We must plan for the future. We must plan adequately for growth of our cities: PM
Government of India is actively working on the Rurban Mission. This caters to those places that are growing & urbanising quickly: PM
Character & spirit of the village has to be preserved & at the same time we need to invigorate our villages with good facilities: PM
In this nation everybody is equal before the law and everyone has to follow the law: PM

ମଞ୍ଚାସୀନ ସମସ୍ତ ମହାନୁଭବ ଓ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ପୁଣେର ସମସ୍ତ ଭାଇ ଓ ଭଉଣୀମାନେ ।

ଆମ ଦେଶରେ ଦ୍ରୁତଗତିରେ ସହରୀକରଣ ହେଉଛି । ଆପଣ ଯେତେ ବ୍ୟବସ୍ଥା କରନ୍ତୁନା କାହିଁକି, କିନ୍ତୁ ଯେଉଁ ଗତିରେ ସହରୀକରଣ ହେଉଛି, ସେ ଦିଗରେ କାମ କରିବା ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଗାଁରେ ଆମକୁ ଏସବୁ ପ୍ରକାରର କାର୍ଯ୍ୟ ବିକଶିତ କରିବାକୁ ପଡ଼ିବ । ରୋଜଗାର ଅବସର ସୃଷ୍ଟି କରିବାକୁ ହେବ । ଜୀବନଶୈଳୀର ଗୁଣାତ୍ମକ ପରିବର୍ତ୍ତନ କରିବାକୁ ପଡ଼ିବ, ଯେଉଁ ସୁବିଧା ସହରରେ ଅଛି । ସେ ସୁବିଧା ଗାଁରେ ମିଳିବ । ଯେଉଁ ସମ୍ଭାବନା ସହରରେ ରହିଛି ତାହା ଗାଁରେ ମଧ୍ୟ ହେବ । ଯେଉଁ ସୁଯୋଗ ସହରରେ ଉପଲବ୍ଧ ହେଉଛି, ସେଭଳି ସୁଯୋଗ ଗାଁରେ ମଧ୍ୟ ଉପଲବ୍ଧ ହେବ । ତା’ହେଲେ ଯାଇ ଗାଁରୁ ସହର ଆଡ଼କୁ ମୁହାଁଇଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ହୋଇପାରିବ । ଅନ୍ୟପକ୍ଷରେ ଆମେ ଏବେ ଏବେ ଜିତିକି ଆସିଛେ । 5ବର୍ଷ ପରେ କିଭିଳ ପୁଣିଥରେ ଜିତିକି ଆସିବା ଯଦି ସେଭଳି ଚିନ୍ତା କରିବା ତା’ହେଲେ ଆମେ କେବେ ମଧ୍ୟ ସହର ସମ୍ମୁଖରେ ଯେଉଁ ସମସ୍ୟା ହେଉଛି ତାକୁ ସମାଧାନ କରିପାରିବା ନାହିଁ । ଏହି ଚାଲେଞ୍ଜକୁ କେବେ ବି ଦୂର କରିପାରିବା ନାହିଁ । ତେଣୁ ତତ୍କାଳ ରାଜନୀତିକ ଲାଭ ହେଉ ଅବା ନହେଉ 25-30 ବର୍ଷ ପରେ ଆମର ସହର କିଭଳି ହେବ, କେତେ ପରିମାଣର ଜଳର ଆବଶ୍ୟକତା ଥିବ, କେତେ ସ୍କୁଲ, ହସ୍ପିଟାଲ ଓ ଟ୍ରାଫିକ୍ କେତେ ବଢ଼ିବ ଏଭଳି ଚିନ୍ତାକୁ ନେଇ ଯଦି ଆମେ ସହରର ବିକାଶ ଯୋଜନା କରିବା, ତା’ହେଲେ ଯାଇ ଦ୍ରୁତ ଗତିରେ ଯେଉଁ ସହରୀକରଣ ହେଉଛି, ସେହି ଚାଲେଞ୍ଜକୁ ଅତିକ୍ରମ କରିପାରିବା । ଦିଲ୍ଲୀରେ ଯେଉଁ ସରକାର ଅଛି, ଯାହାକୁ ଆପଣମାନେ ଦାୟିତ୍ୱ ଦେଇଛନ୍ତି ଆଉ ଏଇଥିପାଇଁ ଆମେ ଆମର କାର୍ଯ୍ୟଶୈଳୀ ତତ୍କାଳୀନ ଲାଭ ପରିବର୍ତ୍ତେ ଏକ ସ୍ଥାୟୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ । ଆମେ ଗାଁ ପାଇଁ ଯୋଜନା କରୁଛୁ । “ରୁର୍ବାନ” ମିଶନ ଏଭଳି ଯେଉଁଥିରେ ଗାଁ ଧୀରେ ଧୀରେ ସହର ପାଲଟିବ । ଦେଖୁ ଦେଖୁ ଜନସଂଖ୍ୟା ବଢ଼ୁଛି । ବଡ଼ ସହରର ପରିସୀମା 20ରୁ 25କିମି ବ୍ୟାପିବାରେ ଲାଗିଛି । ଆମେ ଦେଶର ସବୁ ରାଜ୍ୟକୁ କହିଛୁ କି ଏଭଳି ଗାଁ ଖୋଜି ବାହାର କରନ୍ତୁ ଓ ସେହି ଗାଁକୁ ରୁର୍ବାନ ଯୋଜନା ଆଧାରରେ ବିକଶିତ କରିବାର ଏକ ବିସ୍ତୃତ କାର୍ଯ୍ୟ ଚାଲିଛି । ଯେଉଁ ରୁର୍ବାନ ମିଶନର ସିଧାସଳଖ ଅର୍ଥ ହେଉଛି ଆତ୍ମା ଗାଁର ହେବ, ଆଉ ସୁବିଧା ସହରର ହେବ । ଗାଁର ଆତ୍ମା ମରିବା ଉଚିତ୍ ନୁହେଁ । ତାହା ସୁରକ୍ଷିତ ରହିବା ଉଚିତ୍, ବିକଶିତ ହେବା ଉଚିତ୍, କିନ୍ତୁ ଗାଁ ଲୋକଙ୍କୁ ଆଉ ଅଷ୍ଟାଦଶ ଶତାବ୍ଦୀରେ ବଂଚିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ତେଣୁ ଆମେ ରୁର୍ବାନ ମିଶନ ଆଧାରରେ ସମଗ୍ର ଦେଶରେ ଶତାଧିକ ଗାଁ ଉପରେ ଧ୍ୟାନକେନ୍ଦ୍ରିତ କରିଛୁ ଓ ସୁବିଧା ବୃଦ୍ଧିର ପ୍ରୟାସ କରିଛୁ । ଯାହାଫଳରେ ସହରର ବୋଝକୁ ହ୍ରାସ କରାଯାଇପାରିବ । ଅନ୍ୟପକ୍ଷରେ ସହରରେ ବଡ଼ ପରିବର୍ତ୍ତନର କାମ ଓ ପରିବର୍ତ୍ତନମୂଳକ ପଦକ୍ଷେପ ଆବଶ୍ୟକତା ରହିଛି । ଆମ ଦେଶରେ ସହରର ଭିତ୍ତିଭୂମି କ୍ଷେତ୍ରରେ ଆମେ ଉଦାସୀନ ରହିଛୁ । ଏବେ ଏତିକି ହେଲେ ଚଳିଯିବ, ଏବେ ଏତିକି ରାସ୍ତା ତିଆରି କରିଦେବା । ଆଉ ପରେ ଯେତେବେଳେ ସେହି ରାସ୍ତାକୁ ଚଉଡ଼ା କରିବାକୁ ପଡ଼ିବ, ସେତେବେଳକୁ ଲୋକମାନେ ତାକୁ ଜବରଦଖଲ କରିସାରିବେଣି । ପୁଣି କୋର୍ଟକଚେରୀ ମାମଲା ଚାଲିବ । 25-30 ବର୍ଷ ପର୍ଯ୍ୟନ୍ତ କିଛି ଫାଇଦା ହେବ ନାହିଁ । ଆମେମାନେ ବ୍ୟବସ୍ଥାକୁ ଏଭଳି କରିଦେଇଛେ । ପାଣିର ପାଇପ ବିଛାଇବା, ଆଉ ପାଣିର ପାଇପ୍ ବିଛାଇବା କାର୍ଯ୍ୟ ସରିବା ବେଳକୁ ସେଠାରେ ଜନସଂଖ୍ୟା ଏତେ ବଢ଼ିଯିବ ଯେ ପାଇପ ଲାଇନର ସାଇଜ୍ ଛୋଟ ପଡ଼ିଯିବ । ତା’ପରେ ପ୍ରଶ୍ନ ଉଠିବ ବଡ଼ ପାଇପ ଲାଇନ କିଭଳି ପକାଇବା । ଅର୍ଥାତ ଆମେ ବିକାଶର ଏଭଳି ମଡେଲ୍ କୁ ନେଇ ଚାଲିଛୁ, ଯାହା ଆମକୁ ତତ୍କାଳ ଲାଭ ଓ ଅନୁଭବ କରାଇଥାଏ । କିନ୍ତୁ ଏଭଳି ବ୍ୟବସ୍ଥା ବିକଶିତ କରୁନାହିଁ, ଯାହା ଆଗାମୀ ଦିନରେ କେତେ ବୋଝ ପଡ଼ିବ, ଏହାର ମଧ୍ୟ ସମାଧାନ ବାହାର କରିବାକୁ ହେବ ।

ଆମର ପ୍ରୟାସ ହେଉଛି ଏବେ ସମଗ୍ର ଦେଶରେ ଏକ ସଙ୍ଗେ 50ରୁ ଅଧିକ ସହରରେ ମେଟ୍ରୋ ଟ୍ରେନ୍ ଦିଗରେ ଆଗେଇବା । ଆପଣମାନେ କଳ୍ପନା କରିପାରୁଥିବେ, କେତେ ଅଧିକ ପରିମାଣର ଆର୍ଥିକ ବୋଝ ଉଠଇବା ନିମନ୍ତେ ଆମେ ନିଷ୍ପତ୍ତି ନେଇଛୁ । କିନ୍ତୁ ଯଦି ଆମେ ଖଣ୍ଡେ-ଅଧେ କଥା ଚିନ୍ତା କରିଥାନ୍ତେ, ତା’ହେଲେ ଏକଥାକୁ ଏଡ଼ାଇ ଯାଇଥାନ୍ତୁ । ଏମିତି କରିଥିଲେ ଯେଉଁ ଗୋଟିଏ ପ୍ରୋଜେକ୍ଟ ଥାନ୍ତା ତାହା ମହଙ୍ଗା ହୋଇଯାଇଥାନ୍ତା ଓ ସେହି ସହରର ସମସ୍ୟା ମଧ୍ୟ ବଢ଼ି ଯାଇଥାନ୍ତା । ଆଉ ପୁଞ୍ଜି ଲଗାଇବା ପରେ ବି ଆବଶ୍ୟକତା ପୂରଣ କରିବାର ସ୍ଥିତିରେ  ଆମେ ନଥାନ୍ତେ । ତେଣୁ ଆମର ଅନ୍ୟ ପ୍ରୟାସ ହେଉଛି, ଯେଉଁ କାମବି ହାତକୁ ନେବା, ତାକୁ ସମୟସୀମା ମଧ୍ୟରେ ପୂରଣ କରିବା । ଯଦି ସମ୍ଭବପର ହେଉଛି, ତାକୁ 25-30ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା କରିବାର ପ୍ରୟାସ ହେଉଛି । ଏବେ ସେଗୁଡ଼ିକ  ଆର୍ଥିକ ଦୃଷ୍ଟିରୁ ସଫଳ ହେଉ କି ନହେଉ କିନ୍ତୁ ଥରେ ଯଦି ଏହା ଆରମ୍ଭ ହୋଇଯିବ, ତା’ହେଲେ 2-4 ବର୍ଷରେ ଆର୍ଥିକ ଦୃଷ୍ଟିରୁ ଫାଇଦା ମିଳୁଛି ବୋଲି ଆମେ ଅନୁଭବ କରିପାରିବା । ଆମେ ଜୀବନ ଶୈଳୀର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ।

ଏବେ ସମଗ୍ର ଦେଶରେ ଅଢ଼େଇ ଲକ୍ଷ ପଂଚାୟତକୁ ଅପ୍ଟିକାଲ ଫାଇବର ନେଟ୍ୱାର୍କରେ ଯୋଡ଼ିବାର ଏକ ବହୁତ ବଡ଼ କାର୍ଯ୍ୟ ଚାଲିଛି । ଏହି ଡିଜିଟାଲ ଇଣ୍ଡିଆ କେବଳ ସହର ପାଇଁ ନୁହେଁ । ସମ୍ପୂର୍ଣ୍ଣ ହିନ୍ଦୁସ୍ତାନକୁ ଆମେ ଯେପର୍ଯ୍ୟନ୍ତ ଆଧୁନିକ ବ୍ୟବସ୍ଥା ଓ ବିଜ୍ଞାନ ସହ ନ ଯୋଡ଼ିଛୁ, ଦେଶକୁ ଆଗେଇ ନେଇ ହେବ ନାହିଁ । ଏକଦା ସମୟ ଥିଲା ଯେତେବେଳେ ଭିତ୍ତିଭୂମିର ଆଲୋଚନା ହେଉଥିଲା, ସେତେବେଳେ ରାସ୍ତା, ରେଳ, ଅତିବେଶୀରେ ବିମାନ ବନ୍ଦର କଥା ଆସୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି । ଲୋକଙ୍କୁ ହାଇୱେ ବି ଦରକାର, ଆଇୱେ ବି ଦରକାର । ହାଇୱେଗୁଡ଼ିକ ସୂଚନାଭିତ୍ତିକ ହାଇୱେ ହେବା ଉଚିତ୍ । ଆଇୱେ ବି ଦରକାର ।  ଯଦି ଆଇୱେଜ୍ ଦରକାର ତା’ହେଲେ ଆମକୁ ସମଗ୍ର ଦେଶରେ ଅପ୍ଟିକାଲ ଫାଇବର ନେଟ୍ୱାର୍କ ପ୍ରସ୍ତୁତ କରିବାକୁ ପଡ଼ିବ । ପ୍ରଥମେ ପାଣିର ପାଇପ୍ ବିଛାଇଯାଉଥିଲା । ପାଣି ପାଇପ୍ ଲାଗିଲେ ଖୁସି ହୋଇଯାଉଥିଲେ । ଏବେ ଲୋକ କହୁଛନ୍ତି ସାହେବ ଆମର ଏଠି ଗ୍ୟାସ ପାଇପ ଲାଇନ ଦରକାର । ସମୟ ବଦଳି ଗଲାଣି । ତେଣୁ ପରିବର୍ତ୍ତିତ ସମୟରେ ଆମେ ବିକାଶର ମାନସିକତାକୁ ବି ଆଧୁନିକ କରିବାକୁ ପଡ଼ିବ । ଆଉ ତା’ହେଲେ ଯାଇ ସାଧାରଣ ମଣିଷକୁ ଆଗାମୀ ଦିନରେ କ’ଣ ଆବଶ୍ୟକ ପଡ଼ିବ, ତାକୁ ଆମେ ପୂରଣ କରିପାରିବା । ଭିତ୍ତିଭମି ପରିସରକୁ ରେଳ ଓ ରାସ୍ତାରୁ ବଢ଼ାଇ ସରକାର ଏବେ ୱାଟର୍ ଗ୍ରୀଡ୍, ଡିଜିଟାଲ ନେଟୱାର୍କ, ଗ୍ୟାସ୍ ଗ୍ରୀଡ୍, ମହାକାଶକୁ ସିଧାସଳଖ ଯୋଗାଯୋଗରେ ପହଂଚିଲାଣି । ଯଦି ଆମର ଚାଷୀଙ୍କ ବୀମା ବାହାରୁଛି ତା’ହେଲେ ତା’ର ଫସଲ କେତେ ଥିଲା,  କେତେ ଫସଲ ନଷ୍ଟ ହୋଇଛି, ତାହା ମହାକାଶ ଜ୍ଞାନକୌଶଳରୁ ଜଣାପଡ଼ୁଛି । ଆଉ ଚାଷୀକୁ ତା’ର ହକ୍ ର ପଇସା ମିଳିବା ବି ଉଚିତ୍ । ଏଭଳି ନେଟୱାର୍କ ହେଉଛି ସମୟର ଦାବି । ଆଉ ସେପରି ଭାବେ  ଦେଶ ଆଧୁନିକ ଭାରତ ପାଲଟିବ । ବ୍ୟବସ୍ଥା ଓ ସୁବିଧାଯୁକ୍ତ ଦେଶ ହେଉ, ସେହି ସ୍ୱପ୍ନ ନେଇ ଆମେ ଆଗେଇ ଚାଲିଛୁ ।

ପୁଣେରେ ମେଟ୍ରୋର ଏହି ପ୍ରକଳ୍ପ, ଏଠି ଲୋକଙ୍କୁ ଅସନ୍ତୁଷ୍ଟ କରିବା ସ୍ୱାଭାବିକ କଥା ।  ଯଦି ଏହି କାମ ବହୁତ ପୂର୍ବରୁ ହୋଇଥିଲେ, କମ୍ ଖର୍ଚ୍ଚ ହୋଇଥାନ୍ତା । ଏତେ ବର୍ଷ ପର୍ଯ୍ୟନ୍ତ ଯେଉଁ ସମସ୍ୟା ହେଲା ତାହା ହୋଇନଥାନ୍ତା । ଯେଉଁ ଲୋକମାନେ ସମସ୍ୟା ଯୋଗୁ ଗାଡ଼ି କିଣିଲେ, ସେମାନେ କିଣିନଥାନ୍ତେ । ଭାବିଥାନ୍ତେ ମେଟ୍ରୋ ଆସିଗଲାଣି କାହିଁକି ଗାଡ଼ି କିଣି ଖର୍ଚ୍ଚାନ୍ତ ହେବି । ପାର୍କିଂ ପାଇଁ ଜାଗା ନାହିଁ । କିନ୍ତୁ ବିଳମ୍ବରେ ହେଲେ ବି ତ ଆସିଛି । ମୋର ପୁଣେର ଭାଇଭଉଣୀମାନେ ପୂର୍ବର ସରକାର ମୋ’ ପାଇଁ ଅନେକ ଭଲଭଲ କାମ ବାକି ରଖି ଯାଇଛନ୍ତି । ତେଣୁ ଏହି ଭଲ କାମ କରିବାର ସୁଯୋଗ ମୋତେ ମିଳିଛି । ମୋତେ ଆଜି ପୁଣେରେ ଏହି କାର୍ଯ୍ୟ ପାଇଁ ଆପଣମାନଙ୍କ ପାଖକୁ ଆସିବାର ସୌଭାଗ୍ୟ ମିଳିଛି । ମୁଁ ଜାଣିନି ଜଗତାପ ଜୀ କେତେ ଖୁସି ହେବେ । କାରଣ ରାଜନୀତିକ କାରଣରୁ ବେଳେବେଳେ ଖୁସି ହେଲେ ବି ଜାହିର କରିବା କଷ୍ଟକର ହୋଇପଡ଼େ । ଏବେ ଭେଙ୍କୟାଜୀ କହୁଥିଲେ କି ପୁଣେକୁ 28କୋଟି ଟଙ୍କା ପରିବର୍ତ୍ତେ 160 କୋଟି ଟଙ୍କା ମିଳିଛି । ଏବେ ନିର୍ବାଚନ ଆସିବାର ଅଛି । ମ୍ୟୁନିସିପାଲଟି ପାଖରେ 160କୋଟି ଟଙ୍କା ଆସିଗଲେ, ଅନେକ କିଛି ସେମାନେ କରିପାରିବେ । କିନ୍ତୁ ଏସବୁ   ନଭେମ୍ବର 8ତାରିଖ ରାତି 8ଟାରେ ମୁଁ କରିଥିବା ଘୋଷଣା ଯୋଗୁ ହେଲା । ଆଉ ଏ କେବଳ ପୁଣେରେ ନୁହେଁ ହିନ୍ଦୁସ୍ତାନର ସବୁ ସରକାରର ସହରାଂଚଳ ସଂସ୍ଥାରେ 200ରୁ 300 ପ୍ରତିଶତ ଆୟ ବଢ଼ିଛି । କାରଣ ସମସ୍ତେ ଭାବିଲେ କି ମୋଦୀ ନେଇଯିବ, ତା’ଠୁ ଭଲ ଏଥିରେ ଦେଇଦେବା । ଏ ବି ଭଲ ହେଲା । କାରଣ କେବେ ସହରାଂଚଳ ସଂସ୍ଥାରେ ଟିକସ 50 ପ୍ରତିଶତ,  60 ପ୍ରତିଶତ, 70 ପ୍ରତିଶତରୁ ଅଧିକ ହେଉନଥିଲା । ଆଉ ଦେବା ଲୋକ କେଉଁମାନେ ଥିଲେ । ସାଧାରଣ ବ୍ୟକ୍ତି ହିଁ ଦେଉଥିଲେ । ଆଉ ନଦେବାବାଲା କିଏ ଥିଲେ ।  ଯେଉଁମାନଙ୍କର ଅଧିକ ପ୍ରଭାବ ଥିଲା । ସେମାନେ ଆଇନ କାନୁନ୍ ଭାଙ୍ଗିବାରେ ଅଭ୍ୟସ୍ତ ଥିଲେ । କିନ୍ତୁ ଏମାନେ ସମସ୍ତଙ୍କୁ ଲାଇନରେ ଛିଡ଼ା ହେବାକୁ ପଡ଼ିଛି । ଦେଶରେ ପ୍ରତ୍ୟେକ ନାଗରିକ ସାଧାରଣ ବ୍ୟକ୍ତି । ପ୍ରତ୍ୟେକଙ୍କୁ ଆଇନ କାନୁନ୍ ପାଳନ କରିବା ଉଚିତ୍ । ଆଉ ଦେଶରେ ସରକାର କେମିତି ଚାଲେ ତାହା ମୁଁ ଦେଶବାସୀଙ୍କୁ ଅବଗତ କରାଇବି । ମୁଁ ଏଠି କାହାରି ବିରୋଧରେ କହିବାକୁ ଆସିନି । ହୃଦୟରେ କଷ୍ଟ ହୁଏ, ଯନ୍ତ୍ରଣା ହୁଏ । କ’ଣ କରି ରଖିଦେଇଛନ୍ତି ଆମର ଦେଶକୁ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଭାରତୀୟ ସଂସଦ 1988 ମସିହାରେ ବେନାମୀ ସମ୍ପତ୍ତିର ଆଇନ ଗୃହୀତ କରିଥିଲା । ସଂସଦରେ ବିତର୍କ ହୋଇଥିଲା । ବିରୋଧୀ-ଶାସକ ଆଲୋଚନା ମଧ୍ୟ କରିଥିଲେ । ଆଇନ ଗୃହୀତ ହେଲା । ଖବରକାଗଜରେ ପ୍ରକାଶିତ ମଧ୍ୟ ହେଲା । ଆଉ ଯେଉଁମାନଙ୍କର ଜୟ ଜୟକାର ହେଲା, ସେମାନେ ଫୁଲମାଳା ବି ପିନ୍ଧିଲେ । ବହୁତ ବଡ଼ ସଚ୍ଚୋଟ କାମ କରିଛନ୍ତି । କିନ୍ତୁ ସଂସଦରୁ ସେ ଯେଉଁ କାଗଜ ବାହାରିଲା, ତାହା ଫାଇଲ୍ ଗଦା ଭିତରେ ଚାପି ହୋଇ ରହିଯାଇଥିଲା । ମୁଁ ଆସିବା ପରେ ତାକୁ ବାହାର କଲି । ତା’ର ବିଜ୍ଞପ୍ତି ହୋଇନଥିଲା । ଆଇନତଃ ଲାଗୁ କରାଯାଇ ନଥିଲା । ଯଦି 1988 ମସିହାରେ ସଂସଦ ଯେଉଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା, ତାକୁ ଏହି ସରକାର ଲାଗୁ କରିଥାନ୍ତା ତା’ହେଲେ ଆଜି ବେନାମି ସମ୍ପତ୍ତି ନାଁରେ ଦେଶରେ ଯେଉଁ ପାପ ବଢ଼ିଛି ତାହା ବଢ଼ିନଥାନ୍ତା । ଦେଶ ରକ୍ଷା ପାଇଥାନ୍ତା କି ନାହିଁ କୁହନ୍ତୁ । ଏଭଳି ସବୁ ପାପ କରିଯାଇଛନ୍ତି ସେମାନେ । ଏବେ ଆପଣମାନେ କୁହନ୍ତୁ ତ ମୁଁ ସେପରି ଜାରି ରଖିବି ନା ଯାହା ଚାଲିଥିଲା ତାକୁ ଠିକ୍ କରିବି । ଟିକେ ଜୋର୍ ଦେଇ କୁହନ୍ତୁ କି ଠିକ୍ କରିଛି । ଠିକ୍ କରିବା ଉଚିତ୍ କି ନୁହେଁ । ଦେଶକୁ ଧ୍ୱଂସ କରିବାର ଯେଉଁ କଥା ଚାଲିଛି, ତାକୁ ରୋକିବା ଉଚିତ୍ କି ନୁହେଁ । ତେଣୁ ଭାଇ ଓ ଭଉଣୀମାନେ ଯଦି ଠିକ୍ ସମୟରେ ଦେଶରେ ରୋଗର ଉପଚାର ହୋଇଥାନ୍ତା ତା’ହେଲେ ଆଜି ମୋତେ ଏଭଳି କଠୋର ପଦକ୍ଷେପ ଉଠାଇବାକୁ ପଡ଼ିନଥାନ୍ତା । ଆଜିଠୁ 40ବର୍ଷ ପୂର୍ବରୁ ଯେଉଁ କାମ କରିବା ଉଚିତ୍ ଥିଲା, ସେ କାମ ହୋଇଥିଲେ ଆଜି ମୋର ଦେଶର 125 କୋଟି ସଚ୍ଚୋଟ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନଥାନ୍ତା । ଦେଶବାସୀଙ୍କୁ ଯେଉଁ ଧାଡ଼ିରେ ଛିଡ଼ା ହେବାର ସମସ୍ୟା ଉଠାଇବାକୁ ପଡ଼ିଲା, ଯେତିକି କଷ୍ଟ ଦେଶବାସୀଙ୍କୁ ହେଲା, ସେତିକି ମୋତେ ମଧ୍ୟ ହୋଇଛି । କିନ୍ତୁ ଏ ସମସ୍ୟା ଦେଶ ପାଇଁ କରିବାକୁ ପଡ଼ିଛି । ଯେଉଁ ଲୋକମାନେ ଏହି ନିଷ୍ପତ୍ତି କରିନଥିଲେ ସେମାନେ ଦେଶକୁ ବହୁ ପରିମାଣରେ କ୍ଷତି ପହଂଚାଇଛନ୍ତି । ମୁଁ ଦେଶକୁ ରକ୍ଷା କରିବାର ପ୍ରତିଶ୍ରୁତି ଆପଣମାନଙ୍କୁ ଦେଇଛି । ତେଣୁ ମୁଁ ଆପଣମାନଙ୍କ ଆଶୀର୍ବାଦରେ ଆଜି ଏହି କଠୋର ପଦକ୍ଷେପ ଉଠାଇଛି ।

ଭାଇଭଉଣୀମାନେ ପୁଣେରୁ ବିଶେଷ ଆଶା ରଖୁଛି । ଏହା ହେଉଛି ଦେଶର ଔଦ୍ୟୋଗିକ ପରମ୍ପରା ବିଶିଷ୍ଟ ସହର  । ଏହା ଶିକ୍ଷାର ବି ଧାମ । ବହୁତ ପୂର୍ବରୁ କାଶୀରେ ବିଦ୍ୱାନ ଥିଲେ ଓ ପୁଣେ ବି ବିଦ୍ୟାକ୍ଷେତ୍ର ଓ ବିଦବତ୍ତା ପାଇଁ ପରିଚିତ ଥିଲା । ଆଇ॰ଟି ପ୍ରଫେସନ୍ ପୁଣେର ଜୀବନ ସହ ଜଡ଼ିତ ହୋଇଛି । କ’ଣ ଏ ପୁଣେ ସହର ଅନ୍-ଲାଇନ୍ ପେମେଂଟ ଦିଗରେ ଅଧିକ ଗତିରେ ଆଗକୁ ବଢ଼ିପାରିବ ନାହିଁ । କ’ଣ ଆମର ମୋବାଇଲ ଫୋନ୍ ମୋବାଇଲ ବ୍ୟାଙ୍କ ହୋଇପାରିବ ନାହିଁ । ଏହି ବ୍ୟାଙ୍କ ଆମର ହାତରେ ହୋଇପାରିବ କି ନାହିଁ । ଯେତେବେଳେ ଇଚ୍ଛା ନିଜର କାରବାର ଚଳାଇପାରିବା କି ନାହିଁ । ବ୍ୟାଙ୍କରେ ଧାଡ଼ିରେ ଛିଡ଼ା ହେବାର ଆବଶ୍ୟକତା ଆଉ କ’ଣ ଅଛି । କ’ଣ ଏଟିଏମ୍ ବାହାରେ ଛିଡ଼ା ରହିବାର ଆବଶ୍ୟକତା ଅଛି । ସମସ୍ତ ବ୍ୟବସ୍ଥା ଉପଲବ୍ଧ ଅଛି କି ନାହିଁ । ପୁଣେବାସୀ ମୋର ସହାୟତା କରିବେ କି ନାହିଁ । କରିବେ ନିଶ୍ଚୟ କରିବେ ତ । ଆମକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ କି ଆମେ ଇ-ୱାଲେଟ୍ ଦ୍ୱାରା ଅବା ଡେବିଟ୍ କାର୍ଡ ଦ୍ୱାରା କାରବାର କରିବା । ଏବେତ ଆଧାର ସେବା ବି ସକ୍ଷମ ହେଲାଣି । ଯଦି  ଆପଣଙ୍କ ଆଧାର ନମ୍ବର ଥିବ, ଏକାଉଂଟ୍ ନମ୍ବର ଥିବ, ତା’ହେଲେ କେବଳ ଆଙ୍ଗୁଳି ଛାପ ଲଗାଇବା ମାତ୍ରେ ପେମେଂଟ୍ ହୋଇ ଯାଇଥାଏ । ଏତେ ବ୍ୟବସ୍ଥା ହୋଇଯାଇଛି । ଏଠି ଚାଷୀ ନେତା ଶ୍ରୀମାନ ଶରଦ ରାଓ ଅଛନ୍ତି । ମୋତେ କୁହନ୍ତୁ ତ ଆଖୁ ଉତ୍ପାଦନ ଅଧିକ ହେଲେ ଆଖୁର ଦାମ କମିଯାଏ କି ନାହିଁ । ପିଆଜ ଅଧିକ ଉତ୍ପାଦନ ହେଲେ ପିଆଜ ଦର କମେ କି ନାହିଁ । ଆଳୁ ଅଧିକ ଅମଳ  ହେଲେ ଦାମ କମେ କି ନାହିଁ । ସେହିପରି ନୋଟ୍ ଅଧିକ ଉତ୍ପାଦନ ହେଲେ ନୋଟ୍ ଦାମ ବି କମିଯାଏ । ଯେତେ ଅଧିକ ନୋଟ୍ ଛାପିବ, ମୂଲ୍ୟ ସେତେ କମିବ । ନଭେମ୍ବର 8 ପୂର୍ବରୁ ଶହେ ଟଙ୍କାକୁ କେହି ପଚାରୁ ନଥିଲେ । ଘରର ପିଲାମାନେ ହଜାର ଓ 500 ନୋଟ୍ ଆଡ଼କୁ ଦେଖୁଥିଲେ, 100ଟଙ୍କା ଆଡ଼କୁ ଅନାଉ ନଥିଲେ । 8 ତାରିଖ ପରେ ଶହେ ଟଙ୍କାର ଭାଉ ବଢ଼ିଯାଇଛି କି ନାହିଁ । ଛୋଟ ମୁଦ୍ରାର ଶକ୍ତି ବଢ଼ିଛି କି ନାହିଁ । ନଭେମ୍ବର 8ତାରିଖ ପରେ ହିନ୍ଦୁସ୍ତାନରେ ମଧ୍ୟ ବଡ଼ ନୁହେଁ ଛୋଟଙ୍କର ମଧ୍ୟ ଶକ୍ତି ବଢ଼ିଯାଇଛି ବନ୍ଧୁଗଣ । ଏ ମୋର ଲଢ଼େଇ ତଳସ୍ତରର ଲୋକଙ୍କ ଶକ୍ତି ବୃଦ୍ଧି ପାଇ । ଗରିବଙ୍କୁ ସାମର୍ଥ୍ୟ ଦେବା ପାଇଁ ।

କିନ୍ତୁ ଆପଣମାନେ ଦେଖିଥିବେ, କିଛି ଲୋକଙ୍କୁ ଲାଗିଛି କି ସବୁ ସରକାର ତ ଏମିତି ହୋଇଥାନ୍ତି । ପୂର୍ବରୁ ଯାହା ଥିବ ତାହା ହେବ । ଠିକ୍ ଅଛି ମୋଦୀ ଚାରିଦିନ କହିବ, ତା’ପରେ କ’ଣ ହେବ । ଆମେ ଯାହା ଅଛେ ସେୟା ରହିବା । ବର୍ଷ ବର୍ଷ ଧରି କରୁଥିଲେ ଏବେ କରିବା । ଏଭଳି ମାନସିକତାରେ ସେମାନେ ଭାବିଥିଲେ ବ୍ୟାଙ୍କରେ ରଖିଦେଲେ ସବୁ କଳାଟଙ୍କା ଧଳା ହୋଇଯିବ । ନୋଟ୍ ତ କଳାରୁ ଧଳା ହେଲାନି କିନ୍ତୁ ସେମାନଙ୍କର ଚେହେରା କଳା ହୋଇଗଲା । କେତେକ ଲୋକ ବ୍ୟାଙ୍କକୁ ପ୍ରଭାବିତ କରି ଓ ଭାଗିଦାରୀ କରାଇ ଖେଳ ଖେଳିଲେ । କିନ୍ତୁ ସେମାନେ ବି ମୁହଁ ଦେଖାଇବା ସ୍ଥିତିରେ ରହିପାରିଲେ ନାହିଁ । ଏବେ ଟେକ୍ନୋଲଜି ଏତେ ବଢ଼ିଆ ହେଲା କି ସେ ଘରୁ ବାହାରିଛି କି ନାହିଁ ତାହା ନିକଟରେ ଆୟକର ବାଲା ପହଂଚି ଯାଉଛନ୍ତି । ମାସ, ଦୁଇମାସ, ତିନିମାସ ପରେ ସମସ୍ତଙ୍କ ପିଛା କରାଯିବ । ପୂର୍ବରୁ ତ ଏମିତି ନଥିଲା କି ଟଙ୍କା କେଉଁଠି ଆସିଲା, କହିବାକୁ ପଡ଼ିବ । ଯେଉଁମାନେ ଭାବୁଛନ୍ତି କି ବ୍ୟାଙ୍କକୁ ଯାଇଥିବା କଳାଟଙ୍କା ଧଳା ହୋଇଯାଇଛି, ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଟିକେ ସତର୍କ ହୋଇଯାଆନ୍ତୁ । ଏବେ ବି ସୁଯୋଗ ଅଛି । ଆଇନ କାନୁନ ପାଳନ କରନ୍ତୁ । ଗରିବଙ୍କ ହକ୍ ଯାହା ତାହା ଫେରାଇ ଦିଅନ୍ତୁ । ଏବେ ଖସିବାର ସମ୍ଭାବନା ଆଉ ନାହିଁ । ତେଣୁ ପୁଣେର ମାଟିରୁ ପ୍ରତ୍ୟେକଙ୍କୁ କହିବାକୁ ଚାହୁଁଛି ଯେ ଏବେବି ସମୟ ରହିଛି । ଏବେ ନିୟମ ଏଭଳି ଅଛି, ଯାହା ଆପଣଙ୍କୁ ସହାୟକ ହେବ । ସଠିକ୍ ମାର୍ଗରେ ଆସିଯାଆନ୍ତୁ, ଜୀବନ ତମାମ ଶାନ୍ତିର ନିଦ ଶୋଇବେ । କିଛି ଚିନ୍ତା କରିବାର ବିଷୟ ନାହିଁ । ଯଦି ନଆସିବେ, ତା’ହେଲେ ଅତିକମ୍ ରେ ମୁଁ ତ ଶୋଇବାର ନାହିଁ । ଭାଇ ଓ ଭଉଣୀମାନେ ଦୁର୍ନୀତି, କଳାଟଙ୍କା,  ଜାଲି ନୋଟ୍, ଆତଙ୍କବାଦ, ନକ୍ସଲବାଦ ଆଦି ବିରୋଧରେ ଲଢ଼େଇ କେବଳ କୁହାଯାଏ ବୋଲି କହୁନି ବନ୍ଧୁଗଣ । ବଡ଼ ସାହାସର ସହ ଲଢ଼େଇ ଆରମ୍ଭ କରିଛି । ଆଉ 125 କୋଟି ଦେଶବାସୀଙ୍କ ମାନସିକତାକୁ ଦେଖି ବିଶ୍ୱାସର ସହ କହୁଛି କି, ଏ ଯେଉଁ ହାତଗଣତି କ୍ଷମତାଶାଳୀ ଶକ୍ତି  ଦେଶକୁ ବନ୍ଧା ପକାଇ ନିଜ ମର୍ଜିରେ ଯାହାଇଚ୍ଛା କରୁଥିଲେ ସେମାନଙ୍କର ସମୟ ପଳାଇଛି । ଏବେ ଦେଶରେ ଯେଉଁ କଥା ହେବ ତାହା 125 କୋଟି ଲୋକଙ୍କର ହେବ । ଯଦି ଏ ଦେଶରେ ସ୍ୱର ଉଠିବ ତା’ହେଲେ 125କୋଟି ଲୋକଙ୍କ ସ୍ୱର ଶୁଣାଇ ଦେବ । ସେହି ସ୍ୱରକୁ ଏବେ ହାତଗଣତି ଲୋକମାନେ ଆଉ ଚାପି ପାରିବେ ନାହିଁ । ଏକଥାକୁ ନେଇ ମୁଁ ବାହାରିଛି ବନ୍ଧୁଗଣ । ତେଣୁ ମୁଁ ଦେଶବାସୀଙ୍କ ନିକଟରେ କୃତଜ୍ଞ । ଆଉ ମୁଁ ପ୍ରଥମ ଦିନ ହିଁ କହିଦେଇଥିଲି କି 50ଦିନ କଷ୍ଟ କରିବାକୁ ପଡ଼ିବ । ମୁଁ ଆହୁରି ମଧ୍ୟ କହିଥିଲି କି କଷ୍ଟ ଟିକେ ଅଧିକ ହେବ । କିନ୍ତୁ 50ଦିନ ପରେ ସଚ୍ଚୋଟ ଲୋକଙ୍କ ସମସ୍ୟା କମିବା ଆରମ୍ଭ ହେବ ଓ ବେଇମାନ ଲୋକଙ୍କ ସମସ୍ୟା ବଢ଼ିବ । ଆପଣମାନେ ଦେଖୁଥିବେ ଏବେ ବଡ଼ ବଡ଼ ବାବୁମାନେ ଜେଲ୍ ଯାଉଛନ୍ତି । ବଡ଼ ବଡ଼ ଲୋକମାନେ ଜେଲ୍ ଯାଉଛନ୍ତି । ବ୍ୟାଙ୍କର ଅନେକ ଲୋକ ଚାକିରିରୁ ବିଦା ହୋଇଛନ୍ତି । କିଛି ଲୋକ ଜେଲ୍ ଯାଇଛନ୍ତି । ଭାଇ ଓ ଭଉଣୀମାନେ, ବହୁତ ଭାବିଚିନ୍ତି ଦେଶବାସୀଙ୍କ ପ୍ରତି ପୁରା ବିଶ୍ୱାସର ସହ ଯେଉଁ ପଦକ୍ଷେପ ନେଇଛି ସେଥିରେ ଦେଶ ସଫଳ ହେବ । ମୋର ବିଶ୍ୱାସ ଯେ ମେଟ୍ରୋର କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ । ଯେତେବେଳେ ମହାରାଷ୍ଟ୍ରର ନିର୍ବାଚନ ଚାଲିଥିଲା, ସେତେବେଳେ ମୁଁ କହିଥିଲି ଯେ, 15ବର୍ଷ ଧରି ମହାରାଷ୍ଟ୍ରର ଗାଡ଼ି ଗାତରେ ଫସି ଯାଇଥିଲା । ଯଦି ତାକୁ ବାହାର କରିବାର ଅଛି ତା’ହେଲେ ଡବଲ ଇଞ୍ଜିନର ଆବଶ୍ୟକତା ପଡ଼ିବ । ଗୋଟିଏ ଦିଲ୍ଲୀର ଇଞ୍ଜିନ ଆଉ ଗୋଟିଏ ମହାରାଷ୍ଟ୍ର ସରକାରର ଇଞ୍ଜିନ । ଆପଣମାନେ ଆମ ଉପରେ ଭରସା କରିଛନ୍ତି । ଡବଲ ଇଞ୍ଜିନ ଲଗାଯାଇଛି । ମେଟ୍ରୋ ଆସିଲା କି ନାହିଁ । ଏତେ ତ ଡବଲ ଇଞ୍ଜିନର ଶକ୍ତି । ଆପଣମାନେ ଡବଲ ଇଞ୍ଜିନକୁ ସୁଯୋଗ ଦେଲେ ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Passenger vehicle sales jump 34.4% in July

Media Coverage

Passenger vehicle sales jump 34.4% in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Sachin Siwach on winning Gold in Men’s 60 kg Boxing
August 02, 2026

The Prime Minister, Shri Narendra Modi, has congratulated Sachin Siwach on winning the Gold medal in the Men’s 60 kg Boxing event at the Commonwealth Games 2026 in Glasgow.

The Prime Minister said that Sachin Siwach’s achievement will inspire several young boxers.

Shri Modi extended his best wishes to him for his future endeavours and expressed hope that he would continue to make India proud.

The Prime Minister wrote on X;

“Sachin Siwach strikes Gold at Glasgow!

Congrats to him for the success in the Men's 60 kg Boxing event. He will motivate several young boxers. All the best for his endeavours ahead. May he always make India proud.

#CWG2026”