Even in the midst of struggle, Shivaji Maharaj remained a torchbearer of good governance: PM
Development is the solution to all problems, it is the way ahead: PM
The strength of 125 crore Indians will bring about change in this nation: PM Modi

ମଞ୍ଚାସୀନ ସମସ୍ତ ମହାନୁଭବ ଓ ବିଶାଳ ସଂଖ୍ୟାରେ ଏଠି ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆପଣମାନେ କଳ୍ପନା କରୁଥିବେ ଆଜି ମୁଁ କେତେ ଆନନ୍ଦ ଅନୁଭବ କରୁଛି ।  ଭାରତୀୟ ଜନତା ପାର୍ଟି 2014 ମସିହାର ନିର୍ବାଚନ ପାଇଁ ମୋତେ ଦାୟିତ୍ୱ ଦେଲା ବେଳେ ମୁଁ ପ୍ରଥମେ ରାୟଗଡ଼ର ଦୁର୍ଗକୁ ଆସିଥିଲି । ଛତ୍ରପତିଜୀଙ୍କ ସମାଧି ସମ୍ମୁଖରେ ବସି ସେହି ବୀର ପରାକ୍ରମୀ ମହାପୁରୁଷଙ୍କୁ ସ୍ମରଣ କରିଥିଲି । ନିଜର ଯୋଗ୍ୟତା ଓ କ୍ଷମତା ଆଧାରରେ ସଙ୍କଟ ଭିତରେ ରହି ହିନ୍ଦୁସ୍ତାନର ଇତିହାସରେ ସୁଶାସନ ଓ ଉତ୍ତମ ପ୍ରଶାସନର ଏକ ନୂଆ ଅଧ୍ୟାୟ ଲେଖିଥିଲେ  । ଆଉ ସଂଘର୍ଷମୟ ଜୀବନରେ ରହି କରିଥିଲେ । ବୋଧହୁଏ ବିଶ୍ୱର ଇତିହାସରେ ଏଭଳି ବ୍ୟକ୍ତିତ୍ୱ ଅସମ୍ଭବ କି ଯିଏ କ୍ରମାଗତ ସଂଘର୍ଷ ମଧ୍ୟରେ ସୁଶାସନର  ପରମ୍ପରାକୁ ସୁଦୃଢ଼ କରି ଆଗକୁ ନେଇଥିଲେ । ଐତିହାସିକଙ୍କ ଦୃଷ୍ଟିରେ, ରଙ୍ଗକର୍ମୀଙ୍କ ଦୃଷ୍ଟିରେ, ଯେତେବେଳେ ଆମେ ଛତ୍ରପତି ଶିବାଜୀ ମହାରାଜାଙ୍କୁ ଦେଖିବା ତା’ହେଲେ ଘୋଡ଼ା ଉପରେ ଶିବାଜୀ ମହାରାଜା ହାତରେ ତଲୱାର ନିଶ୍ଚିତ ଥିବ । ଏହି କାରଣରୁ ଆମମାନଙ୍କ ମନରେ ଏକ ଛବି ମଧ୍ୟ ରହିଛି । ଛତ୍ରପତି ଶିବାଜୀ ମହାରାଜାଙ୍କ ବ୍ୟକ୍ତିତ୍ୱ ବହୁମୁଖୀ ଥିଲା । ଯଦି ଆମେ ଭଗବାନ ରାମଚନ୍ଦ୍ରଙ୍କ ମୂଲ୍ୟାଙ୍କନ କେବଳ ରାବଣ ବଧକୁ ନେଇ କରିପାରିବା, ଯଦି ଆମେ ଶ୍ରୀକୃଷ୍ଣଙ୍କ ମୂଲ୍ୟାଙ୍କନ କେବଳ କଂସକୁ ବଧ କରିବା, ଯଦି ମହାତ୍ମା ଗାନ୍ଧିଙ୍କ ମୂଲ୍ୟାଙ୍କନ କେବଳ ଇଂରେଜଙ୍କୁ ବିତାଡ଼ିତ ପାଇଁ କରିବା, ତା’ହେଲେ ବୋଧହୁଏ ଆମେ ଏହି ମହାପୁରୁଷମାନଙ୍କୁ ପୂର୍ଣ୍ଣ ଭାବେ ଦେଖିବାରେ ବିଫଳ ହୋଇଛେ । ଏହା ଆମମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ । ପ୍ରଭୁ ରାମଚନ୍ଦ୍ରଜୀଙ୍କ ଜୀବନର ଅନେକ ଦିଗ ମଧ୍ୟ୍ୟରେ ରାବଣର ବଧ ହେଉଛି ଗୋଟିଏ ଦିଗ । କିନ୍ତୁ ବାକି ଏତେ ଦିଗ ଥିଲା ଯାହା ଆଜିବି ଭାରତୀୟ ଜନଜୀବନକୁ ପ୍ରଭାବିତ କରିଥାଏ ଅବା ପ୍ରୋତ୍ସାହିତ କରିଥାଏ । ଶ୍ରୀକୃଷ୍ଣଙ୍କ ଜୀବନରେ ମଧ୍ୟ କେବଳ କଂସ ହିଁ ଏକ ଘଟଣା ନଥିଲା । ଯୁଦ୍ଧ ମଇଦାନରେ ଗୀତାର ସନ୍ଦେଶକୁ କେହି କଳ୍ପନା କରିପାରିବେ ନାହିଁ କି ଏହି ଦେଶ କିଭଳି ମାଟିର ଥିଲା । ଯେଉଁ ମାଟିରେ ଏଭଳି ଲୋକ ଜନ୍ମ ନିଅନ୍ତି କି ଯୁଦ୍ଧ ମଇଦାନରେ ବି ହଜାର ବର୍ଷର ପ୍ରେରଣାଦାୟୀ ଚିନ୍ତାଧାରାକୁ ଗୀତା ଭାବେ ପ୍ରସ୍ତୁତ କରାଯାଏ । ମହାତ୍ମା ଗାନ୍ଧି ସ୍ୱାଧୀନତା ପାଇଁ ଲଢ଼େଇ କରି ଇଂରେଜଙ୍କୁ ବେଦଖଲ କରିବା ପାଇଁ ଲାଗିଥିଲେ । କିନ୍ତୁ ଏହା ସହିତ ମହାତ୍ମା ଗାନ୍ଧି ସମାଜରେ କୁପ୍ରଥା ବିରୋଧରେ ଲଢ଼େଇ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଭିତରେ ଚେତନା ଭର୍ତ୍ତି ପାଇଁ ପ୍ରୟାସ କରିଥିଲେ । ଆତ୍ମ ସମ୍ମାନ ସୃଷ୍ଟି ପାଇଁ ପ୍ରୟାସ କରିଥିଲେ । ଆମେ ତାଙ୍କୁ କୌଣସି ଦୃଷ୍ଟିରୁ ମଧ୍ୟ କମ୍ ବୋଲି ଆକଳନ କରିପାରିବା ନାହିଁ । ସେହିପରି ଛତ୍ରପତି ଶିବାଜୀ ମହାରାଜା ଅର୍ଥାତ୍ ଘୋଡ଼ା ତଲୱାର ଯୁଦ୍ଧ ଲଢ଼େଇ ବିଜୟ ଏହା ଭିତରେ ସୀମିତ ନଥିଲା । ସେ ପରାକ୍ରମୀ ଥିଲେ, ବୀର ଥିଲେ । ବୀରପଣିଆ ପ୍ରଦର୍ଶନ କରିଥିଲେ  । ଆମ ସମସ୍ତଙ୍କର ପ୍ରେରଣା ଥିଲେ । କିନ୍ତୁ ଏହା ସହିତ ଆପଣମାନେ କଳ୍ପନା କରନ୍ତୁ କିଭଳି ରାମଜୀ ଛୋଟ ଛୋଟ ଲୋକଙ୍କର ସେନା ଗଠନ କରିଥିଲେ, ବାନର ସେନା ନିର୍ମାଣ କରି ଲଢ଼େଇ କରିବା ସହ ବିଜୟୀ ହୋଇଥିଲେ । କେତେ ବଡ଼ ସଂଗଠନର କୌଶଳ ଥିଲା । ଛତ୍ରପତି ଶିବାଜୀ ମହାରାଜା ମଧ୍ୟ ଛୋଟଛୋଟ ଅଂଚଳକୁ ନିଜ ସହ ଏକାଠି କରିଥିଲେ । ସେଠାରେ ଲୋକଙ୍କୁ ପ୍ରଶିକ୍ଷିତ କରାଇ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଥିଲେ । କେତେ ବଡ଼ ସଂଗଠନ ଅସ୍ତ୍ରଶସ୍ତ୍ରର ସାମର୍ଥ୍ୟ ଛତ୍ରପତି ଶିବାଜୀ ମହାରାଜାଙ୍କ ଥିଲା ।

ଆଜିବି ହିନ୍ଦୁସ୍ତାନର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଯଦି ଜଳ ପରିଚାଳନା କ’ଣ, ଜଳ ପାଇଁ ଭିତ୍ତିଭୂମି କ’ଣ ଦରକାର । ଜଳ ପାଇଁ ଚାହିଁ ରହିଥିବା ଲୋକଙ୍କ ପାଖରେ ଜଳ କିଭଳି ପହଞ୍ଚି ହେବ । ଯଦି ଏହାର ଅଧିକରୁ ଅଧିକ ଜ୍ଞାନ ପ୍ରାପ୍ତ କରିବାର ଅଛି ତା’ହେଲେ ଛତ୍ରପତି ଶିବାଜୀ ମହାରାଜା ପାଣି ପାଇଁ ଯେଉଁ ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ, ତାହା ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଦେଇପାରୁଛି । ମୁଦ୍ରାନୀତି – ଛତ୍ରପତି ଶିବାଜୀ ମହାରାଜାଙ୍କ ସମ୍ମୁଖରେ ପ୍ରସ୍ତାବ ଥିଲା କି ମୁଦ୍ରା ନିର୍ମାଣର କାମ ବିଦେଶୀ ଲୋକ କରିବାକୁ ପ୍ରସ୍ତୁତ ଅଛନ୍ତି । ଛତ୍ରପତି ଶିବାଜୀ ମହାରାଜାଙ୍କର ଦୂରଦୃଷ୍ଟି ଥିଲା । ସେ କହିଥିଲେ ଯେ ମୁଦ୍ରା ଉପରେ ଯଦି ଅନ୍ୟ କାହାର ଅଧିକାର ହୋଇଯାଏ, ତା’ହେଲେ ଶାସନକୁ ବେଦଖଲ ହେବାରେ ବିଳମ୍ବ ହୁଏ ନାହିଁ । ତେଣୁ  ନିଜେ ମୁଦ୍ରା ନିର୍ମାଣ ପାଇଁ ବ୍ୟବସ୍ଥା ସୃଷ୍ଟି କଲେ । କିନ୍ତୁ କେବେ ବି ବିଦେଶୀ ବ୍ୟବସ୍ଥାକୁ ସ୍ୱୀକାର କରିନଥିଲେ ।

ଏବେ ସମଗ୍ର ବିଶ୍ୱରେ ସାମୁଦ୍ରିକ ସୁରକ୍ଷା ଏକ ବହୁତ ବଡ଼ ପ୍ରସଙ୍ଗ ପାଲଟିଛି । ସାରା ଦୁନିଆ ସାମୁଦ୍ରିକ ସୁରକ୍ଷାକୁ ନେଇ ସଚେତନ ହୋଇଯାଇଛି । ସମସ୍ତଙ୍କୁ ନିଜର ଅଧିକାରର ରକ୍ଷା ଓ ନିଜ ପାରମ୍ପରିକ ସମ୍ବନ୍ଧକୁ ସମଗ୍ର ବିଶ୍ୱରେ ସୁରକ୍ଷା ମିଳୁ ତା’ର ଚିନ୍ତା ରହୁଥିଲା । କିନ୍ତୁ ଏତେ  ବର୍ଷ ପୂର୍ବରୁ ଏହି ମାଟିରେ ଏକ ବୀର ପୁରୁଷ ଥିଲେ ଯିଏ ନୌସେନାର ସ୍ଥାପନ କରିଥିଲେ । ଆଉ ସାମୁଦ୍ରିକ ସାମର୍ଥ୍ୟକୁ ଚିହ୍ନଟ କରିଥିଲେ । ଆମେ ସିନ୍ଧୁ ଦୁର୍ଗ ସମେତ ଯେତିକି କି ଦୁର୍ଗ ଦେଖୁଛନ୍ତି, ସେଥିରେ ଉକ୍ତ ନୌସେନା ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସତ୍ୟ ଯେ ବିଶ୍ୱରେ ଯେଉଁଠି ପୁରାତନ ଜୀବନ ବ୍ୟବସ୍ଥା ଥିଲା, ସେ ଦିଗରେ ପର୍ଯ୍ୟଟନକୁ ଆକର୍ଷଣ କରିବା ପାଇଁ ପ୍ରତିଷ୍ଠିତ ସାମଗ୍ରୀ ଏକ ବଡ଼ ଆକର୍ଷଣର କାରଣ ପାଲଟିଛି । ବିଶ୍ୱରେ ଏବେବି ଯେଉଁଠି ହିନ୍ଦୁସ୍ତାନର ପର୍ଯ୍ୟଟନ ଚର୍ଚ୍ଚା ହେଉଛି ଆଉ ତାଜମହଲର ନାଁ ଯିଏ ଶୁଣେ ସେଠାକୁ ଯିବାକୁ ଉଚିତ୍ ମନେ କରେ । ପ୍ରତ୍ୟେକ ଯୁଗରେ ଏପ୍ରକାରର ପ୍ରତିଷ୍ଠିତ ପ୍ରତୀକର ଯେଉଁ ନିର୍ମାଣ ହୋଇଛି, ଶହ ଶହ ବର୍ଷ ପର୍ଯ୍ୟନ୍ତ ତାହା ସେହି ଦେଶର ପରିଚୟ ପାଲଟିଛି । ବିଶ୍ୱରେ ଅନେକ ରାଷ୍ଟ୍ର ଅଛି ଯେଉଁଠି କେବଳ  ଦୁର୍ଗର ପ୍ରବାସ ପାଇଁ ସ୍ୱତନ୍ତ୍ର ପର୍ଯ୍ୟଟନ ବ୍ୟବସ୍ଥା ରହିଛି । ଭାରତ ପାଖରେ ବିଭିନ୍ନ ଭାଗରେ ଆମର ରାଜା ମହାରାଜାଙ୍କ ଯୁଗର ବି ଅନେକ ଦୁର୍ଗ ରହିଛି । ଏହାର ନିଜସ୍ୱ ଏକ ସଂରଚନା ରହିଛି । ସୁରକ୍ଷାର ବିଜ୍ଞାନ ମଧ୍ୟ ଅଛି । ସ୍ଥାପତ୍ୟ ମଧ୍ୟ ଅଛି । ସେତେବେଳେ କେଉଁ ପ୍ରକାରର ସମ୍ବଳ ଉପଯୋଗ ହେଉଥିଲା । ତା’ର ଭଲମନ୍ଦ ବିଶେଷତଃ ବି ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ଆମେ ତାଜମହଲରୁ ଆଗକୁ ବାହାରି ପାରୁନି । ଏ ଦେଶର ପ୍ରତ୍ୟେକ କୋଣରେ ବିଶ୍ୱକୁ ଆକର୍ଷିତ କରିବା ଭଳି ଅନେକ  ସ୍ଥଳୀ ରହିଛି । ଯଦି ଭାରତର ସଠିକ୍ ଭାବେ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତିକରଣ ହେବ, ତା’ହେଲେ ବିଶ୍ୱକୁ ଭାରତରେ ପର୍ଯ୍ୟଟନ ନିମନ୍ତେ ଆକର୍ଷଣ କରିବାର ସମ୍ପୂର୍ଣ୍ଣ ଶକ୍ତି ମିଳିବ । ଏବେ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ଆଗକୁ ମାଡ଼ିବାର କ୍ଷେତ୍ର ଯଦି ଅଛି ତାହା ହେଉଛି ପର୍ଯ୍ୟଟନ । ଟ୍ରିଲିୟନ୍ ଡଲାରର ବ୍ୟାପାର ହେଉଛି ପର୍ଯ୍ୟଟନରେ । ବିଶ୍ୱର ପୁରାତନ ପରମ୍ପରାରେ ବଞ୍ଚୁଥିବା ଦେଶ ଭାବେ ଭାରତ ସମଗ୍ର ବିଶ୍ୱକୁ ଆକର୍ଷିତ କରିପାରିବ । ଛତ୍ରପତି ଶିବାଜୀ ମହରାଜା ଯେଉଁ ଦୁର୍ଗ ନିର୍ମାଣ କରିଛନ୍ତି ତା’ର ଯଦି ସଠିକ୍ ରକ୍ଷଣାବେକ୍ଷଣ କରାଯିବ, ବିଶ୍ୱ ସମ୍ମୁଖରେ ଏହାର ପରିଚୟ ସୃଷ୍ଟି କରାଯାଉ । ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଉ କି ସେଠାରେ ସେମାନେ ଦୁଃସାହସିକ ପର୍ଯ୍ୟଟନ କରିବେ । ଏହି ଦୁର୍ଗକୁ ଘୋଡ଼ାରେ ଚଢ଼ି ଯିବାର ବ୍ୟବସ୍ଥା କରାଯାଉ । ଭରତ ସରକାରଙ୍କ ଏଏସ୍ଆଇ ବିଭାଗକୁ ମୁଁ କହିବି କି ସେମାନେ ଛତ୍ରପତି ଶିବାଜୀ ମହାରାଜାଙ୍କ ଦୁର୍ଗରୁ ଏହି ବ୍ୟବସ୍ଥାର ଆରମ୍ଭ କରନ୍ତୁ । ସମଗ୍ର ଦେଶରେ ଦୁର୍ଗଗୁଡ଼ିକର ଏକ ପର୍ଯ୍ୟଟନର ପରିବେଶ ପ୍ରସ୍ତୁତ ହେଉ । ଏହାର ରକ୍ଷଣାବେକ୍ଷଣ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହେଉ ।

ଭାଇ ଓ ଭଉଣୀମାନେ ଆଜି ମୋ ପାଇଁ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ । ମହାରାଷ୍ଟ୍ର ସରକାରଙ୍କର, ମହାରାଷ୍ଟ୍ର ଲୋକଙ୍କର ମୁଁ କୃତଜ୍ଞ କି ଯେଉଁ ଶିବ-ସ୍ମାରକ ହେବାକୁ ଯାଉଛି, ସେଥିରେ ଜଳ ପୂଜନର ଭୂମି ପୂଜନର ସୌଭାଗ୍ୟ ମୋତେ ମିଳିଛି । ଏଭଳି ସୁଯୋଗ ଜୀବନରେ ଧନ୍ୟତାର ଅନୁଭୂତି କରାଇଥାଏ । ମୋ’ର ବିଶ୍ୱାସ ଅଛି କି ଯେଉଁ ସଂକଳ୍ପ ମହାରାଷ୍ଟ୍ର କରିଛି, ଫଡନବିସ ସରକାର କରିଛନ୍ତି ସେହି ସଂକଳ୍ପ ପୂରଣ ହେବ । ଯେତେବେଳେ ନିର୍ମାଣ କାର୍ଯ୍ୟ ଶେଷ ହେବ, ସେତେବେଳେ ସମଗ୍ର ଦେଶ ଗର୍ବ ଅନୁଭବ କରିବ । ବିଶ୍ୱରେ ଛାତି ଫୁଲାଇ ଛିଡ଼ା ହେବା କି ଦୁନିଆଁର ସବୁଠୁ ଉଚ୍ଚ ପ୍ରତିଷ୍ଠିତ କୋଠା ଆମ ପାଖରେ ରହିଛି । ଆଉ ଉକ୍ତ ମହାପୁରୁଷଙ୍କର ଯିଏକି ସାଧାରଣ ଲୋକଙ୍କ ସୁଖ ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ । ଏଭଳି ଛତ୍ରପତି ଶିବାଜୀ ମହାରାଜାଙ୍କୁ ଆଜି ମଥାନତ କରିବାର ମୋତେ ସୁଯୋଗ ମିଳିଛି ।

ଭାଇ ଓ ଭଉଣୀମାନେ, ଆମ ଦେଶରେ ବିଭ୍ରାନ୍ତକର ରାଜନୀତି ହୋଇଛି । ବିବିଧତାଭରା ଅନେକ ପ୍ରକାରର ମାର୍ଗ ଗ୍ରହଣ କରାଯାଇଛି । କିନ୍ତୁ ଏବେ 70 ବର୍ଷର ଅନୁଭବ ପରେ ଆମକୁ ସ୍ୱୀକାର କରିବାକୁ ହେବ କି, ଦେଶ ସ୍ୱାଧୀନ ହେବା ପରେ ଆମେ ବିକାଶର ମାର୍ଗକୁ ଗ୍ରହଣ କରିଥିଲେ ଆଜି ଭାରତରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ସେଭଳି କେବେ ହୋଇନଥାନ୍ତା ।

ବିକାଶ ହେଉଛି ଏକମାତ୍ର ସମସ୍ୟାର ସମାଧାନ । ଦେଶର ଯୁବପୀଢ଼ିଙ୍କୁ ରୋଜଗାର ଦେବାର ସମ୍ଭାବନା ହିଁ ବିକାଶରେ ଅଛି । ଦେଶର ଗରିବଙ୍କୁ ହକ୍ ଦେବାର ସାମର୍ଥ୍ୟ ହିଁ ବିକାଶରେ ଅଛି । ମଧ୍ୟବିତ ଲୋକଙ୍କୁ ନିଜର ସ୍ୱପ୍ନ ସାକାର କରିବା ପାଇଁ ଲମ୍ବା ଦୌଡ଼ ପାଇଁ ଆଗକୁ ବଢ଼ିବାର ଅଛି, ତେଣୁ ବିକାଶ ହିଁ ସେଥିପାଇଁ ସୁଯୋଗ ଦେଇପାରିବ । ସମ୍ମାନରେ ବଂଚିବା ପାଇଁ ବିକାଶ ହିଁ ଏକମାତ୍ର ମାର୍ଗ । ଆଉ ସେହି କାରଣରୁ ଭାଇ ଓ ଭଉଣୀମାନେ, ଆମକୁ ଆପଣମାନେ ଦାୟିତ୍ୱ ଦେବା ପରେ ଆମେ ବିକାଶକୁ ହିଁ କେନ୍ଦ୍ରବିନ୍ଦୁରେ ରଖିଛୁ । ବିକାଶ ସେଭଳି ହେବ ଯାହା ସ୍ଥାୟୀ । ବିକାଶ ସେଭଳି ହେବ ଯାହା ଗରିବଙ୍କୁ ନିଜର ଜୀବନରେ ପରିବର୍ତ୍ତନର ସୁଯୋଗ ଦେବ । ନିଜର ଆଶା ଆକାଂକ୍ଷାକୁ ପୂରା କରିବାର ସାମର୍ଥ୍ୟ ଦେବ । ସଶକ୍ତ କରାଇବ । ଆଉ ଏଇଥିପାଇଁ ଆମର ସମସ୍ତ ଯୋଜନାର କେନ୍ଦ୍ର ବିନ୍ଦୁରେ ଗରିବଙ୍କ କଲ୍ୟାଣ ରହିଛି । ଯେତେ ବେଳେ ଆମ ସରକାର ଗଠନ ହେଲା, ଆମ ସମ୍ମୁଖକୁ ଗୋଟିଏ ରିପୋର୍ଟ ଆସିଲା । ଛୋଟ ଛୋଟ କାରଖାନାରୁ ଯେଉଁମାନେ ଅବସର ନେଉଥିଲେ, ସରକାରୀ କାମରୁ ଯେଉଁମାନଙ୍କୁ ପେନସନ୍ ମିଳୁଥିଲା । ତା’ଉପରେ ଏହି ରିପୋର୍ଟ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କିଛି ଲୋକଙ୍କୁ 7ଟଙ୍କା ପେନସନ୍ ମିଳୁଥିଲା ତ କିଛି ଲୋକଙ୍କୁ 51ଟଙ୍କା ପେନସନ୍ । କିଛି ଲୋକଙ୍କୁ 80ଟଙ୍କା ପେନସନ୍ ମିଳୁଥିଲା । ଦେଢ଼ ଶହ ଟଙ୍କା ପାଖାପାଖି କେହି ନଥିଲେ । ଆଉ 7 ଟଙ୍କାର ପେନସନ୍ ଆଣିବା ପାଇଁ 80ବର୍ଷର ବ୍ୟକ୍ତି କାହିଁକି ଅଟୋ ରିକ୍ସା କରି ପୋଷ୍ଟ ଅଫିସ୍ ଯିବ । ଆମେ କ୍ଷମତାକୁ ଆସିବା ମାତ୍ରେ ନିଷ୍ପତ୍ତି ନେଲୁ କି ଯେଉଁମାନେ ଅବସରପ୍ରାପ୍ତ ଲୋକ ଅଛନ୍ତି, ଯାହାଙ୍କୁ ଏତେ କମ୍ ପେନସନ୍ ମିଳୁଛି ସେମାନଙ୍କ ପାଇଁ ଅତିକମ୍ ରେ ହଜାରେ ଟଙ୍କା ପେନସନର ବ୍ୟବସ୍ଥା ହେବା ଉଚିତ୍ । ଅବଶ୍ୟ ଏଥିପାଇଁ ସରକାରୀ ରାଜକୋଷ ଉପରେ ବୋଝ ପଡ଼ିବ ।

ଭାଇଭଉଣୀମାନେ, 35ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛୁ । ଏହା ଛୋଟ ଅଙ୍କ ନୁହେଁ । ଶହ ଶହ କୋଟି ଟଙ୍କାର ବୋଝ ସରକାରୀ ରାଜକୋଷ ଉପରେ ପଡ଼ିଛି । ଏହା ସତ୍ତ୍ୱେ ବି ଆମର ସରକାର ଏହି ବରିଷ୍ଠ ଲୋକମାନଙ୍କୁ ଭଲ ଜୀବନଶୈଳୀ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଔଷଧ ମହଙ୍ଗା ହେଉଛି । ଆମେ ନିଶ୍ଚିତ ଭାବେ ଜେନେରିକ୍ ମେଡିସିନ୍ ଉପରେ ଗୁରୁତ୍ୱ ଦେଇଛୁ । ଜନ ଔଷଧାଳୟ ସମଗ୍ର ଦେଶରେ ଖୋଲିବାର ଦାୟିତ୍ୱ ଆମେ ନେଇଛୁ । ଯାହାଫଳରେ ଗରିବଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ସଠିକ୍ ମିଳୁ ଓ ଭଲ ଦାମରେ ନିର୍ଦ୍ଧାରିତ ସମୟରେ ମିଳୁ । ଯାହାଫଳରେ ଗରିବଙ୍କୁ କେହି ଔଷଧ ନାଁରେ ଶୋଷଣ କରିପାରିବେ ନାହିଁ । ଗରିବ ମା’ ଚୁଲିରେ କାଠ ଜାଳି ଖାଦ୍ୟ ତିଆରି କରୁଛି । ସେହି ଗରିବ ମା’ର ଶରୀରରେ ଗୋଟିଏ ଦିନରେ ଚାରି ଶହ ସିଗାରେଟର ଧୂଆଁ ଯାଉଥିଲା । ସେହି ଗରିବ ମା’ ରୋଗିଣା ହେବତ ନାହିଁ କ’ଣ ହେବ । ସେହି ଗରିବ ମା’ର ପିଲା ଅସୁସ୍ଥ ହେବ ନାହିଁ ତ କ’ଣ ହେବ । ତେଣୁ ସରକାର ନିଷ୍ପତ୍ତି ନେଲା କି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ଝୁମ୍ପୁଡ଼ି ବସ୍ତିରେ ଜୀବନ ଅତିବାହିତ କରୁଥିବା ଏହି ଗରିବ ପରିବାରକୁ ଜାଳେଣି କାଠର ଧୂଆଁରୁ ମୁକ୍ତ କରାଯିବ । କୋଟିକୋଟି ଗରିବ ପରିବାରକୁ ଗ୍ୟାସ୍ ସିଲିଣ୍ଡର ସଂଯୋଗ ଦେବାକୁ ଆମେ ନିଷ୍ପତ୍ତି ନେଲୁ  । କୋଟିକୋଟି ସଂଖ୍ୟାରେ ଲୋକଙ୍କୁ ଏହା ମିଳିସାରିଲାଣି । ଆଗାମୀ 3 ବର୍ଷ ମଧ୍ୟରେ ଗରିବ ରେଖା ତଳେ ଥିବା 5କୋଟି ପରିବାର ନିକଟରେ ଆମେ ଏହା ପହଂଚାଇବୁ । ଏ ଦେଶରେ ସ୍ୱାଧୀନତାକୁ 70ବର୍ଷ ପୂରି ଗଲାଣି । 18ହଜାର ଗାଁ ଏଭଳି ଥିଲା ଯାହା ଅଷ୍ଟାଦଶ ଶତାବ୍ଦୀରେ ବଞ୍ଚିବା ପାଇଁ ବାଧ୍ୟ ଥିଲା । ବିଦ୍ୟୁତ ଖୁଣ୍ଟଟିଏ ବି ଲାଗିପାରିନି । ନା ତାର(Wire) ପହିଂଚିଛି, ନା ବିଜୁଳି ଦେଖାଅଛି । 70ବର୍ଷ ଯେଉଁମାନେ ସମୟ ନଷ୍ଟ କରିଛନ୍ତି ସେମାନଙ୍କୁ ଇତିହାସ କ୍ଷମା କରିବ କି । ସେମାନେ ସ୍ୱାଧୀନ ଭାରତରେ 70ବର୍ଷ ପର୍ଯ୍ୟନ୍ତ ଏହି ଗାଁ ଲୋକଙ୍କୁ ଅଷ୍ଟାଦଶ ଶତାବ୍ଦୀରେ ବଂଚିବା ପାଇଁ ବାଧ୍ୟ କରିଦେଇଥିଲେ । ସେମାନେ ଆଲୋକ ଦେଖିନଥିଲେ । ଅନ୍ଧାରୀ ଜୀବନରେ ଅତିବାହିତ କରୁଥିଲେ । । ଆମେ ଏକ ହଜାର ଦିନରେ 18ହଜାର ଗାଁରେ ବିଦ୍ୟୁତ ପହଂଚାଇବାର ପଦକ୍ଷେପ ନେଇଛୁ । ଅଧାରୁ ଅଧିକ ଗାଁକୁ ବିଦ୍ୟୁତ ଯୋଗାଣ କରିସାରିଲୁଣି । ଗାଁ’ର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଆଉ ହଜାରେ ଦିନରେ ଏହି କାମକୁ ନିଶ୍ଚିତ ପୁରା କରିବୁ ।

ଭାଇ ଓ ଭଉଣୀମାନେ, କିଏ କହୁଛି ଦେଶରେ ପରିବର୍ତ୍ତନ ଆସିପାରିବ ନାହିଁ । ମୁଁ ଦୃଢ଼ ଭାବେ କହୁଛି କି 125 କୋଟି ଦେଶବାସୀଙ୍କ ସାମର୍ଥ୍ୟକୁ ଭରସା କରି କହୁଛି କି ଦେଶ ବଦଳିପାରିବ । ବନ୍ଧୁଗଣ, ଆପଣମାନେ ଲେଖିକି ରଖନ୍ତୁ ଦେଶ ନିଶ୍ଚୟ ପରିବର୍ତ୍ତନ ହେବ । ଦେଶ ବି ଆଗକୁ ବଢ଼ିବ । ଦୁନିଆଁରେ ଭାରତ ସଗର୍ବେ ଛିଡ଼ା ହେବ । ଏହି 3ବର୍ଷର ଅନୁଭବ ଆଧାରରେ ଏହା କହୁଛି । ଆପଣମାନେ କଳ୍ପନା କରିପାରିବେ ନାହିଁ କି ଆଜି ଏହି ମଂଚରେ ଯେଉଁସବୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି, ଯଦି ଟଙ୍କା ପଇସାରେ ଏହାକୁ ଯୋଡ଼ାଯାଏ, ତା’ହେଲେ ଏହା କେତେ ଅଧିକ ହେବ ଆକଳନ କରନ୍ତୁ । ଏହି ଗୋଟିଏ ମଞ୍ଚରୁ ଯେତେ ବଟନ ମୁଁ ଚିପିଛି ସେସବୁ ଏକ ଲକ୍ଷ 6ହଜାର କୋଟି ଟଙ୍କାର ପ୍ରୋଜେକ୍ଟ । ଏକ ଲକ୍ଷ ଛଅ ହଜାର କୋଟି । କେବଳ ମୁମ୍ବାଇରେ ଗୋଟିଏ କାର୍ଯ୍ୟକ୍ରମରେ ଏକ ଲକ୍ଷ 6ହଜାର କୋଟି ଟଙ୍କାରୁ ଅଧିକ ବିକାଶ କାର୍ଯ୍ୟର ଶୁଭାରମ୍ଭ ହେଉଛି । ଏହା ବୋଧହୁଏ ମୁମ୍ବାଇ ଇତିହାସରେ ବହୁତ ବଡ଼ ଘଟଣା ହେବ । ଆଉ ଆମେ ଏହାକୁ କରି ଦେଖାଇଛୁ ।

ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ମୁମ୍ବାଇ ମାଟିକୁ ଆସିଛି, ସମଗ୍ର ମହାରାଷ୍ଟ୍ରର ଜନତାଙ୍କୁ ମୁଣ୍ଡ ନୁଆଁଇ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ପ୍ରଣାମ କରିବାକୁ ଚାହୁଁଛି । ଆମ ଦେଶରେ ଭଲ କୁହନ୍ତୁ ଅବା ଖରାପ କୁହନ୍ତୁ ଏହା ଏକ ଅଭ୍ୟାସ ପାଲଟିଗଲାଣି । ଆପଣ ଯଦି ନିର୍ବାଚନରେ ବିଜୟୀ ହୋଇଛନ୍ତି  ତା’ହେଲେ ତାହା କିଛି ଭଲ କରିଛନ୍ତି ବୋଲି ପ୍ରମାଣ । ଯଦି ନିର୍ବାଚନରେ ହାରି ଯାଇଛନ୍ତି ତା’ହେଲେ କୁହାଯାଉଛି ଆପଣଙ୍କ ନିଷ୍ପତ୍ତି ଭୁଲ୍ ଥିଲା । ଯେଉଁଦିନ ସରକାର ଗଠନ ହେଲା ସେବେଠୁ ଭ୍ରଷ୍ଟାଚାର ଓ କଳାଟଙ୍କା ବିରୋଧରେ ଲଢ଼େଇ ଆରମ୍ଭ କରିଥିଲୁ । ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତ୍ତି ନେଲୁ । କିନ୍ତୁ ନଭେମ୍ବର 8 ତାରିଖ ରାତି 8ଟାରେ ଆମେ ବହୁତ ବଡ଼ ଆକ୍ରମଣ କଲୁ । ଜାଲ୍ ନୋଟ, କଳାଟଙ୍କା, ଦୁର୍ନୀତି ବିରୋଧରେ ଏକ ନିର୍ଣ୍ଣାୟକ ଲଢ଼େଇର ବିଗୁଲ୍ ବଜାଇ ଦେଲୁ । ଭାଇ ଓ ଭଉଣୀମାନେ 125 କୋଟି ଦେଶବାସୀ ଏତେ କଷ୍ଟ ସହିଲେ କିନ୍ତୁ ଗୋଟିଏ ମୁହୂର୍ତ୍ତ ବି ମୋତେ ଦୂରେଇ ନାହାନ୍ତି । ସେମାନଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ ହେଲା, ସେମାନଙ୍କୁ ଭୟଭୀତ କରିବାକୁ ପ୍ରୟାସ ହେଲା । ଭୁଲ୍ ପ୍ରଚାର ବଜାରକୁ ଗରମ କଲା । କିନ୍ତୁ ଯେଉଁମାନଙ୍କୁ ଆମେ ନିରକ୍ଷର କହୁଛେ, ଅଶିକ୍ଷିତ କହୁଛେ ସେମାନଙ୍କର ବିବେକ ଏଭଳି ପ୍ରଲୋଭନରେ ଆସିନଥିଲା । ଦେଶର ସ୍ୱାର୍ଥରେ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ଭରପୂର ସମର୍ଥନ ଦେଲେ । ଆଉ ଯେତେବେଳେ ଗତ ନିର୍ବାଚନରେ ମହାରାଷ୍ଟ୍ରର ଲୋକମାନେ ଏହି ନିଷ୍ପତ୍ତି ଉପରେ ଲଗାଇଲେ, ସମଗ୍ର ହିନ୍ଦୁସ୍ତାନରେ ସନ୍ଦେଶ ଗଲା କି ସତ୍ୟ କାହା ସହ ଅଛି । ଦେଶ କେଉଁ ଦିଗରେ ଯିବାକୁ ଚାହୁଁଛି ।

ଭାଇ ଓ ଭଉଣୀମାନେ, ମୁଁ ଗୋଆରେ କହିଥିଲି ଯେ ଏହି ଲଢ଼େଇ ଛୋଟ ନୁହେଁ । 70ବର୍ଷ ଧରି ଯେଉଁମାନେ କ୍ଷୀର ସର ଖାଇଛନ୍ତି, ସେଭଳି ପ୍ରଭାବଶାଳୀ ଲୋକମାନେ ଏହାକୁ ବିଫଳ ହେବାକୁ ସବୁକିଛି କରିବେ । ସବୁ ପ୍ରକାରର କୌଶଳ ଆପଣାଇବେ । ପୁରା ଶକ୍ତି ଲଗାଇଦେବେ ।  ଆଉ କେହି ବି କିଛି ଦମ୍ ଲଗାଇବାର ସୁଯୋଗ ଛାଡ଼ିନାହାନ୍ତି । ଯାହାଙ୍କ ଦ୍ୱାରା ଯାହାକିଛି ହୋଇଛି, ସବୁକିଛି କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ 125 କୋଟି ଦେଶବାସୀଙ୍କ ସଂକଳ୍ପ ସମ୍ମୁଖରେ 70ବର୍ଷ ଧରି କ୍ଷୀର ସର ଖାଉଥିବା ଲୋକମାନେ ତିଷ୍ଠି ପାରିନାହାନ୍ତି । ଜିତି ପାରିବେ ନାହିଁ । ଆଉ ବନ୍ଧୁଗଣ ଏ ଦେଶ କେବେ ହାରିନପାରେ । 125 କୋଟି ଦେଶ କେବେ ପରାଜିତ ହୋଇପାରିବ ନାହିଁ । ଏଭଳି ହାତଗଣତି ଲୋକ କଦାପି ଦେଶକୁ ନୁଆଁଇ ପାରିବେ ନାହିଁ । କିଛି ଲୋକଙ୍କୁ ଲାଗୁଥିଲା କି ବ୍ୟାଙ୍କବାଲାକୁ ପ୍ରଭାବିତ କଲେ ସବୁ କଳାଟଙ୍କା ଧଳା ହୋଇଯିବ । ଆଉ କଳାଧଳାର ଖେଳରେ ଆପଣ ତ ନିଜେ ମଲେ, ଆଉ ସେହି ବ୍ୟାଙ୍କବାଲାକୁ ବି ମାରିଦେଲେ । କିଭଳି କିଭଳି ଲୋକ ଜାଲରେ ଫସୁଛନ୍ତି । ଗୋଟିଏ ପରେ ଗୋଟିଏ ପରଦା  ଖୋଲିବାରେ ଲାଗିଛି । ସେମାନଙ୍କୁ ଲାଗୁଥିଲା କି ବ୍ୟାଙ୍କ ଚାଲିଗଲେ ଆଉ କିଛି ହେବାର ନାହିଁ । କିନ୍ତୁ ବନ୍ଧୁଗଣ ବ୍ୟାଙ୍କ ଆସିବା ପରେ ତ ଅସଲ କାମ ଆରମ୍ଭ ହୋଇଛି । ମୋର ଦେଶବାସୀଙ୍କୁ କହିଥିଲି କି 50ଦିନ ପର୍ଯ୍ୟନ୍ତ ସମସ୍ୟା ରହିବ । ଦେଶବାସୀ ଦେଶର ଭବିଷ୍ୟତ ପାଇଁ ଏହି କଷ୍ଟକୁ ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଯାହାବି ବାକିଅଛି, ସମସ୍ୟା ଆସିବ ଦେଶ ତାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ମୋର ଏଭଳି ପୁରା ବିଶ୍ୱାସ ଅଛି । କିନ୍ତୁ ଭାଇ ଓ ଭଉଣୀମାନେ 50ଦିନ ପରେ ସଚ୍ଚୋଟ ଲୋକଙ୍କ ସମସ୍ୟା କମିବା ଆରମ୍ଭ ହେବ । 50ଦିନ ପରେ ବେଇମାନ ଲୋକଙ୍କ ସମସ୍ୟା ବଢ଼ିବ । ଏବେବି ବେଇମାନୀ କରୁଥିବା ଲୋକଙ୍କୁ କହିବାକୁ ଚାହୁଁଛି କି ଟିକେ ସମ୍ଭାଳି ଯାଆନ୍ତୁ । ଫେରିଆସନ୍ତୁ, ଦେଶର ଆଇନକୁ ସ୍ୱୀକାର କରନ୍ତୁ । ନିୟମକୁ ପାଳନ କରନ୍ତୁ ଓ ପ୍ରତ୍ୟେକ ନାଗରିକ ଭଳି ଆପଣ ବି ଶାନ୍ତିରେ ଜୀବନ ଅତିବାହିତ କରନ୍ତୁ । ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି । ସରକାର ଆପଣମାନଙ୍କୁ ଧ୍ୱଂସ କରିବାକୁ ଚାହୁଁନି । ଏ ସରକାର ଆପଣମାନଙ୍କୁ ଫାଶିରେ ଝୁଲାଇବା ଜିଦରେ ନାହିଁ । କିନ୍ତୁ ଗରିବଙ୍କ ଯେଉଁ ଅଧିକାର ରହିଛି, ତା’ର ମୂଲ୍ୟ ଆପଣମାନଙ୍କୁ ଦେବାକୁ ପଡ଼ିବ । ଆପଣମାନଙ୍କୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଯଦି କେହି ଭାବୁଥାଏ ଯେ ପୂର୍ବଭଳି କୌଣସି ବାଟ ଖୋଜି ଖସିଯିବେ, ତା’ହେଲେ ଭୁଲ୍ ଚିନ୍ତା କରୁଛନ୍ତି । ଆପଣମାନେ ଜାଣିବା ଦରକାର ଯ ସରକାର ବଦଳି ସାରିଛି । 30ବର୍ଷ ପରେ ହିନ୍ଦୁସ୍ତାନର ଲୋକମାନେ ପୂର୍ଣ୍ଣ ବହୁମତ ଥିବା ସରକାର ଗଠନ କରିଛନ୍ତି । ହିନ୍ଦୁସ୍ତାନର ଲୋକମାନେ ଭ୍ରଷ୍ଟାଚାର ଓ କଳାଟଙ୍କାକୁ ସମାପ୍ତ କରିବା ପାଇଁ ସରକାର ଗଠନ କରିଛନ୍ତି । ଆଉ ଏହି କାମ ଏ ସରକାର ଯେମିତି ହେଲା ଜାରି ରଖିବ । ତେଣୁ ଭାଇ ଓ ଭଉଣୀମାନେ ଏବେ ଯେଉଁ ସମୟ ଆସିଛି ସେଥିରେ ବେଇମାନଙ୍କ ବରବାଦ ହେବାର ସମୟ ଆରମ୍ଭ ହୋଇଛି । ଦେଶର ମଙ୍ଗଳ ପାଇଁ ସ୍ୱଚ୍ଛତା ଅଭିଯାନ ଚାଲିଛି । ଦେଶର ମଙ୍ଗଳ ପାଇଁ ସ୍ୱଚ୍ଛ ପରିଷ୍କାର ସାର୍ବଜନୀନ ଜୀବନ ହେଉ । ସ୍ୱଚ୍ଛ ପ୍ରଶାସନ ହେଉ । ବିଶ୍ୱାସର ବାତାବରଣ ହେଉ । ଦେଶର ପ୍ରତ୍ୟେକ ନିଷ୍ପତ୍ତିର ମୂଲ୍ୟ ରହିବା ଉଚିତ୍ । ତାକୁ ସମ୍ମାନ ଦେବା ଉଚିତ୍ । ଭାଇ ଓ ଭଉଣୀମାନେ ଏଭଳି ପ୍ରକାରର ପାପ କରିବାର ଅଭ୍ୟାସ ହାତଗଣତି ଲୋକଙ୍କର ହୋଇଗଲାଣି । ଆଉ ଏହି କାରଣରୁ ଦେଶର କୋଟିକୋଟି ଲୋକଙ୍କୁ ଏହା ସହିବାକୁ ପଡ଼ୁଛି । ଭାଇ ଓ ଭଉଣୀମାନେ ଯଦି ଏହି ବେଇମାନ ଲୋକମାନଙ୍କୁ ମୋଦୀର ଡର ନାହିଁ, ସରକାରର ଭୟ ନାହିଁ, ତା’ହେଲେ ନରହୁ । କିନ୍ତୁ ଏହି ବେଇମାନ ଲୋକମାନେ ଦେଶର 125 କୋଟି ଲୋକଙ୍କ ମିଜାଜକୁ କମ୍ ବୋଲି ଆକଳନ କରନ୍ତୁ ନାହିଁ । ଏଥିପାଇଁ ତ ସେମାନଙ୍କୁ ଭୟଭୀତ ହେବାକୁ ପଡ଼ିବ । 125 କୋଟି ଦେଶବାସୀଙ୍କ ମାନସିକତା ବଦଳି ଯାଇଛି । ସେମାନେ ଅନ୍ୟାୟ ସହିବାକୁ ପ୍ରସ୍ତୁତ ନାହାନ୍ତି । ବେଇମାନୀ ସହିବାକୁ ପ୍ରସ୍ତୁତ ନାହାନ୍ତି । ଭ୍ରଷ୍ଟାଚାର ସ୍ୱୀକାର କରିବାକୁ ଚାହୁଁନାହାନ୍ତି । କଳାଟଙ୍କା ବିରୋଧରେ ଲଢ଼େଇ ପାଇଁ ସେନାପତି ହୋଇ ବାହାରି ସାରିଛନ୍ତି ।  ଭାଇ ଓ ଭଉଣୀମାନେ ତେଣୁ ଏହି ଲଢ଼େଇ ଜିତିବା ପାଇଁ ଆପଣମାନେ ମୋତେ ସହଯୋଗ କରିଛନ୍ତି । ଆଜି ମୁମ୍ବାଇର ଏହି ମାଟିରୁ, ମହାରାଷ୍ଟ୍ର ମାଟିରୁ ଛତ୍ରପତି ଶିବାଜୀ ମହାରାଜାଙ୍କ ଶିବ-ସ୍ମାରକ ଉପରେ ଏହାର ଶୁଭାରମ୍ଭ ହେଉଛି, ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ଯେପର୍ଯ୍ୟନ୍ତ ଆମେ ବିଜୟୀ ନହୋଇଛୁ, ଏହି ଲଢ଼େଇ ଅଟକିବ ନାହିଁ ।

ମୁଁ ପୁଣିଥରେ ମହାରାଷ୍ଟ୍ର ସରକାରଙ୍କର ଏହି ବିକାଶର କାର୍ଯ୍ୟରେ ସହଭାଗିତା ପାଇଁ ଫଡ଼ନବିସଙ୍କ ନେତୃତ୍ୱରେ ଏକ ଦୂରଗାମୀ ସରକାର ମହାରାଷ୍ଟ୍ରକୁ ମିଳିଛି । ବିକାଶକୁ ସମର୍ପିତ ସରକାର ମିଳିଛି । ଚାଷୀଙ୍କ ପାଇଁ ପାଣି ପରିଚାଳନାର ଚର୍ଚ୍ଚା ହେଉ କି ସହରର ଭିତ୍ତିଭୂମି ହେଉ, ଯୁବବର୍ଗ ପାଇଁ ଦକ୍ଷତା ବିକାଶ ହେଉ କି ଶିକ୍ଷା କ୍ଷେତ୍ର ହେଉ । ସବୁ କ୍ଷେତ୍ରରେ ମହାରାଷ୍ଟ୍ର ନୂଆ ଶିଖରକୁ ଅତିକ୍ରମ କରିବା ପାଇଁ ପୁରା ସାମର୍ଥ୍ୟ ସହ ଆଗେଇ ଚାଲିଛି । ଫଡନବିସ ଓ ତାଙ୍କ ଟିମ୍ କୁ ମୁଁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ମୋ’ ସହ ଏକ ସ୍ଵରରେ କୁହନ୍ତୁ ଛତ୍ରପତି ଶିବାଜୀ ମହାରାଜ କୀ, ଛତ୍ରପତି ଶିବାଜୀ ମହାରାଜା କୀ, ଛତ୍ରପତି ଶିବାଜୀ ମହାରାଜା କୀ, ଛତ୍ରପତି ଶିବାଜୀ ମହାରାଜ କୀ, ଛତ୍ରପତି ଶିବାଜୀ ମହାରାଜ କୀ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modiplomacy: A billion people, one brand

Media Coverage

Modiplomacy: A billion people, one brand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”