PM Modi dedicates Kishanganga Hydropower Station to the Nation, lays foundation stone for Srinagar Ring Road
To bring about change in the lives of the people of the state, balanced development of Jammu, Kashmir and Ladakh is very necessary: PM
Jammu and Kashmir has immense potential for tourism sector, we are making efforts to boost tourism in the state: PM Modi
Youth of Jammu and Kashmir are becoming role models for youngsters across the country: PM
In the journey of New India, a New Jammu and Kashmir can be the bright spot: PM Modi
There is no alternative to peace and stability. I urge the youth of Jammu and Kashmir to contribute towards welfare and development of the state: PM
Na Gaali Se, Na Goli Se, Samasya Suljhegi Har Kashmiri Ko Gale Lagane Se: PM Modi
Solutions to all problems is in development: PM Modi

ମଞ୍ଚ ଉପରେ ଉପସ୍ଥିତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ଏନ୍. ଏନ୍. ଭୋରା ମହାଶୟ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମହାଶୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତିନ ଗଡ଼କରୀ ମହାଶୟ, ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଆର୍. କେ. ସିଂହ ମହାଶୟ, ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କବିନ୍ଦ୍ର ଗୁପ୍ତା ମହାଶୟ, ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀମାନ ସୁନୀଲ କୁମାର ଶର୍ମା ମହାଶୟ, ବିଧାନସଭାର ଉପ-ବାଚସ୍ପତି ଶ୍ରୀ ନଜିର ଅହମଦ ଖାନ୍ ମହାଶୟ, ସାଂସଦ ଏବଂ ଦେଶର ବରିଷ୍ଠ ନେତା ଆଦରଣୀୟ ଡକ୍ଟର ଫାରୁକ୍ ଅବଦୁଲ୍ଲା ମହାଶୟ, ସାଂସଦ ଶ୍ରୀମାନ ମୁଜାଫର ହୁସେନ ବେଗ୍ ମହାଶୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଓ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।

ପୁଣି ଥରେ ଜାମ୍ମୁ-କାଶ୍ମୀରକୁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବା ପାଇଁ ମୋତେ ସୁଯୋଗ ମିଳିଛି । ଆପଣମାନଙ୍କର ଆପଣାର ଭାବ, ଆପଣମାନଙ୍କର ସ୍ନେହ ଯାହା ମୋତେ ବାରମ୍ବାର ଏଠାକୁ ଟାଣି ଆଣୁଛି । ବିଗତ ଚାରି ବର୍ଷରେ ଏଭଳି କୌଣସି ବର୍ଷ ନାହିଁ ଯେ ମୁଁ ଏଠାକୁ ଆସିନାହିଁ । ଯେତେବେଳେ ଶ୍ରୀନଗରରେ ବନ୍ୟା ପରେ ମଧ୍ୟ ଦିପାବଳୀ ପାଳନ କରାଯାଉଥିଲା, ମୁଁ ଏଠାରେ ବନ୍ୟା ପିଡ଼ୀତଙ୍କ ମଧ୍ୟରେ ଦିପାବଳୀ ପାଳନ କରିଥିଲି । ଏହା ବ୍ୟତୀତ ସୀମାରେ ମୁତୟନ ଯବାନଙ୍କ ସହିତ ଦିପାବଳୀ ପାଳନ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା ଆଉ ଆଜି ଯେତେବେଳେ ପବିତ୍ର ରମଜାନ୍ ମାସ ଚାଲୁ ରହିଛି, ସେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟରେ ରହିଛି । ଏହି ମାସ ହେଉଛି ପୈଗମ୍ବର ମହମ୍ମଦଙ୍କ ଶିକ୍ଷା ଏବଂ ତାଙ୍କର ବାର୍ତ୍ତାକୁ ସ୍ମରଣ କରିବାର ଅବସର । ତାଙ୍କ ଜୀବନରୁ ସମାନତା ଏବଂ ଭାତୃତ୍ୱ ଭାବର ଶିକ୍ଷା ହିଁ ସଠିକ୍ ରୂପେ ଦେଶ ଆଉ ଦୁନିଆକୁ ଆଗକୁ ନେଇ ଯାଇପାରିବ ।

ଏହା ମଧ୍ୟ ହେଉଛି ଏକ ସୁଖଦ ସଂଯୋଗ ଯେ ରମଜାନର ଏହି ମୁବାରକ୍ ମାସରେ ଆମେ ଏଠାରେ ଏକ ବହୁତ ବଡ଼ ସ୍ୱପ୍ନକୁ ସାକାର କରିବା ପାଇଁ ଏକାଠି ହୋଇଛେ । ଆଜି ମୋତେ କୃଷ୍ଣଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବାର ସୌଭାଗ୍ୟ ମିଳିଛି । ଅନେକ ଅସୁବିଧାକୁ ଅତିକ୍ରମ କରିବା ପରେ ଏହି ପ୍ରକଳ୍ପ ଜାମ୍ମୁ-କାଶ୍ମୀରର ବିକାଶ ଯାତ୍ରାରେ ନୂତନ ଅଧ୍ୟାୟ ଯୋଡ଼ିବା ପାଇଁ ପ୍ରସ୍ତୁତ ଅଛି । ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଏହା ଦ୍ୱାରା ରାଜ୍ୟକୁ କେବଳ ମାଗଣାରେ ହିଁ ନୁହେଁ ବରଂ ପର୍ଯ୍ୟାପ୍ତ ପରିମାଣର ବିଜୁଳି ମଧ୍ୟ ମିଳିବ । ଏବେ ଜାମ୍ମୁ-କାଶ୍ମୀରକୁ ଯେତେ ବିଜୁଳି ଆବଶ୍ୟକତା ହେଉଥିଲା, ତାହାର ଏକ ବଡ଼ ଅଂଶ ଦେଶର ଅନ୍ୟ ଭାଗର ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ପାରିବ । 330 ମେଗାୱାଟର ଏହି ପ୍ରକଳ୍ପ ଆରମ୍ଭ ହେଲେ ବିଜୁଳି ଅଭାବ ଜନିତ ସମସ୍ୟାକୁ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ ।

ଭାଇ ଓ ଭଉଣୀମାନେ, ଏହି ପ୍ରକଳ୍ପ ଇଂଜିନିୟରିଂ ର ହେଉଛି ଏକ ଅନନ୍ୟ ଉଦାହରଣ । ଏହାକୁ ଶେଷ କରିବା ପାଇଁ ଅନେକ ଲୋକ ତପସ୍ୟା କରିଛନ୍ତି । ପାହାଡ଼ର ଛାତିକୁ ଚିରି କୃଷ୍ଣଗଙ୍ଗାର ପାଣିକୁ ସୁଡ଼ଙ୍ଗ ଜରିଆରେ ବାନ୍ଦିପୋରାର ବୋନାର କେନାଲରେ ପହଂଚା ଯାଇଛି । ଏହି ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଶ୍ରମିକ, ସମସ୍ତ କର୍ମଚାରୀ, ସମସ୍ତ ଇଂଜିନିୟର ସମସ୍ତେ ହେଉଛନ୍ତି ବିଶେଷ ଅଭିନନ୍ଦନର ପାତ୍ର । ଆପଣଙ୍କର ହିଁ ସାହସ ଓ ଧୈର୍ଯ୍ୟର ଏହା ହେଉଛି ପରିଣାମ କି ଏହି କଠିନ ପ୍ରକଳ୍ପକୁ ଆମେ ସଂପୂର୍ଣ୍ଣ କରି ପାରିଛେ ।

ଏବେ ଏଠାରୁ ଏହି ମଂଚରୁ ମୋତେ ଶ୍ରୀନଗର ରୋଡର, ରିଙ୍ଗ ରୋଡ଼ର ଶିଳାନ୍ୟାସ କରିବାର ମଧ୍ୟ ସୁଯୋଗ ମିଳିଛି । ବୟାଳିଶ କିଲୋମିଟରର ଏହି ସଡ଼କ ପାଇଁ ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ଏହି ରିଙ୍ଗ୍ ରୋଡ଼ ଶ୍ରୀନଗର ସହର ମଧ୍ୟରେ ହେଉଥିବା ଭିଡ଼ ସମସ୍ୟାକୁ ଅନେକ ମାତ୍ରାରେ ହ୍ରାସ କରିବାରେ କାର୍ଯ୍ୟ କରିବ, ଆପଣଙ୍କ ଜୀବନକୁ ସହଜ ଓ ସରଳ କରିଦେବ ।

ଏହା ସହିତ ଜାମ୍ମୁ-କାଶ୍ମୀରର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟର ତିନି ଭାଗକୁ କାଶ୍ମୀର, ଜାମ୍ମୁ, ଏବଂ ଲଦାଖର ସନ୍ତୁଳିତ ବିକାଶ ବହୁତ ଆବଶ୍ୟକ । ଏହାକୁ ଧ୍ୟାନରେ ରଖି ଅଢ଼େଇ ବର୍ଷ ପୂର୍ବେ 80ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା । ମୁଁ ଖୁସି ଯେ ଏତେ କମ୍ ସମୟରେ ପାଖାପାଖି ତେଷଠି ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇସାରିଛି ଆଉ 20 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇ ସାରିଛି । ଏହି ଧନ ରାଶିରେ ଜାମ୍ମୁ-କାଶ୍ମୀରରେ ଆଇଆଇଟି ନିର୍ମାଣର କାର୍ଯ୍ୟ, ଆଇଆଇଏମ୍ ନିର୍ମାଣର କାର୍ଯ୍ୟ, ଦୁଇଟି ଏମ୍ସ ନିର୍ମାଣର କାର୍ଯ୍ୟ, ପ୍ରାଥମିକ ଚିକିତ୍ସାଳୟ ଠାରୁ ନେଇ ଜିଲ୍ଲା ହାସପାତାଳର ଆଧୁନିକୀକରଣର କାମ ମଧ୍ୟ ଚାଲୁ ରହିଛି ।

ନୂତନ ଜାତୀୟ ରାଜପଥ, ସବୁଦିନିଆ ରାସ୍ତା, ନୂତନ ସୁଡଙ୍ଗ, ଶକ୍ତି ପରିବହନ ଏବଂ ଆବଂଟନ ଲାଇନ୍, ନଦୀ ଓ ହ୍ରଦ ଗୁଡ଼ିକର ସଂରକ୍ଷଣ, କୃଷକମାନଙ୍କ ପାଇଁ ଯୋଜନାଗୁଡିକ, ଶୀତଳ ଭଣ୍ଡାର, ପଣ୍ୟାଗାର, ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ନିମନ୍ତେ ଅନେକ ନୂତନ ପଦକ୍ଷେପ ନିଆ ଯାଉଛି । ଏକବିଂଶ ଶତାବ୍ଦୀରେ ଜାମ୍ମୁ-କାଶ୍ମୀର ଓ ଏଠାକାର ଲୋକଙ୍କ ଆଶା, ଆକାଂକ୍ଷା ଅନୁରୂପ ହେଉ, ଏହା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରା ଯାଉଛି ।

ସାଥୀଗଣଯେତେବେଳେ ମଧ୍ୟ ମୁଁ ପାହାଡ଼ ଉପରକୁ ଯାଏ, ଗୋଟିଏ ଲୋକକଥା ନିଶ୍ଚୟ ମନେ ପଡ଼େ । ଆଗରୁ କୁହା ଯାଉଥିଲା କି ପାହାଡ଼ର ଯୌବନ ଏବଂ ପାହାଡ଼ର ପାଣି କେବେ ପାହାଡ଼ର କାମରେ ଆସି ନ ଥାଏ । ଏହି ଲୋକକଥା ହେଉଛି ସେତେବେଳର ଯେତେବେଳେ ଆଧୁନିକ କୌଶଳର ସେତେ ପ୍ରସାର ହୋଇ ନ ଥିଲା, ମଣିଷ ପ୍ରକୃତି ଆଗରେ ବାଧ୍ୟ ହେଉଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏହି ଲୋକକଥାକୁ ଆପଣ ସମସ୍ତଙ୍କ ସହଯୋଗରେ ଆମେ ବଦଳାଇବାରେ ଏକାଠି ହୋଇଛେ । ଜାମ୍ମୁ-କାଶ୍ମୀରର ପାଣି ଆଉ ଏହାର ଯୌବନ, ଦୁଇଟି ଯାକ ଏହି ଧରଣୀର କାମରେ ଆସିବ ।

ଜାମ୍ମୁ-କାଶ୍ମୀରରେ ଅନେକ ନଦୀ ଅଛି, ଯେଉଁଥିରେ ଜଳ ବିଦ୍ୟୁତର ଅମାପ ସମ୍ଭାବନା ରହିଛି । ଏହା ହେଉଛି ଦେଶର ସେହି ଅଂଶ ଯାହା ନା କେବଳ ନିଜର ଆବଶ୍ୟକତା ବରଂ ସମଗ୍ର ଦେଶ ପାଇଁ ମଧ୍ୟ ବିଜୁଳି ଉତ୍ପାଦନ କରିବାର ମଧ୍ୟ ସାମର୍ଥ୍ୟ ରଖିଛି । ଏହାକୁ ଧ୍ୟାନରେ ରଖି ବିଗତ ଚାରି ବର୍ଷରେ ଆମେ ଏଠାରେ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ । କିସ୍ତୱାଡ଼ରେ 8,000କୋଟିରୁ ଅଧିକ ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ।

ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ଘରକୁ ବିନା ବାଧାରେ ବିଜୁଳି ପହଂଚାଇବା ପାଇଁ ମଧ୍ୟ ନିରନ୍ତର ପ୍ରୟାସ କରାଯାଉଛି । ସ୍ମାର୍ଟ ଗ୍ରୀଡ଼୍ (Smart Grid) ଏବଂ ସ୍ମାର୍ଟ ମିଟର ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି । ରାସ୍ତା ଆଲୋକୀକରଣର ଆଧୁନିକୀକରଣ କରାଯାଉଛି । ଜାମ୍ମୁ-କାଶ୍ମୀରର ଗାଁରୁ ନେଇ ଛୋଟ-ଛୋଟ ଅଂଚଳକୁ ଆଲୋକିତ କରିବା ପାଇଁ, ରାଜ୍ୟରେ ବିଜୁଳି ବଂଟନ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ପ୍ରାୟ 4 ହଜାର କୋଟି ଟଙ୍କାର ନିବେଶ କରାଯାଉଛି ।

ସାଥୀଗଣ, କେବଳ ଗାଁ ଆଉ ଘର ପର୍ଯ୍ୟନ୍ତ ବିଜୁଳି ପହଂଚାଇବା ଆମର ଲକ୍ଷ୍ୟ ନୁହେଁ । ବରଂ ଯେଉଁ ଘରେ ବିଜୁଳି ପହଂଚି ଯାଇଛି ସେମାନଙ୍କ ପାଇଁ ବିଜୁଳି ବିଲ୍ ବୋଝ ନ ପାଲଟୁ ଏଥିପାଇଁ ମଧ୍ୟ ପ୍ରୟାସ କରାଯାଉଛି । ଉଜାଲା ଯୋଜନା ଅଧୀନରେ ଜାମ୍ମୁ-କାଶ୍ମୀରରେ ମଧ୍ୟ 78 ଲକ୍ଷରୁ ଅଧିକ ଏଲଇଡ଼ି ବଲବ୍ ବଂଟନ କରାଯାଇ ସାରିଛି । ଏହାଦ୍ୱାରା ଏଠାକାର ଜନତାଙ୍କୁ ବିଜୁଳି ବିଲ୍ ରେ ପ୍ରତ୍ୟେକ ବର୍ଷ ପ୍ରାୟ 400 କୋଟି ଟଙ୍କାରୁ ଅଧିକ ସଂଚୟ ହେଉଛି । ସରକାର ରାଜ୍ୟର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ପହଂଚାଇବାର ଲକ୍ଷ୍ୟ ସହିତ ଯୋଡ଼ି ହୋଇଛନ୍ତି । ସୌଭାଗ୍ୟ ଯୋଜନା ଅଧୀନରେ ଏବେ ଜାମ୍ମୁ-କାଶ୍ମୀରର ସେହି ସମସ୍ତ ଘରକୁ ମାଗଣା ବିଜୁଳି ସଂଯୋଗ ଦେବାର କାର୍ଯ୍ୟ ଚାଲୁ ରହିଛି, ଯେଉଁଠାରେ ଏ ପର୍ଯ୍ୟନ୍ତ ବିଜୁଳି ପହଂଚି ପାରିନାହିଁ ।

ସାଥୀଗଣ, ଜାମ୍ମୁ-କାଶ୍ମୀରରେ ବିକାଶର ସବୁଠାରୁ ବଡ଼ ମାଧ୍ୟମ ଯଦି କୌଣସି କ୍ଷେତ୍ର ଅଛି, ତ ତାହା ହେଉଛି ପର୍ଯ୍ୟଟନ, ଏହା ଦଶକ-ଦଶକ ଧରି ଆମେ ଦେଖି ଆସୁଛୁ । କମ୍ ନିବେଶରେ ସବୁଠାରୁ ଅଧିକ ରୋଜଗାର ସୃଷ୍ଟି କଲା ଭଳି ଏହି କ୍ଷେତ୍ର ଜାମ୍ମୁ-କାଶ୍ମୀରର ଭାଗ୍ୟ ପାଇଁ ହେଉଛି ଭାଗ୍ୟ ବିଧାତା । କିନ୍ତୁ ଏବେ ଏହି କ୍ଷେତ୍ର ପୁରୁଣା କୌଶଳରେ ଚାଲୁ ନାହିଁ । ଆଜିର ପର୍ଯ୍ୟଟକ, ବର୍ତ୍ତମାନର ସୁବିଧା ଚାହୁଁଛି । ସେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଘଣ୍ଟା-ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁ ନାହିଁ, ସେ ସଙ୍କଟଜନକ ପଥରେ ଫସିବାକୁ ଚାହୁଁ ନାହିଁ, ସେ ଲଗାତାର ବିଜୁଳି ଚାହୁଁଛି, ସେ ପରିଷ୍କାର ପରିଚ୍ଛନ୍ନତା ଚାହୁଁଛି, ସେ ଭଲ ବିମାନ ସେବା ଚାହୁଁଛି ।

ପର୍ଯ୍ୟଟନ ପାଇଁ ଯେଉଁ ସବୁ ଆଧୁନିକ ଇକୋ-ସିଷ୍ଟମର ଆବଶ୍ୟକତା ହେଉଛି, ତାକୁ ଧ୍ୟାନରେ ରଖି ଆମ ସରକାର ଅନେକ ଯୋଜନା ଗୁଡ଼ିକ ସହିତ ଆଗକୁ ବଢ଼ୁଛି । ଏହି ଇକୋ ସିଷ୍ଟମ୍ ଯେତେ ଅଧିକ ମଜବୁତ ହେବ, ଜାମ୍ମୁ-କାଶ୍ମୀରକୁ ସେତେ ଅଧିକ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼ିବ, କେବଳ ଏତିକି ନୁହେଁ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ରୋଜଗାର ପାଇଁ ନୂତନ ସୁଯୋଗ ମଧ୍ୟ ମିଳିବ, ସେମାନଙ୍କର ଆୟ ସେତେ ଅଧିକ ବୃଦ୍ଧି ପାଇବ ।

ସାଥୀଗଣ, ସାରା ବିଶ୍ୱରେ ଏପରି ଅନେକ କ୍ଷେତ୍ର ଅଛି, ଯେଉଁଠାରେ ସମଗ୍ର ଅର୍ଥ ବ୍ୟବସ୍ଥା ହେଉଛି ପର୍ଯ୍ୟଟନ କୈନ୍ଦ୍ରିକ, ସମଗ୍ର ଦେଶର ଅର୍ଥ ବ୍ୟବସ୍ଥା । କେବଳ ଜାମ୍ମୁ-କାଶ୍ମୀରରେ ସେହି କ୍ଷମତା ଅଛି ଯାହା ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ଅଧିକ ଗତିଶୀଳ କରିବାର ସାମର୍ଥ୍ୟ ରଖିଛି । ଯଦି ମୁଁ କେବଳ ପର୍ଯ୍ୟଟନର କଥା କହିବି ତ ପ୍ରାୟ 2 ହଜାର କୋଟି ଟଙ୍କାର ନିବେଶରେ 12 ବିକାଶଶୀଳ ପ୍ରାଧିକରଣ, 3 ପର୍ଯ୍ୟଟନ ସର୍କିଟ, 50 ପର୍ଯ୍ୟଟନ ଗ୍ରାମର କାର୍ଯ୍ୟ କରାଯିବ । କିନ୍ତୁ ଯେପରି ମୁଁ ପ୍ରଥମରୁ କହିଥିଲି, ପର୍ଯ୍ୟଟନ ସହିତ ହିଁ ତାହାର ସମସ୍ତ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।

ଏହି ଇକୋ-ସିଷ୍ଟମର ବହୁତ ବଡ଼ ଆଧାର ହେଉଛି ଯୋଗାଯୋଗ ବ୍ୟବସ୍ଥା । ଏହା ହେଉଛି କାରଣ ଯେ, ଯୋଗାଯୋଗ ବ୍ୟବସ୍ଥା ପାଇଁ ଜାମ୍ମୁ-କାଶ୍ମୀରରେ ବହୁତ ବଡ଼ ସ୍ତରରେ ପ୍ରୟାସ କରାଯାଉଛି । ରାଜ୍ୟକୁ ଦିଆ ଯାଇଥିବା ପ୍ୟାକେଜରେ ପ୍ରାୟ ଅଧା ଅଂଶ ସଡ଼କ ପ୍ରକଳ୍ପରେ ହିଁ ଖର୍ଚ୍ଚ କରାଯାଉଛି । ଜାମ୍ମୁ-କାଶ୍ମୀରରେ ଜାତୀୟ ରାଜପଥର ନେଟୱାର୍କ ବିଛାଯାଉଛି ।

ଏଠାକୁ ଆସିବା ପୂର୍ବରୁ, ମୁଁ ଦେଶର ସବୁଠାରୁ ଦୀର୍ଘତମ ଜୋଜିଲା ସୁଡ଼ଙ୍ଗ କାର୍ଯ୍ୟର ଶୁଭାରମ୍ଭ କରିଛି । ଏହି ସୁଡ଼ଙ୍ଗ ଜାମ୍ମୁ-କାଶ୍ମୀରରେ ବିକାଶର ନୂତନ ଗାଥା ଲେଖିବାକୁ ଯାଉଛି । ଆପଣ ଚିନ୍ତା କରନ୍ତୁ, ଯୋଗାଯୋଗ ବ୍ୟବସ୍ଥା ବଢିବ ତ ସୁଯୋଗ, ପଢିବାକୁ ଯାଉଥିବା, ସଂପର୍କୀୟଙ୍କୁ ଭେଟିବାକୁ ଯିବା ବେଳେ, ଚିକିତ୍ସା ପାଇଁ ଯାଉଥିବା ବେଳେ, ବ୍ୟବସାୟ ପାଇଁ ଯିବା ଆସିବା ସମୟରେ, ଜିନିଷପତ୍ର କିଣା-ବିକା ସମୟରେ ଆପଣମାନଙ୍କୁ କମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ରାସ୍ତାରେ ବିଳମ୍ବ କାରଣରୁ ଆମର ଯେଉଁ ସେଓ ନଷ୍ଟ ହୋଇ ଯାଉଛି, ଆମର ପନି ପରିବା ଖରାପ ହୋଇ ଯାଉଛି, ଏଠାକାର କୃଷକଙ୍କର ଯେଉଁ କ୍ଷତି ହେଉଛି, ତାହା ମଧ୍ୟ ଆମେ ବହୁତ ବଡ଼ ମାତ୍ରାରେ କମ୍ କରି ପାରିବା ।

ଏଠାରେ ଶ୍ରୀନଗରରେ ତିଆରି ହେବାକୁ ଥିବା ରିଙ୍ଗ ରୋଡ଼୍ ହେଉ, ଶ୍ରୀନଗର-ସୋପିୟାଂ-କାଜିଗୁଣ୍ଡ୍ ଜାତୀୟ ରାଜପଥ ହେଉ ଅଥବା ପୁଣି ଚେନାନୀ ଶୁଦ୍ଧ ମହାଦେବ-ଗୋହା ରାସ୍ତା ହେଉ, ତାହା ସଂପୂର୍ଣ୍ଣ ହେଲେ ଆପଣମାନଙ୍କର ସମୟ ବଂଚିବ ଆଉ ସଂସାଧନ ଗୁଡ଼ିକ କମ୍ ନଷ୍ଟ ହେବ । ରାଜ୍ୟର ଏଭଳି ଅଂଚଳ ଯାହା ବରଫପାତ ଯୋଗୁଁ ମାସ-ମାସ ଧରି ବିଛିନ୍ନ ହେଉଥିଲା ତାହାକୁ ମଧ୍ୟ ଯୋଡ଼ା ଯାଉଛି, ସେଥିପାଇଁ ହେଲିକପ୍ଟର ସେବା ବ୍ୟବସ୍ଥା କରାଯାଉଛି । ଏହା ମଧ୍ୟ ଆପଣମାନଙ୍କୁ ଜାଣିବାର ଅଛି କି ସରକାରଙ୍କ ଦ୍ୱାରା ଶ୍ରୀନଗର ଏବଂ ଜାମ୍ମୁକୁ ସ୍ମାର୍ଟ ସିଟି କରିବାର କାମ ମଧ୍ୟ ଅଗ୍ରଗତି କରୁଛି ।

ସହରମାନଙ୍କରେ ଜଳ ଯୋଗାଣ ଆଉ ସ୍ୱରେଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅମୃତ ଯୋଜନା ଅଧୀନରେ ପାଖାପାଖି ସାଢ଼େ 5 ଶହ କୋଟି ବ୍ୟୟ ବରାଦ କରାଯାଇଛି । ଯେତେବେଳେ ଆଧୁନିକ ସୁବିଧା ଗୁଡ଼ିକ ହେବ, ଆଧୁନିକ ସଡ଼କ ହେବ, ତ ଆପଣ ମାନଙ୍କର ଜୀବନ ମଧ୍ୟ ସହଜ ଓ ସରଳ ହେବ, ଜାମ୍ମୁ-କାଶ୍ମୀର ଓ ତାହାର ସୁନ୍ଦରତାରେ ଆହୁରି ନୂତନ ସୌନ୍ଦର୍ଯ୍ୟ ଭରିଦେବ ।

ଭାଇ ଓ ଭଉଣୀମାନେ, ଯେତେବେଳେ ଆମେ ଗାଁ ଆଉ ସହରକୁ ସ୍ମାର୍ଟ କରିବା କଥା କହୁଛେ, ତ ସ୍ୱଚ୍ଛତା ହେଉଛି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମୁଁ ଖୁସି ଯେ ଜାମ୍ମୁ-କାଶ୍ମୀରର ଜନତା ମଧ୍ୟ ଏହି ଅଭିଯାନକୁ ସଂପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ାଇ ନେଉଛନ୍ତି ।

ନିକଟରେ ଏଠାକାର ଏକ ଝିଅର ଭିଡ଼ିଓ ମୁଁ ସାମାଜିକ ଗଣମାଧ୍ୟମରେ ଦେଖିଥିଲି । ପାଞ୍ଚ ବର୍ଷର ‘ଜନ୍ନତ’ ଡାଲ ହ୍ରଦକୁ ସଫା କରିବା ଲକ୍ଷ୍ୟରେ ଲାଗିଛି । ଯେତେବେଳେ ଦେଶର ଭବିଷ୍ୟତ ଏତେ ପବିତ୍ର ଆଉ ସ୍ୱଚ୍ଛ ଚିନ୍ତା କରୁଛି, ସେତେବେଳେ ମୋତେ ଏହି ଅଭିଯାନର ଏକ ସଦସ୍ୟ ହିସାବରେ ଆହୁରି ମଧ୍ୟ ଖୁସି ଲାଗିଥାଏ । ସାଥୀଗଣ, ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜସ୍ୱ ସ୍ତରରେ ଏହି ପ୍ରକାରର କାର୍ଯ୍ୟ କରୁଛନ୍ତି ।

ଭାଇ ଓ ଭଉଣୀମାନେ, ମୋତେ ଏହି କଥାର ଅନୁଭବ ରହିଛି କି ଭୀଷଣ ବନ୍ୟାରେ ଏଠାରେ ଯେଉଁ କ୍ଷୟ କ୍ଷତି ହୋଇଥିଲା, ତାହା ଆପଣଙ୍କ ଜୀବନକୁ ପରିବର୍ତ୍ତିତ କରି ଦେଇଛି । ଆମର ଏହା ହେଉଛି ଯଥା ସମ୍ଭବ ପ୍ରୟାସ ଯେ ଯେଉଁଠାରେ ଯାହା କ୍ଷତି ହୋଇଛି, ତାହାର ଭରଣା ହେଉ ଆଉ ଏଥିପାଇଁ ରାଜ୍ୟ ସରକାରଙ୍କୁ ନିରନ୍ତର ସହାୟତା ଦିଆଯାଉଛି ।

ସାଥୀଗଣ, ଆହୁରି ଏକ ଗମ୍ଭୀର ବିଷୟ ହେଉଛି ଯାହା ଉପରେ ପିଡିପି-ବିଜେପି ମେଂଟ ସରକାର ଆଉ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରୁଛନ୍ତି । ଏହି ବିଷୟ ହେଉଛି ବିସ୍ଥାପିତ ମାନଙ୍କର । ଯେଉଁ ଲୋକ ସୀମା ଆରପଟର ପରିସ୍ଥିତିରେ ବ୍ୟତିବ୍ୟସ୍ତ ହୋଇ ଏଠାକୁ ଆସିଛନ୍ତି, ଯେଉଁମାନଙ୍କୁ ସ୍ଥାନୀୟ ସମସ୍ୟା କାରଣରୁ ଘର ଛାଡ଼ିବାକୁ ପଡ଼ିଛି, ଭିନ୍ନ-ଭିନ୍ନ ଜାଗାରେ ସେମାନଙ୍କ ପୁନର୍ବାସ ପାଇଁ ପାଖାପାଖି ସାଢ଼େ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ସାଥୀଗଣ, ଆଜି ଜାମ୍ମୁ-କାଶ୍ମୀରର ଅନେକ ଯୁବକ, ଦେଶର ଅନ୍ୟ ରାଜ୍ୟର ଯୁବକ ମାନଙ୍କ ପାଇଁ ରୋଲ୍ ମଡେଲ ସାଜୁଛନ୍ତି । ପ୍ରଶାସନିକ ସେବାରେ ଯେତେବେଳେ ଏଠାକାର ଯୁବକଙ୍କର ନାମକୁ ଦେଖୁଛି, ସେମାନଙ୍କ ସହିତ ସାକ୍ଷାତ କରୁଛି, ତ ମୋର ଖୁସି ଦୁଇ ଗୁଣା ହୋଇଯାଏ । ମୋର ମନେ ଅଛି ଦେଶର ଛାତି ସେତିକି ବେଳେ ଗର୍ବରେ ଚଉଡ଼ା ହୋଇ ଯାଇଥିଲା, ଯେତେବେଳେ ଏଠାକାର ବାନ୍ଦିପୋରାର ଝିଅ କିକ୍ ବକ୍ସିଂରେ ଭାରତର ନାମକୁ ଗୌରବାନ୍ୱିତ କରିଥିଲେ । ତଜାମୁଲଙ୍କ ଭଳି ପ୍ରତିଭାକୁ ଦେଶ ବେକାର ଯିବାକୁ ଦେବ ନାହିଁ । ଏହା  ହେଉଛି କାରଣ କି କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରର କ୍ରୀଡ଼ା ପ୍ରତିଭାକୁ ପରିସ୍ଫୁଟ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି ପ୍ରୟାସ କରୁଛନ୍ତି । ଏହି ଭାବନା ଦ୍ୱାରା ଏଠାରେ କ୍ରୀଡ଼ା ଭିତିଭୂମି ବିକଶିତ କରିବା ପାଇଁ ମଧ୍ୟ ସଂପୂର୍ଣ୍ଣ ପ୍ରୟାସ କରା ଯାଉଛି ।

ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ଶିକ୍ଷା ଆଉ ରୋଜଗାରର ଅବସର ଉପଲବ୍ଧ କରାଇବା ବିଷୟକୁ ନେଇ ଗମ୍ଭୀର ଭାବେ ପ୍ରୟାସ କରାଯାଉଛି । ରାଜ୍ୟ ସରକାରଙ୍କ ସହିତ ମିଶି ବହୁ ନୂତନ ଯୋଜନା ସବୁକୁ ସାକାର କରାଯାଇଛି । ହିମାୟତ ଯୋଜନା ଦ୍ୱାରା ଏଠାକାର ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷିତ କରାଇବାର ଯୋଜନା ଉପରେ କାର୍ଯ୍ୟ ଚାଲୁ ରହିଛି । 16 ହଜାରରୁ ଅଧିକ ପିଲାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବୃତ୍ତି ଯୋଜନାର ଲାଭ ମିଳିଛି । ସେମାନଙ୍କୁ ଦେଶର ଉନ୍ନତ କଲେଜ ଆଉ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷାର ସୁଯୋଗ ଦିଆ ଯାଇଛି । ଭିନ୍ନ-ଭିନ୍ନ କାରଣରୁ କଲେଜ ଆଉ ସ୍କୁଲ ପଢ଼ା ଅଧାରୁ ଛାଡ଼ୁଥିôବା ପଖାପାଖି 60 ହଜାର ବିଦ୍ୟାର୍ଥୀଙ୍କ ପାଇଁ ଚାକିରୀର ପ୍ରସ୍ତାବ ଦିଆ ଯାଇଛି ।

ଏଠାକାର ଯୁବକ ଦେଶ ଆଉ ପ୍ରଦେଶର ନାଗରିକଙ୍କ ସୁରକ୍ଷା କାମରେ ଆସି ପାରିବେ, ଏଥିପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରାଯାଉଛି । ଜାମ୍ମୁ-କାଶ୍ମୀରର ପୁଲିସକୁ ସଶକ୍ତ କରିବା ପାଇଁ 5ଟି ଭାରତୀୟ ରିଜର୍ଭ ବାଟାଲିୟନକୁ ମଞ୍ଜୁରି ଦିଆଯାଇଛି । ମୋତେ ଅବଗତ କରାଯାଇଛି କି ଭର୍ତ୍ତି ହେବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଉପନୀତ, ଯାହା ପରେ ଏଠାକାର 5 ହଜାର ଯୁବକଙ୍କୁ ସୁରକ୍ଷା କ୍ଷେତ୍ରରେ ରୋଜଗାର ମିଳିବ ।

ଭାଇ ଓ ଭଉଣୀମାନେ, ଆମ ସରକାରଙ୍କ ପାଇଁ ନାଗରିକ ଆଉ ରାଷ୍ଟ୍ରର ସୁରକ୍ଷା, ଏହା ହେଉଛି ସବୁଠାରୁ ବଡ଼ ପ୍ରାଥମିକତା । ଏହି ଦାୟିତ୍ୱକୁ ତୁଲାଇବା ପାଇଁ ଆମର ସୁରକ୍ଷାବଳ ଅନବରତ ଲାଗି ପଡ଼ିଛନ୍ତି, ଏଠାରେ ଜାମ୍ମୁ-କାଶ୍ମୀରର ପୁଲିସ ହେଉ, ବେସାମରିକ ବାହିନୀର ଯବାନ ହୁଅନ୍ତୁ, ଆପଣ ସମସ୍ତଙ୍କୁ ମୁଁ କହିବାକୁ ଚାହୁଁଛି କି ଜଟିଳ ପରିସ୍ଥିତିରେ ମଧ୍ୟ ଆପଣ ବେଶ ଭଲ କାର୍ଯ୍ୟ କରୁଛନ୍ତି । ଆପଣମାନଙ୍କ ଭିତରେ ଯେଉଁ ସୁ-ସଂପର୍କ ରହିଛି, ସହଯୋଗ ରହିଛି, ଏଥିପାଇଁ ଏହି ସମସ୍ତେ ହେଉଛନ୍ତି ବହୁତ-ବହୁତ ଧନ୍ୟବାଦର ପାତ୍ର । ବନ୍ୟା ହେଉ କିମ୍ବା ବରଫ ଝଡ଼ ଅବା ଅଗ୍ନିକାଣ୍ଡ ଭଳି ବିପଦ ହେଉ, ଅସୁବିଧାରେ ଫସି ରହିଥିବା ପ୍ରତ୍ୟେକ ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ସୁରକ୍ଷାବଳଙ୍କର ଯୋଗଦାନ ହେଉଛି ଅତୁଳନୀୟ । ଏଠାକାର ଜନତାଙ୍କ ପାଇଁ ସେମାନେ ଯାହା କିଛି ମଧ୍ୟ କରୁଛନ୍ତି, ଯାହା ମଧ୍ୟ କଷ୍ଟ ସହ୍ୟ କରୁଛନ୍ତି ତାହାର ଗୋଟିଏ-ଗୋଟିଏ ଛବି ଦେଶର ଜନତାର ମନ-ମସ୍ତିଷ୍କରେ ଆଚ୍ଛାଦିତ ହୋଇ ରହିଛି ।

ଭାଇ ଓ ଭଉଣୀମାନେ, ଦେଶର ଶହେ ପଚିଶ କୋଟି ଲୋକ ଆଜି ନିଉ ଇଣ୍ଡିଆର ସଙ୍କଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଜାମ୍ମୁ-କାଶ୍ମୀର ଏହି ନିଉ ଇଣ୍ଡିଆର ସବୁଠାରୁ ବଡ଼ ଚମକୁଥିବା ତାରକା ହୋଇ ପାରିବ । କୌଣସି କାରଣ ନାହିଁ କି ଜାମ୍ମୁ-କାଶ୍ମୀରରେ ଦେଶର ସବୁଠାରୁ ଭଲ ଶିକ୍ଷା ସଂସ୍ଥାନ, ସବୁଠାରୁ ଭଲ ହାସପାତାଳ, ସବୁଠାରୁ ଭଲ ସଡ଼କ, ସବୁଠାରୁ ଆଧୁନିକ ବିମାନବନ୍ଦର ନ ହେଉ । କୌଣସି କାରଣ ନାହିଁ କି ଏଠାକାର ଆମର ପିଲାମାନେ ଭଲ ଡାକ୍ତର ହୋଇପାରିବେନି, ଭଲ ଇଂଜିନିୟର ହୋଇପାରିବେନି, ଭଲ ପ୍ରଫେସର ହୋଇପାରିବେନି ଆଉ ଭଲ ଅଧିକାରୀ ହୋଇପାରିବେନି, କୌଣସି କାରଣ ନାହିଁ ।

ସାଥୀଗଣ, ବହୁତ ଗୁଡ଼ିଏ ଶକ୍ତି ରହିଛନ୍ତି, ଯେଉଁମାନେ ଚାହାଁନ୍ତି ନାହିଁ କି ଜାମ୍ମୁ-କାଶ୍ମୀରର ବିକାଶ ହେଉ, ଏଠାକାର ଲୋକମାନଙ୍କର ଜୀବନ ହସଖୁସିଭରା ହେଉ, କିନ୍ତୁ ସାଥୀଗଣ, ଆମକୁ ଏହି ବିଦେଶୀ ଶକ୍ତି ମାନଙ୍କୁ ଜବାବ ଦେଇ ଆଗକୁ ବଢ଼ି ଚାଲିବାର ଅଛି ।

ଏଠାରେ ମେହବୁବା ମୁଫ୍ତି ମହାଶୟାଙ୍କ ନେତୃତ୍ୱରେ ଚାଲୁଥିବା ପିଡିପି-ବିଜେପି ମେଣ୍ଟ ସରକାର ଆଉ କେନ୍ଦ୍ରର ଏନ୍ଡିଏ ସରକାର ନିରନ୍ତର ଏଭଳି ଯୁବକମାନଙ୍କୁ ମୁଖ୍ୟଧାରାକୁ ଆଣିବାର ପ୍ରୟାସ କରୁଛନ୍ତି, ଯେଉଁମାନେ ବିଦେଶୀ ଦୁଷ୍ପ୍ରଚାର ଦ୍ୱାରା ପ୍ରଭାବିତ ହୋଇ ନିଜର ହିଁ ପବିତ୍ର ମାଟି ଉପରେ ପ୍ରହାର କରୁଛନ୍ତି ।

ସାଥୀଗଣ, ଶାନ୍ତି ଆଉ ସ୍ଥାୟୀତ୍ୱର କୌଣସି ବିକଳ୍ପ ହୋଇ ନ ପାରେ । ମୋର ଅନୁରୋଧ ହେଉଛି କି ଯେଉଁ ଯୁବକମାନେ ରାସ୍ତା ଭୁଲି ଯାଇଛନ୍ତି, ସେମାନେ ମୁଖ୍ୟଧାରାକୁ ଫେରି ଆସନ୍ତୁ । ଏହା ହେଉଛି ମୁଖ୍ୟଧାରା, ସେମାନଙ୍କର ମାତା-ପିତା, ସେମାନଙ୍କର ପରିବାର । ଏହି ମୁଖ୍ୟଧାରା ହେଉଛି ଜାମ୍ମୁ-କାଶ୍ମୀରର ବିକାଶରେ ସେମାନଙ୍କର ସକ୍ରିୟ ଯୋଗଦାନ । ଏହି ଯୁବ ପିଢି ଉପରେ ହିଁ ଦାୟିତ୍ୱ ରହିଛି ଜାମ୍ମୁ-କାଶ୍ମୀରର ଗୌରବ ବୃଦ୍ଧି କରିବା । ଜାମ୍ମୁ-କାଶ୍ମୀରରେ ଏତେ ସବୁ ସାଧନ ରହିଛି, ଏତେ ସବୁ ସଂସାଧନ ରହିଛି, ଏତେ ସାମର୍ଥ୍ୟ ରହିଛି ଯେ, କୌଣସି କାରଣ ନାହିଁ କି ଜାମ୍ମୁ-କାଶ୍ମୀର, ଭାରତର ନିଜର ଅନ୍ୟ ସବୁ ଅଂଚଳଠାରୁ ତିଳେ ହେଲେ ମଧ୍ୟ ପଛରେ ରହୁ । ପଥଭ୍ରଷ୍ଟ ଯୁବକମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରତିଟି ପଥର, ପ୍ରତିଟି ଅସ୍ତ୍ର, ତାଙ୍କର ନିଜର ଜାମ୍ମୁ-କାଶ୍ମୀରକୁ ଅସ୍ଥିର କରୁଛି ।

ରାଜ୍ୟକୁ ଏବେ ଏହି ଅସ୍ଥିରତାର ବାତାବରଣ ଭିତରୁ ବାହାରକୁ ଆଣିବାକୁ ହିଁ ହେବ । ଭବିଷ୍ୟତ ପାଇଁ, ନିଜର ଆଗାମୀ ପିଢିଙ୍କ ପାଇଁ, ସେମାନଙ୍କୁ କେବଳ କାଶ୍ମୀର ହିଁ ନୁହେଁ, ଭାରତର ବିକାଶର ମୁଖ୍ୟଧାରା ସହିତ ମଧ୍ୟ ଯୋଡ଼ିବାକୁ ହିଁ ହେବ । ହଜାର ହଜାର ବର୍ଷ ଧରି, ଆମେ ହେଉଛେ ଏକ ଭାରତ ମାଆର ସନ୍ତାନ । ଦୁନିଆର କୌଣସି ଏଭଳି ଶକ୍ତି ନାହିଁ, ଯାହା ଭାଇକୁ ଭାଇଠାରୁ ଦୂର କରି ପାରିବ । ମାଆର କ୍ଷୀରରେ କେବେ ହେଲେ କୌଣସି ପ୍ରଭେଦ ହୋଇ ନ ପାରେ । ଯେଉଁ ଲୋକମାନେ ଦଶକ ଦଶକ ଧରି ଏହି ପ୍ରୟାସରେ ଲାଗି ରହିଥିଲେ, ସେମାନେ ଏବେ ନିଜେ ବିଖଣ୍ଡିତ ହେବାର ଦ୍ୱାରରେ ଆସି ଉପନୀତ ।

ଭାଇ ଓ ଭଉଣୀମାନେ, ମୁଁ ପୁଣି ଥରେ କହିବି, ଗତ ବର୍ଷ ମୁଁ ଦିପାବଳୀ ଗୁରେଜରେ ବିତାଇଥିଲି ତ ଏ ବର୍ଷ ରମଜାନ ଅବସରରେ, ଏଠାରେ ଆପଣ ମାନଙ୍କ ଗହଣରେ ଅଛି । ଏହା ତ ହେଉଛି କାଶ୍ମୀରର ଭାବନା, ଏହା ତ ହେଉଛି ଏହି ମାଟିର ଦେଶ ଆଉ ଦୁନିଆକୁ ଦାନ । ଏଠାରେ ସମସ୍ତଙ୍କର ସ୍ୱାଗତ, ଏଠାରେ ସମସ୍ତଙ୍କର ସକ୍ରାର । ଏହା ହେଉଛି ସେହି ପରମ୍ପରାର ମାଟି ଯାହା ଦେଶ ଦୁନିଆରେ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଏହି ମାଟିକୁ ପନ୍ଥ ଆଉ ସମ୍ପ୍ରଦାୟରୁ ଅଧିକ ପରମ୍ପରା ପ୍ରଭାବିତ କରିଛି । ତେଣୁ-

କାଶ୍ମୀରିୟାତକୁ ଅଟଳ ବିହାରୀ ବାଜପାୟୀ ମହାଶୟ ମଧ୍ୟ ଆଦର କରୁଥିଲେ ଆଉ ଏହି ମୋଦୀ ମଧ୍ୟ କାଶ୍ମୀରିୟାତକୁ ସମ୍ମାନ କରୁଛନ୍ତି ।

ଆଉ ମୁଁ ତ ଲାଲକିଲ୍ଲାରୁ ମଧ୍ୟ କହିଥିଲି କି :-

ନା ଗୁଳି ଦ୍ୱାରା ସମସ୍ୟାର ସମାଧାନ ହେବ, ନା ଗୁଳି ଦ୍ୱାରା ସମସ୍ୟାର ଅନ୍ତ ହେବ, ପ୍ରତ୍ୟେକ କାଶ୍ମୀରୀଙ୍କୁ ଆଲିଙ୍ଗନ କଲେ ସମସ୍ୟାର ସମାଧାନ ହେବ ।

ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ପାଖରେ ନୀତି ମଧ୍ୟ ରହିଛି, ଉଦ୍ଦେଶ୍ୟ ମଧ୍ୟ ରହିଛି, ଆଉ ନିଷ୍ପତ୍ତି ନେବାରେ ଆମେ କେବେ ହେଲେ ମଧ୍ୟ ପଛଘୁଂଚା ଦେଉନାହିଁ । ଛାତ୍ରମାନଙ୍କ ଉପରେ ରହିଥିବା ହଜାର ହଜାର ମୋକଦ୍ଦମାକୁ ପ୍ରତ୍ୟାହର କରିବାର ପ୍ରକ୍ରିୟା ହେଉ କିମ୍ବା ଏବେ ରମଜାନ୍ ର ଏହି ପବିତ୍ର ମୁବାରକ୍ ମାସରେ ନିଆ ଯାଇଥିବା ଅସ୍ତ୍ର ବିରତିର ନିଷ୍ପତ୍ତି ହେଉ, ତାହାର ପଛରେ ରହିଥିବା ଉଦ୍ଦେଶ୍ୟ ଏହା ଯେ, କାଶ୍ମୀରର ପ୍ରତ୍ୟେକ ଯୁବକଙ୍କୁ, ଏଠାକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ଥାୟିତ୍ୱ ମିଳୁ, ସ୍ଥିରତା ମିଳୁ ଆଉ ବିକାଶ ମିଳୁ ।

ସାଥୀଗଣ, ଏହା କେବଳ ଅସ୍ତ୍ର ବିରତି ନୁହେଁ, ଏହା ହେଉଛି ଇସଲାମ୍ ନାମରେ ଆତଙ୍କବାଦ ଖେଳାଉଥିବା ଲୋକଙ୍କୁ ଜାଗ୍ରତ କରିବାର ହେଉଛି ଏକ ମାଧ୍ୟମ ମଧ୍ୟ । ମୁଁ ବୁଝୁଛି କି ଜାମ୍ମୁ-କାଶ୍ମୀରର ଲୋକମାନେ ଏହି କଥାକୁ ଲକ୍ଷ୍ୟ କରୁଛନ୍ତି କି କିପରି ସେମାନଙ୍କୁ ଭ୍ରମରେ ରଖିବାର ଚେଷ୍ଟା କରାଯାଉଛି । ସ୍ଥିରତାର ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସରକାର ଏକ ପ୍ରତିନିଧିଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ସେ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ଠାରୁ, ଏଠାକାର ଭିନ୍ନ-ଭିନ୍ନ ସଂଗଠନ-ସଂସ୍ଥାଗୁଡ଼ିକୁ ସାକ୍ଷାତ କରୁଛନ୍ତି । ଆଉ ମୁଁ ଚାହୁଁଛି କି ଯାହା ମଧ୍ୟ ନିଜର କଥା ରହିଛି ଯାଇଛି କୁହନ୍ତୁ । ପ୍ରତ୍ୟେକ ବ୍ୟକ୍ତି ସହିତ କଥାବାର୍ତ୍ତା କରି ସେ ଶାନ୍ତିର ପ୍ରକ୍ରିୟାକୁ ସୁଦୃଢ଼ କରିବାର ପ୍ରୟାସ ଜାରି ରଖିଛନ୍ତି ।

ଭାଇ ଓ ଭଉଣୀମାନେ, ସରକାର ନିଜ ତରଫରୁ କୌଣସି ଉପାୟ ଛାଡ଼ୁ ନାହାଁନ୍ତି । କିନ୍ତୁ କାଶ୍ମୀରିୟାତ ଏବଂ ଜାମ୍ମୁରିୟାତର ମେଣ୍ଟକୁ ବଜାୟ ରଖିବା ପାଇଁ ଆପଣମାନଙ୍କର ସମସ୍ତଙ୍କର ମଧ୍ୟ ଆଉ ମୁଁ ଜାମ୍ମୁ-କାଶ୍ମୀରର ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରୁଛି କି ଆପଣ ସମସ୍ତଙ୍କର ମଧ୍ୟ, ଏଠାକାର ସମସ୍ତ ମାତା-ପିତାଙ୍କର, ଏଠାକାର ଯୁବକମାନଙ୍କର, ବୁଦ୍ଧିଜୀବୀଙ୍କର ଏବଂ ଧର୍ମଗୁରୁଙ୍କର ହେଉଛି ସବୁଠାରୁ ବଡ଼ ଦାୟିତ୍ୱ ଏବଂ ସବୁଠାରୁ ବଡ଼ ଭୂମିକା ।

ମୁଁ ଚାହିଁବି କି ଆପଣ, ଆମେ, ସମସ୍ତେ ନିଜର ସମସ୍ତ ଶକ୍ତି କେବଳ ଏବଂ କେବଳ ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ବିନିଯୋଗ କରିବା । ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ବିବାଦ, ପ୍ରତ୍ୟେକ ମତଭେଦର, ତାହାର ସମାଧାନ ହେଉଛି ଗୋଟିଏ- ବିକାଶ, ବିକାଶ ଆଉ କେବଳ ମାତ୍ର ବିକାଶ ।

ନିଉ ଇଣ୍ଡିଆ ସହିତ ହିଁ ନିଉ ଜାମ୍ମୁ-କାଶ୍ମୀର, ଶାନ୍ତ ଆଉ ସମୃଦ୍ଧ ଜାମ୍ମୁ-କାଶ୍ମୀର ପରିବର୍ତ୍ତିତ ଭାରତର ବିକାଶର ଗାଥାକୁ ଆହୁରି ଅଧିକ ସୁଦୃଢ଼ କରିବ, ଆଉ ଏଭଳି ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଆଉ ମୁଁ ଏହି ବିଶ୍ୱାସର ସହିତ ଆପଣମାନଙ୍କ ମଧ୍ୟରେ ମୋର ଭାବନାକୁ ଖୋଲିଖୋଲି ଭାବେ ବ୍ୟକ୍ତ କରୁଛି । ନିଜର କଥାକୁ ଖୋଲିକରି କହୁଛି । ଆଉ ମୁଁ ଦୁନିଆର ଲୋକମାନଙ୍କୁ ମଧ୍ୟ କହୁଛି – ସମଗ୍ର ଦୁନିଆର ଦେଶ, ଯିଏ ମଧ୍ୟ ଏହି ରାସ୍ତାରେ ଚାଲି ପଡ଼ିଛନ୍ତି, ସେ ସମସ୍ତେ ଅନୁତାପ କରୁଛନ୍ତି । ସମସ୍ତେ ଫେରୁଛନ୍ତି । ସେମାନେ ଫେରିବାର ରାସ୍ତା ଖୋଜୁଛନ୍ତି । ଆଉ ଏଥିପାଇଁ ହସଖୁସିର ଜୀବନ, ଭ୍ରାତୃଭାବ ଜୀବନ, ଶାନ୍ତି ଏବଂ ସମୃଦ୍ଧିର ଜୀବନ, ସୁଖଶାନ୍ତିର ଜୀବନ, ଏହି ପରମ୍ପରାକୁ ଆମକୁ ଆଗକୁ ବଢ଼ାଇବାର ଅଛି ଆଉ ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଅଭାବ ରହିବ ନାହିଁ । ଯେଉଁଠାରେ ଆବଶ୍ୟକ ହେବ ସମସ୍ତ ପଦକ୍ଷେପ ଉଠାଇ ଚାଲିବା । ଆପଣଙ୍କ ସମର୍ଥନ ଏବଂ ସହଯୋଗ ରହିବ, ଆମେ ଯେଉଁ ଇଚ୍ଛାକୁ ନେଇ ବାହାରିଛୁ ସେହି ଇଚ୍ଛାକୁ ଆମେ ପୂରଣ କରି ରହିବୁ ଆଉ ପୁଣି ଥରେ ଆମର ଏହି କାଶ୍ମୀର, ଆମର ଏହି ଜାମ୍ମୁ-କାଶ୍ମୀର, ଲେହ-ଲଦାଖ, ସମସ୍ତ ଅଂଚଳ ସମସ୍ତ ହିନ୍ଦୁସ୍ଥାନୀଙ୍କ ପାଇଁ ସେହି ମୁକୁଟ ମଣି ରୂପରେ ପ୍ରତ୍ୟେକଙ୍କୁ ସ୍ନେହର ସହିତ ଗଳାରେ ଲଗାଇବାର ସୁଯୋଗ ଦେବ ।

ଏହି ଭାବନା ସହିତ ସେଠା-ସେଠା ସୁକ୍ରିୟା (ବହୁତ ବହୁତ ଧନ୍ୟବାଦ) ସୁକ୍ରିୟା, ଅଜ ଦିୟୁ ଇଜାଜତ୍ (ଏବେ ବିଦାୟ ଦିଅନ୍ତୁ), ଖୁଦାଇ ଥଇ ନବ ଖୋସତ୍ ଖୁସହାଲ (ଖୁଦା ତୁମମାନଙ୍କୁ ନୂଆ ସୁଖ ଶାନ୍ତିରେ ରଖନ୍ତୁ) ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July auto retail sales hit record high on rising rural demand

Media Coverage

July auto retail sales hit record high on rising rural demand
NM on the go

Nm on the go

Always be the first to hear from the PM. Get the App Now!
...
PM to address the 57th Convocation Ceremony of IIT Delhi on 8th August
August 07, 2026
PM to present Institute's Highest Honours to Meritorious Students
PM to inaugurate Param Pragya, an AI-powered high-performance supercomputing facility established at Sonipat Campus of IIT Delhi

Prime Minister Shri Narendra Modi will participate in the 57th Convocation Ceremony of the Indian Institute of Technology (IIT) Delhi as the Chief Guest on 8 August 2026 at 11 AM. He will address over 3000 graduating students including 587 Ph.D. scholars who will be conferred their degrees during the ceremony.

Recognizing outstanding academic excellence, Prime Minister will present the Institute's most prestigious honours, including the President's Gold Medal, Director's Gold Medal, Shankar Dayal Sharma Gold Medal, and Perfect Ten Gold Medals to the meritorious students.

Further emphasising India's commitment to advancing cutting-edge research and artificial intelligence, Prime Minister will inaugurate Param Pragya, an AI-powered high-performance supercomputing facility established at the Sonipat Campus of IIT Delhi. The state-of-the-art facility is expected to significantly enhance the institute's capabilities in AI, data science, advanced computing, and interdisciplinary research.