“ଗତ ବର୍ଷ ଭାରତରେ ପ୍ରଥମ ଥର ପାଇଁ ମୋବାଇଲ ନେଣଦେଣ ଏଟିଏମ ଟଙ୍କା ଉଠାଣ ତୁଳନାରେ ଅଧିକ”
“ଡିଜିଟାଲ ଇଣ୍ଡିଆ ଅଧୀନରେ ଅବସ୍ଥାନ୍ତର ପଦକ୍ଷେପ ଫିନଟେକ ସମାଧାନ ନିମନ୍ତେ ରାସ୍ତା ଖୋଲିଛି ଓ ଏହା ପ୍ରଶାସନିକ କାର୍ଯ୍ୟରେ ପ୍ରୟୋଗ ହେଉଛି”
“ବର୍ତ୍ତମାନ ଏହି ଫିନଟେକ ପଦକ୍ଷେପକୁ ଫିନଟେକ ବିପ୍ଳବରେ ପରିଣତ କରିବା ସମୟ ଉପନୀତ । ଏହା ଏପରି ଏକ ବିପ୍ଳବ ଯାହା ଦେଶ ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବ”
“ଆସ୍ଥା ଅର୍ଥ ହେଲା ଜନସାଧାରଣଙ୍କ ସ୍ୱାର୍ଥକୁ ସୁନିଶ୍ଚିତ କରି ରକ୍ଷା କରିବା । ଫିନଟେକ ସୁରକ୍ଷା ଉଦ୍ଭାବନ ବ୍ୟତିରେକ ଫିନଟେକ ଅସମ୍ପୂର୍ଣ୍ଣ”
“ଆମର ଡିଜିଟାଲ ଜନସାଧାରଣ ଭିତ୍ତିଭୂମି ସମାଧାନ ବିଶ୍ୱବ୍ୟାପୀ ନାଗରିକଙ୍କ ଜୀବନ ଧାରଣର ଉନ୍ନତି କରିବ”
“ ଗିଫ୍ଟସିଟି କେବଳ ଏକ ଧାରଣା ନୁହେଁ ଏହା ଭାରତର ପ୍ରତିନିଧିତ୍ୱ କରେ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଚାହିଦା, ଜନସଂଖ୍ୟା ଓ ବିବିଧତାର ପ୍ରତିନିଧିତ୍ୱ କରେ । ଏହା ଭାରତର ମୁକ୍ତ ଚିନ୍ତାଧାରା, ଉଦ୍ଭାବନ ଓ ପୁଞ୍ଜିବିନିଯୋଗର ପ୍ରତିନିଧିତ୍ୱ କରେ”
“ଅର୍ଥ ଅର୍ଥନୀତିର ଜୀବନ ପ୍ରବାହ ଓ ବୈଷୟିକ ଜ୍ଞାନ ଏହାର ବାହକ । ଅନ୍ତୋଦୟ ଲକ୍ଷ୍ୟ ହାସଲ ପାଇଁ ଉଭୟେ ସମଭାବରେ ଗୁରୁତ୍ୱପୂର୍ଣ୍ଣ ।

ମହାମହିମଗଣ,

ବିଶିଷ୍ଟ ସହକର୍ମୀବୃନ୍ଦ,

ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।

ନମସ୍କାର!

ବନ୍ଧୁଗଣ,

ପ୍ରଥମ ‘ଇନଫିନିଟି ଫୋରମ’ର ଉଦଘାଟନ କରି ଏବଂ ଆପଣ ସମସ୍ତଙ୍କୁ ଏଥିରେ ସ୍ୱାଗତ କରି ମୁଁ ଖୁବ ଆନନ୍ଦିତ ମନେ କରୁଛି । ଭାରତରେ ଫିନଟେକର ଯେଉଁ ଅପାର ସମ୍ଭାବନା ରହିଛି ‘ଇନଫିନିଟି ଫୋରମ’ ତାହାକୁ ପ୍ରତିପାଦିତ କରୁଛି । ଏହା ଆହୁରି ମଧ୍ୟ ସୂଚାଉଛି ଯେ ସମଗ୍ର ବିଶ୍ୱକୁ ଲାଭ ପହଂଚାଇବାରେ ଭାରତର ଫିନଟେକ ନିକଟରେ ଅପାର କ୍ଷମତା ରହିଛି ।

ବନ୍ଧୁଗଣ,

ମୁଦ୍ରାର ଇତିହାସ ଏହା ଦର୍ଶାଏ ଯେ ଏହି କ୍ଷେତ୍ରରେ ବିପୁଳ କ୍ରମବିକାଶ ଘଟିଛି । ଯେପରି ମନୁଷ୍ୟ ଜାତିର କ୍ରମବିକାଶ ଘଟିଛି, ସେହିଭଳି ଆମର ନେଣଦେଣର ସ୍ୱରୂପର ମଧ୍ୟ ବିକାଶ ଘଟିଚାଲିଛି । ସାମଗ୍ରୀ ଅଦଳବଦଳଠାରୁ ଆରମ୍ଭ କରି ଧାତୁ ପର୍ଯ୍ୟନ୍ତ, ପୁଣି ମୁଦ୍ରାଠାରୁ ନୋଟ ପର୍ଯ୍ୟନ୍ତ, ପୁଣି ଚେକ୍‌ଠାରୁ କାର୍ଡ ବାଟ ଦେଇ ଆଜି ଆମେ ଏ ପର୍ଯ୍ୟନ୍ତ ପହଁଚି ସାରିଛୁ । ପୂର୍ବରୁ ବିକାଶକୁ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗି ଯାଉଥିଲା, କିନ୍ତୁ ଜଗତିକରଣର ଏହି ଯୁଗରେ ଆଉ ଏପରି ହେଉ ନାହିଁ । ପ୍ରଯୁକ୍ତି, ଆର୍ଥିକ ଜଗତରେ ଏକ ବିରାଟ ପରିବର୍ତନ ଆଣୁଛି । ଗତ ବର୍ଷ ଭାରତରେ ପ୍ରଥମଥର ପାଇଁ ମୋବାଇଲ୍ ଦ୍ୱାରା ଅର୍ଥ ପଇଠ ପରିମାଣ ଏଟିଏମରୁ ନଗଦ ଅର୍ଥ ଉଠାଣ ପରିମାଣକୁ ପଛରେ ପକାଇ ଦେଇଥିଲା । କୌଣସି ବାସ୍ତବ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ବିନା, ସମ୍ପୁର୍ଣ୍ଣ ଡିଜିଟାଲ ବ୍ୟାଙ୍କଗୁଡିକ ଏବେ ଏକ ବାସ୍ତବିକତା ଅଟେ ଏବଂ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଏହା ଏକ ଅତି ସାମାନ୍ୟ ସ୍ଥାନ ପାଲଟିଯିବ ।

ବନ୍ଧୁଗଣ,

ଭାରତ ବିଶ୍ୱରେ ଏକଥା ପ୍ରମାଣ କରିଛି ଯେ, ଯେତେବେଳେ ପ୍ରଯୁକ୍ତିକୁ ଆପଣାଇବା ଅବା ଏହାକୁ ଦୃଷ୍ଟିରେ ରଖି ନବସୃଜନର କଥା ଉଠେ ସେତେବେଳେ ଭାରତ କୌଣସି ରାଷ୍ଟ୍ରଠାରୁ ମଧ୍ୟ ଉଣା ନୁହେଁ । ଡିଜିଟାଲ ଇଣ୍ଡିଆ ଅଧିନରେ ରୂପାନ୍ତରାତ୍ମକ ପଦକ୍ଷେପଗୁଡିକ ଶାସନରେ ବ୍ୟବହାର କରାଯିବାକୁ ଥିବା ଫିନଟେକ ଅଭିନବତାଗୁଡିକ ପାଇଁ ଦ୍ୱାର ଉନ୍ମୁକ୍ତ କରିଛି । ପ୍ରଯୁକ୍ତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ମଧ୍ୟ ଗତି ପ୍ରଦାନ କରିଛି । ୨୦୧୪ ମସିହାରେ ୫୦ ପ୍ରତିଶତରୁ କମ୍ ଲୋକଙ୍କର ବ୍ୟାଙ୍କ ଖାତା ଥିଲା, କିନ୍ତୁ ବ୍ୟାଙ୍କ ଖାତାଗୁଡିକୁ ସମସ୍ତଙ୍କୁ ଉପଲବଧ କରିଦିଆଗଲା ଏବଂ ଗତ ୭ ବର୍ଷ ମଧ୍ୟରେ ୪୩କୋଟି ଜନ ଧନ ଆକାଉଂଟ ଖୋଲାଯାଇଛି । ବର୍ତମାନ ସୁଦ୍ଧା ୬୯ କୋଟି ରୁପେ କାର୍ଡ ବିତରଣ କରାଯାଇ ସାରିଛି । ରୂପେ କାର୍ଡ ଦ୍ୱାରା ଗତ ବର୍ଷ ୧୩୦ କୋଟି ନେଣଦେଣ କରାଯାଇଛି । କେବଳ ଗତ ମାସରେ ହିଁ ୟୁପିଆଇ ଦ୍ୱାରା ୪୨୦ କୋଟି ନେଣଦେଣ କରାଯାଇଛି ।

ପ୍ରତି ମାସରେ ଜିଏସଟି ପୋର୍ଟାଲରେ ପ୍ରାୟ ୩୦ କୋଟି ବିଲ୍ ଅପଲୋଡ କରାଯାଉଛି । କେବଳ ଜିଏସଟି ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ ମାସରେ ୧୨୦ କୋଟି ଆମେରିକୀୟ ଡଲାରରୁ ଅଧିକ ପଇଠ କରାଯାଉଛି । ମହାମାରୀ ସତ୍ୱେ, ପ୍ରତିଦିନ ୧୫୦ କୋଟି ରେଳ ଟିକେଟ ଅନଲାଇନରେ ବୁକ୍ କରାଯାଇଥାଏ । ଗତବର୍ଷ, ଫାଷ୍ଟାଗ୍ ୧୩୦ କୋଟି ନିର୍ବାଧ କାରବାର କରିଛି । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦ୍ୱାରା ଦେଶବ୍ୟାପୀ ଛୋଟ ଛୋଟ ବିକ୍ରେତାମାନଙ୍କ ପାଇଁ ଋଣ ପ୍ରକ୍ରିୟା ସୁଗମ ହୋଇଛି । ଇ-ରୂପି ଆଧାରରେ କୌଣସି ତୃଟିବିହୀନ କେତେକ ଲକ୍ଷ୍ୟଭିତିକ ସ୍ୱତନ୍ତ୍ର ସେବା ପ୍ରଦାନ କରାଯାଇଛି ।  ମୁଁ ଏହିଭଳି ଆହୁରି ଅନେକ ଉଦାହରଣ ଦେଇପାରିବି, କିନ୍ତୁ ଏହା ଭାରତରେ ଫିନଟେକର ସମ୍ଭାବନା ଓ କ୍ଷମତାର କିଂଚିତ୍ ଉଦାହରଣ ମାତ୍ର ।

ବନ୍ଧୁଗଣ,

ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦ୍ୱାରା ଫିନଟେକ ଆନ୍ଦୋଳନକୁ ଗତି ମିଳିଥାଏ । ଫିନଟେକ ୪ଟି ସ୍ତମ୍ଭ ଉପରେ ଆଧାରିତ: ଆୟ, ନିବେଶ, ବୀମା ଏବଂ ସଂସ୍ଥାଗତ ଋଣ । ଯେତେବେଳେ ଆୟ ବୃଦ୍ଧି ପାଏ, ସେତେବେଳେ ନିବେଶ ସମ୍ଭବ ହୁଏ । ବୀମା ଅନ୍ତର୍ଭୁକ୍ତି ଦ୍ୱାରା ଅଧିକ ଆହ୍ୱାନଭରା ପଦକ୍ଷେପ ନେବା ଏବଂ ନିବେଶ କରିବାର କ୍ଷମତା ବୃଦ୍ଧି ପାଇଥାଏ । ସଂସ୍ଥାଗତ ଋଣ ଦ୍ୱାରା ବିସ୍ତାରକୁ ଡେଣା ମିଳିଥାଏ । ଏବଂ ଆମେ ଏଥିମଧ୍ୟରୁ ଏହି ପ୍ରତିଟି ସ୍ତମ୍ଭ ଉପରେ କାର୍ଯ୍ୟ କରିଛୁ । ଯେତେବେଳେ ଏହିସବୁ ଉପାଦାନଗୁଡିକ ଏକାଠି ହୁଏ, ସେତେବେଳେ ଆମେ ଦେଖିଥାଉ ଯେ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତି ଦୃଷ୍ଟିଗୋଚର ହୋଇଥାଆନ୍ତି । ବିସ୍ତୃତ ଭିତିଭୂମୀ ଫିନଟେକ ନବସୃଜନଗୁଡିକ ପାଇଁ ଗତି ପ୍ରାପ୍ତ କରିବାର ସର୍ବୋତମ ଆଧାର ଅଟେ । ଭାରତରେ ଫିନଟେକ ଉଦ୍ୟୋଗ ନବସୃଜନ ସହିତ ସଂଲଗ୍ନ ରହିିଛି, ଯାହାଫଳରେ ଅର୍ଥ ଏବଂ ଔପଚାରିକ ଋଣ ପ୍ରଣାଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିର ପହଂଚ ବୃଦ୍ଧି ପାଇପାରିବ । ବର୍ତମାନ ଏହି ଫିନଟେକ ପଦକ୍ଷେପଗୁଡିକୁ ଏକ ଫିନଟେକ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି । ଏକ ବିପ୍ଳବ ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ସଶକ୍ତିକରଣ ହାସଲ କରିବାରେ ସାହାଯ୍ୟ କରିବ ।

ବନ୍ଧୁଗଣ,

ଆମେ ଦେଖୁଛେ ଯେ ଫିନଟେକର ପରିସର ବୃଦ୍ଧି ପାଇ ଚାଲିଛି, ଏଥିପାଇଁ କିଛି ବିଷୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଫିନଟେକ ଶିଳ୍ପର ବେଶ ଅଭିବୃଦ୍ଧି ଘଟିଛି ଏବଂ ବେଶ ଅଭିବୃଦ୍ଧିର ଅର୍ଥ ହେଉଛି ଯେ ଜୀବନର ପ୍ରତିଟି କ୍ଷେତ୍ରର ବ୍ୟକ୍ତି ଏହାର ଉପଭୋକ୍ତା । ଜନସାଧାରଣଙ୍କ ମଧ୍ୟରେ ଏହି ଫିନଟେକର ଗ୍ରହଣୀୟତାର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି । ଏହି ବୈଶିଷ୍ଟ୍ୟ ହେଉଛି ଭରସା । ସାଧାରଣ ଭାରତୀୟ ଡିଜିଟାଲ ପଇଠ ଏବଂ ଏହିଭଳି ପ୍ରଯୁକ୍ତିକୁ ଆପଣାଇ ଆମ ଫିନଟେକ ବାତାବରଣ ଉପରେ ବହୁତ ଭରସା ରଖିଛି! ଏହି ଭରସା ହେଉଛି ଏକ ଦାୟିତ୍ୱ । ଭରସାର ଅର୍ଥ ହେଉଛି ଯେ ଆପଣମାନେ ଏହା ସୁନିଶ୍ଚିତ କରନ୍ତୁ ଯେ ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷିତ ରହିଛି । ଫିନଟେକ୍ ସୁରକ୍ଷା ନବସୃଜନ ବିନା ଫିନଟେକ ଅଭିନବତା ଅସମ୍ପୁର୍ଣ୍ଣ ରହିବ ।

ବନ୍ଧୁଗଣ,

ବିଶ୍ୱ ସହିତ ଆମର ଅଭିଜ୍ଞତା ଓ ବିଶେଷଜ୍ଞତାକୁ ବାଂଟିବା ତଥା ବିଶ୍ୱରୁ ଜ୍ଞାନ ଆହରଣ କରିବା ଦିଗରେ ଭାରତର ସବୁବେଳେ ମନୋବୃତି ରହିଛି । ଆମର ଡିଜିଟାଲ ଜନ ଭିତିଭୂମୀ ସମାଧାନ ସମଗ୍ର ବିଶ୍ୱରେ ମାନବ ଜୀବନରେ ଉନ୍ନତି ଆଣିପାରିବ । ୟୁପିଆଇ ଏବଂ ରୂପେ ଭଳି ଉପକରଣଗୁଡିକ ପ୍ରତ୍ୟେକ ଦେଶ ପାଇଁ ଏକ ଅପୂର୍ବ ସୁଯୋଗ ପ୍ରଦାନ କରୁଛି । ଏହିଭଳି ଏକ ସୁଯୋଗ, ଯାହା ସୁଲଭ ଏବଂ ଭରସାଯୋଗ୍ୟ ତଥା ‘ବାସ୍ତବିକ ସମୟରେ ଦେୟ ବ୍ୟବସ୍ଥା’ କାର୍ଯ୍ୟକାରୀ କରିବା ସହିତ ‘ସ୍ୱଦେଶୀ କାର୍ଡ ଯୋଜନା’ ଏବଂ ‘ପାଣ୍ଠି ପ୍ରେରଣ ପ୍ରଣାଳୀ’ ମଧ୍ୟ ପ୍ରଦାନ କରିଥାଏ ।

ବନ୍ଧୁଗଣ,

ଗିଫ୍ଟ ସିଟି କେବଳ ଏକ ପ୍ରାଙ୍ଗଣ ନୁହେଁ, ଏହା ଭାରତର ପ୍ରତିଜ୍ଞାର ପ୍ରତିନିଧିତ୍ୱ କରିଥାଏ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ, ଚାହିଦା, ଜନସଂଖ୍ୟା ଏବଂ ବିବିଧତାର ପ୍ରତିନିଧିତ୍ୱ କରେ । ଏହା ବିଚାରଧାରା, ନବସୃଜନ ଏବଂ ନିବେଶ କ୍ଷେତ୍ରରେ ଭାରତର ଉନ୍ମୁକ୍ତତାର ପ୍ରତିନିଧତ୍ୱ କରେ । ଗିଫ୍ଟ ସିଟି ହେଉଛି ବୈଶ୍ୱିକ ଫିନଟେକ ଜଗତର ପ୍ରବେଶ ପଥ । ଗିଫ୍ଟ ସିଟିରେ (ଆଇଏଫଏସସି) ଏହି ଦୃଷ୍ଟିକୋଣ ସହିତ ଜନ୍ମ ନେଇଥିଲା, ଯେ ଅର୍ଥ ଏବଂ ପ୍ରଯୁକ୍ତିର ସଙ୍ଗମ ଭାରତର ଆଗାମୀ ବିକାଶ ପ୍ରକ୍ରିୟାର ଏକ ପ୍ରମୁଖ ଅଂଶ ହୋଇପାରିବ । କେବଳ ଭାରତ ନୁହେଁ ବିଶ୍ୱ ପାଇଁ ସର୍ବୋତମ ଆନ୍ତର୍ଜାତିକ ବିତୀୟ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ।

ବନ୍ଧୁଗଣ,

ଅର୍ଥବ୍ୟବସ୍ଥା ପାଇଁ ବିତ ଜୀବନଦାୟିନୀ ରକ୍ତକଣିକା ଅଟେ ଏବଂ ପ୍ରଯୁକ୍ତି ହେଉଛି ଏହାର ଶିରା ପ୍ରଶିରା । “ଅନ୍ତ୍ୟୋଦୟ” ଏବଂ “ସର୍ବୋଦୟ” ହାସଲ କରିବା ପାଇଁ ଉଭୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆମର ଧ୍ୱଜାଧାରୀ ଇନଫିନିଟି ମଂଚ ଆମର ସେହିସବୁ ପ୍ରୟାସର ଅଂଶ ଅଟେ ଯାହା ଏହି ଶିଳ୍ପକୁ ଅନନ୍ତ ଭବିଷ୍ୟତର ଅନ୍ୱେଷଣ କରିବା ନିମନ୍ତେ ବିଶ୍ୱ ଫିନଟେକ ଉଦ୍ୟୋଗର ସମସ୍ତ ପ୍ରମୁଖ ହିତାଧିକାରୀଙ୍କୁ ଏକାଠି କରିଥାଏ ।         ଏହି ପ୍ରସଙ୍ଗରେ ମୋର ମାଇକ୍ ବ୍ଲୁମବର୍ଗଙ୍କ ସହ ହୋଇଥିବା ଆଲୋଚନା ମନେ ପଡୁଛି, ଯେତେବେଳେ ଆମେ ଗତଥର ପରସ୍ପରକୁ ଭେଟିଥିଲୁ । ଏବଂ ମୁଁ ବ୍ଲୁମବର୍ଗ ଗୋଷ୍ଠୀକୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି । ଇନଫିନିଟି ଫୋରମ ବିଶ୍ୱାସର ଏକ ମଂଚ ଅଟେ, ସେହି ବିଶ୍ୱାସ ଯାହା ନବସୃଜନର ଆତ୍ମା ପ୍ରତି ଏବଂ କଳ୍ପନାର ଶକ୍ତି ପ୍ରତି ବିଶ୍ୱାସ ଉପରେ ଆଧାରିତ । ଏହିଭଳି ବିଶ୍ୱାସ ଯାହା ଯୁବବର୍ଗର ଉର୍ଜା ପ୍ରତି ଏବଂ ପରିବର୍ତନ ଆଣିବା ପାଇଁ ସେମାନଙ୍କର ଉତ୍ସାହ ଉପରେ ଆଧାରିତ । ବିଶ୍ୱକୁ ଏକ ଉତମ ସ୍ଥାନରେ ପରିଣତ କରିବାର ବିଶ୍ୱାସ ଉପରେ ଆଧାରିତ । ଆସନ୍ତୁ ଆମେ ସମସ୍ତେ ମିଶି ସମଗ୍ର ବିଶ୍ୱରେ ଉଙ୍କି ମାରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକର ସମାଧାନ କରିବା ପାଇଁ ଫିନଟେକରେ ନୂତନ ବିଚାରଧାରାର ଅନ୍ୱେଷଣ କରିବା ଏବଂ ସେସବୁକୁ ଆହୁରି ଆଗକୁ ବଢାଇବା ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Apple exports record $2 billion worth of iPhones from India in November

Media Coverage

Apple exports record $2 billion worth of iPhones from India in November
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the power of collective effort
December 17, 2025

The Prime Minister, Shri Narendra Modi, shared a Sanskrit Subhashitam-

“अल्पानामपि वस्तूनां संहतिः कार्यसाधिका।

तृणैर्गुणत्वमापन्नैर्बध्यन्ते मत्तदन्तिनः॥”

The Sanskrit Subhashitam conveys that even small things, when brought together in a well-planned manner, can accomplish great tasks, and that a rope made of hay sticks can even entangle powerful elephants.

The Prime Minister wrote on X;

“अल्पानामपि वस्तूनां संहतिः कार्यसाधिका।

तृणैर्गुणत्वमापन्नैर्बध्यन्ते मत्तदन्तिनः॥”