Manipur is rapidly moving ahead on the path of development on every scale: Prime Minister Modi
Whenever there is discussion about electrifying India’s villages, the name of Leisang village in Manipur will also come: PM Modi
North East, which Netaji described as the gateway of India's independence, is now being transformed as the gateway of New India's development story: Prime Minister

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଏହା ହେଉଛି ଏକ ବଡ଼ ସଂଯୋଗର ବିଷୟ କି ବିଗତ ବର୍ଷ ଜାନୁଆରୀ ମାସ ଆରମ୍ଭରେ, ମୁଁ ବିଜ୍ଞାନ କଂଗ୍ରେସ ପାଇଁ ଆପଣମାନଙ୍କ ଗହଣକୁ ଆସିଥିଲି ଆଉ କାଲି ମଧ୍ୟ ମୁଁ ପଞ୍ଜାବରେ ବିଜ୍ଞାନ କଂଗ୍ରେସର ଉଦଘାଟନ କରି ଆଜି ଏଠାକୁ ଆସିଛି ।  ଆପଣମାନଙ୍କ ଗହଣକୁ ଆସିବା ସର୍ବଦା ମୋ ପାଇଁ ଏକ ସୁଖଦ ଅନୁଭବ ହୋଇଥାଏ । ଏହା ହେଉଛି ଦେଶର ସେହି ଅଂଶ ଯେଉଁଠାରେ ବିବିଧତା ଏବଂ ଏକତା ପ୍ରତ୍ୟେକ କୋଣରେ, ପ୍ରତ୍ୟେକ କ୍ଷେତ୍ରରେ ଆପଣମାନେ ଅନୁଭବ କରି ପାରନ୍ତି । ଏଠାକାର ମହିଳାମାନେ ସ୍ୱାଧୀନତାର ଆନ୍ଦୋଳନକୁ ଶକ୍ତି ମଧ୍ୟ ପ୍ରଦାନ କରିଥିଲେ, ଦିଗ ମଧ୍ୟ ଦେଖାଇଥିଲେ । ମୁଁ ଆଜି ମଣିପୁରର ଭଉଣୀମାନଙ୍କୁ, ସ୍ୱାଧୀନତା ଆନ୍ଦୋଳନରେ ନିଜ ପ୍ରାଣକୁ ଉତ୍ସର୍ଗ କରିଥିବା ମଣିପୁରର ପ୍ରତ୍ୟେକ ସୈନିକଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଉଛି ।

ସାଥୀଗଣ, ଏଠାକାର ମୋରାଙ୍ଗରେ ଅବିଭକ୍ତ ଭାରତର ପ୍ରଥମ ମଧ୍ୟବର୍ତ୍ତୀ ସରକାର, ତାହାର ଗଠନ ହୋଇଥିଲା । ପୂର୍ବୋତ୍ତରର ଆମର ସାଥୀମାନେ ସେତେବେଳେ ଆଜାଦ ହିନ୍ଦ ଫୌଜକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସେହି ସମୟରେ ଗୋଟିଏ ଲୋକକଥା ବହୁତ ହିଁ ପ୍ରଚଳିତ ଥିଲା- ନୋନ ପୋକ ଥୋଙ୍ଗ ହଙ୍ଗାନୀ ଅର୍ଥାତ ସ୍ୱାଧୀନତାର ରାସ୍ତା ପୂର୍ବ ଦ୍ୱାରରୁ ହିଁ ଖୋଲିବ । ଆଜାଦ ହିନ୍ଦ ଫୌଜ ଗୋଟିଏ ଥର ଏହି ଦ୍ୱାରକୁ ଖୋଲିଦେଲେ ପୁଣି ଶତ୍ରୁ ଏହାକୁ କେବେହେଲେ ମଧ୍ୟ ବନ୍ଦ କରି ପାରିଲେ ନାହିଁ ।

ସାଥୀଗଣ, ଯେଉଁ ମଣିପୁରକୁ, ଯେଉଁ ଉତ୍ତର-ପୂର୍ବକୁ ନେତାଜୀ ସ୍ୱାଧୀନତାର ପ୍ରବେଶ ଦ୍ୱାର କରିଥିଲେ ତାହାକୁ ଏବେ ନିଉ ଇଣ୍ଡିଆର ବିକାଶଗାଥାର ଦ୍ୱାର କରିବାରେ ଆମେ ଲାଗିପଡ଼ିଛେ । ଯେଉଁଠାରୁ ଦେଶକୁ ସ୍ୱାଧୀନତାର ଝଲକ ଦେଖାଯାଉଥିଲା, ସେହିଠାରୁ ହିଁ ନୂତନ ଭାରତର ସଶକ୍ତ ଛବି ଆପଣମାନଙ୍କ ସମସ୍ତଙ୍କ ଆଖିରେ ସ୍ପଷ୍ଟଭାବେ ଦେଖାଯାଉଛି ।

ସାଥୀଗଣଏହି ଚିନ୍ତାଧାରା ମାଧ୍ୟମରେ ଏବେ କିଛି ସମୟ ପୂର୍ବରୁ ଏଠାରେ ପ୍ରାୟ 15 ଶହ କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରାୟ ବାରଟି ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି ଆଉ ଏଥିପାଇଁ ମୁଁ ମଣିପୁରର ପ୍ରତ୍ୟେକ ଭାଇ ଓ ଭଉଣୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏସବୁ ପ୍ରକଳ୍ପଗୁଡ଼ିକ ଆପଣମାନଙ୍କ ଜୀବନକୁ ସହଜ କରିବାକୁ ଯାଉଛି । ଏହାଦ୍ୱାରା ଆପଣମାନଙ୍କର ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କର ରୋଜଗାର, ବୟସ୍କମାନଙ୍କର ଔଷଧ ଏବଂ କୃଷକମାନଙ୍କର ଜଳସେଚନର ସୁବିଧାଗୁଡ଼ିକ ସୁଦୃଢ଼ ହେବ ।

ସାଥୀଗଣଆପଣମାନେ ସମସ୍ତେ ସାକ୍ଷୀ ରହିଛନ୍ତି କି ମଣିପୁର ଏବଂ ଉତ୍ତର-ପୂର୍ବ ସହିତ ବିଗତ ଦଶବର୍ଷ ମଧ୍ୟରେ ବିଗତ ସରକାରମାନେ କ’ଣ ସବୁ କରିଥିଲେ । ସେମାନଙ୍କର ବ୍ୟବହାର ଦିଲ୍ଲୀକୁ ଆପଣମାନଙ୍କଠାରୁ ଦୂର କରିଦେଇଥିଲା । ପ୍ରଥମ ଥର ପାଇଁ ଅଟଳ ଜୀଙ୍କ ସରକାର ସମୟରେ ଦେଶର ସେହି ପ୍ରମୁଖ ଅଂଚଳକୁ ବିକାଶର ରାସ୍ତାରେ ନେଇଯିବା ପାଇଁ ପ୍ରଚେଷ୍ଟା ହୋଇଥିଲା । ଆଜି ସେମାନଙ୍କର ସେହି ପ୍ରଚେଷ୍ଟାକୁ କେନ୍ଦ୍ର ସରକାର ଦୃଢ଼ତାର ସହିତ ଆଗକୁ ବଢ଼ାଉଛନ୍ତି । ଆମେ ଦିଲ୍ଲୀକୁ ଆପଣମାନଙ୍କର ଦ୍ୱାର ଦେଶ ପର୍ଯ୍ୟନ୍ତ ଆଣି ଆସିଛୁ । ଏବେ ଆଗ ପରି କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ଏବଂ ଅଫିସର କେବଳ ଫିତା କାଟି ସେହି ଦିନ ଦିଲ୍ଲୀକୁ ଫେରି ଯାଉନାହାଁନ୍ତି । ଏବେ ସେମାନେ ଏଠାକୁ ଆସି ରହୁଛନ୍ତି । ଆପଣମାନଙ୍କ ମଧ୍ୟରେ ରହି ଆପଣଙ୍କ କଥା ଶୁଣୁଛନ୍ତି, ଆପଣମାନଙ୍କର ପରାମର୍ଶ ଗ୍ରହଣ କରୁଛନ୍ତି, ଆପଣଙ୍କର କଷ୍ଟକୁ ବୁଝୁଛନ୍ତି ।

ମୁଁ ନିଜେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ପ୍ରାୟ 30 ଥର ଉତ୍ତର-ପୂର୍ବାଂଚଳକୁ ଆସି ସାରିଛି । ଆପଣଙ୍କ ସହିତ ମିଳାମିଶା କରୁଛି, କଥାବାର୍ତ୍ତା ହେଉଛି ତ, ଏକ ଭିନ୍ନ ପ୍ରକାରର ଆନନ୍ଦ ମିଳୁଛି । ମୋତେ ଅଫିସରଙ୍କୁ ରିପୋର୍ଟ ମାଗିବାକୁ ପଡ଼ୁ ନାହିଁ । ସିଧାସଳଖ ଆପଣମାନଙ୍କ ଠାରୁ ମିଳୁଛି । ଏହି ତଫାତ ରହିଛି ବିଗତ ସରକାର ଆଉ ଆଜି ଗଠିତ ହୋଇଥିବା ସରକାରଙ୍କଠାରେ । ଏଭଳି ନିରନ୍ତର ପ୍ରୟାସ କାରଣରୁ ଅମନଯୋଗକୁ ଆମେ ମନଯୋଗରେ ପରିବର୍ତ୍ତିତ କରିଦେଇଛୁ ।

ଆଜି ଏ ସମସ୍ତ ଚେଷ୍ଟାଗୁଡ଼ିକ କାରଣରୁ ସଂପୂର୍ଣ୍ଣ ଉତ୍ତର-ପୂର୍ବ ପରିବର୍ତ୍ତନର ଏକ ବଡ଼ ସମୟ ମଧ୍ୟ ଦେଇ ଗତି କରୁଛି । 30-30, 40-40 ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରାଯାଉଛି । ଆପଣଙ୍କ ଜୀବନକୁ ସହଜ କରିବାର ପ୍ରଚେଷ୍ଟା କରାଯାଉଛି । ଯଦି ମୁଁ ମଣିପୁରରୁ ହିଁ ଏକ ଉଦାହରଣ ଦେବି ତ ଏଠାକାର ଗାଁର ନାମ ଭାରତର ବିକାଶ ଯାତ୍ରାରେ ଏକ ପ୍ରମୁଖ ପେଣ୍ଠସ୍ଥଳ ହୋଇଛି ।  ତାକୁ ପ୍ରମୁଖ ପରିଚୟ ମିଳିଛି ।

ସାଥୀଗଣ, ଦେଶର ଯେଉଁ 18 ହଜାର ଗାଁକୁ ରେକର୍ଡ ସମୟରେ ଅନ୍ଧକାରରୁ ମୁକ୍ତି ମିଳିଲା,ସେଥିମଧ୍ୟରୁ ସବୁଠାରୁ ଶେଷ ଗାଁ କାଂଗପୋକପୀ ହେଉଛି ଏହି ଜିଲ୍ଲାର ଲାଇଶାଂଙ୍ଗ । ଯେତେବେଳେ ମଧ୍ୟ ଭାରତର ପ୍ରତ୍ୟେକ ଗାଁକୁ ବିଜୁଳି ପହଂଚାଇବାର ଅଭିଯାନ ସମ୍ପର୍କରେ କଥା ଆସିବ, ତ ଲାଇଶାଙ୍ଗ ଏବଂ ମଣିପୁରର ନାମ ମଧ୍ୟ ନିଶ୍ଚିତ ଭାବେ ନିଆଯିବ ।

ଭାଇ ଓ ଭଉଣୀମାନେ,

ଆଜି ମଣିପୁରରକୁ ଶହେ ପଚିଶ କୋଟି ଟଙ୍କାରୁ ମଧ୍ୟ ଅଧିକ ବ୍ୟୟରେ ନିର୍ମିତ ଏକ ସମନ୍ୱିତ ଚେକପୋଷ୍ଟ ମଧ୍ୟ ଉପହାର ମିଳିଛି । ଏହା କେବଳ ଏକ ଚେକପୋଷ୍ଟ ନୁହେଁ, ଏହା ହେଉଛି ଡଜନ-ଡଜନ ସୁବିଧାଗୁଡ଼ିକର ମଧ୍ୟ କେନ୍ଦ୍ର । ଭାରତ-ମିଆଁମାର ସୀମାରେ ଅବସ୍ଥିତ ଏହି ଚେକପୋଷ୍ଟ ଯାତ୍ରୀ ଏବଂ ବ୍ୟବସାୟକୁ ସୁବିଧା କରିବ । ଏହା ସହିତ ହିଁ କଷ୍ଟମ୍ସର କ୍ଲିୟରାନ୍ସ, ବିଦେଶୀ ମୁଦ୍ରା ବିନିମୟ,ଏମିଗ୍ରେସନ କ୍ଲିୟରାନ୍ସ, ଏଟିଏମ, ବିଶ୍ରାମଗୃହ ଭଳି ସେବାଗୁଡ଼ିକ ମଧ୍ୟ ଏଠାରେ ମିଳିବ । ଏଠାରେ ଦେଶର ସମ୍ମାନ ଏବଂ ପ୍ରଥମେ ସ୍ୱାଧୀନ ହୋଇଥିବା ଭୂଭାଗର ପ୍ରତୀକ ରୂପେ ରାଷ୍ଟ୍ରୀୟ ଧ୍ୱଜାକୁ ତାହାର ସ୍ମାରକ ମଧ୍ୟ କରାଯାଉଛି ।

ସାଥୀଗଣ, ଆଜି ଯେତେଗୁଡ଼ିଏ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରାଯାଇଛି, ତାହା ବିକାଶ ପ୍ରତି ଆମ ସରକାରଙ୍କର ରହିଥିବା ପ୍ରତିବଦ୍ଧତାକୁ ତ ଦର୍ଶାଇଥାଏ ହିଁ, ପୂର୍ବର ସରକାରଙ୍କର କାର୍ଯ୍ୟ କରିବାର କାର୍ଯ୍ୟଶୈଳୀକୁ ମଧ୍ୟ ଆପଣମାନଙ୍କ ସମ୍ମୁଖରେ ଜାଗ୍ରତ କରିଥାଏ ।

ଭାଇ ଓ ଭଉଣୀମାନେ,

ଦୋଲାଇଥାବି ବ୍ୟାରେଜର ଫାଇଲ 1987ରେ ଚାଲିଥିଲା । ଆପଣମାନେ ମନେ ରଖନ୍ତୁ ଏଗୁଡ଼ିକ ପାଇଁ 1987ରେ ଫାଇଲ ପ୍ରସ୍ତୁତ ହୁଏ, ନିର୍ମାଣ କାର୍ଯ୍ୟ 1992ରେ 19 କୋଟି ବ୍ୟୟରେ ଆରମ୍ଭ ହେଲା । ଏହାପରେ ମାମଲା ଅଟକିଗଲା । 2004ରେ ଏହାକୁ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜର ଅଂଶ କରାଗଲା କିନ୍ତୁ ପୁଣି ଦଶ ବର୍ଷ ପର୍ଯ୍ୟନ୍ତ ଅଟକି ରହିଲା ।

2014ରେ ଯେତେବେଳେ ଆମେ ଆସିଲୁ, ତ ସମଗ୍ର ଦେଶରେ ଏଭଳି ପ୍ରାୟ 100 ପ୍ରକଳ୍ପକୁ ସମୀକ୍ଷା କରାଗଲା । ତା’ପରେ ଯାଇ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରାଗଲା ଆଉ 19 କୋଟିର ଏହି ପ୍ରକଳ୍ପ 500 କୋଟି ଟଙ୍କା ବ୍ୟୟ କରିବା ପରେ ଏବେ ଯାଇ ପ୍ରସ୍ତୁତ ହୋଇଛି । ଯଦି ସେହି ସମୟରେ ହୋଇ ଥାଆନ୍ତା ତ 19-20 କୋଟି ଟଙ୍କାରେ ହୋଇ ଯାଇଥାଆନ୍ତା । କିନ୍ତୁ ସେମାନଙ୍କ ଅପରାଧୀକ ଅବହେଳାର ହେଉଛି କାରଣ କି 19-20 କୋଟି ଟଙ୍କାର ପ୍ରକଳ୍ପ 500 କୋଟିରେ ପହଂଚିଗଲା । ଏହି ଅର୍ଥ ହେଉଛି ହିନ୍ଦୁସ୍ଥାନର ନାଗରିକଙ୍କର, ଏହି ଅର୍ଥ ହେଉଛି ଆପଣମାନଙ୍କର । ସେମାନେ ତାକୁ ନଷ୍ଟ ହେବାକୁ ଦେଇଛନ୍ତି ।

ସାଥୀଗଣ, ଯଦି ଏହି ପ୍ରକଳ୍ପ ଆଗରୁ ସମ୍ପୂର୍ଣ୍ଣ ହୋଇ ଯାଇଥାଆନ୍ତା ଏଠାକାର ହଜାର ହଜାର କୃଷକମାନଙ୍କୁ ବୁନ୍ଦା-ବୁନ୍ଦା ପାଣି ପାଇଁ ବ୍ୟାକୁଳ ହେବାକୁ ପଡ଼ି ନଥାଆନ୍ତା । ଏହିଭଳି ଭାବେ ଏଠାକାର ଯୁବକମାନଙ୍କୁ ରୋଜଗାର ଦେବାଭଳି ବାଲା ଥଙ୍ଘଲ ସୁଡଙ୍ଗ ଇକୋ-ଟୁରିଜିମ କମ୍ପ୍ଲେକ୍ସ ମଧ୍ୟ ବର୍ଷ 2011ରେ ଆରମ୍ଭ ହୋଇଥିଲା । ତାଙ୍କର କାର୍ଯ୍ୟକୁ ଆମ ରାଜ୍ୟ ସରକାର ଗତି ଦେଲେ ଆଉ ଆଜି ଏହା ଆପଣମାନଙ୍କ ସେବା ପାଇଁ ପ୍ରସ୍ତୁତ । ତପୁଲର ସମନ୍ୱିତ ପର୍ଯ୍ୟଟନ ସ୍ଥଳ ପ୍ରକଳ୍ପର ସ୍ଥିତି ମଧ୍ୟ ଏଭଳି କୋମାରେ ଏହିପରି ହିଁ ଥିଲା । ବର୍ଷ 2009ରେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା,ଆମ ସରକାର ଏହାର କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ଆଉ ଆଜି ମଣିପୁରର ପର୍ଯ୍ୟଟନକୁ ନୂତନ ସଂପ୍ରସାରଣ ଦେବାଭଳି ଏହି ସୁବିଧା ଆପଣମାନଙ୍କ ପାଇଁ ସମର୍ପିତ ।

ସାଥୀଗଣ, କୃଷକ ହୁଅନ୍ତୁ କିମ୍ବା ଯୁବକ, ପ୍ରତ୍ୟେକ ଶ୍ରେଣୀକୁ ପୂର୍ବର ସରକାରଙ୍କୁ ଅଟକାଇବା,ଫଟକାଇବା, ଲଟକାଇବାର ସଂସ୍କାରକୁ ଖୁବ୍ କ୍ଷତି ହୋଇଛି । ଆମ ସରକାର ବ୍ୟବସ୍ଥାରେ ଶୁଣନ୍ତି ଏବଂ ଅବହେଳାର ପୁରୁଣା ଅଭ୍ୟାସକୁ ବଦଳାଇବା ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆପଣମାନେ ଚିନ୍ତା କରୁଥିବେ କି ମୋଦୀ ଏପରି କ’ଣ କରିଦେଲେ ଯେ ଏଠାରେ ଏସବୁ ଯୋଜନାଗୁଡ଼ିକରେ ଏତେ ଦ୍ରୁତ ଗତି ଆସିଯାଇଛି, ଆପଣମାନେ ନିଶ୍ଚିତ ଭାବେ ଚିନ୍ତା କରୁଥିବେ.. ଆପଣମାନେ ଦ୍ରୁତ ଗତିରେ ହେଉଥିବା କାମକୁ ଦେଖୁଛନ୍ତି । କିନ୍ତୁ ମୁଁ ଆଜି ଆପଣମାନଙ୍କୁ ମଧ୍ୟ ଆଉ ଦେଶବାସୀଙ୍କୁ ମଧ୍ୟ କହିବାକୁ ଚାହୁଁଛି କି ଶେଷରେ ଏହା ପଛରେ ରହିଥିବା ରହସ୍ୟ କ’ଣ ଅଛି? ଏହା କିପରି ହେଉଛି? ଆଗରୁ ହେଉ ନଥିଲା, ଏବେ କିପରି ହେଉଛି? ସେହି ଲୋକ, ସେହି ଅଫିସର, ସେହି ଅଫିସ, ସେହି ଫାଇଲ, ଲୋକମାନଙ୍କର ଆବଶ୍ୟକତା ମଧ୍ୟ ସେତିକି, ତା’ହେଲେ ହେଉ ନଥିଲା କାହିଁକି ଭାଇ? ଆମେ କେଉଁ ରାସ୍ତା ଖୋଜିଲୁ ।

ସାଥୀଗଣ2014ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋ ସମ୍ମୁଖରେ ବହୁତ ବଡ଼ ଆହ୍ୱାନ ଆସିଥିଲା । ଏହା ଦଶକ ଦଶକ ଧରି ଅଟକି ପଡ଼ିଥିବା, ଲଟକି ପଡ଼ି ରହିଥିବା, ଭ୍ରମିତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ପୂରଣ କରିବାର ଅଛି । ଗତ ସରକାରଙ୍କର ଯେଉଁ କାର୍ଯ୍ୟଶୈଳୀ ରହିଥିଲା, ସେହି କାରଣରୁ କେତେ ଧୀର ମନ୍ଥର ଗତିରେ କାର୍ଯ୍ୟ ହେଉଥିଲା । ସେମାନଙ୍କୁ ତ ଏହା ଲାଗୁଥିଲା କି କେଉଁଠି ପଥର ପୋତି ଦିଅ ନିର୍ମାଚନ ଜିତିଯାଅ.. କେଉଁଠି ଫିତା କାଟିଦିଅ ନିର୍ବାଚନ ଜିତିଯାଅ.. କେଉଁଠି ପ୍ରେସନୋଟ ଦେଇଦିଅ ନିର୍ବାଚନ ଜିତିଯାଅ.. ଏହି ଖେଳ ଚାଲୁ ରହିଥିଲା ।

ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ.. ହେଉଥିଲା କି ଶହେ କୋଟିର ପ୍ରକଳ୍ପ 200, 250 କୋଟି ଟଙ୍କା ଖର୍ଚ୍ଚ କରି ସଂପୂର୍ଣ୍ଣ ହେଉଥିଲା । ପଇସାକୁ ନଷ୍ଟ କରିବାର ଏହି ମନୋବୃତ୍ତି, ସଂସାଧନର ଏହି ନଷ୍ଟ, ତାକୁ ମୁଁ କିପରି ସହ୍ୟ କରି ପାରି ଥାଆନ୍ତି । ମୁଁ ଦେଖି ପାରୁ ନଥିଲି, ମୋତେ ବ୍ୟସ୍ତ ଲାଗୁଥିଲା,ଦେଶର ପ୍ରତିଟି ପଇସା ନଷ୍ଟ ହେଉଥିଲା । ଏହା ମୋତେ ବ୍ୟସ୍ତ ବିବ୍ରତ କରି ଦେଉଥିଲା । ମୁଁ ଏହା ମଧ୍ୟ ଦେଖୁଥିଲି କି ଯଦି ସେହି ପ୍ରକଳ୍ପ ସଠିକ ସମୟରେ ପୂରଣ ହୋଇଗଲା, ଯଦି ଏହି କାମ ହୋଇଥାଆନ୍ତା ତ ସେଠାକାର ଲୋକମାନଙ୍କୁ କେତେ ଲାଭ ହୋଇଥାଆନ୍ତା ଆଉ ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏକ ବ୍ୟବସ୍ଥା ରଖିଲି, ଏକ ସିଷ୍ଟମ ଡେଭଲପ କଲି, ସେଥିରେ ଟେକ୍ନୋଲଜିର ଭରପୂର ପ୍ରୟୋଗ କରାଗଲା ଆଉ ମୁଁ ତାହାର ନାମ ରଖିଲି ପ୍ରଗତି ।

ପ୍ରଗତିର ବୈଠକରେ ମୁଁ କେନ୍ଦ୍ର ସରକାରଙ୍କର ଅଧିକାରୀ, ରାଜ୍ୟ ସରକାରଙ୍କର ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସରେ ଯୋଡ଼ି ହେଉଛି । ଗୋଟିଏ ଗୋଟିଏ ଯୋଜନା ଉପରେ ନିଜେ ପ୍ରଶ୍ନ-ଉତ୍ତର କରୁଛି । କେଉଁଠି କ’ଣ ଅସୁବିଧା ରହିଛି, ଏହା ବୁଝିବାକୁ ଚେଷ୍ଟା କରୁଛି ପୁଣି ଆମେ ସମସ୍ତେ ତାକୁ ମିଳିମିଶି କରି ପରସ୍ପର ମଧ୍ୟରେ ବସି ଭିଡିଓ କ୍ୟାମେରା ସମ୍ମୁଖରେ ହିଁ କଠିନ ପରିସ୍ଥିତିକୁ ଦୂର କରିବାକୁ ଚେଷ୍ଟା କରୁଛୁ । ମୁଁ ଅଫିସରମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛି, ସେମାନଙ୍କୁ ବୁଝାଉଛି ମଧ୍ୟ,ତାଙ୍କର କିପରି ସଂପୂର୍ଣ୍ଣ ସହଯୋଗ ରହିବ ଏହାର ବିଶ୍ୱାସ ମଧ୍ୟ ଦେଉଛି ।

ସାଥୀଗଣ, ଏହିଭଳି ଭାବେ ଲଗାତାର ବୈଠକର କାର୍ଯ୍ୟକ୍ରମ ଚାଲିଥାଏ, ବାର-ବାର ବୈଠକରେ ଏ ପର୍ଯ୍ୟନ୍ତ 12ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଉପରେ ଆମେ ଚର୍ଚ୍ଚା କଲୁ ଆଉ 12ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯେଉଁଗୁଡ଼ିକ ଗାତରେ ପଡ଼ି ରହିଥିଲା, ଫାଇଲଗୁଡ଼ିକରେ ବନ୍ଦ ହୋଇ ପଡ଼ିରହିଥିଲା, ସେହି ପଥର ମଧ୍ୟ ହଜିଯାଇଥିଲା, ସେଗୁଡ଼ିକୁ ବାହାର ବାହାର କରି ଆଜି ସେଗୁଡ଼ିକୁ ଲାଗୁ କରି ଚାଲୁ କରିବା ଦିଗରେ କାର୍ଯ୍ୟ ହେଉଛି । ଏହି କାରଣରୁ ଦେଶରେ ଶହ ଶହ ପ୍ରକଳ୍ପ ଯେଉଁଗୁଡ଼ିକ ଦଶକ ଦଶକ ଧରି ଅଟକି ପଡ଼ି ରହିଥିଲା, ସେଗୁଡ଼ିକରେ ଗତି ଆସିଲା । ଏହା ହେଉଛି ନୂତନ କାର୍ଯ୍ୟ ସଂସ୍କୃତି ଯାହାକୁ ଆମ ସରକାର ବିକଶିତ କରିବାର ପ୍ରୟାସ କରିଛନ୍ତି । ସଙ୍କୁଚିତ ଚିନ୍ତାଧାରା ସବୁକୁ ଶେଷ କରିବାର ଅଭିଯାନ ଚାଲୁ କରିଛନ୍ତି । ପ୍ରତ୍ୟେକ ବିଭାଗ, ପ୍ରତ୍ୟେକ ଅଫିସର ମିଳିମିଶି ଟିମ ଗଠନ କରି କାର୍ଯ୍ୟ କରନ୍ତୁ, କେନ୍ଦ୍ର ଆଉ ରାଜ୍ୟ ମିଳିମିଶି କାର୍ଯ୍ୟ କରନ୍ତୁ, ରାଜ୍ୟଗୁଡ଼ିକର ଅସୁବିଧାକୁ କେନ୍ଦ୍ର ବୁଝୁ, କେନ୍ଦ୍ରର ଆବଶ୍ୟକତାକୁ ରାଜ୍ୟ ବୁଝୁ, ଏପରି ଏକ ଉତ୍ତମ ପ୍ରକାରର ସଙ୍ଘୀୟ ବ୍ୟବସ୍ଥାର ସଂସ୍କୃତି ଆମେ ବିକଶିତ କରିଛୁ ।

ସାଥୀଗଣ, ଆମେ ଯେଉଁ ସଂକଳ୍ପ ନେଉଛୁ ତାହାକୁ ସିଦ୍ଧ କରିବାରେ ନିଜର ମନ ପ୍ରାଣ ଲଗାଇ ପରିଶ୍ରମ କରି, ଚେଷ୍ଟା କରି, ତାକୁ ସିଦ୍ଧ କରିଥାଉ । ଆମକୁ ଅନୁଭବ ହୁଏ କି ଯୋଜନାଗୁଡ଼ିକରେ ଡେରି ହେବାଦ୍ୱାରା ସବୁଠାରୁ ବଡ଼ କ୍ଷତି ଦେଶର ଭବିଷ୍ୟତ ପିଢିଙ୍କର ହୋଇଥାଏ । ଯେଉଁମାନଙ୍କର ସ୍ୱପ୍ନ ରହିଛି, ସେହିମାନଙ୍କ ନେଇ ହୋଇଥାଏ । ଯିଏ କିଛି କରିଯିବା ପାଇଁ ଚାହୁଁଛି, ତାହାଙ୍କର ହୋଇଥାଏ । ଯିଏ ଅସୁବିଧା ମଧ୍ୟ ଦେଇ ଜୀବନ ଅତିବାହିତ କରୁଛି, ଏଭଳି ଗରିବଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସାଧାରଣ ମଣିଷଙ୍କର କ୍ଷତି ହୋଇଥାଏ । ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେବାକୁ ଚାହୁଁଛି ।

ମଣିପୁରର ଖାଦ୍ୟ ସୁରକ୍ଷା ପାଇଁ ମହତ୍ୱପୂର୍ଣ୍ଣ ସାଓମ୍ବଙ୍ଗର ଏଫସିଆଇ ଗୋଦାମର  ଲୋକାର୍ପଣ ଆଜି କରାଗଲା । ଡିସେମ୍ବର 2016ରେ ଏହାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଆଉ ଆମେ ଏହି କାର୍ଯ୍ୟଟିକୁ ସଂପୂର୍ଣ୍ଣ କରି ଦେଖାଇଲୁ ଆଉ ଆଜି ଲୋକାର୍ପଣ କରିଦେଲୁ । ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଥିବା ହେତୁ ଆମେ ଅଧିକ ଖର୍ଚ୍ଚ ହେବାରୁ ମଧ୍ୟ ରକ୍ଷା ପାଇଗଲୁ ଆଉ ମଣିପୁରର ଆବଶ୍ୟକ ଶସ୍ୟ ସଂରକ୍ଷିତ କରିବା ପାଇଁ 10 ହଜାର ମାଟ୍ରିକ ଟନ କ୍ଷମତାର ଅତିରିକ୍ତ ଭଣ୍ଡାରଣ ବ୍ୟବସ୍ଥା ମଧ୍ୟ ନିର୍ମାଣ ହୋଇଗଲା । ମଣିପୁରରେ ସଂରକ୍ଷଣ କ୍ଷମତାକୁ ଦୁଇଗୁଣା କରିବା ପାଇଁ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ହେଉଛି । ତାହା ମଧ୍ୟ ଖୁବ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି ।

ଏହିଭଳି ଭାବେ ଉଖରୁଲ ଏବଂ ତାହାର ଆଖପାଖର ହଜାର ହଜାର ପରିବାରର ପାଣିର ଆବଶ୍ୟକତାକୁ ଦେଖି ବ୍ୟପକ ଜଳ ସଂପଦ ଉପରେ କାର୍ଯ୍ୟ ନଭେମ୍ବର 2015ରେ ଆରମ୍ଭ ହେଲା । ଏହା ପ୍ରସ୍ତୁତ ମଧ୍ୟ ହୋଇଯାଇଛି ଆଉ ଆଜି ଏହାର ଲୋକାର୍ପଣ ମଧ୍ୟ କରାଗଲା । ଏହି ପ୍ରକଳ୍ପ 2035 ପର୍ଯ୍ୟନ୍ତର ସମସ୍ତ ଆବଶ୍ୟକତାକୁ ପୂରଣ କରିବ ।

ଚୁରାଚନ୍ଦ୍ରପୁର, ଜୋନ-ଥ୍ରୀ ପ୍ରକଳ୍ପରେ ମଧ୍ୟ 2014ରେ କାର୍ଯ୍ୟ ଆରମ୍ଭ କରାଗଲା ଆଉ ଚାରି ବର୍ଷ ପରେ ଆଜି ତାହାର ମଧ୍ୟ ଲୋକାର୍ପଣ କରାଯାଇଛି । ଏହାଦ୍ୱାରା 2030-31 ପର୍ଯ୍ୟନ୍ତ ଏଠାକାର ପ୍ରାୟ 1 ଲକ୍ଷ ଜନସଂଖ୍ୟାଙ୍କର ପାନୀୟ ଜଳର ଆବଶ୍ୟକତା ପୂରଣ ହେବ । ଲମ୍ବୁଇରେ ସ୍କୁଲ ପିଲାମାନଙ୍କର ଆଉ ତାହାଙ୍କର ଆଖପାଖର ହଜାର ହଜାର ପରିବାରର ଶୋଷ ମେଂଟାଇବା ଭଳି ଏହି ଯୋଜନାରେ 2015ରେ କାର୍ଯ୍ୟ ଆରମ୍ଭ ହେଲା ଆଉ ତିନି ବର୍ଷ ପରେ ଆଜି ଏହାର ମଧ୍ୟ ଲୋକାର୍ପଣ କରାଗଲା ।

ଭାଇ ଓ ଭଉଣୀମାନେ, ସରକାରଙ୍କର ସଂସ୍କାରରେ କ’ଣ ଫରକ ରହିଥାଏ, ତାହାର ଏକ ଛୋଟିଆ ଝଲକ ଗୋଟିଏ ଧାଡିରେ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କଲି । ଉତ୍ତର-ପୂର୍ବରେ ଏଭଳି ଅନେକଗୁଡ଼ିଏ ପ୍ରକଳ୍ପ ରହିଛି ଯେଉଁଗୁଡ଼ିକୁ ଆମ ସରକାର ସ୍ଥିରୀକୃତ ସମୟ ସୀମା ପୂର୍ବରୁ ସଂପୂର୍ଣ୍ଣ କରି ସାରିଛନ୍ତି । ଆମ ସରକାର ପୁରୁଣା ବ୍ୟବସ୍ଥାକୁ ସୁଧାରିବା ପାଇଁ ସଂପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛନ୍ତି । ଆଗାମୀ କିଛି ସମୟ ମଧ୍ୟରେ ହିଁ ଏଠାରେ ଖବାମ ଲାମଖାଇଠାରୁ ହନ୍ନାଚାଙ୍ଗ ମଧ୍ୟରେ ସଡ଼କ ଦ୍ୱାରା ହନ୍ନାଚାଙ୍ଗ ହେଙ୍ଗାଙ୍ଗ ମଧ୍ୟରେ ସଡ଼କ ପ୍ରକଳ୍ପ, ଇମ୍ଫାଲରେ ସଂକ୍ରାମକ ରୋଗ କେନ୍ଦ୍ର,ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କ୍ଷୁଦ୍ର କ୍ରୀଡା ପରିସରର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ ।

ସାଥୀଗଣ, ହୁଏତ କେନ୍ଦ୍ର ସରକାର ହୁଅନ୍ତୁ ଅବା ମଣିପୁରର ବୀରେନ ସିଂହଙ୍କ ସରକାର, ଆମର ଦୃଷ୍ଟିଭଙ୍ଗୀ ହେଉଛି ସମସ୍ତଙ୍କ ସହିତ…ସମସ୍ତଙ୍କର ବିକାଶ, ବିକାଶରୁ କୌଣସି ମଧ୍ୟ ଜନସାଧାରଣ,କୌଣସି ମଧ୍ୟ କ୍ଷେତ୍ର ଛାଡ଼ି ହୋଇ ରହିନଯାଉ ଏହା ଉପରେ ଗୁରୁତ୍ୱ ଦିଆଯାଉଛି । “ଗୋ ଟୁ ହିଲ୍ସ” କିମ୍ବା “ଗୋ ଟୁ ଭିଲେଜ” ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଏଠାକାର ରାଜ୍ୟସରକାର ଦୂର-ଦୂରାନ୍ତର ଅଂଚଳ ପର୍ଯ୍ୟନ୍ତ ପହଂଚୁଛନ୍ତି । ଜନ-ଭାଗୀଦାରୀକୁ ସରକାର ଯୋଜନାଗୁଡ଼ିକର ଏକ ଅଂଶ ଭାବେ ସାମିଲ କରିବାର ପ୍ରୟାସ କରୁଛନ୍ତି ଯାହାକି ସର୍ବଜନାଦୃତ । ଏହା ହେଉଛି କାରଣ କି ଆଜି ମଣିପୁର ବନ୍ଦ ଏବଂ ଅବରୋଧ ଭଳି ସମୟ ମଧ୍ୟରୁ ବାହାରକୁ ବାହାରି ଆସି ଆଶା ଏବଂ ଆକାଂକ୍ଷାଗୁଡ଼ିକୁ ପୂରଣ କରିବାରେ ଲାଗି ପଡ଼ିଛି । ଏହି ଦେଶ ହେଉଛି ଏହାର ସାକ୍ଷୀ, ଏହା ଦେଖାଉଛି ।

ସାଥୀଗଣ, ବିକାଶ ପାଇଁ ଶାନ୍ତି ଏବଂ ଉନ୍ନତ ଆଇନ ବ୍ୟବସ୍ଥାର ଆବଶ୍ୟକତା ତ ହୋଇଥାଏ,ଯୋଗାଯୋଗ ମଧ୍ୟ ସେତିକି ହିଁ ଆବଶ୍ୟକ ହୋଇଥାଏ ଆଉ ଏଥିପାଇଁ ଆମେ ପରିବହନରେ ସ୍ୱଚ୍ଛତା ଏହି ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରୁଛୁ । ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ପ୍ରାୟ ଅଢ଼େଇ ହଜାର କିଲୋମିଟରର ଜାତୀୟ ରାଜପଥ ସହ ଯୋଡ଼ା ଯାଇ ସାରିଛି । ମଣିପୁରରେ ମଧ୍ୟ ବର୍ଷ 2014 ପରେ 3 ଶହ କିଲୋମିଟରୁ ଅଧିକ ଜାତୀୟ ରାଜପଥ ଯୋଡ଼ା ଯାଇଛି ।

ରାଜ୍ୟ ସରକାରଙ୍କ ସହିତ ମିଳିମିଶି ପ୍ରାୟ 2 ହଜାର କୋଟି ଟଙ୍କାର ସେତୁର ନିର୍ମାଣ କରାଯାଉଛି । ପୁଣି ସେଠି ଉତ୍ତର-ପୂର୍ବାଂଚଳର ସମସ୍ତ ରାଜ୍ୟର ରାଜଧାନୀଗୁଡ଼ିକୁ ରେଳବାଇ ସହିତ ଯୋଡ଼ିବାର କାର୍ଯ୍ୟ କରାଯାଉଛି । ପ୍ରାୟ 50 ହଜାର କୋଟି ଟଙ୍କାରେ 15 ହଜାର ନୂତନ ରେଳ ଲାଇନ ପାଇଁ କାର୍ଯ୍ୟ ଚାଲୁ ରହିଛି । ମଣିପୁରରେ ମଧ୍ୟ ଜିରିବାମରୁ ଟୁପୁଲ-ଇମ୍ଫାଲ ମଧ୍ୟରେ ରେଳ ଲାଇନ ବିଛାଯାଉଛି । ଦେଶର ଇଂଜିନିୟରିଂ କୌଶଳର ପ୍ରତୀକ ଜିରିବାମରୁ-ଇମ୍ଫାଲ ରେଳ ସେତୁ ମଧ୍ୟ ଉତ୍ତର-ପୂର୍ବର ବିକାଶ ପାଇଁ ବହୁତ ବଡ଼ ଆଧାର ହେବାକୁ ଯାଉଛି ।

ସାଥୀଗଣ, ରାଜପଥ ଏବଂ ରେଳପଥ ସହିତ ହିଁ ଏଠାକାର ବିମାନ ଯୋଗାଯୋଗକୁ ସୁଧାରିବା ପାଇଁ ଚେଷ୍ଟା କରାଯାଉଛି । ଇମ୍ଫାଲକୁ ଜିରିବାମ, ତାମେଙ୍ଗଲାଙ୍ଗ ଏବଂ ମୋରେହ ଭଳି ସୁଦୂର ଅଂଚଳକୁ ହେଲିକପ୍ଟର ସେବା ସହିତ ଯୋଡ଼ା ଯାଉଛି । ଉଡାଣ ଯୋଜନା ମାଧ୍ୟମରେ ପାଞ୍ଚୋଟି ହେଲିପ୍ୟାଡ ନିର୍ମାଣ କରାଯାଉଛି ଯାହା ଇମ୍ଫାଲ ବିମାନବନ୍ଦର ସହିତ ଯୋଡିହେବ । ଇମ୍ଫାଲ ଆନ୍ତର୍ଜାତୀୟ ବିମାନବନ୍ଦରର ସଂପ୍ରସାରଣ କରାଯାଉଛି ଆଉ ଆଗାମୀ ଦିନମାନଙ୍କରେ ଏଠାରେ ଏୟାର କାର୍ଗୋ ଟର୍ମିନାଲ ମଧ୍ୟ ଆରମ୍ଭ ହେବ । ମଣିପୁରରେ ହାଇୱେ, ରେଲୱେ, ଏୟାରୱେ ସହିତ ହିଁ ଆଇ-ୱେ ନିର୍ମାଣ କରାଯାଉଛି, ଇନଫରମେସନ୍ ୱେ, ଖୁବ ଶୀଘ୍ର ମଣିପୁରର ସମସ୍ତ ପଞ୍ଚାୟତ ଏବଂ ଜିଲ୍ଲାରେ ଡିଜିଟାଲ ବ୍ରଡ ବ୍ୟାଣ୍ଡ ଆଇ-ୱେ ସହିତ ଯୋଡ଼ି ହୋଇଯିବ, ଯାହାଦ୍ୱାରା ସାମାଜିକ ଯୋଜନାଗୁଡ଼ିକର ଲାଭ ସିଧାସଳଖ ଲୋକମାନଙ୍କ ପାଖରେ ପହଂଚିବ । ଏଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ଭାଇ ଓ ଭଉଣୀମାନେ,

ଯୋଗାଯୋଗ ସହିତ ହିଁ ଏଠାକାର ବିଜୁଳି ବ୍ୟବସ୍ଥାକୁ ମଧ୍ୟ ସଶକ୍ତ କରାଯାଉଛି । ଆଜି ହିଁ 400 କେଭିର ସିଲ୍ଚର ଇମ୍ଫାଲ ଲାଇନକୁ ମଧ୍ୟ ରାଷ୍ଟ୍ରକୁ ସମର୍ପିତ କରିଛୁ । 7 ଶହ କୋଟି ଟଙ୍କାରୁ ମଧ୍ୟ ଅଧିକ ବ୍ୟୟରେ ନିର୍ମିତ ହୋଇଥିବା ଏହି ଲାଇନ ବିଜୁଳି କାଟ୍ ସମସ୍ୟାକୁ ଦୂର କରିବ ।

ସାଥୀଗଣ, ମଣିପୁର ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶ ରାସ୍ତାରେ ଚାଲୁ ରହିଛି । ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ମଣିପୁର ନିଜକୁ ଖୋଲାରେ ମଳମୁକ୍ତ ଘୋଷଣା କରିଛି । ଚନ୍ଦୋଲ ଜିଲ୍ଲା ଯାହା ଦେଶର ଶହେରୁ ଅଧିକ ଆକାଂକ୍ଷିତ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ସେଠାରେ ମଧ୍ୟ ସମସ୍ତ ମାନଦଣ୍ଡରେ ବହୁତ ଅଧିକ ସୁଧାର ଦେଖାଯାଇଛି ।

ଭାଇ ଓ ଭଉଣୀମାନେ, ମଣିପୁରର ଯୁବ ସାଥୀମାନଙ୍କୁ ଉଚ୍ଚଶିକ୍ଷା ଏବଂ ବ୍ୟବସାୟିକ ଶିକ୍ଷା ପାଇଁ ଦେଶର ଅନ୍ୟ ଅଂଶକୁ ଯିବାକୁ ନପଡ଼ୁ ଏଥିପାଇଁ ମଧ୍ୟ ଅନେକ ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ ଚାଲୁ ରହିଛି । ଆଜି ଶିକ୍ଷା, କୌଶଳ ଏବଂ କ୍ରୀଡ଼ା ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଛି । ଧନ ଆବଶ୍ୟକ କରୁଥିବା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପ ହେଉ, ଏହି ସମସ୍ତ ଯୁବ ସାଥୀମାନଙ୍କୁ ସୁବିଧା ଦେବାକୁ ଯାଉଛି ।

ସାଥୀଗଣ, ମହିଳା ସଶକ୍ତିକରଣରେ ମଧ୍ୟ ମଣିପୁର ଆଗରେ ରହିଛି । ମଣିପୁରର ଭଉଣୀମାନଙ୍କରଆର୍ଥିକ ସାମର୍ଥ୍ୟକୁ ଆହୁରି ସୁଦୃମ କରିବା ପାଇଁ ବହୁତ ଶୀଘ୍ର ଆମ ସରକାର ତିନୋଟି ନୂତନ ଏମା ବଜାରର ମଧ୍ୟ କାର୍ଯ୍ୟ ଆରମ୍ଭ କରିବେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ପ୍ରାୟ ପାଞ୍ଚ ଲକ୍ଷ ଭଉଣୀମାନଙ୍କର ଜନ-ଧନ ଖାତା ବ୍ୟାଙ୍କରେ ଖୋଲାଯାଇଛି । ମୁଦ୍ରା ଯୋଜନା ମାଧ୍ୟମରେ ଯେଉଁ ଲକ୍ଷେ ପଚିଶ ହଜାର ଋଣ ଏଠାକାର ଯୁବକମାନଙ୍କୁ ମିଳିଛି, ସେଥିମଧ୍ୟରୁ ଅଧା ସଂଖ୍ୟା ହେଉଛି ମହିଳା ଉଦ୍ୟମୀମାନଙ୍କର । ପୁଣି ଏଠାକାର ପ୍ରାୟ ଏକ ଲକ୍ଷ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣାରେ ଏଲପିଜି ଗ୍ୟାସ ସଂଯୋଗ ଦିଆଯାଇଛି ।

ସାଥୀଗଣଯୁବ ଆଇକନ ଏବଂ ଦେଶରେ ମହିଳାଶକ୍ତିର ଏକ ବଡ଼ ଉଦାହରଣ ମେରୀକମଙ୍କର ଜନ୍ମଭୂମି ଏବଂ କର୍ମଭୂମି କ୍ରୀଡ଼ାର ସମ୍ଭାବନାରେ ଭରି ହୋଇ ରହିଛି । ଉତ୍ତର-ପୂର୍ବର ଭାରତକୁ କ୍ରୀଡ଼ାର ସୁପରପାୱାର ଭାବେ ଗଢ଼ି ତୋଳିବାରେ ବହୁତ ବଡ଼ ଭୂମିକା ରହିବାକୁ ଯାଉଛି । ବିଗତ ତିନି-ଚାରି ବର୍ଷ ମଧ୍ୟରେ ଯେତିକି ମଧ୍ୟ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟ ହୋଇଛି, ସେଥିରେ ଦେଶର ଉତ୍ତର-ପୂର୍ବର ଖେଳାଳୀମାନଙ୍କର ଶକ୍ତି ସହିତ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି । ଏବେ ଉତ୍ତର-ପୂର୍ବର ସାମର୍ଥ୍ୟକୁ ମଣିପୁରର ରାଷ୍ଟ୍ରୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଦେଉଛି । ଆଜି ମଧ୍ୟ ଯେଉଁ ଯୋଜନାଗୁଡ଼ିକର ଶିଳାନ୍ୟାସ ହୋଇଛି ସେଥିରେ ହକି ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଏବଂ ଫୁଟବଲ ଷ୍ଟାଡିୟମରେ ଅଷ୍ଟ୍ରୋ-ଟର୍ଫ ଲଗାଇବାର ଯୋଜନା ରହିଛି ।

ଆମର ପ୍ରୟାସ ରହିଛି କି ଦେଶର ଛୋଟରୁ ଛୋଟ ଅଂଚଳକୁ କ୍ରୀଡ଼ାର ଉନ୍ନତ ସୁବିଧା ସୁଯୋଗ ଦିଆଯାଉ । ଏହା ସହିତ ମଧ୍ୟ ଆମେ ପ୍ରଶିକ୍ଷଣ ଏବଂ ଚୟନରେ ପାରଦର୍ଶୀ ବ୍ୟବସ୍ଥା ମଧ୍ୟ ନିର୍ମାଣ କରୁଛୁ । ଏହାର ପରିଣାମ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ,ଏସୀୟ କ୍ରୀଡ଼ାରେ, ଯୁବ ଅଲମ୍ପିକରେ ଏବଂ ଅନ୍ୟାନ୍ୟ ବିଶ୍ୱ ଚମ୍ପିଆନସିପରେ ଆମେ ଦେଖୁଛୁ, ଦେଶ ଗୌରବ ଅର୍ଜନ କରୁଛି ।

ଭାଇ ଓ ଭଉଣୀମାନେ, ଦୁର୍ନୀତି ସେ କ୍ରୀଡ଼ାରେ ହେଉ ଅବା ସରକାରଙ୍କର ଅନ୍ୟାନ୍ୟ ଯୋଜନାଗୁଡିକରେ ଦେଶ ସେଗୁଡିକୁ କେବେ ସହ୍ୟ କରିପାରିବ ନାହିଁ । ଏହା ହେଉଛି କାରଣ କି ଆମ ସରକାର ସେହି ଲୋକମାନଙ୍କୁ କାଠଗଡା ପର୍ଯ୍ୟନ୍ତ ନେଇ ଆସିଛି, ଯେଉଁମାନଙ୍କ ବିଷୟରେ କେହିକେବେ ମଧ୍ୟ ଭାବି ନ ଥିଲେ । ଆପଣ ମଧ୍ୟ ଦେଖୁଛନ୍ତି ଯେଉଁମାନେ ଦେଶ ସହିତ ବିଶ୍ୱାସଘାତକତା କରିଛନ୍ତି, ଯେଉଁମାନେ ଭ୍ରଷ୍ଟାଚାରକୁ ହିଁ ଶିଷ୍ଟାଚାର କରି ଦେଇଥିଲେ ସେଭଳି ଲୋକଙ୍କୁ ଆଜି ଅଦାଲତର ସମ୍ମୁଖୀନ ହେବାକୁ ପଡୁଛି । ଦେଶର ସଚ୍ଚୋଟ କରଦାତାମାନଙ୍କର ଅର୍ଥରେ ନିଜର ଉନ୍ନତି କରିଲାବାଲାଙ୍କୁ ଆମେ ସେମାନଙ୍କର ଉପଯୁକ୍ତ ସ୍ଥାନରେ ପହଂଚାଇ ସାରିଲେ ହିଁ ଯାଇ ଆମେ ନିଶ୍ୱାସ ନେବୁ, ଆପଣମାନଙ୍କୁ ମୁଁ ଏହି ବିଶ୍ୱାସ ଦେବା ପାଇଁ ମୁଁ ଏଠାକୁ ଆସିଛି ।

ବିକାଶ ଯୁକ୍ତ, ଭ୍ରଷ୍ଟାଚାର ମୁକ୍ତ ନୂତନ ଭାରତର ସଂକଳ୍ପ ପାଇଁ ଆପଣମାନଙ୍କର ଆଶୀର୍ବାଦ ସବୁବେଳେ ଆମକୁ ମିଳୁ, ଆମକୁ ମିଳୁଛି, ଆମକୁ ମିଳୁଥିବ । ପୁଣିଥରେ ମୁଁ ଆପଣ ସମସ୍ତଙ୍କୁ ଆଜିର ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ ପାଇଁ ଶୁଭେଚ୍ଛା ଜଣାଉଛି । “ପୁମ ନା ମାକପୁ ଅମୁକ୍କା ହନ୍ନା ଖୁରୁମଜାରୀ” ।

ଭାରତ ମାତା କୀ ଜୟ…., ଭାରତ ମାତା କୀ ଜୟ…., ଭାରତ ମାତା କୀ ଜୟ….

ବହୁତ ବହୁତ ଧନ୍ୟବାଦ ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s economy resilient despite West Asia headwinds

Media Coverage

India’s economy resilient despite West Asia headwinds
NM on the go

Nm on the go

Always be the first to hear from the PM. Get the App Now!
...
PM Modi receives a phone call today from President of Sri Lanka
March 24, 2026
The two leaders discuss disruptions affecting global energy security.
Both leaders reiterate the importance of keeping shipping lines open and secure.
The two leaders review progress on various initiatives aimed at strengthening bilateral energy cooperation and enhancing regional security.
PM reiterates India’s firm commitment to work closely together in addressing shared challenges.

Prime Minister Shri Narendra Modi received a phone call today from the President of Sri Lanka, H.E. Anura Kumara Disanayaka.

The two leaders discussed the evolving situation in West Asia with an emphasis on disruptions affecting global energy security.

Both leaders reiterated the importance of keeping shipping lines open and secure in the interest of the whole world.

The two leaders reviewed progress on various initiatives aimed at strengthening India-Sri Lanka energy cooperation and enhancing regional security.

Prime Minister reiterated India’s firm commitment to work closely together in addressing shared challenges in line with India’s Neighbourhood First policy and MAHASAGAR Vision.

The two leaders agreed to stay in touch.