ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ମୁଁ ଗୋଟିଏ ସ୍ଳୋଗାନ ଦେବି ଆପଣମାନଙ୍କୁ ସମସ୍ତଙ୍କୁ ମୋ ସହିତ କହିବାକୁ ହେବ – ମୁଁ କହିବି ମହାରାଜା ସୁହେଲଦେବ.. ଆପଣମାନେ ସମସ୍ତେ ଦୁଇ ହାତ ଉପରକୁ କରି କହିବେ ଦୁଇଥର କହିବେ ଅମର ରହେ, ଅମର ରହେ…..,

ମହାରାଜା ସୁହେଲଦେବ

ଅମର ରହେ ଅମର ରହେ,

ମହାରାଜା ସୁହେଲଦେବ

ଅମର ରହେ ଅମର ରହେ,

ମହାରାଜା ସୁହେଲଦେବ

ଅମର ରହେ ଅମର ରହେ,

ମହାରାଜା ସୁହେଲଦେବ

ଅମର ରହେ ଅମର ରହେ ।

ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଦେଶର ସୁରକ୍ଷା ପାଇଁ ସୁରବୀରଙ୍କୁ ଦେଇଥିବା, ବୀର ସୁପୁତ୍ର ଦେଇଥିବା, ସେନାନୀଙ୍କୁ ଜନ୍ମଦେଇଥିବା,ଏ ଧରଣୀ ଯେଉଁଠି ଋଷିମାନଙ୍କର, ମୁନିମାନଙ୍କର ଚରଣ ପଡ଼ିଛି । ଏଭଳି ଘାଜିପୁରକୁ ଆଉ ଥରେ ପୁଣି ଆସିବା ମୋ ପାଇଁ ହେଉଛି ଏକ ବହୁତ ଆନନ୍ଦର ବିଷୟ ।

ଆପଣ ସମସ୍ତଙ୍କର ଉତ୍ସାହ ଏବଂ ଉଦ୍ଦୀପନା ସଦାସର୍ବଦା ହିଁ ମୋ ପାଇଁ ଉର୍ଜ୍ଜାର ସ୍ରୋତ ହୋଇ ରହିଛି । ଆଜି ମଧ୍ୟ ଆପଣ ଏତେ ବିଶାଳ ସଂଖ୍ୟାରେ ଏଠାକୁ ଆସିଛନ୍ତି ଆଉ ଏପରି ଥଣ୍ଡାର ପରିବେଶରେ ମୋତେ ଆଶୀର୍ବାଦ ଦେବା ପାଇଁ ପହଂଚିଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଣାମ ଜଣାଉଛି ।

ସାଥୀଗଣ, ଉତ୍ତରପ୍ରଦେଶରେ ମୋର ଆଜିର ରହଣୀ ସମୟ ମଧ୍ୟରେ ଆଜି ପୂର୍ବାଂଚଳକୁ ଦେଶର ଏକ ବଡ଼ ମେଡିକାଲ ହବ୍ ଭାବେ ପ୍ରସ୍ତୁତ କରିବା ପାଇଁ, କୃଷି ସହିତ ଜଡ଼ିତ ଗବେଷଣାର ମହତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ଏବଂ ୟୁପିର ଲଘୁ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଦିଗରେ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯିବ । କିଛି ସମୟ ପୂର୍ବେ ହିଁ ଘାଜିପୁରରେ ନିର୍ମାଣ ହେବାକୁ ଥିବା ନୂତନ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି ।

ଆଜି ଏଠାରେ ପୂର୍ବାଂଚଳ ଏବଂ ସଂପୂର୍ଣ୍ଣ ଉତ୍ତରପ୍ରଦେଶର ଗୌରବ ବୃଦ୍ଧି କରିବା ଭଳି ଆଉ ଏକ ପୂଣ୍ୟର କାର୍ଯ୍ୟ ହୋଇଛି । ସଂପୂର୍ଣ୍ଣ ଦେଶର କୋଣ ଅନୁକୋଣର ଗୌରବ ବୃଦ୍ଧି କରିବାର ଏ ହେଉଛି ସୁଯୋଗ । ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ନିଜର ଦେଶ, ନିଜ ସଂସ୍କୃତି, ନିଜର ମହାକ୍ରୋଶ ତାଙ୍କର ବୀରତାର ପୁନଃସ୍ମରଣ କରାଇବାର ଏକ ପୂଣ୍ୟ କାର୍ଯ୍ୟ ଆଜି ହୋଇଛି । ମହାରାଜା ସୁହେଲଦେବଙ୍କ ସୌର୍ଯ୍ୟଗାଥା ଦେଶ ପାଇଁ ତାଙ୍କର ଯୋଗଦାନକୁ ନମନ କରି କିଛି ସମୟ ପୂର୍ବରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଡାକଟିକେଟ ଜାରି କରାଯାଇଛି । ପାଂଚ ଟଙ୍କା ମୂଲ୍ୟର ଏହି ଡାକଟିକେଟ ଲକ୍ଷ ଲକ୍ଷ ସଂଖ୍ୟାରେ ସମଗୟ ଦେଶର ଡାକଘର ମାଧ୍ୟମରେ ଦେଶର ଘରେ ଘରେ ପହଂଚିବାକୁ ଯାଉଛି । ମହାରାଜା ସୁହେଲଦେବଙ୍କୁ – ତାଙ୍କର ମହାନ କାର୍ଯ୍ୟଗୁଡ଼ିକୁ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ ଅନୁକୋଣରେ, ପ୍ରତ୍ୟେକ ଘରେ ପହଂଚାଇବାର ଏକ ନମ୍ର ପ୍ରୟାସ ଏହି ଡାକଟିକେଟ ମାଧ୍ୟମରେ ହେବାକୁ ଯାଉଛି ।

ସାଥୀଗଣ, ମହାରାଜା ସୁହେଲଦେବ ଦେଶର ସେହି ବୀରମାନଙ୍କ ମଧ୍ୟରୁ ଜଣେ । ଯିଏ ମାଆ ଭାରତୀଙ୍କ ସମ୍ମାନ ପାଇଁ ସଂଘର୍ଷ କରିଥିଲେ । ମହାରାଜା ସୁହେଲଦେବଙ୍କ ଭଳି ନାୟକ ଯାହାଙ୍କ ଦ୍ୱାରା ପ୍ରତ୍ୟେକ ବଂଚିତ, ପ୍ରତ୍ୟେକ ଶୋଷିତ ବ୍ୟକ୍ତି ପ୍ରେରଣା ନେଇଥାଆନ୍ତି । ତାଙ୍କର ସ୍ମରଣ ମଧ୍ୟ ତ‘ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ’ର ମନ୍ତ୍ରକୁ ଆହୁରି ନୂତନ ଶକ୍ତି ଦେଇଥାଏ । ଏଭଳି କୁହାଯାଏ କି ଯେତେବେଳେ ମହାରାଜା ସୁହେଲଦେବଙ୍କର ଶାସନ ଥିଲା, ତ ଲୋକମାନେ ଘରେ ତାଲା ଲଗାଇବା ଯେ, ଆବଶ୍ୟକ ତାହା ଭାବୁ ନଥିଲେ । ନିଜର ଶାସନ ସମୟ ମଧ୍ୟରେ ସେ ଲୋକମାନଙ୍କର ଜୀବନକୁ ସହଜ କରିବା, ଗରିବମାନଙ୍କୁ ସଶକ୍ତ କରିବା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ ସଡ଼କ ନିର୍ମାଣ କରିଥିଲେ, ବଗିଚା ସବୁ କରିଥିଲେ, ପାଠଶାଳା ଖୋଲାଇଥିଲେ, ମନ୍ଦିରଗୁଡ଼ିକର ସ୍ଥାପନା କରିଥିଲେ ଏବଂ ନିଜର ରାଜ୍ୟକୁ ବହୁତ ହିଁ ସୁନ୍ଦର ରୂପ ଦେଲେ । ଯେତେବେଳେ ବିଦେଶୀ ଆକ୍ରମଣକାରୀମାନେ ଭାରତ ଭୂମି ଉପରେ ଆଖି ଉଠାଇଲେ ତ ମହାରାଜା ସୁହେଲଦେବ ସେହି ମହାବୀରମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ତାଙ୍କର ଦୃଢ଼ତାର ସହ ମୁକାବିଲା କଲେ ଏବଂ ଶତ୍ରୁମାନଙ୍କୁ ପରାସ୍ତ କଲେ । ସେ ଆଖପାଖର ଅନ୍ୟ ରାଜ୍ୟଗୁଡ଼ିକୁ ଯୋଡ଼ି ଏଭଳି ସଂଗଠନ ଶକ୍ତି ଉତ୍ପନ୍ନ କଲେ, ଯେ ଶତ୍ରୁ ତାଙ୍କ ସମ୍ମୁଖରେ ଠିଆ ହୋଇ ରହିପାରିଲେ ନାହିଁ । ମହାରାଜା ସୁହେଲଦେବଙ୍କ ଜୀବନ ଜଣେ ଉତ୍କୃଷ୍ଟ ଯୋଦ୍ଧା, କୁଶଳୀ ରଣନୀତିକାର, ସଂଗଠନ ଶକ୍ତିର ନିର୍ମାତା ଏଭଳି ଅନେକ ପ୍ରେରଣାର ସେ ହେଉଛନ୍ତି ପ୍ରତିମୂର୍ତ୍ତି । ସେ ସମସ୍ତଙ୍କୁ ସାଥୀରେ ନେଇ ଚାଲୁଥିଲେ । ମହାରାଜା ସୁହେଲଦେବ ଥିଲେ ସମସ୍ତଙ୍କର ।

ଭାଇ ଓ ଭଉଣୀମାନେ, ଦେଶର ଏଭଳି ବୀର ଏବଂ ବୀରାଙ୍ଗନାମାନଙ୍କୁ, ଯେଉଁମାନଙ୍କୁ ପୂର୍ବର ସରକାର ଯେଭଳି ଗୋଟିଏ ପ୍ରକାରରେ ଭୁଲି  ଯାଇଥିଲେ, ସମ୍ମାନ ଦେଲେ ନାହିଁ, ତାଙ୍କୁ ପ୍ରଣାମ କରିବା ଏହା ଆମ ସରକାର ନିଜର ଦାୟିତ୍ୱ ଭାବେ ବୁଝି ଗ୍ରହଣ କରିଛନ୍ତି । ଆମେ ଆମର ଦାୟିତ୍ୱ ବୁଝିଛୁ ।

ଭାଇ ଓ ଭଉଣୀମାନେ, ଉତ୍ତରପ୍ରଦେଶର ବହରାଇଚ ଜନପଦରେ ଚିତୋର, ଯେତେବେଳେ ମଧ୍ୟ ଆମେ ମହାରାଜା ସୁହେଲଦେବଙ୍କୁ ମନେ ପକାଉଛୁ ତ ବାହାରିଚ ଜନପଦରେ ଚିତ୍ତୋରକୁ କେବେ ହେଲେ ମଧ୍ୟ ଭୁଲି ପାରିବା ନାହିଁ । ସେହି ଧରଣୀ ଥିଲା ଯେଉଁଠି ମହାରାଜା ଆକ୍ରମଣକାରୀଙ୍କୁ ସମାପ୍ତ କରି ଦେଇଥିଲେ, ପରାସ୍ତ କରିଦେଇଥିଲେ । ଯୋଗୀ ମହାଶୟଙ୍କ ସରକାର ସେହି ସ୍ଥାନରେ ଯେଉଁଠି ମହାରାଜା ସୁହେଲଦେବ ଭବ୍ୟ ବିଜୟ ପ୍ରାପ୍ତ କରିଥିଲେ ଆଉ ଯେଉଁ ମହାପୁରୁଷଙ୍କୁ ହଜାର ବର୍ଷ ଧରି ଭୁଲାଇ ଦିଆଯାଇଥିଲା । ତାଙ୍କ ସ୍ମାରକ ଭାବେ ସେହି ବିଜୟକୁ ସ୍ମରଣ କରାଇଲା ଭଳି ପିଢି, ଏଥିପାଇଁ ମଧ୍ୟ ଏକ ଭବ୍ୟ ସ୍ମାରକ ନିର୍ମାଣ କରିବା ପାଇଁ ଆଜି ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଁ ଉତ୍ତରପ୍ରଦେଶ ସରକାରଙ୍କୁ ମହାରାଜା ସୁହେଲଦେବଙ୍କ ସ୍ମରଣରେ, ଏହି କଳ୍ପନା ପାଇଁ, ଇତିହାସକୁ ପୁନର୍ଜିବିତ କରିବା ପାଇଁ ହୃଦୟପୂର୍ବକ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ମହାରାଜା ସୁହେଲଦେବଙ୍କ ଠାରୁ ପ୍ରେରଣା ନେଉଥିବା ପ୍ରତ୍ୟେକଙ୍କୁ ଦେଶର କୋଣ ଅନୁକୋଣରେ ପ୍ରେରଣା ମିଳିଚାଲୁ, ଏଥିପାଇଁ ମଧ୍ୟ ଶୁଭକାମନା ଜଣାଉଛି ।

ଏହି ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ରହିଥିବା କେନ୍ଦ୍ର ସରକାରଙ୍କର ଏହା ହେଉଛି ଦୃଢ଼ ନିଶ୍ଚୟ ଯେ ଯେଉଁମାନେ ଭାରତର ରକ୍ଷା, ସୁରକ୍ଷା, ଭାରତର ସାମାଜିକ ଜୀବନକୁ ଉପରକୁ ଉଠାଇବାରେ ଯୋଗଦାନ କରିଛନ୍ତି ତାଙ୍କର ସ୍ମୃତି ସବୁକୁ ନିଶ୍ଚିହ୍ନ ହେବାକୁ ଦିଆଯିବ ନାହିଁ । ନିଜର ଇତିହାସ,ନିଜର ପୁରାତନ ସଂସ୍କୃତିର ସ୍ୱର୍ଣ୍ଣିମ ପୃଷ୍ଠାଗୁଡ଼ିକ ଉପରେ କେବେ ମଧ୍ୟ ଧୂଳି ଜମିବାକୁ ଦିଆଯିବ ନାହିଁ ।

ସାଥୀଗଣ, ମହାରାଜା ସୁହେଲଦେବ ଯେତେ ବଡ଼ ମହାନ ବୀର ଥିଲେ ସେତିକି ମଧ୍ୟ ବଡ଼ ଦୟାଳୁ ଏବଂ ସମ୍ବେଦନଶୀଳ ଥିଲେ । ସମ୍ବେଦନଶୀଳତାର ଏହି ସଂସ୍କାର ଆମ ସରକାରରେ, ବ୍ୟବସ୍ଥାରେ ଆଣିବା ପାଇଁ ଭରପୂର ପ୍ରାୟସ କରୁଛୁ । କେନ୍ଦ୍ର ଏବଂ ୟୁପି ସରକାର ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଏହି ପ୍ରୟାସ କରୁଛନ୍ତି କି ଗରିବ, ପଛୁଆ, ଦଳିତ, ଶୋଷିତ, ବଂଚିତ ପ୍ରତ୍ୟେକ ପ୍ରକାରର ସ୍ତରର ଲୋକ ସମାଜର ଏହି ସ୍ତରର ଲୋକମାନେ ସଶକ୍ତ ହୁଅନ୍ତୁ, ସାମର୍ଥ୍ୟବାନ ହୁଅନ୍ତୁ, ନିଜର ଅଧିକାରଗୁଡ଼ିକୁ ପାଇ ପାରନ୍ତୁ । ଏହି ସ୍ୱପ୍ନ ନେଇ ଆମେ କାର୍ଯ୍ୟ କରୁଛୁ । ତାଙ୍କର ସ୍ୱର ବ୍ୟବସ୍ଥା ପର୍ଯ୍ୟନ୍ତ ସହଜରେ ପହଂଚିପାରୁ ।

ଭାଇ ଓ ଭଉଣୀମାନେ, ଆଜି ସରକାର ସାଧାରଣ ଜନତାଙ୍କ ପାଇଁ ହେଉଛନ୍ତି ସୁଲଭ ଏବଂ ଅନେକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ଭୋଟ ପାଇଁ ତତ୍କାଳ ଘୋଷଣା, ଫିତା କାଟିବାର ପରମ୍ପରାକୁ ଆମ ସରକାର ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛନ୍ତି । ସରକାରଙ୍କର ସଂସ୍କାର ଏବଂ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହା ହେଉଛି କାରଣ କି ଆଜି ଗରିବରୁ ଅତି ଗରିବ ଲୋକଟିର କଥା ଶୁଣିବା ପାଇଁ ମାର୍ଗ ଖୋଲିଯାଇଛି ।

ସାଥୀଗଣ, ସମାଜର ଶେଷ ସ୍ତରରେ ଠିଆ ହୋଇଥିବା ବ୍ୟକ୍ତିକୁ ଗରିମାପୂର୍ଣ୍ଣ ଜୀବନ ଦେବାର ଏହି ଅଭିଯାନ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏବେ ଏକ ଠୋସ ଆଧାର ପ୍ରସ୍ତୁତ କରିବାରେ ସରକାର ସଫଳ ହୋଇଛନ୍ତି । ଏହି ମୂଳଦୁଆ ଉପରେ ଏକ ସୁଦୃଢ଼ ଅଟ୍ଟାଳିକା ପ୍ରସ୍ତୁତ କରିବାର କାର୍ଯ୍ୟ ଏବେ ବାକି ଅଛି । ପୂର୍ବାଂଚଳରେ ସ୍ୱାସ୍ଥ୍ୟସେବାର ବିସ୍ତାର ହେଉଛି ଏହି ଦିଗରେ ଉଠାଯାଇଥିବା ଏକ ପଦକ୍ଷେପ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଶରେ ସବୁଠାରୁ କମ ବିକଶିତ କ୍ଷେତ୍ରମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପୂର୍ବାଂଚଳ ଯାହାକୁ ମେଡିକାଲ ହବ୍ରେ ଗଢ଼ି ତୋଳିବାର ନିରନ୍ତର ପ୍ରୟାସରେ ଦ୍ରୁତ ଗତି ଅଣାଯାଇଛି ।

ଭାଇ ଓ ଭଉଣୀମାନେ, କିଛି ସମୟ ପୂର୍ବର ଯେଉଁ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି,ତା’ଦ୍ୱାରା ଏହି କ୍ଷେତ୍ରକୁ ଆଧୁନିକ ଚିକିତ୍ସା ସୁବିଧା ତ ମିଳିବ ହିଁ । ଘାଜିପୁରରେ ନୂତନ ଏବଂ ମେଧାବୀ ଡାକ୍ତର ମଧ୍ୟ ଗଢ଼ା ହେବେ । ଏଠାକାର ଯୁବକମାନଙ୍କୁ ଡାକ୍ତର ହେବାର ସ୍ୱପ୍ନ ନିଜ ଘରେ ପୂରା କରିବାର ସୁଯୋଗ ମିଳିବ । ପ୍ରାୟ ଅଢ଼େଇ ଶହ କୋଟି ବ୍ୟୟରେ ଯେତେବେଳେ ଏହି କଲେଜ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ ତ ଘାଜିପୁରର ଜିଲ୍ଲା ହାସ୍ପାତାଳ 300 ଶଯ୍ୟାବିଶିଷ୍ଟ ହୋଇଯିବ । ଏହି ହାସ୍ପାତାଳ ଦ୍ୱାରା ଘାଜିପୁର ସହିତ ଆଖ-ପାଖର ଅନ୍ୟ ଜିଲ୍ଲାର ଲୋକମାନଙ୍କର ମଧ୍ୟ ଲାଭ ହେବ । ଦୀର୍ଘ ସମୟରୁ ହିଁ ଆପଣମାନଙ୍କର ଏହା ଦାବି ରହିଥିଲା ଏବଂ ଆପଣ ସମସ୍ତଙ୍କର ପ୍ରିୟ ଆମର ସାଥୀ ମନୋଜ ସିହ୍ନା ମହାଶୟ ମଧ୍ୟ ନିରନ୍ତର ଏହି କଥାକୁ ମନେ ପକାଇ ଦେଉଥିଲେ । ବହୁତ ଶୀଘ୍ର ହିଁ ଏହି ହାସ୍ପାତାଳ ଆପଣ ସମସ୍ତଙ୍କର ସେବା କରିବା ପାଇଁ ସମର୍ପିତ ହେବ । ଏହା ବ୍ୟତୀତ ଘାଜିପୁରରେ 100 ଶଯ୍ୟା ବିଶିଷ୍ଟ ପ୍ରସୂତି ହାସ୍ପାତାଳର ସୁବିଧା ମଧ୍ୟ ଯୋଡ଼ି ହୋଇ ସାରିଛି । ଜିଲ୍ଲା ହାସ୍ପାତାଳରେ ଆଧୁନିକ ଆମ୍ବୁଲାନ୍ସର ସୁବିଧା ମଧ୍ୟ ଦିଆଯାଇଛି । ଆଗାମୀ ସମୟରେ ଏହି ସୁବିଧା ଗୁଡ଼ିକୁ ଆହୁରି ଅଧିକ ବିସ୍ତାରିତ କରାଯିବ ।

ଭାଇ ଓ ଭଉଣୀମାନେ, ଘାଜିପୁରର ନୂତନ ମେଡିକାଲ ହେଉ, ଗୋରଖପୁରର ଏମ୍ସ ହେଉ,ବାରଣାସୀରେ ତିଆରି ହେଉଥିବା ଅନେକ ଆଧୁନିକ ହାସ୍ପାତାଳ ହେଉ, ପୁରୁଣା ହାସ୍ପାତାଳର ବିକାଶ ହେଉ, ପୂର୍ବାଂଚଳରେ ହଜାର କୋଟିର ସ୍ୱାସ୍ଥ୍ୟ ସୁବିଧାମାନ ପ୍ରସ୍ତୁତ ହେଉଛି ।

ସାଥୀଗଣ, ଗରିବ ଏବଂ ମଧ୍ୟମବର୍ଗର ସ୍ୱାସ୍ଥ୍ୟକୁ ସ୍ୱାଧୀନତାର ଇତିହାସରେ ପ୍ରଥମଥର ପାଇଁ ଏତେ ପ୍ରାଥମିକତା ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନା, ପିଏମଜେଏୱାଇ ଲୋକମାନେ ତାହାକୁ ମୋଦୀକେୟାର ବୋଲି ମଧ୍ୟ କହୁଛନ୍ତି । ଏହି ପିଏମଜେଏୱାଇ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଅଧିକରୁ ଅଧିକ ଲୋକମାନଙ୍କ ଯାଏଁ ପହଂଚୁ, ଏହାର ପ୍ରୟାସ କରାଯାଉଛି । ଏହି ଯୋଜନା ଦ୍ୱାରା କର୍କଟ ଭଳି ଶହ ଶହ ଗୁରୁତର ରୋଗର ସ୍ଥିତିରେ ପାଂଚ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ମାଗଣା ଚିକିତ୍ସା ସୁନିଶ୍ଚିତ ହୋଇଛି । କେବଳ 100 ଦିନ ମଧ୍ୟରେ ହିଁ ସମଗ୍ର ଦେଶର ପ୍ରାୟ ସାଢ଼େ ଛଅ ଲକ୍ଷ ଗରିବ ଭଉଣୀ-ଭାଇମାନଙ୍କର ମାଗଣା ଚିକିତ୍ସା ହୁଏତ ହୋଇ ସାରିଛି କିମ୍ବା ହାସ୍ପାତାଳରେ ଚିକିତ୍ସା ଚାଲୁ ରହିଛି । ଏଥିରେ ଆମର ଉତ୍ତରପ୍ରଦେଶର ମଧ୍ୟ 14,000ରୁ ଅଧିକ ଭଉଣୀ-ଭାଇଙ୍କୁ ଏହାର ଲାଭ ମିଳି ପାରିଛି । ଆଉ ଏମାନେ ହେଉଛନ୍ତି ସେହି ଲୋକ ଦୁଇ-ଦୁଇ, ଚାରି-ଚାରି, ପାଂଚ-ପାଂଚ ବର୍ଷ ଧରି ମାରାତ୍ମକ ରୋଗ ସହିତ ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ । ଡର ଲାଗୁଥିଲା ଯଦି ଚିକିତ୍ସା କରାଇବି ତ ସଂପୂର୍ଣ୍ଣ ପରିବାର ଋଣରେ ଡୁବିଯିବ । ସେ ଔଷଧ ଆଣୁ ନଥିଲେ ତ କଷ୍ଟକୁ ସହ୍ୟ କରୁଥିଲେ,ଆୟୁଷ୍ମାନ ଭାରତ ଯୋଜନା ଏଭଳି ଲୋକମାନଙ୍କୁ ଶକ୍ତି ଦେଲା, ସାହସ ଦେଲା, ଏବେ ସେମାନେ ହାସ୍ପାତାଳକୁ ଆସିଛନ୍ତି ସେମାନଙ୍କର ଅସ୍ତ୍ରୋପଚାର ହେଉଛି ଆଉ ହସି-ଖେଳିକରି ନିଜ ଘରକୁ ଫେରି ଯାଉଛନ୍ତି । କେବଳ ଏତିକି ହିଁ ନୁହେଁ ସରକାର ଦେଶର ପ୍ରତ୍ୟେକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ସୁରକ୍ଷା ବୀମା ଭଳି ଯୋଜନାଗୁଡ଼ିକ ଦ୍ୱାରା ଯୋଡ଼ିବା ପାଇଁ ମଧ୍ୟ ପ୍ରୟାସ କରୁଛି । ବିପଦ ସମୟରେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ସାହାଯ୍ୟ ମିଳିପାରୁ ଏଥିପାଇଁ କେବଳ 90 ପଇସା ପ୍ରତିଦିନ ଏବଂ ମାସକୁ ଏକ ଟଙ୍କାର ସାମାନ୍ୟ ପ୍ରିମିୟମରେ ଯୋଜନା ଚାଲୁ ରହିଛି । ଏହି ଦୁଇଟି ଯୋଜନା ଦ୍ୱାରା ସମଗ୍ର ଦେଶରେ 20 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇ ସାରିଛନ୍ତି । ଏଥିରେ ପ୍ରାୟ ଶହ ପଚସ୍ତରୀ କୋଟି ଲୋକ ଆମ ଉତ୍ତର ପ୍ରଦେଶର ମଧ୍ୟ ଅଛନ୍ତି ଯାହା ଅଧିନରେ 3 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦରିଦ୍ର ପରିବାର ପର୍ଯ୍ୟନ୍ତ ପହଂଚି ସାରିଛି । ଆଉ ଯେଉଁଥିରେ ପ୍ରାୟ 4 ଶହ କୋଟି ଟଙ୍କାର ଦାବି(Insurance Claim) ଉତ୍ତର ପ୍ରଦେଶର ଏଭଳି ପରିବାରର ଘରେ ପହଂଚି ସାରିଛି ।

ସାଥୀଗଣ, 4 ଶହ କୋଟି ଟଙ୍କା, 90 ପଇସାର ବୀମାରେ ଏହି ପରିବାରମାନଙ୍କ ପର୍ଯ୍ୟନ୍ତ ପହଂଚିଛି,ଅନେକ ପରିବାର ପାଖରେ ପହଂଚିଛି, ଅନେକ ଗୁଡିଏ ପରିବାରକୁ କେତେ ଶକ୍ତି ମିଳିଥିବ ।

ସାଥୀଗଣ, ଯେତେବେଳେ ସରକାର ପାରଦର୍ଶୀତାର ସହିତ କାର୍ଯ୍ୟ କରିଥାନ୍ତି, ଯେତେବେଳେ ଜନହିତ ସର୍ବହିତରୁ ଉପରକୁ ରଖାଯାଇଥାଏ, ସମ୍ବେଦନଶୀଳତା ଯେତେବେଳେ ସାଧନର ସ୍ୱଭାବ ହୋଇଥାଏ  ତ, ଏଭଳି ବଡ଼ କାର୍ଯ୍ୟ ସ୍ୱଭାବିକ ରୂପରେ ହୋଇଥାଏ । ଯେତେବେଳେ ଲକ୍ଷ୍ୟକୁ ବ୍ୟବସ୍ଥାରେ ସ୍ଥାୟୀ ପରିବର୍ତ୍ତନ ହୋଇଥାଏ ସେତେବେଳେ ଏଭଳି ବଡ଼ କାର୍ଯ୍ୟ ହୋଇଥାଏ । ସେତେବେଳେ ଦୂରଦୃଷ୍ଟି ସହିତ ସ୍ଥାୟୀ ଏବଂ ସଚ୍ଚୋଟତାର ପ୍ରୟାସ କରାଯାଇଥାଏ ।

ସାଥୀଗଣ, କାଶୀର ଧାନ ଗବେଷଣା ପ୍ରତିଷ୍ଠାନ ହେଉ, ବାରାଣସୀ ଏବଂ ଘାଜିପୁରରେ ନିର୍ମିତ ହୋଇଥିବା ପଣ୍ୟାଗାର ହେଉ, ଗୋରଖପୁରରେ ତିଆରି ହେଉଥିବା ଖାଦ୍ୟର କାରଖାନା ହେଉ,ବାଣସାଗର ଭଳି ଜଳସେଚନ ପ୍ରକଳ୍ପ ହେଉ, ବିହନରୁ ବଜାର ପର୍ଯ୍ୟନ୍ତ ଅନେକ ବ୍ୟବସ୍ଥା ସମଗ୍ର ଦେଶରେ ପ୍ରସ୍ତୁତ ହେଉଛି । ମୋତେ ଅବଗତ କରାଯାଇଛି କି ଘାଜିପୁରରେ ଯେଉଁ ଶୀଘ୍ର ନଷ୍ଟ ହୋଇ ଯାଉଥିବା ସାମଗ୍ରୀଗୁଡ଼ିକର ଭଣ୍ଡାରଗୃହ ତିଆରି ହୋଇଛି ତାହାଦ୍ୱାରା ଏଠାକାର କଂଚାଲଙ୍କା ଏବଂ କଂଚା ମଟର.. ଆମର ମନୋଜ ମହାଶୟ କହୁଥିଲେ ଦୁବାଇ ବଜାରରେ ବିକ୍ରି ହେଉଛି । କୃଷକମାନଙ୍କୁ ପୂର୍ବ ତୁଳନାରେ ଏବେ ସୁଲଭ ମୂଲ୍ୟ ମିଳୁଛି ।

ଆଜି ଯେଉଁ କାମ ମଧ୍ୟ ହେଉଛି ସଂପୂର୍ଣ୍ଣ ପ୍ରମାଣିକତା ସହିତ ସଚ୍ଚୋଟତାର ସହିତ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ହେଉଛି । କମ ଖର୍ଚ୍ଚରେ ଅଧିକ ଲାଭ କୃଷକମାନଙ୍କୁ ମିଳୁ ଏହି ଦିଗରେ ସଂପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କରାଯାଉଛି ।

ଭାଇ ଓ ଭଉଣୀମାନେ, ଭୋଟ ହାତେଇବା ପାଇଁ ଲୋଭନୀୟ ଉପାୟଗୁଡ଼ିକରୁ କ’ଣ ଆନନ୍ଦ ମିଳିଥାଏ ତାହା ଏବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖାଯାଉଛି । ସରକାର ପରିବର୍ତ୍ତନ ହେବା ସହିତ ହିଁ ଏବେ ସେଠାରେ ଖାଦ୍ୟ ପାଇଁ, ୟୁରିଆ ପାଇଁ ଲମ୍ବାଧାଡ଼ି ଲାଗି ରହିଲା, ଲାଠି ଚାଲିବା । କଳାବଜାର କରିବାବାଲା ଲୋକସବୁ ମଇଦାନକୁ ଆସିଗଲେ । କର୍ଣ୍ଣାଟକରେ ଲକ୍ଷ ଲକ୍ଷ କୃଷକଙ୍କୁ ଋଣ ଛାଡ଼ କରିବାର ପ୍ରତିଶ୍ରୁତି କରାଯାଇଥିଲା ।

ଭାଇ ଓ ଭଉଣୀମାନେ, ଏହି ସତ୍ୟତାକୁ ବୁଝନ୍ତୁ କର୍ଣ୍ଣାଟକରେ ଏବେ କଂଗ୍ରେସ ପଛ ଦ୍ୱାର ଦେଇ ସରକାର ଗଠନ କରିଛି ଆଉ ଋଣ ଛାଡ଼ ପାଇଁ କୃଷକଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଲଲିପପ୍ ଧରାଇ ଦେଇଥିଲା । ଲକ୍ଷ ଲକ୍ଷ କୃଷକଙ୍କ ଋଣ ଛାଡ଼ ହେବାର ଥିଲା ଆଉ ଛାଡ଼ କଲେ କେତେ କହିବି… କହିବି… କେତେ କଲେ… କେତେ କୃଷକଙ୍କୁ ଲାଭ ମିଳିଲା କହିବି… ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । କହିବି… ଲକ୍ଷ ଲକ୍ଷ କୃଷକଙ୍କୁ ଋଣ ଛାଡ଼ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା, ଭୋଟ ଚୋରାଇ ନିଆଗଲା, ପଛ ଦ୍ୱାର ଦେଇ ଚୋରା ବାଟରେ ସରକାର ଗଠନ କରାଗଲା, ଆଉ ଦେଲେ କେତେ ଜଣଙ୍କୁ? କେବଳ… କେବଳ… କେବଳ… କେବଳ ମାତ୍ର 800 ଲୋକଙ୍କୁ ।

ଆପଣମାନେ ମୋତେ କହନ୍ତୁ ଏହା କିଭଳି ପ୍ରତିଶ୍ରୁତିର ଖେଳ… ଏହା କୃଷକଙ୍କ ସହିତ କିପରି ବିଶ୍ୱାସଘାତକତା ହେଉଛି । ଏହାକୁ ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ ଭାଇ ଓ ଭଉଣୀମାନେ । ଯେଉଁମାନଙ୍କର ହେଲା ନାହିଁ, ଋଣ ଛାଡ଼ ହେଲାନାହିଁ କିନ୍ତୁ ଏବେ ସେମାନଙ୍କ ପଛରେ ପୁଲିସ ଲଗାଇ ଦିଆଯାଇଛି..ଯାଅ, ଟଙ୍କା ଜମାକର ।

ସାଥୀଗଣ, ତତ୍କାଳ ରାଜନୈତିକ ଲାଭ ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଉଛି, ଯେଉଁ ନିଷ୍ପତ୍ତି ନିଆଯାଉଛି, ତାହାଦ୍ୱାରା ଦେଶର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ ।

2009ର ନିର୍ବାଚନ ପୂର୍ବରୁ କ’ଣ ହେଲା, ଆପଣମାନେ ସମସ୍ତେ ତାହାର ସାକ୍ଷୀ ଅଛନ୍ତି, 2009 ନିର୍ବାଚନ ପୂର୍ବରୁ ମଧ୍ୟ ଏହିଭଳି ଲଲିପପ୍ ଧରାଇ ଦେବାଭଳି ଋଣଛାଡ଼ର ପ୍ରତିଶ୍ରୁତି ଦିଆଯାଇଥିଲା । ସାରା ଦେଶର କୃଷକମାନଙ୍କର ଋଣଛାଡ଼ର ପ୍ରତିଶ୍ରୁତି ଦିଆଯାଇଥିଲା । ମୁଁ ଏଠାରେ ଯେଉଁ କୃଷକମାନେ ଅଛନ୍ତି ସେମାନଙ୍କୁ ଟିକେ ପଚାରିବାକୁ ଚାହୁଁଛି, 10 ବର୍ଷ ପୂର୍ବେ 2009ରେ କ’ଣ ଆପଣଙ୍କର ଋଣ ଛାଡ଼ ହୋଇଥିଲା କି? ଛାଡ଼ ହୋଇଥିଲା କି, ଆପଣଙ୍କ ଖାତାକୁ ଅର୍ଥ ଆସିଥିଲା କି,ଆପଣମାନଙ୍କ କୌଣସି ସାହାଯ୍ୟ ମିଳିଥିଲା କି । ପ୍ରତିଶ୍ରୁତି ଦିଆଯାଇଥିଲା କି ଦିଆଯାଇ ନଥିଲା । ସରକାର ଗଠନ ହୋଇଥିଲା ନା ଗଠନ ହୋଇ ନଥିଲା ଆଉ ଆପଣମାନଙ୍କୁ ଭୁଲାଇ ଦିଆଯାଇଥିଲା କି ଭୁଲାଇ ଦିଆଯାଇ ନଥିଲା । ଏଭଳି ଲୋକଙ୍କ ଉପରେ ଭରସା କରିବେ କି… ଏଭଳି ଲଲିପପ୍ କମ୍ପାନୀ ଉପରେ ଭରସା କରିବେ କି… ଏଭଳି ମିଥ୍ୟା କହୁଥିବା ଲୋକଙ୍କ ଉପରେ ଭରସା କରିବେ କି… ଏହି ଲୋକମାନଙ୍କ ସହିତ ବିଶ୍ୱାସଘାତକତା କରୁଥିବା ଲୋକମାନଙ୍କ ଉପରେ ଭରସା କରିବେ କି… ।

ଭାଇ ଓ ଭଉଣୀମାନେ, ଆପଣମାନେ ଆଶ୍ଚର୍ଯ୍ୟ ହେବେ ସେତେବେଳେ 6 ଲକ୍ଷ କୋଟି ଟଙ୍କାର ଋଣ କୃଷକମାନଙ୍କ ଉପରେ ଥିଲା । ସମଗ୍ର ଦେଶରେ 6 ଲକ୍ଷ କୋଟି ଟଙ୍କାର ଥିଲା । କିନ୍ତୁ ଛାଡ଼ କରିବାର ଘୋଷଣା କରାଯାଇଥିଲା କେତେ ଟଙ୍କାର ଆପଣମାନଙ୍କୁ ଜଣାଅଛି… 6ଲକ୍ଷ କୋଟି ଟଙ୍କାର ଋଣ ଥିଲା ଆଉ ନିର୍ବାଚନ ଜିତିବା ପରେ, ସରକାର ଗଠନ ହେବା ପରେ କିଭଳି ନାଟକ କରାଗଲା, କିଭଳି କୃଷକମାନଙ୍କ ଆଖିରେ ଧୂଳି ଫିଙ୍ଗାଗଲା, ଏହା ପରିସଂଖ୍ୟାନ ନିଜେ ସୂଚାଇ ଦେଉଛି । 6 ଲକ୍ଷ କୋଟି ଆଗରେ କେତେ ଟଙ୍କାର ଋଣ ଛାଡ଼ କରିଦିଆଗଲା, ଜଣାଅଛି ଆପଣମାନଙ୍କୁ । ମୁଁ କହିବି… ମନେ ରଖିବେ.. ମନେ ରଖିବେ ଏହି ଲୋକମାନେ ଆସିଯାଆନ୍ତୁ ଲଲିପପ୍ ଧରାଇବା ପାଇଁ, ପୁଣିଥରେ ମନେ ପକାଇଦେବ, ନିଶ୍ଚତ ଭାବେ ମନେ ପକାଇଦେବ ତ… 6 ଲକ୍ଷ କୋଟି ଟଙ୍କାର ଋଣ କୃଷକମାନଙ୍କର ଆଉ ଦେଲେ କେବଳ ମାତ୍ର କେବଳ… କେବଳ… କେବଳ… ମାତ୍ର 60 ହଜାର କୋଟି, କେଉଁଠି ଛଅ ଲକ୍ଷ କୋଟି ଆଉ କେଉଁଠି 60 ହଜାର କୋଟି… ଏତିକି ହିଁ ନୁହେଁ, ଦେଲେ ତ ସେମାନେ କାହାକୁ ଦେଲେ, ଯେତେବେଳେ ସିଏଜି ରିପୋର୍ଟ ଆସିଲା ତ ଜଣା ପଡ଼ିଲା କି ସେଥିରେ 35 ଲକ୍ଷ ବହୁତ ବଡ଼ ଆକାରର ଏହି 35 ଲକ୍ଷ ଲୋକଙ୍କ ଘରକୁ ହିଁ ଗଲା ଆଉ ସେମାନେ କେହି ନା ତ କୃଷକ ଥିଲେ, ନା ଋଣ କରିଥିଲେ, ନା ଋଣ ଛାଡ଼ର ଅଧିକାରୀ ଥିଲେ । ଏହି ଟଙ୍କା ଆପଣମାନଙ୍କର ଗଲା କି ନଗଲା,ଏହା ଚୋରୀ ହେଲା କି ହେଲା ନାହିଁ, ଯେଉଁମାନଙ୍କର ଋଣ ଛାଡ଼ ମଧ୍ୟ ହେଲା, ସେମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକଙ୍କୁ ସାର୍ଟିଫିକେଟ ହିଁ ଦିଆଗଲା ନାହିଁ । ଯାହାର ଫଳସ୍ୱରୂପ ତାହାର ସୁଧ ବଢ଼ି ଚାଲିଲା ଆଉ ପରେ ସେହି ବିଚରା କୃଷକକୁ ଋଣ ଏବଂ ସୁଧ ସମେତ ଅତିରିକ୍ତ କିଛି ଦେବାକୁ ପଡ଼ିଲା । ଏହି ପାପ ଏହି ଲୋକମାନେ କରିଛନ୍ତି ।

ଭାଇ ଓ ଭଉଣୀମାନେ, ଏହି ଲୋକମାନେ ଦ୍ୱିତୀୟ ଥର ପାଇଁ ମଧ୍ୟ ଋଣ ନେବାଭଳି ଅବସ୍ଥାରେ ରହିଲେ ନାହିଁ । ସେମାନଙ୍କୁ ମଦ ପାଖକୁ ଯିବାକୁ ପଡ଼ିଲା । ସେମାନଙ୍କୁ ଘରୋଇ ଋଣ ନେବା ପାଇଁ ଯିବାକୁ ପଡ଼ିଲା । ମହଙ୍ଗା ଋଣ ନେବାକୁ ପଡ଼ିଲା ।

ସାଥୀଗଣ, ଏହି ପ୍ରକାରର ଋଣ ଛାଡ଼ର ଲାଭ କାହାକୁ ହେଲା, ଅତି କମ୍ ରେ କୃଷକମାନଙ୍କୁ ତ ହେଲା ନାହିଁ । ଏଥିପାଇଁ ମୋର ଅନୁରୋଧ କି କଂଗ୍ରେସର ଏହି ମିଥ୍ୟା ଆଉ ବେଇମାନୀ ପ୍ରତିଶ୍ରୁତି ପ୍ରତିସତର୍କ ରହନ୍ତୁ । ମନେ ରଖନ୍ତୁ କି କଂଗ୍ରେସର ସରକାର ନା ତ ସ୍ୱାମୀନାଥନ ଆୟୋଗର ସୁପାରିଶ ମଧ୍ୟ ଲାଗୁ କରି ନଥିଲେ । କଂଗ୍ରେସ ସରକାର କୃଷକମାନଙ୍କର ଚାଷବାସରେ ହେଉଥିବା ଖର୍ଚ୍ଚ ବାବଦରେ ଦେଢ଼ଗୁଣ ମୂଲ୍ୟ ଦେବାର ସୁପାରିଶ କରାଯାଇଥିବା ଫାଇଲ ବର୍ଷ ବର୍ଷ ଧରି ଏହି କଂଗ୍ରେସର ଲୋକମାନେ ତା’ଉପରେ ବସିଥିଲେ, ବସି ରହୁଥିଲେ । ଉଠୁ ନଥିଲେ, ଯଦି କଂଗ୍ରେସ ସରକାର ନିଜ ଶାସନ ସମୟରେ ଆଜିଠାରୁ 11 ବର୍ଷ ପୂର୍ବେ ଯଦି ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ ସ୍ୱୀକାର କରିଥାଆନ୍ତେ, ଲାଗୁ କରିଥାଆନ୍ତେ, ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ କୃଷକମାନଙ୍କୁ ଦେବାପାଇଁ ସ୍ଥିର କରିଥାଆନ୍ତେ ତ ଆଜି ମୋର କୃଷକ ଭାଇମାନେ ଋଣଗ୍ରସ୍ତ ହୋଇ ନଥାଆନ୍ତେ, ସେମାନଙ୍କୁ ଋଣର ଆବଶ୍ୟକତା ପଡ଼ି ନଥାଆନ୍ତା । କିନ୍ତୁ ଆପଣମାନଙ୍କର ପାପ, ଆପଣମାନେ ସେହି ଫାଇଲକୁ ଚାପି ରଖିଲେ, କୃଷକମାନଙ୍କୁ ମୂଲ୍ୟ ଦେଲେ ନାହିଁ, ଏମଏସପି ଦେଲେ ନାହିଁ, କୃଷକ କ୍ଷତିଗ୍ରସ୍ତ ହେଲା,ଋଣଗ୍ରସ୍ତ ହୋଇଗଲା । ଏହା ହେଉଛି ସେଇମାନଙ୍କର ପାପର ପରିଣାମ । ଏହି ଫାଇଲକୁ ଭାଜପା ସରକାର ବାହାରକୁ କାଢ଼ିଲେ ଆଉ ମୂଲ୍ୟ ସହିତ 22ଟି ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ(ଏମଏସପି) ଖର୍ଚ୍ଚର ଦେଢ଼ଗୁଣ ପର୍ଯ୍ୟନ୍ତ ସ୍ଥିର କରାଗଲା ।

ଭାଇ ଓ ଭଉଣୀମାନେ, ଏଭଳି ଅନେକ କାର୍ଯ୍ୟ ଅଛି, ଯାହା ବିଗତ ଚାରି ବର୍ଷରେ କରାଯାଉଛି ।ଯେଉଁ ସବୁ ଛୋଟ କୃଷକ ଅଛନ୍ତି, ସେମାନଙ୍କୁ ମଧ୍ୟ ଆମ ସରକାର ବ୍ୟାଙ୍କ ସହିତ ଯୋଡ଼ୁଛି । ମଣ୍ଡିଗୁଡ଼ିକରେ ନୂତନ ଭିତ୍ତିଭୂମି, ନୂତନ ସୁବିଧାଗୁଡ଼ିକ ଏବେ ପ୍ରସ୍ତୁତ ହେଉଛି । ଟେକ୍ନୋଲଜି ମାଧ୍ୟମରେ ବଜାରଗୁଡ଼ିକୁ ଏବେ ପ୍ରସ୍ତୁତ କରାଯାଉଛି । ନୂତନ ଶୀତଳଭଣ୍ଡାର, ବୃହତ(ମେଗା) ଫୁଡ଼୍ ପାର୍କ, ତାର ମଧ୍ୟ ଶୃଙ୍ଖଳ ଏବେ ପ୍ରସ୍ତୁତ କରାଯାଉଛି ।

ସାଥୀଗଣ, କୃଷକଙ୍କ ଫସଲରୁ ନେଇ ଉଦ୍ୟୋଗ ପର୍ଯ୍ୟନ୍ତ ଆବଶ୍ୟକ ଆଧୁନିକ ଭିତ୍ତିଭୂମି ମଧ୍ୟ ଏହି ସରକାର ପ୍ରସ୍ତୁତ କରୁଛନ୍ତି । ପୂର୍ବାଂଚଳରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ପାଇଁ ବିଗତ ସାଢ଼େ ଚାରି ବର୍ଷରେ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଆଉ ଅନେକ ପ୍ରକଳ୍ପ ଆଗାମୀ ଦିନମାନଙ୍କରେ ସଂପୂର୍ଣ୍ଣ ହେବାକୁ ଯାଉଛି । ପୂର୍ବାଂଚଳ ଏକ୍ସପ୍ରେସ ୱେର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ଗତଥର ଯେତେବେଳେ ମୁଁ ଘାଜିପୁର ଆସିଥିଲି ତ ତାଡ଼ିଘାଟ ଘାଜିପୁର ରେଳ ସଡ଼କ ସେତୁର ଶିଳାନ୍ୟାସ କରିଥିଲି । ମୋତେ ଅବଗତ କରାଯାଇଛି ଖୁବ ଶୀଘ୍ର ଏହା ମଧ୍ୟ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଯିବ । ଏହାଦ୍ୱାରା ପୂର୍ବାଂଚଳର ଲୋକମାନଙ୍କୁ ଦିଲ୍ଲୀ ଏବଂ ହାୱଡ଼ା ଯିବା ପାଇଁ ଏକ ବିକଳ୍ପ ରାସ୍ତା ମିଳିବ ।

ସାଥୀଗଣ, ବିଗତ ସାଢ଼େ ଚାରି ବର୍ଷରେ ପୂର୍ବ ଉତ୍ତରପ୍ରଦେଶରେ ରେଳବାଇର ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଛି । ଷ୍ଟେସନ ଆଧୁନିକୀକରଣ ହେଉଛି, ଲାଇନଗୁଡ଼ିକର ଦୋହରୀକରଣ ଏବଂ ବିଦ୍ୟୁତକରଣ ହେଉଛି । ଅନେକ ନୂତନ ଟ୍ରେନର ଶୁଭାରମ୍ଭ ହୋଇଛି । ଗାଁଗୁଡ଼ିକର ରାସ୍ତା ହେଉ, ଜାତୀୟ ରାଜପଥ ହେଉ, ଅବା ପୁଣି ପୂର୍ବାଂଚଳ ଏକ୍ସପ୍ରେସ ସଡକ… ଯେତେବେଳେ ଏହି ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯିବ ତ ଏହି କ୍ଷେତ୍ରର ଛବି ମଧ୍ୟ ବଦଳିବାକୁ ଯାଉଛି । ନିକଟରେ ବାରଣାସୀରୁ କୋଲକାତା ପର୍ଯ୍ୟନ୍ତ ଗଙ୍ଗା ନଦୀ ଜଳପଥର ଶୁଭାରମ୍ଭ କରାଯାଇଛି, ତାହାର ମଧ୍ୟ ଲାଭ ଘାଜିପୁରକୁ ମିଳିବା ହେଉଛି ସୁନିଶ୍ଚିତ । ଏଠାରେ ଜେଟି ନିର୍ମାଣ ହେବାକୁ ଯାଉଛି ଯାହାର ଶିଳାନ୍ୟାସ ମଧ୍ୟ ହୋଇସାରିଛି । ଏହି ସମସ୍ତ ସୁବିଧାଗୁଡ଼ିକ ପ୍ରସ୍ତୁତ ହୋଇଗଲେ, ଏହି ସମଗ୍ର କ୍ଷେତ୍ର ବ୍ୟବସାୟ ଏବଂ କାରବାରର କେନ୍ଦ୍ର ପାଲଟିଯିବ, ଏଠାରେ ଉଦ୍ୟୋଗର କାର୍ଯ୍ୟ ଆରମ୍ଭ ହୋଇଯିବ । ଯୁବକମାନଙ୍କୁ ରୋଜଗାରର ନୂତନ ସୁଯୋଗ ମିଳିବ ।

ସାଥୀଗଣ, ସ୍ୱରାଜର ଏହି ସଂକଳ୍ପ ଭଳି ଆମେ ନିରନ୍ତର ପଦକ୍ଷେପ ଉଠାଉଛୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ, ସ୍ୱଚ୍ଛଭାରତ ଅଭିଯାନ ହେଉ, ଉଜ୍ଜ୍ୱଳା ଯୋଜନା ହେଉ, ଆୟୁଷ୍ମାନ ଭାରତ ଯୋଜନା ହେଉ, ମୁଦ୍ରା ଯୋଜନା ହେଉ, ସୌଭାଗ୍ୟ ଯୋଜନା ହେଉ, ଏହା କେବଳ ଯୋଜନା ନୁହେଁ, ବରଂ ହେଉଛି ସଶକ୍ତିକରଣର ମାଧ୍ୟମ । ବିକାଶର ପଂଚଧାରା ପିଲାମାନଙ୍କ ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କ ମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ, ଆଉ ସାଧାରଣ ଜନତାଙ୍କ ଶୁଣାଣୀ ପାଇଁ ଏହା ହେଉଛି ସୁଦୃଢ଼ ଶୃଙ୍ଖଳ ।

ଭାଇ ଓ ଭଉଣୀମାନେ, ଆଗାମୀ ସମୟ ହେଉଛି ଆପଣମାନଙ୍କର, ହେଉଛି ଆପଣଙ୍କ ପିଲାମାନଙ୍କର, ହେଉଛି ଯୁବ ପିଢିଙ୍କର । ଆପଣମାନଙ୍କର ଭବିଷ୍ୟତକୁ ସରସ ସୁନ୍ଦର କରିବା ପାଇଁ,ଆପଣମାନଙ୍କର ପିଲାମାନଙ୍କର ଭବିଷ୍ୟତ ଗଠନ କରିବା ପାଇଁ, ଆପଣଙ୍କର ଏହି ଚୌକିଦାର ବହୁତ ସଚ୍ଚୋଟତାର ସହିତ, ବହୁତ ଏକାଗ୍ରତାର ସହିତ ଦିନ-ରାତି ଏକ କରି ଦେଉଛି । ଆପଣମାନେ ନିଜର ବିଶ୍ୱାସ ଏବଂ ଆଶୀର୍ବାଦ ଏହିଭଳି ଭାବେ ଅତୁଟ ରଖନ୍ତୁ କାରଣ ଚୌକିଦାର ଯୋଗୁଁ କିଛି ଚୋରମାନଙ୍କର ରାତିର ନିଦ ହଜି ଯାଇଛି । ମୋ ଉପରେ ଆପଣମାନଙ୍କର ଆଶୀର୍ବାଦ ହିଁ ହେଉଛି ଏଭଳି ଏକ ଦିନ…ଗୋଟିଏ ଦିନ ଏଭଳି ଆସିବ, ଏହି ଚୋରମାନଙ୍କୁ ଉପଯୁକ୍ତ ସ୍ଥାନ ପର୍ଯ୍ୟନ୍ତ ନେଇଯିବ ।

ପୁଣିଥରେ ଆପଣମାନଙ୍କୁ ନୂତନ ମେଡିକାଲ କଲେଜ ପାଇଁ ବହୁତ ବହୁତ ଶୁଭେଚ୍ଛା ସହିତ, ପୁଣିଥରେ ମହାରାଜା ସୁହେଲଦେବଙ୍କ ମହାନ ପରାକ୍ରମକୁ ପ୍ରଣାମକରି ମୁଁ ମୋ କଥାକୁ ସମାପ୍ତ କରୁଛି । ଦୁଇଦିନ ପରେ 2019ର ବର୍ଷ ଆରମ୍ଭ ହେବ । ଏହି ଇଂରାଜୀ ନବ ବର୍ଷ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି ।

ଭାରତ ମାତା କୀ ଜୟ….. ଭାରତ ମାତା କୀ ଜୟ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to former Prime Minister Chandra Shekhar on his birth anniversary
April 17, 2026

The Prime Minister, Shri Narendra Modi has paid tributes to former Prime Minister, Shri Chandra Shekhar on his birth anniversary.

The Prime Minister noted that this year marks the beginning of Chandra Shekhar Ji’s 100th birth anniversary and said it is an occasion to reiterate the commitment to realising his vision for a prosperous and just India.

Recalling his legacy, the Prime Minister said that Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. He highlighted that firmly rooted in the soil of India and sensitive to the aspirations of ordinary citizens, Chandra Shekhar Ji brought simplicity and clarity to public life.

The Prime Minister also recalled the instances when he had the opportunity to meet Chandra Shekhar Ji and exchange perspectives for the development of the nation.

The Prime Minister called upon the youth of India to read more about the thoughts and efforts of Chandra Shekhar Ji towards India’s progress.

In a X post, Shri Modi said;

“Tributes to former Prime Minister Chandra Shekhar Ji on his birth anniversary. This year marks the start of his 100th birth anniversary and is a time to reiterate our commitment to realising his vision for a prosperous and just India. Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. Firmly rooted in the soil of India and sensitive to the aspirations of ordinary citizens, he brought simplicity and clarity to public life. I recall the instances when I had the opportunity to meet him and exchange perspectives for the development of our nation. I call upon the youth of India to read more about his thoughts and efforts towards India’s progress.”