Every festival brings our society together: PM Modi
This Diwali, let us celebrate the accomplishments of our Nari Shakti. This can be our Lakshmi Pujan: PM

ଜୟ ଶ୍ରୀରାମ – ଜୟ ଶ୍ରୀରାମ

ଜୟ ଶ୍ରୀରାମ – ଜୟ ଶ୍ରୀରାମ

ଜୟ ଶ୍ରୀରାମ – ଜୟ ଶ୍ରୀରାମ

ବିଶାଳ ସଂଖ୍ୟାରେ ଆସିଥିବା ସଂସ୍କୃତିପ୍ରେମୀ ମୋର ଭାଇ ଓ ଭଉଣୀମାନେ । ଆପଣମାନଙ୍କୁ ସମସ୍ତଙ୍କୁ ବିଜୟା ଦଶମୀର ଏହି ପବିତ୍ର ପର୍ବରେ ଅନେକ ଅନେକ ଶୁଭକାମନା ଜଣାଉଛି ।

ଭାରତ ହେଉଛି ଉତ୍ସବମାନଙ୍କର ଭୂମି । ବୋଧହୁଏ 365 ଦିନରେ ଏପରି କୌଣସି ଦିନ ରହି ଯାଇନଥିବ, ଯେଉଁଦିନ ହିନ୍ଦୁସ୍ଥାନର କୌଣସି ନା କୌଣସି କୋଣ ଅନୁକୋଣରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଉ ନଥିବ ।

ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରା ଓ ପୌରାଣିକ ଗାଥା ସହିତ ଜଡ଼ିତ ହୋଇ ରହିଥିବା ଏହି ଜୀବନ, ଇତିହାସର ପରମ୍ପରାକୁ ସୁଦୃଢ଼ କରିବା ଭଳି ସାଂସ୍କୃତିକ ପରମ୍ପରା – ଏ ସମସ୍ତ ବିଷୟ ରହିଥିବା ସ୍ଥଳେ ଆମ ଉତ୍ସବ ଗୁଡ଼ିକ ମଧ୍ୟ ସଂସ୍କାର, ଶିକ୍ଷା ଏବଂ ସାମୁହିକ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି ।

ଉତ୍ସବଗୁଡ଼ିକ ଆମମାନଙ୍କୁ ଯୋଡ଼ିଥାଆନ୍ତି, ଆମମାନଙ୍କୁ ପରିବର୍ତ୍ତନ କରିଥାନ୍ତି । ଉତ୍ସବଗୁଡ଼ିକ ଆମମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଭରିଥାଆନ୍ତି, ଉନ୍ମାଦନା ମଧ୍ୟ ଭରିଥାଆନ୍ତି ଏବଂ ନୂଆ ନୂଆ ସ୍ୱପ୍ନଗୁଡ଼ିକୁ ସଜାଇବାର ସାମର୍ଥ୍ୟ ମଧ୍ୟ ପ୍ରଦାନ କରିଥାଆନ୍ତି । ଆମ ରଙ୍ଗଗୁଡ଼ିକରେ ଉତ୍ସବର ମହକ ଥାଏ, ଏଥିପାଇଁ ଭାରତର ସାମାଜିକ ଜୀବନର ପ୍ରାଣ ତତ୍ତ୍ଵ ହେଉଛି ଉତ୍ସବ । ଆଉ ଏହି ଉତ୍ସବ ପ୍ରାଣତତ୍ତ୍ଵ ହେବା କାରଣରୁ ହଜାର ହଜାର ବର୍ଷ ପୁରୁଣା ଏହି ମହାନ ପରମ୍ପରାକୁ କେବେ ହେଲେ କ୍ଲବ ପରମ୍ପରା ଭିତରକୁ ଯିବାକୁ ପଡ଼ିନାହିଁ । ଉତ୍ସବ ହିଁ ତାହାର ଭାବର ଅଭିବ୍ୟକ୍ତିର ଉତ୍ତମ ମାଧ୍ୟମ ହୋଇ ରହିଛି ଆଉ ଏହା ଉତ୍ସବଗୁଡ଼ିକର ସାମର୍ଥ୍ୟ ହୋଇଥାଏ ।

ଉତ୍ସବ ସହିତ କୌଣସି ଏକ ପ୍ରତିଭାକୁ ପରିସ୍ଫୁଟ କରିବା ପାଇଁ, ପ୍ରତିଭାକୁ ଏକ ସାମାଜିକ ଗରିମା ପ୍ରଦାନ କରିବା ପାଇଁ, ପ୍ରତିଭାକୁ ପ୍ରସ୍ତୁତ କରିବା ପାଇଁ, ନିରନ୍ତର ପ୍ରୟାସ ଆମର ଏଠି ଚାଲୁ ରହିଛି । କଳା ହେଉ, ଗୀତ ହେଉ, ନୃତ୍ୟ ହେଉ, ପ୍ରତ୍ୟେକ ପ୍ରକାରର କଳା ଆମର ଉତ୍ସବ ଗୁଡ଼ିକ ସହିତ ଅଭିନ୍ନ ଭାବେ ଜଡ଼ିତ ହୋଇ ରହିଛନ୍ତି । ଆଉ ଏହି କାରଣରୁ ଭାରତର ହଜାର ବର୍ଷର ସାଂସ୍କୃତିକ ପରମ୍ପରାରେ ଉତ୍ସବଗୁଡ଼ିକ ମାଧ୍ୟମରେ କଳା ଆମର ଜୀବନ ବ୍ୟବସ୍ଥାରେ ରହିଥିବା କାରଣରୁ ଭାରତୀୟ ପରମ୍ପରାରେ ରୋବର୍ଟ ସୃଷ୍ଟି ହୋଇନଥାନ୍ତି, ଜୀବନ୍ତ ମନୁଷ୍ୟ ସୃଷ୍ଟି ହୋଇଥାଆନ୍ତି । ଏହା ଭିତରର ମାନବିକତା, ଏହା ଭିତରର କରୁଣା, ଏହା ଭିତରର ସମ୍ବେଦନା, ଏହା ଭିତରର ଦୟା ଭାବନା, ଏହାକୁ ଲଗାତାର ଭାବେ ଉର୍ଜ୍ଜା ଦେବାର କାର୍ଯ୍ୟ ଉତ୍ସବଗୁଡ଼ିକ ମାଧ୍ୟମରେ ହୋଇଥାଏ ।

ଆଉ ଏଥିପାଇଁ ଏବେ-ଏବେ ନବରାତ୍ରିର ନଅ ଦିନ ଆମେ, ହିନ୍ଦୁସ୍ଥାନର କୌଣସି କୋଣ ଅନୁକୋଣ ଏପରି ନଥିବ ଯେଉଁଠାରେ ନବରାତ୍ରିର ପର୍ବ ପାଳନ କରାଯାଉ ନଥିବ । ଶକ୍ତି ସାଧନାର ପର୍ବ, ଶକ୍ତି ଉପାସନାର ଏହି ପର୍ବ, ଶକ୍ତି ଆରାଧନାର ଏହି ପର୍ବ, ଆଉ ଏହି ଶକ୍ତି ଭିତରର ଦୁର୍ବଳତାକୁ କମ୍ କରିବା ପାଇଁ, ଭିତରର ଅସାମର୍ଥ୍ୟଗୁଡ଼ିକରୁ ମୁକ୍ତି ପାଇବା ହେତୁ, ଭିତରେ ଘର କରି ରହିଯାଇଥିବା କିଛି ହାଲୁକା ଫୁଲକା ଜିନିଷ ଗୁଡ଼ିକରୁ ମୁକ୍ତି ପାଇବା ପାଇଁ, ଏହି ଶକ୍ତି ଆରାଧନା ନୂତନ ଶକ୍ତିର ସଞ୍ଚାର କରିଥାଏ ।

ଏହି ଶକ୍ତି ସାଧନା ସହିତ ମାଆର ଉପାସନା କରି ଆସୁଥିବା ଏହି ଦେଶରେ ଆମର ପ୍ରତ୍ୟେକ ମାଆ ଭଉଣୀଙ୍କର ସମ୍ମାନ, ପ୍ରତ୍ୟେକ ମାଆ ଭଉଣୀଙ୍କର ଗୌରବ, ପ୍ରତ୍ୟେକ ମାଆ ଭଉଣୀଙ୍କର ଗରିମା ଅକ୍ଷୁର୍ଣ ରଖିବା ହେଉଛି ଆମ ଲୋକମାନଙ୍କର ଦାୟିତ୍ୱ, ସମାଜର ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ।

ଆଉ ଏଥିପାଇଁ ଏଥର ମୁଁ ‘ମନ୍ କୀ ବାତ୍‌’ରେ କହିଥିଲି ଯେ ଆମର ଏଠି ଉତ୍ସବର ଯୁଗ – କାଳ ଅନୁସାରେ ପରିବର୍ତ୍ତନ ହୋଇଥାଏ । ଆମର ହେଉଛି ଏକ ଏପରି ସମାଜ, ଯେଉଁମାନେ ଗର୍ବର ସହିତ ପରିବର୍ତ୍ତନକୁ ଗ୍ରହଣ କରିଥାଆନ୍ତି । ଆମେ ଆହ୍ୱାନର ସମ୍ମୁଖୀନ ହେଇଥାଉ ଏବଂ ଆବଶ୍ୟକତା ଅନୁସାରେ ନିଜକୁ ନିଜେ ପରିବର୍ତ୍ତନ କରିପାରୁ ।

ଯେତେବେଳେ କିଏ କହିଥାଏ – “ହସ୍ତୀ ମିଟତି ନହିଁ ହମାରୀ”, ଆମର ବ୍ୟକ୍ତିତ୍ୱର ଅନ୍ତ ହେବ ନାହିଁ), ଶେଷ ହେବ ନାହିଁ – ଏହାର କାରଣ ହେଉଛି ଏହା କି ଯେତେବେଳେ ଆମ ସମାଜରେ କୌଣସି ଖରାପ ଜିନିଷ ଆସିଥାଏ ତ ଆମ ସମାଜ ଭିତରରୁ ହିଁ ସେହି ଖରାପ ଜିନିଷଗୁଡ଼ିକ ବିରୁଦ୍ଧରେ ଲଢ଼ିବା ପାଇଁ ମହାପୁରୁଷ ଜନ୍ମ ନିଅନ୍ତି । ଖରାପ ଜିନିଷ ବିରୁଦ୍ଧରେ ଆମ ସମାଜର ହିଁ  ବ୍ୟକ୍ତି ଲଢିବାକୁ ଆଗେଇ ଆସିଥାନ୍ତି, ପ୍ରାରମ୍ଭରେ ସଂଘର୍ଷ ହୋଇଥାଏ, ପରେ ସେ ହିଁ ଆଦରଣୀୟ ତପସ୍ୱୀ ଆଚାର୍ଯ୍ୟ, ସେ ହିଁ ଆମର ଯୁଗପୁରୁଷ, ସେ ହିଁ ଆମର ପ୍ରେରଣା ପୁରୁଷ ହୋଇ ଯାଇଥାଆନ୍ତି ।

ଆଉ ଏଥିପାଇଁ ଆମେ ହେଉଛୁ ପରିବର୍ତ୍ତନକୁ ନିରନ୍ତର ସ୍ୱୀକାର କରୁଥିବା ଲୋକ । ଆଉ ଯେତେବେଳେ ପରିବର୍ତ୍ତନକୁ ସ୍ୱୀକାର କରୁଥିବା ଲୋକ ଥିବେ ସେତେବେଳେ, ମୁଁ ଏଥର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କହିଥିଲି ଯେ ଦୀପାବଳିର ପର୍ବରେ ଆମେ ମହାଲକ୍ଷ୍ମୀଙ୍କର ପୂଜା କରିଥାଉ । ଲକ୍ଷ୍ମୀଙ୍କର ଆଗମନ ପାଇଁ ଆମେ ବଡ଼ ଆତୁରତାର ସହିତ କରିଥାଉ । ଆମ ମନରେ ସ୍ୱପ୍ନ ରହିଥାଏ କି ଆଗାମୀ ବର୍ଷ ଦୀପାବଳି, ପର୍ଯ୍ୟନ୍ତ ଏହି ଲକ୍ଷ୍ମୀ ଆମରି ଘରେ ହିଁ ରହି ଥାଆନ୍ତୁ, ଆମର ଲକ୍ଷ୍ମୀ ବା ଧନ ବଢ଼ି ଚାଲୁ – ଏହା ଆମମାନଙ୍କ ମନର ଭାବ ରହିଥାଏ ।

ମୁଁ ‘ମନ୍ କୀ ବାତ’ କାର୍ଯ୍ୟକ୍ରମରେ କହିଥିଲି କି ଯେଉଁ ଦେଶରେ ଲକ୍ଷ୍ମୀଙ୍କର ପୂଜା ହୋଇଥାଏ, ଆମ ଘରେ ମଧ୍ୟ ଲକ୍ଷ୍ମୀ ରହିଥାଆନ୍ତି, ଆମ ଗାଁ, ଆମ ଗଳିକନ୍ଦିରେ, ଆମ ୱାର୍ଡରେ, ଆମ ସହରରେ, ଏହି ଦୀପାବଳିରେ ଯେଉଁ ଝିଅମାନେ ନିଜ ଜୀବନରେ କିଛି ହାସଲ କରିଛନ୍ତି, ପ୍ରାପ୍ତ କରିଛନ୍ତି, ଯେଉଁ ଝିଅ ଅନ୍ୟମାନଙ୍କୁ ପ୍ରେରଣା ଦେଇ ପାରିବେ, ଆମକୁ ସାମୁହିକ କାର୍ଯ୍ୟକ୍ରମ କରି ସେହି ଝିଅମାନଙ୍କୁ ସମ୍ମାନିତ କରିବା ଦରକାର, ତାହା ହିଁ ଆମର ଲକ୍ଷ୍ମୀ ପୂଜନ ହେବା ଆବଶ୍ୟକ, ସେମାନେ ହିଁ ହେଉଛନ୍ତି ଆମ ଦେଶର ଲକ୍ଷ୍ମୀ । ଆଉ ଏଥିପାଇଁ ଏଠି ଉତ୍ସବଗୁଡ଼ିକର ପରିବର୍ତ୍ତନକୁ ଆମେ ସମୟାନୁସାରେ ସ୍ୱୀକାର କରିଛୁ ।

ଆଜି ହେଉଛି ବିଜୟା ଦଶମୀର ପବିତ୍ର ପର୍ବ ଆଉ ଏହା ସହିତ ଆମ ବାୟୁସେନାର ମଧ୍ୟ ପ୍ରତିଷ୍ଠା ଦିବସ । ଆମ ଦେଶର ବାୟୁସେନା ପରାକ୍ରମର ନୂଆ-ନୂଆ ଶୀଖରକୁ ପ୍ରାପ୍ତ କରୁଛି ।  ଆଜିର ଏହି ଅବସର ହେଉଛି ବିଜୟା ଦଶମୀର ପବିତ୍ର ପର୍ବ, ଆଉ ଯେତେବେଳେ ଭଗବାନ ହନୁମାନଙ୍କୁ ଆମେ ସ୍ମରଣ କରୁ, ସେତେବେଳେ ଆସନ୍ତୁ ବିଶେଷ ଭାବେ ଆମେ ବାୟୁସେନାକୁ ମଧ୍ୟ ସ୍ମରଣ କରିବା । ଆମ ବାୟୁସେନାର ସମସ୍ତ ସାହସୀ ଯୋଦ୍ଧାଙ୍କୁ ମଧ୍ୟ ସ୍ମରଣ କରିବା ଆଉ ସେମାନଙ୍କ ପାଇଁ ମଧ୍ୟ ଆମେ ଶୁଭକାମନା ବ୍ୟକ୍ତ କରିବା, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ବ୍ୟକ୍ତ କରିବା ।

ଆଜି ହେଉଛି ବିଜୟା ଦଶମୀର ପବିତ୍ର ପର୍ବ, ଆସୁରିକ ଶକ୍ତି ଉପରେ ଦୈବୀଶକ୍ତି ବିଜୟର ପର୍ବ । ସମୟ ଥାଉ ଥାଉ ଆମ ଭିତରେ ଥିବା ଆସୁରିକ ଶକ୍ତିକୁ ପରାସ୍ତ କରିବା ଜରୁରୀ । ତେବେ ଯାଇ ଆମେ ରାମଙ୍କର ଅନୁଭୂତି ପାଇପାରିବା । ଆଉ ଏଥିପାଇଁ ପ୍ରଭୁ ରାମଙ୍କର ଅନୁଭୂତି ପ୍ରାପ୍ତ କରିବା ପାଇଁ, ଆମକୁ ମଧ୍ୟ ଜୀବନରେ ବିଜୟ ଲାଭ କରିବା ପାଇଁ, ପ୍ରତି କ୍ଷେତ୍ରରେ ବିଜୟଶ୍ରୀ ପାଇବା ପାଇଁ ସଂକଳ୍ପ ସହିତ ଆମ ଭିତରର ଉର୍ଜ୍ଜା, ଭିତରର ଶକ୍ତିକୁ ସାମର୍ଥ୍ୟ ପ୍ରଦାନ କରି ଆମ ଭିତରେ ଥିବା ଦୋଷ ଦୁର୍ବଳତା, ଭିତରେ ରହିଥିବା ଦୁର୍ବଳତା, ଭିତରର ଆସୁରିକ ପ୍ରବୃତ୍ତିକୁ ନଷ୍ଟ କରିବା ହିଁ ହେଉଛି ଆମର ସର୍ବପ୍ରଥମ ଦାୟିତ୍ୱ ।

ଆଜି ବିଜୟା ଦଶମୀର ପର୍ବରେ ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତୀ ପାଳନ କରୁଛୁ, ସେତେବେଳେ ସବୁ ଦେଶବାସୀ ସଂକଳ୍ପ କରନ୍ତୁ-

ଆମେ ଦେଶର ମଙ୍ଗଳ ପାଇଁ ଗୋଟିଏ ସଂକଳ୍ପ ଏହି ବର୍ଷକ ମଧ୍ୟରେ ପୂରଣ କରିବା, ଯାହା ଫଳରେ କାହାରି ନା କାହା ଦ୍ୱାରା ଦେଶର ମଙ୍ଗଳ ସାଧନ ହେବ । ଯଦି ମୁଁ ଜଳ ସଂରକ୍ଷଣ କରୁଛି, ତାହା ମଧ୍ୟ ଗୋଟିଏ ସଂକଳ୍ପ ହୋଇପାରେ । ମୁଁ କେତେବେଳେ ଖାଦ୍ୟ ଖାଉଛି – ଅଇଁଠା କରି ଛାଡିବି ନାହିଁ, ଏହା ମଧ୍ୟ ଏକ ସଂକଳ୍ପ ହୋଇପାରେ । ମୁଁ କେବେ ଦେଶର ସମ୍ପତିକୁ ନଷ୍ଟ ହେବାକୁ ଦେବି ନାହିଁ – ଏହା ମଧ୍ୟ ଏକ ସଂକଳ୍ପ ହୋଇପାରେ ।

ଆମେ ବିଜୟା ଦଶମୀର ପର୍ବରେ ଏପରି ସଂକଳ୍ପ ନେଇ, ମହାତ୍ମା ଗାନ୍ଧୀ ଙ୍କର 150ତମ ଜୟନ୍ତୀ ହେଉ, ଗୁରୁ ନାନକ ଦେବଜୀଙ୍କର 550 ତମ ପ୍ରକାଶ ପର୍ବ ହେଉ, ଏଭଳି ପବିତ୍ର ଅବସର, ଏଭଳି ସଂଯୋଗ ବହୁତ ହିଁ କମ୍  ମିଳିଥାଏ । ଏହି ସଂଯୋଗର ସଦୁପଯୋଗ କରି, ସେଥିମଧ୍ୟରୁ ପ୍ରେରଣା ପାଇ ଆମେ ମଧ୍ୟ କୌଣସି ନା କୌଣସି ସଂକଳ୍ପ କରିବା ନିଜ ଜୀବନରେ, ବିଜୟଶ୍ରୀ ପ୍ରାପ୍ତ କରିବା ।

ସାମୁହିକତାର ଶକ୍ତି ବ୍ୟାପକ ହୋଇଥାଏ । ସାମୁହିକତାର ଶକ୍ତି – ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସ୍ମରଣ କରାଯାଇଥାଏ ତ ଗୋଟିଏ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ କିନ୍ତୁ ସମସ୍ତ ଗୋପାଳଙ୍କୁ ତାଙ୍କର ଲାଠିର ସାମୁହିକ ଶକ୍ତି ବଳରେ ତାହାକୁ ଉଠାଇବା ସହିତ ସେ ଯୋଡ଼ିଥିଲେ ।

ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନରେ ଦେଖିବା – ସମୁଦ୍ର ପାର କରିବାକୁ ଥିଲା, ସେତୁବନ୍ଧ ନିର୍ମାଣ କରିବାର ଥିଲା, ସେତୁ ତିଆରି କରିବାକୁ ଥିଲା – ସାମୁହିକ ଶକ୍ତି, ସେ ମଧ୍ୟ ତାଙ୍କର ସାଥୀଙ୍କ ରୂପରେ ଜଙ୍ଗଲରୁ ଯେଉଁ ସାଥୀ ମିଳିଥିଲେ, ସେମାନଙ୍କୁ ସାଙ୍ଗରେ ନେଇ ସାମୁହିକ ଶକ୍ତି ମାଧ୍ୟମରେ ପ୍ରଭୁ ରାମଚନ୍ଦ୍ର ସେତୁ ମଧ୍ୟ ନିର୍ମାଣ କରିଦେଲେ ଏବଂ ଲଙ୍କାରେ ମଧ୍ୟ ପହଞ୍ଚିଗଲେ । ଏହି ସାମର୍ଥ୍ୟ ସାମୁହିକତାରେ ରହିଥାଏ । ଏହି ଉତ୍ସବ ସାମୁହିକତାର ଶକ୍ତି ଦେଇଥାଏ । ସେହି ଶକ୍ତିକୁ ଆଧାର କରି ଆମେ ମଧ୍ୟ ଆମର ସଂକଳ୍ପଗୁଡ଼ିକୁ ପାର କରିଦେବୁ ।

ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ଆମେ ନିଜକୁ ନିଜେ ଚେଷ୍ଟା କରିବା । ନିଜର ଗାଁ, ଗଳି-କନ୍ଦିକୁ ଯୋଡ଼ିବା, ଏକ ଆନ୍ଦୋଳନ ରୂପରେ ଚଲାଇବା- (ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନା କହିବା (ନୋ ଫାଷ୍ଟ ୟୁଜ୍ ପ୍ଲାଷ୍ଟିକ) । ଆଉ ଏଥିପାଇଁ ଏହି ପ୍ରକାରର ଚିନ୍ତାଧାରାକୁ ନେଇଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ (ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍) ଠାରୁ ମୁକ୍ତି ପାଇଁ ଆମର ସଂକଳ୍ପ ହେବା ଦରକାର ।

ଆଜି ପ୍ରଭୁ ରାମଚନ୍ଦ୍ରଙ୍କର ଏହି ବିଜୟୋତ୍ସବର ପର୍ବକୁ ଆମେ ହଜାର ହଜାର ବର୍ଷ ଧରି ବିଜୟ ପର୍ବ ଭାବେ ପାଳନ କରି ଆସୁଛୁ । ରାମାୟଣର ମନ୍ଥନ କରି ସଂସ୍କାର ସରିତା ପ୍ରବାହିତ କରିବାର ପ୍ରୟାସ କରିଆସିଛେ । ପିଢି ପରେ ପିଢି ଏହି ସଂସ୍କାରର ପ୍ରବାହ ଚାଲିଆସିଛି ।

 

ଆଜି ଏହି ଦ୍ୱାରକା ରାମଲୀଳା ସମିତି ଦ୍ୱାରା ମଧ୍ୟ ଅଭିନୟ ଦ୍ୱାରା ଯୁବ ପିଢିଙ୍କୁ, ନୂତନ ପିଢିଙ୍କୁ ଆମର ସାଂସ୍କୃତିକ ପରମ୍ପରା ସହିତ ପରିଚିତ କରାଇବାର ଯେଉଁ ପ୍ରୟାସ ରହିଛି, ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ଆପଣମାନଙ୍କୁ ମଧ୍ୟ ବିଜୟା ଦଶମୀ ନିମନ୍ତେ ଅନେକ-ଅନେକ ଶୁଭକାମନା ଜଣାଉଛି । ମୋ ସହିତ ପୁଣି କୁହନ୍ତୁ-

          ଜୟ ଶ୍ରୀରାମ – ଜୟ ଶ୍ରୀରାମ

          ଜୟ ଶ୍ରୀରାମ – ଜୟ ଶ୍ରୀରାମ

          ଜୟ ଶ୍ରୀରାମ – ଜୟ ଶ୍ରୀରାମ

          ବହୁତ ବହୁତ ଧନ୍ୟବାଦ ।   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.