CAs have a great role in making laws like bankruptcy code and insolvency, successful: PM Modi
Like the lawyers did during the freedom struggle, I urge the CAs to take the lead in the journey towards India’s economic growth: PM
On one hand, there is Swachh Bharat Abhiyaan & on the side other there is a movement to clean the menace of corruption: PM
Government would take tougher action against those helping hide black money: PM Modi

ନମସ୍ତେ!

ଶ୍ରୀମାନ୍ ନିଲେଶ୍ ବିକ୍ରମସେ, ଅଧ୍ୟକ୍ଷ Institute of Chartered Accountant of India (ICAI) ର ସମସ୍ତ ପଦାଧିକାରୀ, ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସମସ୍ତ ସାଥୀ ବନ୍ଧୁ, ଏଠାରେ ଏବଂ ସାରା ଦେଶର ପାଖାପାଖି 200 ସ୍ଥାନରେ ଉପସ୍ଥିତ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ରର ସମସ୍ତ ମହାନୁଭବ, ରାଜ୍ୟଗୁଡ଼ିକରେ ଉପସ୍ଥିତ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀ, ଆପଣ ସମସ୍ତଙ୍କୁ ଦିଲ୍ଲୀରେ ବର୍ଷା ମଧ୍ୟରେ ଏହି ଉନ୍ମାଦନା ଏବଂ ଉତ୍ସାହ ସହ ମୋର ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର  ।

ଆଜିର ଶୁଭ ଅବସରରେ ଯେଉଁମାନଙ୍କୁ ସମ୍ମାନିତ କରାଯାଇଛି  । ଆଜି ଏହି ସଭାଗୃହରେ ଏବଂ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଆପଣମାନେ ଉପସ୍ଥିତ ଅଛନ୍ତି, ଉଦ୍ୟୋଗ ଏବଂ ବ୍ୟବସାୟ ସହିତ ଜଡ଼ିତ ମହାନୁଭବ, ଟିଭି ଏବଂ ରେଡିଓ ଦେଖୁଥିବା ଏବଂ ଶୁଣୁଥିବା ସମସ୍ତ ଦେଶବାସୀ, ଯୁବକ ବନ୍ଧୁ, ଭାଇ ଏବଂ ଭଉଣୀମାନେ  ।

ଆଜି Institute of Chartered Accountant of India (ICAI) ର ପ୍ରତିଷ୍ଠା ଦିବସ  । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ-ଅନେକ ଶୁଭକାମନା  । ଆଜି ଏହା ଏକ ଶୁଭ ସଂଯୋଗ ଯେ ଆଜି ଠାରୁ ହିଁ ଆପଣଙ୍କ ପ୍ରତିଷ୍ଠା ଦିବସ ଏବଂ ଭାରତର ଅର୍ଥ ଜଗତରେ ଏକ ନୂଆ ଯାତ୍ରାର ଆରମ୍ଭ ଦିବସ  । ଆଜି ଠାରୁ ଭାରତରେ ଜିଏସଟି (GST) ଅର୍ଥାତ୍ ଗୁଡ୍ ଣ୍ଡ ସିମ୍ପଲ୍ ଟେକ୍ସର ଆରମ୍ଭ ମଧ୍ୟ ହୋଇଛି  ।

ମୋ ପାଇଁ ଏହା ଖୁସିର କଥା ଯେ ଏହି ଐତିହାସିକ ଅବସରରେ ମୁଁ ଆପଣମାନଙ୍କ ଗହଣରେ ଉପସ୍ଥିତ ଅଛି  । ଏହା ମୋ ପାଇଁ ସୌଭାଗ୍ୟର ବିଷୟ  । ଯୁବକଗଣ, ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ର ସହିତ ଅନେକ ବର୍ଷ ଧରି ଯୋଡ଼ି ରହିଥିବା ସମସ୍ତ ମହାନୁଭବ, ଆପଣଙ୍କୁ ଦେଶର ସଂସଦ ଏକ ପବିତ୍ର ଅଧିକାର ଦେଇଛି  । ସେଇଠି ଖାତାରେ ଠିକ୍ କୁ ଠିକ୍ ଏବଂ ଭୁଲ୍ କୁ ଭୁଲ୍ ବୋଲି ପ୍ରାମାଣିକତା ଦେବାର, ଅଡିଟ୍ କରିବାର, ଏହି ଅଧିକାର କେବଳ ଏବଂ କେବଳ ଆପଣଙ୍କ ପାଖରେ ରହିଛି  । ଯେପରି ଡାକ୍ତର ସମାଜର ଏବଂ ବ୍ୟକ୍ତିର ଶାରୀରିକ ସ୍ୱାସ୍ଥ୍ୟର ଚିନ୍ତା କରିଥାନ୍ତି ସେହିପରି ଆପଣଙ୍କ ଉପରେ ସମାଜର ଆର୍ଥିକ ସ୍ୱାସ୍ଥ୍ୟର ଉତ୍ତରଦାୟିତ୍ୱ ରହିଛି  । ଏବଂ କୌଣସି ଡାକ୍ତର ଏପରି ନଥିବେ ଯେ ସେମାନେ ଲୋକଙ୍କୁ କହୁଥିବେ ଏହା ଖାଅ ନାହିଁ, ତାହା ଖାଅ ନାହିଁ... ଏପରି କର, ସେପରି କର କାରଣ ଆପଣ ଅସୁସ୍ଥ ହୋଇଯିବେ ଏବଂ ମୋର ଆମଦାନୀ ବଢ଼ିଯିବ  । ଡାକ୍ତର ଜାଣିଥାନ୍ତି ଯେ କେହି ରୋଗୀ ହେଲେ ହିଁ ତାଙ୍କ ଜୀବିକା ଚାଲିବ  । ତଥାପି ଡାକ୍ତର କହିଥାଏ ଯେ ଆପଣ ସୁସ୍ଥ ରହିବା ଲାଗି ଏହା କରିବ, ଏହି ଅନୁପାନ ଖାଇବ, ଜାଗିରଖି ଚଳିବ  । ମୋ ସାଥୀଗଣ, ସମାଜର ଆର୍ଥିକ ବ୍ୟବସ୍ଥା ସୁସ୍ଥ ରହୁ ସେଥିରେ ଭୁଲ୍ ଜିନିଷ ପ୍ରବେଶ ନକରୁ, ଏହା ଆପଣମାନେ ଦେଖିଥାନ୍ତି  । ଆପଣମାନେ ଦେଶର ଅର୍ଥତନ୍ତ୍ରର ଏକ ବଡ଼ ସ୍ତମ୍ଭ ଏବଂ ସେଥିପାଇଁ ଆପଣମାନଙ୍କ ଗହଣକୁ ଆସିବା ମୋ ପାଇଁ ମଧ୍ୟ ଏକ ଶିକ୍ଷା ଏବଂ ଦୀକ୍ଷା ଗ୍ରହଣ କରିବାର ଅବସର  । ସାରା ବିଶ୍ୱରେ ଭାରତର ଚାଟାର୍ଡ ଏକାଉଣ୍ଟାଣ୍ଟମାନଙ୍କ ବୁଦ୍ଧିମତ୍ତା ଏବଂ ଚମତ୍କାର ଆର୍ଥିକ କୌଶଳ ପ୍ରସିଦ୍ଧି ଲାଭ କରିଛି  । ଆଜି ମୋତେ ସୁଯୋଗ ମିଳଛି ଯେ ନୂଆ ଚାର୍ଟାର୍ଡ ଏକାଉଣ୍ଟାନ୍ସୀ କୋର୍ସ ପାଠ୍ୟଖସଡାର ଆରମ୍ଭ କରିବା ଲାଗି  । ଆପଣଙ୍କ ଡାଇନାମିକ୍ କୋର୍ସ ଏବଂ ପରୀକ୍ଷାର ସତ୍ୟନିଷ୍ଠତା ଏହା ହିଁ ପରିଚୟ  । ମୁ ଆଶା କରୁଛି ଯେ ନୂଆ କୋର୍ସ ଏହି ପ୍ରଫେସନକୁ ଆସୁଥିବା ନୂଆ ଲୋକଙ୍କ ଆର୍ଥିକ ଦକ୍ଷତା ବା ସାମର୍ଥ୍ୟକୁ ଆହୁରି ମଜଭୂତ କରିବ  । ଏବଂ ମୁଁ ଏବେ ମୋର Institution ଏବଂ ମାନବ ସମ୍ବଳ ବିକାଶରେ ଯେଉଁ ଗ୍ଲୋବାଲ୍ ବେଞ୍ଚମାର୍କ ରହିଛି ବୈଶ୍ଵିକ ଆବଶ୍ୟକତା ରହିଛି ତାହାର ଅନୁରୂପ ଆମ ମାନବ ସମ୍ବଳକୁ ବିକଶିତ କରିବା ଦିଗରେ ଆମକୁ ଲଗାତାର ଡାଇନାମିକ୍ ବ୍ୟବସ୍ଥା ବିକଶିତ କରିବାକୁ ହେବ  । ଆମ କୋର୍ସରେ ଏକାଉଣ୍ଟସ କ୍ଷେତ୍ରରେ ଟେକ୍ନୋଲଜି ବିଷୟ କିପରି ଅଣାଯିବ, ଆମର କେତେଜଣ ଚାର୍ଟାର୍ଡ ନ୍ୟୁଟ୍ରାଲ୍ ଫାର୍ମ, ଟେକ୍ନୋଲଜିରେ କ’ଣ ଇନୋଭେସନ୍ କରାଯିବ, ଏକାଉଣ୍ଟାଣ୍ଟ ଫିଲ୍ଡ ଇନୋଭେସନ୍, ନୂଆ-ନୂଆ ସଫ୍ଟୱେରରେ ମଧ୍ୟ ଏକ ବଡ଼ ମାର୍କେଟ୍ ଆପଣଙ୍କୁ ଅପେକ୍ଷା କରିଛି  ।

ପ୍ରିୟ ସାଥୀ ଗଣ, ଆମ ଶାସ୍ତ୍ରରେ ଚାରି ପୁରୁଷାର୍ଥ କଥା କୁହାଯାଇଛି  ।

ଆମ ଶାସ୍ତ୍ରରେ ଚାରି ପୁରୁଷାର୍ଥ କଥା ଚର୍ଚ୍ଚା କରାଯାଇଛି  । ଧର୍ମ, ଅର୍ଥ, କାମ, ମୋକ୍ଷ! ଆପଣ କେବେ ଭାବିଛନ୍ତି ଯେ ଯେଭଳି ଧର୍ମ ଏବଂ ମୋକ୍ଷର ଚର୍ଚ୍ଚା କଲେ ଆମ ଆଖି ସାମ୍ନାକୁ ମୁନି ଋଷି ଆସିଯାଆନ୍ତି  । ସେହି ତୁଳନାରେ ଅର୍ଥଜଗତର କାରବାର ମଧ୍ୟ ଆପଣଙ୍କ ହାତରେ ରହିଛି  । ସେହି ସମାନ ରହିଛି  । ଏବଂ ସେଥିପାଇଁ ଯଦି ଆପଣମାନଙ୍କୁ ମୁଁ ଅର୍ଥଜଗତର ଋଷିମୁନି କହିବି ତା’ହେଲେ ଭୁଲ୍ ହେବ ନାହିଁ  । ଯେତେ ମହତ୍ୱ ସେହି ଋଷିମୁନିଙ୍କର ରହିଛି ଯେଉଁମାନେ ମୋକ୍ଷର ମାର୍ଗ ଦେଖାଇଛନ୍ତି । ସେତିକି ମହତ୍ୱ ମାନବ ଜୀବନରେ, ଅର୍ଥବ୍ୟବସ୍ଥାରେ, ଆପଣମାନଙ୍କ ମାର୍ଗଦର୍ଶନରେ ରହିଛି  । ଅର୍ଥର ଠିକ୍ ଆଚରଣ କ’ଣ କେଉଁ ମାର୍ଗ ଠିକ୍  । ସେହି ମାର୍ଗ ଦେଖାଇବା ଦାୟିତ୍ୱ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଫିଲ୍ଡ ସହ ଜଡ଼ିତ ପ୍ରତ୍ୟେକ ଛୋଟ-ବଡ଼ ଲୋକଙ୍କର ରହିଛି  ।

ମୋର ପ୍ରିୟ ସାଥୀ ଗଣ ଯେଉଁ ସ୍ନେହ ମୋତେ ଆପଣମାନେ ଦେଇଛନ୍ତି, ଯେପରି ଆପଣମାନେ ମୋର ଉତ୍ସାହ ବଢ଼ାଇଛନ୍ତି ଏହା ଆପଣଙ୍କ ସ୍ନେହ, ଯାହା ମୋତେ ଆଜି ମନ ଖୋଲି କିଛି କଥା କହିବା ଲାଗି ପ୍ରେରଣା ଯୋଗାଉଛି  । ମୋର ଏବଂ ଆପଣଙ୍କ ଦେଶ ଭକ୍ତିରେ କୌଣସି ଅଭାବ ନାହିଁ  । ମୁଁ ଯେତିକି ଦେଶକୁ ଆଗକୁ ନେବା ଲାଗି ଚାହୁଁଛି ଆପଣମାନେ ମଧ୍ୟ ଏହି ଦେଶକୁ ଆଗେଇ ନେବାକୁ ଚାହୁଁଛନ୍ତି  । କିନ୍ତୁ କେତେକ ବାସ୍ତବତା ରହିଛି  । ଯାହା କେବେ କେବେ ଚିନ୍ତା କରିବା ଲାଗି ବାଧ୍ୟ କରିଥାଏ  । ଆପଣମାନେ ଯେଉଁ ପୁରୁଣା ଅଭିଜ୍ଞତାସମ୍ପନ୍ନ ଲୋକମାନେ ଅଛନ୍ତି ତାଙ୍କ ଠାରୁ ଶୁଣିଥିବେ ଯେ ଯଦି କୌଣସି ଘରେ ନିଆଁ ଲାଗିଯାଏ, ପରିବାରର ସମ୍ପତ୍ତି ସମ୍ପୂର୍ଣ୍ଣ ପୋଡ଼ିଯାଏ, କହନ୍ତି ଯେ ସେହି ପରିବାର ସ୍ୱପୁରୁଷାର୍ଥ ଦ୍ୱାର ଖୁବଶୀଘ୍ର ପୁଣିଥରେ ଉଠି ଛିଡ଼ା ହୋଇଥାଏ । କଷ୍ଟ ହୋଇଥାଏ ଯେ କେବେ କେବେ, କିନ୍ତୁ ସେମାନେ ପୁଣିଥରେ ଉଠି ନିଜ କାରବାର ଆରମ୍ଭ କରିନେଇଥାନ୍ତି  । ସମୟ ଥାଉ ଥାଉ ସଂକଟରୁ ବାହାରି ଆସିଥାନ୍ତି  । କିନ୍ତୁ ଆମର ବୟୋଜ୍ୟେଷ୍ଠ ଲୋକମାନେ କହିଥାନ୍ତି ନିଆଁ ଲାଗିବା ପରେ ଘର ଠିଆ କରିବାକୁ ହେଲେ ପରିବାର ଟିକସ ଦେଇଥାଏ, କିନ୍ତୁ ପରିବାର କୌଣସି ସଦସ୍ୟ ଯଦି ଚୋରି କରିବାର ଅଭ୍ୟାସ ରଖିଥାଏ, ତା’ହେଲେ ପରିବାର କେବେ ଉଠି ଛିଡ଼ା ହୋଇପାରିନଥାଏ  । ଭାଇ ଓ ଭଉଣୀମାନେ ପୁରା ପରିବାର ଚୋରି କରିନଥାଏ । ପରିବାରର ଜଣେ ଅଧେ ସଦସ୍ୟ ପରିବାରର ନିୟମ ମଝିରେ ମଝିରେ ଭାଙ୍ଗି ଦେଇଥାନ୍ତି, ଯାହାଦ୍ୱାରା ପୂରା ପରିବାର ସମାପ୍ତ ହୋଇଯାଇଥାଏ  ।

ତାହାକୁ ଠିକ୍ କରୁଥିବା ମୋର ସାଥୀଗଣ ଏପରି କୌଣସି ଦେଶ ବଡ଼ ବଡ଼ ସଂକଟରୁ ନିଜକୁ ଉଦ୍ଧାର କରିପାରିଥାଏ  । ବନ୍ୟା ହେଉ, ଭୂକମ୍ପ ହେଉ, କୌଣସି ସଂକଟ ଆସୁ ଦେଶର ଜନତା ଜନାର୍ଦ୍ଦଙ୍କ ଠାରେ ସାମର୍ଥ୍ୟ ଥିଲେ ଶାସନ ବ୍ୟବସ୍ଥା ଓ ଜନତା ମିଶି ସଂକଟରୁ ବାହାରକୁ ବାହାରି ଆସିଥାନ୍ତି । କିନ୍ତୁ ସେହି ଦେଶରେ କିଛି ଲୋକ ଚୋରି କରିବାର ଅଭ୍ୟାସ ରଖିଥିଲେ, ଯେପରି ପରିବାର ଉଠି ଛିଡ଼ା ହୋଇପାରିନଥାଏ, ସେପରି ସେହି ଦେଶ ସେହି ସମାଜ ମଧ୍ୟ ଉଠି ଛିଡ଼ା ହୋଇପାରିନଥାଏ । ସାରା ସ୍ୱପ୍ନ ଭାଙ୍ଗିଯାଇଥାଏ ବିକାଶ ଅଟକିଯାଇଥାଏ । କିଛି ମାତ୍ର ଲୋକ ଥାଆନ୍ତି ଯେଉଁମାନେ ଏହି ପ୍ରଗତିକୁ ଅଟକାଇବାର କାମ କରି ଚାଲିଥାଆନ୍ତି  । ଏପରି ଲୋକଙ୍କ ବିରୋଧରେ ସରକାର ଗତ ତିନି ବର୍ଷ ମଧ୍ୟରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି  । ନୂଆ ଆଇନ ପ୍ରଣୟନ କରିଛନ୍ତି, ପୁରୁଣା ଆଇନକୁ ଆହୁରି କଠୋର କରାଯାଇଛି  । କେତେକ ରାଷ୍ଟ୍ର ସହିତ ବୁଝାମଣା କରାଯାଇଛି  । ପୁରୁଣା ଯେଉଁ ବୁଝାମଣା ଥିଲା ସେଥିରେ ପରିବର୍ତ୍ତନ କରାଯାଇଛି  । ବିଦେଶରେ କଳାଧନ ବିରୋଧରେ  କାର୍ଯ୍ୟାନୁଷ୍ଠାର କ’ଣ ପ୍ରଭାବ ପଡ଼ିଛି ତାହାର ପ୍ରମାଣ ସ୍ୱିସ୍ ବ୍ୟାଙ୍କର ସଦ୍ୟ ତଥ୍ୟରୁ ଜଣାପଡ଼ିଯାଉଛି  ।

ସ୍ୱିସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତୀୟଙ୍କ ଦ୍ୱାରା ଜମା ରାଶି ଏବେ ସବୁଠୁ କମ ରେକର୍ଡ ସ୍ତରରେ ପହଂଚିଛି  । ତିନି ବର୍ଷ ପୂର୍ବେ 1987 ରେ ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ କୌଣସି ଦେଶର ଲୋକ କେତେ ଟଙ୍କା ସେଠାରେ ଜମା କରୁଛନ୍ତି  । ଗତ ବର୍ଷ ଯେଉଁ ରିପୋର୍ଟ ଏବେ ପ୍ରକାଶ ପାଇଛି ସେଥିରେ ଥିବା ତଥ୍ୟ ମୁତାବକ ଭାରତୀୟଙ୍କ ଯେଉଁ ଟଙ୍କା ଜମା ରହିଛି, ସେଥିରେ ନୂଆ ନୁହେଁ ପୁରୁଣା, ସେଥିରେ 45% ହ୍ରାସ ଦେଖାଦେଇଛି  । 2014ର ଯେଉଁଦିନ ମୋତେ ଆପଣ କାମ ଦେଇଥିଲେ, ସେହି ଦିନ ଠାରୁ 2014 ଠାରୁ ହିଁ ହ୍ରାସର ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ତାହା ଆହୁରି ଦ୍ରୁତ ହୋଇଛି  । ଆହୁରି ଆପଣମାନେ ଜାଣି ଦୁଃଖୀ ଏବଂ ଆଶ୍ଚର୍ଯ୍ୟ ହେବ ଯେ 2013 ର ସ୍ୱିସ୍ ବ୍ୟାଙ୍କ ରେକର୍ଡ କହୁଛି 42% ବୃଦ୍ଧି ରହୁଥିଲା । 42 ପ୍ରତିଶତ ବୃଦ୍ଧି ଥିଲା । ଭାଇ ଓ ଭଉଣୀମାନେ ଏବେ ଠାରୁ ଦୁଇ ବର୍ଷ ପରେ ଯେତେବେଳେ ସ୍ୱିଜରଲାଣ୍ଡର ରିଅଲ୍-ଟାଇମ୍ ଡାଟା ମିଳିବ ସେତେବେଳେ ବିଦେଶରେ କଳାଧନ ଜମା କରୁଥିବା ଲୋକଙ୍କ ସମସ୍ୟା ଆହୁରି ବଢ଼ିବାକୁ ଲାଗିବ । ଆପଣଙ୍କ ଟଙ୍କା ସେହି ଯୋଗ୍ୟ ହୋଇନଥିବ ମୋର ବିଶ୍ୱାସ ରହିଛି, କିନ୍ତୁ ଆପଣଙ୍କ ପ୍ରତି ମୋର ଏତେ ସ୍ନେହ ରହିଛି ମୁଁ କହୁଛି ସେମାନଙ୍କ କାନରେ କହି ଦିଅନ୍ତୁ  ।

ସାଥୀଗଣ ମୁଁ ଦେଶରେ ଏକପ୍ରକାର ସ୍ୱଚ୍ଛତା ଅଭିଯାନ ମଧ୍ୟ ଚଳାଉଛି ଏବଂ ଅନ୍ୟପଟେ ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଚଳାଇଛି  । ଏ ଦେଶରେ 8 ନଭେମ୍ବର ଆପଣଙ୍କୁ ଭଲ ଭାବେ ମନେ ରହିଥିବ । ବିମୁଦ୍ରୀକରଣର ନିଷ୍ପତ୍ତି ମଧ୍ୟ କଳାଧନ ଏବଂ ଭ୍ରଷ୍ଟାଚାର ବିରୋଧରେ ଏକ ବହୁତ ବଡ଼ ପଦକ୍ଷେପ ଥିଲା । ଏବଂ ମୁଁ ଶୁଣିଛି... ସତ କି ମିଛ ଆପଣମାନେ ଜାଣିଥିବେ  । ଏହା ମୁଁ ଶୁଣିଛି ଯେ 8 ନଭେମ୍ବର ପରେ ଆପଣମାନଙ୍କୁ ଅଧିକ କାମ କରିବାକୁ ପଡ଼ିଛି  । ଆପଣମାନଙ୍କୁ ଏତେ କାମ କରିବାକୁ ପଡ଼ିଛି ଯେ ଆପଣ ସାରା କ୍ୟାରିଅରରେ ସୁଦ୍ଧା ଏତେ କାମ କରିନଥିବେ  । ମୁଁ ଶୁଣିଛି ବହୁତ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ପେଶାର ଲୋକ ଦିପାବଳୀର ଛୁଟି କଟାଇବାକୁ ଯାଇଥିଲେ । ହୋଟେଲ୍ ବୁକ୍ ଥିଲା ଟଙ୍କା ଦେଇସାରିଥିଲେ  । କିନ୍ତୁ ସବୁକିଛି ବାତିଲ୍ କରି ଫେରିଆସିଲେ  । ଶୁଣିବାକୁ ମିଳିଥିଲା ଯେ କିଛି ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସାରା ରାତି ଅଫିସ ଚଳାଉଥିଲେ  । ଏମେ ମୁଁ ଜାଣିନାହିଁ ଯେ ଫେରିବା ପରେ ଆପଣ କେଉଁ କାମ କରିଛନ୍ତି  । ଠିକ୍ କରିଛନ୍ତି ନା ଭୁଲ୍ କରିଛନ୍ତି  । ଦେଶ ପାଇଁ କରିଛନ୍ତି ନା ଗ୍ରାହକଙ୍କ ପାଇଁ କରିଛନ୍ତି  । କିନ୍ତୁ ନିଶ୍ଚିତ ଭାବେ କରିଛନ୍ତି  ।

ସାଥୀଗଣ କଳାଧନ ବିରୋଧରେ ଏହି ସଫେଇ ଅଭିଯାନ ସମୟରେ ପ୍ରଥମ ଥର କିଛି କଥା ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହୁଁଛି । କାରଣ ଆପଣ ସେହି କଥାର ଶକ୍ତିକୁ ଠିକ୍ ଭାବେ ବୁଝିପାରିବେ  । ସରକାର ବ୍ୟାଙ୍କଗୁଡ଼ିକରେ ଯେଉଁ ଟଙ୍କା ଜମା ହୋଇଛି ତାହାର ଡାଟା ମାଇନିଂ ପାଇଁ ଏକ ବହୁତ ବଡ଼ ବ୍ୟବସ୍ଥା ଠିଆ କରିଛନ୍ତି । ଲଗାତାର ଡାଟା ମାଇନିଂ ଚାଲିଛି  । କେଉଁଠୁ ଟଙ୍କା ଆସିଲା, କେଉଁଠି ଜମା ହେଲା, କେଉଁଠିକୁ ଗଲା, କିପରି ଆସିଲା, 8 ନଭେମ୍ବର ପରେ କ’ଣ କ’ଣ ହେଲା, ବହୁତ କିଛି ଚାଲିଛି  । ଏହି ଯେଉଁ ଡାଟା ମାଇନିଂ ଚାଲିଛି ଏବେ ଆମେ କାହାକୁ ଧରି ପଚରାଉଚରା କରିନାହୁଁ  । କେବଳ ତଥ୍ୟର ଅଧ୍ୟୟନ କରିଛୁ  । ମୋର ପ୍ରିୟ ସାଥୀଗଣ ମୁଁ ପୂର୍ବରୁ କହିଛି ଆପଣଙ୍କ ଦେଶଭକ୍ତି ମୋର ଦେଶ ଭକ୍ତି ଠାରୁ କେବେହେଲେ କମ୍ ନୁହେଁ  । କିନ୍ତୁ ଆପଣ ଦେଖନ୍ତୁ ତିନି ଲକ୍ଷ ଠାରୁ ଅଧିକ ମୁଁ ଆଜି ପ୍ରଥମ ଥର ପାଇଁ ଏସବୁ କଥା କହୁଛି  । ଦେଶ ଏହାକୁ ଶୁଣି ଆଶ୍ଚର୍ଯ୍ୟରେ ପଡ଼ିବ  । ତିନି ଲକ୍ଷରୁ ଅଧିକ କମ୍ପାନୀ ପଞ୍ଜିକୃତ କମ୍ପାନୀ ଭଳି ସମ୍ମୁଖକୁ ଦେଖାଯାଉଛନ୍ତି ଯେଉଁମାନଙ୍କ କାରବାର ସନ୍ଦେହ ଘେରରେ ରହିଛି  । ପ୍ରଶ୍ନର ଘେରରେ, ସେମାନଙ୍କ ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା ହୋଇଛି  । ଏବଂ ଏହି ଯେତେ ଡାଟା ମାଇନିଂ ହୋଇଛି ସେଥିରେ ଯଥେଷ୍ଟ ମାଇନିଂ ବା ଖନନ ବାକି ଅଛି  ।

ଏହା 3 ଲକ୍ଷରୁ କେଉଁ ଆଡ଼କୁ ବଢ଼ିବ ମୁଁ କହିପାରିବି ନାହିଁ  । ଏବଂ ଯେତେବେଳେ ଏଗୁଡ଼ିକର ଯାଞ୍ଚ ଆରମ୍ଭ ହୋଇଥିଲା କେତେକ ଗମ୍ଭୀର ବିଷୟ ପଦାକୁ ଆସିଥିଲା  । ଏହି ତଥ୍ୟ ମୁଁ କହୁଛି ବୋଧହୁଏ ଏହା ସରକାରଙ୍କ ଚିନ୍ତାଧାରା କ’ଣ ରାଜନେତାଙ୍କ ଦମ୍ କେତେ, ତାହାର ଏକ ପରିଚୟ ମିଳିଯିବ  । ଗୋଟିଏ ପୂରା ସରକାର, ପୂରା ମିଡିଆ, ବ୍ୟବସାୟ ଜଗତ ସମସ୍ତଙ୍କ ଧ୍ୟାନ 30 ତାରିଖ ରାତି 12ଟା ବେଳେ କ’ଣ ହେବ ତାହା ଉପରେ ଥିଲା । 1 ଜୁଲାଇରେ କ’ଣ ହେବ ତାହା ଉପରେ ଥିଲା । 48 ଘଣ୍ଟା ପୂର୍ବରୁ 1 ଲକ୍ଷ କମ୍ପାନୀକୁ ଗୋଟିଏ ଝଟ୍କାରେ ହତାହତ କରିଦିଆଗଲା । ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ୍ ରୁ ଏମାନଙ୍କ ନାମ ହଟାଇ ଦିଆଗଲା । ଏହା ସାଧାରଣ ନିଷ୍ପତ୍ତି ନଥିଲା ବନ୍ଧୁଗଣ ରାଜନୀତି ଦୃଷ୍ଟିକୋଣରୁ ହିସାବ-କିତାବ କରୁଥିବା ଲୋକମାନେ ଏପରି ନିଷ୍ପତ୍ତି ନେଇପାରିବେ ନାହିଁ  । ରାଷ୍ଟ୍ରହିତ ପାଇଁ ବଞ୍ଚୁଥିବା ଲୋକ ଏପରି ନିଷ୍ପତ୍ତି ନେଇପାରିବେ  । ଏକ ଲକ୍ଷ କମ୍ପାନୀକୁ ଏକ ଝଟ୍କାରେ ଶେଷ କରିବାର ଶକ୍ତି ଦେଶଭକ୍ତିର ପ୍ରେରଣାରୁ ଆସିଥାଏ  । ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି ସେମାନଙ୍କୁ ଗରିବଙ୍କୁ ଫେରାଇବାକୁ ହେବ  ।

ଏହାବ୍ୟତୀତ ସରକାର 37,000 ରୁ - 38 ହଜାରରୁ ଅଧିକ ଶେଲ୍ (ଖୋଳ)କମ୍ପାନୀଗୁଡ଼ିକର ଚିହ୍ନଟ କରାଯାଇସାରିଲାଣି  । ଯେଉଁମାନେ କଳାଧନ ଲୁଚାଇବା, ଚାଲାଣ କରିବା, ଜଣାନାହିଁ କ’ଣ କ’ଣ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି  । ଆଇନ ଭାଙ୍ଗୁଥିବା କମ୍ପାନୀଗୁଡ଼ିକ ବିରୋଧରେ ଆଗାମୀ ଦିନରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ମୁଁ ଜାଣିଛି ଯେ କଳାଧନ ବିରୋଧରେ ଏକ କାର୍ଯ୍ୟାନୁଷ୍ଠାନରେ ନକଲି କମ୍ପାନୀଗୁଡ଼ିକୁ ଶେଷ କରିବା ଦ୍ୱାରା କେଉଁ ରାଜନୈତିକ ଦଳର କେତେ କ୍ଷତି ହେବ ତାହା ମୁଁ ଭଲଭାବେ ଜାଣିଛି  । କିନ୍ତୁ କାହାକୁ ନା କାହାକୁ ଦେଶ ପାଇଁ ଏହି ନିଷ୍ପତ୍ତି ତ’ ନେବାକୁ ହେବ  ।

ଚାଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ରର ମୋର ସାଥୀଗଣ ଆଜି ମୁଁ ଆପଣଙ୍କ ନିକଟକୁ ଆସିଛି, ପ୍ରତିଷ୍ଠା ଦିବସରେ ଆସିଛି  । ମୁ ଆପଣମାନଙ୍କୁ ନିବେଦନ କରୁଛି  । ଭୁଲ୍ କୁ ଠିକ୍ କରିବାର ଶକ୍ତି ଯାହା ହାତରେ ରହିଛି  । ବିମୁଦ୍ରୀକରଣ ପରେ ଜଣେ କେହି ତ’ ଥିବ ଯେ ଏସବୁ ଖୋଳ କମ୍ପାନୀକୁ ସହାୟତା କରିଛି  । ସେହି ଚୋର ଲୁଟେରା କମ୍ପାନୀ କେହି ନା କେହି ଆର୍ଥିକ ଡାକ୍ତରଙ୍କ ପାଖକୁ ସାହାଯ୍ୟ ପାଇଁ ନିଶ୍ଚିତ ଯାଇଥିବେ  । ମୁଁ ସମ୍ପୂର୍ଣ୍ଣ ଭାବେ ଜାଣିଛି ଯେ ଆପଣମାନଙ୍କ ମଧ୍ୟରୁ କାହା ପାଖକୁ ଆସିନଥିବେ । କିନ୍ତୁ କେଉଁଠିକୁ ହେଲେ ତ’ ଯାଇଥିବେ । ଯାହାପାଖକୁ ଯାଇଛି କ’ଣ ସେମାନଙ୍କୁ ଚିହ୍ନିବାକୁ ପଡ଼ିବ । ଯେଉଁମାନେ ଏପରି ଲୋକଙ୍କ ଆଙ୍ଗୁଳି ଧରିଛନ୍ତି ଯେଉଁମାନେ ଏପରି ଲୋକଙ୍କୁ ସାହାରା ଦେଇଛନ୍ତି, ଯେଉଁମାନେ ଏପରି ଲୋକଙ୍କ ରାସ୍ତା ଦେଖାଇଛନ୍ତି, କ’ଣ ଆପଣମାନଙ୍କ ପକ୍ଷେ ଲୋକଙ୍କ ଭିତରେ ବସିଥିବା ସେପରି ଲୋକଙ୍କୁ ଧରିବାର ଦାୟିତ୍ୱ ନୁହେଁ  । ସେମାନଙ୍କୁ ଟିକେ ସାଇଡ୍ କରିବାର ଆବଶ୍ୟକତା ରହିଛି ନା ନାହିଁ  । ସାଥୀଗଣ ମୋତେ କୁହାଯାଇଛି ଯେ ଆମ ଦେଶରେ ଦୁଇ ଲକ୍ଷ 73 ହଜାରରୁ ଅଧିକ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଅଛନ୍ତି  । ଆପଣଙ୍କ ସହିତ ଆର୍ଟିକଲଡ୍ ଆସିଷ୍ଟାଂଟ୍ସ୍ ମଧ୍ୟ ରହିଛନ୍ତି ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ପାଖାପାଖି ଦୁଇ ଲକ୍ଷ ହେବ । ଏବଂ ଯଦି ଆମେ ସମସ୍ତ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ , ଆର୍ଟିକଲ୍ ଆସିଷ୍ଟାଂଟ୍ସ୍ ଆପଣଙ୍କ ସ୍ୱଚ୍ଛ-ସୁଧାର କର୍ମଚାରୀ ଏ ସମସ୍ତଙ୍କୁ ମିଶାଇବା ତା’ହେଲେ ମୁଁ ଅନୁମାନ କରିପାରୁଛି ଯେ ଏହି ସଂଖ୍ୟା 8 ଲକ୍ଷରୁ ମଧ୍ୟ ଅଧିକ ହେବ  । ଆପଣଙ୍କ ପରିବାର ଏହି କ୍ଷେତ୍ରର ପରିବାର 8 ଲକ୍ଷରୁ ଅଧିକ  । ଅର୍ଥାତ୍ କେବଳ ଆପଣଙ୍କ ପେଶାରେ, ଏବେ ମୁଁ ଆପଣଙ୍କ ସମ୍ମୁଖରେ କେତେକ ତଥ୍ୟ ରଖୁଛି । କାରଣ ଆପଣ ତଥ୍ୟର କଥା ଖୁବଶୀଘ୍ର ବୁଝିଯାଇଥାନ୍ତି ଏବଂ ବୁଝାଇ ମଧ୍ୟ ଦେଇଥାନ୍ତି  ।

ଆମ ଦେଶରେ ଦୁଇ କୋଟିରୁ ଅଧିକ ଇଞ୍ଜିନିୟର ଏବଂ ମ୍ୟାନେଜମେଣ୍ଟ ଗ୍ରାଜୁଏଟ୍ ଥିବା ଅନୁମାନ କରାଯାଉଛି  । 8 ଲକ୍ଷରୁ ଅଧିକ ଡାକ୍ତର ମଧ୍ୟ ରହିଛନ୍ତି  । ଅର୍ଥାତ୍ ଯାହାକୁ କ୍ରିମ୍ ପେଶା ବୋଲି ଗ୍ରହଣ କରାଯାଉଛି ବହୁତ ସମ୍ମାନର ସହ ଦେଖାଯାଉଛି  । ସେପରି ଲୋକଙ୍କ ସଂଖ୍ୟା ଆମ ଦେଶରେ କୋଟି କୋଟି ରହିଛି  । ଯଦି ଦେଶର ତମାମ୍ ସହରରେ ନିର୍ମାଣ ହୋଇଥିବା ବଡ଼ ବଡ଼ ଭବ୍ୟ ଘରକୁ ମଧ୍ୟ ଯୋଡ଼ଯାଏ ତା’ହେଲେ ସେଗୁଡ଼ିକର ସଂଖ୍ୟା ମଧ୍ୟ କୋଟି କୋଟି ହେବ  । କେବଳ ସେତିକି ନୁହେଁ ଏହି ଏକ ତଥ୍ୟ ଆହୁରି ମଧ୍ୟ ରହିଛି ଯେ ଗତବର୍ଷ ଭାରତରୁ ବିଦେଶକୁ ବୁଲିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ଦୁଇ କୋଟି 18 ଲକ୍ଷ ଯେଉଁମାନେ ବିଦେଶରେ ବୁଲିବାକୁ ଯାଇଥିଲେ  । ଏହି ତଥ୍ୟ ଜାଣି ଏବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହା ପରେ ମଧ୍ୟ ଏପରି କେଉଁ କାରଣ ରହିଛି ଯେ ଆମ ଦେଶରେ ମାତ୍ର 32 ଲକ୍ଷ ଲୋକ ହିଁ ଏହା କହିଥାନ୍ତି ଯେ ସେମାନଙ୍କ ଆୟ ସେମାନଙ୍କ ଟିକସରେ 10 ଲକ୍ଷରୁ ଅଧିକ ଦର୍ଶାଯାଇଛି  । ଆପଣମାନଙ୍କ ମଧ୍ୟରୁ କେହି ଏଥିରେ ବିଶ୍ୱାସ କରିବ କି? କରିବ କି? ଭୁଲ୍ କୁ ଠିକ୍ କରୁଥିବା ମୁଁ ଆପଣମାନଙ୍କୁ ପଚାରୁଛି । କ’ଣ ଏ ଦେଶରେ 32 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଦଶ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି? ମୋର ପ୍ରିୟ ସାଥୀଗଣ ଏହା ଏ ଦେଶର କଠୋର ବାସ୍ତବତା । ଏହି ସଂଖ୍ୟା ଦେଶର ମାତ୍ର 32 ଲକ୍ଷ ଲୋକ ନିଜ ଆମଦାନୀ ଦଶ ଲକ୍ଷରୁ ଅଧିକ କହିଥାନ୍ତି  । ମୁଁ ବୁଝୁଛି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦେଶରେ ଯେଉଁମାନେ ଅଛନ୍ତି ବେତନରେ ଯେଉଁମାନଙ୍କ ସ୍ଥିର ଆୟ ରହିଛି ଯେଉଁମାନଙ୍କ ଦରମା ବାହାରୁଛି, ସରକାରୀ ଦରମା ମିଳୁଛି  । ସେମାନଙ୍କ ବ୍ୟତୀତ ଦେଶରେ କିଭଳି ସ୍ଥିତି ରହିଛି  । ଏବଂ ସେଥିପାଇଁ ଭାଇ ଓ ଭଉଣୀମାନେ ମୁ ଆଉ ଅଧିକ ତଥ୍ୟ ଦେବାକୁ ଚାହୁଁନାହିଁ  । କିନ୍ତୁ ଏଥିରୁ ଆପଣମାନେ ଜାଣିପାରିବେ ଯେ ଦେଶରେ କୋଟି କୋଟି ଗାଡ଼ି ପ୍ରତିବର୍ଷ କିଣାଯାଉଛି  । ଏବଂ ତଥାପି ଦେଶର ରାଜସ୍ୱରେ ନିଜ ଉତ୍ତରଦାୟିତ୍ୱ ଭରାଯିବ ନାହିଁ ଏହା ଠାରୁ ବଡ଼ ଚିନ୍ତାର ବିଷୟ ଆଉ କ’ଣ ହୋଇପାରେ  ।

ମୁଁ ଆଉ ଅଧିକ ତଥ୍ୟ ଦେବା ପରିବର୍ତ୍ତେ ଆଗକୁ ନିଜ କଥା ଆପଣଙ୍କୁ କହିବାକୁ ଚାହୁଁଛି  । ଯଦି ଆମର ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଭାଇ କୌଣସି ବ୍ୟକ୍ତି କିମ୍ବା ଗ୍ରାହକକୁ ସେତେବେଳେ ଟିକସ ଦେଇଥାଏ, ଯେତେବେଳେ ତାହାର ଆଖପାଖର ସମ୍ପୂର୍ଣ୍ଣ ପରିବେଶ ସକାରାତ୍ମକ ହୋଇଥିବ, ତା’କୁ ସଚ୍ଚୋଟତାର ସହିତ ଟିକସ ପରିଶୋଧ କରିବା ଲାଗି ପ୍ରେରଣା ଯୋଗାଇବ । ଯଦି ସେ ଏହା ଦେଖିବ ଯେ ତାକୁ ପରାମର୍ଶ ଦେଉଥିବା ବ୍ୟକ୍ତି ବା ସଂସ୍ଥା ସଚ୍ଚୋଟତା ଲୁଚାଇବା ପାଇଁ କହୁଛି, ତା’ହେଲେ ଭୁଲ୍ ରାସ୍ତାରେ ଯିବା ଲାଗି ସେ କେବେହେଲେ ଡରିବ ନାହିଁ  । ଏବଂ ସେଥିପାଇଁ ଭୁଲ ପରାମର୍ଶ ଦେବା ଲୋକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏବଂ ସେଥିପାଇଁ ଆପଣମାନଙ୍କୁ ମଧ୍ୟ କଠୋର ପଦକ୍ଷେପ ନେବାକୁ ହେବ  । ସିଏ (CA) ଏପରି ଏକ ବ୍ୟବସ୍ଥା, ଯେଉଁଥିରେ ମାନବ ସମ୍ବଳ ବିକାଶର କାମ ଆପଣମାନେ ହିଁ କରିଥାନ୍ତି, କରିକୁଲମ୍ ଆପଣ ହିଁ କରିଥାନ୍ତି, ପରୀକ୍ଷା ଆପଣ ହିଁ ପରିଚାଳନା କରିଥାନ୍ତି, ନିୟମ ଆପଣ ହିଁ କରିଥାନ୍ତି ଏବଂ ଦୋଷୀକୁ ଦଣ୍ଡ ଆପଣଙ୍କ ସଂସ୍ଥା ହିଁ ଦେଇଥାଏ  । ଏବେ ପ୍ରଶ୍ନ ଏହା ଉଠିଥାଏ ଯେ ଭାରତର ଗଣତନ୍ତ୍ର ମନ୍ଦିରରେ 125 କୋଟି ଦେଶବାସୀଙ୍କୁ ସଂସଦ ଆପଣଙ୍କୁ ଏତେ ଅଧିକାର ଦେଇଛି ତଥାପି ଏହା କ’ଣ ଯେ ଗତ 11 ବର୍ଷରେ କେବଳ 25 ଜଣ ଚାର୍ଟାର୍ଡ ଏକାଉଣ୍ଟାଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । କ’ଣ କେବଳ 25 ଜଣ ଲୋକ ଗଡ଼ବଡ଼ କରିଛନ୍ତି  । ଏବଂ ମୁଁ ଶୁଣିଛି ଯେ ଆପଣଙ୍କ ସେଠି 14ଶହରୁ ଅଧିକ ମାମଲା ଅନେକ ବର୍ଷ ଧରି ଝୁଲି ରହିଛି  । ଗୋଟିଏ ଗୋଟିଏ କେସ୍ ରେ ନିଷ୍ପତ୍ତି ବହୁ ବର୍ଷ ବିଳମ୍ବରେ ହେଉଛି  । ଏତେ ଉଚ୍ଚସ୍ତରର ପେଶାଦାରଙ୍କ ପାଇଁ ମୋର ସାଥୀଗଣ କୁହନ୍ତୁ ଏହା ଚିନ୍ତାର ବିଷୟ କି ନୁହେଁ । ଭାଇ ଓ ଭଉଣୀମାନେ ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନ ଚାଲିଥିଲା । ସ୍ୱାଧୀନତା ଆନ୍ଦୋଳନରେ ଦେଶର ଅନେକ ଯୁବକ ଫାଶୀଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଦେଶର ଅନେକ ମହାପୁରୁଷ ନିଜ ଯୁବାବସ୍ଥା ଜେଲ୍ ରେ କଟାଇ ଦେଇଥିଲେ  । ଦେଶର ସ୍ୱାଧୀନତା ପାଇଁ ଏବଂ ସେ ସମୟରେ ଦେଶର ବଡ଼ ବଡ଼ ପେଶାଦାର ଥିଲେ ଯେଉଁମାନେ ଆଗକୁ ବଢ଼ି ସେହି ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଲେ  । ତାହାର ଦାୟିତ୍ଵ ସମ୍ଭାଳିଥିଲେ ସେହି ମାନେ ଯେଉଁମାନେ ପେଶାଦାର ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଓକିଲ ଥିଲେ  । ଓକିଲାତି କରୁଥିଲେ ବାରିଷ୍ଟର ଥିଲେ  । ସେମାନେ ବହୁତ ମଡ଼ ମାତ୍ରାରେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଉଥିଲେ  । ସେମାନେ ଆଇନ ଜାଣିଥିଲେ  । ଆଇନ ବିରୋଧରେ ଆଇନ ରହୁଥିବାରୁ ଆଇନ ବିରୋଧରେ ଲଢ଼ିବା, ତାହାର କ’ଣ ଦଣ୍ଡ ହୋଇପାରିବ ତାହା ସେମାନଙ୍କୁ ଜଣାଥିଲା । ଏହା ସତ୍ତ୍ୱେ ସେ ସମୟରେ ସମ୍ପୂର୍ଣ୍ଣ ଓକିଲ ଯେଉଁମାନଙ୍କ ଓକିଲାତି ଭଲ ଚାଲୁଥିଲା ସେମାନେ ନିଜ ଓକିଲାତି ଛାଡ଼ି ଏହି ଦେଶ ପାଇଁ ଆଗକୁ ଆସିଥିଲେ  । କେବଳ ମହତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ଡକ୍ଟର ଆମ୍ବେଦକର, ଜବାହରଲାଲ୍ ନେହରୁ ନୁହନ୍ତି, ବରଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ମଦନମୋହନ ମାଲବ୍ୟ, ବାଲ୍ ଗଙ୍ଗାଧର ତିଳକ, ମୋତିଲାଲ୍ ନେହରୁ, ସି॰ରାଜଗୋପାଲାଚାରୀ, ମହେଶଚନ୍ଦ୍ର ଚୌଧୁରୀ, ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ସୈଫୁଦ୍ଦିନ୍ କିଚଲୁ, ଭୁଲାଭାଇ ଦେଶାଇ, ଲାଲା ଲଜପତ ରାୟ, ତେଜ ବାହଦୂର ସପ୍ରୁ, ଆସଫ ଅଲ୍ଲୀ, ଗୋବିନ୍ଦ ବଲ୍ଲଭ ପନ୍ଥ, କୈଳାସ ନାଥ କାଟଜୁ, କେତେ ନାମ ରହିଛି ଯେଉଁମାନେ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ  । ଯେଉଁମାନେ ଓକିଲାତି ପେଶାରେ ଥିଲେ  । ଦେଶ ଭକ୍ତିରେ ପ୍ରେରିତ ହୋଇ ଦେଶର ସ୍ୱାଧୀନତା ପାଇଁ ନିଜ ଯୁବାବସ୍ଥା ସମର୍ପି ଦେଇଥିଲେ  । ଏମାନଙ୍କ ମଧ୍ୟରୁ ଅନେକ ନେତା ଯେଉଁମାନେ ଦେଶର ସମ୍ବିଧାନ ନିର୍ମାଣରେ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ  । ଏବଂ ଭାଇ ଓ ଭଉଣୀମାନେ ଆମେ ଭୁଲିବା ଉଚିତ୍ ନୁହେଁ ଯେ ଏହି ମହାପୁରୁଷଙ୍କ ବିନା ଦେଶର ଇତିହାସ ଅଧୁରା  ।

ସାଥୀଗଣ ଆଜି ଆମ ଦେଶ ଇତିହାସର ସେପରି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ା ହୋଇଛି  । 1947ରେ ସ୍ୱାଧୀନତା ପରେ ଦେଶର ରାଜନୈତିକ ଏକୀକରଣ ପରେ ଏବେ ଦେଶ ଆର୍ଥିକ ଉଦାରୀକରଣର ପର୍ଯ୍ୟାୟରେ ଏକ ନୂଆ ଯାତ୍ରା ଆରମ୍ଭ କରୁଛି  । 2017ର ଏହି ବର୍ଷ ଯେତେବେଳେ ୱାନ୍ ମିଶନ୍, ୱାନ୍ ଟେକ୍ସ, ୱାନ୍ ମାର୍କେଟ୍ ର ସ୍ୱପ୍ନ ପୂରଣ ହୋଇଛି  । ଏହି ଐତିହାସିକ ଅବସରରେ ସବୁଠୁ ଅଧିକ ମହତ୍ୱପୂର୍ଣ୍ଣ ଭୂମିକା ଚାର୍ଟାର୍ଡ ଏକାଉଣ୍ଟାଣ୍ଟଙ୍କର ରହିଛି  । ଆପଣ ମୋର ଭାବନାକୁ ବୁଝନ୍ତୁ ବନ୍ଧୁଗଣ ସ୍ୱାଧୀନତାର ଆନ୍ଦୋଳନରେ ଓକିଲ ଜଗତର ଲୋକମାନେ, ଓକିଲାତି କରିବା ଲୋକମାନେ, ହିନ୍ଦୁସ୍ତାନର ସ୍ୱାଧୀନତା ସେମାନଙ୍କ ଅଧିକାର ପାଇଁ ନିଜ ଜୀବନ ବାଜି ଲଗାଇ ଦେଇଥିଲେ  । ଆଜି ସେ ସମୟ ଭଳି ଜୀବନ ବାଜି ଲଗାଇବା ଲାଗି ଆପଣଙ୍କୁ କହୁନାହିଁ  । ଆପଣଙ୍କୁ ଜେଲ୍ ର ଶିକୁଳୀ ପଛରେ ଯିବାର ଆବଶ୍ୟକତା ନାହିଁ  । ଏହି ଦେଶ ଆପଣଙ୍କର, ଏହି ଦେଶର ଆଗାମୀ ଭବିଷ୍ୟ ଆପଣଙ୍କ ସନ୍ତାନମାନଙ୍କର  । ଏବଂ ସେଥିପାଇଁ ଏହି ନୂଆ ଯୁଗର ନେତୃତ୍ୱ ଯେପରି ସ୍ୱାଧୀନତାର ନେତୃତ୍ୱ ସେହି ଓକିଲମାନେ କରିଥିଲେ; ଆଜି ଆର୍ଥିକ ବିକାଶର ନେତୃତ୍ୱ ମୋର ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସେନାକୁ କରିବାକୁ ହେବ  । ଆହୁରି ଆପଣମାନେ ଦେଖନ୍ତୁ ଆପଣମାନଙ୍କୁ ବାଦ୍ ଦେଇ ଆର୍ଥିକ କ୍ଷେତ୍ରରେ ଉଚ୍ଚତା ପାଇବାର ରାସ୍ତା ଅନ୍ୟ କେହି ମଜଭୂତ କରିପାରିବେ ନାହିଁ  । କଳାଧନକୁ ଶେଷ କରିବା ଲାଗି, ଭ୍ରଷ୍ଟଚାରକୁ ଶେଷ କରିବା ଲାଗି, ଆପଣ ନିଜ Client ମାନଙ୍କୁ ମୁଁ ପୁଣିଥରେ କହୁଛି ନିଜ କ୍ଲାଏଣ୍ଟମାନଙ୍କୁ ସଚ୍ଚୋଟତାର ରାସ୍ତାରେ ଚଲାଇବା ଲାଗି ଆପଣମାନଙ୍କୁ ଆଗକୁ ଆସି ଦାୟିତ୍ଵ ସମ୍ଭାଳିବାକୁ ପଡ଼ିବ  ।

ସାଥୀଗଣ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନେ ଦେଶର ଅର୍ଥନୈତିକ ବ୍ୟବସ୍ଥାର ଭରସାଯୋଗ୍ୟ ରାଜଦୂତ ହୋଇଥାନ୍ତି  । ଆପଣ ସରକାର ଏବଂ ଟିକସ ଦେଉଥିବା ନାଗରିକ ଏବଂ କମ୍ପାନୀଗୁଡ଼ିକ ମଧ୍ୟରେ ଇଂଟରଫେସ୍ ଭଳି କାମ କରିଥାନ୍ତି  । ଆପଣଙ୍କ ହସ୍ତାକ୍ଷର ଦେଶର ପ୍ରଧାନମନ୍ତ୍ରୀଙ୍କର ସେହି ଶକ୍ତି ନାହିଁ ଯେଉଁ ଶକ୍ତି ଏକ ଚାର୍ଟାର୍ଡ ଏକାଉଣ୍ଟାଣ୍ଟର ହସ୍ତାକ୍ଷରରେ ରହିଛି  । ଆପଣଙ୍କ ହସ୍ତାକ୍ଷରର ସତ୍ୟତା ଭରସାର ସାକ୍ଷ୍ୟ ଦେଇଥାଏ । କମ୍ପାନୀ ବଡ଼ ହେଉ କିମ୍ବା ଛୋଟ, ଆପଣ ଯେଉଁ ଏକାଉଣ୍ଟ ଉପରେ ଦସ୍ତଖତ କରିଥାନ୍ତି ତା’ଉପରେ ସରକାର ମଧ୍ୟ ଭରସା କରିଥାନ୍ତି ଏବଂ ଦେଶର ଲୋକମାନେ ମଧ୍ୟ ଭରସା କରିଥାନ୍ତି  । ଆହୁରି କେତେବେଳେ ଆପଣ ଭାବିଛନ୍ତି ଯେ ଯେଉଁମାନଙ୍କ Balance Sheet ସହିତ ଆପଣ ଠିକ୍ ଭାବେ ଯୋଡ଼ି ହୋଇଯାଇଛନ୍ତି, ସେ ଏକାଉଣ୍ଟକୁ, ସେହି କମ୍ପାନୀର କାରବାରକୁ, Balance Sheet କୁ ଦେଖି ଫାଇଲ୍ ସେଠାରେ ଅଟକି ନଥାଏ ବନ୍ଧୁଗଣ  । ସେହି ଦସ୍ତଖତ ପରେ ଏକ ନୂଆ ଜୀବନର ଶୁଭାରମ୍ଭ ହୋଇଥାଏ ବନ୍ଧୁଗଣ । ମୁଁ ଆଜି ସେହି ନୂଆ ଜୀବନ ଆପଣଙ୍କୁ ଦର୍ଶନ କରାଇବା ଲାଗି ଆସିଛି  । ଆପଣ ସେହି କମ୍ପାନୀର ଭୁଲ୍ ଉପରେ ହସ୍ତାକ୍ଷର କରିଦେଇଛନ୍ତି ସରକାରୀ ଅଫିସ ତା’କୁ ଗ୍ରହଣ କରିନେଇଛନ୍ତି  । କମ୍ପାନୀ ବଡ଼ ହେଲା, ଆଗକୁ ବଢ଼ିଲା ଆପଣମାନେ ମଧ୍ୟ ଆଗକୁ ବଢ଼ିଲେ  । କଥା ଏତିରେ ଅଟକି ନଥାଏ ବନ୍ଧୁଗଣ । ଯେତେବେଳେ ଆପଣ ସେହି କମ୍ପାନୀର ଭୁଲ୍ କୁ ଠିକ୍ କରିଥାନ୍ତି ଏବଂ ଯେତେବେଳେ ସେହି କମ୍ପାନୀର ବିବରଣୀ ଲୋକଙ୍କ ସମ୍ମୁଖକୁ ଆସିଥାଏ  । ସେତେବେଳେ କୌଣସି ବୟସ୍କ ମ୍ୟୁଚୁଆଲ ଫଣ୍ଡରେ ନିଜ ପେନସନର ଅର୍ଥ ଲଗାଇଥାଏ । କୌଣସି ଗରିବ ବିଧବା ମହିଳା ନିଜ ମାସ ଯାକର ସଂଚୟ ଶେୟାର ମାର୍କେଟ୍ ରେ ଲଗାଇ ଦେଇଥାଏ । ଯେତେବେଳେ କୌଣସି କମ୍ପାନୀର ଠିକ୍ ରିପୋର୍ଟ ଦିଆଯାଇନଥାଏ, ତଥ୍ୟକୁ ଲୁଚାଇ ଦିଆଯାଇଥାଏ ଏବଂ ପରେ ଯେତେବେଳେ ରହସ୍ୟ ଖୋଲିଥାଏ, ବାସ୍ତବରେ କମ୍ପାନୀ ବୁଡ଼ିନଥାଏ ମୋର ପ୍ରିୟ ବନ୍ଧୁଗଣ ଗରିବ ବିଧବାର ଜୀବନ ବୁଡ଼ିଯାଇଥାଏ । ସେହି ବୟସ୍କର ଜୀବନ ବରବାଦ ହୋଇଯାଇଥାଏ । ସେ ତ’ ନିଜ ସାରା ଜୀବନର ରୋଜଗାର କେବଳ ଆପଣଙ୍କ ଗୋଟିଏ ହସ୍ତାକ୍ଷର ଉପରେ ଭରସା କରି ନିବେଶ କରିଥିଲା । ସେଥିପାଇଁ ମୁଁ ଆପଣଙ୍କୁ ଅପିଲ୍ କରୁଛି ନିବେଦନ କରୁଛି, ଆପଣମାନେ ସମସ୍ତେ ମୋର ଏହି ଅନୁରୋଧ ଗ୍ରହଣ କରନ୍ତୁ ଯେ ହିନ୍ଦୁସ୍ତାନର 125 କୋଟି ଦେଶବାସୀ ଆପଣଙ୍କ ସେହି ହସ୍ତାକ୍ଷରର ଭରସାରେ ଅଛନ୍ତି  । ସେହି ଭରସାକୁ କେବେ ଭାଙ୍ଗିବାକୁ ଦେବେ ନାହିଁ  । ସେଥିରେ ଖଣ୍ଡିଆ ମଧ୍ୟ ହେବାକୁ ଦେବେ ନାହିଁ  । ଯଦି ଆପଣ ନିଜ ମନ ମନ୍ଦିରରେ ଏହି ଅନୁଭବ କରିଥାନ୍ତି ଏହି ଭରସା ଭାଙ୍ଗିଲେ ତା’କୁ ପୁଣି ଥରେ ଯୋଡ଼ିବା ଲାଗି ଆଗକୁ ଆସନ୍ତୁ, ପଦକ୍ଷେପ ନିଅନ୍ତୁ, 2017 ଜୁଲାଇ ପହିଲା ତାରିଖରେ ଆପଣଙ୍କ ପ୍ରତିଷ୍ଠା ଦିବସରେ ଆପଣଙ୍କ ପାଇଁ ନୂଆ ଅବସର ନେଇ ଆସିଛି, ମୁଁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଇବାକୁ ଆସିଛି  । ନିଜ କାମର ମହତ୍ତ୍ଵକୁ ବୁଝନ୍ତୁ, ଏହାପରେ ସେହି ହିସାବ ଅନୁଯାୟୀ ରାସ୍ତା ବାଛନ୍ତୁ । ସମାଜ ଆପଣଙ୍କୁ ଗର୍ବର ସହ ଦେଖିବ । ଆପଣ ନିଜେ ତାହାର ଅନୁଭୂତି ପାଇବେ  ।

ସାଥୀଗଣ ଟିକସ ‘ରିଟର୍ଣ୍ଣ’ ଶବ୍ଦର ଏକ ଭିନ୍ନ ପରିଭାଷା ରହିଛି  । କିନ୍ତୁ ମୋତେ ଯାହା ଲାଗୁଛି ଦେଶକୁ ଯେଉଁ ଟିକସ ମିଳିଥାଏ ତାହା ଦେଶର ବିକାଶ କାମରେ ଲାଗିଥାଏ ନା ନାହିଁ  । ଏହା ଟିକସ ରିଟର୍ଣ୍ଣ । ଏହା ଦରଦାମ ବୃଦ୍ଧିକୁ ରୋକିବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହାଦ୍ୱାରା ସେପରି କୌଣସି ମହିଳା ଯାହାଙ୍କୁ ଗ୍ୟାସ କନେକସନ୍ ମିଳିଥାଏ । ଯିଏ କି ସାରା ଜୀବନ କାଠ ଜାଳି ଖାଦ୍ୟ ପ୍ରସ୍ତୁତ କରିଛି  । ଏହି ଟଙ୍କାରେ କୌଣସି ଏପରି ବୟସ୍କଙ୍କୁ ପେନସନ୍ ମିଳିଥାଏ, ଯାହାର ପିଲାମାନେ ତା’ର ଖର୍ଚ୍ଚ ଉଠାଇବା ଲାଗି ମନା କରିଥାନ୍ତି  । ଏହି ଟଙ୍କାରେ ଯୁବକମାନଙ୍କୁ ସ୍ୱରୋଜଗାର ମିଳିଥାଏ । ଯିଏ ସାରା ଦିନ ମଜୁରି ଖଟିଥାଏ । ତ’ଦ୍ୱାରା ସେ ରାତିରେ ଯାଇ ପାଠ ପଢ଼ିପାରିବ  । ଏହି ଟଙ୍କାରେ କୌଣସି ଗରିବ ରୋଗୀକୁ ଶସ୍ତା ଔଷଧ ମିଳିଥାଏ । ଯାହା ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ  । ସେ ଅସୁସ୍ଥ ହେଲେ ଛୁଟି ନେଇନଥାଏ । ସେ ଅସୁସ୍ଥ ହେଲେ ସାରା ଦିନ କାମ କରିଥାଏ । ଯାହାଦ୍ୱାରା ସନ୍ଧ୍ୟାରେ ତା’ର ପିଲାମାନଙ୍କୁ ଭୋକରେ ଶୋଇବାକୁ ପଡ଼ିବ ନାହିଁ  ।

ଟିକସରୁ ମିଳୁଥିବା ଟଙ୍କା ଦେଶର ବାହାଦୂର ସୈନିକଙ୍କ କାମରେ ଆସିଥାଏ । ଯେଉଁମାନେ ସୀମାରେ ନିଜ ଜୀବନ ବାଜି ଲାଗି ଆମ ସମସ୍ତଙ୍କୁ ରକ୍ଷା କରିଥାନ୍ତି  । ଏହି ଟଙ୍କା ସେହି ଘରେ ବିଜୁଳି ପହଂଚାଇବା କାମରେ ଲାଗିଥାଏ ଯେଉଁଠି ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ବିଦ୍ୟୁତ ସେବା ପହଂଚି ପାରିନାହିଁ ସେମାନଙ୍କ ଘରେ ଆଜି ପର୍ଯ୍ୟନ୍ତ ଏକ ବଲ୍ବ ମଧ୍ୟ ଜଳିନାହିଁ  । ସେମାନେ ଅନ୍ଧାରରେ ବୁଡ଼ି ରହିଛନ୍ତି  । ଦେଶର ଗରିବଙ୍କୁ ସେମାନଙ୍କ ଅଧିକାର ଦେବା ଲାଗି ସାହାଯ୍ୟ କରିବା ଏହାଠାରୁ ବଡ଼ ସେବା କ’ଣ ହୋଇପାରେ । ଆପଣଙ୍କ ଏକ ହସ୍ତାକ୍ଷର ଦେଶର ଗରିବମାନଙ୍କୁ ସହାୟତା କରିପାରିବ  । ଏହା ବୋଧହୁଏ ଆପଣ କେବେ କଳ୍ପନା କରିନଥିବେ । ଦେଶର ସାଧାରଣ ଲୋକଙ୍କ ସ୍ୱପ୍ନ ପୂରଣ କରିବାରେ ଆପଣଙ୍କ ବହୁତ ବଡ଼ ଦାୟିତ୍ୱ ରହିଛି ଆପଣ ବହୁତ ବଡ଼ ଭୂମିକା ତୁଲାଇପାରିବେ  । ଯେତେବେଳେ ଆପଣମାନେ ଦୃଢ଼ ନିଶ୍ଚୟ କରିନେବେ ଏବଂ ମୋର ପୂରା ବିଶ୍ୱାସ ଯେ 1 ଜୁଲାଇ 2017 ଆଇସିଏଆଇ(ICAI) ଜୀବନଯାତ୍ରାର ଏକ ମହତ୍ଵପୂର୍ଣ୍ଣ ମୋଡ ହୋଇ ରହିବ ଏହା ମୋ ଆତ୍ମାର ସ୍ୱର ।

ହେ ମୋର ବନ୍ଧୁଗଣ ଥରେ ଆପଣ ସଂକଳ୍ପ ନିଅନ୍ତୁ ମୁଁ ବିଶ୍ୱାସର ସହିତ କହିପାରେ ଯେ ଟିକସ ଚୋରି କରିବାର ସାହସ କେହି କରିପାରିବ ନାହିଁ  । ମଣିଷ ଅପରାଧ ସେତେବେଳେ କରିଥାଏ ଯେତେବେଳେ ତା’କୁ ଜଣାଥାଏ ଯେ କେହି ତା’କୁ ବଂଚାଇବାକୁ ରହିଛି  । ସାଥୀଗଣ GST ଆପଣଙ୍କ ସମ୍ମୁଖରେ ରାଷ୍ଟ୍ର ନିର୍ମାଣରେ ସହଯୋଗର ଏକ ମାଧ୍ୟମ ହୋଇ ଆସିଛି  । ଆପଣମାନେ ଲୋକମାନଙ୍କୁ, ଲୋକମାନଙ୍କ ନିକଟରେ ପହଂଚି ସେମାନଙ୍କ ସହ ଆଲୋଚନା କରନ୍ତୁ, ଏବଂ ମୁଁ ଯେତେବେଳେ ଆସୁଥିଲି ନୀଲେଶ ମୋତେ କହୁଥିଲେ ଯେ ବ୍ୟବସାୟୀଙ୍କ ସହାୟତା ଯେପରି ହୋଇପାରିବ, ସେମାନଙ୍କୁ ଆମେ ବୁଝିବାରେ ସାହାଯ୍ୟ କରିବୁ  । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି  । ମୁଁ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି  । ଆପଣ ଲୋକମାନଙ୍କ ନିକଟରେ ପହଂଚନ୍ତୁ  । ସେମାନଙ୍କୁ ସଚେତନ କରାନ୍ତୁ  । ସଚ୍ଚୋଟତାର ମୁଖ୍ୟ ଧାରାରେ ଆସିବା ଲାଗି ପ୍ରେରଣା ଦିଅନ୍ତୁ  । ଏହିପରି ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ରର ଲୋକମାନଙ୍କ ପାଇଁ ନୂଆ ସୁଯୋଗ ସରକାର ଦେଇଛନ୍ତି  । ଏବେ ଠାରୁ ସେଥିପାଇଁ ପ୍ରସ୍ତୁତି କରନ୍ତୁ ବିଶେଷ କରି ଏହି ପେସାରେ ଥିବା ଯୁବବନ୍ଧୁମାନଙ୍କୁ ମୁଁ ଆହ୍ୱାନ ଜଣାଉଛି  ।

ଆସନ୍ତୁ ସରକାର ଗତ ବର୍ଷଗୁଡ଼ିକରେ ଯେଉଁ ଆଇନ ଗୃହୀତ କରାଇଛନ୍ତି, ଇନସଲଭାନ୍ସି ଏବଂ ଦେବାଳିଆ କୋଡ୍ ଏହାକୁ ସଫଳ କରିବା ଲାଗି ଠିକ୍ ଢଙ୍ଗରେ ଲାଗୁ କରିବାରେ ମଧ୍ୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କ୍ଷେତ୍ରର ଲୋକମାନଙ୍କର ବହୁତ ବଡ଼ ଭୂମିକା ରହିଛି  । ଏହି କୋଡ ଅନ୍ତର୍ଗତ ଯେତେବେଳେ ବି କୌଣସି କମ୍ପାନୀ ଦେବାଳିଆ ହେବ, ତାହାର ନିୟନ୍ତ୍ରଣ ଇନସଲଭାନ୍ସି ପ୍ରାକ୍ଟିସନରଙ୍କ ପାଖକୁ ଆସିବ । ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଇନସଲଭାନ୍ସି ପ୍ରାକ୍ଟିସନର ହୋଇ ଏକ ଏହି ନୂଆ କ୍ଷେତ୍ରରେ ନିଜ କ୍ୟାରିଅର ଆରମ୍ଭ କରିପାରିବେ  । ଏହା ଏକ ନୂଆ ରାସ୍ତା ଯାହା ସରକାର ଆପଣଙ୍କ ପାଇଁ ଖୋଲିଛନ୍ତି  । କିନ୍ତୁ ଆଜି ପରେ ଯେଉଁ ରାସ୍ତା ବାଛନ୍ତୁ ସେଥିରେ CA ର ଅର୍ଥ ହେବା ଉଚିତ୍ ଯେ ଚାର୍ଟର (Charter) ଏବଂ ଏକ୍ୟୁରସି (Accuracy) ।

ସାଥୀଗଣ 2022 ରେ ଆମ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବ  । ଏହି ବର୍ଷ ପାଇଁ ଦେଶ କେତେକ ସଂକଳ୍ପ ନେଇଛି । New India ବା ନବ ଭାରତ ଆମ ସମସ୍ତଙ୍କ ପରିଶ୍ରମକୁ ଅପେକ୍ଷା କରିଛି  । ଆପଣ ମଧ୍ୟ ଏକ ପ୍ରତିଷ୍ଠାନ ହୋଇଥିବା ଦୃଷ୍ଟିରୁ, ଏକ ନୂଆ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ହୋଇଥିବା ଦୃଷ୍ଟିରୁ, ଏବଂ ଏହି ଦେଶର ନାଗରିକ ହୋଇଥିବା ଦୃଷ୍ଟିରୁ ମଧ୍ୟ  । 2022 ରେ ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିବ  । ଆମେ ଏହି ଦେଶକୁ କିଭଳି ଦେଖିବାକୁ ଚାହିଁବା  । ସେପରି କରିବା ଲାଗି ଆମେ ନିଜର ଯୋଗଦାନ ଦେବା  । ନିଜ ଭୂମିକା ତୁଲାଇବା ଏବଂ 2022 ରେ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପୂରଣ ହେବ ଏହାର ଠିକ୍ ଦୁଇ ବର୍ଷ ପରେ Institute of Chartered Accountant of India ର ମଧ୍ୟ 75 ବର୍ଷ ପୂରଣ ହୋଇଯିବ  । ଆପଣ ଏବେ ଠାରୁ 75 ବର୍ଷର କାର୍ଯ୍ୟକ୍ରମ ପାଇଁ ମଧ୍ୟ ଯୋଜନା କରନ୍ତୁ  । ଏହି ଅନୁଷ୍ଠାନକୁ ଏହାର ଚରିତ୍ର ଓ ବୈଶିଷ୍ଟ୍ୟକୁ କେଉଁ ଉଚ୍ଚତାକୁ ନେଇଯିବାର ଅଛି ସେହି ଐତିହାସିକ ସୁଯୋଗର ପ୍ରତୀକ୍ଷା କରି ଏବେ ଠାରୁ ନିଜ ମାର୍ଗ ପ୍ରସ୍ତୁତ କରନ୍ତୁ  । ଏହା ନିଶ୍ଚିତ କରନ୍ତୁ ଯେ ଆପଣ ଦେଶକୁ କ’ଣ ଦେବେ  । ଦେଶରେ ଆଶା ଆକାଂକ୍ଷାକୁ ନେଇ ବସିଥିବା କୋଟି କୋଟି ଯୁବକଙ୍କ ଭବିଷ୍ୟତ ପାଇଁ କ’ଣ କରିବେ  । କ’ଣ ଆପଣ ଦେଶକୁ ଏକ ପାରଦର୍ଶୀ ଏବଂ ଭ୍ରଷ୍ଟାଚାରମୁକ୍ତ ବ୍ୟବସ୍ଥା ଦେବା ଲାଗି ସାହାଯ୍ୟ କରିପାରିବେ ନାହିଁ  । କ’ଣ ଆପଣ ଏହା କହିବେ କ’ଣ ହିସାବ କିତାବ ଲଗାଇବେ ଯେ ଆପଣ ଏତେ ଲୋକଙ୍କୁ ଟିକସ ଦେବାରୁ ବଂଚାଇଛନ୍ତି କ’ଣ ଏହି ହିସାବ ହେବ? ନା ଏହି ହିସାବ ହେବ ଯେ ମୁଁ ଏତେ ଲୋକଙ୍କୁ ଟିକସ ଦେଇ ସଚ୍ଚୋଟତାର ସହିତ ଜୀବନ ବଂଚିବା ଲାଗି ପ୍ରେରଣା ଦେଇଛି, ନିଷ୍ପତ୍ତି ଆପଣଙ୍କୁ କରିବାର ଅଛି  । ଆପଣଙ୍କ ପାଇଁ ଆପଣ ନିଜ ପାଇଁ କିଛି ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଯେ କେତେ ଲୋକଙ୍କୁ ସଚ୍ଚୋଟତାର ସହିତ ଟିକସ ପରିଶୋଧ କରିବାର ମୁଖ୍ୟ ଧାରାକୁ ଆଣିବେ  । ଏହି ଲକ୍ଷ୍ୟର ତଥ୍ୟ କ’ଣ ହେବ ଆପଣଙ୍କ ଠାରୁ ଅଧିକ ଆଉ କିଏ କହିପାରିବ  । ଏ ସମ୍ପର୍କରେ ଭାବନ୍ତୁ ଯେ କିପରି ଆପଣ ନିଜ ପେସାରେ ଟେକ୍ନୋଲଜିର ବ୍ୟବହାର ବଢ଼ାଇବେ  । Chartered Accountancy କ୍ଷେତ୍ରରେ ଫରେନ୍ସିକ୍ ସାଇନ୍ସର କେତେ ବଡ଼ ଭୂମିକା ରହିଛି  । ତା’କୁ କିଭଳି ସଯତ୍ନରେ କରାଯାଇପାରିବ  । ତା’କୁ କିଭଳି ସମୟୋପଯୋଗୀ କରାଯାଇପାରିବ ସେ ସମ୍ବନ୍ଧିତ ଲକ୍ଷ୍ୟ ମଧ୍ୟ ସମ୍ଭବ ହେବ । ଏହା ଧାର୍ଯ୍ୟ କରିବାକୁ ହେବ  ।

ବନ୍ଧୁଗଣ ଗୋଟିଏ ପଟେ ମୋ ମନରେ ଆପଣଙ୍କ ଠାରୁ ଆଶା ରହିଛି ଯେ ଏବଂ ଆଶା ରହିବାର କାରଣ ହେଉଛି ମୋର ପୂରା ବିଶ୍ଵାସ ଯେ ଏହି ଶକ୍ତି ଆପଣଙ୍କ ନିକଟରେ ରହିଛି  । ଆପଣଙ୍କ ପାଖରେ ଯେଉଁ ସାମର୍ଥ୍ୟ ରହିଛି  । କାହିଁକି ଆପଣ ପଛରେ ଅଛନ୍ତି ମୁଁ ବୁଝିପାରୁନାହିଁ ଭାଇ । ବନ୍ଧୁଗଣ ବିଶ୍ୱରେ 4ଟି ବଡ଼ ଏପରି ସଂସ୍ଥା ରହିଛି ଯାହା ଅତ୍ୟନ୍ତ ପ୍ରତିଷ୍ଠିତ  । ଏବଂ ବଡ଼ ବଡ଼ କମ୍ପାନୀ ଏବଂ ସଂସ୍ଥା ନିଜ ଅଡିଟ୍ ର କାମ ସେମାନଙ୍କୁ ଦେଇଥାନ୍ତି  । ଏହି କମ୍ପାନୀଗୁଡ଼ିକୁ ବିଗ୍ ଫୋର୍ କୁହାଯାଇଥାଏ  । ଏହି ବିଗ ଫୋର ରେ ଆମେ କେଉଁଠି ନାହାନ୍ତି  । ଆପଣଙ୍କର କ୍ଷମତା ମଧ୍ୟ ରହିଛି ଯୋଗ୍ୟତାର ଅଭାବ ନାହିଁ  । କ’ଣ ମୋର ସମସ୍ତ ବନ୍ଧୁଗଣ ବିଶ୍ୱରେ ହିନ୍ଦୁସ୍ତାନକୁ ନିଜ ନାମ ଉଜ୍ଜ୍ୱଳ କରିବାକୁ ଅଛି ତା’ହେଲେ କ’ଣ ଆପଣମାନେ ସେହି ଲକ୍ଷ୍ୟ ଧାର୍ଯ୍ୟ କରିପାରିବେ ନାହିଁ ଯେ 2022 ରେ ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତୀ ପାଳନ କରୁଥିବ ବିଗ୍ ଫୋରକୁ ବିଗ୍ ଏକ ରେ ପରିଣତ କରିପାରିବେ ନାହିଁ  । ଏବଂ ଯେଉଁ ବିଗ୍ ଏକ ହେବ ସେଥିରେ ବିଗ୍ ଚାର ଚାର୍ ବିଗ୍ ଏଠି ମୋ ସମ୍ମୁଖରେ ଯେଉଁମାନେ ଥିବେ ସେମାନଙ୍କ ମଧ୍ୟରୁ ହୋଇଥିବେ  । ବନ୍ଧୁଗଣ ସ୍ୱପ୍ନ ଆମର, ବିଗ୍ ଏକରେ ସାମିଲ୍ ହେବା ଲାଗି ଚାରୋଟି ପରି ଆମ କମ୍ପାନୀ ସେମାନଙ୍କ ପ୍ରତିଷ୍ଠା ଏବଂ ପ୍ରଫେସାନିଲିଜମ୍ କଷ୍ଟ କାମ ନୁହେଁ  । ବିଶ୍ୱରେ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ଜଗତରେ ମଧ୍ୟ ଆପଣମାନଙ୍କ ଗୌରବର ଗାଥା ଶୁଣାଯିବା ଉଚିତ୍  । ଶେଷରେ ମୁଁ ଆପଣମାନଙ୍କୁ ଆପଣଙ୍କ କ୍ଷେତ୍ରର ସବୁଠୁ ବଡ଼ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କ ଏକ ପରାମର୍ଶ ମନେ ପକାଇଦେଉଛି  । ଚାଣକ୍ୟ କହିଥିଲେ ଯେ (कालाति क्रमात् काल एव फलम पिबति )କାଳାତି କ୍ରମାନ୍ କାଳ ଏ ଫଳମ୍ ପିବତୀ... ଅର୍ଥାତ୍ କର୍ତ୍ତବ୍ୟର ସମୟ ଟଳଯିବା ପରେ ସମୟ ହିଁ ଏହାର ସଫଳତାକୁ ଶେଷ କରିଦେଇଥାଏ  । ଏବଂ ସେଥିପାଇଁ ସମୟର ସେହି ସୁଯୋଗକୁ ହାତଛଡ଼ା ହେବାକୁ ଦିଅନ୍ତୁ ନାହିଁ  । ଏବେ କିଛି ସମୟ ପୂର୍ବରୁ ଅରୁଣଜୀ ଆପଣମାନଙ୍କୁ ସମ୍ବୋଧିତ କରୁଥିଲେ ସେ ଯାହା କହୁଥିଲେ । ହିନ୍ଦୁସ୍ତାନର ଜୀବନରେ ବିଶ୍ୱ ଭିତରେ ଏପରି ଏକ ସୁଯୋଗ ପୂର୍ବରୁ କେବେ ଆସିନାହିଁ  । ଆପଣଙ୍କ ଜୀବନରେ ମଧ୍ୟ ଏପରି ଅବସର ପୂର୍ବରୁ କେବେ ଆସିନଥିବ  । ଏହି ମଉକା ହାତରୁ ଯିବାକୁ ଦିଅନ୍ତୁ ନାହିଁ  । ମୁଁ ଆପଣମାନଙ୍କୁ ରାଷ୍ଟ୍ର ନିର୍ମାଣର ମୁଖ୍ୟ ଧାରାରେ ଯୋଡ଼ି ହେବା ଲାଗି ଆମନ୍ତ୍ରଣ ଜଣାଉଛି  । ଆପଣ ଭୁଲନ୍ତୁ ନାହିଁ ଯେ ଏହା ଏପରି ଏକ ପେସା ଯେଉଁ ପେଶାରେ ସମାଜର ପୂର୍ଣ୍ଣ ଅର୍ଥବ୍ୟବସ୍ଥାକୁ ବଂଚାଇ ରଖିବା ସ୍ଥିର ରଖିବାର ସାମର୍ଥ୍ୟ ରହିଛି  । ମୁଁ ପୁଣିଥରେ Institute କୁ  ଏହାର ଫ୍ୟାକଲ୍ଟିମାନଙ୍କୁ ଏବଂ ଏଠାରେ ଉପସ୍ଥିତ ସମସ୍ତ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କୁ ଆଇସିଏଆଇର ପ୍ରତିଷ୍ଠା ଦିବସରେ ଅନେକ ଅନେକ ଶୁଭକାମନା ଜଣାଉଛି  । ଆହୁରି ସାରା ଦେଶରେ ଆମର ଚାର୍ଟାର୍ଡ ଏକାଉଣ୍ଟାଣ୍ଟ, ଯେଉଁମାନେ ଦେଖୁଛନ୍ତି ସେମାନଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ ଜଣାଉଛି  । ଆପଣମାନେ ସମସ୍ତଙ୍କୁ ବହୁତ ବହୁ ଧନ୍ୟବାଦ ଜଣାଇ ଜୁଲାଇ 2017ର ନୂଆ ଦିଗ, ନୂଆ ଗତି, ନୂଆ ଉନ୍ମାଦନା ଅଛି ଆସନ୍ତୁ ଆମେ ଚାଲିବାକୁ ଆରମ୍ଭ କରିବା ଏବଂ ଦେଶର ସାଧାରଣ ଜନତାଙ୍କୁ ସଚ୍ଚୋଟତାର ଉତ୍ସବ ସହିତ ଯୋଡ଼ିବା ଏହାର ଏକ କାମନା ସହିତ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛି  ।

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ ବହୁତ ବହୁତ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Condoles the Passing of Shri Maroof Raza Ji
February 26, 2026

Prime Minister Narendra Modi has expressed grief over the passing of Shri Maroof Raza Ji, honoring his legacy in the fields of journalism.

The Prime Minister stated that Shri Maroof Raza Ji made a rich contribution to the world of journalism. He noted that Shri Raza enriched public discourse through his nuanced understanding of defence, national security, and strategic affairs.

Expressing his sorrow, the Prime Minister said he is pained by his passing and extended his condolences to his family and friends.
The Prime Minister shared on X:

“Shri Maroof Raza Ji made a rich contribution to the world of journalism. He enriched public discourse with his nuanced understanding of defence, national security as well as strategic affairs. Pained by his passing. Condolences to his family and friends”