India is now ready for business. In the last four years, we have jumped 65 places of global ranking of ease of doing business: PM Modi
The implementation of GST and other measures of simplification of taxes have reduced transaction costs and made processes efficient: PM
At 7.3%, the average GDP growth over the entire term of our Government, has been the highest for any Indian Government since 1991: PM Modi

ବିଭିନ୍ନ ଦେଶର ମାନନୀୟ ମନ୍ତ୍ରୀଗଣ ଏବଂ ମହାନୁଭବ, ଅଂଶଗ୍ରହଣକାରୀ ଦେଶଗୁଡ଼ିକର ପ୍ରତିନିଧିଗଣ, କର୍ପୋରେଟ ବ୍ୟକ୍ତିତ୍ୱ, ଆମନ୍ତ୍ରିତ ବ୍ୟକ୍ତିବିଶେଷ, ଅଂଶଗ୍ରହଣକାରୀ, ମଂଚ ଉପରେ ଉପସ୍ଥିତ ମାନ୍ୟଗଣ ବ୍ୟକ୍ତିବିଶେଷ, ଯୁବ ମିତ୍ର, ଭାଏ ଓ ଭଉଣୀମାନେ!

ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ନବମ ସଂସ୍କରଣରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ ।

ଯେପରି ଆପଣମାନେ ଦେଖପାରୁଥିବେ, ଏହା ଏବେ ପ୍ରକୃତ ଅର୍ଥରେ ଏକ ବୈଶ୍ୱିକ ଆୟୋଜନରେ ପରିଣତ ହୋଇଛି । ଏହା ଏପରି ଏକ ଆୟୋଜନ, ଯେଉଁଥିରେ ସମସ୍ତଙ୍କ ପାଇଁ ଉପଯୁକ୍ତ ସ୍ଥାନ ରହିଛି । ଏଥିରେ ବରିଷ୍ଠ ରାଜନେତାମାନଙ୍କର ଗରିମାମୟ ଉପସ୍ଥିତି ଅଛି । ଆହୁରି ଏଥିସହିତ ଯୁବ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପ୍ସର ଜୀବନ ଶକ୍ତି ରହିଛି ।

"ଭାଏବ୍ରାଣ୍ଟ ଗୁଜରାଟ' ଆମ ଉଦ୍ୟୋଗଗୁଡ଼ିକର ବିଶ୍ୱାସରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । ଏହା କ୍ଷମତା ନିର୍ମାଣ ସହିତ ସରକାରୀ ଏଜେନ୍ସି ଦ୍ୱାରା ସର୍ବୋତମ ବୈଶ୍ୱିକ ପଦ୍ଧତି ଏବଂ ପ୍ରଚଳନକୁ ଆପଣାଇବାରେ ମଧ୍ୟ ଯଥେଷ୍ଟ ଯୋଗଦାନ ଦେଇଛି ।

ମୁଁ ଆପଣମାନଙ୍କ ସମସ୍ତଙ୍କ ପାଇଁ ଉପଯୋଗୀ, ସାର୍ଥକ ଏବଂ ସୁଖଦ ଶିଖର ସମ୍ମିଳନୀର କାମନା କରୁଛି । ଗୁଜରାଟରେ ଏହା ହେଉଛି ଗୁଡ଼ି ଉତ୍ସବ ବା ଉତ୍ତରାୟଣର ଋତୁ । ଏହି ଶିଖର ସମ୍ମିଳନୀର ବ୍ୟବସ୍ଥା କାର୍ଯ୍ୟକ୍ରମ ମଧ୍ୟରେ ମୁଁ ଏହା ଆଶା କରୁଛି ଯେ ଆପଣମାନେ ଉତ୍ସବ ଏବଂ ରାଜ୍ୟର ବିଭିନ୍ନ ସ୍ଥଳର ଆନନ୍ଦ ନେବା ପାଇଁ କିଛି ସମୟ ବାହାର କରିପାରିବେ । ମୁଁ ବିଶେଷ କରି ଭାଏବ୍ରାଣ୍ଟ ଗୁଜରାଟର ଏହି ସଂସ୍କରଣର 15ଟି ଅଂଶଗ୍ରହଣକାରୀ ଦେଶକୁ ସ୍ୱାଗତ ଏବଂ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ମୁଁ 11 ଅଂଶୀଦାର ସଂଗଠନ ସହିତ ସେ ସମସ୍ତ ଦେଶ, ସଂଗଠନ ଏବଂ ସଂସ୍ଥାନଗୁଡ଼ିକୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯେଉଁମାନେ ଏହି ଫୋରମରେ ନିଜ ନିଜ ସେମିନାରର ଆୟୋଜନ କରୁଛନ୍ତି । ଏହା ମଧ୍ୟ ଅତ୍ୟନ୍ତ ସନ୍ତୋଷର କଥା ଯେ ଆଠଟି ଭାରତୀୟ ରାଜ୍ୟ ନିଜ ମାଟିରେ ଉପଲବ୍ଧ ନିବେଶ ସୁଯୋଗ ଉପରେ ଆଲୋକପାତ କରିବା ପାଇଁ ଏହି ମଂଚର ଉପଯୋଗ କରିବା ଲାଗି ଆଗେଇ ଆସିଛନ୍ତି ।

ମୁଁ ଏହା ଆଶା କରୁଛି ଯେ ଆପଣମାନେ "ଗ୍ଲୋବାଲ ଟ୍ରେଡ ଶୋ' ପରିଦର୍ଶନ କରିବା ଲାଗି କିଛି ସମୟ ବାହାର କରିପାରିବେ, ଯାହା ଆୟୋଜନ ଅତ୍ୟନ୍ତ ବଡ଼ ଆକାରରେ ହେବାକୁ ଯାଉଛି ଏବଂ ଯେଉଁଥିରେ ଭିନ୍ନ ଭିନ୍ନ ବିଶ୍ୱସନୀୟ ଉତ୍ପାଦ, ପ୍ରକ୍ରିୟା ଏବଂ ପ୍ରଯୁକ୍ତିକୁ ପ୍ରଦର୍ଶନ କରାଯାଉଛି । ପ୍ରକୃତରେ, ଗୁଜରାଟ ସେହି ସର୍ବୋତମ ବ୍ୟବସାୟିକ ଭାବନା ଏବଂ ପରିବେଶର ପ୍ରତିନିଧିତ୍ୱ କରୁଛି, ଯାହା ଭାରତରେ ରହିଛି । ଏହି ଆୟୋଜନ ଦ୍ୱାରା ଗୁଜରାଟକୁ ଗତ ଅନେକ ଦଶନ୍ଧିଠାରୁ ମିଳିଥିବା ଅଭିବୃଦ୍ଧି ଆହୁରି ଅଧିକ ବଢ଼ାଇ ଦେଇଛି । ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ 8ଟି ସଫଳ ସଂସ୍କରଣର ବ୍ୟାପକ ପରିବର୍ତ୍ତନବିଶିଷ୍ଟ ଯାତ୍ରାକୁ ପୂରଣ କରିଛି ।

ବିଭିନ୍ନ ବିଷୟ ଉପରେ ଅନେକ ସମ୍ମିଳନୀ ଏବଂ ସେମିନାର ଆୟୋଜନ କରାଯାଇଛି । ଏହି ପ୍ରସଙ୍ଗ ଭାରତୀୟ ସମାଜ ଏବଂ ଅର୍ଥବ୍ୟବସ୍ଥା ସହିତ ସମଗ୍ର ବିଶ୍ୱ ସମୁଦାୟ ପାଇଁ ଯଥେଷ୍ଟ ଅର୍ଥ ରଖୁଛି । ଉଦାହରଣ ସ୍ୱରୂପ, ମୁଁ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଆଫ୍ରିକା ଦିବସ ଏବଂ 20 ଜାନୁଆରୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚାମ୍ବରଗୁଡ଼ିକର ବିଶ୍ୱ ସମ୍ମିଳନୀର ଉଲ୍ଲେଖ କରିବାକୁ ଚାହୁଁଛି ।

ବନ୍ଧୁଗଣ,

ଆଜି ଏଠାରେ ଉପସ୍ଥିତ ଲୋକମାନେ ବାସ୍ତବରେ ଗରିମାମୟ ଉପସ୍ଥିତିର ପ୍ରତୀକ ଅଟନ୍ତି । ଆମେ ଅନେକ ରାଷ୍ଟ୍ରମୁଖ୍ୟ ଏବଂ ଅନେକ ଅନ୍ୟ ପ୍ରତିଷ୍ଠିତ ପ୍ରତିନିଧିମାନଙ୍କ ଉପସ୍ଥିତି କାରଣରୁ ସମ୍ମାନିତ ଅନୁଭବ କରୁଛୁ । ଏଥିରୁ ଏହା ଜଣାପଡ଼ୁଛି ଯେ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ସହଯୋଗ ଏବେ କେବଳ ଜାତୀୟ ରାଜଧାନୀ ନିକଟରେ ସୀମିତ ନାହିଁ, ବରଂ ଏହା ସମ୍ପ୍ରସାରିତ ହୋଇ ଆମ ରାଜ୍ୟଗୁଡ଼ିକର ରାଜଧାନୀ ପର୍ଯ୍ୟନ୍ତ ପହଁଚିପାରିଛି ।

ଅଧିକାଂଶ ଉଦୀୟମାନ ଅର୍ଥବ୍ୟବସ୍ଥା ଭଳି ଭାରତରେ ଆମ ଆହ୍ୱାନ ଉଭୟ ଆନୁଭୂମିକ ଏବଂ ଭୂଲମ୍ବ ଭାବେ ବୃଦ୍ଧି ପାଇବ ।

ଆନୁଭୂମିକ ଦୃଷ୍ଟିରୁ ଆମକୁ ବିକାଶର ଲାଭ ସେହି କ୍ଷେତ୍ର ଏବଂ ସମୁଦାୟ ପର୍ଯ୍ୟନ୍ତ ପହଁଚାଇବାକୁ ଅଛି, ଯେଉଁମାନେ ଏହି ବ୍ୟାପାରରେ ପଛୁଆ ରହିଯାଇଛନ୍ତି ।

ଭୂଲମ୍ବ ଭାବେ ଆମକୁ ଲୋକମାନଙ୍କ ଜୀବନ ସ୍ତର, ସେବାର ଗୁଣବତା ଏବଂ ମୌଳିକ ଭିତ୍ତିଭୂମି ସୁବିଧାର ଗୁଣବତା ଦୃଷ୍ଟିରୁ ଲୋକମାନଙ୍କ ବୃଦ୍ଧି ପାଉଥିବା ଆଶାକୁ ପୂରଣ କରିବାର ଅଛି । ଆମେ ଏଥିପ୍ରତି ସମ୍ପୂର୍ଣ୍ଣ ଭାବେ ଅବଗତ ଯେ ଭାରତରେ ଆମର ଉପଲବ୍ଧୀ ଜନସଂଖ୍ୟାର କ୍ଷୁଦ୍ର ଅଂଶବିଶେଷକୁ ସିଧାସଳଖ ଭାବେ ପ୍ରଭାବିତ କରିବ ।

ବନ୍ଧୁଗଣ,

ଏପରି ଲୋକ ଯେଉଁମାନେ ଭାରତକୁ ନିୟମିତ ଆସୁଛନ୍ତି, ସେମାନଙ୍କୁ ଏଠାରେ ହେଉଥିବା ପରିବର୍ତ୍ତନ ଧାରାର ଅନୁଭବ ନିଶ୍ଚିତ ଭାବେ ହେଉଥିବ । ଏହି ପରିବର୍ତ୍ତନ ଦିଗ ଏବଂ ଗତି ଉଭୟ ଦୃଷ୍ଟିରୁ ହୋଇଛି । ଗତ ଚାରି ବର୍ଷରେ ଆମ ସରକାରଙ୍କ ଲକ୍ଷ୍ୟ ସରକାରଙ୍କ ଆକାର କମାଇବା ଏବଂ ପ୍ରଶାସନର ଆକାର ବଢ଼ାଇବା ଉପରେ ରହିଛି । ମୋ ସରକାରଙ୍କ ମନ୍ତ୍ର ହେଉଛି- ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ ଏବଂ ଆହୁରି ମଧ୍ୟ ନିରନ୍ତର ପରଫର୍ମ ।

ଆମେ ଅନେକ ଦୃଢ଼ ପଦକ୍ଷେପ ନେଇଛୁ । ଆମେ ଏପରି ବ୍ୟାପକ ଢାଂଚାଗତ ସୁଧାର ମଧ୍ୟ ଲାଗୁ କରିଛୁ, ଯେଉଁଥିରେ ଆମ ଅର୍ଥବ୍ୟବସ୍ଥା ଏବଂ ରାଷ୍ଟ୍ରକୁ ନୂତତ ଦୃଢ଼ତା ପ୍ରାପ୍ତ ହୋଇଛି ।

ଯାହା ଆମେ କରି ଦେଖାଇଛୁ, ଆମର ଗଣତି ଏବେ ମଧ୍ୟ ବିଶ୍ୱର ସବୁଠୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ହେଉଛି । ପ୍ରମୁଖ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାନ ଯଥା ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ମୁଡିଜ ଭଳି ଅନେକ ଜଣାଶୁଣା ଏଜେନ୍ସି ମଧ୍ୟ ଭାରତର ଆର୍ଥିକ ଯାତ୍ରାରେ ନିଜର ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଆମେ ସେହି ବାଧାଗୁଡ଼ିକୁ ଦୂର କରିବା ଉପରେ ଫୋକସ କରିଛୁ ଯାହା ଆମକୁ ନିଜର ସମ୍ପୂର୍ଣ୍ଣ କ୍ଷମତାକୁ ହାସଲ କରିବାରୁ ଅଟକାଉଥିଲା ।

ବନ୍ଧୁଗଣ,

ଭାରତରେ କାରବାରର ପରିବେଶ ଏବେ ଯେପରି ହୋଇଛି, ସେପରି ପୂର୍ବରୁ କେବେହେଲେ ନଥିଲା । ଆମେ ବ୍ୟବସାୟ କରିବାକୁ ସହଜ କରି ଦେଇଛୁ ।

ଗତ ଚାରି ବର୍ଷରେ ଆମେ ବିଶ୍ୱ ବ୍ୟାଙ୍କର "ବ୍ୟବସାୟିକ ସୁଗମତା ମାନ୍ୟତାରେ 65ଟି ସ୍ଥାନର ଉଚ୍ଚ ଡିଆଁ ମାରିପାରିଛୁ ।

ଏହି ମାନ୍ୟତାରେ 2014ରେ ଭାରତ 142ତମ ସ୍ଥାନରେ ଥିଲା, ଏବେ ଯଥେଷ୍ଟ ଉପରକୁ ଉଠି 77ତମ ସ୍ଥାନରେ ପହଁଚିଯାଇଛି, କିନ୍ତୁ ଆମେ ଏବେ ମଧ୍ୟ ସନ୍ତୁଷ୍ଟ ନାହୁଁ । ମୁଁ ନିଜ ଦଳକୁ ଆହୁରି ମଧ୍ୟ ଅଧିକ କଠିନ ପରିଶ୍ରମ କରିବା ଲାଗି କହିଛି, ଯାହାଦ୍ୱାରା ଭାରତ ଆଗାମୀ ବର୍ଷ ଏହି ଦୃଷ୍ଟିରୁ ଶୀର୍ଷ 50ଟି ଦେଶରେ ସାମିଲ ହୋଇପାରିବ । ମୁଁ ଚାହୁଁଛି ଯେ ଆମର ନିୟମ ଏବଂ ପଦ୍ଧତିର ତୁଳନା ବିଶ୍ୱରେ ସର୍ବୋତମ ଭାବେ ବିବେଚନା କରାଯାଉଥିବା ନିୟମ ଏବଂ ପଦ୍ଧତିରେ ସାମିଲ ହେଉ । ଆମେ ବ୍ୟବସାୟ କରିବା ଶସ୍ତା କରି ଦେଇଛୁ ।

ଐତିହାସିକ ବସ୍ତୁ ଏବଂ ସେବା କର (ଜିଏସଟି)କୁ ଲାଗୁ କରିବା ଏବଂ ସରଳୀକରଣର ଅନ୍ୟ ଉପାୟ ସହିତ ଟିକସର ଏକୀକରଣ ଦ୍ୱାରା କାରବାର ଖର୍ଚ୍ଚ ହ୍ରାସ ପାଇଛି ଏବଂ ପ୍ରକ୍ରିୟାଗୁଡ଼ିକ ପ୍ରଭାବଶାଳୀ ହୋଇପାରିଛି ।

ଆମେ ଡିଜିଟାଲ ପ୍ରକ୍ରିୟା, ଅନଲାଇନ କାରବାର ଏବଂ ଏକକ ବିନ୍ଦୁ ଉପରେ ପାରସ୍ପରିକ ଆଲୋଚନା ବ୍ୟବସାୟ କରିବାରେ ଯଥେଷ୍ଟ ଗତି ମଧ୍ୟ ଆଣିପାରିଛୁ ।

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ)ର ଦୃଷ୍ଟିରୁ ଆମର ଗଣତି ଏବେ ସର୍ବାଧିକ ମୁକ୍ତ ଦେଶ ମଧ୍ୟରେ ହେଉଛି । ଆମର ଅର୍ଥବ୍ୟବସ୍ଥାର ସର୍ବାଧିକ କ୍ଷେତ୍ର ଏବେ କେବଳ ଏଫଡିଆଇ ପାଇଁ ଖୋଲିଛି । 90 ପ୍ରତିଶତରୁ ଅଧିକ ମଞ୍ଜୁରି ସ୍ୱୟଂକ୍ରିୟା ବା ଅଟୋମେଟିକ ରୂପରେ ପ୍ରାପ୍ତ ହେଉଛି । ଏହି ଉପାୟ ଦ୍ୱାରା ଆମର ଅର୍ଥବ୍ୟବସ୍ଥା ଏବେ ବିକାଶର ଦ୍ରୁତ ଗତିରେ ଅଗ୍ରସର ହୋଇଛି । ଆମେ 263  ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ ହାସଲ କରିଛୁ । ଏହା ଗତ 18 ବର୍ଷରେ ହାସଲ କରାଯାଇଥିବା ଏଫଡିଆଇର 45 ପ୍ରତିଶତ ।

ବନ୍ଧୁଗଣ,

ଆମେ ଏଥିସହିତ ବ୍ୟବସାୟକ କରିବାକୁ ସ୍ମାର୍ଟ ମଧ୍ୟ କରିଦେଇଛୁ । ଆମେ ସରକାରଙ୍କ ସଂଗ୍ରହ ଏବଂ କ୍ରୟକୁ ଆଇଟି ଆଧାରିତ କାରବାର ଆଧାରରେ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରୁଛୁ । ସରକାରୀ ଲାଭର ସିଧାସଳଖ ସ୍ଥାନାନ୍ତର ସହିତ ଡିଜିଟାଲ ପରିଶୋଧକୁ ଏବେ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଉଛି । ଆମର ଗଣତି ଏବେ ଷ୍ଟାର୍ଟ ଅପ୍ସ ଲାଗି ବିଶ୍ୱର ସବୁଠୁ ବଡ଼ ଇକୋ ସିଷ୍ଟମ ମଧ୍ୟରେ ହେଉଛି ଏବଂ ଏଥିମଧ୍ୟରୁ ଅନେକ ପ୍ରଯୁକ୍ତି କ୍ଷେତ୍ରରେ ପାଦ ରଖିଛନ୍ତି । ସେଥିପାଇଁ ମୁଁ ଏକଥା ବିନା କୌଣସି ସଂକୋଚରେ କହିପାରିବି ଯେ ଆମ ସହିତ ବ୍ୟବସାୟ କରିବା ଏବେ ଏକ ବଡ଼ ସୁଯୋଗ ।

ଏହା ଏଥିପାଇଁ ମଧ୍ୟ ଯେ କାରଣ ଆମର ଗଣତି ଅଂକଟାଡ ଦ୍ୱାରା ତାଲିକାଭୂକ୍ତ ଶୀର୍ଷ 10ଟି ଏଫଡିଆଇ ଲକ୍ଷ୍ୟସ୍ଥଳୀରେ ହେଉଛି । ଆମ ଏଠି ବିଶ୍ୱସ୍ତରର ଶସ୍ତା ଉତ୍ପାଦନ ପରିବେଶ ରହିଛି । ଆମ ଏଠି ବ୍ୟାପକ ସଂଖ୍ୟାରେ ଚମତ୍କାର ଜ୍ଞାନ ଏବଂ ଶକ୍ତି ସମ୍ପନ୍ନ କୁଶଳୀ ପେସାଦାର ରହିଛନ୍ତି । ଆମର ଏଠି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଆଧାର ଏବଂ ଚମକ୍ରାର ଗବେଷଣା ଏବଂ ବିକାଶ ସୁବିଧା ରହିଛି । ବୃଦ୍ଧି ପାଉଥିବା ସକଳ ଘରୋଇ ଉତ୍ପାଦ (ଜିଡିପି), ବୃଦ୍ଧି ପାଉଥିବା ମଧ୍ୟମ ବର୍ଗ ଏବଂ ସେମାନଙ୍କର କ୍ରୟ କ୍ଷମତା ଦ୍ୱାରା ଆମର ବିଶାଳ ଘରୋଇ ବଜାରକୁ ଆହୁରି ଦ୍ରୁତ ଗତିରେ ସମ୍ପ୍ରସାରଣ ହେଉଛି । ଗତ ଦୁଇ ବର୍ଷରେ ଆମେ କର୍ପୋରେଟ ଦୃଷ୍ଟିରୁ କମ ଟିକସ ଦର ବିଶିଷ୍ଟ ଅର୍ଥବ୍ୟବସ୍ଥା ଦିଗରେ ଆହୁରି ଉନ୍ମୁଖ ହୋଇଛୁ । ଆମେ ନୂଆ ନିବେଶ ସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଲାଗି ଟିକସ ଦରକକୁ 30 ପ୍ରତିଶତରୁ ହ୍ରାସ କରି 25 ପ୍ରତିଶତ କରିଦେଇଛୁ । ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ସହ ଜଡ଼ିତ ପ୍ରସଙ୍ଗ ଲାଗି ଆମର ମାନ୍ୟତା (ବେଂଚମାର୍କିଂ) ନୀତି ବିକଶିତ କରିଛୁ । ଏବେ ଆମକୁ ମଧ୍ୟ ସବୁଠୁ ଦ୍ରୁତ ଟ୍ରେଡମାର୍କ ବ୍ୟବସ୍ଥାରେ ସାମିଲ କରାଯାଉଛି । ଦେବାଳିଆ ଏବଂ ଦେବାଳିଆପଣ ସଂହିତା କାରଣରୁ ବ୍ୟବସାୟୀଙ୍କୁ ଏବେ ଲମ୍ବା ଜଟିଳ ଏବଂ ଆର୍ଥିକ ସଂଘର୍ଷ ଲଢ଼ିବା ବିନା ହିଁ ନିଜ ବ୍ୟବସାୟରୁ ବାହାରକୁ ବାହାରିବାର ମାର୍ଗ ମିଳିଯାଇଛି ।

ତେଣୁ କାରବାର ଆରମ୍ଭ କରିବା ପରଠାରୁ ଏହାର ପରିଚାଳନା ଜାରି ରହିବା ଏବଂ ପୁଣି ବନ୍ଦ ହେବା ପର୍ଯ୍ୟନ୍ତ ନୂଆ ସଂସ୍ଥାନ ନୀତି ଏବଂ ପଦ୍ଧତିକୁ ପ୍ରସ୍ତୁତ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି । ଏସବୁ କେବଳ ବ୍ୟବସାୟ କରିବା ନୁହେଁ, ବରଂ ଆମ ଜନସାଧାରଣଙ୍କୁ ସହଜ ଜୀବନଯାପନ କରିବା ଲାଗି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଏହା ମଧ୍ୟ ଭଲ ଭାବେ ବୁଝିଛୁ ଯେ ଏକ ଯୁବ ରାଷ୍ଟ୍ର ହୋଇଥିବା ଦୃଷ୍ଟିରୁ ଆମକୁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଏବଂ ଉନ୍ନତ ମୌଳିକ ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ଏହି ଦୁଇଟି ନିବେଶ ସହ ଜଡ଼ିତ । ତେଣୁ ନିକଟବର୍ତ୍ତୀ ବର୍ଷଗୁଡ଼ିକରେ ଉତ୍ପାଦନ ଏବଂ ମୌଳିକ ଭିତ୍ତିଭୂମି ସୁବିଧା ଉପରେ ଅତ୍ୟନ୍ତ ଅଭୂତପୂର୍ବ ଢଙ୍ଗରେ ଆଲୋକପାତ କରାଯାଇଛି ।

ଆମେ ଆମ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଲାଗି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କଠିନ ପରିଶ୍ରମ କରିଛୁ । ଆମର "ମେକ ଇନ ଇଣ୍ଡିଆ ପଦକ୍ଷେପ ଜରିଆରେ ନିବେଶକୁ ଅନ୍ୟ କାର୍ଯ୍ୟକ୍ରମ ଯେପରିକି "ଡିଜିଟାଲ ଇଣ୍ଡିଆ ଏବଂ "ସ୍କିଲ ଇଣ୍ଡିଆ  ଠାରୁ ବ୍ୟାପକ ସହଯୋଗ ମିଳିଛି । ଆମର ଲକ୍ଷ୍ୟ ନି ଶିଳ୍ପ ଭିତ୍ତିଭୂମି, ନୀତି ଏବଂ ପଦ୍ଧତି ତଥା ପ୍ରଚଳନକୁ ସର୍ବୋତ୍ତମ ବିଶ୍ୱସ୍ତରୀୟ ମାନକ ଅନୁରୂପ କରିବା ଏବଂ ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ।

ସ୍ୱଚ୍ଛ ଶକ୍ତି ଏବଂ ସବୁଜ ବିକାଶ ଏବଂ ଜିରୋ ଡିଫେକ୍ଟ ଏବଂ ଜିରୋ ଇଫେକ୍ଟ ସମ୍ପନ୍ନ ଉତ୍ପାଦିତ ଉତ୍ପାଦ ପ୍ରସ୍ତୁତ କରିବା- ଏହା ମଧ୍ୟ ଆମର ପ୍ରତିବଦ୍ଧତା । ଆମେ ସରକାର ବିଶ୍ୱକୁ ଏହି ପ୍ରତିଶ୍ରୁତି ଦେଇଛୁ ଯେ ଆମେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ଦିଗରେ କାମ କରିବୁ । ଶକ୍ତି କ୍ଷେତ୍ରରେ ଆମେ ଏବେ ବିଶ୍ୱରେ ଅକ୍ଷୟ ଶକ୍ତିର ପଞ୍ଚମ ସବୁଠୁ ବଡ଼ ଉତ୍ପାଦକ । ଆମେ ବାୟୁ ଶକ୍ତିର ଚତୁର୍ଥ ସବୁଠୁ ବଡ଼ ଉତ୍ପାଦକ ଏବଂ ସୌର ଶକ୍ତିର ପଞ୍ଚମ ସବୁଠୁ ବଡ଼ ଉତ୍ପାଦକ ଅଟୁ ।

ଆମେ ସଡ଼କ, ବନ୍ଦର, ରେଳପଥ, ବିମାନ ବନ୍ଦର, ଦୂରସଂଚାର, ଡିଜିଟାଲ ନେଟୱାର୍କ ଏବଂ ଶକ୍ତି ସହିତ ପରବର୍ତ୍ତୀ ପିଢ଼ିର ମୌଳିକ ଭିତ୍ତିଭୂମି ସୁବିଧାରେ ନିବେଶକୁ ବଢ଼ାଇବା ଲାଗି ତତ୍ପର । ଆମେ ନିଜ ଦେଶର ଲୋକମାନଙ୍କ ଆୟ ବଢ଼ାଇବା ଏବଂ ଉନ୍ନତ ଜୀବନସ୍ତର ସୁନିଶ୍ଚିତ କରିବା ଲାଗି ଆମର ସାମାଜିକ, ଶିଳ୍ପ ଏବଂ କୃଷି ସହ ଜଡ଼ିତ ମୌଳିକ ଭିତ୍ତିଭୂମିରେ ବ୍ୟାପକ ନିବେଶ କରୁଛୁ । ଉଦାହରଣ ସ୍ୱରୂପ, ଗତ ଚାରି ବର୍ଷ କାଳରେ ବିଦ୍ୟୁତର ସର୍ବାଧିକ କ୍ଷମତା ବୃଦ୍ଧି ଏବଂ ଉତ୍ପାଦନ ହୋଇଛି । ପ୍ରଥମ ଥର ଭାରତ ବିଦ୍ୟୁତର ଶୁଦ୍ଧ ରପ୍ତାନୀକାରୀ  ହୋଇପାରିଛି । ଆମେ ବ୍ୟାପକ ପରିମାଣରେ ଏଲଇଡି ବଲ୍ବ ବିତରଣ କରିଛୁ । ଯାହାର ଫଳସ୍ୱରୂପ ଶକ୍ତିର ବ୍ୟାପକ ସଂଚୟ ହୋଇଛି । ଆମେ ଅଭୂତପୂର୍ବ ଗତିରେ ସଂଚାରଣ ଲାଇନ ବିଛାଇଛୁ । ସଡ଼କ ନିର୍ମାଣରେ ଆମର ଗତି ପାଖାପାଖି ଦୁଇଗୁଣା ହୋଇଯାଇଛି । ଆମେ ପ୍ରମୁଖ ବନ୍ଦରଗୁଡ଼ିକରେ ଅଭୂତପୂର୍ବ କ୍ଷମତା ବୃଦ୍ଧି କରିଛୁ । ଗ୍ରାମୀଣ କ୍ଷେତ୍ରରେ ସଡ଼କ ଯୋଗାଯୋଗ ଏବେ 90 ପ୍ରତିଶତ ହୋଇଯାଇଛି । ନୂଆ ରେଳ ଲାଇନ ବିଛାଇବା, ଗଜ ବଦଳାଇବା ଏବଂ ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତିକରଣ ଦ୍ୱିଗୁଣିତ ହୋଇଛି । ଆମେ ଅନଲାଇନ ପ୍ରକ୍ରିୟା ଜରିଆରେ ନିୟମିତ ଭାବେ ପ୍ରମୁଖ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ଅବରୋଧ ମୁକ୍ତ କରୁଛୁ । ମୌଳିକ ଢାଂଚାଗତ କ୍ଷେତ୍ର ସହ ଜଡ଼ିତ ଆମର ସରକାରୀ-ଘରୋଇ ଭାଗୀଦାରୀ ଏବେ ଆହୁରି ଅଧିକ ନିବେଶ ଅନୁକୂଳ ହୋଇଛି  । ଆମ ସରକାରର ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ଜିଡିପି ଅଭିବୃଦ୍ଧି ହାର ହାରାହାରୀ 7.3 ପ୍ରତିଶତ ଆକଳନ କରାଯାଇଛି, ଯାହା 191 ବର୍ଷ ପରେ ଯେକୌଣସି ଭାରତ ସରକାରଙ୍କ ସର୍ବାଧିକ ଆର୍ଥିକ ବିକାଶ ହାର ଅଟେ । ଏଥିସହିତ ମୁଦ୍ରାସ୍ଫିତି ହାର 4.6 ପ୍ରତିଶତ ଆକଳନ କରାଯାଇଛି ଯାହା ବର୍ଷ 1991ରେ ଭାରତର ଉଦାରୀକରଣ ପ୍ରକ୍ରିୟା ଆରମ୍ଭ କରିବା ପରେ କୌଣସି ଭାରତୀୟ ସରକାରଙ୍କ କାର୍ଯ୍ୟକାଳ ସମୟରେ ସର୍ବନିମ୍ନ ।

ଆମେ ଏହା ଭାବୁଛୁ ଯେ ବିକାଶର ଲାଭ ଲୋକମାନଙ୍କ ନିକଟରେ ନିକଟରେ ନିଶ୍ଚିତ ଭାବେ ଅତି ସହଜ ଏବଂ ଦକ୍ଷତା ସହିତ ପହଁଚିବା ଆବଶ୍ୟକ ।

ଏ ସମ୍ପର୍କରେ ମୁଁ କିଛି ଉଦାହରଣ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି । ଏବେ ଆମ ଦେଶରେ ପ୍ରତ୍ୟେକ ପରିବାର ଏକ ବ୍ୟାଙ୍କ ଏକାଉଂଟ ରହିଛି । ଆମେ କ୍ଷୁଦ୍ର ଉଦ୍ୟୋଗକୁ ବିନା କୌଣସି ଅମାନତ ଜମା କିମ୍ବା ଗ୍ୟାରେଂଟିରେ ଋଣ ଦେଉଛୁ । ଏବେ ଆମ ଦେଶର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଁଚିସାରିଛି । ଆମେ ବ୍ୟାପକ ପରିମାଣରେ ଏପରି ଲୋକମାନଙ୍କୁ ରୋଷେଇ ଗ୍ୟାସ ଉପଲବ୍ଧ କରାଇଛୁ, ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହାକୁ ବହନ କରିବାରେ ସକ୍ଷମ ନଥିଲେ । ଆମେ ସହରୀ ତଥା ଗ୍ରାମୀଣ ଅର୍ଥାତ ସମସ୍ତ କ୍ଷେତ୍ରରେ ସମୁଚିତ ସ୍ୱଚ୍ଛତା ସୁନିଶ୍ଚିତ କରିଛୁ । ଆମେ ଘରେ ଶୌଚାଳୟର ପୂର୍ଣ୍ଣ ପ୍ରସାର ଏବଂ ସେଗୁଡ଼ିକର ସମୁଚିତ ଉପଯୋଗ ଦିଗରେ କାମ କରୁଛୁ ।

ଭାଏ ଓ ଭଉଣୀମାନେ,

ଆମର ଗଣତି ମଧ୍ୟ 2017ରେ ବିଶ୍ୱର ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ହୋଇଥିଲା । 2016 ତୁଳନାରେ ଭାରତର ଅଭିବୃଦ୍ଧି ହାର 14 ପ୍ରତିଶତ ଥିଲା,ଯେତେବେଳେ କି ଏହି ବର୍ଷ ବିଶ୍ୱସ୍ତରର ବୃଦ୍ଧି ହାର ହାରାହାରୀ 7 ପ୍ରତିଶତ ଥିଲା । ଭାରତ ଗତ ଚାରି ବର୍ଷ କାଳରେ ଯାତ୍ରୀ ଟିକେଟରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଦୃଷ୍ଟିରୁ ବିଶ୍ୱର ସବୁଠୁ ବଡ଼ ବୃଦ୍ଧି ପାଉଥିବା ବିମାନ ବଜାର ହୋଇ ରହିଛି ।

ତେଣୁ, ଏକ "ନୂଆ ଭାରତ ଭାବେ ଉଭା ହେଉଛି, ଯାହା ଆଧୁନିକ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ଏବଂ ଏଥିସହିତ ଏହା ଲୋକମାନଙ୍କ ଚିନ୍ତା କରୁଥିବା ତଥା ସହାନୁଭୂତିଶୀଳ ମଧ୍ୟ ହେବ । ଏହି ସହାନୁଭୂତିଶୀଳ ଦୃଷ୍ଟିକୋଣର ଏକ ଅଭିନବ ଉଦାହରଣ "ଆୟୁଷ୍ମାନ ଭାରତ ନାମକ ଆମ ଚିକିତ୍ସା ବୀମା ଯୋଜନା ଅଟେ । ଏହାଦ୍ୱାରା ପାଖାପାଖି 50 କୋଟି ଲୋକ ଲାଭାନ୍ୱିତ ହେବେ ଯାହା ଆମେରିକା, କାନାଡା ଏବଂ ମେକ୍ସିକୋର ମିଳିତ ଜନସଂଖ୍ୟାରୁ ମଧ୍ୟ ଅଧିକ । ଆୟୁଷ୍ମାନ ଭାରତ ଯୋଜନା ସ୍ୱାସ୍ଥ୍ୟ ସହ ଜଡ଼ିତ ମୌଳିକ ଢାଂଚାଗତ ସୁବିଧା,ଚିକିତ୍ସା ଉପକରଣର ନିର୍ମାଣ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ନିବେଶ ସୁଯୋଗ ଉପଲବ୍ଧ କରାଇବ ।

ମୁଁ ଆଉ କିଛି ଉଦାହରଣ ଦେବାକୁ ଚାହୁଁଛି । ଭାରତରେ 50ଟି ସହର ମେଟ୍ରୋ ରେଳ ପ୍ରଣାଳୀର ନିର୍ମାଣ କରିବା ଲାଗି ପ୍ରସ୍ତୁତ । ଆମକୁ 50 ମିଲିୟନ ଆବାସ ନିର୍ମାଣ କରିବାକୁ ଅଛି । ସଡ଼କ, ରେଳ ଏବଂ ଜଳପଥ ସହ ଜଡ଼ିତ ଆବଶ୍ୟକତା ଅତ୍ୟନ୍ତ ବ୍ୟାପକ । ଆମେ ତ୍ୱରିତ ଏବଂ ସ୍ୱଚ୍ଛ ଢଂଗରେ ନିଜ ଲକ୍ଷ୍ୟ ହାସଲ ଦିଗରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଚାହୁଁଛୁ ।

ବନ୍ଧୁଗଣ,

ତେଣୁ ଭାରତ ଅସୀମା ସମ୍ଭାବନାର ଦେଶ । ଏହା ଏକମାତ୍ର ଏପରି ସ୍ଥାନ, ଯେଉଁଠି ଆପଣଙ୍କ ପାଇଁ ଗଣତନ୍ତ୍ର, ଯୁବ ଜନସଂଖ୍ୟା ଏବଂ ବ୍ୟାପକ ଚାହିଦା ତିନୋଟି ଉପଲବ୍ଧ । ଏପରି ନିବେଶକ ଯେଉଁମାନେ ଭାରତରେ ପୂର୍ବରୁ ନିବେଶ କରିସାରିଛନ୍ତି, ସେମାନଙ୍କୁ ମୁଁ ଏହି ଆଶ୍ୱାସନା ଦେବାକୁ ଚାହୁଁଛି ଆମର ଗଣତାନ୍ତ୍ରିତ ପଦ୍ଧତି, ମାନବୀୟ ମୂଲ୍ୟବୋଧ ଏବଂ ସୁଦୃଢ଼ ନ୍ୟାୟିକ ପ୍ରଣାଳୀ ଆପଣଙ୍କ ନିବେଶର ସୁରକ୍ଷା ଏବଂ ସଂରକ୍ଷଣ ସୁନିଶ୍ଚିତ କରିବ । ଆମେ ନିବେଶ ପରିବେଶକୁ ଆହୁରି ଉନ୍ନତ କରିବା ଏବଂ ନିଜକୁ ଅଧିକରୁ ଅଧିକ ପ୍ରତିଦ୍ୱନ୍ଦ୍ୱି କରିବା ଦିଗରେ ନିରନ୍ତ କାମ କରୁଛୁ ।

ଏପରି ନିବେଶକ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଭାରତରେ ନିଜ ଉପସ୍ଥିତି ଜାହିର କରିନାହାନ୍ତି, ସେମାନଙ୍କୁ ମୁଁ ଏଠାରେ ଉପଲବ୍ଧ ସୁଯୋଗର ସନ୍ଧାନ କରିବା ଲାଗି ଆମନ୍ତ୍ରିତ ଏବଂ ପ୍ରୋତ୍ସାହିତ କରୁଛି । ଏହା ଭାରତରେ ନିବେଶ କରିବାର ସବୁଠୁ ଭଲ ସମୟ । ଆମେ  ଜଣ ଜଣ କରି ସମସ୍ତ ନିବେଶକମାନଙ୍କ ସହାୟତା ଲାଗି ସମର୍ପିତ ଉପାୟ କରିଛୁ । ସବୁଠୁ ବଡ଼  କଥା ହେଉଛି ଯେ ମୁଁ ଆପଣଙ୍କୁ ଏହି ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆପଣମାନଙ୍କ ଗସ୍ତରେ ଆପଣମାନଙ୍କ ସହିତ ରହିବା ଲାଗି ସବୁବେଳେ ଉପଲବ୍ଧ ରହିବି ।

ଧନ୍ୟବାଦ! ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଅନେକ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Year Ender 2025: Major Income Tax And GST Reforms Redefine India's Tax Landscape

Media Coverage

Year Ender 2025: Major Income Tax And GST Reforms Redefine India's Tax Landscape
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that nothing is impossible for entrepreneurs or hardworking people
December 29, 2025

The Prime Minister, Shri Narendra Modi, shared a Sanskrit Subhashitam emphasising that nothing is impossible for entrepreneurs or hardworking people, today -

“नात्युच्चशिखरो मेरुर्नातिनीचं रसातलम्।

व्यवसायद्वितीयानां नात्यपारो महोदधिः॥"

The Subhashitam conveys that no mountain is too high and no place is too deep to reach! Similarly, no ocean is too vast to cross! In fact, nothing is impossible for entrepreneurs or hardworking people.

The Prime Minister wrote on X;

“नात्युच्चशिखरो मेरुर्नातिनीचं रसातलम्।

व्यवसायद्वितीयानां नात्यपारो महोदधिः॥"