PM Modi greets Mata Amritanandamayi on her 63rd birthday, prays for her long life and good health
Fortunate to be among those who have been receiving Amma’s blessings and unconditional love: PM Modi
India is the land of such saints who have seen God in everything that can be seen. Mankind is prominent among those things: PM
Serving the old and the aged, and helping the needy have been Amma’s childhood passions: PM
Amma’s initiative on building toilets has been a great help in our Swachh Bharat Programme: PM Modi
Amma’s ashram has already completed construction of two thousand toilets: PM Modi
One year ago, Amma generously donated one hundred crore rupees to the Namami Gange programme: PM Modi

ପ୍ରଣାମ ଆମ୍ମା

ମଞ୍ଚରେ ଉପସ୍ଥିତ ସମସ୍ତ ସମ୍ମାନୀତ ଅତିଥି ବୃନ୍ଦ

ନମସ୍କାର !

ଏହି ଧର୍ମନିଷ୍ଠ ଏବଂ ପବିତ୍ର ଅବସରରେ, ମୁଁ ଆମ୍ମାଙ୍କୁ ମୋର ଗଭୀର ସମ୍ମାନ ଜଣାଉଛି । ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ସେ ହେଉଛନ୍ତି ନିୟୁତ ନିୟୁତ ଭକ୍ତଙ୍କ ପାଇଁ ମାର୍ଗଦର୍ଶନର ଆଲୋକ । କେବଳ ତାହା ନୁହେଁ, ସେ ଅନେକ ଭକ୍ତଙ୍କ ପାଇଁ ଜୀବନର ପର୍ଯ୍ୟାୟ । ବାସ୍ତବ ମା’ ପରି, ସେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଜ ଭକ୍ତମାନଙ୍କର ଲାଳନ ପାଳନ କରିଥାଆନ୍ତି ।

ମୁଁ ବହୁତ ଭାଗ୍ୟବାନ ଯେ ଅନ୍ୟମାନଙ୍କ ପରି ଆମ୍ମାଙ୍କର ଆଶୀର୍ବାଦ ଏବଂ ନିଃସ୍ୱାର୍ଥପର ଭଲପାଇବା ପ୍ରାପ୍ତ କରିପାରିଛି । ତିନି ବର୍ଷ ପୂର୍ବେ ଆମ୍ମାଙ୍କର 60ତମ ଜନ୍ମ ଦିବସ ପାଳନ ଅବସରରେ ଅମ୍ରିତାପୁରୀ ଯିବା ପାଇଁ ମୋତେ ସୁଯୋଗ ମିଳିଥିଲା । ଆଜି ମୁଁ ବ୍ୟକ୍ତିଗତ ଭାବେ ଏହି ଦିବସରେ ଉପସ୍ଥିତ ରହିବାର ସୌଭାଗ୍ୟ ପାଇ ନଥିଲେ ମଧ୍ୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତାଙ୍କୁ ସମ୍ମାନ ଜଣାଇଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ମୁଁ କେରଳରୁ ଏବେ ଫେରିଛି ଏବଂ କେରଳର ଜନସାଧାରଣଙ୍କ ସ୍ନେହ ଏବଂ ଅମାପ ଭଲପାଇବା ମୋର ଦୃଦୟକୁ ଖୁସିରେ ଭରି ଦେଇଛି ।

ଭାରତ ଏହିଭଳି ଅନେକ ସାଧୁ ସନ୍ଥଙ୍କ ଦେଶ ଯେଉଁଠାରେ ସବୁ ଦୃଶ୍ୟମାନ ବସ୍ତୁରେ ଭଗବାନଙ୍କୁ ଦେଖନ୍ତି । ମାନବ ଜାତି ସେମାନଙ୍କ ମଧ୍ୟରେ ପ୍ରମୁଖ ।

ସେଥିପାଇଁ ମାନବ ସେବା ତାଙ୍କ ପାଇଁ ମୁଖ୍ୟ ଆଦର୍ଶ ବାକ୍ୟ ହୋଇଛି । ମୁଁ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଆମ୍ମା ବାଲ୍ୟକାଳରେ ନିଜ ଖାଦ୍ୟ ଅନ୍ୟକୁ ବାଣ୍ଟିବାରେ ସନ୍ତୋଷ ଲାଭ କରୁଥିଲେ । ବୃଦ୍ଧ, ବୟସ୍କ ଏବଂ ଅଭାବୀ ଲୋକମାନଙ୍କୁ ସାହାଯ୍ୟ କରିବା ତାଙ୍କର ବାଲ୍ୟକାଳରୁ ଆବେଗ ରହିଆସିଛି । ଏହାଛଡା, ସେ ବାଲ୍ୟକାଳରେ ଭଗବାନ କୃଷ୍ଣଙ୍କର ପୂଜାର୍ଚ୍ଚନା କରୁଥିଲେ । ଏହି ଦୁଇଟି ଗୁଣ ହେଉଛି ତାଙ୍କର ଶକ୍ତି । ଭଗବାନଙ୍କ ପ୍ରତି ଅନୁରାଗ ଏବଂ ଗରିବଙ୍କ ପ୍ରତି ସମର୍ପଣ ଭାବନାର ବାର୍ତ୍ତା ମୁଁ ବ୍ୟକ୍ତିଗତ ଭାବେ ତାଙ୍କଠାରୁ ଶିଖିବାକୁ ପାଇଛି । ନିୟୁତ ନିୟୁତ ଭକ୍ତ ମଧ୍ୟ ଏହି ବାର୍ତ୍ତାରେ ବିଶ୍ୱାସ ଓ ସମର୍ଥନ କରନ୍ତି ।

ଆମ୍ମାଙ୍କ ଦ୍ୱାରା ବିଭିନ୍ନ ସାମାଜିକ ଏବଂ ବଦାନ୍ୟ ସଂସ୍ଥାଗୁଡିକ ଜରିଆରେ କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ବିଷୟରେ ମୁଁ ଅବଗତ ଅଛି । ଖାଦ୍ୟ, ଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ଉପାର୍ଜନ ପ୍ରମୁଖ ପାଞ୍ଚଟି ମୁଖ୍ୟ ଆବଶ୍ୟକତା ବିଶ୍ୱର ଗରିବଙ୍କର ରହିଛି ଏବଂ ଏ କ୍ଷେତ୍ରରେ ଆମ୍ମା ସର୍ବଦା ସହାୟକ ହୋଇଥାଆନ୍ତି ।

ମୁଁ ବିଶେଷ ଭାବେ ସ୍ୱଚ୍ଛତା, ଜଳ, ଗୃହ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟ ବା ଦାନ ଉପରେ ଆଲୋକପାତ କରିବାକୁ ଚାହିଁବି । ମୁଁ ଭାବୁଛି ଯେ ଏହି ସାହାଯ୍ୟପ୍ରାପ୍ତ କରିଥିବା ହିତାଧିକାରୀମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆଜି ପ୍ରମାଣ ପତ୍ର ପ୍ରଦାନ କରାଯିବ । ଖାସକରି, ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣରେ ଆମ୍ମାଙ୍କର ସହଯୋଗ ଅତ୍ୟନ୍ତ ସହାୟକ ହୋଇଥିଲା । କେରଳରେ ସ୍ୱଚ୍ଛତା କ୍ଷେତ୍ରରେ ଶହେ କୋଟି ଟଙ୍କା ଆମ୍ମା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ଦ୍ୱାରା 15 ହଜାର ଆର୍ଥିକ ଅନଗ୍ରସରଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇପାରିବ । ଆଜି, ମୋତେ ସୂଚିତ କରାଯାଇଛି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆମ୍ମାଙ୍କ ଆଶ୍ରମରେ ଦୁଇ ହଜାର ଶୌଚାଳୟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ।

ମୁଁ ଜାଣିଛି ଯେ ପରିବେଶ ସଂରକ୍ଷଣ ଏବଂ ସ୍ଥିରତା କ୍ଷେତ୍ରରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ମଧ୍ୟରୁ ଏହା ମାତ୍ର ଗୋଟିଏ ଉଦାହରଣ । ଏକ ବର୍ଷ ପୂର୍ବେ ଆମ୍ମା ଉଦାରତାର ସହିତ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଶହେ କୋଟି ଟଙ୍କା ଦାନ କରିଥିଲେ । ବିଭିନ୍ନ ସ୍ଥାନରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତମାନଙ୍କୁ ଆମ୍ମାଙ୍କ ସାହାଯ୍ୟ ଓ ସହଯୋଗ ବିଷୟରେ ମୁଁ ଅବଗତ ଅଛି । ଏହା ମଧ୍ୟ ଆମେ ସମସ୍ତେ ଜାଣିବା ଦରକାର ଯେ ଅମୃତା ବିଶ୍ୱବିଦ୍ୟାଳୟରେ ଗବେଷକମାନେ ବିଶ୍ୱର ସବୁଠାରୁ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ନୂତନ ଉପାୟ ଉପରେ ଗବେଷଣା କରୁଛନ୍ତି ।

ଶେଷରେ, ମୋତେ ସମାରୋହରେ ସାମିଲ କରିଥିବାରୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି ।

ପୁନର୍ବାର ଆମ୍ମାଙ୍କୁ ମୁଁ ମୋର ଗଭୀର ଶ୍ରଦ୍ଧା ଜଣାଉଛି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi