The development journey of the nation is getting new strength: PM Modi
The bus port in Bharuch would benefit the pooerst of the poor: PM Modi
The Bharatmala and Sagarmala projects will give a strong boost to port-led development: PM
By 2022, when we mark 75 years of Independence, every Indian must have a home: PM
From dams to drip irrigation, we are working to provide irrigation facilities to the farmers. We need to embrace new trends & technology: PM

କାଲି ମୁଁ ମା’ ଗଙ୍ଗାଙ୍କ ପାଖରେ ଥିଲି, ଆଜି ମୁଁ ମା’ ନର୍ମଦାଙ୍କ ପାଖରେ ଅଛି; କାଲି ବନାରସରେ ଥିଲି ଆଜି ଭାରୁଚରେ ଅଛି; ବନାରସ ହେଉଛି ଇତିହାସଠାରୁ ମଧ୍ୟ ପୁରୁଣା ହିନ୍ଦୁସ୍ଥାନର ସହର । ଭାରୁଚ ହେଉଛି ଗୁଜୁରାଟର ପୁରାତନ ସହର ।

ଭାଇମାନେ, ଭଉଣୀମାନେ ମୁଁ ସର୍ବ ପ୍ରଥମେ ତ, ଶ୍ରୀମାନ ନୀତିନ ଗଡକରୀ ଜୀ ଙ୍କୁ, ତାଙ୍କ ପୁରା ଟିମକୁ, ଗୁଜୁରାଟ ସରକାରଙ୍କୁ ଅନ୍ତରର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଦୁନିଆକୁ ଜଣାପଡିବ ନାହିଁ ଏହି ସେତୁ ତିଆରି କରିବାର ଅର୍ଥ କ’ଣ ଅଛି, କାରଣ ଭାରୁଚ ସେତୁ ନ ଥିବାର କଷ୍ଟ କ’ଣ ଜାଣେ, ସେ ବାରମ୍ବାର ଏହି ଅସୁବିଧା ଭୋଗିଛି । ଯେବେ ଏତେ ଅସୁବିଧା ଭୋଗିଛି, ଘଂଟା ଘଂଟା ଧରି ଆମ୍ବୁଲାନ୍ସକୁ ମଧ୍ୟ ଅଟକିବାକୁ ପଡିଛି, ତାପରେ ଏ ସୁବିଧା ମିଳିଲା; ତାହା କେତେବଡ଼ ଗୁରୁତ୍ୱ ରଖେ, ତାହା ଗୁଜୁରାଟର ଲୋକମାନେ ଭଲଭାବରେ ଜାଣନ୍ତି । ଆଉ ଭାଇମାନେ-ଭଉଣୀମାନେ ଏହି ସେତୁ ତିଆରି ହେବା ତାହା କେବଳ ଭାରୁଚ ଅଙ୍କଲେଶ୍ୱରର ସମସ୍ୟାର ବିଷୟବସ୍ତୁ ନୁହେଁ, ଏହା ହିନ୍ଦୁସ୍ଥାନର ପଶ୍ଚିମ ଭାରତର ପ୍ରତ୍ୟେକଙ୍କୁ କଷ୍ଟ ଦେଲା ଭଳି ପରିସ୍ଥିତି ଥିଲା ।

ମୁଁ ଯେତେ ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲି, ଏହି କଥା ପାଇଁ ଲଢୁଥିଲି । କିନ୍ତୁ ଯେବେ ମତେ ସେବା କରିବାର ସୁଯୋଗ ମିଳିଲା, ସମୟସୀମା ମଧ୍ୟରେ, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ହିନ୍ଦୁସ୍ଥାନରେ ପ୍ରଥମଥର ପାଇଁ ଏତେ ବଡ଼ ଦୀର୍ଘ ସେତୁ ଏହି ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ତିଆରି ହୋଇ ପାରିଲା ତାହା ପୁଣି ମା’ ନର୍ମଦାଙ୍କ କୂଳରେ ତିଆରି ହେଲା ।

ନୀତିନ ଜୀ ଯେଉଁ ମନୋଭାବ ସହିତ ଏହି କାମକୁ ହାତକୁ ନେଲେ, ଦୈନିକ ଅଗ୍ରଗତିର ସମୀକ୍ଷା କଲେ, ତାଙ୍କ ବିଭାଗର ସଂପୂର୍ଣ୍ଣ ଟିମ୍ ଲକ୍ଷ୍ୟରେ ପହଂଚିବା ପାଇଁ ପ୍ରୟାସ ଜାରି ରଖିଲେ । ଆଉ ପରିଣାମ ସ୍ୱରୂପ ଆଜି ଆମେ ଏହି ସେତୁର ଉଦ୍ଘାଟନ କରିପାରିଛୁ ।

ଏବେ ମୁଁ ଉତ୍ତର ପ୍ରଦେଶରେ ଥିଲି । ନିର୍ବାଚନୀ ସଭାମାନଙ୍କରେ ଅଲଗା-ଅଲଗା ଅଂଚଳକୁ ଯାଉଥିଲି, ତ ସେଠାରେ ମତେ ଲୋକମାନେ କିଛି ସ୍ମାରକ ଦେଖାଉଥିଲେ । କ’ଣ ସ୍ମାରକ ଥିଲା ? କେହି କହୁଥିଲେ ସେହି ଦୂରରେ ଯେଉଁ ଖମ୍ବ ଦେଖାଯାଉଛି, ନା, ତାହା 15 ବର୍ଷ ପୂର୍ବେ ସେତୁ ଶିଳାନ୍ୟାସ ହୋଇଥିଲା । ଏ ପର୍ଯ୍ୟନ୍ତ ଦୁଇଟି ଖମ୍ବ ପଡିଛି, ଆଗକୁ ହୋଇନାହିଁ । କାଶୀରେ ମଧ୍ୟ 13 ବର୍ଷ ପୁରୁଣା ଏକ ଢାଂଚା ଲଟକି ପଡିରହିଛି । ମୁଁ କହିଲି ଭଲ ହୋଇଥାନ୍ତା ଯଦି ଭାରତ ସରକାରଙ୍କୁ ଦେଇ ଦେଇଥାନ୍ତ, ମୁଁ ଆସି ତାକୁ ସଂପୂର୍ଣ୍ଣ କରିଥାନ୍ତି । ଗୋଟିଏ ପଟେ ଦେଶରେ କୌଣସି କାମ 10 ବର୍ଷ, 12 ବର୍ଷ, 15 ବର୍ଷ, ଆଉ ଏହା ଏକ ସାଧାରଣ କଥା ଲାଗୁଥିଲା; ତା ସାମ୍ନାରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାର ସଂସ୍କୃତି ଗୁଜୁରାଟଠାରୁ ଆମେମାନେ ଲାଗୁ କରିଥିଲୁ, ଆଜି ପୁରା ହିନ୍ଦୁସ୍ଥାନରେ ଲାଗୁ କରିବା ଦିଗରେ ଆମେ କାମ କରି ଚାଲିଛୁ ।

ଭାଇ ଓ ଭଉଣୀମାନେ ଆଜି ମତେ ଦହେଜ ଯିବାର ସୌଭାଗ୍ୟ ମିଳିଲା । କେହି କଳ୍ପନା କରିପାରିବେ ନାହିଁ ଯେ ଦହେଜ, ସେ କେବଳ ଭାରୁଚର ଅଳଙ୍କାର ନୁହେଁ, ଦହେଜ ସାରା ହିନ୍ଦୁସ୍ଥାନର ଗହଣା ଅଟେ । ଯେବେ ତାର ସଂପୂର୍ଣ୍ଣ ବିକାଶ ହୋଇଯିବ ଏବଂ ଯେଉଁ ଗତିରେ ତାହା ଆଗକୁ ବଢୁଛି, ପାଖାପାଖି 8 ଲକ୍ଷ ଲୋକଙ୍କୁ ରୋଜଗାର ଦେବାର ସାମର୍ଥ୍ୟ ତା’ର ରହିବ । ଆପଣ ବିଚାର କରନ୍ତୁ ଏହି ଅଂଚଳରେ ଏତେବଡ ରୋଜଗାରର ସୁଯୋଗ ସୃଷ୍ଟି ହେବ, ସ୍ଥିତି, ଏ ଅଂଳର ସ୍ଥାନ, ସ୍ଥିତି କିଭଳି ହେବ, ଏହା ଆପଣ ଅନୁମାନ କରିପାରୁଥିବେ ଭାଇମାନେ । ଆଉ ମୁଁ ବାରମ୍ବାର ଦହେଜ ଯାଉଥିଲି ତାହା ଆପଣମାନେ ଜାଣିଥିଲେ । ତାହାର କୋଣ ଅନୁକୋଣ ସହିତ ମୁଁ ଭଲଭାବେ ପରିଚିତ । ନିଜ ଆଖପାଖରେ ତାକୁ ବିକଶିତ ହେବାର ଦେଖିଛି । ଆଉ ଆଜି ଯେବେ ପୂର୍ଣ୍ଣାଙ୍ଗ ଅବସ୍ଥାରେ ସେ ପାଦ ରଖୁଛି, ପିସିପିଆର, ଡିଏଚ୍ଇଜେ, ଓପାଲ, ଭାଇ ଓ ଭଉଣୀମାନେ ଦେଶର ଆର୍ଥିକ ଧାରାକୁ ଏକ ନୂଆ ଶକ୍ତି ମିଳିବାକୁ ଯାଉଛି, ଆଉ ଏହା ଭାରୁଚର ମାଟିରେ ହେଉଛି । ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, କାରଣ ଯେବେ ବସ୍ ପୋର୍ଟର କଳ୍ପନା କଲି; ମୁଁ ଯେଉଁଠାରେ ମୁଖ୍ୟମନ୍ତ୍ରୀ ଥିଲି ତ ମୋ ମନରେ ଏକ ବିଚାର ଆସୁଥିଲା କି ଏମିତି କିଭଳି ସରକାର ଅଛନ୍ତି, ଏହି ଧନୀ ଯଦି ବିମାନ ବନ୍ଦରକୁ ଯାଏ, ଉଡାଜାହାଜରେ ବସିବାକୁ ଯାଇଥାଏ ତ ତାକୁ ସବୁ ପ୍ରକାର ସୁବିଧା ଉପଲବ୍ଧ ହୋଇଥାଏ । ଥଣ୍ଡା ପବନ ଚାଲିଥାଏ, ଥଣ୍ଡା ପାଣି ମିଳିଥାଏ, ଯାହା ଖାଇବାକୁ ଚାହିଁଥାଏ ସେହି ଭୋଜନ ମିଳିଥାଏ, କ’ଣ ମୋ ଦେଶର ଗରିବଙ୍କର ଏହା ଉପରେ ଅଧିକାର ହେବା ଉଚିତ ନୁହେଁ କି ? କ’ଣ ଉଡାଜାହାଜରେ ଉଡିଲାବାଲାଙ୍କୁ ଏହା ସବୁ ମିଳିବା ଦରକାର ? ଏହା ସବୁ ସମୟରେ ମୋ ମନକୁ ଆନ୍ଦୋଳିତ କରୁଥିଲା ।

ଆଉ ତାହାର ପରିଣାମ ଥିଲା କି ବଡୋଦରାରେ, ବରୋଦାରେ ସର୍ବ ପ୍ରଥମ ପିପିପି ମଡେଲରେ ଏମିତି ଏକ ବସଷ୍ଟାଣ୍ଡ ତିଆରି ହେଲା, ଏମିତି ଏକ ପୋର୍ଟ ତିଆରି ହେଲା, ଯାହାର ଭିଡିଓ ୟୁଟ୍ୟୁବରେ ଦୁନିଆର ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି କି ଏମିତି ବି କେଉଁ ବସଷ୍ଟାଣ୍ଡ ହୋଇପାରେ ? ଆଉ ବସ୍ ରେ ଗରିବରୁ ଗରିବ ବ୍ୟକ୍ତି ଯାଇଥାଏ । ଗରିବରୁ ଗରିବ ଲୋକ ନିଜ ହାତରେ ଥଳି ଧରି ବସ୍ ରେ ଯାଇଥାଏ । ବିଡି ପିଇ ଥାଏ, କେଉଁଠି ମଧ୍ୟ ବିଡି ଜଳାଇଥାଏ । ଆଜି ଯଦି ବରୋଦାକୁ ଯିବେ, ତ ପୁରା ସଫା ସୁତୁରା ବସଷ୍ଟାଣ୍ଡ, ସେହି ମଡେଲରେ ଅହମ୍ମଦାବାଦରେ ତିଆରି ହେଲା । ଏ ପର୍ଯ୍ୟନ୍ତ ବୋଧହୁଏ ଚାରୋଟି ତିଆରି ହୋଇଛି, ଆଉ ମୁଁ ଖୁସି ଯେ ରାଜ୍ୟ ସରକାର ସେହି ଯୋଜନାକୁ ଆଗକୁ ନେଇ ସେମିତି ମର୍ଯ୍ୟାଦା ସଂପନ୍ନ ବସ୍ ପୋର୍ଟ ଭାରୁଚରେ ତିଆରି କରିବାକୁ ନିଷ୍ପତ୍ତି କରିଛନ୍ତି ।

ଆପଣ କଳ୍ପନା କରନ୍ତୁ ଭାରୁଚରୁ ସର୍ଦ୍ଦାର ସରୋବର ଡ୍ୟାମ ପର୍ଯ୍ୟନ୍ତ ପ୍ରାୟ ଶହେ ପଚିଶ, ଦେଢ ଶହ କିଲୋମିଟରର ପୁରା ରାସ୍ତା ଏହି ପାଣିରେ ପୁରା ଉବୁଟୁବୁ ଭରି ହୋଇଥିବ, ସେହି ଦୃଶ୍ୟ କେତେ ଆନନ୍ଦ ଦାୟକ ହେବ । ସେହି ସଂପୂର୍ଣ୍ଣ ଅଂଚଳରେ ମାଟିକୁ ପାଣି ଯିବାରୁ ପାଖାପାଖି ଦେଢ ଶହ କିଲୋମିଟର ଅଂଚଳ, ଦୁଇ ପାଖରେ 20-20 କିଲୋମିଟର ପାଣି ତଳୁ ଉପରକୁ ଆସିବ ।

 ଭାରୁଚରେ ମୁଁ ଯେବେ ମୁଖ୍ୟମନ୍ତ୍ରୀ ଥିଲି ତେବେ ମଧ୍ୟ ଏହି କଥା ଆସିଥିଲା । ସେତେବେଳେ ଆମ ରମେଶ ଏଠାକାର ଜଣେ ବିଧାୟକ ଥିଲେ । ସେତେବେଳେ ମଧ୍ୟ ଏହି କଥା ଆସିଥିଲା ଯେ ଏଠାରେ ମଧ୍ୟ ପିଇବା ପାଣି ।

ମୁଁ ମୋ ଆଖି ଆଗର ଚିତ୍ରକୁ ଭଲ ଭାବରେ ଦେଖି ପାରୁଛି ଆଉ ବିଶ୍ୱର ସବୁଠାରୁ ବଡ଼ ଉଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ତିଆରି ହେବ, ଏକତାର ପ୍ରତିମୂର୍ତ୍ତି । ସାରା ବିଶ୍ୱର ଯାତ୍ରୀ ଆସିବେ, କେବଡିଆ କୋରିନ ପର୍ଯ୍ୟନ୍ତ ବହୁତ ଉତ୍ତମ ପ୍ରକାରର ରାସ୍ତା ଆମ ନୀତିନ ଜୀଙ୍କ ବିଭାଗ ତିଆରି କରୁଛନ୍ତି । କିନ୍ତୁ ଗୋଟିଏ ପଟେ ସମ୍ଭାବନା ପାଇଁ ମୁଁ ମଧ୍ୟ ନୀତିନ ଜୀ ଙ୍କୁ କହିଛି କି ତାହାର ମଧ୍ୟ ଏବେଠାରୁ ଅଭ୍ୟାସ ଆରମ୍ଭ କରି ଦିଆଯାଉ, ଯଦି ଭାଡ଼ଭୂଜର ବିୟର ତିଆରି ହୋଇଯାଏ ।  ଆଉ ନର୍ମଦା ଭିତରେ ପାଣି ରହେ ତ କ’ଣ ପର୍ଯ୍ୟଟକମାନଙ୍କୁ ଆମେ ଏଠାରୁ ଛୋଟ ଛୋଟ ଷ୍ଟିମର ରେ ସର୍ଦ୍ଦାର ସରୋବର ଡ୍ୟାମ ପର୍ଯ୍ୟନ୍ତ ନେଇ ହେବ କି ?

ଲୋକ ଗୋଆରେ ଜନ୍ମଦିନ ପାଳନ କରୁଛନ୍ତି, ତ ଛୋଟ ଛୋଟ ଷ୍ଟିମରରେ ପାଣି ଭିତରକୁ ଚାଲିଯାଉଛନ୍ତି । ଏହି ଅଂଚଳରେ ମଧ୍ୟ ସୂରତି ଲୋକଙ୍କୁ ଜନ୍ମ ଦିନ ପାଳନ କରିବାକୁ ହେବ ତ ସେମାନେ ମଧ୍ୟ ଏଠାକୁ ଆସିଯିବେ; ଆଉ ଭାରୁଚର  ଲୋକ ତ ନିଶ୍ଚୟ ଯିବେ ହିଁ ଯିବେ ।

ଭାଇ ଓ ଭଉଣୀମାନେ, ଗୋଟିଏ ମାତ୍ର ବ୍ୟବସ୍ଥା ଦ୍ୱାରା କେତେ ପରିବର୍ତ୍ତନ ଅଣାଯାଇ ପାରିବ, ଯଦି ଦୃଷ୍ଟିଭଙ୍ଗି ପରିସ୍କାର ଅଛି, ଉଦ୍ଦେଶ୍ୟ ଠିକ୍ ଅଛି, ନୀତିଗୁଡିକ ସଠିକ୍ ଅଛି ତ ସଫଳତା ଆଗରେ କିଛି ପ୍ରତିବନ୍ଧକ ଆସିବ ନାହିଁ ଭାଇ ଓ ଭଉଣୀମାନେ; ସଫଳତା ପ୍ରାପ୍ତ ହୋଇ ରହିଥାଏ ।

ମୁଁ ଆଜି ଯେତେବେଳେ ଗୁଜୁରାଟ ଆସିଛି, ନୀତିନ ଜୀ ଆସିଛନ୍ତି ତ ତାଙ୍କ ଇଚ୍ଛା ଅଛି କି ତାଙ୍କ ବିଭାଗର ଘୋଷଣା ମୁଁ କରେ । ଯଦିଓ ମୁଁ କରୁଛି କିନ୍ତୁ ତା’ର ବାହାଦୂରୀ ନୀତିନ ଜୀ ଙ୍କୁ ଯାଉଛି । ଏହା ତାଙ୍କରି କଳ୍ପନା ଓ ତାଙ୍କର ସାହସିକ ନିଷ୍ପତ୍ତି ନେବାର ଯେଉଁ କ୍ଷମତା ରହିଛି ତାହାର ହେଉଛି ପରିଣାମ । ତାଙ୍କ ବିଭାଗ ନିଷ୍ପତ୍ତି କରିଛି ଆଉ ମୁଁ ଖୁସି ହେବା ବହୁତ ସ୍ୱଭାବିକ ଅଟେ । ସେ ଗୁଜୁରାଟରେ ଆଠଟି ରାଜପଥକୁ ଜାତୀୟ ରାଜପଥରେ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି ।

ଏହା କରିବା ପାଇଁ ପାଖାପାଖି 12 ହଜାର କୋଟି ଟଙ୍କାର ନିବେଶ ହେବ, 12 ହଜାର କୋଟି ଟଙ୍କା । ଖାଲି ନୀତିନ ଜୀ ଙ୍କ ବିଭାଗରୁ ଏହି ଆଠଟି ରାସ୍ତା ପାଇଁ 12 ହଜାର କୋଟି ଟଙ୍କା ଲାଗିବ! ଆପଣ କଳ୍ପନା କରି ପାରୁଥିବେ, ଗୁଜୁରାଟର ଭିତ୍ତିଭୂମିକୁ ଚାରିଗୁଣା ଫାଇଦା ମିଳିବ ଭାଇ ଓ ଭଉଣୀମାନେ! ଚାରିଗୁଣା ଫାଇଦା! ଆଉ ଏହି ଆଠଟି ରାସ୍ତାର ଲମ୍ବ ହେଉଛି ପ୍ରାୟ 1200 କିଲୋମିଟର । ଯେଉଁଥିରେ ଉନା, ଧାରୀ, ବଗସରା, ଅମରେଲୀ, ବାବରା, ଜସଦନ, ଚୋଟିଲା, ଏହି ପୁରା ଯେଉଁ ରାଜ୍ୟ ରାଜପଥ ଅଛି, ଏବେ ଜାତୀୟ ରାଜପଥ ହେବ । ଦ୍ୱିତୀୟରେ ନାଗେସରୀ, ଖାମ୍ବା, ଚଲାଲା, ଅମରେଲୀ, ରାଜ୍ୟ ରାଜପଥ ଅଛି, ଜାତୀୟ ରାଜପଥ ହେବ । ପୋରବନ୍ଦର, ଭାନବଡ଼, ଜାମ-ଯୋଧପୁର, ତାଲାୱାଡ ରାଜ୍ୟ ରାଜପଥ ଅଛି, ଜାତୀୟ ରାଜପଥ ହେବ । ଆନନ୍ଦ, କଠୱାଲ, କପରଚନ୍ଦ, ପାୟଡ, ଧନସୂରା, ମୋଢାସା, ଏ ଯେଉଁ ରାଜ୍ୟ ରାଜପଥ ଅଛି, ଜାତୀୟ ରାଜପଥ ହେବ । ସଂପୂର୍ଣ୍ଣ ଆଦିବାସୀ ଅଂଚଳକୁ ଏହାର ସବୁଠାରୁ ବଡ଼ ଲାଭ ମିଳିପାରିବ । ଲଖପଥ, କଚ୍ଛର ବିକାଶ କରିବାର ଅଛି, ଧୋଲାବିରାର ବିକାଶ କରିବାର ଅଛି, ପର୍ଯ୍ୟଟନକୁ ବଢାଇବାର ଅଛି ।

ଲଖପତ, ଗଢୁଲି, ହାଜିପୁର, ଖାୱଡା, ଧୋଲାବିରା, ମୋବାନା, ସାଙ୍କଲପୁର; ଆପଣ ହିନ୍ଦୁସ୍ଥାନର ସୀମାର ସୁରକ୍ଷା କୁହନ୍ତୁ, କଚ୍ଛର ପର୍ଯ୍ୟଟନର ବିକାଶ କଥା ହେଉ, ଧୋଲାବିରାର ମାନସ ସଂସ୍କୃତି ର ପୁରାତନ ଏବଂ ସ୍ୱୀକୃତି ପ୍ରାପ୍ତ ସହର, 5 ହଜାର ବର୍ଷ ପୁରୁଣା; ଗୋଟିଏ କୋଣରେ ଅଛି । ଯେବେ ତାହା କେନ୍ଦ୍ର ବିନ୍ଦୁ ହେବ, ଦୁନିଆର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ; ଯାହାଦ୍ୱାରା ଗୁଜୁରାଟକୁ ଲାଭ ବିଳିବ ।

ଖମ୍ବାଲିୟା, ଅଡ଼ୱାନା, ପୋରବନ୍ଦର, ଚିତୋଢା, ରାପର, ଧୋଲାବିରା; ଖମ୍ବାଲିୟା, ବାଣୱଡ, ରାଣାବା; ଆପଣ ବିଚାର କରନ୍ତୁ ଏହି ଭିତ୍ତିଭୂମିରୁ ଏତେ ବଡ଼ ପରିମାଣରେ ଲୋକଙ୍କୁ ତ ରୋଜଗାର ମିଳିବ, କାମ ମିଳିବ, ଏହାତ ହେବ ହିଁ ହେବ । କିନ୍ତୁ ସବୁଠାରୁ ବଡ଼ କଥା ଦୁର୍ଘଟଣା କାରଣରୁ, ବିଶେଷକରି ଆମେ ଆମର ଯୁବକମାନଙ୍କୁ ହରାଇ ଦେଉଛୁ । ଯୁବକମାନେ ବଡ଼ ଉତ୍ସାହର ସହିତ ଦ୍ରୁତ ଗତିରେ ଚଲାଇଥାନ୍ତି, ମୋଟର ସାଇକେଲ ଦ୍ରୁତ ଗତିରେ ଚଲାଇ ଥାନ୍ତି, ଦୁର୍ଘଟଣା ହୋଇଥାଏ, ଲକ୍ଷ ଲକ୍ଷ ଲୋକ ଅକସ୍ମାତ…. ମରିଯାଇଥାନ୍ତି । ଏହି ନିର୍ମାଣ କାରଣରୁ ଦୁର୍ଘଟଣାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ, କାରଣ ରାସ୍ତା ନିର୍ମାଣ ଏଇଥି ପାଇଁ ହୋଇଥାଏ । ଏକ ପ୍ରକାରରେ ଲୋକଙ୍କ ପାଇଁ କାମ ହୋଇଥାଏ ।

ଆପଣମାନଙ୍କ ଯଦି ଜଣାଥିବ, ଅହମ୍ମଦାବାଦ, ରାଜକୋଟ, ବଡୋଦରା; କୌଣସି ଦିନ ଏମିତି ନ ଥାଏ କି ବଡୋଦରା ପାଖରେ ଅକସ୍ମାତ ଦୁର୍ଘଟଣା ନ ହୋଇଥାଏ ଏବଂ ରାତିରେ ମରି ନ ଥାନ୍ତି, ପ୍ରତିଦିନ । ଯେତେବେଳେ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହେଲେ, ସେ ପ୍ରତିଦିନ ଏହି ଦୃଶ୍ୟକୁ ଦେଖୁଥିଲେ । ସେ ରାଜକୋଟରୁ ଯିବା ଆସିବା କରୁଥିଲେ । ଆମ ପାର୍ଟିର ମଧ୍ୟ କେତେକ ବରିଷ୍ଠ ନେତା ଅହମ୍ମଦାବାଦ-ରାଜକୋଟ ରାଜପଥରେ ଦୁର୍ଘଟଣାରେ ମରି ଯାଇଥିଲେ । ଆଉ ମୁଁ ଅହମ୍ମଦାବାଦରେ, ସେତେବେଳେ ତ ମୁଁ ରାଜନୀତିରେ ନ ଥିଲି; ପ୍ରାୟ ମତେ ରାତିରେ ଫୋନ ଆସୁଥିଲା କି ଏତେ ବଡ଼ ଦୁର୍ଘଟଣା ଆଜି ହୋଇଛି, ଅହମ୍ମଦାବାଦ-ରାଜକୋଟ ରାସ୍ତାକୁ 4-ଲେନ୍ କରି ଦେଲୁ, ଦୁର୍ଘଟଣାରେ ବହୁତ ବଡ଼ ହ୍ରାସ ଘଟିଲା, ବହୁତ ବଡ଼ ହ୍ରାସ ଘଟିଲା ।

ଏହା ଜାତୀୟ ନେଟୱାର୍କ, ଏହା ଏଇ ପ୍ରକାରରେ ବହୁତ ବଡ଼ ସୁରକ୍ଷା ଦୃଷ୍ଟିରୁ, ମାନବତା ଦୃଷ୍ଟିରୁ, ଏକ ବ୍ୟବସ୍ଥା ଛିଡା ହେଉଛି । ଏବେ ରାସ୍ତାର ମଡେଲକୁ ମଧ୍ୟ ଆମେ ବଦଳାଇ ଦେଇଛୁ । ରାସ୍ତାରେ ମଧ୍ୟ ବ୍ୟବସ୍ଥା ଗୁଡ଼ିକ ବିକଶିତ ହେଉ, ରାସ୍ତା ନିକଟରେ ହେଲିପ୍ୟାଡ ମଧ୍ୟ ହେଉ, ରାସ୍ତା ପାଖରେ ଖିଆ-ପିଆ, ଶୌଚାଳୟ, ଏହି ସବୁ ବ୍ୟବସ୍ଥା ଗୁଡ଼ିକ ଉପଲବ୍ଧ ହେଉ । କାରଣ ଟ୍ରାଫିକ, ଲୋକ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି, ସେମାନଙ୍କୁ ଏହି ବ୍ୟବସ୍ଥା ଗୁଡ଼ିକ ମିଳୁ, ପ୍ରେକ୍ଷାଗୃହ ମିଳିଯାଉ । ଏହି ସମସ୍ତ ବ୍ୟବସ୍ଥା ଗୁଡ଼ିକୁ ଯୋଡି ଜାତୀୟ ରାଜପଥ ତିଆରି କରିବା ଦିଗରେ, ଆଧୁନିକ ରାସ୍ତା; ନୀତିନ ଜୀ ନିଜର ନୂଆ କଳ୍ପନା ସହିତ ଏହି କାମରେ ଲାଗିଛନ୍ତି ।

ଗୋଟିଏ ସାଗରମାଳା ପ୍ରକଳ୍ପ, ଦେଖନ୍ତୁ ଦିଲ୍ଲୀରେ ଏମିତି ଏକ ସରକାର ବସିଛନ୍ତି ଯିଏ ଛୋଟ ଛୋଟ କିଛି ଭାବୁଛନ୍ତି । ଆମେ ସମସ୍ୟା ଗୁଡିକର ସମାଧାନ ଦିଗରେ ଚିନ୍ତା କରୁଛୁ । ଆମେ ଏକ ସାଗରମାଳା ଯୋଜନା ପ୍ରସ୍ତୁତ କଲୁ, ଏହି ସାଗରମାଳା ଯୋଜନା ଅଧିନରେ ଭାରତର ପୁରା ନକ୍ସା ଆପଣ ଯେଉଁଠି ଆଙ୍କିବେ, ସେହି ସଂପୂର୍ଣ୍ଣ ଭିତ୍ତିଭୂମିରେ ବାନ୍ଧି ହେବା ଦରକାର । ରାସ୍ତାରେ କେଉଁଠି ମଧ୍ୟ ବିଛିନ୍ନ ନ ହେବା ଦରକାର, ଗୋଟିଏ ପଟରୁ ବାହାରିଲେ ତ ସେହି ରାସ୍ତାରେ ସାରା ହିନ୍ଦୁସ୍ଥାନ ଭ୍ରମଣ କରି ଫେରି ଆସି ପାରିବେ । ଏହି ପରି ଏକ ସାଗରମାଳା ପ୍ରକଳ୍ପ,  ଭାରତମାଳା ପ୍ରକଳ୍ପ , ଏହାକୁ ଆମେ ନିର୍ମାଣ କରୁଛୁ । ଏହି ଭାରତମାଳାରେ ରାସ୍ତା ନେଟୱାର୍କ ରହିବ, ସାଗରମାଳାରେ ଯେଉଁ ସମୁଦ୍ରକୂଳ ରହିଛି ତାହାର ଭିତ୍ତିଭୂମିର କାମ ହେବ । ସାଗରମାଳା ଓ ଭାରତମାଳା ବନ୍ଦର-ଭୂମି ବିକାଶକୁ ଏକ ନୂଆ ଶକ୍ତି ଦେବ । ଆଉ ତା’ କାରଣରୁ ଏକା ବନ୍ଦର କ୍ଷେତ୍ରରେ ସାଗରମାଳା ମାଧ୍ୟମରେ 8 ଲକ୍ଷ କୋଟି ଟଙ୍କାରୁ ଅଧିକ ନୂତନ ପୁଞ୍ଜି ନିବେଶ ଆସନ୍ତା କିଛି ବର୍ଷ ମଧ୍ୟରେ ହାସଲ କରିବା ଦିଗରେ ଆମେ ଆଗକୁ ବଢୁଛୁ । ଆଉ ତାହାର ପରିଣାମ ସ୍ୱରୂପ ଗୁଜୁରାଟକୁ ବିଶେଷ ଲାଭ ମିଳିବ, ଏଠାକାର ବନ୍ଦର ଗୁଡିକ ସହିତ ଯୋଡି ହୋଇଥିବା ରେଳ ହେଉ, ରାସ୍ତା ହେଉ, ଯୋଗାଯୋଗ ହେଉ, ତାହାର ଲାଭ ମିଳିବ ।

ଗୋଟିଏ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆମେ ଲାଗୁ କରିଛୁ । ଆପଣ ଆଶ୍ଚର୍ଯ୍ୟ ହେବେ, ଆମ ଦେଶରେ ସରକାର କିଭଳି ଚାଲୁଥିଲେ, ଡେମ୍ ତ ତିଆରି କରି ଦେଲେ କିନ୍ତୁ ଡେମରୁ ପାଣି କେଉଁଠିକୁ ନେବା, କିଭଳି ନେବା; ତାହାର ଯୋଜନା ହିଁ କରି ନାହାନ୍ତି । 20-20 ବର୍ଷ ପୂର୍ବେ ଡେମ ତିଆରି ହୋଇଛି, ପାଣି ଭର୍ତ୍ତି ହୋଇ ରହିଛି, କିନ୍ତୁ କେନାଲ ନାହିଁ । ମୁଁ ଏଭଳି ସମସ୍ତ ତଥ୍ୟକୁ ଖୋଜି ବାହାର କଲି ଏବଂ ପାଖାପାଖି 90 ହଜାର କୋଟି ଟଙ୍କାରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଦ୍ୱାରା ଡେମରୁ ଡ୍ରିପ୍ ଅର୍ଥାତ ବୁନ୍ଦା ଜଳସେଚନ କରିବା ପର୍ଯ୍ୟନ୍ତ କ୍ଷେତରେ ଡେମରୁ ବୁନ୍ଦା ଜଳସେଚନ ଯାଏଁ ଏକ ଶୃଙ୍ଖଳ ତିଆରି କରିବା, 90 ହଜାର କୋଟି ଟଙ୍କା ଖଟାଇ କୃଷକକୁ ପାଣି ଯୋଗାଇ ଦେବା, ସାରା ଦେଶରେ ଏଭଳି ବନ୍ଦ ପଡିଥିବା ପ୍ରକଳ୍ପ ଥିଲା, ତାହାକୁ କାମରେ ଲଗାଇଛୁ ।

ଦେଶ ଆଧୁନିକ ହେବା ଦରକାର ।  ଆମେ ପୁରାଣପନ୍ଥାର ଜୀବନ ଜୀଇଁ ପାରିବା ନାହିଁ । ବିଂଶ ଶତାବ୍ଦୀ ରେ ରହି ଆମେ ଏକବିଂଶ ଶତାବ୍ଦୀ ଦୁନିଆର  ମୁକାବିଲା କରିପାରିବା ନାହିଁ । ଯଦି ଏକବିଂଶ ଶତାବ୍ଦୀର ବିଶ୍ୱକୁ ମୁକାବିଲା କାରିବାକୁ  ହେବ ତ ଆମକୁ ମଧ୍ୟ ନିଜକୁ ନିଜେ ଏକବିଂଶ ଶତାବ୍ଦୀକୁ ନେଇ ଯିବାକୁ ହେବ । ଆରେ ଏହା ମାନି ଚାଲନ୍ତୁ ଭାଇ ଓ ଭଉଣୀମାନେ ଏବେ ହିନ୍ଦୁସ୍ଥାନ ଦୁନିଆ ସହିତ ସମାନ ହେବା ପାଇଁ ମୈଦାନକୁ ଆସି ଯାଇଛି । ଏବେ ଆମେ ନିଜ ଘରେ ଏହି, ସେହି ତୁ-ତୁ, ମେଁ ମେଁ, ରେ ସମୟ ନଷ୍ଟ କରିବା ବାଲା ନୁହେଁ; ଆମେ ଦୁନିଆର ପଲକ ମାତ୍ରେ ଭାରତକୁ ନିଜ ସ୍ଥାନ ଦେବା ପାଇଁ ଲାଗି ରହିଛୁ । ଆଉ ଏହା ମାନି ଆଉ ଏହି କାରଣ ପାଇଁ ଆମକୁ ମଧ୍ୟ ହିନ୍ଦୁସ୍ଥାନକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ତିଆରି ପରିବାକୁ ପଡିବ ଏବଂ ଏଥିରେ ଆମକୁ ଯେମିତି ରାଜପଥ ଦରକାର, ସେମିତି I-Ways ମଧ୍ୟ ଦରକାର । I-Ways ମାନେ ମୋର ଉଦ୍ଦେଶ୍ୟ ହେଉଛି ସୂଚନା ପଥ, ପୁରା ଦେଶରେ ଅପ୍ଟିକାଲ ଫାଇବର ନେଟୱାର୍କ । ଏବେ ଯେମିତି ସେତୁ ତିଆରି କରିବାକୁ ଗଲେ, କିଛି ଲୋକ ସେଥିରୁ ବାହାଦୂରୀ ନେବା ପାଇଁ ଘୁରି ବୁଲୁଛନ୍ତି, ଫାଇଦା ଉଠାଇବା, କିଛି ମଧ୍ୟ କହିଦିଅ ଫାଇଦା ଉଠାଅ । କରିବାର କିଛି ମଧ୍ୟ  ନାହିଁ ।

ଭାଇ ଓ ଭଉଣୀମାନେ ଆମ ଦେଶରେ ପୁରୁଣା ସରକାରରେ ଅପ୍ଟିକାଲ ଫାଇବର ନେଟୱାର୍କ, ଏହି ଯୋଜନା ହୋଇଥିଲା । ସେହି ଯୋଜନା ଏଭଳି ତିଆରି ହୋଇଥିଲା ଯେ, ଯେବେ ମୁଁ ପ୍ରଧାନମନ୍ତ୍ରୀ ହେଲି ସେ ପର୍ଯ୍ୟନ୍ତ ଶହେ ପଚିଶ ଲକ୍ଷ ଗାଁରେ ଏହି କାମକୁ ସଂପୂର୍ଣ୍ଣ କରିବା କଥା ତାଙ୍କ ଫାଇଲରେ ଲେଖା ଅଛି । 2014, ମାର୍ଚ୍ଚ ପର୍ଯ୍ୟନ୍ତ ଶହେ ପଚିଶ ଲକ୍ଷ ଗାଁରେ ଅପ୍ଟିକାଲ ଫାଇବର ଲାଗିବା, ଏହା ପୁରୁଣା ସରକାରଙ୍କର ନିର୍ଣ୍ଣୟ ଥିଲା, ଯୋଜନା କରିଥିଲେ । ଆଉ ଯେବେ ମୁଁ ପ୍ରଧାନମନ୍ତ୍ରୀ ହେଲି, ମୁଁ ପଚରା ଉଚୁରା କଲି; ମୁଁ କହିଲି ଭାଇ, ଶହେ ପଚିଶ ଲକ୍ଷ ଗାଁରୁ କେତେରେ ହେଲା ? ଆପଣ ଭାବନ୍ତୁ କେତେ ହୋଇଥିବ ଭାଇମାନେ ଶହେ ପଚିଶ ଲକ୍ଷ ଗାଁରୁ? କେତେ ହୋଇଥିବ? କେହି ଭାବୁଥିବେ, ଏକ ଲକ୍ଷ ହୋଇଥିବ; କେହି ଭାବୁଥିବେ, 50 ହଜାର ହୋଇଥିବ; ଯେବେ ମୁଁ ହିସାବ ନେଲି ତ ମାତ୍ର   59ଟି ଗାଁ, 50 ଆଉ 9; 60 ମଧ୍ୟ ନୁହେଁ, ଏତିକିଟି ଗାଁରେ ଅପ୍ଟିକାଲ ଫାଇବର ଲାଗିଥିଲା ।

ଏବେ ଏହା କାମ କରିବାର ପ୍ରଣାଳୀ ଥିଲା, ଆମେ କାମଟିକୁ ହାତକୁ ନେଲୁ, ଏହି ଦେଶରେ ଅଢେଇ ଲକ୍ଷ ପଂଚାୟତ ଅଛି, ଅଢେଇ ଲକ୍ଷ ପଂଚାୟତରେ ଅପ୍ଟିକାଲ ଫାଇବର ନେଟୱାର୍କ ପକାଇବାର ଅଛି । ଏବେ ସୁଦ୍ଧା 68 ହଜାର ଗାଁରେ କାମ ହୋଇ ସାରିଛି । କେଉଁଠି 59 ଏବଂ କେଉଁଠି 68 ହଜାର, ଏହି ପାର୍ଥକ୍ୟ ଅଟେ ଭାଇ ଓ ଭଉଣୀମାନେ । ଯଦି ଦୃଢ ଇଚ୍ଛା ଶକ୍ତି କହିଲା, ଜନତା ଜନାର୍ଦ୍ଦନଙ୍କ ଭଲ କରିବା ପାଇଁ ଉଦ୍ଦେଶ୍ୟ ରହିବ ତ କାମରେ କେବେ ହେଲେ ମଧ୍ୟ ପ୍ରତିବନ୍ଧକ ଆସି ନ ଥାଏ । ଜନତାଙ୍କର ମଧ୍ୟ ସହଯୋଗ ମିଳେ, କାମ ହୁଏ, ଦେଶ ଆଗକୁ ବଢେ ।

ଗ୍ୟାସ ପାଇପ୍ ଲାଇନ, ଅପ୍ଟିକାଲ ଫାଇବର ନେଟୱାର୍କ, ପାଣିର ବ୍ୟବସ୍ଥା । ଏବେ ଆମେ ସ୍ୱପ୍ନ ଦେଖୁଛୁ 2022ର, ଯେବେ ହିନ୍ଦୁସ୍ଥାନ ସ୍ୱାଧୀନତାର 75 ତମ  ବର୍ଷ ପାଳନ କରିବ । ସେହି 2022 ପର୍ଯ୍ୟନ୍ତ ହିନ୍ଦୁସ୍ଥାନର ଗରିବରୁ ଗରିବକୁ ମଧ୍ୟ ତାର ନିଜର ନିଜସ୍ୱ ଘର ରହିବା ପାଇଁ ମିଳିବା ଦରକାର ଆଉ ଏହା ଉପରେ କାମ ଚାଲୁ ରହିଛି । ଦୁନିଆର ଛୋଟ ଛୋଟ ଦେଶ କହୁଛନ୍ତି । ଏକ ପ୍ରକାରାର ଏତେ ଗୁଡିଏ ଘର ତିଆରି କରିବାକୁ ପଡିବ ଯେ ଭାରତରେ ଏଭଳି ନୂଆ ଏକ ଛୋଟ ଦେଶ କରିବାକୁ ପଡିବ, ଏତେ ଗୁଡିଏ ଘର ତିଆରି କରିବାକୁ ପଡିବ । କିନ୍ତୁ ଭାଇମାନେ,ଭଉଣୀମାନେ ଏହି ସ୍ୱପ୍ନକୁ ମଧ୍ୟ ଆମେ ପୁରା କରିବୁ, ସେଥି ପାଇଁ ଲାଗିଛୁ ।

 ଆପଣ କଳ୍ପନା କରିବେ କିଭଳି ହେବ ଦେଶ । କୌଣସି ଦେଶ, ତାପାଖରେ ତାର ହିସାବ କିତାବ ଥିବା ଦରକାର ନା ଦରକାର ନୁହେଁ? ତା ପାଖରେ କ’ଣ ଅଛି କ’ଣ ନାହିଁ ଜଣାଥିବା ଦରକାର ନା, ନା ନୁହେଁ? ଯେବେ ମୁଁ ପ୍ରଧାନମନ୍ତ୍ରୀ ହେଲି ତ ମୁଁ ବୈଠକ କରୁଥିଲି, ଆରମ୍ଭରେ ମୁଁ କହିଲି ଭାଇ କୁହନ୍ତୁ, ଆମ ଦେଶରେ କେତୋଟି ଦ୍ୱୀପପୁଞ୍ଜ ଅଛି? ଏଭଳି ଆମ ଦେଶରେ ଆଲିଆ ବେଟ ଅଛି କିମ୍ବା ଭେଟ ଦ୍ୱାରକା ଅଛି, ଏଭଳି ଦ୍ୱୀପପୁଞ୍ଜ କେତୋଟି ଅଛି? ଏ କଥା ମୁଁ ପଚାରି ଥିଲି ।

ଅଲଗା ଅଲଗା ବିଭାଗରେ, କିଏ 900 କହିଲା, କିଏ 800 କହିଲା, କିଏ 600 କହିଲା, କିଏ 1000 କହିଲା । ମୁଁ କହିଲି କିଭଳି ସରକାର ଅଟେ ଭାଇ? ଇଏ ଏତିକି କହୁଛି, ସିଏ ସେତିକି କହୁଛି! କିଛି ଗଡ଼ବଡ଼ ଲାଗୁଛି । ପୁଣି ମତେ ଜଣା ପଡିଲା ଯେ କେହି ଜଣେ ବିଜ୍ଞାନ ସମ୍ମତ ଅଧ୍ୟୟନ ହିଁ କରି ନ ଥିଲେ । ଏବେ ଭାରତ ପାଖରେ କେତୋଟି ଦ୍ୱୀପପୁଞ୍ଜ ଅଛି? ଏହାର କ’ଣ ବିଶେଷତ୍ୱ ଅଛି? କ’ଣ ହିନ୍ଦୁସ୍ଥାନକୁ ଆଗକୁ ନେବାରେ ଏହାର କୌଣସି ଉପଯୋଗିତା ଥାଇପାରେ କି? ହଁ ଆଶ୍ଚର୍ଯ୍ୟ ଲାଗେ ଭାଇ, ସେମାନଙ୍କ ପାଖରେ କୌଣସି ସୂଚନା ହିଁ ନ ଥିଲା । ମୁଁ ଟିମ୍ ଗଠନ କଲି, ଉପଗ୍ରହ ଜ୍ଞାନକୌଶଳର ଉପଯୋଗ କଲି, ଆଉ ପୁରା ତଥ୍ୟ ଟାଣି ଓଟାରି ବାହାର କଲି । ଭାରତ ପାଖରେ 1300ରୁ ଅଧିକ ଦ୍ୱୀପପୁଞ୍ଜ ଅଛି । 1300ରୁ ଅଧିକ ଆଉ ସେଥିରେ କିଛି ଦ୍ୱୀପପୁଞ୍ଜ ତ ସିଙ୍ଗାପୁର ଠାରୁ ମଧ୍ୟ ବଡ଼ । ଅର୍ଥାତ ଆମେ ଆମର ଦ୍ୱୀପପୁଞ୍ଜର କେତେ ବିକାଶ କରି ପାରିବା, କେତେ ବିବିଧତାରେ ଭରି ପାରିବା, ପର୍ଯ୍ୟଟନର ବିକାଶ ପାଇଁ କ’ଣ ନ କରି ପାରିବା । ଭାରତ ସରକାର ଅଲଗା ବ୍ୟବସ୍ଥା କରିଛନ୍ତି ଆଉ ଆଗାମୀ ଦିନ ମାନଙ୍କରେ ହିନ୍ଦୁସ୍ଥାନର ସମୁଦ୍ର କୂଳରେ ଯେତେ ଟାପୁ ଅଛି, ଏବେ ତା ମଧ୍ୟରୁ 200ଟିକୁ ବାଛି ବାହାର କରାଯାଇଛି ।

ପ୍ରାଥମିକ ଭାବେ ସେହି 200ଟିର ବିକାଶର ଏକ ମଡେଲ ପ୍ରସ୍ତୁତ ହେଉଛି । ଭାଇ ଓ ଭଉଣୀମାନେ ଯଦି ଏଭଳି ଜିନିଷ ତିଆରି ହେଉଛି ତ ସିଙ୍ଗାପୁରର ପରିକ୍ରମା କରିବାର କ’ଣ ଆବଶ୍ୟକତା ପଡିବ? ସବୁକିଛି ମୋ ଦେଶରେ ହୋଇ ପାରିବ ଭାଇମାନେ । ଆମ ଦେଶ ସାମର୍ଥ୍ୟବାନ ଅଟେ, ଶକ୍ତି ସମ୍ପନ୍ନ ଅଟେ । ଆମେ ମଧ୍ୟ ବିକାଶର ଶିଖରକୁ ଟପିପାରୁ । ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ରେଳବାଇ, ଯେଉଁ ନୀତିନ ଜୀ ତିଆରି କରୁଥିଲେ ନା, ଯେ ଆଗେ ଆମ ଦେଶରେ ଗୋଟିଏ ଦିନରେ ସାରା ହିନ୍ଦୁସ୍ଥାନର କୋଣ ଅନୁକୋଣର ହିସାବ ଲାଗଥିଲା ତ, ଗୋଟିଏ ଦିନରେ ହାରାହାରି ଦୁଇ କିଲୋମିଟର ରାସ୍ତା ତିଆରି ହେଉଥିଲା । ଆମ ସରକାର ଗଠନ ହେବା ପୂର୍ବରୁ ଗୋଟିଏ ଦିନରେ ଦୁଇ କିଲୋମିଟର । ନୀତିନ ଜୀ ଆସି ଏଭଳି ଧକ୍କା ମାରିଲେ, ଆଉ ଯେଉଁଭଳି ସେ ଏବେ କହୁଥିଲେ, ଗୋଟିଏ ଦିନରେ 22 କିଲୋମିଟର କାମ ହେଉଛି, 11ଗୁଣା ଅଧିକ । ଭାଇ ଓ ଭଉଣୀମାନେ, ରେଳବାଇ, ଆଗେ ଆମ ଦେଶରେ ରେଳବାଇର ଗେଜ୍ ପରିବର୍ତ୍ତନ କୁହନ୍ତୁ ବା ନ କୁହନ୍ତୁ ରେଳ ଧାରଣା ବିଛାଇବାର କାମ କୁହନ୍ତୁ; ବର୍ଷକରେ 1500 କିଲୋମିଟରର କାମ ହେଉଥିଲା ।

ଏବେ ଏତେ ବଡ଼ ଦେଶ, ରେଳର ଚାହିଦା,ତା ଠାରୁ ଆଗକୁ ବଢୁ ନ ଥିଲା । ଆମେ ଆସି ଏହି ଦାୟିତ୍ୱ ଉଠାଇଲୁ, ଏହାକୁ ବଢାଇବାକୁ ହେବ, ଆଉ ମୁଁ ଖୁସି ଯେ ଆଜି ଆମେ ଏକ ବର୍ଷରେ ଆଗ ତୁଳନାରେ ଦୁଇଗୁଣା କାମ କରୁଛୁ । ରେଳ ଧାରଣା ବିଛାଇବା ଦୁଇଗୁଣା ଅର୍ଥାତ 3000 କିଲୋମିଟର । କାମ ଯଦି କରିବାର ଉଦ୍ଦେଶ୍ୟ ଥିବ, ଯେଭଳି ବସ ପୋର୍ଟର କାମ ଆପଣମାନେ ଦେଖିଲେ, ତା ଠାରୁ ନେଇ ରେଳବାଇ ଲୋକଙ୍କ ସହିତ ବୈଠକ କଲି ମୁଁ କହିଲି ଭାଇମାନେ ଏ ରେଳ ଷ୍ଟେସନ ଆମର, ଇଏ ମରି ପଡିଛି । ଉନବିଂଶ ଶତାବ୍ଦୀର ଅଟେ, ଟିକେ ଏଥିରେ ପରିବର୍ତ୍ତନ ଆଣି ପାରିବା କି ନାହିଁ?

ଏବେ ରେଳବାଇ ବିକାଶର ଏକ ବଡ଼ ଦାୟିତ୍ୱ ଉଠାଇଛି । ହିନ୍ଦୁସ୍ଥାନର 500 ରେଳ ଷ୍ଟେସନ ତିଆରି କରିବାର ଅଛି । ଏବେ ଆରମ୍ଭରେ ସୁରଟ, ଗାନ୍ଧିନଗର, ଗୁଜୁରାଟରେ ଦୁଇଟି ପ୍ରକଳ୍ପ ସ୍ଥିର ହୋଇଛି । ଆଗାମୀ ଦିନମାନଙ୍କରେ ସମସ୍ତ ରେଳ ଷ୍ଟେସନ ବହୁତଳ ବିଶିଷ୍ଟ କାହିଁକି ନ ହେବ? ରେଳ ଷ୍ଟେସନରେ ପ୍ରେକ୍ଷାଳୟ ମଧ୍ୟ ହୋଇପାରେ, ରେଳ ଷ୍ଟେସନରେ  ମଲ୍ ମଧ୍ୟ ହୋଇପାରେ । ରେଳ ଷ୍ଟେସନରେ  ଅବସର ବିନୋଦନ କେନ୍ଦ୍ର ମଧ୍ୟ ହୋଇପାରେ । ଖାଇବା ପିଇବାର ବଜାର ମଧ୍ୟ ଲାଗିପାରେ । ରେଳ ଧାରଣାରେ ଗାଡି ଚାଲୁଥିବ ଅନ୍ୟ ଜାଗା ଗୁଡିକର ତ ବିକାଶ ହେବା ଦରକାର । ଭାଇ ଓ ଭଉଣୀମାନେ ବିକାଶ ପାଇଁ ଦୂର ଦୃଷ୍ଟି ହେବା ଦରକାର, ସ୍ୱପ୍ନ ମଧ୍ୟ ଦରକାର, ସଂକଳ୍ପ ମଧ୍ୟ ଦରକାର, ସାମର୍ଥ୍ୟ ମଧ୍ୟ ଦରକାର, ତ  ସିଦ୍ଧି ନିଜକୁ ନିଜେ ହୋଇ ପାରିବ । ଆଉ ସେଇ କାମକୁ ନେଇ ଆମେ ଚାଲିଛୁ ।

ମୋର ଭାରୁଚର ପ୍ରିୟ ଭାଇମାନେ, ଭଉଣୀମାନେ, ଆଜି ମା’ ନର୍ମଦାଙ୍କ  କୂଳରେ ଏତେ ବଡ଼ କାମ ହୋଇଛି । ମୋ ସହିତ ପୁରା ଶକ୍ତି ଦେଇ କୁହନ୍ତୁ-

ମୁଁ କହିବି ନର୍ମଦେ, ଆପଣମାନେ ଦୁଇ ମୁଠାକୁ ଉପରକୁ କରି କହିବେ ସର୍ବଦେ ।

ନର୍ମଦେ – ସର୍ବଦେ

ନର୍ମଦେ – ସର୍ବଦେ

ନର୍ମଦେ – ସର୍ବଦେ

ନର୍ମଦେ – ସର୍ବଦେ

ନର୍ମଦେ – ସର୍ବଦେ 

ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”