PM Modi inaugurates the Mohanpura Irrigation Project & several other projects in Rajgarh, Madhya Pradesh
It is my privilege to inaugurate the Rs. 4,000 crore Mohanpura Irrigation project for the people of Madhya Pradesh, says PM Modi
Under the leadership of CM Shivraj Singh Chouhan, Madhya Pradesh has written the new saga of development: PM Modi
In Madhya Pradesh, 40 lakh women have been benefitted from #UjjwalaYojana, says PM Modi in Rajgarh
Double engines of Bhopal, New Delhi are pushing Madya Pradesh towards newer heights: PM Modi

ସମସ୍ତ ଭଉଣୀ ଓ ଭାଇମାନଙ୍କୁ ପ୍ରଣାମ, ଆଉ ମୋର ରାମ ରାମ ଆଜ୍ଞା,

ବିଶାଳ ସଂଖ୍ୟାରେ ଆସିଥିବା ରାଜଗଡ଼ ଅଂଚଳର ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।

ଜୁନ ମାସର ଏହି ପ୍ରଚଣ୍ଡ ଗରମରେ ଆପଣ ସମସ୍ତଙ୍କର ଏତେ ବଡ଼ ସଂଖ୍ୟାରେ ଆସିବା ମୋ ପାଇଁ, ଆମ ସମସ୍ତ ସାଥୀମାନଙ୍କ ପାଇଁ, ହେଉଛି ଏକ ବହୁତ ବଡ଼ ଆଶୀର୍ବାଦ । ଆପଣଙ୍କର ଏହି ସ୍ନେହ ଆଗରେ ମୁଁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି । ଆପଣଙ୍କର ଏହି ଉର୍ଜ୍ଜା, ଏହି ଆଶୀର୍ବାଦ, ଭାରତୀୟ ଜନତା ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଆପଣଙ୍କର ସେବା କରିବା ପାଇଁ ନିତ୍ୟ ନୂତନ ପ୍ରେରଣା ଦେଇ ଚାଲିଛି ।

ଏହା ହେଉଛି ମୋର ସୌଭାଗ୍ୟ କି ମୋତେ ଆଜି 4 ହଜାର କୋଟି ଟଙ୍କାର ମୋହନପୁରା ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହିତ ପାନୀୟ ଜଳର ତିନୋଟି ବଡ଼ ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ମିଳିଲା । ଏହି ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ନିଜ ମୁଣ୍ଡରେ ଇଟା ବୋହି ଆଣିଥିବା ମହାନୁଭବଙ୍କୁ,ସିମେଂଟ କଡ଼େଇ ବୋହିଥିବା ମାଆ ମାନଙ୍କୁ, ଭଉଣୀମାନଙ୍କୁ, ଭାଇ ମାନଙ୍କୁ, କୋଦାଳ ଚଲାଇଥିବା ଲୋକ ମାନଙ୍କୁ, ଛୋଟ-ଛୋଟ ମେସିନ ଠାରୁ ନେଇ ବଡ଼ ବଡ଼ ଯନ୍ତ୍ର ଚଲାଇଥିବା ଲୋକ ମାନଙ୍କୁ ଏହି ସଫଳତା ପାଇଁ ପ୍ରଣାମ କରୁଛି, ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଗ୍ରୀଷ୍ମ ହେଉ ଅବା ବର୍ଷା, ରାଷ୍ଟ୍ର ନିର୍ମାଣର ଯେଉଁ ପୁଣ୍ୟ କାର୍ଯ୍ୟରେ ସେମାନେ ଯୋଡ଼ି ହୋଇଥିଲେ, ତାହା ହେଉଛି ଅତୁଳନୀୟ । ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ବଟନ ଚିପି ଲୋକାର୍ପଣ କରିବା ହେଉଛି ଏକ ସହଜ ଔପଚାରିକତା । କିନ୍ତୁ ଏହି ପରିଯୋଜନାଗୁଡ଼ିକର ପ୍ରକୃତ ଲୋକାର୍ପଣ ତ ଆପଣମାନଙ୍କର ସମ୍ମୁଖରେ ହୋଇଛି, ଆପଣମାନଙ୍କର ଶ୍ରମରେ ହୋଇଛି । ଆପଣଙ୍କର ଶ୍ୱେଦର ବାସ୍ନାରେ ଏହା ମହକି ଉଠିଛି ।

ଆପଣମାନଙ୍କ ଭଳି କୋଟି କୋଟି ଲୋକଙ୍କର ଏହି ପରିଶ୍ରମ ଦ୍ୱାରା, ଏହି ଆଶୀର୍ବାଦ କାରଣରୁ ମୁଁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ସଫଳତା ପୂର୍ବକ ଜନସେବା କରି-କରି, ଗୋଟିଏ ପରେ ଗୋଟିଏ ଜନ କଲ୍ୟାଣ ନିଷ୍ପତ୍ତି ନେଉ ନେଉ ଚାରି ବର୍ଷର ଯାତ୍ରା ସଂପୂର୍ଣ୍ଣ କରିଛି । ଏତେ ବଡ଼ ସଂଖ୍ୟାରେ ଆପଣ ମାନଙ୍କର ଆସିବା ହେଉଛି ଏହି କଥାର ପ୍ରମାଣ କି ଭାରତୀୟ ଜନତା ପାର୍ଟିର ସରକାର ଉପରେ, ତାଙ୍କ ନୀତି ଉପରେ ଆପଣ ମାନଙ୍କର କେତେ ବିଶ୍ୱାସ ରହିଛି । ଯେଉଁ ଲୋକମାନେ ଦେଶରେ ଭ୍ରମ ସୃଷ୍ଟି କରି ଅପପ୍ରଚାର କରିବାରେ ଲାଗିଛନ୍ତି, ସେମାନେ ବାସ୍ତବ ସତ୍ୟତା ଠାରୁ କିପରି ଦୂରେଇ ଯାଇଛନ୍ତି, ଆପଣମାନେ ହେଉଛନ୍ତି ତାହାର ସ୍ପଷ୍ଟ ଚିତ୍ର ।

ଏହା ମଧ୍ୟ ବହୁତ ବଡ଼ ସଂଯୋଗ ହେଉଛି କି ଆଜି 23 ଜୁନ୍, ଦେଶର ମହାନ ସନ୍ତାନ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ହେଉଛି ବଳିଦାନ ଦିବସ । 23 ଜୁନରେ କାଶ୍ମୀରରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଆଜିର ଏହି ଅବସରରେ ମୁଁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ପୁଣ୍ୟ ସ୍ମରଣ କରୁଛି, ତାଙ୍କୁ ପ୍ରଣାମ ଜଣାଉଛି, ଆଉ ଆଦର ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଭାଇ ଓ ଭଉଣୀମାନେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ କହୁଥିଲେ- ‘କୌଣସି ମଧ୍ୟ ରାଷ୍ଟ୍ର କେବଳ ନିଜର ଉର୍ଜ୍ଜା ଦ୍ୱାରା ହିଁ ସୁରକ୍ଷିତ ରହି ପାରିବ ।’ ତାଙ୍କର ଭରସା ଥିଲା ଦେଶର ସାଧନ ଉପରେ, ସଂସାଧନ ଉପରେ, ଦେଶର ପ୍ରତିଭାଶାଳୀ ଲୋକମାନଙ୍କ ଉପରେ ।

ସ୍ୱାଧୀନତା ପରେ ଦେଶକୁ ହତାଶାରୁ, ନିରାଶାରୁ ବାହାର କରିବାର ତାଙ୍କର ଦୃଷ୍ଟିଭଙ୍ଗୀ ଆଜି ମଧ୍ୟ କୋଟି-କୋଟି ଲୋକଙ୍କୁ ପ୍ରେରଣା ଦେଉଛି । ପ୍ରଥମ ଉଦ୍ୟୋଗ ଏବଂ ଯୋଗାଣ ମନ୍ତ୍ରୀ ଭାବେ ସେ ଦେଶର ପ୍ରଥମ ଶିଳ୍ପ ନୀତି ପ୍ରସ୍ତୁତ କରିଥିଲେ । ସେ କହୁଥିଲେ- ‘ଯଦି ସରକାର ଦେଶର ଶିକ୍ଷଣ ସଂସ୍ଥାନ ଆଉ ଔଦ୍ୟୋଗିକ ସଂଗଠନ ମିଳିମିଶି ଶିଳ୍ପକୁ ପ୍ରୋତ୍ସାହନ ଦେବେ, ତ ଦେଶ ବହୁତ ଶୀଘ୍ର ହିଁ ଆର୍ଥିକ ସ୍ତରରେ ମଧ୍ୟ ସ୍ୱତନ୍ତ୍ର  ହୋଇଯିବ ।’

ଶିକ୍ଷା ସହିତ ଜଡ଼ିତ କ୍ଷେତ୍ର ପାଇଁ, ମହିଳା ସଶକ୍ତିକରଣ ପାଇଁ, ଦେଶର ପରମାଣୁ ନୀତିକୁ ସଠିକ୍ ମାର୍ଗ ଦର୍ଶନ ଦେବା ପାଇଁ ସେ ଯେଉଁ କାର୍ଯ୍ୟ କରିଥିଲେ, ଯେଉଁ ବିଚାର ରଖିଥିଲେ, ତାହା ସେହି ସମୟର ଚିନ୍ତାଧାରା ଠାରୁ ବହୁତ ଆଗକୁ ଥିଲା । ଦେଶର ବିକାଶରେ ଜନ ଭାଗିଦାରୀର ମହତ୍ୱକୁ ବୁଝି ସେ ଯେଉଁ ପଥ ଦେଖାଇଥିଲେ,ତାହା ଆଜି ମଧ୍ୟ ହେଉଛି ସେତିକି ହିଁ ମହତ୍ୱପୂର୍ଣ୍ଣ ।

ସାଥୀଗଣ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ କହୁଥିଲେ କି ‘ଶାସନର ପ୍ରଥମ କର୍ତ୍ତବ୍ୟ ହେଉଛି ଧନହୀନ, ଗୃହହୀନ ଜନତାଙ୍କର ସେବା ଏବଂ ସେମାନଙ୍କର ଜୀବନ ସ୍ତରରେ ଉତ୍ଥାନ କରିବା ।’ ଏହା ହେଉଛି କାରଣ କି ଦେଶର ଉଦ୍ୟୋଗ ମନ୍ତ୍ରୀ ହେବା ପରେ ସେ ପ୍ରଥମେ ଯେତେବେଳେ ସେ ବଙ୍ଗଳାର ଅର୍ଥମନ୍ତ୍ରୀ ଥିଲେ, ସେତେବେଳେ ବହୁତ ବ୍ୟାପକ ସ୍ତରରେ ସେ ଭୂ-ସଂସ୍କାରର କାର୍ଯ୍ୟ କରିଥିଲେ । ସେ ସ୍ୱୀକାର କରୁଥିଲେ କି ଶାସନ ଇଂରେଜମାନଙ୍କ ଭଳି ଶାସନ କରିବା ପାଇଁ ନୁହେଁ ବରଂ ନାଗରିକମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ହେବା ଦରକାର ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ମହାଶୟ ସବୁଠାରୁ ଅଧିକ ଗୁରୁତ୍ୱ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଉପରେ ଦେଉଥିଲେ । ସେ କହୁଥିଲେ କି ‘ସରକାରଙ୍କୁ ପ୍ରାରମ୍ଭିକ ଶିକ୍ଷାଠାରୁ ନେଇ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ, ଏଥିପାଇଁ ବ୍ୟାପକ ସୁବିଧା ଯୋଗାଇ ଦେବା ଦରକାର । ଯୁବକମାନଙ୍କ ନିକଟରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରିବା ପାଇଁ ଉଚିତ ବାତାବରଣ ସୃଷ୍ଟି କରିବା ଦରକାର । ଫଳରେ ଆମ ଯୁବକମାନେ ନିଜ ଗାଁ, ନିଜ ନଗରର ସେବା କରିବା ପାଇଁ ସମର୍ଥ ହୋଇ ପାରିବେ ।’ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ବିଦ୍ୟା, ଅର୍ଥ ଆଉ ବିକାଶ, ବିଦ୍ୟା, ବିତ୍ତଆଉ ବିକାଶ- ଏହି ତିନୋଟି ମୌଳିକ ଚିନ୍ତନ ସହିତ ଜଡ଼ିତ ଧାରାଗୁଡ଼ିକର ସଙ୍ଗମ ଥିଲା ।

ଏହା ଆମ ଦେଶର ଦୁର୍ଭାଗ୍ୟ ଯେ, ଏକ ପରିବାରର ମହିମା ମଣ୍ଡନ କରିବା ପାଇଁ, ଦେଶର ଅନେକ ସୁଯୋଗ୍ୟ ସନ୍ତାନ ଏବଂ ସେମାନଙ୍କର ଯୋଗଦାନକୁ ଜାଣିଶୁଣି ଲଘୁ କରି ଦିଆଗଲା, ଭୁଲାଇ ଦେବା ପାଇଁ ଭରପୂର ପ୍ରୟାସ କରା ଗଲା ।

ସାଥୀଗଣ, ଆଜି କେନ୍ଦ୍ର ସରକାର ହୁଅନ୍ତୁ ଅବା ପୁଣି ଦେଶର କୌଣସି ମଧ୍ୟ ରାଜ୍ୟରେ ଚାଲୁଥିବା ଭାରତୀୟ ଜନତା ପାର୍ଟିର ସରକାର ହୁଅନ୍ତୁ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦୃଷ୍ଟିଭଙ୍ଗୀରୁ ଭିନ୍ନ ନୁହଁନ୍ତି । ତାହା ଯୁବକ ମାନଙ୍କ ପାଇଁ ସ୍କିଲ ଇଣ୍ଡିଆ ମିଶନ ହେଉ, ଷ୍ଟାର୍ଟ ଅପ୍ ଯୋଜନା ହେଉ, ସ୍ୱରୋଜଗାର ପାଇଁ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ଦେବାର ସୁବିଧା ଭଳି ମୁଦ୍ରା ଯୋଜନା ହେଉ, ଅବା ପୁଣି ମେକ୍ ଇନ୍ ଇଣ୍ଡିଆ ହେଉ, ଏଥିରେ ଆପଣ ମାନଙ୍କୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଚିନ୍ତାଧାରାର ଝଲକ୍ ଦେଖିବାକୁ ମିଳିବ ।

ଆପଣ ମାନଙ୍କର ଏହି ରାଜଗଡ଼ ଜିଲ୍ଲା ମଧ୍ୟ ଏବେ ଏହି ଦୃଷ୍ଟିଭଙ୍ଗୀ ସହିତ ପଛରେ ରହି ଯାଇଥିବାର ନିଜର ପରିଚୟକୁ ଛାଡ଼ିବାକୁ ଯାଉଛି । ସରକାର ଏହାକୁ ଅଭିଳାଷୀ ଜିଲ୍ଲା ଥବା Aspirational District ଭାବେ ବିକଶିତ କରିବାର ନିଷ୍ପତ୍ତି କରିଛନ୍ତି । ଆପଣଙ୍କ ଜିଲ୍ଲାରେ ଏବେ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛତା, ପୋଷଣ, ଜଳ ସଂରକ୍ଷଣ,କୃଷି ଭଳି ବିଷୟ ଉପରେ ଆହୁରି ଦ୍ରୁତ ଗତିରେ କାର୍ଯ୍ୟ କରାଯିବ ।

ଏହି ସବୁ ଜିଲ୍ଲାର ଗାଁ ଗୁଡିକରେ ଏବେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସେବା ପହଂଚାଇବାର କାର୍ଯ୍ୟ କରାଯାଉଛି । ସରକାର ଏବେ ସୁନିଶ୍ଚିତ କରୁଛନ୍ତି କି ଆଗାମୀ ଦିନ ମାନଙ୍କରେ ଏହି ଜିଲ୍ଲା ଗୁଡିକର ପ୍ରତ୍ୟେକ ଗାଁରେ, ସମସ୍ତଙ୍କ ପାଖରେ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ହେଉ,ସୌଭାଗ୍ୟ ଯୋଜନା ଅଧୀନରେ ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ହେଉ, ଜନ ଧନ ଯୋଜନା ଅଧୀନରେ ସମସ୍ତଙ୍କ ପାଖରେ ବ୍ୟାଙ୍କ ଖାତା ହେଉ, ସମସ୍ତଙ୍କୁ ସୁରକ୍ଷା ବୀମାର କବଚ ମିଳିଥାଉ, ଇନ୍ଦ୍ରଧନୁଷ ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳା ଏବଂ ପିଲାଙ୍କର ଟୀକାକାରଣ ହେଉ ।

ସାଥୀଗଣ, ଏହି କାର୍ଯ୍ୟ ଆଗରୁ ମଧ୍ୟ ହୋଇ ପାରି ଥାଆନ୍ତା, ପୂର୍ବ ସରକାରଙ୍କୁ କେହି ଅଟକାଇ ନ ଥିଲେ । କିନ୍ତୁ ଏହା ହେଉଛି ଦୁର୍ଭାଗ୍ୟ କି ଦେଶରେ ଦୀର୍ଘ ସମୟ ଧରି ଯେଉଁ ଦଳ ଶାସନ କରିଥିଲେ, ସେ ଆପଣ ମାନଙ୍କ ଉପରେ, ଆପଣଙ୍କର ପରିଶ୍ରମ ଉପରେ ଭରସା କରି ନ ଥିଲେ ।  ସେ କେବେ ଦେଶର ସାମର୍ଥ୍ୟ ଉପରେ ଭରସା କରି ନ ଥିଲେ ।

ଆପଣ ମାନେ ମୋତେ କୁହନ୍ତୁ, ବିଗତ ଚାରି ବର୍ଷରେ ଭାରତ ସରକାର କେବେ ହେଲେ ମଧ୍ୟ ନିରାଶାର କଥା କହିଛନ୍ତି କି? ହତାଶାର କଥା କହିଛନ୍ତି କି? ଆମେ କ’ଣ କରିବା ଏହା ତ ହୋଇ ପାରେ, ନ ହୋଇ ପାରେ । ଆମେ ପ୍ରତ୍ୟେକ ଥର ସଂକଳ୍ପ କରି ଭଲ କରିବା ପାଇଁ ପଦକ୍ଷେପ ଉଠାଇଛୁ, ମନପ୍ରାଣ ସହକାରେ ପ୍ରୟାସ କରିଛୁ ।

ଆଉ ଏଥିପାଇଁ ଭାଇ ଓ ଭଉଣୀ ମାନେ, ଆମେ ହେଉଛୁ ସବୁବେଳେ ଏକ ଆଶା ଏବଂ ବିଶ୍ୱାସକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଭଳି ଲୋକ । ସାଥୀଗଣ, ଆମ ସରକାର ଦେଶର ଆବଶ୍ୟକତା ଗୁଡ଼ିକୁ ବୁଝି, ଦେଶର ସଂସାଧନ ଉପରେ ଭରସା କରି, ଦେଶକୁ ଏକବିଂଶ ଶତାବ୍ଦୀରେ ନୂତନ ଶୀଖରରେ ପହଂଚାଇବା ପାଇଁ ବଚନବଦ୍ଧ ଏବଂ ପ୍ରୟାସରତ ।

ବିଗତ ଚାରି ବର୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏବଂ ବିଗତ 13 ବର୍ଷରେ ଭାରତୀୟ ଜନତା ପାର୍ଟିର ମଧ୍ୟପ୍ରଦେଶର ସରକାର ଗରିବ – ପଛୁଆ – ଶୋଷିତ – ବଂଚିତ – କୃଷକ ମାନଙ୍କୁ ସଶକ୍ତ କରିବାର କାର୍ଯ୍ୟ କରିଛନ୍ତି । ବିଗତ 5 ବର୍ଷରେ ମଧ୍ୟପ୍ରଦେଶରେ କୃଷି ବିକାଶ ହାର ବାର୍ଷିକ ହାରାହାରି 18 ପ୍ରତିଶତ ରହିଛି, ଯାହା ହେଉଛି ଦେଶରେ ସବୁଠାରୁ ଅଧିକ । ଦେଶରେ ଡାଲି ଜାତୀୟ ଶସ୍ୟର ମୋଟ ଉତ୍ପାଦନର କଥା ହେଉ, ରାଶିର ମୋଟ ଉତ୍ପାଦନର କଥା ହେଉ, ଚଣା କିମ୍ବା ସୋୟାବିନ୍, ଟମାଟୋ, ରସୁଣ ଉତ୍ପାଦନରେ ମଧ୍ୟପ୍ରଦେଶ ହେଉଛି ସମଗ୍ର ଦେଶରେ ଏକ ନମ୍ବର । ଗହମ ଉତ୍ପାଦନ ଏବଂ ହରଡ଼, ସୋରିଷ, ଅଁଳା, ଧନିଆ, ଏହାର ଉତ୍ପାଦନରେ ମଧ୍ୟପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଆଉ ଏକ ନମ୍ବର ସ୍ଥାନରେ ରହିବାର ଦ୍ୱାର ଦେଶରେ ଯାଇ ଉପନିତ ହୋଇ ଯାଇଛି ।

ଶିବରାଜ ସିଂହ ଚୌହାନ ମହାଶୟଙ୍କ ଶାସନରେ ମଧ୍ୟପ୍ରଦେଶ ବିକାଶର ନୂତନ ଗାଥା ଲେଖିଛି । ଆଜି ଏଠାରେ ମୋହନପୁରାରେ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ ଏବଂ ତିନୋଟି ଜଳ ଯୋଗାଣ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହେବା, ଏହି ଶୃଙ୍ଖଳାର ଏକ ମହତ୍ୱପୂର୍ଣ୍ଣ ଅଂଶ । ଏହି ପ୍ରକଳ୍ପ ରାଜଗଡ଼ କେବଳ ନୁହେଁ ବରଂ ମଧ୍ୟପ୍ରଦେଶର ବଡ଼ ପ୍ରକଳ୍ପ ମଧ୍ୟରୁ ଗୋଟିଏ ।

ସାଥୀଗଣ, ଏହି ପ୍ରକଳ୍ପ ଦ୍ୱାରା ସାତ ଶହ ପଚିଶଟି ଗାଁର କୃଷକ ଭାଇ ଭଉଣୀମାନଙ୍କୁ ସିଧାସଳଖ ଲାଭ ମିଳିବାକୁ ଯାଉଛି । ଆଗାମୀ ଦିନ ମାନଙ୍କରେ, ଏହି ଗାଁ ମାନଙ୍କର ଶହେ ପଚିଶ ଲକ୍ଷ ହେକ୍ଟରରୁ ଅଧିକ ଜମି ପାଇଁ ନା କେବଳ ଜଳସେଚନର ବ୍ୟବସ୍ଥା ହେବ, ବରଂ 400 ଗାଁର ଲୋକମାନଙ୍କୁ ପାନୀୟ ଜଳର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ଆଉ 400 ଗାଁରେ ପାନୀୟ ଜଳର ସମସ୍ୟାରୁ ମୁକ୍ତି ମିଳିବା, ଏହାର ଅର୍ଥ ହେଉଛି ଏଠାକାର ଲକ୍ଷ-ଲକ୍ଷ ମାଆ ଭଉଣୀ ମାନଙ୍କର ଆଶୀର୍ବାଦ ମିଳିବା । ପାଣିର କଷ୍ଟ ମାଆ ଭଉଣୀ ମାନେ ଯେତିକି ବୁଝୁଛନ୍ତି, ବୋଧହୁଏ ହିଁ ଆଉ ଅନ୍ୟ କେହି ବୁଝି ପରିବେ ନାହିଁ । ଗୋଟିଏ ପ୍ରକାରରେ ଏହା ହେଉଛି ମାଆ ମାନଙ୍କର, ଭଉଣୀ ମାନଙ୍କର ଉତ୍ତମ ସେବାର କାମ ହୋଇଛି ।

ଏହି ପ୍ରକଳ୍ପ ନା କେବଳ ଦ୍ରୁତ ଗତିରେ ହେଉଥିବା ବିକାଶର ଉଦାହରଣ ବରଂ ସରକାରଙ୍କର କାର୍ଯ୍ୟ କରିବାର କଳା କୌଶଳର ମଧ୍ୟ ହେଉଛି ପ୍ରମାଣ । ପ୍ରାୟ 4 ବର୍ଷ ଭିତରେ ଏହି ପ୍ରକଳ୍ପକୁ ଶେଷ କରାଯାଇଛି । ଏଥିରେ ଅଣୁ ଜଳ ସେଚନ ବିଷୟରେ ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି, ଅର୍ଥାତ ଖୋଲା କେନାଲରୁ ନୁହେଁ ବରଂ ପାଇପ ଲାଇନ ବିଛାଇ କ୍ଷେତ ପର୍ଯ୍ୟନ୍ତ ପାଣି ପହଂଚାଇବା ପାଇଁ ପ୍ରାଥମିକତା ଦିଆ ଯାଇଛି ।

ଭାଇ ଓ ଭଉଣୀ ମାନେ, ଏଠାରେ ମାଲୱାରେ ଗୋଟିଏ ଲୋକକଥା ରହିଛି- ମାଲୱ ଧରତୀ ଗଗନ ଗମ୍ଭୀର,ଡଗ-ଡଗ ରୋଟି, ପଗ-ପଗ ନୀର୍ । ଏହି ଲୋକକଥା ହେଉଛି ବହୁତ ପୁରୁଣା-

ଅର୍ଥାତ ଗୋଟିଏ ସମୟ ଥିଲା ଯେତେବେଳେ ମାଲୱାର ଧରଣୀରେ ନା’ ତ ଧନଧାନ୍ୟର ଊଣା ଥିଲା ନା ପାଣିର କୌଣସି ଅଭାବ ଥିଲା । ପ୍ରତ୍ୟେକ ପାଦ -ପାଦରେ ଏଠି ପାଣି ମିଳୁଥିଲା । କିନ୍ତୁ ବିଗତ ସରକାରମାନେ ଯେଉଁ ଭଳି ଭାବେ କାର୍ଯ୍ୟ କଲେ, ସେଥିରେ ପାଣି ସହିତ ଏହି ଲୋକକଥା ମଧ୍ୟ ସଙ୍କଟରେ ପଡ଼ି ଯାଇଥିଲା । କିନ୍ତୁ ବିଗତ ବର୍ଷ ମାନଙ୍କରେ ଶିବରାଜ ମହାଶୟଙ୍କ ନେତୃତ୍ୱରେ ଭାଜପା ସରକାର ମାଲୱା ଏବଂ ମଧ୍ୟପ୍ରଦେଶର ପୁରୁଣା ପରିଚୟକୁ ଫେରାଇ ଆଣିବା ପାଇଁ ଭରପୁର ପ୍ରୟାସ କରିଛନ୍ତି ।

ସାଥୀଗଣ, 2007 ରେ ଜଳସେଚନ ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶରେ କେବଳ ସାଢ଼େ ସାତ ଲକ୍ଷ ହେକ୍ଟର କ୍ଷେତ ହିଁ ଜଳସେଚନ ହେଉଥିଲା । ଶିବରାଜ ମହାଶୟଙ୍କ ଶାସନରେ ଏବେ ଏହା ବୃଦ୍ଧି ପାଇ 40 ଲକ୍ଷ ହେକ୍ଟର ହୋଇ ଯାଇଛି । ଯେଉଁ ଲୋକମାନେ ଟିଭି ମାଧ୍ୟମରେ ସାରା ଦେଶରେ ଶୁଣୁଛନ୍ତି, ସେମାନଙ୍କୁ ମଧ୍ୟ ମୁଁ କହିବାକୁ ଚାହୁଁଛି କି ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପୂର୍ବରୁ ସାଢ଼େ ସାତ ଲକ୍ଷ ହେକ୍ଟର ଏବଂ ଭାରତୀୟ ଜନତା ପାର୍ଟିର ସରକାରଙ୍କ କାର୍ଯ୍ୟକାଳରେ 40 ଲକ୍ଷ ହେକ୍ଟର । ଏବେ ତ ରାଜ୍ୟ ସରକାର ଏହାକୁ 2024 ପର୍ଯ୍ୟନ୍ତ ଦୁଇ ଗୁଣ କରିବାର ଲକ୍ଷ୍ୟ ନେଇ କାମ କରୁଛନ୍ତି । ଅଣୁ ଜଳସେଚନ ପ୍ରକଳ୍ପର ବିସ୍ତାର ପାଇଁ 70 ହଜାର କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି ।

ଆପଣ ସମସ୍ତଙ୍କୁ ମୁଁ ଏଠାରେ ବିଶ୍ୱାସ ଦେବାକୁ ଆସିଛି କି ଯେଉଁ ଲକ୍ଷ୍ୟ ରାଜ୍ୟ ସରକାର ସ୍ଥିର କରିଛନ୍ତି,ତାହାଠାରୁ ମଧ୍ୟ ଅଧିକ ହାସଲ କରିବାର ପ୍ରୟାସ କରାଯିବ ଆଉ ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ ଆପଣଙ୍କ ସହିତ ଚାଲିବେ ।

ମଧ୍ୟପ୍ରଦେଶକୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଦ୍ୱାରା ମଧ୍ୟ ସଂପୂର୍ଣ୍ଣ ସାହାଯ୍ୟ ମିଳୁଛି । ରାଜ୍ୟରେ ଏହି ଯୋଜନା ମାଧ୍ୟମରେ 14 ଟି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁଛି । ମଧ୍ୟପ୍ରଦେଶକୁ ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ 1400 କୋଟି ଟଙ୍କା ଦିଆ ଯାଇଛି । ଏହି ଯୋଜନା ମାଧ୍ୟମରେ ପ୍ରତି ବୁନ୍ଦା – ଅଧିକ ଶସ୍ୟ ଅର୍ଥାତ୍ ‘ପର୍ ଡ୍ରପ୍ ମୋର କ୍ରପ୍’ର ମିଶନକୁ ମଧ୍ୟ ଆଗକୁ ବଢ଼ା ଯାଉଛି । ଚାରି ବର୍ଷର ପରିଶ୍ରମର ହେଉଛି ପରିଣାମ କି ସମଗ୍ର ଦେଶରେ ସୂକ୍ଷ୍ମ ଜଳସେଚନର ପରିସର 25 ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ପହଂଚି ଯାଇଛି । ଏଥିରେ ଦେଢ଼ ଲକ୍ଷ ହେକ୍ଟରରୁ ଅଧିକ ଜମି ହେଉଛି ମଧ୍ୟପ୍ରଦେଶର ।

ସାଥୀଗଣ, ଆଜିକାଲି ଆପଣ ମଧ୍ୟ ଦେଖୁଥିବେ କି ସରକାରୀ ଯୋଜନା ଗୁଡ଼ିକ ବିଷୟରେ ଭିଡିଓ ଟେକ୍ନୋଲଜି ଏବଂ ନମୋ ଆପ୍ ମାଧ୍ୟମରେ ଭିନ୍ନ-ଭିନ୍ନ ଲୋକମାନଙ୍କ ସହିତ କଥା ହେଉଛି । ତିନି ଦିନ ପୂର୍ବରୁ ହିଁ ମୁଁ ସାରା ଦେଶର କୃଷକ ମାନଙ୍କ ସହିତ କଥା ହେଉଥିଲି । ଏହି କାର୍ଯ୍ୟକ୍ରମରେ ମୋତେ ଝାବୁଆର କୃଷକ ଭାଇ ଭଉଣୀ ମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା । ଝାବୁଆର ଜଣେ କୃଷକ ଭଉଣୀ ମୋତେ ବିସ୍ତୃତ ଭାବେ ଜଣାଇଲେ କି କିଭଳି ବୁନ୍ଦା ଜଳସେଚନ ଦ୍ୱାରା ତାଙ୍କର ଟମାଟୋ କ୍ଷେତରେ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି ।

ସାଥୀଗଣ, ନିଉ ଇଣ୍ଡିଆର ନୂତନ ସ୍ୱପ୍ନରେ ଦେଶର ଗାଁ ଏବଂ କୃଷକଙ୍କର ଭୂମିକା ହେଉଛି ମହତ୍ୱପୂର୍ଣ୍ଣ । ଆଉ ଏଥିପାଇଁ ନିଉ ଇଣ୍ଡିଆର ଉଦୟ ସହିତ ହିଁ କୃଷକଙ୍କର ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ହାସଲ କରିବାର ପ୍ରୟାସ କରା ଯାଉଛି । ଏହି ଦିଗରେ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ, ଗୋଟିଏ ପରେ ଆଉ ଗୋଟିଏ ଅନେକ ପଦକ୍ଷେପ ଉଠାଯାଇଛି ।

ସାଥୀଗଣ, ବିଗତ ଚାରି ବର୍ଷରେ ଦେଶରେ ସମଗ୍ର ଦେଶରେ ପ୍ରାୟ 14 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟା ଯାଇଛି, ଯେଉଁଥିରୁ ପ୍ରାୟ ଏକ କୋଟି  ପଚିଶ ଲକ୍ଷ ଏଠାରେ ମଧ୍ୟପ୍ରଦେଶର ମୋର କୃଷକ ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ ମିଳିଛି । ଏହାଦ୍ୱାରା ଏବେ କୃଷକ ଭାଇ ମାନଙ୍କୁ ସହଜରେ ଜଣା ପଡ଼ି ଯାଉଛି କି ସେମାନଙ୍କର ଜମି ପାଇଁ କେଉଁ ସାର କେତେ ଉପଯୁକ୍ତ ପରିମାଣର ଆବଶ୍ୟକ  । ଏହିଭଳି ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ମଧ୍ୟପ୍ରଦେଶର ମଧ୍ୟ 35 ଲକ୍ଷରୁ ଅଧିକ କୃଷକ ଲାଭ ଉଠାଉଛନ୍ତି ।

କୃଷକମାନଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ଦେବା ପାଇଁ ସମଗ୍ର ଦେଶର ମଣ୍ଡି ଗୁଡ଼ିକୁ ଅନଲାଇନ୍ ବଜାର ସହିତ ଯୋଡ଼ା ଯାଉଛି । ଏ ପର୍ଯ୍ୟନ୍ତ ଦେଶର 575 ମଣ୍ଡିକୁ ଇ-ନାମ ପ୍ଲାର୍ଟଫର୍ମ ସହିତ ଯୋଡା ଯାଇଛି,ମଧ୍ୟପ୍ରଦେଶ ମଧ୍ୟ, ତାହାର ମଧ୍ୟ ଆଜି 58ଟି ମଣ୍ଡି ଏହା ସହିତ ଯୋଡ଼ି ହୋଇ ଯାଇଛି । ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ଦେଶର ଅଧିକରୁ ଅଧିକ କୃଷକ ସିଧା ସଳଖ ନିଜ ଗାଁର ସାଧାରଣ ସେବା କେନ୍ଦ୍ର କିମ୍ବା ନିଜର ମୋବାଇଲ ଫୋନରୁ ହିଁ ଦେଶର କୌଣସି ମଧ୍ୟ ମଣ୍ଡିରେ ସିଧା ସଳଖ ନିଜ ଫସଲ ବିକ୍ରି କରି ପାରିବେ ।

ଭାଇ ଓ ଭଉଣୀ ମାନେ, ସରକାର ଗାଁ ଏବଂ ଗରିବଙ୍କ ଜୀବନ ସ୍ତରକୁ ଉପରକୁ ଉଠାଇବା ପାଇଁ ଗୋଟିଏ ପରେ ଆଉ ଗୋଟିଏ ଅନେକ ପଦକ୍ଷେପ ଉଠାଉଛନ୍ତି । ବିଶେଷ ଭାବେ ଦଳିତ, ଆଦିବାସୀ, ପଛୁଆ ସମାଜର ମାଆ ଭଉଣୀ ମାନଙ୍କୁ ବିଷାକ୍ତ ଧୂଆଁରୁ ମୁକ୍ତି ଦେବାର କାର୍ଯ୍ୟ ନିରନ୍ତର ଚାଲୁ ରହିଛି ।

ଏ ପର୍ଯ୍ୟନ୍ତ ଦେଶରେ 4 କୋଟିରୁ ଅଧିକ ଗରିବ ମାଆ ଭଉଣୀଙ୍କ ରୋଷେଇ ଘରେ ମାଗଣା ଏଲପିଜି ସିଲିଣ୍ଡର ପହଂଚା ଯାଇସାରିଛି । ମଧ୍ୟପ୍ରଦେଶରେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇ ସାରିଛି ।

ସାଥୀଗଣଏ ସରକାର ହେଉଛନ୍ତି ଶ୍ରମକୁ ସମ୍ମାନ ଦେଉଥିବା ସରକାର । ଦେଶରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ଭଳି ଉଦ୍ୟମୀ କିଭଳି ଭାବେ ଆଗକୁ ଆସିବେ, ଏହାର ଚିନ୍ତା ଆଜି ଭାରତ ସରକାର କରୁଛନ୍ତି । ଶ୍ରମ ପ୍ରତି କିଛି ଲୋକଙ୍କର ମନୋଭାବ ହୁଏତ ସକରାତ୍ମକ ନ ହେଉ, ସେମାନେ ରୋଜଗାରର ପରିହାସ କରି ଥାଇପାରନ୍ତି, କିନ୍ତୁ ଏହି ସରକାରଙ୍କର ପ୍ରୟାସ ଆଜି ସଫଳତା ଭାବେ ସମସ୍ତଙ୍କ ସମ୍ମୁଖରେ ରହିଛି ।

ଦେଶରେ ଆଜି ମୁଦ୍ରା ଯୋଜନା ମାଧ୍ୟମରେ ଛୋଟ-ଛୋଟ ଉଦ୍ୟମୀ ମାନଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ଦିଆ ଯାଉଛି । ମଧ୍ୟପ୍ରଦେଶର ମଧ୍ୟ 85 ଲକ୍ଷରୁ ଅଧିକ ଲୋକ ଏହାର ଲାଭ ଉଠାଇଛନ୍ତି ।

ଭାଇ ଓ ଭଉଣୀମାନେ, ଦିଲ୍ଲୀ ଏବଂ ଭୋପାଳରେ ଲାଗିଥିବା ବିକାଶର ଏହି ଡବଲ ଇଂଜିନ୍ ସଂପୂର୍ଣ୍ଣ ଶକ୍ତି ସହିତ ମଧ୍ୟପ୍ରଦେଶକୁ ଆଗକୁ ବଢ଼ାଉଛି ।

ମୋର ମନେ ଅଛି କି କେବେ ମଧ୍ୟପ୍ରଦେଶର ସ୍ଥିତି ଏଭଳି ଥିଲା କି ତାହା ସହିତ ଗୋଟିଏ ଅପମାନଜନକ ଶବ୍ଦ ଯୋଡ଼ି ଦିଆ ଯାଇଥିଲା- ଆଉ ସେହି ଶବ୍ଦ ଥିଲା ଯାହା ଆମକୁ କାହାକୁ ମଧ୍ୟ ପସନ୍ଦ ନୁହେଁ, ସେହି ଶବ୍ଦ ଥିଲା – ରୋଗୀଣା । ଦେଶର ରୋଗୀଣା (ବେମାରୁ) ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶକୁ ଗଣା ଯାଉଥିଲା । ରାଜ୍ୟରେ ଦୀର୍ଘ ସମୟ ଧରି ଶାସନ କରିଥିବା କଂଗ୍ରେସକୁ ମଧ୍ୟପ୍ରଦେଶର ଏହି ଅପମାନ କେବେ ଦେଖା ଯାଉ ନ ଥିଲା, ଫୋଡ଼ି ହେଉ ନ ଥିଲା ।

ଜନସାଧାରଣଙ୍କୁ ନିଜର ପ୍ରଜା ବୋଲି ଭାବି, ସବୁବେଳେ ନିଜର ଜୟ ଜୟ କାର ଲଗାଇବା, ଏହା କଂଗ୍ରେସର ନେତାମାନେ ମଧ୍ୟପ୍ରଦେଶ ଭିତରେ କରୁଥିଲେ ଆଉ ନା ଆଗାମୀ ଭବିଷ୍ୟତ ଉପରେ ସେମାନେ କେବେ ଧ୍ୟାନ ଦେଲେ ।

ରାଜ୍ୟକୁ ସେହି ସ୍ଥିତିରୁ ବାହାର କରି ଦେଶର ବିକାଶରେ ପ୍ରମୁଖ ଭାଗିଦାର କରାଇବାର କାର୍ଯ୍ୟ ଏଠାରେ ଭାରତୀୟ ଜନତା ପାର୍ଟିର ସରକାର କରିଛନ୍ତି । ଶିବରାଜ ମହାଶୟଙ୍କୁ ଆପଣମାନେ ଗୋଟିଏ ପଦବୀ ଦେଇଛନ୍ତି କିନ୍ତୁ ସେ ସେବକ ଭଳି ଏହି ମହାନ ଭୂମିର, ଏଠାକାର ଜନତାଙ୍କର ସେବା କରୁଛନ୍ତି ।

ଆଜି ମଧ୍ୟପ୍ରଦେଶ ସଫଳତାର ଯେଉଁ ପଥରେ ରହିଛି, ସେଥିପାଇଁ ମୁଁ ଏଠାକାର ଲୋକ ମାନଙ୍କୁ, ଏଠାକାର ସରକାରଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ସହିତ ମୋ କଥାକୁ ସମାପ୍ତ କରୁଛି । ଆପଣ ମାନେ ସମସ୍ତେ ଏଠାକୁ ବହୁତ ସଂଖ୍ୟାରେ ଆସିଲେ, ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ!

ମୋ ସହିତ ଯୋର୍ ରେ କହନ୍ତୁ –

ଭାରତ ମାତା କୀ- ଜୟ

ଭାରତ ମାତା କୀ- ଜୟ  

ଭାରତ ମାତା କୀ- ଜୟ

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
Prime Modi addresses the Indian community in Oman
December 18, 2025

Prime Minister today addressed a large gathering of Indian community members in Muscat. The audience included more than 700 students from various Indian schools. This year holds special significance for Indian schools in Oman, as they celebrate 50 years of their establishment in the country.

Addressing the gathering, Prime Minister conveyed greetings to the community from families and friends in India. He thanked them for their very warm and colorful welcome. He stated that he was delighted to meet people from various parts of India settled in Oman, and noted that diversity is the foundation of Indian culture - a value which helps them assimilate in any society they form a part of. Speaking of how well Indian community is regarded in Oman, Prime Minister underlined that co-existence and cooperation have been a hallmark of Indian diaspora.

Prime Minister noted that India and Oman enjoy age-old connections, from Mandvi to Muscat, which today is being nurtured by the diaspora through hard work and togetherness. He appreciated the community participating in the Bharat ko Janiye quiz in large numbers. Emphasizing that knowledge has been at the center of India-Oman ties, he congratulated them on the completion of 50 years of Indian schools in the country. Prime Minister also thanked His Majesty Sultan Haitham bin Tarik for his support for welfare of the community.

Prime Minister spoke about India’s transformational growth and development, of its speed and scale of change, and the strength of its economy as reflected by the more than 8 percent growth in the last quarter. Alluding to the achievements of the Government in the last 11 years, he noted that there have been transformational changes in the country in the fields of infrastructure development, manufacturing, healthcare, green growth, and women empowerment. He further stated that India was preparing itself for the 21st century through developing world-class innovation, startup, and Digital Public Infrastructure ecosystem. Prime Minister stated that India’s UPI – which accounts for about 50% of all digital payments made globally – was a matter of pride and achievement. He highlighted recent stellar achievements of India in the Space sector, from landing on the moon to the planned Gaganyaan human space mission. He also noted that space was an important part of collaboration between India and Oman and invited the students to participate in ISRO’s YUVIKA program, meant for the youth. Prime Minister underscored that India was not just a market, but a model for the world – from goods and services to digital solutions.

Prime Minister conveyed India’s deep commitment for welfare of the diaspora, highlighting that whenever and wherever our people are in need of help, the Government is there to hold their hand.

Prime Minister affirmed that India-Oman partnership was making itself future-ready through AI collaboration, digital learning, innovation partnership, and entrepreneurship exchange. He called upon the youth to dream big, learn deep, and innovate bold, so that they can contribute meaningfully to humanity.