Swami Vivekananda shows what one can achieve at a young age: PM Modi
The work that the youth are doing today will impact the future of the nation: PM Modi
Guide those around you on increased cashless transactions: PM Modi urges youth
Inculcate the habit of doing cashless transaction in at least ten families a day: PM urges youth
PM Modi's 3Cs mantra - Collectivity, Connectivity & Creativity
The support from youth in the fight against corruption convinces me that it is possible to bring a positive change in the nation: PM

ମଞ୍ଚସ୍ଥ ସମସ୍ତ ଗଣ୍ୟମାନ୍ୟ ଅତିଥି ଏବଂ ମୋର ପ୍ରିୟ ଯୁବବନ୍ଧୁ, ଆପଣ ସମସ୍ତଙ୍କୁ 21ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ବହୁତ ବହୁତ ଅଭିନନ୍ଦନ । ସମୟର ଅଭାବ ଦୃଷ୍ଟିରୁ ମୁଁ ରୋହତକରେ ନିଜେ ଉପସ୍ଥିତ ନାହିଁ କିନ୍ତୁ ମୁଁ ଯେଉଁ ଛବି ଦେଖି ପାରୁଛି ସେଥିରୁ ଲାଗୁଛି ଯେପରି ଆଜି ଏହି ମହୋତ୍ସବ ମଧ୍ୟ 21 ବର୍ଷର ଯୁବକ ହୋଇଯାଇଛି । ଦେଶର ଭିନ୍ନ ଭିନ୍ନ କୋଣରୁ ଆସିଥିବା ମୋର ଯୁବସାଥୀଙ୍କ ମୁହଁରେ ଏତେ ତେଜ ଦେଖାଯାଉଛି, ଯେପରିକି ଆଜି ରୋହତକରେ ଯୁବ ମହୋତ୍ସବ ସହିତ ପ୍ରକାଶ ମହୋତ୍ସବ ମଧ୍ୟ ପାଳନ କରାଯାଉଛି ।

ଆଜି ରାଷ୍ଟ୍ରୀୟ ଯୁବ ଦିବସ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ମୁଁ ଆପଣ ସମସ୍ତଙ୍କ ମାଧ୍ୟମରେ ଦେଶର ପ୍ରତ୍ୟେକ ଯୁବକଙ୍କୁ ଏହି ବିଶେଷ ଦିନର ବହୁତ ବହୁତ ଶୁଭକାମନା ଜଣାଉଛି । ସ୍ୱାମୀ ବିବେକାନନ୍ଦ ଏହି କଥାର ସବୁଠାରୁ ଉତ୍ତମ ଉଦାହରଣ ଅଟନ୍ତି ଯେ ଅଳ୍ପ ସମୟ ମଧ୍ୟରେ କେତେ କ’ଣ ହାସଲ କରାଯାଇପାରେ । ତାଙ୍କ ଜୀବନ ବହୁତ କମ୍ ସମୟର ଥିଲା । ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଯୁବ ଶକ୍ତି ପାଇଁ ଅସୀମ ପ୍ରେରଣାଦାୟକ । ସ୍ୱାମୀ ବିବେକାନନ୍ଦ କହୁଥିଲେ – ଆମ ଦେଶକୁ ଏହି ସମୟରେ ଆବଶ୍ୟକ ଅଟେ, ଲୁହା ଭଳି ଶକ୍ତ ମାଂସପେଶୀ ଏବଂ ମଜବୁତ ସ୍ନାୟୁ ଥିବା ଶରୀର । ଆବଶ୍ୟକ ଅଟେ ଏହି ଭଳି ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ଯୁବକଙ୍କର ।

ସ୍ୱାମୀ ବିବେକାନନ୍ଦ ଏଭଳି ଯୁବକଙ୍କର ନିର୍ମାଣ କରିବାକୁ ଚାହୁଁଥିଲେ ଯାହାଙ୍କ ମଧ୍ୟରେ ଭେଦଭାବ ବିନା ଜଣକର ଅନ୍ୟ ପ୍ରତି ପ୍ରେମ ଏବଂ ବିଶ୍ୱାସ ଥିବ । ସେ ହିଁ ଯୁବକ ଅଟେ, ଯିଏ ଅତୀତର ଚିନ୍ତା ନ କରି ନିଜର ଭବିଷ୍ୟତର ଲକ୍ଷ୍ୟ ପୂରଣ ଦିଗରେ କାମ କରେ । ଆପଣ ସମସ୍ତ ଯୁବକମାନେ ଆଜି ଯେଉଁ କାମ କରୁଛନ୍ତି, ସେହି ତ କାଲି ଯାଇ ଦେଶର ଭବିଷ୍ୟ ହୋଇଯିବେ ।

ସାଥୀମାନେ, ଆଜି ଦେଶର 80 କୋଟିରୁ ଅଧିକଙ୍କର ଆୟୁ ଏହି ସମୟରେ 35 ବର୍ଷରୁ କମ୍ ଅଟେ । ସ୍ୱାମୀ ବିବେକାନନ୍ଦଙ୍କ ପ୍ରଦର୍ଶୀତ ମାର୍ଗରେ ଚାଲି ଆଜି ଭାରତରେ ଏକ ଏମିତି ଯୁଗର ଆରମ୍ଭ କରିବାର କ୍ଷମତା ଅଛି, ଯିଏ ବିଶ୍ୱଗୁରୁ ହୋଇ ପାରିବ ।
ଆଜି ମୋର ଯେଉଁ ଯୁବ ସାଥୀଗଣ ଏବେ ରୋହତକରେ ଅଛନ୍ତି, ସେମାନଙ୍କ ପାଇଁ ହରିୟାଣାର ଏହି ମାଟି ମଧ୍ୟ ବହୁତ ପ୍ରେରଣାଦାୟୀ ଅଟେ । ହରିୟାଣାର ଏହି ମାଟି ହେଉଛି ବେଦର, ଉପନିଷଦର ଓ ଗୀତାର । ଏହା ହେଉଛି ବୀରଙ୍କର, କର୍ମବୀରଙ୍କର, ଜୟ ଜବାନ-ଜୟ କିଶାନର ମାଟି । ଏହା ସରସ୍ୱତୀଙ୍କର ପବିତ୍ର ଧରଣୀ । ନିଜ ସଂସ୍କୃତି, ନିଜ ମୂଲ୍ୟବୋଧଗୁଡିକୁ ଏକାଠି କରି ଆଗକୁ ବଢିବାର କ୍ରମାଗତ ପ୍ରୟାସ, ଏହା ଏହି ମାଟିରୁ ଶିଖାଯାଇ ପାରେ ।

ମୁଁ ଖୁସି ଯେ, ଏଥର ରାଷ୍ଟ୍ରୀୟ ଯୁବ ମହୋତ୍ସବର ବିଷୟବସ୍ତୁ ହେଉଛି – ଡିଜିଟାଲ ଭାରତ ପାଇଁ ଯୁବକ….। ଏହି ମହୋତ୍ସବ ମାଧ୍ୟମରେ ଯୁବକଙ୍କୁ ନୀତିଦିନିଆ ଜୀବନରେ ଡିଜିଟାଲ ଉପାୟରେ ନେଣଦେଣର ପ୍ରଶିକ୍ଷଣ ଦିଆଯିବ । ଏହି ମହୋତ୍ସବରେ ପ୍ରଶିକ୍ଷଣ ନେଉଥିବା ପ୍ରତ୍ୟେକ ଯୁବକଙ୍କୁ ଏହା ମୋର ନିବେଦନ ଯେ, ଯେବେ ସେମାନେ ଏଠାରୁ ପ୍ରଶିକ୍ଷଣ ନେଇ ଯିବେ ନିଜ ଆଖ ପାଖର ଅତି କମରେ 10ଟି ପରିବାରକୁ ଡିଜିଟାଲ କାରବାର କରିବା ଶିଖାଇବେ । କମ୍-ନଗଦ ଅର୍ଥ (Less-Cash)ବ୍ୟବସ୍ଥା ତିଆରି କରିବାରେ ଆପଣ ସମସ୍ତ ଯୁବକଙ୍କର ବହୁତ ବଡ଼ ଭୂମିକା ଅଛି । ଦେଶକୁ କଳାଧନ ଏବଂ ଭ୍ରଷ୍ଟାଚାରରୁ ମୁକ୍ତ କରିବାର ଏଇ ଲଢେଇରେ ଏହା ଆପଣଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ହେବ ।

ଏହି ବର୍ଷ ରାଷ୍ଟ୍ରୀୟ ଯୁବ ମହୋତ୍ସବର ମୁଖ-ସଙ୍କେତ ବା ମାସ୍କଟକୁ “କନ୍ୟା” ଭାବେ ବଛାଯାଇଛି । ସ୍ନେହରେ ତାର ନାମ ଦିଆଯାଇଛି “ହମାରୀ ଲାଡୋ” । ଏହି ମହୋତ୍ସବ ମାଧ୍ୟମରେ “ବେଟି ବଚାଓ – ବେଟି ପଢାଓ” ଅଭିଯାନ ବିଷୟରେ ସଚେତନତା ବଢାଇବା ପାଇଁ ହୋଇଥିବା ପ୍ରୟାସ ପ୍ରଶଂସନୀୟ । ହରିୟାଣାରୁ ହିଁ କେନ୍ଦ୍ର ସରକାର “ବେଟି ବଚାଓ- ବେଟି ପଢାଓ” ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନର ଏକ ବଡ଼ ପ୍ରଭାବ ଏଇ କ୍ଷେତ୍ରରେ ଦେଖାଯାଉଛି । ପରିବର୍ତ୍ତନ ଆରମ୍ଭ ହୋଇଛି । ଲିଙ୍ଗ ଅନୁପାତରେ ବହୁ ପରିବର୍ତ୍ତନ ଆସିଛି । ସାରା ଦେଶରେ ଏହି ପରିବର୍ତ୍ତନ ବଢିବାରେ ଲାଗିଛି । ମୁଁ ହରିୟାଣାର ଲୋକମାନଙ୍କୁ ଏଥିପାଇଁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି । ଏହା ଦେର୍ଶାଉଛି ଯେ, ଯେବେ ଲୋକମାନେ ନିଶ୍ଚିତ କରିନିଅନ୍ତି ତ ଅସମ୍ଭବ ମଧ୍ୟମ ସମ୍ଭବ ହୋଇଥାଏ । ମୋର ବିଶ୍ୱାସ ଖୁବ୍ ଶୀଘ୍ର ସାରା ଦେଶ ପାଇଁ ଗୌରବପୂର୍ଣ୍ଣ ସ୍ଥିତି ହରିୟାଣା ନିର୍ମାଣ କରି ଦେଖାଇବ ।

ହରିୟାଣାର ଭବିଷ୍ୟତକୁ ସଜାଡିବା ପାଇଁ ଏଠାକାର ଯୁବ ବର୍ଗ ଏକ ବଡ ଭୂମିକା ତୁଲାଉଛନ୍ତି । ହରିୟାଣାର ଯୁବ ଖେଳାଳୀମାନେ ଅନେକ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ପଦକ ଜିଣି ସଦା ସର୍ବଦା ସାରା ଦେଶର ସମ୍ମାନ ବଢାଇଛନ୍ତି ।
ସାରା ଦେଶରେ ବିକାଶର ନୂଆ ଶିଖରକୁ ଛୁଇଁବା ପାଇଁ ଯୁବ ଶକ୍ତିଙ୍କ ଆହୁରି ଅଧିକ ଯୋଗଦାନର ଆବଶ୍ୟକତା ରହିଛି । ଭାରତର ଲକ୍ଷ୍ୟ ନିଜ ଯୁବକଙ୍କୁ, ଏହି ଶତାବ୍ଦୀକୁ ଭାରତର କରିବା ପାଇଁ କ୍ଷମତା ଏବଂ କୌଶଳ ପ୍ରଦାନ କରାଯିବ ।

ବନ୍ଧୁଗଣ, ରାଷ୍ଟ୍ରୀୟ ଯୁବ ମହୋତ୍ସବ ଆପଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରୁଛି । ଅଲଗା ଅଲଗା ସାଂସ୍କୃତିକ ପରିବେଶରୁ ଆସିଥିବା ଆପଣ ସମସ୍ତ ଯୁବକଙ୍କୁ ଏଠାରେ ଜଣେ ଅନ୍ୟ ଜଣଙ୍କୁ ଜାଣିବାର, ବୁଝିବାର ସୁଯୋଗ ମିଳିବ । ଏହା ହିଁ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ବାସ୍ତବିକ ଅର୍ଥ । ଏବେ କିଛି ସମୟ ପୂର୍ବରୁ ହିଁ ଯୁବ ମହୋତ୍ସବରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳର ମାର୍ଚ୍ଚ ପାଷ୍ଟ ବାହାରିଥିଲା ।

‘ଏକ ଭାରତ- ଶ୍ରେଷ୍ଠ ଭାରତ’ ହେଉଛି ଦେଶର ସାଂସ୍କୃତିକ ବିବିଧତା ଓ ବୈଚିତ୍ର୍ୟଗୁଡିକୁ ଗୋଟିଏ ସୂତାରେ ଗୁନ୍ଥିବା ପାଇଁ ଏକ ପ୍ରୟାସ । ଆମ ଦେଶରେ ଭାଷାଗୁଡିକ ଅଲଗା ଅଲଗା ହେଉ, ଖାଦ୍ୟ ପେୟ ଅଲଗା ଅଲଗା ହେଉ, ରହିବାର ଶୈଳୀ ଅଲଗା ଅଲଗା ହେଉ, ରୀତିନୀତି ଅଲଗା ଅଲଗା ହେଉ, କିନ୍ତୁ ଆତ୍ମା ହେଉଛି ଏକ । ସେହି ଆତ୍ମାର ନାମ ହେଉଛି ଭାରତୀୟତା । ଆଉ ଏହି ଭାରତୀୟତା ପାଇଁ ମୁଁ ଏବଂ ଆପଣ ଆମେ ସମସ୍ତେ ଗର୍ବ କରୁଛେ ।

ଗୋଟିଏ ରାଜ୍ୟର ଯୁବକ ଅନ୍ୟ ରାଜ୍ୟର ଯୁବକଙ୍କ ସହିତ ମିଶିବେ ତ, ସେମାନଙ୍କୁ ମଧ୍ୟ ନୂଆ ଅନୁଭବ ହେବ, ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ସମ୍ମାନ ବଢିବ, ବୁଝିବା ଶକ୍ତି ବଢିବ । ଲୋକେ ଯେବେ ଏକାଠି ରହନ୍ତି, ମିଳାମିଶା କରନ୍ତି ତ ବୁଝାପଡେ ଯେ ଏହା ଖାଇବା ପିଇବା ଏବଂ ସତରେ ଭାଷାର ହିଁ ପ୍ରଭେଦ । ଗଭୀରତାର ସହ ଦେଖାଗଲେ ସ୍ପଷ୍ଟ ହୁଏ ଯେ ଆମର ମୂଲ୍ୟବୋଧ, ଆମର ମାନବିକତା, ଆମର ଦର୍ଶନ ଏକା ଭଳି ।

ବନ୍ଧୁଗଣ, ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ମାଧ୍ୟମରେ ଦୁଇଟି ଅଲଗା ଅଲଗା ରାଜ୍ୟ ମଧ୍ୟରେ ଏକ ବର୍ଷ ପାଇଁ ଭାଗିଦାରୀ କରାଯାଇଛି । ଏହି ବର୍ଷ ହରିୟଣା- ତେଲଙ୍ଗାନା ସହିତ ନିଜର ଭାଗିଦାରୀ କରିଛି । ଦୁଇ ରାଜ୍ୟ ମଧ୍ୟରେ କେଉଁ ବିଷୟଗୁଡିକ ଉପରେ ପରସ୍ପର ସହଯୋଗ ମିଳିବ, ସେଥିପାଇଁ ମଧ୍ୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ମୋର ବିଶ୍ୱାସ ଯେ ଆଜି ହରିୟାଣାକୁ ତେଲଙ୍ଗାନାରୁ ଆସିଥିବା ଛାତ୍ରମାନଙ୍କୁ ବିଶେଷଭାବେ ବହୁତ କିଛି ଜାଣିବାକୁ-ଶିଖିବାକୁ ମିଳିବ ।

‘ଏକ ଭାରତ- ଶ୍ରେଷ୍ଠ ଭାରତ’ କେବଳ ଏକ ଯୋଜନା ନୁହେଁ । ଏହାକୁ ଏକ ଜନ ଆନ୍ଦୋଳନ ରୂପେ ଆଗକୁ ବଢାଯାଉଛି ଏବଂ ଏହା ସେତେବେଳେ ସଫଳ ହେବ, ଯେତେବେଳେ ଦେଶର ଯୁବକମାନଙ୍କ ଭରପୁର ସହଯୋଗ ମିଳିବ ।
ମୋର ଯୁବ ବନ୍ଧୁଗଣ, ଏବର୍ଷ ଦେଶ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଶତାବ୍ଦୀ ପାଳନ କରୁଛି । ଦେଶର ଯୁବକଙ୍କ ପାଇଁ ପଣ୍ଡିତଜୀଙ୍କର ମନ୍ତ୍ର ଥିଲା – ଚରୈବତି, ଚରୈବତି, ଚରୈବତି ଅର୍ଥାତ ଚାଲୁଥାଅ, ଚାଲୁଥାଅ, ଅଟକିଯାଅ ନାହିଁ, ରହିଯାଅ ନାହିଁ ରାଷ୍ଟ୍ର ନିର୍ମାଣ ପଥରେ ଚାଲୁ ଥାଅ ।

ବୈଷୟିକ ଜ୍ଞାନର ଏହି ଯୁଗରେ ଆଜି ଦେଶର ଯୁବକମାନଙ୍କୁ ତିନୋଟି ସି (ଥ୍ରୀ-ସି) ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ । ମୁଁ ଯେତେବେଳେ ଥ୍ରୀ-ସି କଥା କହେ ତ ମୋର ଉଦ୍ଦେଶ୍ୟ ହେଉଛି ପ୍ରଥମ ସି-କଲେକ୍ଟିଭିଟି, ଦ୍ୱିତୀୟ ସି-କନେକ୍ଟିଭିଟି ଏବଂ ତୃତୀୟ ସି-କ୍ରିୟେଟିଭିଟି….. । କଲେକ୍ଟିଭିଟି ଅର୍ଥାତ ସାମୁହିକତା ବା ସମଷ୍ଟିଗତ ଭାବେ ଯେ ପର୍ଯ୍ୟନ୍ତ ଆମେ ସଂଗଠିତ ହୋଇ ଶକ୍ତିଶାଳୀ ନ ହେବା, ଆମେ ଭେଦଭାବକୁ ଦୂରେଇ ଭାରତୀୟ ଏକାଠି ନ ହେବା, ସାମୁହିକ ଶକ୍ତି ହେଉଛି ବହୁତ ବଡ଼ ଶକ୍ତି ।

ଦ୍ୱିତୀୟ କଥା ହେଉଛି କନେକ୍ଟିଭିଟି । ଦେଶ, ଯୁଗ ବଦଳି ଯାଇଛି । ଟେକ୍ନୋଲଜି ସମଗ୍ର ବିଶ୍ୱକୁ ବହୁତ ଛୋଟ କରି ଦେଇଛି । ସମଗ୍ର ବିଶ୍ୱ ଆପଣଙ୍କ ହାତମୁଠାରେ ଆପଣଙ୍କ ହାତରେ ରହୁଛି । କନେକ୍ଟିଭିଟି ବା ଯୋଗାଯୋଗ ହେଉଛି ସମୟର ଆବଶ୍ୟକତା । ଆମେ ଯୋଗାଯୋଗ ଦୃଷ୍ଟି କୋଣରୁ ଟେକ୍ନୋଲଜି ସହିତ ଆମର ମାନବିକ ମୂଲ୍ୟବୋଧକୁ ମଧ୍ୟ ଗୁରୁତ୍ୱ ଦେଇ ଚାଲିବା । ଆଉ ତୃତୀୟ ସି ମୁଁ କହିଲି କ୍ରିଏଟିଭିଟି ବା ସୃଜନଶୀଳତା । ନୂଆ ବିଚାର, ନୂଆ ଉଦ୍ଭାବନ, ପୁରୁଣା ସମସ୍ୟା ଗୁଡିକର ନୂଆ ସମାଧାନ କରିବା ପାଇଁ ନୂଆ ଉପାୟ ଏବଂ ଏହା ଯୁବକଙ୍କଠାରୁ ଆଶା କରାଯାଉଛି । ଯେଉଁଠାରେ ସୃଜନଶୀଳତା ଶେଷ ହୋଇ ଯାଉଛି, ଉଦ୍ଭାବନ ଶେଷ ହୋଇ ଯାଉଛି, ନୂତନତ୍ୱ ଅଟକି ଯାଉଛି, ଜୀବନ ଏକ ପ୍ରକାର ସେହିଠାରେ ଅଟକି ଯାଉଛି । ଆଉ ଏଥିପାଇଁ ଆମ ଭିତରେ ସୃଜନଶୀଳତାକୁ ଯେତିକି ସୁଯୋଗ ଦେଇ ହେବ, ଦେବା ଦରକାର ।

ଏଥିପାଇଁ ଜଣେ ଅନ୍ୟ ଜଣଙ୍କ ସହିତ ସଂପର୍କ ରଖନ୍ତୁ, ସାମୁହିକ ଦାୟିତ୍ୱ ତୁଲାଇବା ଶିଖନ୍ତୁ ଏବଂ ନୂଆ ବିଚାର ଉପରେ କାମ କରନ୍ତୁ । ନିଜର ନୂଆ ଚିନ୍ତାଧାରାଗୁଡିକୁ ଏହା ଭାବି ଶେଷ ହେବାକୁ ଦିଅନ୍ତୁ ନାହିଁ ଯେ, ଇଏ ତ ବହୁତ ଛୋଟ, କିମ୍ବା ଅନ୍ୟ ଲୋକମାନେ କ’ଣ କହିବେ । ମନେରଖନ୍ତୁ ଯେ ଦୁନିଆରେ ଅଧିକାଂଶ ବଡ଼ ଓ ନୂଆ ଚିନ୍ତାଧାରାଗୁଡିକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରାଯାଇଛି । ଯାହା ବର୍ତ୍ତମାନର ବ୍ୟବସ୍ଥା ଅଛି, ତାହା ନୂତନ ଚିନ୍ତାଧାରାକୁ ବିରୋଧ କରୁଛି । କିନ୍ତୁ ମୋର ବିଶ୍ୱାସ ଆମ ଦେଶର ଯୁବ ଶକ୍ତି ଆଗରେ ଏ ଭଳି ପ୍ରତ୍ୟେକ ବିରୋଧ ଥମିଯିବ ।

ବନ୍ଧୁଗଣ, ଆଜକୁ ପଚାଶରୁ ଅଧିକ ବର୍ଷ ପୂର୍ବେ ଏକାତ୍ମ ମାନବବାଦ କଥା କହି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଯାହା କହିଥିଲେ, ସେଥିରେ ମଧ୍ୟ ଯୁବକମାନଙ୍କ ପାଇଁ ବଡ଼ ସନ୍ଦେଶ ଥିଲା । ଦୀନଦୟାଲ ଉପାଧ୍ୟାୟ ରାଷ୍ଟ୍ର ନିର୍ମାଣ ଏବଂ ଦେଶରେ ଥିବା ଖରାପ କାର୍ଯ୍ୟଗୁଡିକ ବିରୁଦ୍ଧରେ ଲଢିବା ପାଇଁ ଆହ୍ୱାନ ଦେଇଥିଲେ । ସେ କହିଥିଲେ –

“ଆମକୁ ଅନେକ ଋଢୀଗୁଡିକୁ ଶେଷ କରିବାକୁ ହେବ । ବହୁତ ସଂସ୍କାର ଆଣିବାକୁ ହେବ । ଯାହା ମାନବର ବିକାଶ ଏବଂ ରାଷ୍ଟ୍ରର ଏକାତ୍ମତା ବୃଦ୍ଧି ପାଇଁ ପୋଷକ ଅଟେ, ଆମେ ତାହା କରିବା ଏବଂ ଯାହା ବାଧାବିଘ୍ନ ଅଛି ତାହାକୁ ହଟାଇବା । ଈଶ୍ୱର ଯେଭଳି ଶରୀର ଦେଇଛନ୍ତି, ତା ମଧ୍ୟରୁ ମାଛର ଖୋଳପା ବାହାର କରି କିମ୍ବା ଆତ୍ମଗ୍ଳାନି ନେଇ ଚାଲିବାର ଆବଶ୍ୟକତା ନାହିଁ । କିନ୍ତୁ ଶରୀରରେ ମାଛ ଆଖିଆ ହେଲେ ତାହାର ଅସ୍ତ୍ରୋପଚାର ଆବଶ୍ୟକ । ସଜୀବ ଏବଂ ସୁସ୍ଥ ଅଙ୍ଗଗୁଡିକୁ କାଟିବାର ଆବଶ୍ୟକତା ନାହିଁ । ଆଜି ଯଦି ସମାଜରେ ଛୁଆଁ ଅଛୁଆଁ ଏବଂ ଭେଦଭାବ ଘର କରି ଯାଇଛି, ଯାହା କାରଣରୁ ଲୋକମାନେ ମଣିଷକୁ ମଣିଷ ଭାବୁ ନାହାନ୍ତି ଏବଂ ଯାହା ରାଷ୍ଟ୍ରର ଏକତା ପାଇଁ ଘାତକ ସିଦ୍ଧ ହେଉଛି, ଆମେ ତାହାକୁ ଶେଷ କରିବା” ।

ପଣ୍ଡିତଜୀଙ୍କର ଏହି ଆହ୍ୱାନ ଆଜି ମଧ୍ୟ ସେତିକି ଗୁରୁତ୍ୱ ରଖୁଛି । ଆଜି ମଧ୍ୟ ଦେଶରେ ଛୁଆଁ ଅଛୁଆଁ ଅଛି, ଭ୍ରଷ୍ଟାଚାର ଅଛି, କଳାଧନ ଅଛି, ଅଶିକ୍ଷା ଅଛି, କୁପୋଷଣ ଅଛି । ଏହି ସବୁ ଖରାପ ବ୍ୟବସ୍ଥାଗୁଡିକୁ ଶେଷ କରିବାକୁ ଦେଶର ଯୁବକଙ୍କୁ ନିଜର ଶକ୍ତି ଲଗାଇବାକୁ ପଡିବ । ଏବେ କିଛି ଦିନ ତଳେ ସରକାର କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନକୁ ଯେତିକି ସମର୍ଥନ ମୋର ଯୁବ ବନ୍ଧୁମାନେ ଦେଇଛନ୍ତି, ତାହା ଏହି କଥାର ପ୍ରମାଣ ଯେ, ସମାଜରେ ପରିବ୍ୟାପ୍ତ ଖରାପ କଥାକୁ ଶେଷ କରିବା ପାଇଁ ଆପଣ ସମସ୍ତଙ୍କ ମଧ୍ୟରେ କେତେ ଜବରଦସ୍ତ ଇଚ୍ଛାଶକ୍ତି ଅଛି ।

ଏଥିପାଇଁ ଯେତେବେଳେ ମୁଁ କହୁଛି କି ମୋ ଦେଶ ବଦଳୁଛି, ତ ତାହା ପଛରେ ଆପଣମାନଙ୍କର ପ୍ରୟାସ ରହିଛି । ଦେଶର ଅଲଗା ଅଲଗା ଭାଗରୁ ହଜାର ହଜାର, ଲକ୍ଷ ଲକ୍ଷ ଯୁବକ ନିଜସ୍ୱ ଢଙ୍ଗରେ ସାମାଜିକ କୁ-ସଂସ୍କାର ଏବଂ ଆହ୍ୱାନ ବିରୁଦ୍ଧରେ ଲଢେଇ କରୁଛନ୍ତି । ଏହା ନୁହେଁ, ସେମାନେ ଏମିତି ଏମିତି ନୂଆ ଚିନ୍ତାଧାରା ସାମ୍ନାକୁ ଆଣୁଛନ୍ତି କି ତାଙ୍କୁ ପ୍ରଣିପାତ ନ କରି ରହି ପାରୁ ନାହିଁ ।

ଏବେ କିଛି ଦିନ ପୂର୍ବରୁ ‘ମନ୍ କୀ ବାତ’ରେ ମୁଁ ଏକ ଝିଅ କଥା କହିଥିଲି, ଯିଏ ଏହି ଚିନ୍ତାଧାରା ଦେଇଥିଲା କି ବିବାହରେ ବନ୍ଧୁବାନ୍ଧବମାନଙ୍କୁ ଉପହାର ଫେରାଇବା ବେଳେ ସାଧାରଣତଃ ଆମ୍ବ ଗଛ ଦିଆଯାଉ । ପର୍ଯ୍ୟାବରଣକୁ ବଞ୍ଚାଇ ରଖିବା ପାଇଁ ଏହା ହେଉଛି କେତେ ସୁନ୍ଦର ଉପାୟ ।

ସେହିପରି ଗୋଟିଏ ଅଞ୍ଚଳରେ ଲୋକେ ଅଳିଆ ଆବର୍ଜନା ପକାଯାଉଥିବା ଡବାର ଅଭାବ କାରଣରୁ ବହୁତ ଦୁଃଖୀ ଥିଲେ । ଏଭଳି ଅବସ୍ଥାରେ ସେଠାକାର ଯୁବକ ମିଳିମିଶି ଅଳିଆ ଆବର୍ଜନା ପକାଯାଉଥିବା ଡବାକୁ ବିଜ୍ଞାପନ ସହିତ ଯୋଡି ଦେଲେ । ଏବେ ସେଠାକାର ରାସ୍ତାରେ ଆପଣମାନଙ୍କୁ ପ୍ରତ୍ୟେକ ଜାଗାରେ ଅଳିଆ ପକାଇବା ଡବା ଦେଖିବାକୁ ମିଳିବ ଯେଉଁଥିରେ ବିଜ୍ଞାପନ ମଧ୍ୟ ରହିଥିବ । ଏବେ ସେଠାରେ ଅଳିଆ ଆବର୍ଜନା ପକାଇବା ଡବାକୁ ଡଷ୍ଟବିନ କହୁ ନାହାନ୍ତି ବିଜ୍ଞାପନ ଡବା ବା ଆଡ୍-ବିନ କହୁଛନ୍ତି ।

ଏମିତି ଯୁବକ ମଧ୍ୟ ଅଛନ୍ତି ଯେଉଁମାନେ ପୁର୍ବ ମାସରେ ରିଲେ ମାଧ୍ୟମରେ ମାତ୍ର 10 ଦିନରେ ପାଖାପାଖି 6 ହଜାର କିଲୋମିଟର ସାଇକେଲ ଚଲାଇ ‘ସ୍ୱର୍ଣ୍ଣିମ ଚତୁର୍ଭୁଜ ଆହ୍ୱାନ’ଶେଷ କରିଛନ୍ତି । ସେମାନଙ୍କର ଟେଗ୍ ଲାଇନ ବା ସୂତ୍ରବାକ୍ୟ ବହୁତ ବଢିଆ ଥିଲା -‘ନିୟମକୁ ଅନୁସରଣ କର ଏବଂ ଭାରତ ନିଶ୍ଚୟ ଶାସନ କରିବ ବା ପ୍ରାଧାନ୍ୟ ବିସ୍ତାର କରିବ’ ।

ଆମ ଦେଶରେ ଉର୍ଜ୍ଜାରେ ଭରପୁର ଏଭଳି ଯୁବକ ପ୍ରତ୍ୟେକ କୋଣରେ ଉପସ୍ଥିତ ଅଛନ୍ତି । କିଏ ପାହାଡ଼ରୁ ବାହାରିଥିବା ଛୋଟ ଝରଣାରୁ ବିଜୁଳି ପ୍ରସ୍ତୁତ କରୁଛି ତ, କିଏ ଅଳିଆ ଆବର୍ଜନାରୁ ଘର ତିଆରି ସାମଗ୍ରୀ ତିଆରି କରୁଛି, କିଏ ଟେକ୍ନୋଲଜି ମାଧ୍ୟମରେ ଦୂର ଦୁରାନ୍ତ ଅଞ୍ଚଳରେ ଡାକ୍ତରୀ ସୁବିଧା ଉପଲବ୍ଧ କରାଉଛି, କିଏ ମରୁଡି ପ୍ରଭାବିତ ଅଞ୍ଚଳରେ କୃଷକମାନଙ୍କ ପାଇଁ ଜଳ ସଂରକ୍ଷଣର ସଂସାଧନ ଯୋଗାଡ କରୁଛି । ଏପରି ଲକ୍ଷ ଲକ୍ଷ ଯୁବକ ଦେଶ ଗଠନ ପାଇଁ ଦିନ ରାତି ଏକାଠି କରି ଦେଉଛନ୍ତି ।
ଏମିତି ପ୍ରତ୍ୟେକ ଉର୍ଜ୍ଜାବାନ ଯୁବକଙ୍କ ପାଇଁ ମୁଁ ସ୍ୱାମୀ ବିବେକାନନ୍ଦଙ୍କ ସନ୍ଦେଶ ପୁଣି ଦୋହରାଇବାକୁ ଚାହୁଁଛି । ଉଠ, ଜାଗ ଆଉ ଯେତେବେଳ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ଅଟକନ୍ତୁ ନାହିଁ ।

ଉଠର ଅର୍ଥ ଶରୀରକୁ ଚୈତନ୍ୟମୟ କର, ଶରୀରକୁ ଉର୍ଜ୍ଜାବାନ କର, ଶରୀରକୁ ଫିଟ୍ ରଖ । କେତେ ଥର ଏମିତି ବି ଦେଖାଯାଇଛି ଯେ, ଲୋକମାନେ ଉଠି ଯାଆନ୍ତି କିନ୍ତୁ ଜାଗ୍ରତ ହୁଅନ୍ତି ନାହିଁ । ଏହି କାରଣରୁ ଠିକ୍ ଭାବେ ପରିସ୍ଥିତିର ଆକଳନ କରି ପାରନ୍ତି ନାହିଁ । ତେଣୁ ଉଠିବା ସହିତ ଜାଗ୍ରତ ହେବା ମଧ୍ୟ ଆବଶ୍ୟକ । ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ହୋଇ ନାହିଁ, ରହ ନାହିଁ…ଏଥିରେ ବହୁତ ବଡ଼ ସନ୍ଦେଶ ରହିଛି । ପ୍ରଥମେ ସ୍ପଷ୍ଟ ଧ୍ୟେୟ/ଲକ୍ଷ୍ୟ ହେବା ବହୁତ ଆବଶ୍ୟକ ।

ଯେବେ ଏହା ଜଣା ନଥାଏ କି କେଉଁଠାକୁ ଯିବାକୁ ଅଛି, ତ ପୁଣି ଏହା କିପରି ଜାଣି ପାରିବା ଯେ କେଉଁ ଦିଗରେ ଯାଉଥିବା ଗାଡିରେ ବସିବାକୁ ହେବ । ତେଣୁ ଯେତେବେଳେ ଲକ୍ଷ୍ୟ ଜଣାପଡି ଯିବ ତାହାର ପ୍ରାପ୍ତି ପାଇଁ ରହି ନ ଯାଇ, ଥକି ନ ଯାଇ, ପ୍ରୟାସ କରି ଚାଲ ।

ମୋର ବନ୍ଧୁଗଣ, ମୋ ଆଗରେ ଆପଣମାନେ ଦେଶର ବୌଦ୍ଧିକ ଶକ୍ତି ରୂପରେ ଉପସ୍ଥିତ ଅଛନ୍ତି । ଆଜିର ଆବଶ୍ୟକତା ଯୁବକଙ୍କ ଉର୍ଜ୍ଜାର ରଚନାତ୍ମକ ପ୍ରୟୋଗ କରିବା । ଆଜିର ଆବଶ୍ୟକତା ଯୁବକଙ୍କୁ ନିଶା ଏବଂ ଅପରାଧରୁ ଦୂରେଇ ରଖିବା । ଆପଣ ଚିନ୍ତନ ଏବଂ ମନ୍ଥନ କରି ନୂଆ ପଥ ତିଆରି କରନ୍ତୁ, ନୂଆ ଲକ୍ଷ୍ୟକୁ ହାସଲ କରନ୍ତୁ । ଆପଣଙ୍କ ସାମ୍ନାରେ ସମ୍ଭାବନା ଗୁଡିକର ଖୋଲା ଆକାଶ ପଡି ରହିଛି ।

ଆଜିର ଆବଶ୍ୟକତା ଯୁବକ ସେବାର ଅତୁଟ ଉଦାହରଣ ହୁଅନ୍ତୁ । ସେମାନଙ୍କ ଚରିତ୍ରରେ ସଚ୍ଚୋଟତା ଏବଂ ନିରପେକ୍ଷତା ରହୁ । ପ୍ରତ୍ୟେକଟି ଆହ୍ୱାନର ସାମ୍ନା କରିବାର ଦୃଢ ଇଚ୍ଛା ଶକ୍ତି ରହୁ । ସେମାନଙ୍କୁ ନିଜର ଗୌରବଶାଳୀ ପରମ୍ପରା ଉପରେ ଗର୍ବ ହେଉ । ସେମାନଙ୍କର ଆଚରଣ ଏବଂ ଚରିତ୍ର ନୈତିକ ମୂଲ୍ୟ ଉପରେ ଆଧାରିତ ହେଉ । ଏଥିପାଇଁ ଏହା ଉପରେ ମୁଁ ଜୋର୍ ଦେଉଛି, କାରଣ ଲକ୍ଷ୍ୟ ହାସଲ କରିବା ଯେତିକି କଷ୍ଟ, ସେତିକି ହିଁ ସହଜ ଲକ୍ଷ୍ୟରୁ ଦୂରେଇ ଯିବା ।

ସୁଖୀ-ସମ୍ପନ୍ନ ଜୀବନର ଆକାଂକ୍ଷା ରଖିବା ଠିକ୍ କିନ୍ତୁ ଏହା ସହିତ ସମାଜ ଏବଂ ଦେଶ ପ୍ରତି ଥିବା ଦାୟୀତ୍ୱକୁ ମଧ୍ୟ ବୁଝିବା ଆବଶ୍ୟକ । ମୁଁ ଆପଣଙ୍କୁ 1,2,3,4,5,6 ଅର୍ଥାତ ଛଅଟି ଆହ୍ୱାନ ବିଷୟରେ ଜଣାଉଛି । ଯାହାଙ୍କ ସହିତ ଲଢିବା ବହୁତ ଜରୁରୀ ।

1. ସମାଜ ପ୍ରତି ଅଜ୍ଞାନତା

2. ସମାଜ ପ୍ରତି ଅସମ୍ବେଦନଶୀଳତା

3. ସମାଜ ପ୍ରତି ଚିରାଚରିତ ଚିନ୍ତାଧାରା

4. ଜାତି – ସମୁଦାୟର ବିଚାର ଧାରାରୁ ଉପରକୁ ଉଠିବାରେ ଅକ୍ଷମତା

5. ମାଆ-ଭଉଣୀ-ଝିଅ ପ୍ରତି ଦୁର୍ବ୍ୟବହାର

6. ପର୍ଯ୍ୟାବରଣ ପ୍ରତି ବେପରୁଆ, ଦାୟିତ୍ୱହୀନ ଦୃଷ୍ଟିକୋଣ

ଏହି ଛଅଟି ଆହ୍ୱାନକୁ ଆଜିର ଯୁବକଙ୍କୁ ଧ୍ୟାନରେ ରଖିବାକୁ ହେବ, ସେଗୁଡିକୁ ପରାଜିତ କରିବାର ପ୍ରୟାସ କରିବାକୁ ହେବ । ଆପଣ ଯେଉଁଠି ବି ରହନ୍ତୁ, ଯେଉଁ କ୍ଷେତ୍ରରେ କାମ କରନ୍ତୁ ସେଠାରେ ଏହି ଆହ୍ୱାନ ଗୁଡିକ ବିଷୟରେ ଚିନ୍ତା କରନ୍ତୁ ସେଗୁଡିକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ।

ଆପଣ ସମସ୍ତ ଯୁବଗୋଷ୍ଠୀ ପ୍ରଯୁକ୍ତି-ଜ୍ଞାନୀ (Techno-Savvy) । ଆପଣମାନଙ୍କୁ ଏହି ସନ୍ଦେଶ ସର୍ବଜନଙ୍କ ପାଖରେ ପହଞ୍ଚାଇବାକୁ ପଡିବ ଯେ ସମାଜରେ ସକାରାତ୍ମକ ପରିବର୍ତ୍ତନ କିଭଳି ଆସିପାରିବ ।

ଆପଣ ସମସ୍ତ ଯୁବଗଣ ସେହି ଲୋକମାନଙ୍କ ଜୀବନକୁ ଛୁଇଁବାର ପ୍ରୟାସ କରନ୍ତୁ ଯେଉଁମାନେ ବଞ୍ଚିତ-ଶୋଷିତ ଅଟନ୍ତି । ଅନ୍ୟର ଭବିଷ୍ୟତକୁ ଭଲ କରିବା ପାଇଁ ଆପଣଙ୍କ ଭଳି ସମସ୍ତ ଯୁବକମାନଙ୍କୁ ନିଜର ଉର୍ଜ୍ଜା ଏବଂ ସମୟ ଦେବାକୁ ହେବ । ଯୁବକଙ୍କ ଶକ୍ତି, ଯୁବକଙ୍କ ଉର୍ଜ୍ଜା ଏବଂ ଯୁବକଙ୍କ ଦୃଢ ଇଚ୍ଛା ଶକ୍ତି, ପରିବର୍ତ୍ତନ ଆଣିବାରେ ଆହୁରି ଅଧିକ ସଫଳ ହେବେ । ଏବେ କୋଟି କୋଟି ଯୁବକଙ୍କ ସ୍ୱରକୁ ଏହି ଦେଶର ସ୍ୱର ସହିତ ମିଶାଇ ବିକାଶର କାମ ଗୁଡିକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ।
ମୋର ସାଥୀମାନେ, ଆପଣ ସମସ୍ତେ ନୂଆ କ୍ଷେତ୍ରକୁ ସ୍ପର୍ଶ କରନ୍ତୁ, ବିକାଶର ନୂଆ ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରନ୍ତୁ, ନୂଆ ଉପଲବ୍ଧି ହାସଲ କରନ୍ତୁ । ଏହି ଶୁଭ କାମନା ସହିତ ଆପଣମାନଙ୍କୁ ରାଷ୍ଟ୍ରୀୟ ଯୁବ ଦିବସ ଓ ମହୋତ୍ସବର ବହୁତ ବହୁତ ଅଭିନନ୍ଦନ ଦେଉଛି ଏବଂ ବହୁତ ବହୁତ ଶୁଭ କାମନା ଜଣାଉଛି । ଆଉ ସ୍ୱାମୀ ବିବେକାନନ୍ଦଙ୍କର ପୂଣ୍ୟ ସ୍ମରଣ କରି ଆମ ଭିତରେ ଥିବା ଉର୍ଜ୍ଜାକୁ ନେଇ, ସମାଜର, ରାଷ୍ଟ୍ରର, ପରିବାରର, ଗାଁର, ଗରିବର, କୃଷକର ଭଲ ପାଇଁ ନିଜ ଜୀବନର କିଛି ନା କିଛି ସମୟ ବାହାର କରି ସେମାନଙ୍କ ପାଇଁ ଦେବାକୁ ସଂକଳ୍ପ କରନ୍ତୁ । ଦେଖନ୍ତୁ ଜୀବନରେ ଯାହା କରିବାରେ ସନ୍ତୋଷ ମିଳିବ, ସେହି ସନ୍ତୋଷର ଯେଉଁ ଶକ୍ତି ହେବ ତାହା ସ୍ୱୟଂ ଉର୍ଜ୍ଜାର ଏକ ରୂପ ଧାରଣ କରିନେବ । ମୋର ଆପଣମାନଙ୍କୁ ବହୁତ ବହୁତ ଶୁଭ କାମନା । ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବକଙ୍କୁ ନେଇ ଏକ ପ୍ରକାର ଛୋଟ ଭାରତ ମୋ ସାମ୍ନାରେ ଅଛି । ଏହି ଛୋଟ ଭାରତ ନୂଆ ପ୍ରେରଣା, ନୂଆ ଉତ୍ସାହ ନେଇ ଗୀତାର, ଗୀତାର ମାଟି ଅଟେ । ଯାହା କର୍ମର ସନ୍ଦେଶ ଦିଏ । ନିଷ୍କାମ କର୍ମ ଯୋଗର ସନ୍ଦେଶ ଦିଏ । ତାହାକୁ ନେଇ ଆପଣ ଆଗେଇ ଚାଲନ୍ତୁ, ଏଥିପାଇଁ ଏହି ଯୁବ ମହୋତ୍ସବକୁ ମୋର ବହୁତ ବହୁତ ଶୁଭ କାମନା ଜଣାଉଛି ।

ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tax Bill 2026 clears tax hurdles for electronics manufacturing and boosts India's global supply chain competitiveness

Media Coverage

Tax Bill 2026 clears tax hurdles for electronics manufacturing and boosts India's global supply chain competitiveness
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.