The GST spirit is about growing stronger together. I hope the same GST spirit prevails in the session: PM
GST shows the good that can be achieved when all parties come together and work for the nation: PM

ନମସ୍କାର ବନ୍ଧୁଗଣ,

ଆଜି ସଂସଦର ମୌସୁମୀ ଅଧିବେଶନର ଆରମ୍ଭ ହେଉଛି । ଗ୍ରୀଷ୍ମ ପରେ, ପ୍ରଥମ ବର୍ଷା ଯେପରି ଓଦା ମାଟିରେ ଏକ ନୂଆ ସୁଗନ୍ଧ ଭରି ଦେଇଥାଏ, ସେହିପରି ଏହି ମୌସୁମୀ ଅଧିବେଶନ ଜିଏସଟିର ସଫଳ ବର୍ଷା କାରଣରୁ, ସମ୍ପୂର୍ଣ୍ଣ ଅଧିବେଶନ ନୂଆ ସୁଗନ୍ଧ ଏବଂ ନୂଆ ଉତ୍ସାହରେ ଭରି ରହିବ । ଯେତେବେଳେ ଦେଶର ସମସ୍ତ ରାଜନୈତିକ ଦଳ, ସମସ୍ତ ସରକାର, କେବଳ ଏବଂ କେବଳ ରାଷ୍ଟ୍ରହିତର ନିକିତିରେ ତଉଲି ନିଷ୍ପତ୍ତି ନେଇଥାନ୍ତି, ତା'ହେଲେ କେତେ ମହତ୍ୱପୂର୍ଣ୍ଣ ରାଷ୍ଟ୍ରହିତ କାର୍ଯ୍ୟ ହୋଇଥାଏ, ତାହା ଜିଏସଟିରେ ପ୍ରତିଫଳନ, ସଫଳ ଏବଂ ସିଦ୍ଧ ହୋଇସାରିଛି । ‘Growing Stronger Together’ ଏହା GST "Spirit”ର ଅନ୍ୟନାମ । ଏହି ଅଧିବେଶନ ମଧ୍ୟ ଜିଏସଟି "ଉତ୍ସାହ ଓ ଉଦ୍ଦୀପନା” ସହିତ ଆଗକୁ ବଢ଼ିବ ।

ଏହି ଅଧିବେଶନ ଅନେକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ଅଟେ । ଅଗଷ୍ଟ 15 ରେ ସ୍ୱାଧୀନତାର ସାତ ଦଶନ୍ଧି ଯାତ୍ରା ପୂରଣ ହେଉଛି । ଅଧିବେଶନ ଚାଲିଥିବା ସମୟରେ 9 ଅଗଷ୍ଟ ପଡୁଛି, ଯେତେବେଳେ କି ଅଗଷ୍ଟ ବିପ୍ଳବର 75 ବର୍ଷ ପୂରଣ ହେବ । ଭାରତ ଛାଡ ଆନ୍ଦୋଳନର 75 ବର୍ଷ ପୂର୍ତ୍ତିର ଏହା ଅବସର । ଏହି ଅଧିବେଶନରେ ଦେଶ ପାଇଁ ନୂଆ ରାଷ୍ଟ୍ରପତି ଏବଂ ନୂଆ ଉପରାଷ୍ଟ୍ରପତି ବାଛିବାର ଅବସର ମିଳିଛି । ଏକପ୍ରକାରରେ ରାଷ୍ଟ୍ରଜୀବନର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଘଟଣାରେ ଭରିଥିବା ଏହା ହେଉଛି ଏକ କାଳଖଣ୍ଡ । ଏବଂ ସେଥିପାଇଁ ଏହା ସ୍ୱାଭାବିକ ଯେ ଦେଶବାସୀଙ୍କ ଧ୍ୟାନ ସବୁ ସମୟ ଭଳି ଏହି ମୌସୁମୀ ଅଧିବେଶନ ଉପରେ ବିଶେଷ ଭାବେ ରହିବ ।

ଯେତେବେଳେ ଆମେ ମୌସୁମୀ ଅଧିବେଶନର ଆରମ୍ଭ କରିଥାଉ, ଆମେ ଦେଶର ସେହି କୃଷକମାନଙ୍କୁ ପ୍ରଣାମ କରିଥାଉ ଯେଉଁମାନେ ଏହି ଋତୁରେ କଠୋର ପରିଶ୍ରମ କରି ଦେଶବାସୀଙ୍କ ଖାଦ୍ୟ ସୁରକ୍ଷାର ବ୍ୟବସ୍ଥା କରିଥାନ୍ତି ଏବଂ ସେମାନଙ୍କୁ ପ୍ରଣାମ କରି ଏହି ଅଧିବେଶନ ଆରମ୍ଭ ହୋଇଥାଏ ।

ଏହି ମୌସୁମୀ ଅଧିବେଶନରେ ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ, ସମସ୍ତ ମାନନୀୟ ସାଂସଦଗଣ ରାଷ୍ଟ୍ରହିତରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଉତ୍ତମ ସ୍ତରର ଚର୍ଚ୍ଚା କରିବେ, ପ୍ରତ୍ୟେକ ବିଚାରରେ ମୂଲ୍ୟ ସଂବର୍ଦ୍ଧନ(Value Addition) କରିବାର ପ୍ରୟାସ, ପ୍ରତ୍ୟେକ ବ୍ୟବସ୍ଥାରେ ମୂଲ୍ୟ ସଂବର୍ଦ୍ଧନ କରିବାର ପ୍ରୟାସ ଆମେ ସମସ୍ତେ ମିଶି କରିବା, ଏଥିପ୍ରତି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership