Rural India declared free from open defecation #Gandhi150 #SwachhBharat
We have to achieve the goal of eradicating single use plastic from the country by 2022: PM Modi #Gandhi150 #SwachhBharat
Inspired by Gandhi Ji's vision, we are building a clean, healthy, prosperous and strong New India: PM

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନ୍ୟ ସହଯୋଗୀ, ନାଇଜେରିଆ, ଇଣ୍ଡୋନେସିଆ ଏବଂ ମାଲି ସରକାରଙ୍କର ପ୍ରତିନିଧିଗଣ, ବିଶ୍ୱର ଭିନ୍ନ-ଭିନ୍ନ ଦେଶର ମିଶନର ମୁଖ୍ୟ, ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଏଠାରେ ପହଞ୍ଚିଥିବା ସ୍ୱଚ୍ଛାଗ୍ରହୀ, ମୋର ସମସ୍ତ ସରପଞ୍ଚ ବନ୍ଧୁ, ଭାଇ ଓ ଭଉଣୀମାନେ ।

ମୁଁ ଆଜି ମୋ କଥା ଆରମ୍ଭ କରିବା ପୂର୍ବରୁ ସାବରମତୀର ଏହି କୂଳରେ, ଏଠାରେ ଉପସ୍ଥିତ ସମସ୍ତ ସରପଞ୍ଚମାନଙ୍କ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚମାନଙ୍କୁ, ନଗରପାଳିକା, ମହାନଗର ପାଳିକାର ସମସ୍ତ ପରିଚାଳକ ବନ୍ଧୁଗଣ, ଭଉଣୀମାନେ; ଆପଣ ସମସ୍ତେ ଲଗାତର ପାଞ୍ଚ ବର୍ଷ ଧରି ଯେଉଁ ନିରନ୍ତର ପୁରୁଷାର୍ଥର କାର୍ଯ୍ୟ କରିଛନ୍ତି, ଯେଉଁ ସମର୍ପଣ ଭାବନା ସହ ପରିଶ୍ରମ କରିଛନ୍ତି, ଯେଉଁ ତ୍ୟାଗ ଭାବନାରେ ପୂଜ୍ୟ ବାପୁଙ୍କ ସ୍ୱପ୍ନ ସାକାର କରିଛନ୍ତି, ଏଥିପାଇଁ ମୁଁ ଆଜି ମୋ କଥା ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଆଦର ପୂର୍ବକ ପ୍ରଣାମ କରିବାକୁ ଚାହୁଁଛି ।

ସାବରମତୀର ଏହି ପବିତ୍ର କୂଳରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ସରଳତାର, ସଦାଚାରର ପ୍ରତୀକ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ମହୋଦୟଙ୍କୁ ପ୍ରଣାମ କରୁଛି, ତାଙ୍କ ପାଦତଳେ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।

ସାଥୀଗଣ, ପୂଜ୍ୟ ବାପୁଙ୍କ 150ତମ ଜୟନ୍ତୀର ପବିତ୍ର ଅବସର ହେଉ, ସ୍ୱଚ୍ଛ ଭାରତ ଅଭିଯାନର ଏତେ ବଡ଼ ସୋପାନ ହେଉ, ଶକ୍ତିର ପର୍ବ ନବରାତ୍ର ମଧ୍ୟ ଚାଲିଛି, ଚାରିଆଡେ ଗରବାର ଗୁଞ୍ଜରଣ ଶୁଣିବାକୁ ମିଳୁଛି, ଏଭଳି ଅଦ୍ଭୁତ ସଂଯୋଗ ଖୁବ୍ କମ୍ ଦେଖିବାକୁ ମିଳେ । ଆଉ ସାରା ଦେଶରୁ ଆମର ଯେଉଁ ଭାଇ ଭଉଣୀ ଆସିଛନ୍ତି, ଆପଣ ସମସ୍ତଙ୍କୁ ଗରବା ଦେଖିବାର ସୁଯୋଗ ମିଳିଛି ନା ମିଳି ନାହିଁ ? ଯାଇଥିଲେ ଗରବା ଦେଖିବାକୁ ?

ବାପୁଙ୍କ ଜୟନ୍ତୀ ଉତ୍ସବ ତ’ ସମଗ୍ର ବିଶ୍ୱ ପାଳନ କରୁଛି । କିଛିଦିନ ପୂର୍ବେ ମିଳିତ ଜାତିସଂଘ ଡାକଟିକଟ ଜାରି କରି ଏହି ସ୍ୱତନ୍ତ୍ର ଅବସରକୁ ସ୍ମରଣୀୟ କରିଛି । ଆଉ ଆଜି ଏଠାରେ ମଧ୍ୟ ଡାକଟିକଟ ଏବଂ ମୁଦ୍ରା ଜାରି କରାଯାଇଛି । ମୁଁ ଆଜି ବାପୁଙ୍କ ଜନ୍ମମାଟିରୁ ତାଙ୍କ ପ୍ରେରଣାସ୍ଥଳୀ, ସଂକଳ୍ପସ୍ଥଳୀରୁ ସମଗ୍ର ବିଶ୍ୱକୁ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି ।

ଭାଇ ଓ ଭଉଣୀମାନେ, ଏଠାକୁ ଆସିବା ପୂର୍ବରୁ ମୁଁ ସାବରମତୀ ଆଶ୍ରମ ଯାଇଥିଲି । ନିଜ ଜୀବନକାଳରେ ମୋତେ ଅନେକ ଥର ଏଠାକୁ ଆସିବାର ସୁଯୋଗ ମିଳିଛି । ପ୍ରତ୍ୟେକ ଥର ମୋତେ ଏଠାରେ ପୂଜ୍ୟ ବାପୁଙ୍କ ସାନ୍ନିଧ୍ୟର ଅନୁଭବ ହୋଇଛି, କିନ୍ତୁ ଆଜି ମୋତେ ଏଠାରେ ନୂତନ ଶକ୍ତି ମଧ୍ୟ ମିଳିଛି । ସାବରମତୀ ଆଶ୍ରମରେ ହିଁ ସେ ସ୍ୱଚ୍ଛାଗ୍ରହ ଏବଂ ସତ୍ୟାଗ୍ରହକୁ ବ୍ୟାପକ ସ୍ୱରୂପ ଦେଇଥିଲେ । ଏହି ସାବରମତୀ କୂଳରେ ମହାତ୍ମା ଗାନ୍ଧିଜୀ ସତ୍ୟର ପ୍ରୟୋଗ କରିଥିଲେ ।

ଭାଇ ଓ ଭଉଣୀମାନେ, ଆଜି ସାବରମତୀର ଏହି ପ୍ରେରଣାସ୍ଥଳୀ ସ୍ୱଚ୍ଛାଗ୍ରହର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ହେଉଛି ଆନନ୍ଦ ଓ ଗୌରବର ଅବସର । ଆଉ ସାବରମତୀ ନଦୀ କୂଳରେ ଏହି କାର୍ଯ୍ୟକ୍ରମର ଆୟୋଜନ ମୋ ପାଇଁ ହେଉଛି ଦୁଇଗୁଣା ଖୁସିର ବିଷୟ ।

ସାଥୀଗଣ, ଆଜି ଗ୍ରାମୀଣ ଭାରତରେ, ଏଠାକାର ଲୋକମାନେ ନିଜକୁ ଖୋଲାରେ ଶୌଚମୁକ୍ତ ଘୋଷିତ କରିଛନ୍ତି । ସ୍ୱଚ୍ଛତା ଦ୍ୱାରା, ସସସ୍ତଙ୍କ ପ୍ରେରଣା ଦ୍ୱାରା ଏବଂ ଜନ ଭାଗିଦାରୀ ଦ୍ୱାରା ଚାଲୁ ରହିଥିବା ସ୍ୱଚ୍ଛ ଭାରତ ଅଭିଯାନର ଏହି ଶକ୍ତି ମଧ୍ୟ ରହିଛି, ଆଉ ସଫଳତାର ସ୍ରୋତ ମଧ୍ୟ ଅଛି । ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ, ବିଶେଷ କରି ଗାଁରେ ରହୁଥିବା ଲୋକଙ୍କୁ, ଆମର ସରପଞ୍ଚଙ୍କୁ, ସମସ୍ତ ସ୍ୱଚ୍ଛାଗ୍ରହୀମାନଙ୍କୁ, ଆଜି ହୃଦୟରୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଜି ଯେଉଁ ସ୍ୱଚ୍ଛାଗ୍ରହୀମାନଙ୍କୁ ଏଠାରେ ସ୍ୱଚ୍ଛ ଭାରତ ପୁରସ୍କାର ମିଳିଛି, ସେମାନଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଆଜି ମୋତେ ବାସ୍ତବରେ ଏପରି ଲାଗୁଛି ଯେପରି ଇତିହାସ ବଦଳିବାକୁ ଯାଉଛି । ଯେମିତି ଦେଶର ସ୍ୱାଧୀନତା ପାଇଁ ବାପୁଙ୍କର ଗୋଟିଏ ଆହ୍ୱାନରେ ଲକ୍ଷ ଲକ୍ଷ ଭାରତବାସୀ ସତ୍ୟାଗ୍ରହର ପଥରେ ଆଗେଇ ଚାଲିଥିଲେ, ସେହିପରି ସ୍ୱଚ୍ଛାଗ୍ରହ ପାଇଁ ମଧ୍ୟ କୋଟି କୋଟି ଦେଶବାସୀ ଖୋଲା ହୃଦୟରେ ନିଜର ସହଯୋଗ ଦେଇଛନ୍ତି । ପାଞ୍ଚ ବର୍ଷ ପୂର୍ବେ ଯେତେବେଳେ ଲାଲକିଲାରୁ ମୁଁ ସ୍ୱଚ୍ଛ ଭାରତ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲି ସେତେବେଳେ ଆମ ପାଖରେ କେବଳ, ଆଉ କେବଳ ଜନ ବିଶ୍ୱାସ ଥିଲା ଏବଂ ବାପୁଙ୍କର ଅମର ସନ୍ଦେଶ ଥିଲା । ବାପୁ କହୁଥିଲେ କି ବିଶ୍ୱରେ ଯେଉଁ ପରିବର୍ତ୍ତନ ଆପଣ ଦେଖିବାକୁ ଚାହୁଁଛନ୍ତି, ପ୍ରଥମେ ନିଜ ଭିତରେ ସେ ପରିବର୍ତ୍ତନ ଆଣିବାକୁ ପଡିବ ।

ଏହି ମନ୍ତ୍ରକୁ ଆଧାର କରି ଅଗ୍ରସର ହୋଇ ଆମେ ସମସ୍ତେ ଝାଡୁ ଧରିଲେ ଏବଂ ବାହାରି ପଡିଲେ । ବୟସ ଯାହା ହେଉ, ସାମାଜିକ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଯେଭଳି ହେଉ, ସ୍ୱଚ୍ଛତା, ଗାରିମା ଏବଂ ସମ୍ମାନର ଏହି ଯଜ୍ଞରେ ପ୍ରତ୍ୟେକ ନିଜର ଯୋଗଦାନ ଦେଇଛନ୍ତି ।
କେଉଁଠାରେ ଝିଅଟିଏ ବିବାହ ପାଇଁ ଶୌଚାଳୟ ତିଆରି କରିବାର ସର୍ତ୍ତ ରଖିଲା, ତ’ କେଉଁଠାରେ ଶୌଚାଳୟକୁ ଇଜ୍ଜତ ଘରର ମାନ୍ୟତା ମିଳିଲା । ଯେଉଁ ଶୌଚାଳୟ କଥା କହିବାକୁ କେବେ ସଂକୋଚ ବୋଧ କରୁଥିଲେ, ଆଜି ସେହି ଶୌଚାଳୟ ଦେଶର ସମସ୍ତଙ୍କ ଚିନ୍ତାଧାରାର ପ୍ରମୁଖ ଅଂଶ ପାଲଟି ଯାଇଛି । ବଲିଉଡରୁ ନେଇ କ୍ରୀଡା ଜଗତ ପର୍ଯ୍ୟନ୍ତ ଏକ ସ୍ୱଚ୍ଛତାର ଏହି ବିରାଟ ଅଭିଯାନ ସମସ୍ତଙ୍କୁ ଯୋଡିଛି, ପ୍ରତ୍ୟେକଙ୍କୁ ପ୍ରେରଣା ଏବଂ ପ୍ରୋତ୍ସାହିତ କରିଛି ।

ସାଥୀଗଣ, ଆଜି ଆମର ସଫଳତାକୁ ନେଇ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛି । ଆଜି ସାରା ବିଶ୍ୱ ଆମକୁ ଏଥିପାଇଁ ପୁରସ୍କୃତ କରୁଛି, ସମ୍ମାନିତ କରୁଛି । 60 ମାସରେ 60 କୋଟିରୁ ଅଧିକ ଜନସଂଖ୍ୟା ପାଇଁ ଶୌଚାଳୟର ସୁବିଧା କରିବା, 11 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ, ଏହା ଶୁଣି ବିଶ୍ୱ ଆଚମ୍ବିତ ହୋଇ ଯାଇଛି । କିନ୍ତୁ ମୋତେ କୌଣସି ପରିସଂଖ୍ୟାନ, କୌଣସି ମଧ୍ୟ ପ୍ରଶଂସା, କୌଣସ ମଧ୍ୟ ସମ୍ମାନଠାରୁ ବଡ଼ ଆତ୍ମସନ୍ତୋଷ ସେତେବେଳେ ମିଳିଥାଏ, ଯେତେବେଳେ ମୁଁ ଝିଅମାନଙ୍କୁ ବିନା କୌଣସି ଚିନ୍ତାରେ ସ୍କୁଲ ଯାଉଥିବା ଦେଖିଥାଏ ।

ମୋତେ ଏହି କଥାରେ ସନ୍ତୋଷ ମିଳିଛି କି କୋଟି କୋଟି ମାଆମାନେ, ଭଉଣୀମାନେ ଏବେ ଏକ ଅସହନୀୟ କଷ୍ଟରୁ, ଅନ୍ଧାରକୁ ଅପେକ୍ଷା କରିବାରୁ ମୁକ୍ତ ହୋଇଛନ୍ତି । ମୋତେ ଏହି କଥାରୁ ସନ୍ତୋଷ ମିଳିଛି କି ସେହି ଲକ୍ଷ ଲକ୍ଷ ଛୋଟ ପିଲାମାନଙ୍କର ଜୀବନ ଏବେ ସୁରକ୍ଷିତ ହୋଇ ଯାଇଛି, ଯେଉଁମାନେ ଜଟିଳ ରୋଗରେ ପଡି ଶେଷରେ ଆମକୁ ଛାଡି ଚାଲି ଯାଉଥିଲେ । ମୋତେ ଏହି କଥାରୁ ସନ୍ତୋଷ ମିଳିଛି ଯେ, ସ୍ୱଚ୍ଛତା ଯୋଗୁଁ ଗରିବ ଲୋକଙ୍କର ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚ ଏବେ ହ୍ରାସ ପାଇଛି । ମୋତେ ଏହି କଥାରୁ ସନ୍ତୋଷ ମିଳିଛି ଯେ, ଏହି ଅଭିଯାନ ଗ୍ରାମାଞ୍ଚଳରେ, ଆଦିବାସୀ ଅଞ୍ଚଳରେ ଲୋକମାନଙ୍କୁ ରୋଜଗାରର ନୂତନ ସୁଯୋଗ ଦେଇଛି । ଭଉଣୀମାନଙ୍କୁ ମଧ୍ୟ, ପ୍ରଥମେ ଆମର ଏଠାରେ ଶବ୍ଦ ଥିଲା ରାଜମିସ୍ତ୍ରୀ, ଭଉଣୀମାନଙ୍କୁ ମଧ୍ୟ ରାଣୀମିସ୍ତ୍ରୀ କରି କାମ କରିବାର ସୁଯୋଗ ଦିଆଗଲା ।

ଭାଇ ଓ ଭଉଣୀମାନେ, ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ଜୀବନ ରକ୍ଷକ ସାବ୍ୟସ୍ତ ହୋଇଛି ଏବଂ ଜୀବନ ସ୍ତରକୁ ମଧ୍ୟ ଉନ୍ନତ କରିବାରେ ମଧ୍ୟ କାର୍ଯ୍ୟ କରିଛି । ୟୁନିସେଫର ଏକ ଆକଳନ ଅନୁସାରେ ବିଗତ ପାଞ୍ଚ ବର୍ଷରେ ସ୍ୱଚ୍ଛ ଭାରତ ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା ଉପରେ 20 ଲକ୍ଷ କୋଟି ଟଙ୍କାରୁ ଅଧିକ ସକରାତ୍ମକ ପ୍ରଭାବ ପକାଇଛି । ଏଥିରୁ 75 ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ଭାରତରେ ସୃଷ୍ଟି ହୋଇଛି, ଯେଉଁଥିରୁ ଅଧିକ ରୋଜଗାରର ସୁଯୋଗ ଗାଁର ଭାଇ-ଭଉଣୀଙ୍କୁ ମିଳିଛି ।

କେବଳ ଏତିକି ହିଁ ନୁହେଁ, ଏହା ଦ୍ୱାରା ପିଲାମାନଙ୍କର ଶିକ୍ଷାର ସ୍ତରରେ, ଆମର ଉତ୍ପାଦନ ଉପରେ, ଉଦ୍ୟମଶୀଳତା ଉପରେ ସକାରାତ୍ମକ ପ୍ରଭାବ ପଡିଛି । ଏହା ଦ୍ୱାରା ଦେଶରେ ଝିଅ ଏବଂ ଭଉଣୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ସ୍ଥିତିରେ ଅଦ୍ଭୁତ ପରିବର୍ତ୍ତନ ଆସିଛି । ଗାଁ, ଗରିବ ଏବଂ ମହିଳାମାନଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ମଡେଲ ହିଁ ତ’ ପୂଜ୍ୟ ମହାତ୍ମା ଗାନ୍ଧୀ ଚାହୁଁଥିଲେ । ଏହା ମହାତ୍ମା ଗାନ୍ଧିଜୀଙ୍କ ସ୍ୱରାଜର ମୂଳମନ୍ତ୍ର ଥିଲା । ଏଥିପାଇଁ ସେ ନିଜର ଜୀବନ ସମର୍ପିତ କରିଦେଇଥିଲେ ।

ସାଥୀଗଣ, କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ, ଆମେ ଯାହା ହାସଲ କରି ନେଇଛୁ, ତାହା କ’ଣ ଯଥେଷ୍ଟ ? ଏହାର ସିଧାସଳଖ ଏବଂ ସ୍ପଷ୍ଟ ଉତ୍ତର ହେଉଛି, ଆଜି ଯାହା ଆମେ ହାସଲ କରିଛୁ, ତାହା କେବଳ, କେବଳ ହେଉଛି ଏକ ସୋପାନ ମାତ୍ର, କେବଳ ଗୋଟିଏ ମାତ୍ର ସୋପାନ । ସ୍ୱଚ୍ଛ ଭାରତ ପାଇଁ ଆମର ଯାତ୍ରା ନିରନ୍ତର ଜାରି ରହିଛି ।

ଏବେ ଆମେ ଶୌଚାଳୟ ନିର୍ମାଣ କରିଛୁ, ଶୌଚାଳୟ ବ୍ୟବହାର କରିବାର ଅଭ୍ୟାସ ଆଡକୁ ଆମେ ଲୋକଙ୍କୁ ପ୍ରୋତ୍ସାହିତ କରିଛୁ । ଏବେ ଆମକୁ ଦେଶର ଏକ ବଡ଼ ବର୍ଗର ବ୍ୟବହାରରେ ଆସିଥିବା ଏହି ପରିବର୍ତ୍ତନକୁ ସ୍ଥାୟୀ କରିବାର ଅଛି । ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା ଗ୍ରାମ ପଞ୍ଚାୟତ ହେଉ, ଆମକୁ ସୁନିଶ୍ଚିତ କରିବାର ଅଛି ଯେ ଶୌଚାଳୟର ଉପଯୁକ୍ତ ବ୍ୟବହାର ହେଉ । ଯେଉଁ ଲୋକମାନେ ଏବେ ମଧ୍ୟ ଏଥିରୁ ବାଦ ପଡିଯାଇଛନ୍ତି, ସେମାନଙ୍କୁ ଏହି ସୁବିଧା ସହିତ ମଧ୍ୟ ଯୋଡିବାର ଅଛି ।

ଭାଇ ଓ ଭଉଣୀମାନେ, ସରକାର ଏବେ ଯେଉଁ ଜଳ-ଜୀବନ ମିଶନ ଆରମ୍ଭ କରିଛନ୍ତି, ଏହାଦ୍ୱାରା ସେଥିରେ ମଧ୍ୟ ମହାୟତା ମିଳିବ । ନିଜ ଘରେ, ନିଜ ଗାଁରେ, ନିଜ କଲୋନୀରେ ଜଳ ପୁନଃଚାର୍ଜ (Water recharge) କରିବା ପାଇଁ, ଜଳ ପୁନଃଚକ୍ରଣ କରିବା ପାଇଁ ଆମେ ଯାହା ମଧ୍ୟ ପ୍ରୟାସ କରି ପାରିବା; ତାହା କରିବା ଦରକାର । ଯଦି ଆମେ ଏହା କରିପାରିବା ତ ନିୟମିତ ଏବଂ ସ୍ଥାୟୀ ଶୌଚାଳୟ ବ୍ୟବହାର ପାଇଁ ଏଥିରୁ ସହଯୋଗ ମିଳିବ । ସରକାର ଜଳ-ଜୀବନ ମିଶନରେ ସାଢେ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଦେଶବାସୀଙ୍କର ସକ୍ରିୟ ସହଯୋଗ ବିନା ଏହି ବିରାଟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟକର ।

ସାଥୀଗଣ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବ ସୁରକ୍ଷା – ଏହି ତିନୋଟି ବିଷୟ ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଥିଲା । ପ୍ଲାଷ୍ଟିକ ଏହି ତିନୋଟି ପାଇଁ ବହୁତ ବଡ଼ ବିପଦ । ଅବଶ୍ୟ 2022 ସୁଦ୍ଧା ଦେଶକୁ ଥରେ ବ୍ୟବହାର ଯୋଗ୍ୟ (ସିଙ୍ଗିଲ ୟୁଜ)ପ୍ଲାଷ୍ଟିକରୁ ମୁକ୍ତ କରିବାର ଲକ୍ଷ୍ୟ ଆମକୁ ହାସଲ କରିବାର ଅଛି । ବିଗତ ତିନି ସପ୍ତାହ ଧରି ସ୍ୱଚ୍ଛତା ହିଁ ସେବା ମାଧ୍ୟମରେ ସମଗ୍ର ଦେଶ ଏହି ଅଭିଯାନକୁ ବହୁତ ବଡ଼ ଗତି ଦେଇଛି । ମୋତେ ଅବଗତ କରାଯାଇଛି ଯେ, ଏହି ସମୟ ମଧ୍ୟରେ ପ୍ରାୟ 20 ହଜାର ଟନ୍ ପ୍ଲାଷ୍ଟିକ ଆବର୍ଜନା ଏକାଠି କରାଯାଇଛି । ଏହି ସମୟ ମଧ୍ୟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ପ୍ଲାଷ୍ଟିକ ବ୍ୟାଗର ଉପଯୋଗ ଦ୍ରୁତ ଗତିରେ ହ୍ରାସ ପାଉଛି ।

ମୁଁ ମଧ୍ୟ ଏହା ସୂଚନା ପାଇଛି ଯେ, ଆଜି ସାରା ଦେଶରେ କୋଟି କୋଟି ଲୋକ ଥରେ ବ୍ୟବହାର ଯୋଗ୍ୟ (ସିଙ୍ଗିଲ ୟୁଜ) ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଅର୍ଥାତ ସେହି ପ୍ଲାଷ୍ଟିକ ଯାହାକୁ ଆମେ ଥରେ ବ୍ୟବହାର କରିଥାଉ ଆଉ ପୁଣି ଫୋପାଡି ଦେଇଥାଉ, ଏଭଳି ପ୍ଲାଷ୍ଟିକରୁ ଦେଶକୁ ମୁକ୍ତ କରିବାର ଅଛି । ଏହାଦ୍ୱାରା ପରିବେଶର ମଧ୍ୟ ଲାଭ ହେବ, ଆମ ସହରର ସଡ଼କ, ଏବଂ ପରିମଳ ବା ଡ୍ରେନକୁ ଅବରୋଧ କରିବାର ବଡ଼ ସମସ୍ୟାର ସମାଧାନ ମଧ୍ୟ ହେବ ଏବଂ ଆମ ପଶୁଧନର, ସାମୁଦ୍ରିକ ଜୀବଙ୍କ ଜୀବନ ମଧ୍ୟ ସୁରକ୍ଷିତ ହେବ ।

ଭାଇ ଓ ଭଉଣୀମାନେ, ମୁଁ ପୁଣି କହି ରଖୁଛି, ଆମର ଏହି ଆନ୍ଦୋଳନର ମୂଳରେ ସବୁଠାରୁ ବଡ଼ କଥା ହେଉଛି ବ୍ୟବହାର ପରିବର୍ତ୍ତନ । ଏହି ପରିବର୍ତ୍ତନ ପ୍ରଥମେ ନିଜଠାରୁ ଆରମ୍ଭ ହୋଇଥାଏ, ସମ୍ବେଦନା ଠାରୁ ହୋଇଥାଏ । ଏହି ଶିକ୍ଷା ଆମକୁ ମହାତ୍ମା ଗାନ୍ଧିଜୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନରୁ ମିଳିଥାଏ ।

ଦେଶ ଯେତେବେଳେ ଗୁରୁତର ଖାଦ୍ୟ ସଂକଟ ସହିତ ଲଢେଇ କରୁଥିଲା ତ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ନିଜର ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ, କିନ୍ତୁ ଶୁଭାରମ୍ଭ ନିଜ ପରିବାରରୁ କରିଥିଲେ । ସ୍ୱଚ୍ଛତାର ଏହି ଯାତ୍ରାରେ ମଧ୍ୟ ଆମ ପାଇଁ ଏହା ମଧ୍ୟ ହେଉଛି ଏକମାତ୍ର ରାସ୍ତା, ଯେଉଁ ପଥରେ ଅଗ୍ରସର ହୋଇ ଆମକୁ ଲକ୍ଷ୍ୟ ହାସଲ କରିବାର ଅଛି ।

ଭାଇ ଓ ଭଉଣୀମାନେ, ଆଜି ସମଗ୍ର ବିଶ୍ୱ ଆମ ସ୍ୱଚ୍ଛ ଭାରତ ଅଭିଯାନ ମଡେଲରୁ ଶିଖିବାକୁ ଚାହୁଁଛି । କିଛି ଦିନ ପୂର୍ବେ ହିଁ ଆମେରିକାରେ ଯେତେବେଳେ ଭାରତକୁ ‘ଗ୍ଲୋବାଲ ଗୋଲ କିପର’ ସମ୍ମାନରେ ସମ୍ମାନିତ କରାଗଲା ତ, ଭାରତର ସଫଳତା ସହିତ ସାରା ବିଶ୍ୱ ପରିଚିତ ହେଲା ।

ମୁଁ ମଧ୍ୟ ମିଳିତ ଜାତିସଂଘରେ ଏହା କହିଥିଲି କି ଭାରତ ନିଜର ଅନୁଭୂତିକୁ ଅନ୍ୟ ଦେଶ ସହିତ ବାଣ୍ଟିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛି । ଆଜି ନାଇଜେରିଆ, ଇଣ୍ଡୋନେସିଆ ଏବଂ ମାଲିର ପ୍ରତିନିଧି ଆମ ଗହଣରେ ଅଛନ୍ତି । ଭାରତକୁ ଆପଣମାନଙ୍କ ସହିତ ସ୍ୱଚ୍ଛତା ପାଇଁ, ପରିମଳ ପାଇଁ ସହଯୋଗ କରିବାରେ ବହୁତ ଖୁସି ମିଳିବ ।

ସାଥୀଗଣ, ମହାତ୍ମା ଗାନ୍ଧିଜୀ ସତ୍ୟ, ଅହିଂସା, ସତ୍ୟାଗ୍ରହ, ସ୍ୱାବଲମ୍ବନର ବିଚାର ଦ୍ୱାରା ଦେଶକୁ ମାର୍ଗ ଦେଖାଇଥିଲେ । ଆଜି ଆମେ ସେହି ପଥରେ ଚାଲି ସ୍ୱଚ୍ଛ, ସ୍ୱସ୍ଥ, ସମୃଦ୍ଧ, ଏବଂ ସଶକ୍ତ ନ୍ୟୁ ଇଣ୍ଡିଆର ନିର୍ମାଣରେ ଲାଗିଛେ । ପୂଜ୍ୟ ବାପୁ ସ୍ୱଚ୍ଛତାକୁ ସର୍ବୋପରି ମାନୁଥିଲେ । ସତ୍ୟ ସାଧକ ଭାବେ ଦେଶର ଗ୍ରାମୀଣ କ୍ଷେତ୍ର ଆଜି ତାଙ୍କୁ ସ୍ୱଚ୍ଛ ଭାରତର କାର୍ଯ୍ୟାଞ୍ଜଳି ଦେଉଛି । ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଶ୍ରେଷ୍ଠ ଧନ ବୋଲି ବିବେଚନା କରୁଥିଲେ ଆଉ ଚାହୁଁଥିଲେ କି ଦେଶର ପ୍ରତ୍ୟେକ ନାଗରିକ ସୁସ୍ଥ ହେଉ । ଆମେ ଯୋଗ ଦିବସ. ଆୟୁଷ୍ମାନ ଭାରତ, ଫିଟ୍ ଇଣ୍ଡିଆ ମୁଭମେଣ୍ଟ (ଅଭିଯାନ) ମାଧ୍ୟମରେ ଏହି ଚିନ୍ତାଧାରାକୁ ଦେଶର ବ୍ୟବହାରରେ ଉପଯୋଗ କରିବାର ପ୍ରୟାସ କରୁଛୁ । ଗାନ୍ଧିଜୀ ବସୁଧୈବ କୁଟୁମ୍ବକମ ନୀତିରେ ବିଶ୍ୱାସ କରୁଥିଲେ ।

ଏବେ ଭାରତ ନିଜର ନୂତନ ଯୋଜନା ଏବଂ ପରିବେଶ ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ ବିଶ୍ୱକୁ ଅନେକ ଗୁଡିଏ ଆହ୍ୱାନ ସହିତ ଲଢିବା ପାଇଁ ସହାୟତା କରୁଛି । ବାପୁଙ୍କ ସ୍ୱପ୍ନ ଥିଲା ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତ । ଆଜି ଆମେ ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ଏହି ସ୍ୱପ୍ନକୁ ସାକାର କରିବାରେ ଲାଗିଛୁ ।

ଗାନ୍ଧିଜୀଙ୍କ ସଂକଳ୍ପ ଥିଲା ଏକ ଏଭଳି ଭାରତ, ଯେଉଁଠାରେ ପ୍ରତ୍ୟେକ ଗାଁ ସ୍ୱାବଲମ୍ବୀ ହେଉ । ଆମେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ମାଧ୍ୟମରେ ଏହି ସଂକଳ୍ପକୁ ସିଦ୍ଧି ଆଡକୁ ନେଇ ଯାଉଛୁ ।

ଗାନ୍ଧିଜୀ ସମାଜର ସବୁଠାରୁ ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ ନିଷ୍ପତ୍ତି ନେବା କଥା କହୁଥିଲେ । ଆମେ ଆଜି ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜନ-ଧନ ଯୋଜନା, ସୌଭାଗ୍ୟ ଯୋଜନା, ସ୍ୱଚ୍ଛ ଭାରତ ଭଳି ଯୋଜନା, ଏହି ସବୁ ଦ୍ୱାରା ତାଙ୍କର ଏହି ମନ୍ତ୍ରକୁ ବ୍ୟବସ୍ଥାର ଅଂଶ କରି ଦେଇଛୁ ।

ପୂଜ୍ୟ ବାପୁଜୀ, ସେ ପ୍ରଯୁକ୍ତିର ବ୍ୟବହାର କରି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିବାର କଥା କହିଥିଲେ । ଆମେ ଆଧାର, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଡିଜିଟାଲ ଇଣ୍ଡିଆ, ଭୀମ୍ ଆପ୍, ଡିଜି ଲକର ମାଧ୍ୟମରେ ଦେଶବାସୀଙ୍କ ଜୀବନକୁ ସହଜ ଓ ସରଳ କରିବାର ପ୍ରୟାସ କରୁଛୁ ।

ସାଥୀଗଣ, ମହାତ୍ମା ଗାନ୍ଧୀ କହୁଥିଲେ କି ସେ ଭାରତର ଉତଥାନ ଏଥିପାଇଁ ଚାହୁଁଥିଲେ କି, ସମଗ୍ର ବିଶ୍ୱ ତାହାର ଲାଭ ଉଠାଇପାରିବ । ଗାନ୍ଧିଜୀଙ୍କ ସ୍ପଷ୍ଟ ମତ ଥିଲା କି ରାଷ୍ଟ୍ରବାଦୀ ହେବା ବିନା ଆମେ ଅନ୍ତରାଷ୍ଟ୍ରୀୟବାଦୀ ହୋଇପାରିବା ନାହିଁ । ଅର୍ଥାତ ଆମକୁ ପ୍ରଥମେ ନିଜର ସମସ୍ୟାଗୁଡିକର ସମାଧାନ ନିଜକୁ ଖୋଜିବାକୁ ପଡିବ, ତେବେ ଯାଇ ଆମେ ସମଗ୍ର ବିଶ୍ୱର ସହାୟତା କରି ପାରିବା । ଏହି ରାଷ୍ଟ୍ରବାଦର ଭାବନାକୁ ନେଇ ଆଜି ଭାରତ ଆଗକୁ ବଢୁଛି ।

ବାପୁଙ୍କର ସ୍ୱପ୍ନର ଭାରତ-ନୂତନ ଭାରତ ନିର୍ମାଣ ହେଉଛି । ବାପୁଙ୍କର ସ୍ୱପ୍ନର ଭାରତ-ଯାହା ସ୍ୱଚ୍ଛ ହେବ, ପର୍ଯ୍ୟାବରଣ ସୁରକ୍ଷିତ ହେବ ।
ବାପୁଙ୍କର ସ୍ୱପ୍ନର ଭାରତ – ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବେ, ଫିଟ୍ ରହିବେ । ବାପୁଙ୍କର ସ୍ୱପ୍ନର ଭାରତ – ଯେଉଁଠାରେ ପ୍ରତ୍ୟେକ ମାଆ, ପ୍ରତ୍ୟେକ ପିଲାର ପୁଷ୍ଟି ସାଧନ ହୋଇପାରୁଥିବ।

ବାପୁଙ୍କର ସ୍ୱପ୍ନର ଭାରତ – ଯେଉଁଠି ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମଣିବେ । ବାପୁଙ୍କର ସ୍ୱପ୍ନର ଭାରତ – ଯାହା ଭେଦଭାବରୁ ମୁକ୍ତ ସଦଭାବଯୁକ୍ତ ହେବ ।

ବାପୁଙ୍କର ସ୍ୱପ୍ନର ଭାରତ – ଯାହା ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ, ସମସ୍ତଙ୍କ ବିଶ୍ୱାସ (ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ) ଏହି ଆଦର୍ଶରେ ଅଗ୍ରସର ହେବ । ବାପୁଙ୍କ ରାଷ୍ଟ୍ରର ଏହି ସମସ୍ତ ତତ୍ତ୍ଵ ସମଗ୍ର ବିଶ୍ୱ ପାଇଁ ଆଦର୍ଶ ସିଦ୍ଧ ହେବ, ପ୍ରେରଣାର ସ୍ରୋତ ପାଲଟିବ ।

ଆସନ୍ତୁ ରାଷ୍ଟ୍ରପିତାଙ୍କ ମୂଲ୍ୟବୋଧକୁ ପ୍ରତିସ୍ଥାପିତ କରିବା ପାଇଁ, ମାନବତାର କଲ୍ୟାଣ ପାଇଁ ପ୍ରତ୍ୟେକ ଭାରତବାସୀ, ରାଷ୍ଟ୍ରବାଦର ସଂକଳ୍ପକୁ ସିଦ୍ଧ କରିବାର ସଂକଳ୍ପ ନିଅନ୍ତୁ ।

ମୁଁ ଆଜି ଦେଶରେ ଗୋଟିଏ ବ୍ୟକ୍ତି, ଗୋଟିଏ ସଂକଳ୍ପ, ଏନେଇ ଅନୁରୋଧ କରୁଛି । ଦେଶ ପାଇଁ କିଛି ମଧ୍ୟ ସଂକଳ୍ପ ନିଅନ୍ତୁ, ଯାହା ଦେଶର କାର୍ଯ୍ୟରେ ଆସିବା ଭଳି ସଂକଳ୍ପ ହେଉ । ଦେଶର, ସମାଜର, ଗରିବଙ୍କ ଉନ୍ନତି ପାଇଁ ସଂକଳ୍ପ ହେଉ । ଆପଣମାନଙ୍କୁ ମୋର ଅନୁରୋଧ କି ଗୋଟିଏ ସଂକଳ୍ପ ନିଶ୍ଚିତ ନିଅନ୍ତୁ ଆଉ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା କରନ୍ତୁ, ରାଷ୍ଟ୍ର ପ୍ରତି ନିଜର ଦାୟିତ୍ୱ ବିଷୟରେ ଭାବନ୍ତୁ ।

କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ 130 କୋଟି ପ୍ରୟାସ, 130 କୋଟି ସଂକଳ୍ପ ଗୁଡିକର ଶକ୍ତି ଦେଶରେ କେତେ କ’ଣ କରିପାରିବ । ଆଜିଠାରୁ ଆରମ୍ଭ କରି ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଆମକୁ ନିରନ୍ତର ଏହି ଦିଗରେ କାର୍ଯ୍ୟ କରିବାର ଅଛି । ଗୋଟିଏ ବର୍ଷ କାର୍ଯ୍ୟ କରିବା, ତ ପୁଣି ଏହା, ଏହା ଆମ ଜୀବନର ମାର୍ଗ ପାଲଟି ଯିବ, ଏହା ଆମ ଜୀବନଶୈଳୀ ପାଲଟି ଯିବ, ଏହା ଏକ କୃତଜ୍ଞ ରାଷ୍ଟ୍ରର ବାପୁଙ୍କୁ ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଏହି ଅନୁରୋଧ ଏବଂ ଏହି ଶବ୍ଦ ସହିତ ମୁଁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି- ଏହି ଯେଉଁ ସଫଳତା ମିଳିଛି, ଏହା କୌଣସି ସରକାରୀ ସଫଳତା ନୁହେଁ ।

ଏ ଯେଉଁ ସଫଳତା ମିଳିଛି, ତାହା କୌଣସି ପ୍ରଧାନମନ୍ତ୍ରୀଙ୍କ ସଫଳତା ନୁହେଁ । ଏ ଯେଉଁ ସଫଳତା ମିଳିଛି, ତାହା କୌଣସି ମୁଖ୍ୟମନ୍ତ୍ରୀଙ୍କ ସଫଳତା ନୁହେଁ ।

ଏ ଯେଉଁ ସଫଳତା ମିଳିଛି, ତାହା 130 କୋଟି ନାଗରିକଙ୍କ ପୁରୁଷାର୍ଥର କାରଣରୁ ମିଳିଛି । ସମାଜର ବରିଷ୍ଠ ଲୋକମାନେ ସମୟରେ ସମୟରେ ନେତୃତ୍ୱ ନେଇ, ମାର୍ଗଦର୍ଶନ ଦେଇଛନ୍ତି, ସେହି କାରଣରୁ ମିଳିଛି । ଆଉ ମୁଁ ଦେଖିଛି, ପାଞ୍ଚ ବର୍ଷ ଲଗାତାର ସମସ୍ତ ମିଡିଆ ହାଉସ ଏହି କଥାକୁ କ୍ରମାଗତ ଭାବେ ଆଗକୁ ବଢାଇଛନ୍ତି, ସକାରାତ୍ମକ ସହଯୋଗ କରିଛନ୍ତି, ଦେଶରେ ବାତାବରଣ ସୃଷ୍ଟିରେ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ।

ଆଜି ମୁଁ ସେହି ସମସ୍ତଙ୍କୁ, ଯେଉଁ ଲୋକମାନେ ଏହି କାର୍ଯ୍ୟ କରିଛନ୍ତି, 130 କୋଟି ଦେଶବାସୀଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି, ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି, ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ।

ଏହି ଶବ୍ଦ ସହିତ ମୁଁ ନିଜ କଥା ସମାପ୍ତ କରୁଛି । ମୋ ସହିତ ଆପଣ ସମସ୍ତେ କୁହନ୍ତୁ-

ମୁଁ କହିବି – ମହାତ୍ମା ଗାନ୍ଧୀ, ଆପଣ ସମସ୍ତେ ଦୁଇ ହାତ ଉପରକୁ କରି କହିବେ- ଅମର ରହେ, ଅମର ରହେ ।

ମହାତ୍ମା ଗାନ୍ଧୀ – ଅମର ରହେ !

ମହାତ୍ମା ଗାନ୍ଧୀ – ଅମର ରହେ !

ମହାତ୍ମା ଗାନ୍ଧୀ – ଅମର ରହେ !

ପୁଣିଥରେ ସମ୍ପୂର୍ଣ୍ଣ ରାଷ୍ଟ୍ରକୁ ବହୁତ ବଡ଼ ସକଳ୍ପର ସିଦ୍ଧି ପାଇଁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋ ସହିତ କୁହନ୍ତୁ-

ଭାରତ ମାତା କୀ – ଜୟ !

ଭାରତ ମାତା କୀ – ଜୟ !

ଭାରତ ମାତା କୀ – ଜୟ !

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's GDP to grow 6.4% in FY27, fastest among G-20 nations: Moody's

Media Coverage

India's GDP to grow 6.4% in FY27, fastest among G-20 nations: Moody's
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Chhattisgarh for special celebration of ‘Bastar Pandum’ festival
February 10, 2026

The Prime Minister, Shri Narendra Modi has congratulated the people of Chhattisgarh for special celebration of ‘Bastar Pandum’ festival, between February 7 and 9 in Chhattisgarh. During the festival, the rich culture, traditions, and tribal heritage of Bastar were showcased in a magnificent way. Shri Modi stated that such events play a vital role in preserving our cultural heritage and empowering local communities.

"Earlier, whenever the name of Bastar was mentioned, images of Maoism, violence, and backwardness in development would come to mind. But now the situation has completely changed. Today, Bastar is known not only for its development but also for the growing self-confidence of its local people. My only wish is that the coming time for this region be filled with the spirit of peace, progress, and cultural pride", Shri Modi stated.

Responding to a post by Union Minister, Shri Amit Shah on X, Shri Modi said:

"7 से 9 फरवरी के बीच छत्तीसगढ़ में ‘बस्तर पंडुम’ का विशेष आयोजन किया गया। इस उत्सव के दौरान बस्तर की समृद्ध संस्कृति, परंपरा और जनजातीय विरासत का भव्य रूप दिखा। इस प्रयास से जुड़े अपने सभी परिवारजनों को मेरी हार्दिक बधाई। ऐसे आयोजन हमारी सांस्कृतिक विरासत को संरक्षित करने और स्थानीय समुदायों को सशक्त बनाने में अहम भूमिका निभाते हैं।

पहले जब बस्तर का नाम लिया जाता था तो माओवाद, हिंसा और विकास में पिछड़ेपन की छवि उभरती थी। लेकिन अब हालात बिल्कुल बदल चुके हैं। आज बस्तर विकास के साथ-साथ स्थानीय लोगों के बढ़ते आत्मविश्वास के लिए जाना जाता है। मेरी यही कामना है कि यहां का आने वाला समय शांति, प्रगति और सांस्कृतिक गौरव की भावना से परिपूर्ण हो।"