ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ କ୍ଷେତ୍ର ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଥାଏ ଏବଂ ଆମେ ଏହି କ୍ଷେତ୍ରର ବିକାଶ ଏବଂ ସୁଦୃଢ଼ୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ
ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସାମଗ୍ରିକ ବିକାଶ ପାଇଁ ସ୍ଥାୟୀ ପ୍ରତିବଦ୍ଧତା ଦେଖାଇଛି: ଶ୍ରୀ ମୋଦୀ
ସଂସ୍କାରକ୍ଷେତ୍ରରେ ନିରନ୍ତରତା ଏବଂ ନିଶ୍ଚିତତା ହେଉଛି ଏକ ପରିବର୍ତ୍ତନ ଯାହା ଆମ ଶିଳ୍ପ ପାଇଁ ନୂତନ ଆତ୍ମବିଶ୍ୱାସ ଆଣିଛି: ପ୍ରଧାନମନ୍ତ୍ରୀ
ଆଜି ବିଶ୍ୱର ପ୍ରତ୍ୟେକ ଦେଶ ଭାରତ ସହ ନିଜର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି: ପ୍ରଧାନମନ୍ତ୍ରୀ
ଆମର ଉତ୍ପାଦନ କ୍ଷେତ୍ର ଏହି ଭାଗିଦାରୀର ଅଧିକରୁ ଅଧିକ ଲାଭ ଉଠାଇବା ପାଇଁ ପଦକ୍ଷେପ ନେବା ଉଚିତ: ଶ୍ରୀ ମୋଦୀ
ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ଆଗେଇ ନେଇଛୁ ଏବଂ ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିଛୁ: ପ୍ରଧାନମନ୍ତ୍ରୀ
ଆମର ପ୍ରୟାସ ଅର୍ଥନୀତି ଉପରେ କୋଭିଡ ମହାମାରୀର ପ୍ରଭାବକୁ ହ୍ରାସ କରିଛି, ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବାରେ ସାହାଯ୍ୟ କରିଛି: ପ୍ରଧାନମନ୍ତ୍ରୀ
ଭାରତର ଉତ୍ପାଦନ ଯାତ୍ରାରେ ଗବେଷଣା ଓ ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହାକୁ ଆଗକୁ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍
ଚଳିତ ବଜେଟରେ ଉତ୍ପାଦନ ଏବଂ ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ଭାଗିଦାରୀରୁ ଉତ୍ପାଦନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଉପକୃତ ହେବା ପାଇଁ ସେ ଅନୁରୋଧ କରିଥିଲେ

ନମସ୍କାର!

 କ୍ୟାବିନେଟର ମୋର ସମସ୍ତ  ସହଯୋଗୀ, ଅର୍ଥ ଏବଂ ଅର୍ଥ ନୀତି  ବିଶେଷଜ୍ଞ, ହିତାଧିକାରୀ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ଉତ୍ପାଦନ ଏବଂ ରପ୍ତାନି ଉପରେ ଏହି ବଜେଟ୍ ୱେବିନାର ପ୍ରତ୍ୟେକ ଦିଗରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଜାଣନ୍ତି, ଏହି ବଜେଟ୍ ଆମ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜେଟ୍ ଥିଲା। ଏହି ବଜେଟର ସବୁଠାରୁ ସ୍ୱତନ୍ତ୍ର କଥା ହେଲା ଆଶା ବାହାରେ ଏହାର ବିତରଣ। ଏପରି ଅନେକ କ୍ଷେତ୍ର ରହିଛି, ଯେଉଁଠି ବିଶେଷଜ୍ଞମାନେ ଯାହା ଆଶା କରିଥିଲେ, ତା "ଠାରୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ଏବଂ ଆପଣ ବଜେଟରେ ଏହା ଦେଖିଛନ୍ତି। ବଜେଟରେ ଉତ୍ପାଦନ ଏବଂ ରପ୍ତାନୀ ସମ୍ବନ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସାଥିମାନେ,

ଆଜି ଦେଶ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସରକାରଙ୍କ ନୀତିରେ ଏଭଳି ସ୍ଥିରତା ଦେଖୁଛି। ଗତ 10 ବର୍ଷ ମଧ୍ୟରେ, ଭାରତ ନିରନ୍ତର ଭାବେ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି। ସ୍ଥିରତା ଏବଂ ସଂସ୍କାରର ଆଶ୍ୱାସନା ଏପରି ଏକ ପରିବର୍ତ୍ତନ ଯାହା ଆମ ଶିଳ୍ପ ଜଗତରେ ନୂତନ ଆତ୍ମବିଶ୍ୱାସ ଆଣିଛି। ମୁଁ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ପ୍ରତ୍ୟେକ ଅଂଶୀଦାରଙ୍କୁ ଆଶ୍ୱାସନା ଦେଉଛି ଯେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସ୍ଥିରତା ବଜାୟ ରହିବ। ମୁଁ ଆପଣଙ୍କୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସର ସହ ଅନୁରୋଧ କରୁଛି, ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ ଏବଂ ବଡ଼ ପଦକ୍ଷେପ ନିଅନ୍ତୁ। ଆମକୁ ଦେଶ ପାଇଁ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ନୂଆ ରାସ୍ତା ଖୋଲିବାକୁ ପଡ଼ିବ। ଆଜି ବିଶ୍ୱର ପ୍ରତ୍ୟେକ ଦେଶ ଭାରତ ସହିତ ନିଜର ଆର୍ଥିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଚାହୁଁଛି। ଏହି ଭାଗିଦାରୀର ସର୍ବାଧିକ ଲାଭ ଉଠାଇବା ପାଇଁ ଆମର ଉତ୍ପାଦନ କ୍ଷେତ୍ର ଆଗକୁ ଆସିବା ଉଚିତ।

 

ସାଥିମାନେ,

ଯେକୌଣସି ଦେଶର ବିକାଶ ପାଇଁ ସ୍ଥିର ନୀତି ଏବଂ ଉନ୍ନତ ବ୍ୟବସାୟିକ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ କିଛି ବର୍ଷ ପୂର୍ବେ ଆମେ ଜନ ବିଶ୍ୱାସ ଆଇନ ଆଣିଲୁ, ଅନୁପାଳନ ହ୍ରାସ କରିବାକୁ ଚେଷ୍ଟା କଲୁ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ 40 ହଜାରରୁ ଅଧିକ ଅନୁପାଳନ ଉଚ୍ଛେଦ କରାଗଲା, ଏହାଦ୍ୱାରା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିଲା। ଏବଂ ଆମ ସରକାର ବିଶ୍ୱାସ କରନ୍ତି ଯେ ଏହି ଅଭ୍ୟାସ ନିରନ୍ତର ଜାରି ରହିବା ଉଚିତ। ତେଣୁ, ଆମେ ଏକ ସରଳୀକୃତ ଆୟକର ବ୍ୟବସ୍ଥା ଆଣିଛୁ, ଆମେ ଜନ ବିଶ୍ୱାସ 2.0 ବିଲ୍ ଉପରେ କାର୍ଯ୍ୟ କରୁଛୁ। ଅଣ-ଆର୍ଥିକ କ୍ଷେତ୍ରର ନିୟମାବଳୀର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆମର ପ୍ରୟାସ ହେଉଛି ସେମାନଙ୍କୁ ଆଧୁନିକ, ନମନୀୟ, ଜନ-ଅନୁକୂଳ ଏବଂ ବିଶ୍ୱାସ-ଆଧାରିତ କରିବା। ଏହି କାର୍ଯ୍ୟରେ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣଙ୍କ ଅଭିଜ୍ଞତା ଦ୍ୱାରା, ଆପଣ ସେହି ସମସ୍ୟାଗୁଡ଼ିକୁ ଚିହ୍ନଟ କରିପାରିବେ, ଯାହାର ସମାଧାନ ପାଇଁ ବହୁତ ସମୟ ଲାଗିଥାଏ। ପ୍ରକ୍ରିୟାକୁ ସରଳ କରିବା ପାଇଁ ଆପଣ ପରାମର୍ଶ ଦେଇପାରିବେ। ତ୍ୱରିତ ଏବଂ ଉନ୍ନତ ଫଳାଫଳ ପାଇବା ପାଇଁ ଆମେ ପ୍ରଯୁକ୍ତିବିଦ୍ୟା କେଉଁଠାରେ ବ୍ୟବହାର କରିପାରିବା ତାହା ଆପଣ ମାର୍ଗଦର୍ଶନ କରିପାରିବେ।

ସାଥିମାନେ,

 ଆଜି ବିଶ୍ୱ ରାଜନୈତିକ ଅନିଶ୍ଚିତତାର ସମୟ ଦେଇ ଗତି କରୁଛି। ସମଗ୍ର ବିଶ୍ୱ ଭାରତକୁ ଏକ ବିକାଶ କେନ୍ଦ୍ର ଭାବେ ଦେଖୁଛି। କୋଭିଡ ସଙ୍କଟ ସମୟରେ, ଯେତେବେଳେ ବିଶ୍ୱ ଅର୍ଥ ବ୍ୟବସ୍ଥା ମନ୍ଥର ହୋଇଥିଲା, ଭାରତ ବିଶ୍ୱ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିଲା। ଏଭଳି ଘଟଣା ସେମିତି ଘଟି ନଥିଲା। ଆମେ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଅନୁସରଣ କରିଛୁ ଏବଂ ଆମର ସଂସ୍କାରର ଗତିକୁ ତ୍ୱରାନ୍ୱିତ କରିଛୁ। ଆମର ପ୍ରୟାସ ଅର୍ଥବ୍ୟବସ୍ଥା ଉପରେ କୋଭିଡର ପ୍ରଭାବକୁ ହ୍ରାସ କରିଥିଲା, ଯାହା ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ସହାୟକ ହୋଇଥିଲା। ଆଜି ମଧ୍ୟ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ଅଭିବୃଦ୍ଧିର ଇଞ୍ଜିନ ହୋଇ ରହିଛି। ଅର୍ଥାତ୍, ଭାରତ ସବୁଠାରୁ କଠିନ ପରିସ୍ଥିତିରେ ନିଜର ସହନଶୀଳତା ପ୍ରମାଣ କରିଛି।

ବିଗତ କିଛି ବର୍ଷ ମଧ୍ୟରେ ଆମେ ଦେଖିଛୁ ଯେ ଯେତେବେଳେ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି ହୋଇଥାଏ, ସେତେବେଳେ ଏହାର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ପଡ଼ିଥାଏ। ଆଜି ବିଶ୍ୱକୁ ଏପରି ଏକ ବିଶ୍ୱସନୀୟ ଅଂଶୀଦାର ଦରକାର, ଯେଉଁଠାରୁ ଉଚ୍ଚମାନର ଉତ୍ପାଦ ଆସିବ ଏବଂ ଯୋଗାଣ ବିଶ୍ୱସନୀୟ ହେବ। ଆମ ଦେଶ ଏହା କରିବାରେ ସକ୍ଷମ। ଆପଣମାନେ ସମସ୍ତେ ସକ୍ଷମ। ଏହା ଆମ ପାଇଁ ଏକ ବଡ଼ ସୁଯୋଗ, ଏକ ବଡ଼ ସୁଯୋଗ। ମୁଁ ଚାହୁଁଛି ଯେ ଆମ ଉଦ୍ୟୋଗ ଜଗତ, ବିଶ୍ୱର ଏହି ଆଶା ଗୁଡ଼ିକୁ ଦର୍ଶକ ଭାବେ ଦେଖିବା ଉଚିତ ନୁହେଁ, ଆମେ ଦର୍ଶକ ଭାବେ ରହି ପାରିବୁ ନାହିଁ। ଆପଣଙ୍କୁ ଏଥିରେ ନିଜର ଭୂମିକା ଖୋଜିବାକୁ ହେବ, ଆପଣଙ୍କୁ ଆଗକୁ ଯାଇ ନିଜ ପାଇଁ ସୁଯୋଗ ବାହାର କରିବାକୁ ହେବ। ଏହା ପୁରୁଣା ସମୟ ତୁଳନାରେ ଆଜି ତାହା ବହୁତ ସହଜ ହୋଇଯାଇଛି। ଆଜି ଦେଶରେ ଏହି ସୁଯୋଗଗୁଡ଼ିକ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ନୀତିମାନ ରହିଛି। ଆଜି ସରକାର ଶିଳ୍ପ ଜଗତ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଏକ ଦୃଢ଼ ସଂକଳ୍ପ, ନିରପେକ୍ଷତା ଏବଂ ଆହ୍ୱାନକୁ ସ୍ୱୀକାର କରି ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସୁଯୋଗ ଖୋଜିବା, ଏହିପରି ଭାବରେ, ଯଦି ପ୍ରତ୍ୟେକ ଶିଳ୍ପ ପର୍ଯ୍ୟାୟକ୍ରମେ ଆଗକୁ ବଢ଼େ, ତେବେ ଆମେ ଅନେକ ମାଇଲ ଆଗକୁ ଯାଇପାରିବା।

 

ସାଥିମାନେ,

ଆଜି 14ଟି କ୍ଷେତ୍ରକୁ ଆମର ପିଏଲଆଇ ଯୋଜନାର ଲାଭ ମିଳୁଛି। ଏହି ଯୋଜନା ଅଧୀନରେ 750ରୁ ଅଧିକ ୟୁନିଟକୁ ମଞ୍ଜୁରି ଦିଆଯାଇଛି। ଏହାଦ୍ୱାରା ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି, 13 ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ ହୋଇଛି ଏବଂ 5 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରପ୍ତାନୀ ହୋଇଛି। ଏହା ଦର୍ଶାଉଛି ଯେ ଯଦି ଆମର ଉଦ୍ୟୋଗୀମାନଙ୍କୁ ସୁଯୋଗ ମିଳେ, ତେବେ ସେମାନେ ପ୍ରତ୍ୟେକ ନୂତନ କ୍ଷେତ୍ରରେ ଆଗକୁ ବଢ଼ିପାରିବେ। ଉତ୍ପାଦନ ଏବଂ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଆମେ 2  ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଉନ୍ନତ ପ୍ରଯୁକ୍ତି ଏବଂ ଉନ୍ନତ ମାନର ଉତ୍ପାଦ ଉପରେ ଧ୍ୟାନ ଦେଉଛୁ। ଏବଂ ଆମେ ଖର୍ଚ୍ଚ ହ୍ରାସ କରିବା ପାଇଁ କୌଶଳ ଉପରେ ଗୁରୁତ୍ୱ ଦେଉଛୁ। ମୁଁ ଚାହୁଁଛି ଯେ ଏଠାରେ ଉପସ୍ଥିତ ସମସ୍ତ ଅଂଶୀଦାରମାନେ ନୂତନ ଉତ୍ପାଦ ଚିହ୍ନଟ କରନ୍ତୁ ଯାହାର ବିଶ୍ୱସ୍ତରୀୟ ଚାହିଦା ଅଛି ଏବଂ ଯାହାକୁ ଆମେ ଉତ୍ପାଦନ କରିପାରିବା। ତା "ପରେ ଆମକୁ ସେହି ଦେଶଗୁଡ଼ିକୁ ଏକ ରଣନୀତି ନେଇ ଯିବାକୁ ହେବ, ଯେଉଁଠି ରପ୍ତାନୀର ସମ୍ଭାବନା ରହିଛି।

ସାଥିମାନେ,

ଭାରତର ଉତ୍ପାଦନ ଯାତ୍ରାରେ ଗବେଷଣା ଏବଂ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏହାକୁ ଆଗକୁ ନେବା ଏବଂ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଗବେଷଣା ଏବଂ ବିକାଶ ଜରିଆରେ ଆମେ ଅଭିନବ ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବା ଏବଂ ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି କରିପାରିବା। ଆମ ଖେଳଣା, ଜୋତା ଏବଂ ଚମଡ଼ା ଶିଳ୍ପର ସାମର୍ଥ୍ୟ ବିଷୟରେ ବିଶ୍ୱ ଜାଣିଛି। ଆମର ପାରମ୍ପରିକ ଶିଳ୍ପ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ମିଶାଇ ଆମେ ବଡ଼ ସଫଳତା ହାସଲ କରିପାରିବା। ଆମେ ଏହି କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ୍ ହୋଇପାରିବୁ ଏବଂ ଆମର ରପ୍ତାନୀ ଅନେକ ଗୁଣ ବୃଦ୍ଧି ପାଇପାରେ। ଏହାଦ୍ୱାରା ଶ୍ରମ ବହୁଳ କ୍ଷେତ୍ରରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ। ପାରମ୍ପରିକ କାରିଗରମାନେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଶେଷ ପର୍ଯ୍ୟନ୍ତ ସହାୟତା ପାଉଛନ୍ତି। ଏଭଳି କାରିଗରମାନଙ୍କୁ ନୂତନ ସୁଯୋଗ ସହିତ ଯୋଡ଼ିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ିବ। ଏହି କ୍ଷେତ୍ରରେ ଅନେକ ସମ୍ଭାବନା ଲୁଚି ରହିଛି, ଆପଣ ସମସ୍ତଙ୍କୁ ଏହାର ସମ୍ପ୍ରସାରଣ ପାଇଁ ଆଗକୁ ଆସିବାକୁ ପଡ଼ିବ।

ସାଥିମାନେ,

ଭାରତର ଉତ୍ପାଦନ, ଆମର ଔଦ୍ୟୋଗିକ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛି ଆମର ଏମ୍. ଏସ୍. ଏମ୍. ଇ. କ୍ଷେତ୍ର। 2020 ମସିହାରେ ଆମେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକର ପରିଭାଷାକୁ ସଂଶୋଧନ କରିବାର ଏକ ବଡ଼ ନିଷ୍ପତ୍ତି ନେଇଛୁ। ଏହା 14 ବର୍ଷ ପରେ କରାଯାଇଥିଲା। ଆମର ଏହି ନିଷ୍ପତ୍ତି ଦ୍ୱାରା ଏମ୍. ଏସ୍. ଏମ୍. ଇ. ଗୁଡ଼ିକର ଭୟ ଦୂର ହୋଇଛି ଯେ ଯଦି ସେମାନେ ଆଗକୁ ବଢ଼ିବେ, ତେବେ ସରକାରଙ୍କ ଠାରୁ ମିଳୁଥିବା ଲାଭ ବନ୍ଦ ହୋଇଯିବ। ଆଜି ଦେଶରେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକର ସଂଖ୍ୟା 6 କୋଟିରୁ ଅଧିକକୁ ବୃଦ୍ଧି ପାଇଛି। ଏହାଦ୍ୱାରା କୋଟି କୋଟି ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଏହି ବଜେଟରେ ଆମେ ପୁଣି ଥରେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକର ପରିଭାଷାକୁ ସମ୍ପ୍ରସାରିତ କରିଛୁ, ଯାହାଦ୍ୱାରା ଆମର ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ ମିଳିବ। ଏହାଦ୍ୱାରା ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମର ଏମ୍. ଏସ୍. ଏମ୍. ଇ. ଗୁଡ଼ିକ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ସମସ୍ୟା ଥିଲା ଯେ ସେମାନଙ୍କୁ ସହଜରେ ଋଣ ମିଳୁନଥିଲା। 10 ବର୍ଷ ପୂର୍ବେ, ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ପାଖାପାଖି 12 ଲକ୍ଷ କୋଟି ଟଙ୍କାର ଋଣ ମିଳିଥିଲା, ଯାହା ଅଢ଼େଇ ଗୁଣ ବୃଦ୍ଧି ପାଇ ପାଖାପାଖି 30 ଲକ୍ଷ କୋଟି ଟଙ୍କା ହୋଇଛି। ଏହି ବଜେଟରେ ଏମ୍. ଏସ୍. ଏମ୍. ଇ. ଋଣର ଗ୍ୟାରେଣ୍ଟି କଭରକୁ ଦ୍ୱିଗୁଣିତ କରାଯାଇ 20 କୋଟି ଟଙ୍କା କରାଯାଇଛି। କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତା ପାଇଁ, 5 ଲକ୍ଷ ଟଙ୍କା ସୀମା ସହିତ କଷ୍ଟମାଇଜ୍ଡ କ୍ରେଡିଟ୍ କାର୍ଡ ଦିଆଯିବ।

 

ସାଥିମାନେ,

ଆମେ ଋଣ ପାଇବାର ସୁବିଧା ପ୍ରଦାନ କରିଥିଲୁ ଏବଂ ଏକ ନୂଆ ପ୍ରକାରର ଋଣ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କଲୁ। ଲୋକମାନେ ଗ୍ୟାରେଣ୍ଟି ବିନା ଋଣ ପାଇବା ଆରମ୍ଭ କଲେ, ଯାହା ବିଷୟରେ ସେମାନେ କେବେ ଚିନ୍ତା ମଧ୍ୟ କରିନଥିଲେ। ଗତ 10 ବର୍ଷ ମଧ୍ୟରେ ମୁଦ୍ରା ଭଳି ଯୋଜନା ଦ୍ୱାରା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ମଧ୍ୟ ସହାୟତା ମିଳିଛି, ଯେଉଁଥିରେ ବିନା ଗ୍ୟାରେଣ୍ଟି ଋଣ ପ୍ରଦାନ କରାଯାଇଥାଏ। ଟ୍ରେଡ୍ସ ପୋର୍ଟାଲ ଜରିଆରେ ଋଣ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ମଧ୍ୟ କରାଯାଉଛି।

ସାଥିମାନେ,

 ଏବେ ଆମକୁ କ୍ରେଡିଟ୍ ଡେଲିଭରି ପାଇଁ ନୂଆ ମୋଡ ବିକଶିତ କରିବାକୁ ପଡ଼ିବ। ଆମର ପ୍ରୟାସ ଏହା ସୁନିଶ୍ଚିତ କରିବା ଉଚିତ ଯେ ପ୍ରତ୍ୟେକ ଏମ୍. ଏସ୍. ଏମ୍. ଇ. କୁ କମ୍ ଖର୍ଚ୍ଚରେ ଏବଂ ସମୟୋଚିତ ଋଣ ମିଳିପାରିବ। ମହିଳା, ଏସସି ଏବଂ ଏସଟି ସମ୍ପ୍ରଦାୟର 5 ଲକ୍ଷ ପ୍ରଥମ ଥର ଉଦ୍ୟୋଗୀଙ୍କୁ 2 କୋଟି ଟଙ୍କାର ଋଣ ଦିଆଯିବ। ପ୍ରଥମ ଥର ଉଦ୍ୟୋଗୀମାନେ କେବଳ ଋଣ ସହାୟତା ଆବଶ୍ୟକ କରନ୍ତି ନାହିଁ, ବରଂ ସେମାନଙ୍କୁ ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ। ମୁଁ ଭାବୁଛି ଶିଳ୍ପ ଜଗତ ଏଭଳି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପରାମର୍ଶଦାତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ।

ସାଥିମାନେ,

ନିବେଶ ବୃଦ୍ଧିରେ ରାଜ୍ୟଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ୱେବିନାରରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ରାଜ୍ୟଗୁଡ଼ିକ ବ୍ୟବସାୟିକ ସୁଗମତାକୁ ଯେତେ ଅଧିକ ପ୍ରୋତ୍ସାହନ ଦେବେ, ସେତେ ଅଧିକ ନିବେଶକ ସେମାନଙ୍କ ପାଖକୁ ଆସିବେ। ଏହାଦ୍ୱାରା ଆପଣଙ୍କ ରାଜ୍ୟ ସର୍ବାଧିକ ଲାଭବାନ ହେବ। ଏହି ବଜେଟର ସର୍ବାଧିକ ଲାଭ କିଏ ଉଠାଇପାରିବ ସେ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ। ଯେଉଁ ରାଜ୍ୟଗୁଡ଼ିକ ପ୍ରଗତିଶୀଳ ନୀତି ନେଇ ଆଗକୁ ଆସନ୍ତି, ସେହି ରାଜ୍ୟଗୁଡ଼ିକରେ କମ୍ପାନୀଗୁଡ଼ିକ ନିବେଶ କରିବା ପାଇଁ ଆସିବେ।

ସାଥିମାନେ,

 ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଏହି ବିଷୟଗୁଡ଼ିକ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଏହି ୱେବିନାରରୁ ଆମକୁ କାର୍ଯ୍ୟକ୍ଷମ ସମାଧାନ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ। ନୀତି, ଯୋଜନା ଏବଂ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ଆପଣଙ୍କର ସହଯୋଗ ଗୁରୁତ୍ୱପୂର୍ଣ୍ଣ। ଏହା ବଜେଟ୍ ପରେ କାର୍ଯ୍ୟାନ୍ୱୟନ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେବ। ମୁଁ ନିଶ୍ଚିତ ଯେ ଆପଣଙ୍କର ଯୋଗଦାନ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ। ଆଜିର ଦିନବ୍ୟାପୀ ଆଲୋଚନାର ମନ୍ଥନରୁ ଯେଉଁ ଅମୃତ ବାହାରିବ, ତାହା ଆମକୁ ଆମ ସ୍ୱପ୍ନକୁ ପୂରଣ କରିବାର କ୍ଷମତା ପ୍ରଦାନ କରିବ। ଏହି ଆଶା ସହିତ, ମୁଁ ଆପଣଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Junior Men’s Hockey Team on winning Asia Cup
September 13, 2026

The Prime Minister, Shri Narendra Modi, has congratulated the Indian Junior Men’s Hockey Team on winning the Asia Cup with an emphatic 4-1 victory in the final.

The Prime Minister described the achievement as remarkable and said that the feat reflects the immense talent of the young players.

Shri Modi extended his best wishes to the entire team.

The Prime Minister wrote on X;

“Congratulations to our Junior Men’s Hockey Team on winning the Asia Cup with an emphatic 4-1 win in the final. It is indeed a remarkable achievement.

This feat reflects the immense talent of our young players. Best wishes to the entire team!”