PM Modi attends Convocation of Sher-e-Kashmir University of Agricultural Sciences and Technology: PM Modi
There is a need to bring about a new culture in the agriculture sector by embracing technology: PM Modi
Policies and decisions of the Union Government are aimed at increasing the income of farmers: PM Modi
Farmers would benefit when traditional agricultural approach would be combined with latest techniques: PM Modi

ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ଆଉ ମୋର ଯୁବ ବନ୍ଧୁଗଣ ।

ସାଥୀଗଣ, ଆଜି ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ-ଭିନ୍ନ ଭାଗକୁ ଯିବାର ମୋତେ ସୁଯୋଗ ମିଳିଥିଲା । ମୋର ଏଠାକୁ ଆସିବାରେ ବିଳମ୍ବ ହେଲା, ଆମ୍ଭେମାନେ ପ୍ରାୟ ଏକ ଘଂଟା  ବିଳମ୍ବରେ ପହଂଚିଲୁ, ଆଉ ସର୍ବ ପ୍ରଥମେ ତ ମୁଁ ଆପଣ ମାନଙ୍କଠାରୁ କ୍ଷମା ମାଗିବାକୁ ଚାହିଁବି କାରଣ ଆମ୍ଭମାନଙ୍କର ଆସିବାରେ ବିଳମ୍ବ ହୋଇଗଲା । ଲେହ ଠାରୁ ନେଇ ଶ୍ରୀନଗର ପର୍ଯ୍ୟନ୍ତ ବିକାଶର ଅନେକ ପ୍ରକଳ୍ପର ଆଜି ଲୋକାର୍ପଣ ହୋଇଛି । କିଛି ନୂତନ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଜାମ୍ମୁର ବିଲବାଡ଼ିରୁ ନେଇ କାଶ୍ମୀରର ଉଦ୍ୟାନ ପର୍ଯ୍ୟନ୍ତ ଏବଂ ଲେହ-ଲଦାଖର ପ୍ରାକୃତିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ ମୁଁ ସବୁବେଳେ ଅନୁଭବ କରିଛି । ମୁଁ ଯେତେବେଳେ ମଧ୍ୟ ଏଠାକୁ ଆସୁଛି ମୋର ଏହି ବିଶ୍ୱାସ ଆହୁରି ସୁଦୃଢ଼ ହୋଇ ଯାଉଛି କି ଦେଶର ଗୋଟିଏ କ୍ଷେତ୍ର ବିକାଶ ପଥରେ ବହୁତ ଆଗକୁ ଯିବାର ସାମର୍ଥ୍ୟ ରଖିଛି । ଏଠାକାର କର୍ତ୍ତବ୍ୟନିଷ୍ଠ, ଶ୍ରମଶୀଳ ଲୋକ ଆପଣମାନଙ୍କ ଭଳି କିଛି ପ୍ରତିଭାଶାଳୀ ଯୁବକମାନଙ୍କ ସାର୍ଥକ ପ୍ରୟାସ ଦ୍ୱାରା ଆମେ ସଠିକ ଦିଗରେ ଆଗକୁ ବଢ଼ୁଛେ ଆଉ ସଫଳତା ଅର୍ଜନ କରୁଛେ ।

ସାଥୀଗଣ, ଏହି ବିଶ୍ୱବିଦ୍ୟାଳୟକୁ ପ୍ରାୟ 20 ବର୍ଷ ହୋଇଗଲାଣି ଆଉ ପ୍ରାୟ ସେବେଠାରୁ ଏ ପର୍ଯ୍ୟନ୍ତ ଅନେକ ଛାତ୍ରଛାତ୍ରୀ ଏଠାରୁ ପାଠ ପଢ଼ି ବାହାରି ଗଲେଣି । ଆଉ ସେମାନେ ସାମାଜିକ ଜୀବନରେ କେଉଁଠି ନା କେଉଁଠି ନିଜର ଯୋଗଦାନ ଦେଉଛନ୍ତି ।

ଆଜି ହେଉଛି ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ସମାରୋହ । ଏହି ଅବସରରେ ମୋତେ ଆପଣମାନଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି । ଆମନ୍ତ୍ରଣ ପାଇଁ ବିଶ୍ୱବିଦ୍ୟାଳୟର ପ୍ରଶାସନ ନିକଟରେ ମୁଁ ବହୁତ-ବହୁତ କୃତଜ୍ଞ । ମୁଁ ଖୁସି ଯେ ଆଜି ଏଠାରେ ଜାମ୍ମୁର କିଛି ସ୍କୁଲ ପିଲା, କିଛି ବିଦ୍ୟାର୍ଥୀ ଉପସ୍ଥିତ ଅଛନ୍ତି । ଆଜି ଏଠାରେ 400ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ, ପଦକ ଏବଂ ସାର୍ଟିଫିକେଟ ଦିଆଗଲା । ଏହା ହେଉଛି ଆପଣଙ୍କର ସେହି ଶ୍ରମର ପରିଣାମ ଯାହା ଦେଶର ଏହି ପ୍ରତିଷ୍ଠିତ ସଂସ୍ଥାନର ଅଂଶ ବିଶେଷ ହୋଇ ଆପଣମାନେ ସାର୍ଥକ କରିଛନ୍ତି । ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି, ଆଉ ବିଶେଷ କରି ଝିଅମାନଙ୍କୁ କାରଣ ଆଜି ସେମାନେ ବାଜି ମାରି ନେଇ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ।

ଆଜି ଦେଶରେ ଏଭଳି କ୍ଷେତ୍ର ଖେଳକୁଦ ଦେଖନ୍ତୁ, ଶିକ୍ଷା ଦେଖନ୍ତୁ, ସବୁ ଜାଗାରେ ଝିଅମାନେ ଖୁବ୍ ଭଲ କରୁଛନ୍ତି । ମୁଁ ମୋ ସମ୍ମୁଖରେ ଦେଖୁଛି କି ଆପଣଙ୍କ ଆଖିରେ ଏକ ଚମକ ଦେଖା ଯାଉଛି, ଆତ୍ମ ବିଶ୍ୱାସ ନଜର ଆସୁଛି । ଏହି ଚମକ ଭବିଷ୍ୟତର ସ୍ୱପ୍ନକୁ ମଧ୍ୟ ଆଉ ଆହ୍ୱାନଗୁଡ଼ିକୁ, ଉଭୟଙ୍କୁ ବୁଝିବାର ଆତ୍ମବିଶ୍ୱାସ ନେଇ ବସିଛନ୍ତି ।

ସାଥୀଗଣ, ଆପଣଙ୍କ ହାତରେ ଏହା କେବଳ ଡିଗ୍ରୀ ଅଥବା ସାର୍ଟିଫିକେଟ ନୁହେଁ, କିନ୍ତୁ ଏହା ହେଉଛି ଦେଶର କୃଷକଙ୍କ ଆଶାର ପତ୍ର । ଆପଣଙ୍କ ହାତରେ ଯେଉଁ ସାର୍ଟିଫିକେଟ ରହିଛି ସେଥିରେ ଦେଶର କୃଷକଙ୍କର ଆଶା-ଆକାଂକ୍ଷା ଭରି ହୋଇ ରହିଛି । ଏହା ହେଉଛି ସେହି କୋଟି କୋଟି ଆଶାର ଦସ୍ତାବିଜ ଯାହା ଦେଶର ଅନ୍ନଦାତା, ଦେଶର କୃଷକ ଆପଣଙ୍କ ଭଳି ମେଧାବୀ ଲୋକମାନଙ୍କଠାରୁ ବଡ଼ ଆଶା ବାନ୍ଧି କରି ବସି ରହିଛନ୍ତି ।

ସମୟ ସହିତ ଟେକ୍ନୋଲଜି ଦ୍ରୁତ ଗତିରେ ବଦଳୁଛି ଆଉ ପରିବର୍ତ୍ତିତ ଟେକ୍ନୋଲଜି ସମସ୍ତ ବ୍ୟବସ୍ଥା ଗୁଡ଼ିକୁ ଆମୂଳଚୂଳ ପରିବର୍ତ୍ତନ କରୁଛି । ଏହି ବେଗରେ ଯଦି ସବୁଠାରୁ ଦ୍ରୁତ ବେଗରେ କିଏ ଯଦି ଚାଲି ପାରିବ ତ ସେ ହେଉଛି ଏ ଦେଶର ଯୁବକ, ହେଉଛି ଆମ ଦେଶର ଯୁବକ । ଆଉ ସେଥିପାଇଁ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟରେ, ଆଜି ଯେତେବେଳେ ମୋତେ ଆପଣମାନଙ୍କ ସହିତ ବାର୍ତାଳାପ କରିବାର ସୁଯୋଗ ମିଳିଛି, ମୁଁ ଏହାକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି ମାନୁଛି ।

ଯୁବ ସାଥୀଗଣ, ଟେକ୍ନୋଲଜି ଭଳି ନେଚର ଅଫ ଜବ୍(ନିଯୁକ୍ତି ପ୍ରକ୍ରିୟା) ରେ ମଧ୍ୟ ପରିବର୍ତ୍ତନ ହେଉଛି, ରୋଜଗାରର ନୂଆ-ନୂଆ କୌଶଳର ବିକାଶ ହେଉଛି, ସେହିଭଳି ଭାବେ କୃଷି କ୍ଷେତ୍ରର ଆବଶ୍ୟକତାରେ ମଧ୍ୟ ନୂତନ ସଂସ୍କୃତି ବିକଶିତ କରିବାର ଆବଶ୍ୟକତା ରହିଛି ।  ଆମର ପରମ୍ପରାଗତ କୌଶଳ ଗୁଡ଼ିକୁ ଯେତେ ଅଧିକ ଆମେ ଜ୍ଞାନ କୌଶଳ ଉପରେ କେନ୍ଦ୍ରିତ କରିବା ସେତିକି ଅଧିକ ଲାଭ କୃଷକଙ୍କୁ ମିଳିବ । ଆଉ ଏହି ଦୃଷ୍ଟିଭଙ୍ଗୀକୁ ନେଇ ଚାଲି କେନ୍ଦ୍ର ସରକାର ଦେଶରେ କ୍ଷେତ ସହିତ ଜଡ଼ିତ ଆଧୁନିକ ଉପାୟ ଗୁଡ଼ିକୁ ପ୍ରୋତ୍ସୋହନ ଦେଉଛନ୍ତି ।

ଦେଶରେ ଏ ପର୍ଯ୍ୟନ୍ତ 12କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟା ଯାଇ ସାରିଛି । ଏଥିରୁ ଜାମ୍ମୁ-କାଶ୍ମୀରରେ ମଧ୍ୟ 11 ଲକ୍ଷ କୃଷକଙ୍କୁ ଏହି କାର୍ଡ ମିଳି ସାରିଛି । ଏହି କାର୍ଡ ସାହାଯ୍ୟରେ କୃଷକ ମାନଙ୍କୁ ଏହି କଥା ଜଣା ପଡ଼ୁଛି କି ସେମାନଙ୍କର ଜମିକୁ କେଉଁ ପ୍ରକାରର ସାରର ଆବଶ୍ୟକତା ରହିଛି, କ’ଣ ଆବଶ୍ୟକ ରହିଛି ।

ୟୁରିୟାରେ ଶତ ପ୍ରତିଶତ ନିମ ଲେପନ ହେବା ଦ୍ୱାରା ଲାଭ କୃଷକଙ୍କୁ ମଧ୍ୟ ହୋଇଛି । ଏହାଦ୍ୱାରା ଉତ୍ପାଦନ ତ ବଢ଼ିଛି, ହେକ୍ଟର ପିଛା ୟୁରିୟାର ଆବଶ୍ୟକତା ମଧ୍ୟ କମ୍ ହୋଇଛି ।

ସିଂଚନର ଆଧୁନିକ କୌଶଳ ଆଉ ପାଣିର ପ୍ରତ୍ୟେକ ବୁନ୍ଦାର ସଦବ୍ୟବହାର କରିବାର ଚିନ୍ତାଧାରାକୁ ନେଇ ସୂକ୍ଷ୍ମ ଏବଂ ବୁନ୍ଦା ଜଳସେଚନକୁ ପ୍ରୋତ୍ସାହନ ଦିଆ ଯାଉଛି । ପ୍ରତି ବୁନ୍ଦା ଜଳରୁ ଅଧିକ ଶସ୍ୟ (ପର୍ ଡ୍ରପ୍ ମୋର୍ କ୍ରପ୍) ଏହା ଆମର ଲକ୍ଷ୍ୟ ହେବା ଆବଶ୍ୟକ ।

ବିଗତ ଚାରି ବର୍ଷରେ 24 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ସୂକ୍ଷ୍ମ ଏବଂ ବୁନ୍ଦା ଜଳସେଚନର ପରିସର ମଧ୍ୟକୁ ଅଣାଯାଇଛି । ଏବେ ଦୁଇ ଦିନ ତଳେ ହିଁ କ୍ୟାବିନେଟ ସୂକ୍ଷ୍ମ ଜଳସେଚନ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ତାହାକୁ ମଧ୍ୟ  ମଞ୍ଜୁରି ଦେଇ ସାରିଛନ୍ତି । ଏ ସମସ୍ତ ନୀତି, ଏ ସମସ୍ତ ନିଷ୍ପତ୍ତି କୃଷକଙ୍କ ଆୟ ଦୁଇଗୁଣା କରିବାରେ ଆମର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରୁଛି । ଏଭଳି ଅନେକ ପ୍ରୟାସ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ଆପଣ ମାନେ ସମସ୍ତେ ।

ଏଠାରୁ ପାଠ ପଢ଼ି ସାରି ଯିବା ପରେ ବୈଜ୍ଞାନିକ ଅଭିବ୍ୟକ୍ତି, ପ୍ରଯୁକ୍ତିଗତ ନବସୃଜନ ଏବଂ ଗବେଷଣା ତଥା ବିକାଶ ମାଧ୍ୟମରେ କୃଷିକୁ ଲାଭକାରୀ ବ୍ୟବସାୟ କରିବାରେ ଆପଣ ସକ୍ରିୟ ଭୂମିକା ତୁଲାଇବେ, ଏହା ହେଉଛି ଦେଶର ଆପଣ ମାନଙ୍କ ଠାରୁ ଆଶା ଓ ଆକାଂକ୍ଷା । ଚାଷ ଠାରୁ ନେଇ ପଶୁପାଳନ ଆଉ ଏଥି ସହିତ ଜଡ଼ିତ ଅନ୍ୟ ବ୍ୟବସାୟକୁ ନୂତନ କୌଶଳ ଦ୍ୱାରା ଅଧିକ ଉନ୍ନତ କରିବାର ଦାୟିତ୍ୱ ଆମର ଯୁବ ପିଢିଙ୍କ କାନ୍ଧରେ ରହିଛି ।

ଏଠାକୁ ଆସିବା ପୂର୍ବରୁ ଆପଣମାନଙ୍କ ପ୍ରୟାସ ବିଷୟରେ ଶୁଣି ମୋର ଆଶା ଆଉ ଟିକେ ବଢ଼ି ଯାଇଛି । ଆପଣମାନଙ୍କଠାରୁ ମୋର ଅକାଂକ୍ଷା  ମଧ୍ୟ ଆଉ ଟିକେ ବଢ଼ି ଯାଇଛି । କୃଷକଙ୍କ ଆୟ ବଢ଼ାଇବା ପାଇଁ ଆପଣ ଆଉ ଆପଣଙ୍କର ଏହି ବିଶ୍ୱବିଦ୍ୟାଳୟ ନିଜର ଅଂଚଳ ପାଇଁ ଯେଉଁ ମଡେଲ ବିକଶିତ କରିଛନ୍ତି, ତା ବିଷୟରେ ମଧ୍ୟ ମୋତେ ଅବଗତ କରାଯାଇଛି । ଆପଣ ଏହାକୁ ସମନ୍ୱିତ କୃଷି ବ୍ୟବସ୍ଥାର ମଡେଲ ଅର୍ଥାତ୍ ଆଇଏଫ୍ଏସ୍ ମଡେଲର ନାମ ଦେଇଛନ୍ତି । ଏହି ମଡେଲରେ ଶସ୍ୟ ମଧ୍ୟ ରହିଛି, ଫଳ-ପନିପରିବା ଏବଂ ଫୁଲ ମଧ୍ୟ ଅଛି, ପଶୁଧନ ମଧ୍ୟ ରହିଛି, ମତ୍ସ୍ୟ ଏବଂ କୁକୁଡ଼ା ପାଳନ ମଧ୍ୟ ରହିଛି, କମ୍ପୋଷ୍ଟ ମଧ୍ୟ ଅଛି, ଛତୁ, ବାୟୋଗ୍ୟାସ ଆଉ ପୋଖରୀ ହୁଡ଼ା ଉପରେ ଫଳ ଗଛର ବିଷୟ ମଧ୍ୟ ରହିଛି । ଏହାଦ୍ୱାରା ପ୍ରତି ମାସରେ ଆୟ ତ ସୁନିଶ୍ଚିତ ହିଁ ହେବ ବରଂ ଏହା ଏକ ବର୍ଷରେ ପାଖାପାଖି ଦୁଇ ଗୁଣା ରୋଜଗାର ମଧ୍ୟ ଉପଲବ୍ଧ କରାଇବ ।

ବର୍ଷ ସାରା କୃଷକଙ୍କର ଆୟ ସୁନିଶ୍ଚିତ କରାଇବା ଭଳି ଏହି ମଡେଲ ହେଉଛି ନିଜ ମଧ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛ ଇନ୍ଧନ ମଧ୍ୟ ମିଳିଲା, କୃଷି ଆବର୍ଜନାରୁ ମଧ୍ୟ ମୁକ୍ତି ମିଳିଲା, ଗାଁ ମଧ୍ୟ ସ୍ୱଚ୍ଛ ହେଲା, ପାରମ୍ପରିକ ଚାଷରୁ କୃଷକଙ୍କୁ ଯେଉଁ ଆୟ ମିଳିଥାଏ, ତା’ଠାରୁ ଅଧିକ ଆୟ ଆପଣଙ୍କର ଏହି ମଡେଲ ସୁନିଶ୍ଚିତ କରେ । ଏଠାକାର ଜଳବାୟୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆପଣ ଯେଉଁ ମଡେଲ ବିକଶିତ କରିଛନ୍ତି, ମୁଁ ତାହାର ବିଶେଷ ଭାବେ ପ୍ରଶଂସା କରିବାକୁ ଚାହୁଁଛି । ମୁଁ ଚାହିଁବି ଏ ମଡେଲକୁ ଜାମ୍ମୁ ଏବଂ ଆଖପାଖ ଅଂଚଳରେ ଅଧିକରୁ ଅଧିକ ପ୍ରଚାର-ପ୍ରସାର କରାଯାଉ ।

ସାଥୀଗଣ, ସରକାର କୃଷକଙ୍କୁ କେବଳ ଗୋଟିଏ ଫସଲ ଉପରେ ନିର୍ଭର କରି ରଖିବାକୁ ଚାହାଁନ୍ତି ନାହିଁ ବରଂ ଅତିରିକ୍ତ ଆୟର ଯେତେ ମଧ୍ୟ ସାଧନ ଅଛି, ତାହାକୁ ପ୍ରୋତ୍ସାହନ ଦେବାର କାର୍ଯ୍ୟ ଆଉ ସେହି କାର୍ଯ୍ୟ ଉପରେ ଆମେ ଗରୁତ୍ୱ ଦେଉଛୁ । କୃଷିରେ ଭବିଷ୍ୟତକୁ ଏକ ନୂତନ କ୍ଷେତ୍ରର ଉନ୍ନତି କୃଷକଙ୍କ ଉନ୍ନତିରେ ଏକ ଅନିର୍ବାଜ୍ୟ ଅଂଶ ହେବା ଭଳି, ସହାୟକ ହେବାକୁ ଯାଉଛି ।

ସବୁଜ ଏବଂ ଶ୍ୱେତ ବିପ୍ଳବ ସହିତ ଆମେ ଯେତେ ଅଧିକ ଜୈବିକ ବିପ୍ଳବ ଏବଂ ଜଳ ବିପ୍ଳବ, ନୀଳ ବିପ୍ଳବ ଏବଂ ମଧୁ ବିପ୍ଳବ ତାହା ଉପରେ ଧ୍ୟାନ ଦେବା ସେତେ ଅଧିକ କୃଷକଙ୍କର ଆୟ ବଢ଼ିବ । ଏଥର ଆମେ ଯେଉଁ ବଜେଟ ଉପସ୍ଥାପନ କରିଛୁ ଏଥିରେ ମଧ୍ୟ ସରକାରଙ୍କର ଏହି ଚିନ୍ତାଧାରା ରହିଛି । ଗୋ-ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଥମେ ଏକ ଭିନ୍ନ ପାଣ୍ଠିର ବ୍ୟବସ୍ଥା କରାଯାଇଥିଲା । ଅର୍ଥାତ କୃଷି ଏବଂ ପଶୁ ପାଳନ ପାଇଁ କୃଷକମାନଙ୍କୁ ଏବେ ଆର୍ଥିକ ସହାୟତା ସହଜରେ ମିଳି ପାରିବ । ଏହା ବ୍ୟତୀତ କିଷାନ କ୍ରେଡିଟ କାର୍ଡର ଯେଉଁ ସୁବିଧା ପ୍ରଥମେ କେବଳ ଚାଷ ବାସ ପର୍ଯ୍ୟନ୍ତ ସୀମିତ ଥିଲା ଏବେ ମତ୍ସ୍ୟ ଓ ପଶୁପାଳନ ପାଇଁ ମଧ୍ୟ ଏହି ସୁବିଧା କୃଷକ ମାନଙ୍କୁ ଉପଲବ୍ଧ ହେବ ।

କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଏଇ ନିକଟରେ ଏକ ବଡ଼ ଯୋଜନା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । କୃଷି କ୍ଷେତ୍ର ସହିତ ଜଡ଼ିତ 11ଟି ଯୋଜନାକୁ ସବୁଜ କ୍ରାନ୍ତି କୃଷି ଉନ୍ନତି ଯୋଜନାରେ ସାମିଲ କରାଯାଇଛି । ଏଥିପାଇଁ 33,000କୋଟି ଟଙ୍କାରୁ ଅଧିକ ଅର୍ଥର ବ୍ୟବସ୍ଥା କରାଯାଇଛି । ଆଉ ତେତିଶ ହଜାର କୋଟି ଟଙ୍କାର ପରିମାଣ କିଛି କମ୍ ନୁହେଁ ।

ସାଥୀଗଣ, ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରିବା ଆଡ଼କୁ ମଧ୍ୟ ସରକାରଙ୍କର ବୃହତ୍ ଦୃଷ୍ଟିକୋଣ ରହିଛି । ଦେଶର ଭିନ୍ନ ଭିନ୍ନ ଭାଗରେ ଏବେ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି କି ଯେଉଁ କୃଷି ବର୍ଜ୍ୟବସ୍ତୁ ଅଛି ତାହା ସମ୍ପଦ ଭଳି କାମ କରୁଛି ।

ଚଳିତ ବର୍ଷ ବଜେଟରେ ସରକାର ଗୋବର-ଧନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଗ୍ରାମୀଣ ସ୍ୱଚ୍ଛତା ବଢ଼ାଇବା ସହିତ ଗାଁରୁ ବାହାରୁଥିବା ବାୟୋ ବର୍ଜ୍ୟ ମାଧ୍ୟମରେ କୃଷକ ଏବଂ ପଶୁପାଳକ ମାନଙ୍କର ଆୟ ବୃଦ୍ଧିରେ ସାହାଯ୍ୟ କରିବ । ଖାଲି ଏତିକି ନୁହେଁ ଯେ କେବଳ ବାୟୋ ଉତ୍ପାଦରୁ ସମ୍ପଦ ସୃଷ୍ଟି ହୋଇ ପାରିବ । ଯେଉଁ ମୁଖ୍ୟ ଫସଲ ଅଛି, ମୁଖ୍ୟ ଉତ୍ପାଦ ଅଛି, ଅନେକ ଥର ତାହାର ମଧ୍ୟ ଭିନ୍ନ-ଭିନ୍ନ ବ୍ୟବହାର କୃଷକର ଆୟ ବଢ଼ାଇ ପାରିବ । ନଡ଼ିଆ କତାର ବର୍ଜ୍ୟ, ନଡ଼ିଆର ଅବଶିଷ୍ଟାଂଶ, ବାଉଁଶର ବର୍ଜ୍ୟ ହେଉ, ଫସଲ କାଟିବା ପରେ କ୍ଷେତରେ ଜମା ହୋଇଥିବା ଅବଶିଷ୍ଟାଂଶ ହେଉ, ଏହି ସମସ୍ତ ମାଧ୍ୟମରେ ଆୟ ମଧ୍ୟ ବଢ଼ି ପାରିବ ।

ଏହା ବ୍ୟତୀତ ବାଉଁଶ ସହିତ ଜଡ଼ିତ, ବାଉଁଶ ସମ୍ବନ୍ଧୀୟ ଯେଉଁ ପୁରୁଣା ନିୟମ ଥିଲା ସେଥିରେ ମଧ୍ୟ ଆମେ ସଂଶୋଧନ କରି ଏବେ ବାଉଁଶ ଚାଷକୁ ସହଜ କରି ଦେଇଛୁ । ଆପଣ ଆଶ୍ଚର୍ଯ୍ୟ ହେବେ ପାଖାପାଖି 15 ହଜାର କୋଟି ଟଙ୍କାର ବାଉଁଶ ଆମ ଦେଶ ଆମଦାନୀ କରିଥାଏ । ଏହା କୌଣସି ପ୍ରକାରେ ଯୁକ୍ତିସଙ୍ଗତ ନୁହଁ ।

ସାଥୀଗଣ, ମୋତେ ଏହା ମଧ୍ୟ ଅବଗତ କରାଯାଇଥିଲା କି ଏଠାରେ ଆପଣ ମାନେ 12 ଟି ଫସଲର କିସମ ବିକଶିତ କରିଛନ୍ତି । ରଣବୀର ବାସୁମତି, ଏହା ତ ସାରା ଦେଶରେ ବୋଧହୁଏ ପ୍ରସିଦ୍ଧ ଅଟେ । ଆପଣମାନଙ୍କର ଏହି ପ୍ରୟାସ ହେଉଛି ପ୍ରଶଂସନୀୟ । କିନ୍ତୁ ଆଜି ଚାଷ ପାଇଁ ଯେଉଁ ଆହ୍ୱାନ ରହିଛି ତାହା ବିହନର ଗୁଣବତ୍ତା ଠାରୁ ମଧ୍ୟ କେତେ ଅଧିକ ଅଟେ ।  ଏହି ଆହ୍ୱାନ ପାଣିପାଗ ପରିବର୍ତ୍ତନ ସହିତ ଜଡିତ ଅଛି, ତା ସହିତ ମଧ୍ୟ । ଆମ କୃଷକ, କୃଷି ବୈଜ୍ଞାନିକଙ୍କ ପରିଶ୍ରମ ଏବଂ ସରକାରଙ୍କ ନୀତିଗୁଡିକର ଏହା ହେଉଛି ପ୍ରଭାବ କି ବିଗତ ବର୍ଷ ଆମ ଦେଶରେ କୃଷକମାନେ ରେକର୍ଡ ପରିମାଣର ଉତ୍ପାଦନ କରିଛନ୍ତି । ଗହମ ହେଉ, ଧାନ ହେଉ ଅଥବା ଡାଲି, ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରି ଯାଇଛି । ତୈଳ ଏବଂ କପା ଉତ୍ପାଦନରେ ମଧ୍ୟ ବହୁତ ବୃଦ୍ଧି ରେକର୍ଡ କରାଯାଇଛି । କିନ୍ତୁ ଯଦି ଆପଣ ବିଗତ କିଛି ବର୍ଷର ତଥ୍ୟ ଦେଖିବେ ତ ପାଇବେ କି ଉତ୍ପାଦନରେ ଏକ ଅନିଶ୍ଚିତତାର ସ୍ଥିତି ସୃଷ୍ଟି ହୋଇଛି ଆଉ ତାହାର ସବୁଠାରୁ ବଡ଼ କାରଣ  ହେଉଛି ଆମର ଚାଷବାସର ବର୍ଷା ଉପରେ ନିର୍ଭରଶୀଳତା । ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ ଗୋଟିଏ ପଟେ, ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳୁଛି, ସେତେବେଳେ କିଛି ଅଂଚଳରେ ମଧ୍ୟ କମ୍ ବର୍ଷା ହେଉଛି । ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଧାନ ଚାଷ ହେଉ, ଉଦ୍ୟାନ କୃଷି ହେଉ ଅବା ପର୍ଯ୍ୟଟନ, ଏ ସମସ୍ତ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଆବଶ୍ୟକ । ଜାମ୍ମୁ-କାଶ୍ମୀରରେ ପାଣିର ଆବଶ୍ୟକତା ବରଫ ତରଳିବାରୁ ସୃଷ୍ଟି ହୋଇଥିବା ନଦୀ ପୂରଣ କରିଥାଏ । କିନ୍ତୁ ଯେଉଁଭଳି ଭାବେ ତାପମାତ୍ରା ବୃଦ୍ଧି ପାଉଛି, ସେଥିରେ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ କିଛି ଭାଗରେ କମ୍ ପାଣି ଆଉ କିଛି ଅଂଚଳରେ ବନ୍ୟା ରୂପରେ ସାମ୍ନାକୁ ଆସୁଛି ।

ସାଥୀଗଣ, ଏଠାକୁ ଆସିବା ପୂର୍ବରୁ ଯେତେବେଳେ ମୁଁ ଆପଣମାନଙ୍କ ବିଶ୍ୱବିଦ୍ୟାଳୟ ବିଷୟରେ ପଢ଼ୁଥିଲି ତ ମୋତେ ଆପଣମାନଙ୍କ ଫସଲ, ଫସଲ ପ୍ରକଳ୍ପ (Crop Project)ବିଷୟରେ ମଧ୍ୟ ଜଣା ପଡ଼ିଥିଲା । ଏହା ମାଧ୍ୟମରେ ଆପଣ ଚାଷବାସ ଋତୁ ପୂର୍ବରୁ ଫସଲର ଉତ୍ପାଦନ ଏବଂ ବର୍ଷସାରା କେତେ ଆର୍ଦ୍ରତା ରହିବ, ତାହାର ଅନୁମାନ ଲଗାଉଛନ୍ତି । କିନ୍ତୁ ଏବେ ଏଥିରେ ମଧ୍ୟ ଆଗକୁ ଯିବାର ଆବଶ୍ୟକତା ରହିଛି । ନୂତନ ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ନୂତନ ରଣନୀତିର ଆବଶ୍ୟକତା ଅଛି । ଏହି ରଣନୀତି ଫସଲ ସ୍ତରରେ ମଧ୍ୟ ଆବଶ୍ୟକ ଆଉ ଟେକ୍ନୋଲଜି ସ୍ତରରେ ମଧ୍ୟ ଆବଶ୍ୟକ । ଆମକୁ ଫସଲର ଏଭଳି କିସମ ଉପରେ ଧ୍ୟାନ ଦେବାକୁ ହେବ ଯେଉଁଗୁଡ଼ିକ କମ୍ ପାଣି ଆବଶ୍ୟକ କରୁଥିବ । ଏହାଛଡ଼ା କୃଷିଜାତ ଉତ୍ପାଦକୁ କିଭଳି ମୂଲ୍ୟଯୁକ୍ତ କରାଯାଇ ପାରିବ, ଏହା ମଧ୍ୟ ନିରନ୍ତର ଆପଣଙ୍କ ଚିନ୍ତାଧାରାରେ ରହିବା ଉଚିତ ।

ଯେପରି ମୁଁ ଆପଣମାନଙ୍କୁ ସମୁଦ୍ର ଘାସ ବା See Weed ସମ୍ପର୍କରେ ଉଦାହରଣ ଦେଉଛି । ଆପଣ ସମସ୍ତେ ସମୁଦ୍ର ଘାସ ବିଷୟରେ ଜାଣିଥିବେ । ଲଦାଖ ଅଂଚଳରେ ମିଳୁଥିବା ଏହି ଗଛ(ଘାସ) ବିଯୁକ୍ତ 40 ରୁ ଯୁକ୍ତ 40 ଡିଗ୍ରୀ ସେଂଟିଗ୍ରେଡ଼୍ ଭଳି କଠିନତମ ତାପମାତ୍ରାକୁ ସହ୍ୟ କରିବାର ଶକ୍ତି ରଖିଥାଏ । ଯେତେ ମରୁଡ଼ି ପଡ଼ୁ, ସେ ନିଜକୁ ନିଜେ ପ୍ରସ୍ଫୁଟିତ ହୋଇଥାଏ । ତାହାର ଔଷଧୀୟ ଗୁଣ ସମ୍ବନ୍ଧରେ ଅଷ୍ଟମ ଶତାବ୍ଦୀରେ ଲେଖା ଯାଇଥିବା ତିବ୍ବତୀୟ ସାହିତ୍ୟରେ ମଧ୍ୟ ମିଳିଥାଏ । ଦେଶ ଆଉ ବିଦେଶର ଅନେକ ଆଧୁନିକ ଗବେଷଣା ସଂସ୍ଥାନ ଏହି ସମୁଦ୍ର ଘାସ ବା ଶୈବାଳକୁ ବହୁତ ମୂଲ୍ୟବାନ ଭାବେ ବିବେଚନା କରୁଛନ୍ତି । ରକ୍ତଚାପର ସମସ୍ୟା ହେଉ, ଜ୍ୱର ହେଉ, ଟ୍ୟୁମର ହେଉ, ଆଉ ପଥର ହେଉ, ଅଲସର୍ ହେଉ, ଅଥବା କାଶ, ସର୍ଦ୍ଦି ହେଉ, ସମୁଦ୍ର ଘାସରୁ ତିଆରି ହେଉଥିବା ଅନେକ ଔଷଧ ଏଥିରେ ଲାଭପ୍ରଦ ହୋଇଥାଏ ।

ଏକ ଅଧ୍ୟୟନ ଅନୁସାରେ ଦୁନିଆରେ ଉପଲବ୍ଧ ହେଉଥିବା ସମୁଦ୍ର ଘାସରେ ହିଁ କେବଳ ସମଗ୍ର ମାନବ ଜାତିର ଜୀବସାର-‘ସି’(ଭିଟାମିନ-ସି)ର ଆବଶ୍ୟକତା ପୂରଣ କରିବାର କ୍ଷମତା ରହିଛି । ଏହି କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ଦ୍ୱରା ସମଗ୍ର ଦୃଶ୍ୟପଟ ବଦଳି ଯାଇଛି । ସମୁଦ୍ର ଘାସର ବ୍ୟବହାର ଏବେ ହର୍ବାଲ ଚା’ ରେ, ଜାମ୍, ଖାଇବା ତେଲ, କ୍ରିମ୍ ଏବଂ ସ୍ୱାସ୍ଥ୍ୟକର ପାନୀୟରେ ବହୁତ ବଡ଼ ମାତ୍ରାରେ ହେଉଛି । ବହୁତ ଉଚ୍ଚ ପାହାଡ଼ ଉପରେ ମୁତୟନ ସୁରକ୍ଷା ବଳର ଯବାନ ମାନଙ୍କ ପାଇଁ ଏହା ବହୁତ ଉପଯୋଗୀ ହୋଇଛି । ସମୁଦ୍ର ଘାସରେ ଅନେକ ପ୍ରକାରର ଏଣ୍ଟି ଅକ୍ସିଡେଣ୍ଟ ଉତ୍ପାଦ ପ୍ରସ୍ତୁତ କରାଯାଉଛି ।

ଆଜି ଏହି ମଂଚରେ ମୁଁ ଏଥିପାଇଁ ଉଦାହରଣ ଦେଉଛି, ଏହି କଥା ଏଥିପାଇଁ କହୁଛି କାରଣ ଭବିଷ୍ୟତରେ ଦେଶର ଯେଉଁ କ୍ଷେତ୍ରକୁ ଆପଣ ନିଜର କର୍ମକ୍ଷେତ୍ର କରିବେ ସେଠାରେ ଆପଣଙ୍କୁ ଏଭଳି ଅନେକ ଉତ୍ପାଦ ମିଳିବ । ସେଠାରେ ଆପଣ ନିଜ ପ୍ରୟାସରେ ଏକ ମଡେଲ ବିକଶିତ କରି ପାରିବେ । କୃଷି ଛାତ୍ରରୁ କୃଷି ବୈଜ୍ଞାନିକ ହୋଇ, ମୂଲ୍ୟଯୁକ୍ତ କରି ଆପଣ ନିଜ ମୁଣ୍ଡରେ କୃଷି ବିପ୍ଳବର ନେତୃତ୍ୱ ନେଇ ପାରିବେ ।

ଯେପରି ଏକ ମହତ୍ୱପୂର୍ଣ୍ଣ ବିଷୟ ହେଉଛି କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏହା ଆଗାମୀ ସମୟରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବ । ଦେଶର କିଛି ଭାଗରେ ସୀମିତ ପରିମାଣର କୃଷକ ଏହାର ବ୍ୟବହାର ମଧ୍ୟ କରୁଛନ୍ତି ଯେଭଳି ଔଷଧ ସିଂଚନ ଏବଂ କୀଟ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନ ଭଳି ପ୍ରଯୁକ୍ତିଗତ କୌଶଳର ବ୍ୟବହାର ଆଜି ଧୀରେ-ଧୀରେ ଆରମ୍ଭ ହୋଇଛି ।

ଏହା ବ୍ୟତୀତ ମୃତ୍ତିକାର ମ୍ୟାପିଂ ଏବଂ ଗୋଷ୍ଠୀଗତ ମୂଲ୍ୟ ନିର୍ଦ୍ଧାରଣରେ ମଧ୍ୟ ଟେକ୍ନୋଲଜି କାମ କରୁଛି । ଏହା ବ୍ୟତୀତ ଆଗାମୀ ଦିନରେ ବ୍ଲକଚେନ ଟେକ୍ନୋଲଜିର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏହି କୌଶଳ ଦ୍ୱାରା ଯୋଗାଣ ଶୃଙ୍ଖଳ ଏବଂ ପ୍ରକୃତ ସମୟ ନିରୀକ୍ଷଣ ହୋଇ ପାରିବ, ଏହାଦ୍ୱାରା କୃଷି କ୍ଷେତ୍ରରେ ହେଉଥିବା ନେଣ ଦେଣରେ ପାରଦର୍ଶିତା ଆସିବ । ସବୁଠାରୁ ବଡ଼ କଥା ମଧ୍ୟସ୍ଥି ଓ କଳାବଜାରିଙ୍କ କାରନାମା ଉପରେ ଅଙ୍କୁଶ ଲାଗିବ ଏବଂ ଉତ୍ପାଦନ ନଷ୍ଟ ଉପରେ ପ୍ରତିବନ୍ଧକ ରହିବ ।

ସାଥୀଗଣ, ଏହା ମଧ୍ୟ ଆମ ସମସ୍ତଙ୍କୁ ଭଲ ଭାବେ ଜଣା ଅଛି କି କୃଷକର ବ୍ୟୟ ବଢ଼ିବାର ଏକ କାରଣ ହେଉଛି ନିମ୍ନ ମାନର ବିହନ, ସାର ଏବଂ ଔଷଧ ମଧ୍ୟ ହୋଇଥାଏ । ବ୍ଳକଚେନ ଟେକ୍ନୋଲଜି ଦ୍ୱାରା ଆମେ ଏହି ସମସ୍ୟାର ନିୟନ୍ତ୍ରଣ କରି ପାରିବା । ଏହି କୌଶଳ ମାଧ୍ୟମରେ ଉତ୍ପାଦନର ପ୍ରକ୍ରିୟାଠାରୁ ନେଇ କୃଷକମାନଙ୍କ ପାଖରେ ପହଂଚିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପରେ ମଧ୍ୟ ଉତ୍ପାଦର ଯାଂଚ ସହଜରେ ହୋଇପାରିବ ।

ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିବ ଯେଉଁଥିରେ କୃଷକ ପ୍ରକ୍ରିୟାକରଣ ୟୁନିଟ, ବିତରକ, ନିୟନ୍ତ୍ରକ ପ୍ରାଧୀକରଣ ଏବଂ ଉପଭୋକ୍ତାମାନଙ୍କର ଏକ ଶୃଙ୍ଖଳ ରହିବ । ଏହି ସବୁ ମଧ୍ୟରେ ନିୟମ ଏବଂ ସର୍ତ୍ତର ଆଧାରରେ ସୃଷ୍ଟି ହୋଇଥିବା ସ୍ମାର୍ଟ ଯୋଗାଯୋଗ ଉପରେ ଏହି କୌଶଳ ବିକଶିତ କରାଯାଇ ପାରିବ । ଏହି ସମସ୍ତ ଶୃଙ୍ଖଳ ସହିତ ଜଡିତ ବ୍ୟକ୍ତି ଏହା ଉପରେ ଦୃଷ୍ଟି ରଖିପାରିବେ, ସର୍ବୋପରି ଏଥିରେ ଭ୍ରଷ୍ଟାଚାରର ଆଶଂକା ମଧ୍ୟ କମ୍ ରହିବ ।

ଏହା ବ୍ୟତୀତ, ପରିସ୍ଥିତି ଅନୁସାରେ ଫସଲର ପରିବର୍ତ୍ତିତ ମୂଲ୍ୟ ଯୋଗୁଁ କୃଷକଙ୍କୁ ହେଉଥିବା କ୍ଷତି ମଧ୍ୟ ଏହି କୌଶଳ ଦ୍ୱାରା ଦୂର କରାଯାଇ ପାରିବ । ଏହି ଶୃଙ୍ଖଳ ଦ୍ୱାରା ଯୋଡି ହୋଇଥିବା ବ୍ୟକ୍ତି ପରସ୍ପର ସହିତ ପ୍ରକୃତ ସମୟ ଅନୁସାରେ ସୂଚନା ପାଇ ପାରିବେ ଏବଂ ନିଜ ନିଜ ମଧ୍ୟରେ ସର୍ତ୍ତ ଆଧାରରେ, ପ୍ରତ୍ୟେକ ସ୍ତରରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରିବ ।

ସାଥୀଗଣ, ସରକାର ପ୍ରଥମେ ଇ-ନାମ ଭଳି ଯୋଜନା ଜରିଆରେ  ସାରା ଦେଶରେ ମଣ୍ଡି ଅବା ବଜାର ଗୁଡିକୁ ଯୋଡୁଛନ୍ତି । ଏହା ଅତିରିକ୍ତ 22 ହଜାର ଗ୍ରାମୀଣ ମଣ୍ଡି ଅବା ବଜାରକୁ ବଡ଼ ମଣ୍ଡି ସହିତ ଏବଂ ବିଶ୍ୱ ବଜାର ସହିତ ଯୋଡିବାର ପ୍ରୟାସ କରାଯାଉଛି । ସରକାର କୃଷକ ଉତ୍ପାଦ ସଂଘ(ଏଫପିଓ)କୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, ପ୍ରୋତ୍ସାହନ ଦେଉଛନ୍ତି । କୃଷକ ନିଜ କ୍ଷେତ/ବିଲରେ, ନିଜ ସ୍ତରରେ ଛୋଟ ଛୋଟ ସଂଗଠନ ଗଢ଼ି ଗ୍ରାମୀଣ ହାଟ ଏବଂ ବଡ଼ ବଜାର ବା ବଡ଼ ମଣ୍ଡି ସହିତ ସହଜରେ ଯୋଡି ହୋଇପାରିବେ ।

ଏବେ ବ୍ଲକଚେନ ଭଳି କୌଶଳ ଆମର ଏହି ପ୍ରୟାସକୁ ଆହୁରି ମଧ୍ୟ ଅଧିକ ଲାଭପ୍ରଦ କରିପାରିବ । ସାଥୀଗଣ, ଆପଣମାନଙ୍କୁ ମଧ୍ୟ ଏଭଳି ମଡେଲ ବିକଶିତ କରିବା ଦିଗରେ ଚିନ୍ତା କରିବାକୁ ହେବ ଯାହା ସ୍ଥାନୀୟ ଆବଶ୍ୟକତା ସହିତ ଭବିଷ୍ୟତରେ ଟେକ୍ନୋଲଜି ଅନୁକୂଳ ମଧ୍ୟ ହେବ ।

କୃଷି କ୍ଷେତ୍ରକୁ କିପରି ନୂତନ ଷ୍ଟାର୍ଟ ଅପ୍ ଆସିବେ, ନବସୃଜନ କିପରି ହେବ, ଏହା ଉପରେ ଆମର ଧ୍ୟାନ କେନ୍ଦ୍ରୀତ ହେବା ଦରକାର । ସ୍ଥାନୀୟ କୃଷକ ମାନଙ୍କୁ  ମଧ୍ୟ ଟେକ୍ନୋଲଜି ସହିତ ଯୋଡ଼ିବା ପାଇଁ ଆପଣମାନଙ୍କର ନିରନ୍ତର ପ୍ରୟାସ ରହିବା ଦରକାର ଆଉ ମୋତେ ଅବଗତ କରାଯାଇଛି ଆପଣ ସମସ୍ତେ ଅଧ୍ୟୟନ ସମୟରେ ଗ୍ରାମସ୍ତରର ଲୋକଙ୍କୁ ଜୈବିକ କୃଷି ସହିତ ଯୋଡ଼ିବା ପାଇଁ ବହୁତ କାମ କରିଛନ୍ତି । ଜୈବିକ କୃଷି ଅନୁକୂଳ ଫସଲର କିସମକୁ ନେଇ ମଧ୍ୟ ଆପଣମାନଙ୍କ ଦ୍ୱାରା ଗବେଷଣା କରାଯାଉଛି । ପ୍ରତ୍ୟେକ ସ୍ତରରେ ଏହିପରି ଭିନ୍ନ-ଭିନ୍ନ ପ୍ରୟାସ ମଧ୍ୟ କୃଷକଙ୍କ ଜୀବନକୁ ହସଖୁସିରେ ଭରି ଦେବାର କାମ କରିବ ।

ସାଥୀଗଣ, ଜାମ୍ମୁ-କାଶ୍ମୀରର କୃଷକ ଏବଂ ଉଦ୍ୟାନ କୃଷି ପାଇଁ ବିଗତ ଚାରି ବର୍ଷରେ କେନ୍ଦ୍ର ସରକାର ମଧ୍ୟ ଅନେକ ଯୋଜନାକୁ ମଂଜୁରୀ ଦେଇଛନ୍ତି । ଉଦ୍ୟାନ କୃଷି ଏବଂ କୃଷି ସହିତ ଜଡ଼ିତ ଅନ୍ୟ ଯୋଜନା ପାଇଁ 500 କୋଟି ଟଙ୍କା ମଂଜୁର କରାଯାଇଛି ଯାହାଦ୍ୱାରା 150 କୋଟି ଟଙ୍କା ଅନୁଦାନ ମଧ୍ୟ ଦିଆ ଯାଇ ସାରିଛି । ଲେହ ଏବଂ କାରଗିଲରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଧ୍ୟ କାର୍ଯ୍ୟ ହେଉଛି । ଏହା ଅତିରିକ୍ତ ସୌର ଶକ୍ତି ମାଧ୍ୟମରେ ଶୁଖାଇବା ସହିତ ଜଡ଼ିତ ସେଟ୍ ଅପ୍ ପ୍ରତିଷ୍ଠା କଲାବାଲାଙ୍କୁ 20 କୋଟି ଟଙ୍କାର ରିହାତିର ବ୍ୟବସ୍ଥା  ମଧ୍ୟ କରାଯାଇଛି ।

ମୋର ବିଶ୍ୱାସ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କରାଯାଉଥିବା ପ୍ରୟାସ ଏଠାକାର କୃଷକ ମାନଙ୍କୁ ଆହୁରି ଅଧିକ ସଶକ୍ତ କରିବ ।

ସାଥୀଗଣ, ବର୍ଷ 2022, ଦେଶ ନିଜର ସ୍ୱାଧୀନତାର 75ବର୍ଷର ପର୍ବ ପାଳନ କରିବାକୁ ଯାଉଛି । ମୋର ବିଶ୍ୱାସ ଅଛି କି ସେ ପର୍ଯ୍ୟନ୍ତ ଆପଣମାନଙ୍କ ମଧ୍ୟରୁ ଅନେକ ଛାତ୍ର ନିଜକୁ ଜଣେ ଜଣେ ଉନ୍ନତ ଧରଣର ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ କରି ପାରିଥିବେ ।  ମୋର ଅନୁରୋଧ କି ବର୍ଷ 2022କୁ ଧ୍ୟାନରେ ରଖି ଆପଣଙ୍କର ବିଶ୍ୱବିଦ୍ୟାଳୟ ଆଉ ଏଠାକାର ଛାତ୍ର ନିଜ ପାଇଁ କୌଣସି ନା କୌଣସି ଲକ୍ଷ୍ୟ ଅବଶ୍ୟ ନିର୍ଦ୍ଧାରିତ କରିବେ । ଯେଭଳି ବିଶ୍ୱବିଦ୍ୟାଳୟ ସ୍ତରରେ ଏହା ଚିନ୍ତା କରାଯାଇ ପାରିବ କି କିଭଳି ଏହି ଦେଶରେ ହିଁ ନୁହେଁ, ବରଂ ଦୁନିଆର ଶ୍ରେଷ୍ଠ 200 ବିଶ୍ୱବିଦ୍ୟାଳୟର ତାଲିକାରେ ଆମେ ଆମ ବିଶ୍ୱବିଦ୍ୟାଳୟକୁ ସାମିଲ କରି ପାରିବା । ଏହି ଭଳି ଭାବରେ ଏଠାକାର ଛାତ୍ର ହେକ୍ଟର ପ୍ରତି କୃଷି ଉତ୍ପାଦନ ବୃଦ୍ଧି କରିବା ପାଇଁ, ଅଧିକରୁ ଅଧିକ କୃଷକଙ୍କ ପାଖରେ ଆଧୁନିକ ଜ୍ଞାନ କୌଶଳକୁ ପହଂଚାଇବା ସମ୍ବନ୍ଧରେ କୌଣସି ନା କୌଣସି ସଂକଳ୍ପ ନେଇ ପାରିବେ । ସାଥୀଗଣ, ଯେତେବେଳେ ଆମେ କ୍ଷେତକୁ ବୈଷୟିକ ଜ୍ଞାନକୌଶଳ ଅଭିମୁଖୀ କରିପାରିବା, ଆଉ ଉଦ୍ୟୋଗ ପରିଚାଳନା ଆଧାରରେ ତିଆରି କରିପାରିବା, ସେତେବେଳେ ଗୁଣାତ୍ମକ ମାନବ ସମ୍ବଳ ପ୍ରସ୍ତୁତ କରିବା-ଏହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଆହ୍ୱାନ ହୋଇଥାଏ ।

ଆପଣଙ୍କର ବିଶ୍ୱବିଦ୍ୟାଳୟ ସମେତ ଦେଶରେ ଯେତେ ଏଭଳି ସଂସ୍ଥାନ ଅଛି, ସେମାନଙ୍କର ଦାୟିତ୍ୱ ଆହୁରି ବଢ଼ି ଯାଇଛି । ଆଉ ଏଭଳି କ୍ଷେତ୍ରରେ ପାଞ୍ଚଟି ‘ଟି’ –ତାଲିମ(Training), ପ୍ରତିଭା(Talent), ଟେକ୍ନୋଲଜି (Technolgy), ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ (Timely Action), ଏବଂ ସମସ୍ୟା ମୁକ୍ତ ଆଭିମୁଖ୍ୟର (Trouble Free Approach), ମହତ୍ୱ ମୋ ଦୃଷ୍ଟିରେ ବହୁତ ବଢ଼ି ବଢ଼ି ଚାଲେ । ଏହି ପାଞ୍ଚଟି ‘ଟି’ ଦ୍ୱାରା ଦେଶର କୃଷି ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ବହୁତ ଆବଶ୍ୟକ ଅଟେ । ମୋର ବିଶ୍ୱାସ ଅଛି କି ଆପଣମାନେ ସଂକଳ୍ପ ସ୍ଥିର କରିବା ସମୟରେ ଏହାକୁ ମଧ୍ୟ ଧ୍ୟାନରେ ରଖିବେ ।

ସାଥୀଗଣ, ଆଜି ଆପଣମାନେ ଏଠାରେ ଏକ ଆବଦ୍ଧ ଶ୍ରେଣୀଗୃହ ପରିବେଶରୁ ବାହାରକୁ ବାହାରୁଛନ୍ତି, ମୁଁ ଆପଣ ମାନଙ୍କୁ ଶୁଭକାମନା ଜଣାଉଛି । କିନ୍ତୁ ଏହି କାନ୍ଥ ଯୁକ୍ତ ଶ୍ରେଣୀଗୃହ ଛାଡ଼ି ଏବେ ବହୁତ ବଡ଼ ଉନ୍ମୁକ୍ତ  ଶ୍ରେଣୀଗୃହ ବାହାରେ ଆପଣଙ୍କର ପ୍ରତିକ୍ଷା କରି ରହିଛି । ଏଠାରେ ଆପଣଙ୍କ ଶିଖିବା ପ୍ରକ୍ରିୟାର କେବଳ ଏକ ସୋପାନ ଶେଷ ହୋଇଛି, ବାସ୍ତବ ଜୀବନର ଗମ୍ଭୀର ଶିକ୍ଷା ଏବେ ଆରମ୍ଭ ହେଉଛି । ଏଥିପାଇଁ ଆପଣମାନେ ଛାତ୍ର ଭଳି ଚିନ୍ତାଧାରାକୁ ସର୍ବଦା ଜୀବନରେ ରଖିବାକୁ ପଡ଼ିବ । ଭିତରର ବିଦ୍ୟାର୍ଥୀକୁ କେବେ ମରିବାକୁ ଦେବେ ନାହିଁ । ତେବେ ଯାଇ ଆପଣ ସୃଜନାତ୍ମକ ଚିନ୍ତାଧାରା ମାଧ୍ୟମରେ ଦେଶର କୃଷକ ମାନଙ୍କ ପାଇଁ ଉନ୍ନତ ଧରଣର ମଡେଲ ବିକଶିତ କରି ପାରିବେ ।

ଆପଣ ସଂକଳ୍ପ ନିଅନ୍ତୁ, ନିଜ ସ୍ୱପ୍ନକୁ, ନିଜ ମାତା ପିତାଙ୍କର ସ୍ୱପ୍ନକୁ ପୂରଣ କରିବେ । ରାଷ୍ଟ୍ର ନିର୍ମାଣରେ ନିଜର ମଧ୍ୟ ସକ୍ରିୟ ଯୋଗଦାନ ଦିଅନ୍ତୁ । ଏହି କାମନା ସହିତ ମୁଁ ମୋ କଥାକୁ ସମାପ୍ତ କରୁଛି ଆଉ ସମସ୍ତ ଯଶସ୍ୱୀ ସାଥୀମାନଙ୍କୁ ବହୁତ-ବହୁତ ଶୁଭକାମନା ଦେଉଛି, ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଶୁଭକାମନା, ଶୁଭେଚ୍ଛା ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs

Media Coverage

Womaniya' initiative of GeM, sees 27.6% growth, Rs 28,000 crore contracts awarded to women MSEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Katihar, Bihar
April 11, 2026
PM announces ex-gratia from PMNRF

Prime Minister Shri Narendra Modi today expressed profound grief over the tragic mishap in Katihar, Bihar, describing the incident as extremely painful.

The Prime Minister extended his heartfelt condolences to the families who have lost their loved ones and prayed for the earliest recovery of those who sustained injuries. Shri Modi further announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased, noting that Rs. 50,000 would be provided to those injured in the accident.

The Prime Minister wrote on X:

"The mishap in Katihar, Bihar, is extremely painful. Condolences to those who have lost their loved ones. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000."