ଦୁଇଟି ପ୍ରମୁଖ ବିକାଶମୂଳକ ପଦକ୍ଷେପର ମଧ୍ୟ କଲେ ଶୁଭାରମ୍ଭ
ତ୍ରିପୁରା ହିରା (HIRA) ମଡେଲ ଆଧାରରେ ଏହାର ସଂଯୋଗକୁ ମଜବୁତ ଏବଂ ସଂପ୍ରସାରଣ କରୁଛି
ସଡକ, ରେଳ, ଆକାଶ ଏବଂ ଜଳ ସଂଯୋଗୀକରଣ ଭିତ୍ତିଭୂମିରେ ବିପୁଳ ପୁଞ୍ଜି ବିନିଯୋଗ ତ୍ରିପୁରାକୁ ବ୍ୟବସାୟ ତଥା ଶିଳ୍ପର ଏକ ନୂତନ କେନ୍ଦ୍ର ତଥା ବାଣିଜ୍ୟ କରିଡରରେ ରୂପାନ୍ତରିତ କରୁଛି
ଏକ ଡବଲ୍-ଇଞ୍ଜିନ୍ ସରକାର ଅର୍ଥ ସମ୍ବଳର ସଠିକ୍ ବ୍ୟବହାର କରିବା ସହ ଲୋକଙ୍କ ଶକ୍ତି ବୃଦ୍ଧି କରିପାରିବେ ଜନତାଙ୍କ ସେବା ଏବଂ ରାଜ୍ୟର ସମୃଦ୍ଧି ପାଇଁ ମିଳିତ ପ୍ରୟାସ ହେବ

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ତ୍ରିପୁରାର ରାଜ୍ୟପାଳ ଶ୍ରୀ ସତ୍ୟଦେବ ଆର୍ଯ୍ୟ ମହୋଦୟ, ଏଠାକାର ଯୁବ ତଥା ଉର୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ଜୀ, ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ବର୍ମା ମହୋଦୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଭଉଣୀ ପ୍ରତିମା ଭୌମିକ ମହୋଦୟା, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହୋଦୟ, ରାଜ୍ୟ ସରକାରରେ ମନ୍ତ୍ରୀ ଶ୍ରୀ ଏନସି ଦେବ ବର୍ମା ମହୋଦୟ, ଶ୍ରୀ ରତ୍ନଲାଲ ନାଥ ମହୋଦୟ, ଶ୍ରୀ ପ୍ରଣଜିତ ସିଂଘା ରାୟ ମହୋଦୟ, ଶ୍ରୀ ମନୋଜ କାନ୍ତି ଦେବ ମହୋଦୟ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ସବାଇକୋ ନମୋସ୍କାର । ସମସ୍ତଙ୍କୁ ନମସ୍କାର । ସମସ୍ତଙ୍କୁ ୨୦୨୨ ବର୍ଷର ଅନେକ ଅନେକ ଶୁଭେଚ୍ଛା । ଜାଁତୋନୋ ଖୁନୁମଖା । ଜାଁତୋନୋ ବୀଶୀ କାଁତାଲନୀ ଖା କାହାମ ୟାଫର ଓ । ବର୍ଷର ଆରମ୍ଭରେ ହିଁ, ତ୍ରିପୁରାକୁ ମା ତ୍ରିପୁରା ସୁନ୍ଦରୀଙ୍କ ଆଶୀର୍ବାଦରୁ ଆଜି ତିନିଟି ଉପହାର ମିଳୁଛି । ପ୍ରଥମ ଉପହାର – ଯୋଗାଯୋଗର, ଦ୍ୱିତୀୟ ଉପହାର - ମିଶନ୍ ୧୦୦ ବିଦ୍ୟାଜ୍ୟୋତି ବିଦ୍ୟାଳୟର ଏବଂ ତୃତୀୟ ଉପହାର – ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନାର । ଆଜି ଏଠାରେ ଶହ ଶହ କୋଟି ଟଙ୍କାର ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଆପଣ ସମସ୍ତଙ୍କୁ ଏହି ତିନିଟିଯାକ ଉପହାର ପାଇଁ ଅନେକ ଅନେକ ଅଭିନନ୍ଦନ ।

ବନ୍ଧୁଗଣ,

ଏକବିଂଶ ଶତାଦ୍ଦୀର ଭାରତ, ସମସ୍ତଙ୍କୁ ସାଥିରେ ନେଇ ସମସ୍ତଙ୍କ ବିକାଶ ଏବଂ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ଆଗକୁ ବଢିବ । କିଛି ରାଜ୍ୟ ପଛୁଆ ରହିଯାଉ, କିଛି ରାଜ୍ୟର ଲୋକ ମୌଳିକ ସୁବିଧା ପାଇବା ପାଇଁ ଆକୁଳ ହୁଅନ୍ତୁ, ଏଭଳି ଅସନ୍ତୁଳିତ ବିକାଶ ରାଷ୍ଟ୍ରର ବିକାଶ ପାଇଁ ଉଚିତ୍ ନୁହେଁ, ଏହା ଠିକ୍ ନୁହେଁ । ତ୍ରିପୁରାର ଲୋକମାନେ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ, ଏଠାରେ ଏହା ଦେଖିଛନ୍ତି, ଏହା ଅନୁଭବ କରିଛନ୍ତି । ପୂର୍ବରୁ ଏଠାରେ ଭ୍ରଷ୍ଟାଚାରର ଗାଡି ଅଟକିବାର ନାଁ ନେଉନଥିଲା ଏବଂ ବିକାଶର ଗାଡି ଉପରେ ବ୍ରେକ୍ ଲାଗିକି ଥିଲା । ପୂର୍ବରୁ ଏଠାରେ ଯେଉଁ ସରକାର ଥିଲେ ସେମାନଙ୍କର ତ୍ରିପୁରାର ବିକାଶ ପାଇଁ ନାଁ କୌଣସି ଲକ୍ଷ୍ୟ ଥିଲା ନାଁ କୌଣସି ଉଦ୍ଦେଶ୍ୟ ଥିଲା । ଦାରିଦ୍ର‌୍ୟ ଏବଂ ଅନଗ୍ରସରତାକୁ ତ୍ରିପୁରାର ଭାଗ୍ୟ ସହ ଯୋଡି ଦିଆଯାଇଥିଲା । ଏହି ସ୍ଥିତିକୁ ବଦଳାଇବା ପାଇଁ ହିଁ ମୁଁ ତ୍ରିପୁରାର ଲୋକଙ୍କୁ ଏଚଆଇଆରଏ (ହୀରା)ର ଆଶାସନା ଦେଇଥିଲି । ଏଚ୍ ରେ ହାଇୱେ ବା ରାଜପଥ, ଆଇ ରେ ଇଂଟରନେଟ୍ ୱେ ବା ଇଂଟରନେଟ ମାର୍ଗ, ଆର ରେ ରେଲୱେ ବା ରେଳପଥ ଏବଂ ଏରେ ଏୟାର ୱେ ବା ଆକାଶ ମାର୍ଗ । ଆଜି ହୀରା ମଡେଲ ଉପରେ ତ୍ରିପୁରା ଏହାର ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରୁଛି, ନିଜର ଯୋଗାଯୋଗର ବୃଦ୍ଧି କରୁଛି । ଏଠାକୁ ଆସିବା ପୂର୍ବରୁ ମୁଁ ମହାରାଜା ବୀର ବିକ୍ରମ ବିମାନ ବନ୍ଦରର ନବନିର୍ମିତ ଟର୍ମିନାଲ କୋଠା ଏବଂ ଅନ୍ୟ ସୁବିଧାଗୁଡିକୁ ଦେଖିବାକୁ ଯାଇଥିଲି । ଏବେ ବିମାନବନ୍ଦରରୁ ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ଦୃଷ୍ଟି ପ୍ରଥମେ ତ୍ରିପୁରାର ସଂସ୍କୃତି, ଏଠାକାର ଐତିହ୍ୟ, ଏଠାକାର ସ୍ଥାପତ୍ୟ ଉପରେ ପଡିବ । ତ୍ରିପୁରାର ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ, ଉନାକୋଟି ପାହାଡର ଆଦିବାସୀ ସାଥୀମାନଙ୍କ କଳା ହେଉ, ପଥରର ମୂର୍ତି ହେଉ, ଏଭଳି ଲାଗୁଛି ଯେ ବିମାନନ୍ଦରରେ ସମଗ୍ର ତ୍ରିପୁରା ସନ୍ନିବେଶିତ ହୋଇଯାଇଛି । ନୂତନ ସୁବିଧାଗୁଡିକ ପରେ ମହାରାଜା ବୀର ବିକ୍ରମ ବିମାନ ବନ୍ଦରର କ୍ଷମତା ପୂର୍ବ ତୁଳନାରେ ଆଉ ତିନି ଗୁଣା ବଢି ଯାଇଛି । ଏବେ ଏଠାରେ ୧୨ଟି ବିମାନ ଅବତରଣ କରି ରଖାଯାଇପାରିବ । ଏହାଦ୍ୱାରା ତ୍ରିପୁରା ସମେତ ସମଗ୍ର ଉତର ପୂର୍ବରେ ଆକାଶ ମାର୍ଗରେ ସଂଯୋଗ ବୃଦ୍ଧି କରିବାରେ ଖୁବ ସାହାଯ୍ୟ ମିଳିବ । ଯେତେବେଳେ ଏଠାରେ ଘରୋଇ କାର୍ଗୋ ଟର୍ମିନାଲର, ଶୀତଳ ଭଣ୍ଡାରର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯିବ ସେତେବେଳେ ସମଗ୍ର ଉତର ପୂର୍ବର ବାଣିଜ୍ୟ ବ୍ୟବସାୟକୁ ନୂତନ ଶକ୍ତି ମିଳିବ । ଆମର ମହାରାଜା ବୀର ବିକ୍ରମ ଜୀ ଶିକ୍ଷା କ୍ଷେତ୍ରରେ, ସ୍ଥାପତ୍ୟ କ୍ଷେତ୍ରରେ ତ୍ରିପୁରାକୁ ନୂତନ ଶିଖରରେ ପହଂଚାଇଥିଲେ । ଆଜି ସେ ତ୍ରିପୁରାର ବିକାଶ ହେଉଥିବା ଦେଖି, ଏଠାକାର ଲୋକମାନଙ୍କ ପ୍ରୟାସକୁ ଦେଖି ଖୁବ ଆନନ୍ଦିତ ହେବେ ।

ବନ୍ଧୁଗଣ,

ଆଜି ତ୍ରିପୁରାର ଯୋଗାଯୋଗ ବ୍ୟବସ୍ଥାକୁ ବୃଦ୍ଧି କରିବା ସହିତ ଏହାକୁ ଉତର ପୂର୍ବର ପ୍ରବେଶ ପଥ ଭାବରେ ବିକଶିତ କରିବା ପାଇଁ ଦୃତ ଗତିରେ କାର୍ଯ୍ୟ ଚାଲୁ ରହିଛି । ସଡକ ହେଉ, ରେଳ ପଥ ହେଉ, ଆକାଶ ପଥ ହେଉ ଅବା ପୁଣି ଜଳପଥ ଯୋଗାଯୋଗ, ଆଧୁନିକ ଭିତିଭୂମୀ ଉପରେ ଯେତିକି ନିବେଶ ଆମ ସରକାର କରୁଛନ୍ତି, ସେତିକି ପୂର୍ବରୁ କେବେ ବି ହୋଇ ନଥିଲା । ଏବେ ତ୍ରିପୁରା ଏହି କ୍ଷେତ୍ରରେ ବାଣିଜ୍ୟ କାରବାରର ନୂତନ ପେଣ୍ଠ ହେଉଛି, ବାଣିଜ୍ୟ କରିଡର ନିର୍ମାଣ କରାଯାଉଛି । ସଡକ ଓ ରେଳପଥ ସହ ଜଡିତ ଅନେକଗୁଡିଏ ପ୍ରକଳ୍ପ ଏବଂ ବାଂଲାଦେଶ ସହିତ ଅନ୍ତର୍ଜାତୀୟ ଜଳପଥ ସଂଯୋଗୀକରଣ ଏହି ଅଂଚଳର ନବ କଳେବର କରିବା ଆରମ୍ଭ କରିଦେଇଛି । ଆମ ସରକାର ଅଗରତାଲା - ଅଖୋରା ରେଳ ଲିଙ୍କକୁ ମଧ୍ୟ ଦୃତ ଗତିରେ ସମ୍ପୁର୍ଣ୍ଣ କରିବା ପାଇଁ ପ୍ରୟାସ କରୁଛି ।

ଭାଇ ଓ ଭଉଣୀମାନେ,

କେନ୍ଦ୍ର ଓ ରାଜ୍ୟରେ ଯେତେବେଳେ ବିକାଶକୁ ସର୍ବାଗ୍ରେ ରଖୁଥିବା ସରକାର କ୍ଷମତାରେ ଥାଆନ୍ତି, ସେତେବେଳେ ଦୁଇଗୁଣା ଦୃତ ଗତିରେ କାର୍ଯ୍ୟ ମଧ୍ୟ ହୋଇଥାଏ । ଏଥିପାଇଁ ଡବଲ ଇଞ୍ଜିନ ସରକାରର କୌଣସି ମୁକାବିଲା ହିଁ ନାହିଁ । ଡବଲ ଇଞ୍ଜିନ ସରକାର ଅର୍ଥାତ୍ ସମ୍ବଳଗୁଡିକର ସଠିକ୍ ଉପଯୋଗ, ଡବଲ ଇଞ୍ଜିନ ସରକାର ଅର୍ଥାତ୍ ସମ୍ପୁର୍ଣ୍ଣ ସମ୍ବେଦନଶୀଳତା, ଡବଲ ଇଞ୍ଜିନ ସରକାର ଅର୍ଥାତ୍ ଲୋକଙ୍କ ସାମର୍ଥ୍ୟକୁ ପ୍ରୋତ୍ସାହନ, ଡବଲ ଇଞ୍ଜିନ ସରକାର ଅର୍ଥାତ୍ ସେବାଭାବ, ସମର୍ପଣ ଭାବ । ଡବଲ ଇଞ୍ଜିନ ସରକାର ଅର୍ଥାତ୍ ସଙ୍କଳ୍ପଗୁଡିକର ସିଦ୍ଧି । ଏବଂ, ଡବଲ ଇଞ୍ଜିନ ସରକାର ଅର୍ଥାତ୍ ସମୃଦ୍ଧି ପାଇଁ ମିଳିତ ପ୍ରୟାସ । ଆଜି ଏଠାରେ ଯେଉଁ ମୁଖ୍ୟମନ୍ତ୍ରୀ ତ୍ରିପୁରା ଗ୍ରାମ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରାଯାଉଛି, ତାହା ଏହାର ଉଦାହରଣ ଅଟେ । ଯେତେବେଳେ ପ୍ରତି ଘରେ ପାଇପ ଯୋଗେ ବିଶୁଦ୍ଧ ଜଳ ସଂଯୋଗ ହେବ, ଯେତେବେଳେ ପ୍ରତି ଗରିବ ନିକଟରେ ପକ୍କା ଛାତ ହେବ ଏବଂ ଏବେ ମୁଁ କିଛି ହିତାଧିକାରୀଙ୍କୁ ଭେଟିକରି ଆସିଲି । ଏହି ଯୋଜନାଗୁଡିକୁ ନେଇ ସେମାନଙ୍କର ନିଜର କଣ ଅନୁଭବ ତାହା ବୁଝିବା ପାଇଁ ମୁଁ ପ୍ରୟାସ କରୁଥିଲି । କିନ୍ତୁ ଜଣେ ଝିଅ ଯାହାକୁ ଘର ମିଳିବା ପାଇଁ ନିଷ୍ପତି ନିଆଯାଇଛି, ଏବେ ତ କେବଳ ଚଟ୍ଟାଣ କାମ କରାଯାଇଛି, ଏବେ କାନ୍ଥ ଉଠିବା ବାକି ଅଛି, କିନ୍ତୁ ସେ ଏତେ ଖୁସି ଥିଲା ଯେ, ଏତେ ଖୁସି ଥିଲା ଯେ ତା ଆଖି ଲୁହ ଥମିବାର ନାଁ ନେଉନଥିଲା । ଏହି ଖୁସି, ଏହି ସରକାର ଜନସାଧାରଣଙ୍କ ଖୁସି ପାଇଁ ସମର୍ପିତ ଅଟେ । ଯେତେବେଳେ ସବୁ ଯୋଗ୍ୟ ପରିବାର ନିକଟରେ ଆୟୁଷ୍ମାନ ଯୋଜନାର କାର୍ଡ ହେବ, ଏକ ଏଭଳି ପରିବାର ମତେ ମିଳିଲା, ଯେଉଁଠାରେ ମାଆ ଏବଂ ତାଙ୍କର ଭେଣ୍ଡିଆ ପୁଅ ଉଭୟଙ୍କୁ କର୍କଟ ରୋଗ ହୋଇଥିଲା । ଆୟୁଷ୍ମାନ ଭାରତ ଯୋଜନା ଯୋଗୁଁ ମାଆର ଜୀବନ, ପୁଅର ଜୀବନ, ତାକୁ ଉପଯୁକ୍ତ ସହାୟତା ମିଳିପାରିବ । ଯେତେବେଳେ ପ୍ରତି ଗରିବ ନିକଟରେ ବୀମା ସୁରକ୍ଷା କବଚ ରହିବ, ଯେତେବେଳେ ପିଲାଙ୍କୁ ପଢିବାର ସୁଯୋଗ ମିଳିବ, ପ୍ରତି କୃଷକ ନିକଟରେ କେସିସି କାର୍ଡ ରହିବ, ପ୍ରତ୍ୟେକ ଗାଁରେ ଭଲ ସଡକ ହେବ, ସେତେବେଳେ ଗରିବର ଆତ୍ମବିଶ୍ୱାସ ବଢିବ, ଗରିବର ଜୀବନ ସହଜ ହେବ, ମୋ ଦେଶର ପ୍ରତ୍ୟେକ ନାଗରିକ ସଶକ୍ତ ହେବ, ମୋ ଦେଶର ଗରିବ ସଶକ୍ତ ହେବ । ଏହି ଆତ୍ମବିଶ୍ୱାସ ସମୃଦ୍ଧିର ଆଧାର ଅଟେ, ସମ୍ପନ୍ନତାର ଆଧାର ଅଟେ । ଏଥିପାଇଁ ହିଁ ମୁଁ ଲାଲ କିଲ୍ଲାରୁ ଏହା କହିଥିଲି ଯେ, ଏବେ ଆମ ନିଜକୁ ଯୋଜନାଗୁଡିକର ହିତାଧିକାରୀଙ୍କ ନିକଟରେ ପହଂଚିବାକୁ ହେବ, ଯୋଜନାଗୁଡିକର ପୂର୍ଣ୍ଣତା ଆଡକୁ ଅଗ୍ରସର ହେବାକୁ ପଡିବ । ମୁଁ ଖୁସି ଯେ ଆଜି ତ୍ରିପୁରା ଏହି ଦିଗରେ ବହୁତ ବଡ ପ୍ରୟାସ ଆରମ୍ଭ କରିଛି । ଏପରି ବର୍ଷରେ, ଯେତେବେଳେ ତ୍ରିପୁରା ନିଜର ପୂର୍ଣ୍ଣ ରାଜ୍ୟତ୍ୱ ପ୍ରାପ୍ତିର ୫୦ ବର୍ଷ ପୂରଣ କରୁଛି, କହିବାକୁ ଗଲେ ଏହି ସଙ୍କଳ୍ପ ବହୁତ ବଡ ଉପଲବଧି ଅଟେ । ଗାଁ ଏବଂ ଗରିବମାନଙ୍କ କଲ୍ୟାଣ ପାଇଁ ଚାଲୁଥିବା ଯୋଜନାଗୁଡିକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଂଚାଇବାରେ ତ୍ରିପୁରା ଆଗରୁ ହିଁ ଦେଶର ଅଗ୍ରଣୀ ରାଜ୍ୟଗୁଡିକ ମଧ୍ୟରେ ଅନ୍ୟତମ । ଗ୍ରାମ ସମୃଦ୍ଧି ଯୋଜନା ତ୍ରିପୁରାର ଏହି ରେକର୍ଡକୁ ଆହୁରି ଉନ୍ନତ କରିବ । ୨୦ରୁ ଅଧିକ ମୌଳିକ ସୁବିଧା, ପ୍ରତି ଗାଁ, ପ୍ରତି ଗରିବ ପରିବାରକୁ ମିଳୁ, ଏହା ସୁନିଶ୍ଚିତ କରାଯିବ । ମୁଁ ଏକଥା ପାଇଁ ସନ୍ତୁଷ୍ଟ ଯେ ଯେଉଁ ଗ୍ରାମ ଗୁଡିକ ଶତ ପ୍ରତିଶତ ଲକ୍ଷ୍ୟକୁ ପ୍ରଥମେ ହାସଲ କରିବେ, ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ଏହାଦ୍ୱାରା ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗୀତା ମଧ୍ୟ ବିକଶିତ ହେବ ।

ବନ୍ଧୁଗଣ,

ଆଜି ତ୍ରିପୁରାରେ ଯେଉଁ ସରକାର ଅଛି, ସେ ଗରିବର ଦୁଃଖ ମଧ୍ୟ ବୁଝେ ଏବଂ ଗରିବ ପାଇଁ ସମ୍ବେଦନଶୀଳ ମଧ୍ୟ ଅଟେ । ଆମର ଗଣମାଧ୍ୟମ ସାଥି, ଏସବୁର ଅଧିକ ଚର୍ଚ୍ଚା କରନ୍ତି ନାହିଁ, ଏଥିପାଇଁ ମୁଁ ଆଜି ଏକ ଉଦାହରଣ ଦେବାକୁ ଚାହୁଁଛି । ଯେତେବେଳେ ତ୍ରିପୁରାରେ ପିଏମ ଗ୍ରାମୀଣ ଆବାସ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ କଚ୍ଚା ଘରର ସରକାରୀ ପରିଭାଷାକୁ ନେଇ ଏକ ସମସ୍ୟା ଦେଖାଦେଲା । ପୂର୍ବରୁ ଏଠାରେ ଯେଉଁ ସରକାର ଥିଲେ, ସେମାନେ ବ୍ୟବସ୍ଥା କରିଥିଲେ ଯେ, ଯେଉଁ ଘରେ ଲୁହାର ଚଦରରେ ତିଆରି ଛାତ ଥିବ, ସେହି ଘରକୁ କଚ୍ଚାଘର ମାନ୍ୟତା ଦିଆଯିବ ନାହିଁ । ଅର୍ଥାତ୍‌, ଘରର ଭିତର ଅବସ୍ଥା ଜୀର୍ଣ୍ଣଶୀର୍ଣ୍ଣ ହୋଇଥାଉ କିମ୍ବା କାନ୍ଥ ମାଟିର ହୋଇଥାଉ ପଛେ କିନ୍ତୁ ଛାତ ଉପରେ ଲୁହାର ଚଦର ଥିଲ ସେହି ଘରକୁ କଚ୍ଚା ଘର ଭାବେ ପରିଗଣିତ କରାଯାଉ ନଥିଲା । ଏହି କାରଣରୁ ତ୍ରିପୁରାର ହଜାର ହଜାର ଗ୍ରାମୀଣ ପରିବାର ପିଏମ ଆବାସ ଯୋଜନାର ଲାଭରୁ ବଂଚିତ ଥିଲେ । ମୁଁ ମୋର ସାଥୀ ବିପ୍ଳବ ଦେବ ଜୀଙ୍କର ପ୍ରଶଂସା କରିବି କାରଣ ସେ ଏହି ପ୍ରସଙ୍ଗକୁ ନେଇ ମୋ ନିକଟକୁ ଆସିଥିଲେ । କେନ୍ଦ୍ର ସରକାରଙ୍କ ସମ୍ମୁଖରେ ସେ ସମସ୍ତ ତଥ୍ୟ ଉପସ୍ଥାପନ କଲେ, ପ୍ରମାଣ ସହିତ ଉପସ୍ଥାପନ କଲେ । ଏହା ପରେ ଭାରତ ସରକାର ମଧ୍ୟ ନିଜର ନିୟମ ପରିବର୍ତନ କଲେ, ପରିଭାଷାକୁ ମଧ୍ୟ ବଦଳାଇ ଦେଲେ ଏବଂ ଏହି କାରଣରୁ ତ୍ରିପୁରାର ୧ ଲକ୍ଷ ୮୦ ହଜାରରୁ ଅଧିକ ଗରିବ ପରିବାରଙ୍କୁ ପକ୍କା ଘରର ହକଦାର କରାଗଲା । ଏବେ ପର୍ଯ୍ୟନ୍ତ ତ୍ରିପୁରାର ୫୦ ହଜାରରୁ ଅଧିକ ସାଥୀମାନଙ୍କୁ ପକ୍କା ଘର ମିଳି ସାରିଛି । ଦେଢ ଲକ୍ଷରୁ ଅଧିକ ପରିବାରଙ୍କୁ ଏବେ ନିଜର ଗୃହ ନିର୍ମାଣ କରିବା ପାଇଁ ପ୍ରଥମ କିସ୍ତି ମଧ୍ୟ ପ୍ରଦାନ ଆରମ୍ଭ ହୋଇଛି । ଆପଣମାନେ ଅନୁମାନ କରିପାରିବେ, ପୂର୍ବର ସରକାର କିଭଳି କାର୍ଯ୍ୟ କରୁଥିଲେ ଏବଂ ଆମର ଡବଲ ଇଞ୍ଜିନର ସରକାର କିପରି କାମ କରୁଛି ।

ଭାଇ ଓ ଭଉଣୀମାନେ,

ଯେ କୌଣସି କ୍ଷେତ୍ରର ବିକାଶ ପାଇଁ ସମ୍ବଳ ଏବଂ ସାଧନ ସହ ସେଠାକାର ନାଗରିକମାନଙ୍କର ସାମର୍ଥ୍ୟ ମଧ୍ୟ ସେତିକି ଜରୁରୀ । ଆମର ବର୍ତମାନର ପିଢୀ ଏବଂ ଭବିଷ୍ୟତ ପିଢୀ, ଆମଠାରୁ ମଧ୍ୟ ଅଧିକ ସାମର୍ଥ୍ୟବାନ ହେଉ, ଏହା ସମୟର ଆହ୍ୱାନ ଅଟେ, ଅତ୍ୟନ୍ତ ଆବଶ୍ୟକ ଅଟେ । ଏକବିଂଶ ଶତାଦ୍ଦୀରେ ଭାରତକୁ ଆଧୁନିକ ଭାବେ ଗଢି ତୋଳୁଥିବା ଦୂରଦୃଷ୍ଟିସମ୍ପନ୍ନ ଯୁବକ ମିଳନ୍ତୁ, ଏଥିପାଇଁ ଦେଶରେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରାଯାଉଛି । ଏଥିରେ ସ୍ଥାନୀୟ ଭାଷାରେ ପାଠପଢା ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଛି । ତ୍ରିପୁରାର ବିଦ୍ୟାର୍ଥୀମାନଙ୍କୁ ଏବେ ମିଶନ୍ - ୧୦୦, ବିଦ୍ୟା ଜ୍ୟୋତି ଅଭିଯାନରୁ ମଧ୍ୟ ସହାୟତା ମିଳିବାର ଅଛି । ବିଦ୍ୟାଳୟଗୁଡିକରେ ଶହ ଶହ କୋଟି କୋଟି ଟଙ୍କାରେ ତିଆରି ହେବାକୁ ଥିବା ଆଧୁନିକ ସୁବିଧା ପାଠପଢାକୁ ଆହୁରି ସହଜ ଏବଂ ସୁଲଭ କରିବ । ବିଶେଷକରି ବିଦ୍ୟାଳୟଗୁଡିକୁ ଯେଉଁଭଳି ଭାବରେ ଅଟଳ ଟିଙ୍କରିଙ୍ଗ ଲ୍ୟାବ, ଆଇସିଟି ଲ୍ୟାବ୍ ଏବଂ ଭୋକେସନାଲ ଲ୍ୟାବ ସହ ସଜ୍ଜିତ କରାଯାଉଛି ତାହା ନବସୃଜନ, ଷ୍ଟାର୍ଟ ଅପ୍ ଏବଂ ୟୁନିକର୍ଣ୍ଣ ଯୁକ୍ତ ଆତ୍ମନିର୍ଭର ଭାରତ ପାଇଁ ତ୍ରିପୁରାର ଯୁବକମାନଙ୍କୁ ପ୍ରସ୍ତୁତ କରିବ ।

ବନ୍ଧୁଗଣ,

କରୋନାର ଏହି କଠିନ କାଳଖଣ୍ଡରେ ମଧ୍ୟ ଆମର ଯୁବକମାନଙ୍କର ପାଠପଢାରେ କ୍ଷତି ନ ହେଉ, ଏଥିପାଇଁ ଅନେକ ପ୍ରୟାସ କରାଯାଇଛି । ଗତକାଲିଠାରୁ ସମଗ୍ର ଦେଶରେ ୧୫ରୁ ୧୮ ବର୍ଷ ଆୟୁ ବର୍ଗର କିଶୋର ମାନଙ୍କ ମାଗଣା ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ବିଦ୍ୟାର୍ଥୀମାନେ ନିଶ୍ଚିନ୍ତ ହୋଇ ନିଜର ପାଠ ପଢି ପାରନ୍ତୁ ବିନା କୌଣସି ଚିନ୍ତାରେ ନିଜର ପରୀକ୍ଷାଗୁଡିକୁ ଦେଇପାରନ୍ତୁ, ଏହା ଖୁବ ଆବଶ୍ୟକ । ତ୍ରିପୁରାରେ ଟିକାକରଣ ଅଭିଯାନ ଦୃତ ଗତିରେ ଚାଲୁ ରହିଛି । ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୬୫ ପ୍ରତିଶତରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କରାଯାଇ ସାରିଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ୧୫ରୁ ୧୮ ବର୍ଷର କିଶୋରମାନଙ୍କର ସମ୍ପୁର୍ଣ୍ଣ ଟିକାକରଣ ଲକ୍ଷ୍ୟ ମଧ୍ୟ ତ୍ରିପୁରା ଦୃତ ଗତିରେ ହାସଲ କରିବ ।

ବନ୍ଧୁଗଣ,

ଆଜି ଡବଲ ଇଞ୍ଜିନର ସରକାର, ଗାଁ ହେଉ, ସହର ହେଉ, ସମ୍ପୁର୍ଣ୍ଣ ଏବଂ ସ୍ଥାୟୀ ବିକାଶ ପାଇଁ ପ୍ରୟାସ କରୁଛି । କୃଷି ଠାରୁ ନେଇ ବନଜାତ ସାମଗ୍ରୀ ପର୍ଯ୍ୟନ୍ତ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ନେଇ ସମସ୍ତ କ୍ଷେତ୍ରରେ ଯେଉଁଭଳି କାର୍ଯ୍ୟ ଚାଲିଛି, ତାହା ମଧ୍ୟ ଆମର ଏହି ସରକାରଙ୍କ ପ୍ରତିଶୃତିବଦ୍ଧତାର ପ୍ରମାଣ ଅଟେ । ଛୋଟ କୃଷକ ହୁଅନ୍ତୁ, ମହିଳାମାନେ ହୁଅନ୍ତୁ ଅଥବା ପୁଣି ବନଜାତ ସାମଗ୍ରୀ ଉପରେ ନିର୍ଭରଶୀଳ ଆମର ଆଦିବାସୀ ସାଥୀ, ଆଜି ଏମାନଙ୍କୁ ସଙ୍ଗଠିତ କରି ଏକ ବିଶାଳ ଶକ୍ତି ସୃଷ୍ଟି କରାଯାଉଛି । ଆଜି ଯଦି ତ୍ରିପୁରା ପ୍ରଥମ ଥର ଗଜା ବାଉଁଶ କୁକିଜ ଭଳି ପ୍ୟାକେଜ ହୋଇଥିବା ଉତ୍ପାଦର ଶୁଭାରମ୍ଭ କରୁଛି ତ ଏହା ପଛରେ ତ୍ରିପୁରାର ଆମର ମାଆ ଭଉଣୀମାନଙ୍କର ବହୁତ ବଡ ଭୂମିକା ରହିଛି । ଦେଶକୁ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବିକଳ୍ପ ଦେବାରେ ମଧ୍ୟ ତ୍ରିପୁରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ । ଏଠାରେ ପ୍ରସ୍ତୁତ ବାଉଁଶର ଝାଡୁ, ବାଉଁଶର ବୋତଲ, ଏଭଳି ଉତ୍ପାଦ ପାଇଁ ଦେଶରେ ଏବ ବୃହତ ବଜାର ସୃଷ୍ଟି ହେଉଛି । ଏହାଦ୍ୱାରା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ ନିର୍ମାଣ ସହ ଜଡିତ ହଜାର ହଜାର ସାଥୀଙ୍କୁ ରୋଜଗାର, ସ୍ୱରୋଜଗାର ମିଳୁଛି । ବାଉଁଶ ସହ ଜଡିତ ଆଇନ୍‌ରେ ପରିବର୍ତନର ବହୁତ ବଡ ଲାଭ ତ୍ରିପୁରାକୁ ମିଳିଛି ।

ବନ୍ଧୁଗଣ,

ଏଠି ତ୍ରିପୁରାରେ ଜୈବିକ କୃଷିକୁ ନେଇ ମଧ୍ୟ ଖୁବ ଭଲ କାମ କରାଯାଉଛି । ସପୁରୀ ହେଉ. ବାସୁମତୀ ଚାଉଳ ହେଉ, ଅଦା ହେଉ, ହଳଦୀ ହେଉ, ଲଙ୍କା ହେଉ, ଏଥିସହ ଜଡିତ କୃଷକମାନଙ୍କ ପାଇଁ ଦେଶ ଏବଂ ବିଶ୍ୱରେ ଆଜି ଖୁବ ବଡ ବଜାର ସୃଷ୍ଟି ହୋଇସାରିଛି । ତ୍ରିପୁରାର ଛୋଟ ଛୋଟ କୃଷକମାନଙ୍କ ଏହି ଉତ୍ପାଦ ଆଜି କୃଷକ, କିଷାନ ରେଲ ମାଧ୍ୟମରେ ଅଗରତାଲାରୁ ଦିଲ୍ଲୀ ସମେତ ଦେଶର ଅନ୍ୟ କେତେକ ସହରକୁ କମ ଭଡାରେ, କମ୍ ସମୟରେ ପହଂଚାଇପାରୁଛି । ମହାରାଜା ବୀର ବିକ୍ରମ ବିମାନ ବନ୍ଦରରେ ଯେଉଁ ବଡ କାର୍ଗୋ କେନ୍ଦ୍ର ତିଆରି ହେଉଛି, ଏହାଦ୍ୱାରା ଏଠାକାର ଜୈବିକ କୃଷି ଉତ୍ପାଦ ବିଦେଶୀ ବଜାର ପର୍ଯ୍ୟନ୍ତ ସହଜରେ ପହଂଚିବାକୁ ଯାଉଛି ।

ବନ୍ଧୁଗଣ,

ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ରହିବା ପାଇଁ ତ୍ରିପୁରାର ଯେଉଁ ଅଭ୍ୟାସ ଆରମ୍ଭ ହେବାରେ ଲାଗିଛି, ସେହି ଅଭ୍ୟାସକୁ ଆମକୁ ଜାରି ରଖିବାକୁ ହେବ । ଦେଶର ସାଧାରଣ ଲୋକ, ଦେଶର ଦୂର ଦୂରାନ୍ତ କୋଣ ଅନୁକୋଣରେ ରହୁଥିବା ବ୍ୟକ୍ତି, ଦେଶର ଆର୍ଥିକ ବିକାଶରେ ଅଂଶୀଦାର ହେଉ, ସଶକ୍ତ ହେଉ, ସବଳ ହେଉ, ଏହା ଆମର ସଙ୍କଳ୍ପ ଅଟେ । ଏହିସବୁ ସଙ୍କଳ୍ପରୁ ପ୍ରେରଣା ନେଇ ଆମେ ଆହୁରି ଦୁଇଗୁଣା ବିଶ୍ୱାସର ସହିତ କାମରେ ଲାଗି ପଡିବୁ । ଆପଣମାନଙ୍କ ଭଲ ପାଇବା, ଆପଣମାନଙ୍କ ସ୍ନେହ, ଆପଣମାନଙ୍କ ବିଶ୍ୱାସ, ଏହା ଆମ ପାଇଁ ବହୁତ ବଡ ପୁଞ୍ଜି ଅଟେ । ଏବଂ ମୁଁ ଆଜି ବିମାନ ବନ୍ଦରକୁ ଆସିବା ବେଳେ ଦେଖୁଥିଲି, ରାସ୍ତା ଉପରେ ସମସ୍ତେ ହାତ ହଲାଇ ଡାକୁଥିଲେ । ଆପଣଙ୍କର ଏହି ସ୍ନେହ, ମୁଁ ଆପଣଙ୍କୁ ଡବଲ ଇଞ୍ଜିନର ଶକ୍ତି ହିସାବରେ ଏହି ଭଲପାଇବାକୁ ଦୁଇଗୁଣା ବିକାଶ କରି ଫେରାଇବି ଏବଂ ମୋର ବିଶ୍ୱାସ ଯେ, ଯେତେ ଭଲପାଇବା ଓ ସ୍ନେହ ତ୍ରିପୁରାର ଲୋକମାନେ ମତେ ଦେଇଛନ୍ତି , ତାହା ଆଗକୁ ମଧ୍ୟ ଜାରି ରହିବ । ଆପଣମାନଙ୍କୁ ପୁଣି ଆଉ ଥରେ ଏହିସବୁ ବିକାଶ ଯୋଜନା ପାଇଁ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମା’ ତ୍ରିପୁରା ସୁନ୍ଦରୀଙ୍କ ନିକଟରେ, ଆପଣଙ୍କର ପରିବାରର ସମୃଦ୍ଧି, ଏବଂ ରାଜ୍ୟର ସର୍ବୋତମ ବିକାଶର କାମନା କରୁଛି । ସମସ୍ତଙ୍କୁ ଧନ୍ୟବାଦ...... ଜାଁତୋନୋ ହମ୍ବାଇ । ଭାରତ ମାତା କି ଜୟ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"