NRIs are not only the Brand Ambassadors of India but also represent its strength, capabilities and characteristics: PM
With its rapid progress, India is being seen on a high pedestal across the world and is in a position to lead the global community: PM Modi
India is on course to become a global economic powerhouse, says PM Modi

ମରିସସର ପ୍ରଧାନମନ୍ତ୍ରୀ ମହାମହିମ, ପ୍ରବୀନ୍ଦ ଜଗନ୍ନାଥ ମହୋଦୟ, ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥ ମହୋଦୟା, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସହଯୋଗୀ ସୁଷମା ସ୍ୱରାଜ ମହାଶୟା, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହୋଦୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଆଉ ସାରା ବିଶ୍ୱରୁ ଆସିଥିବା ଏବଂ କାଶୀ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଅଭିନନ୍ଦନ, ବହୁତ- ବହୁତ ସ୍ୱାଗତ ଜଣାଉଛି । ଆପଣ ସମସ୍ତେ ଏଠାକୁ ନିଜ, ନିଜର ପୂର୍ବ ପୁରୁଷଙ୍କ ମାଟିର ବାସ୍ନାରେ ଟାଣି ହୋଇ ଆସିଛନ୍ତି । କାଲି ଯେଉଁମାନଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ମିଳିବାକୁ ଯାଉଛି । ସେମାନଙ୍କୁ ମୁଁ ମୋ ତରଫରୁ ଆଗୁଆ ଶୁଭକାମନା ଜଣାଉଛି । ଆଜିର ଦିନ ମଧ୍ୟ ମୋ ପାଇଁ ହେଉଛି ସ୍ୱତନ୍ତ୍ର । ଯେମିତି ସୁଷମା ମହାଶୟା କହୁଥିଲେ, ମୁଁ ଆପଣଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ସହିତ କାଶୀର ସାଂସଦ ଭାବେ ଜଣେ ଆୟୋଜକ ଭାବେ ଉପସ୍ଥିତ ହୋଇଛି । ବାବା ବିଶ୍ୱନାଥ ଏବଂ ମାଆ ଗଙ୍ଗାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହିଥାଏ ଏହା ହେଉଛି ମୋର ପ୍ରାର୍ଥନା ।

ସାଥୀଗଣ, ଆଜି ଆପଣମାନଙ୍କ ସହିତ ନିଜ କଥା ଆରମ୍ଭ କରିବା ପୂର୍ବରୁ ମୁଁ ଡ଼କ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବ କୁମାର ସ୍ୱାମୀ ମହୋଦୟଙ୍କ ନିଧନରେ ମୋର ଶୋକ ବ୍ୟକ୍ତ କରିବାକୁ ଚାହୁଁଛି । ଟୁମକୁରର ଶ୍ରୀ ସିଦ୍ଧଗଙ୍ଗା ମଠରେ ମୋତେ ଅନେକ ଥର ତାଙ୍କଠାରୁ ଆଶୀର୍ବାଦ ନେବାର ସୁଯୋଗ ମିଳିଥିଲା । ଆଉ ଯେତେବେଳେ ମଧ୍ୟ ତାଙ୍କୁ ସାକ୍ଷାତ କରୁଥିଲି ସେ ଜଣେ ପୁଅ ଭଳି ମୋତେ ଏତେ ସ୍ନେହ କରୁଥିଲେ,ଏତେ ଆଶୀର୍ବାଦ ଦେଉଥିଲେ । ଏଭଳି ମହାନ ସନ୍ଥ ମହାଋଷିଙ୍କ ବିଦାୟ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ଦୁଃଖ ଦାୟକ, ମାନବ କଲ୍ୟାଣ ପାଇଁ ତାଙ୍କ ଯୋଗଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ । ମୁଁ ଅତି ଆଦରର ସହିତ ତାଙ୍କୁ ପ୍ରଣାମ କରୁଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ।

ଭାଇ ଓ ଭଉଣୀମାନେ, ସାରା ଦନିଆରେ ବସବାସ କରୁଥିବା ଆପଣ ସମସ୍ତ ଭାରତୀୟମାନଙ୍କ ସହିତ କଥାହେବାର ଏହି ଅଭିଯାନ ଆମ ସମସ୍ତଙ୍କ ପ୍ରିୟ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ । ଅଟଳ ଜୀ’ଙ୍କ ପରଲୋକ ପରେ ଏହା ହେଉଛି ପ୍ରଥମ ପ୍ରବାସୀ ଭାରତୀୟ ସମ୍ମେଳନ । ଏହି ଅବସରରେ ମୁଁ ଅଟଳ ଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି, ତାଙ୍କର ଏହି ବିରାଟ ଚିନ୍ତାଧାରା ପାଇଁ ପ୍ରଣାମ କରୁଛି ।

ସାଥୀଗଣ, ଆପଣମାନେ ସମସ୍ତେ କାଶୀରେ ଅଛନ୍ତି ଆଉ ଏଥିପାଇଁ ମୁଁ କାଶୀ ଏବଂ ଆପଣ ସମସ୍ତଙ୍କ ମଧ୍ୟରେ ଏକ ସମାନତା ମଧ୍ୟ ଦେଖି ପାରୁଛି । ବନାରସ ନଗରୀ ଚିରକାଳରୁ ହିଁ ଭାରତର ସାଂସ୍କୃତିକ,ଆଧ୍ୟାତ୍ମିକ ଏବଂ ଜ୍ଞାନର ପରମ୍ପରାରେ ଦୁନିଆ ସହିତ ସାରା ବିଶ୍ୱରେ ଦେଶକୁ ପରିଚିତ କରାଇ ଚାଲିଛି । ଆପଣ ମଧ୍ୟ ନିଜ ହୃଦୟରେ ଭାରତ ଏବଂ ଭାରତୀୟତାକୁ ସଜାଇ ରଖି ଏହି ମାଟିର ଉର୍ଜ୍ଜା ସହିତ ଦୁନିଆକୁ ପରିଚିତ କରାଉଛନ୍ତି । ସାଥୀଗଣ, ମୁଁ ଆପଣମାନଙ୍କୁ ଭାରତର ବ୍ରାଣ୍ଡ ଆମ୍ବାସଡର ଭାବିବା ସହିତ ଭାରତର ସାମର୍ଥ୍ୟ ଏବଂ ଭାରତର କ୍ଷମତାର, ଦେଶର ବିଶେଷତ୍ୱର ସ୍ୱତନ୍ତ୍ର ପ୍ରତିନିଧି ମଧ୍ୟ ଏବଂ ପ୍ରତୀକ ଭାବେ ମଧ୍ୟ ସ୍ୱୀକାର କରୁଛି । ଏଥିପାଇଁ ହିଁ ଆପଣ ଏବେ ଯେଉଁ ଦେଶରେ ମଧ୍ୟ ରହୁଛନ୍ତି,ସେଠାକାର ସମାଜକୁ ମଧ୍ୟ ଆପଣ ନିଜସ୍ୱ ରୂପ ଦେଇଛନ୍ତି । ସେଠାକାର ସାଂସ୍କୃତିକ ଏବଂ ଅର୍ଥ ବ୍ୟବସ୍ଥାକୁ ସମୃଦ୍ଧ କରିଛନ୍ତି । ଆପଣମାନେ ବସୁଧୈବ କୁଟୁମ୍ବକମ୍ ଏହି ଭାରତୀୟ ଦର୍ଶନର, ଆମର ପାରିବାରିକ ମୂଲ୍ୟବୋଧର ସମ୍ପ୍ରସାରଣ କରିଛନ୍ତି । ଆପଣ ସମସ୍ତେ ଯେଉଁ ଦେଶରେ ବସବାସ କରୁଛନ୍ତି ସେଠାକାର ସମାଜରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଇଥିବା ଭୂମିକାରେ ଦେଖିବାକୁ ମିଳୁଛନ୍ତି, ମରିସସକୁ ଶ୍ରୀ ପ୍ରବୀଣ ଜଗନ୍ନାଥ ମହୋଦୟ ସମ୍ପୂର୍ଣ୍ଣ ସମର୍ପଣର ସହିତ ଆଗକୁ ବଢ଼ାଉଛନ୍ତି, ଏହା ବ୍ୟତୀତ ପର୍ତ୍ତୁଗାଲ, ତ୍ରିନିନାଦ, ଟୋବାଗୋ ଏବଂ ଆୟର୍ଲାଣ୍ଡ ଭଳି ଅନେକ ଦେଶକୁ ଏପରି ସକ୍ଷମ ଲୋକଙ୍କର ନେତୃତ୍ୱ ମିଳିଛି । ଯେଉଁମାନେ ମୂଳତଃ ଭାରତରେ ଜନ୍ମ ହୋଇଛନ୍ତି ।

ସାଥୀଗଣ, ଆପଣ ସମସ୍ତଙ୍କ ସହଯୋଗରେ ବିଗତ ସାଢ଼େ ଚାରି ବର୍ଷରେ ଭରତ ଦୁନିଆରେ ନିଜର ସ୍ୱଭାବିକ ସ୍ଥାନ ପାଇବା ଦିଗରେ ଏକ ବଡ଼ ପଦକ୍ଷେପ ଉଠାଇଛି ।  ପୂର୍ବରୁ ଲୋକ କହୁଥିଲେ କି ଭାରତ ବଦଳି ପାରିବ ନାହିଁ । ଆମେ ସେହି ଚିନ୍ତାଧାରାକୁ ହିଁ ବଦଳାଇ ଦେଇଛୁ । ଆମେ ପରବର୍ତ୍ତନ କରି ଦେଖାଇଛୁ ।

ସାଥୀଗଣ, ଦୁନିଆ ଆଜି ଆମ କଥାକୁ, ଆମର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଗୁରୁତ୍ୱର ସହିତ ଶୁଣୁଛି ମଧ୍ୟ ଏବଂ ବୁଝୁଛି ମଧ୍ୟ । ପର୍ଯ୍ୟାବରଣର ସୁରକ୍ଷା ଏବଂ ବିଶ୍ୱର ପ୍ରଗତିରେ ଭାରତର ଯୋଗଦାନକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି । ମିଳିତ ଜାତିସଂଘର ସବୁଠାରୁ ବଡ଼ ପର୍ଯ୍ୟାବରଣ ପୁରସ୍କାର ‘ଚମ୍ପିଆନ୍ସ ଅଫ ଦ ଆର୍ଥ’ସହିତ ‘ସିଓଲ ଶାନ୍ତି ପୁରସ୍କାର’ ମିଳିବା ହେଉଛି ଏହାର ପରିଣାମ ।

ସାଥୀଗଣ, ଆଜି ଭାରତ ଅନେକ ପ୍ରସଙ୍ଗରେ ବିଶ୍ୱର ନେତୃତ୍ୱ ନେବା ସ୍ଥିତିରେ ଅଛି । ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ଅର୍ଥାତ ଆଇଏସଏ ହେଉଛି ଏଭଳି ଏକ ମଂଚ । ଏହା ମାଧ୍ୟମରେ ଆମେ ଦୁନିଆକୁ ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ ସେହି ଦିଗକୁ ନେଇ ଯିବାକୁ ଚାହୁଁଛୁ । ଏହା ମଧ୍ୟ ହେଉଛି ଆମର ସେହି ଲକ୍ଷ୍ୟର ଅଂଶ ଯାହା ଅଧିନରେ ଆମେ  ଭାରତର ସମସ୍ୟାଗୁଡିକର ଏଭଳି ସମାଧାନ ପ୍ରସ୍ତୁତ କରୁଛୁ ଯାହାଦ୍ୱାରା ଅନ୍ୟ ଦେଶର ସମସ୍ୟାଗୁଡିକର ମଧ୍ୟ ସମାଧାନ ହୋଇ ପାରିବ । ସ୍ଥାନୀୟ ସମାଧାନ, ବିଶ୍ୱ ସ୍ତରରେ ବିନିଯୋଗର ଅଭିବ୍ୟକ୍ତି ସହିତ ଆମେ କାର୍ଯ୍ୟ କରୁଛୁ । ସଂସ୍କାର,ପ୍ରଦର୍ଶନ, ପରିବର୍ତ୍ତନ ଏବଂ ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶର ସୂତ୍ରରେ ଚାଲି ଦେଶ ବିଗତ ସାଢ଼େ ଚାରି ବର୍ଷରେ କ’ଣ ପାଇଛି ତାହାର ଏକ ଛବି ମୁଁ ଆପଣମାନଙ୍କ ସାମନାରେ ରଖିବାକୁ ଚାହୁଁଛି ।

ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥବ୍ୟବସ୍ଥା । ତ କ୍ରୀଡାରେ ମଧ୍ୟ ଆମେ ବଡ଼ ଶକ୍ତିଶାଳୀ ହେବା ଦିଗରେ ବାହାରି ପଡିଛୁ । ଆଜି ଭିତ୍ତିଭୂମିର ବୃହତ ଏବଂ ଆଧୁନିକ ସଂସାଧନ ନିର୍ମାଣ ହେଉଛି ତ ମହାକାଶ କ୍ଷେତ୍ରରେ ମଧ୍ୟ ରେକର୍ଡ ସୃଷ୍ଟି କରୁଛୁ ।

ଆଜି ଆମେ ହେଉଛୁ ଦୁନିଆର ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋ ସିଷ୍ଟମ ତ ଦୁନିଆର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ଆୟୁଷ୍ମାନ ଭାରତ ମଧ୍ୟ ଚଲାଉଛୁ । ଆଜି ଆମର ଯୁବକ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ରେକର୍ଡ ସ୍ତରରେ ମୋବାଇଲ ଫୋନ୍, କାର୍, ବସ୍, ଟ୍ରକ୍, ଟ୍ରେନ୍ ନିର୍ମାଣ କରୁଛନ୍ତି ତ ସେହିପରି ଜମିରୁ ମଧ୍ୟ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି । ଆପଣମାନଙ୍କୁ ମୁଁ ଏକ ଉଦାହରଣ ଦେଉଛି ।

ସାଥୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଆମ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାରକୁ ନେଇ କେଉଁଠାରେ ଗୋଟିଏ କଥା କହିଥିଲେ ନିଶ୍ଚିତ ଶୁଣିଥିବେ । ସେ କହିଥିଲେ କି କେନ୍ଦ୍ର ସରକାର ଦିଲ୍ଲୀରୁ ଯେଉଁ ଅର୍ଥ ପଠାଉଛନ୍ତି ତାହାର କେବଳ 15 ପ୍ରତିଶତ ହିଁ ଲୋକଙ୍କ ପାଖରେ ପହଂଚି ପାରିଥାଏ । ଯଦି ଦିଲ୍ଲୀରୁ ଏକ ଟଙ୍କା ପଠାଯାଇଥାଏ, ତ 15 ପଇସା ଗାଁରେ ପହଂଚି ପାରିଥାଏ,  85 ପଇସା ତ ଛୁମନ୍ତର ହୋଇ ଯାଇଥାଏ । ଏହା ଜଣେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଆମ ଦେଶରେ କହିଥିଲେ । ଏତେ ବର୍ଷ ପର୍ଯ୍ୟନ୍ତ ଦେଶରେ ଯେଉଁ ଦଳ ଶାସନ କରିଛି, ସେ ଦେଶକୁ ଯେଉଁ ବ୍ୟବସ୍ଥା ଦେଇଥିଲା ସେହି ସତ୍ୟତାକୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ସ୍ୱୀକାର କରିଥିଲେ । କିନ୍ତୁ ଦୁଃଖର କଥା ଏହା ଯେ ପରେ ନିଜ 10-15 ବର୍ଷର ଶାସନରେ ମଧ୍ୟ ଏହି ଲୁଟକୁ, ଏହି ଗଳାବାଟକୁ ବନ୍ଦ କରିବାକୁ ପ୍ରୟାସ କରାଗଲା ନାହିଁ । ରୋଗ ତ ଜଣା ପଡ଼ିଲା, ରୋଗକୁ ସ୍ୱୀକାର ମଧ୍ୟ କରାଗଲା କିନ୍ତୁ ଚିକିତ୍ସା କରିବା ଦିଗରେ ନା ଚିନ୍ତାକଲେ, ନା କିଛି କଲେ । ଦେଶର ମଧ୍ୟମ ବର୍ଗ ସଚ୍ଚୋଟତାର ସହିତ ଟିକସ ଦେଉଛି ଆଉ 85 ପ୍ରତିଶତର ଏହି ଲୁଟ୍ ମଧ୍ୟରେ ଚାଲୁ ରହିଛି ।

ସାଥୀଗଣ, ଏବେ ମୁଁ ଆପଣମାନଙ୍କୁ ଆଜିର ସତ୍ୟତା ସମ୍ପର୍କରେ ଜଣାଇବାକୁ ଚାହୁଁଛି । ଆମେ ଟେକ୍ନୋଲୋଜିର ଉପଯୋଗ କରି ଏହି 85 ପ୍ରତିଶତର ଲୁଟକୁ ଶତକଡ଼ା ଶହେ ପ୍ରତିଶତ ବନ୍ଦ କରିଦେଇଛୁ । ବିଗତ ସାଢ଼େ ଚାରି ବର୍ଷରେ ପ୍ରାୟତଃ 5 ଲକ୍ଷ 80 ହଜାର କୋଟି ଟଙ୍କା.. ଅର୍ଥାତ ପାଖାପାଖି 80 ବିଲିୟନ ଡଲାର ଆମ ସରକାର ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ସିଧାସଳଖ ଲୋକମାନଙ୍କୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର କରାଯାଇଛି । କାହାକୁ ଘର ପାଇଁ, କାହାଙ୍କୁ ପାଠପଢ଼ା ପାଇଁ, କାହାକୁ ବୃତ୍ତି ପାଇଁ, କାହାକୁ ଗ୍ୟାସ ସିଲିଣ୍ଡର ପାଇଁ, କାହାକୁ ଫସଲ ପାଇଁ ଏହି ଅର୍ଥ ରାଶି ଦିଆଯାଇଛି । ଏବେ ଆପଣ ଅନୁମାନ କରନ୍ତୁ ଯଦି ଦେଶ ନିଜର ପୁରୁଣା କାର୍ଯ୍ୟଶୈଳୀରେ ଚାଲୁ ରହିଥାଆନ୍ତା ତ ଆଜି ମଧ୍ୟ ଏହି 5 ଲକ୍ଷ 80 ହଜାର କୋଟି ଟଙ୍କାରୁ ପାଖାପାଖି ସାଢ଼େ ଚାରି ଲକ୍ଷ କୋଟିରୁ ମଧ୍ୟ ଅଧିକ… ସାଢ଼େ ଚାରି ଲକ୍ଷ କୋଟିରୁ ମଧ୍ୟ ଅଧିକ… ଏ ଅର୍ଥରାଶି ଛୁମନ୍ତର ହୋଇ ଯାଇଥାଆନ୍ତା, ଗଳାବାଟ ଦେଇ ଚାଲି ଯାଇଥାଆନ୍ତା, ଯଦି ଆମେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ନ ଥାଆନ୍ତୁ ତ ଏହି ଅର୍ଥରାଶି ସେହିଭଳି ଭାବେ ଲୁଟି ନିଆଯାଇଥାଆନ୍ତା ଯେଭଳି ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ଲୁଟି ଯାଇଥାଏ ।

ସାଥୀଗଣ, ଏହି ସଂସ୍କାର ଆଗକୁ ମଧ୍ୟ ଚାହିଁଥିଲେ ହୋଇ ପରିଥାଆନ୍ତା କିନ୍ତୁ ଉଦ୍ଦେଶ୍ୟ ନଥିଲା,ଇଚ୍ଛାଶକ୍ତି ନଥିଲା ଏବଂ ନୀତିକୁ ଅପେକ୍ଷା କରିବା କାର୍ଯ୍ୟଟି ଟିକେ କଷ୍ଟ ଲାଗିଥାଏ । ଆମ ସରକାର ଏବେ ସେହି ରାସ୍ତାରେ ଚାଲୁଛନ୍ତି ଯେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟେକ ସହାୟତା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ମାଧ୍ୟମରେ ସିଧାସଳଖ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି । ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପରିସଂଖ୍ୟାନ ଜଣାଉଛି । ବିଗତ ସାଢ଼େ ଚାରି ବର୍ଷରେ ଆମ ସରକାର ପ୍ରାୟ 7 କୋଟି ଏପରି ନକଲି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ବ୍ୟବସ୍ଥାରୁ ହଟାଇ ଦେଇଛନ୍ତି । ଏହି 7 କୋଟି ଲୋକ ହେଉଛନ୍ତି ସେହିମାନେ ଥିଲେ, ଯେଉଁମାନେ କେବେହେଲେ ମଧ୍ୟ ଜନ୍ମ ହିଁ ହୋଇ ନଥିଲେ, ଯେଉଁମାନେ ବାସ୍ତବରେ ହିଁ ନଥିଲେ କିନ୍ତୁ ଏହି 7 କୋଟି ଲୋକ ସରକାରୀ ସୁବିଧାଗୁଡ଼ିକର ଲାଭ ନେଉଥିଲେ । କାଗଜରେ ବା ରେକର୍ଡରେ ସେମାନେ ଥିଲେ,କାଗଜରେ ଜନ୍ମ ମଧ୍ୟ ହୋଇଥିଲେ, ବଡ଼ ମଧ୍ୟ ହୋଇଥିଲେ ଆଉ ଲାଭ ମଧ୍ୟ ଉଠାଉଥିଲେ । ଆପଣମାନେ ଚିନ୍ତା କରନ୍ତୁ ସମଗ୍ର ବ୍ରିଟେନରେ ଯେତେ ଲୋକ ଅଛନ୍ତି, ସମଗ୍ର ଫ୍ରାନ୍ସରେ ଯେତେ ଲୋକ ଅଛନ୍ତି, ସମଗ୍ର ଇଟାଲିରେ ଯେତେ ଲୋକ ଅଛନ୍ତି, ଏଭଳି ଅନେକ ଦେଶର ଜନସଂଖ୍ୟାରୁ ଅଧିକ ଲୋକ ତ ଆମର ଏଠି ସେହି ଲୋକମାନେ ଥିଲେ ଯେଉଁମାନେ କେବଳ କାଗଜରେ ହିଁ ଜୀଉଁଥିଲେ ଆଉ କାଗଜରେ ହିଁ ସରକାରୀ ସୁବିଧାଗୁଡ଼ିକର ଲାଭ ଚାଲିଯାଉଥିଲା । ଏହି ନକଲି ଲୋକମାନଙ୍କୁ ବିଦା କରିବାର କାର୍ଯ୍ୟ ଆମ ସରକାର କରିଛନ୍ତି । ଏହା ହେଉଛି ସେହି ପରିବର୍ତ୍ତନର ଏକ ଝଲକ ଯାହା ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଦେଶ ମଧ୍ୟକୁ ଆସିବା ଆରମ୍ଭ କରିଛି ।

ସାଥୀଗଣ, ଏହା ହେଉଛି ଦେଶରେ ବିସ୍ତୃତ ଭାବେ ହେଉଥିବା ବୃହତ ପରିବର୍ତ୍ତନ ତଥା ନ୍ୟୁ ଇଣ୍ଡିଆର ନୂତନ ଆତ୍ମବିଶ୍ୱାସର ହେଉଛି ଏକ ଝଲକ । ଭାରତର ଗୌରବଶାଳୀ ଅତୀତକୁ ପୁଣି ସ୍ଥାପିତ କରିବା ପାଇଁ 130 କୋଟି ଭାରତବାସୀଙ୍କର ସଂକଳ୍ପର ଏହା ହେଉଛି ପରିଣାମ । ଆଉ ମୁଁ ଆଜି ବହୁତ ହିଁ ଗର୍ବର ସହିତ କହିବାକୁ ଚାହୁଁଛି କି ଏହି ସଂକଳ୍ପରେ ଆପଣମାନେ ସମସ୍ତେ ହେଉଛନ୍ତି ସାମିଲ ।

ସାଥୀଗଣ,  ସରକାରଙ୍କର ସଂପୂର୍ଣ୍ଣ ପ୍ରୟାସ ରହିଛି କି ଆପଣମାନେ ସମସ୍ତେ ଯେଉଁଠି ମଧ୍ୟ ରୁହନ୍ତୁ ସୁଖୀ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ସଙ୍କଟରେ ଫସି ରହିଥିବା 2 ଲକ୍ଷରୁ ଅଧିକ ସଂଖ୍ୟକ ଭାରତୀୟଙ୍କୁ ସରକାରଙ୍କର ପ୍ରୟାସ ଫଳରେ ଦୁନିଆର ଭିନ୍ନ-ଭିନ୍ନ ଦେଶମାନଙ୍କୁ ସାହାଯ୍ୟ ପହଂଚାଯାଇଛି । ଆପଣମାନଙ୍କର ସାମାଜିକ ନିରାପତ୍ତା ସହିତ ପାସପୋର୍ଟ,ଭିସା, ପିଆଇଓ ଏବଂ ଓସିଆଇ କାର୍ଡକୁ ନେଇ କରି ମଧ୍ୟ ସମସ୍ତ ପ୍ରକ୍ରିୟାଗୁଡ଼ିକୁ ସହଜ ଏବଂ ସରଳ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ପ୍ରବାସୀ ଭାରତୀୟମାନଙ୍କ ପାଇଁ କିଛି ମାସ ପୂର୍ବରୁ ହିଁ ଗୋଟିଏ ନୂତନ ପଦକ୍ଷେପ ନିଆଯାଇଛି । ସମଗ୍ର ଦୁନିଆରେ ଆମର ରାଷ୍ଟ୍ରଦୂତ ଏବଂ କନସୁଲେଟମାନଙ୍କୁ ପାସପୋର୍ଟ ସେବା ପ୍ରକଳ୍ପ ସହିତ ଯୋଡ଼ା ଯାଉଛି । ଏହାଦ୍ୱାରା ଆପଣ ସମସ୍ତଙ୍କ ପାଇଁ ପାସପୋର୍ଟ ସେବା ସହିତ ଜଡ଼ିତ ଏକ କେନ୍ଦ୍ରୀୟ ବ୍ୟବସ୍ଥା ପ୍ରସ୍ତୁତ ହୋଇଯିବ । ବରଂ ଏବେ ତ ଗୋଟିଏ ପାଦ ଆଗକୁ ବଢ଼ି ଚିପ୍ ଆଧାରିତ ଇ- ପାସପୋର୍ଟ ଜାରି କରିବା ଦିଗରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ପାସପୋର୍ଟ ସହିତ ଭିସା ସହିତ ଜଡ଼ିତ ନିୟମଗୁଡ଼ିକୁ ମଧ୍ୟ ସରଳ କରାଯାଇଛି । ଇ-ଭିସାର ସୁବିଧା ମିଳିବା ଦ୍ୱାରା ଆପଣମାନଙ୍କର ସମୟ ମଧ୍ୟ ବଂଚୁଛି ଏବଂ ସମସ୍ୟା ମଧ୍ୟ କମ୍ ହୋଇଛି । ଏବେ ମଧ୍ୟ ଯଦି ଏଥିରେ କୌଣସି ସମସ୍ୟା ରହିଛି ତ ତାହାକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଆପଣମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଏହି କଥା ସହିତ ପରିଚିତ ଥିବେ କି ଆମ ସରକାର ପିଆଇଓ କାର୍ଡକୁ ଓସିଆଇ କାର୍ଡରେ ପରିବର୍ତ୍ତିତ କରିବା ପାଇଁ ପ୍ରକ୍ରିୟାକୁ ମଧ୍ୟ ସହଜ କରିଛନ୍ତି । ସାଥୀଗଣ, ଆପଣମାନେ ହୁଏତ ନିଜର ମାଟିଠାରୁ ଦୂରରେ ରହିଥାଆନ୍ତୁ, କିନ୍ତୁ ନିଉ ଇଣ୍ଡିଆର ନିର୍ମାଣରେ ଆପଣମାନଙ୍କର ସକ୍ରିୟ ଭାଗୀଦାରୀରେ..ଆହୁରି ଅଧିକ ବୃଦ୍ଧି ହେଉ, ଏଥିପାଇଁ କ୍ରମାଗତ ଭାବେ ପ୍ରୟାସ ଜାରିରହିଛି । ଭାରତରେ ଯେଉଁ ପରିବର୍ତ୍ତନ ଆସୁଛି, ଯେଉଁ ନୂତନ ସୁଯୋଗ ସୃଷ୍ଟି ହେଉଛି, ସେଥିରେ ଆପଣମାନଙ୍କର ଯୋଗଦାନ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ପରିବର୍ତ୍ତିତ ଏହି ଭାରତରେ ଆପଣ ଗବେଷଣା ଏବଂ ବିକାଶ ଏବଂ ନବସୃଜନରେ ବହୁତ ବଡ଼ ଭୂମିକା ତୁଲାଇ ପାରିବେ । ସରକାର ଏହା ମଧ୍ୟ ଚେଷ୍ଟା କରୁଛନ୍ତି କି ଭାରତର ଷ୍ଟାର୍ଟ-ଅପ୍ସ ଏବଂ ଏନଆରଆଇପୃଷ୍ଠପୋଷକଙ୍କୁ ଏକ ସଙ୍ଗରେ ଗୋଟିଏ ପ୍ଲାଟଫର୍ମକୁ ନେଇ ଆସିବେ । ପ୍ରତିରକ୍ଷା ଉତ୍ପାଦନ(ବିନିର୍ମାଣ) ମଧ୍ୟ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇପାରେ ।

ଭାଇ ଓ ଭଉଣୀମାନେ, ମାଆ ଭାରତୀଙ୍କର ସୁରକ୍ଷା ଅର୍ଥବ୍ୟବସ୍ଥା ସହିତ ନିଜର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ସହିତ ମଧ୍ୟ ଆପଣମାନଙ୍କର ଆନ୍ତରିକତା ଆହୁରି ଅଧିକ ସୁଦୃଢ଼ ହେଉ ଏଥିପାଇଁ ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଉଛି । ମୁଁ ଏହି ମଂଚ ଉପରେ ଆଗରୁ ମଧ୍ୟ କହିସାରିଛି, ଆଉ ଆଜି ପୁଣି ଦୋହରାଇବାକୁ ଚାହୁଁଛି କି ଆପଣ ଯେଉଁ ଦେଶରେ ମଧ୍ୟ ରହୁଛନ୍ତି ସେଠାରୁ ନିଜ ଆଖପାଖର ଅତି କମ୍ ରେ ପାଞ୍ଚୋଟି ପରିବାର ଆଉ ତାହା ମଧ୍ୟ ଅଣ-ଭାରତୀୟପାଞ୍ଚୋଟି ପରିବାରଙ୍କୁ ଭାରତ ଆସିବା ପାଇଁ ଆପଣ ପ୍ରେରଣା ଦିଅନ୍ତୁ । ଆପଣମାନଙ୍କର ଏହି ପ୍ରୟାସ ଦେଶରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହିଭଳି ଭାବେ ଏ ବର୍ଷ ଗାନ୍ଧିଜୀଙ୍କର 150ତମ ଜୟନ୍ତୀରେ ନିଜ ଦେଶରେ ରହି କିଭଳି ତାଙ୍କର କଥାଗୁଡ଼ିକୁ, ଭାରତର କଥାଗୁଡ଼ିକୁ ଅନ୍ୟ ଲୋକମାନଙ୍କ ପାଖରେ ପହଂଚାଇବା । ଏହା ଉପରେ ମଧ୍ୟ ବିଚାର କରନ୍ତୁ । ବିଗତ ଦିନମାନଙ୍କରେ ସୁଷମା ମହାଶୟାଙ୍କ ନେତୃତ୍ୱରେ ଦୁନିଆରେ ଅନେକ ଦେଶରେ ଏକ ଉତ୍ତମ ପ୍ରୟୋଗ କରାଯାଇଛି । ସେଠାକାର ଆମର ସମସ୍ତ ଦୂତାବାସ ଗାନ୍ଧିଜୀଙ୍କର 150ତମ ଜୟନ୍ତୀରେ ସେହି ଦେଶର କଳାକାରମାନଙ୍କୁ ବୈଷ୍ଣବ ଜନ ତୋ ତେନେ କହିୟେ ଗାନ୍ଧିଜୀଙ୍କର ପ୍ରିୟ ଭଜନ ସେମାନଙ୍କୁ ଗାଇବା ପାଇଁ ଅନୁରୋଧ କଲେ । ୟୁଟ୍ୟୁବରେ ଏହାର ସମସ୍ତ ଭିଡିଓ ଉପଲବ୍ଧ । ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ କି ବିଦେଶର ନାଗରିକ, ବିଦେଶର କଳାକାର କେତେ ଭକ୍ତିଭାବ ସହିତ ବୈଷ୍ଣବ ଜନ ତୋ ତେନେ କହିୟେ ଗାଉଛନ୍ତି । ଗୋଟିଏ ପ୍ରକାରରେ କହିବାକୁ ଗଲେ ଗାନ୍ଧି ହେଉଛନ୍ତି ବିଶ୍ୱସ୍ତରୀୟ, ଏହି ଅନୁଭୂତି ଆମେ ସମସ୍ତେ ଏହାକୁ ଶୁଣି କରିପାରିବା । ଆଉ ଏଥିପାଇଁ କିଛି ବିଶେଷ କାର୍ଯ୍ୟକ୍ରମ ଯଦି ଆପଣ କରିବାକୁ ଚାହିଁବେ ତ ଭାରତୀୟ ଦୂତାବାସ ଦ୍ୱାରା ମଧ୍ୟ ଆପଣମାନଙ୍କୁ ଯଥାସମ୍ଭବ ସାହାଯ୍ୟ  କରାଯିବ । ଏ ବର୍ଷ ଆମେ ସମସ୍ତେ ଗୁରୁ ନାନକ ଦେବଜୀଙ୍କର 550ତମ ଜୟନ୍ତୀ ମଧ୍ୟ ପଳନ କରୁଛେ । ଗୁରୁବାଣୀକୁ ଆମେ କିଭଳି ଭାବେ ଅନ୍ୟ ଦେଶର ଲୋକମାନଙ୍କ ପାଖରେ ପହଂଚାଇବା, ସେମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସହିତ କିଭଳି ପରିଚିତ କରାଇବା, ଏ ବିଷୟରେ ମଧ୍ୟ ମୁଁ ଚାହୁଁଛି କି ଆପଣ ଯେଉଁ ଦେଶରେ ଅଛନ୍ତି, କିଛି ନା କିଛି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ, କିଛି ନା କିଛି ପ୍ରୟାସ ହେବା ଆବଶ୍ୟକ । ସାଥୀଗଣ, ଏ ସମସ୍ତ କଥା କେବଳ ଏକ ପରାମର୍ଶ ଭାବେ ଆପଣମାନଙ୍କ ସମ୍ମୁଖରେ ରଖୁଛି । ମୋତେ ଜଣାଅଛି କି ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଆଗରୁ ହିଁ ଏଭଳି କିଛି କରିଆସୁଛନ୍ତି, କିନ୍ତୁ ଆପଣମାନଙ୍କ ସହିତ ସ୍ନେହର ଭାବନା ଏଭଳି ରହିଛି କି ମୁଁ ନିଜକୁ ରୋକି ପାରୁ ନାହିଁ ।

ମୁଁ ବିଶେଷ କରି ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ସାଧରଣତଃ କୌଣସି ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସର ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାର ଅଛି,ବିଶ୍ୱର ଏତେ ଅତିଥି ଆସିବାର ଅଛି, ତ ସେହି ରାଜ୍ୟକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ପାଖାପାଖି ଏକ ବର୍ଷ ସେଥିରେ ଲାଗିଯାଇ ଥାଏ । ଆଉ ଗୋଟିଏ କାର୍ଯ୍ୟକ୍ରମ ସାରିବା ପରେ ଏକ ବର୍ଷ ଥକା ମାରିବା ଅବା ପରିଶ୍ରମ ଦୂର କରିବାରେ ଚାଲିଯାଇ ଥାଏ । ମୁଁ ଉତ୍ତର ପ୍ରଦେଶକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି କି କୁମ୍ଭ ଭଳି ଯେତେ ବଡ଼ କାର୍ଯ୍ୟକ୍ରମ ଚାଲୁ ରହିଛି, ଏତେ ବଡ଼ ଆୟୋଜନ ହୋଇଛି, କୁମ୍ଭମେଳାର ପ୍ରସ୍ତୁତିରେ 2-3 ବର୍ଷ କ୍ରମାଗତ ଭାବେ କାର୍ଯ୍ୟ କରିବାକୁ ପଡ଼ିଥାଏ । ଆଉ ମୋତେ ସଂକୋଚ ଲାଗୁଥିଲା କି କୁମ୍ଭ ମେଳାର ଦାୟିତ୍ୱ ଉତ୍ତର ପ୍ରଦେଶ ପାଖରେ ଅଛି, ସମସ୍ତ ସରକାରୀ କଳ ସେଥିରେ ବ୍ୟସ୍ତ ଅଛି । 10 କୋଟି ଲୋକ ସେଠାକୁ ଆସିବାର ସମ୍ଭାବନା ଅଛି । ଏଭଳି ସ୍ଥିତିରେ କାଶୀରେ ଏହି କାର୍ଯ୍ୟକ୍ରମ କରିବା ଅବା ନ କରିବା । ମୋ ମନରେ ଦ୍ୱନ୍ଦ୍ୱ ଥିଲା କିନ୍ତୁ ମୁଁ ଯୋଗୀ ମହାଶୟଙ୍କୁ, ତାଙ୍କର ସଂମ୍ପୂର୍ଣ୍ଣ ଟିମକୁ, ଉତ୍ତର ପ୍ରଦେଶର ପ୍ରଶାସନ ଏବଂ ଶାସନକୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି କି ସେମାନେ ଗୋଟିଏ ସମୟରେ ଦୁଇଟି ଏତେ ବଡ଼ କାର୍ଯ୍ୟକ୍ରମ ଏହି କଥା ସହିତ ବିଶ୍ୱକୁ ଏଇ କଥାର ପରିଚୟ କରାଇ ଦେଇଛନ୍ତି କି ଉତ୍ତର ପ୍ରଦେଶ ସରକାର, ଉତ୍ତର ପ୍ରଦେଶର ଅମଲାତନ୍ତ୍ର, ଉତ୍ତର ପ୍ରଦେଶର ସରକାରୀ କର୍ମଚାରୀ ଏମାନେ ମଧ୍ୟ ଦୁନିଆରେ କାହାଠାରୁ କମ୍ ନୁହନ୍ତି । ଆଉ ଏଥିପାଇଁ ମୁଁ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଉଛି ।

ମୁଁ କାଶୀର ଅଧିବାସୀମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବାକୁ ଚାହୁଁଛି, କାରଣ ମୁଁ ପ୍ରବାସୀ ଭାରତୀୟ ଦିବସକୁ ଗୁଜରାଟରେ ମଧ୍ୟ କରାଇଛି । ଆଉ ବୋଧହୁଏ ଗୁଜରାଟର ମୁଖ୍ୟମନ୍ତ୍ରୀ କହନ୍ତୁ ଅବା ଆଜି ପ୍ରଧାନମନ୍ତ୍ରୀ ପଦରେ ଦେଖନ୍ତୁ, ବୋଧହୁଏ ହିନ୍ଦୁସ୍ଥାନର ମୁଁ ହେଉଛି ଏପରି ଏକ ବ୍ୟକ୍ତିତ୍ୱ ଯିଏ ପ୍ରାୟ ସମସ୍ତ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ଆସୁଥିଲି, ପ୍ରଧାନମନ୍ତ୍ରୀ ହେବା ପରେ ତ ଦାୟିତ୍ୱ ରହିଛି । ଥରେ ମାତ୍ର ମୁଁ ଭିଡିଓ କନଫରେନ୍ସ ମାଧ୍ୟମରେ ସାମିଲ ହୋଇଥିଲି, ନଚେତ ମୁଁ ପ୍ରତ୍ୟେକ୍ଷ ଭାବେ ହିଁ ଯାଇଥାଏ । ମୁଁ ଏତେ କାର୍ଯ୍ୟକ୍ରମ ଦେଖିଛି । ଗୁଜରାଟରେ ତ ମୁଁ ମଧ୍ୟ ଆୟୋଜକ ଥିଲି, କିନ୍ତୁ କାଶୀ ଯେଉଁ ପ୍ରକାରରେ ଏହି କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମ କରି ନାହିଁ, ଜନତା ଜନାର୍ଦ୍ଦନଙ୍କ କାର୍ଯ୍ୟକ୍ରମ ପାଲଟିଗଲା, ପ୍ରତ୍ୟେକ କାଶୀବାସୀ ଏହାକୁ ନିଜର କାର୍ଯ୍ୟକ୍ରମ କରିନେଲେ । ପ୍ରାୟ ଚାରି ଶହ ଲୋକ  ପରିବାର ସହିତ ରହିଛନ୍ତି ଆଉ ଏଠାକାର ତମ୍ବୁ ସହରର ଦୃଶ୍ୟ ଏପରି ହୋଇଛି, ଯାହା ମୋତେ ଅବଗତ କରାଯାଇଛି ଯେ ଅନେକ ଲୋକ ଯେଉଁମାନେ ହୋଟେଲରେ ରହୁଥିଲେ, ସେମାନେ ହୋଟେଲ ଛାଡି ତମ୍ବୁ ସହରର ମଜା ନେବା ପାଇଁ ଚାଲି ଆସିଛନ୍ତି । ଏକ ନୂଆ ଅନୁଭବ ନେବା ପାଇଁ ଚାଲି ଆସିଲେ । ମୁଁ ବୁଝିପାରୁଛି ଆଉ ବିଗତ ଦୁଇମାସ ଧରି ମୁଁ କ୍ରମାଗତ ଭାବେ ଦେଖୁଥିଲି । କାଶୀବାସୀମାନେ କାଶୀକୁ ଏକ ପ୍ରକାରରେ ବିଶ୍ୱର ରାଜଧାନୀ(ମହକୁମା) ଭାବିବା, ସେହିଭଳି ବାତାବରଣ ସୃଷ୍ଟି କରିଦେଇଥିଲେ । ଏଠାକୁ ଆସିଥିବା ପ୍ରତ୍ୟେକ ଅତିଥି, କାଶୀବାସୀଙ୍କୁ  ଲାଗୁଛି ଯେପରି ତାଙ୍କ ନିଜ ଘରକୁ ଅତିଥି ଆସିଛନ୍ତି । ଏଭଳି ବାତାବରଣ ପ୍ରବାସୀ ଭାରତୀୟ ସମ୍ମେଳନରେ  ଏହା ପୂର୍ବରୁ ମୁଁ କେବେ ଦେଖିପାରି ନ ଥିଲି, ଯାହା କାଶୀବାସୀମାନେ ଦେଖାଇଛନ୍ତି । ଆଉ ଏଥିପାଇଁ ମୁଁ କାଶୀବାସୀଙ୍କୁ ବିଶେଷ କରି ପ୍ରଣାମ ଜଣାଉଛି । ମୁଁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ, ଏଠାକାର ଅଧିକାରୀମାନଙ୍କୁ ମଧ୍ୟ ହୃଦୟର ସହିତ ବହୁତ-ବହୁତ ଅଭିନନ୍ଦନ ଜଣାଉଛି କି ସେମାନେ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ଏତେବଡ଼  ବ୍ୟବସ୍ଥା କରିଛନ୍ତି, ଚଲାଇଛନ୍ତି, ଆଗକୁ ବଢାଇଛନ୍ତି । ଆଉ ଏହି ସମସ୍ତ କାର୍ଯ୍ୟ ପଛରେ ସୁଷମା ଜୀଙ୍କ ନେତୃତ୍ୱ ଏବଂ ତାଙ୍କ ଟିମ୍ ମଧ୍ୟ ତ ହେଉଛନ୍ତି ଅଭିନନ୍ଦନର ଅଧିକାରୀ । କାଶୀର ଗୌରବ ବଢ଼ିଲା ତ,ଏଠାକାର ସାଂସଦ ଭାବେ ମୋର ଖୁସି ଟିକେ ଅଧିକ ଚାରିଗୁଣ ବଢିଯାଇଛି ।

ପରିଶ୍ରମ ଆପଣମାନେ କଲେ, ଯୋଜନା ଆପଣମାନେ ପ୍ରସ୍ତୁତ କଲେ, ଝାଳ ଆପଣମାନେ ବୁହାଇଲେ,ଦିନରାତି ନ ଶୋଇ, ଥକି ନ ଯାଇ ଆପଣମାନେ କାର୍ଯ୍ୟ କରି ଚାଲିଥିଲେ, କିନ୍ତୁ ଲୋକ ମୋ ପିଠି ଥାପୁଡୋଉଛନ୍ତି । ଏହା ହେଉଛି ଆପଣମାନଙ୍କର ସ୍ନେହ, ଆପଣମାନଙ୍କର ପରିଶ୍ରମ, ଯେଉଁ କାରଣରୁ ଏହା ସମ୍ଭବ ହୋଇଛି ଆଉ ଏଥିପାଇଁ କାଶୀର ସାଂସଦ ଭାବେ, ଏହା ମୋର କର୍ମଭୂମି ଭାବେ ଆଜି ମୁଁ ଏକ ବିଶେଷ ଆତ୍ମସନ୍ତୋଷ ଅନୁଭବ କରୁଛି ଆଉ ମୋର ବିଶ୍ୱାସ ରହିଛି କି ମୋ କାଶୀ ଆପଣମାନଙ୍କ ମାଧ୍ୟମରେ ପୁଣିଥରେ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବ ଏବଂ ପ୍ରତ୍ୟେକଙ୍କୁ କାଶୀ ଆସିବା ପାଇଁ ଇଚ୍ଛା ହେବ । ମୁଁ ଶେଷରେ ପୁଣି ଥରେ ଆପଣ ସମସ୍ତଙ୍କୁ କାଶୀକୁ ଆସିଥିବାରୁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ଭାରତରେ ଆପଣଙ୍କର ଏହି ପ୍ରବାସ ସୁଖଦ ରହୁ, ଏହି କାମନା ସହିତ ବହୁତ ବହୁତ ଧନ୍ୟବାଦ ଜଣାଉଛି, ମୁଁ ବ୍ୟକ୍ତିଗତ ଭାବେ ଜଣାଉଛି ନା ହିଁ ପ୍ରଧାନମନ୍ତ୍ରୀ ଭାବେ, ନା ହିଁ ସାଂସଦ ଭାବରେ, ନିଜର ବ୍ୟକ୍ତିଗତ ଆନନ୍ଦ ପାଇଁ ମୁଁ ବିଗତ ଏକ-ଦୁଇ ବର୍ଷଧରି କାର୍ଯ୍ୟକ୍ରମ କରୁଛି । ଭାରତରେ ମାର୍ଚ୍ଚ ମାସ ହେଉଛି ଏକ ପ୍ରକାରରେ ପରୀକ୍ଷାର ମାସ ଆଉ ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଅର୍ଥାତ ପରିବାରରେ ବର୍ଷସାରା ଏକ ପ୍ରକାରର ଚିନ୍ତାର ବାତାବରଣ ସୃଷ୍ଟି ହୋଇଥାଏ । ପ୍ରତ୍ୟେକଙ୍କୁ ଲାଗିଥାଏ ପିଲାଙ୍କୁ ଦଶମରେ ଅଧିକ ନମ୍ବର ମିଳୁ, ଦ୍ୱାଦଶରେ ଅଧିକ ନମ୍ବର ମିଳୁ, ଏକ ପ୍ରକାରର ଚିନ୍ତାର ବାତାବରଣ ସୃଷ୍ଟି ହୋଇଥାଏ । ମୁଁ ତ, ସଦା ସର୍ବଦା ପ୍ରୟାସ କରୁଛି କି ପରୀକ୍ଷା ପୂର୍ବରୁ ସବୁ ପିଲାମାନଙ୍କ ସହିତ, ସେମାନଙ୍କ ପିତାମାତାଙ୍କ ସହିତ, ସେମାନଙ୍କ ତତ୍ୱାବଧାରକଙ୍କ ସହିତ, ସେମାନଙ୍କ ଅଭିଭାବକମାନଙ୍କ ସହିତ, ସେମାନଙ୍କ ଶିକ୍ଷକମାନଙ୍କ ସହିତ ଆଲୋଚନା କରିବି ଆଉ ପରୀକ୍ଷାକୁ ବଡ଼ ସଙ୍କଟ ଭାବେ ନ ଭାବିବା ପାଇଁ ଲୋକମାନଙ୍କୁ ଏଥିପାଇଁ ଯେଉଁସବୁ କଥା ମଧ୍ୟ ବୁଝାଇ ପାରିବି ତ ମୁଁ ବୁଝାଇବି । ମୁଁ ଖୁସି ଯେ ଏହି ଜାନୁୟାରୀ 29 ତାରିଖରେ ମୁଁ ସାରା ଦେଶର ଆଉ ଏଥର ତ ବିଦେଶର ଲୋକମଧ୍ୟ ଯୋଡ଼ି ହେଉଛନ୍ତି । ସେମାନଙ୍କ ପିଲାମାନେ ମଧ୍ୟ, ସେମାନଙ୍କର ପରିବାରର ଲୋକ ମଧ୍ୟ ନରେନ୍ଦ୍ର ମୋଦୀ ଆପ୍ ମାଧ୍ୟମରେ ଭିଡିଓ ମାଧ୍ୟମରେ ଯୋଡ଼ି ହୋବକୁ ଯାଉଛନ୍ତି । କୋଟି କୋଟି ପରିବାରଙ୍କ ସହିତ ପରୀକ୍ଷା-ଯୋଦ୍ଧାମାନଙ୍କ ସମ୍ପର୍କିତ ଆଲୋଚନା କରିବାକୁ ଯାଉଛି । ପିଲାମାନଙ୍କ ସହିତ ଆଲୋଚନା କରିବି ଆଉ ପରୀକ୍ଷାର ବୋଝ ପିଲାଙ୍କ ମନରେ ନ ରହୁ, ତାକୁ ଦୂର କରିବା ପାଇଁ ଯାହା ମଧ୍ୟ କଳାକୌଶଳ ବତାଇ ପାରିବି, ମୁଁ ବତାଇବି ଜାନୁୟାରୀ 29 ତାରିଖ 11ଟା ସମୟରେ, ମୋର ବିଶ୍ୱାସ ଯେ ଆପଣମାନେ ମଧ୍ୟ ନିଜ ପରିବାରର ଲୋକଙ୍କୁ ସୂଚାଇ ଦେବେ କି ସେଠାରେ ଆପଣଙ୍କ ପରିବାରର ଲୋକ ମଧ୍ୟ ଯଦି ଏହି ପରୀକ୍ଷାର ଏହି ସମୟରେ ଅଛନ୍ତି ତ ତେବେ ମଧ୍ୟ ତାହାର ଲାଭ ଉଠାଇ ପାରିବେ ।

ମୁଁ ପୁଣି ଥରେ ଏହି ଭବ୍ୟ ଯୋଜନା ପାଇଁ ଆଉ ଆମର ମିତ୍ର ପ୍ରବୀନ୍ଦ ଜଗନ୍ନାଥ ମହୋଦୟ ପରିବାର ସହିତ ଏଠାକୁ ଆସିବା, ସମୟ ଦେବା, ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇବା ଏଥିପାଇଁ ତାଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି । ତାଙ୍କର ପିତା ମହୋଦୟ ମରିସସର ନିର୍ମାଣରେ ବହୁତ ବଡ଼ ଭୂମିକା ତୁଲାଇଥିଲେ । ଏକ ପ୍ରକାରରେ ଆଧୁନିକ ମରିସସର ସେ ହେଉଛନ୍ତି ବିନ୍ଧାଣୀ । ତାଙ୍କର ମଧ୍ୟ ଏତିକି ହିଁ ଭଲ ପାଇବା ଆମ ସମସ୍ତଙ୍କ ପ୍ରତି ଥିଲା । ବିଗତ ଦିନରେ ତାଙ୍କ ପିତା ମହୋଦୟ ବିଶେଷ ଭାବେ ପରିବାର ସହିତ କାଶୀ ଭ୍ରମଣରେ ଆସିଥିଲେ, ଆଜି ପ୍ରବୀନ୍ଦ ମହୋଦୟଙ୍କର ଆସିବା ହେଲା, ପରିବାର ସହିତ କବିତା ମହୋଦୟାଙ୍କୁ ନେଇକରି ଆସିଲେ । ମୁଁ ମାନୁଛି କି ଭାରତ ପ୍ରତି ତାଙ୍କର ଅପାର ସ୍ନେହ ରହିଛି । ତାହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେ ସମୟ ଦେଲେ,ଶୋଭା ବଢ଼ାଇଲେ, ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ଆଉ ଥରେ ଧନ୍ୟବାଦ ଜଣାଉଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଇବା ସହିତ ଆପଣମାନଙ୍କୁ ବହୁତ ବହୁତଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 2,312-crore deal with HALfor 8 Dornier aircraft for Coast Guard

Media Coverage

Defence ministry inks Rs 2,312-crore deal with HALfor 8 Dornier aircraft for Coast Guard
NM on the go

Nm on the go

Always be the first to hear from the PM. Get the App Now!
...
PM to visit Assam on 14th February
February 13, 2026
PM to land at the Emergency Landing Facility (ELF) on Moran Bypass in Dibrugarh
ELF - first of its kind in Northeast India - will serve as a critical asset for strategic requirements and emergency response during natural disasters
PM to inaugurate and flag off various projects worth over Rs. 5,450 crore in Guwahati
PM to inaugurate Kumar Bhaskar Varma Setu across River Brahmaputra
PM to inaugurate IIM Guwahati and also the National Data Centre for North-Eastern Region

Prime Minister Shri Narendra Modi will visit Assam on 14th February 2026. At around 10:30 AM, Prime Minister will land at the Emergency Landing Facility (ELF) on Moran Bypass in Dibrugarh, where he will witness the Aerial Display of Fighters, Transports and Helicopters. At around 1 PM, Prime Minister will visit Kumar Bhaskar Varma Setu across River Brahmaputra. Thereafter, at around 1:30 PM, Prime Minister will inaugurate and flag off various projects worth more than Rs 5,450 crore at Lachit Ghat, Guwahati.

The Emergency Landing Facility (ELF) is the first of its kind in Northeast India. It has been specially designed and constructed in coordination with the Indian Air Force to support landing and take-off of military and civil aircraft during emergencies. It will serve as a critical asset for emergency response, enabling quick deployment of rescue and relief operations during natural disasters or strategic requirements in the Northeast. Envisioned as dual-use infrastructure, the ELF is capable of handling fighter aircraft up to 40 tonnes and transport aircraft up to 74 tonnes maximum take-off weight.

Prime Minister will inaugurate several key projects aimed at accelerating connectivity, strengthening digital infrastructure, promoting higher education, and enhancing public transport, thereby giving a significant boost to development in the North-Eastern Region.

Prime Minister will inaugurate Kumar Bhaskar Varma Setu across River Brahmaputra, built at a cost of around Rs 3,030 crore. The 6-lane extradosed Prestressed Concrete (PSC) bridge connects Guwahati with North Guwahati and is the first extradosed bridge in Northeast India. It will cut travel time between Guwahati-North Guwahati to 7 minutes. Considering the high seismicity of the region, the bridge incorporates base isolation technology using friction pendulum bearings. High-performance stay cables have been used to ensure durability and long-term structural performance. A Bridge Health Monitoring System (BHMS) has also been incorporated for real-time condition monitoring, early damage detection and improved safety and service life of the extradosed bridge.

Prime Minister will inaugurate the National Data Centre for North Eastern Region at Amingaon in Kamrup district of Assam. The state-of-the-art Data Centre, with a total sanctioned load of 8.5 MW and an average rack capacity of 10 kW per rack, will host mission-critical applications of various government departments and also function as a Disaster Recovery centre for other National Data Centres. This will enable governments in the Northeast to digitally facilitate delivery of essential citizen-centric services. Aligned with the vision of Digital India, National Data Centre for North Eastern Region has been envisaged as a strategic intervention to strengthen the region’s ICT backbone and ensure robust, secure and always-available digital infrastructure. Prime Minister will also inaugurate IIM Guwahati, which will give a major fillip to higher education and management education in the North-Eastern Region.

Prime Minister will also flag off 225 electric buses under the PM-eBus Sewa Scheme in Guwahati (100), Nagpur (50), Bhavnagar (50) and Chandigarh (25). With the launch of e-bus operations under the PM-eBus Sewa Scheme in these four cities, more than 50 lakh citizens are expected to benefit through access to clean, affordable and reliable public transport services, contributing to improved urban mobility and enhanced quality of life.