Today, India is inspiring to become a 5 trillion dollar economy: PM Modi
India’s innovation is a great blend of Economics and Utility. IIT Madras is born in that tradition: PM
We have worked to create a robust ecosystem for innovation, for incubation for research and development in our country: PM

ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପାଦୀ କେ ପାଲାନିସ୍ୱାମୀଜୀ, ମୋ ସହଯୋଗୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଜୀ, ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ପନୀରସେଲଭମ ଜୀ, ଆଇଆଇଟି ମାଡ୍ରାସର ଅଧ୍ୟକ୍ଷ, ବୋର୍ଡ଼ ଅଫ ଗଭର୍ଣ୍ଣର୍ସର ସଦସ୍ୟଗଣ, ନିର୍ଦ୍ଦେଶକ, ଏହି ମହାନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଗଣ, ଆମନ୍ତ୍ରିତ ବିଶିଷ୍ଟ ଅତିଥିବୃନ୍ଦ ଏବଂ ମୋର ଯୁବ ବନ୍ଧୁଗଣ ଯେଉଁମାନେ ଆଜି ସେମାନଙ୍କର ସୁବର୍ଣ୍ଣ ଭବିଷ୍ୟତର ଦ୍ୱାର ଦେଶରେ ଦଣ୍ଡାୟମାନ । ଆଜି ଏଠାକୁ ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ  ଅତି ଆନନ୍ଦର କଥା ।

ବନ୍ଧୁଗଣ,

ଆଜି ମୋ ସମ୍ମୁଖରେ ଏକ ମିନି ଭାରତ ଏବଂ ନୂତନ ଭାରତକୁ ମୁଁ ଦେଖିପାରୁଛି । ସେହି ମିନି ଭାରତ ଓ ନୂତନ ଭାରତର ଶକ୍ତି, ସେମାନଙ୍କର ମନର ଉତ୍ସାହ ଓ ସକାରାତ୍ମକ ମନୋଭାବକୁ ମୁଁ ଉତ୍ତମ ରୂପେ ନିରୀକ୍ଷଣ କରିପାରୁଛି । ମୁଁ  ଆଜି ଯେତେବେଳେ ଆପଣମାନଙ୍କୁ ପୁରସ୍କାର ବିତରଣ କରୁଥିଲି, ଆପଣମାନଙ୍କ ଆଖିରେ ଚମକୁଥିବା ଭବିଷ୍ୟତକୁ ମୁଁ ଭଲ ଭାବେ ଦେଖି ପାରୁଥିଲି । ଭାରତର ଭାଗ୍ୟକୁ ମଧ୍ୟ ମୁଁ ଜଳଜଳ ହୋଇ ଲକ୍ଷ୍ୟ କରି ପାରୁଥିଲି ।

ବନ୍ଧୁଗଣ,

ଆଜି ଯେଉଁମାନେ ଏହି ମହାନ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରୀ ପାଇବାକୁ ଯାଉଛନ୍ତି ସେମାନଙ୍କ ମାତାପିତାଙ୍କୁ ମୁଁ ଅଭିନନ୍ଦନ ଜ୍ଞାପନ କରୁଛି । ସେମାନେ ଆପଣମାନଙ୍କୁ ଆଣି ଜୀବନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚାଇବା ସକାଶେ ଅନେକ କଷ୍ଟ ସ୍ୱୀକାର କରିଥିବେ ଅନେକ ତ୍ୟାଗ ସ୍ୱୀକାର କରିଥିବେ । ସେମାନେ ଆପଣମାନଙ୍କୁ ଡେଣା ପ୍ରଦାନ କରିଛନ୍ତି ଯାହାଦ୍ୱାରା ଆପଣମାନେ ଏବେ ମୁକ୍ତ ଆକାଶରେ ଉଡ଼ି ପାରିବେ । ଏଭଳି ଗୌରବ ଆପଣମାନଙ୍କ ଆଦର୍ଶ ଶିକ୍ଷକମାନଙ୍କ ଆଖିରେ ପ୍ରତିଫଳିତ ହେଉଥିବା ମୁଁ ବି ଲକ୍ଷ୍ୟ କରିପାରୁଛି । ସେମାନେ ନିଜର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଆପଣମାନଙ୍କୁ ଗଢ଼ି ତୋଳିଛନ୍ତି, ସେମାନେ କେବଳ ଆପଣମାନଙ୍କୁ ଉତ୍ତମ ଇଂଜିନିୟରରେ ପରିଣତ କରିନାହାନ୍ତି ଅପରନ୍ତୁ ଉତ୍ତମ ନାଗରିକ ରୂପେ ମଧ୍ୟ ନିର୍ମାଣ କରିଛନ୍ତି ।

ମୁଁ ମଧ୍ୟ ଏହି ଅବସରରେ ଅନ୍ୟ ସମସ୍ତ ସହଯୋଗୀ କର୍ମଚାରୀମାନଙ୍କ ସଂପର୍କରେ ଉଲ୍ଲେଖ କରିବାକୁ ଚାହେଁ । ସେମାନେ ହେଉଛନ୍ତି ସେହି ନୀରବ କର୍ମୀ ଯେଉଁମାନେ ସଦାବେଳେ ପର୍ଦ୍ଦା ପଛରେ ରହି ଆପଣମାନଙ୍କ ସକାଶେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ଆପଣମାନଙ୍କ ଶ୍ରେଣୀ ଗୃହକୁ ସ୍ୱଚ୍ଛ ଓ ନିର୍ମଳ ରଖିଛନ୍ତି, ଛାତ୍ରାବାସକୁ ସ୍ୱଚ୍ଛ ରଖିଛନ୍ତି । ତେଣୁ ଆପଣମାନଙ୍କ ସଫଳତା ପଛରେ ସେମାନଙ୍କର ମଧ୍ୟ ଭୂମିକା ରହିଛି । ଅନ୍ୟ କିଛି କହିବା ପୂର୍ବରୁ ମୁଁ ଛାତ୍ରବନ୍ଧୁମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ସେମାନେ ନିଜ ନିଜ ଆସନରୁ ଉଠି ଠିଆ ହୋଇ ନିଜର ସେହି ଶିକ୍ଷକ, ମାତାପିତା ଏବଂ ଅନ୍ୟ ସମସ୍ତ ସହଯୋଗୀ କର୍ମଚାରୀଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତୁ ।

ବନ୍ଧୁଗଣ,

ଏହା ଏକ ଅତି ମହତ୍ଵପୂର୍ଣ୍ଣ ଶିକ୍ଷାନୁଷ୍ଠାନ । ମୁଁ ଜାଣିବାକୁ ପାଇଛି ଯେ ଏଠାରେ ପର୍ବତଗୁଡ଼ିକ ସୁଦ୍ଧା ଚଳମାନ ହୁଅନ୍ତି ଏବଂ ନଦୀମାନେ ସ୍ଥିର ପାଲଟି ଯାଆନ୍ତି । ଆମେ ଏବେ ସଭିଏଁ ତାମିଲନାଡ଼ୁ ରାଜ୍ୟରେ ରହିଛେ ଯାହାର ଏକ ବିଶେଷତ୍ୱ ରହିଛି । ଏହା ବିଶ୍ୱର ଅନ୍ୟତମ ପ୍ରାଚୀନ ଭାଷା ତାମିଲକୁ ଧରି ରଖିଛି । ଏବଂ ଏହା ପୁଣି ବିଶ୍ୱର ନବୀନତମ ଭାଷାକୁ ଧରି ରଖିଛି- ତାହା ହେଲା, ଆଇଆଇଟି ମାଡ୍ରାସର ଭାଷା । ଏହି ସ୍ଥାନ ଛାଡ଼ିବା ମାତ୍ରେ ଆପଣମାନେ ଅନେକ କିଛି ହରାଇଥିବା ପରି ଅନୁଭବ କରିବେ । ଆପଣମାନେ ସାରଙ୍ଗ ଏବଂ ଶାସ୍ତ୍ରର ଅଭାବକୁ ଅନୁଭବ କରିବେ । ଆପଣମାନେ ଆପଣମାନଙ୍କର ସଖା, ଘନିଷ୍ଠ ସହପାଠୀ ଯେଉଁମାନେ କି ଆପଣମାନଙ୍କର ସହ ପକ୍ଷଧର, ସେମାନଙ୍କ ଅନୁପସ୍ଥିତି ଅନୁଭବ କରିବେ । ଏବଂ ଆଉ କିଛି କଥା ଅଛି ଯାହାର ଅଭାବ ଆପଣମାନେ କଦାପି ଅନୁଭବ କରିବେନାହିଁ । ସେଥିରୁ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା. ଆପଣମାନେ ବିନା ଭୟରେ ଏବେ ଆପଣମାନଙ୍କର ମନ ପସନ୍ଦର ଜୋତା କିଣିପାରିବେ ।

ନ୍ଧୁଗଣ,

ଆପଣମାନେ ସତରେ ବଡ଼ ଭାଗ୍ୟବାନ । ଆପଣମାନେ ଏଭଳି ଏକ ଚମତ୍କାର ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଛନ୍ତି ଓ ତାହା ପୁଣି ଏଭଳି ଏକ ସମୟରେ ଯେତେବେଳେ ଅପୂର୍ବ ସୁଯୋଗର ଭୂମି ବୋଲି ଭାରତ ଆଡ଼କୁ ସମଗ୍ର ବିଶ୍ୱ ଦୃଷ୍ଟି ଫେରାଇ ଚାହୁଁଛି । ଏଇ ସଦ୍ୟ ମୁଁ ଯୁକ୍ତରାଷ୍ଟ୍ର ଆମେରିକାରୁ ଏକ ସପ୍ତାହ ବ୍ୟାପୀ ଗସ୍ତ ସାରି ଭାରତ ଫେରିଛି । ଏହି ଗସ୍ତ ବେଳେ, ମୁଁ ଅନେକ ରାଷ୍ଟ୍ରମୁଖ୍ୟ, ବ୍ୟବସାୟିକ ନେତୃବୃନ୍ଦ, ନିବେଶକ, ଉଦ୍ୟୋଗପତି, ଇନୋଭେଟରମାନଙ୍କୁ ଭେଟିଥିଲି । ଆମ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଗୋଟିଏ କଥା ସଦାବେଳେ ସମାନଭାବେ ଉଲ୍ଲେଖ କରାଯାଇଥିଲା । ତାହା ହେଲା- ନୂତନ ଭାରତ ସଂପର୍କରେ ସେମାନଙ୍କ ମନରେ ସୃଷ୍ଟି ସକାରାତ୍ମକ ମନୋଭାବ । ଭାରତର ଯୁବ ପିଢ଼ିଙ୍କ ସାମର୍ଥ୍ୟ ଉପରେ ସେମାନେ ପ୍ରକଟ କରିଥିବା ଆସ୍ଥା ।

ବନ୍ଧୁଗଣ,

ଭାରତୀୟ ସମୁଦାୟ ସାରା ବିଶ୍ୱରେ ଏବେ ସେମାନଙ୍କର ଅସ୍ତିତ୍ୱ ପ୍ରତିପାଦନ କରିଛନ୍ତି । ବିଶେଷ କରି ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ଏହା ଜଳ ଜଳ ହୋଇ ଦିଶୁଛି । ଏହାକୁ ଶକ୍ତି ଯୋଗାଇଛି କିଏ? ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଆପଣମାନଙ୍କ ସିନିଅର ଆଇଆଇଟିଆନ । ତେଣୁ, ଆପଣମାନେ ସାରା ବିଶ୍ୱରେ ବ୍ରାଣ୍ଡ ଇଣ୍ଡିଆକୁ ସୁଦୃଢ଼ କରୁଛନ୍ତି । ଆଜିକାଲି, ଯେଉଁ ଯୁବ ଅଫିସରମାନେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି ମୁଁ ସେମାନଙ୍କ ସହିତ ଭାବ ବିନିମୟ କରୁଛି । ସେମାନଙ୍କ ଭିତରେ ଏଭଳି ଆଇଆଇଟି ଗ୍ରାଜୁଏଟ ଅଛନ୍ତି ଯେଉଁମାନଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ତାହା ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ । ତେଣୁ, ଆପଣମାନେ ମଧ୍ୟ ଭାରତକୁ ଏକ ବିକଶିତ ଭୂମିରେ ପରିଣତ କରୁଛନ୍ତି । ଏବଂ ଆପଣମାନେ କର୍ପୋରେଟ ଦୁନିଆକୁ ଯାଆନ୍ତୁ ଏବଂ ଆପଣମାନେ ଦେଖିବେ ଯେ ସେମାନଙ୍କ ଭିତରୁ ଅନେକେ ଆଇଆଇଟିରେ ହିଁ ଶିକ୍ଷାଲାଭ କରିଛନ୍ତି । ତେଣୁ ଆପଣମାନେ ଭାରତକୁ ଅଧିକ ସମୃଦ୍ଧ କରୁଛନ୍ତି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭିତ୍ତି ତିନୋଟି ଆଧାର ଉପରେ ଅବସ୍ଥାପିତ ବୋଲି ମୁଁ ଦେଖିପାରୁଛି । ତାହା ହେଲା- ନବୋନ୍ମେଷ, ଟିମୱାର୍କ ଏବଂ ପ୍ରଯୁକ୍ତି, ଏସବୁ ପରସ୍ପରର ପରିପୂରକ ।

ବନ୍ଧୁଗଣ,

ମୁଁ ଏଇ ମାତ୍ର ସିଂଗାପୁର- ଭାରତ ହାକାଥନରେ ଯୋଗଦେଇ ଆସୁଛି । ଭାରତ ଓ ସିଂଗାପୁରର ଏହି ଇନୋଭେଟରମାନେ ମିଳିମିଶି କାର୍ଯ୍ୟ କରୁଛନ୍ତି । ସେମାନେ ଅନେକ ସମାନ ଚାଲେଞ୍ଜର ମିଳିତ ସମାଧାନ ପନ୍ଥା ବାହାର କରୁଛନ୍ତି । ସେମାନେ ସମସ୍ତେ ଗୋଟିଏ ଦିଶାରେ ସେମାନଙ୍କର ଇଂଜିନକୁ ସମର୍ପିତ କରିଛନ୍ତି । ସେହି ସବୁ ଇନୋଭେଟରମାନେ ବିଭିନ୍ନ ପୃଷ୍ଠଭୂମିରୁ ଆସିଛନ୍ତି । ସେମାନଙ୍କର ଅନୁଭୂତି ମଧ୍ୟ ଭିନ୍ନ । କିନ୍ତୁ ସେମାନେ ସଭିଏଁ କେବଳ ଭାରତ କିମ୍ବା ସିଂଗାପୁରକୁ ସହାୟକ ହେଲାଭଳି ସମାଧାନ ସୂତ୍ର ବାହାର କରୁନାହାନ୍ତି, ବରଂ ସମଗ୍ର ବିଶ୍ୱ ପାଇଁ ଉପକାରସିଦ୍ଧ ହେବାଭଳି ଉପାୟ ଚିନ୍ତା କରୁଛନ୍ତି । ଏହା ହେଲା ନବୋନ୍ମେଷର ଶକ୍ତି । ଅର୍ଥାତ, ଟିମ୍ ୱାର୍କ ଏବଂ ପ୍ରଯୁକ୍ତିର ବରଦାନ । ଏହା କେବଳ ଚିହ୍ନିତି କିଛି ଲୋକଙ୍କ ପାଇଁ ହିତକର ହୋଇନଥାଏ, ବରଂ ସମସ୍ତଙ୍କ  ସକାଶେ ଉପକାରସିଦ୍ଧ ପ୍ରମାଣିତ ହେବ ।

ଆଜି ଭାରତ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ମହତ୍ଵାକାଂକ୍ଷା କରିଛି । ଆପଣମାନଙ୍କ ନବୋନ୍ମେଷ, ଆଶାଆକାଂକ୍ଷା ଏବଂ ପ୍ରଯୁକ୍ତିର ପ୍ରୟୋଗ ଏହି ସ୍ୱପ୍ନକୁ ଇନ୍ଧନ ଯୋଗାଇବ । ଭାରତକୁ ବିଶ୍ୱର ଏକ ପ୍ରତିଯୋଗୀ ଅର୍ଥନୀତିରେ ପରିଣତ କରିବା ସକାଶେ ଏହା ଭିତ୍ତିଭୂମି ଯୋଗାଇବ ।

ବନ୍ଧୁଗଣ,

ଆଇଆଇଟି ମାଡ୍ରାସ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଯେ କିଭଳି ଦଶନ୍ଧି ଦଶନ୍ଧି ପୁରୁଣା ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ଏକବିଂଶ ଶତାବ୍ଦୀର ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବ ଏବଂ ଏଥିପାଇଁ ଆବଶ୍ୟକ ସଂସ୍କାର ଘଟାଇପାରିବ । କିଛି ସମୟ ପୂର୍ବରୁ ମୁଁ ଏହି କ୍ୟାମ୍ପସରେ ସ୍ଥାପିତ ଏକ ଗବେଷଣା ପାର୍କ ପରିଦର୍ଶନ କରିଛି । ସାରା ଦେଶରେ ଏହା ପ୍ରଥମ ପ୍ରୟାସ । ଆଜି ମୁଁ ଏଠାରେ ଏକ ଅତି ସକ୍ରିୟ ଷ୍ଟାର୍ଟଅପ୍ସବାତାବରଣ ଲକ୍ଷ୍ୟ କରିଛି । ମୋତେ ସୂଚୀତ କରାଯାଇଛି ଯେ ଏଯାବତ୍, ପ୍ରାୟ 200 ଷ୍ଟାର୍ଟ ଅପ୍ସକୁ ଏଠାରେ ଜନ୍ମ ଦିଆଯାଇସାରିଛି । ସେମାନଙ୍କ ଭିତରୁ କେତୋଟି ବୁଲି ଦେଖିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି । ମୁଁ ଇଲେକ୍ଟ୍ରିକ ମୋବିଲିଟି, ଇଣ୍ଟରନେଟ ଅଫ ଥିଙ୍ଗ୍ସ , ସ୍ୱାସ୍ଥ୍ୟ ସେବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆହୁରି ଅନେକ ପ୍ରୟାସ ବୁଲି ଦେଖିଛି । ଏହି ସମସ୍ତ ଷ୍ଟାର୍ଟଅପ୍ସଏକ ସ୍ଵତନ୍ତ୍ର ଇଣ୍ଡିଆ ବ୍ରାଣ୍ଡ ସୃଷ୍ଟି କରିବ ଯାହାକି ଆଗାମୀ ଦିନରେ ବିଶ୍ୱ ବଜାରରେ ନିଜସ୍ୱ ସ୍ଥାନ ଅଧିକାର କରିବ ।

ବନ୍ଧୁଗଣ,

ଭାରତର ନବୋନ୍ମେଷରେ ଅଧିକତର ମାତ୍ରାରେ ଇକୋନୋମିକ୍ସ ଏବଂ ୟୁଟିଲିଟିର ସମ୍ମିଶ୍ରଣ ଘଟାଯାଇଛି । ଆଇଆଇଟି ମାଡ୍ରାସ ସେହି ପରମ୍ପରାରେ ହିଁ ଜନ୍ମଲାଭ କରିଛି । ଏଠାରେ ଛାତ୍ରଛାତ୍ରୀ ଓ ଗବେଷକମାନେ ସବୁଠାରୁ ଜଟିଳ ସମସ୍ୟାମାନ ହାତକୁ ନେଇଥାନ୍ତି ଏବଂ ସେସବୁର ସମାଧାନକୁ ଅତି ସରଳ ଭାବେ ଏବଂ ସମସ୍ତଙ୍କ ପାଇଁ କାର୍ଯ୍ୟନ୍ୱୟନ କରାଯିବା ଭଳି ଢ଼ଙ୍ଗରେ ପ୍ରମାଣିତ କରିଥାନ୍ତି । ମୋତେ ସୂଚୀତ କରାଯାଇଛି ଯେ ଏଠାକାର ଛାତ୍ରଛାତ୍ରୀ ଷ୍ଟାର୍ଟ ଅପ୍ସମାନଙ୍କ ସହିତ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରନ୍ତି , ସେମାନଙ୍କର କୋଠରିରେ ରହି କୋଡ ରଚନା କରନ୍ତି ଏବଂ ଏପରିକି ବେଳେବେଳେ ଖାଦ୍ୟ ଓ ନିଦ ଛାଡ଼ି ଏହି କାର୍ଯ୍ୟ କରିଥାନ୍ତି । କେବଳ କ୍ଷୁଧା ଓ ଅନିଦ୍ରାକୁ ଛାଡ଼ି, ମୁଁ ଭାବୁଛି ଆଗାମୀଦିନରେ ଏଭଳି ନବୋନ୍ମେଷ ଏବଂ ଶ୍ରେଷ୍ଠତ୍ୱ ପ୍ରାପ୍ତିର ଧାରା ଜାରି ରହିବ ।

ବନ୍ଧୁଗଣ,

ଆମେ ଦେଶରେ ନବୋନ୍ମେଷ, ଗବେଷଣା ଓ ବିକାଶ ନିମନ୍ତେ ଆବଶ୍ୟକ ଇନକ୍ୟୁବେସନର ଏକ ବିଶାଳ ଅନୁକୂଳ ପରିବେଶ ସୃଷ୍ଟି କରିଛୁ । ମେସିନ ଶିକ୍ଷା, କୃତ୍ରିମ ପ୍ରଜ୍ଞା, ରୋବୋଟିକ୍ସ, ଅତ୍ୟାଧୁନିକ ପ୍ରଯୁକ୍ତି ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକରୁ ଅଧିକ ମାତ୍ରାରେ ଉପଲବ୍ଧ ହେଉଛି । ତାହା ପୁଣି ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ସେମାନଙ୍କ ପାଇଁ ମିଳିପାରୁଛି । ଆମେ ଅଟଳ ଟିଙ୍କରିଂ ଲାବ ଜରିଆରେ ସାରା ଦେଶରେ ଏହି ସୁଯୋଗ ସମସ୍ତଙ୍କ ପାଇଁ ଉପଲବ୍ଧ କରାଉଛୁ ।

ଆପଣମାନଙ୍କ ପରି ଥରେ ଛାତ୍ରଛାତ୍ରୀ ଗୋଟିଏ ଶିକ୍ଷାନୁଷ୍ଠାନକୁ ଆସିବା ମାତ୍ରେ ଏବଂ ସେମାନେ ଅନୁପ୍ରାଣୀତ ହୋଇ ନବୋନ୍ମେଷ ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକଟ କରିବା ମାତ୍ରେ, ସେମାନଙ୍କୁ ଅଟଳ ଇନକ୍ୟୁବେସନ କେନ୍ଦ୍ର ସବୁ ପ୍ରକାର ସହଯୋଗ ଯୋଗାଇଦେବ । ପରବର୍ତ୍ତୀ ଚାଲେଞ୍ଜ ହେଲା ଏହା ପାଇଁ ଏକ ବଜାର ଖୋଜିବା; ଏକ ଷ୍ଟାର୍ଟଅପ୍ସଆରମ୍ଭ କରିବା । ଷ୍ଟାର୍ଟ ଅପ ଇଣ୍ଡିଆ କାର୍ଯ୍ୟକ୍ରମ ଆପଣମାନଙ୍କୁ ସେହିଭଳି ଚାଲେଞ୍ଜର ସାମ୍ନା କରିବା ସକାଶେ ହିଁ ଡ଼ିଜାଇନ କରାଯାଇଛି । ଏହି କାର୍ଯ୍ୟକ୍ରମ ନବୋନ୍ମେଷ ଜରିଆରେ ସେମାନଙ୍କ ପାଇଁ ନିଜସ୍ୱ ବଜାର ଖୋଜିବାରେ ସବୁପ୍ରକାର ସହଯୋଗ କରିବ । ଏହା ଅତିରିକ୍ତ, ଦେଶରେ ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ସକାଷେ, ଆମେ ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ଯୋଜନା କାର୍ଯ୍ୟକାରୀ କରିଛୁ ।

ବନ୍ଧୁଗଣ,

ଆମ ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ସ୍ୱରୂପ ଆଜି ଏହା ସମ୍ଭବପର ହୋଇଛି ଏବଂ ତାହା ସର୍ବଶ୍ରେଷ୍ଠ ତିନୋଟି ଷ୍ଟାର୍ଟ ଅପ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି । ଆପଣମାନେ ସଭିଏଁ ଜାଣନ୍ତିଯେ ଷ୍ଟାର୍ଟ ଅପରେ ଭାରତର ଶ୍ରେଷ୍ଟ ପ୍ରଗତି କାର୍ଯ୍ୟଟି କ’ଣ? ଏହି ଅଗ୍ରଗତିକୁ ଲୋକମାନେ ସେମାନଙ୍କର ଟାୟାର-2, ଟାୟାର- 3 ଏବଂ ଗ୍ରାମୀଣ ଭାରତ ହିଁ ଶକ୍ତି ପ୍ରଦାନ କରିଛନ୍ତି । ଷ୍ଟାର୍ଟଅପ୍ସ ଦୁନିଆରେ , ଆପଣମାନେ ଯାହା କହନ୍ତି ତାହା ଆପଣମାନଙ୍କ କୋଡ଼ ଭାଷାଠାରୁ କମ ମହତ୍ତ୍ୱ ରଖେ । ଆପଣମାନଙ୍କ ସରନେମର ଶକ୍ତି ରେ କିଛି ଯାଏ ଆସେ ନାହିଁ । କାରଣ ଆପଣମାନଙ୍କ ନିକଟରେ ନିଜର ନାମ ସୃଷ୍ଟି କରିବା ସକାଶେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆପଣମାନଙ୍କ ପାଇଁ ଯାହା ମହତ୍ତ୍ୱ ରଖେ ତାହା ହେଲା ଆପଣଙ୍କର ପ୍ରଜ୍ଞା ।

ବନ୍ଧୁଗଣ,

ଆପଣମାନଙ୍କର ସେକଥା ସ୍ମରଣ ଅଛିକି ଯେବେ ଆପଣମାନେ ପ୍ରଥମେ ଆଇଆଇଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ?  ଆପଣମାନେ ମନେ ପକାନ୍ତୁ, ସେତେବେଳେ ତାହା କେତେ କଷ୍ଟକର ମନେ ହେଉଥିଲା? କିନ୍ତୁ ଆପଣମାନଙ୍କର କଠିନ ଶ୍ରମ ଅସମ୍ଭବକୁ ସମ୍ଭବ କରିଛି । ଆପଣମାନଙ୍କ ସକାଶେ ଅନେକ ସୁଯୋଗ ଅପେକ୍ଷା କରି ରହିଛି, କିନ୍ତୁ ସେଗୁଡିକ ଭିତରୁ ସବୁକିଛି ସେତେଟା ସହଜ ନୁହେଁ । କିନ୍ତୁ, ଆଜି ଯାହା ଅସମ୍ଭବ ପରି ଲାଗୁଛି ହୁଏତ ତାହା ଆପଣଙ୍କର ପ୍ରଥମ ପଦକ୍ଷେପ ଏବଂ ତାହା ଆପଣଙ୍କର ସାଧ୍ୟ ସୀମା ଭିତରେ ଅଛି । ଆପଣମାନଙ୍କୁ କେହି ପ୍ରତିହତ କରିପାରିବେନାହିଁ । ଆପଣମାନେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିବେ । ଆପଣମାନଙ୍କ ସାମ୍ନାକୁ ଅନେକ ସମସ୍ୟା ଆସିବ ଏବଂ ସେସବୁକୁ ଆପଣମାନେ ଗୋଟିକ ପରେ ଗୋଟିଏ ସମାଧାନ କରିଚାଲିବେ । ମଣିଷ ପ୍ରାୟାସର ସବୁଠାରୁ ସୁନ୍ଦର ଦିଗଟି ହେଲା ସମ୍ଭାବନାକୁ ଖୋଜିବା । ତେଣୁ କେତେବେଳେ ସୁଦ୍ଧା ସ୍ୱପ୍ନ ଦେଖିବା ଛାଡ଼ନ୍ତୁନାହିଁ । ଏହା ଦ୍ୱାରା ହିଁ ଆପଣମାନଙ୍କର ବିକାଶ ଘଟିବ ଏବଂ ନିଜକୁ ଆପଣ ଅଧିକରୁ ଅଧିକ ସଂଶୋଧିତ ରୂପରେ ଆବିଷ୍କାର କରିବେ ।

ବନ୍ଧୁଗଣ,

ମୁଁ ଜାଣେ ଯେ ଆପଣମାନଙ୍କ ସକାଶେ ଅନେକ ବଡ଼ ବଡ଼ ଏବଂ ଆକର୍ଷଣୀୟ ସୁଯୋଗ ଅପେକ୍ଷା କରିରହିଛି । ଯେତେବେଳେ ଆପଣମାନେ ଏହି ଅନୁଷ୍ଠାନର ଫାଟକ ବାହାରକୁ ପାଦ ବଢ଼ାଇବେ ସେତେବେଳେ ତାହା ଆପଣମାନେ ଦେଖି ପାରିବେ । ସେସବୁ ସୁଯୋଗକୁ ହାତଛଡ଼ା କରନ୍ତୁନାହିଁ, ଏହାର ସଫଳ ଉପଯୋଗ କରନ୍ତୁ । କିନ୍ତୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ ଅଛି । ଆପଣମାନେ ଯେଉଁଠାରେ କାର୍ଯ୍ୟ କରନ୍ତୁ ନା କାହିଁକି, ଆପଣମାନେ ଯେଉଁଠାରେ ରହନ୍ତୁ ନା କାହିଁକି, ଆପଣମାନେ ସଦାବେଳେ ଭାରତମାତାର ଆବଶ୍ୟକତା କଥା ସ୍ମରଣ ରଖିଥିବେ । ଆପଣମାନେ କିଭଳି କାର୍ଯ୍ୟ କରୁଛନ୍ତି, ନବୋନ୍ମେଷ ଏବଂ ଆପଣମାନଙ୍କ ଗବେଷଣା କିଭଳି ଭାବେ ଭାରତୀୟମାନଙ୍କୁ ସହାୟକ ହେଉଛି ତାହା ସ୍ମରଣ ରଖିଥିବେ । ଆପଣମାନଙ୍କର ଏହା କେବଳ ସାମାଜିତ ଦାୟିତ୍ୱବୋଧ ନୁହେଁ, ଏହା ଆପଣମାନଙ୍କୁ ପ୍ରଚୁର ମାତ୍ରାରେ ବିଜିନେସ ସେନ୍ସ ପ୍ରଦାନ କରିବ ।

ଆପଣମାନେ ସୁଲଭ ଏବଂ ଅଭିନବ ଉପାୟରେ କିଭଳି ଭାବେ ଜଳକୁ ପୁନଃଚକ୍ରଣ କରି ତାହାକୁ ଘରେ, କାର୍ଯ୍ୟାଳୟରେ, ଶିଳ୍ପ କାରଖାନାରେ କିଭଳି ବ୍ୟବହାରକ୍ଷମ ହୋଇପାରିବ ତାହାର ଉପାୟ ବାହାର କରିପାରିବେ କି? ଏହା ଦ୍ୱାରା ଆମର ନିରାପଦ ଜଳଉତ୍ସ ଉପରେ ପଡ଼ୁଥିବା ଚାପ ଢ଼େର୍ ମାତ୍ରାରେ ହ୍ରାସ ପାଇବ । ଆଜି, ଏକ ସମାଜ ଭାବେ, ଏକ ରାଷ୍ଟ୍ର ଭାବେ, ଆମେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ସକାଶେ ସଂକଳ୍ପ ନେବାକୁ ଯାଉଛୁ । ଏହାର ପର୍ଯ୍ୟାବରଣ ଅନୁକୂଳ ବିକଳ୍ପଟି କ’ଣ ଯାହା ସେହିଭଳି ଭାବେ ଆମର ବ୍ୟବହାର ଉପଯୋଗୀ ହୋଇପାରିବ କିନ୍ତୁ ତାହାର ପରିବେଶ କିମ୍ବା ମାନବ ସମାଜ ଉପରେ କୌଣସି ପ୍ରତିକୂଳ ପ୍ରଭାବ ନଥିବ? ଆପଣମାନଙ୍କ ଭଳି ଯୁବ ନବୋନ୍ମେଷକାରୀଙ୍କ ଉପରେ ଆମେ ସେତେବେଳେ ନିର୍ଭରଶୀଳ ହେବୁ ।

ଭବିଷ୍ୟତରେ ଅନେକ ରୋଗ ଯାହାକି ଆମର ଅଧିକାଂଶ ଜନସଂଖ୍ୟାକୁ ଆକ୍ରାନ୍ତ କରିବାକୁ ଯାଉଛି ତାହା କୌଣସି ପାରମ୍ପରିକ ସଂକ୍ରାମକ ରୋଗ ନୁହେଁ । ଏହା ହେଉଛି ଲାଇଫ ଷ୍ଟାଇଲ ଡ଼ିଜିଜ, ଅର୍ଥାତ, ଜୀବନଶୈଳୀ ଜନିତ ରୋଗ; ଯଥା, ହାଇପର ଟେନସନ୍, ଟାଇପ – 2 ମଧୁମେହ, ମେଦବହୁଳତା, ଅବସାଦ । ଯେତେବେଳେ ଡାଟା ସାଇନ୍ସ କ୍ଷେତ୍ର ପରିପକ୍ୱ ହେଉଛି ଏବଂ ଏହି ରୋଗ ସଂପର୍କୀତ ଡାଟା ଆମମାନଙ୍କ ନିକଟରେ ଉପଲବ୍ଧ ହେଉଛି, ପ୍ରଯୁକ୍ତିବିଦମାନେ ଏହାର ପଦ୍ଧତି ଉପରେ ବିଶ୍ଳେଷଣ କରି ସମାଧାନ ପନ୍ଥା ବାହାର କରିପାରିବେ ।

ଯେତେବେଳେ ପ୍ରଯୁକ୍ତି ଡାଟା ସାଇନ୍ସ, ଡାଇଗ୍ନୋଷ୍ଟିକ୍ସ, ଆଚରଣଗତ ବିଜ୍ଞାନ ଏବଂ ଔଷଧି ସହ ଆଗକୁ ବଢ଼ୁଛି, ସେତେବେଳେ ସେଥିରୁ ଅନେକ ଚମତ୍କାର କଥାମାନ ଦେଖିବାକୁ ମିଳୁଛି । ଏହାର ମାତ୍ରାକୁ ହ୍ରାସ କରିବା ସକାଶେ ଏଭଳି ସାଧନକୁ ଉପଯୋଗ କରାଯାଇପାରେ । ଏହାର ପାଟର୍ଣ୍ଣକୁ ନେଇ ଆମକୁ ଚିନ୍ତିତ ହେବାର ଆବଶ୍ୟକତା ଅଛି କି? ଏହିସବୁ ପ୍ରଶ୍ନର ଉତ୍ତର ପ୍ରଯୁକ୍ତି ଦେଇପାରିବ କି? ଆଇଆଇଟିର ଛାତ୍ରଛାତ୍ରୀ ଏହି ଚାଲେଞ୍ଜକୁ ଗ୍ରହଣ କରିପାରିବେ କି?

ମୁଁ ସଦାବେଳେ ଫିଟନେସ ଓ ସ୍ୱାସ୍ଥ୍ୟର ଯତ୍ନନେବା କଥା କହୁଛି, କାରଣ ଉଚ୍ଚତର ସଫଳତା ହାସଲକାରୀମାନେ କେବେହେଲେ ସେମାନଙ୍କର ସ୍ୱାସ୍ଥ୍ୟପ୍ରତି ଅବହେଳା ପ୍ରସର୍ଶନ କରିବା ଅନୁଚିତ । କାରଣ ଆପଣମାନେ ନିଜ ନିଜ କାର୍ଯ୍ୟରେ ଏତେ ମାତ୍ରାରେ ଡୁବି ରହିଥାନ୍ତି ଯେ ସ୍ୱାସ୍ଥ୍ୟ କଥା ଭୁଲି ଯାଆନ୍ତି । ତେଣୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଆପଣମାନେ ଫିଟ ଇଣ୍ଡିଆ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣକାରୀ ଭାବେ ସାମିଲ ହୁଅନ୍ତୁ ଏବଂ ଉଭୟ ବ୍ୟକ୍ତିଗତ ସ୍ୱାସ୍ଥ୍ୟକୁ ଫିଟ ରଖିବା ସହିତ ସ୍ୱାସ୍ଥ୍ୟ ସେବାକୁ କିଭଳି ଭାବେ ଅଧିକ ଅଭିନବ କରିହେବ ସେ ଦିଗରେ ମଧ୍ୟ ଚିନ୍ତା କରନ୍ତୁ ।

ବନ୍ଧୁଗଣ,

ଆମେମାନେ ଦେଖୁ ଯେ ସାଧାରଣତଃ ଦୁଇ ପ୍ରକାର ଲୋକ ଅଛନ୍ତି, ଯେଉଁମାନେ ବଞ୍ଚନ୍ତି ଏବଂ ଯେଉଁମାନେ କେବଳ ତିଷ୍ଠି ରହନ୍ତି । ସେଥିରୁ କେଉଁଟିକୁ ଆପଣମାନେ ଗ୍ରହଣ କରିବେ ସେ ନିଷ୍ପତ୍ତି ଆପଣମାନଙ୍କର । ଆପଣମାନେ କ’ଣ କେବଳ ତିଷ୍ଠି ରହିବାକୁ ଚାହାନ୍ତି? ନା ଜୀବନକୁ ପୂର୍ଣ୍ଣତାର ସହ ବଞ୍ଚିବାକୁ ଚାହାନ୍ତି? ଚିନ୍ତା କରନ୍ତୁ ଗୋଟିଏ ଔଷଧ ବୋତଲ ତା’ର ନିର୍ଦ୍ଧାରିତ ସମୟସୀମା ପାର କରିସାରିଛି । ସମୟସୀମା ଠାରୁ ହୁଏତ ଆଉ ଗୋଟିଏ ଅଧିକ ବର୍ଷ ବିତି ସାରିଛି । କିନ୍ତୁ ବୋତଲଟି ସେମିତି ରହିଛି । ହୁଏତ ପ୍ୟାକେଜିଂ ବି ବେଶ ଆକର୍ଷଣୀୟ ଦିଶୁଛି । ଭିତରେ ଥିବା ଔଷଧ ବି ସେମିତି ରହିଛି । କିନ୍ତୁ ଏହାର ମୂଲ୍ୟ ଅବା କ’ଣ? ଏଥିରେ କ’ଣ ଜୀବନ ଅଛି? ଜୀବନ ପ୍ରାଣବନ୍ତ ହେବା ଆବଶ୍ୟକ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହେବା ବାଂଛନୀୟ । ଏବଂ ପୂର୍ଣ୍ଣ ଜୀବନ ବଞ୍ଚିବାର ଶ୍ରେଷ୍ଠ ନିଦାନଟି ହେଲା ଜୀବନକୁ ଜାଣିବା, ଅଧ୍ୟୟନ କରିବା, ବୁଝିବା ଏବଂ ଅନ୍ୟ ପାଇଁ ଜୀବନ ବଞ୍ଚିବା ।

ସ୍ୱାମୀ ବିବେକାନନ୍ଦ ଯଥାର୍ଥରେ କହିଛନ୍ତି, ‘ଯେଉଁମାନେ ଅନ୍ୟପାଇଁ ବଞ୍ଚନ୍ତି ସେମାନେ ହିଁ କେବଳ ଯଥାର୍ଥ ଜୀବନ ବଞ୍ଚନ୍ତି ।’

ବନ୍ଧୁଗଣ,

ଆପଣମାନଙ୍କ ଏହି ସମାବର୍ତ୍ତନ ମହୋତ୍ସବ ସୂଚୀତ କରେ ଯେ ଆପଣମାନଙ୍କ ବର୍ତ୍ତମାନର ଅଧ୍ୟୟନର ଏହା ଶେଷ ପର୍ଯ୍ୟାୟ । କିନ୍ତୁ ଆପଣମାନଙ୍କ ଶିକ୍ଷାର ଏହା ଶେଷ ନୁହେଁ । ଶିକ୍ଷା ଓ ଅଧ୍ୟୟନ ଏକ ଚିରନ୍ତର ପ୍ରକ୍ରିୟା । ଆମେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଅଧ୍ୟୟନ କରି ଚାଲିଥିବା । ମୁଁ ପୁଣି ଥରେ ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ଏବଂ ମାନବ ସମାଜର କଲ୍ୟାଣ ସକାଶେ ତାହା ସମର୍ପିତ ହେଉ ବୋଲି ଆଶା କରୁଛି । ଆପଣମାନଙ୍କୁ ଧନ୍ୟବାଦ । ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.