ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍‌ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍‌ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।

“ଆମର ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀରେ ଆମେ ଏକ ସାମଗ୍ରିକ ପଦକ୍ଷେପ ନେଉଛୁ । ଆଜି ଆମେ କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ସମାନଭାବେ ସୁଧାର ଉପରେ ଧ୍ୟାନ ଦେଉଛୁ”
“ ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ଓ ରୋଗ ପରୀକ୍ଷା କରୁଛନ୍ତି”
“ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ସମାଧନ ନିମନ୍ତେ କୋୱିନ ପ୍ଲାଟଫର୍ମ ବିଶ୍ୱରେ ଭାରତର ମର୍ଯ୍ୟାଦା ରଖିପାରିଛି”
“ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ପ ମିଶନ ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ରକ୍ଷାକାରୀର କାର୍ଯ୍ୟ କରୁଛି । ଏଥିସହ ଦେଶରେ ସ୍ୱାସ୍ଥ୍ୟସେବା ଗ୍ରହଣ ଓ ପ୍ରଦାନ ସହଜ ହୋଇଛି”
“ଦୂରଦୂରାନ୍ତ ସ୍ୱାସ୍ଥ୍ୟ ସେବା ଓ ଟେଲି ମେଡିସିନ୍ ଗ୍ରାମ ଓ ସହର ମଧ୍ୟରେ ଥିବା ସ୍ୱାସ୍ଥ୍ୟସେବା ପହୁଁଚ ପାର୍ଥକ୍ୟ ହ୍ରାସ କରିବ”
“ଏକ ସାମଗ୍ରୀକ ପଦକ୍ଷେପ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛୁ । ଆଜି ଆମର ନଜର କେବଳ ସ୍ୱାସ୍ଥ୍ୟ ନୁହଁ, ସମାନଭାବେ ସୁଧାର ଉପରେ ମଧ୍ୟ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।”

ନମସ୍କାର ଆଜ୍ଞା!

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମଗ୍ର ଦେଶରୁ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ସମସ୍ତ ପେସାଦାର, ପାରାମେଡିକ୍ସ, ନର୍ସିଂ, ସ୍ୱାସ୍ଥ୍ୟ ପରିଚାଳକ, ବୈଷୟିକଜ୍ଞାନ ଏବଂ ଗବେଷଣା ସହିତ ଜଡ଼ିତ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ!

ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ବିଶ୍ବର ସର୍ବ ବୃହତ ଟିକାକରଣ ମିଶନକୁ ସଫଳତା ପୂର୍ବକ ଚଳାଇଥିବାପାଇଁ 130 କୋଟି ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି! ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କେତେ ସାମର୍ଥ୍ୟବାନ, କିଭଳି ଭାବେ ଲକ୍ଷ୍ୟ ଆଧାରିତ, ଏହାକୁ ଆପଣମାନେ ସମଗ୍ର ବିଶ୍ବ ସମ୍ମୁଖରେ ପ୍ରତିସ୍ଥାପିତ କରିଛନ୍ତି।

ସାଥୀଗଣ,

ଏହି ବଜେଟ ବିଗତ 7 ବର୍ଷ ଧରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ କରିବାର ଆମର  ପ୍ରୟାସକୁ ବିସ୍ତାରିତ କରୁଛି ଆଉ ବଜେଟକୁ ଜାଣିଥିବା ଯେଉଁ ଶାସ୍ତ୍ରକାରମାନେ ଅଛନ୍ତି, ସେମାନେ ଏହି କଥାକୁ ଅନୁଭବ କରୁଥିବେ ଯେ ପ୍ରଥମ ଦିନରୁ ହିଁ ଆମର ବଜେଟ ହେଉ ଅବା ଆମର ନୀତିଗୁଡିକ ହେଉ, ସେଥିରେ ଗୋଟିଏ ପ୍ରାବାହମାନ ଧାରା ରହିଛି ଏବଂ ବିକଶିତ ଅଭିବ୍ୟକ୍ତି ରହିଛି । ଆମେ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଏକ ସାମଗ୍ରିକ ଦୃଷ୍ଟିକୋଣକୁ ଆପଣାଇଛୁ। ଆଜି ଆମର ପ୍ରମୁଖ ଲକ୍ଷ୍ୟ ସ୍ୱାସ୍ଥ୍ୟ ସେବା ଉପରେ ହିଁ ରହିଛି, ଆରୋଗ୍ୟ ଉପରେ ମଧ୍ୟ ସେତିକି ଅଧିକ ମାତ୍ରାରେ ରହିଛି । ଆମେ ଅସୁସ୍ଥତା ପ।ଇଁ ଦାୟୀ କାରଣ ଗୁଡ଼ିକୁ ଦୂର କରିବା, ଆରୋଗ୍ୟ ପାଇଁ ସମାଜକୁ ପ୍ରୋତ୍ସାହିତ କରିବା ଆଉ ରୋଗ ହୋଇଥିବା ପରିସ୍ଥିତିରେ ଚିକିତ୍ସାକୁ ସମନ୍ୱିତ କରିବା ଉପରେ ଦୃଷ୍ଟି ନିବଦ୍ଧ କରିଛୁ । ଏଥିପାଇଁ ସ୍ୱଚ୍ଛ ଭାରତ ମିଶନ ହେଉ, ଫିଟ୍ ଇଣ୍ଡିଆ ମିଶନ ହେଉ, ପୋଷଣ ମିଶନ ହେଉ, ମିଶନ ଇନ୍ଦ୍ରଧନୁଷ ହେଉ, ଆୟୁଷ୍ମାନ ଭାରତ ହେଉ, ଜଳ ଜୀବନ ମିଶନ ହେଉ, ଏଭଳି ସମସ୍ତ ପଦକ୍ଷେପକୁ ଆମ୍ଭମାନଙ୍କୁ ଅଧିକରୁ ଅଧିକ ଲୋକମାନଙ୍କ ପାଖକୁ ନେଇ ଯିବାକୁ ହେବ।

ସାଥୀଗଣ,

ଆମେ ଯେତେବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାମଗ୍ରିକ ଏବଂ ଅନ୍ତର୍ଭୁକ୍ତିକରଣ କଥା କହୁଛେ, ତେବେ ଏଥିରେ ତିନୋଟି କାରଣର ସମାବେଶ କରୁଛୁ। ପ୍ରଥମ- ଆଧୁନିକ ଡାକ୍ତରୀ ବିଜ୍ଞାନ ସହିତ ଜଡ଼ିତ ଭିତ୍ତିଭୂମି ଏବଂ ମାନବ ସମ୍ବଳର ବିସ୍ତାର। ଦ୍ୱିତୀୟ- ଆୟୁଷ ଭଳି ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିରେ ଗବେଷଣାକୁ ପ୍ରୋତ୍ସାହନ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ତାହାର କ୍ରିୟାଶୀଳ ଭାବେ ବ୍ୟବହାର ଆଉ ତୃତୀୟ- ଆଧୁନିକ ଏବଂ ଭବିଷ୍ୟତର ଟେକ୍ନୋଲୋଜି ମାଧ୍ୟମରେ ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ କ୍ଷେତ୍ର ପର୍ଯ୍ୟନ୍ତ ଉନ୍ନତ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁବିଧାମାନ ପହଞ୍ଚାଇବା । ଏଥିପାଇଁ ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ବଜେଟରେ ବହୁତ ବୃଦ୍ଧି କରିଛୁ।

ସାଥୀଗଣ,

ଆମେ ଭାରତରେ ଏଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଚାହୁଁଛୁ, ଯାହା କେବଳ ବଡ଼ ସହର ପର୍ପ୍ୟନ୍ତ ସୀମିତ ନ ହେଉ ଆଉ ଆପଣମାନେ ଦେଖିଥିବେ ଯେ ଏହି ବିଷୟକୁ ନେଇ ମୁଁ କ୍ରମାଗତ ଭାବେ ବିଶ୍ବ ସମ୍ମୁଖରେ କଥା କହୁଛି, ବିଶେଷ କରି କରୋନା ପରେ ଆଉ ମୁଁ କହୁଛି ‘ଏକ ବିଶ୍ବ- ଏକ ସ୍ୱାସ୍ଥ୍ୟ’, ଏହି ଉତ୍ସାହର ସହ ଆମକୁ ହିନ୍ଦୁସ୍ତାନରେ ମଧ୍ୟ ଏକ ଭାରତ- ଏକ ସ୍ୱାସ୍ଥ୍ୟ (ୱାନ ଇଣ୍ଡିଆ ୱାନ ହେଲ୍ଥ), ଏହି ମିଶନକୁ ମଧ୍ୟ ସେଭଳି ଅର୍ଥାତ ଦୂର-ଦୂରାନ୍ତର ଅଞ୍ଚଳରେ ମଧ୍ୟ ସମାନ ବ୍ୟବସ୍ଥା ବିକଶିତ କରିବାକୁ ପଡ଼ିବ, ଆମର ପ୍ରୟାସ ହେଉଛି ଯେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସୁବିଧାମାନ ବ୍ଲକ ସ୍ତରରେ ମଧ୍ୟ ହେଉ, ଜିଲ୍ଲା ସ୍ତରରେ ମଧ୍ୟ ହେଉ, ଗାଁ ପାଖରେ ମଧ୍ୟ ହେଉ। ଏହି ଭିତ୍ତିଭୂମିକୁ ବଜାୟ ରଖିବା ଆଉ ସମୟ ଅନ୍ତରାଳରେ ଏହାକୁ ଆଧୁନିକ କରିବା ହେଉଛି ବହୁତ ଜରୁରୀ। ଏଥିପାଇଁ ଘରୋଇ କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଅଧିକ ଉର୍ଜ୍ଜାର ସହିତ ଆଗକୁ ଆସିବାକୁ ପଡ଼ିବ।

ସାଥୀଗଣ,

ଉନ୍ନତମାନର ନୀତି ସହିତ ହିଁ ସେଗୁଡ଼ିକର ଉପଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ। ଏଥିପାଇଁ ଜରୁରୀ ହେଉଛି ଏହା ଯେ ଯେଉଁମାନେ ନୀତିକୁ ବାସ୍ତବତାର ରୂପ ପ୍ରଦାନ କରନ୍ତି, ସେମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ଏଥିପାଇଁ ଏହି ବଜେଟରେ ଆମେ 2 ଲକ୍ଷ ଅଙ୍ଗନୱାଡ଼ିକୁ ସକ୍ଷମ ଅଙ୍ଗନୱାଡ଼ି ଭାବେ ଉନ୍ନତ କରି ସେଗୁଡ଼ିକୁ ଆହୁରି ସଶକ୍ତ କରିବାର ବ୍ୟବସ୍ଥା କରିଛୁ। ଏହି କଥା ପୋଷଣ 2.0 ଉପରେ ମଧ୍ୟ ଲାଗୁ ହେଉଛି।

ସାଥୀଗଣ,

ପ୍ରାଥମିକ ସ୍ୱାସ୍ଥ୍ୟ ସେବା ନେଟୱର୍କକୁ ସଶକ୍ତ କରିବା ପାଇଁ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ନିର୍ମାଣର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି। ଏ ର୍ପ୍ୟନ୍ତ 85 ହଜାରରୁ ଅଧିକ କେନ୍ଦ୍ରଗୁଡ଼ିକ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଟିକାକରଣ ଏବଂ ପରୀକ୍ଷଣର ସୁବିଧା ପ୍ରଦାନ କରୁଛନ୍ତି। ଏଥର ବଜେଟରେ ଏଥିରେ ମାନସିକ ସ୍ୱାସ୍ଥ୍ୟ ସେବାର ସୁବିଧା ମଧ୍ୟ ଯୋଡ଼ା ଯାଇଛି । ଏହାକୁ କିଭଳି ଭାବେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଆମେ ପହଞ୍ଚାଇ ପାରିବା, ସଚେତନତା କିଭଳି ବୃଦ୍ଧି କରାଯାଇ ପାରିବ, ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି, ଆପଣମାନଙ୍କୁ ମଧ୍ୟ ନିଜର ପ୍ରୟାସକୁ ବୃଦ୍ଧି କରିବା ଆବଶ୍ୟକ।

ସାଥୀଗଣ,

ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି କେବଳ ସୁବିଧା ହିଁ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ସେବାର ଚାହିଦାକୁ ମଧ୍ୟ ବୃଦ୍ଧି କରିଥାଏ। ଯାହା ରୋଜଗାର ବୃଦ୍ଧି କରିବାର ମଧ୍ୟ ହେଉଛି ଏକ ବହୁତ ବଡ଼ ମାଧ୍ୟମ। ବିଗତ ବର୍ଷମାନଙ୍କରେ ଯେଭଳି- ଯେମିତି ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ହେବାକୁ ଲାଗିଛି, ସେହି ଅନୁସାରେ ହିଁ ଆମେ କୁଶଳୀ ସ୍ୱାସ୍ଥ୍ୟ କର୍ମୀ ବା ପେସାଦାର ମାନଙ୍କୁ ପ୍ରସ୍ତୁତ କରିବାର ମଧ୍ୟ ପ୍ରୟାସ କରୁଛୁ। ଏଥିାଇଁ ବଜେଟରେ ସ୍ୱାସ୍ଥ୍ୟ  ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ ମାନବ ସମ୍ବଳ ବିକାଶ ପ।ଇଁ ଗତ ବର୍ଷ ତୁଳନାରେ ବଜେଟରେ ବହୁତ ବୃଦ୍ଧି କରାଯାଇଛି। ଡାକ୍ତରୀ ଶିକ୍ଷା ସହିତ ଜଡ଼ିତ ପରିବର୍ତ୍ତନ ଏବଂ ମେଡିକାଲ କଲେଜଗୁଡ଼ିକର ନିର୍ମାଣରେ ଏହା ସହିତ ଜଡ଼ିତ ଆମର ପ୍ରତିବଦ୍ଧତା ସହିତ ଆପଣମାନେ ଭଲ ଭାବେ ପରିଚିତ ଅଛନ୍ତି। ଏହି ପରିବର୍ତ୍ତନଗୁଡ଼ିକୁ ଟେକ୍ନୋଲୋଜିର ଉପଯୋଗ କରି କିଭଳି ଆଗକୁ ବଢ଼ାଇବାକୁ ହେବ, ଡାକ୍ତରୀ ଶିକ୍ଷାର ଗୁଣାତ୍ମକ ମାନକୁ ଆହୁରି କିଭଳି ଉନ୍ନତ କରାଯିବ, ଅଧିକ ସମନ୍ୱିତ ଏବଂ ସୁଲଭ କିଭଳି କରିହେବ, ଏଥିପାଇଁ କିଛି ଦୃଢ ପଦକ୍ଷେପ, ଏକ ସ୍ଥିରୀକୃତ ସମୟ ସୀମା ମଧ୍ୟରେ ଆପଣଙ୍କ ତରଫରୁ ନିଆଯିବା ଆବଶ୍ୟକ।

ସାଥୀଗଣ,

ସ୍ୱାସ୍ଥ୍ୟ ସେବା​​‌ ସହିତ ଜଡ଼ିତ ଆମର ଉଦ୍ଦେଶ୍ୟ ବାୟୋ ଟେକ୍ନୋଲୋଜି ସହିତ ଜଡ଼ିତ ଗବେଷଣା, ଔଷଧ ଏବଂ ଡାକ୍ତରୀ ସରଞ୍ଜାମ ଗୁଡ଼ିକରେ ଆତ୍ମନିର୍ଭରଶୀଳତା ବିନା ହାସଲ ହୋଇପାରିବ ନାହିଁ। କରୋନା ସମୟରେ ଆମେ ଏହାକୁ ଅନୁଭବ ମଧ୍ୟ କରିଛେ । ଜେନେରିକ, ବଲକ ଡ୍ରଗ୍ସ, ଟିକା ଏବଂ ବାୟୋ-ସିମିଲାର୍ସ କ୍ଷେତ୍ରରେ ବିକାଶର ସମ୍ଭାବନାକୁ ଆମ୍ଭମାନଙ୍କୁ ନେଇ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ଆମେ ଡାକ୍ତରୀ ସରଞ୍ଜାମ ଏବଂ ଔଷଧର କଞ୍ଚାମାଲ ପାଇଁ ପିଏଲଆଇ ଯୋଜନା ଆରମ୍ଭ କରିଛୁ।

ସାଥୀଗଣ,

କରୋନା ଟିକାକରଣରେ କୋୱିନ ଭଳି ପ୍ଳାଟଫର୍ମ ମାଧ୍ୟମରେ ଆମର ଡିଜିଟାଲ ଟେକ୍ନୋଲୋଜିର ସୁଦୃଢ଼ତାକୁ ସମଗ୍ର ବିଶ୍ବ ସ୍ବୀକାର କରିଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଗ୍ରାହକ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସହଜ ଇଂଟରଫେସ୍ ଉପଲବ୍ଧ କରାଉଛି । ଏହାଦ୍ୱାରା ଦେଶରେ ଉପଚାର ପାଇବା ଏବଂ ଦେବା ଦୁଇଟିଯାକ ଖୁବ୍ ସହଜ ହୋଇଯିବ। କେବଳ ଏତିକି ହିଁ ନୁହେଁ, ଏହା ଭାରତର ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ବୈଶ୍ୱିକ ବ୍ୟାପକତାକୁ ମଧ୍ୟ ସହଜ କରିବ। ଏହାଦ୍ୱାରା ଡାକ୍ତରୀ ପର୍ପ୍ୟଟନ କ୍ଷେତ୍ର ମଧ୍ୟ ବୃଦ୍ଧି ହେବ ଆଉ ଦେଶବାସୀଙ୍କ ପାଇଁ ରୋଜଗାର ସୁଯୋଗ ବୃଦ୍ଧି ହେବ। ଏହି ବର୍ଷର ବଜେଟରେ ଏହି ମିଶନକୁ ସଶକ୍ତ କରିବା ପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ନାମରେ ଗୋଟିଏ ମୁକ୍ତ ପ୍ଲାଟଫର୍ମର କଥା କୁହାଯାଇଛି। ଏହି ପ୍ରକାରର ନୂତନ ପଦକ୍ଷେପ ଦ୍ୱାରା ସୁଯୋଗ ଏବଂ ପ୍ରଭାବ ଉପରେ ଆମକୁ ଗମ୍ଭୀରତାର ସହିତ ଚର୍ଚ୍ଚା କରିବାକୁ ହେବ।

ସାଥୀଗଣ,

କରୋନା ସମୟରେ, ରିମୋଟ ସ୍ୱାସ୍ଥ୍ୟସେବା, ଟେଲି ମେଡିସିନ୍, ଟେଲି ପରାମର୍ଶ ପ୍ରାୟ ଅଢେଇ କୋଟି ରୋଗୀଙ୍କ ପାଇଁ ଏକ ସମାଧାନର ମାଧ୍ୟମ ପାଲଟିଥିଲା । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା​‌ ଦୂରତ୍ବକୁ ହ୍ରାସ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହୋଇପାରିବ। ବର୍ତ୍ତମାନ ଆମେ ଦେଶର ପ୍ରତ୍ୟେକ ଗାଁକୁ ଫାଇବର ନେଟୱାର୍କ ପହଞ୍ଚାଉଛୁ, 5-ଜି ଟେକ୍ନୋଲୋଜି ଆସିବାରେ ଏବେ ଆଉ ବିଳମ୍ବ ହେବ ନାହିଁ । 5-ଜି ଟେକ୍ନୋଲୋଜିର ବ୍ୟବହାର କରି ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଆମର ଘରୋଇ କ୍ଷେତ୍ରକୁ ନିଶ୍ଚିତ ଭାବରେ ଏହାର ଭାଗିଦାରୀକୁ ବୃଦ୍ଧି କରିବାକୁ ହେବ। ଆମ ଗାଁମାନଙ୍କରେ ଏତେଗୁଡ଼ିଏ ସ୍ବାସ୍ଥ୍ୟକେନ୍ଦ୍ର ଅଛି, ଆୟୁଷ କେନ୍ଦ୍ର ଅଛି, ସେଗୁଡିକୁ ଆମେ ସହରର ବଡ଼ ବଡ଼ ଘରୋଇ ଏବଂ ସରକାରୀ ଡାକ୍ତରଖାନା ସହିତ କିପରି ସଂଯୋଗ କରିପାରିବା, ରିମୋଟ ସ୍ୱାସ୍ଥ୍ୟସେବା ଏବଂ ଟେଲି ପରାମର୍ଶକୁ କିପରି ପ୍ରୋତ୍ସାହିତ କରିପାରିବା, ଏହା ଉପରେ ମଧ୍ୟ ଆପଣମାନଙ୍କ ପରାମର୍ଶକୁ ପ୍ରତୀକ୍ଷା କରିବୁ । ଡ୍ରୋନ ଟେକ୍ନୋଲୋଜିକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକରୁ ଅଧିକ ବ୍ୟବହାର ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ସହିତ ଜଡିତ ଆମର ଘରୋଇ କମ୍ପାନୀଗୁଡିକୁ ମଧ୍ୟ ଆଗେଇ ଆସିବାକୁ ପଡିବ।

ସାଥୀଗଣ,

ଆୟୁଷର ଭୂମିକାକୁ ଆଜି ସମଗ୍ର ବିଶ୍ୱ ସ୍ବୀକାର କରୁଛି । ଏହା ଆମ ପାଇଁ ଗର୍ବର ବିଷୟ ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(’ହୁ’) ଭାରତରେ ବିଶ୍ବର ଏହାର ଏକମାତ୍ର ବିଶ୍ବ ପାରମ୍ପରିକ ଔଷଧ କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି । ବର୍ତ୍ତମାନ ଏହା ଆମ ସମସ୍ତଙ୍କ ଉପରେ ନିର୍ଭର କରେ ଯେ, ଆମେ କିପରି ନିଜ ପାଇଁ ଏବଂ ସମଗ୍ର ବିଶ୍ବ ପାଇଁ ଆୟୁଷର ଉତ୍ତମ ସମାଧାନ ପ୍ରସ୍ତୁତ କରି ପାରିବା।  କରୋନାର ଏହି ସମୟରେ ମଧ୍ୟ ସ୍ୱାସ୍ଥ୍ୟସେବା ଏବଂ ଫାର୍ମା(ଔଷଧ ଉତ୍ପାଦନ) କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ମଧ୍ୟ ବିଶ୍ୱ ସହିତ ପରିଚିତ କରାଇବାକୁ ହେବ। ତେଣୁ, ଏହି ୱେବିନାରରୁ ମଧ୍ୟ ସମୟବଦ୍ଧ କାର୍ଯ୍ୟାନ୍ବୟନ ଯୋଜନା ବାହାରକୁ ଆସିବ, ତେବେ ମୁଁ ଭାବୁଛି ଏହା ଏକ ବଡ଼ ଉତ୍ତମ ସେବା ହେବ। ଆଉ ମୁଁ ମଧ୍ୟ ଗୋଟିଏ କଥା କହିବାକୁ ଚାହେଁ, ବିଶେଷକରି ଘରୋଇ କ୍ଷେତ୍ରର ଡ଼ାକ୍ତର ବନ୍ଧୁମାନଙ୍କୁ, ଆଜି ଆମର ପିଲାମାନେ ବିଶେଷ କରି ଡାକ୍ତରୀ ଶିକ୍ଷା ପାଇଁ ବିଶ୍ବର ଛୋଟ ଛୋଟ ଦେଶକୁ ଅଧ୍ୟୟନ କରିବାକୁ ଯାଉଛନ୍ତି। ଦେଶର କୋଟି-କୋଟି ଟଙ୍କା ବାହାରକୁ ଯାଉଛି । କ’ଣ ଆମର ଘରୋଇ କ୍ଷେତ୍ର ବହୁତ ବଡ଼ ମାତ୍ରାରେ ଏହି କ୍ଷେତ୍ରକୁ ଆସି ପାରିବେ ନାହିଁ? କ’ଣ ଆମର ରାଜ୍ୟଗୁଡ଼ିକର ସରକାର ଏହି ପ୍ରକାରର କାର୍ଯ୍ୟ କରିବା ଲାଗି ଜମି ଅଧିଗ୍ରହଣ ପାଇଁ କଠୋର ନୀତି ପ୍ରସ୍ତୁତ କରି ପାରିବେ ନାହିଁ? ଫଳରେ ଅଧିକରୁ ଅଧିକ ଡାକ୍ତର ଆମର ଏଠାରୁ ବାହାରି ପାରିବେ, ପାରାମେଡିକାଲସ୍ ପ୍ରସ୍ତୁତ ହେବେ। କେବଳ ଏତିକି ହିଁ ନୁହେଁ, ଆମେ ବିଶ୍ବର ଆବଶ୍ୟକତାକୁ ପୂରଣ କରି ପାରିବା । ଆମର ଡାକ୍ତରମାନେ ବିଗତ ଚାରି ପାଞ୍ଚ ଦଶକ ଧରି ସମଗ୍ର ଦୁନିଆରେ ଭାରତର ସମ୍ମାନକୁ ବହୁତ ବୃଦ୍ଧି କରିଛନ୍ତି । ଭାରତର ଡାକ୍ତର ଯେଉଁଠାକୁ ମଧ୍ୟ ଯାଇଛନ୍ତି, ସେ ସେହି ଦେଶର ହୃଦୟକୁ ଜୟ କରିଛନ୍ତି। ଭାରତର ଡାକ୍ତରଙ୍କର ପ୍ରତିଭାକୁ ବିଶ୍ୱର ସାଧାରଣରୁ ସାଧାରଣ ନାଗରିକ ବହୁତ ଭଲ ବୋଲି ଭାବନ୍ତି। ଏହାର ଅର୍ଥ ଆମର ବ୍ରାଣ୍ଡିଂ ହୋଇ ସାରିଛି। ଏବେ ଆମ୍ଭମାନଙ୍କୁ ଯୋଗ୍ୟ ଲୋକମାନଙ୍କୁ ପ୍ରସ୍ତୁତ କରିବାରେ ଦ୍ରୁତ ଗତି ଆଣିବାକୁ ପଡ଼ିବ । ସେହିଭଳି ଭାବେ ବିଶ୍ବର ସବୁଠାରୁ ବଡ଼ ଆମର ସ୍ୱାସ୍ଥ୍ୟ ବୀମା ଯୋଜନା, ମୁଁ ତାହାକୁ ସ୍ୱାସ୍ଥ୍ୟ ବୀମା ଯୋଜନା କହୁନାହିଁ ଆଉ ତାହା ହେଉଛି ଆୟୁଷ୍ମାନ ଭାରତ, ହେଉଛି ନିର୍ଭରଯୋଗ୍ୟ ରୋଜଗାର। ଭାରତ ସରକାର ବୀମା କରିଛନ୍ତି, ଆପଣଙ୍କର ଡାକ୍ତରଖାନା ବହୁତ ବଡ଼ ହୋଇଯାଇଛି ଆଉ ଗରିବ ବ୍ୟକ୍ତିଟି ଯଦି ସେଠାକୁ ଆସିବ, ତେବେ ତାହାର ଖର୍ଚ୍ଚର ଭାର ଭାରତ ସରକାରଙ୍କ ବ୍ୟବସ୍ଥାରୁ ହେବାକୁ ଯାଉଛି। ଆପଣଙ୍କ ପାଖକୁ ପଇସା ଅଭାବରୁ ରୋଗୀ ଆସିବେ ନାହିଁ, ସେହି ପରିସ୍ଥିତି ଏବେ ଆଉ ନାହିଁ। କ’ଣ ମୋର ଘରୋଇ କ୍ଷେତ୍ରର ଲୋକ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଭିତ୍ତିଭୂମି ବିକଶିତ କରିବା ପାଇଁ ଆଗେଇ ଆସିବେ। ଆୟୁଷ୍ମାନ ଭାରତ ଯୋଜନାର ଯେଉଁ ରୋଗୀମାନେ ଅଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ବିକଶିତ କରିବା, ଆପଣଙ୍କୁ ରୋଜଗାରର କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆପଣଙ୍କୁ ଆପଣଙ୍କ ନିବେଶର ଫଳାଫଳ ମିଳିବ ଅର୍ଥାତ ଏତେ ସବୁ ଯୋଜନା ରହିଛି, ଆଉ ଏହି କାର୍ଯ୍ୟରେ ସରକାରୀ- ଘରୋଇ ଭାଗିଦାରୀ ଏହା ଆମ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବହୁତ ସୁଦୃଢ଼ କରି ପାରିବ। ଆଉ ଆପଣମାନେ ଦେଖିଥିବେ ଯେ ଆମର ଆୟୁର୍ବେଦ ବହୁତ ବଡ଼ ସୁନାମ ପ୍ରାପ୍ତ କରିଛି । ବିଶେଷ କରି କରୋନା ସମୟରେ ଆମର ଯେଉଁ ବନୌଷଧି ଉତ୍ପାଦ ରହିଛି, ଆଜି ବିଶ୍ବରେ ତାହାର ବହୁତ ବଡ଼ ରପ୍ତାନୀ ବୃଦ୍ଧି ହେଉଛି, ଅର୍ଥ ଏହା ପ୍ରତି ଆକର୍ଷଣ ବୃଦ୍ଧି ହେଉଛି। ଆମେ ସମସ୍ତେ ମିଳିମିଶି ଏହି ଯୋଜନାଗୁଡ଼ିକୁ କିପରି ନେଇଯିବା । ମୁଁ ଚାହିଁବି ଖୋଲା ମନରେ ନେତୃତ୍ୱର ଭୂମିକା ନେବା ପାଇଁ ଭାରତକୁ ପ୍ରସ୍ତୁତ କରିବା ପାଇଁ ଆପଣମାନେ ଆସନ୍ତୁ, କେବଳ ବଜେଟର ପରିସଂଖ୍ୟାନ ଦ୍ୱାରା କଥା ସଫଳ ହୋଇ ପାରିବ ନାହିଁ। ଆଉ ଆମେ ବଜେଟକୁ ଗୋଟିଏ ମାସ ପୂର୍ବରୁ କରିଛୁ, କାହିଁକି କରିଛୁ? କାରଣ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ବଜେଟର ସମସ୍ତ ବ୍ୟବସ୍ଥା ପାଇଁ ଯୋଜନା ମାନ ପ୍ରସ୍ତୁତ କରିବାରେ ସୁବିଧା ହେଉ ଆଉ 1 ଅପ୍ରେଲରୁ ହିଁ ଆମର ନୂତନ ବଜେଟ ପ୍ରକୃତ ଅର୍ଥରେ କାର୍ଯ୍ୟକାରୀ ହୋଇପାରୁ, ଫଳରେ ଆମେ କମ୍ ସମୟରେ ଅଧିକରୁ ଅଧିକ ପରିରାମ ପାଇ ପାରିବା ଦିଗକୁ ଅଗ୍ରସର ହୋଇ ପାରିବା। ମୁଁ ଆପଣ ସମସ୍ତଙ୍କୁ ବହୁତ ଆଗ୍ରହର ସହିତ ଅନୁରୋଧ କରୁଛି ଯେ ଆଜିର ଏହି ଚର୍ଚ୍ଚାକୁ ଜୀବନ୍ତ କରନ୍ତୁ ଆଉ ମୁଁ ସରକାରଙ୍କ ତରଫରୁ ଅଧିକ ଭାଷଣ ବାଜି କରିବା ସପକ୍ଷରେ ନୁହେଁ । ମୋତେ ଆପଣଙ୍କ ଠାରୁ କିଛି ଶୁଣିବାକୁ ଅଛି- ବିସ୍ତୃତ ଭାବେ, କାରଣ ଏହା କାର୍ଯ୍ୟକାରୀ କରିବାରେ କେବେ କେବେ ଗୋଟିଏ ଅଧେ ଜିନିଷ ଛାଡ଼ି ହୋଇ ଯାଇଥାଏ ତେବେ ଛଅ- ଛଅ ମାସ ପର୍ପ୍ୟନ୍ତ ଫାଇଲ ବୁଲୁଥାଏ, ଏହି ଚର୍ଚ୍ଚା କରିବା ଦ୍ୱାରା ସେଭଳି ଭୁଲ କମ୍ ରୁ ଅତି କମ୍ ହେବ। ବହୁତ ସରଳତାର ସହିତ କଥାଗୁଡ଼ିକୁ କାର୍ଯ୍ୟକାରୀ କରିବାର, ବହୁତ ଗୁଡ଼ିଏ କଥା ମଧ୍ୟ ଆମର ଅଫିସରମାନଙ୍କୁ ମଧ୍ୟ, ଆମର ବ୍ୟବସ୍ଥାକୁ ମଧ୍ୟ ବହୁତ ଭଲ ଭାବେ ଆପଣଙ୍କ ଠାରୁ ଦିଗଦର୍ଶନ ମିଳୁ, ଫଳରେ ଆମେ ସେହି କଥାଗୁଡ଼ିକୁ ଲାଗୁ କରି ପାରିବୁ। ତେବେ ମୁଁ ଚାହୁଁଛି ଯେ ଆଜି ଯେତେବେଳେ ବିଶ୍ବର ଏହି ସଙ୍କଟ ସ୍ୱାସ୍ଥ୍ୟ ଜନିତ ପରିଣାମକୁ ବହୁତ ବଡ଼ କରି ଦେଇଛି, ସେତେବେଳେ ଆମକୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”