Let our motto be Yoga for peace, harmony and progress: PM Modi
Yoga transcends the barriers of age, colour, caste, community, thought, sect, rich or poor, state and border: PM Modi
Yoga is both ancient and modern. It is constant and evolving: PM Modi

ମଞ୍ଚରେ ଉପସ୍ଥିତ ରାଜ୍ୟପାଳ ଦ୍ରୌପଦୀ ମହୋଦୟା, ମୁଖ୍ୟମନ୍ତ୍ରୀ ମହୋଦୟ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗଣ ଏବଂ ଝାଡ଼ଖଣ୍ଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆପଣମାନଙ୍କୁ, ସାରା ଦେଶ ଏବଂ ବିଶ୍ୱକୁ ଅନ୍ତର୍ଜାତୀୟ ଯୋଗ ଦିବସର ଅନେକ ଅନେକ ଶୁଭକାମନା ।

ଆଜି ଏହି ପ୍ରଭାତ ତାରା ମଇଦାନରୁ ସମସ୍ତ ଦେଶବାସୀଙ୍କୁ ସୁପ୍ରଭାତ । ଆଜି ଏହି ପ୍ରଭାତ ତାରା ମଇଦାନ ବିଶ୍ୱ ମାନଚିତ୍ରରେ ନିଶ୍ଚିତ ଭାବେ ଚମକୁଛି । ଏହି ଗୌରବ ଆଜି ଝାଡ଼ଖଣ୍ଡକୁ ମିଳିଛି ।

ଆଜି ଦେଶ ଓ ବିଶ୍ୱର ଅନେକ ପ୍ରାନ୍ତରେ ଲକ୍ଷ ଲକ୍ଷ ଲୋକ ଯୋଗ ଦିବସ ପାଳନ କରିବା ଲାଗି ଭିନ୍ନ ଭିନ୍ନ ସ୍ଥାନରେ ଏକତ୍ରିତ ହୋଇଛନ୍ତି, ମୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ବିଶ୍ୱରେ ଯୋଗର ପ୍ରସାରରେ ଆମର ଗଣମାଧ୍ୟମ ବନ୍ଧୁଗଣ, ସୋସିଆଲ ମିଡିଆରେ ଯୋଡ଼ି ହୋଇଥିବା ଲୋକମାନେ ଯେପରି ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, ତାହା ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ମୁଁ ସେମାନଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି ।

ସାଥୀଗଣ, ଝାଡ଼ଖଣ୍ଡକୁ ଯୋଗ ଦିବସ ଲାଗି ଆସିବା ଏକ ଅତ୍ୟନ୍ତ ସୁଖଦ ଅନୁଭବ । ଆପଣମାନେ ବଡ଼ି ଭୋରୁ ନିଜ ନିଜ ଘରୁ ବାହାରି ଦୂରଦୂରାନ୍ତରୁ ଏଠାକୁ ଆସିଛନ୍ତି, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଅନେକ ଲୋକଙ୍କ ମନରେ ଆଜି ଏହି ପ୍ରଶ୍ନ ରହିଛି ଯେ ମୁଁ ପଞ୍ଚମ ଯୋଗ ଦିବସ ପାଳନ କରିବା ଲାଗି ଆଜି ଆପଣମାନଙ୍କ ସହିତ ଯୋଗ କରିବା ଲାଗି ରାଞ୍ଚି କାହିଁକି ଆସିଛି ।

ଭାଇ ଓ ଭଉଣୀମାନେ, ରାଞ୍ଚି ସହ ମୋର ନିବିଡ଼ ସମ୍ପର୍କ ତ’ ରହିଛି, କିନ୍ତୁ ଆଜି ମୋ ପାଇଁ ରାଞ୍ଚି ଆସିବା ପଛରେ ତିନୋଟି ବଡ଼ କାରଣ ରହିଛି । ପ୍ରଥମ-ଝାଡ଼ଖଣ୍ଡର ନାଁରେ ହିଁ ବନ ପ୍ରଦେଶ ରହିଛି, ପ୍ରକୃତିର ଏହା ଅତ୍ୟନ୍ତ ନିକଟତର ଏବଂ ଯୋଗ ଓ ପ୍ରକୃତିର ତାଳମେଳ ମଣିଷକୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିଥାଏ । ଦ୍ୱିତୀୟ ବଡ଼ କାରଣ ଏଠାକୁ ଆସିବା ପଛରେ ଏହା ଯେ ରାଞ୍ଚି ଏବଂ ସ୍ୱାସ୍ଥ୍ୟର ସମ୍ପର୍କ ଏବେ ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଗତବର୍ଷ ୨୩ ସେପ୍ଟେମ୍ବରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ-ଜୟନ୍ତୀ ଉପଲକ୍ଷେ ଏଠାରେ ରାଞ୍ଚିରେ ହିଁ ଆମେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲୁ । ଆଜି ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅତି କମ ସମୟ ମଧ୍ୟରେ ଗରିବ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ବଳରେ ପରିଣତ ହୋଇଛି । ଭାରତୀୟମାନଙ୍କୁ ଆୟୁଷ୍ମାନ କରିବା ଲାଗି ଯୋଗର ଯେଉଁ ମହତ୍ୱ ରହିଛି, ତା’କୁ ମଧ୍ୟ ଆମେ ଭଲ ଭାବେ ଜାଣିଛୁ, ବୁଝିଛୁ, ସେଥିପାଇଁ ଆଜି ରାଞ୍ଚି ଆସିବା ମୋ ପାଇଁ ସ୍ୱତନ୍ତ୍ର ।

ଭାଇ ଓ ଭଉଣୀମାନେ, ଏବେ ଯୋଗର ଅଭିଯାନକୁ ମୋତେ ଏବଂ ଆମ ସମସ୍ତଙ୍କୁ ମିଶି ଏକ ଭିନ୍ନ ସ୍ତରକୁ ନେଇଯିବାର ଅଛି ଏବଂ ଏହା ହିଁ ରାଞ୍ଚି ଆସିବା ଲାଗି ମୋର ତୃତୀୟ ଏବଂ ସବୁଠୁ ବଡ଼ କାରଣ ମଧ୍ୟ ।

ସାଥୀଗଣ, ଯୋଗ ଆମ ଦେଶରେ ସବୁବେଳେ ରହିଆସିଛି, ଏହା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ । ଏଠାରେ ଝାଡ଼ଖଣ୍ଡରେ ମଧ୍ୟ ଯେଉଁ ‘ଛଉ ନୃତ୍ୟ’ ହୁଏ, ସେଥିରେ ଆସନ ଏବଂ ମୁଦ୍ରାକୁ ବ୍ୟକ୍ତ କରାଯାଇଥାଏ । କିନ୍ତୁ ଏହା ମଧ୍ୟ ସତ ଯେ ଆଧୁନିକ ଯୋଗର ଯେଉଁ ଯାତ୍ରା, ତାହା ଦେଶର ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ସେପରି ପହଞ୍ଚିପାରିନାହିଁ, ଯେପରି ପହଞ୍ଚିବାର କଥା । ଏବେ ମୋତେ ଏବଂ ଆମ ସମସ୍ତଙ୍କୁ ମିଳିମିଶି ଆଧୁନିକ ଯୋଗର ଯାତ୍ରା ସହରରୁ ଗାଁ ପର୍ଯ୍ୟନ୍ତ, ଜଙ୍ଗଲ ଆଡ଼କୁ, ଦୂର ସୁଦୂରବର୍ତ୍ତୀ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ନେଇଯିବାର ଅଛି । ଗରିବ ଏବଂ ଆଦିବାସୀଙ୍କ ଘର ପର୍ଯ୍ୟନ୍ତ ଯୋଗକୁ ପହଞ୍ଚାଇବାର ଅଛି । ମୋତେ ଯୋଗକୁ ଗରିବ ଏବଂ ଆଦିବାସୀ ଲୋକମାନଙ୍କ ଜୀବନର ମଧ୍ୟ ଅଭିନ୍ନ ଅଙ୍ଗ କରିବାର ଅଛି କାରଣ ଗରିବ ହିଁ ରୋଗ କାରଣରୁ ଅଧିକ କଷ୍ଟ ପାଇଥାଏ । ରୋଗ ହିଁ ଗରିବକୁ ଆହୁରି ଗରିବ କରିଦେଇଥାଏ । ସେଥିପାଇଁ ଏପରି ସମୟରେ ଯେତେବେଳେ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇବାର ଗତି ବୃଦ୍ଧି ପାଇଛି, ଯୋଗ ସେହି ଲୋକମାନଙ୍କ ପାଇଁ ଏକ ବଡ଼ ମାଧ୍ୟମ ଯେଉଁମାନେ ଦାରିଦ୍ର୍ୟରୁ ବାହାରକୁ ବାହାରିବା ଲାଗି ଚାହୁଁଛନ୍ତି । ସେମାନଙ୍କ ଜୀବନରେ ଯୋଗର ପ୍ରତିଷ୍ଠାର ଅର୍ଥ ହେଉଛି ସେମାନଙ୍କୁ ଦାରିଦ୍ର୍ୟ ଏବଂ ରୋଗର କବଳରୁ ବଞ୍ଚାଇବା ।

ସାଥୀଗଣ, କେବଳ ସୁବିଧା ଦ୍ୱାରା ଜୀବନ ସହଜ କରିବା ଯଥେଷ୍ଟ ନୁହେଁ । ଔଷଧ ଏବଂ ସର୍ଜରୀ ସମାଧାନ ଯଥେଷ୍ଟ ନୁହେଁ । ଆଜିର ପରିବର୍ତ୍ତନଶୀଳ ସମାଜରେ ଅସୁସ୍ଥତାରୁ ମୁକ୍ତି ସହିତ ଆରୋଗ୍ୟ ଉପରେ ଆମର ଲକ୍ଷ୍ୟ ରହିବା ଉଚିତ । ଏହି ଶକ୍ତି ଆମକୁ ଯୋଗରୁ ମିଳିଥାଏ । ଏହି ଭାବନା ଯୋଗର ଅଟେ, ପୁରାତନ ଭାରତୀୟ ଦର୍ଶନର ମଧ୍ୟ । ଯୋଗ କେବଳ ସେହି ସମୟରେ ହୋଇନଥାଏ ଯେତେବେଳେ ଆମେ ଅଧ ଘଣ୍ଟାଭୂମି ଉପରେ କିମ୍ବା ମେଜ ଉପରେ କିମ୍ବା ଦରୀ ଉପରେ ଥାଉ, ଯୋଗ ଏକ ଅନୁଶାସନ, ସମର୍ପଣ ଏବଂ ଏହାର ପାଳନ ସାରା ଜୀବନ କରିବାକୁ ହୋଇଥାଏ । ଯୋଗ-ଆୟୁ, ବର୍ଣ୍ଣ, ଜାତି, ସମ୍ପ୍ରଦାୟ, ମତ, ପନ୍ଥ, ଧନୀ, ଦରିଦ୍ର, ପ୍ରାନ୍ତ, ଭୂଖଣ୍ଡର ଭେଦଭାବ ସୀମା ଠାରୁ ଢେର ଉର୍ଦ୍ଧ୍ବରେ । ଯୋଗ ସମସ୍ତଙ୍କର ଏବଂ ସମସ୍ତେ ଯୋଗର ।

ସାଥୀଗଣ, ଗତ ପାଞ୍ଚ ବର୍ଷରେ ଯୋଗକୁ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ ସହିତ ଯୋଡ଼ି ଆମ ସରକାର ଏହାକୁ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟ ଯତ୍ନର ସୁଦୃଢ଼ ସ୍ତମ୍ଭ କରିବା ଲାଗି ପ୍ରୟାସ କରିଛନ୍ତି । ଆଜି ଆମେ ଏହା କହିପାରିବା ଯେ ଭାରତରେ ଯୋଗ ପ୍ରତି ସଚେତନତା ପ୍ରତ୍ୟେକ କୋଣ ପର୍ଯ୍ୟନ୍ତ, ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପହଞ୍ଚିପାରିଛି- ଡ୍ରଇଂ ରୁମରୁ ବୋର୍ଡ ରୁମ ପର୍ଯ୍ୟନ୍ତ, ସହରର ପାର୍କ ଠାରୁ ଆରମ୍ଭ କରି କ୍ରୀଡ଼ା କମ୍ପ୍ଲେକ୍ସ ପର୍ଯ୍ୟନ୍ତ, ଗରିକନ୍ଦି ଠାରୁ ଆରୋଗ୍ୟ କେନ୍ଦ୍ର ପର୍ଯ୍ୟନ୍ତ, ଆଜି ଚାରିଆଡ଼େ ଯୋଗର ଅନୁଭବ କରାଯାଇପାରିବ ।

ଭାଇ ଓ ଭଉଣୀମାନେ, ସେତେବେଳେ ମୋତେ ଆହୁରି ସନ୍ତୋଷ ମିଳିଥାଏ, ଯେତେବେଳେ ମୁଁ ଦେଖିଥାଏ ଯେ ଯୁବ ପିଢ଼ି ଆମର ଏହି ପୁରାତନ ପଦ୍ଧତିକୁ ଆଧୁନିକତା ସହିତ ଯୋଡ଼ୁଛି, ପ୍ରଚାରିତ ଏବଂ ପ୍ରସାରିତ କରୁଛି । ଯୁବକମାନଙ୍କ ନବପ୍ରବର୍ତ୍ତନ ଏବଂ ସୃଜନଶୀଳ ଉପାୟ ଦ୍ୱାରା ଯୋଗ ପୂର୍ବାପେକ୍ଷା ଢେର ଅଧିକ ଲୋକପ୍ରିୟ ହୋଇଯାଇଛି, ଜୀବନ୍ତ ହୋଇଯାଇଛି ।

ସାଥୀଗଣ, ଆଜି ଏହି ଅବସରରେ ଯୋଗର ପ୍ରୋତ୍ସାହନ ଏବଂ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାରର ଘୋଷଣା ହୋଇସାରିଛି, ଆମ ମନ୍ତ୍ରୀ କରିଛନ୍ତି । ଏକ ବିଚାରକମଣ୍ଡଳୀ ଏହି ନିର୍ଣ୍ଣୟ ନେଇଛନ୍ତି ଏବଂ ସାରା ବିଶ୍ୱରେ ପରିଶ୍ରମ କରି ଏହି ଲୋକମାନଙ୍କୁ ସନ୍ଧାନ କରାଯାଇଛି।

ଯେଉଁ ସାଥୀଗଣଙ୍କୁ ଏହି ପୁରସ୍କାର ମିଳିଛି, ମୁଁ ସେମାନଙ୍କ ତପସ୍ୟା ଏବଂ ଯୋଗ ପ୍ରତି ସେମାନଙ୍କ ସମର୍ପଣକୁ ପ୍ରଶଂସା କରୁଛି ।

ସାଥୀଗଣ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ରହିଛି “ହୃତପିଣ୍ଡର ଯତ୍ନ ପାଇଁ ଯୋଗ” । ହୃତପିଣ୍ଡର ଯତ୍ନ ଆଜି ସାରା ବିଶ୍ୱ ପାଇଁ ଏକ ଆହ୍ୱାନ ପାଲଟିଛି । ଭାରତରେ ତ’ ଗତ ଦୁଇ ଅଢ଼େଇ ଦଶକରେ ହୃତପିଣ୍ଡ ସହ ଜଡ଼ିତ ରୋଗ ଅନେକ ଗୁଣରେ ବୃଦ୍ଧି ଘଟିଛି । ଦୁଃଖର କଥା ହେଉଛି ଯେ ବହୁତ କମ ବୟସର ଯୁବକଙ୍କ ଠାରେ ମଧ୍ୟ ହୃତପିଣ୍ଡର ସମସ୍ୟା ଏବେ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ହୃତପିଣ୍ଡ ଯତ୍ନ ସଚେତନତା ସହିତ ଯୋଗକୁ ମଧ୍ୟ ନିରାକରଣ ଏବଂ ଚିକିତ୍ସାର ଅଂଶବିଶେଷ କରିବା ଜରୁରୀ ଅଟେ ।

ମୁଁ ଏଠାରେ ସ୍ଥାନୀୟ ଯୋଗ ଆଶ୍ରମଗୁଡ଼ିକୁ ମଧ୍ୟ ଅନୁରୋଧ କରିବି ଯେ ଯୋଗର ପ୍ରସାରରେ ଆହୁରି ଆଗକୁ ବଢ଼ନ୍ତୁ । ଦେଓଘରର ରିକ୍ଷ୍ୟା ପୀଠଯୋଗ ଆଶ୍ରମ ହେଉ, ରାଞ୍ଚିର ଯୋଗଦା ସତସଙ୍ଗ ସଖା ମଠ କିମ୍ବା ଅନ୍ୟ ସଂସ୍ଥାନ, ଏମାନେ ମଧ୍ୟ ଚଳିତ ବର୍ଷ ହୃତପିଣ୍ଡ ଯତ୍ନ ସଚେତନତାକୁ ବିଷୟବସ୍ତୁ କରି ଆୟୋଜନ କରନ୍ତୁ ।

ଆହୁରି ସାଥୀଗଣ, ଯେତେବେଳେ ଉତ୍ତମ ସ୍ୱାସ୍ଥ୍ୟ ଥାଏ ତ’ ଜୀବନର ଅନେକ ଉଚ୍ଚତାକୁ ପାଇବା ଲାଗି ଏକ ଉତ୍ସାହ ମଧ୍ୟ ରହିଥାଏ । ଥକିଯାଇଥିବା ଶରୀରରେ, ଭାଙ୍ଗିଯାଇଥିବା ମନରେ, ସ୍ୱପ୍ନ ଦେଖି ହେବ ନାହିଁ କି ଆଶା ପୂରଣ କରାଯାଇପାରିବ ନାହିଁ । ଯେତେବେଳେ ଆମେ ଉତ୍ତମ ସ୍ୱାସ୍ଥ୍ୟକଥା କହିଥାଉ, କିଛି କଥା ପାଣି, ପୁଷ୍ଟିସାଧନ, ପରିବେଶ, ପରିଶ୍ରମ-ଏହି ଚାରିଟି କଥା-ପିଇବା ଲାଗି ଶୁଦ୍ଧ ପାଣି ମିଳୁ, ଆବଶ୍ୟକତା ଅନୁସାରେ ପୁଷ୍ଟିସାଧନ, ପରିବେଶ ସ୍ୱଚ୍ଛତା-ବାୟୁ ପରିବେଶ ହେଉ, କିଛି ବି ହେଉ, ପାଣିର, କେହି ବି ଏବଂ ପରିଶ୍ରମ ଜୀବନର ଅଂଶବିଶେଷ ହେଉ-ତ’ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଏହି ଚାରିଟି ‘ପ’ ପରିଣାମ ଦେଇଥାଏ ।

ବନ୍ଧୁଗଣ, ସାରା ବିଶ୍ୱରେ ଯୋଗ ଦିବସ ସମାରୋହରେ ଯୋଗ ଦେବା ଲାଗି ସାରା ବିଶ୍ୱର ଲୋକମାନଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସାରା ବିଶ୍ୱରେ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ସମର୍ପିତ ଯୋଗାଭ୍ୟାସକାରୀମାନେ ସ୍ୱାଗତ କରିବା ଏକ ସୁନ୍ଦର ଦୃଶ୍ୟ । ଯୋଗକୁ ଗ୍ରହଣ କରିବା ଏବଂ ଏହାକୁ ନିଜର ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ କରିବା ଲାଗି ଆହ୍ୱାନ କରିବା ଲାଗି ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି । ଯୋଗ ପ୍ରାଚୀନ ଏବଂ ଆଧୁନିକ । ଏହା ସ୍ଥିର ଏବଂ ପରିବର୍ତ୍ତନଶୀଳ । ଶତାବ୍ଦୀ ଶତାବ୍ଦୀ ଧରି ଯୋଗର ଗୁରୁତ୍ୱ ସମାନ ରହିଛି-ସୁସ୍ଥ ଶରୀର, ସ୍ଥିର ମସ୍ତିଷ୍କ, ଏକତାର ଉତ୍ସାହ । ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଶ୍ରେଷ୍ଠ ସମ୍ମିଶ୍ରଣ । ଯୋଗ ପ୍ରତ୍ୟେକ ବ୍ୟକ୍ତିର ବିଚାର, କର୍ମ ଏବଂ ଉତ୍ସାହକୁ ଉନ୍ନତ କରିଥାଏ ।

ବନ୍ଧୁଗଣ, ବୋଧହୁଏ ପୂର୍ବାପେକ୍ଷା ଯୋଗ ଅଭ୍ୟାସର ଗୁରୁତ୍ୱ ଅଧିକ ହୋଇଯାଇଛି । ଆମେ ଏପରି ଏକ ସମୟରେ ରହୁଛୁ ଯେତେବେଳେ ଜୀବନଶୈଳୀ ଜନିତ ରୋଗ ଏବଂ ଚାପ ବୃଦ୍ଧି ପାଉଛି । କାର୍ଯ୍ୟସ୍ଥଳୀରେ ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ ଚାପ କାରଣରୁ ଏହା ଆସୁଛି । ଯୁବକ ଯୁବତୀମାନେ ନିଶା, ମାଦକ ଦ୍ରବ୍ୟ ସେବନ, ମଧୁମେହ ଆଦିର ଶିକାର ହେବା ଶୁଣିଲେ ମୋତେ କଷ୍ଟ ଲାଗୁଛି ।

ଯୋଗ ଏସବୁ ସମସ୍ୟା ପାଇଁ ସମାଧାନ ଯୋଗାଇ ଦିଏ । ଯୋଗ ଲୋକମାନଙ୍କ ମଧ୍ୟରେ ଏବଂ ଆମ ସମାଜରେ ଏକତାର ଭାବନା ଜାଗ୍ରତ କରିଥାଏ ଯାହା ଆମ ବିଶ୍ୱ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ କରିପାରିବ ।

ବନ୍ଧୁଗଣ, ଶାନ୍ତି ଓ ସୌହାର୍ଦ୍ଦ୍ୟ ଯୋଗ ସହିତ ଯୋଡ଼ି ହୋଇ ରହିଛି । ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆମର ଲକ୍ଷ୍ୟ- ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ- ହେବା ଆବଶ୍ୟକ ।

ଶାନ୍ତି, ସଦଭାବନା ଓ ସମୃଦ୍ଧି ପାଇଁ ଯୋଗ ।

ଭାଇ ଓ ଭଉଣୀମାନେ ଅନ୍ତର୍ଜାତୀୟ ଯୋଗ ଦିବସର ଆରମ୍ଭ ପରେ ଆମେ ଅନେକ ପ୍ରଭାବୀ ପଦକ୍ଷେପ ନେଇଛୁ । ଯାହାର ଲାଭ ମଧ୍ୟ ଦେଖିବାକୁ ମିଳୁଛି । ଭବିଷ୍ୟତକୁ ଦେଖି ଆମକୁ ଯୋଗକୁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ଅଙ୍ଗ କରିବା ଲାଗି, ସ୍ୱଭାବରେ ପରିଣତ କରିବା ଲାଗି ନିରନ୍ତର କାମ କରିବାର ଅଛି । ଏଥିପାଇଁ ଯୋଗ ସହ ଯୋଡ଼ି ହୋଇଥିବା ସାଧକ, ଶିକ୍ଷକ ଏବଂ ସଂଗଠନର ଭୂମିକା ବୃଦ୍ଧି ପାଇବ । ଯୋଗକୁ କୋଟି କୋଟି ଲୋକଙ୍କ ଜୀବନର ଅଙ୍ଗ କରିବା ଲାଗି ମାନବ ସମ୍ବଳ ପ୍ରସ୍ତୁତ କରିବା, ମାନବ ସମ୍ବଳ ବିକାଶ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ଏହା ସେତେବେଳେ ସମ୍ଭବ ଯେତେବେଳେ ଆମେ ଯୋଗ ସହ ଯୋଡ଼ି ହୋଇଥିବା ମାନକ ଏବଂ ସଂସ୍ଥାନଗୁଡ଼ିକୁ ବିକଶିତ କରିବା । ତେଣୁ ସେଥିପାଇଁ ସରକାର ଏହି ଚିନ୍ତାଧାରା ସହ ଆଗକୁ ବଢ଼ୁଛନ୍ତି ।

ସାଥୀଗଣ, ଆଜି ଆମ ଯୋଗକୁ ବିଶ୍ୱ ଆପଣାଇଛି ତ’ ଆମକୁ ଯୋଗ ସହ ଜଡ଼ିତ ଗବେଷଣା ଉପରେ ମଧ୍ୟ ଜୋର ଦେବାକୁ ହେବ । ଯେପରିକି ଆମର ଫୋନର ସଫ୍ଟୱେର ଲଗାତାର ଅପଡେଟ ରହିଥାଏ, ସେପରି ଆମକୁ ଯୋଗ ବିଷୟରେ ସୂଚନା ବିଶ୍ୱକୁ ଦେଇଚାଲିବାକୁ ହେବ । ଏଥିପାଇଁ ଜରୁରୀ ଯେ ଆମେ ଯୋଗକୁ  କୌଣସି ନିର୍ଦ୍ଦିଷ୍ଟ ସୀମାରେ ବାନ୍ଧି ରଖିବା ଉଚିତ ନୁହେଁ । ଯୋଗକୁ ଚିକିତ୍ସା, ଫିଜିଓଥେରାପି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ମଧ୍ୟ ଯୋଡ଼ିବାକୁ ହେବ । କେବଳ ସେତିକି ନୁହେଁ, ଆମକୁ ଯୋଗ ସହ ଜଡ଼ିତ ଘରୋଇ ଉପକ୍ରମ ଉତ୍ସାହକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ପଡ଼ିବ, ସେତେବେଳେ ଯାଇ ଯୋଗର ସମ୍ପ୍ରସାରଣ କରିହେବ ।

ମୁଁ ଆପଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟର କାମନା କରି ପୁଣିଥରେ ଅନ୍ତର୍ଜାତୀୟ ଯୋଗ ଦିବସର ଅନେକ ଅନେକ ଶୁଭକାମନା ଜଣାଉଛି । ଆହୁରି ମୁଁ ଆଶା କରିବି ଯେ ଆପଣମାନେ ସମସ୍ତେ ଏଠାରେ ଆମେ ଯୋଗରେ ଯେତେ ପ୍ରୟୋଗ କରିବୁ, ଅଧିକ କରନ୍ତୁ ନାହିଁ, କେବଳ ସେତିକି ନୁହେଁ ଲଗାତାର ଏହାର ଅବଧି ବଢ଼ାଇ ଚାଲନ୍ତୁ, ଆପଣ ଦେଖିବେ ଅଦ୍ଭୂତ ଲାଭ ଆପଣଙ୍କ ଜୀବନରେ ହେବ ।

ମୁଁ ପୁଣିଥରେ ଆପଣମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଶାନ୍ତି, ସଦଭାବ ଏବଂ ସମନ୍ୱୟ ବିଶିଷ୍ଟ ଜୀବନ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ଆସନ୍ତୁ ଏବେ ଆମେ ଯୋଗ୍ୟାଭ୍ୟାସ ଆରମ୍ଭ କରିବା ।

ମୁଁ ଝାଡ଼ଖଣ୍ଡ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରିବାକୁ ଚାହୁଁଛି ଯେ ଅତି କମ ସମୟରେ ଏତେ ବଡ଼ ଆୟୋଜନ ସେମାନେ କରିଛନ୍ତି । ପୂର୍ବରୁ ଏମାନଙ୍କୁ କିଛି ଜଣାନଥିଲା, ଦୁଇ ସପ୍ତାହ ପୂର୍ବରୁ ହିଁ, ନୂଆ ସରକାର ହେବା ପରେ ରାଞ୍ଚିରେ ଏତେ ବଡ଼ କାର୍ଯ୍ୟକ୍ରମ କରିବା ଲାଗି ଚିନ୍ତା କରାଗଲା । କିନ୍ତୁ ଏତେ କମ ସମୟରେ ଝାଡ଼ଖଣ୍ଡବାସୀମାନେ ଯେଉଁ କମାଲ କରି ଦେଖାଇଲେ, ମୁଁ ଆପଣମାନଙ୍କୁ, ସରକାରଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump