Sardar Patel unified India. This unity in diversity is our strength: PM Modi
Sardar Patel did everything for the nation. Whatever he did was devoted to India: PM
We must encourage cooperation between our states: PM Modi
Sardar Patel gave us Ek Bharat, let us work towards making a Shreshtha Bharat: PM Modi

ଯେତେବେଳେ ଆମେ ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ପାଳନ କରୁଛୁ ଏବଂ ଯେତେବେଳେ ଆମେ ଏକତା କଥା କହୁଛୁ, ପ୍ରଥମେ ସନ୍ଦେଶ ଏହା ଯେ, ମୁଁ ହେଉଛି ଭାଜପା ବାଲା ଏବଂ ସର୍ଦ୍ଦାର ସାହେବ ଥିଲେ କଂଗ୍ରେସରୁ । କିନ୍ତୁ ସେତିକି ସମ୍ମାନର ସହିତ, ସେତିକି ଆଦରର ସହିତ ଆମେ ଏହି କାମକୁ କରୁଛୁ, କାରଣ ସବୁ ମହାପୁରୁଷଙ୍କର ନିଜ ନିଜ ସମୟ କ୍ରମରେ ଭିନ୍ନ ଭିନ୍ନ ବିଚାରଧାରା ରହିଥାଏ ଏବଂ ବିଚାରଧାରା ସହିତ ବିବାଦ ମଧ୍ୟ ରହିବା ସ୍ୱଭାବିକ ଅଟେ । କିନ୍ତୁ ମହାପୁରୁଷଙ୍କର ଅବଦାନକୁ ପର ପିଢୀ ବାଣ୍ଟି ଉପଯୋଗ କରିବାର ଅଧିକାର ନ ଥାଏ । ସେଥିରେ ଯୋଡି ହୋଇଥିବା ଜିନିଷ ଖୋଜିବା, ନିଜେ ନିଜକୁ ଯୋଡିବା ଏବଂ ଯଦି ସମସ୍ତଙ୍କୁ ଯୋଡି ପାରିବା ତେବେ ଯୋଡିବାର ପ୍ରୟାସ କରିବା ଦରକାର । ମୁଁ ଆଶ୍ଚର୍ଯ୍ୟ ହେଉଛି କିଛି ଲୋକ ଏଥିପାଇଁ ମୋ ଉପରେ ଦୋଷ ଲଦୁଛନ୍ତି କି, ଆପଣ କିଏ ସର୍ଦ୍ଦାର ସାହେବଙ୍କ ଜୟନ୍ତୀ ପାଳନ କରିବା ପାଇଁ? ଇଏ ଠିକ୍ କଥା, କିନ୍ତୁ ସର୍ଦ୍ଦାର ସାହେବ ଏମିତି ଥିଲେ, ଯାହାଙ୍କର ପରିବାର କୌଣସି ସତ୍ତ୍ୱାଧିକାର ନେଇ ନାହାନ୍ତି । ଆଉ ଏମିତି ବି ସାର୍ବଜନିକ ଜୀବନରେ ଯିଏ ନିଜ ପରିବାର ପାଇଁ କିଛି କରି ନ ଥିଲେ, ଯାହା ମଧ୍ୟ କରିଥିଲେ, ଯେତିକି ମଧ୍ୟ କରିଥିଲେ ଦାୟିତ୍ୱ ଭାବି କରିଥିଲେ, କର୍ତ୍ତବ୍ୟ ଭାବି କରିଥିଲେ, କେବଳ, କେବଳ ଦେଶ ପାଇଁ ହିଁ କରିଥିଲେ ।

ଯଦି ଏହି କଥା ସବୁ ଆଜିର ପିଢୀ ପାଖରେ ଉଦାହରଣ ରୂପେ ପ୍ରସ୍ତୁତ କରିବା ତାହେଲେ ଆମେ କାହାକୁ କହି ପାରିବା କି ଭାଇ ଠିକ୍ ଅଛି, ଆପଣଙ୍କ ପରିବାର ଅଛି କିନ୍ତୁ ଟିକେ ଦେଶ ପାଇଁ ଚିନ୍ତା କର । ଏଥିପାଇଁ ଏଭଳି ଅନେକ ମହାପୁରୁଷ, କେହି ଜଣେ ନୁହେଁ ବହୁ ମହାପୁରୁଷ ଅଛନ୍ତି, ଯାହାଙ୍କର ଜୀବନୀକୁ ନୂଆ ପିଢୀ ସମ୍ମୁଖରେ ମାନ ସମ୍ମାନର ସହିତ ଆମକୁ ଦେଖାଇବା ଦରକାର । ବହୁତ କମ୍ କଥା ଅଛି ଯାହା ବାହାରକୁ ଆସେ । ଆମ ଦେଶରେ କାହାକୁ ମନେ ରଖିବା ପାଇଁ ଯେତେ କାମ କରିବା ଦରକାର, କିନ୍ତୁ କିଛି ଲୋକ ଏତେ ମହାନ ଥିଲେ, ଏତେ ମହାନ ଥିଲେ, ଯେ ସେମାନଙ୍କୁ ଭୁଲିବା ପାଇଁ ୭୦-୭୦ ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରାଗଲା କିନ୍ତୁ ସଫଳତା ମିଳିଲା ନାହିଁ । ତେଣୁ ସର୍ଦ୍ଦାର ସାହେବଙ୍କ ଜୀବନର କେତୋଟି ଘଟଣା ।

ବେଳେ ବେଳେ ଆମେ ଶୁଣୁଛେ ଯେ, ଶାସନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ । ଆପଣଙ୍କୁ ବହୁତ ଗୁଡିଏ ନାମ ମିଳିଯିବ ଯେଉଁମାନେ ଦାବି କରନ୍ତି କିମ୍ବା ସେମାନଙ୍କ ଅନୁଗତମାନେ ଦାବି କରନ୍ତି ଯେ ମହିଳା ସଂରକ୍ଷଣର ଶ୍ରେୟ ଅମୁକ ଅମୁକଙ୍କୁ ଯାଏ । କିନ୍ତୁ ମୁଁ ଯେତିକି ପଢିଛି, ସେଥିରେ ୧୯୩୦ ମସିହାରେ ଯେତେବେଳେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଅହମ୍ମଦାବାଦ ମ୍ୟୁନିସିପାଲ ପାର୍ଟିର ଅଧ୍ୟକ୍ଷ ଥିଲେ, ସେ ୩୩% ମହିଳା ସଂରକ୍ଷଣର ପ୍ରସ୍ତାବ ଦେଇଥିଲେ । ଏବେ ଯେତେବେଳେ ତାହା ମୁମ୍ବାଇ ପ୍ରେସିଡେନ୍ସିକୁ ଗଲା ସେମାନେ ତାହାକୁ ଅଳିଆ ଡବାରେ ପକାଇ ଦେଲେ । ତାକୁ ମଞ୍ଜୁର ହେବା ପାଇଁ ଦିଆଗଲା ନାହିଁ । ଏହିସବୁ ଜିନିଷ ଜଣେ ଦୂରଦ୍ରଷ୍ଟା ମହାପୁରୁଷ କିଭଳି ଚିନ୍ତା କରନ୍ତି ତାର ଇଏ ଉଦାହରଣ ।

ସର୍ଦ୍ଦାର ସାହେବଙ୍କ ବ୍ୟକ୍ତିତ୍ୱର ଝଲକ୍ ବିଷୟରେ ମହାତ୍ମା ଗାନ୍ଧୀ ଗୋଟିଏ ଲେଖାରେ ଖୁବ୍ ମଜାଦାର ଭାବେ ଲେଖିଛନ୍ତି । ଅହମ୍ମଦାବାଦ ମ୍ୟୁନିସିପାଲ ପାର୍ଟିର ଅଧ୍ୟକ୍ଷ ଥିବାବେଳେ, ତ ସେଠି ଭିକ୍ଟୋରିଆ ଗାର୍ଡେନ ଅଛି । ଆଉ ଏହା ସର୍ଦ୍ଦାର ସାହେବ କିଭଳି ଚିନ୍ତା କରୁଥିଲେ, ସେ ଭିକ୍ଟୋରିଆ ଗାର୍ଡେନରେ ଲୋକମାନ୍ୟ ତିଲକଙ୍କର ପ୍ରତିମା ସ୍ଥାପନ କଲେ । ସେହି ସମୟରେ ଇଂରେଜମାନଙ୍କୁ କିପରି ଲାଗୁଥିବ ତାହା ଆପଣ କଳ୍ପନା କରି ପାରୁଥିବେ । ଆଉ ବୋଧହୁଏ ତାହା ଦେଶରେ ଗୋଟିଏ ମାତ୍ର ଲୋକମାନ୍ୟ ତିଲକଜୀଙ୍କର ପ୍ରତିମା ଯାହା ସିଂହାସନ ଉପରେ ବିରାଜିତ, ସେ କଳ୍ପନା କଲେ ଓ ତିଆରି କଲେ ।

ଦ୍ୱିତୀୟ ବିଶେଷତ୍ୱ ଗାନ୍ଧିଜୀଙ୍କୁ ଏହାର ଲୋକାର୍ପଣ କରିବା ପାଇଁ ଅନୁରୋଧ କଲେ ।

ତୃତୀୟତଃ, ସେ କହିଲେ ଯେ, ମୁଁ ରହିବି ନାହିଁ ଆଉ ଗାନ୍ଧିଜୀ ସେହିଦିନ ନିଜ ଡାଏରୀରେ ଲେଖିଥିଲେ, ସେହି ଉଦ୍ଘାଟନ ସମାରୋହରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନରେ କିଏ ବସିଛି । ତାଙ୍କୁ ଯଦି ଜାଣିବାକୁ ଅଛି ତେବେ ଏହି ନିଷ୍ପତ୍ତିରୁ ଜଣାପଡେ କି କେଉଁ ସର୍ଦ୍ଦାର ବସିଛନ୍ତି । ଶବ୍ଦ ଭିନ୍ନ ଭିନ୍ନ ହୋଇପାରେ, ମୋର ପୁରା ବାକ୍ୟ ମନେ ନାହିଁ, କିନ୍ତୁ ଗାନ୍ଧିଜୀ ନିଜେ ସର୍ଦ୍ଦାର ଅହମ୍ମଦାବାଦ ମ୍ୟୁନିସିପାଲ ପାର୍ଟିରୁ ଆସିଥିଲେ ମାନେ ଅହମ୍ମଦାବାଦରେ ସାହସ ଆସି ଯାଇଥିଲା । ଏହି ପ୍ରକାର ଭାବ ସେ ବ୍ୟକ୍ତ କରିଥିଲେ । ଆମେ ଇତିହାସରୁ ଏହି କଥା ଜାଣୁଛୁ ଯେ, ତାକୁ ସେଠାରେ ଠିକ୍ ଢଙ୍ଗରେ ରଖାଯାଇ ନାହିଁ । କେଉଁ ଦଳର ଇତିହାସକୁ ଦେଖିବା ତ, ତେବେ ମଧ୍ୟ କେଉଁ ପୃଷ୍ଠାକୁ ଖୋଜିବାକୁ ପଡିବ । ଦେଶ ସ୍ୱାଧୀନ ହେଲା । ସେତେବେଳେ ନେତୃତ୍ୱ ଦେବାର ବିଷୟ ଥିଲା । ରାଜ୍ୟଗୁଡିକ ତରଫରୁ ଯେଉଁ ପ୍ରସ୍ତାବ ଥିଲା, ତାହା ବେଶି ସର୍ଦ୍ଦାର ସାହେବଙ୍କ ସପକ୍ଷରେ ଆସିଥିଲା, ପଣ୍ଡିତ ନେହେରୁଙ୍କ ସପକ୍ଷରେ ଆସି ନ ଥିଲା । କିନ୍ତୁ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏପରି ଥିଲା, ତାଙ୍କୁ ଲାଗିଲା ସର୍ଦ୍ଦାର ସାହେବଙ୍କ ବଦଳରେ ଆଉ କିଏ ହେବ ତ, ଭଲ ହେବ । ମାତ୍ର ନେହେରୁଙ୍କୁ ବସାଇବା ପାଇଁ, ବୋଧହୁଏ ମନରେ ଏହା ହିଁ ଥିଲା, ମୁଁ ଜାଣି ନାହିଁ, କିନ୍ତୁ ବୋଧହୁଏ ମୁଁ ମଧ୍ୟ ଗୁଜୁରାଟୀ ଏବଂ ତାଙ୍କୁ ମଧ୍ୟ ଗୁଜୁରାଟରୁ ବସାଇବୁ ତ ଜଣା ନାହିଁ ବେଧହୁଏ.. ।

ଛାଡନ୍ତୁ ଏହା ହେଉଛି ମୋର ସାହିତ୍ୟିକ ଯୁକ୍ତି, ଐତିହାସିକ ପ୍ରମାଣ ତ ନୁହେଁ । ମୁଁ ଥଟ୍ଟାରେ କହୁଛି, କିନ୍ତୁ ଲୋକଙ୍କୁ ଲାଗୁଛି କି ଭାଇ ଦେଖନ୍ତୁ ସର୍ଦ୍ଦାର ସାହେବ କିଭଳି ଥିଲେ । କିଛି ବିଦ୍ରୋହ କଲେ ନାହିଁ, କିଛି ବିପଦ ସୃଷ୍ଟି କଲେ ନାହିଁ, ମ୍ୟୁନିସିପାଲ ପାର୍ଟିର ଅଧ୍ୟକ୍ଷଙ୍କ ମାମଲା ତ ଭାଇ ଆଚ୍ଛା, ମୋ ପଛରେ ୩୦ ଲୋକ ଅଛନ୍ତି ଆସି ଯାଆନ୍ତୁ, ଏହା ହୁଏତ ଆଜ୍ଞା, ଏମିତି କଲେ ନାହିଁ । କିନ୍ତୁ ଏଭଳି କଲେ ନାହିଁ, ଏହି କଥାକୁ ସାମ୍ନାକୁ ଆଣିବାକୁ ସେତେ ଅଧିକ ଜୋର ଦିଆଯାଉ ନାହିଁ, କିନ୍ତୁ ସତ୍ୟକୁ ଅସ୍ୱୀକାର କରି ହେବ ନାହିଁ । କିନ୍ତୁ ସର୍ଦ୍ଦାର ସାହେବ କିଏ, ଏହି କଥାର ସତ୍ୟତା ଆଉ ଏକ ଘଟଣାରୁ ଜଣାପଡେ । ୧ ନଭେମ୍ବର ୧୯୨୬, ଅର୍ଥାତ ଠିକ୍, କାଲି ହେଉଛି ୧ ନଭେମ୍ବର, ୯୦ ବର୍ଷ ପୂର୍ବରୁ । ଯେତେବେଳେ ସର୍ଦ୍ଦାର ସାହେବ ଅହମ୍ମଦାବାଦ ମ୍ୟୁନିସିପାଲ ପାର୍ଟିର ଅଧ୍ୟକ୍ଷ ଥିଲେ ଏବଂ ସ୍ଥାୟୀ କମିଟିର ନିର୍ବାଚନ ଥିଲା । ସମସ୍ତଙ୍କର ଗୋଟିଏ ଅନୁରୋଧ ଥିଲା କି, ଅଧ୍ୟକ୍ଷ ଏବଂ ସ୍ଥାୟୀ କମିଟିର ଅଧ୍ୟକ୍ଷ ଜଣେ ରହିଲେ ଏହି କାରବାର ଚଳାଇବା ସୁବିଧାଜନକ ହେବ । ସମସ୍ତଙ୍କ ଅନୁରୋଧରେ ସର୍ଦ୍ଦାର ସାହେବ ନିର୍ବାଚନରେ ଠିଆ ହେଲେ । ତାଙ୍କ ବିପକ୍ଷରେ ମିଷ୍ଟର ଦୌଲତରାୟ ନାମକ ଜଣେ ବ୍ୟକ୍ତି ଠିଆ ହେଲେ । ଉଭୟଙ୍କୁ ୨୩-୨୩ ଭୋଟ ମିଳିଲା । ସେତେବେଳେ ଅଧ୍ୟକ୍ଷଙ୍କୁ ନିଜ ଭୋଟ ଦେବାକୁ ପଡିଲା । ସିଏ ଥିଲେ ସର୍ଦ୍ଦାର ପଟେଲ । ନିଜେ ପ୍ରାର୍ଥୀ ଥିଲେ ଏବଂ ଭୋଟ ଦେବାକୁ ଥିଲା, ଆଉ ଦେଶ ପାଇଁ ଆଶ୍ଚର୍ଯ୍ୟର କଥା ଯେ ସର୍ଦ୍ଦାର ପଟେଲ ନିଜ ବିପକ୍ଷରେ ଭୋଟ ଦେଇଥିଲେ । ଯେଉଁ କଥା ଦେଶର ସ୍ୱାଧୀନତା ସମୟରେ ମହାତ୍ମା ଗାନ୍ଧୀଙ୍କ ଆଖି ଆଗରେ ହୋଇଥିଲା,ଏହି କଥା ୧ ନଭେମ୍ବର ୧୯୨୬ର । ୯୦ ବର୍ଷ ପୂର୍ବରୁ ଜଣେ ମହାପୁରୁଷ ଯାହା ଉପରେ ସେହି ସମୟରେ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱର ଚାପ ମଧ୍ୟ ପଡି ନ ଥିଲା । ତାଙ୍କ ଆତ୍ମାର ସ୍ୱର କହୁଥିଲା ମତେ ଏହି ମ୍ୟୁନିସିପାଲ ପାର୍ଟି ଚଳାଇବାକୁ ପଡିବ । ନିର୍ଣ୍ଣାୟକ ଭୋଟରେ ବସିବା ଠିକ୍ ହେବ ନାହିଁ । ଠିକ୍ ହେବ ମୁଁ ମୋ ନିଜ ନିର୍ଣ୍ଣାୟକ ଭୋଟ୍ ବିପକ୍ଷକୁ ଦେଇ ଦିଏ ଓ ତାଙ୍କୁ ବସାଇଦିଏ, ସେ ତାଙ୍କୁ ବସାଇଦେଲେ । କ’ଣ ଏହି କଥା ବର୍ତ୍ତମାନର ରାଜନୈତିକ ଜୀବନରେ ପ୍ରତି ଛୋଟ ବଡ଼ ବ୍ୟକ୍ତିଙ୍କୁ ଶିଖିବା ପାଇଁ କାମରେ ଆସିବ ନା ନାହିଁ । ଯଦି ଆସିବ ତେବେ ତାକୁ ସାମ୍ନାକୁ ଆଣିବା ଦରକାର ନା ନାହିଁ । ବାସ୍ ଏତିକି କାମ କରିବା ପାଇଁ ଚେଷ୍ଟା କରୁଛି । ଆପଣମାନେ କଳ୍ପନା କରନ୍ତୁ କେଉଁ ପୁରୁଣା ଇତିହାସ ତ ନୁହେଁ, ୧୯୪୭,୪୮,୪୯ ମସିହାର ସମୟ ।

ଆଜି ସାହେବ କେତେ ବଡ ନେତା ହୁଅନ୍ତୁ, ଗୋଟିଏ ମ୍ୟୁନିସିପାଲ ପାର୍ଟିର ଅଧ୍ୟକ୍ଷଙ୍କୁ କୁହନ୍ତୁ କି ଭାଇ ଠିକ୍ ଅଛି ତୁମ ପାଖରେ ତ ସବୁ ଅଛି, ମାନୁଛି । କିନ୍ତୁ ମୋ ମନ କହୁଛି ତୁମେ ଛାଡି ଦିଅ । ଛାଡିଦେବ କେହି, ତାଙ୍କ ପୈତୃକ ସଂପତ୍ତି ହୋଇଛି କି, ତାଙ୍କ ମା’ ବାପା ପରିଶ୍ରମ କରି ପାଇଛନ୍ତି କି । ଲୋକତନ୍ତ୍ରରେ ଲୋକେ ସୁଯୋଗ ଦେଇଛନ୍ତି, ପାଞ୍ଚ ବର୍ଷ ପାଇଁ ଦେଇଛନ୍ତି, ଏବଂ ଆବଶ୍ୟକ ପଡିଲା ତିନି ବର୍ଷ ପରେ ତୁମେ ଛାଡିଦିଅ । ମତେ କୁହ କିଏ ଛାଡି ଦେବ କି? ଆଉ ଜଣା ନାହିଁ ଛାଡିବ ତ, କ’ଣ କିଛି କରିବ । ଏହି କଥାକୁ ତ ଆମେ ସମସ୍ତେ ଭଲ ଭାବରେ ବୁଝିଛେ, କି କେହି ଛାଡୁ ନାହାନ୍ତି । ଏଠି ମଧ୍ୟ ସାହେବ, ଯଦି କେହି ବଡ଼ ଅତିଥି ଆସି ଯାଆନ୍ତି ଏବଂ ଚେୟାର ଛାଡିବାକୁ ହେବ ତ, ଆମେ ଏମିତି ଦେଖିବୁ, ଏମିତି ଲାଗିବ କି ତାଙ୍କୁ ଜଣା ନାହିଁ ସେ ଆସିଛନ୍ତି ବୋଲି । ଏହା ହେଉଛି ମଣିଷର ମୌଳିକ ସ୍ୱଭାବ, ସାହେବ । ଆମେ ବସ୍, ବିମାନରେ ବୁଲିବାକୁ, କେବେ ବୁଲିବାକୁ ଯାଉ, ଦୂରଯାତ୍ରା କରୁ, ପାଖ ସିଟ୍ ଖାଲି ଅଛି । ଆମେ ନିଜ ବହି ରଖୁ, ମୋବାଇଲ ଫୋନ୍ ରଖୁ ଏବଂ ଜାହାଜ ଛାଡିବାକୁ ପ୍ରସ୍ତୁତ ହେଉଛି, ଛାଡିବାକୁ ଯାଉଛି, ଶେଷରେ ଯଦି କେହି ଯାତ୍ରୀ ଆସିଗଲେ, ସେ ସିଟ୍ ତ ଆମର ନ ଥିଲା, ଖାଲି ଥିଲା, ଏବଂ ଆମେ କିଛି ରଖିଥିଲୁ । ଆମକୁ ସେ ଲୋକ ଏତେ ଖରାପ ଲାଗେ, ବନ୍ଧୁ । ଇଏ କେଉଁଠୁ ଆସିଲା, ସବୁ ଉଠାଇବାକୁ ପଡୁଛି । ମୁଁ ସତ କହୁଛି ନା? କିନ୍ତୁ ଆପଣଙ୍କୁ ପୁରା ଭରସା ଅଛି ଯେ ମୁଁ ଆପଣଙ୍କ କଥା କହୁ ନାହିଁ ।

ମଣିଷର ସ୍ୱଭାବ । କିନ୍ତୁ ଆପଣ କଳ୍ପନା କରନ୍ତୁ କି ଏହି ମହାପୁରୁଷଙ୍କ ବ୍ୟକ୍ତିତ୍ୱ କିପରି ହୋଇଥିବ । ସର୍ଦ୍ଦାର ସାହେବଙ୍କ ଭିତରେ କେଉଁ ଅଗ୍ନିଶିଖା ଥିଲା । ଏମିତି ଏମିତି ରାଜପରିବାର ଗଲେ ଯେଉଁମାନଙ୍କର ପୂର୍ବ ପୁରୁଷ ଖଣ୍ଡାଧାରରେ ମଧ୍ୟ କେବେ ଏହି ସବୁ କ୍ଷମତା ପାଇଥିଲେ, ନିଜ ବାହୁବଳରେ ପାଇଥିଲେ । ନିଜ ପୂର୍ବପୁରୁଷ ବଳିଦାନ ଦେଇଥିଲେ, କିନ୍ତୁ ସର୍ଦ୍ଦାର ସାହେବ କହିଲେ ଭାଇ ସମୟ ବଦଳି ଯାଇଛି, ଦେଶ ଜାଗି ଉଠିଛି ଏବଂ ସେମାନେ କିଛି କ୍ଷଣ ମଧ୍ୟରେ ସ୍ୱାକ୍ଷର କରିଦେଲେ । ପୂର୍ବ ପୁରୁଷଙ୍କ ଶହେ ବର୍ଷ ପୁରୁଣା ରାଜା-ରାଜ ପରିବାର ରାଜଗାଦି ଗୋଟିଏ ଲୋକକୁ ଦେଇଦେଲେ ସାହେବ । କଳ୍ପନା କରନ୍ତୁ ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ମହାନତା କେତେ ବଡ ଥିଲା ।

ମୁଁ ଗୁଜୁରାଟରୁ ଆସିଛି । ଗୁଜୁରାଟରେ କ୍ଷତ୍ରିୟ ଏବଂ ପଟେଲ, ଦୀର୍ଘ ସମୟ ଧରି ଗୋଟିଏ ପ୍ରକାରର ଦୀର୍ଘ ଦିନରୁ ସେଠାରେ ଏକ ପ୍ରକାର ବାକ୍ ଯୁଦ୍ଧର ମାମଲା ଚାଲିଥିଲା । ପଟେଲ, ଚାଷବାସ କରୁଥିବା ଲୋକଙ୍କୁ ଲାଗୁଥିଲା କି ଲୋକ ଆମକୁ ଚପାଇ ରଖୁଛନ୍ତି । ତାଙ୍କୁ ଲାଗୁଥିଲା କି ଏମାନଙ୍କୁ କିଛି ଜଣା ନାହିଁ, ଆମେ ହେଉଛୁ ରାଜା, ଇତ୍ୟାଦି ଇତ୍ୟାଦି ଚାଲୁଥିଲା ସେଠି ଆମ ସମାଜରେ କେତେ ଛୋଟ ବଡ଼ କଥା । ସାହେବ କଳ୍ପନା କରନ୍ତୁ ଜଣେ ପଟେଲର ପୁଅ ଥିଲା, କ୍ଷତ୍ରିୟ ରାଜନେତା, ରାଜ ପୁରୁଷଙ୍କୁ କହୁଛି, ଛାଡି ଦିଅ ଏବଂ ଜଣେ ପଟେଲ ପୁଅର କଥା ମାନି କ୍ଷତ୍ରିୟ ଗାଦି ଛାଡି ଦେଉଥିଲା । ସମାଜରେ ଏହାଠାରୁ ବଡ଼ ଶକ୍ତି ଆଉ କ’ଣ ଅଛି । ଏହା କେତେ ବଡ଼ ଶକ୍ତି । ଆଉ ସେହି ଅର୍ଥରେ ଆମେ ଦେଖିଲେ । ଗୋଟିଏ ଗୋଟିଏ ପକ୍ଷ ସର୍ଦ୍ଦାର ସାହେବଙ୍କ ସାମର୍ଥ୍ୟକୁ ପ୍ରକଟ କରିବାର ପ୍ରୟାସ ।

ଏଠାରେ ଗୋଟିଏ ଡିଜିଟାଲ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି । ଏହା ତ ସଂପୂର୍ଣ୍ଣ ସର୍ଦ୍ଦାର ହୋଇ ପାରିବେ ନାହିଁ । ଆମେ ସବୁ ମିଳିମିଶି ଚେଷ୍ଟା କରିବା ତେବେ ମଧ୍ୟ ସର୍ଦ୍ଦାର ଏତେ ବଡ଼ ଥିଲେ ଯେ କିଛି ନା କିଛି ତ ରହିଯିବ । କିନ୍ତୁ ସମସ୍ତେ ମିଳିମିଶି ଚେଷ୍ଟା କରିଛନ୍ତି । ଆଉ ସଂପୂର୍ଣ୍ଣ ସର୍ଦ୍ଦାରଙ୍କୁ ପାଇବା, ଦେଖିବା, ବୁଝିବାକୁ ଝରକା ଖୋଲିବାର କାମ ଭଳି ଏହି ପ୍ରୟାସ ହୋଇଛି, ମୁଁ ଏତିକି ଦୃଢତାର ସହ କହୁଛି କିନ୍ତୁ ଅଧିକ ନୁହେଁ । ଆଧୁନିକ ବୈଷୟିକ ଜ୍ଞାନର ଭରପୁର୍ ପ୍ରୟାସ କରାଯାଇଛି । ଘଟଣାଗୁଡିକୁ ଜୀବନ୍ତ କରିବା ପାଇଁ ପ୍ରୟାସ କରାଯାଇଛି ଏବଂ ମୂଳ ସନ୍ଦେଶ ଏହା ଯେ ଆଜିର ପିଢୀର ଦାୟିତ୍ୱ ହେଉଛି ‘ଭାରତର ଏକତାକୁ ଶକ୍ତି ଦେବା’ । ଆମେ ସକାଳେ ସନ୍ଧ୍ୟାରେ ଦେଖୁଥିବା, ଏମିତି ଲାଗୁଛି ଯେପରି ଆମେ ସବୁ ଭାଗ ଭାଗ ହେବା ପାଇଁ ରାସ୍ତା ଖୋଜୁଛୁ । ଆମେ ଯେମିତି ବାଇନାକୁଲାର ନେଇ ବସିଛୁ କି, କେଉଁ କୋଣରେ ଭାଗ ଭାଗ ହେବା ଜିନିଷ ମିଳୁଛି ତ ଧରି ପକାଅ, ବନ୍ଧୁ । ଅଲଗା ଅଲଗା ହେବା ଆସ, ବାଣ୍ଟି ନିଅ, ଭାଙ୍ଗିଯାଅ । ବିବିଧତାରେ ପରିପୂର୍ଣ୍ଣ ଏହି ଦେଶ ଏମିତି ଚାଲିପାରିବ ନାହିଁ । ଆମକୁ ପ୍ରଚେଷ୍ଟା ପୂର୍ବକ ଏକତାର ମନ୍ତ୍ରକୁ ନେଇ ବଞ୍ଚିବାକୁ ପଡିବ । ବଞ୍ଚି ରହି ଦେଖାଇବାକୁ ପଡିବ ଏବଂ ଏକ ପ୍ରକାରରେ ତାହା ଆମ ସାଂସ୍କୃତିକ ପରମ୍ପରା ରୂପେ ମନରେ ବସା ବାନ୍ଧିବାକୁ ପଡିବ,ଏବଂ ପିଢୀ ପରେ ପିଢୀ ତାହାକୁ ସେହି ବାର୍ତ୍ତାକୁ ପ୍ରେରଣ କରିବାକୁ ପଡିବ ।

ଆମେ ଏହି ଦେଶକୁ ଭାଗଭାଗ ହେବାକୁ ଦେଇ ପାରିବା ନାହିଁ ଆଉ ତେବେ ଯାଇ ଆମେ ଏମିତି ମହାପୁରୁଷଙ୍କ ଜୀବନୀ, ତାଙ୍କ କଥା ଆମ କାମରେ ଆସିବ । ଇତିହାସ ସାକ୍ଷୀ ଅଛି କି କେଉଁ ସମୟରେ ଅନ୍ତଃବିରୋଧ କାରଣରୁ, ଅହଙ୍କାର କାରଣରୁ, ମୋର–ତୋର ଭାବ କାରଣରୁ ଏ ଦେଶ ସାମର୍ଥ୍ୟବାନ ଥିଲା, ତଥାପି ବିଭାଜିତ ଥିଲା । ଚାଣକ୍ୟ ନାମରେ ଜଣେ ମହାପୁରୁଷ ଥିଲେ ୪୦୦ ବର୍ଷ ତଳେ, ସିଏ ପୁରା ହିନ୍ଦୁସ୍ତାନକୁ ଏକାଠି କରିବା ପାଇଁ ସଫଳ ପ୍ରୟାସ କରିଥିଲେ ଏବଂ ହିନ୍ଦୁସ୍ତାନର ସୀମାକୁ କେତେ ଦୂର ପର୍ଯ୍ୟନ୍ତ ନେଇ ଯାଇଥିଲେ ସେଇ ମହାନୁଭବ । ତାଙ୍କ ପରେ ଥିଲେ ସର୍ଦ୍ଦାର ସାହେବ, ଯିଏ ଏହି କାମ କରିଥିଲେ । ଆମମାନଙ୍କର ଚେଷ୍ଟା ହେବା ଦରକାର । ଆପଣ ଦେଖିଥିବେ ଆମର କେହି ପିଲା ସ୍ପେନିସ୍ ଭାଷା ଶିଖିଥାଏ ତ, ଆମ ଘରକୁ ଯିଏ ଅତିଥି ଆସିଥିବେ ଆମେ ତା ଆଗରେ ନମୂନା ପ୍ରସ୍ତୁତ କରିଥାଉ, ମୋ ପୁଅକୁ ସ୍ପେନିସ୍ ଆସୁଛି, ମୋ ଝିଅକୁ ଫ୍ରେଞ୍ଚ୍ ଆସୁଛି । ଭଲ କଥା ମୁଁ ଏହାକୁ ସମାଲୋଚନା କରୁନାହିଁ । ସମସ୍ତଙ୍କୁ ଲାଗୁଛି ନିଜ କ୍ୟାରିୟର ବା ଭବିଷ୍ୟତ ପାଇଁ ଆବଶ୍ୟକ । କିନ୍ତୁ କେବେ ଏହି କଥାକୁ ନେଇ ଗର୍ବ କରୁନାହୁଁ କି ଆମେ ପଞ୍ଜାବରେ ଜନ୍ମ ହୋଇଥିଲୁ, କିନ୍ତୁ ମୋର ଗୋଟିଏ ପିଲା ଅଛି ଯିଏ ମାଲାୟାଲମ୍ ଭାଷା ବହୁତ ଭଲ କହିପାରେ, ଏହା କହିବା କଥା… ଆମେ ଓଡ଼ିଶାରେ ରହୁଥିଲୁ କିନ୍ତୁ ବହୁତ ଭଲ ମରାଠି କହୁଥିଲୁ, ତାଙ୍କୁ ମରାଠି କବିତା ଆସେ । ଆମର ଗୋଟିଏ ପିଲା ଅଛି ଯିଏ ରେଡ଼ିଓରୁ ସକାଳୁ ସକାଳୁ ରବିନ୍ଦ୍ର ସଙ୍ଗୀତ ଶୁଣିଥାଏ ଏବଂ ତାକୁ ବଙ୍ଗଳା ଗୀତ ବହୁତ ଭଲ ଲାଗିଥାଏ । ରବିନ୍ଦ୍ର ସଙ୍ଗୀତ ତାକୁ ବହୁତ ଭଲ ଲାଗେ, ଏମିତି ମନ କାହିଁକି କରିବ ନାହିଁ, ମୁଁ ପଞ୍ଜାବରେ ରହେ କିନ୍ତୁ କେବେ ଅତିଥି ଆସନ୍ତି ତ କହେ ମତେ ଦୋଶା ତିଆରି କରିବା ଆସେ, ସିଏ ଶିଖି ଯାଇଛନ୍ତି । ମୁଁ କେରଳ ଯାଏ ତ, କିଏ କହେ ମୋଦିଜୀ ଆପଣ ଆସିଛନ୍ତି ଚାଲନ୍ତୁ ଢୋକ୍ଲା ଖୁଆଇ ଦେଉଛି । ଏହି ସବୁ ଜିନିଷରେ ତ, ଆମର ଅଳ୍ପ-ବହୁତ ଅନ୍ତରର ସଂପର୍କ ବଢିଥାଏ । କିନ୍ତୁ ପ୍ରଚେଷ୍ଟା ପୂର୍ବକ ଆମକୁ ଆମ ଦେଶକୁ ଜାଣିବା ଦରକାର, ବଞ୍ଚିବା ଦରକାର । ଆମ ନିଜକୁ ବିସ୍ତାର କରିବା ଦରକାର । ମୁଁ ଯଦିଓ କେଉଁ ଗୋଟିଏ ରାଜ୍ୟରେ ଜନ୍ମ ନେଇଛି, ଗୋଟିଏ ଭାଷାରେ ବଢିଛି-ପଢିଛି, କିନ୍ତୁ ଇଏ ହେଉଛି ମୋ ଦେଶ, ସବୁକିଛି ମୋର । ମୋତେ ତା’ ସହିତ ଯୋଡି ହେବା ଦରକାର । ଏହା ଗୌରବର ଭାବ, ଆମକୁ ଏକତାର ମନ୍ତ୍ରରେ ଜୀଇଁବା ପାଇଁ ରାସ୍ତା ଦେଖାଉଛି ।

ଆମ ଦେଶରେ ଏହି କଥାକୁ ନେଇ ବଡ଼ ଝଗଡା ହେଲା କି ହିନ୍ଦୀ ଭାଷାକୁ ମାନିବା ନା ମାନିବା ନାହିଁ, କିନ୍ତୁ ଯଦି ଆମେ ଯତ୍ନର ସହ କୌଶଳକ୍ରମେ ସବୁ ଭାଷାକୁ ନିଜ ଭିତରେ ଜଡାଇ ରଖିବା ତ, ଏହି ସଂଘର୍ଷ ପାଇଁ କୌଣସି ସୁଯୋଗ ନାହିଁ, ଆଜ୍ଞା । ଆପଣ ଦେଖନ୍ତୁ କେବେ-କେବେ କେଉଁ ଶବ୍ଦ, ଆମକୁ ଧ୍ୟାନ ନଥାଏ ତ ଇଂରାଜୀ ଶବ୍ଦ ବ୍ୟବହାର କରିଥାଉ । ନିଜ ଭାଷାରେ ବୁଝିପାରୁ ନାହିଁ ତ, ଆମେ ବଡ ସହଜରେ ଇଂରାଜୀ ଶବ୍ଦ କହିଦେଇ ଥାଉ । କିନ୍ତୁ କେବେ କେମିତି ଧ୍ୟାନ ଆସିଥାଏ କି, ମୋ ଭାଷାରେ ଭଲ ଶବ୍ଦ ନାହିଁ ତ, ମୁଁ ଇଂରାଜୀର ସହାୟତା ନେଇ ଥାଏ, କିନ୍ତୁ ଯଦି ମରାଠି ଭାଷା ଦେଖିବା, ବଙ୍ଗଳା ଭାଷା ଦେଖିବା, ତାମିଲ ଦେଖିବା ତ, ଏଥିପାଇଁ ସେମାନେ ବଢିଆ ଶବ୍ଦ ଖୋଜି କରି ବାହାର କରିଥାନ୍ତି । ମୁଁ କାହିଁକି ତାକୁ ନ ଆପଣେଇବି । ମୁଁ ସହଜରେ ମୋ ଦେଶର କେଉଁ ଭାଷାର ଭଲ ଶବ୍ଦ ଅଛି ତ, ତାକୁ ଗ୍ରହଣ କରିବି, କ’ଣ ପାଇଁ ନ କରିବି । କିନ୍ତୁ ଏହା ମତେ ଜଣା ନାହିଁ କି, ସେହି ଅଜ୍ଞାନରୁ ମତେ ମୁକ୍ତି ମିଳିବା ଆବଶ୍ୟକ, ନିଜକୁ ଜାଣିବା ଦରକାର ।

ଏହା ଏକ ଛୋଟ ପ୍ରୟାସ । ଏଥିରୁ ଖୋଜାଖୋଜି କରି ୧୦୦ବାକ୍ୟ ବାହାର କରନ୍ତୁ । କେମିତି ହେବ, ପାଖରେ ଭଲ ଖାଦ୍ୟ କେଉଁଠି ମିଳେ, ଏଇ ସହରର ଜନସଂଖ୍ୟା କେତେ, ଅଟୋରିକ୍ସା ଷ୍ଟାଣ୍ଡ କେଉଁଠି, ଛୋଟ ଛୋଟ ପଶ୍ନ । ମତେ ରୋଗ ହେବା ଭଳି ଲାଗୁଛି, ନିକଟରେ କେଉଁଠି ଡାକ୍ତର ମିଳିବେ କି,ଏମିତି ଛୋଟ ଛୋଟ ବାକ୍ୟ । ପ୍ରତି ଭାଷାରେ ଏହି ବାକ୍ୟ ଉପଲବ୍ଧ ହେଉଛି । ଯେଉଁ ଦିନ ଲୋକଙ୍କ ହାତରେ, ଅନ୍-ଲାଇନରେ ମଧ୍ୟ ଉପଲବ୍ଧ ହେଉଛି । ତାଙ୍କୁ ଲାଗିବ ଆଛା ଭାଇ ଆମେ କେରଳ ଯାଉଛୁ, ଚାଲନ୍ତୁ ଏହି ୧୦୦ ବାକ୍ୟ ନେଇ ଯିବା କିଛି ଅସୁବିଧା ହେବ ନାହିଁ,ଏହା ମାଧ୍ୟମରେ କଥା ହୋଇଯିବା, ମିଳି ଯିବ । ଆମ ନିଜର ପରମ୍ପରା ଏକ ଭାରତ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଏହି କାର୍ଯ୍ୟକ୍ରମକୁ ଆଜି ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭାରମ୍ଭ କରୁଛୁ ଏବଂ ଆରମ୍ଭରୁ ଏହା ପ୍ରୟାସ ଯେ, ଆପଣ ଦେଖିଥିବେ ଦେଶରେ ଯେ କେହି ବିଶ୍ୱ ସ୍ତରର ହେବାପାଇଁ, ଆବଶ୍ୟକତା ମଧ୍ୟ ରହିଛି ମୁଁ ଏହାର ବିରୋଧୀ ନୁହେଁ ।

ଗୋଟିଏ ରାଜ୍ୟ ଋଷର ଗୋଟିଏ ରାଜ୍ୟ ସହିତ ଯୋଡି ହୋଇଯିବ, ଗୋଟିଏ ସହର ଆମେରିକାର ଗୋଟିଏ ସହର ସହିତ ଯୋଡି ହୋଇଯିବ । କିନ୍ତୁ ମୋ ନିଜ ଦେଶରେ କେଉଁ ସହର ସହିତ ଯୋଡି ହେବା, ମୁଁ ନିଜ ଦେଶରେ କେଉଁ ରାଜ୍ୟ ସହିତ ଯୋଡି ହେବି, ମୁଁ ନିଜ ଦେଶରେ କେଉଁ ବିଶ୍ୱବିଦ୍ୟାଳୟ ସହିତ ଯୋଡି ହେବି, ଏହି କଥା ଆମେ କାହିଁକି କରୁ ନାହୁଁ । ଏହି ସହଜ କଥା ଯାହା ଶକ୍ତି ବଢାଏ । ଆଜି ଯେଉଁ ଛଅଟି ରାଜ୍ୟ ଅନ୍ୟ ରାଜ୍ୟ ସହିତ ବୁଝାମଣା କରିଛନ୍ତି, ତା’ର ଅର୍ଥ ହେଉଛି କି ଗୋଟିଏ ବର୍ଷ ମଧ୍ୟରେ ଏହି ରାଜ୍ୟ ସେହି ରାଜ୍ୟ ସହିତ ଭିନ୍ନ ଭିନ୍ନ ପ୍ରକାର ଏପରି କାର୍ଯ୍ୟ କରିବେ, ଫଳରେ ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝିପାରବେ, ସହଯୋଗ କରିବେ ଏବଂ ବିକାଶ ଯାତ୍ରାରେ ସହଯାତ୍ରୀ ହେବେ । କାର୍ଯ୍ୟକ୍ରମର ସ୍ୱରୂପକୁ ବହୁତ ବଡ଼ ବୋଝ ଉଠାଇବା ଭଳି କରିବା ଦରକାର ନାହିଁ ହାଲ୍କା ଫୁଲ୍କା ହେବ । ଧରିନିଅନ୍ତୁ କେରଳ- ମହାରାଷ୍ଟ୍ର ସହିତ ବୁଝାମଣା କରିଛି । କିମ୍ବା ଓଡ଼ିଶା ଏବଂ ମହାରାଷ୍ଟ୍ର ସହିତ ବୁଝାମଣା ହୋଇଛି ବୋଧହୁଏ, କ’ଣ ଆମେ ୨୦୭୦ରେ ମହାରାଷ୍ଟ୍ରର ସ୍କୁଲ ଏବଂ କଲେଜରୁ ଯେଉଁ ପର୍ଯ୍ୟଟକ ଯିବେ, ତାଙ୍କୁ କହିବା କି ଭାଇ ୨୦୭୦ରେ ଆପଣ ନିଶ୍ଚୟ ଓଡ଼ିଶା ଯାଆନ୍ତୁ । ଓଡ଼ିଶାରୁ ଯେଉଁମାନେ ଯିବେ ୨୦୭୦ରେ ବୁଲିବା ପାଇଁ ଯିବେ, ବୁଲିବା ପାଇଁ ତ, ଯାଆନ୍ତି ନା । ଆପଣ ଏଥର ମହାରାଷ୍ଟ୍ର ଯାଆନ୍ତୁ, ପୁଣି ଏହା ମଧ୍ୟ ସ୍ଥିର କରି ପାରନ୍ତି କି, ଏହି ବିଶ୍ୱବିଦ୍ୟାଳୟ ସେହି ଜିଲ୍ଲାକୁ ଯାଉଛି ତ, ସେହି ବିଶ୍ୱବିଦ୍ୟାଳୟ ଏହି ଜିଲ୍ଲାକୁ ଯିବ,ଏମିତି ଯୋଡି ପାରିବା ।

ପ୍ରଥମେ ଯାଉଥିଲେ ଧର୍ମଶାଳା କିମ୍ବା ହୋଟେଲରେ ରହୁଥିଲେ, ଏଥର ସ୍ଥିର କରିବେ କି ନାହିଁ ଏଇ ଯୋଜନା ଅନୁସାରେ ଆସିଛୁ, ୧୦୦ ଛାତ୍ର ଆସିଛନ୍ତି । ଆମ କଲେଜର ଏହି ୧୦୦ ଛାତ୍ରଙ୍କ ଘରେ ଆପଣଙ୍କର ୧୦୦ ଲୋକ ରହିବେ । ୧୦୦ ପରିବାର । ଆଉ ଯଦି ଘରେ ରହିବେ ତ, ସକାଳେ କେମିତି ଉଠନ୍ତି, କେମିତି ପୂଜା କରନ୍ତି, କେମିତି ଖାଦ୍ୟ ଖାଆନ୍ତି, କେଉଁ ପ୍ରକାରର ଖାଦ୍ୟ ହୋଇଛି, ମା-ବାପାଙ୍କ ସହିତ କିପରି ବ୍ୟବହାର ସବୁ କିଛିକୁ ନିଜ ସହିତ ମିଶାଇ ଚଳି ଯିବେ । ଏବେ ସମସ୍ତଙ୍କ ପାଇଁ ଖର୍ଚ୍ଚ ମଧ୍ୟ କମିଯିବ,ବୁଲିବା ବାବଦରେ । ଖର୍ଚ୍ଚ କଥା ମୋ ମନରେ ଟିକେ ଶିଘ୍ର ଆସିଥାଏ ।

ଏବେ ମତେ କୁହନ୍ତୁ । ଏବେ ଏହି ଦିନମାନଙ୍କରେ ମୁଁ ଦେଖିଛି କି ପୁରା ଦେଶରେ ଦେଶ ଭକ୍ତିର ଏକ ଭାବ ତୀବ୍ର ରୂପରେ ବଢିଛି । ଯିଏ କେହି ଦୀପାବଳୀର ଦୀପ ଜାଳୁଛି କିନ୍ତୁ ସେଥିରେ ତାକୁ ଦେଶର ଜବାନ ଦିଶୁଛି । ଦେଶର ଜବାନମାନେ ଦେଇଥିବା ପ୍ରାଣବଳୀ ଦେଖିଥାଏ ଏବଂ ଦେଶପ୍ରେମର ଭାବ ଉତ୍ପନ୍ନ ହୋଇଛି । କ’ଣ ଆମେ ପାଞ୍ଚଟି ଭଲ ଗୀତ । ଏବେ ମହାରାଷ୍ଟ୍ରର ଲୋକ ସ୍କୁଲରେ ଗୋଟିଏ ବର୍ଷରେ ପାଞ୍ଚଟି ଗୀତ ଓଡ଼ିଆ ଭାଷାରେ ଗାଇବା ଅରମ୍ଭ କରିବେ, ଏବଂ ଓଡ଼ିଆ ଭାଷା ପଢୁଥିବା, ଓଡ଼ିଶା ଲୋକ ପାଞ୍ଚଟି ମରାଠୀ ଗୀତ ଗାଇବା ଆରମ୍ଭ କରିବେ, ଯେତେବେଳେ ଭେଟ ହେବେ ତ କେମିତି ଭାବ ଜାଗ୍ରତ ହେବ ଆପଣ ନିଜେ ହିଁ କୁହନ୍ତୁ । ଆମର ଏକ ଲୋକକଥା ଅଛି କି କେଉଁ ଭାଷାରେ ଆମେ କହୁଥିବା କିନ୍ତୁ ଆପଣ ଦେଖିଥିବେ ଆମ ଲୋକକଥାର ଯେଉଁ ମୁଖ୍ୟ ସୂତ୍ର ହେଉଛି ତାହା ଅତି ସାଧାରଣ । ଶବ୍ଦ ଭିନ୍ନ ହେବ, ଅଭିବ୍ୟକ୍ତି ମଧ୍ୟ ଭିନ୍ନ ହେବ, କିନ୍ତୁ ଯେତେବେଳେ ଶୁଣିବେ ଓ ଅର୍ଥ ବୁଝିବେ ତେବେ ଜଣା ପଡିବ, ଆଚ୍ଛା ଏହି କଥା, ଆମ ହରିଆଣୱୀରେ ରହିଛି ବନ୍ଧୁ, ଆମେ ମଧ୍ୟ କେବେ କେବେ କହିଥାଉ । ଏହାର ଅର୍ଥ ହେଉଛି କି ଆମକୁ ଯୋଡିବାର ଶକ୍ତି ତ ପଡି ରହିଛି । ଥରେ ଜଣା ପଡିଯାଏ ହଁ ବନ୍ଧୁ ତୁମେ ମଧ୍ୟ ସେହି କଥା କହୁଛ, ଯାହା ମୁଁ କହୁଛି । ଅର୍ଥାତ ତୁମେ ଏବଂ ମୁଁ ଭାଷା ଅଲଗା କିନ୍ତୁ ଅଲଗା ନୁହେଁ । ପୋଷାକ ଭିନ୍ନ କିନ୍ତୁ ଭିନ୍ନ ନୁହେଁ, ଖାଦ୍ୟ ପେୟ ଭିନ୍ନ କିନ୍ତୁ ଅଲଗା ନୁହେଁ । ଅମେ ଏକ ଅଟୁ, ଏହି ଭାବ ଆପଣା ଛାଏଁ ସୃଷ୍ଟି ହେବ ।

ଦେଶରେ ଭାଗ ଭାଗ ହେବା ପାଇଁ ବହୁତ ରାସ୍ତା ଖୋଜାଯାଇଛି, ଏକତା ପାଇଁ ତ ଆମେ ମାନ୍ୟତାକୁ ଗ୍ରହଣ କରିବା ଭାବକୁ ମାନି ନେଇଛୁ ଏବଂ ସେଇଥିପାଇଁ ଭାଗ ଭାଗ ହେବା କଥା କି କ୍ଷତି ଆଣୁଛି ତା ଉପରେ ଆମର ଧ୍ୟାନ ଯାଇନାହିଁ । ୫୦ ବର୍ଷ ମଧ୍ୟରେ ଆମେ ନିଜ ଭିତରେ ଏତେସବୁ ଖରାପ କଥାକୁ ପ୍ରବେଶ କରାଇ ଦେଇଛୁ କି ତାହା ଯେ ଖରାପ, ତାହା ମଧ୍ୟ ଜଣାପଡୁ ନାହିଁ । ଏପରି ଗଭୀର ଭାବରେ ପଶିଯାଇଛି । ତେବେ ଯାଇ ଆମେ ପ୍ରଚେଷ୍ଟା ପୂର୍ବକ ଏକତାର ଯେତେସବୁ ମାଧ୍ୟମ ଅଛି, ତାକୁ ଧରିବାକୁ ହେବ, ଏବଂ ମୁଁ ଏହାକୁ ଖାଲି ସ୍କୁଲ, କଲେଜ ମଧ୍ୟରେ ସିମୀତ ରଖିବାକୁ ଚାହୁଁ ନାହିଁ । ଧରି ନିଅନ୍ତୁ ଓଡ଼ିଶାର କୃଷକ ମାଛଚାଷ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଛୋଟ ଛୋଟ ପୋଖରୀରେ ମଧ୍ୟ ଭଲ ମାଛ ଉତ୍ପାଦନ କରୁଛନ୍ତି । ଭଲ ବଜାର ମିଳୁଛି । ତ ମହାରାଷ୍ଟ୍ରରେ ମଧ୍ୟ ଛୋଟ ଛୋଟ ପୋଖରୀରେ ମାଛ ଉତ୍ପାଦନ କରୁଥିବା ଲୋକଙ୍କୁ ଆସି ଶିଖାଇ ପାରିବେ । ମହାରାଷ୍ଟ୍ରର ଲୋକ ଓଡ଼ିଶାକୁ ଯାଇ ଭଲ ମାଛ, ଅଧିକ ମାଛ କିପରି ଉତ୍ପାଦନ କରାଯାଇ ପାରିବ ଶିଖି ପାରିବେ, ଶିଖାଇ ପାରିବେ । ଆର୍ଥିକ ଦୃଷ୍ଟିରୁ ଲାଭ ଦାୟକ ହେବ । ଧରି ନିଅନ୍ତୁ ତାହା ତାଙ୍କର ଚାଷ ପଦ୍ଧତି, ଧାନ ଚାଷ କରିବାର ତାଙ୍କ ପ୍ରଣାଳୀ । ସେଠାରେ ଅଧିକ ପାଣି ଅଛି, ଏଠାରେ ଧାନ ଚାଷ କରିବାରେ ଅସୁବିଧା ହେଉଛି, କି କ’ଣ ତାଙ୍କୁ କମ୍ ପାଣିରେ ଧାନ ଚାଷ କରିବା ଶିଖାଯିବା ଦରକାର ଏବଂ ତାଙ୍କୁ ଅଧିକ ଉତ୍ପାଦନ ହେଉ ଏହା କ’ଣ କୃଷକମାନଙ୍କୁ ଦେଖାଇବାକୁ ପଡିବ । କୃଷି ବିପ୍ଳବର ଏହା କାରଣ ହୋଇପାରିବ କି ହୋଇପାରିବ ନାହିଁ । କୌଣସି ବିଶ୍ୱବିଦ୍ୟାଳୟର ସାହାଯ୍ୟ ବିନା ଦୁଇଟି କ୍ଷେତ୍ରର କୃଷକ ନିଜ ଅନୁଭବକୁ ବାଣ୍ଟି ନୂଆ କଥା ଦୁନିଆକୁ ଦେଇ ପାରିବେ ।

ଫିଲ୍ମ ଗୁଡିକ ଆଜି ତ ଡବିଙ୍ଗ୍ ହୋଇ ପାରୁଛି, କିଛି ଅଧିକ ଖର୍ଚ୍ଚ ମଧ୍ୟ ହେଉ ନାହିଁ । ଧରି ନିଅନ୍ତୁ ଯଦି ମହାରାଷ୍ଟ୍ର, ଓଡ଼ିଆ ଫିଲ୍ମଗୁଡିକର ଉତ୍ସବ ଆୟୋଜନ କରେ । ବଲିଉଡ ଲୋକଙ୍କୁ ଅସୁବିଧା ହେବ ନାହିଁ, କିନ୍ତୁ ଆୟୋଜନ କରନ୍ତୁ । ମୁମ୍ବାଇରେ କରନ୍ତୁ ନାହିଁ, ଆଉ କେଉଁଠି କରନ୍ତୁ । ଧରନ୍ତୁ ଓଡ଼ିଶା ଲୋକ ମରାଠି ଫିଲ୍ମ ଉତ୍ସବ ଆୟୋଜନ କରନ୍ତି । ଭାଷାକୁ ସହଜରେ ବୁଝି ହେବ । କେବେ ଓଡ଼ିଶା ଏବଂ ମହାରାଷ୍ଟ୍ରର ସମସ୍ତ ବିଧାୟକଙ୍କର ମଳିତ ସମ୍ମିଳନୀ ହୋଇପାରିବ କି? ଆଉ କେବଳ ଦୁଇ ରାଜ୍ୟର ଭଲ କଥା ବିଷୟରେ ଚର୍ଚ୍ଚା ହେଉ । ଓଡ଼ିଶାର ବିରୋଧୀ ଦଳଙ୍କୁ ମଧ୍ୟ କେବଳ ଭଲ କଥା ବିଷୟରେ କହିବାକୁ ପଡିବ । ମହାରାଷ୍ଟ୍ରର ବିରୋଧୀ ଦଳଙ୍କୁ ମଧ୍ୟ କେବଳ ଭଲ କଥା କହିବାକୁ ପଡିବ । ସମସ୍ତେ ମିଳିମିଶି କେବଳ ଭଲ ବିଷୟରେ କଥା ହେବେ ତ ଭଲ ବାଟରେ ଯିବା ପାଇଁ ରାସ୍ତା ଖୋଲିଯିବ ।

ମୋର କହିବାର ତାତ୍ପର୍ଯ୍ୟ ଏହା ଯେ, ଆମ ଦେଶରେ ଜଣେ ଜଣଙ୍କ ଠାରୁ ଶିଖିବା, ପାଇବା, ବୁଝିବା ଆଦି ବହୁତ କଥା ରହିଛି । ଆମର ଜ୍ଞାନ, ଆମର ଅନଭିଜ୍ଞତା ଏହା ଆମର ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଛି । ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଏକ ଜନ ଆନ୍ଦୋଳନରେ ପରିବର୍ତ୍ତନ କରିବାର ଅଛି । ବିଶେଷ ଭାବରେ ପରିବର୍ତ୍ତନ କରିବାର ଅଛି । ଆଜି ସର୍ଦ୍ଦାର ସାହେବଙ୍କ ଜୟନ୍ତୀରେ ଏହି ମହାଅଭିଯାନ ମଧ୍ୟ ଆରମ୍ଭ ହେଉଛି । କେବଳ ଖାଲି ଯୋଡିବା ପାଇଁ ହୋଇଛି ଏବଂ ଯୋଡିବା ପାଇଁ କେଉଁ ନୂଆ ଏକତାର ଇଞ୍ଜେକସନ୍ ଦେବାକୁ ପଡିବ ନାହିଁ । ପାଉଁଶ ଲାଗିଯାଇଛି କେବଳ ତାକୁ ବାହାର କରି ଅଗ୍ନିକୁ ପ୍ରଜ୍ୱଳିତ କରିବାକୁ ପଡିବ, କେଉଁ ଚେତନାକୁ ପ୍ରଜ୍ୱଳିତ କରିବାକୁ ପଡିବ । ସେହି କଥାକୁ ନେଇ ମୁଁ ବିଶେଷ କରି ଆପଣମାନଙ୍କୁ ଅନୁରୋଧ କରିବି କି, ଆପଣମାନେ ନିଶ୍ଚିତ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଶ୍ଚିତ ପ୍ରଦର୍ଶନୀ ଦେଖିକରି ଯାଆନ୍ତୁ ଏବଂ ଅନ୍ୟମାନଙ୍କୁ ଦେଖିବା ପାଇଁ ପଠାନ୍ତୁ । ଆଉ ଏହି ପ୍ରଦର୍ଶନୀ କେବଳ ବିଦ୍ୟାର୍ଥୀ ଦେଖନ୍ତୁ ତାହା ନୁହେଁ । ସମାଜର ପ୍ରତିଷ୍ଠିତ ଲୋକ ପରିବାର ସହିତ ଆସିବା ପାଇଁ ଅଭ୍ୟାସ କରନ୍ତୁ, ତାଙ୍କୁ ଜଣାପଡୁ କିଏ ଥିଲେ ଏହି ମହାପୁରୁଷ, କ’ଣ କ’ଣ କରିଥିଲେ । ଆଉ ଯେଉଁ ଭଳି ଜୀବନ ଜୀଇଁ କରି ଯାଇଛନ୍ତି, ତା’ଠାରୁ ବଡ଼ ପ୍ରେରଣା କିଛି ନାହିଁ । ମୋର ବିଶ୍ୱାସ ଯେ ଏହି ପ୍ରୟାସ ନା କେବଳ ସର୍ଦ୍ଦାର ସାହେବଙ୍କୁ କେବଳ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତା’ ନୁହେଁ ବରଂ ସର୍ଦ୍ଦାର ସାହେବ ଆମକୁ ଯେଉଁ ରାସ୍ତା ଦେଖାଇଛନ୍ତି ସେହି ରାସ୍ତାରେ ଚାଲିବା ପାଇଁ ଏକ ପ୍ରାମାଣିକ ପ୍ରୟାସ ।

ମୁଁ ପୁଣି ଥରେ ପାର୍ଥସାରଥୀ ଜୀ, ତାଙ୍କ ପୁରା ଟିମ୍ କୁ ଏହି ଭଗୀରଥ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି । ଆଜି ଆପଣ ଯେମିତି ଏକ ସଂଗ୍ରହାଳୟ ଦେଖୁଛନ୍ତି, ମୁଁ ଏକ ପ୍ରୟାସ ଆରମ୍ଭ କରିଛି, ସ୍ୱାଧୀନତା ଆନ୍ଦୋଳନର କଥା । ସତରେ ମୁଁ କହୁଛି ଆମେ ଦେଶର ନାଗରିକମାନଙ୍କ ସହିତ ବହୁତ ଅନ୍ୟାୟ କରିଛୁ । ସ୍ୱାଧୀନତା ଆନ୍ଦୋଳନ ନେତା ମାନଙ୍କର ଆନ୍ଦୋଳନ ନ ଥିଲା, ଆଜ୍ଞା । ସ୍ୱାଧୀନତା ଆନ୍ଦୋଳନ ସାଧାରଣ ଜନତାଙ୍କର ଆନ୍ଦୋଳନ ଥିଲା । ବହୁତ କମ୍ ଲୋକଙ୍କୁ ଜଣାଥିବ କି ୧୮୫୭ରେ ଏହି ଦେଶର ଆଦିବାସୀ ବିର୍ସା ମୁଣ୍ଡାଙ୍କ ସମେତ ଯେତେ ବଳିଦାନ ଏହି ଦେଶର ଆଦିବାସୀମାନେ ଦେଇଛନ୍ତି ଆମେ କଳ୍ପନା କରି ପାରିବା ନାହିଁ । କିନ୍ତୁ ନା ଆମମାନଙ୍କୁ କାହାକୁ ପଢା ଯାଇଛି ନା କାହାକୁ ଜଣା ଅଛି । ଆମେ ଚିନ୍ତା କରିଛୁ ପ୍ରଥମେ ପ୍ରତ୍ୟେକ ରାଜ୍ୟରେ ଯେଉଁଠି ଆଦିବାସୀ ଜନସଂଖ୍ୟା ଏବଂ ଆଦିବାସୀମାନଙ୍କୁ ନେଇ ଘଟଣାମାନ ଘଟିଛ, ଏକ ଭର୍ଚୁଆଲ Museum ସଂଗ୍ରହାଳୟ ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କର ଯୋଗଦାନ, ତାହାରି ଉପରେ ନିର୍ମାଣ କରିବୁ । ଏହି ଦେଶର ଲୋକମାନେ ଆମକୁ ଏତେ କିଛି ଦେଇଛନ୍ତି । ଆମେ ସେହି କଥାକୁ ଜାଣିବାର ପ୍ରୟାସ କରିବା । ଧୀରେ ଧୀରେ ମୁଁ ଏହି ସବୁ ଜିନିଷକୁ ଆଗକୁ ବଢାଇବା ପାଇଁ ଚାହୁଁଛି, ଆଉ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ ଯୋଗୁଁ ଏହା ସବୁ କମ୍ ଖର୍ଚ୍ଚରେ ହୋଇ ପାରୁଛି, ଛୋଟ ଜାଗାରେ ହୋଇ ପାରୁଛି । ଆଉ ଆସୁଥିବା ବ୍ୟକ୍ତି ନିଜ ସୀମିତ ସମୟରେ ମଧ୍ୟ ବହୁତ କିଛି ବିଷୟରେ ଭଲ ଭାବରେ ଅନୁଭବ କରିପାରିବ । ୩-ଡି ହୋଇଥିବାରୁ ଆହୁରି ଅଧିକ ଲାଭ ନେଇ ପାରିବେ । ଭାବ ବିନିମୟ ହେଉଥିବାରୁ ପିଲାମାନଙ୍କ ପାଇଁ ମଧ୍ୟ ତାହା ଶିକ୍ଷାର କାରଣ ହୋଇପାରିବ । ଏହି ‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ମୋର ଏହା କଳ୍ପନା ରହିଛି କି ରାଜ୍ୟ ସମ୍ବଦ୍ଧରେ ଅତି କମ୍ ରେ ୫୦୦୦ ପ୍ରଶ୍ନର ଏକ ଡ଼ାଟା ବ୍ୟାଙ୍କ ତିଆରି ହେଉ । ରାଜ୍ୟ ସମ୍ବନ୍ଧରେ ସେଠାରେ ପ୍ରଶ୍ନ ରହୁ, ସେଥିରେ ଉତ୍ତର ମଧ୍ୟ ରହୁ, ଅନ୍-ଲାଇନରେ ଉପଲବ୍ଧ ହେଉ, କି ଭାଇ କିଏ ଥିଲେ ରାଜ୍ୟର ସର୍ବ ପ୍ରଥମ ହକି ଖେଳାଳୀ, କିଏ ଥିଲେ ରାଜ୍ୟର ସର୍ବ ପ୍ରଥମ କବାଡି ଖେଳାଳୀ, କିଏ କିଏ ଜାତୀୟ ଖେଳାଳୀ ଥିଲେ? କେଉଁ ଭବନ କିଏ ତେକେବେଳେ ନିର୍ମାଣ କରିଥିଲେ । ଛତ୍ରପତି ଶିବାଜୀ ମହାରାଜ କେଉଁଠି ରହୁଥିଲେ କି? ସବୁ ଇତିହାସ ରହିବ, ଲୋକ କଥାମାନ ରହୁ, ୫୦୦୦ ପ୍ରଶ୍ନର ବ୍ୟାଙ୍କ । ପୁଣି ତାହାର କୁଇଜ୍ ପ୍ରତିଯୋଗିତା କରିବା, ରାଜ୍ୟରେ ମଧ୍ୟ ହେଉ । ଏବେ ମାନି ନିଅନ୍ତୁ ମହାରାଷ୍ଟ୍ରର ୫୦୦୦ ପ୍ରଶ୍ନର କୁଇଜ୍ ବ୍ୟାଙ୍କ, ଓଡ଼ିଶାର ୫୦୦୦ ପ୍ରଶ୍ନର କୁଇଜ୍ ବ୍ୟାଙ୍କ ଅଛି । ମହାରାଷ୍ଟ୍ରର ପିଲାମାନେ ଓଡ଼ିଶାର କୁଇଜ୍ ପ୍ରତିଯୋଗିତାରେ ଆସିବେ, ଓଡ଼ିଶାର ପିଲାମାନେ ମହାରାଷ୍ଟ୍ରର କୁଇଜ୍ ପ୍ରତିଯୋଗିତାରେ ଭାଗନେବେ । ମନକୁ ମନ ଦୁଇ ରାଜ୍ୟର ପିଲାମାନେ ଓଡ଼ିଶାକୁ ଜାଣିପାରିବେ, ମହାରାଷ୍ଟ୍ରକୁ ମଧ୍ୟ ଜାଣିପାରିବେ । ଏହା ପୁରା ଦେଶରେ ଲକ୍ଷ ଲକ୍ଷ ପ୍ରଶ୍ନର ବ୍ୟାଙ୍କ ହୋଇପାରିବ, ଯାହା ସହଜରେ ମଧ୍ୟ ହୋଇପାରିବ । ଯାହା ଶ୍ରେଣୀ ଗୃହରେ ପଢାଯାଇ ପାରେ ନାହିଁ ତାହା ପାଇ ପାରିବେ । ତାହାଲେ ଏକ ବଡ଼ ବ୍ୟାପକ ରୂପରେ, ଆଉ ଯେଉଁଥିରେ ଡିଜିଟାଲ ୱାର୍ଲ୍ଡର ଅଧିକ ପ୍ରୟୋଗ କରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଚଳାଇବାର ପ୍ରୟାସ ହେବ ।

ମୁଁ ପୁଣି ଥରେ ଏହି ପ୍ରୟାସ କରୁଥିବା ଲୋକମାନଙ୍କୁ ସାଧୁବାଦ ଜଣାଉଛି । ସର୍ଦ୍ଦାର ସାହେବଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି, ପୁଷ୍ପାଞ୍ଜଳି ଦେଉଛି ଆଉ ଦେଶର ଏକତା ପାଇଁ କାମ କରିବାକୁ ଦେଶବାସୀଙ୍କୁ ପ୍ରାର୍ଥନା କରୁଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's sugar output rises 10.5% to 26.21 MT in 2025-26 season: ISMA

Media Coverage

India's sugar output rises 10.5% to 26.21 MT in 2025-26 season: ISMA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares a Sanskrit Subhashitam highlights the significance of bravery and courage in influencing the world
March 18, 2026

Prime Minister Shri Narendra Modi shared a Sanskrit Subhashitam today, highlighting the importance of valor and the profound impact a brave individual can have on the entire world.

The Prime Minister remarked that bravery and prowess are the capital through which every difficulty can be faced. Shri Modi affirmed that the courage and self-confidence of India's youth serve as an inspiration in this regard.

The Prime Minister wrote on X;

"वीरता और पराक्रम वो पूंजी है, जिससे हर कठिनाई का सामना किया जा सकता है। भारत के युवाओं का साहस और आत्मविश्वास इसी की प्रेरणा देता है।

एकेनापि हि शूरेण पादाक्रान्तं महीतलम्।
क्रियते भास्करेणेव स्फारस्फुरिततेजसा ॥"

Just as the sun lights the whole earth with its bright rays, in the same way a brave person can influence the whole world with his courage.