ପ ଲୋକମାନଙ୍କୁ ଏକତ୍ରିତ କରିବା ସହ ବିରାଟ ଉଦ୍ଭାବନର ସୁଯୋଗ ପ୍ରଦାନ କରିଛି ।

କୋଭିଡ-19 ବୈଶ୍ୱିକ ମହାମାରୀ ଏକ ବଙ୍କା ରାସ୍ତା ହୋଇପାରେ ମାତ୍ର ରାସ୍ତାର ଅନ୍ତ ନୁହେଁ । ୟେ ତୋ ରସ୍ତାକା ଏକ ବେଣ୍ଡ ଥା ଏଣ୍ଡ ନେହିଁ । ଗୋଟିଏ ଯୁଗ ଧରି ବୈଷୟିକ ଉଦ୍ଭାବନ ଯେତିକି ନ ହୋଇଛି, ମାତ୍ର କେଇ ମାସ ମଧ୍ୟରେ ଏହା ଦେଖିବାକୁ ମିଳିଛି । ଯେ କୌଣସି ସ୍ଥାନରୁ କର୍ତ୍ତବ୍ୟ ସମ୍ପାଦନ କରିବା ଏକ ଜୀବନ ଧାରା ହୋଇଛି ଏବଂ ରହିବ ମଧ୍ୟ । ଆମେ ଶିକ୍ଷା, ସ୍ୱାସ୍ଥ୍ୟ, କିଣାବିକା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଅଧିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦେଖିବାକୁ ପାଇବା । ଏହି ସବୁ କ୍ଷେତ୍ରରେ ମୁଁ ପ୍ରତ୍ୟକ୍ଷ ଭାବେ ନିଜକୁ ସାମିଲ କରିପାରିଛି ଓ ଅସାଧାରଣ ମେଧା ସଂପନ୍ନ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇଛି ଯାହାକି ମୁଁ ଦୃଢ଼ ଭାବରେ କହିବାରେ କୌଣସି ଦ୍ୱିଧା ନାହିଁ । ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ମନୁଷ୍ୟ ଅନେକ କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ସହଜ କରିପାରିବ । କ୍ରମଶଃ ଆମେ ପ୍ରଯୁକ୍ତି ବିଦ୍ୟାକୁ ସହଜରେ ଆପଣାଇ ମଧ୍ୟ ପାରିବା ।

ବନ୍ଧୁଗଣ, ଶିଳ୍ପ ଯୁଗରେ ଆମେ ପାଇଥିବା ସଫଳତା ଏକ ଦର୍ପଣର ପ୍ରତିଫଳନ ହୋଇପାରେ ଏବଂ ଏବେ ଆମେ ସୂଚନା ଯୁଗର ମଧ୍ୟ ଭାଗରେ ପହଞ୍ଚିଛେ । ଆଶାଠାରୁ ଅଧିକ ଶୀଘ୍ର ଭବିଷ୍ୟତ ଆସିଯିବ ଆଉ ବର୍ତ୍ତମାନକୁ ଆମେ ଖୁବଶୀଘ୍ର ଭୁଲି ମଧ୍ୟ ଯିବା । ଶିଳ୍ପ ଯୁଗରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ମାତ୍ର ସୂଚନା ଯୁଗରେ ପରିବର୍ତ୍ତନ ବିଶାଳ ଓ ଦୃତ । ଶିଳ୍ପ ଯୁଗରେ ସବୁଠାରୁ ଆଗ ପାଇବାକୁ ଥିବା ସୁବିଧା ହେଉଛି ସବୁକିଛି । ମାତ୍ର ସୂଚନା ଯୁଗରେ ଆଗରେ ଯିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ସବୁଠାରୁ ଭଲ ଫଳ ପାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେ କୌଣସି ବ୍ୟକ୍ତି ବଜାରକୁ ଏମିତି ଏକ ଜିନିଷ ଛାଡିପାରିବ ଯାହାକି ବଜାରର ସାଂପ୍ରତିକ ସ୍ଥିତିକୁ ମୂହୁର୍ତ୍ତକ ମଧ୍ୟରେ ଓଲଟପାଲଟ କରିଦେଇପାରେ ।

ଶିଳ୍ପ ଯୁଗରେ ପରିସୀମାର ମହତ୍ୱ ଅଛି, ମାତ୍ର ସୂଚନା ଯୁଗରେ କୌଣସି ପରିସୀମା ନାହିଁ । ଶିଳ୍ପ ଯୁଗରେ କଞ୍ଚାମାଲକୁ ଠାବ କରିବା ଥିଲା ଏକ ମୁଖ୍ୟ ଆହ୍ୱାନ । ଏହାକୁ ଅଳ୍ପ କିଛି ବ୍ୟକ୍ତି ହାସଲ କରିପାରୁ ଥିଲେ । ମାତ୍ର ସୂଚନା ଯୁଗରେ ସୂଚନା ହିଁ ହେଉଛି କଞ୍ଚାମାଲ ଯାହାକି ସମସ୍ତଙ୍କ ପାଇଁ ହାସଲ କରିବା  ସମ୍ଭବ । ସୂଚନା ଯୁଗରେ ଭାରତ ଗୋଟିଏ ଏପରି ଏକ ଦେଶ ଯେ କି ଖୁବ ସୁବିଧା ସ୍ଥିତିରେ ରହିଛି । ଆମର ଉତ୍ତମ ମେଧାଶକ୍ତି ସହିତ ଏକ ବିଶାଳ ବଜାର ରହିଛି । ଆମର ସ୍ଥାନୀୟ ବୈଷୟିକ ସମାଧାନ ବିଶ୍ୱସ୍ତରୀୟ । ଏଥିପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ । ବର୍ତ୍ତମାନ ସମୟ ଆସିଛି ଭାରତରେ ବୈଷୟିକ ଜ୍ଞାନରୁ ଉଦବୃତ ସମାଧାନ ବିଶ୍ୱସ୍ତରରେ ପ୍ରୟୋଗ କରାଯାଇପାରିବ ।

ବନ୍ଧୁଗଣ, ଆମର ନୀତିଗତ ନିଷ୍ପତ୍ତି ହେଉଛି ପ୍ରଯୁକ୍ତି ଏବଂ ଉଦ୍ଭାବନ ଶିଳ୍ପକୁ ଅଧିକ ସ୍ୱାଧୀନ କରିବା । ଆପଣମାନେ ଜାଣିଥିବେ ନିକଟରେ ବିଭିନ୍ନ ଉପାୟରେ ଆମେ ଆଇଟି ଶିଳ୍ପର ଅନେକ ବାଧାବିଘ୍ନକୁ ଦୂର କରିଛୁ । ବୈଷୟିକ ଶିଳ୍ପରେ ଅଂଶୀଦାର ମାନଙ୍କୁ ଆମେ ସାମିଲ କରିଛୁ ଏବଂ ଦେଶର ଭବିଷ୍ୟତ ପାଇଁ ସୁରକ୍ଷିତ ନୀତିର ମଧ୍ୟ ପ୍ରଣୟନ କରିଛୁ । ଆପଣମାନେ ସମସ୍ତେ ଏହି ଶିଳ୍ପର ସଞ୍ଚାଳକ । ଆମେ ପ୍ରଥମେ ମିଶି ଦ୍ରବ୍ୟସ୍ତରୀୟ ଉଦ୍ଭାବନକୁ ତାହାର ଉପର ସ୍ତରକୁ ନେଇପାରିବା କି ? ଏକ ଉନ୍ନତ ଚିନ୍ତାଧାରା ବଳରେ ଆମେ ବହୁମୁଖୀ ସଫଳତା ହାସଲ କରିପାରିବା । ଏକ ସୁଚିନ୍ତିତ ଯୋଜନା ହେଉଛି ଅନେକ ଲୋକଙ୍କୁ ମାଛ ଚାଷ ସମ୍ପର୍କରେ ଶିକ୍ଷା ଦେବା ଓ ସେହିମାନଙ୍କ ଦ୍ୱାରା ହିଁ ମାଛ ଉତ୍ପାଦନ କରିବା ସଦୃଶ ।

ସେହିପରି ସୁଚିନ୍ତିତ କାର୍ଯ୍ୟଧାରାର ଆଉ ଏକ ଉଦାହରଣ ହେଲା ୟୁପିଆଇ । ଆମେ ଭାରତରେ ୟୁପିଆଇର ବ୍ୟବସ୍ଥା କରିଛୁ ଯେଉଁଠାରେ କି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ସୃଷ୍ଟି ହୋଇଛି । ଗତ ମାସରେ ରେକର୍ଡ ସଂଖ୍ୟକ 2 ବିଲିଅନରୁ ଅଧିକ ନେଣଦେଣ ହୋଇଛି । ସେହିପରି କିଛି ଜିନିଷ ଆମେ ଜାତୀୟ ଡିଜିଟାଲ ହେଲଥ ମିଶନ କ୍ଷେତ୍ରରେ କରିବାକୁ ଯାଉଛୁ । ଆପଣମାନଙ୍କ ମଧ୍ୟରୁ ଅନେକ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଶୁଣିଥିବେ ଏହା ଏପରି ଏକ ଯୋଜନା ଯାହାକି ଆମ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଜମିର ସତ୍ଵାଧିକାର ପ୍ରଦାନ କରିଛି । ଡ୍ରୋନ ଭଳି ପ୍ରଯୁକ୍ତି ବିଦ୍ୟା ମଧ୍ୟ ଉପଯୋଗ କରାଯାଉଛି ଓ ଏହା ଅନେକଙ୍କୁ ଜମିଜମା ଗଣ୍ଡଗୋଳରୁ ରକ୍ଷା କରିବା ସହିତ ସଶକ୍ତ ମଧ୍ୟ କରିବ । ଥରେ ଜମିର ଅଧିକାର ମିଳିଲେ ବୈଷୟିକ ସମାଧାନ ଏହାର ସମୃଦ୍ଧିରେ ସହାୟକ ହେବ ।

ବନ୍ଧୁଗଣ, ବୈଷୟିକ ଜ୍ଞାନ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଖୁବ ଉପଯୋଗୀ ହେବାକୁ ଯାଉଛି । ଆଗରୁ ଗୋଟିଏ ପକ୍ଷର ଶକ୍ତି ସେମାନଙ୍କ ପାଖରେ ଥିବା ଦକ୍ଷ ଘୋଡା ବା ହାତୀ ଦ୍ୱାରା ନିର୍ଦ୍ଧାରଣ କରାଯାଉଥିଲା । ତାହା ପରେ ଆସିଲା ବନ୍ଧୁକର ଶକ୍ତି । ଏବେ ବିଶ୍ୱର ବିଭିନ୍ନ ଶକ୍ତି ପ୍ରତିଯୋଗିତାରେ ପ୍ରଯୁକ୍ତି ବିଦ୍ୟା ଏକ ମୁଖ୍ୟ ଅସ୍ତ୍ର ସାଜିଛି । ସପ୍ଟୱାରରୁ ଡ୍ରୋନ ଓ ଡ୍ରୋନରୁ ୟୁଏଭି ପର୍ଯ୍ୟନ୍ତ ବୈଷୟିକ ଜ୍ଞାନ  ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରଭାବିତ କରିଛି ।

ବନ୍ଧୁଗଣ, ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଯୋଗୁ ତଥ୍ୟର ସୁରକ୍ଷା ଓ ସାଇବର ସୁରକ୍ଷା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଆମର ଯୁବଗୋଷ୍ଠୀ ସାଇବର ସୁରକ୍ଷା ସମାଧାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଏହି ସମାଧାନର ସୂତ୍ର ଗୁଡିକ ସାଇବର ଆକ୍ରମଣ ଓ ଭାଇରସ ବିରୁଦ୍ଧରେ ସଂଗ୍ରାମ କରିପାରିବ । ଆଜି ଆମର ଫିନଟେକ ଶିଳ୍ପ ଖୁବ ଭଲ କାମ କରୁଛି । ଲକ୍ଷ ଲକ୍ଷ ଲୋକ ବିନା ଦ୍ୱିଧାରେ ନେଣଦେଣ କରୁଛନ୍ତି । ଏହା ହେଉଛି ଜନସାଧାରଣଙ୍କର ଏକ ଆସ୍ଥା ଯାହାକୁ ବଳବତ୍ତର କରିବା ସହିତ ଅଧିକ ମଜବୁତ କରିବାକୁ ପଡିବ । ଅମେ ଏକ ଉନ୍ନତ ତଥ୍ୟ ପରିଚାଳନା ନୀତି ପାଇଁ ଅଗ୍ରାଧିକାର ଦେଉଛୁ ।

ବନ୍ଧୁଗଣ, ଆଜି ଯେତେବେଳେ ମୁଁ ମୁଖ୍ୟତଃ ସୂଚନା ପ୍ରଯୁକ୍ତି ବିଜ୍ଞାନର ପରିସର ଉପରେ ଆଲୋକପାତ କରୁଛି ସେହିଭଳି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଉଦ୍ଭାବନର ଭୂମକା ଗୁରୁତ୍ୱପୂର୍ଣ୍ଣ । ସେ ଜୈବ ବିଜ୍ଞାନ ହେଉ ବା ଇଂଜିନିୟରିଂ, ଉଦ୍ଭାବନ ହିଁ ପ୍ରଗତିର ଚାବିକାଠି । ଉଦ୍ଭାବନ କ୍ଷେତ୍ରରେ ଭାରତର ଅନେକ ସୁବିଧା ରହିଛି । କାରଣ ଆମର ଯୁବଗୋଷ୍ଠୀଙ୍କର ମେଧା ଓ ଉଦ୍ଭାବନ ପାଇଁ ଆଗ୍ରହ ଖୁବ ଅଧିକ ।

ବନ୍ଧୁଗଣ, ଆମ ଯୁବ ସମାଜର ପ୍ରଯୁକ୍ତି ବିଦ୍ୟା ନେଇ ଇଚ୍ଛାଶକ୍ତିର କୌଣସି ସୀମା ନାହିଁ । ବର୍ତ୍ତମାନ ତାହାର ଶ୍ରେଷ୍ଠ ଉପଯୋଗ ପାଇଁ ସମୟ ଉପନୀତ । ମୁଁ ଦୃଢ଼ ନିଶ୍ଚିତ ଯେ ଆମର ଆଇଟି ସେକ୍ଟର ଆମକୁ ନିଶ୍ଚିତ ଗର୍ବିତ କରିବ । ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal

Media Coverage

Defence exports skyrocket to record Rs 38,424cr in 2025-26, 62.7 per cent rise over previous fiscal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights values of harmony and compassion on Good Friday
April 03, 2026

The Prime Minister, Shri Narendra Modi, said that Good Friday reminds us of the sacrifice of Jesus Christ.

Shri Modi expressed hope that the day deepens the values of harmony, compassion and forgiveness.

He said that brotherhood and hope should guide everyone.

In a X post, Shri Modi said;

“Good Friday reminds us of Jesus Christ’s sacrifice. May this day further deepen the values of harmony, compassion and forgiveness. May brotherhood and hope guide us all.”