ମୋର ବନ୍ଧୁ ପ୍ରଧାନମନ୍ତ୍ରୀ କିଶିଦାଜି, 

ଉଭୟ ଦେଶର ପ୍ରତିନିଧିମାନେ 

କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ,

ଗୁଜରାଟର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ କନୁଭାଇ ଦେଶାଇ 

ଇଣ୍ଡିଆ-ଜାପାନ ବିଜନେସ ଲିଡର୍ସ ଫୋରମର ସମସ୍ତ ସଦସ୍ୟ 

ଆପଣ ସମସ୍ତଙ୍କୁ ସ୍ବାଗତ। 

ସମସ୍ତଙ୍କୁ ନମସ୍କାର !

ପ୍ରଧାନମନ୍ତ୍ରୀ କିଶିଦାଜି ଓ ଜାପାନରୁ ଆସିଥିବା ସମସ୍ତ ମିତ୍ରଙ୍କୁ ଭାରତରେ ବହୁତ ବହୁତ ସ୍ବାଗତ। 

ମୁଁ ବହୁତ ଆନନ୍ଦିତ ଯେ ଦୁଇ ବର୍ଷରୁ ଅଧିକ ବ୍ୟବଧାନରେ ଆମେ ଭାରତ ଓ ଜାପାନ ମଧ୍ୟରେ ଶିଖର ସ୍ତରୀୟ ମିଟିଂ ର କ୍ରମ ପୁଣି ଥରେ ଆରମ୍ଭ କରିପାରିବୁ। 

ଆମର ଆର୍ଥିକ ସମ୍ପର୍କ ଭାରତ-ଜାପାନ ସ୍ପେଶିଆଲ୍ ଷ୍ଟ୍ରାଟେଜିକ୍ ଓ ଗ୍ଲୋବାଲ୍ ପାର୍ଟନସରସିପ୍ ର ସବୁଠାରୁ ମଜବୁତ ସ୍ତମ୍ଭ ଅଟେ। 

କୋଭିଡ୍ ପରବର୍ତ୍ତୀ ସମୟରେ ଅର୍ଥନୈତିକ ସର୍ଭେ ଓ ଅର୍ଥନୈତିକ ସୁରକ୍ଷା ପାଇଁ ଭାରତ-ଜାପାନ ଆର୍ଥିକ ପାର୍ଟନରସିପ୍ କେବଳ ଉଭୟ ଦେଶ ପାଇଁ ନୁହେଁ, ବରଂ କ୍ଷେତ୍ର ଓ ବିଶ୍ବକୁ ମଧ୍ୟ ବିଶ୍ବାସ ଓ ସ୍ଥିରତା ପ୍ରଦାନ କରିବ। 

ଭାରତରେ ବ୍ୟାପକ ଭାବରେ କରାଯାଉଥିବା ସଂସ୍କାର ଓ ଆମର ପ୍ରଡକ୍‌ସନ ଲିଙ୍କଡ୍ ଇନସେନଟିଭ୍ ସ୍କିମ୍ ପରି ପଦକ୍ଷେପ ପୂର୍ବରୁ ଅଧିକ ପଜିଟିଭ୍ ଇକୋସିଷ୍ଟମ ର ପ୍ରସ୍ତୁତ କରୁଛି। 

ମହାମହିମ, 

ଭାରତର ଜାତୀୟ ଭିତ୍ତିଭୂମି ପାଇପଲାଇନରେ ଏକ ଦଶମିକ ଆଠ ଟ୍ରିଲିୟନ ଡଲାରର 9000 ରୁ ଅଧିକ ପ୍ରକଳ୍ପ ରହିଛି ଯାହା ସହଯୋଗ ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛନ୍ତି। 

ମୁଁ ଆଶା କରୁଛି ଯେ ଆମର ପ୍ରଚେଷ୍ଟାରେ ଜାପାନର କମ୍ପାନୀ ସମ୍ପୂର୍ଣ୍ଣ ଉତ୍ସାହ ସହିତ ସାମିଲ୍ ହେବେ। ଏବଂ ଏଥିପାଇଁ, ଆମେ ମଧ୍ୟ ଜାପାନର କମ୍ପାନି ଗୁଡ଼ିକୁ ଭାରତରେ ଯଥା ସମ୍ଭବ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ। 

ବନ୍ଧୁଗଣ, 

ପ୍ରଗତି, ସମୃଦ୍ଧି ଓ ସହଭାଗୀତା ଭାରତ-ଜାପାନ ସମ୍ପର୍କର ମୂଳ ମନ୍ତ୍ର ଅଟେ। ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ଆଗକୁ ନେବାରେ ଇଣ୍ଡିଆ ଜାପାନ ବିଜନେସ୍ ଲିଡର୍ସ ଫୋରମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଶୁଭ କାମନା ପ୍ରଦାନ କରୁଛି। 

ବହୁତ ବହୁତ ଧନ୍ୟବାଦ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rolls-Royce joins with HAL at the wheel to make India a major aerospace hub

Media Coverage

Rolls-Royce joins with HAL at the wheel to make India a major aerospace hub
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance