ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦କୋଟି ହିତାଧିକାରୀଙ୍କୁ ଦୁଇମାସ ପାଇଁ ମିଳିବ ମାଗଣା ରାସନ
କେନ୍ଦ୍ର ଏହି ଯୋଜନା ବାବଦ ଖର୍ଚ୍ଚ କରୁଛି ୨୬ହଜାର କୋଟିରୁ ଅଧିକ ଟଙ୍କା: ପ୍ରଧାନମନ୍ତ୍ରୀ
କେନ୍ଦ୍ର ଏହାର ନୀତି ଓ ଅଗ୍ରାଧିକାରରେ ସବୁଠାରୁ ଆଗରେ ରଖିଛି ଗ୍ରାମକୁ: ପ୍ରଧାନମନ୍ତ୍ରୀ
ସରକାର ପଞ୍ଚାୟତଗୁଡିକ ପାଇଁ ବ୍ୟୟବରାଦ କରିଛନ୍ତି ଅଭୂତପୂର୍ବ ୨.୨୫ଲକ୍ଷ କୋଟି ଟଙ୍କା : ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମହାଶୟ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ଅରୁଣାଚଳ ପ୍ରଦେଶ, ଉତର ପ୍ରଦେଶ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଏବଂ ଉତରାଖଣ୍ଡର ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ମହାଶୟ, ରାଜ୍ୟଗୁଡ଼ିକର ପଞ୍ଚାୟତିରାଜ ମନ୍ତ୍ରୀ, ଗ୍ରାମୀଣ ବିକାଶ ମନ୍ତ୍ରୀ, ସାରା ଦେଶର ଗ୍ରାମପଞ୍ଚାୟତ ସହିତ ଜଡ଼ିତ ସମସ୍ତ ଜନ-ପ୍ରତିନିଧିଗଣ, ଆଉ ଏବେ ଯେପରି ନରେନ୍ଦ୍ର ସିଂହ ମହାଶୟ କହିଲେ ଯେ ପ୍ରାୟ ପାଞ୍ଚ କୋଟି ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପଞ୍ଜିକରଣ କରାଇଛନ୍ତି। ଏତେ ବିପୁଳ ସଂଖ୍ୟାରେ ଗାଁ ଏହି କାର୍ଯ୍ୟକ୍ରମରେ ସହଭାଗୀ ହେବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଗ୍ରାମ ବିକାଶର ଦିଗରେ ଯେଉଁ ପଦକ୍ଷେପ ରହିଛି ତାହାକୁ ଶକ୍ତି ପ୍ରଦାନ କରୁଛି। ଏହି ସମସ୍ତ ପାଞ୍ଚ କୋଟି ଭାଇ ଭଉଣୀଙ୍କୁ ମୋର ଆଦରପୂର୍ବକ ନମସ୍କାର।

ଭାଇ  ଭଉଣୀମାନେ,

ପଞ୍ଚାୟତିରାଜ ଦିବସର ଏହି ଦିନ ଗ୍ରାମୀଣ ଭାରତର ନବନିର୍ମାଣର ସଂକଳ୍ପଗୁଡ଼ିକୁ ଦୋହରାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହୋଇଥାଏ। ଏହି ଦିନଟି ମଧ୍ୟ ହେଉଛି ଆମ ଗ୍ରାମପଞ୍ଚାୟତ ଗୁଡ଼ିକର ଯୋଗଦାନ ଆଉ ସେମାନଙ୍କର ଅସାଧାରଣ କାର୍ଯ୍ୟଗୁଡ଼ିକୁ ଦେଖିବା, ବୁଝିବା ଏବଂ ସେଗୁଡ଼ିକୁ ପ୍ରଶଂସା କରିବାର ଏକ ଦିନ।

ଏବେ ମୋତେ ଗାଁର ବିକାଶରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ ସମ୍ମାନିତ କରିବା, ସେମାନଙ୍କୁ ପୁରସ୍କାର ଦେବାର ସୁଯୋଗ ମିଳିଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ‘ପଞ୍ଚାୟତିରାଜ ଦିବସ’ର ଅନେକ-ଅନେକ ଶୁଭକାମନା ଜଣାଉଛି। ନିକଟରେ ଅନେକ ରାଜ୍ୟଗୁଡ଼ିକରେ ପଞ୍ଚାୟତ ନିର୍ବାଚନ ସମ୍ପନ୍ନ ହୋଇଛି ଏବଂ ବହୁତ ଗୁଡ଼ିଏ ସ୍ଥାନରେ ମଧ୍ୟ ଚାଲୁ ରହିଛି, ଏଥିପାଇଁ ଆଜି ଆମମାନଙ୍କ ସହିତ ବହୁ ନୂଆ ସାଥୀମାନେ ମଧ୍ୟ ଅଛନ୍ତି। ମୁଁ ସମସ୍ତ ନୂତନ ଜନ-ପ୍ରତିନିଧିମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଆଜି ଗାଁ ଏବଂ ଗରିବଙ୍କୁ ତାଙ୍କ ଘରର ଆଇନଗତ ଦସ୍ତାବେଜ ଦେବାଭଳି ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଜନା, ‘ସ୍ୱାମିତ୍ୱ ଯୋଜନା’କୁ ମଧ୍ୟ ସମଗ୍ର ଦେଶରେ ଲାଗୁ କରାଯାଉଛି। ଗତ ବର୍ଷ ଯେଉଁ ସ୍ଥାନଗୁଡ଼ିକରେ ଏହି ଯୋଜନା ପ୍ରାରମ୍ଭ କରାଯାଇଥିଲା, ସେଠାରେ ଅନେକ ସାଥୀଙ୍କୁ ସମ୍ପତି କାର୍ଡ ମଧ୍ୟ ଦିଆଯାଇଛି। ଏଥିପାଇଁ ମଧ୍ୟ ଏହି କାର୍ଯ୍ୟରେ ସାମିଲ ଏବଂ ସମୟବଦ୍ଧ ଉପାୟରେ ଆଗକୁ ବଢ଼଼ିବାର ପ୍ରୟାସ କରିଥିବା ସମସ୍ତ ସାଥୀଙ୍କୁ ମଧ୍ୟ ମୁଁ ବହୁତ-ବହୁତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ସ୍ୱାମିତ୍ୱ ଯୋଜନା ହେଉଛି ଗାଁ ଏବଂ ଗରିବଙ୍କ ଆତ୍ମବିଶ୍ୱାସକୁ, ପାରସ୍ପରିକ ବିଶ୍ୱାସକୁ ଏବଂ ବିକାଶକୁ ନୂତନ ଗତି ଦେବା ଭଳି। ଏଥିପାଇଁ ମଧ୍ୟ ମୁଁ ସମସ୍ତ ଦେଶବାସୀଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଏକ ବର୍ଷ ପୂର୍ବେ ଯେତେବେଳେ ଆମେ ପଞ୍ଚାୟତିରାଜ ଦିବସ ପାଇଁ ଏକାଠି ହୋଇ ଥିଲେ, ସେତେବେଳେ ସମଗ୍ର ଦେଶ କରୋନା ସହିତ ମୁକାବିଲା କରୁଥିଲା। ସେତେବେଳେ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିଥିଲି ଯେ ଆପଣ କରୋନାକୁ ଗାଁରେ ପହଞ୍ଚିବାକୁ ରୋକିବାରେ ନିଜର ଭୂମିକା ତୁଲାଇବେ। ଆପଣମାନେ ସମସ୍ତେ ବଡ଼ କୁଶଳତାର ସହିତ, ନା କେବଳ କରୋନାକୁ ଗାଁରେ ପହଞ୍ଚିବା ପାଇଁ ରୋକିଲେ, ବରଂ ଗାଁରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇଲେ। ଚଳିତ ବର୍ଷ ମଧ୍ୟ ଆମ ସମ୍ମୁଖରେ ଯେଉଁ ଆହ୍ୱାନ ରହିଛି, ସେହି ଆହ୍ୱାନ ପୂର୍ବ ଅପେକ୍ଷା ଟିକେ ଅଧିକ ରହିଛି ଯେ ଗାଁ ପର୍ଯ୍ୟନ୍ତ ଏହି ସଂକ୍ରମଣକୁ କୌଣସି ମଧ୍ୟ ପରିସ୍ଥିତିରେ ପହଞ୍ଚିବାକୁ ଦେବା ନାହିଁ, ତାହାକୁ ରୋକିବାକୁ ହିଁ ପଡ଼ିବ।

ଗତ ବର୍ଷ ଆପଣମାନେ ଯେଉଁ ପରିଶ୍ରମ କଲେ, ଦେଶର ଗାଁମାନେ ଯେଉଁ ନେତୃତ୍ୱ ଦେଖାଇଲେ, ସେହି କାର୍ଯ୍ୟ ଏଥର ମଧ୍ୟ ଆପଣ ବହୁତ ସ୍ଫୁର୍ତିର ସହିତ, ବଡ଼ ଶୃଙ୍ଖଳାର ସହିତ ଆହୁରି ଅଧିକରୁ ଅଧିକ ଲୋକମାନଙ୍କୁ ସାଙ୍ଗରେ ନେଇ ବହୁତ ହିଁ ଭଲ ଭାବେ କରିବେ, ନିଶ୍ଚିତ ଭାବେ ସଫଳତା ପାଇବେ। କାରଣ ଆପଣ ପୂର୍ବଥର କରିଥିଲେ, ଏବେ ଏକ ବର୍ଷର ଅନୁଭବ ରହିଛି। ସଙ୍କଟ ସମ୍ପର୍କରେ ଅଧିକାଂଶ ବିଷୟରେ ଜାଣିଛନ୍ତି, ସଙ୍କଟରୁ ରକ୍ଷା ପାଇବା ପାଇଁ ପଥ ସମ୍ପର୍କରେ ଜ୍ଞାନ ରହିଛି। ଆଉ ଏଥିପାଇଁ ମୋର ବିଶ୍ୱାସ ରହିଛି ଯେ ମୋ ଦେଶର, ମୋ ଗାଁର ସମସ୍ତ ଲୋକ, ଗାଁର ନେତୃତ୍ୱ କରିବା ଭଳି ଲୋକ, ଗାଁରେ କରୋନାର ପ୍ରବେଶକୁ ରୋକିବାରେ ସଫଳ ହେବେ ଏବଂ ବହୁତ ହିଁ ଉତମ ଉପାୟରେ ବ୍ୟବସ୍ଥା ମଧ୍ୟ କରିବେ। ଯାହା ମଧ୍ୟ ମାର୍ଗଦର୍ଶୀକା ଭିନ୍ନ-ଭିନ୍ନ ସମୟରେ ଜାରି ହେଉଛି, ତାହାର ସମ୍ପୂର୍ଣ୍ଣ ପାଳନ ଗାଁମାନଙ୍କରେ ହେଉ, ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ।

ତେବେ ଚଳିତଥର ଆମ ପାଖରେ ଟିକାର ସୁରକ୍ଷା କବଚ ରହିଛି। ତେଣୁ, ଆମକୁ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ହେବ, ଆଉ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଯାକ ଡୋଜ୍‍ ମଧ୍ୟ ମିଳୁ। ଭାରତ ସରକାର ଏବେ 45 ବର୍ଷ ବୟସରୁ ଅଧିକ ସମସ୍ତ ବ୍ୟକ୍ତିଙ୍କର ମାଗଣା ଟିକାକରଣ କରୁଛନ୍ତି; ହିନ୍ଦୁସ୍ତାନର ପ୍ରତ୍ୟେକ ରାଜ୍ୟରେ ଟିକାକରଣ କରାଯାଉଛି। ଏବେ ମଇ ମାସଠାରୁ 18 ବର୍ଷ ବୟସରୁ ଅଧିକ ବର୍ଷର ନାଗରିକଙ୍କୁ ଟିକା ଦେବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆପଣ ସମସ୍ତ ସାଥୀଙ୍କ ସହଯୋଗରେ ଏହି ଟିକାକରଣ ଅଭିଯାନ ସଫଳ ହେବ।

ସାଥୀଗଣ,

ଏହି କଠିନ ସମୟରେ କୌଣସି ପରିବାର ମଧ୍ୟ ଭୋକରେ ନ ଶୁଅନ୍ତୁ। ଗରିବରୁ ଗରିବର ଲୋକର ଚୂଲା ଜଳୁ, ଏହା ମଧ୍ୟ ହେଉଛି ଆମର ଦାୟିତ୍ୱ। ଗତକାଲି ହିଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ(ରାଶନ) ଦେବାର ଯୋଜନାକୁ ପୁଣି ଆଗକୁ ବୃଦ୍ଧି କରିଛନ୍ତି। ମଇ ଏବଂ ଜୁନ ମାସରେ ଦେଶର ପ୍ରତ୍ୟେକ ଗରିବଙ୍କୁ ମାଗଣା ରାଶନ ମିଳିବ। ଏହାର ଲାଭ 80 କୋଟିରୁ ଅଧିକ ଦେଶବାସୀଙ୍କୁ ମିଳିବ। ଏ ବାବଦରେ କେନ୍ଦ୍ର ସରକାର 26 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ସାଥୀଗଣ,

ଏହି ରାଶନ ହେଉଛି ଗରିବମାନଙ୍କର, ହେଉଛି ଦେଶର। ଖାଦ୍ୟାନ୍ନର ପ୍ରତ୍ୟେକ ଦାନା ସେହି ପରିବାର ପାଖରେ ପହଞ୍ଚୁ, ଦ୍ରୁତ ଗତିରେ ପହଞ୍ଚୁ, ସଠିକ ସମୟରେ ପହଞ୍ଚୁ... ଯେଉଁମାନଙ୍କୁ ଏହାର ଆବଶ୍ୟକତା ଅଛି, ଏହା ସୁନିଶ୍ଚିତ କରିବା ମଧ୍ୟ ହେଉଛି ଆମ ସମସ୍ତଙ୍କର କାର୍ଯ୍ୟ, ଆଉ ମୋର ବିଶ୍ୱାସ ଯେ ରାଜ୍ୟ ସରକାର ଏବଂ ପଞ୍ଚାୟତର ଆମର ସାଥୀମାନେ ଭଲ ଭାବେ ଏହି କାର୍ଯ୍ୟକୁ ତୁଲାଇ ପାରିବେ।

ସାଥୀଗଣ,

ଗ୍ରାମପଞ୍ଚାୟତର ଜନ-ପ୍ରତିନିଧି ଭାବେ ଆପଣଙ୍କର ଭୂମିକା ହେଉଛି ଗଣତନ୍ତ୍ରକୁ ସୁଦୃଢ଼ କରିବା, ଏବଂ ଗାଁର ଆକାଂକ୍ଷାକୁ ପୂରଣ କରିବା। ଆମର ଗାଁ, ଭାରତର ବିକାଶ ଏବଂ ଆତ୍ମନିର୍ଭରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ରହି ଆସିଛି। ପୂଜ୍ୟ ମହାତ୍ମା ଗାନ୍ଧୀ କହୁଥିଲେ- ‘ଆତ୍ମନିର୍ଭରତା ନେଇ ମୋର ଅର୍ଥ ହେଉଛି ଏଭଳି ଗାଁ ଯିଏ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଆତ୍ମନିର୍ଭର ହେଉ। କିନ୍ତୁ ଆତ୍ମନିର୍ଭର ହେବାର ଅର୍ଥ ଏହା ନୁହେଁ ଯେ ଆମେ ନିଜର ସୀମାରେ ବାନ୍ଧି ହୋଇ ରହିଯିବା’। ପୂଜ୍ୟ ବାପୁଜୀଙ୍କ ବିଚାର ହେଉଛି କେତେ ସ୍ପଷ୍ଟ, ଅର୍ଥାତ, ଆମକୁ ନୂଆ-ନୂଆ ସୁଯୋଗକୁ, ନୂତନ ସମ୍ଭାବନାକୁ ଅନ୍ୱେଷଣ କରି ନିଜ ଗାଁକୁ ବିକାଶର ପଥରେ ଆଗକୁ ନେଇ ଯିବାର ଅଛି।

ସାଥୀଗଣ,

ଗତ ବର୍ଷ ଯେଉଁ 6ଟି ରାଜ୍ୟରେ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ ହୋଇଥିଲା, ସେଠାରେ ଗୋଟିଏ ବର୍ଷ ମଧ୍ୟରେ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସ୍ୱାମିତ୍ୱ ଯୋଜନାରେ ଡ୍ରୋନ ଦ୍ୱାରା ସମ୍ପୂର୍ଣ୍ଣ ଗାଁର, ସମ୍ପତିଗୁଡ଼ିକର ସର୍ଭେ କରାଯାଉଛି, ଆଉ ଯେଉଁମାନଙ୍କର ଯାହା ଜମିବାଡ଼ି ଅଛି, ସେମାନଙ୍କୁ ତାଙ୍କର ସମ୍ପତିର କାର୍ଡ ‘ସମ୍ପତି-ପତ୍ର’ ମଧ୍ୟ ଦିଆଯାଉଛି। କିଛି ସମୟ ପୂର୍ବରୁ ହିଁ 5 ହଜାର ଗାଁର 4ଲକ୍ଷରୁ ଅଧିକ ସମ୍ପତି ମାଲିକଙ୍କୁ ‘ଇ-ସମ୍ପତି କାର୍ଡ’ ଦିଆଯାଇଛି। ସ୍ୱାମିତ୍ୱ ଯୋଜନା ଯୋଗୁଁ ଆଜି ଗାଁମାନଙ୍କରେ ଏକ ନୂତନ ଆତ୍ମବିଶ୍ୱାସ ଫେରି ଆସିଛି, ସୁରକ୍ଷାର ଏକ ଭାବ ଜାଗ୍ରତ ହୋଇଛି।

ଗାଁରେ ଘରର ନକ୍ସା, ନିଜ ସମ୍ପତିର ଦସ୍ତାବେଜ ଯେତେବେଳେ ହାତକୁ ଆସିଥାଏ, ସେତେବେଳେ ଅନେକ ପ୍ରକାରର ଆଶଙ୍କା ଦୂର ହୋଇ ଯାଇଥାଏ। ଏହାଦ୍ୱାରା ଗାଁରେ ଜମିବାଡ଼ିକୁ ନେଇ ହେଉଥିବା ଝଗଡ଼ା ପ୍ରାୟ ହ୍ରାସ ପାଇଛି, କେଉଁଠି-କେଉଁଠି ପରିବାର ମଧ୍ୟରେ ଝଗଡ଼ାର ପରିସମାପ୍ତି ଘଟିଛି। ଗରିବ-ଦଳିତମାନଙ୍କୁ ଶୋଷଣର ସମ୍ଭାବନା ମଧ୍ୟ ଶେଷ ହୋଇଛି, ଦୁର୍ନିତିର ଏକ ବଡ଼ ମାର୍ଗ ବନ୍ଦ ହୋଇଯାଇଛି। କୋର୍ଟ-କଚେରୀରେ ମାମଲା ବନ୍ଦ ହେବାକୁ ଯାଉଛି। ଯେଉଁ ଲୋକମାନଙ୍କୁ ନିଜର ଜମିବାଡ଼ିର କାଗଜ ମିଳିଯାଇଛି, ସେମାନେ ବ୍ୟାଙ୍କରୁ ଋଣ ନେବା ମଧ୍ୟ ସହଜ ହେଉଛି।

ସାଥୀଗଣ,

ସ୍ୱାମିତ୍ୱ ଯୋଜନାର ଆଉ ଏକ ବିଶେଷତ୍ୱ ରହିଛି। ଏହି ଯୋଜନାରେ ଡ୍ରୋନ ସର୍ଭେ ପରେ ପ୍ରତ୍ୟେକ ଗାଁର ଏକ ସଂମ୍ପୂର୍ଣ୍ଣ ନକସା, ଜମିର ସଂମ୍ପୂର୍ଣ୍ଣ ହିସାବ-କିତାବ ମଧ୍ୟ ହୋଇ ଯାଉଛି। ଏହାଦ୍ୱାରା ପଞ୍ଚାୟତକୁ ଗାଁର ବିକାଶ କାର୍ଯ୍ୟକୁ ଏକ ଦୀର୍ଘ ଚିନ୍ତାଧାରା ସହିତ, ଏକ ଦୃଷ୍ଟିଭଙ୍ଗୀ ସହିତ ବ୍ୟବସ୍ଥିତ ଢ଼ଂଗରେ କରିବାର ନକସା, ଏହି ମାନଚିତ୍ର ବହୁତ କାର୍ଯ୍ୟରେ ଆସିବ। ଆଉ ମୁଁ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିବି ଏହାକୁ ବଡ଼ ବୁଦ୍ଧିମାନର ସହିତ ଆଗକୁ ବଢ଼଼ାନ୍ତୁ ଫଳରେ ଗାଁ ବ୍ୟବସ୍ଥିତ ଭାବେ ବିକଶିତ ହେଉ।

ଏକ ପ୍ରକାରରେ ଗରିବର ସୁରକ୍ଷା, ଗାଁର ଅର୍ଥବ୍ୟବସ୍ଥା ଏବଂ ଗାଁରେ ଯୋଜନାବଦ୍ଧ ଭାବେ ବିକାଶ, ଏହାକୁ ସ୍ୱାମିତ୍ୱ ଯୋଜନା ସୁନିଶ୍ଚିତ କରିବାକୁ ଯାଉଛି। ମୋର ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ଅନୁରୋଧ ରହିବ ଯେ ଏଥିପାଇଁ ସର୍ଭେ ଅଫ ଇଣ୍ଡିଆ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିବାର କାର୍ଯ୍ୟ ଯଥାଶୀଘ୍ର ସଂମ୍ପୂର୍ଣ୍ଣ କରି ନିଅନ୍ତୁ। କୌଣସି ରାଜ୍ୟରେ ଏଥିପାଇଁ ଭୂ-ଆଇନରେ ପରିବର୍ତନର ମଧ୍ୟ ଆବଶ୍ୟକତା ନାହିଁ। ରାଜ୍ୟଗୁଡ଼ିକୁ ଏହା ମଧ୍ୟ ମୋର ପରାମର୍ଶ ଯେ ଗାଁର ପ୍ରତ୍ୟେକ ଘରର କାଗଜପତ୍ର ପ୍ରସ୍ତୁତ ହେବାପରେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କରୁ ଋଣ ଚାହୁଁଛନ୍ତି, ତେବେ ସେମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେଉ, ଏହା ସୁନିଶ୍ଚିତ କରାଯାଉ। ମୁଁ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସମ୍ପତି ପତ୍ରର ଏକ ଫର୍ମାଟ ପ୍ରସ୍ତୁତ କରନ୍ତୁ, ଯାହା ବ୍ୟାଙ୍କରେ ଋଣ ପ୍ରଦାନ ପାଇଁ ଗ୍ରହଣ ଯୋଗ୍ୟ ହେବ। ଆପଣ ସମସ୍ତେ ପଞ୍ଚାୟତର ପ୍ରତିନିଧିମାନଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ଏବଂ ଗ୍ରାମବାସୀଙ୍କୁ ସଠିକ ସୂଚନା ଦେବାର କାର୍ଯ୍ୟ କରିବାକୁ ହେବ।

ସାଥୀଗଣ,

ଆମ ଦେଶର ପ୍ରଗତି ଏବଂ ସଂସ୍କୃତିର ନେତୃତ୍ୱ ସଦା ସର୍ବଦା ଆମର ଗାଁଗୁଡ଼ିକ ହିଁ କରିଛନ୍ତି। ଏଥିପାଇଁ, ଆଜି ଦେଶ ନିଜର ପ୍ରତ୍ୟେକ ନୀତି ଏବଂ ପ୍ରତ୍ୟେକ ପ୍ରୟାସର କେନ୍ଦ୍ରରେ ଗାଁକୁ ରଖି ଆଗକୁ ଅଗ୍ରସର ହେଉଛି। ଆମର ପ୍ରୟାସ ଏହା ହେଉଛି ଯେ ଆଧୁନିକ ଭାରତର ଗାଁ ସମର୍ଥ ହେଉ, ଆତ୍ମନିର୍ଭର ହେଉ। ଏଥିପାଇଁ ପଞ୍ଚାୟତଗୁଡ଼ିକର ଭୂମିକାକୁ ବୃଦ୍ଧି କରାଯାଉଛି, ପଞ୍ଚାୟତଗୁଡ଼ିକୁ ନୂଆ ଅଧିକାର ଦିଆଯାଉଛି। ପଞ୍ଚାୟତଗୁଡ଼ିକୁ ଡିଜିଟାଲ କରିବା ପାଇଁ ପ୍ରତ୍ୟେକ ଗାଁକୁ ଫାଇବର ନେଟ୍‍ ସହିତ ସଂଯୋଗ କରିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି।

ଆଜି ପ୍ରତ୍ୟେକ ଘରକୁ ଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ଚାଲୁ ରହିଥିବା ‘ଜଳ ଜୀବନ ମିଶନ’ ଭଳି ବୃହତ ଯୋଜନାର ଦାୟିତ୍ୱ ମଧ୍ୟ ପଞ୍ଚାୟତଗୁଡ଼ିକୁ ଦିଆଯାଇଛି। ଏହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କାର୍ଯ୍ୟ ଆମେ ଆପଣଙ୍କ ଦାୟିତ୍ୱରେ, ଆପଣଙ୍କ ଭାଗିଦାରୀରେ ଆଗକୁ ବଢ଼଼ାଇଛୁ। ଆଜି ଗାଁରେ ରୋଜଗାର ଠାରୁ ନେଇ ଗରିବଙ୍କୁ ପକ୍କା ଘର ଦେବା ପର୍ଯ୍ୟନ୍ତ ଯେଉଁ ବ୍ୟାପକ ଅଭିଯାନ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି, ତାହା ପଞ୍ଚାୟତଗୁଡ଼ିକ ମାଧ୍ୟମରେ ହିଁ ଆଗକୁ ବଢ଼଼ୁଛି।

ଗାଁର ବିକାଶ ପାଇଁ ପ୍ରାଥମିକତା ସ୍ଥିର କରିବାର ହେଉ, ତାହା ସହିତ ଜଡିତ ନିଷ୍ପତି ନେବା ହେଉ, ଏଥିରେ ମଧ୍ୟ ପଞ୍ଚାୟତଗୁଡିକର ଭୂମିକା ବୃଦ୍ଧି କରାଯାଇଛି। ଆପଣ ନିଜ ଗାଁର ଚିନ୍ତା କରନ୍ତୁ, ଗାଁର ଇଚ୍ଛା-ଆଶା ଆକାଂକ୍ଷାଗୁଡିକ ଅନୁସାରେ ବିକାଶକୁ ଗତି ଦିଅନ୍ତୁ, ଏହା ମଧ୍ୟ ଦେଶ ଆପଣଙ୍କ ଠାରୁ ଆଶା କରୁଛି, ଆପଣଙ୍କୁ ସଂସାଧନ ମଧ୍ୟ ଯୋଗାଇ ଦିଆଯାଉଛି। ଏପରିକି ଗାଁର ଅନେକ ଖର୍ଚ୍ଚ ସହିତ ଜଡିତ ଅନେକ ଶକ୍ତିଗୁଡିକ ମଧ୍ୟ ସିଧା ସଳଖ ପଞ୍ଚାୟତକୁ ଦିଆ ଯାଉଛି। ଛୋଟ-ଛୋଟ ଆବଶ୍ୟକତା ପାଇଁ ଆପଣମାନଙ୍କୁ ସରକାରୀ ଅଫିସକୁ ବହୁତ କମ୍‍ ଯିବାକୁ ପଡୁ, ଏହାର ଚିନ୍ତା କରୁଛୁ। ଏପରିକି ଆଜି ଯେଉଁ ଅର୍ଥ ରାଶି ପୁରସ୍କାର ଆକାରରେ ଦିଆଯାଇଛି, ତାହା ସିଧା ସଳଖ ପଞ୍ଚାୟତଗୁଡିକର ବ୍ୟାଙ୍କ ଖାତାରେ ଜମା କରାଯାଇଛି।

ସାଥୀଗଣ,

ଭାରତ ସରକାର ଦୁଇ ଶହ ପଚିଶ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଗ୍ରାମ ପଞ୍ଚାୟତ ହାତକୁ ଦେଇଛନ୍ତି। ଏତେ ବଡ଼ ମାତ୍ରାରେ ଧନରାଶି ପଞ୍ଚାୟତଗୁଡିକୁ ଏହା ପୂର୍ବରୁ କେବେ ଦିଅଯାଇ ନ ଥିଲା। ଏହି ଅର୍ଥରେ ଗାଁର ପରିଷ୍କାର ପରିଚ୍ଛନ୍ନତା ସହିତ ଜଡିତ କାର୍ଯ୍ୟ... ତାହା ଉପରେ ପ୍ରାଥମିକତା ଦେବା ଉଚିତ, ପରିଷ୍କାର ପିଇବା ପାଣିର ବ୍ୟବସ୍ଥା ପାଇଁ ଯତ୍ନବାନ ହେବା ଉଚିତ, ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ଯଥାସାଧ୍ୟ ପ୍ରୟାସ କରିବା ଉଚିତ। କିନ୍ତୁ, ଯେତେବେଳେ ଗାଁର ବିକାଶ ପାଇଁ ଏତେ ଅର୍ଥ ଯିବ, ଏତେ କାର୍ଯ୍ୟ ହେବ ସେତେବେଳେ ନିଜର ଗ୍ରାମବାସୀ ମଧ୍ୟ ଏହା ଆଶା କରିବେ ଯେ ପ୍ରତ୍ୟେକ କାର୍ଯ୍ୟରେ ପାରଦର୍ଶୀତା ରହିବା ଉଚିତ। ଏହି ଆଶା ଆପଣଙ୍କ ଠାରୁ ହିଁ ଏବଂ କେବଳ ଆପଣମାନଙ୍କ ଠାରୁ ହିଁ ଆଶା କରାଯିବ, ଏହା ଆପଣମାନଙ୍କ ଦାୟିତ୍ୱ ହେବ।

ଏଥିପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ଇ-ଗ୍ରାମ ସ୍ୱରାଜ’ ମାଧ୍ୟମରେ ଅନ୍‍ଲାଇନ ଦେୟର ବ୍ୟବସ୍ଥା କରିଛି। ଯାହା ମଧ୍ୟ ଦେୟ ପ୍ରଦାନ କରାଯିବ, ତାହା ସାଧାରଣ ଆର୍ଥିକ ପରିଚାଳନା ବ୍ୟବସ୍ଥା (ପିଏଫଏମଏସ) ମାଧ୍ୟମରେ ହେବ। ସେହିଭଳି ଖର୍ଚ୍ଚରେ ମଧ୍ୟ ପାରଦର୍ଶୀତା ଏବଂ ଉତରଦାୟିତ୍ୱ ସ୍ଥିର କରିବା ପାଇଁ ଅନଲାଇନ୍‍ ଅଡିଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଁ ଖୁସି ଯେ ବ୍ୟାପକ ସ୍ତରରେ ପଞ୍ଚାୟତଗୁଡ଼ିକ ଏହି ବ୍ୟବସ୍ଥା ସହିତ ସାମିଲ ହୋଇଛନ୍ତି। ମୁଁ ଦେଶର ସମସ୍ତ ପଞ୍ଚାୟତ ପ୍ରଧାନମାନଙ୍କୁ ବା ସରପଞ୍ଚମାନଙ୍କୁ ଅନୁରୋଧ କରିବି, ଯେ ଯଦି ଆପଣଙ୍କ ପଞ୍ଚାୟତ ଏହି ବ୍ୟବସ୍ଥାରେ ସାମିଲ ହୋଇ ନାହିଁ, ତେବେ ଅତି ଶୀଘ୍ର ଆପଣ ଏହା ସହିତ ନିଶ୍ଚିତ ସାମିଲ ହୁଅନ୍ତୁ।

ସାଥୀଗଣ,

ଚଳିତ ବର୍ଷ ଆମେ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରିବାକୁ ଯାଉଛେ। ଆମ ସାମ୍ନାରେ ଯଦିଓ ଆହ୍ୱାନଗୁଡ଼ିକ ଅଛି, କିନ୍ତୁ ବିକାଶର ଚକକୁ ଆମକୁ ଦ୍ରୁତ ଗତିରେ ଆଗକୁ ବଢ଼଼ାଇ ଚାଲିବାକୁ ହେବ। ଆପଣ ସମସ୍ତେ ନିଜ ଗାଁର ବିକାଶର ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ନିର୍ଦ୍ଧାରିତ ସମୟରେ ତାକୁ ପୂରଣ କରନ୍ତୁ ଯେପରିକି, ଗ୍ରାମ ସଭାରେ ଆପଣ ସ୍ୱଚ୍ଛତାକୁ ନେଇ, ଜଳ ସଂରକ୍ଷଣକୁ ନେଇ, ପୋଷଣକୁ ନେଇ, ଟିକାକରଣକୁ ନେଇ, ଶିକ୍ଷାକୁ ନେଇ ଏକ ଅଭିଯାନ ଆରମ୍ଭ କରି ପାରିବେ। ଆପଣ ଗାଁର ଘରଗୁଡ଼ିକରେ ଜଳ ସଂରକ୍ଷଣ ସହିତ ଜଡ଼ିତ ଲକ୍ଷ୍ୟକୁ ସ୍ଥିର କରି ପାରିବେ। ଆପଣ ଗାଁରେ ଭୂତଳ ଜଳ ସ୍ତର କିପରି ଉପରକୁ ଆସିବ, ସେଥିପାଇଁ ଲକ୍ଷ୍ୟ ସ୍ଥିର କରି ପାରିବେ। ଚାଷବାସକୁ ସାର କବଳରୁ ମୁକ୍ତ କରିବାର ହେଉ, ରାସାୟନିକ ସାରରୁ ଅବା ପୁଣି କମ୍‍ ପାଣିରେ ଉତ୍ପାଦିତ ହେବାଭଳି ଭଲ ଫସଲ ଆଡକୁ ଗାଁକୁ ଅଗ୍ରସର କରାଇବାର ହେଉ... ପ୍ରତି ବୁନ୍ଦା ଜଳରୁ ଅଧିକ ଫସଲ (ପର ଡ୍ରପ.. ମୋର କ୍ରପ)... ପ୍ରତି ବୁନ୍ଦା ବୁନ୍ଦା ଜଳରୁ... କିପରି ଫସଲ ଉତ୍ପାଦନ କରିବା, ଏଥିପାଇଁ ମଧ୍ୟ ଆପଣ କାର୍ଯ୍ୟ କରି ପାରିବେ।

ଗାଁର ସମସ୍ତ ପିଲା ବିଶେଷ କରି ଝିଅମାନେ ସ୍କୁଲ ଯାଆନ୍ତୁ, କେହି ମଧ୍ୟ ଅଧାରୁ ପାଠପଢ଼଼ା ନ ଛାଡ଼ନ୍ତୁ, ଆପଣମାନଙ୍କୁ ମିଳିମିଶି ଏହି ଦାୟିତ୍ୱ ତୁଲାଇବାର ଅଛି। ଅନଲାଇନ୍‍ ପାଠପଢ଼଼ାକୁ ନେଇ ଗ୍ରାମ ପଞ୍ଚାୟତ ନିଜ ସ୍ତରରେ କିଭଳି ଭାବେ ଗରିବ ପିଲାମାନଙ୍କୁ ସହାୟତା କରି ପାରିବେ, ଏଥିରେ ଆପଣ ନିଶ୍ଚୟ ନିଜର ଯୋଗଦାନ ଦିଅନ୍ତୁ। ‘ମିଶନ ଅନ୍ତ୍ୟୋଦୟ ସର୍ବେକ୍ଷଣ’ ଏଥିରେ ଗାଁର ଯେଉଁ ଆବଶ୍ୟକତା, ଯେଉଁ ଅଭାବ ସାମ୍ନାକୁ ଆସିବ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ତାହା ଦୂର କରିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ।

ବର୍ତମାନର ଏହି ପରିସ୍ଥିତିରେ ପଞ୍ଚାୟତଗୁଡ଼ିକର ମନ୍ତ୍ର- ‘ଔଷଧ(ଟିକା) ମଧ୍ୟ, କଡାକଡ଼ି ନିୟମ ମଧ୍ୟ’ (‘ଦବାଇ ଭି, କଡ଼ାଇ ଭି’) ହେବା ଉଚିତ। ଆଉ ମୋର ବିଶ୍ୱାସ ଯେ କରୋନାର ଏହି ଲଢ଼େଇରେ ସର୍ବପ୍ରଥମେ ଯେଉଁମାନେ ବିଜୟୀ ହେବାକୁ ଯାଉଛନ୍ତି ସେମାନେ ହେଉଛନ୍ତି ମୋର ହିନ୍ଦୁସ୍ତାନର ଗାଁ, ଯେଉଁମାନେ ବିଜୟୀ ହେବାକୁ ଯାଉଛନ୍ତି, ମୋ ହିନ୍ଦୁସ୍ତାନର ନେତୃତ୍ୱ ବିଜୟୀ ହେବାକୁ ଯାଉଛି, ମୋ ହିନ୍ଦୁସ୍ତାନର ଗାଁର ଗରିବରୁ ଗରିବ ନାଗରିକ, ଗାଁର ସମସ୍ତ ନାଗରିକ ମିଳିମିଶି ବିଜୟୀ ହେବାକୁ ଯାଉଛନ୍ତି। ଆଉ ଦେଶ ଏବଂ ବିଶ୍ୱକୁ ଆପଣ ଗ୍ରାମବାସୀମାନେ ମଧ୍ୟ ସଫଳତାର ସହିତ ଏହି ପଥ ଦେଖାଇବାକୁ ଯାଉଛନ୍ତି... ଏହା ମୋର ଆପଣମାନଙ୍କ ଉପରେ ଭରସା ରହିଛି, ବିଶ୍ୱାସ ରହିଛି ଆଉ ଏହା ବିଗତ ବର୍ଷର ଅନୁଭବର କାରଣରୁ ହିଁ ହେଉଛି। ଆଉ ମୋର ନିଶ୍ଚିତ ବିଶ୍ୱାସ ଯେ ଆପଣମାନେ ଏହାକୁ ଖୁବ୍‍ ଭଲ ଭାବେ ତୁଲାଇବେ... ଆଉ ଆପଣମାନେ ବଡ଼ ଭଲ ପାଇବାର ବାତାବରଣ ମଧ୍ୟରେ ତୁଲାଇ ଥାଆନ୍ତି, ଏହା ମଧ୍ୟ ହେଉଛି ଆପଣମାନଙ୍କର ବିଶେଷତ୍ୱ। କେହି ଭୋକରେ ନ ରହୁ, ଏହାର ମଧ୍ୟ ଚିନ୍ତା କରି ଥାଆନ୍ତି, ଆଉ କାହାକୁ ଖରାପ ନ ଲାଗୁ, ଏହାର ମଧ୍ୟ ଚିନ୍ତା କରି ଥାଆନ୍ତି।

ମୁଁ ପୁଣିଥରେ ଆପଣମାନଙ୍କୁ ଏହି କରୋନା ଲଢ଼େଇରେ ଅତି ଶୀଘ୍ର ବିଜୟ ପ୍ରାପ୍ତ ହେଉ, ଆପଣଙ୍କ ଗାଁ କରୋନା-ମୁକ୍ତ ଗାଁ ହେଉ, ଏଥିରେ ଆପଣ ସଫଳ ହୁଅନ୍ତୁ। ଏହି ଗୋଟିଏ ବିଶ୍ୱାସ ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି। ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି।

ବହୁତ-ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.