Today women are excelling in every sphere: PM Modi
It is important to recognise the talent of women and provide them with the right opportunities: PM Modi
Self Help Groups have immensely benefitted people in rural areas, especially women: PM Modi
To strengthen the network of Self Help Groups across the country, Government is helping them economically as well as by providing training: PM

ନମସ୍କାର ।

ଆପଣମାନେ ଆଜି ଏତେ ସଂଖ୍ୟାରେ ମାତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦୂର ଦୂରାନ୍ତରୁ ନିଜ ଗ୍ରାମରୁ କୋଟି କୋଟି ମା’ ଓ ଭଉଣୀମାନେ ଆଜି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । କିଏ ବା ଏପରି ହେବ ଯାହାକୁ କି ଏହି ସୌଭାଗ୍ୟ କାରଣରୁ ଉର୍ଜା ମିଳିବ ନାହିଁ ତଥା କାମ କରିବାର ସାହସ ମିଳିବ ନାହିଁ । ଆପଣମାନେ ହିଁ ହେଉଛନ୍ତି ସେଇ ଲୋକ ଯେଉଁମାନଙ୍କ ଆଶୀର୍ବାଦ ମୋତେ ଦେଶ ପାଇଁ କିଛି ନା କିଛି କରିବା ଲାଗି ସବୁବେଳେ ନୂତନ ଶକ୍ତି ପ୍ରଦାନ କରିଆସିଛି । ଆପଣମାନେ ସବୁ ହେଉଛନ୍ତି ନିଜ ମଧ୍ୟରେ ସଂକଳ୍ପରେ ଧନୀ । ଉଦ୍ୟମଶୀଳତା ପାଇଁ ସମର୍ପିତ । ଏବଂ ଆପଣମାନଙ୍କୁ ନେଇ ଦଳଗତ ଭାବେ କିପରି କାମ କରାଯାଇ ପାରିବ, ଏକ ସାମୁହିକ ପ୍ରୟାସ କିପରି ଭାବେ କରାଯାଇ ପାରିବ । ମୁଁ ଭାବୁଛି ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ନେଇ କଳ୍ପନା କରିପାରିବେ ନାହିଁ କି ମୋର ହିନ୍ଦୁସ୍ଥାନର ଏହି ଗରିବ ମା’ ଓ ଭଉଣୀମାନେ ଯେଉଁମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ପଢ଼ିବାର ସୌଭାଗ୍ୟ ମିଳିଛି, ମାତ୍ର ଦଳଗତ ଭାବନା କ’ଣ, ମିଳିତ ଭାବେ କିପରି କାମ କରିବାକୁ ହୁଏ ଓ କାମକୁ କିପରି ଭାବେ ବାଣ୍ଟିବାକୁ ହୁଏ ସେ ସମ୍ବନ୍ଧରେ ସେମାନଙ୍କୁ ଜଣାଅଛି ।

ଆମେ ଯେତବେଳେ ମହିଳା ସଶକ୍ତୀକରଣର କଥା କହିଥାଉ, ତେବେ ସବୁଠାରୁ ମହତ୍ୱପୂର୍ଣ୍ଣ ଆବଶ୍ୟକତା ହେଲା ମହିଳାମାନଙ୍କୁ ନିଜର ଶକ୍ତି, ଯୋଗ୍ୟତା ତଥା ଦକ୍ଷତାର ଚିହ୍ନଟ ପାଇଁ ଅବସର ଉପଲବ୍ଧ ହେବା । ମହିଳାମାନଙ୍କୁ କିଛି ଶିଖାଇବାର ଆବଶ୍ୟକତା ପଡିନଥାଏ । ସେମାନଙ୍କ ମଧ୍ୟରେ ଅନେକ ବିଷୟ ରହିଥାଏ । ମାତ୍ର ସେମାନଙ୍କୁ ଅବସର ମିଳେ ନାହିଁ । ଯେଉଁ ଦିନ ଆମ ମା’-ଭଉଣୀମାନଙ୍କୁ ଅବସର ମିଳେ, ସେମାନେ ଚମତ୍କାର କରି ଦେଖେଇ ଦିଅନ୍ତି ଏବଂ ସମସ୍ତ ବାଧାକୁ ଦୂର କରିଦିଅନ୍ତି । ଆଉ ମହିଳାମାନଙ୍କ ଶକ୍ତି ଦେଖନ୍ତୁ, କ’ଣ ବା ସେମାନେ ନସମ୍ଭାଳନ୍ତି । ସକାଳରୁ ରାତି ପର୍ଯ୍ୟନ୍ତ ଦେଖନ୍ତୁ ସେମାନଙ୍କ ସମୟ ପରିଚାଳନା କେତେ ଉନ୍ନତ, ନିଜର ପରିବାର,ଗ୍ରାମ ଓ ସମାଜରେ ଜୀବନକୁ ବଦଳାଇବା ପାଇଁ ସେମାନଙ୍କ ଦ୍ୱାରା ଯାହା ସମ୍ଭବ ସେମାନେ ସବୁବେଳେ କରିଥା’ନ୍ତି । ଆମ ଦେଶର ମହିଳାମାନଙ୍କ ମଧ୍ୟରେ ସାମର୍ଥ୍ୟ ରହିଛି ଏବଂ ସଫଳତା ପାଇଁ କିଛି ବି କରିବାର ସାମର୍ଥ୍ୟ ସେମାନେ ରଖିଥା’ନ୍ତି, ସଂଘର୍ଷ କରିବାର ସାହସ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛି । ମହିଳାମାନଙ୍କ ଆର୍ଥିକ ସାମର୍ଥ୍ୟ ମଧ୍ୟ ବୃଦ୍ଧିପାଇଛି । ଆଉ ମୁଁ ମାନୁଛି ଯେ ମହିଳାମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ଏକ ସବୁଠାରୁ ବଡ ବିଷୟ ହେଉଛି କି ସେମାନେ ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହୁଅନ୍ତୁ । ଯେଉଁ ଦିନ ମହିଳା ଆର୍ଥିକ ଭାବେ ଆତ୍ମନିର୍ଭରଶୀଳ ହେବେ, ତେବେ ଯାଇଁ ସେମାନେ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିପାରିବେ, ପରିବାରରେ ମଧ୍ୟ ଦୃଢ଼ତା ପ୍ରଦର୍ଶନ କରିପାରିବେ, ପିଲାମାନଙ୍କୁ କହିପାରିବେ ଯେ ଏହା କର, ଏହା କର ନାହିଁ, ସ୍ୱାମୀଙ୍କୁ ମଧ୍ୟ କହିପାରିବେ ଯେ ଏହା କର, ଏହା କର ନାହିଁ ଏବଂ ଏଥିପାଇଁ ମହିଳାମାନେ ଆର୍ଥିକ ଭାବେ ସ୍ୱତନ୍ତ୍ର ହେବା ସମସ୍ତ ନିଷ୍ପତ୍ତିର ଭାଗିଦାରୀତା ବଢ଼େଇବାରେ ଏକ ବହୁତ ବଡ କାରଣ ହୋଇଥାଏ । ଏବଂ ଏଥିପାଇଁ ଆମମାନଙ୍କର ପ୍ରୟାସ ରହିବା ଆବଶ୍ୟକ । ମହିଳାମାନଙ୍କ ମଧ୍ୟରେ ଯେତବେଳେ ଆର୍ଥିକ ସାମର୍ଥ୍ୟ ବୃଦ୍ଧି ପାଇଥାଏ, ତା’ର ସାମାଜିକ ଜୀବନରେ ଯେଉଁ କୁରୀତି ରହିଛି ତା’ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯେଉଁ ସାମାଜିକ କୁସଂସ୍କାର ରହିଛି ମହିଳାମାନଙ୍କୁ ଅନେକ ସମୟରେ ସେଗୁଡ଼ିକ ସହିତ ବୁଝାମଣା କରିବାକୁ ପଡିଥାଏ, ନଇଁବାକୁ ପଡିଥାଏ ଏବଂ ନ ଚାହିଁଲେ ମଧ୍ୟ କୁସଂସ୍କାରଗୁଡ଼ିକୁ ସ୍ୱୀକାର କରିବାକୁ ପଡିଥାଏ । ମାତ୍ର ଯଦି ଆର୍ଥିକ ସାମର୍ଥ୍ୟ ରହିଛି ତେବେ ସେମାନେ କୁସଂସ୍କାର ବିରୋଧରେ ଲଢିବା ପାଇଁ ପ୍ରସ୍ତୁତ ହୋଇଯା’ନ୍ତି । ଆଜି ଆପଣ ଯେକୌଣସି କ୍ଷେତ୍ରକୁ ଦେଖନ୍ତୁ, ସେଠାରେ ଆପଣମାନେ ମହିଳାମାନଙ୍କୁ ବହୁ ସଂଖ୍ୟାରେ କାମ କରୁଥିବାର ଦେଖିପାରିବେ । କେହି କଳ୍ପନା କରିପାରିବେ କି ଆମ ମା’ ଓ ଭଉଣୀମାନଙ୍କ ବିନା ପଶୁପାଳନ କାର୍ଯ୍ୟ ହୋଇପାରିବ, କିଏ କଳ୍ପନା କରିପାରିବେ କି ଆମ ମା’-ଭଉଣୀମାନଙ୍କ ବିନା ଯୋଗଦାନରେ କୃଷି କ୍ଷେତ୍ର ଚାଲିପାରିବ । ବହୁତ କମ ଲୋକଙ୍କୁ ଜଣାଅଛି, ଗାଁମାନଙ୍କୁ ଯାଇଁ ଦେଖିଲେ ଜଣାପଡିବ ଯେ କୃଷିର କେତେ ବଡ ଭାଗ କାର୍ଯ୍ୟ ଆମ ମା’ ଓ ଭଉଣୀମାନେ କରିଥା’ନ୍ତି । ପଶୁପାଳନ ଫଳରେ ତ ଏକପ୍ରକାର ଶତ ପ୍ରତିଶତ । ଆଜି ଦେଶରେ ଯେଉଁ ଦୁଗ୍ଧ ଉତ୍ପାଦନ ହୋଇଥାଏ, ମୁଁ ମାନୁଛି ଯେ ଆମ ମା’ ଓ ଭଉଣୀମାନଙ୍କର ଏଥିରେ ଶତ ପ୍ରତିଶତ ଯୋଗଦାନ ରହିଛି । ପଶୁପାଳନରେ ବହୁତ ପରିଶ୍ରମ କରିବାକୁ ପଡିଥାଏ ଏବଂ ଏଥିପାଇଁ ଆମ ମା’ ଓ ଭଉଣୀମାନେ ଯେଉଁମାନେ କି ଖାସ କରି ଗ୍ରାମ ଓ ଗ୍ରାମୀଣ କ୍ଷେତ୍ରମାନଙ୍କରେ ରହୁଛନ୍ତି ସେମାନଙ୍କ ଉଦ୍ୟମ ସହିତ ଜଡିତ ଅନେକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗାଁ-ଗାଁରେ ସାମୂହିକ ଉଦ୍ୟମର କ୍ଲଷ୍ଟରରେ ବୃଦ୍ଧି ଘଟିଛି ଏବଂ ଅଧିକରୁ ଅଧିକ ମିଳୁଛି । ଏହି ପ୍ରୟାସକୁ ଗତି ମିଳୁ, ଏହାର ପରିସର ବ୍ୟାପକ ହେଉ ଏବଂ ଅଧିକରୁ ଅଧିକ ଜନସାଧାରଣଙ୍କୁ ଏହାର ଲାଭ ମିଳୁ ।

ଭାରତ ସରକାରଙ୍କ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା,

ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଏହା ସୁନିଶ୍ଚିତ କରିବା ପାଇଁ ଅନେକ ପ୍ରୟାସ କରୁଛି । ଆମ ଦେଶର ଗ୍ରାମୀଣ ଅଂଚଳରେ ଛୋଟ ଉଦ୍ୟମୀମାନଙ୍କ ପାଇଁ, ଶ୍ରମିକମାନଙ୍କ ପାଇଁ ସେଲ୍ପ ହେଲ୍ପ ୟୁଥ ବା ସ୍ୱସହାୟତା ୟୁଥ ଗଠନ କରାଯାଇଛି ଏବଂ ମୁଁ ଦେଖିଛି ଯେ ଆଦୌ ପାଠ ପଢ଼ିନଥିବା ମହିଳାମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ଜାଣିଛନ୍ତି ଏବଂ ସେମାନେ ଏହାକୁ ଇଂରାଜୀରେ ଉଚ୍ଚାରଣ କରିଥା’ନ୍ତି । ଏହି ଶବ୍ଦ ଅତ୍ୟନ୍ତ ନିମ୍ନ ସ୍ତରରେ ପହଂଚିଗଲାଣି । କେତବେଳେ ସ୍ୱୟଂ ସହାୟକ ଗୋଷ୍ଠୀ କହିଲେ ସେମାନେ ଭାବନ୍ତି ଯେ ମୁଁ କ’ଣ କହୁଛି । ଏହା ଏତେ ପରିମାଣରେ ପ୍ରସିଦ୍ଧ ହୋଇଗଲାଣି । ଆମର ଏହି ସେଲ୍ଫ ହେଲ୍ପ ଗ୍ରୁପ ଏକପ୍ରକାରର ଗରିବ ତଥା ଖାସ କରି ମହିଳାମାନଙ୍କ ଆର୍ଥିକ ଉନ୍ନତିର ଆଧାରରେ ପରିଣତ ହୋଇଛି । ଏହି ଗ୍ରୁପ ମହିଳାମାନଙ୍କୁ ସଚେତନ କରୁଛି । ସେମାନଙ୍କୁ ସାମାଜିକ ଓ ଆର୍ଥିକ ଭାବେ ମଜଭୁତ କରୁଛି । ଦୀନ ଦୟାଲ ଅନ୍ତୋଦୟ ଯୋଜନା, ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ସମଗ୍ର ଦେଶର ଅଢ଼େଇ ଲକ୍ଷ ଗ୍ରାମ ପଂଚାୟତମାନଙ୍କର କୋଟି କୋଟି ଗ୍ରାମୀଣ ଗରିବ ପରିବାର ପର୍ଯ୍ୟନ୍ତ ପହଂଚିବାର ସଫଳ ପ୍ରୟାସ ସେମାନେ କରିଛନ୍ତି । ସେମାନଙ୍କୁ ସ୍ଥାୟୀ ଜୀବିକାର ଅବସର ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାକୁ ସମସ୍ତ ରାଜ୍ୟମାନଙ୍କରେ ଆରମ୍ଭ କରାଯାଇଛି । ଆଉ ମୁଁ ସମସ୍ତ ରାଜ୍ୟ ଓ ସେଠାକାର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହିଁବି । ଯେଉଁମାନେ ଏହି ଯୋଜନାଗୁଡ଼ିକୁ ଲକ୍ଷ ଲକ୍ଷ କୋଟି କୋଟି ମହିଳାଙ୍କ ପାଖରେ ପହଂଚାଇ ସେମାନଙ୍କ ଜୀବନରେ ସୁଧାର ଆଣିବାର କାର୍ଯ୍ୟ କରିଛନ୍ତି । ଆଉ ମୁଁ ଜିଲ୍ଲାସ୍ତରରେ ଆମର କାମକରୁଥିବା ଯେଉଁ ପଦାଧିକାରୀମାନେ ଅଛନ୍ତି ସେମାନଙ୍କଠରୁ ଆଗ୍ରହ ପ୍ରକାଶ କରିବି ଯେ ସେମାନଙ୍କ ଜିଲ୍ଲାରେ ଏପରି ଯେଉଁ କାମ ହେଉଛି ତାହାର ଭାବପ୍ରବଣ କାହାଣୀମାନ ରହିଛି । ଏ ପ୍ରସଙ୍ଗରେ କେତୋଟି ପୁସ୍ତକ ଲେଖିବା ଆବଶ୍ୟକ । ଏହା ସରକାରଙ୍କର ଯେଉଁ ଦସ୍ତାବିଜ ଅଟେ ତାହା ନୁହେଁ । ଆପଣ ଦେଖିବେ ସେହି ଅଧିକାରୀମାନଙ୍କୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଆନନ୍ଦ ମିଳିବ ଯେ କିପରି ଭାବେ ଉଦ୍ଧୃତ କାମ ହେଉଛି । ଆପଣ ଜାଣି ବହୁତ ଆଶ୍ଚର୍ଯ୍ୟ ହେବେ ଯେ ଏପର୍ଯ୍ୟନ୍ତ ମହିଳାମାନଙ୍କର ପାଖାପାଖି 45 ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀ ନିର୍ମାଣ କରାଯାଇଛି ଏବଂ ଏଥିସହିତ ପାଖାପାଖି 5 କୋଟି ମହିଳା ସକ୍ରିୟ ରୂପରେ ଜଡିତ ଅଛନ୍ତି । ଗୋଟିଏ ପକ୍ଷରେପାଞ୍ଚକୋଟି ପରିବାର ପାଇଁ ଆଉ ଜଣେ ରୋଜଗାର କରୁଥିବା ବ୍ୟକ୍ତି ସୃଷ୍ଟି ହୋଇଛି । ଏହାଫଳରେ ଆଉ ଏକ ରୋଜଗାର ଉତ୍ସ ତିଆରି ହୋଇଛି । ମୁଁ ଆପଣମାନଙ୍କୁ କିଛି ପରିସଂଖ୍ୟାନ ପ୍ରଦାନ କରିବାକୁ ଚାହିଁବି । 2011 ରୁ 2014 ପର୍ଯ୍ୟନ୍ତ ଆମ ସରକାର ତିଆରି ହେବା ପୂର୍ବରୁ ଯଦି 2011 ରୁ 2014 ମଧ୍ୟରେ କିଛି ପ୍ରଗତି ହୋଇଥିଲା ଏବଂ ଆମେ ତାହା ଉପରେ ଦୃଷ୍ଟିପାତ କରୁ ତେବେ ପାଞ୍ଚ ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀର ନିର୍ମାଣ ହୋଇଥିଲା । ଏବଂ କେବଳ 50-52 ଲକ୍ଷ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡା ଯାଇଥିଲା । ଆମ ସରକାର ଗଠନ ହେବା ପରେ 2014 ରୁ  2018 ପର୍ଯ୍ୟନ୍ତ ଏହି କାମକୁ ପ୍ରାଥମିକତା ପ୍ରଦାନ କରାଗଲା, ଏହି କାମକୁ ମହତ୍ୱପୂର୍ଣ୍ଣ ମନେ କରାଗଲା ଏବଂ ବିଗତ 4 ବର୍ଷ ମଧ୍ୟରେ 20 ଲକ୍ଷରୁ ଅଧିକ ନୂତନ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂ ସାଢ଼େ ଦୁଇକୋଟିରୁ ଅଧିକ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡାଯାଇଛି । ଅର୍ଥାତ ପୂର୍ବ ତୁଳନାରେ ସ୍ୱୟଂ ସହାୟକ ଗୋଷ୍ଠୀ 4 ଗୁଣା ବୃଦ୍ଧିପାଇଛି । ଏବଂ 4 ଗୁଣା ଅଧିକ ପରିବାରକୁ ଏହାଦ୍ୱାରା ଲାଭ ମିଳିଛି । ଏହା ଦର୍ଶାଉଛି ଯେ ଏହି ସରକାରଙ୍କ କାମ କରିବାରେ ଗତି ଏବଂ ଜନକଲ୍ୟାଣ ପାଇଁ ଆମର କେତେ ପ୍ରତିବଦ୍ଧତା ରହିଛି, ମା’ ମାନଙ୍କର ସଶକ୍ତୀକରଣ ଆମର କେତେ ପ୍ରାଥମିକତା । ଏହି ଯୋଜନା ଅନ୍ତର୍ଗତ ଗରିବ ମହିଳାଙ୍କ ଗ୍ରୁପକୁ ତାଲିମଠାରୁ ଆରମ୍ଭ କରି ଫଣ୍ଡିଙ୍ଗ ଏବଂ ମାର୍କେଟିଂରୁ ଆରମ୍ଭ କରି ଆତ୍ମ ଉନ୍ନୟନରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଇଥାଏ ।

ଯେପରି ମୁଁ ପ୍ରଥମରୁ କହିଥିଲି ଯେ ସମଗ୍ର ଦେଶର ବିଭିନ୍ନ କ୍ଷେତ୍ରରୁ  ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ଆଜି ଆମ ସାଙ୍ଗରେ ଅଛନ୍ତି । ମୁଁ ପୁଣିଥରେ ଦେଶର ଆର୍ଥିକ ବିକାଶରେ ଭାଗିଦାର ହୋଇଥିବା, ପରିବାରର ଆର୍ଥିକ ଜୀବନରେ ଯୋଗଦାନ କରିଥିବା ଏବଂ ନୂଆ ନୂଆ ପ୍ରକ୍ରିୟାରେ କମରୁ କମ ଖର୍ଚ୍ଚରେ କାମ କରୁଥିବା, ଟିମ ପ୍ରସ୍ତୁତ କରି କାମ କରୁଥିବା, ଆନୁଷ୍ଠାନିକ ଶିକ୍ଷା ଥାଉ ବା ନଥାଉ ତଥାପି ଏହିପରି ସଫଳ କାର୍ଯ୍ୟ କରୁଥିବା ସବୁ ମା’-ଭଉଣୀମାନଙ୍କୁ ଶୁଣିବା ପାଇଁ ମୁଁ ବହୁତ ଆତୁର ରହିଛି ।

ଦେଖନ୍ତୁ ଏମାନଙ୍କ ସମସ୍ତଙ୍କ ଜୀବନରେ କେତେ ପରିମାଣରେ ପରିବର୍ତ୍ତନ ଆସିଛି । ସ୍ୱୟଂ ସହାୟକ ଗୋଷ୍ଠୀ କେତେ ବଡ ଭୂମିକା ନିର୍ବାହ କରୁଛି । ଏହାର ଜୀବନ୍ତ ଉଦାହରଣ ଆମକୁ ଏଠାରେ ଦେଖିବାକୁ ମିଳିଛି । ସ୍ୱୟଂ ସହାୟକ ଗୋଷ୍ଠୀର ଏହି ନେଟୱର୍କ ସମଗ୍ର ଦେଶରେ ସମ୍ପ୍ରସାରିତ ହୋଇ ରହିଛି । ଭିନ୍ନ ଭିନ୍ନ କ୍ଷେତ୍ର ଏବଂ ବ୍ୟବସାୟ ସହିତ ଜଡିତ ରହିଛି । ସରକାର ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଅବସର ମଧ୍ୟ ଉପଲବ୍ଧ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏକ ପ୍ରୟୋଗ ମହିଳା କୃଷକ ଏବଂ କୃଷି କ୍ଷେତ୍ରରେ କରାଯାଇଛି । ଏଥିରେ ମହିଳା କୃଷକ ସଶକ୍ତୀକରଣ ପରିଯୋଜନା ରହିଛି ଯାହାର ଅନ୍ତର୍ଗତ 33 ଲକ୍ଷରୁ ଅଧିକ ମହିଳା କୃଷକଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏଥିସହିତ 25 ହଜାରରୁ ଅଧିକଗୋଷ୍ଠୀ ଆଜୀବିକା ସାଧନ ବ୍ୟକ୍ତି (Community Livelihood Resource Person)ଙ୍କୁ ଚୟନ କରାଯାଇଛି ଯେଉଁମାନେ କି ଗ୍ରାମୀଣ ସ୍ତରରେ 24x7 ଘଂଟା ସହାୟତା ଉପଲବ୍ଧ କରାଉଛନ୍ତି । ଏବେ ଯେକୌଣସି କ୍ଷେତ୍ର ହେଉ ଖାସକରି କୃଷି ସହିତ ଜଡିତ କ୍ଷେତ୍ରରେ ମୂଲ୍ୟ ଯୁକ୍ତ, ମୂଲ୍ୟବୃଦ୍ଧି ଅନେକ ମହତ୍ୱପୂର୍ଣ୍ଣ ହୋଇଛି । ମୁଁ ଖୁସି ଯେ ଏବେ ଦେଶର କୃଷକ ମୂଲ୍ୟବୃଦ୍ଧିରେ ମୂଲ୍ୟସମ୍ବର୍ଦ୍ଧନ କରିବାର ମହତ୍ୱ ବୁଝିଲେଣି । ଏହାକୁ ସେମାନେ ଆପଣଉଛନ୍ତି ଏବଂ ଏହାର ଲାଭ ମଧ୍ୟ ସେମାନଙ୍କୁ ମିଳୁଛି । ଅନେକ ରାଜ୍ୟରେ କିଛି ବିଶେଷ ଉତ୍ପାଦ ଯେପରିକି ମକା, ଆମ୍ବ, ଫୁଲ ଚାଷ ଆଦି ପାଇଁ ମୂଲ୍ୟ ଶୃଙ୍ଖଳ ଧାରା ଗ୍ରହଣ କରାଯାଇଛି । ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କରୁ ଦୁଇ ଲକ୍ଷ ସଦସ୍ୟଙ୍କୁ ସମର୍ଥନ ପ୍ରଦାନ କରାଯାଇଛି । ଏବେ ଆମେ ପାଟଳୀପୁତ୍ର, ବିହାରରୁ ଅମୃତା ଦେବି ମହାଶୟାଙ୍କୁ ଶୁଣିଲେ ଏବଂ ଜାଣିଲେ ଯେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡି ହେବା ପରେ ସେଠାକାର ଗରିବ ମହିଳାଙ୍କ ଜୀବନରେ ଓ ପରିବାରରେ କିପରି ପରିବର୍ତ୍ତନ ଆସିଛି । ମୁଁ ବିହାରର ଆଉକିଛି ଉଦାହରଣ ଆପଣମାନଙ୍କୁ କହୁଛି । ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଅଢ଼େଇ ଲକ୍ଷରୁ ଅଧିକ ସଦସ୍ୟ ପ୍ରଶିକ୍ଷଣ ପ୍ରାପ୍ତ କରି ଉନ୍ନତ ପ୍ରଣାଳୀରେ ଧାନ ଚାଷ କରୁଛନ୍ତି । ଏହପରି ପାଖାପାଖି ଦୁଇ ଲକ୍ଷ ସଦସ୍ୟ ନୂତନ ପ୍ରଣାଳୀରେ ପରିବା ଚାଷ କରୁଛନ୍ତି । ଏତଦବ୍ୟତୀତ ବିହାରରେ ଲାଖର ଚୁଡି ନିର୍ମାଣ କରିବା ପାଇଁ କ୍ଲଷ୍ଟରର ମଧ୍ୟ ସ୍ଥାପନା କରାଯାଇଛି ଏବଂ ଉତ୍ପାଦକ ଗ୍ରୁପ ନିର୍ମାଣ କରାଯାଇଛି । ଏହା ଗର୍ବର ବିଷୟ ଯେ ସେଠାକାର ଚୁଡି ଏହାର ଡିଜାଇନ ପାଇଁ ଆମ ଦେଶରେ ଏବଂ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ହାସଲ କରିଛି । ଏବେ ଯେପରି ଚତିଶଗଡର ମୀନା ମାଂଝୀ କହିଲେ ଯେ କିପରି ଭାବେ ଇଟା ନିର୍ମାଣ କରିବା ଫଳରେ ସେମାନଙ୍କୁ ସେମାନଙ୍କର ଜୀବନକୁ ଉନ୍ନତ କରିବାରେ ସହାୟତା ମିଳିଛି । ସେଠାରେ ଇଟା ନିର୍ମାଣ ପାଇଁ ଅନେକ ୟୁନିଟି ସ୍ଥାପନ କରାଯାଇଛି । ପାଖାପାଖି 2000 ସ୍ୱୟଂ ସହାୟକ ଗୋଷ୍ଠୀ ଏଥିସହିତ ଜଡିତ ଅଛନ୍ତି । ଆମେମାନେ ଏହାଜାଣି ଖୁସି ତଥା ଆଶ୍ଚର୍ଯ୍ୟ ହେବା ଯେ ସେମାନଙ୍କ ବାର୍ଷିକ ଲାଭ କୋଟିରେ ପହଂଚିଛି । ଏହିପରି ଚତିଶଗଡର 22ଟି ଜିଲ୍ଲାରେ 122ଟି ବିହନ ବଜାର ଆଉଟଲେଟର ନିର୍ମାଣ କରାଯାଇଛି,ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର 200ଟି ବିବିଧ ଉତ୍ପାଦ ବିକ୍ରି କରାଯାଇଥାଏ ।

ଛତିଶଗଡ ସହିତ ଜଡିତ ଏକ ବ୍ୟକ୍ତିଗତ ଅନୁଭବ ମୁଁ ଆପଣମାନଙ୍କ ସହ ସେୟାର କରିବାକୁ ଚାହିଁବି । ହୁଏତ ଆପଣମାନେ ଟିଭିରେ ଦେଖିଥିବେ ଯେ କିଛି ଦିନ ତଳେ ମୁଁ ଚତିଶଗଡ ଯାଇଥିଲି, ଯେଉଁଠାରେ ମୋତେ ଇ-ରିକ୍ସାରେ ବସି ଯାତ୍ରା କରିବାର ସୁଯୋଗ ମିଳିଥିଲା । ଏହି ଇ-ରିକ୍ସାକୁ ଜଣେ ମହିଳା ଚଳାଉଥିଲେ । ଛତିଶଗଡର ସେହି ଅଂଚଳ ପୂର୍ବରୁ ନକ୍ସଲବାଦ ଓ ମାଓବାଦ ହିଂସାଗ୍ରସ୍ତ ଥିଲା । ସେଠାକୁ ଯିବା ଆସିବାର କୌଣସି ସାଧନ ନଥିଲା । ମାତ୍ର ସରକାର ଏହି ସମସ୍ୟାକୁ ଦୂର କରିବାର ପ୍ରୟାସ କରିଥିଲେ । ଏବଂ ଏହାର ପରିମାଣ ହେଉଛି ଆଜି ସେଠାରେ ଅନେକ ଇ-ରିକ୍ସା ଚାଲୁଛି । ଦେଶର ଅନେକ ଦୁର୍ଗମ ଗ୍ରାମୀଣ ଅଂଚଳ ଏପରି ଅଛି ଯେଉଁଠାକୁ କି ଗମନାଗମନ ପାଇଁ ବାହନ ଉପଲବ୍ଧ ନାହିଁ । ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ପରିବାରମାନଙ୍କୁ ଏହି ଅଂଚଳରେ ବାହନ କ୍ରୟ କରିବା ପାଇଁ ଧନ ଉପଲବ୍ଧ କରାଗଲା । ଏହାଫଳରେ ଗମନାଗମନ ତ ସହଜ ହେଲା ପୁନଶ୍ଚ ଏଥିସହିତ ଏହା ଗ୍ରାମୀଣ ପରିବାରମାନଙ୍କ ପାଇଁ ଆୟର ଏକ ଉତ୍ତମ ସ୍ରୋତରେ ମଧ୍ୟ ପରିଣତ ହେଲା ।

ଦେଖନ୍ତୁ ଆମେ ଏବେ ରେବତୀଠାରୁ ଅନେକ କଥା ଶୁଣିଲେ ଏବଂ ବନ୍ଦନା ମହାଶୟାଙ୍କୁ ଶୁଣିଲେ ଯେ କିପରି ଭାବେ ଏହି ଯୋଜନା ମାଧ୍ୟମରେ କୌଶଳ ବିକାଶ ଓ ଦକ୍ଷତା ପ୍ରଶିକ୍ଷଣ ଫଳରେ ସେମାନଙ୍କୁ ସହାୟତା ମିଳିଛି । ପ୍ରଶିକ୍ଷଣ ଫଳରେ କ’ଣ ପରିବର୍ତ୍ତନ ଆସେ ଏହା ହେଉଛି ତା’ର ଉଦାହରଣ । ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଗ୍ରାମୀଣ ଯୁବବର୍ଗଙ୍କ କୌଶଳ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯୁବବର୍ଗଙ୍କୁ ରୋଜଗାର ଓ ସ୍ୱରୋଜଗାର ଉଭୟ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ଯାହାଫଳରେ କି ଦେଶର ଯୁବବର୍ଗ ସେମାନଙ୍କ ଆଶା, ଆକାଂକ୍ଷା ଅନୁରୂପ ଆଗକୁ ବଢ଼ିପାରିବେ । ଦକ୍ଷତା ପ୍ରଶିକ୍ଷଣ ଫଳରେ ଜନସାଧାରଣଙ୍କୁ ରୋଜଗାରର ନୂତନ ଅବସର ଉପଲବ୍ଧ ହେଉଛି । ଏବଂ ଜନସାଧାରଣଙ୍କ ଜୀବନରେ ଏହାଫଳରେ ସକାରାତ୍ମକ ପରିବର୍ତ୍ତନ ଆସୁଛି । ଦେଶର ପ୍ରତ୍ୟେକ ଜିଲ୍ଳାରେ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାନ ସ୍ଥାପିତ କରାଯାଇଛି,ଯାହାଫଳରେ କି ଯୁବବର୍ଗଙ୍କୁ ପ୍ରଶିକ୍ଷଣର ସୁବିଧା ସେମାନଙ୍କ ଘର ପାଖରେ ହିଁ ମିଳିଯିବ । ଏଠାରେ ଗ୍ରାମର ଯୁବବର୍ଗଙ୍କୁ ଆର୍ଥିକ କ୍ରିୟାକଳାପ ଆରମ୍ଭ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମେ ପର୍ଯ୍ୟନ୍ତ ପାଖାପାଖି 600 ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାନ ଦେଶରେ କାମ କରୁଛନ୍ତି । ଏହାର ଅନ୍ତର୍ଗତ ପାଖାପାଖି 28 ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏବଂ ଏଥିମଧ୍ୟରୁ  19-20 ଲକ୍ଷ ଯୁବକଙ୍କୁ ରୋଜଗାର ସହିତ ଯୋଡା ଯାଇଛି । ଏବେ ଆମେ ମଧ୍ୟପ୍ରଦେଶର ସୁଧା ବଧେଲ ମହାଶୟାଙ୍କୁ ଶୁଣିଲୁ ଯିଏକି ସାନିଟାରୀ ନାପକିନ୍ସର ପ୍ୟାକେଜିଂ କାମ କରନ୍ତି । ମଧ୍ୟପ୍ରଦେଶରେ ସାନିଟାରୀ ପ୍ୟାଡ ନିର୍ମାଣକାରୀ ୟୁନିଟର ନିର୍ମାଣ କରାଯାଇଛି, ଯାହାକି 35ଟି ଜିଲ୍ଲାରେ କାର୍ଯ୍ୟରତ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀର 5 ହଜାରରୁ ଅଧିକ ସଦସ୍ୟ ଏହି କାମକୁ କରୁଛନ୍ତି । ମଧ୍ୟପ୍ରଦେଶରୁ ଆଉ ଏକ ଉଦାହରଣ ମୁଁ ଆପଣମାନଙ୍କୁ କହୁଛି । ସେଠାରେ ପାଖାପାଖି 500 ଆଜୀବିକା ଫ୍ରେସ ଷ୍ଟୋର୍ସ ଖୋଲିଛି ଯେଉଁଠାରେ ପ୍ରତିବର୍ଷ ଏକ ଟନରୁ ଅଧିକ ମସଲା ବିକ୍ରି ହୋଇଥାଏ । ସେଠାରେ ଆଜୀବିକା ଏକପ୍ରକାରରେ ବ୍ରାଣ୍ଡରେ ପରିରତ ହୋଇଛି । ଏବେ ଆମେ ରେଖାମହାଶୟାଙ୍କ ସହିତ କଥା ହେଲେ ଏବଂ ଜାଣିଲେ ଯେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏକ ପ୍ରୟୋଗ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କରାଯାଇଛି । ଗ୍ରାମ ତଥା ଦୂର ଦୂରାନ୍ତ କ୍ଷେତ୍ରରେ ବ୍ୟାଙ୍କିଙ୍ଗ ବା ବିତ୍ତୀୟ ସେବା ପହଂଚାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ୟାଙ୍କ ମିତ୍ର ରୂପରେ ଓ ବ୍ୟାଙ୍କ ସଖି ଭାବେ ନିଯୁକ୍ତ କରାଯାଇଛି । ଆଜି ପାଖାପାଖି 2000 ସ୍ୱୟଂ ସହାୟକ ଗୋଷ୍ଠୀ ସମଗ୍ର ଦେଶରେ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ ସଖି ଭାବେ ବ୍ୟାଙ୍କିଙ୍ଗ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି । ମୋତେ କୁହାଯାଇଛି ଯେ ଏହାଫଳରେ ପାଖାପାଖି ସାଢ଼େ ତିନି ଶହ କୋଟି ଟଙ୍କାର ନେଣଦେଣ ହୋଇଛି । ଦେଖନ୍ତୁ କମ୍ୟୁନିଟି ରିସୋର୍ସ ପର୍ସନ ଭାବେ କିପରି କାମ ହୋଇଥାଏ, ଆପଣଙ୍କୁ ଜଣାଥିବ ଯେ ଅନେକ ମହିଳା ଏପରି ଅଛନ୍ତି, ଯେଉଁମାନେ ଏହି କାର୍ଯ୍ୟ ସହିତ ଅନେକ ସମୟ ଧରି ଜଡିତ ଅଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମକୁ ନିଜେ ଚଲାଇବା ସହିତ କମ୍ୟୁନିଟି ରିସୋର୍ସ ପର୍ସନ ଭାବେ ନୂତନ ଗ୍ରାମକୁ ମଧ୍ୟ ଯାଇ ସେଠାକାର ମହିଳାମାନଙ୍କୁ ଏଥିପାଇଁ ପ୍ରେରିତ କରିଥା’ନ୍ତି । ଏପର୍ଯ୍ୟନ୍ତ 2 ଲକ୍ଷ କମ୍ୟୁନିଟି ରିସୋର୍ସ ପର୍ସନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ଆଗକୁ ବଢ଼ାଯାଉଛି ଏବଂ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦୀନ ଦୟାଲ ଉପାଧ୍ୟାୟ ଯୋଜନା ଅନ୍ତର୍ଗତ ସରକାରୀ ଅନୁଦାନ ବ୍ୟତୀତ ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନ କରାଯିବାର ମଧ୍ୟ ପ୍ରାବଧାନ ରହିଛି । ବ୍ୟାଙ୍କମାନଙ୍କଠାରୁ ମିଳୁଥିବା ଋଣ ଫଳରେ ଜନସାଧାରଣଙ୍କୁ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ଅନେକ ଲାଭ ମିଳିଥାଏ । ଏଥିସହିତ ଆଉ ଗୋଟିଏ କଥା ଯାହାକି ଆପଣମାନଙ୍କୁ ଭଲ ଲାଗିବ ଯେ ଋଣର ଫେରସ୍ତ ଅର୍ଥାତ ପରିଶୋଧ ମଧ୍ୟ ସଠିକ ସମୟରେ କରାଯାଉଛି ।

ଆଉ ମୁଁ ଦେଖିଛି ଯେ କେବେ ବି ଏହି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅର୍ଥ ବ୍ୟାଙ୍କରେ ପହଂଚିବାରେ ଡେରି ହୋଇନାହିଁ । ପାଖାପାଖି ଶତକଡା 90 ପ୍ରତିଶତ ଅର୍ଥ ଫେରସ୍ତ ଆସିଛି । ଏହା ହେଉଛି ଆମ ଗରିବ ପରିବାରର ସଂସ୍କାର । ଗରିବମାନଙ୍କ ପାଖରେ ଧନାଢ୍ୟର ଭାବନା ରହିଛି, ଯେଉଁଥିରେ ଏହି ଶକ୍ତି ରହିଛି । ଏବେ ଆମେ ଲକ୍ଷ୍ମୀ ମହାଶୟାଙ୍କଠାରୁ ଶୁଣିଲୁ ଯେ କିପରି ଭାବେ ତାଙ୍କ ସହ ତିରିଶ ଜଣ ଅନ୍ୟ ମହିଳା ପାମ୍ପଡ ଓ ସେମାନଙ୍କ ଉତ୍ପାଦ ବିକ୍ରି କରି ଲାଭ କରୁଛନ୍ତି । ଏଠାରେ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି ଯେ ଆଜି ଏହି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି କି କିପରି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ସଠିକ ଦାମରେ ବିକ୍ରି ହେଉ । ସେମାନଙ୍କ ପାଇଁ ଉତ୍ତମ ବଜାର ଉପଲବ୍ଧ ହେଉ । ଏଥିପାଇଁ ଭାରତ ସରକାର ପ୍ରତି ରାଜ୍ୟରେ ପ୍ରତିବର୍ଷ ଦୁଇଟି ସରସ ମେଳାର ଆୟୋଜନ କରିବା ପାଇଁ ଅନୁଦାନ ପ୍ରଦାନ କରୁଛନ୍ତି । ଏହାର ଉତ୍ତମ ପରିମାଣ ଦେଖିବାକୁ ମିଳୁଛି । ପ୍ରତିବର୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦର ଚାହିଦା ବୃଦ୍ଧି ପାଉଛି । ଏତଦବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଜେମ (GeM) ଅର୍ଥାତ ସରକାରୀ ଇ-ମାର୍କେଟରୁ  ମଧ୍ୟ ଲାଭ ମିଳୁଛି । ପାରଦର୍ଶୀ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ଏହାର ପ୍ରସାର ପାଇଁ ସରକାର ଡିଜିଟାଲ ପ୍ରକ୍ରିୟାରେ ଜିନିଷର ବିକ୍ରି ଖର୍ଦ୍ଦିକୁ ପ୍ରୋତ୍ସାହିତ କରିବେ । ସରକାରରେ ଏବେ ଏହା ଜରିଆରେ ଟେଣ୍ଡର ପ୍ରଦାନ କରାଯାଉଛି ଏବଂ ସରକାରୀ ଜିନିଷର ଖର୍ଦ୍ଦି ହେଉଛି । ଏବଂ ଏଥିପାଇଁ ମୁଁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ କହିବାକୁ ଚାହିଁବି ଯେ ଯେଉଁମାନେ କିଛି ନା କିଛି ଉତ୍ପାଦ କରୁଛନ୍ତି, ସେମାନେ ସରକାରଙ୍କର ଯେଉଁ ଜିଇଏମ ପୋର୍ଟାଲ ରହିଛି ସେଠାରେ ଯାଇ ନିଜକୁ ପଞ୍ଜୀକୃତ କରାଇ ଦିଅନ୍ତୁ, ଯାହାଫଳରେ କି ଯଦି ସରକାରଙ୍କୁ କିଛି ଉତ୍ପାଦର ଆବଶ୍ୟକତା ପଡେ ଏବଂ ଏହାର ସୂଚନା ମିଳେ ତେବେ ଆପଣଙ୍କ ପାଖରେ ଥିବା ଉତ୍ପାଦକୁ ମଧ୍ୟ ସରକାର ଖର୍ଦ୍ଦି କରିବେ ।

ଦେଖନ୍ତୁ ଯଦି ଆପଣ ମେଣ୍ଢା ପାଳନ କରନ୍ତି ଏବଂ ସେମାନଙ୍କୁ ବିକ୍ରି କରନ୍ତି, ତେବେ ମୁଁ ଆପଣମାନଙ୍କୁ ଏକ ପ୍ରସ୍ତାବ ଦେଉଛି । ମୁଁ ଯେତବେଳେ ଗୁଜୁରାଟରେ ଥିଲି, ସେତବେଳେ ମୁଁ ଏକ ଛୋଟ ପ୍ରୟୋଗ କରିଥିଲି ଏବଂ ଏହି ପ୍ରୟୋଗ ଏଇଆ ଥିଲା ଯେ, ଛେଳି ଚରାଉଥିବା ତଥା ଛୋଟ ମୋଟ କାମ କରୁଥିବା ଜନସାଧାରଣ ଥିଲେ । ଆପଣ ଦେଖିଥିବେ ଯେ ଆଜିକାଲି ବଡ ବଡ ସେଲୁନରେ କ୍ଷୁର କରୁଥିବା ଲୋକମାନେ ଦାଢ଼ୀ ଠିକ କରିବା ପାଇଁ ଟ୍ରିମର ନାମକ ଏକ ମେସିନ ବ୍ୟବହାର କରନ୍ତି । ମୁଁ ଛେଳି ମେଣ୍ଢା ଚରାଉଥିବା ବ୍ୟକ୍ତିମାନଙ୍କୁ ଏହି ଟ୍ରିମର ପ୍ରଦାନ କରି କହିଥିଲି ଯେ ଆପଣମାନେ କଇଂଚିରେ ବାଳ କାଟିବା ଦ୍ୱାରା ସେମାନଙ୍କ ଲୋମ ଛୋଟ ଛୋଟ ହୋଇ କଟିଯାଏ ଏବଂ ଆପଣଙ୍କ ରୋଜଗାର କମ ହୋଇଥାଏ । ଆପଣ ଏହି ଟ୍ରିମର ମେସିନରେ କାଟନ୍ତୁ ତେବେ ଆପଣମାନଙ୍କୁ ଲମ୍ବା ପଶମ ମିଳିବ । ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ଏହାଫଳରେ ପରିଶ୍ରମ ମଧ୍ୟ କମିଗଲା । ମେଣ୍ଢାମାନଙ୍କୁ ଯେଉଁ କଷ୍ଟ ହେଉଥିଲା ତାହା ମଧ୍ୟ କମିଗଲା । ଏହାଫଳରେ ଲମ୍ବା ପଶମ ମିଳିଲା ଏବଂ ବଜାରରେ ଏହାର ଭଲ ମୂଲ୍ୟ ମିଳିଲା । ଏଠାରେ ଯେଉଁ ଭଉଣୀମାନେ ଅଛନ୍ତି ଯଦି ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଏ, ତେବେ ଏଠାରେ ମଧ୍ୟ ପଶମରୁ ନିର୍ମିତ ଗରମ କପଡାର ଅନେକ କାମ ଅଛି । ଏହାଫଳରେ ଉତ୍ତମ ସୂତା ମିଳିପାରିବ ଓ ଭଲ ରୋଜଗାର ହେବ । ତେଣୁ ଆପଣ ନିଶ୍ଚିତ ଭାବେ ଏହି ଦିଗରେ ଚିନ୍ତା କରନ୍ତୁ । କୁପୱାଡା ଅଂଚଳରେ ପୂର୍ବରୁ ମୁଁ ଦେଖିଥିଲି ଯେ ଏହି କାମ ଖୁବ ଜୋରସୋରରେ ଚାଲିଥିଲା ଏବଂ ଦୁଗ୍ଧ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଚଳରେ ଅନେକ ସହାୟତା ମିଳୁଥିଲା ।

ଆପଣମାନଙ୍କ କାହାଣୀ, ଆପଣମାନଙ୍କ ଅନୁଭବକୁ ମୁଁ ବୁଝୁଛି । ଯିଏବି ଖୋଲା ମନରେ ଶୁଣିବ, ଉତ୍ତମ ଚିନ୍ତାଧାରାର ଭୂମିକାରେ ଶୁଣିବ ତେବେ ମୁଁ ନିଶ୍ଚିତ ଭାବେ ମନେକରେ ଯେ ଆମ ଦେଶର ମା’ ଓ ଭଉଣୀମାନଙ୍କ ସାମର୍ଥ୍ୟ ଏତେ ଯେ ସେମାନଙ୍କୁ ଯଦି ଅଳ୍ପ ସାହାରା ମିଳିଯିବ ତେବେ ସେମାନେ କିପରି ଭାବେ ନିଜର ଦୁନିଆ ନିର୍ମାଣ କରିପାରିବେ । କିପରି ମିଳିମିଶି କାମ କରିପାରିବେ । କିପରି ନେତୃତ୍ୱ ଦେଇପାରିବେ । ଏକ ନୂତନ ଭାରତର ଆଧାର ରଖିବା ପାଇଁ ସେମାନେ କିପରି ଭାବେ ପରିଶ୍ରମ କରୁଛନ୍ତି । ମୁଁ ମନେକରେ ଯେ ଶୁଣୁଥିବା ଆମ ସମସ୍ତଙ୍କ ପାଇଁ ସେମାନଙ୍କର ଏକ ଏକ ଗାଥା ଅତ୍ୟନ୍ତ ପ୍ରେରଣାପ୍ରଦ । ଏହାଫଳରେ ଦେଶକୁ ଶକ୍ତି ମିଳିଥାଏ । ଏହାଫଳରେ ଆମର ସମସ୍ତ ମହିଳାମାନଙ୍କୁ କିଛି ନୂଆ କରିବାର ରାସ୍ତା ମିଳିଥାଏ, ଉତ୍ସାହ ମିଳିଥାଏ । ଆଉ ନିରାଶା ସୃଷ୍ଟି କରିବା ବାଲାଙ୍କ ସଂଖ୍ୟା କମ ନାହିଁ । ଖରାପ କଥା ପ୍ରସାରିତ କରିବା ବାଲାଙ୍କ ସଂଖ୍ୟା କମ ନାହିଁ । କିନ୍ତୁ ଭଲର ରାସ୍ତା ଛାଡିବେ ନାହିଁ । ପରିଶ୍ରମ କଲାବାଲାଙ୍କ ପୂଜା କରିବା ଛାଡିବେ ନାହିଁ । ନିଜ ସାମର୍ଥ୍ୟରେ ଦେଶକୁ ଆଗକୁ ବଢ଼ାଇବେ, ନିଜକୁ ଆଗକୁ ବଢ଼ାଇବେ, ପରିବାରକୁ ଆଗକୁ ବଢ଼ାଇବେ, ନିଜର ପିଲାମାନଙ୍କୁ ପଢ଼ାଇବେ, କଠିନ ଜୀବନରୁ ବାହାରକୁ ବାହାରି ଜିଇଁବେ । ଏହା ନିଜ ମଧ୍ୟରେ ପ୍ରତ୍ୟେକ ମଣିଷକୁ ନିରାଶା ସହିତ ଲଢ଼େଇ କରିବାର ଶକ୍ତି ପ୍ରଦାନ କରିଥାଏ ଏବଂ ଏହା ହିଁ ତ ଦେଶର ଶକ୍ତି । ଏବଂ ଏଥିପାଇଁ ମୋତେ ଆପଣମାନଙ୍କୁ ଶୁଣି ବହୁତ ଭଲ ଲାଗିଲା ଓ ଏଥିରୁ ମୋତେ ଶକ୍ତି ମିଳିଲା । ମୋତେ ପ୍ରେରଣା ମିଳିଛି ଏବଂ ମୋର ବିଶ୍ୱାସ ଯେ ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଯେଉଁ କଥା କହିଛନ୍ତି । ଏବଂ ମୋର ବିଶ୍ୱାସ ଯେ ଆପଣମାନଙ୍କ ମଧ୍ୟରେ ବହୁତ ଲୋକ ଅଛନ୍ତି ଯାହାର କହିବାର ଅଛି । ପ୍ରତ୍ୟେକ ବ୍ୟକ୍ତିର ନିଜର ଏକ କଥା ରହିଛ, ପ୍ରତ୍ୟେକଙ୍କର ନିଜର ଅନୁଭବ ରହିଛି । ପ୍ରତ୍ୟେକ ଅସୁବିଧା ମଧ୍ୟରୁ ରାସ୍ତା ବାହାର କରିଛନ୍ତି ଏବଂ ଏହା ଆପଣମାନଙ୍କ କାମ, ଆପଣମାନଙ୍କ ପରିଶ୍ରମ ଏବଂ ଆପଣମାନଙ୍କ ସାହସ । ଅନ୍ୟ କାହାକୁ ଏହାର ଶ୍ରେୟ ଯାଉନାହିଁ କେବଳ ଆପଣଙ୍କୁ ହିଁ ଯାଉଛି ଏବଂ ଏଥିପାଇଁ ଆପଣମାନଙ୍କଠାରୁ ଅଧିକ କୌଣସି ପ୍ରେରଣା ନାହିଁ । ମାତ୍ର ଯେଉଁ କଥାକୁ ନେଇ ଭଉଣୀମାନଙ୍କୁ ଅଧିକ କହିବାର ଅଛି ତାହା କହିପାରିଲି ନାହିଁ ।  ମୁଁ ଚାହିଁବି ଯେ ଆପଣମାନେ ନିଜ କଥା ମୋ ପାଖରେ ପହଂଚାନ୍ତୁ । ମୁଁ ଆପଣମାନଙ୍କୁ ଶୁଣିବି । ଏବଂ କେବେ ଆପଣମାନଙ୍କ ମଧ୍ୟରୁ ଯେଉଁ କଥା ମୋ ଭିତରକୁ ଆସିଥିବ ତାହାକୁ ମୁଁ ମନ କି ବାତରେ ଶୁଣାଇବି । କାରଣ ଦେଶକୁ ଏହିଥିରୁ ପ୍ରେରଣା ମିଳିଥାଏ । କାନ୍ଦ କଟା କଲା ବାଲା କରିଥା’ନ୍ତି । ଭଲ କରିବା ବାଲା ମଧ୍ୟ ପ୍ରେରଣା ପ୍ରଦାନ କରନ୍ତି । ଏବେ ସେମାନଙ୍କୁ କାମ ବାଛି ଆଗକୁ ଚାଲିବାକୁ ପଡିବ । ତେଣୁ ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ଆପଣମାନଙ୍କର ମୋବାଇଲ ଫୋନ ବ୍ୟବହାର କରିବାର ଅଭ୍ୟାସ ହୋଇଯାଇଥିବ । ଯଦି  ଅଭ୍ୟାସ ଲାଗିନାହିଁ ତେବେ ଆପଣଙ୍କ ଏଠାରେ କମନ ସର୍ଭିସ ସେଂଟର ଅଛି । ଆପଣ ଦେଖିଥିବେ ନରେନ୍ଦ୍ର ମୋଦୀ ଆପ୍ ରହିଛି । ଆପଣ ସେଠାକୁ ଯାଇ ଆପଣମାନଙ୍କ ସମୂହର ଫଟୋ ରଖନ୍ତୁ । ଆପଣ ଆପଣଙ୍କ ସମୂହର ଭଉଣୀମାନଙ୍କର ସାକ୍ଷାତକାର ନେଇ ସେଠାରେ ରଖନ୍ତୁ । କ’ଣ କାମ କରୁଛନ୍ତି କିପରି କରିଛନ୍ତି । କ’ଣ ଅସୁବିଧାର ସାମନା କରି ଆପଣ ଆଗକୁ ଆସିଛନ୍ତି । ଏସବୁ କଥା ଆପଣ ସେଥିରେ ରଖନ୍ତୁ । ମୁଁ ଏସବୁକୁ ଦେଖିବି, ପଢ଼ିବି, ଶୁଣିବି ଏବଂ ଆପଣ ଏଥିରେ ରଖିବେ ତ ଲୋକମାନେ ମଧ୍ୟ ଦେଖିବେ ଏବଂ ପୁଣି ମୁଁ ଏଥିରୁ ଦୁଇ ଚାରିଟି କଥା ଯେତବେଳେ ବି ମୋତେ ମନ କି ବାତରେ ସମୟ ମିଳିବ ମୁଁ ନିଶ୍ଚିତ ଭାବେ ଆପଣଙ୍କ କଥା ଦୁନିଆକୁ କହିବି । ନିଜ ନିଜ ପାଇଁ ତ କରିଛନ୍ତି, ମାତ୍ର ଆପଣ ଏହିପରି କୋଟି କୋଟି ଭଉଣୀମାନଙ୍କୁ ମଧ୍ୟ ଏକ ନୂତନ ସାହସ ପ୍ରଦାନ କରିଛନ୍ତି । ଏବେ ତ କମନ ସର୍ଭିସ ସେଂଟର ବା ସାଧାରଣ ଜନସେବା କେନ୍ଦ୍ର ଅତ୍ୟନ୍ତ ଲୋକପ୍ରିୟ ହୋଇଛି । ଦେଶର ତିନି ଲକ୍ଷ ଗ୍ରାମରେ ସାଧାରଣ ଜନସେବା କେନ୍ଦ୍ର ରହିଛି । ଏବେ ତ ଆମର ଝିଅମାନେ ଏହି ଜନସେବା କେନ୍ଦ୍ରଚଲାଉଛନ୍ତି । ସେଠାକୁ ଯାଇ ଆପଣ ଏହି ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଆପଣମାନଙ୍କର ଯେଉଁ ସଫଳତାର ଗାଥା ଅଛି ତାହାକୁ ନିଶ୍ଚିତ ଭାବେ ମୋ ପାଖକୁ ପଠାନ୍ତୁ । ସାରା ଦେଶ ଏବଂ ଦୁନିଆ ଏହାକୁ ଦେଖିବ । କିପରି ଭାବେ ସୁଦୂର ଗ୍ରାମରେ ରହୁଥିବା ଆମର ଭଉଣୀମାନେ ଉନ୍ନତ କାମ କରୁଛନ୍ତି । କିପରି ଭାବେ ନୂତନ ପ୍ରକ୍ରିୟାର ସନ୍ଧାନ କରୁଛନ୍ତି । ବହୁତ ଭଲ ଲାଗିଲା ଆଜି ଆପଣମାନଙ୍କୁ ଭେଟିବାର ସୁଯୋଗ ମିଳିଲା । ଆପଣମାନେ ଏତେ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଲେ । ମୋ ତରଫରୁ ଆପଣମାନଙ୍କୁ ଅନେକ-ଅନେକ ଶୁଭକାମନା ଏବଂ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”