“Mahatma Gandhi’s ideals have become even more relevant today”
“Surge in Khadi is not a revolution of mass production but a revolution of production by the masses”
“Difference between urban and rural areas is acceptable as long as there is no disparity”
“Tamil Nadu was a key centre of the Swadeshi movement. It will once again play an important role in Aatmanirbhar Bharat”
“Tamil Nadu has always been the home of national consciousness”
“Kashi Tamil Sangamam is Ek Bharat Shreshtha Bharat in action”
“My message to the youth graduating today is - You are the builders of New India. You have the responsibility of leading India for the next 25 years in its Amrit Kaal.”

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ ରବି ମହୋଦୟ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ୍.କେ ଷ୍ଟାଲିନ ମହାଶୟ, କୁଳାଧିପତି ଡକ୍ଟର କେ.ଏମ୍ ଆନ୍ନାମଲାଈ ମହାଶୟ, କୁଳପତି ପ୍ରଫେସର ଗୁରମିତ ସିଂହ ମହାଶୟ, କର୍ମଚାରୀ ଏବଂ ଗାନ୍ଧିଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ଅନ୍ୟାନ୍ୟ ସହାୟକ କର୍ମଚାରୀ, ଉଜ୍ଜ୍ୱଳ ଛାତାଛାତ୍ରୀ ଏବଂ ସେମାନଙ୍କର ଗର୍ବିତ ପିତାମାତା,

ୱଣକମ୍ !

ଆଜି ସ୍ନାତକ ଡିଗ୍ରୀ ଲାଭ କରୁଥିବା ଚିନ୍ତାଧାରା ସମ୍ପନ୍ନ ସମସ୍ତ ଯୁବକମାନଙ୍କୁ ଅଭିନନ୍ଦନ । ମୁଁ ମଧ୍ୟ ସେହି ଛାତାଛାତ୍ରୀଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କର ତ୍ୟାଗ ଏଭଳି ଏକ ଭଲ ଦିନ ଆଣି ଦେଇଛି । ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ପ୍ରଶଂସାର ପାତ୍ର ।

ବନ୍ଧୁଗଣ,

ଏହି ସମାବର୍ତନ ସମାରୋହକୁ ଆସିବା ମୋ ପାଇଁ ଏକ ପ୍ରେରଣାଦାୟୀ ଅନୁଭୂତି । ଗାନ୍ଧିଗ୍ରାମ ସ୍ୱୟଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥିର ଗ୍ରାମୀଣ ଜୀବନ, ସରଳ କିନ୍ତୁ ବୌଦ୍ଧିକ ପରିବେଶ, ଗ୍ରାମୀଣ ବିକାଶ ନେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାର ଆତ୍ମାକୁ ଯେ କେହି ଏଠାରେ ଦେଖି ପାରିବ । ମୋର ଯୁବ ବନ୍ଧୁଗଣ, ଆପଣମାନେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ନାତକ ଡିଗ୍ରୀ ଲାଭ କରୁଛନ୍ତି । ଯେତେବେଳେ ଗାନ୍ଧୀବାଦର ମୂଳ୍ୟବୋଧ ବେଶ ପ୍ରାସଙ୍ଗିକ ହୋଇପଡିଛି । କେଉଁଠାରେ ବିବାଦର ଅନ୍ତ ହେଉ ଅବା ଜଳବାୟୁ ସଂକଟ ହେଉ, ଗାନ୍ଧିଜୀଙ୍କ ଚିନ୍ତାଧାରାରେ ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗର ଉତର ରହିଛି । ଗାନ୍ଧିଜୀଙ୍କ ଜୀବନ ଶୈଳୀର ଛାତ୍ର ଭାବେ, ଏକ ବଡ଼ ପ୍ରଭାବ ସୃଷ୍ଟି କରିବା ପାଇଁ ଆପଣମାନଙ୍କ ପାଖରେ ଏକ ବଡ଼ ସୁଯୋଗ ମଧ୍ୟ ରହିଛି ।

ବନ୍ଧୁଗଣ,

ମହାତ୍ମା ଗାନ୍ଧୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କ ହୃଦୟ ନିକଟବର୍ତୀ ରହିଥିବା କେତେକ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା । ଖଦି ଦୀର୍ଘ ଦିନ ଧରି ଅବହେଳିତ ହୋଇଥିବା ଯୋଗୁଁ ଲୋକମାନେ ତାହାକୁ ଭୁଲି ଯାଇଥିଲେ । କିନ୍ତୁ ଦେଶ ପାଇଁ ଖଦି, ଫେସନ ପାଇଁ ଖଦି (ଖଦି ଫର୍ ନେସନ୍ ଖଦି ଫର୍ ଫ୍ୟାସନ) ଆହ୍ୱାନ ଦ୍ୱାରା ଏହି ଖଦୀ ପୁଣି ଲୋକପ୍ରିୟ ହୋଇ ପାରିଛି । ଗତ 8 ବର୍ଷରେ, ଖଦି ବିକ୍ରି କ୍ଷେତ୍ରରେ 300%ରୁ ଅଧିକ ବୃଦ୍ଧି ଘଟିଛି । ଗତ ବର୍ଷ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ରେକର୍ଡ କାରବାର କରିଛି । ବର୍ତମାନ, ବିଶ୍ୱସ୍ତରୀୟ ଫ୍ୟାସନ ବ୍ରାଣ୍ଡଗୁଡ଼ିକ ମଧ୍ୟ ଖଦିକୁ ଆପଣାଇ ନେଉଛନ୍ତି । କାରଣ ଏହି କପଡ଼ା ପରିବେଶ ଅନୁକୂଳ, ଆମ ଗ୍ରହ ପାଇଁ ବେଶ ଭଲ । ଏହାର କେବଳ ବହୁଳ ଉତ୍ପାଦନର ଏକ ବିପ୍ଳବ ନୁହେଁ, ବରଂ ଏହା ହେଉଛି ଜନସାଧାରଣଙ୍କ ଦ୍ୱାରା ଉତ୍ପାଦନର ଏକ ବିପ୍ଳବ । ମହାତ୍ମା ଗାନ୍ଧୀ ଖଦିକୁ ଗାଁଗୁଡ଼ିକରେ ଆତ୍ମନିର୍ଭରଶୀଳତାର ଏକ ଉପକରଣ ଭାବେ ଦେଖିଥିଲେ । ଗାଁଗୁଡ଼ିକରେ ଆତ୍ମନିର୍ଭରଶୀଳତାରେ ସେ ଆତ୍ମନିର୍ଭର ଭାରତର ସ୍ୱରୂପର ଏକ ମୂଳ ଆଧାର ଭାବେ ଦେଖିଥିଲେ । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ କାର୍ଯ୍ୟ କରୁଛୁ । ତାମିଲନାଡୁ ସ୍ୱଦେଶୀ ଆନେ୍ଦାଳନର ପ୍ରମୁଖ କେନ୍ଦ୍ରସ୍ଥଳୀ ଥିଲା । ଏହା ପୁଣି ଥରେ ଆତ୍ମନିର୍ଭର ଭାରତ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ବନ୍ଧୁଗଣ,

ଗ୍ରାମୀଣ ବିକାଶ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କର ଦୃଷ୍ଟିଭଙ୍ଗୀକୁ ବୁଝିବା ହେଉଛି ଗୁରୁତ୍ୱପୂର୍ଣ୍ଣ । ସେ ଚାହୁଁଥିଲେ ଗ୍ରାମଗୁଡ଼ିକ ବିକାଶ କରୁ । ଏଥିସହିତ ସେ ଚାହୁଁଥିଲେ ଗ୍ରାମୀଣ ଜୀବନର ମୂଲ୍ୟବୋଧ ସଂରକ୍ଷିତ ହୋଇ ରହୁ । ଗ୍ରାମୀଣ ବିକାଶ ସମ୍ପର୍କିତ ଆମର ଦୃଷ୍ଟିକୋଣ ହେଉଛି ତାଙ୍କର ହିଁ ପ୍ରେରଣା । ଆମର ଦର୍ଶନ ହେଉଛି,

ଆତ୍ମା ଗାଁଓ କୀସୁବିଧା ସହର କୀ

ଅବା

ଗ୍ରାମତତିନ ଆଣମାନଗରତତିନ ବସଦି

ଅର୍ଥାତ ଆତ୍ମା ହୋଇଥିବ ଗାଁର ମାତ୍ର ସୁବିଧା ସୁଯୋଗ ମିଳୁଥିବ ସହର ପରି ।

ସହରାଂଚଳ ଓ ଗ୍ରାମାଂଚଳଗୁଡ଼ିକ ପରସ୍ପରଠାରୁ ଭିନ୍ନ ହେବା ଭଲ । ପାର୍ଥକ୍ୟ ରହିବା ଭଲ । ବ୍ୟବଧାନ ନୁହେଁ । ଦୀର୍ଘ ସମୟ ଧରି ସହରାଂଚଳ ଏବଂ ଗ୍ରାମାଂଚଳ ମଧ୍ୟରେ ଅସମାନତା ରହିଥିଲା । କିନ୍ତୁ ଆଜି ଦେଶ ଏହାକୁ ସଂଶୋଧନ କରୁଛି । ସମ୍ପୂର୍ଣ୍ଣ ଗ୍ରାମୀଣ ପରିମଳର ବ୍ୟପକତା, 6 କୋଟିରୁ ଅଧିକ ଘରକୁ ପାଇପ ଯୋଗେ ଜଳ ଯୋଗାଣ, 2.5 କୋଟି ବିଦ୍ୟୁତ ସଂଯୋଗ, ଅଧିକ ମାତ୍ରାରେ ଗ୍ରାମୀଣ ସଡ଼କ ନିର୍ମାଣ, ବିକାଶ ଲୋକମାନଙ୍କର ଦ୍ୱାରଦେଶରେ ଯାଇ ପହଂଚି ପାରିଛି । ମହାତ୍ମା ଗାନ୍ଧୀଙ୍କର ପରିମଳ ବା ସ୍ୱଚ୍ଛତା ପାଇଁ ପରିକଳ୍ପନା ଥିଲା । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଏଥିରେ ବୈପ୍ଳବିକ ପରିବର୍ତନ ହୋଇ ପାରିଛି । କିନ୍ତୁ ଆମେ କେବଳ ମୌଳିକ ଧାରଣା ବିତରଣ କରିବାରେ ଅଟକି ଯାଇ ନାହୁଁ । ଆଜି ମଧ୍ୟ ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଲାଭ ଗ୍ରାମରେ ପହଂଚୁଛି । ପ୍ରାୟ 2 ଲକ୍ଷ ଗ୍ରାମ ପଂଚାୟତକୁ ସଂଯୋଗ କରିବା ପାଇଁ 6 ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର କେବୁଲ ବିଛାଯାଇଛି । ଇଂଟରନେଟ ଡାଟାର କମ୍ ମୂଲ୍ୟ ଯୋଗୁଁ ଗ୍ରାମାଂଚଳର ଲୋକମାନେ ଉପକୃତ ହୋଇଛନ୍ତି । ଅଧ୍ୟୟନରୁ ଜଣା ପଡେ ଯେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଇଂଟରନେଟର ବ୍ୟବହାର ବହୁତ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଏହା ଏକ ସୁଯୋଗ ଭାବେ ବିଶ୍ୱ ସହିତ ପରିଚିତ କରାଇଥାଏ । ସ୍ୱାମିତ୍ୱ ଯୋଜନା ମାଧ୍ୟମରେ, ଆମେ ଭୂମିର ନକ୍ସା ଅଙ୍କନ କରିବା ପାଇଁ ଡ୍ରୋନର ବ୍ୟବହାର କରୁଛୁ । ଆମେ ଲୋକମାନଙ୍କୁ ସମ୍ପତି କାର୍ଡ ମଧ୍ୟ ପ୍ରଦାନ କରିଛୁ । ବହୁତ ଗୁଡ଼ିଏ ଆପ୍ ସହିତ କୃଷକମାନେ ଯୋଡ଼ି ହେଉଛନ୍ତି । ମୃତିକା ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ ସେମାନେ କୋଟି କୋଟି ସାହାଯ୍ୟ ପାଇ ପାରୁଛନ୍ତି । ବହୁତ କିଛି କରାଯାଇଛି ଆହୁରି ଅନେକ କିଛି କରିବାକୁ ବାକି ଅଛି । ଆପଣମାନେ ହେଉଛନ୍ତି ଯୁବକ, ଆପଣମାନଙ୍କର ଭବିଷ୍ୟତ ହେଉଛି ଉଜ୍ଜ୍ୱଳମୟ । ଆପଣମାନେ ଏହି ମୂଳଦୁଆ ଉପରେ ନିଜର ବହୁତ କିଛି ଗଢ଼ି ତୋଳିବାର ସାମର୍ଥ୍ୟ ରଖିଛନ୍ତି ।

ବନ୍ଧୁଗଣ,

ଯେତେବେଳେ ଗ୍ରାମୀଣ ବିକାଶ କଥା ଆସେ, ଆମେ ସ୍ଥାୟିତ୍ବ ବା ନିରନ୍ତରତା ପ୍ରତି ଯତ୍ନ ନେବା ଆବଶ୍ୟକ । ଯୁବକମାନେ ଏଥିରେ ନେତୃତ୍ୱ ନେବା ଉଚିତ । ଗ୍ରାମାଞ୍ଚଳର ଭବିଷ୍ୟତ ପାଇଁ କୃଷି ​‌​‌କ୍ଷେ​‌​ତ୍ରରେ ସ୍ଥାୟୀତ୍ବ ଗୁରୁତ୍ୱପୂର୍ଣ୍ଣ । ପ୍ରାକୃତିକ କୃଷି ପାଇଁ, ରାସାୟନିକ ମୁକ୍ତ ଚାଷ ପାଇଁ ବହୁତ ଉତ୍ସାହ ରହିଛି । ଏହା ସାର ଆମଦାନୀ ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିଥାଏ । ଏହା ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ । ଆମେ ଏହି ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିସାରିଛୁ । ଆମର ଜୈବିକ କୃଷି ଯୋଜନା ଆଶ୍ଚର୍ଯ୍ୟ ଜନକ ଭାବେ କାର୍ଯ୍ୟ କରୁଛି, ବିଶେଷ କରି ଉତ୍ତର-ପୂର୍ବାଞ୍ଚଳରେ । ଗତ ବର୍ଷର ବଜେଟରେ, ଆମେ ଆମର ପ୍ରାକୃତିକ କୃଷି ସହ ଜଡିତ ଏକ ନୀତି ସହିତ ଆଣିଥିଲୁ । ଗ୍ରାମାଞ୍ଚଳରେ ପ୍ରାକୃତିକ କୃଷି ବିଷୟରେ ସଚେତନତା ସୃଷ୍ଟି କରିବାରେ ଆପଣମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ ।

ନିରନ୍ତର କୃ​‌​‌ଷି ସଂପର୍କରେ, ସେଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଉପରେ ଯୁବକମାନେ ଧ୍ୟାନ ଦେବା ଆବଶ୍ୟକ । କୃଷିକୁ ମୋନୋ-ସଂସ୍କୃତିରୁ ରକ୍ଷା କରିବାର ସମୟ ଆସିଛି । ଅନେକ ଦେଶୀ କିସମର ଶସ୍ୟ, ମିଲେଟ ବା ମାଣ୍ଡିଆ ଏବଂ ଅନ୍ୟାନ୍ୟ ଫସଲକୁ ପୁନର୍ଜୀବିତ କରାଯିବା ଆବଶ୍ୟକ । ସଙ୍ଗମ ଯୁଗରେ ମଧ୍ୟ ଅନେକ ପ୍ରକାରର ମିଲେଟ ବିଷୟରେ ଉଲ୍ଲେଖ କରାଯାଇଛି । ପ୍ରାଚୀନ ତାମିଲନାଡୁର ଲୋକମାନେ ଏହାକୁ ଭଲ ପାଉଥିଲେ । ଏଗୁଡ଼ିକ ପୁଷ୍ଟିକର ଏବଂ ଜଳବାୟୁ ପ୍ରତିରୋଧକ । ଅଧିକନ୍ତୁ, ଫସଲର ବିବିଧକରଣ ମାଟି ଏବଂ ଜଳକୁ ବଞ୍ଚାଇବାରେ ସାହାଯ୍ୟ କରେ। ଆପଣଙ୍କର ନିଜ ବିଶ୍ୱବିଦ୍ୟାଳୟ ନବୀକରଣୀୟ ଶକ୍ତି ବ୍ୟବହାର କରୁଛି । ଗତ 8 ବର୍ଷ ମଧ୍ୟରେ ସୌର ଶକ୍ତି ଉତ୍ପାଦନ  କ୍ଷମତା ପ୍ରାୟ 20 ଗୁଣ ବୃଦ୍ଧି ପାଇଛି । ଯଦି ଗ୍ରାମଗୁଡିକରେ ସୌର ଶକ୍ତିକୁ ବିସ୍ତାରିତ କରାଯାଏ, ତେବେ ଭାରତ ମଧ୍ୟ ଶକ୍ତି ଉପରେ ଆତ୍ମନିର୍ଭରଶୀଳ ହୋଇପାରିବ ।

ବନ୍ଧୁଗଣ,

ଗାନ୍ଧିଜୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ବିନୋବା ଭାବେ ଥରେ ଏକ ପର୍ଯ୍ୟବେକ୍ଷଣ କରିଥିଲେ। ସେ କହିଥିଲେ ଯେ, ଗ୍ରାମ ସ୍ତରୀୟ ସଂସ୍ଥା ପାଇଁ ନିର୍ବାଚନ ଏକ ବିଭାଜନ ଆଡକୁ ନେଇପାରେ । ସମ୍ପ୍ରଦାୟ ଏବଂ ଏପରିକି ପରିବାର ମଧ୍ୟ ଏଥିଯୋଗୁ ଭାଙ୍ଗିଯାଏ । ଗୁଜରାଟରେ, ଏହାର ମୁକାବିଲା ପାଇଁ ଆମେ ସମରସ ଗ୍ରାମ ଯୋଜନା ଆରମ୍ଭ କରିଥିଲୁ । ସହମତି ମାଧ୍ୟମରେ ନେତାମାନଙ୍କୁ ବାଛୁଥିବା ଗ୍ରାମଗୁଡ଼ିକୁ କିଛି ପ୍ରୋତ୍ସାହନ ଦିଆଯାଉଥିଲା । ଏହା ସାମାଜିକ ବିବାଦକୁ ବହୁ ମାତ୍ରାରେ ହ୍ରାସ କରୁଥିଲା । ସମଗ୍ର ଭାରତରେ ଯୁବକମାନେ ଏହିଭଳି ବ୍ୟବସ୍ଥାର ବିକାଶ ପାଇଁ ଗ୍ରାମବାସୀଙ୍କ ସହ କାର୍ଯ୍ୟ କରିପାରିବେ । ଯଦି ଗ୍ରାମବାସୀମାନେ ଏକ ହୋଇପାରିବେ, ତେବେ ସେମାନେ ଅପରାଧ, ନିଶା କାରବାର ଏବଂ ସାମାଜ ବିରୋଧୀ ତତ୍ତ୍ବ ଭଳି ସମସ୍ୟାର ମୁକାବିଲା କରିପାରିବେ ।

ବନ୍ଧୁଗଣ,

ଗାନ୍ଧିଜୀ ଏକ ମିଳିତ ତଥା ସ୍ବାଧୀନ ଭାରତ ପାଇଁ ଲଢେଇ କରୁଥିଲେ । ଗାନ୍ଧିଗ୍ରାମ ହେଉଛି ସ୍ବୟଂ ଭାରତର ଏକତାର କାହାଣୀ । ଏହିଠାରେ ହଜାର ହଜାର ଗ୍ରାମବାସୀ ଗାନ୍ଧିଜୀଙ୍କର ଏକ ଝଲକ ଦେଖିବାକୁ  ଟ୍ରେନ ନିକଟକୁ ଧାଇଁ ଆସିଥିଲେ । ସେମାନେ କେଉଁଠାରୁ ଆସିଥିଲେ ସେଥିରେ କିଛି ଗୁରୁତ୍ବ ନ ଥିଲା । କିନ୍ତୁ ଘଟଣା ହେଉଛି ଉଭୟ ଗାନ୍ଧିଜୀ ଏବଂ ଗ୍ରାମବାସୀ ଥିଲେ ଭାରତୀୟ । ତାମିଲନାଡୁ ସର୍ବଦା ଜାତୀୟ ଚେତନାର କେନ୍ଦ୍ର ସ୍ଥଳ ବା ଘର ହୋଇ ରହିଛି । ସ୍ବାମୀ ବିବେକାନନ୍ଦଙ୍କୁ ପାଶ୍ଚାତ୍ୟ ଦେଶରୁ ଫେରିବା ପରେ ଏଠାରେ ତାଙ୍କୁ ଏକ ହିରୋ ବା ନାୟକ ଭଳି ସ୍ୱାଗତ କରାଯାଇଥିଲା । ଏପରିକି ଗତ ବର୍ଷ ମଧ୍ୟ ଆମେ ‘ଭିରା ଭନକକମ୍’ର ଜପ ଦେଖିଥିଲୁ ।  ଜେନେରାଲ ବିପିନ ରାୱତଙ୍କ ପ୍ରତି ତାମିଲ ଲୋକମାନେ ଯେଉଁଭଳି ଭାବରେ ସମ୍ମାନ ପ୍ରଦର୍ଶନ କରିଥିଲେ, ତାହା ଗଭୀର ଭାବରେ ପ୍ରଭାବିତ କରିବା ଭଳି ଥିଲା । ସଂପ୍ରତି,‘କାଶୀ ତାମିଲ ସାଙ୍ଗମ’ଖୁବ୍ ଶୀଘ୍ର କାଶୀରେ ଅନୁଷ୍ଠିତ ହେବ।  ଏହା କାଶୀ ଏବଂ ତାମିଲନାଡୁ ମଧ୍ୟରେ ଥିବା ବନ୍ଧନକୁ ପାଳନ କରିବ। କାଶୀବାସୀ ତାମିଲନାଡୁର ଭାଷା, ସଂସ୍କୃତି ଏବଂ ଇତିହାସ ପାଳନ କରିବାକୁ ଆଗ୍ରହୀ ଅଟନ୍ତି । ଏହା ବାସ୍ତବରେ ହେଉଛି ଏକ ଭରତ ଶ୍ରେଷ୍ଠ ଭାରତର କାର୍ଯ୍ୟାନ୍ବୟନ। ପରସ୍ପର ପ୍ରତି ଏହି ପ୍ରେମ ଏବଂ ସମ୍ମାନ ହେଉଛି ଆମ ଏକତାର ଆଧାର । ମୁଁ ଏଠାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ସମସ୍ତ ଯୁବକମାନଙ୍କୁ  ମୋର ଅନୁରୋଧ ଯେ ସେମାନେ ଏକତାକୁ ଉତ୍ସାହିତ କରିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ,

ଆଜି, ମୁଁ ଏଭଳି ଅଞ୍ଚଳରେ ଅଛି, ଯାହା ନାରୀ ଶକ୍ତି ଶକ୍ତିକୁ ଦେଖିଛି । ରାଣୀ ଭେଲୁ ନାଚିୟାର୍ ଏହିଠାରେ ରହିଥିଲେ ଯେତେବେଳେ ସେ ବ୍ରିଟିଶମାନଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଥିଲେ । ମୁଁ ଦେଖୁଛି ଏଠାରେ ସ୍ନାତକ ହାସଲ କରୁଥିବା ଯୁବତୀମାନେ ସର୍ବବୃହତ ଚେଞ୍ଜମେକର ବା ପରିବର୍ତ୍ତନକାରୀ ହୋଇପାରିବେ । ଆପଣମାନେ ଗ୍ରାମୀଣ ମହିଳାମାନଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିପାରିବେ। ସେମାନଙ୍କର ସଫଳତା ହେଉଛି ଦେଶର ସଫଳତା।

ବନ୍ଧୁଗଣ,

ଏହା ହେଉଛି ସେହି ସମୟରେ ଯେତେବେଳେ ବିଶ୍ୱ ଚଳିତ ଶତାବ୍ଦୀରେ ସବୁଠାରୁ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ସେତେବେଳେ କିନ୍ତୁ ଭାରତ ଏକ ଉଜ୍ଜ୍ୱଳ ସ୍ଥାନ ପାଲଟିଛି । ବିଶ୍ବର ସବୁଠୁ ବଡ ଟିକା କରଣ କାର୍ଯ୍ୟକ୍ରମ ହେଉ, ଗରିବଙ୍କ ପାଇଁ ଖାଦ୍ୟ ନିରାପତ୍ତା ହେଉ କିମ୍ବା ବୈଶ୍ବିକ ଅଭିବୃଦ୍ଧି ଇଞ୍ଜିନ୍ ହେଉ, ଭାରତ ଏହା ପ୍ରମାଣିତ କରି ଦେଖାଇଛି । ସମଗ୍ର ବିଶ୍ୱ ଭାରତଠାରୁ ବହୁତ କିଛି ବଡ଼ ଆଶା କରେ । କାରଣ ଭାରତର ଭବିଷ୍ୟତ ଏକ ‘କରି ପାରିବୁ’ (‘କ୍ୟାନ୍ ଡୁ’) ଯୁବପିଢୀଙ୍କ ହାତରେ ଅଛି |

ଯୁବକମାନେ, ଯେଉଁମାନେ କେବଳ ଆହ୍ବାନକୁ ଗ୍ରହଣ କରନ୍ତି ନାହିଁ, ବରଂ ତାହାକୁ ଉପଭୋଗ କରନ୍ତି, ଯୁବକମାନେ, ଯେଉଁମାନେ କେବଳ ପ୍ରଶ୍ନ କରନ୍ତି ନାହିଁ, ବରଂ ଏହାର ଉତ୍ତର ମଧ୍ୟ ଖୋଜନ୍ତି, ଯୁବକମାନେ, ଯେଉଁମାନେ କେବଳ ନିର୍ଭୟରେ ନୁହଁନ୍ତି, ବରଂ ସେମାନେ ମଧ୍ୟ ନିରନ୍ତର ଲାଗି ରହିଥାନ୍ତି, ଯୁବକମାନେ, ଯେଉଁମାନେ କେବଳ ଆଶା କରନ୍ତି ନାହିଁ, କିନ୍ତୁ ଉପଳବ୍ଧି ମଧ୍ୟ ହାସଲ କରନ୍ତି । ତେଣୁ ଆଜି ସ୍ନାତକ ହାସଲ କରୁଥିବା ଯୁବକମାନଙ୍କୁ ମୋର ବାର୍ତ୍ତା ହେଉଛି, ଆପଣମାନେ ହେଉଛନ୍ତି ନବ ଭାରତର ନିର୍ମାତା । ଆଗାମୀ 25 ବର୍ଷରେ ଏହାର ଅମୃତ କାଲରେ ଭାରତର ନେତୃତ୍ୱ ନେବାର ଦାୟିତ୍ବ ଆପଣମାନଙ୍କ ଉପରେ ଅଛି। ପୁଣିଥରେ, ଆପଣ ସମସ୍ତଙ୍କୁ ଅଭିନନ୍ଦନ, ଏବଂ ଭବିଷ୍ୟତ ପାଇଁ ଶୁଭ କାମନା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Prime Minister discusses maritime connectivity and collaboration opportunities with CMA CGM Chairman and CEO Rodolphe Saadé
June 18, 2026

The Prime Minister, Shri Narendra Modi, had a fruitful discussion with Mr. Rodolphe Saadé of CMA CGM on maritime connectivity, global shipping trends and emerging opportunities in India’s rapidly growing maritime sector.

The Prime Minister said that discussions were held on avenues for greater collaboration in shipbuilding, container manufacturing, digital maritime innovation, logistics and skill development.

Shri Modi noted that India’s expanding port infrastructure offers promising opportunities for global maritime leaders.

In a post on X, Shri Modi said;

“Had a fruitful discussion with Mr. Rodolphe Saadé of CMA CGM on maritime connectivity, global shipping trends and emerging opportunities in India’s rapidly growing maritime sector.

Discussed avenues for greater collaboration in shipbuilding, container manufacturing, digital maritime innovation, logistics and skill development.

India’s expanding port infrastructure offers promising opportunities for global maritime leaders.

@cmacgm”