PM Modi attends 50th Raising Day celebrations of CISF, salutes their valour
VIP culture sometimes creates hurdle in security architecture. Hence, it's important that the citizens cooperate with the security personnel: PM
PM Modi praises the CISF personnel for their contributions during national emergencies and disasters

ଦେଶର ସଂପଦ ଏବଂ ସମ୍ମାନର ରକ୍ଷା,

ସୁରକ୍ଷା ସହିତ ସଂଶ୍ଳିଷ୍ଟ ସିଆଇଏସଏଫର ସମସ୍ତ ସାଥୀଗଣ,

ଏଠାରେ ଉପସ୍ଥିତ ସମସ୍ତ ବୀର ପରିବାରଗଣ,

ଭଦ୍ରମହିଳା ଓ ସଜ୍ଜନମଣ୍ଡଳୀ !!!

ସ୍ୱର୍ଣ୍ଣ ଜୟନ୍ତୀର ଏହି ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବାକୁ ଆପଣମାନଙ୍କୁ ସମସ୍ତଙ୍କୁ ବିପୁଳ ବଧେଇ ଜଣାଉଛି !!

ଏକ ସଂଗଠନ ହିସାବରେ ଆପଣମାନେ ଯେଉଁ 50 ବର୍ଷ ପୂରଣ କରିଛନ୍ତି, ତାହା ନିଜସ୍ୱ ଦୃଷ୍ଟିରୁ ଏକ ପ୍ରଶଂସନୀୟ ଉପଲବ୍ଧି । ଏବଂ ଏହି କାର୍ଯ୍ୟକୁ ଏପର୍ଯନ୍ତ ପହଞ୍ଚାଇବାରେ ଆଜି ସିଆଇଏସଏଫରେ ଯେଉଁକିଛି ବ୍ୟବସ୍ଥା ହୋଇଛି, ଏହାର ଯେଉଁ ଯୋଗଦାନ ରହିଛି, ତାହା ମଧ୍ୟ ଉଲ୍ଲେଖନୀୟ । କିନ୍ତୁ 50 ବର୍ଷର କାଳଖଣ୍ଡରେ ଯେଉଁ ଯେଉଁ ମହାନୁଭବଗଣ ଏହାର ଦାୟିତ୍ୱ ନିର୍ବାହ କରିଛନ୍ତି, ଏହାର ନେତୃତ୍ୱ ନେଇଛନ୍ତି ସେମାନେ ମଧ୍ୟ ପ୍ରଶଂସନୀୟ । ଗୋଟିଏ ଅନୁଷ୍ଠାନକୁ ନିରବଚ୍ଛିନ୍ନ ଭାବେ ନୂତନ ଶୀର୍ଷରେ ପହଞ୍ଚାଇବା ସକାଶେ ନିରନ୍ତର କାର୍ଯ୍ୟ କରାଯାଇଛି, ଏଥି ସହ ଯୋଡ଼ିହୋଇ ରହିଥିବା ମାନବ ସମ୍ବଳ ବିକାଶ, ଏହାର  ନିରନ୍ତର ପ୍ରୟାସ କରିଛନ୍ତି ଏବଂ ସେଇଥିପାଇଁ ଆଜି ଆମେମାନେ 50ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ । ଆଜି ଆପଣମାନେ ଯେଉଁ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି, ତାହା ଏକ ଅଭିନନ୍ଦନୀୟ କାର୍ଯ୍ୟ । ଯେଉଁସବୁ ଅଧିକାରୀଗଣ ପଚାଶ ବର୍ଷ ଧରି କିଛି ନା କିଛି ଏହି ଅନୁଷ୍ଠାନ ସହ ଯୋଗଦାନରେ ରହିଛନ୍ତି ଓ ଏହାକୁ ଆଗକୁ ଆଗେଇ ନେବାରେ ନିଜର ଅବଦାନ ଦେଇଛନ୍ତି ସେମାନଙ୍କ ମଧ୍ୟରୁ କତିପୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି । ମୁଁ ସେମାନଙ୍କର ଗୌରବ ଗାନ କରୁଛି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଦେଶର ଏଭଳି ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଏଭଳି ଶୀର୍ଷରେ ପହଞ୍ଚାଇବା ବାସ୍ତବିକ କଠିନ କାର୍ଯ୍ୟ, ଏବଂ ସେଥିରେ ଆପଣମାନଙ୍କ ଯୋଗଦାନ ପାଇଁ ଆପଣମାନେ ଅନେକ ଅନେକ ଅଭିନନ୍ଦନର ଅଧିକାରୀ ।

କିନ୍ତୁ ଭାଇ ଓ ଭଉଣୀଗଣ, ଆପଣମାନଙ୍କ ଏହି ଉପଲବ୍ଧି ଏଇଥିପାଇଁ ଆହୁରି ମହତ୍ତ୍ୱପୂର୍ଣ୍ଣ ହୋଇ ଯାଇଛି କାରଣ ପ୍ରତିବେଶୀ ରାଷ୍ଟ୍ର ଆମ ପ୍ରତି ବିଶେଷ ଭାବେ ଶତ୍ରୁଭାବାପନ୍ନ ହୋଇ ଉଠିଛି, ଯୁଦ୍ଧ ଲଢ଼ିବା ପାଇଁ ତା’ର କ୍ଷମତା ନଥାଇପାରେ, ଏବଂ ଭାରତ ଭିତରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ରକାରୀଙ୍କୁ ସେ ଦେଶରେ ଆଶ୍ରୟ ମିଳୁଛି, ବଳ ମିଳୁଛି, ଆତଙ୍କ ରୂପରେ, ଅତି ଘୃଣ୍ୟ ରୂପ ଓ ସ୍ୱରୂପ ଧାରଣ କରି ସେମାନେ ଆମ ଉପରେ ଦାଉ ସାଧିବାକୁ ବସୁଛନ୍ତି ।   ଏଭଳି ମୁସ୍କିଲ୍‌ ଚାଲେଞ୍ଜ ଭିତରେ ଦେଶର ରକ୍ଷା, ଦେଶର ସଂସାଧନର ସୁରକ୍ଷା, ଦେଶକୁ ସୁରକ୍ଷିତ ରଖିବା ସକାଶେ ଆପଣମାନେ ଯେଉଁ ମୁସ୍କିଲର ସାମ୍ନା କରୁଛନ୍ତି ତାହା ବାସ୍ତବିକ୍‌ ଅତ୍ୟନ୍ତ କଠିନ କାର୍ଯ୍ୟ ।

କିଛି ସମୟ ପୂର୍ବରୁ ଯେତେବେଳେ ଏଠାରେ ପରେଡ଼ ଚାଲୁଥିଲା, ତ ମୁଁ ସେହି ଶକ୍ତି, ସେହି ସଂକଳ୍ପକୁ ମନ ଭିତରେ ଅନୁଭବ କରିପାରୁଥିଲି । ଯେଉଁ ବୈଭବଶାଳୀ ସାମର୍ଥ୍ୟ ଭାରତ ନିର୍ମାଣ ପାଇଁ ଆବଶ୍ୟକ । ଏଭଳି ପ୍ରଶଂସନୀୟ ପ୍ରଦର୍ଶନ ପାଇଁ  ମୁଁ  ପରେଡ଼ କମାଣ୍ଡର, ପରେଡ଼ରେ ସାମିଲ ହୋଇଥିବା ସମସ୍ତ ଯବାନ ଏବଂ ଅଧିକାରୀମାନଙ୍କୁ ବହୁତ ବହୁତ ବଧେଇ ଜଣାଉଛି ।

ଆଜି ଏଠାରେ ଅନେକ ସାଥୀଙ୍କୁ ସେମାନଙ୍କର ଉତ୍କୃଷ୍ଟ ସେବା ସକାଶେ ମେଡ଼ାଲ ପ୍ରଦାନ କରାଯାଇଛି । ସେଥିପାଇଁ ଆପଣମାନଙ୍କୁ ଅଭିନନ୍ଦନ ।

ଏହା ବ୍ୟତୀତ ଗଣତନ୍ତ୍ର ଦିବସ ଅବସରରେ ଘୋଷିତ ପୁଲିସ ପଦକ ଏବଂ ଜୀବନ ରକ୍ଷକ ପଦକ ବିଜେତାମାନଙ୍କୁ ବି ମୁଁ ବଧାଇ ଜଣାଉଛି ।

ସାଥୀଗଣ,

ସିଆଇଏସଏଫ ସହିତ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ରାଷ୍ଟ୍ରର ସଂପଦକୁ ସୁରକ୍ଷିତ ରଖିବା ସକାଶେ ବିଶେଷ ଭୂମିକା ଗ୍ରହଣ କରିଆସିଛନ୍ତି ।

ନୂତନ ଭାରତର ନୂତନ ଏବଂ ଆଧୁନିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ସକାଶେ, ଦେଶର ଆଶା ଓ ଆକାଂକ୍ଷାକୁ ସଶକ୍ତ କରିବା ସକାଶେ ଆପଣମାନେ ନିରନ୍ତର ଆଗକୁ ଆଗେଇ ଚାଲିଛନ୍ତି ।

ଆମେମାନେ ସଭିଏଁ ଜାଣୁ ଯେ ସୁରକ୍ଷାର ଅନେକ ବ୍ୟବସ୍ଥା ରହିଛି, ଏହାର ଗଠନ, ମେକାନିଜିମ୍‌, ସଂଗଠନ ଯାହାକି ବ୍ରିଟିଶ ଶାସନ କାଳରୁ ଆମକୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ଏଥିରେ ସମୟାନୁସାରେ ପରିବର୍ତ୍ତନ ଓ ସଂସ୍କାର ମଧ୍ୟ ଘଟାଯାଇଛି । କିନ୍ତୁ ବହୁତ କମ୍‌ ସଂସ୍ଥା ରହିଛି ଯାହା ଆମର ଆବଶ୍ୟକତା ଅନୁସାରେ ସ୍ୱାଧୀନତା ପରେ ଜନ୍ମଲାଭ କରିଛି । ଏହାକୁ ସ୍ୱତନ୍ତ୍ର ଭାରତର ସନ୍ତାନ ବୋଲି କୁହାଯାଇପାରେ । ସ୍ୱତନ୍ତ୍ର ଭାରତର ଚିନ୍ତାଧାରରୁ ଏହା ପ୍ରସୂତ ବୋଲି କୁହାଯାଇପାରେ । ସ୍ୱତନ୍ତ୍ର ଭାରତର ସ୍ୱପ୍ନକୁ ସାକାର କରିବା ସକାଶେ ଏହା ସୃଷ୍ଟି କରାଯାଇଛି ବୋଲି ଧରାଯାଇପାରେ । ଏବଂ ସେଥି ମଧ୍ୟରେ ସିଆଇଏସଏଫ ଏକ ମହତ୍ତ୍ୱପୂର୍ଣ୍ଣ ସଂଗଠନ ଭାବେ ସୁପରିଚିତ । ଏବଂ ସେଇଥିପାଇଁ ଜନ୍ମ, ଲାଳନ ପାଳନ, ଏହାର ବିକାଶ, ଏହାର ବିସ୍ତାର, ଏହି ସମସ୍ତ କଥା ଧୀରେ ଧୀରେ ଏକ ପ୍ରକାର ପ୍ରଗତିଶୀଳ ଭାବେ ପ୍ରତିଭାତ ହୋଇଛି ଏବଂ ଯେଉଁ ଯେଉଁ ବ୍ୟକ୍ତିବିଶେଷମାନେ ଏହାର ନେତୃତ୍ୱ ଗ୍ରହଣ କରିଛନ୍ତି ସେମାନେ ନିଜସ୍ୱ ଢ଼ଙ୍ଗରେ ଗରୀୟାନ । ସେମାନଙ୍କର ଏହି ସଂଗଠନକୁ ଆଗକୁ ଆଗେଇ ନେବାରେ ଏକପ୍ରକାର ସୁବର୍ଣ୍ଣ ଜୟନ୍ତୀରେ ପହଞ୍ଚାଇବାରେ ଗୌରବମୟ ଯୋଗଦାନ ରହିଛି ।

ଏଭଳି ସଂସ୍ଥା, ଶାସନରେ ବସିଥିବା ଲୋକ, କ୍ୟାବିନେଟରେ ବସି ଗୋଟିଏ ଫାଇଲକୁ ମଞ୍ଜୁର କରିଦେଲେ ଗଠିତ ହୋଇଯିବନାହିଁ । ପଚାଶ ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବେ ହଜାର ହଜାର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ହିଁ ଏହାର ବିକାଶ ଘଟାଯାଇଛି । ସେଇଥିପାଇଁ ଏଭଳି ଏକ ସୁଦୃଢ଼ ସଂଗଠନ ମୁଣ୍ଡ ଟେକିପାରିଛି ଏବଂ ଦେଶ ପାଇଁ  ବିଶ୍ୱାସର ଏକ ବହୁତ ବଡ଼ ସମ୍ବଳ ସୃଷ୍ଟି ହୋଇପାରିଛି । ଏବଂ ସେଥିପାଇଁ ଆପଣମାନଙ୍କୁ ମୁଁ ଯେତେ ଧନ୍ୟବାଦ ଯେତେ ବଧେଇ ଜଣାଇଲେ ସୁଦ୍ଧା ତାହା କଦାପି ପର୍ଯ୍ୟାପ୍ତ ହେବନାହିଁ ।

ରାଜେଶ ରଞ୍ଜନଜୀ କହୁଥିଲେ ଯେ ଆମପାଇଁ ଏହା ସୁଖଦ ଅନୁଭୂତି ଏବଂ ଆଶ୍ଚର୍ଯ୍ୟର କଥା ଯେ ପ୍ରଧାନମନ୍ତ୍ରୀ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମୁଁ ଭାବୁଛି, ମୁଁ ଯଦି ଆଜି ଏଠାକୁ ଆସିନଥାନ୍ତି, ତା’ହେଲେ ମୁଁ ଢ଼େର୍‌ କିଛି ସୁଯୋଗ ହରାଇଥାନ୍ତି ।

ପଚାଶ ବର୍ଷର ତପସ୍ୟା କିଛି କମ୍‌ କଥା ନୁହେଁ । ବହୁତ ବଡ଼ ତପସ୍ୟା ଏବଂ ଗୋଟିଏ ଅଧେ ଘଟଣା ଅର୍ଥାତ୍‌ 365 ଦିନ ଧରି ଆଖି ଖୋଲା ରଖିଥିବ, ମନକୁ ସ୍ଥିର ରଖିଥିବ, ହାତ, ଗୋଡ଼, ଶରୀର ଏବଂ ଆଠ ଆଠ, ନଅ ନଅ ଘଣ୍ଟା ଧରି ବରାବର ପ୍ରସ୍ତୁତ ହୋଇ ରହିଥିବ ଏବଂ ଶହ ଶହ ଦୁର୍ଘଟଣାରୁ ଭୟାନକ ଘଟଣାରୁ ଦେଶକୁ ବଞ୍ଚାଉଥିବ । ଏବଂ କେବେ କେମିତି ଯଦି କିଛି ଅଘଟଣ ଘଟିଯାଏ, ସାରା ତପସ୍ୟା ପାଣିରେ ଧୋଇ ହୋଇଯିବା ପରି ଅନୁଭୂତ ହୁଏ । ଅନେକ ଚାପର ବଶବର୍ତ୍ତୀ ହୋଇ ଆପଣମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼ିଥାଏ । ତେଣୁ ଏହା କିଛି ସାମାନ୍ୟ କାର୍ଯ୍ୟ ନୁହେଁ ଏବଂ ମୁଁ ଏହି କଥାକୁ ଭଲଭାବେ ହୃଦୟଙ୍ଗମ କରିଛି । କାରଣ ପ୍ରଧାନମନ୍ତ୍ରୀ ଭାବେ ମୋତେ ବି ସୁରକ୍ଷା କବଚ ମିଳିଛି । କିନ୍ତୁ କୌଣସି ଜଣେ ବ୍ୟକ୍ତିକୁ ସୁରକ୍ଷା କବଚ ଦେବା ବଡ଼ ମୁସ୍କିଲ କାର୍ଯ୍ୟ । ମୋତେ କ୍ଷମା କରନ୍ତୁ, ଜଣେ ବ୍ୟକ୍ତିକୁ ସୁରକ୍ଷିତ ରଖିବା ଏବଂ ସେଥିପାଇଁ ସକଳ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ବଡ଼ ଜଟିଳ କାର୍ଯ୍ୟ । କିନ୍ତୁ ଗୋଟିଏ ପ୍ରତିଷ୍ଠାନକୁ ପ୍ରୋଟେକ୍ଟ କରିବା ଯେଉଁଠାକୁ ତିରିଶ ଲକ୍ଷ ଲୋକଙ୍କ ଆତଯାତ ଥିବ, ଯେଉଠି ଆଠ ଲକ୍ଷ ଲୋକ ଦୈନିକ ଆତଯାତ ହେଉଥିବେ, ଯେଉଁଠି ପ୍ରତିଟି ଚେହେରା ନୂଆ ନୂଆ ଦିଶୁଥିବ, ପ୍ରତ୍ୟେକଙ୍କ ବ୍ୟବହାର ଭିନ୍ନ ଥିବ, ସେମାନଙ୍କ ସାମ୍ନାରେ ଏହି ଅନୁଷ୍ଠାନକୁ ସୁରକ୍ଷା ପ୍ରଦାନ କରିବା ସମ୍ଭବତଃ କୌଣସି ଜଣେ ଭିଆଇପିକୁ ସୁରକ୍ଷା ପ୍ରଦାନ କରିବାଠାରୁ ଲକ୍ଷେଗୁଣ ଅଧିକ ମୁସ୍କିଲ କାର୍ଯ୍ୟ । ଆପଣମାନେ ଯାହା କରୁଛନ୍ତି ଏବଂ ଆପଣମାନେ କେବଳ ସେହିସବୁ ଅନୁଷ୍ଠାନମାନଙ୍କର ଦ୍ୱାରକୁ ସମ୍ଭାଳୁଛନ୍ତି ବୋଲି କୁହାଯିବ ନାହିଁ । ଆପଣମାନେ କେବଳ ସେସବୁର ଦ୍ୱାରଦେଶରେ ଠିଆ ହୋଇରହନ୍ତି କହିବା ଅନୁଚିତ ହେବ । ଅପରନ୍ତୁ ଆପଣମାନେ ଭାରତର ବିକାଶ ଯାତ୍ରାକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଆପଣମାନେ ଭାରତର ବିକାଶ ଯାତ୍ରାକୁ ଏକ ନୂତନ ବିଶ୍ୱାସ ପ୍ରଦାନ କରୁଛନ୍ତି ଏବଂ ମୋର ତ ଏହି ଅନୁଭବ ଯେ  ଆପଣମାନଙ୍କ ସେବାରେ ଯଦି ସବୁଠାରୁ କିଛି କଠିନ କାର୍ଯ୍ୟ ରହିଛି, ସବୁଠାରୁ ମୁସ୍କିଲ କାର୍ଯ୍ୟ ଯଦି କିଛି ଅଛି, ତାହା ହେଉଛି ମୋ ଭଳି ଲୋକ, ମୋ ସଂପର୍କୀୟ କିଛି ଲୋକ ଯେଉଁମାନେ ନିଜକୁ ରାଜା ମହାରାଜା, ସମ୍ରାଟ ବୋଲି ମନେକରନ୍ତି । ବଡ଼ ବଡ଼ ଭିଆଇପି ବୋଲି ଦାବି କରନ୍ତି । ଉଡ଼ାଜାହାଜରେ ଯିବାବେଳେ ଆପଣମାଙ୍କ ଭିତରୁ କୌଣସି ଯବାନ ଯଦି ସେମାନଙ୍କୁ ଅଟକାଇ କିଛି ପଚାରି ଦିଅନ୍ତି ତ ସେମାନଙ୍କର ମୁଣ୍ଡକୁ ପିତ ଚହଟିଯାଏ । ସେମାନେ ରାଗରେ ଅଗ୍ନିଶର୍ମା ହୋଇଉଠନ୍ତି । ଆପଣମାନଙ୍କୁ ଅପମାନିତ କରନ୍ତି । ଏପରିକି ମୁଁ ଦେଖିନେବି ବୋଲି ଧମକାନ୍ତି । ଆପଣମାନେ ହାତ ଗୋଡ଼ ଯୋଡ଼ି ସେମାନଙ୍କ ବୁଝାଇବାକୁ ଚେଷ୍ଟା କରନ୍ତି, ସାବ୍‌, ମୋର ଡ଼୍ୟୁଟି ହେଲା ଏଇଆ । କିନ୍ତୁ ସେମାନଙ୍କ ମନକୁ ତ ଭିଆଇପି କଲଚର ଗୋଟାପଣେ କାବୁ କରି ବସିଥାଏ ।

ମୁଁ ଆପଣମାନଙ୍କୁ ଗୋଟିଏ କଥା ଶୁଣାଉଛି । ମୁଁ ସେତେବେଳେ ପାର୍ଟି କାମ କରୁଥିଲି ଓ ସେହି କାମରେ ମୋତେ ସାରା ଦେଶ ବୁଲିବାକୁ ପଡ଼ୁଥିଲା । ଲଗାତାର ଭାବେ ବିଭିନ୍ନ ଆଡ଼କୁ ଯିବାକୁ ହେଉଥିଲା । ଥରେ ଆମର ସିନିୟର ଜଣେ ନେତା ବି ଆମମାନଙ୍କ ସାଥିରେ ଥିଲେ । ଏବେ ଆମ ଦେଶରେ କିଛି ଏୟାରପୋର୍ଟ ଏମିତି ଅଛି ଯେଉଁଠାରେ ସିକ୍ୟୁରିଟି ଯାଗାରେ ଡ଼ବଲ ଚେକ୍‌ କରାଯାଇଥାଏ । ସେମିତି ଗୋଟିଏ ଏୟାରପୋର୍ଟ ହେଉଛି ଶ୍ରୀନଗର । କିଛି ବର୍ଷ ପୂର୍ବେ ଗୁଆହାଟୀ ବି ସେମିତି ଥିଲା । ଆଜିକାଲି ସେମିତି ଚେକ୍‌ କରାଯାଉଛି କି ନାହିଁ ତାହା ମୋତେ ମାଲୁମ ନାହିଁ । ମୋ ସହିତ ଯେଉଁ ବରିଷ୍ଠ ନେତା ଥିଲେ ସେ ବୟସରେ ବଡ଼ ଥିଲେ ଏବଂ ଗଣ୍ୟମାନ୍ୟ ଚେହେରା ବି ଥିଲେ । କିନ୍ତୁ ଯେଉଁ ଯବାନ ଏୟାରପୋର୍ଟ ଗେଟରେ ଠିଆ ହୋଇଥିଲେ ସେ ତାଙ୍କୁ ଚିହ୍ନିପାରିନଥିଲେ । ତେଣୁ ସ୍ୱାଭାବିକ ଭାବେ ସେ ତାଙ୍କୁ ଅଟକାଇଲେ । ଯବାନଙ୍କର ଯେମିତି ଡ୍ରିଲ୍‌ ହୁଏ ସେମିତି ଭାବେ ତାଙ୍କର ଚେକ୍‌ କରିବା ଆରମ୍ଭ କରିଦେଲେ । ଯେମିତି ଯେମିତି ସେ ତାଙ୍କର ଚେକ୍‌ କରିଚାଲିଲେ ନେତାଜୀଙ୍କର ପାରା ସେତିକି ମାତ୍ରାରେ ଗରମ ହୋଇଚାଲିଲା । ପ୍ଲେନ ଭିତରେ ସିଟରେ ବସିବା ପରେ ସୁଦ୍ଧା ତାଙ୍କର ରାଗ ଥଣ୍ଡା ପଡ଼ିଲାନାହିଁ । ମୋ ସାଙ୍ଗରେ ବି ସେ କିଛି କଥାବାର୍ତ୍ତା ହେଲେନାହିଁ । ମୁଁ ନୀରବରେ ଲକ୍ଷ୍ୟ କରୁଥିଲି ତାଙ୍କର ସାଇକୋଲୋଜିକୁ । ତାଙ୍କର ଯେତେବେଳେ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିଲା ମୁଁ ତାଙ୍କୁ କହିଲି ଆପଣ ଆଗରେ ଚାଲନ୍ତୁନାହିଁ, ମୋ ପଛରେ ରହନ୍ତୁ । ପ୍ରଥମେ ମୁଁ ଚେକ୍‌ ଇନ୍‌ କରାଇ ନେଉଛି ଏବଂ ମୁଁ କ’ଣ କଲି ନା ମୁଁ ସେଠାକୁ ଗଲି ଏବଂ ସେଠାରେ ଆପଣଙ୍କର ଯେଉଁ ଯବାନ ଠିଆ ହୋଇଥିଲେ ତାଙ୍କ ଆଗରେ ହାତ ଉପରକୁ ଟେକି ଠିଆ ହୋଇଗଲି ଓ କହିଲି, ଭାଇ ଜଲଦି ଜଲଦି ଆରତୀ ଉତ୍ତାରିଦିଅ । ସେ କହିଲେ, ମୁଁ  ଆପଣଙ୍କୁ ଚିହ୍ନିଛି । ମୁଁ କିନ୍ତୁ କହିଲି, ଚିହ୍ନିଲେ କ’ଣ ହେଲା, ମୋତେ ଆପଣଙ୍କୁ ଚେକ୍‌ କରିବାକୁ ପଡ଼ିବ । ନହେଲେ ମୁଁ ଆଗକୁ ବଢ଼ିବିନାହିଁ । ଆପଣମାନେ ମେଟାଲ ଡ଼ିଟେକଟରକୁ ଏମିତି ଘୂରାଇଥାନ୍ତି ନା, ମୁଁ ତାଙ୍କୁ  କହିଲି ଯେତେବେଳେ ଆପଣମାନେ ଚେକିଂ କରନ୍ତି, ଆପଣମାନଙ୍କ ମନରେ କ’ଣ ଭାବନା ଥାଏ ? ଆମେ ଭାବିବା କଥା ଯେ ସେ ତାଙ୍କର ଡ୍ୟୁଟି କରୁଛନ୍ତି ଓ ଆମକୁ ସ୍ୱାଗତ କରୁଛନ୍ତି । ସେଥିପାଇଁ ଆମେ ଗର୍ବ ଅନୁଭବ କରିବା କଥା । ସେଭଳି ସୁରକ୍ଷା ଯବାନମାନଙ୍କୁ ତ ଆମେ ସହଯୋଗ କରିବା କଥା । ଏହି ଭିଆଇପି କଲଚର ବେଳେବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ସଂକଟ ସୃଷ୍ଟି କରିଥାଏ । ଏବଂ ସେଇଥିପାଇଁ ମୁଁ ଆଜି ଏହି ସ୍ଥାନରେ ଠିଆହୋଇ ଏକଥା କହିବାର ସାହସ ଜୁଟାଇପାରୁଛି ଯେ ମୁଁ ନିଜେ ଶୃଙ୍ଖଳାକୁ ମାନିବା ଲୋକ । କିନ୍ତୁ ମୋ ଶୃଙ୍ଖଳା କେତେବେଳେ ସୁଦ୍ଧା ମୋ ପାଇଁ ଅଡ଼ୁଆ ସୃଷ୍ଟି କରେନାହିଁ । ଏବଂ ଆମ ସମସ୍ତ ନାଗରିକଙ୍କର ଏହା କର୍ତ୍ତବ୍ୟ ହେବା ଉଚିତ । ଆଜି ଆପଣମାନଙ୍କ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ । କିନ୍ତୁ ଆପଣମାନଙ୍କ ସଂଖ୍ୟ 15 ଲକ୍ଷ ହୋଇଗଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ନାଗରିକମାନେ ନିଜେ ଶୃଙ୍ଖଳିତ ନହୋଇଛନ୍ତି, ସେମାନେ ଉପଯୁକ୍ତ ସହଯୋଗ ନକରିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ କର୍ତ୍ତବ୍ୟ ସଂପାଦନ କରିବା ମୁସ୍କିଲ କାର୍ଯ୍ୟ ହୋଇ ରହିଥିବ । ସେଇଥିପାଇଁ ଆଜିର ଏହି ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ ଆମେ ନାଗରିକମାନଙ୍କୁ କିଭଳି ପ୍ରଶିକ୍ଷିତ କରିପାରିବା, ନାଗରିକମାନଙ୍କୁ ଏତେବଡ଼ ବ୍ୟବସ୍ଥାର ମହତ୍ତ୍ୱ ସଂପର୍କରେ କିଭଳି ବୁଝାଇପାରିବା, ମୁଁ ଭାବୁଛି ଏହା ଏକ ବିରାଟ ଆବଶ୍ୟକତା । ସେଥିପାଇଁ ମୁଁ ଯେତେବେଳେ ପରେଡ଼ର ନିରୀକ୍ଷଣ କରୁଥିଲି ତ ମୋ ମନରେ କିଛି ବିଚାର ଆସୁଥିଲା ଯେ ଆଜି ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ କ’ଣ କହିବି । ମୋ ମନକୁ ଆସିଲା ଯେ ଏୟାରପୋର୍ଟରେ, ମେଟ୍ରୋ ଷ୍ଟେସନରେ ଆମେ ଗୋଟିଏ ଡ଼ିଜିଟାଲ ମ୍ୟୁଜିୟମ୍‌ ବନାଇବା, ସ୍କ୍ରିନ୍‌ ଉପରେ ଲଗାତାର ଭାବେ ଦୃଶ୍ୟ ପ୍ରଦର୍ଶିତ ହୋଇଚାଲିବ ଯେ ସିଆଇଏସଏଫର ଜନ୍ମ କିଭଳି ହୋଇଥିଲା, ଏହାର ବିକାଶ ଏବଂ ବିସ୍ତାର କିପରି ହେଲା, ଏହା କିଭଳି ଭାବେ ନାଗରିକମାନଙ୍କୁ ସେବା ଯୋଗାଇ ଆସୁଛି, ଲୋକମାନଙ୍କର ଏହାଠାରୁ କି ପ୍ରକାର ଅପେକ୍ଷା ରହିଛି । ମେଟ୍ରୋରେ ପ୍ରତିଦିନ ଯାତାୟାତ କରୁଥିବା ତିରିଶ ଲକ୍ଷ ଲୋକ କେବେ ନା କେବେ ଏହାକୁ ନିଶ୍ଚିତ ରୂପେ ଦେଖିବେ । ବିମାନ ବନ୍ଦରରେ ଆତଯାତ ହେଉଥିବା 7-8 ଲକ୍ଷ ଲୋକ କେବେ ନା କେବେ ଏହାକୁ ଅବଶ୍ୟ ଲକ୍ଷ୍ୟ କରିବେ । ସେତେବେଳେ ସେମାନେ ବୁଝିପାରିବେ ଯେ ଏ ଲୋକମାନେ 24 ଘଣ୍ଟା କର୍ତ୍ତବ୍ୟ କରୁଛନ୍ତି । ତେଣୁ ସେମାନଙ୍କୁ ଆମେ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ସେମାନଙ୍କୁ ସେମାନଙ୍କ ଗୌରବ ମିଳିବା ଉଚିତ । ଆମେ ସେମାନଙ୍କୁ ଆଦର କରିବା ଆବଶ୍ୟକ । ସେମାନଙ୍କୁ ପ୍ରଶିକ୍ଷିତ କରିବା ଆବଶ୍ୟକ । ଯେତେ ଅଧିକ ଲୋକଙ୍କୁ ପ୍ରଶିକ୍ଷିତ କରାଯିବ ସୁରକ୍ଷାବଳଙ୍କ ଶକ୍ତି ସେତିକି ବୃଦ୍ଧି ପାଇବ ଏବଂ ଏହି କାମକୁ ଅଧିକ ବଳ ମିଳିପାରିବ । ମୋ ତରଫରୁ ଆପଣମାନଙ୍କୁ ସବୁ ପ୍ରକାର ସହଯୋଗ ମିଳିବାର ମୁଁ ପ୍ରତିଶ୍ରୁତି ପ୍ରଦାନ କରୁଛି ।

ସିଆଇଏସଏଫରେ ଅନ୍ୟ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା କାର୍ଯ୍ୟରତ ଅଛନ୍ତି । ଏହା ଦେଶର ସାମର୍ଥ୍ୟକୁ ନିଶ୍ଚିତ ରୂପେ ନୂତନ ସ୍ୱରୂପ ପ୍ରଦାନ କରିଛି । ଏବଂ ଏଇଥିପାଇଁ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବାକୁ ଚିନ୍ତା କଲି ଯେ ମୁଁ ସେହି କନ୍ୟାମାନଙ୍କୁ ଅଭିନନ୍ଦନ ଜଣାଇପାରିବି । ସେହି ମା’ବାପାମାନଙ୍କୁ ବି ଅଭିନନ୍ଦନ ଜଣାଉଛି ଏବଂ ବିଶେଷ କରି ସେହି ମା’ମାନଙ୍କୁ ଅଭିନନ୍ଦନ କରିବାକୁ ଚାହୁଁଛି ଯେଉଁମାନେ ନିଜର କନ୍ୟା ସନ୍ତାନମାନଙ୍କୁ ଏହି ୟୁନିଫର୍ମ ପିନ୍ଧାଇ ଦେଶର ବିକାଶ ଯାତ୍ରାକୁ ସୁରକ୍ଷିତ କରିବାର ଦାୟିତ୍ୱ ଉଠାଇଛନ୍ତି । ଏହି କନ୍ୟାମାନେ ଲକ୍ଷ ଲକ୍ଷ ଅଭିନନ୍ଦନର ଅଧିକାରୀଣୀ ।  ସାଥୀଗଣ, ସୁରକ୍ଷା ଏବଂ ସେବାର ଯେଉଁ ଭାବନାର ସହ ଆପଣମାନେ ଆଗକୁ ବଢ଼ୁଛନ୍ତି ତାହା ଢ଼େର ମହତ୍ତ୍ୱପୂର୍ଣ୍ଣ ।  

ନୂତନ ଭାରତ ସକାଶେ ଯେଉଁସବୁ ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି,

ବନ୍ଦର ନିର୍ମାଣ କରାଯାଉଛି,

ଏୟାରପୋର୍ଟ ନିର୍ମାଣ କରାଯାଉଛି,

ମେଟ୍ରୋର ବିସ୍ତାର କରାଯାଉଛି,

ଯେଉଁ ବଡ଼ ବଡ଼ ଉଦ୍ୟୋଗ ଓ ବ୍ୟବସାୟିକ ସଂସ୍ଥା ଆରମ୍ଭ କରାଯାଉଛି,

ସେସବୁର ସୁରକ୍ଷା ଦାୟିତ୍ୱ ଆପଣମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ଦେଢ଼ ଲକ୍ଷରୁ ଅଧିକ କର୍ମୀଙ୍କ ମଜଭୁତ ଶକ୍ତି ଆଜି ଦେବାସୀଙ୍କୁ,

ଭାରତ ଆସୁଥିବା ତମାମ ଦୁନିଆର ନାଗରିକମାନଙ୍କୁ,

ସୁରକ୍ଷିତ ବାତାବରଣ ପ୍ରଦାନ କରିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ସାଥୀଗଣ,

ଏୟାରପୋର୍ଟ ଏବଂ ମେଟ୍ରୋର ସଂପୂର୍ଣ୍ଣ ସୁରକ୍ଷା ଯେକୌଣସି ବ୍ୟକ୍ତି ଅନୁଭବ କରିପାରୁଥିବେ ।

ଏହା ସବୁକିଛି ସମ୍ଭବ ହୋଇପାରିଛି କାରଣ ଏହା ପଛରେ ଆପଣମାନଙ୍କ ସମର୍ପଣ ଭାବ ରହିଛି ।

ଆପଣମାନଙ୍କ ସତର୍କତା ଦ୍ୱାରା, ଆପଣମାନଙ୍କ ଉପରେ ଜନତାଙ୍କ ଅତୁଟ ବିଶ୍ୱାସ ରହିଥିବା ଯୋଗୁ ।

ଏବେ ତ ବିମାନ ବନ୍ଦର ହୋଇଥାଉ କିମ୍ବା ମେଟ୍ରୋ ସେବା, ସେଥିରେ ବ୍ୟାପକ ବିସ୍ତାର ହୋଇ ଚାଲିଛି ।

ଏହି ଦୁଇ କ୍ଷେତ୍ରରେ ଆମେ ବିଶ୍ୱରେ ଏଭଳି ସେବା ପ୍ରଦାନ କ୍ଷେତ୍ରରେ ସବୁଠାରୁ ବଡ଼ ଦେଶରେ ପରିଣତ ହେବା ଦିଗରେ ଆଗକୁ ଅଗ୍ରସର ହୋଇଚାଲିଛୁ ।

ସାଥୀଗଣ,

ମୋତେ ବି ଅନେକ ଥର ମେଟ୍ରୋରେ ଯାତ୍ରା କରିବାର ସୁଯୋଗ ମିଳିଛି ।

ମୁଁ ଲକ୍ଷ୍ୟ କରିଛି ଯେ ଆପଣମାନେ କେତେ ମାତ୍ରାରେ ଶ୍ରମ ସ୍ୱୀକାର କରୁଛନ୍ତି ।

କିଭଳି ଭାବେ ଘଣ୍ଟା ଘଣ୍ଟା ଧରି ନିରନ୍ତର ଭାବେ ପ୍ରତ୍ୟେକ ବ୍ୟକ୍ତି ଉପରେ,

ପ୍ରତ୍ୟେକ ବସ୍ତୁ ଉପରେ ନିଜର ତୀକ୍ଷ୍ଣ ନଜର ରଖିଛନ୍ତି ।

ସାଧାରଣ ବ୍ୟକ୍ତି ଏଭଳି ମେଟ୍ରୋ କିମ୍ବା ଉଡ଼ାଜାହାଜରେ ଆଜିକାଲି ଯାତ୍ରା କରୁଛନ୍ତି,

ସେମାନଙ୍କୁ ଆପଣମାନଙ୍କ ଏଭଳି ଶ୍ରମ ଓ ନିଷ୍ଠା ହିଁ ସୁରକ୍ଷିତ ରଖିପାରିଛି ।

କିନ୍ତୁ ଏକଥା ମଧ୍ୟ ଠିକ୍ ଯେ ସଦାବେଳେ କିଛି ଲୋକ ଚିନ୍ତା କରିଥାନ୍ତି ଯେ ଆପଣମାନଙ୍କ କାମ ବାସ୍ ଏତିକିରେ ଶେଷ ହୋଇଗଲା । କିଏ ଆସିଲା, ତାକୁ ଦେଖ ଏବଂ ଛାଡ଼ିଦିଅ, ବାସ୍, କାମ ଖତମ୍ ।

ସାଥୀଗଣ,

ଦେଶକୁ ଏକଥା ଜାଣିବା ମଧ୍ୟ ଜରୁରି ଯେ ସିଆଇଏସଏଫର ପ୍ରତ୍ୟେକ ସୁରକ୍ଷା କର୍ମୀ,

କେବଳ ଚେକିଂ କାମ କରିଦେବା ସହ ସଂଶ୍ଳିଷ୍ଟ ନୁହେଁ, ଅପରନ୍ତୁ ସୁରକ୍ଷାର ପ୍ରତ୍ୟେକ କାର୍ଯ୍ୟ ଏବଂ ମାନବୀୟ ସଂବେଦନାଗୁଡ଼ିକ ପକ୍ଷରେ ମଧ୍ୟ ଭାଗୀଦାର ହେବା ଆବଶ୍ୟକ ।

ସାଥୀଗଣ,

ଆପଦ ବିପଦ ସ୍ଥିତିରେ ମଧ୍ୟ ଆପଣମାନଙ୍କ ଯୋଗଦାନ ସଦାବେଳେ ପ୍ରଶଂସନୀୟ ରହି ଆସିଛି ।

ଗତ ବର୍ଷ କେରଳରେ ଆସିଥିବା ଭୀଷଣ ବନ୍ୟା ବେଳେ ଆପଣମାନଙ୍କ ଭିତରୁ ଅନେକ ସାଥୀ ସେଠାରେ ପହଞ୍ଚି ନିରନ୍ତର ଉଦ୍ଧାର କାର୍ଯ୍ୟ, ରିଲିଫ୍ କାର୍ଯ୍ୟ କରି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରିଥିଲେ ।

କେବଳ ଦେଶ ଭିତରେ ନୁହେଁ, ବିଦେଶରେ ବି ଯେତେବେଳେ ମାନବୀୟ ସଂକଟର ଘଡ଼ି ଉପସ୍ଥିତ ହୋଇଛି ସେତେବେଳେ ସିଆଇଏସଏଫ ନିଜର ଦାୟିତ୍ୱକୁ ନିଷ୍ଠାର ସହ ସଂପାଦନ କରିଛି ।

ନେପାଳ ଏବଂ ହାଇତିରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପ ପରେ ଆପଣମାନଙ୍କ ଉଦ୍ଧାର କାର୍ଯ୍ୟରେ ଯୋଗଦାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ପ୍ରଶଂସାଭାଜନ ହୋଇପାରିଥିଲା ।

କେବଳ ସେତିକି ନୁହେଁ, ମୋତେ ସୂଚୀତ କରାଯାଇଛି ଯେ ଯାତ୍ରାବେଳେ ଯଦି କେତେବେଳେ କେହି ବ୍ୟକ୍ତି ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇପଡ଼ନ୍ତି, ସେମାନଙ୍କୁ ଓ ସେମାନଙ୍କର ପିଲାମାନଙ୍କୁ ନିଜ ପରିବାର ସହ ମିଳାଇବାରେ ପୁଣି ସେମାନଙ୍କୁ ସଠିକ ସ୍ଥାନରେ ପହଞ୍ଚାଇବା କାର୍ଯ୍ୟ ଆପଣମାନେ ସଂପୂର୍ଣ୍ଣ ସମ୍ବେଦନାର ସହ କରି ଆସୁଛନ୍ତି ।

ଏହି ପ୍ରକାରେ କନ୍ୟାମାନଙ୍କୁ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ସକାଶେ ଆପଣମାନଙ୍କ ପ୍ରୟାସ ଅତୀବ ପ୍ରଶଂସନୀୟ ରହିଆସିଛି ।

ଏହିସବୁ କାରଣ ଯୋଗୁ ଆପଣମାନଙ୍କ ଉପରେ ଦେଶ ଏତେ ମାତ୍ରାରେ ବିଶ୍ୱାସ ସ୍ଥାପନ କରିଛି ।

ସାଥୀଗଣ,

ଆଜିର ଏହି ଅବସରରେ ଯେତେବେଳେ ଆମେ ଏହି ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛେ,

ସେତେବେଳେ ଆମେ ଆମର ସେହି ସହଯୋଗୀମାନଙ୍କୁ ବି ସ୍ମରଣ କରିବା ଉଚିତ ଯେଉଁମାନେ ନିଜ ନିଜର କର୍ତ୍ତବ୍ୟ ସଂପାଦନ କରିବା ବେଳେ, ଦେଶର ସୁରକ୍ଷା ସକାଶେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଦେଶକୁ ସୁରକ୍ଷା ଦେବା ସକାଶେ ସହିଦ ହୋଇଛନ୍ତି ।

ଆତଙ୍କ ଏବଂ ହିଂସାକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ଶକ୍ତିଙ୍କ କବଳରୁ ନିଜର ମାତୃଭୂମିକୁ, ଆମର ଜାତୀୟ ବୈଭବକୁ, ଆମର ସଂପଦକୁ ରକ୍ଷା କରିବା ଲାଗ ସର୍ବୋଚ୍ଚ ତ୍ୟାଗ କରିଛନ୍ତି, ବଳିଦାନ ଦେଇଛନ୍ତି ।

ସିଆଇଏସଏଫ ହୋଇଥାଉ,

ସିଆରପିଏଫ ସହିତ ଅନ୍ୟ ଯେକୌଣସି ସଶସ୍ତ୍ର ବଳ ହୋଇଥାନ୍ତୁ,

ଆପଣମାନଙ୍କ ସମର୍ପଣ,

ଆପଣମାନଙ୍କ ବଳିଦାନ ଦ୍ୱାରା ହିଁ ଆଜି ନୂତନ ଭାରତର ସ୍ୱପ୍ନ ଆମେମାନେ ଦେଖିବାକୁ ସକ୍ଷମ ହୋଇପାରିଛୁ ।

ଏପର୍ଯ୍ୟନ୍ତ କେନ୍ଦ୍ରୀୟ ପୁଲିସ ବଳର 4 ହଜାରରୁ ଅଧିକ କର୍ମୀ ସହିଦଙ୍କ ସହିତ,

ପୁଲିସର 35 ହଜାରରୁ ଅଧିକ ସାଥୀ ସର୍ବୋଚ୍ଚ ବଳିଦାନ ଦେଇ ସାରିଛନ୍ତି ।

ମୁଁ ସେହି ସମସ୍ତ ସହିଦମାନଙ୍କୁ ମୋର ଶ୍ରଦ୍ଧା ସୁମନ ଅର୍ପଣ କରୁଛି ।

କିନ୍ତୁ ମୁଁ ଏହି ସୁରକ୍ଷା ବଳଙ୍କ ସହ ଯୋଡ଼ିହୋଇଥିବା ସେହି ସମସ୍ତ ଲୋକଙ୍କୁ କହିବାକୁ ଚାହୁଁଛି ଯେ ନିଜ ମନରେ ଆବେଗରେ, ଚିନ୍ତା କରୁଛି ଯେ ଖାକି ପୋଷାକ ପିନ୍ଧିଥିବା ଏହି ଲୋକମାନେ ସେମାନଙ୍କର ଶ୍ରମକୁ ଦେଶରେ ଯେତିକି ମାନ ସମ୍ମାନ ମିଳିବା କଥା, ତାହା ମିଳିନାହିଁ । ସେମାନଙ୍କୁ ଯେତିକି ସ୍ୱୀକୃତି ମିଳିବା କଥା, ସାଧାରଣ ଜନତାଙ୍କ ଦ୍ୱାରା, ତାହା ହୋଇପାରିନାହିଁ । ଏବଂ ସେଇଥିପାଇଁ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲାଲକିଲ୍ଲା ମଞ୍ଚରେ ଏପରି ଜଣେ ପ୍ରଧାନମନ୍ତ୍ରୀ ଯିଏ 35 ହଜାରରୁ ଅଧିକ ପୁଲିସକର୍ମୀଙ୍କ ପାଇଁ ଓକିଲାତି କରିଛି । ଏହା କରିବା ପାଇଁ ମୋର ମନ ଏଇଥିପାଇଁ ହେଲା, କାରଣ ସାଧାରଣ ଲୋକଙ୍କୁ ମାଲୁମ ପଡ଼େନାହିଁ, କାରଣ ସେ ତା’ ପ୍ରତି କନେଷ୍ଟବଳଟିଏ କିପ୍ରକାର ବ୍ୟବହାର କଲା ତାହା ହିଁ ତା’ ମନ ଭିତରେ ସଦାବେଳେ ରହିଥାଏ । ସେହି ଆଧାରରେ ହିଁ ସେ ସଂପୂର୍ଣ୍ଣ ବ୍ୟବସ୍ଥାର ମୂଲ୍ୟାଙ୍କନ କରିଥାଏ । ଆମେ ସେମାନଙ୍କର ଯେତିକି ଗୌରବ ବଢ଼ାଇବା, ଆମର ସୁରକ୍ଷା ବଳକୁ ଯେତିକି ସମ୍ମାନ ଦେବା, ଯେତିକି ପ୍ରତିଷ୍ଠା ବନାଇବା, ସେମାନେ ଦେଶପାଇଁ ଆବଶ୍ୟକ ସେତିକି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବେ । ଏବଂ ଏହାର ଏକ ଅଂଶବିଶେଷ ହେଲା ଏହି ପୁଲିସ ସ୍ମାରକୀ ସ୍ଥାପନ କରିବା ଓ ମୁଁ ଚାହେଁ ଯେ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ର କେବେ ନା କେବେ ସେଠାକୁ ଯାଇ ଥରେ ବୁଲି ଦେଖିବା ଉଚିତ । ସେମାନେ ଦେଖନ୍ତୁ ଯେ ଆମପାଇଁ ମୃତ୍ୟୁବରଣ କରିଥିବା ଲୋକ କିଏ, ଥରେ ଜାଣନ୍ତୁ । ଏବଂ ସେହି ଦିଗରେ ଆମେ ମଧ୍ୟ ପ୍ରୟାସ କରିବା ଉଚିତ । ଏତେ ବଡ଼ ତ୍ୟାଗ, ଏତେ ବଡ଼ ତପସ୍ୟା ରାଜ ସୁରକ୍ଷା ସହିତ ଯୋଡ଼ିହୋଇ ରହିଥିବା ଆପଣମାନଙ୍କର ସମସ୍ତଙ୍କର ପରିବାର କେତେ ଯେ ତ୍ୟାଗ କରୁଛନ୍ତି ତାହା ଶବ୍ଦରେ ବଖାଣିବା ମୁସ୍କିଲ୍ । ମୁଁ ଖୁସି ହୋଇଥିଲି ଯେତେବେଳେ ଏକ ଖୋଲା ଜିପରେ ମୁଁ ଯାଉଥିଲି, ଗଲାକାଲି ମୋତେ ତିନି ପିଢ଼ିକୁ ଦର୍ଶନ କରିବାର ସୁଯୋଗ ମିଳିଥିଲା । ଏଠାରେ ଆପଣମାନଙ୍କ ପରିବାରର ତିନି ପିଢ଼ିର ଲୋକ ମହଜୁଦ ଅଛନ୍ତି । ବୟୋବୃଦ୍ଧ, ତପୋବୃଦ୍ଧ ଲୋକ ବି ଅଛନ୍ତି । ଆଜି ଏହି ଅବସରରେ ଏଠାରେ ଉପସ୍ଥିତ କିଛି ପୁରାତନ ସେବାନିବୃତ୍ତି ଲୋକ ବି ଅଛନ୍ତି । ଆଜି ସେମାନଙ୍କୁ ବି ଦର୍ଶନ କରିବାର ସୁଯୋଗ ମୋତେ ମିଳିଛି । ଏହିସବୁ ପରିବାରଜନଙ୍କୁ ବି ଆଦର ପୂର୍ବକ ମୁଁ ନମସ୍କାର କରୁଛି କାରଣ ସେହି ପରିବାରମାନଙ୍କ ତ୍ୟାଗ-ବଳିଦାନ, କର୍ତ୍ତବ୍ୟନିଷ୍ଠା ପାଇଁ ହିଁ ଶକ୍ତି ଓ ପ୍ରେରଣା ଯୋଗାଉଛି ।

ସାଥୀଗଣ,

ଗ୍ରୀଷ୍ମ ହେଉ,

ଥଣ୍ଡା ହେଉ,

ବର୍ଷା ହେଉ,

ଆପଣମାନେ ନିଜ ନିଜର ମୋର୍ଚ୍ଚରେ ବିନା ବିଚଳିତ ମନରେ ଦଣ୍ଡାୟମାନ ରହିଛନ୍ତି ।

ଦେଶ ପାଇଁ ହୋଲି,

ଦୀପାବଳୀ ଆଉ ଇଦ ହୋଇଥାଏ,

ଅନେକ ପ୍ରକାର ଉତ୍ସବ ହୋଇଥାଏ ।

କିନ୍ତୁ ଆପଣମାନଙ୍କ ସମସ୍ତଙ୍କ ପାଇଁ ନିଜର ଡ୍ୟୁଟି ହିଁ ଉତ୍ସବ ବନି ଯାଇଥାଏ ।

ଆମର ସୁରକ୍ଷାକର୍ମୀଙ୍କ ପରିବାର ବି ତ ଅନ୍ୟମାନଙ୍କ ପରି ।

ସେମାନଙ୍କର ବି ସ୍ୱପ୍ନ ଅଛି,

ଆକାଂକ୍ଷା ରହିଛି ।

ସେମାନଙ୍କ ମନରେ ବି ଶଙ୍କା ରହିଛି

ଆଶଙ୍କା ରହିଛି ।

କିନ୍ତୁ ରାଷ୍ଟ୍ର ରକ୍ଷା ଭାବନା ଯେତେବେଳେ ସେମାନଙ୍କ ମନରେ ଆସିଥାଏ ସେମାନେ ସବୁ ପ୍ରକାର କଠିନ କାର୍ଯ୍ୟ ଉପରେ ଜିତ୍ ହାସଲ କରିପାରନ୍ତି ।

ଯେତେବେଳେ ହାତରେ ତିରଙ୍ଗା ଧରି କୌଣସି ଜଣେ ନିଷ୍ପାପ ଶିଶୁ ନିଜ ପିତାକୁ ସଲାମ ଦେଉଥିବା ଫଟୋ ସାମ୍ନାକୁ ଆସିଯାଏ

ଯେତେବେଳେ କୌଣସି ବୀର ପୁତ୍ର ନିଜ ଜୀବନ ସାଥୀ ଚାଲିଯିବାର ଦୁଃଖର

ଲୁହକୁ ପିଇଯାଇ, …

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.